ନକଲି ଔଷଧର ପର୍ଦ୍ଦାଫାଶ୍…

() ନକଲି ଔଷଧର ଉତ୍ତର ପ୍ରଦେଶ ଲିଙ୍କ୍ ଉପରେ କାର୍ଯ୍ୟାନୁଷ୍ଠାନ।

ବଡ଼ଧରଣର ରାକେଟର ପର୍ଦ୍ଦାଫାଶ୍।

{} ନକଲି ଔଷଧ କାରବାର ବିରୁଦ୍ଧରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଉତ୍ତର ପ୍ରଦେଶ ଲିଙ୍କ୍ ସଙ୍କେତ ଉପରେ ଠୋସ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଓଡ଼ିଶା ସରକାର ଉତ୍ତର ପ୍ରଦେଶ ସରକାରଙ୍କୁ ଦେଇଥିବା ସୂଚନା ଓ ତଥ୍ୟ ଭିତ୍ତିରେ ଉତ୍ତର ପ୍ରଦେଶ ଷ୍ଟେଟ୍ ଟାକ୍ସ ଫୋର୍ସ ସନ୍ଦେହ ଜନକ ସ୍ଥାନରେ ଗତକାଲି ଚଢାଉ କରିଥିଲେ । ଓଡ଼ିଶାର ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରୁ ମିଳିଥିବା ସମସ୍ତ ଔଷଧ ଉତ୍ତର ପ୍ରଦେଶରୁ ଅଣାଯାଇଥିବାର ଏହି ଚଢାଉରୁ ଜଣାପଡିଥିଲା ।

ସିକନ୍ଦରାବାଦ ପୋଲିସ ଷ୍ଟେସନ୍ ଅନ୍ତର୍ଗତ ବୁଲନ୍ଦସହରର ଅଶୋକ କୁମାରଙ୍କର ଏକ ଘର ଚଢାଉରୁ ସେ ସମସ୍ତ ଔଷଧର ମହଜୁଦି ବିଷୟ ଜଣାପଡିଥିଲା । ତାଙ୍କୁ ଗିରଫ୍ କରାଯାଇ ତାଙ୍କର ସ୍ୱୀକାରୋକ୍ତି ଭିତ୍ତିରେ ଲହତାରା ଥାନା ଅନ୍ତର୍ଗତ ଅନ୍ୟ ଏକ ଗୋଦାମ ଉପରେ ମଧ୍ୟ ଚଢାଉ କାରଯାଇଥିଲା । ସେଠାରୁ ବହୁ ପରିମାଣର ନକଲି ଔଷଧ ଓ ନଗଦ ଟଙ୍କା ଜବତ ହୋଇଥିଲା । ଜବତ ହୋଇଥିବା ଔଷଧର ମୂଲ୍ୟ ପ୍ରାୟ ୭.୩୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ନଗଦ ଆକାରରେ ଚଢଉସ୍ଥାନରୁ ୪ ଲକ୍ଷ ଟଙ୍କା ମିଳିଛି । ଏହି ଚଢାଉ ଏକ ବଡ଼ଧରଣର ନକଲି ଔଷଧ ରାକେଟର ପର୍ଦ୍ଦାଫାଶ୍ କରିଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀ ମଧ୍ୟ ଭାଗରେ ଆନ୍ତଃରାଜ୍ୟ ନକଲି ଔଷଧ ଅନୁସନ୍ଧାନ ପାଇଁ ଓଡ଼ିଶା ସରକାର ସ୍ୱତନ୍ତ୍ର ଟିମ୍ ଗଠନ କରି ଉତ୍ତର ପ୍ରଦେଶ ପଠାଇଥିଲେ । ଏହି ତଦନ୍ତରେ ସହାୟତା ନିମନ୍ତେ ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ ଉତ୍ତର ପ୍ରଦେଶ ସରକାରଙ୍କ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଥିଲେ । ଓଡ଼ିଶା ଟିମଙ୍କଠାରୁ ପ୍ରାପ୍ତ ସୂଚନା ଭିତ୍ତିରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଚଢାଉ, ଗିରଫ୍ ଓ ପଚରା ଉଚୁରା ଜାରି ରହିଛି । ରାଜ୍ୟ ସରକାର ପଠାଇଥିବା ସ୍ୱତନ୍ତ୍ର ଟିମ୍ ତାଙ୍କର ଅନୁସନ୍ଧାନ କାର୍ଯ୍ୟ ଚଳାଇ ରଖିଛନ୍ତି ।

ମିଶନ ଶକ୍ତି କମ୍ୟୁନିଟି ପାର୍ଟନର ପାଇଲେ ୮ ହଜାର ସାଇକେଲ…

() ମିଶନ ଶକ୍ତି କମ୍ୟୁନିଟି ପାର୍ଟନର ପାଇଲେ ୮ ହଜାର ସାଇକେଲ।

ଆପଣମାନଙ୍କ ଭାଗିଦାରୀ ମିଶନଶକ୍ତି କୁ ଏକ ନମ୍ବର କାର୍ଯ୍ୟକ୍ରମ କରିପାରିଛି – ମୁଖ୍ୟମନ୍ତ୍ରୀ।

ସମୟ ବଞ୍ଚିବ, ଦକ୍ଷତା ବଢିବ – ମିଶନ ଶକ୍ତିର ମା। 

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନଭେନସନ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା 8 ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀ (Community Partners) ମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି । ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ, ଆହାର କର୍ମୀ, ଜଳ ସାଥୀ ଏବଂ ସୁପରଭାଇଜର ଆଦି ସାଇକେଲ ପାଇଛନ୍ତି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓ ମିଶନ ଶକ୍ତି ବିଭାଗର ମିଳିତ ସମନ୍ୱୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନଙ୍କ ଭାଗିଦାରୀ ମିଶନ ଶକ୍ତିକୁ ଏକ ସଫଳ କାର୍ଯ୍ୟକ୍ରମ କରିଛି । ସେ କହିଥିଲେ ଯେ ସେ ଓଡିଶାର ବିଭିନ୍ନ ଅଞ୍ଚଳକୁ ଯାଉଛନ୍ତି ଏବଂ ମିଶନଶକ୍ତି ମା ମାନଙ୍କୁ ଭେଟୁଛନ୍ତି । ସେମାନେ ମଧ୍ୟ ନବୀନ ନିବାସ ଆସି ତାଙ୍କୁ ଭେଟୁଛନ୍ତି । ମା ମାନଙ୍କର ସଫଳତା ମୋତେ ବହୁତ ଖୁସି ଦେଉଛି ବୋଲି ସେ କହିଥିଲେ । ଆପଣମାନଙ୍କ ଆତ୍ମବିଶ୍ୱାସ, ଆପଣମାନଙ୍କ ଉତ୍ସାହ ମିଶନଶକ୍ତିକୁ ଏକ ନମ୍ବର ସଫଳ କାର୍ଯ୍ୟକ୍ରମ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ବିଭିନ୍ନ ସହରରେ ମିଶନ ଶକ୍ତିର ମା ମାନେ କମ୍ୟୁନିଟି ପାର୍ଟିସିପେସନ କାର୍ଯ୍ୟକ୍ରମରେ ଅନେକ ଦାୟିତ୍ବ ହାତକୁ ନେଇଛନ୍ତି। ଆହାର, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ପରିମଳ, ଜଳସାଥି, ସ୍ବଚ୍ଛସାଥି ଆଦି ଅନେକ କାମ କରୁଛନ୍ତି । ଆପଣମାନଙ୍କ କାମରେ ସମସ୍ତେ ଖୁସି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନେ ଯେପରି ସୁବିଧାରେ ନିଜ ନିଜର ଦାୟିତ୍ବ ପାଳନ କରିପାରିବେ, ସେଥିପାଇଁ ରାଜ୍ୟ ସରକାର ଆପଣମାନଙ୍କୁ ସାଇକେଲ ଦେଉଛନ୍ତି।

ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ମିଶନ ଶକ୍ତି ମା ମାନଙ୍କୁ ୧୦୦ କୋଟି ଟଙ୍କାର ପ୍ରୋତ୍ସାହନ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ ଏବଂ କହିଥିଲେ ଯେ ଓଡିଶାର ମିଶନ ଶକ୍ତି କମ୍ୟୁନିଟି ପାର୍ଟିସିପେସନ କ୍ଷେତ୍ରରେ ସାରା ବିଶ୍ବରେ ସୁନାମ କରିଛି ଓ ନୂଆ ବେଞ୍ଚମାର୍କ ସୃଷ୍ଟି କରିଛି । ସମସ୍ତେ ମିଳିମିଶି ଭଲ କାମ କରି ଓଡିଶା ମା ର ସୁନାମ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ କହିଥିଲେ ଯେ ମିଶନ ଶକ୍ତି ମା ମାନେ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଓଡିଶା ଗଠନକୁ ସାକାର କରିବା ପାଇଁ ବହୁତ ଭଲ କାମ କରୁଛନ୍ତି । ସାଇକେଲ ପାଇବା ଦ୍ବାରା କର୍ମ କ୍ଷେତ୍ରରେ ସେମାନଙ୍କୁ ବହୁ ସୁବିଧା ଓ ସ୍ବାଧୀନତା ମିଳିପାରିବ। ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ କହିଲେ ଯେ ଗୋଷ୍ଠୀଗତ ବିକାଶର ଏକ ଅନୁପମ ବାର୍ତ୍ତାବହ ହେଉଛି ମିଶନ ଶକ୍ତି । ମୁଖ୍ୟମନ୍ତ୍ରୀଙ୍କ ଦିଗ‌ଦର୍ଶନରେ ଏହା ଆଜି ନୂଆ ମାଇଲଷ୍ଟୋନ ସ୍ଥାପନ କରିପାରିଛି ।

କାର୍ଯ୍ୟକ୍ରମରେ ଦୁଇ ଜଣ ମିଶନ ଶକ୍ତି ମା ପଦ୍ମାବତୀ ଦାସ (ଆହାର କର୍ମୀ) ଓ ସୀତା ମୁର୍ମୁ (ସ୍ବଚ୍ଛକର୍ମୀ) ନିଜ ନିଜର ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ମିଶନ ଶକ୍ତି କାର୍ଯ୍ୟକ୍ରମ ଯୋଗୁ ସେମାନେ ଆଜି ସ୍ବାବଲମ୍ବୀ ହେବା ସହିତ ନିଜ ନିଜ ପରିବାରର ଛୋଟ ଛୋଟ ଅସୁବିଧା ମଧ୍ୟ ଦୂର କରିପାରୁଛନ୍ତି । ସାଇକେଲ ଦ୍ବାରା ସେମାନଙ୍କ ସମୟ ବଞ୍ଚିବା ସହିତ କାର୍ଯ୍ୟଦକ୍ଷତା ବଢିବ ବୋଲି ସେମାନେ କହିଥିଲେ।  ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀ ଜି. ମାଥିଭାତନନ ସ୍ବାଗତ ଭାଷଣ ଦେଇଥିଲେ ଏବଂ ବିଏମସି କମିଶନର ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ । ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସ ଉପସ୍ଥିତ ଥିଲେ ।

ଆଉ ଫେରିବେନି ପିଣ୍ଟୁ….

() ଅଫେରା ରାଇଜ କୁ ଚାଲିଗଲେ ଓଲିଉଡ଼ ଲୋକପ୍ରିୟ କଳାକାର ପିଣ୍ଟୁ ନନ୍ଦ। ନିଜ ଅଭିନୟ କଳାରେ ସମସ୍ତ ମସଗୁଲ କରୁଥିବା ପିଣ୍ଟୁ ଗତ କାଲି ରାତି ପ୍ରାୟ ୧୧ଟା ୨୫ମିନିଟ୍ ରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ପିଣ୍ଟୁ ନନ୍ଦ ୪୬ବର୍ଷ ହୋଇଥିଲା। ବୁହୁତ ଦିନ ଧରି ଲିଭର୍ ସିରୋସିସ୍ ରୋଗ ପୀଡ଼ିତ ଥିଲେ ପିଣ୍ଟୁ ଏନେଇ ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଆଜି ଓଡ଼ିଶା ସିନେ ଜଗତର ହୋଇଛି ଏକ ଅପୂରଣୀୟ କ୍ଷତି।

୧୦ ଟଙ୍କାରୁ ଅଧିକ ହେବ ନାହିଁ ରାଜ୍ୟର କୌଣସି ସଂଗ୍ରହାଳୟର ପ୍ରବେଶ ଦେୟ…

() ରାଜ୍ୟର କୌଣସି ସଂଗ୍ରହାଳୟର ପ୍ରବେଶ ଦେୟ (ଟିକେଟ) ୧୦ ଟଙ୍କାରୁ ଅଧିକ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ 

ଛାତ୍ରଛାତ୍ରୀ, କାରିଗର ଓ ବୁଣାକାରଙ୍କ ପାଇଁ ସଂପୂର୍ଣ୍ଣ ମାଗଣା ।

{} ଓଡିଶା କଳାର ଭୂମି । ଆମର କଳା, ସଂସ୍କୃତି ସାରା ବିଶ୍ବରେ ଓଡିଶାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆମର ଏହି ମହାନ ଐତିହ୍ୟର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର ଦିଗରେ ସଂଗ୍ରହାଳୟ ଗୁଡିକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ଜନସାଧାରଣ, ବିଶେଷ କରି ଯୁବ ସମାଜ, ଛାତ୍ର ସମାଜ ତଥା ପର୍ଯ୍ୟଟକ ମାନେ ଯେପରି ଆମ କଳା ଓ ସଂସ୍କୃତି ସହିତ ଭଲ ଭାବରେ ପରିଚିତ ହୋଇପାରିବେ, ସେ ଦୃଷ୍ଟିରୁ ରାଜ୍ୟର କୌଣସି ସଂଗ୍ରହାଳୟର ପ୍ରବେଶ ଦେୟ ୧୦ ଟଙ୍କାରୁ ଅଧିକ ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।ଏତଦ୍‌ବ୍ୟତୀତ ଛାତ୍ରଛାତ୍ରୀ, କାରିଗର ଓ ବୁଣାକାର ମାନଙ୍କ ପାଇଁ ସଂଗ୍ରହାଳୟରେ ପ୍ରବେଶ ନିମନ୍ତେ କୌଣସି ଦେୟ ଆଦାୟ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆମ ରାଜ୍ୟରେ ଥିବା ସଂଗ୍ରହାଳୟ ଗୁଡିକ ଯେପରି ଅଧିକ ଲୋକପ୍ରିୟ ହେବ ଏବଂ ପର୍ଯ୍ୟଟକ ମାନେ ସେଗୁଡିକ ପରିଦର୍ଶନର ସୁଯୋଗ ପାଇପାରିବେ, ସେ ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଭୁବନେଶ୍ବରରେ ରାଜ୍ୟ ସଂଗ୍ରହାଳୟ ସହିତ କଳାଭୂମି, ଆଦିବାସୀ ସଂସ୍କୃତି ଓ ଗବେଷଣା ସଂଗ୍ରହାଳୟ, କଟକରେ ସାମୁଦ୍ରିକ ସଂଗ୍ରହାଳୟ ତଥା ବିଭିନ୍ନ ଜିଲ୍ଲାରେ ଅନେକ ସଂଗ୍ରହାଳୟ ରହିଛି । ଏଗୁଡିକୁ ଲୋକପ୍ରିୟ କରିବା ପାଇଁ ଏବଂ ପରିଦର୍ଶକ ମାନଙ୍କୁ ଆକୃଷ୍ଟ କରିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ସହାୟକ ହେବ ବୋଲି ଆଶା କରାଯାଉଛି ।

ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ପରାମର୍ଶ ଭିଡିଓ ଦେଖିଲେଆପଣ ନିଜ ମତ ବଦଳାଇବେ…..

() ପୋଲିସ ଉପରେ ବିଜେପି ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କ ଆକ୍ରମଣ ନେଇ ପୁଣି ଉଭୟ ଦଳ ମଧ୍ୟରେ ଆରମ୍ଭ ହୋଇଛି ଟୁ ଇଟ ଲଢେ଼ଇ l  ଧର୍ମେନ୍ଦ୍ର ପ୍ରଧାନଙ୍କ ଟୁଇଟର ଉତ୍ତର ରଖିଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ l ପ୍ରଣବ ପ୍ରକାଶ ବିଧାନ ସଭା ଘେରାଉ ବେଳେ ଏକ ଭିଡ଼ିଓ କୁ ସେୟାର କରି କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l ରାଜ୍ୟର ଆଇନ ଶୃଙ୍ଖଳା ନେଇ କେନ୍ଦ୍ରମନ୍ତ୍ରୀ ଉଠାଇ ଥିବା ପ୍ରଶ୍ନ ର ଉତ୍ତର ରଖି ସେ କହିଛନ୍ତି ଯେ ଭାଇ, ମୁଁ ଆପଣଙ୍କ ସାଙ୍ଗରେ ସଂପୂର୍ଣ୍ଣ ଏକମତ । ଗଣତନ୍ତ୍ରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି, ହେଲେ ଆତଙ୍କରାଜ ଓ ହିଂସାକାଣ୍ଡ ସୃଷ୍ଟି କରି ସୁରକ୍ଷାକର୍ମୀଙ୍କୁ ଲହୁଲୁହାଣ କରିବାର ଅଧିକାର ନାହିଁ । ଦୟାକରି ଏହି ଭିଡିଓକୁ ଦେଖନ୍ତୁ । ମୋର ଦୃଢ ବିଶ୍ୱାସ, ଆପଣ ନିଜ ମତ ବଦଳାଇବେ।

ଆଜିଠାରୁ ଆରମ୍ଭ ଯୁକ୍ତ ଦୁଇ ପରୀକ୍ଷା…

() ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଯୁକ୍ତ ଦୁଇ ଥିଓରୀ ପରୀକ୍ଷା ଆଜଠାରୁ ଆରମ୍ଭ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୧୧୪୫ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ  ୩ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ। ଯୁକ୍ତ ଦୁଇ କଳାରେ ୨ଲକ୍ଷ ୧୯ହଜାର ୧୧୦, ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩, ୧୪୮ଜଣ ଓ ଧନ୍ଦାମୂଳକ ୫ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ଯାଏ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଆନ୍ଦୋଳନ ଛାଡ଼ି ପରୀକ୍ଷା ପରିଚାଳନା ରେ ଯୋଗଦେବେ ୬୬୨ ବର୍ଗର ଅଧ୍ୟାପକ ଓ କର୍ମଚାରୀ। ତେଣୁ ପରୀକ୍ଷା ପରିଚାଳନା ସୁରୁଖୁରୁରେ ହେବ ବୋଲି ଆଶା କରାଯାଉଛି। ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହେଉଥିବାରୁ ସକାଳ ୯ଟା ରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ। ପରୀକ୍ଷାର୍ଥୀ ମାନେ ନିଜ ନିଜ ଆଡମିଟ କାର୍ଡ, ବ୍ଲାକପେନ୍, ପାଣି ବୋଟୋଲ ଛଡ଼ା ଆଉ କୌଣସି ଜିନିଷ ପରୀକ୍ଷା କେନ୍ଦ୍ର ଭିତରକୁ ନେଇ ପାରିବେ ନାହିଁ। ଯୁକ୍ତ ଦୁଇ କଳା, ବିଜ୍ଞାନ, ଧନ୍ଦାମୂଳକ ପରୀକ୍ଷା ମାର୍ଚ୍ଚ ୧ ତାରିଖ ଠାରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସମସ୍ତ ପରୀକ୍ଷାର୍ଥୀ ମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ସଫଳତା ଜ୍ଞାପନ କରିଛନ୍ତି। ଚାପରେ ନରହି ନିଜ ଅଧ୍ୟୟନ, ପରିଶ୍ରମ ଓ ଆତ୍ମବିଶ୍ବାସ କୁ ବଜାୟ ରଖି ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେବେ ବୋଲି ମୋର ଆଶା ଓ ବିଶ୍ବାସ ରହିଛି। ଉକ୍ତ ପକ୍ରିୟାକୁ ସଫଳତାର ସହ ପରିଚାଳନା କରିବା ନିମନ୍ତେ ପଦାଧିକାରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ, ଛାତ୍ରଛାତ୍ରୀ, ପୋଲିସ୍ ଓ ପ୍ରଶାସନଙ୍କ ସହଯୋଗ କାମନା କରିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାସ।

ପ୍ରଣବ ପିଠି ଥାପୁଡ଼େଇବା ପରେ ଏମିତି କହିଲେ ସୂର୍ଯ୍ୟବଂଶୀ….

() ସେ ଶାସକ ଦଳର ବିଧାୟକ l ଆମେ ବିରୋଧି ଦଳର ପ୍ରଥମ କରି ବିଧାୟକ ଭାବେ ବିଧାନ ସଭାକୁ ଆସିଛୁ l ରାଜନୀତିରେ ବିରୋଧୀ ଦଳ ଏବଂ ଶାସକ ଦଳ ମଧ୍ୟରେ ସୌଜନ୍ୟତା ଏବଂ ସମ୍ଭ୍ରମତା ନିହାତି ରହିବାର ଆବଶ୍ୟକତା ଅଛି । ଯୁବ ବିଧାୟକ ହିସାବରେ ଗୃହରେ ବରିଷ୍ଠ ଶାସକ ଦଳର ବିଧାୟକଙ୍କଠାରୁ ବି ଅନେକ କିଛି ଶିଖିବାର ଅଛି l ରାଜ୍ୟପାଳ ଅଭିଭାଷଣ ଉପରେ ପ୍ରଥମ ଥର ପାଇଁ ଧାମନଗର ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୂରଜ ବିବୃତି ରଖିବା ପରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ନିଜ ଆସନରୁ ଉଠିଆସି ସୂର୍ଯ୍ୟବଂଶୀଙ୍କ ପିଠି ଥାପୁଡ଼େଇଥିଲେ l ଯାହାକୁ ତାଙ୍କୁ ଅନେକ କିଛି ଶିଖାଇଛି ବୋଲି ବିଜେପିର ଯୁବ ବିଧାୟକ କହିଛନ୍ତି l ବିଧାନସଭାରେ ବିରୋଧୀ ଓ ଶାସକ ସଦସ୍ୟମାନେ ଲୋକଂକ କଥାକୁ ଶାଣିତ କରିଥାନ୍ତି l ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଆସିଥିବାରୁ ରାଜ୍ୟ ରାଜନୀତି ପାଣିପାଗ ଉଷ୍ମ ହୋଇଛି l ଆରୋପ ଓ ପ୍ରତି ଆରୋପ ରାଜନୀତି ବି ଜୋରଧରିଛିl ପରିସ୍ଥିତି ଏମିତି ହେଲାଣି ବିରୋଧି ଓ ଶାସକ ଦଳର ସଦସ୍ୟ ମାନେ ବ୍ୟକ୍ତିଗତ ସ୍ତରରେ ସମାଲୋଚନା କରିବାକୁ ପଛାଉ ନାହାନ୍ତି l ଯିଏ ଯାହା ପାଉଛି କହୁଛି l ଆଉ ଏପରି ସମୟରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ବିରୋଧି ଦଳର ଯୁବ ବିଧାୟକଙ୍କୁ ତାଙ୍କର ପ୍ରଥମ ବଜେଟ ଭାଷଣ ପାଇଁ ପିଠିବାଢେଇ ଅଭିନନ୍ଦନ ଦେବା ଶାସକ ଓ ବିରୋଧି ସଦସ୍ୟଙ୍କୁ କିଛି ନୂଆ ସନ୍ଦେଶ ଦେଇଛି ଆଗମୀ ଦିନର ରାଜନୀତି ପାଇଁ l କାରଣ ରାଜନୀତିରେ ପ୍ରତିବାଦ, ମତଭେଦ, ବିରୋଧ ରହିବା ସ୍ୱାଭାବିକ। କିନ୍ତୁ ପରସ୍ପର ପ୍ରତି ସମ୍ମାନ, ସୌଜନ୍ୟତା ରଖିଲେ, ଭଲ କାମକୁ ପ୍ରଶଂସା କଲେ ଏହା ଆଗାମୀ ପିଢ଼ି ପାଇଁ ଅନୁକରଣୀୟ ହେବ । ଖାସ୍ ସେଥିପାଇଁ ଯୁବ ବିଧାୟକଙ୍କ ମାନେ ବରିଷ୍ଠ ବିଧାୟକଙ୍କ ଠାରୁ ବହୁତ କିଛି ଶିକ୍ଷାଲାଭ କରନ୍ତି l

ପ୍ରଥମ ବଜେଟ ଭାଷଣ ପାଇଁ ନିଜ ଆସନରୁ ଉଠିଆସି ସୂର୍ଯ୍ୟବଂଶୀଙ୍କ ପିଠି ଥାପୁଡ଼େଇଲେ ପ୍ରଣବ…..

() ଓଡ଼ିଶା ରାଜନୀତିରେ ଏକ ଭିନ୍ନ ଚିତ୍ର ଆସିଛି ବିଧାନସଭାର ବଜେଟ୍ ଅଧିବେଶନରେ l ବିରୋଧିଙ୍କ ପ୍ରତି ଶାସକ ଦଳର ଉଦାର ମନଭାବ ପୁଣି ଥରେ ଦେଖିବାକୁ ମିଳିଛି l ରାଜ୍ୟପାଳ ଅଭିଭାଷଣ ଉପରେ ପ୍ରଥମ ଥର ପାଇଁ ଧାମନଗର ବିଜେପି ବିଧାୟକ ସୂର୍ଯ୍ୟବଂଶୀଙ୍କ ବିବୃତି ରଖିଥିଲେ l ସେ ତାଙ୍କ ବିବୃତରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ l ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ପ୍ରଶ୍ନ କରିଥିଲେ l ବିରୋଧି ଦଳର ବିଧାୟକ ହେଉଛନ୍ତି ସୂର୍ଯ୍ୟବଂଶୀ l ତାଙ୍କ ଆଭିମୁଖ୍ୟ ସେ ତାଙ୍କ ଭାଷଣ ଜରିଆରେ କହିଲେ l ତାଙ୍କ ଭାଷଣ ସରୁ ସରୁ ରାଜନୀତିର ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା ବିଧାନ ସଭାରେ l ବିଜେଡି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ନିଜ ଆସନରୁ ଉଠିଆସି ସୂର୍ଯ୍ୟବଂଶୀଙ୍କ ପିଠି ଥାପୁଡ଼େଇଥିଲେ l ଶାସକ ଦଳର ବିଧାୟକ ପ୍ରଣବ ପ୍ରକାଶ ଦାସ ଏପରି ଆଶିର୍ବାଦ ବିରୋଧି ବିଧାୟକଙ୍କୁ ଦେବା ଏବେ ଚର୍ଚ୍ଚାର ବିଷୟ ।ଜାତୀୟସ୍ତରର ରାଜ୍ୟ ସରକାରଙ୍କ ବିଭିନ୍ନ କ୍ଷେତ୍ରରେ ସ୍ଥାନ କେଉଁଠି ବୋଲି କହି ନମ୍ୱର୍ ଗଣାଇଲେ ଥିଲେ ସୁରଜ୍ ସୂର୍ଯ୍ୟବଂଶୀ। ହେଲେ ଅଭିଯୋଗ ଚିରାଚରିତ l ତଥାବି ରାଜନୀତିରୁ ଉର୍ଦ୍ଧରେ ରହି ପ୍ରଣବ ପ୍ରଥମଥର ଅଭିଭାଷଣ ଦେଇଥିବାରୁ ଧାମନଗର ବିଜେପି ବିଧାୟକଙ୍କ ପିଠି ଥାପୁଡେଇଥିଲେ l ଜଣେ ସିନିୟର୍ ବିଧାୟକ ନୂଆ ବିଧାୟକଙ୍କୁ ଗୃହରେ ଉତ୍ସାହିତ କରିବା ଏବେ ରାଜ୍ୟ ରାଜନୀତିକୁ ଦିଗ ଦେଖାଇଛି l ନୀତି ବ

ତ୍ୟାଗ ଓ ସେବା ହିଁ ମଣିଷ କୁ ମହାନ୍ କରେ…

() ଉତ୍କଳମଣିଙ୍କ ଜନ୍ମପୀଠର କାୟାକଳ୍ପ,

୧୫ ଫୁଟ ଉଚ୍ଚ ଗୋପବନ୍ଧୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତୀ, ଶିବ ମନ୍ଦିର, ସଂଗ୍ରାହାଳୟ, ଶିଶୁ ପାର୍କ, ପରିକ୍ରମା ରାସ୍ତା, ସୂଚନା କେନ୍ଦ୍ର।

ସୁଆଣ୍ଡୋରୁ ଆରମ୍ଭ ହେଲା ମହାପୁରୁଷଙ୍କ ଜନ୍ମପୀଠର ବିକାଶ କାର୍ଯ୍ୟକ୍ରମ, ୫-ଟି ଉପକ୍ରମରେ ରାଜ୍ୟର ସବୁ ବରପୁତ୍ରଙ୍କ ଜନ୍ମପୀଠର ରୂପାନ୍ତର କରାଯିବ।

ଗୋପବନ୍ଧୁ ଥିଲେ ଯୁଗପୁରୁଷ, ତାଙ୍କ ସ୍ମୃତି ରକ୍ଷା ପାଇଁ ଯେତେ ଯାହା କଲେ ବି କମ୍‌ ହେବ – ମୁଖ୍ୟମନ୍ତ୍ରୀ।

ତ୍ୟାଗ ଓ ସେବା ହିଁ ମଣିଷ କୁ ମହାନ୍ କରେ।

ଗୋପବନ୍ଧୁଙ୍କ ‘ଭାର୍ଗବୀ ସଂକଳ୍ପ’କୁ ଜୀବନର ବ୍ରତ କରି ଏକ ନୂଆ ଓ ସଶକ୍ତ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ।

{} ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋର ହୋଇଛି କାୟାକଳ୍ପ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସୁଆଣ୍ଡୋରେ ପଣ୍ଡିତ ଗୋପବନ୍ଧୁଙ୍କ ରୂପାନ୍ତରିତ ଜନ୍ମପୀଠକୁ ଲୋକାର୍ପିତ କରିଛନ୍ତି । ଗୋପବନ୍ଧୁଙ୍କ ଏକ ୧୫ ଫୁଟ ଉଚ୍ଚ ପୂର୍ଣ୍ଣ ଅବୟେବ ପ୍ରତିମୂର୍ତ୍ତୀ ଉନ୍ମୋଚନ କରିବା ସହିତ ବିକଶିତ ଶିବ ମନ୍ଦିର, ପୋଖରୀ, ମ୍ୟୁଜିୟମ ଓ ପୈତୃକ ବାସଗୃହର ଉଦ୍‌ଘାଟନ କରିଛନ୍ତି । ଏହାସହିତ ଜନ୍ମପୀଠକୁ ରାସ୍ତା, ପରିକ୍ରମା ରାସ୍ତା ଓ ଏକ ସୂଚନାକେନ୍ଦ୍ର ମଧ୍ୟ କରାଯାଇଛି।ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୋପବନ୍ଧୁ ଥିଲେ ଜଣେ ଯୁଗପୁରୁଷ । ଓଡିଆ ଜାତି ତାଙ୍କ ନିକଟରେ ସବୁବେଳେ ଋଣୀ । ତାଙ୍କ ସ୍ମୃତି ରକ୍ଷା ପାଇଁ ଯେତେ ଯାହା କଲେ ବି, କମ୍‌ ହେବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୫-ଟି ଉପକ୍ରମରେ ଓଡିଶାର ବରପୁତ୍ର ମାନଙ୍କ ଜନ୍ମପୀଠର ବିକାଶ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଉତ୍କଳ ଗୌରବ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ସହିଦ ଲକ୍ଷ୍ମଣ ନାୟକ ଏବଂ ଆହୁରି ଅନେକ ମହାପୁରୁଷଙ୍କ ତ୍ୟାଗ ଓ ସାଧନା ଓଡିଶାର ଗୌରବ ବଢାଇଛି ବୋଲି ସେ କହିଥିଲେ ।

ଗୋପବନ୍ଧୁଙ୍କ ସ୍ମୃତି ଚାରଣ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଉତ୍କଳମଣି ଥିଲେ ମାନବ ସମାଜର ମଣି । ତାଙ୍କ ତ୍ୟାଗ, ଦେଶଭକ୍ତି, ସେବା ଓ ଜାତିପ୍ରୀତିର ତୁଳନା ନାହିଁ । ସ୍ବାଧୀନତା ସଂଗ୍ରାମରୁ ଆରମ୍ଭ କରି ଓଡିଶାର ଶିକ୍ଷା, ସାହିତ୍ୟ ସଂସ୍କୃତି, ରାଜନୀତି, ସେବା ଓ ମାନବିକତାର ନୂଆ କାର୍ତ୍ତୀ ସ୍ଥାପନ କରିଯାଇଛନ୍ତି । ଓଡିଶାରେ ଜାତୀୟବାଦୀ ଚେତନାର ବିକାଶରେ ସେ ଥିଲେ କର୍ଣ୍ଣଧାର । ଭୋଗ ନୂହେଁ, ତ୍ୟାଗ ହିଁ ମହାନ, ସେବା ହିଂ ଶ୍ରେଷ୍ଠ – ଏହା ହିଁ ହେଉଛି ଗୋପବନ୍ଧୁଙ୍କ ଜୀବନର ବର୍ତ୍ତା । ସେ ସବୁବେଳେ ଆମ ପାଇଁ ପ୍ରେରଣା ହୋଇ ରହିଛନ୍ତି ଓ ରହିଥିବେ । ଗୋପବନ୍ଧୁଙ୍କ ‘ଭାର୍ଗବୀ ସଂକଳ୍ପ’କୁ ଜୀବନର ବ୍ରତ କରି ଏକ ନୂଆ ଓ ସଶକ୍ତ ଓଡିଶା ଗଠନ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ଗୋପବନ୍ଧୁଙ୍କ ଜନ୍ମ ମାଟିର ବିକାଶ ରେ ମୁଖ୍ୟମନ୍ତ୍ରୀ ଏଥିପାଇଁ ଉତ୍କଳମଣିଙ୍କ ପରିବାର ଓ ସୁଆଣ୍ଡୋଙ୍କ ଜନସାଧାରଣଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ । ଏହାସହିତ ରାଜ୍ୟ ସଂସ୍କୃତି ବିଭାଗ ଓ ପୁରୀ ଜିଲ୍ଲା ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଦେଇଥିଲେ ।କାର୍ଯ୍ୟକ୍ରମରେ ଯୋଗ ଦେଇ ଗୋପବନ୍ଧୁଙ୍କ ନାତି ଶ୍ରୀ ଧିରେନ୍ଦ୍ର କୁମାର ଦାସ, ଉତ୍କଳମଣୀଙ୍କ ଜନ୍ମପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହାଦ୍ବାରା ରାଜ୍ୟରେ ମହାପୁରୁଷ ମାନଙ୍କ ମାର୍ଗରେ ଚାଲିବାକୁ ଜନସାଧାରଣ ପ୍ରେରିତ ହେବେ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ପାତ୍ର, କ୍ରୀଡାମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଂଜନ ଦାଶ ପ୍ରମୁଖ ଅଭିଭାଷଣ ରଖି ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ସହିତ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ବିଭିନ୍ନ କ୍ଷେତ୍ରରେ ଓଡିଶାର ରୂପାନ୍ତର ଉପରେ ଆଲୋକପାତ କରିଥିଲେ । ଏହାସହିତ ସାଂସଦ ଶ୍ରୀ ପିନାକୀ ମିଶ୍ର, ବିଧାୟକ ଶ୍ରୀ ଉମାକାନ୍ତ ସାମସ୍ତରାୟ ସମାଜ ଖବରକାଗଜ ପକ୍ଷରୁ ଶ୍ରୀ ନିରଞ୍ଜନ ରଥ ମଧ୍ୟ ନିଜ ନିଜର ବକ୍ତବ୍ୟ ରଖିଥିଲେ।ବୈଠକରେ ଉତ୍କଳମଣିଙ୍କ ସଂପର୍କରେ ଏକ ବୃତଚିତ୍ର ପ୍ରଦାର୍ଶିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଗୋପବନ୍ଧୁଙ୍କ ୭ ଜଣ ନାତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।5T ଉପକ୍ରମ ରେ ଉତ୍କଳମଣି ଙ୍କ ଜନ୍ମସ୍ଥାନ ର ରୂପାନ୍ତର ରେ ପୁରୀ ର ଜିଲ୍ଲା ପାଳ ଶ୍ରୀ ସମର୍ଥ ବର୍ମା ଏବଂ ପୂର୍ବତନ ଜିଲ୍ଲାପାଳ ଶ୍ରୀ ବଲବନ୍ତ ସିଂହ ଙ୍କ ଉଦ୍ୟମ ର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ ।ରାଜ୍ୟ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସ୍ବାଗତ ଭାଷଣ ଦେଇଥିଲେ ଏବଂ ପୁରୀ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

ଜେପିସି ତଦନ୍ତ ଦାବି କଲା କଂଗ୍ରେସ…

ପ୍ରଧାନମନ୍ତ୍ରୀ ଓ ଆଦାନୀ ମହା ମେଗା ସ୍କାମ – କଂଗ୍ରେସ

ଜେପିସି ତଦନ୍ତ ଦାବି କଲା କଂଗ୍ରେସ

() ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଶରତ ରାଉତ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥି ଏବଂ ରଜନୀ ମହାନ୍ତିଙ୍କ ଉପସ୍ଥିତିରେ ପ୍ରଧାନ ମନ୍ତ୍ରୀ ଓ ଆଦାନୀ କମ୍ପାନୀ ସମୁହର ମହା ମେଗା ସ୍କାମର ଜେପିସି ତଦନ୍ତ ଦାବି କରାଯାଇଥିଲା । ବରିଷ୍ଠ ନେତା ଶ୍ରୀ ରାଉତ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କର ଅସମ୍ଭବ ନୀରବତା ଏହି ସମସ୍ତ ପ୍ରକରଣ ଉପରେ କୁହେଳିକା ସୃଷ୍ଟି କରିଛି ଏବଂ ଏହା ବିରୋଧରେ ଓଡ଼ିଶା ପ୍ରଦେଶର ୩୩ ଟି ଯାକ ସାଂଗଠନିକ ଜିଲ୍ଲାରେ ପ୍ରେସବାର୍ତା ମାଧ୍ୟମରେ ସାଧାରଣ ଲୋକଙ୍କ ପାଖରେ ଏହି ମହା ଠକେଇର ପର୍ଦାଫାଶ କରାଯିବ । ମାର୍ଚ୍ଚ ୬ ରୁ ୧୦ ତାରିଖ ମଧ୍ୟରେ ପ୍ରତ୍ୟେକବ୍ଲକ/ଏନଏସି/ମ୍ୟୁନିସିପାଲ କର୍ପୋରେସନ ଇତ୍ୟାଦି ମାନଙ୍କରେ ଥିବା ସରକାରୀ ବ୍ୟାଙ୍କ କିମ୍ବା ଏଲଆଇସି ଅଫିସ ସାମନାରେ ପ୍ରତିବାଦ ସଭା ଆୟୋଜନ କରାଯିବ ଏବଂ ମାର୍ଚ୍ଚ ୧୩ ତାରିଖରେ ରାଜଭବନ ସମ୍ମୁଖରେ ଗଣଧାରଣା ମାଧ୍ୟମରେ ପ୍ରତିବାଦ କରାଯିବ ।
କଂଗ୍ରେସ ଦଳ ଭାରତବର୍ଷର ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା କରିବାପାଇଁ ଏବଂ ଦେଶର ସଂପତିକୁ ରକ୍ଷା କରିବାପାଇଁ ଜନସାଧାରଣଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ସଂସଦ ଠାରୁ ଆରମ୍ଭ କରି ସଡ଼କ ପର୍ଯ୍ୟନ୍ତ ଆଜି ଲଢ଼େଇ କରୁଛି । ଆଜି ଯେଉଁ ଭାରତବର୍ଷ ଆମେ ଦେଖୁଛୁ ତାହା ବିଗତ ଦିନର ସରକାର ଏବଂ ଦେଶର ଚିନ୍ତାନାୟକ ମାନଙ୍କର କଠିନ ପରିଶ୍ରମର ଫଳ । ଅହେତୁକ ଦରଦାମ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା, ଆର୍ଥିକ ବିଶୃଙ୍ଖଳା, ନିମ୍ନଗାମୀ ଅର୍ଥନୀତି ଏକ ସରକାର ଓ ତାଙ୍କ ଦଳ ଦ୍ୱାରା ଯେଉଁଭଳି ଭାବରେ ଭାରତବର୍ଷର ହିଂସା, ଘୃଣା ଓ ବିଦ୍ୱେଶ ସୃଷ୍ଟି କରିବାରେ ଲାଗିଛନ୍ତି ତାହା ଅତ୍ୟନ୍ତ ଚିନ୍ତାଜନକ ଏବଂ ଏଥିପାଇଁ ଏକ ଦାୟୀତ୍ୱ ସଂପନ୍ନ ବିରୋଧି ଦଳ ହିସାବରେ କଂଗ୍ରେସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ଦାୟୀତ୍ୱକୁ କଂଗ୍ରେସ ଦଳ ନିର୍ବାହ କରିବାରେ ବଦ୍ଧପରିକର ।
ଠିକ୍ ଏହି ସମୟରେ ଭାରତବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ରାଜ୍ୟର ଗୁଜୁରାଟୀ ବ୍ୟବସାୟୀ ବନ୍ଧୁଙ୍କୁ ଦେଶର ସମସ୍ତ ସଂପତି ଏବଂ ଦେଶର କୋଟି କୋଟି ଜନସାଧାରଣଙ୍କ ବ୍ୟାଙ୍କରେ ଥିବା ସଂଚୟ ରାଶି ଓ ଏଲଆଇସି ଭଳି ସଂସ୍ଥାରେ ଥିବା ଜମା ପୁଞ୍ଜିକୁ ନିଜର କ୍ଷମତା ବଳରେ ଚାପ ପ୍ରୟୋଗ ସୃଷ୍ଟିକରି ଆଦାନୀ ବ୍ୟବସାୟୀ ସାମ୍ରାଜ୍ୟକୁ ବୃଦ୍ଧି କରିବାପାଇଁ କୋଟି କୋଟି ଟଙ୍କା ଦେଇଛନ୍ତି । ୨୦୧୪ ମସିହା ବେଳକୁ ଗୌତମ ଆଦାନୀଙ୍କର ସ୍ଥାନ ବିଶ୍ୱ ଧନୀ ତାଲିକାରେ ୬୦୯ ଥିଲା । ତାଙ୍କର କମ୍ପାନୀର ସମୁଦାୟ ବ୍ୟବସାୟୀକ ସଂପତି ୫୨ ହଜାର କୋଟି ଟଙ୍କା ଥିଲା କିନ୍ତୁ ଏହି ୯ବର୍ଷ ଭିତରେ ୨୦୨୨ ମସିହା ଶେଷ ସୁଦ୍ଧା ଗୌତମ ଆଦାନୀ ବିଶ୍ୱରେ ତୃତୀୟ ବୃହତମ ଧନୀ ତାଲିକାରେ ସ୍ଥାନ ପାଇଥିଲେ । ଏହି ୯ ବର୍ଷ ଭିତରେ ଆଦାନୀ ଗ୍ରୁପର ବ୍ୟବସାୟୀ ସମସ୍ତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଲମ୍ବି ଯାଇଛି । ଯଥା ବନ୍ଦର, ଜାତୀୟ ରାଜପଥ, ବିମାନ ବନ୍ଦର, ସିମେଂଟ, ରେଳ, କଂଟେନର, ବିଦ୍ୟୁତ ଆବଂଟନ, ତାପଜ ଶକ୍ତି ବିଦ୍ୟୁତ ଉତ୍ପାଦନ, ପ୍ରଦ୍ୟୁଷଣ ମୁକ୍ତ ଶକ୍ତି ଉତ୍ପାଦନ, ସାମରିକ ଯନ୍ତ୍ରାଂଶ ଏବଂ ଖାଦ୍ୟ ଦ୍ରବ୍ୟ ଇତ୍ୟାଦି ।
ଏହି ୯ ବର୍ଷ ଭିତରେ ଭାରତ ବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରର ବିଜେପି ସରକାର ନିର୍ଦ୍ଦିଷ୍ଟ ଅଳ୍ପ କିଛି ପୁଞ୍ଜିପତିଙ୍କୁ ଭାରତ ବର୍ଷର ସମସ୍ତ ଜାତୀୟ ସଂପତି ତାଙ୍କ ହାତକୁ ଟେକି ଦେଇଛନ୍ତି । ଯଦ୍ୱାରାକି ଭାରତ ବର୍ଷର ପୁଞ୍ଜିବାଦ ଅଭ୍ୟୁଦୟ ହୋଇଛି । ବିଶେଷ ଭାବରେ ନରେନ୍ଦ୍ର ମୋଦି ନିଜର ବ୍ୟକ୍ତିଗତ ସଂପର୍କ ଯୋଗୁଁ ଆଦାନୀ ଓ ଆମ୍ବାନୀଙ୍କୁ ବହୁ ଭାବରେ ଲାଭ ପଂହଚାଉଛନ୍ତି । ଆଦାନୀ ଗ୍ରୁପର ୨୦୧୭-୧୮ ଆର୍ଥିକ ବର୍ଷରେ ୬ଟି ସୂଚୀବଦ୍ଧ କମ୍ପାନୀ ଥିବା ବେଳେ ସମୁଦାୟ ବ୍ୟବସାୟୀକ ଟର୍ନଓଭର ୭୭ ହଜାର କୋଟି ଟଙ୍କା ଥିଲା । ଏଥିରୁ ଅପରେଟିଂ ପ୍ରଫିଟ ୨୦୧୪୧ କୋଟି ଥିବା ବେଳେ ନେଟ ଲାଭ ୩୪୫୫ କୋଟି ଥିଲା । ମାତ୍ର ୪ବର୍ଷ ଭିତରେ ୨୦୨୨ ଶେଷ ବେଳକୁ ଏହି କମ୍ପାନୀ ୧୮ଲକ୍ଷ କୋଟିର ସଂପତି ସୃଷ୍ଟି କରି ବିଶ୍ୱର ନମ୍ବର ୨ ଧନୀ ହୋଇଯିବା ମାତ୍ର ଏକ ସଂଯୋଗ ନା ପ୍ରୟୋଗ । ଆପଣମାନଙ୍କର ମନେଥିବ ଭାରତ ବର୍ଷର ପ୍ରଧାନମନ୍ତ୍ରୀ ଦାୟୀତ୍ୱ ଗ୍ରହଣ କରିବାପରେ କହିଥିଲେ ହମ ଖାଉଁଗା ନା ଖାନେ ଦେଉଁଗା କିନ୍ତୁ ୯ ବର୍ଷ ଭିତରେ ଭାରତ ବର୍ଷର ଲକ୍ଷ ଲକ୍ଷ କୋଟି ଟଙ୍କାକୁ ଆଦାନୀ-ଆମ୍ବାନୀ ମାଧ୍ୟମରେ ଲୁଟ କରିଛନ୍ତି ଏବଂ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ଇଲୋକ୍ଟ୍ରୋରାଲ ବଣ୍ଡ ।
ଆଦାନୀ ଇନଫାଷ୍ଟ୍ରଚର, ଆଦାନୀ ପାୱାର, ଆଦାନୀ ଗ୍ରୀନ ଏନରଜି, ଆଦାନୀ ଟ୍ରାନ୍ସମିସନ, ଆଦାନୀ ଟୋଟାଲ ଗ୍ୟାସ, ଆଦାନୀ ପୋଟସ୍‌, ଆଦାନୀ ଉଇଲମାର ଆଦି କମ୍ପାନୀ ସମୁହ ଷ୍ଟକ ହେରଫେର, ମନି ଲଣ୍ଡେରିଂ, ଫ୍ରଡ୍ ଆକାଉଣ୍ଟିଂ ଏବଂ ବିଦେଶୀ ଜାଲ କମ୍ପାନୀ ମାନଙ୍କ ଜରିଆରେ ବ୍ୟାପକ ମାତ୍ରାରେ ହେରଫେର କରି କମ୍ପାନୀ ସମୁହର ସେୟାର ପ୍ରାଇସ ଅହେତୁକ ବୃଦ୍ଧି କରିବାକୁ ସକ୍ଷମ ହୋଇଥିଲେ । ଅପ୍ରାକୃତିକ ଓ ଅସାଧୁ ଉପାୟରେ ସେୟାର ମୂଲ୍ୟ ବୃଦ୍ଧି କରି ଉକ୍ତ ସେୟାରକୁ ଷ୍ଟେଟବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଏଲଆଇସି ଭଳି ସଂସ୍ଥାମାନଙ୍କ ପାଖରେ ବନ୍ଧକ ରଖି ହଜାର ହଜାର କୋଟି ଟଙ୍କା ଋଣ ନେଇ ବ୍ୟବସାୟରେ ନିବେଶ କରିଛନ୍ତି ଯାହାକି ସଂପୂର୍ଣ୍ଣ ବେଆଇନ ଅଟେ ।  ଜାନୁଆରୀ ୨୪ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବାପରେ ଭାରତବର୍ଷ ଏବଂ ସାରା ବିଶ୍ୱରେ ପୁଞ୍ଜି ବଜାର ଏବଂ ନିବେଶକ ମାନେ ବହୁ ଚିନ୍ତାରେ ପଡ଼ିଛନ୍ତି । ହିଣ୍ଡେନବର୍ଗ ରିପୋଟରେ ଆଦାନୀ ଗ୍ରୁପ ଅଫ କମ୍ପାନୀର ସେୟାରକୁ ଜାଣିସୁଣି ବହୁ ମୂଲ୍ୟ ବଢ଼ାଯାଇଛି ଏବଂ ଆଦାନୀ ଗ୍ରୁପର ଋଣ ପରିଶୋଧ କରିବା ଏବଂ ଲିକୁଇଡିଟି ସ୍ଥିତି ଏବଂ ସାମଗ୍ରିକ ଏକାଉଟିକିଂ ନୀତିନିୟମକୁ ପାଳନ କରାଯାଇ ନାହିଁ ବୋଲି ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି । ଏପରିକି ମରିର୍ସସ ଏବଂ ଅନ୍ୟବହୁ ଦେଶରେ ଟ୍ୟାକ୍ସ ହେଭେନ ଦେଶରେ ସେଲ କମ୍ପାନୀ (ମିଛ କମ୍ପାନୀ) ସୃଷ୍ଟି କରି ତାହାରି ମାଧ୍ୟମରେ ବିଦେଶରୁ କୋଟି କୋଟି ଟଙ୍କା ନିଜ କମ୍ପାନୀରେ ପୁଞ୍ଜି ବିନିଯୋଗ କରାଇ ବଜାରରେ ନିଜ ସେୟାର ଦାମ ବହୁ ପରିମାଣରେ ବୃଦ୍ଧି କରି ନିବେଶକ ମାନଙ୍କୁ ଲକ୍ଷ କୋଟି କୋଟି ଟଙ୍କା ଠକିଛନ୍ତି ବୋଲି ରିପୋର୍ଟରେ କହିଛନ୍ତି ।
ଏପରିକି ଭାରତବର୍ଷର ଜାତୀୟ ବ୍ୟାଙ୍କମାନେ ୮୦ ହଜାର କୋଟି ଟଙ୍କା ଆଦାନୀ ଗ୍ରୁଫ କମ୍ପାନୀରେ ପୁଞ୍ଜି ବିନିଯୋଗ କରିଛନ୍ତି । ଏଲଆଇସି ୩୬ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ କରିଛି । ଏ ସମସ୍ତ ପୁଞ୍ଜି ବିନିଯୋଗ ସରକାରଙ୍କର ବିନା ଅନୁମତି ଓ ଚାପ ପ୍ରୟୋଗ ବିନା ଏହା ସମ୍ଭବ ହେବ ନାହିଁ । ଆଦାନୀ ଗ୍ରୁପର ସମସ୍ତ କମ୍ପାନୀର ନେଟ ଓର୍ଥ ତିନିବର୍ଷ ତଳେ ମାତ୍ର ୨୦ ବିଲିୟନ ଡଲାର ଥିବା ବେଳେ ଏହି ତିନିବର୍ଷ ଭିତରେ ଏହା ୧୦୦ ବିଲିୟନ ଡଲାର ବୃଦ୍ଧି ପାଇ ଆଜିର ଦିନରେ ୧୨୦ ବିଲିୟନ ଡଲାରେ ପଂହଚିଛି । ଏତେବଡ଼ ଅଭିଯୋଗ ସତ୍ୱେ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଡାଇରେକ୍ଟର ଅଫ ରେଭିନ୍ୟୁ ଇଂଟେଲିଜେନ୍ସ, ସେବି, ଆରବିଆଇ, ଇଡି, କମ୍ପିଟିସନ ଅଥରିଟି ଅଫ ଇଣ୍ଡିଆ ଏବଂ ଇନକମ ଟ୍ୟାକ୍ସ ଆଦି ବିଭାଗ ସମସ୍ତେ ଚୁପ ବସିଯାଇଛନ୍ତି ଏବଂ କୌଣସି ତଦନ୍ତ କରାଯାଉ ନାହିଁ କାହିଁକି । ଆଦାନୀ ଗ୍ରୁପ ସମୁହର ସମୁଦାୟ ଋଣର ପରିମାଣ ୨.୫ ଲକ୍ଷ କୋଟି ଟଙ୍କା ଯାହାକି ଭାରତୀୟ ବ୍ୟାଙ୍କ ସମୁହ ପ୍ରଦାନ କରିଛନ୍ତି । ଯଦି କମ୍ପାନୀ କ୍ଷତିଗ୍ରସ୍ତ ହେଉଛି ତାହାଲେ ସମସ୍ତ ଟଙ୍କା ଡୁବି ଯିବାର ସମ୍ଭାବନା ରହିଛି ଯାହାକି ଦେଶର ଅର୍ଥ ବ୍ୟବସ୍ଥାକୁ ଧ୍ୱସ୍ତ କରିବାକୁ ସକ୍ଷମ । ପିତଳ ଉପରେ ସୁନା ପାଣି ଦେଇ ୨୪ କ୍ୟାରେଟ ସୁନା କହି ଠକେଇ କରି ବିକ୍ରୀ କରିବା ଯାହା ୧୦୦ ଟଙ୍କା ମୂଲ୍ୟର ସେୟାରକୁ ଅସାଧୁ ଉପାୟରେ ୨୦୦୦ ଟଙ୍କାରେ ପଂହଚାଇବା ସେୟା ଏବଂ ଏହି ସେୟାରକୁ ବନ୍ଧକ ରଖି ବ୍ୟାଙ୍କ ଆଦାନୀ ଗ୍ରୁପକୁ ଋଣ ଦେବା ଏ ଶତାବ୍ଦିର ସବୁଠାରୁ ବଡ଼ ଆର୍ଥିକ ଠକେଇ ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନିରବ ।
ଆଜି ଆଦାନୀର ସେୟାର ମୂଲ୍ୟ ବହୁ ପରିମାଣରେ କମିଯିବା ଯୋଗୁଁ ଏଲଆଇସି ଏବଂ ଭାରତୀୟ ବ୍ୟାଙ୍କ ମାନଙ୍କର ପାଖାପାଖି ୪୫ ହଜାର କୋଟି ଟଙ୍କା ଉଡ଼ି ଯାଇଛି । ଯଦ୍ୱାରାକି କୋଟି କୋଟି ଭାରତୀୟଙ୍କ ଅର୍ଥ ରାଶିକୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରର ବିଜେପି ସରକାର ଜାଣିସୁଣି ସୁରକ୍ଷିତ ରଖିଲେ ନାହିଁ । ଏପରିକି ମରିସସ୍‌ରୁ ଏକ ନିର୍ଦ୍ଦିଷ୍ଟ ସେଲ କମ୍ପାନୀ ମାଧ୍ୟମରେ ୪୮ ହଜାର କୋଟି ଆଦାନୀ ଗ୍ରୁପ ଅଫ କମ୍ପାନୀରେ ପୁଞ୍ଜି ବିନିଯୋଗ ହୋଇଥିଲା ବେଳେ ଏ କମ୍ପାନୀର ଠିକଣା ଓ କାରବାର ବିଷୟରେ କୌଣସି ସୂଚନା ନାହିଁ ଏବଂ ମିଳୁ ମଧ୍ୟ ନାହିଁ । ଏଥିରୁ ସ୍ପଷ୍ଟ ବୁଝାପଡ଼ୁଛି ଏହିସବୁ ସେଲ କମ୍ପାନୀ ମାଧ୍ୟମରେ ଲକ୍ଷ ଲକ୍ଷ କୋଟି ଟଙ୍କାର ମନିଲଣ୍ଡିରିଂ ହେଉଛି ଏବଂ ହେଉଥିଲା ।

ଆଦାନୀ ସଂପର୍କିତ ଲୁଟର ଅଭିଯୋଗ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ସଂସଦ ଏବଂ ସଂସଦ ବାହାରେ ବାରମ୍ବାର ସରକାରଙ୍କୁ ଚେତାଇଥିଲେ ଏବଂ ସେଥିରୁ ନିବୃତ ରହିବା ପାଇଁ ଚେତାଇଥିଲେ । କିନ୍ତୁ ଖୋଦ ନରେନ୍ଦ୍ର ମୋଦି ଏବଂ ବିଜେପି ଦଳର ନେତୃବୃନ୍ଦ ରାହୁଲ ଗାନ୍ଧୀଙ୍କୁ ବ୍ୟକ୍ତିଗତ ଆପେକ୍ଷ କରିବା ସହିତ ଜନମାନସରେ ନିନ୍ଦିତ କରାଇବାରେ ଚେଷ୍ଟା କରିଥିଲେ । ଏପରିକି କଂଗ୍ରେସ ଦଳ ଦୁର୍ନୀତିର ଜନକ ବୋଲି କହିଥିଲେ ଏବଂ ତାଙ୍କ ସରକାର ଦେଶର ସ୍ୱାର୍ଥ ସହିତ ସାଲିସ୍ କରିବେ ନାହିଁ ବୋଲି କହିଥିଲେ । କଂଗ୍ରେସ ଦଳ ଆଦାନୀ ସହିତ ଏହି ଅର୍ଥନୈତିକ କାରବାର ଓ ମହା ଠକେଇର ସତ୍ୟତାକୁ ଜାଣିବାପାଇଁ ଏକ ଜଏଂଟ ପାଲ୍ୟାମେଂଟ କମିଟି ଦ୍ୱାରା ତଦନ୍ତ କରାଯାଉ ବା ମାନ୍ୟବର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଏହାର ତଦନ୍ତ ହେଉ ବୋଲି ଦାବି କରୁଥିଲା ବେଳେ ସରକାର ଏହାକୁ ଗ୍ରହଣ କରୁନାହାନ୍ତି କାହିଁକି ଏପରିକି ବିଶ୍ୱରେ ବହୁ ନିବେଶକ ଏବଂ ନିବେଶକ ସଂସ୍ଥାମାନେ ନିଜର ନିବେଶକୁ ବହାର କରିନେଇ ସାରିଲେଣି ଏବଂ ଆଦାନୀ ଗ୍ରୁପ ଗୋଟିଏ କମ୍ପାନୀର ସେୟାରକୁ ବନ୍ଧକ ରଖି ସେହି ପଇସାରେ ଆଉ ଗୋଟିଏ କମ୍ପାନୀ କରିବା ବା ଅନ୍ୟ ଏକ ବ୍ୟବସାୟକୁ ଅଧିଗ୍ରହଣ କରିବା କାର୍ଯ୍ୟ କରିଛି । ଯଦ୍ୱାରାକି ମୂଳ ଋଣ ନେବାର ଉଦ୍ଦେଶ୍ୟ ଏବଂ ପ୍ରତିବଧତାକୁ ଖିଲାପ କରିଛି ।
ଏପରିକି ନରୱେର ଏକ ୟୁଏଲଏଫ ପେନସନ ଫଣ୍ଡ ସଂସ୍ଥା ଆଦାନୀର ଗ୍ରୀନ୍‌ଏନର୍ଜି କମ୍ପାନୀରେ ପୁଞ୍ଜି ବିଯୋଗ କରିଥିଲା ବେଳେ ଆଦନୀ ଗ୍ରୁପ ସେହି କମ୍ପାନୀର ସେୟାରକୁ ବନ୍ଧକ ରଖି ତାପଜ ବିଦ୍ୟୁତ ବ୍ୟବସାୟରେ ଲଗାଇଛି । ଯଦ୍ୱାରାକି ବିଶ୍ୱରେ ଯେଉଁ ଆର୍ଥିକ ସଂସ୍ଥାମାନେ ପ୍ରଦୁଷଣକୁ ନିୟନ୍ତ୍ରଣ କରିବା ଏବଂ ବିଶ୍ୱ ତାପମାନକୁ ହ୍ରାସ କରିବାପାଇଁ ସଂକଳ୍ପ ନେଇଛନ୍ତି ଏବଂ ତାଙ୍କର ପୁଞ୍ଜିକୁ ପ୍ରଦ୍ୟୁଷଣକାରୀ ବ୍ୟବସାୟରେ ନଲଗାଇବାପାଇଁ ନିଷ୍ପତି ନେଇଥିଲେ ତାକୁ ମଧ୍ୟ ଖିଲାପ କରିଛନ୍ତି । ମୋଦି-ଆଦାନୀ ସଂପର୍କ କାହାକୁ ଆଉ ଅଛପା ନାହିଁ । ୨୦୧୪ ମସିହା ପ୍ରଥମ ଥର ପାଇଁ ପ୍ରଧାନ ମନ୍ତ୍ରୀ ଭାବରେ ନିର୍ବାଚିତ ହେବାପରେ ଶପଥଗ୍ରହଣ ଉତ୍ସବକୁ ଆଦାନୀଙ୍କ ବ୍ୟକ୍ତିଗତ ଉଡ଼ାଜାହାଜ ରେ ଆସିଥିଲେ । ଆଜି ପର୍ଯ୍ୟନ୍ତ ଯେତେ ନିର୍ବାଚନ ଯେଉଁଠି ହୋଇଛି ସବୁବେଳେ ଆଦାନୀଙ୍କ ବ୍ୟକ୍ତିଗତ ବିମାନକୁ ନରେନ୍ଦ୍ର ମୋଦି ବ୍ୟବହାର କରନ୍ତି । ନରେନ୍ଦ୍ର ମୋଦି ଯେଉଁ ଯେଉଁ ଦେଶକୁ ବିଦେଶ ଗ୍ରସ୍ତରେ ଯାଇଛନ୍ତି ସେହିସବୁ ଦେଶକୁ ସାଥିରେ ଆଦାନୀକୁ ନେଇ ଯାଇଛନ୍ତି ବା ଆଦାନୀ ପୂର୍ବରୁ ସେଠାରେ ଯାଇ ପଂହଚିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେସବୁ ଦେଶର ପ୍ରଧାନମନ୍ତ୍ରୀ ବା ରାଷ୍ଟ୍ରପତିଙ୍କୁ ଚାପ ପ୍ରୟୋଗ କରି ଆଦାନୀଙ୍କୁ ବ୍ୟବସାୟ କରାଇବାରେ ସାହାଯ୍ୟ କରିଛନ୍ତି ଏପରିକି ଶ୍ରୀଲଙ୍କା ଗ୍ରସ୍ତବେଳେ ଶ୍ରୀଲଙ୍କାର ଶକ୍ତି ବିତରଣ ବ୍ୟବସାୟ ଆଦାନୀଙ୍କୁ ଦେବେ ବୋଲି ଚାପ ପ୍ରୟୋଗ କରିଥିଲେ ବୋଲି ତାହା ତାଙ୍କ ପାଲ୍ୟମେଂଟରେ ଆଲୋଚନା ହେଲା । ବାଲାଂଦେଶ ଗ୍ରସ୍ତରେ ଯାଇ ବାଲାଂଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ପ୍ରୟୋଗ କରି ତାପଜ ବିଦ୍ୟୁତ ସ୍ଥାପନ ଏବଂ କୋଇଲା ଟ୍ରାନସ୍‌ପ୍ରୋଟେସନ ଏବଂ ଏକ୍ସପୋଟ କାରବାର ପ୍ରଦାନ କରାଇଥିଲେ ।

ଅଷ୍ଟ୍ରେଲିଆ ସରକାରଙ୍କୁ ଚାପ ପ୍ରୟୋଗ କରି ଆଦାନୀଙ୍କୁ ସେଠାରେ କୋଇଲା ଖଣି ଦିଆ କରାଇଥିଲେ । ଇଜରାୟଲ ଗ୍ରସ୍ତକରି ପ୍ରଧାନମନ୍ତ୍ରୀ ଇଜରାୟଲ ସରକାରଙ୍କ ପାଖରୁ ଅସ୍ତ୍ରଶସ୍ତ୍ର ବ୍ୟବସାୟ ଏବଂ ଡ୍ରୋନ ବ୍ୟବସାୟର ଟେଣ୍ଡର ଦିଆ କରାଇଥିଲେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ନରେନ୍ଦ୍ର ମୋଦି-ଆଦାନୀ ମେଂଟ ଭାରତବର୍ଷର ଅର୍ଥନୀତିକୁ ଦୁର୍ବଳ କରିବା ଏବଂ ଏହି ଲୁଟ ଷଡ଼ଯନ୍ତ୍ରର ମୁଖ୍ୟ ନାୟକ ଖୋଦ ଦେଶର ପ୍ରଧାନମନ୍ତ୍ରୀ ବୋଲି ।ଭାରତବର୍ଷର ଇଡି, ସିବିଆଇ, ଇନକମ ଟ୍ୟାକ୍ସ ଏପରିକି ସେବି ଏ ସମସ୍ତ ଘଟଣାର ତଦନ୍ତ କରୁ ନାହିଁ । ତାହାଲେ ଏସବୁ ଏଜେନ୍ସି ସସସ୍ତ କଥାରେ ତଦନ୍ତ କରୁଥିଲା ବେଳେ ଏ ଘଟଣାରେ ତଦନ୍ତ କାହିଁକି କରୁ ନାହାନ୍ତି । ଏହାଦ୍ୱାରା ବିଶ୍ୱ ପୁଞ୍ଜି ବଜାରରେ ଭାରତ ପ୍ରତି ଏକ ନକରାତ୍ମକ ଭାବନ ସୃଷ୍ଟି କରିବକି ନାହିଁ ।ଭାରତ ବର୍ଷର ସଂପତିକୁ ଲୁଟ କରିବା, ଗରିବ ଲୋକଙ୍କ ଅର୍ଥକୁ ଲୁଟ କରିବା ଦେଶର ଅମୃତ କାଳ କହିବା କେତେ ଯୁକ୍ତିଯୁକ୍ତ । ଏହା କେବଳ ଅମୃତ କାଳ ନୁହେଁ ମିତ୍ର କାଳ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news