() ଓସିଏ ସଭାପତି ଭାବେ ବିନା ପ୍ରତିଦ୍ବନ୍ଦିତାରେ ମୁକୁଟ ପିନ୍ଧିଛନ୍ତି ପ୍ରଣବ ପ୍ରକାଶ ଦାସ (ବବି)। ବବିଙ୍କ ଏଣ୍ଟ୍ରି ପରେ ଏଣିକି ସିଧାସଳଖ ହକି,ଫୁଟବଲ,ଆଥଲେଟିକ୍ସ ପରି ଓଡିଶାରେ କ୍ରିକେଟ ଚମକିବ।ସମସ୍ତ ଙ୍କର ଆଶା ବବି ଓସିଏ ସଭାପତି ହେବା ପରେ କ୍ରିକେଟ ମ୍ୟାନେଜମେଣ୍ଟ ରେ ଆଖିଦୃଶିଆ ପରିବର୍ତ୍ତନ ହେବ। ଜଣେ ବାସ୍ତବବାଦୀ, ଦୂରଦୃଷ୍ଟି ସଂପନ୍ନ ତଥା ବିଚକ୍ଷଣ ନେତା ଭାବେ ସେ ରାଜନୀତି ପରି କ୍ରୀଡାରେ କିଛି କରିସ୍ମା କରି ଦେଖାଇବେ।
କେବଳ ଭିତ୍ତିଭୂମି ନୁହେଁ ବରଂ କ୍ରିକେଟ ପ୍ରତିଭା ଖୋଜିବାରେ ତାଙ୍କ ଅଭିମୁଖ୍ୟ ଓଡିଶା କୁ ଆଗକୁ ନେଇ ପାରିବ ବୋଲି ସମସ୍ତଙ୍କର ଆଶା ଓ ବିଶ୍ବାସ । ଆଜି ବିଧିବଦ୍ଧ ଭାବେ ଓସିଏ ନିର୍ବାଚନ ଅଧିକାରୀ ଘୋଷଣା କରିଥିଲେ ନବ ନିର୍ବାଚିତ ଟିମ୍ l ସଭାପତି ପାଇଁ ପ୍ରଣବ ପ୍ରକାଶ ଦାସ, ସଂପାଦକ ପ୍ରାର୍ଥୀ ସଂଜୟ ବେହେରା, ଉପସଭାପତି-ପଙ୍କଜ ଲୋଚନ ମହାନ୍ତି, ଯୁଗ୍ମ ସଂପାଦକ ପ୍ରଭାତ ଭୋଳ, କୋଷାଧ୍ୟକ୍ଷ-ବିକାଶ ପ୍ରଧାନ, ଆପେକ୍ସ କାଉନସିଲ ସଦସ୍ୟ-ପ୍ରତାପ ପ୍ରଧାନ ।
ଓସିଏ ସଭାପିତ ହେବା ପରେ ପ୍ରଣବ ପ୍ରକାଶ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓସିଏକୁ ନେଇ ବଡ ସ୍ଵପ୍ନ ଦେଖିଥିବା କହିଛନ୍ତି l
ଗ୍ରାମାଞ୍ଚଳ ରୁ କିପରି ଅଧିକ ପ୍ରତିଭା କ୍ରିକେଟକୁ ଆସିବେ ତାହା ଉପରେ ଅଧିକ ଗୁରୁତ୍ବ ଦିଆଯିବ l ୩୦ଟି ଜିଲ୍ଲାରେ କ୍ରିକେଟ କ୍ରୀଡାର କିପରି ଭିତ୍ତିଭୂମି ବିକାଶ ହେବ ତାହା ଉପରେ ଫୋକସ କରାଯିବ ବୋଲି ବିଧିବଦ୍ଧ ଭାବେ ଦାୟିତ୍ଵ ନେବା ପରେ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ଗଣ ମଧ୍ୟମ କହିଥିଲେ l ଗତକାଲି BCCI ପୁରୁଷ କ୍ରିକେଟରଙ୍କ ସହ ମହିଳା କ୍ରିକେଟରଙ୍କୁ ସମାନ ପାରିଶ୍ରମିକ ଘୋଷଣା କରିଛି. ଏହାର ଦିନକ ପୂର୍ବରୁ ଓଡ଼ିଶାରେ ମହିଳା କ୍ରିକେଟକୁ ଆଗେଇବାକୁ ବବି OCA ର ଅନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ସାରିଛନ୍ତି .ଅନ୍ୟପଟେ ଓସିଏର ପିତାମହ ଆଶୀର୍ବାଦ ବେହେରା କହିଛନ୍ତି ଯେ ଓସିଏରେ ଆଜିଠାରୁ ନୂଆ ଯୁଗ ଆରମ୍ଭ ହେଲା l ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ପ୍ରଣବ ପ୍ରକାଶ ଦାସ ଓସିଏ ମଙ୍ଗ ଧରିଛନ୍ତି l ତେଣୁ ଓଡ଼ିଶାରେ ବାରବାଟୀ ଆହୁରି ଚମକିବ l





ପଂଚାୟତ ଓ ପୌର ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ମହିଳାଙ୍କୁ ପ୍ରାର୍ଥୀ କରି ଉଦାହରଣ ସାଜିଛନ୍ତି । ଫଳରେ ୯୦ ପ୍ରତିଶତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ପୌରାଧ୍ୟକ୍ଷର ନେତୃତ୍ବ ମହିଳା ନେଉଛନ୍ତି । ସେହିପରି ଉଭୟ ଲୋକସଭା ଓ ରାଜ୍ୟସଭାରେ ଓଡ଼ିଶାର ମହିଳା ସାଂସଦଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବଢି ଚାଲିଛି । ଏସବୁ କଥା ପ୍ରମାଣିତ କରିଛି ନବୀନ ମାଆମାନଙ୍କୁ ଆଗକୁ ନେବାରେ କେତେ ଚିନ୍ତିତ।
୨୦୧୯ରେ ପରେ ୬ଟି ନିର୍ବାଚନ ହୋଇଛି । ଏଥୁରୁ ୫ଟି ଉପ ନିର୍ବାଚନ ଓ ପାଟକୁରା ନିର୍ବାଚନ । ଏହି ୫ଟି ନିର୍ବାଚନ ମଧ୍ୟରୁ ୩ଟି ମହିଳା ପ୍ରାର୍ଥୀ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ମତଦାତାମାନେ ଗ୍ରହଣ କରି ବଡ଼ ବିଜୟ କରାଇଛନ୍ତି । ବିଜେପୁରରେ ବିଧାୟିକା ପ୍ରାର୍ଥୀ ରୀତା ସାହୁ ବଡ଼ ବ୍ୟବଧାନରେ ପ୍ରଥମେ ୪୩ ହଜାରୁ ଅଧିକ ଭୋଟ ଓ ପରେ ୧ ଲକ୍ଷରୁ ଅଧିକ ଭୋଟରେ ନିର୍ବାଚିତ ହୋଇଥିଲେ । ଭୋଟ ପ୍ରତିଶତ ହାର ୭୪ .୬୭ ପ୍ରତିଶତ ରହିଥିଲା ।
ସେହିପରି ବ୍ରଜରାଜନଗର ଉପ ନିର୍ବାଚନରେ ବିଜେଡ଼ି ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା । ଅଳକା ମହାନ୍ତି ମଧ୍ୟ ରେକର୍ଡ଼ ସଂଖ୍ୟକ ଭୋଟରେ ଜିତିବା ସହ ୬୧.୮୫ ପ୍ରତିଶତ ଭୋଟ ହାତେଇଥିଲେ । ସେହିପରି ପାଟକୁରା ଉପ ନିର୍ବାଚନରେ ସାବିତ୍ରୀ ଅଗ୍ରଓ୍ବାଲ ମଧ୍ୟ ବଡ଼ ବିଜୟ ବ୍ୟବଧାନରେ ବିଜୟ କରିଥିଲେ । ଭୋଟ ପ୍ରତିଶତ ମଧ୍ୟ ବୃଦ୍ଧି ପାଇଥିଲା ବିଜେଡ଼ିର ।

ସହରର କାଳୀପୂଜା ଦେଖିବା ପାଇଁ ଏହାର ପଡୋଶୀ ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାର ଲୋକ ବୁଲିବାକୁ ଆସିଥାନ୍ତି। ବିଭିନ୍ନ ମଣ୍ଡପରେ ଆଜି ଠାରୁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିବା ବେଳେ ଚଳିତ ବର୍ଷ ଶ୍ୟାମାକାଳୀ ଓ ଲକ୍ଷ୍ମୀନାରାୟଣ ପୂଜା ଅତ୍ୟନ୍ତ ଆକର୍ଷଣୀୟ ହୋଇପଡିଛି । ସହରର ପୂଜା ମଣ୍ଡପରେ ସୁଦୃଶ୍ୟ ତୋରଣ ମୂର୍ତିମାନ ବେଶ ଆକର୍ଷଣୀୟ ହୋଇଛି ।ପାଖାପାଖି ୫୦ଟି ମଣ୍ଡପରେ ମା’ ଶ୍ୟାମାକାଳୀ ଓ ଲକ୍ଷ୍ମୀନାରାୟଣଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଇବେ । ୧୧ଟି ମଣ୍ଡପରେ ଚାନ୍ଦିମେଢ଼ ପ୍ରସ୍ତୁତ କରାଯାଇଥିବା ବେଳେ ଏପରିକି କେତେକ ମଣ୍ଡପରେ ଗୋଲଡେନ ମେଢ଼ ମଧ୍ୟ ପ୍ରସ୍ତୁତ କରାଯାଇଛି ।
ଆସନ୍ତାକାଲି ଠାରୁ ବହୁ ପୂଜା ମଣ୍ଡପ ପକ୍ଷରୁ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ୨/୩ ତାରିଖ ପର୍ଯ୍ୟନ୍ତ ଦୈନିକ ସହରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ଜମିବ। ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ୧୦ ପ୍ଲାଟୁନ ଫୋର୍ସ ମୁତାୟନ କରାଯିବ । ପୁଲିସ ପ୍ରଶାସନ ପକ୍ଷରୁ ପୂଜା ଓ ଭସାଣିକୁ ଶାନ୍ତି ଶୃଙ୍ଖଳା ସହ ଶେଷ କରିବା ପାଇଁ ଯାଜପୁର ଆରକ୍ଷୀ ଅଧିକ୍ଷକ ରାହୁଲ ପିଆରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜଣେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୪ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର, ୧୭ଜଣ ସବ୍ଇନ୍ସପେକ୍ଟର, ୫୮ଜଣ ଏଏସଆଇ, ୧୭ ହାବିଲଦାର, ୧୧୩ କନେଷ୍ଟବଳ ଓ ୧୮୬ ହୋମଗାର୍ଡ଼ ଦାୟିତ୍ୱରେ ରହିଛନ୍ତି । ତେବେ ପୂଜା ସମୟରେ ନିଶା ଗ୍ରସ୍ତ ଲୋକଙ୍କୁ କାବୁ କରିବା ପାଇଁ ଟାଉନ ପୁଲିସ ପକ୍ଷରୁ ମଦୁଆ ଧରା ଗାଡିର ବ୍ୟବସ୍ଥା କରାଯାଇଛି।
ସେହିପରି ପୂଜାର ଭିଡରେ ପକେଟ ମାରୁର ଭୟ ରହିଥିବାରୁ ସମସ୍ତ ଲୋକେ ଏଥିପ୍ରତି ସତର୍କ ରହିବାକୁ ଟାଉନ ଥାନା ପକ୍ଷରୁ ନିବେଦନ କରାଯାଇଛି। ତେବେ ଆଜି ଠାରୁ ପୂର୍ବ ଘୋଷଣା ଅନୁସାରେ ସହରରେ ଟ୍ରାଫିକ କଟକଣାକୁ ଜାରି କରାଯାଇଛି।


ଆଉ ସଭିଁଏ ନବୀନଙ୍କ ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶାରେ ଜଣେ ଜଣେ ବିନ୍ଧାଣୀ ହେବାକୁ ଜାତୀୟ ଦଳ ଛାଡ଼ି ବିଜୁ ଜନତା ଦଳରେ ସାମିଲ ହେଉଛନ୍ତି । କାରଣ ବିଜେଡ଼ି ହେଉଛି ଲୋକଙ୍କ ଦଳ ଏକଥା ସେମାନେ ବୁଝିଛନ୍ତି । ବିଜେଡ଼ିରେ ନେତା ନୁହେଁ, କର୍ମୀ ହେବାକୁ ସମେସ୍ତ ଆଗଭର ହୋଇ ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଆଜି ଧାମନଗର ଏନଏସସି,
ମୁସ୍ତାଫାପୁର,ଭଗବାନପୁର ପଂଚାୟତର ବହୁ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଛନ୍ତି । ଧାମନଗର ପୂର୍ବତନ ଆଇଟି ସେଲ ସଂଯୋଜକ ଶ୍ରୀଯୁକ୍ତ ମାନସ ମଣ୍ଟୁ, ଶ୍ରୀଯୁକ୍ତ ଚନ୍ଦନ ଜେନା, ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ଦାସ, ଶ୍ରୀଯୁକ୍ତ ତାପସ ରଞ୍ଜନ ପ୍ରଧାନ, ଶ୍ରୀମତୀ ବର୍ଷା ରାଣୀ ଜେନା, ଶ୍ରୀମତୀ ସରସ୍ବତୀ ଜେନା ତଥା ବରିଷ୍ଠ ନେତୃତ୍ବ ଓ ଶତାଧିକ କର୍ମୀ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି |
ସେହିପରି ସ୍ବାଧୀନ ପ୍ରାର୍ଥୀ ରାଜୁ ଦାସଙ୍କ ଶହଶହ ସମର୍ଥକ ମଧ୍ୟ ବିଜେଡ଼ିରେ ସାମିଲ ହୋଇଛନ୍ତି । ଫଳରେ ଧାମନଗରରେ ବିଜେଡ଼ି ବଡ଼ ବ୍ୟବଧାନରେ ବିଜୟ କରିବ ଏକଥା ଜଳଜଳ କରି ଦେଖାଗଲାଣି । ପଂଚାୟତ ଓ ପୌର ନିର୍ବାଚନରେ ବିଜେଡ଼ି ୨୫ ହଜାର ଭୋଟରେ ଆଗରେ ରହିଛି । ଏହାସହ ଅନ୍ୟଦଳର ନେତା ବିଜେଡ଼ିରେ ସାମିଲ ହେବା ପରେ ତୃଣମୂଳ ସ୍ତରରେ ବିଜେଡ଼ି ସଂଗଠନ ଆହୁରୀ ମଜବୁତ ହୋଇଛି । 
ଧାମନଗର ଉପ ନିର୍ବାଚନରେ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟ ପ୍ରଚାର ଚାଲଇଥିବା ବେଳେ ବିଜେପି ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଜେଣ ମହିଳାଙ୍କ ମୁହଁ ଘୋଡ଼ାଇ ଟଙ୍କା ବଣ୍ଟା କରାଇଥିବାର ବିଜେଡ଼ି ଦୃଷ୍ଟିକୁ ଆସିଛି ବୋଲି ଦଳ ପ୍ରେସ ମିଟରେ ଅଭିଯୋଗ କରିଛି । ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଯୁକ୍ତି ହେଉଛି ଧାମନଗରବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେବା ଓ ବିକାଶଧାରା ସହ ଯୋଡ଼ି ହୋଇ ରହିଛନ୍ତି । ତେଣୁ ସବୁ ନିର୍ବାଚନୀ ମଣ୍ଡଳୀ ଭଳି ଧାମନଗରରେ ମଧ୍ୟ ବିକାଶ ସପକ୍ଷରେ ଭୋଟ ପଡ଼ିବ ବୋଲି ସେ କହିଛନ୍ତି ।
ଏହାସହ ଧାମନଗରରେ ବିଜେଡ଼ି ପ୍ରାର୍ଥୀ ବଡ଼ ଭୋଟ ବ୍ୟବଧାନରେ ବିଜୟୀ ହେବେ ବୋଲି ସାଂସଦ ମାନସି ମଙ୍ଗରାଜ କହିଛନ୍ତି ।
ବିଜେପି, କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀ କିପରି ଅଧିକ ଭୋଟ ହାତେଇବେ ସେ ନେଇ ଦିନରାତି ଏକ କରିଦେଇଛନ୍ତି l ବିଜେଡ଼ିକୁ ଟକ୍କର ଦେବା ପାଇଁ ବିରୋଧୀଙ୍କ ସବୁ ରଣନୀତି ଧାମ ନଗରରେ ଫୁଶୁକି ଯାଉଥିବା ବେଳେ ପ୍ରତ୍ୟେକ ଦିନ ନୂଆ ନୁଆ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଶାସକ ଦଳକୁ ଅକଳରେ ପକାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ବିରୋଧୀ । ଜାତିପ୍ରଥା, ଜିଲ୍ଲା ଜିଲ୍ଲା ଭେଦଭାବ ସୃ୍ଷ୍ଟି କରି ବିରୋଧୀ ଧାମନଗରବାସୀଙ୍କ ମନ ଜଣିବାକୁ ପ୍ରୟାସ କରୁଥିବା ବେଳେ ଭୋଟରଙ୍କ ଉପରେ କିନ୍ତୁ ଏହାର କୌଣସି ପ୍ରଭାବ ପଡ଼ୁନାହିଁ l କାରଣ ପଡ଼ୋଶୀ ଜିଲ୍ଲାରୁ ବିରୋଧୀ କ୍ୟାମ୍ପର ଗଣ୍ଡାଗଣ୍ଡା ନେତା ଧାମନଗରେ ଡ଼େରା ପକାଇ ଦଳୀୟ ପ୍ରାର୍ଥୀ ସପକ୍ଷରେ ଭୋଟ ଭିକ୍ଷା କରୁଥିବା ବେଳେ ଶାସକ ଦଳକୁ ଏ ପ୍ରସଙ୍ଗରେ ଟାର୍ଗେଟ କରିବା ବିରୋଧୀଙ୍କ ରାଜନୈତିକ ରଣନୀତି ବୋଲି ଧାମନଗରବାସୀ ଭଲ ସେ ବୁଝି ଗଲେଣି l ସେହିପରି ଶାସକ ଦଳ ବିରୋଧରେ ଅପପ୍ରଚାର, ରାଜନୈତିକ ବୟାନବାଜି ମଧ୍ୟ ଭୋଟରଙ୍କୁ ଛୁଇପାରି ନାହିଁ । ଧାମନଗର ଉପ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ଶାସକ ଓ ବିରୋଧୀ ମଧ୍ୟରେ ଗଡ଼ ଦଖଲ କରିବା ପାଇଁ ଆକ୍ଷେପ ଓ ପ୍ରତି ଆକ୍ଷେପ ବୟାନ ବାଜି ତୀବ୍ର ହୋଇଛି l ବିଜେଡ଼ିର ଯୁକ୍ତି ହେଉଛି ଦୁଇ ବିରୋଧି ବିଜେପି ଓ କଂଗ୍ରେସ ଧାମନଗର ଦଖଲ କରିବା ଚିନ୍ତାରେ ଲାଗିଥିବା ବେଳେ ବିଜେଡ଼ି ଧାମନଗର ବିକାଶ ରଥ କିପରି ଅଗ୍ରଗତି ହେବ ସେ ଚିନ୍ତାରେ କାମ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତି ଓ ଆଦର୍ଶକୁ
ଆଗକୁ ନେବା ପାଇଁ ଧାମ ନଗରବାସୀ ସଙ୍କଳ୍ପ କରିଛନ୍ତି । ତେଣୁ ଲୋକେ ବିଜେଡି ସହ ଥିଲେ ଓ ରହିବେ ବୋଲି ଦଳ କହିଛି l ସେହିପରି ବିଜେପି ଏଥର ଧାମ ନଗରରେ ବିଜୟ କରିବ ବୋଲି ଯୁକ୍ତି ବାଢ଼ିଛି l ଅନ୍ୟପଟେ କଂଗ୍ରେସ କହିଛି ଯେ ଦରଦାମ୍ ପାଇଁ ବିଜେପିକୁ ଲୋକେ ପ୍ରତ୍ୟାଖାନ କରିବେ l ବିଜେଡି ବିଜେପିକୁ ସବୁ ପ୍ରସଂଗରେ ସହଯୋଗ କରୁଥିବାରୁ ବିଜେଡିକୁ ମଧ୍ୟ ଲୋକେ ଭୋଟ ଦେବେ ନାହିଁ l ତେଣୁ କଂଗ୍ରେସ ଏକମାତ୍ର ବିକଳ୍ପ ବୋଲି ଦଳ ଯୁକ୍ତି ବାଢ଼ିଛି l ତେଣୁ ଧାମନଗର ରେ ବିଜେଡି ସହ କଂଗ୍ରେସର ଲଢେଇ ହେବ ବୋଲି ଦଳ କହିଛି l ଏବେ ନଜର ପକାନ୍ତୁ ୨୦୦୦ରୁ ୨୦୨୨ ଯାଏ ଧାମ ନଗର ଉନିର୍ବାଚନରେ ଫଳାଫଳ ଉପରେ l 
୨୦୦୦ ମସିହାରେ ଧାମନଗରରେ ସ୍ବାଧୀନ ପ୍ରାର୍ଥୀ ଜଗନ୍ନାଥ ମଲ୍ଲିକ ଜିତିଥିବା ବେଳେ ୨୦୦୪ ମସିହାରେ ବିଜେଡ଼ି-ବିଜେପି ମେଣ୍ଟ ପ୍ରାର୍ଥୀ ମନମୋହନ ସାମଲ, ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ବିଜେପି କୁ ଭୋଟର ପ୍ରତ୍ୟାଖାନ କରି ପୁଣି ଥରେ ବିଜେଡ଼ିକୁ ଜିତାଇ ଥିଲେ l ସେହିପରି ୨୦୧୪ରେ ମଧ୍ୟ ବିଜେଡ଼ି ଧାମନଗରରେ ବିଜୟ ଧ୍ବଜା ଉଡ଼ାଇଥିଲା ।
୨୦୧୯ରେ ବିଜେଡ଼ି ପ୍ରତି ଜନ ଆର୍ଶୀବାଦ ମିଳିଥିଲେ ମଧ୍ୟ ଶେଷ ମୁହୁର୍ତ୍ତରେ ମାତ୍ର ୪ହଜାର ୬୨୫ ଭୋଟରେ ବିଜେଡ଼ି ପରାଜିତ ହୋଇଥିଲା । ହେଲେ ଏହାପରେ ପଂଚାୟତ ଓ ପୌର ନିର୍ବାଚନରେ ଧାମନଗରବାସୀ ବିଜେଡ଼ିକୁ ଆର୍ଶୀବାଦ କରିଥିଲେ । ଏସବୁ ସମୀକ୍ଷା କଲେ ବିଜେଡ଼ିର ପାଲା ଧାମନଗରେ ଏବେ ଭାରୀ ରହିଛି l ତେବେ ଦଳୀୟ ନେତାଙ୍କ କହିବା କଥା ହେଉଛି ଦଳ ଏବେ କେତେ ଅଧିକ ଭୋଟ ବ୍ୟବଧାନରେ ବିଜୟ କରିବ ସେ କାମରେ ଲାଗିଛି । ବିରୋଧି ମଧ୍ୟ ବାଜି ଜିତିବାକୁ କସରତ ଓ ସବୁ ପ୍ରକାର ଚେଷ୍ଟା ଜାରୀ ରଖିଛନ୍ତି । ତେବେ ୬ତାରିଖ ଦିନ ନିର୍ବାଚନ ଫଳାଫଳ ପ୍ରକାଶ ପାଇଲେ ସ୍ପଷ୍ଟ ହେବ କାହା ମୁଣ୍ଡରେ ସୁନା କଳସ ଢାଳିବେ ଧାମନଗରବାସୀ l



