() ଦୁର୍ଦ୍ଦିନର ସଖା। ଯେଉଁଠି ବିପଦ ଆସିଲେ ସଙ୍ଗେ ସଙ୍ଗେ ସେଠାରେ ପହଂଚି ଯାଆନ୍ତି। ସେ ରାତି ହେଉ ଅବା ଦିନ। ତାର କୋୖଣସି ଫରକ ପଡେ ନାହିଁ। ଆଉ ନିଜ ନିର୍ବାଚନୀ ମଣ୍ଡଳୀରେ ବିଧାୟକ ଭାବେ ନୁହେଁ ଜଣେ ଦରଦି ବନ୍ଧୁ ଭାବରେ ଅଂଚଳର କାମ କରନ୍ତି। ଏମିତି ଜଣେ କର୍ମଠ ହେଉଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ସାଏ । ଲଘୁଚାପ ଯୋଗୁଁ ଲଗାଣ ବର୍ଷା ଫଳରେ ମହାନଦୀ ପାର୍ଶ୍ୱବର୍ତୀ ଅଞ୍ଚଳରେ ଭୟଙ୍କର ବନ୍ୟା ଦେଖାଦେଇଛି। ଆଠମଲ୍ଲିକର କିଛି ପଂଚାୟତ ମଧ୍ୟ ଏହି ବନ୍ୟାରେ ପ୍ରଭାବିତ ହୋଇଛି। ବନ୍ୟା ଆଶଙ୍କା ଦେଖା ଦେବା କ୍ଷଣେ ହିଁ ସେ ସମ୍ପୂକ୍ତ ଅଞ୍ଚଳରେ ପହଂଚି ଲୋକଙ୍କ ସମସ୍ୟା ରେ ଠିଆ ହୋଇଛନ୍ତି ବିଧାୟକ। କେମିତି ଲୋକଙ୍କୁ ସ୍ଥାନାନ୍ତର କରାଯିବ, କେମିତି ରିଲିଫ ମିଳିବ? ବିଶେଷ ଭାବରେ କାହାର ସ୍ୱାସ୍ଥ୍ୟ ଖରାପ ହେଲେ କେମିତି ସେ ତାକୁ ଡାକ୍ତରଖାନା ନିଆଯିବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ବିଧାୟକ । ବନ୍ୟା ମୁକାବିଲା ପାଇଁ ପ୍ରଶାସନକୁ ମଧ୍ୟ ତତ୍ପର କରି, ସ୍ଥିତିର ମଧ୍ୟ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ସବୁବେଳେ ବିପର୍ଯ୍ୟୟ ପରିଚାଳନା ଦେଶରେ ଏକ ନମ୍ବର। ଯେଉଁଥିରେ ଜନ ପ୍ରତିନିଧିମାନଙ୍କର ଅନେକ ଭୂମିକା ରହିଥାଏ। ଏହି କ୍ରମରେ ରମେଶ ମଧ୍ୟ ମୁଖ୍ୟମନ୍ତ୍ରୀ ହନୁମାନ ସାଜି ଆଠମଲ୍ଲିକବାସୀଙ୍କ ସେବାରେ ଲାଗିପଡିଛନ୍ତି । ଜଣେ ନେତା ଭାବରେ ନୁହେଁ ବରଂ ଜଣେ ଦରଦୀ ଆଠମଲ୍ଲିକିଆ ଭାବରେ। ରମେଶଙ୍କ କାର୍ଯ୍ୟଶୈଳିକୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ଦଳ ମତ ନିର୍ବିଶେଷରେ ସବୁଠି ପ୍ରସଂଶା କରିଛନ୍ତି।
ପାଣି ରେ ଭାସି ତ୍ରିରଙ୍ଗା ଉଡ଼ାଇ ଲେ ଯୋଗ ଗୁରୁ ଅଶୋକ ବରାଳ….
() ସ୍ବାଧିନତା ଦିବସ ନିଆରା ଢଙ୍ଗରେ ପାଳିତ
ପାଣି ରେ ଭାସି ତ୍ରିରଙ୍ଗା ଉଡ଼ାଇ ଲେ ଯୋଗ ଗୁରୁ ଅଶୋକ ବରାଳ।
ଜଳରେ ଭାସିବାର କୈାଶଳ ବିଶ୍ୱବାସୀଙ୍କୁ ଜଳ ବୁଡ଼ି ରୁ ଦେବ ମୁକ୍ତି।
{} ଭୁବନେଶ୍ୱର ରେ ନିଆରା ଢଙ୍ଗରେ ପାଳିତ ହୋଇଛି ସ୍ବାଧୀନତା ଦିବସ । ଜଳ ଯୋଗ ଗୁରୁ ଅଶୋକ କୁମାର ବରାଳ ଭୁବନେଶ୍ୱର ସ୍ଥିତ ଐତିହାସିକ ପୁଷ୍କରିଣୀ ଜଳରେ ଭାସି ଜାତୀୟ ପତାକା ଉଡ଼ାଇ ଛନ୍ତି। ଜଳରେ ଭାସମାନ ଅବସ୍ଥାରେ ତ୍ରିରଙ୍ଗା ପତାକା କୁ ସଲାମି ଦେଇ ଦେଶର ସ୍ବାଧୀନତା ପାଇଁ ଆତ୍ମବଳି ଦେଇ ଥିବା ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ଭକ୍ତିପୂତ ସମ୍ମାନ ଜଣାଇ ଛନ୍ତି। ୭୫ ବର୍ଷ ତଳେ ଆମ୍ଭେମାନେ କେବଳ ଇଂରାଜେ ମାନଙ୍କ ଠାରୁ ସ୍ବାଧିନ ହୋଇ ଥିଲୁ ହେଲେ ସେହି ଆଜାଦି ଆମକୁ ଭୁଖା , ଅଶିକ୍ଷିତ, ଅସ୍ପୃଶ୍ୟତା, ଅସ୍ଥିରତା ଏବଂ ଅନ୍ଧବିଶ୍ୱାସ ଭଳି କୁସଂସ୍କାର ଠାରୁ ମୁକ୍ତି ଦେଇଛି। ସ୍ବାଧିନ ଭାରତରେ ଆମେ କେବଳ ସୁରକ୍ଷିତ ନାହୂଁ ଆମେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଏବଂ ବୈଷୟିକ କ୍ଷେତ୍ର ରେ ବିଶେଷ ପ୍ରଗତି କରିଛୁ। ଯାହାଫଳରେ ଭାରତ ବିଶ୍ଵ ରେ ନିଜର ପତିଆରା ଜାହିର କରିପାରିଛି ବୋଲି ଶ୍ରୀ ବରାଳ କହିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଜଳରେ ଭାସିବା କୈ।ଶଳ ବିଶ୍ୱବାସୀଙ୍କୁ ଜଳ ବୁଡ଼ି ରୁ ମୁକ୍ତ ଦେବ । ଯେଉଁଥିପାଇଁ ସେ ଜଳରେ ଭାସମାନ ଅବସ୍ଥାରେ ପତକା ଉଡ଼ାଇ କରିଛନ୍ତି।
ଜଳରେ ଭାସିବାର ଗୁଣ ପ୍ରତ୍ୟେକ ପ୍ରାଣୀ ଙ୍କ ଶରୀରର ରହିଛି। ମନୁଷ୍ୟ ଶରୀର ରେ ମଧ୍ୟ ପାଣିରେ ଭାସିବାର ଗୁଣ ରହିଛି ଏହି ସନ୍ଦେଶ ବିଶ୍ୱବାସୀଙ୍କ ପାଖରେ ପହଞ୍ଚାଇବାକୁ ପାଇଁ ଜଳ ଯୋଗ ଗୁରୁ ଅଶୋକ ବରାଳ ଏହି ଅବସରରେ ପ୍ରୟାସ କରିଛନ୍ତି। ଏହି ଉତ୍ସବ ରେ ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲ ର ଛାତ୍ରଛାତ୍ରୀ ମାନଙ୍କ ସହିତ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ,, ଫୋରମ୍ ଫର ସ୍ମାର୍ଟ ର ପ୍ରତିଷ୍ଠାତା ସଦସ୍ୟା ତଥା ସଂଙ୍କଳ୍ପ ଟିଭି ର ପ୍ରତିଷ୍ଠାତା ଅଶୋକ ଦାସ, ଯୁବ ଏବଂ କ୍ରିଡ଼ା ବିଭାଗର ଯୁଗ୍ମ ସଚିବ ବିଜୟାନନ୍ଦ ନାୟକ ଓ ଶୈଳେନ୍ଦ୍ର କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।।
ଆଖିଲ ଭାରତୀୟ ମହିଳା ସମ୍ବିଳନ ଦେବଗଡ଼ ଶାଖା ପକ୍ଷରୁ ସ୍ବାଧୀନତା ଦିବସ ପାଳନ…
() ସ୍ବାଧୀନତା ର ୭୫ ବର୍ଷ ପୂର୍ତ୍ତି ତଥା ପବିତ୍ର ସ୍ବାଧୀନତା ଦିବସ ଅବସରରେ ଆଖିଳ ଭାରତୀୟ ସମ୍ବିଳନ ,ଦେବଗଡ଼ ଶାଖା ପକ୍ଷରୁ ଉତ୍ସାହ ଉଦିପନା ସହ ପାଳିତ ହୋଇ ଯାଇଛି । ସ୍ଥାନୀୟ ମାରୱାଡି ଧର୍ମଶାଳା ରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଉତ୍ସବ ରେ ସଦସ୍ୟା ମାନେ ଯୋଗ ଦେଇ ଜାତୀୟ ପତାକା କୁ ସଲାମୀ ଦେବା ସହ ସମୂହ ଜାତୀୟ ସଙ୍ଗୀତ ବୋଲି ଥିଲେ । ପରେ ଉପସ୍ଥିତ ଜନତା କୁ ମିଷ୍ଠାନ ବଣ୍ଟନ କରିଥିଲେ । ଦେବଗଡ଼ ଶାଖା ର ସଭାପତି କବିତା ଗୋଏଲ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉପ ସଭାପତି କିରଣ ଅଗ୍ରୱାଲ, ସମ୍ପାଦକ ଅନିତା ଅଗ୍ରୱାଲ , ସରିତା ସମାନୀ, ଶିଖା ଅଗ୍ରୱାଲ, ନୈନା ଅଗ୍ରୱାଲ, ସୋନି ମିତଲ , ବବଲି ମିତଲ ,ଅମ୍ବିକା ସମାନୀ ପ୍ରମୁଖ ଯୋଗ ଦେଇ ଅତୀତର ସେହି ବୀର ମାନଙ୍କ ବଳିଦାନ କୁ ମନେ ପକାଇବା ସହ ଏକ ସୁସ୍ଥ ଏବଂ ସମୃଦ୍ଧଶାଳୀ ରାଷ୍ଟ୍ର ଗଠନ ରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ।
ହୋଇପାରେ ବନ୍ୟା…
()ବର୍ତ୍ତମାନ ସ୍ଥିତି ଅନୁଯାୟୀ ମଧ୍ୟମ ଧରଣର ବନ୍ୟା ବୋଲି କହି ପାରିବା । ପ୍ରବଳ ବନ୍ୟା କୁ ଏଡାଇ ପାଇଁ ପଦକ୍ଷେପ ନିଆଯାଉଛି । ତେଲ ନଦୀରେ 5 ଲକ୍ଷ କ୍ୟୁସେକ ପାଣି ଆସୁଥିବା ରୁ ହୀରାକୁଦ ର 8 ଟି ଗେଟ ବନ୍ଦ କରାଗଲା । ତେଣୁ ମୁଣ୍ଡଳୀ ଦେଇ ଆମେ 11 ଲକ୍ଷ କ୍ୟୁସେକ ପାଣି ପାସ କରାଇବା ପାଇଁ ଚେଷ୍ଟା କରୁଛୁ । ହୀରାକୁଦରେ 621 ଫୁଟ ପାଣି ରହିଛି । ଉପର ମୁଣ୍ଡରେ ବର୍ଷାରେ ହେଉଥିବା ରୁ ଆହୁରି ଏହି ପାଣି ବଢ଼ିବ । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା…
ବନ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ଙ୍କ ସୂଚନା
ଓଡିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇଛି । ବିଶେଷ କରି ମହାନଦୀ ସିଷ୍ଟମ ରେ ଅଧିକ ବର୍ଷା ରେକର୍ଡ କରାଯାଇଛି । ସବୁଠୁ ଅଧିକ 7 ଟି ବ୍ଲକ ରେ 200 ରୁ ଅଧିକ ମିମି ବର୍ଷା ରେକର୍ଡ କରାଯାଇଛି । 132 ଟି ବ୍ଲକ ରେ 50 ମିମି ରୁ ଅଧିକ ବର୍ଷା ହୋଇଛି । ହୀରାକୁଦ କୁ ବନ୍ୟା ଜଳ ପ୍ରବେଶ ବଢିଛି । ଆସନ୍ତା କାଲି ପ୍ରାୟ 9 ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ଯାଇ ପାରେ । ତେଲ ନଦୀରେ ପାଖାପାଖି 5 ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ପାଣି ଆସି ପାରେ । ପ୍ରବଳ ବନ୍ୟା ହୋଇପାରେ । ହୀରାକୁଦର 8 ଟି ଗେଟ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି ବୈଠକରେ । ଯାହା ଦ୍ୱାରା ହୀରାକୁଦ ରୁ ବନ୍ୟା ଜଳ ଛାଡିବା କମିଛି । 1 ଲକ୍ଷ କ୍ୟୁସେକ ପାଣି ଆସିବା କମିଯିବ । ଜଳ ସମ୍ପଦ ବିଭାଗ ଚେଷ୍ଟା କରୁଛି ମୁଣ୍ଡଳୀ ନିକଟରେ 11 ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରାଇବ । ଯଦି ସବୁ ପାଣି ଛଡ଼ାଯାଏ ତେବେ ସାଢ଼େ 12 ଲକ୍ଷ କ୍ୟୁସେକ ପାଣି ହୋଇଯିବ । ମୁଣ୍ଡଳୀରେ ଏବେ 9 ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରୁଛି । ଯାହା କି ଆସନ୍ତା କାଲି 11 ଲକ୍ଷ କ୍ୟୁସେକ ରେ ପହଁଚିବ । ତେବେ ଏହାର ମୁକାବିଲା ଲାଗି ଯାହା ଟିମ ଗତକାଲି ନିୟୋଜିତ ହୋଇଥିଲେ ତାହା ବାଦ
ଓଡ୍ରାଫର ଆଉ ଏନଡ଼ିଆରଫ 12 ଟି ଓ ଅଗ୍ନି ଶମ ବିଭାଗର 20 ଟି ଟିମ ଅତିରିକ୍ତ ପଠାଯାଇଛି ।
କେନ୍ଦ୍ରାପଡା,ଜଗତସିଂହପୁର, ପୁରୀ,ଖୋର୍ଦ୍ଧା,କଟକ ଭଳି ଜିଲ୍ଲା ଅଧିକ ପ୍ରଭାବିତ ହେବ । ତେଣୁ ସ୍ଥାନୀୟ ପ୍ରଶାସନକୁ ଆଲର୍ଟ କରାଯାଇଛି । ଆସନ୍ତା 18 ତାରିଖରେ ଆଉ ଏକ ଲଘୁଚାପ ଆସିବ। IMD DG ଙ୍କ ସହ ଆଲୋଚନା ହୋଇଛି। ତାହାର ଏତେ ପ୍ରଭାବ ରହିବ ନାହିଁ
ପ୍ରଦୀପ କୁମାର ଯୋଜନା, ସ୍ୱତନ୍ତ୍ର ରିଲିଫ କମିଶନର
ଓଡ଼ିଶା ଅନ୍ୟ ମାନଙ୍କ ପାଇଁ ମାର୍ଗଦର୍ଶକ…
{} ସ୍ୱାଧୀନତା ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଅଭିଭାଷଣ ।
() ଆଜି ସାରା ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଜଣେ ଭାରତୀୟ ଭାବରେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ପବିତ୍ର ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନଆଜି ସାରା ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଜଣେ ଭାରତୀୟ ଭାବରେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ପବିତ୍ର ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ ଜଣାଉଛି।
ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ, ମୌଲାନା ଆଜାଦ, ଡଃ ବି.ଆର. ଆମ୍ବେଦକର, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ସହିଦ୍ ଲକ୍ଷ୍ଣଣ ନାଏକ, ବୀର ସୁରେନ୍ଦ୍ର ସାଏ, ମା ରମାଦେବୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ୍ ସଂଗ୍ରାମୀ ମାନଙ୍କ ନେତୃତ୍ୱରେ ଆମେ ସ୍ୱାଧୀନତା ହାସଲ କରିଛୁ ଳ ଏହି ଅବସରରେ ସେମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଜୱାନ ମାନଙ୍କ ପ୍ରତି ମଧ୍ୟ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । Covid ମହାମାରୀ ସମୟରେ ମାନବ ଜାତିର ସେବାରେ ସହୀଦ ହୋଇ ଥିବା କୋଭିଡ ଯୋଦ୍ଧା ମାନଙ୍କୁ ମଧ୍ୟ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
ଆମର ସ୍ବାଧୀନତା ଥିଲା କୋଟି କୋଟି ଭାରତୀୟ ମାନଙ୍କ ବିଜୟ। ସତ୍ୟ ଓ ଅହିଂସା ର ବିଜୟ. ଏହି ବିଜୟ ସାରା ବିଶ୍ବକୁ ରାସ୍ତା ଦେଖାଇଛି। ଗତ ୭୫ ବର୍ଷରେ ଦେଶ ଅନେକ ମାଇଲ ଷ୍ଟୋନ ହାସଲ କରିଛି। କୃଷି, ଶିକ୍ଷା, ସ୍ବାସ୍ଥ୍ୟ, Science & Technology, ଶିଳ୍ପ, ଗବେଷଣା ଆଦି ବିଭିନ୍ନ କ୍ଷେତ୍ରରେ ଭାରତ ଆଜି ଆଗୁଆ ଦେଶ ସହ ପ୍ରତିଯୋଗିତା କରିପାରୁଛି.
ଆମ ଓଡିଶା ମଧ୍ୟ ଦେଶର ବିକାଶ ସହିତ ତାଳ ଦେଇ ଆଗେଇ ଚାଲିଛି। ୭୫ ବର୍ଷରେ ଓଡିଶା ଅନେକ landmark ହାସଲ କରି ଦେଶକୁ ରାସ୍ତା ଦେଖାଇଛି।
ଓଡିଶାରେ ଆଜି transformationର ନୂଆ ଯୁଗ ଆରମ୍ଭ ହୋଇଛି। ଓଡିଶାର ସଫଳତା ଅନ୍ୟ ମାନଙ୍କ ପାଇଁ ମାର୍ଗ ଦର୍ଶନ କରୁଛି । ଏକ Food deficit ରାଜ୍ୟରୁ ଏକ food surplus ରାଜ୍ୟ ହେବା, disaster managementରେ ବିଶ୍ବ ପାଇଁ ଆଦର୍ଶ ସୃଷ୍ଟି କରିବା, sports hub ଭାବରେ ପରିଚୟ ସୃଷ୍ଟି କରିବା ଓ , ୭୦ ଲକ୍ଷ ମାଙ୍କୁ ସଶକ୍ତ କରିବା ଆଦି landmark ଆମ ଓଡିଶାର ଜୟଯାତ୍ରାର ପ୍ରତୀକ। ଶିକ୍ଷା ଆମର focus. ଆମ ସ୍କୁଲ transformation programme, quality educationର ଦୃଢ ପ୍ରତିଶ୍ରୁତି ବହନ କରୁଛି। ପିଲାମାନଙ୍କ ଭିତରେ ନୂଆ ଆଶା ସୃଷ୍ଟି କରିଛି। ଗାଁର talented ପିଲାମାନଙ୍କ ପାଇଁ ଆରମ୍ଭ ହୋଇଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ଆଜି ବେଶ୍ ଲୋକପ୍ରିୟ ହୋଇଛି । କୋଟିଆରୁ ଆରମ୍ଭ କରି ଭୁବନେଶ୍ବାରର iconic OAV ପର୍ଯ୍ୟନ୍ତ ୩୧୫ଟି ଆଦର୍ଶ ବିଦ୍ୟାଳୟରେ ଆଜି ଏକ ଲକ୍ଷ୍ ପିଲା ପାଠ ପଢୁଛନ୍ତି। ଆଜି ଏହି ଅବସରରେ ୫ ହଜାର ଝିଅ ପିଲାଙ୍କ ପାଇଁ ଆଦର୍ଶ ବିଦ୍ୟାଳୟ ରେ ୫୦ଟି ହଷ୍ଟେଲର କରାଯାଇଛି।
ସ୍ବାଧୀନତାର ୭୫ ବର୍ଷ ଅବସରରେ ଆମେ ରାଜ୍ୟର ୩୦ଟି ଜିଲ୍ଲାର ଗ୍ରାମାଞ୍ଚଳରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ର ୩୦୦୦ ସ୍ମାରକୀ ସ୍ଥାପନ କରୁଛୁ। ଆମର ଯୁବ ବର୍ଗଙ୍କ ପାଇଁ କର୍ମ ନିଯୁକ୍ତି ଉପରେ ଆମେ ବିଶେଷ ଗୁରୁତ୍ବ ଦେଇଛୁ । ସରକାରୀ କ୍ଷେତ୍ରରେ ଖାଲି ଥିବା ବିଭିନ୍ନ ପଦବୀ ଗୁଡିକ ପୂରଣ ପାଇଁ regular recruitment ଜାରି ରହିଛି । ବିଭିନ୍ନ ବିଭାଗରେ ୭୦ ହଜାରରୁ ଅଧିକ entry level ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି। ଜନଜାତି ଭାଇଭଉଣୀ ମାନଙ୍କ ବିକାଶ ଓ ସେମାନଙ୍କ empowerment କ୍ଷେତ୍ରରେ ଓଡିଶା ବହୁତ ଭଲ କାମ କରିଛି। ଓଡ଼ିଶାର ଜନଜାତି ପିଲାମାନେ ଆଜି ବିଭିନ୍ନ କ୍ଷେତ୍ରରେ, ଦେଶ ବିଦେଶରେ ସୁନାମ ଅର୍ଜନ କରୁଛନ୍ତି। ନିକଟରେ ରୋମ୍ରେ ଆମ ଓଡିଆ ପିଲା ଶେଷା କିଶାନଙ୍କୁ ଭେଟି ମୋତେ ବହୁତ ଖୁସି ଲାଗିଥିଲା ।
ଖାଦ୍ୟ ସୁରକ୍ଷା ପରେ nutrition security ଅମର focus. Millet mission ରାଜ୍ୟର ଉଣେଇଶ ଟି ଜିଲ୍ଲା କୁ extend କରାଯାଇଛି ଏଥିପାଇଁ ଦୁଇ ହଜ଼ାର ଆଠଶହ କୋଟି ଟଙ୍କା ଖର୍ଚ୍ଚ ହେବ।
ଓଡିଶା ଜଗନ୍ନାଥଙ୍କ ପବିତ୍ର ଭୂମି। ଓଡିଆ ମାନେ ସବୁବେଳେ regional mindsetରୁ ଉପରକୁ ଉଠି national spiritରେ କାମ କରନ୍ତି। Indian National Hockeyର both men and women Teamକୁ ଓଡିଶା sponsor କରିବା ଆମ nationalistic spiritର best example।
ଆଉ ୨୫ ବର୍ଷ ପରେ ଆମେ ସ୍ବାଧୀନତାର centenary year ପାଳନ କରିବା । ସେଥିପାଇଁ ଆମକୁ ବର୍ତ୍ତମାନ ଠାରୁ ପ୍ରସ୍ତୁତ ହେବାକୁ ହେବ.। ମୋର ପୁରା ବିଶ୍ୱାସ ଏହି ସମୟ ମଧ୍ୟରେ ଦେଶର ବିକାଶରେ ଓଡିଶାର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିବ। ଆମେ ସମସ୍ତେ ଯଦି ଦିନର ଅଳ୍ପ କିଛି ସମୟ ଦେଶ ପାଇଁ ଦେଇପାରିବା ତେବେ ଆମେ ବହୁତ ବଡ଼ ପରିବର୍ତ୍ତନ ଆଣି ପାରିବା ।
ଜୟ ହିନ୍ଦନ୍ଦନ ଜଣାଉଛି।
ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ, ମୌଲାନା ଆଜାଦ, ଡଃ ବି.ଆର. ଆମ୍ବେଦକର, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ସହିଦ୍ ଲକ୍ଷ୍ଣଣ ନାଏକ, ବୀର ସୁରେନ୍ଦ୍ର ସାଏ, ମା ରମାଦେବୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ୍ ସଂଗ୍ରାମୀ ମାନଙ୍କ ନେତୃତ୍ୱରେ ଆମେ ସ୍ୱାଧୀନତା ହାସଲ କରିଛୁ ଳ ଏହି ଅବସରରେ ସେମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଜୱାନ ମାନଙ୍କ ପ୍ରତି ମଧ୍ୟ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । Covid ମହାମାରୀ ସମୟରେ ମାନବ ଜାତିର ସେବାରେ ସହୀଦ ହୋଇ ଥିବା କୋଭିଡ ଯୋଦ୍ଧା ମାନଙ୍କୁ ମଧ୍ୟ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
ଆମର ସ୍ବାଧୀନତା ଥିଲା କୋଟି କୋଟି ଭାରତୀୟ ମାନଙ୍କ ବିଜୟ। ସତ୍ୟ ଓ ଅହିଂସା ର ବିଜୟ ଏହି ବିଜୟ ସାରା ବିଶ୍ବକୁ ରାସ୍ତା ଦେଖାଇଛି।
ଗତ ୭୫ ବର୍ଷରେ ଦେଶ ଅନେକ ମାଇଲ ଷ୍ଟୋନ ହାସଲ କରିଛି। କୃଷି, ଶିକ୍ଷା, ସ୍ବାସ୍ଥ୍ୟ, Science & Technology, ଶିଳ୍ପ, ଗବେଷଣା ଆଦି ବିଭିନ୍ନ କ୍ଷେତ୍ରରେ ଭାରତ ଆଜି ଆଗୁଆ ଦେଶ ସହ ପ୍ରତିଯୋଗିତା କରିପାରୁଛି।
ଆମ ଓଡିଶା ମଧ୍ୟ ଦେଶର ବିକାଶ ସହିତ ତାଳ ଦେଇ ଆଗେଇ ଚାଲିଛି। ୭୫ ବର୍ଷରେ ଓଡିଶା ଅନେକ landmark ହାସଲ କରି ଦେଶକୁ ରାସ୍ତା ଦେଖାଇଛି।
ଓଡିଶାରେ ଆଜି transformationର ନୂଆ ଯୁଗ ଆରମ୍ଭ ହୋଇଛି। ଓଡିଶାର ସଫଳତା ଅନ୍ୟ ମାନଙ୍କ ପାଇଁ ମାର୍ଗ ଦର୍ଶନ କରୁଛି । ଏକ Food deficit ରାଜ୍ୟରୁ ଏକ food surplus ରାଜ୍ୟ ହେବା, disaster managementରେ ବିଶ୍ବ ପାଇଁ ଆଦର୍ଶ ସୃଷ୍ଟି କରିବା, sports hub ଭାବରେ ପରିଚୟ ସୃଷ୍ଟି କରିବା ଓ , ୭୦ ଲକ୍ଷ ମାଙ୍କୁ ସଶକ୍ତ କରିବା ଆଦି landmark ଆମ ଓଡିଶାର ଜୟଯାତ୍ରାର ପ୍ରତୀକ।
ଶିକ୍ଷା ଆମର focus. ଆମ ସ୍କୁଲ transformation programme, quality educationର ଦୃଢ ପ୍ରତିଶ୍ରୁତି ବହନ କରୁଛି। ପିଲାମାନଙ୍କ ଭିତରେ ନୂଆ ଆଶା ସୃଷ୍ଟି କରିଛି। ଗାଁର talented ପିଲାମାନଙ୍କ ପାଇଁ ଆରମ୍ଭ ହୋଇଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ଆଜି ବେଶ୍ ଲୋକପ୍ରିୟ ହୋଇଛି । କୋଟିଆରୁ ଆରମ୍ଭ କରି ଭୁବନେଶ୍ବାରର iconic OAV ପର୍ଯ୍ୟନ୍ତ ୩୧୫ଟି ଆଦର୍ଶ ବିଦ୍ୟାଳୟରେ ଆଜି ଏକ ଲକ୍ଷ୍ ପିଲା ପାଠ ପଢୁଛନ୍ତି। ଆଜି ଏହି ଅବସରରେ ୫ ହଜାର ଝିଅ ପିଲାଙ୍କ ପାଇଁ ଆଦର୍ଶ ବିଦ୍ୟାଳୟ ରେ ୫୦ଟି ହଷ୍ଟେଲର କରାଯାଇଛି।
ସ୍ବାଧୀନତାର ୭୫ ବର୍ଷ ଅବସରରେ ଆମେ ରାଜ୍ୟର ୩୦ଟି ଜିଲ୍ଲାର ଗ୍ରାମାଞ୍ଚଳରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ର ୩୦୦୦ ସ୍ମାରକୀ ସ୍ଥାପନ କରୁଛୁ। ଆମର ଯୁବ ବର୍ଗଙ୍କ ପାଇଁ କର୍ମ ନିଯୁକ୍ତି ଉପରେ ଆମେ ବିଶେଷ ଗୁରୁତ୍ବ ଦେଇଛୁ । ସରକାରୀ କ୍ଷେତ୍ରରେ ଖାଲି ଥିବା ବିଭିନ୍ନ ପଦବୀ ଗୁଡିକ ପୂରଣ ପାଇଁ regular recruitment ଜାରି ରହିଛି । ବିଭିନ୍ନ ବିଭାଗରେ ୭୦ ହଜାରରୁ ଅଧିକ entry level ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି।
ଜନଜାତି ଭାଇଭଉଣୀ ମାନଙ୍କ ବିକାଶ ଓ ସେମାନଙ୍କ empowerment କ୍ଷେତ୍ରରେ ଓଡିଶା ବହୁତ ଭଲ କାମ କରିଛି। ଓଡ଼ିଶାର ଜନଜାତି ପିଲାମାନେ ଆଜି ବିଭିନ୍ନ କ୍ଷେତ୍ରରେ, ଦେଶ ବିଦେଶରେ ସୁନାମ ଅର୍ଜନ କରୁଛନ୍ତି। ନିକଟରେ ରୋମ୍ରେ ଆମ ଓଡିଆ ପିଲା ଶେଷା କିଶାନଙ୍କୁ ଭେଟି ମୋତେ ବହୁତ ଖୁସି ଲାଗିଥିଲା ।
ଖାଦ୍ୟ ସୁରକ୍ଷା ପରେ nutrition security ଅମର focus. Millet mission ରାଜ୍ୟର ଉଣେଇଶ ଟି ଜିଲ୍ଲା କୁ extend କରାଯାଇଛି ଏଥିପାଇଁ ଦୁଇ ହଜ଼ାର ଆଠଶହ କୋଟି ଟଙ୍କା ଖର୍ଚ୍ଚ ହେବ।
ଓଡିଶା ଜଗନ୍ନାଥଙ୍କ ପବିତ୍ର ଭୂମି। ଓଡିଆ ମାନେ ସବୁବେଳେ regional mindsetରୁ ଉପରକୁ ଉଠି national spiritରେ କାମ କରନ୍ତି। Indian National Hockeyର both men and women Teamକୁ ଓଡିଶା sponsor କରିବା ଆମ nationalistic spiritର best example।
ଆଉ ୨୫ ବର୍ଷ ପରେ ଆମେ ସ୍ବାଧୀନତାର centenary year ପାଳନ କରିବା । ସେଥିପାଇଁ ଆମକୁ ବର୍ତ୍ତମାନ ଠାରୁ ପ୍ରସ୍ତୁତ ହେବାକୁ ହେବ। ମୋର ପୁରା ବିଶ୍ୱାସ ଏହି ସମୟ ମଧ୍ୟରେ ଦେଶର ବିକାଶରେ ଓଡିଶାର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିବ। ଆମେ ସମସ୍ତେ ଯଦି ଦିନର ଅଳ୍ପ କିଛି ସମୟ ଦେଶ ପାଇଁ ଦେଇପାରିବା ତେବେ ଆମେ ବହୁତ ବଡ଼ ପରିବର୍ତ୍ତନ ଆଣି ପାରିବା।
ଜୟ ହିନ୍ଦ
ମହଙ୍ଗା ମାଡ଼ ଓ ବେରୋଜଗାର ଚର୍ଚ୍ଚାକୁ ଯୋରଦାର କରିବାପାଇଁ ରାଜ୍ୟ କଂଗ୍ରେସର ପ୍ରସ୍ତୁତି ବୈଠକ….
() ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦରଦାମର ଅହେତୁକ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା ଓ ଅର୍ଥନୀତିକୁ ଭୁଲ ବାଟରେ ପରିଚାଳନା କରିବା ଯୋଗୁଁ ଆଜି ସାରା ଭାରତ ବର୍ଷରେ ଏକ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି । ଏହି କିଛି ଦିନ ତଳେ କେନ୍ଦ୍ର ସରକାର ଜିଏସଟି କାଉଂନସିଲ ବୈଠକରେ ଗୁଡ଼, ଚୁଡ଼ା, ମୂଢ଼ି, ଦହି, ଖଇ, ଉଖୁଡ଼ା, ଅଟା, ପେନସିଲ କଟର, ନୋଟ ଖାତା ଇତ୍ୟାଦି ଉପରେ ୫% ଜିଏସଟି ଲାଗୁ କରିଛନ୍ତି । ମୁଦ୍ରାସ୍ପିତି ଆଜି ସର୍ବୋଚ୍ଚ ସ୍ତରରେ । ବେକାରୀ ସମସ୍ୟାକୁ ସମାଧାନ କରିବାପାଇଁ କେନ୍ଦ୍ରର ବିଜେପି ସରକାର ସାମାନ୍ୟତମ ଆଗ୍ରହ ପ୍ରକାଶ କରୁନାହାନ୍ତି । ଦେଶ ୭୫ତମ ବର୍ଷ ସ୍ୱାଧୀନତାର ପୂର୍ତି ପାଳନ କରୁଥିବା ବେଳେ ଭାରତ ବର୍ଷର ଭବିଷ୍ୟତ ୧୪ କୋଟି ଶିକ୍ଷିତ ଯୁବକ ଯୁବତୀ ଆଜି ଦିଗଭ୍ରଷ୍ଟ ହୋଇ ଯାଇଛନ୍ତି । ଶ୍ରମିକ,କୃଷକ, ସାଧାରଣ ବର୍ଗ, ମହିଳା ଓ ସ୍ୱଳ୍ପ ରୋଜଗାର କରୁଥିବା କର୍ମଚାରୀ ଆଜି ସମସ୍ତେ କେନ୍ଦ୍ର ସରକାରଙ୍କର ଜନମାରଣ ନୀତିରେ ହନ୍ତସନ୍ତ ହେଉଛନ୍ତି । ଏହାକୁ ବିରୋଧ କରି ଏବଂ ଜନଯାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଆହ୍ୱାନରେ ସାରା ଭାରତ ବର୍ଷରେ ଆସନ୍ତା ୧୭ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ମହଙ୍ଗାଇ ପର ଚର୍ଚ୍ଚା ଏବଂ ମହଙ୍ଗାଇ ପର ହାଲ୍ଲା ବୋଲ- ଚଲୋ ଦିଲ୍ଲୀ କାର୍ଯ୍ୟକ୍ରମ ରୂପରେଖର ନିଷ୍ପତି ନିଆଯାଇଛି । ଏହି ଅବସରରେ ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଆଜି କଂଗ୍ରେସ ଭବନରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀଯୁକ୍ତ ପଟ୍ଟନାୟକ ଉପସ୍ଥିତ ଥିବା ବରିଷ୍ଠ କଂଗ୍ରେସ ନେତୃବୃନ୍ଦ, କର୍ମୀ ମାନଙ୍କୁ ଆସନ୍ତା କାର୍ଯ୍ୟକ୍ରମକୁ ରାଜ୍ୟରେ କିପରି ସଫଳ କରାଯାଇ ପାରିବ ସେଥି ନେଇ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ । ଆଜିର ଏହି ପ୍ରସ୍ତୁତି ବୈଠକରେ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା, ସାଂସଦ ତଥା ଏଆଇସିସି ସଂପାଦକ ସପ୍ତଗିରୀ ଉଲ୍ଲାକା, ପୂର୍ବତନ ମନ୍ତ୍ରୀ ତଥା ଏଆଇସିସି ସଂପାଦକ ଶରତ ରାଉତ, ପୂର୍ବତନ ବିରୋଧି ଦଳ ନେତା ରମାକାନ୍ତ ମିଶ୍ର, ପୂର୍ବତନ ମନ୍ତ୍ରୀ ତଥା ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଗଣେଶ୍ୱର ବେହେରା, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ମନ୍ତ୍ରୀ ହଳଧର କାର୍ଜି, ଡ.ଯୁଧିଷ୍ଠୀର ଜେନା, ଡ.ରବି ସେଠୀ, ବିଜୟ ଲକ୍ଷ୍ମୀ ସାହୁ, ପୂର୍ବତନ ବିଧାୟକ ସମୀର ରାଉତରାୟ, ଡ. ଲଲାଟେନ୍ଦୁ ମହାପାତ୍ର, କୁମାର ଚିରଞ୍ଜିବ, ସେବାଦଳ ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାଶ, କିଶୋର ଜେନା, ରଜନୀ ମହାନ୍ତି, ଲୋକନାଥ ମହାରଥି, ଜ୍ଞାନ ପଟ୍ଟନାୟକ, ନିରଞ୍ଜନ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସୁଚିନ୍ତିତ ମତାମତ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ଙ୍କୁ ହାତ ତିଆରି ଜାତୀୟ ପତାକା ପ୍ରଦାନ କଲେ ମିଶନ ଶକ୍ତି ର ମା ନବୀନ…
{} ମୁଖ୍ୟମନ୍ତ୍ରୀ ଙ୍କୁ ହାତ ତିଆରି ଜାତୀୟ ପତାକା ପ୍ରଦାନ କଲେ ମିଶନ ଶକ୍ତି ର ମା ମାନେ।
() ସ୍ୱାଧୀନତାର ପଚସ୍ତରୀ ବର୍ଷ ପାଳନ ଅବ୍ୟବହିତ ପୂର୍ବରୁ ଆଜି ରାଜ୍ୟ ର ବିଭିନ୍ନ ଅଂଚଳର ମିଶନ ଶକ୍ତି ର ମା ମାନେ ନବୀନ ନିବାସ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କୁ ଭେଟି ସେମାନଙ୍କ ହାତ ତିଆରି ଜାତୀୟ ପତାକା ପ୍ରଦାନ କରିଥିଲେ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟନାୟକ ପତାକା ଗ୍ରହଣ କରି ସେମାନଙ୍କୁ ଧନ୍ୟବାଦ ଜଣାଇଥିଲ।ଜାତୀୟ ପତଳା ତିଆରି ପରି ଏକ ମହାନ ଦାୟିତ୍ୱ ମିଶନ ଶକ୍ତି ମା ମାନଙ୍କୁ ଦେଇଥିବାରୁ ଏହା ସେମାନଙ୍କ ପାଇଁ ଗର୍ବ ର କଥା ବୋଲି କହିବା ସହ ଏହିପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇ ଥିଲେ।
ସୂଚନା ଯୋଗ୍ୟ ଯେ ସ୍ୱାଧୀନତା ର ପଚସ୍ତରୀ ବର୍ଷ ଉପଲକ୍ଷେ ତିରିଶ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତି ଓ ମାଗଣାରେ ବଣ୍ଟନ ଦାୟିତ୍ୱ ରାଜ୍ୟ ସରକାର ମିଶନ ଶକ୍ତି ଗୋଷ୍ଠୀ କୁ ଅର୍ପଣ କରିଛନ୍ତି।
ଗ୍ରାଉଣ୍ଡ ରେ ପ୍ରଣବ: ବନ୍ୟା ମୁକାବିଲା ପାଇଁ ପ୍ରସାଶନ ସଜାଗ ….
() ସେ ଲୋକଙ୍କ ନେତା । ସବୁବେଳେ ଓ ସବୁ ସମୟରେ ଲୋକଙ୍କ ସହ ରହନ୍ତି । ଲୋକଙ୍କ ସୁଖ ଓ ଦୁଃଖ ସମୟରେ ପରିବାର ସଦସ୍ୟଭାବେ ସାମିଲ ହୋଇ ସାହସ ଦିଅନ୍ତି । କଥା କମ , କାମରେ ବିଶ୍ୱାସ ରଖିଛନ୍ତି ସେ । ରାଜ୍ୟବାସୀ ପ୍ରତି ଯେତେବେଳେ କୌଣସି ବିପଦ ଆସେ ସେ ଚିନ୍ତିତ ହୋଇପଡ଼ନ୍ତି । ଲୋକଙ୍କୁ ବିପଦ ମୁଖରୁ ରକ୍ଷା କରିବା ପାଇଁ ଦିନରାତି ସବୁ ଭୂଲି କାମରେ ଲାଗିପଡ଼ନ୍ତି । ସାଢେ ଚାରିକୋଟି ଓଡ଼ିଆଙ୍କ ଭାଇ ସାଜି ବିପଦରେ ସାତ ଦିଅନ୍ତି । ମହାନଦୀରେ ବନ୍ୟା ମାଡ଼ି ଆସୁଥିବାରୁ ମୁଖ୍ୟମନ୍ତ୍ରୀ ପୁରା ପ୍ରଶାସନ କଳ ସଫଳତାର ସହ ବନ୍ୟାକୁ ମୁକାବିଲା କରିଛନ୍ତି । ବନ୍ୟାର ବିପତ୍ତିରୁ ରକ୍ଷା କରିବା ପାଇଁ ପ୍ରଶାସନର ସହ ଦଳୀୟ ସଂଗଠନକୁ ମୁକାବିଲାରେ ଲଗାଇଛନ୍ତି ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) । ବନ୍ୟା ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାସ୍ତରିତ କରିବାରେ ପ୍ରକ୍ରିୟା ନିଜ ଜିଲ୍ଲାରୁ ଆରମ୍ଭ କରିଛନ୍ତି l ନିଜେ ଗ୍ରାଉଣ୍ଡରେ ରହି ଲୋକଙ୍କ ସମସ୍ୟା ଓ ଆବଶ୍ୟକତା ପଚାରି ବୁଝିଛନ୍ତି l ଏହାସହ
ବନ୍ୟା ହେଲେ ପ୍ରଭାବିତ ପାଖରେ କିପରି ରିଲିଫ ପହଞ୍ଚିବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି l ବିଶେଷକରି ଅଧିକ ପ୍ରଭାବିତ ହୋଇଥିବା ତଳିଆ ଅଂଚଳ ଗୁଡ଼ିକ ଉପରେ ଅଧିକ ଫୋକସ ଦେଇଛନ୍ତି l ଲୋକଙ୍କ ସମସ୍ୟା ବୁଝିବା ସହ ଶୁଖିଲା ଖାଦ୍ୟ ଓ ରିଲିଫ ଯୋଗାଇ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଯେହେତୁ ଲଗାଣ ବର୍ଷା ଜାରୀ ରହିଛି ତେଣୁ ପ୍ରଭାବିତ ଅଂଚଳ ବୁଲି ଲୋକଙ୍କ ସମସ୍ୟା ବୁଝିବା ସହ ଯୁଦ୍ଧକାଳୀନ ଭିତ୍ତିରେ ପୁନଉଦ୍ଧାର କାମ କିପରି ହେବ ସେନେଇ ପ୍ରଶାସନ ସହ ଆଲୋଚନା କରିଛନ୍ତି । କେବଳ ସେତିକି ନୁହେଁ, ପୁରା ବିଜେଡ଼ି ସଂଗଠନକୁ ରିଲିଫ କାମରେ ସାମିଲ କରି ଲୋକଙ୍କ ଦୁଃଖ ବୁଝିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ବିପଦ ସମୟରେ ଯେପରି କୌଣସି ଲୋକ ବା ପରିବାର ଦୁଃଖରେ ନରହିବେ ତାହା ଉପରେ ପ୍ରଣବ ଗୁରୁତ୍ୱ ଦେଇଛନ୍ତି । ପ୍ରଣବଙ୍କ ସହ ଯୁବ ବିଜେଡି ନେତା ଭବ ପ୍ରସାଦ ଦାସ ଓ ଯାଜପୁର ବିଜେଡି ନେତୃବନ୍ଦ ସାମିଲ ହୋଇଥିଲେ l
ସୁରଜ୍ ପୁରସ୍କାର-୨୦୨୨ ପାଇଲେ ଗଞ୍ଜାମର ସ୍ୱର୍ଗତ ସୁଶୀଲ ସାହୁ ଓ ସିଦ୍ଧି ସମୃଦ୍ଧି..
() ବିଶ୍ଵ ଅଙ୍ଗ ଦାନ ଦିବସ
ସୁରଜ୍ ପୁରସ୍କାର-୨୦୨୨ ପାଇଲେ ଗଞ୍ଜାମର ସ୍ୱର୍ଗତ ସୁଶୀଲ ସାହୁ ଓ ସିଦ୍ଧି ସମୃଦ୍ଧି।
ଉଭୟଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ପୁରସ୍କାର । ମୃତ ବ୍ୟକ୍ତିଙ୍କ ଅଙ୍ଗଦାନ ଦ୍ବାରା ସମାଜ ଉପରେ ଭଲ ପ୍ରଭାବ ପଡୁଛି।
ସେମାନଙ୍କ ପରିବାର ନିକଟରେ ସମାଜ ୠଣୀ
ଭଲ କାମ କରି ସମାଜ ପାଇଁ ପ୍ରେରଣା ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ।
{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମର ଜଗନ୍ନାଥ ପ୍ରସାଦ ଅଞ୍ଚଳର ଆଲାଡ଼ି ଗ୍ରାମର ସ୍ଵର୍ଗତ ସୁଶୀଲ ସାହୁ ଓ ଗଞ୍ଜାମ ଜିଲ୍ଲା ଗୋପାଳପୁର ସ୍ଥିତ କନିଶି ବ୍ଲକ୍ ନୀଳାଚଳ ନଗରର ସିଦ୍ଧି ସମୃଦ୍ଧିଙ୍କୁ ୨୦୨୨ ପାଇଁ ସୁରଜ୍ ପୁରସ୍କାର ପ୍ରଦାନ କରିଛନ୍ତି।
ଭିଡିଓ କନଫରେନ୍ସ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ସୁଶିଲଙ୍କ ପତ୍ନୀ ଶ୍ରୀମତି ପିଙ୍କି ସାହୁ ଓ ସିଦ୍ଧି ଙ୍କ ପିତା ଶ୍ରୀ ସପନ୍ କୁମାର ବିନ୍ଧାଣୀ ଉଭୟଙ୍କୁ ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି।ହୃଦୟ, କିଡନୀ ଓ ଯକୃତ ପରି ଜୀବନ ରକ୍ଷାକାରୀ ଅଙ୍ଗ ଦାନ ପାଇଁ ୨୦୨୦ ଠାରୁ ଏହି ପୁରସ୍କାର ଦିଆଯାଉଛି। ଚଳିତ ବର୍ଷ ଏହା ତୃତୀୟ ସୁରଜ୍ ପୁରସ୍କାର। 2020 ରେ ଗଞ୍ଜାମର ମସ୍ତିସ୍କ ମୃତ ସୁରଜ୍ ବେହେରାଙ୍କ ପିତାମାତା ତାଙ୍କର ଛ ଟି ଗୁରୁତବପୂର୍ଣ ଅଙ୍ଗ ଦାନ କରି ଛଅ ଟି ଜୀବନ ରକ୍ଷା କରି ଥିବାରୁ , ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସେହି ବର୍ଷ ତାଙ୍କ ନାମରେ ସୁରଜ୍ ପୁରସ୍କାର ଆରମ୍ଭ କରିଥିଲେ।
ଉଭୟ ସୁଶୀଲ ଓ ସିଦ୍ଧିଙ୍କ ପିତା ମାତାଙ୍କ ନିକଟରେ ସମାଜ ରୁଣୀ ବୋଲି ମତ ଦେଇ କହିଲେ ଯେ ଏହା ଦ୍ବାରା ସମାଜ ଉପରେ ବହୁତ୍ ଭଲ ପ୍ରଭାବ ପଡୁଛି। ଏହି ପରି ଭଲ କାମ କରି ସମାଜ ପାଇଁ ପ୍ରେରଣା ସୃଷ୍ଟି କରି ଏକ ସୁନ୍ଦର ସମାଜ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।
ମୂଖ୍ୟମନ୍ତ୍ରୀ କହିଲେ ଯେ ଅଙ୍ଗ ଦାନ ଅନେକ ପରିବାର ପାଇଁ ଆଶା ସୃଷ୍ଟି କରି ପାରୁଛି। ଅନ୍ୟର ଜୀବନ ରକ୍ଷା ସବୁଠାରୁ ଅଧିକ ପୁଣ୍ୟ କାର୍ଯ୍ୟ। ଅଙ୍ଗ ଦାନ ଏକ ସାହସିକ ଓ ସାହସିକ ନିଷ୍ପତ୍ତି। ଅଙ୍ଗ ଦାନ କରୁଥିବା ପରିବାରଙ୍କ ତ୍ୟାଗର ତୁଳନା ନାହିଁ ବୋଲି ସେ କହିଥିଲେ।
ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଓ ସ୍ଵାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ ପ୍ରମୁଖ ନିଜର ବକ୍ତବ୍ୟ ରଖି ସୁଶୀଲ ଓ ସିଦ୍ଧୀଙ୍କ ପରିବାରର ତ୍ୟାଗ ର ଉଚ୍ଚ ପ୍ରଶଂସା କରିଥିଲେ। ସେମାନଙ୍କ ଏହି ମହାନ କାର୍ଯ୍ୟ ସମାଜ ପାଇଁ ଆଦର୍ଶ ବୋଲି ସେମାନେ କହିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ସଚିବ ( ୫ଟି) ଶ୍ରୀ ଭି କେ ପଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।NHM ର ନିର୍ଦେଶକ ବ ସ୍ବାଗତ ଭାଷଣ ଦେଇଥିଲେ ଓ DMET ଧନ୍ୟବାଦ୍ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଶାସନ ସଚିବ , ଉନ୍ନୟନ କମିଶନର ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ..
ପାଣି ରେ ଭାସି ଉଡାଇଲେ ତ୍ରିରଙ୍ଗା…
{} ସ୍ବାଧୀନତା ର ଅମୃତ ମହୋତ୍ସବ ପାଳନ ନିଆରା ଢଙ୍ଗରେ ଉଡାଇଲେ ତ୍ରିରଙ୍ଗା।
ଜଳରେ ଭାସିବାର କୈାଶଳ ବିଶ୍ୱବାସୀଙ୍କୁ ଜଳ ବୁଡ଼ି ରୁ ଦେବ ମୁକ୍ତି ।
() ଭୁବନେଶ୍ୱର ରେ ନିଆରା ଢଙ୍ଗରେ ପାଳନ ହୋଇଛି ସ୍ବାଧୀନତା ର ଅମୃତ ମହୋତ୍ସବ । ଜଳ ଯୋଗ ପ୍ରଶିକ୍ଷକ ଅଶୋକ କୁମାର ବରାଳ ଜଳରେ ଭାସି ଜାତୀୟ ପତାକା ଉଡ଼ାଇ ଛନ୍ତି। ଭାସମାନ ଅବସ୍ଥାରେ ତ୍ରିରଙ୍ଗା ପତାକା କୁ ସଲାମି ଦେଇ ଦେଶର ସ୍ବାଧୀନତା ପାଇଁ ଆତ୍ମବଳି ଦେଇ ଥିବା ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ଭକ୍ତିପୂତ ସମ୍ମାନ ଜଣାଇ ଛନ୍ତି। ୭୫ ବର୍ଷ ତଳେ ଆମେ କେବଳ ଇଂରାଜେ ମାନଙ୍କ ଠାରୁ ସ୍ବାଧିନ ହୋଇ ଥିଲୁ ହେଲେ ସେହି ଆଜାଦି ଆମକୁ ଭୁଖା , ଅଶିକ୍ଷିତ, ଅସ୍ପୃଶ୍ୟତା, ଅସ୍ଥିରତା ଏବଂ ଅନ୍ଧବିଶ୍ୱାସ ଭଳି କୁସଂସ୍କାର ଠାରୁ ମୁକ୍ତି ଦେଇଛି। ସ୍ବାଧିନ ଭାରତରେ ଆମେ କେବଳ ସୁରକ୍ଷିତ ନାହୂଁ ଆମେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଏବଂ ବୈଷୟିକ କ୍ଷେତ୍ର ରେ ବିଶେଷ ପ୍ରଗତି କରିଛୁ। ଯାହାଫଳରେ ଭାରତ ବିଶ୍ଵ ରେ ନିଜର ପତିଆରା ଜାହିର କରିପାରିଛି ବୋଲି ଶ୍ରୀ ବରାଳ କହିଛନ୍ତି। ଜଳରେ ଭାସିବା କୈ।ଶଳ ବିଶ୍ୱବାସୀଙ୍କୁ ଜଳ ବୁଡ଼ି ରୁ ମୁକ୍ତ ଦେବ ବୋଲି ଜଳରେ ଭାସମାନ ଅବସ୍ଥାରେ ପତକା ଉଡ଼ାଇ ଶ୍ରୀ ବରାଳ ଏହା ପ୍ରତିପାଦନ କରିଛନ୍ତି।
ଜଳରେ ଭାସିବାର ଗୁଣ ପ୍ରତ୍ୟେକ ପ୍ରାଣୀ ଙ୍କ ଶରୀରର ରହିଛି। ମନୁଷ୍ୟ ଶରୀର ରେ ମଧ୍ୟ ପାଣିରେ ଭାସିବାର ଗୁଣ ରହିଛି ଏହି ସନ୍ଦେଶ ବିଶ୍ୱବାସୀଙ୍କ ପାଖରେ ପହଞ୍ଚାଇବାକୁ ପାଇଁ ଅଶୋକ ଏହି ଅବସରରେ ପ୍ରୟାସ କରିଛନ୍ତି।