ସଚେତନତା ସପ୍ତାହ ପାଳନ କଲା ସୋଆ….

{} ସୋଆରେ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ପାଳିତ…

() ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଗାଜର ଘାସ (ପାର୍ଥେନିୟମ୍‌) ନିରାକରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଆଇଏଏସ୍‌, ସୋଆ ଏନ୍‌ଏସ୍‌ଏସ୍ ଏବଂ ଭାରତୀୟ ତୃଣକ ବିଜ୍ଞାନ ସମାଜ (ଇଣ୍ଡିଆନ୍ ସୋସାଇଟି ଅଫ୍ ୱିଡ୍ ସାଇନ୍ସ)ର ମିଳିତ ସହଯୋଗରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଆପିକଲ୍‌ର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ରାଉଳ, ଆଇଏଏସ୍ ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଆଇଏଏସ୍‌ର ପ୍ରଫେସର ସରୋଜ କୁମାର ମହାନ୍ତି ପ୍ରମୁଖ ପତାକା ଦେଖାଇ ଗାଜର ଘାସ ନିରାକରଣ ସଚେତନତା ଅଭିଯାନର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ଏକ ସଚେତନତା ର‌୍ୟାଲି ଆଇଏଏସ୍ ପରିସରରୁ ଆରମ୍ଭ ହୋଇ ଏ.ପି.ଜେ.କାଲାମ୍ ପାର୍କ ଏବଂ କଳିଙ୍ଗ ନଗର (କେ ୮) ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ରେସିଡେନ୍ସ ୱେଲ୍‌ଫେୟାର ଆସୋସିଏସନ୍ ଏବଂ ସିନିୟର୍ ସିଟିଜେନ୍‌ସ ଫୋରମ୍‌ର କର୍ମକର୍ତାମାନେ ଏକତ୍ରିତ ହୋଇ ରାସ୍ତା କଡ଼ ଏବଂ ପାର୍କ ମଧ୍ୟରେ ଥିବା ପାର୍ଥେନିୟମ୍ ଗଛଗୁଡ଼ିକୁ ନଷ୍ଟ କରିଥିଲେ । ସରସ୍ୱତୀ ବିଦ୍ୟା ମନ୍ଦିର ନିକଟରେ ର‌୍ୟାଲି ଶେଷ ହୋଇଥିଲା । ଏହି ଅବସରରେ ଆଇଏଏସ୍‌ର ଡକ୍ଟର ଶୁଭପ୍ରଦ ଦାସ ଗାଜର ଘାସର ଭୟଭୟତା ଓ ନିରାକରଣର ଉପାୟ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ପ୍ରଫେସର ବିଜୟ କୁମାର ସାହୁ ଏବଂ ପ୍ରଫେସର ସରୋଜ କୁମାର ମହାନ୍ତି ଏହି ଅନିଷ୍ଟକାରୀ ଘାସର ହାନିକାରକ ପ୍ରଭାବ ଉପରେ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଡକ୍ଟର ଅଂଶୁମାନ ଜେନା, ଡକ୍ଟର କୌଶିକ ସର, ଡକ୍ଟର ଜଗଦୀଶ ଜେନା, କୁମାର ସମ୍ଭବ ଗିରି, ଶ୍ୱେତା ରଥ, ଶୁଭମ ଆଚାର୍ଯ୍ୟ, ରାକେଶ ରୋଶନ ଶତପଥୀ, ସନ୍ଦିପ ସିଂ, ରାଜୀବ ବେହେରା, ଦିପ୍ତନୁ ଦତ, ସିଦ୍ଧାର୍ଥ ପଣ୍ଡା ଏବଂ ଚନ୍ମୟୀ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଛତାବରରେ ମଧ୍ୟ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ଚାଷୀମାନଙ୍କ ଗହଣରେ ପାଳନ କରାଯାଇଛି । ଏହି ଘାସ କିପରି ଫସଲର କ୍ଷତି କରିବା ସହିତ ମଣିଷ ଶରୀରରେ ମାରାତ୍ମକ ରୋଗ ସୃଷ୍ଟି କରିଥାଏ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରଫେସର ସରୋଜ ମହାନ୍ତି ସଂଯୋଜକ ଏବଂ ଡକ୍ଟର ଶୁଭପ୍ରଦ ଦାସ ସହ-ସଂଯୋଜକ ଭାବେ ପରିଚାଳନା କରିଥିଲେ ।

ଆସନ୍ତା ୨୨ ତାରିଖ ଦିନ ସୋଆ କୃଷି ମହାବିଦ୍ୟାଳୟ ପରିସରରେ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ପାଳନ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରଶ୍ନୋତର ଏବଂ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପ୍ରେସମିଟ…

() ଅଵପାତର ପ୍ରଭାବ ରେ ମୟୁରଭଞ୍ଜ ଓ ବାଲେଶ୍ଵର ରେ ପ୍ରବଳ ବର୍ଷା ହୋଇଛି । ଝାଡ଼ଖଣ୍ଡ ରେ ବି ପ୍ରଭଲ ବର୍ଷା ହୋଇଛି । ଯାହାଦ୍ୱାରା ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟରେଜ 7 ଟି ଗେଟ ଖୋଲିଛନ୍ତି। ସେଠାରୁ 1 ଲକ୍ଷ 5 ହଜାର କ୍ୟୁସେକ ପାଣି ଆସୁଛି । ଯାହାଦ୍ୱାରା ସୁବର୍ଣ୍ଣରେଖା ରେ ଜଳସ୍ତର ବଢ଼ିବ। ମାତ୍ର ବନ୍ୟା ସମ୍ଭାବନା କମ । ସେହିପରି ବୁଢ଼ାବଳଙ୍ଗ ରେ ବିଶେଷ ବନ୍ୟା ସ୍ଥିତି ନାହିଁ । କିନ୍ତୁ ଆମେ ଉଭୟ ନଦୀ ଉପରେ ତିକ୍ଷଣ ନଜର ରଖିଛୁ । ବୈତରଣୀ ରେ ସେପରି ସମସ୍ୟା ନାହିଁ । ଲଗାଣ ବର୍ଷା ଦ୍ୱାରା କାନ୍ଥ ପଡି 3 ଜିଲ୍ଲାରେ 4 ଜଣ ଙ୍କ ର ମୃତ୍ୟୁ ହୋଇଛି । ବାଲେଶ୍ଵର 1,ମୟୁରଭଞ୍ଜ 2,କେନ୍ଦୁଝର 1 ।

ହୀରାକୁଦର ତଳମୁଣ୍ଡ ଅର୍ଥାତ ମହାନଦୀର ତଳମୁଣ୍ଡ ରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ରାଜ୍ୟରେ ସବୁଠୁ ଅଧିକ ବୃଷ୍ଟିପାତ ହୋଇଛି କନ୍ଧମାଳ,ବୌଦ୍ଧ ଓ କଳାହାଣ୍ଡି ରେ ହୋଇଛି । ଯାହାର ପ୍ରଭାବ ରେ ତେଲ ନଦୀ ରେ ବି ଅଧିକ ପାଣି ଆସିବାର ସମ୍ଭାବନା ରହିଛି । ଖାଇରମାଳ ତଳେ ଥିବା ଅନ୍ୟାନ୍ୟ ନଦୀ ଗୁଡ଼ିକରେ ବି ପାଣି ଆସିବ । ଯାହାଦ୍ୱାରା ମୁଣ୍ଡଳୀ ଠାରେ 7.50 ହଜାର କ୍ୟୁସେକ ପାଣି ପାସ କରିବ । ଏହା 36 ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ । ପାଣି ଯେତିକି ଆସୁଛି ତାହା ନଦୀ ଭିତରେ ହିଁ ରହିବ ବାହାରକୁ ଆସିବିନି ।

ବନ୍ୟା ପ୍ରଭାବିତ ଅଞ୍ଚଳରେ ପାଣି ଛାଡିବା ଆରମ୍ଭ କରିଛି । ଲୋକେ ଗାଁ ମୁହାଁ ହେଉଛନ୍ତି । ବନ୍ୟା ପରେ ପାନୀୟ ଜଳର ସମସ୍ୟା କୁ ଆଖି ଆଗରେ ରଖି ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା ରେ ପିଇବା ପାଣି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ହୀରାକୁଦ ର ଏବେ 6 ଟି ଗେଟ ବନ୍ଦ କରାଯାଇଛି । 4 ଟି ଗେଟ ଖୋଲା ରହିଛି ।

ପ୍ରଦୀପ ଜେନା , ସ୍ୱତନ୍ତ୍ର ରିଲିଫ କମିଶନର

2024ରେ ଓଡ଼ିଶାରେ ବିଜେଡି ସରକାର :ସୌମ୍ୟ ପଟ୍ଟନାୟକ

() ରାଜନୈତିକ ଦଳର ପରିଭାଷା ହେଲା କ୍ଷମତାକୁ ଆସିବାକୁ ହେଲେ ନିର୍ବାଚନ ଜିତିବାକୁ ପଡ଼ିବ । ନିର୍ବାଚନ ଜିତି କ୍ଷମତାକୁ ନଆସିଲେ ଲୋକଙ୍କ ଲାଗି ଯାହା କିଛି କରିବାକୁ ଚାହୁଁଛୁ କରିପାରିବୁ ନାହିଁ । ସ୍ୱାଭାବିକ ଭାବେ ସଂଗଠନକୁ ସୁଦୃଢ କରି ନିର୍ବାଚନକୁ ଯିବା ଏକ ରାଜନୈତିକ ଦଳର ସର୍ବାଧିକ ପ୍ରାଥମିକତା ରହୁଛି ।ଲୋକଙ୍କ ସମର୍ଥନ ହାସଲ କରିବାକୁ ପଡେ । ସଂଗଠନ ଅଦଳବଦଳ ଏକ ନିରନ୍ତର ପ୍ରକ୍ରିୟା । ଯାବତୀୟ କୌଶଳ ହାତକୁ ନିଆଯାଏ । ପ୍ରଭାରୀ ପରିବର୍ତ୍ତନ, ପର୍ଯ୍ୟବେକ୍ଷକ ଅଦଳବଦଳ ଏକ ନିରନ୍ତର ପ୍ରକ୍ରିୟା ।

ଯେଉଁ ଦଳ ଅମାନତ ହରାଇଛି, ସେମାନେ କ୍ଷମତାକୁ ଆସିବେ ବୋଲି କହୁଛନ୍ତି । ଆମେ ଲଗାତାର 5 ଥର କ୍ଷମତାକୁ ଆସିଛୁ । ଷଷ୍ଠ ଥର ଲାଗି ଉଦ୍ୟମ କରୁଛୁ ।ନବୀନ ବାବୁଙ୍କୁ ଯେଉଁ ଶ୍ରଦ୍ଧା, ସମ୍ମାନ ଓ ସମର୍ଥନ ଆଉ କାହାକୁ ମିଳିନାହିଁ । 2024 ରେ ମଧ୍ୟ ମିଳିବ । ମୋତେ 9 ଟା ଜିଲ୍ଲାର ଦାଇତ୍ୱ ଦିଆଯାଇଥିଲା । ମୁଁ ବିଭିନ୍ନ କାର୍ଯ୍ୟକ୍ରମ ବ୍ୟସ୍ତ ଥିଲେ । ସମୟ ଦେଇପାରିନାହିଁ । ମୋ ରୁଚି ଓ ସାମର୍ଥ୍ୟ ଅନୁସାରେ ଯାହା ଦାଇତ୍ୱ ଦିଆଯିବ, ଗ୍ରହଣ କରିବି ।

ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନାଙ୍କ ସାମ୍ବାଦିକ ସମ୍ମିଳନୀ…

() ମହାନଦୀ ବେସିନରେ ବନ୍ୟା ସ୍ଥିତି…

{} ବର୍ତ୍ତମାନ 24ଟି ଗେଟ ଖୋଲା ଅଛି । 621.93 ଜଳସ୍ତର । ଇନଫ୍ଲୋ 3 ଲକ୍ଷ, ଆଉଟ ଫ୍ଲୋ 4 ଲକ୍ଷ । ଆସନ୍ତା କଲି ସୁଦ୍ଧା 620.5ରେ ପହଁଚିବାର ଲକ୍ଷ ।

ଆଉ 4ଟି ଗେଟ ବନ୍ଦ ହେବ । 20 ଗେଟ ଖୋଲା ରହିବ । ମୁଂଦୁଳିରେ 9 ଲକ୍ଷ 48 ହଜାର । ଧୀରେ ଧୀରେ କମୁଛି । ଆଗରୁ ଯେତିକି ବର୍ଷା ହୋଇଥିଲା ତାହା ଏବେ ମିସୁଚି । ସେଥିପାଇଁ ଧିରେ ଧୀରେ ଖସୁଛି ।

ଗତକାଲି ବିଭିନ୍ନ ସ୍ଥାନରେ ବର୍ଷା 20 ମିଲି ହୋଇଛି । ବୌଦ୍ଧ ରେ 71.3, ଦେଓଗଡ଼ ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ 20 ମିଲି ହାରାହାରି ବର୍ଷା ହୋଇଛି । ବୌଦ୍ଧ କଣ୍ଟାମାଳରେ ସର୍ବାଧିକ ବର୍ଷା ହୋଇଛି । 19ଟି ବ୍ଲକରେ 40ରୁ 50 ମିଲି ବର୍ଷା ହୋଇଛି । ଗତକାଲି ବର୍ଷା ପ୍ରଭାବରେ ହୀରାକୁଦ ତଳ ମୁଣ୍ଡରେ ପାଣି ବଢିବ । ତେଣୁ 4ଟି ଗେଟ ବନ୍ଦ ପାଇଁ ନିଷ୍ପତି ହୋଇଛି ।

ମୁଣ୍ଡଳୀର ତଳ ମୁଣ୍ଡରେ ଜଳସ୍ତର କମିଛି । ଆଉ ନୂଆ ଘାଇ ହୋଇନାହିଁ । ତଥାପି ଗାଁ ମାନଙ୍କରେ ପାଣି ଖସି ନାହିଁ । 9 ଲକ୍ଷ ତଳକୁ ଗଲେ ପାଣି ଖସିବ ।

2 ଲକ୍ଷ 77 ହଜାର 995 ପ୍ରଭାବିତ ହୋଇଥିଲେ । ଗତକାଲି ସୁଦ୍ଧା 2 ଲକ୍ଷ 43 ହଜାର 343 କୁ ଯୋଗାଇଦିଆଯାଇଛି । 159 ମେଡ଼ିକାଲ କ୍ୟାମ୍ପ, 110 ମୋଵାଇଲ ଟିମ ବୁଲୁଛନ୍ତି ।5ଟି ସାପ କାମୁଡା କେସ ଆସିଛି । 285ଟି କାଟେଲ କ୍ୟାମ୍ପ୍ । 10 ହଜାର ପଶୁଙ୍କୁ ଚିକିତ୍ସା କରାଯାଇଛି । 5 ହଜାର 14 ହଜାର 488 ଟୀକା ଦିଆଯାଇଛି । 7ଟି ଜିଲ୍ଲାରେ 231 ମେଟ୍ରିକ ଟନ ଗୋଖାଦ୍ୟ ପହଞ୍ଚି ଯାଇଛି ।

ଗୋଖାଦ୍ୟ ବଣ୍ଟନରେ କୌଣସି ଅସୁବିଧା ହେବ ନାହିଁ ।

ରନ୍ଧା ଖାଦ୍ୟ ଦିଆଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ 5ଟି ଜିଲ୍ଲାରେ 15 ଦିନ ରିଲିଫ ଦିଆଯିବ । ଅନ୍ୟ 5ଟି ଜିଲ୍ଲାରେ 7 ଦିନ ।

ଗଭୀର ଅବପାତର ରୂପ ନେଇ ଆଗାମୀ 7 – 8 ଘଣ୍ଟା ଭିତରେ ସ୍ଥଳ ଭାଗ ଛୁଇଁବ । ପବନ ରହିବ । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ଵର ।

ବାଲେଶ୍ୱର ଭଦ୍ରକରେ ପବନ ହେବ । ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଛି । ମାଛ ଧରାଳିଙ୍କୁ ଫେରି ଆସିବାକୁ ନିର୍ଦ୍ଦେଶ ରହିଛି ।

ଆସନ୍ତାକାଲି 4ଟି ଜିଲ୍ଲା, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼, ଭଦ୍ରକ, ଦେଓଗଡ଼ ଓ ଅନୁଗୁଳରେ ବର୍ଷା ହେବ ।

ଉପର ମହାନଦୀ ଅଞ୍ଚଳରେ ବେଶି ବର୍ଷା ହେବା ଭଳି ଲାଗୁନାହିଁ ।ଇବ ଓ ଭେଡେନ ନଦୀ ଅବବାହିକାରେ ବର୍ଷା ସମ୍ଭାବନା । ହୀରାକୁଦକୁ ବୈତରଣୀ, ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ଉପରେ ନଜର ରହିବ । କେନ୍ଦୁଝର ଓ ମୟୁରଭଞ୍ଜର 3ଟି ଡ୍ୟାମରୁ ଜଳ ସ୍ତର କମାଯାଉଛି । ଗତକାଲି ଠାରୁ 3 ହଜାର କ୍ୟୁସେକ ଜଳ ସାଳନ୍ଦୀ ନଦୀରେ ଛଡ଼ାଯାଇଛି । ଭଦ୍ରକ ସହର ଉପରେ ମଧ୍ୟ ନଜର ରହିଛି ।

ଶିମିଳିପାଳ, ଝାଡ଼ଖଣ୍ଡରେ ବର୍ଷା ଉପରେ ବନ୍ୟା ନିର୍ଭର କରୁଛି । ଜିଲ୍ଲାପାଳ ମାନଙ୍କୁ ସତର୍କ କରାଯାଇଛି । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଅଞ୍ଚଳରେ ଓଡ୍ରାଫ୍ ଓ ଏନଡିଆରଏଫ ନିୟୋଜିତ କରାଯିବ । ବାତ୍ୟା ବୋଲି କୁହାଯିବ ନାହିଁ । କିନ୍ତୁ ଆମେ ପ୍ରସ୍ତୁତ ଅଛୁ ।

‘ବତାସୀ ଝଡ’ ଉତ୍ସବ…..

() ୧୯୮୧ ମସିହାରେ ମୁକ୍ତିଲାଭ କରିଥିଲା ଷ୍ଟାର୍ ଫିଲ୍ମସ ନିବେଦିତ ଓଡ଼ିଆ ଚଳଚ୍ଚିତ୍ର ‘ବତାସୀ ଝଡ଼’ । ଆରତୀ ମହାନ୍ତିଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ରମେଶ ମହାନ୍ତି । ଭାରତୀୟ ଚଳଚ୍ଚିତ୍ରର ପ୍ରଖ୍ୟାତ ସଙ୍ଗୀତକାର ସଲୀଲ୍ ଚୌଧୁରୀ ‘ବତାସୀ ଝଡ଼’ ପାଇଁ ସଙ୍ଗୀତ ସଂରଚନା କରିବା ଥିଲା ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ବିସ୍ମୟକର ସଂଯୋଜନ । ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ଅକ୍ଷୟ ମହାନ୍ତି (କାଶ୍ୟପ), କାଶୀ ରଥ, ଜୟା, ଅମର ଚୌଧୁରୀ, ମଧୁମିତା, ପୁଷ୍ପା, ରାଧା ପଣ୍ଡା, ରୁନୁ, ପର୍ଶୁ ସୁନ୍ଦରାୟ, ରବି ନାୟକ, ନାରାୟଣ ଶତପଥୀ, ଅଶୋକ ଚକ୍ରବର୍ତ୍ତୀ, ଅବନୀ ରାୟ, କୃଷ୍ଣା, ବନମାଳୀ ପାଣ୍ଡିଆ, ପୂର୍ଣ୍ଣ ମଳିଆ, ବିନାୟକ ମିଶ୍ର, ବାବୁ ରାଉତ, ନୃସିଂହ ନାୟକ, ବାଙ୍କୁ, ଅନୀଲ୍‌, ଭୋଳା, ଭିକାରୀ, ଗୁଣ, ରାଜୁ, ନନ୍ଦ, ବିଜୟ, ରବି, ପୂର୍ଣ୍ଣର୍, ଚିତ୍ତ, ହାଲିବାବୁ, ବୈକୁଣ୍ଠ, ବଳରାମ, ମଞ୍ଜୁ, ମିନତି, ଯଶୋଧାରା, ଲତା, କୁନି ଓ ମାଷ୍ଟର୍ ବାବ୍‌ଲୁ । କଣ୍ଠଦାନ କରିଥିଲେ ୟେସୁ ଦାସ, ହେମଲତା, ସବିତା ଚୌଧୁରୀ ଓ ମହମ୍ମଦ ସିକନ୍ଦର ଆଲାମ୍ । ଗୀତ ରଚନା କରିଥିଲେ ଅତୁଲ ମହାକୁଡ଼ ଓ ରମେଶ ଜେନା ।

ଏହି ଚଳଚ୍ଚିତ୍ରଟି ଦୀର୍ଘ ପଚିଶ ବର୍ଷ ହେଲା କୌଣସି ମାଧ୍ୟମରେ ପ୍ରଦର୍ଶିତ ହୋଇନାହିଁ । ଏହାର ପ୍ରିଂଟ ବିଭିନ୍ନ କାରଣରୁ ନଷ୍ଟ ହୋଇଯାଇଛି ଓ ନେଗେଟିଭ୍ ମଧ୍ୟ ଉପଲବ୍ଧ ନାହିଁ । ତେବେ ଏକମାତ୍ର ସମ୍ବଳ ଏକ ଭିଏଚ୍‌ଏସ୍ କ୍ୟାସେଟ୍‌ରୁ କୌଣସି ପ୍ରକାରେ ପୁନଃ ଉଦ୍ଧାର କରିବାକୁ ଷ୍ଟାର୍ ଫିଲ୍ମସ ଉଦ୍ୟମ କରୁଛି । ‘ବତାସୀ ଝଡ଼’ ପୁନଃ ଉଦ୍ଧାରର ପ୍ରଥମ ପର୍ଯ୍ୟାୟରେ ଏହାର ସୁମଧୁର ଗୀତକୁ ପୁନଃ ନିର୍ମାଣ ପାଇଁ ଷ୍ଟାର୍ ଫିଲ୍ମସ ପ୍ରୟାସ କରିଥିଲା । ଚଳଚ୍ଚିତ୍ରର ମମତାର ବାଲିଘର, ଏ ଲାଖିଯାଏ ଆଖି, ସଙ୍ଗିନୀ ଆ ରଙ୍ଗିନୀ, ବେଦନ ଭରା ଜୀବନ ମୋର, ଝିମିଝିମି ନିଶା ଭରା ଏ ରାତିକୁ ଷ୍ଟାର୍ ଫିଲ୍ମସ ସମକାଳୀନ ଗାୟକ ଗାୟିକା ବିଭୁକିଶୋର, ପମି, ସତ୍ୟଜିତ୍‌, ଅସୀମା, ଅମୃତା ଓ ବିଷ୍ଣୁମୋହନଙ୍କ କଣ୍ଠରେ ଆଉଥରେ ରେକର୍ଡ କରିଛି । ଏହି ଗୀତସବୁର ଲୋକାର୍ପଣ ଉତ୍ସବ ‘ବତାସୀ ଝଡ଼, ସ୍ମୃତି ଉତ୍ସବ’ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଆୟୋଜିତ ହୋଇଯାଇଛି ।

ସିନେ ସମୀକ୍ଷକ ତଥା ଚଳିତ ବର୍ଷ ଜାତୀୟ ଚଳଚିତ୍ର ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା ଶ୍ରୀ ସୂର୍ଯ୍ୟ ଦେଓ ଙ୍କ ଉଦ୍ୟମ ଓ ପ୍ରଚେଷ୍ଟା ଫଳରେ ଏହି କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ଆୟୋଜିତ କରାଯାଇଥିଲା | ଏହି ଅବସରରେ ‘ବତାସୀ ଝଡ’ ଚଳଚ୍ଚିତ୍ର ଓ ଗୀତ ପୁନଃ ନିର୍ମାଣ ସହ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୁନଃ ଉଦ୍ଧାର ହୋଇଥିବା ଚଳଚ୍ଚିତ୍ରର ଟାଇଟିଲ କାର୍ଡ ପ୍ରଦର୍ଶିତ ହୋଇଥିଲା । ଚଳଚ୍ଚିତ୍ର ବିବରଣୀ ପୁସ୍ତିକା ମଧ୍ୟ ଉନ୍ମୋଚିତ ହୋଇଥିଲା ।

ଏହି ଉତ୍ସବରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ପୂର୍ବତନ ଉପବାଚସ୍ପତି ତଥା ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ସିଂହ ମର୍ଦରାଜ, ଅଭିନେତା ତଥା ପୂର୍ବତନ ସାଂସଦ ଶ୍ରୀ ସିଦ୍ଧାନ୍ତ ମହାପାତ୍ର, ପୂର୍ବତନ ବିଧାୟକ ଶ୍ରୀ ସିଦ୍ଧାର୍ଥ ଶେଖର ସିଂହ,ସ୍ବେଛାସେବୀ ଶ୍ରୀମତୀ ନମ୍ରତା ଚଢ଼ା, ଶ୍ରୀମତୀ ମୃଣାଳିନୀ ପାଢ଼ୀ, ସିନେ ସମୀକ୍ଷକ ଶ୍ରୀ ସୂର୍ଯ୍ୟ ଦେଓ,

ପ୍ରଯୋଜିକା,ଶ୍ରୀମତୀ ଆରତୀ ମହାନ୍ତି, ଅଭିନେତ୍ରୀ ପିଙ୍କି ପ୍ରଧାନ ଓ ଜ୍ୟୋତି ମିଶ୍ର ପ୍ରମୁଖ ଉପସ୍ଥିତ ରହି ‘ବତାସୀ ଝଡ଼ ‘ ଚଳଚିତ୍ର ସହ ସମ୍ପୃକ୍ତ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ |

ପ୍ରଯୋଜିକା ଙ୍କ କନ୍ୟା କାନ୍ତା ମହାନ୍ତି ଓ ଜାମାତା ରାଜେଶ କାନୁନଗୋ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

ଲୋକଙ୍କ ଭଲ ମନ୍ଦରେ ପ୍ରଣବ ….

0

() ଲୋକଙ୍କ ଭଲ ମନ୍ଦରେ ସବୁବେଳେ ପାହାଡ ଭଳି ଛିଡ଼ା ହୁଅନ୍ତି ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ଦାସ ) । ସବୁବେଳେ ସମସ୍ୟା ଜାଣିବା ମାତ୍ରେ ପ୍ରଣବ କାଳ ବିଳମ୍ବ ନକରି ସେଠାରେ ପହଞ୍ଚିଯାଆନ୍ତି । ଲଗାଣ ବର୍ଷା ଓ ବନ୍ୟାରେ ଯେମିତି କାହାର ଅସୁବିଧା ନହେବ ସେ ଦିଗରେ ସବୁବେଳେ ସଜାଗ । କାରଣ ସେ ନେତା ନୁହେଁ, ନିଜକୁ ତୃଣମୂଳ ସ୍ତରର କର୍ମୀ ଭାବି ସବୁବେଳେ କାମ କରନ୍ତି । ଲଗାଣ ବର୍ଷା ଓ ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ପ୍ରଣବ ପୁଣି ଥରେ ତାହା ପ୍ରମାଣିତ କରିଛନ୍ତି ।

ବନ୍ୟା ଯୋଗୁଁ ବୈତରଣୀ ନଦୀର ଶାଖା ନଦୀ କାଣୀରେ ବନ୍ୟା ଆସି ଯାଜପୁର ନିର୍ବାଚନୀ ମଣ୍ଡଳରେ ବିଭିନ୍ନ ପଂଚାୟତ ଜଳମଗ୍ନ ହୋଇଛି । କାଣୀ ନଦୀର ବନ୍ୟା ଯୋଗୁଁ ବ୍ରହ୍ମଚାରୀ ପାଟଣା ନିକଟରେ ୧୦୦ ଫୁଟର ଘାଇ ସୃଷ୍ଟି ହେଲା । ଘାଇ ସୃଷ୍ଟି ହେଉ ହେଉ ଘଟଣା ସ୍ଥଳରେ ପହଞ୍ଚି ପ୍ରଣବ ସ୍ଥିତିର ଅନୁଧ୍ୟାନ କରିବା ସହ ଲୋକଙ୍କ ମନରେ ଶକ୍ତି ଓ ସାହସ ଦେଇଥିଲେ । ପାଣି ଟିକେ କମିବା ମାତ୍ରେ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଗଲା ଘାଇ ମରାମତି କାମ । ନିଜେ ଗ୍ରାଉଣ୍ଡରେ ରହି ପ୍ରଣବ ଘାଇ ମରାମତି କାମର ତଦାରଖ କଲେ । ସେହିପରି ବନ୍ୟା ଦ୍ବାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ସୁରକ୍ଷତ ସ୍ଥାନକୁ ଆଣିବା ସହ ଲୋକେ କିପରି ସମସ୍ୟାରେ ନରହିବେ ସେ ଦିଗରେ ସବୁ ପଦକ୍ଷେପ ନେଲେ । ପୁରା ପ୍ରଶାସନ କଳକୁ ଚଳଞ୍ଚଳର କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ଦଳୀୟ କର୍ମୀମାନଙ୍କୁ ଡ଼ାକି ୨୪ ଘଣ୍ଟା ଲୋକଙ୍କ ପାଇଁ କାମ କରିବା ଆହ୍ବାନ ଦେଲେ । ନିଜେ ଦିନରାତି ଏକ କରି ଲୋକଙ୍କ ସେବାରେ ଲାଗିପଡ଼ିଲେ । ବୈତରଣୀ ନଦୀରେ ଜଳସ୍ତର କମିବା ମାତ୍ରେ ସିଧାସଳଖ କେଉଁଠି ପାଣିରେ ପଶି ତ କେଉଁଠି ବାଇକ ଓ ଚାଲିଚାଲି ଲୋକଙ୍କ ସମସ୍ୟା ବୁଝିବା ସହ ଏହାର ସମାଧାନ ବାଟ କାଢିଥିଲେ । ବିପଦ ସମୟରେ ଘର ଘର ଦୁଆର ମୁହଁରେ ବିଧାୟକଙ୍କୁ ପାଇଁ ଲୋକଙ୍କ ସାହସ ଶହେ ପ୍ରତିଶତ ବଢିଯାଇଥିଲା । ବନ୍ୟାରେ ସୃଷ୍ଟି ହୋଇଥିବା ସମସ୍ୟା ମିଳିତ ସମାଧାନ କରିବାକୁ ସମସ୍ତେ ଲାଗିପଡ଼ିଲେ ।

କେବଳ ଯାଜପୁର କାହିକିଁ , ବନ୍ୟାରେ ପ୍ରଭାବିତ ହୋଇଥିବା ପଡ଼ୋଶୀ ଜିଲ୍ଲାକୁ ଘନଘନ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝି ଏହାର ସମାଧାନର ବାଟ କାଢିଛନ୍ତି ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରତିବର୍ଷ ବନ୍ୟା ଓ ବତ୍ୟା ଆସୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏହାକୁ ସଫଳତାର ସହ ମୁକାବିଲା କରୁଛି ଓଡ଼ିଶା । ଗ୍ରାଉଣ୍ଡରେ ଲୋକଙ୍କ ସହ ରହି ଲୋକଙ୍କ ସୁଖ ଦୁଃଖର ସାଥୀ ହେବାକୁ ମୁଖ୍ୟମନ୍ତ୍ରୀ ଦେଇଥିବା ନାରା କେବଳ ନାରା ନୁହଁ ବଂର କାର୍ଯ୍ୟରେ ମଧ୍ୟ ପ୍ରତିପାଦିତ କରି ହେଉଛି ବୋଲି ସେ ଦର୍ଶାଇ ଅଛନ୍ତି।

ବନ୍ୟା ପ୍ରଭାବିତ ୧୦ଟି ଜିଲ୍ଳାରେ ବିଜେଡ଼ି ବିଧାୟକ, ସାଂସଦ, ମନ୍ତ୍ରୀ ଓ କର୍ମୀମାନେ ଯେପରି ଲୋକଙ୍କ ସମସ୍ୟା ସମୟରେ ସାରଥି ହୋଇଛନ୍ତି । କାରଣ ସାଢେ ଚାରିକୋଟି ଓଡ଼ିଶାବାସୀ ବିଜେଡ଼ିର ପରିବାର । ନିର୍ବାଚନ ସମୟରେ ପ୍ରଚାର ପ୍ରସାର ପାଇଁ ନୁହେଁ, ବଂର ଓଡ଼ିଶାବାସୀଙ୍କ ବଳ ସାଜିଥିବା ବିଜେଡ଼ି ସବୁବେଳେ ରାଜ୍ୟବାସୀଙ୍କ ସହ ଅଛି ରହିବ ବୋଲି ଦଳୀୟ ନେତାଏ କହିଛନ୍ତି । ସେଥିପାଇଁ ଶାସକ ଓ ବିରୋଧୀ ଶିବିର ର ନେତା କହୁଛନ୍ତି ସମସ୍ୟା ଯେଉଁଠି ପ୍ରଣବ ସେଇଠି l

୧୫ଦିନରିଲିଫ ଘୋଷଣା କଲେ ମୁଖ୍ୟମନ୍ତ୍ରୀ….

() ଆକାଶ ମାର୍ଗ ରୁ ମୁଖ୍ୟମନ୍ତ୍ରୀ ଙ୍କ ବନ୍ୟାଞ୍ଚଳ ପରିଦର୍ଶନ

କ୍ଷତିଗ୍ରସ୍ତ ଅଞ୍ଚଳ ରେ ପନ୍ଦର ଦିନ ପାଇଁ ରିଲିଫ ସହାୟତା ଘୋଷଣା।

ପାଣି ଛାଡିବାର ସାତଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ, ପନ୍ଦର ଦିନ ରେ ସହାୟତା ଯୋଗାଇବାକୁ ନିର୍ଦେଶ ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଜି ଆକାଶ ମାର୍ଗରୁ କେନ୍ଦ୍ରାପଡା ଜିଲ୍ଲାର ଲୁଣା, ଚିତ୍ରୋତ୍ପଳା ନଦୀର ଦ୍ୱୀପାଞ୍ଚଳ, ମହାନଦୀର ଶାଖା ପାଇକା ନଦୀର ଦ୍ୱୀପାଞ୍ଚଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ନାଉଗାଁ ଓ ପୁରୀ ଜିଲ୍ଲାର ଗୋପ, ନିମାପଡା, ଅସ୍ତରଙ୍ଗ, ଡେଲାଙ୍ଗ, ପିପିଲି, କଣାସର ତଳିଆ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଥିଲେ । ବନ୍ୟାରେ ବ୍ୟାପକ ଅଞ୍ଚଳ, ଜଳମଗ୍ନ ହେଵା ସହିତ ଅନେକ ଚାଷ ଜମି ଓ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବା ଘଟଣାରେ ରେ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ ମଧ୍ୟ୍ୟ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିଲେ ।ପ୍ରଭାବିତ ଅଞ୍ଚଳରେ ଚାଲିଥିବା ସମସ୍ତ ପ୍ରକାର ସହାୟତା ଯଥା; ରିଲିଫ୍ ଓ ରନ୍ଧା ଖାଦ୍ୟ ଯୋଗାଣ, ସ୍ୱାସ୍ଥ୍ୟସେବା, ପାନୀୟଜଳ ଯୋଗାଣକୁ ତ୍ୱରାନ୍ୱିତ କରିବା ସହିତ ପ୍ରଭାବିତ ଗୋରୁଗାଈମାନଙ୍କୁ ଆବଶ୍ୟକୀୟ ଗୋଖାଦ୍ୟ ଓ ପଶୁଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବନ୍ୟାଂଚଳରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ରିଲିଫ ସହାୟତା ଘୋଷଣା କରିଛନ୍ତି। ଖୁରୁଧା , ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜ଼ିଲ୍ଲା ଯେଉଁ ଗାଁ ମାନଙ୍କ ରେ ପାଣି ପଶିଛି ସେଠାରେ ବିପନ୍ନ ଲୋକ ମାନଙ୍କୁ 15ଦିନ ରିଲିଫ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ସେହିପରି ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ଅନୁଗୁଳ ଜ଼ିଲ୍ଲା ର ପାଣି ପଶିଥିବା ଗାଁ ର ଲୋକମାନଙ୍କୁ ସାତ ଦିନ ପାଇଁ ରିଲିଫ ଦିଆଯିବ। ପାଣି ଛାଡିବାର ସାତ ଦିନ ମଧ୍ୟ୍ୟ ରେ କ୍ଷୟକ୍ଷତି ଆକଳନ କରିବା ଏବଂ ତାର 15ଦିନ ଭିତରେ ଘରଭଙ୍ଗା ଓ ଫସଲ କ୍ଷତି ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ, ପ୍ରଶାସନ କୁ ନିର୍ଦେଶ ଦେଇଛନ୍ତି।

ବନ୍ୟା ପରିସ୍ଥିତି ର ନେଇ ସୂଚନା ଦେଲେ :ପ୍ରଦୀପ ଜେନା…

() ଗତକାଲି ଠୁ ମହାନଦୀ ଉପର ମୁଣ୍ଡରେ କି ତଳ ମୁଣ୍ଡରେ ବର୍ଷା ହୋଇ ନାହିଁ । ମହାନଦୀ କୁ 4 ଲକ୍ଷ 40 ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । 6 ଲକ୍ଷ 74 ହଜାର ନିଷ୍କାସନ ହେଉଛି । ବର୍ତ୍ତମାନ 624.43 ଫୁଟ ରହିଛି ହୀରାକୁଦ ର ଜଳସ୍ତର । ଆଗକୁ ବର୍ଷା ଆସୁଥିବା ରୁ ଆମେ ହୀରାକୁଦ ର ଜଳସ୍ତର 622 ରେ ରଖିବାକୁ ଚେଷ୍ଟା କରିବୁ । ଆଜି ଦିନ 3 ଟା ପରେ ହୀରାକୁଦ ର କିଛି ଗେଟ ବନ୍ଦ କରାଯିବାର ନିଷ୍ପତ୍ତି ନିଆଯିବ । ପ୍ରାଥମିକ ପର୍ଯ୍ୟାୟରେ 6 ଟି ଗେଟ ବନ୍ଦ କରିବା ପାଇଁ ଆମେ ନିଷ୍ପତ୍ତି ନେବୁ ।

ମୁଣ୍ଡଳୀ ସ୍ଥିତି

ମୁଣ୍ଡୁଳୀ ରେ ଜଳ ସ୍ତର କମିଥିଲା । ବର୍ତ୍ତମାନ 10 ଲକ୍ଷ 26 ହଜାର କୁସେକ ଜଳ ଅତିକ୍ରମ କରୁଛି। ଆମର ଯାହା ଆଶା ଥିଲା ଯେ 10 ଲକ୍ଷ ତଳକୁ ଆସିବ ବୋଲି ତାହା ଆସିନାହିଁ । କେବଳ କଣାସ କୁ ଛାଡିଦେଲେ ବାକି ସବୁ ଅଞ୍ଚଳରେ ପାଣି କମିବା ଆରମ୍ଭ କରିଛି । ଗତକାଲି ଠୁ କୌଣସି ଆଉ ନୂଆ ଘାଇ ହୋଇନାହିଁ । କେବଳ ମହାନଦୀ ସିଷ୍ଟମ ରେ ମୋଟ 7 ଟି ଘାଇ ହୋଇଛି ।

ଆସୁଥିବା ଲଘୁଚାପ ପାଇଁ କଣ ହେବ ସମସ୍ୟା…

ଲଘୁଚାପ କାରଣ ରୁ 18 ରୁ 20 ଯେଉଁ ବର୍ଷା ହେବାର ରହିଛି । ପାଣି ପାଗ ବିଭାଗ ଆକଳନ ଅନୁଯାୟୀ ଲଘୁଚାପ ଟି ଅବପାତ ର ରୂପ ନେଇପାରେ । ପୂର୍ବ ଅଵପାତ ଯେଉଁ ପାଥ ରେ ଯାଇଥିଲା ସେହି ଅଞ୍ଚଳ ଦେଇ ଏହି ଅଵପାତ ଯିବ । ଏହି ସବୁ ଅଞ୍ଚଳରେ ସାମାନ୍ୟ ରୁ ମଧମ ଧରଣର ବର୍ଷା ହେବାର ଆକଳନ କରାଯାଉଛି । ମହାନଦୀର ଉପର ମୁଣ୍ଡରେ ସର୍ବାଧିକ 50 ମିମି ବର୍ଷା ହେବାର ନେଇ ଆକଳନ କରା ହେଉଛି । ଯଦି ସେତିକି ବର୍ଷା ହୁଏ ତେବେ 5 ଲକ୍ଷ ରୁ 5.50 ଲକ୍ଷ ପର୍ଯ୍ୟନ୍ତ ପାଣି ମହାନଦୀ କୁ ଆସିବ । ଯାହାକୁ ଆମେ ମୁଣ୍ଡଳୀ ରେ ଏହି ଫ୍ଲୋ 7 ରୁ 8 ଲକ୍ଷ କ୍ୟୁସେକ ଭିତରେ ରଖିବାକୁ ଚେଷ୍ଟା କରିବୁ । ତେବେ ଏହି ବର୍ଷା ଦ୍ୱାରା ମହାନଦୀ ସିଷ୍ଟମ ରେ ସେପରି ମେଜର ଅସୁବିଧା ଆସିବ ନାହିଁ । ଉତ୍ତର ଓଡ଼ିଶାରେ ବର୍ଷା ଅଧିକ ହେବାର ସମ୍ଭାବନା ଥିବାରୁ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ ଓ ଯାଜପୁର କୁ ଆମେ ସତର୍କ କରାଇଛୁ । ତେଣୁ ମୟୁରଭଞ୍ଜ ର ସମସ୍ତ ଜଳଶଯ୍ୟା ଗୁଡିକୁ ଆମେ ଖାଲି କରୁଛୁ ।

ବର୍ତ୍ତମାନ ସୁଦ୍ଧା ବନ୍ୟାରେ କେବଳ ଗୋଟିଏ ନିଖୋଜ ରିପୋର୍ଟ ଆସିଛି । ଗଣମାଧ୍ୟମ ଜରିଆରେ ଆଉ ଗୋଟେ ବି ନିଖୋଜ ଖବର ଆସୁଛି । ସେଠି ବି ନିର୍ଦେଶ ଦିଆଯାଇଛି ଅନୁଧ୍ୟାନ କରିବା ପାଇଁ । ମୋଟ ଦୁଇ ଜଣ ନିଖୋଜ ଥିବା ଖବର ଆସୁଛି । ଆମେ ଚେଷ୍ଟ କରୁଛୁ ଯେମିତି ଅଧିକ ଜୀବନ ହାନି ନ ହେବ ।

ପ୍ରଦୀପ ଜେନା, ସ୍ୱତନ୍ତ୍ର ରିଲିଫ କମିଶନର

ବନ୍ଦ ହୋଇପାରେ ହୀରାକୁଦ ଗେଟ…

() ସନ୍ଧ୍ୟା ସୁଦ୍ଧା ହୀରାକୁଦ ଗେଟ ବନ୍ଦ କରିବା ପାଇଁ ନିଷ୍ପତ୍ତି ହେବ। ହୀରାକୁଦରୁ ଛଡା ଯାଇଥିବା ପାଣି ମୁଣ୍ଡଳୀରେ ପହଞ୍ଚିବ। ବର୍ତ୍ତମାନ ଯେତିକି ଜଳ ପ୍ରବାହିତ ହେଉଛି ତାହା କିଛି ସମୟ ମଧ୍ୟରେ କମିଯିବ। ହୀରାକୁଦ ଜଳ ପହଂଚିବା ପରେ 10 ଲକ୍ଷ କ୍ୟୁସେକ ଜଳ ସନ୍ଧ୍ୟା ବେଳକୁ ପ୍ରବାହିତ ହେବ। 7ଟି ଘାଇ ହୋଇଛି।

ବିଜୟ ମିଶ୍ର,ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ବନ୍ୟାଞ୍ଚଳ ପରଦର୍ଶନ କରିବେ: ମୁଖ୍ୟମନ୍ତ୍ରୀ..

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଜି ଅପରାହ୍ନ ସାଢେ ତିନିଟା ରେ ଖୁରଧା, ପୁରୀ, କଟକ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିବେ ।

ମୁଖ୍ୟମନ୍ତ୍ରୀ ଙ୍କ ସହିତ ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ ମଧ୍ୟ୍ୟ ବନ୍ୟାଞ୍ଚଳ ବୁଲି ଦେଖିବେ।

Follow us

20,832FansLike
0FollowersFollow
14,700SubscribersSubscribe

Latest news