() ରାଜ୍ୟସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ୍ ସେବା ଓ ଋଣ କର୍ମଶାଳାର ଆଜି ଶୁଭାରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ଯେ ସମବାୟ ବିଭାଗ ବିଭିନ୍ନ ସ୍ତରରେ ଚାଷୀ ପରିବାରଗୁଡ଼ିକୁ ସେବା ଯୋଗାଇ ଦେଉଛି । ସୁବିଧା ଅସୁବିଧାରେ ସେମାନଙ୍କ ସହିତ ରହିଛି । ଆମ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ସମବାୟ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସମବାୟ ବିଭାଗ ସେମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି । ଚାଷ କ୍ଷେତ୍ରରେ ଋଣ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟର ଫସଲ ଋଣର ସିଂହଭାଗ ସମବାୟ ବ୍ୟାଙ୍କଗୁଡ଼ିକ ହିଁ ଦେଇଥାନ୍ତି । ଚାଷୀମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନାସୁଧରେ ଯୋଗାଇ ଦେଉଛନ୍ତି । ରାଜ୍ୟର ଚାଷୀଭାଇମାନେ ଏହି ସୁଧବିହୀନ ଋଣର ସୁବିଧା ନେଇ କୃଷିର ବିକାଶରେ ଭାଗୀଦାର ହେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।
ସମବାୟ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଓୟୁଏଟିର ଡ. ସ୍ୱାମୀନାଥନ୍ ହଲ୍ରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଚାଷୀମାନଙ୍କୁ ସମବାୟ ବ୍ୟାଙ୍କ ଓ କୃଷି ଋଣ ସମବାୟ ସମିତିମାନେ ପ୍ରଦାନ କରୁଥିବା ସେବା ବିଷୟରେ ଅବଗତ କରିବା ଓ ଉପଲବ୍ଧ ସେବା ଗ୍ରହଣ କରିବା ପାଇଁ ଆବଶ୍ୟକୀୟ ସଚେତନତା ସୃଷ୍ଟି ରାଜ୍ୟସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ କର୍ମଶାଳା ଓ ଗ୍ରାମାଞ୍ଚଳରେ ଜନସଂପର୍କ ଅଭିଯାନର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ । କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ କୃଷି ଋଣ ସହଜ ଏବଂ ସୁଲଭରେ ଉପଲବ୍ଧ କରିବା ପାଇଁ ରାଜ୍ୟ ସରକାର ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ବିନାସୁଧରେ ଏବଂ ଏକ ଲକ୍ଷରୁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ୨ ପ୍ରତିଶତ ସୁଧରେ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି । ପ୍ରତ୍ୟେକ ଚାଷୀ ପରିବାର ଏହାର ସୁଯୋଗ ନିଅନ୍ତୁ ଓ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୁଅନ୍ତୁ । ପ୍ରତ୍ୟେକ ଚାଷୀ ପରିବାରକୁ ସମବାୟ ଆନ୍ଦୋଳନର ପରିସରଭୁକ୍ତ କରିବା ସମବାୟ ଆନ୍ଦୋଳନର ଲକ୍ଷ୍ୟ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ ।
ମନ୍ତ୍ରୀ ଶ୍ରୀ ନାୟକ ପୁଣି କହିଲେ ଯେ କୃଷି ଉତ୍ପାଦନରେ ଆମେ ରେକର୍ଡ କରିଛୁ । ରାଜ୍ୟକୁ ପାଞ୍ଚଥର କୃଷିକର୍ମଣ ପୁରସ୍କାର ମିଳିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ‘କାଳିଆ’ ଯୋଜନା ଓ ‘ବଳରାମ’ ଯୋଜନା ଚାଷ ଓ ଚାଷୀର ଉନ୍ନତି ସାଧନ କରି ବେଶ୍ ସଫଳତା ପାଇଛି । ୫-‘ଟି’ର ଉପଯୋଗ କରି ସମବାୟ କ୍ଷେତ୍ରକୁ ଅଧିକ ଶକ୍ତିଶାଳୀ କରିବାକୁ ପଡ଼ିବ । ପ୍ୟାକ୍ସ ଓ ଲ୍ୟାମ୍ପସ୍ ଭଲ କାମ କରୁଛନ୍ତି । ସମବାୟ ବିଭାଗ ସମାଜର ତଳସ୍ତରର ଲୋକଙ୍କ ଆର୍ଥିକ ଉତ୍ଥାନ ଦିଗରେ ମିଶନ ମୋଡ୍ରେ କାର୍ଯ୍ୟ କରୁ ବୋଲି ମନ୍ତ୍ରୀ ଶ୍ରୀ ନାୟକ ଆହ୍ୱାନ ଦେଇଥିଲେ । ଉନ୍ନୟନ କମିଶନର ଓ କୃଷି ଉତ୍ପାଦନ କମିଶନର ଶ୍ରୀ ପ୍ରଦୀପ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ କୃଷି ଓ ସମବାୟ ରାଜ୍ୟ ବିକାଶର ଏକ ପ୍ରମୁଖ କ୍ଷେତ୍ର । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦିଗ୍ଦର୍ଶନରେ କୃଷି କ୍ଷେତ୍ରରେ ରାଜ୍ୟକୁ ଅନେକ ସଫଳତା ମିଳିପାରିଛି । ଧାନ ଉତ୍ପାଦନ, ପନିପରିବା ଚାଷ, ମାଛଚାଷ, ଗୋପାଳନ ଆଦି କ୍ଷେତ୍ରରେ ଆମେ ଆଶାନୁରୂପ ସଫଳତା ପାଇପାରିଛୁ ।
ସମବାୟ ବ୍ୟାଙ୍କଗୁଡ଼ିକର ଅବଦାନ ଯୋଗୁଁ ଏ ସମସ୍ତ ସଫଳତା ମିଳିପାରିଛି । କୃଷି ଋଣର ୭୫ ପ୍ରତିଶତ ସମବାୟ ବ୍ୟାଙ୍କମାନେ ହିଁ ଯୋଗାଉଛନ୍ତି । ଓଡ଼ିଶାକୁ ଅଗ୍ରଣୀ କୃଷିଭିତ୍ତିକ ରାଜ୍ୟ ଭାବେ ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ଦେବାରେ ସମବାୟ ବ୍ୟାଙ୍କଗୁଡ଼ିକ ଯନିବାନ ହେବା ଜରୁରୀ । ଅଧିକରୁ ଅଧିକ ଚାଷୀମାନଙ୍କୁ ଋଣ ଦେବା, ସୁଧବିହୀନ ଋଣ ନେବା ପାଇଁ ପ୍ରବର୍ତ୍ତାଇବା ଓ ଋଣ ମାଧ୍ୟମରେ ସେମାନଙ୍କୁ ଆଗକୁ ବଢ଼ାଇବା ସମବାୟ ବ୍ୟାଙ୍କଗୁଡ଼ିକର କର୍ତ୍ତବ୍ୟ ଓ ଦାୟିତ୍ୱ ହେଉ ବୋଲି ଶ୍ରୀ ଜେନା କହିଥିଲେ ।
ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ଚଢ଼ା କହିଲେ ଯେ ଚାଷକୁ ଲାଭଜନକ କରିବା ଆଜି ଜରୁରୀ ହୋଇପଡ଼ିଛି । ଚାଷ ପାଇଁ ବ୍ୟୟକୁ କମାଇବାକୁ ପଡ଼ିବ । ସେଥିପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଋଣର ସୁଯୋଗ ଚାଷୀମାନଙ୍କୁ ନେବାକୁ ପଡ଼ିବ।ସାହୁକାରମାନଙ୍କଠାରୁ ଋଣ ନନେଇ ଚାଷୀମାନେ ସମବାୟ ଋଣ ନେଟ୍ୱାର୍କକୁ ଆସିବାକୁ ପଡ଼ିବ । ରାଜ୍ୟର ସମସ୍ତ ମାଇକ୍ରୋ ଏଟିଏମ୍କୁ କାର୍ଯ୍ୟକ୍ଷମ କରିବୁ । ପ୍ୟାକ୍ସକୁ ଅଧିକ ବିକଶିତ ଓ ପ୍ରଭାବୀ କରିବା ପାଇଁ ଉନ୍ନତ ପ୍ରଶିକ୍ଷଣର ବ୍ୟବସ୍ଥା ହେବ । ପ୍ୟାକ୍ସର କମ୍ପୁ୍ୟଟରୀକରଣକୁ ଅଧିକ ଜୋରଦାର କରିବୁ ଓ ରାଜ୍ୟରେ ୧୨୦୦ ନୂଆ ପ୍ୟାକ୍ସ ଗଠନ କରାଯିବ ବୋଲି ଶ୍ରୀ ଚଢ଼ା କହିଥିଲେ । ନାବାର୍ଡ ସାଧାରଣ ପରିଚାଳକ ଶ୍ରୀ ସତ୍ୟରଞ୍ଜନ ପଣ୍ଡା କହିଲେ ଯେ ରାଜ୍ୟରେ ୧୮୯୮ରେ ସମବାୟ ଆନ୍ଦୋଳନ ଆରମ୍ଭ ହୋଇଥିଲା ।
ଆଜି ୫୭ ଲକ୍ଷ ଚାଷୀଙ୍କ ଆର୍ଥିକ ଓ ସାମାଜିକ ବିକାଶ ପାଇଁ ସମବାୟର ଅବଦାନ ଅନବଦ୍ୟ । ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ ବଳରେ ସମବାୟ ବ୍ୟାଙ୍କଗୁଡ଼ିକ ଆଜି ବେଶ୍ ଉନ୍ନତ ହୋଇପାରିଛନ୍ତି । ନାବାର୍ଡ ବ୍ୟାଙ୍କ ସମବାୟ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ରହି ରାଜ୍ୟର ଚାଷୀମାନଙ୍କୁ କୃଷି ଋଣ ଦେବାରେ ମୁଖ୍ୟ ଭୂମିକା ନେଇପାରିଛି ବୋଲି ସେ କହିଥିଲେ । ଓୟୁଏଟିର ସଂପ୍ରସାରଣ ବିଭାଗ ଡିନ୍ ଶ୍ରୀ ପ୍ରସନଜିତ୍ ମିଶ୍ର କହିଲେ ଯେ ଓୟୁଏଟି ପ୍ରତିଷ୍ଠା ହେବା ପରଠାରୁ କୃଷିର ଉନ୍ନତି ପାଇଁ ପ୍ରୟାସରତ ରହିଛି । ଚାଷୀମାନଙ୍କ ପାଖରେ ଉନ୍ନତ ଜ୍ଞାନକୌଶଳ ପହଞ୍ଚାଇଛି । କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ବିନା ଖର୍ଚ୍ଚରେ ଚାଷୀମାନଙ୍କୁ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଓ ଜ୍ଞାନକୌଶଳ ଯୋଗାଇବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି । ରାଜ୍ୟର ପ୍ରାୟ ଦେଢ଼ଲକ୍ଷ ଚାଷୀଙ୍କୁ ଓୟୁଏଟିର କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ଉତ୍ପାଦନ, ବିପଣନ ସମ୍ବନ୍ଧୀୟ ପ୍ରଶିକ୍ଷଣ ଦିଆଯାଇପାରିଛି ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ସମବାୟ ବିଭାଗର ଅତିରିକ୍ତ ଶାସନ ସଚିବ ରେଣୁପ୍ରଭା ନାୟକ ସ୍ୱାଗତ ଭାଷଣ ଦେଇଥିଲେ ଓ ସମବାୟ ସମିତି ନିବନ୍ଧକ ଶ୍ରୀ ଉଦ୍ଧବ ମାଝୀ ଧନ୍ୟବାଦ ଦେଇଥିଲେ ।
ସୂଚନାଯୋଗ୍ୟ ଯେ ଆଗାମୀ ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ଜିଲ୍ଲାସ୍ତରୀୟ ଉତ୍ସବ/କର୍ମଶାଳା ଅନୁଷ୍ଠିତ ହେବ ଓ ମାର୍ଚ୍ଚ ଶେଷ ସୁଦ୍ଧା ଗ୍ରାମପଞ୍ଚାୟତ ସ୍ତରରେ ପ୍ରାଥମିକ କୃଷି ଋଣ ସମବାୟ ସମିତି (ପ୍ୟାକ୍ସ)ମାନେ ଜନସଂପର୍କ ଅଭିଯାନ ଓ କର୍ମଶାଳାର ଆୟୋଜନ କରିବେ ।











ନହେଲେ ମହିଳା ପୋଲିସ ଅଧିକାରୀଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ ତାଙ୍କ ଇସ୍ତଫା ଓ ଗିରଫଦାରୀ ଦାବୀ ପୁରା ଓଡିଶାରେ ଜୋରଦାର ହୋଇଛି l ଖାସ୍ ଏଥିରୁ ବଞ୍ଚିବା ପାଇଁ ଜୟ ନାରାୟଣ ପାୱାର ସେଣ୍ଟରକୁ ସିଧା ସଳଖ ନିଶାନା କରିଛନ୍ତି l ଆଉ ଏହା ପଛରେ ରହିଛି ତାଙ୍କର ବଡ ରହସ୍ୟ l ଯେତେବେଳେ ଶାସକ ଦଳ ବିରୋଧି ଦଳ ନେତାଙ୍କ ବିରୋଧରେ ଗୃହରେ ପ୍ରସଂଗ ଉଠାଇବ, ସେ ସେତେବେଳ ନିଜକୁ ବଞ୍ଚାଇବା ପାଇଁ ଏ ବୟାନକୁ ସେ ଅସ୍ତ୍ର କରିବେ l ଅର୍ଥାତ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ପ୍ରୟାସ କରିଛନ୍ତି ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର l ନବ ଦାସ ହତ୍ୟା ମାମଲାରେ ବିଜେପିର ଚିରାଚରିତ CBI ତଦନ୍ତ ଦାବିକୁ ପୁଣି ଥରେ ସେ ଦୋହରାଇବା ସହ ବିରୋଧି ଦଳ ନେତା ଜୟ ନାରାୟଣ , ୫ଟି ସଚିବ ଓ ପ୍ରଣବ ପ୍ରକାଶ ଦାସଙ୍କ ମୋବାଇଲ ଯାଂଚ ହେଉ ବୋଲି ଦାବି କରି ଶାସକ ଦଳକୁ ଆଗୁଆ ଟାର୍ଗେଟ କରିଛନ୍ତିl ଯାହା ରାଜନୀତି ଫାଇଦା ନେବାକୁ ପ୍ରୟାସ କରା ଯାଇଛି ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି l ଅନ୍ୟପଟେ ଏ ପ୍ରସଙ୍ଗରେ ଶାସକ ଦଳ ମଧ୍ୟ କଡ଼ା ସମାଲୋଚନା କରିଛି ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ l ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ ବିରୋଧି ଦଳ ନେତା ମାନସିକ ସନ୍ତୁଳନ ହରାଇଛନ୍ତି l ଯେଉଁଥି ପାଇଁ ଏମିତି ଗପୁଛନ୍ତି ଗଣ ମାଧ୍ୟମ ଆଗରେ l ନବ ଦାସ ହତ୍ୟାକାଣ୍ଡ ନେଇ ସରକାର ହାଇକୋର୍ଟ ଯାଇଥିଲେ, ଜଷ୍ଟିସ ଯେ ପି ଦାସ ଘଟଣାର ତଦନ୍ତ କରୁଛନ୍ତି | ଆଇନ ବ୍ୟବସ୍ଥା ଉପରେ ଯାହାର ଭରସା ନ ଥାଏ ସେମାନେ ଏଭଳି କହିଥାନ୍ତି ବୋଲି ବିଜେଡ଼ି କହିଛି l ଅନ୍ୟପଟେ ବିଧାସଭାରେ ବାପାଙ୍କ ମୃତ୍ୟୁ ନେଇ ରାଜନୀତି ନହେଉ ବୋଲି କହିଛନ୍ତି ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ l
ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଶା ଅଛି, ନ୍ୟାୟ ମିଳିବ’- ଦୀପାଳି ଦାସ କହିଛନ୍ତି l ଦୀପାଳି ଦାସଙ୍କ ହାତଯୋଡ଼ି ଅନୁରୋଧ ପରେ ଏ ପ୍ରସଙ୍ଗକୁ ନେଇ ରାଜନୀତି ହେଉଛି କି ନାହିଁ ତାକୁ ନେଇ ସବୁଠି ଚର୍ଚ୍ଚା l


ପଦ୍ମପୁର ଉପନିର୍ବାଚନ ବେଳେ ମଧ୍ୟ ସେ ଯାହା ପ୍ରତିଶ୍ରୁତି ଦେଇଥିଲେ, ଆଜି ସେ ତାହା ଗୋଟି ଗୋଟି କରି ପୂରଣ କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି।ସେଥିପାଇଁ ୨୫ ବର୍ଷ ହେଲା ସାଢ଼େ ଚାରି କୋଟି ଓଡ଼ିଆ ତାଙ୍କୁ ହୃଦୟରେ ସ୍ଥାନ ଦେଇଛନ୍ତି ବୋଲି ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି l କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଟୁ ଇଟ କରି ତେରେଛା ବାଣ ମାରିଛନ୍ତି ପ୍ରଣବ l
ସେ କହିଛନ୍ତି ଯେ ଉପନିର୍ବାଚନ ସମୟରେ ମାନ୍ୟବର କେନ୍ଦ୍ରମନ୍ତ୍ରୀମାନେ ପଦ୍ମପୁରବାସୀ ତଥା ବରଗଡ଼ ଜିଲ୍ଲାବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ମାନ୍ୟବର ମୁଖ୍ୟମନ୍ତ୍ରୀ ସେମାନେ ତାହା ପାଳନ କରନ୍ତୁ ବୋଲି ପ୍ରଭୁ ନୃସିଂହନାଥଙ୍କ ଠାରେ ପ୍ରାର୍ଥନା କରିଛନ୍ତି।ସେଥିପାଇଁ ୨୫ ବର୍ଷ ହେଲା ସାଢ଼େ ଚାରି କୋଟି ଓଡ଼ିଆ ତାଙ୍କୁ ହୃଦୟରେ ସ୍ଥାନ ଦେଇଛନ୍ତି।ଉପନିର୍ବାଚନ ସମୟରେ ମାନ୍ୟବର କେନ୍ଦ୍ରମନ୍ତ୍ରୀମାନେ ପଦ୍ମପୁରବାସୀ ତଥା ବରଗଡ଼ ଜିଲ୍ଲାବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ମାନ୍ୟବର ମୁଖ୍ୟମନ୍ତ୍ରୀ ସେମାନେ ତାହା ପାଳନ କରନ୍ତୁ ବୋଲି ପ୍ରଭୁ ନୃସିଂହନାଥଙ୍କ ଠାରେ ପ୍ରାର୍ଥନା କରିଛନ୍ତି।ମୁଁ ଆଶା କରୁଛି, ତାଙ୍କର ଏହି ବାର୍ତ୍ତାକୁ ସ୍ମରଣ କରି ସେମାନେ ନିଜ କଥାକୁ ପାଳନ କରିବେ । ପଦମପୁର ଉପ ନିର୍ବାଚନ ସମୟରେ ବହୁ କେନ୍ଦ୍ରମନ୍ତ୍ରୀ ବରଗଡ଼ ଜିଲ୍ଲାକୁ ଆସି ଭୋଟର ମାନଙ୍କୁ ବହୁ ପ୍ରତିଶୃତି ଦେଇଥିଲେ l
ବିଶେଷ କରି ଓଡ଼ିଶାର ୩ଜଣ କେନ୍ଦ୍ରମନ୍ତ୍ରୀ ନିର୍ବାଚନରେ ବହୁ କଥା କହୁଥିଲେ l ହେଲେ ନିର୍ବାଚନ ପରେ କାଶିଆ କିଏ ନା କପିଳା କିଏ ନ୍ୟାୟରେ ସେମାନେ ଏହି ପ୍ରତିଶ୍ରୁତି ଗୁଡ଼ିକ ଭୁଲି ଯାଉଛନ୍ତି l ରେଳମନ୍ତ୍ରୀ ଗୋଟାଏ ଦିନରେ ପ୍ରକଳ୍ପ କାମ ଆରମ୍ଭ କରିବେ ବୋଲି କହୁଥିଲେ l ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସରିଥିଲେ ମଧ୍ୟ ଏଯାଏ ରେଳବିଭାଗ କାମ ଆରମ୍ଭ କରିନାହିଁ l ସେହିପରି ବିଦେଶୀ ପର୍ଯ୍ୟଟକ ଭାବେ ନିର୍ବାଚନ ସମୟରେ ଅନେକ କେନ୍ଦ୍ରମନ୍ତ୍ରୀ ଆସି ଅନେକ ପ୍ରତିଶ୍ରୁତି ଦେଇଥିଲି ମଧ୍ୟ ତାହା ପୂରଣ କେବେ ହେବ ବୋଲି ବିଜେଡ଼ି ପ୍ରଶ୍ନ କରିଛି l ଅନ୍ୟପଟେ ବିଜେପି ନେତା କିନ୍ତୁ ଏ ପ୍ରସଙ୍ଗରେ ରାଜନୀତିର ବୟାନ ବାଜି କରିବା ସହ ରାଜ୍ୟ ସ୍ୱାର୍ଥ ଭୂଲି କେନ୍ଦ୍ରପାଇଁ ଓକିଲାତି କରିଛନ୍ତି l



