ପଦ୍ମ ଛାଡ଼ି ଶଙ୍ଖ ଧରିଲେ ଦେଓଗଡ ଜିଲ୍ଲା ବିଜେପି ସଭାପତି ମିନକେତନ ପ୍ରଧାନ….

() ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ବିଜେଡିର ମିଶ୍ରଣ ପର୍ବ। ବିଜେପି ଛାଡି ବିଜେଡିରେ ମିଶିଲେ ଦେଓଗଡ ଜିଲ୍ଲା ବିଜେପି ସଭାପତି ମିନକେତନ ପ୍ରଧାନ ।ବିଜେଡିର ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ଏହି ମିଶ୍ରଣ ପର୍ବରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଦେଓଗଡ଼ ଜିଲ୍ଲା ଅବଜର୍ଭର ଅମରେଶ ଜେନା ଓ ଦେଓଗଡ଼ ଜିଲ୍ଲା ବିଜେଡି ସଭାପତି ସାମିଲ ରହିଥିଲେ। ବିଜେଡିରେ ସାମିଲ ହେଲା ପରେ ଓଡ଼ିଶା ଲୋକଙ୍କର ଓ ଦେଓଗଡ଼ ଲୋକଙ୍କ ସେବା କରିବା ପାଇଁ ମୁଁ ବିଜେଡିରେ ସାମିଲ ହେଲି ବୋଲି କହିଲେ ମୀନକେତନ ପ୍ରଧାନ। ସେ କହିଛନ୍ତି , ମୁଁ କୌଣସି ଆଶା ନେଇ ବିଜେଡିକୁ ଆସିନାହିଁ,  ବିଜେପିରେ କୋର୍ଡିନେସନ ରେ ଅଭାବ ଅଛି।ଦୀର୍ଘ 32 ବର୍ଷ ବିଜେପିରେ ରହିବା ପରେ ସମ୍ମାନ ସେଠି ମିଳିଲା ନାହିଁ।ବିଜେପି ଦଳ ମୋତେ avoid କଲା ସେଥିପାଇଁ ମୁଁ ବିଜେପି ଛାଡି ବିଜେଡିରେ ସାମିଲ ହେଲି ବୋଲି କହିଲେ ମୀନକେତନ ପ୍ରଧାନ। ସେ କହିଛନ୍ତି ବିଜେଡିରେ ସାମିଲ ହେବା ପରେ Discipline, cordination ଓ patience ନେଇ କାମ କରିବି।

ମାନସ ମଙ୍ଗରାଜ, ରାଜ୍ୟସଭା ସାଂସଦ

ମୀନକେତନ ପ୍ରଧାନ, ବିଜେଡି ନେତା (ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିବା ନେତା)

ହରିଶ୍ଚନ୍ଦ୍ର ସହାୟତା ରାଶିରେ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ…

() ହରିଶ୍ଚନ୍ଦ୍ର ସହାୟତା ରାଶିରେ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ।

ପ୍ରତି ପଞ୍ଚାୟତରେ ପାଇଁ ୧୫ ହଜାର ଟଙ୍କାର ରିଭଲଭିଂ ଫଣ୍ଡ,

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦,କୋଟି ଟଙ୍କା ମଞ୍ଜୁର।

{} ଗରିବ ଲୋକମାନେ ଯେପରି ତାଙ୍କ ପ୍ରିୟଜନଙ୍କ ଅନ୍ତେଷ୍ଟିକ୍ରିୟା ସଂପାଦନରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ହରିଶ୍ଚନ୍ଦ୍ର ସହାୟତା ଯୋଜନା । ଏହି ଯୋଜନାରେ ଅନ୍ତେଷ୍ଟି ପାଇଁ ଗ୍ରାମାଞ୍ଚଳରେ ଦୁଇ ହଜାର ଟଙ୍କା ଓ ସହରାଞ୍ଚଳରେ ତିନି ହଜାର ଟଙ୍କା ସହାୟତା ମିଳୁଥିଲା ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହା ସହାୟତାକୁ ଗ୍ରାମାଞ୍ଚଳ ପାଇଁ ଦୁଇ ହଜାରରୁ ତିନି ହଜାର ଟଙ୍କା ଏବଂ ସହରାଞ୍ଚଳ ଓ ପୁରୀ ସ୍ବର୍ଗଦ୍ବାର ପାଇଁ ତିନି ହଜାରରୁ ଚାରି ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିନିମନ୍ତେ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଏକ ରିଭଲଭିଂ ଫଣ୍ଡ ଖୋଲାଯାଇ ଏଥିପାଇଁ ୧୫ ହଜାର ଟଙ୍କା ଲେଖାଏ ଅର୍ଥ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ ହରିଶ୍ଚନ୍ଦ୍ର ସହାୟତା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଭରଣା କରାଯାଉଛି । ସାରା ରାଜ୍ୟର ସମସ୍ତ ପଞ୍ଚାୟତର ରିଭଲଭିଂ ଫଣ୍ଡ ପାଇଁ ୧୦ କୋଟି ୧୯ ଲକ୍ଷ ୧୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର କରାଯାଇଛି ।

ଏହି ନୂତନ ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ଗ୍ରାମ ପଞ୍ଚାୟତ ଏକ୍‌ସଟେନସନ୍‌ ଅଫିସର କିମ୍ବା ଅନ୍ୟ କୌଣସି ବ୍ଲକସ୍ତରୀୟ ଏକ୍‌ସଟେନସନ୍‌ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି । ବର୍ଦ୍ଧିତ ସହାୟତା ପାଇଁ ଯୋଜନାର ସଫ୍ଟୱାରରେ ଆବଶ୍ୟକ ପରିବର୍ତ୍ତନ କରାଯିବା ସହିତ ଜିଲ୍ଲାୱାରୀ ଗ୍ରାମପଞ୍ଚାୟତ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇସାରିଛି ।

ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ୧୨୯ତମ ପ୍ରତିଷ୍ଠା ଦିବସ ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ।

{} ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ୧୨୯ତମ ପ୍ରତିଷ୍ଠା ଦିବସ ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ।

() ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କର ୧୨୯ ତମ ପ୍ରତିଷ୍ଠା ଦିବସ ଅବସରରେ ବୁଧବାର ବ୍ୟାଙ୍କର ପୋଖରୀପୁଟ ଶାଖାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଏକ ୬ ଜଣିଆ ଡାକ୍ତରୀ ଟିମ୍‌ଙ୍କ ତତ୍ୱାବଧାନରେ ସମ୍ପୃକ୍ତ ଶାଖାରେ ବ୍ୟାଙ୍କ୍ କର୍ମଚାରୀଙ୍କ ସମେତ ବ୍ୟାଙ୍କକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କର ରକ୍ତଚାପ, ମଧୁମେହ ଏବଂ ଶରୀରର ସାଧାରଣ ସମସ୍ୟାର ପରୀକ୍ଷା ନିରୀକ୍ଷା କରାଯାଇଛି ।

ଏହି ସ୍ୱାସ୍ଥ୍ୟ ଶିବିରର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ପିଏନ୍‌ବି ସର୍କଲର ମୁଖ୍ୟ ଶ୍ରୀ ଚିିତରଂଜନ ପୁଷ୍ଟି, ଭୁବନେଶ୍ୱର ପିଏନ୍‌ବି ଜୋନାଲ୍ ଅଫିସର ମୁଖ୍ୟ ଶ୍ରୀ ଏ.ଉଦୟ ଭାସ୍କର ରେଡୀ, ଡେପୁଟି ଜୋନାଲ୍ ମ୍ୟାନେଜର ଶ୍ରୀ ଜନ୍ମେଜୟ ଦୀକ୍ଷିତ, ପୋଖରୀପୁଟ ସ୍ଥିତ ପିଏନ୍‌ବି ଶାଖା ମୁଖ୍ୟ (ବ୍ରାଂଚ ମ୍ୟାନେଜର) ଶ୍ରୀ ସୁରେଶ କୁମାର ସାହୁ, ଅଲ ଇଣ୍ଡିଆ ପିଏନ୍‌ବି ଅଫିସର୍ସ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ଶ୍ରୀ ବୈଲୋଚନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଶିବିରକୁ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ମେଡିକାଲ୍ ଇଂଟର୍ଣ୍ଣ ଡାକ୍ତର ଆଦ୍ୟାଶା ଆଚାର୍ଯ୍ୟ, ଡାକ୍ତର ଏଲିନା ବାହିନିପତି ଓ ଡାକ୍ତର ସୌମ୍ୟଦୀପ୍ ମିଶ୍ରଙ୍କ ସମେତ ରୋଗୀ ସମ୍ପର୍କ ବିଭାଗ ପକ୍ଷରୁ ଶ୍ରୀ ବିଶ୍ୱଜିତ ପରିଡ଼ା, ଡାକ୍ତର ଲିଙ୍ଗରାଜ ରଥ ଓ ଇଞ୍ଜିନିୟର ପ୍ରେମନାଥ ତାଣ୍ଡି ପ୍ରମୁଖ ପରିଚାଳନା କରିଥିଲେ ।

କାଉନସିଲରଙ୍କ ପାଇଁ ଓରିଏଣ୍ଟେସନ କର୍ମଶାଳା…

() ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଗଞ୍ଜାମ, ରାୟଗଡା, ବୌଦ୍ଧ, ଗଜପତି ଓ କନ୍ଧମାଳ ଜିଲ୍ଲାର କାଉନସିଲର ଓ ସିଟି ଲିଡର୍ ମାନଙ୍କ ପାଇଁ ଏକ ଓରିଏଣ୍ଟେସନ୍ କର୍ମଶାଳା ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ ନାୟକ ସ୍ଥାନୀୟ ଏମ୍ .କେ.ସି.ଜି ପ୍ରେକ୍ଷାଳୟ ଠାରେ ଏହାକୁ ଉଦ୍‌ଘାଟନ କରିଥିଲେ।ଜନସାଧାରଣଙ୍କ ଜୀବନ ଓ ଜୀବିକାରେ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ଆଣିବା ସହ ସୁଶାସନ ପ୍ରବର୍ତ୍ତନ ପାଇଁ ପୌର ପ୍ରତିନିଧି ଓ ନଗର ନେତୃବର୍ଗଙ୍କ ଭୂମିକା ସମ୍ପର୍କରେ ସେମାନଙ୍କୁ ସଚେତନ କରିବା ଏହି କର୍ମଶାଳାର ପ୍ରଧାନ ଆଭିମୁଖ୍ୟ ବୋଲି ସେ ଗୁରୂତ୍ଵ ଆରୋପ କରିଥିଲେ। ପୌର ପ୍ରଶାସନର ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ଉପରେ ଆଲୋକପାତ କରିବା ସହ ସହରାଞ୍ଚଳ ରୂପାନ୍ତରଣ ନିମନ୍ତେ ୨୦୨୩-୨୪ ଆର୍ଥିକ ବର୍ଷରେ ୮୦୦୦ କୋଟି ଟଙ୍କାର ବ୍ୟୟ ବରାଦ ଥିବାରୁ ଫାଇଭ୍ ଟି ମନ୍ତ୍ରରେ ଅନୁପ୍ରାଣିତ ହେବାକୁ ସେ ପୌର ପ୍ରତିନିଧି ଓ ନଗର ନେତୃବର୍ଗଙ୍କୁ ଆହ୍ଵାନ ଜଣାଇଥିଲେ। ଠିକାଦାର କେନ୍ଦ୍ରିତ ବିକାଶ ଧାରା ଏବେ ଗୋଷ୍ଠୀ କେନ୍ଦ୍ରିତ ଉନ୍ନୟନ ମଡେଲ୍ ରେ ରୂପାନ୍ତରିତ ହେବା ସହ ମିଶନ୍ ଶକ୍ତି ଗୋଷ୍ଠୀ ଓ ବସ୍ତି ବାସିନ୍ଦା ସଂଘ ମାନେ ପ୍ରମୁଖ ସହଯୋଗୀ ରୂପେ ସାମିଲ ହୋଇଥିବାରୁ ଦୁର୍ନୀତି ମୁକ୍ତ ଓ ସ୍ମାର୍ଟ ସହର ବିକାଶ ଆମର ଧ୍ୟେୟ ହେବା ସହ ଆମର କାର‌୍ୟ୍ୟ ହିଁ ଆମ ସମୃଦ୍ଧ ଭବିଷ୍ୟତ ପାଇଁ ବୀଜ ବପନ କରିବ ବୋଲି ସେ ମତପ୍ରକାଶ କରିଥିଲେ।

ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ତଥା ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାରଦା ପ୍ରସାଦ ପଣ୍ଡା ତାଙ୍କ ଅଭିଭାଷଣରେ ୨୯ ମଇ ୨୦୧୫ ରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ମିଶନ୍ ଶକ୍ତି ଗୋଷ୍ଠୀଙ୍କ ଯୋଗଦାନ ଉପରେ ନିଆଯାଇଥିବା ଐତିହାସିକ ନିଷ୍ପତ୍ତି ବଳରେ ଆଜି ସେହି ସଦସ୍ୟ ମାନେ ମୁକ୍ତା ଓ ଆହାର ପରି ଗୋଷ୍ଠୀ କେନ୍ଦ୍ରିତ କାର‌୍ୟ୍ୟକ୍ରମ ମାନଙ୍କରେ ସେମାନଙ୍କ ସକ୍ରିୟ ଯୋଗଦାନ ଜାରି ରଖିଛନ୍ତି ବୋଲି କହିଥିଲେ।ଗୋଷ୍ଠୀ ସହଭାଗିତା ସୁନିଶ୍ଚିତ କରିବା ପାଇଁ ୱାର୍ଡ଼ ସମୂହର ଉନ୍ନତ କାର‌୍ୟ୍ୟ ପ୍ରଦର୍ଶନ ଉପରେ ସେ ଗୁରୁତ୍ଵ ଆରୋପ କରିଥିଲେ। ଦଳଗତ ମନୋଭାବ ନେଇସହରାଞ୍ଚଳ ଦାରିଦ୍ର‌୍ୟ ଦୂରୀକରଣ ସହ ଗୋଷ୍ଠୀ ସହଯୋଗରେ ବାସହୀନଙ୍କ ପାଇଁ ଆଶ୍ରୟ ବ୍ୟବସ୍ଥାକୁ ଆହୁରି ବ୍ୟାପକ ରୂପେ ପରିବର୍ଦ୍ଧିତ କରିବା ପାଇଁ ସେ ଉପସ୍ଥିତ ପ୍ରତିନିଧିଙ୍କୁ ପ୍ରୋତ୍ସାହିତ କରିଥିଲେ।

ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ସୌରେନ୍ଦ୍ର ରାଉତରାୟ ଜାଗା ମିଶନ୍ କାର‌୍ୟ୍ୟକ୍ରମ ଜରିଆରେ ଜମି ଅଧିକାର ମାଧ୍ୟମରେ ବସ୍ତି ବାସିନ୍ଦାଙ୍କ ଜୀବନ ଧାରଣ ମାନରେ ଯୁଗାନ୍ତକାରୀ ପରିବର୍ତ୍ତନ ସମ୍ଭବ ହେବା ସହ ଅଭିଯୋଗ ସମାଧାନ ମାଧ୍ୟମରେ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ତାରତମ୍ୟ ହ୍ରାସ ପାଇଛି ବୋଲି ମତ ଦେଇଥିଲେ। ଅତିରିକ୍ତ ଶାସନ ସଚିବ ଶ୍ରୀ ପ୍ରଭାତ ମହାପାତ୍ର ସହରାଞ୍ଚଳ ପରିମଳ ଅନ୍ତର୍ଗତ ବିଭିନ୍ନ ଯୋଜନା ମାଧ୍ୟମରେ ପାଣ୍ଠି ଆବଣ୍ଟନ ଏହି କାର‌୍ୟ୍ୟକ୍ରମର ଗୁରୁତ୍ୱ ପ୍ରତିପାଦିତ କରୁଛି ବୋଲି କହିବା ସହ ଉପଯୋଗ ପ୍ରମାଣନ ସୁନିଶ୍ଚିତ କରିବାକୁ କହିଥିଲେ।

ପ୍ରାରମ୍ଭରେ ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନୀଳମାଧବ ଭୋଇ ସ୍ଵାଗତ ଭାଷଣ ଦେଇଥିଲେ ଓ ପରିଶେଷରେ ସମସ୍ତ ପ୍ରତିନିଧିଙ୍କ ସକ୍ରିୟ ଅଂଶଗ୍ରହଣ ପାଇଁ ପୌର ପ୍ରଶାସନ ନିର୍ଦ୍ଦେଶକ ଏବଂ ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଜଣାଇଥିଲେ ଓ ଭବିଷ୍ୟତରେ ଗୋଷ୍ଠୀ ଭିତ୍ତିକ ସମୁନ୍ନତ କାର‌୍ୟ୍ୟ ପ୍ରଦର୍ଶନପାଇଁ ପୌର ସଂସ୍ଥାର ପ୍ରତିନିଧି ମାନେ ପ୍ରୟାସ ଜାରି ରଖିବେ ବୋଲି ଆଶା ପ୍ରକାଶ କରିଥିଲେ।

ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପାର୍ଥି ହେଲେ ତରୁଣ ପାଣ୍ଡେ…

() ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପାର୍ଥି ହେଲେ ତରୁଣ ପାଣ୍ଡେ।

{} ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ଆଜି ଏଆଇସିସି ପକ୍ଷରୁ କଂଗ୍ରେସ ପାର୍ଥିଭାବେ ଶ୍ରୀଯୁକ୍ତ ତରୁଣ ପାଣ୍ଡେଙ୍କ ନାମ ଘୋଷଣା କରାଯାଇଛି।

ଝାରସୁଗୁଡା ପୌରପାଳିକାର ୨ ଥର ଅଧ୍ୟକ୍ଷ ଥିବା ଏବଂ ତିନିଥର ବିଧାୟକ ଥିବା ଲୋଜପ୍ରିୟ ଜନନେତା ସ୍ବର୍ଗତ ବିରେନ୍ଦ୍ର ଚନ୍ଦ୍ର ପାଣ୍ଡେ ଯିଏ ଝାରଗୁଡାର ଟାଣୁଆ ନେତା ଭାବେ ଝାରସୁଗୁଡା ଅଞ୍ଚଳ ପାଇଁ ଅନେକ ଗୁଡିଏ କାର୍ଯ୍ୟ କରିଛନ୍ତି ତାଙ୍କ ଜ୍ୟେଷ୍ଠ ପୁତ୍ର ଅଟନ୍ତି ଶ୍ରୀଯୁକ୍ତ ତରୁଣ ପାଣ୍ଡେ। ସେ ବିବାହିତ ଏବଂ ଗୋଟିଏ ପୁଅ ଅଛନ୍ତି।ସେ ଗୋଟେ ପ୍ରତିଷ୍ଠିତ ରାଜନୀତି ପରିବାର ରୁ ଆସି ୧୯୯୫ ମସିହାରୁ ଝାରସୁଗୁଡାରେ କଂଗ୍ରେସ ଦଳର ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟକରିଆସୁଛନ୍ତି।୨୦୦୯ ମସିହାରେ ସାଂସଦ ଙ୍କ ପ୍ରତିନିଧି ଭାବେ ସୁଚାରୁରୂପେ କାର୍ଯ୍ୟ କରିଛନ୍ତି।ସେ ସମାଜସେବୀ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି ଏବଂ ଅଘରିଆ ସମାଜ ର ଜଣେ ଆଗଧାଡ଼ିର ନେତା ଭାବେ ମଧ୍ୟ କାର୍ଯ୍ୟ ଜାରି ରଖିଛନ୍ତି।

ରାଜନୀତି ପରିବାରରୁ ଆସିଥିବା ଜଣେ ତୃଣମୂଳ ସ୍ତରର ଉପଯୁକ୍ତ କର୍ମୀଙ୍କୁ କଂଗ୍ରେସ ଟିକେଟ ମିଳିଥିବାରୁ କଂଗ୍ରେସ ମହଲରେ ଉତ୍ସାହ ପ୍ରକାଶ ପାଇଛି।ଏଥିପାଇଁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ଏଆଇସିସି ଅଧ୍ୟକ୍ଷ ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖାଡ଼ଗେ,ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ସାଂସଦ ଡ଼ ଏ ଚେଲ୍ଲାକୁମାର ଏବଂ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି।

ବିକଶିତ ହେବ ପଶ୍ଚିମ ଓଡ଼ିଶା…

() ପଶ୍ଚିମ ଓଡ଼ିଶା ବିକାଶ ପରିଷଦର 61ତମ ପରିଷଦ ବୈଠକ 10.04.2023 ରେ ଭୁବନେଶ୍ୱର ସ୍ଥିତ ରାଜୀବ ଭବନରେ ଅନୁଷ୍ଠିତ ହୋଇଥିଲା ।

ମାନ୍ୟବର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀ ତ୍ରିପାଠୀ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରିଥିଲେ । ଶ୍ରୀ ତ୍ରିପାଠୀ ୨୦୨୩ -୨୪ ରାଜ୍ୟ ବଜେଟରେ ସରକାରଙ୍କ ଦ୍ୱାରା ଅନୁଦାନ ବୃଦ୍ଧି ପାଇଁ ୨୦୦ କୋଟିରୁ ୩୨୫ କୋଟି ପର୍ଯ୍ୟନ୍ତ ପରିଷଦକୁ ଅବଗତ କରାଇଥିଲେ ଏବଂ ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଅସମ୍ପୂର୍ଣ୍ଣ କମ୍ୟୁନିଟି ସେଣ୍ଟର ଏବଂ କଲ୍ୟାଣ ମଣ୍ଡପ ସମାପ୍ତ ପାଇଁ ପରିଷଦ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ଏହାକୁ ସମସ୍ତ ସଦସ୍ୟ ପ୍ରଶଂସା କରିଥିଲେ ଯେଉଁଥିପାଇଁ ଚଳିତ ବର୍ଷ ୧୨୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ପରିଷଦର ଅନୁଦାନ ପ୍ରାପ୍ତ ପ୍ରକଳ୍ପର କାର୍ଯ୍ୟକାରିତା, ଜନସାଧାରଣଙ୍କ ବ୍ୟବହାର ପାଇଁ ପ୍ରକଳ୍ପର ଉପଯୋଗ, ଅଡିଟୋରିୟମ୍, ପର୍ଯ୍ୟଟନ ସମ୍ବନ୍ଧୀୟ କାର୍ଯ୍ୟକଳାପ ସମେତ ଜୀବିକା ପ୍ରୋଜେକ୍ଟ ଭଳି ବୃହତ ତଥା ଦୃଶ୍ୟମାନ ପ୍ରକଳ୍ପର ନିର୍ମାଣ, ସାମଗ୍ରିକ ରୂପାନ୍ତର ଏବଂ ସ୍ୱଚ୍ଛତା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ପରିଷଦର ଅଧ୍ୟକ୍ଷ ଗୁରୁତ୍ୱାରୋପ କରିଛନ୍ତି । ସମସ୍ତ ସଦସ୍ୟଙ୍କୁ ସଂଘବଦ୍ଧ ହିସାବରେ କାର୍ଯ୍ୟ କରିବାକୁ ସେ ଆହ୍ଵାନ କରିଛନ୍ତି । ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ଅଜିତ୍ କୁମାର ମିଶ୍ର ବୈଠକର ଆଲୋଚନା ପାଇଁ କାର୍ଯ୍ୟସୂଚୀ ବର୍ଣ୍ଣନା କରିଥିଲେ ।

ପରିଷଦ ବୈଠକରେ ମାନ୍ୟବର ସାଂସଦ / ବିଧାୟକ / ଅନ୍ୟମାନଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ୧ ଡିସେମ୍ବର ୨୦୨୨ ରୁ ୩୧ ମାର୍ଚ୍ଚ ୨୦୨୩ ମଧ୍ୟରେ ୫୬୬ ଗୋଟି ପ୍ରକଳ୍ପର ୫୪.୮୧ କୋଟି ଟଙ୍କାର ଅନୁମୋଦନ କରାଯାଇଥିଲା । WODC ଅନୁଦାନ ପ୍ରାପ୍ତ କମ୍ୟୁନିଟି ସେଣ୍ଟର୍ସ / କଲ୍ୟାଣ ମଣ୍ଡପଗୁଡିକର 1147 ନମ୍ବର ପୂରଣ ପାଇଁ ଗ୍ରହଣ କରାଯାଇଥିବା ପ୍ରସ୍ତାବଗୁଡିକ ୬୪.୨୪ କୋଟି ଟଙ୍କା , ବିଭିନ୍ନ ଜିଲ୍ଲାକୁ ୪ ଜଣ ବୈଷୟିକ ବ୍ୟକ୍ତିଙ୍କ ଯୋଗଦାନ, ସୋସିଆଲ୍ ମିଡିଆ ସେଲର କାର୍ଯ୍ୟକାରିତା ସ୍ପଷ୍ଟ ଭାବରେ ବିଚାରବିମର୍ଶ କରାଯାଇଥିଲା ଏବଂ ପରିଷଦରେ ଅନୁମୋଦିତ ହୋଇଥିଲା ।

ମାନ୍ୟବର ଦେବଗଡ ବିଧାୟକ, ଶ୍ରୀ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଲଞ୍ଜିଗଡ ବିଧାୟକ, ଶ୍ରୀ ପ୍ରଦିପ କୁମାର ଦିଶାରୀ, ବରଗଡ ବିଧାୟକ, ଶ୍ରୀ ଦେବେଶ ଆଚାର୍ଯ୍ୟ, ଖଡିଆଳ ବିଧାୟକ, ଶ୍ରୀ ଅଧିରାଜ ମୋହନ ପାଣିଗ୍ରାହୀ ମଧ୍ୟ WODC ପ୍ରକଳ୍ପ କାର୍ଯ୍ୟକାରୀ କରିବା ସହ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ । ପରିଷଦର ଅନୁଦାନ ବୃଦ୍ଧି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସେମାନେ କୃତଜ୍ଞତା ଜଣାଇଛନ୍ତି । ବୈଠକରେ ପରିଷଦର ପରାମର୍ଶଦାତା ଏବଂ ସମସ୍ତ ୯ ଜଣ ବିଶେଷଜ୍ଞ ସଦସ୍ୟ ମଧ୍ୟ ନିଜ ନିଜ ଜିଲ୍ଲାର ସମସ୍ୟାଗୁଡିକ ଉପସ୍ଥାପନ କରିଥିଲେ |ଏହି ବୈଠକରେ ଉତ୍ତରାଞ୍ଚଳ ଆରଡିସି ଡ଼. ସୁରେଶ ଚନ୍ଦ୍ର ଦଲାଇ, ଦକ୍ଷିଣାଞ୍ଚଳ ଆରଡିସି ଶ୍ରୀ ଟି. ଆଓ, ପରିଷଦର ପରାମର୍ଶଦାତା ଶ୍ରୀ ନାରାୟଣ ସାହୁ ଏବଂ ଅନ୍ୟ ବିଶେଷଜ୍ଞ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ବୈଠକର ଶେଷରେ ଅଧ୍ୟକ୍ଷଙ୍କ ଅନୁମତି ଅନୁଯାୟୀ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଛାତ୍ରଛାତ୍ରୀଙ୍କ ପାଇଁ ଆଇନ୍ ଶିକ୍ଷା ବିସ୍ତୃତ ଭାବେ ପରିବ୍ୟାପ୍ତ…

( ) ଆଇନ୍‌ର ଅନେକ ପରିଭାଷା ରହିଛି ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏହା ବିସ୍ତୃତ ଭାବେ ପରିବ୍ୟାପ୍ତ । ଆଇନ୍‌ଜୀବିଙ୍କ ବୃତିରେ ଅନେକ ପରିବର୍ତନ ଆସିଲାଣି ତେଣୁ ନୂଆ କରି ଏହି ବୃତିରେ ପ୍ରବେଶ କରୁଥିବା ଛାତ୍ରଛାତ୍ରୀମାନେ ସମୟର ସୁବିନିଯୋଗ କରନ୍ତୁ ବୋଲି କହିଛନ୍ତି ବରିଷ୍ଠ ଆଇନ୍‌ଜୀବି ତଥା ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍‌ର ପୂର୍ବତନ ସଭାପତି ଶ୍ରୀ ଗୋପାଳ କୃଷ୍ଣ ମହାନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଫ୍ୟାକଲ୍ଟି ଅଫ୍ ଲ (ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ)ର ସପ୍ତମ ବାର୍ଷିକ ଉତ୍ସବ “ଜଷ୍ଟିସିଆ-୨୦୨୩”ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମହାନ୍ତି ଏହା କହିଛନ୍ତି ।

ସେହିପରି ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ହାଇକୋର୍ଟର ଆଇନ୍‌ଜୀବି ଶ୍ରୀ ଶାଶ୍ୱତ କୁମାର ଆଚାର୍ଯ୍ୟ ଆଇନ୍‌ଗତ ପେସାର ବିଭିନ୍ନ ଦିଗ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ । ସେ କହିଥିଲେ ଯେ ଛାତ୍ରଛାତ୍ରୀମାନଙ୍କ ନିକଟରେ ବର୍ତମାନ ସବୁଠାରୁ ବଡ଼ ଅସ୍ତ୍ର ହେଉଛି ଯୁବାବସ୍ଥା ଓ ସମୟ । ତେଣୁ ଯୁବାବସ୍ଥାରେ ନିଜର ସମସ୍ତ ଶକ୍ତି ଓ ହାତରେ ଥିବା ସମୟର ଉପଯୁକ୍ତ ବିନିଯୋଗ କରିବାର ଆବଶ୍ୟକତା ରହିଛି । ସେହିପରି ମୁଟ୍ କୋର୍ଟ, ଇନ୍‌ଟର୍ଣ୍ଣସିପ୍‌, ମକ୍ ଟ୍ରାଏଲ୍‌ ଓ ପାର୍ଲାମେଂଟାରୀ ଡିବେଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ ।

ବର୍ତମାନ ସମୟରେ ଆଇନ୍ ସାମ୍ବାଦିକତାର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ସେ ଅବଗତ କରାଇଥିଲେ । ସେହିପରି ନିଜ କ୍ୟାରିୟର ଗଢ଼ିବା ପାଇଁ ଉପଯୁକ୍ତ ପ୍ରସ୍ତୁତି, କଠିନ ପରିଶ୍ରମ, ଜ୍ଞାନ ଆହରଣ ନିମନ୍ତେ ଇଚ୍ଛାଶକ୍ତି ଓ କୋର୍ଟରେ ବିଚାରପତି ଓ ଯେଉଁ ପକ୍ଷଙ୍କ ନିମନ୍ତେ ମାମଲା ଲଢ଼ୁଛନ୍ତି ସେମାନଙ୍କ ପ୍ରତି anurakti ରହିବା ଆବଶ୍ୟକ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ ।

ସୋଆର କୁଳପତି ପ୍ରପେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ନିଲ୍‌ର ଡିନ୍ ପ୍ରଫେସର ଏସ୍‌. a. କେ. ଆଜାଦ ଅତିଥି ପରିଚୟ ପ୍ରଦାନ କରିଥିଲେ । କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କର ଭୂମିକା ଓ ଭବିଷ୍ୟତ ସମ୍ପର୍କରେ ଉପଦେଶ ଦେବା ସହ ସୋଆ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ସେହିପରି ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ସ୍ନିଲ୍‌ର ଉପଦେଷ୍ଟା ତଥା ସିନିୟର ପ୍ରଫେସର (ଡକ୍ଟର) ଜୟଦେବ ପତି, ସିନିୟର ପ୍ରଫେସର (ଡକ୍ଟର) ପ୍ରବୀର କୁମାର ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ ।

ଭବିଷ୍ୟତରେ ସ୍ମାର୍ଟ ଟେକ୍ନୋଲୋଜି ଓ ମଣିଷତ୍ୱ ମଧ୍ୟରେ ସମାନତା ରଖିବାର ଆବଶ୍ୟକତା ରହିଛି: ପ୍ରଫେସର ଶ୍ରୀବାସ୍ତବ…

{} ଭବିଷ୍ୟତରେ ସ୍ମାର୍ଟ ଟେକ୍ନୋଲୋଜି ଓ ମଣିଷତ୍ୱ ମଧ୍ୟରେ ସମାନତା ରଖିବାର ଆବଶ୍ୟକତା ରହିଛି: ପ୍ରଫେସର ଶ୍ରୀବାସ୍ତବ ।

() ସ୍ମାର୍ଟ ଟେକ୍ନୋଲୋଜିର ଉଦ୍‌ଭାବନ ପୃଥିବୀ ପୃଷ୍ଠରେ ଅନେକ ବୈପ୍ଳବିକ ପରିବର୍ତନ ଆଣିଛି । କିନ୍ତୁ ମଣିଷ ଉପରେ ଏହାର ଦୀର୍ଘ ମିଆଦୀ ପ୍ରଭାବ ଉପରେ ଅନୁଶୀଳନ କରିବାର ଆବଶ୍ୟକତା ରହିଛି ବୋଲି ବୁଧବାର ୟୁନିଭର୍ସିଟି ଗ୍ରାଂଟ୍ସ କମିଶନ (ୟୁଜିସି)ର ଭାଇସ୍ ଚେୟାରମ୍ୟାନ ପ୍ରଫେସର ଦୀପକ କୁମାର ଶ୍ରୀବାସ୍ତବ କହିଛନ୍ତି ।ଟେକ୍ନୋଲୋଜିର ବ୍ୟବହାର ମଣିଷର ମସ୍ତିଷ୍କ ଉପରେ ଅନେକ ପ୍ରଭାବ ପକାଉଛି । ଚିନ୍ତା କରିବାର, କାର୍ଯ୍ୟ କରିବାର, ବିଶ୍ଳେଷଣ କରିବାର ଶକ୍ତି ମଣିଷ କ୍ରମେ ହରାଇ ବସୁଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ରୌପ୍ୟ ଜୟନ୍ତୀ ବକ୍ତୃତା ପ୍ରଦାନ କରିବା ଅବସରରେ ଏହା କହିଛନ୍ତି ପ୍ରଫେସର ଶ୍ରୀବାସ୍ତବ ।

ପ୍ରଫେସର ଶ୍ରୀବାସ୍ତବ କହିଥିଲେ ଯେ ଆମକୁ ଅତୀତକୁ ଫେରିଯିବାର କିମ୍ବା ସ୍ମାର୍ଟ ଟେକ୍ନୋଲୋଜିକୁ ପରିହାର କରିବାର ମଧ୍ୟ ଆବଶ୍ୟକତା ନାହିଁ । କିନ୍ତୁ ଟେକ୍ନୋଲୋଜିକୁ ବିକଳ୍ପ ଭାବେ ବ୍ୟବହାର କରିବା ନିମନ୍ତେ ଅଧିକ ମାତ୍ରାରେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଟେକ୍ନୋଲୋଜିର ବ୍ୟବହାର ସହିତ ଏଥିରୁ କିପରି ବାହାରି ହେବ ପୁଣି ଥରେ ଏଥିରେ ନିଜକୁ ଯୋଡି ହେବ ସେ ଦିଗରେ ଅଧିକ ବିଶ୍ଳେଷଣ କରିବାର ଆବଶ୍ୟକତା ରହିଛି ବୋଲି “ବାଲାନ୍ସିଂ ସ୍ମାର୍ଟ ଟେକ୍ନୋଲୋଜି ୱିଥ୍ ହ୍ୟୁମାନ୍ ଏଲିମେଂଟ ଫର୍ ଆନ୍ ଏନ୍‌ଲାଇଟେଣ୍ଡ ଫ୍ୟୁଚର” ଶୀର୍ଷକ ଆଲୋଚନା ପ୍ରସଙ୍ଗରେ ଏହା କହିଛନ୍ତି ପ୍ରଫେସର ଶ୍ରୀବାସ୍ତବ ।

ଚାଟ୍ ଜିପିଟି ଭଳି ଏକ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ଚାର୍ଟବଟ ଭଳି ନୂତନ ଉଦ୍‌ଭାବନର ଉଦାହରଣ ଦେଇ ପ୍ରଫେସର ଶ୍ରୀବାସ୍ତବ କହିଥିଲେ ଯେ ଏଭଳି ଟେକ୍ନୋଲୋଜି ଯଦିଓ ଆବଶ୍ୟକ କିନ୍ତୁ ଏହାକୁ ନିୟନ୍ତ୍ରଣ ମଧ୍ୟରେ ରଖି ବ୍ୟବହାର କରିବା ଦରକାର । ସ୍ମାର୍ଟ ୱାଚ୍‌, ସ୍ମାର୍ଟ ଟିଭି, ସ୍ମାର୍ଟ ଫୋନ୍‌, ସ୍ମାର୍ଟ କାଲ୍‌କୁଲେଟର ଓ ସ୍ମାର୍ଟ ଅଟୋମୋବାଇଲର ଉଦ୍‌ଭାବନ ପରେ ବିଶ୍ୱ ୫ମ ଶିଳ୍ପ ବିପ୍ଳବର ଦ୍ୱାରଦେଶରେ ପହଂଚିଛି । ଏହା ମଣିଷ ଓ ମେସିନ୍ ମଧ୍ୟରେ ଏକ ସୌହାଦ୍ଦ୍ୟପୂର୍ଣ୍ଣ ସଂପର୍କ ସୃଷ୍ଟି କରିଛି ବୋଲି ସେ କହିଥିଲେ ।

ପ୍ରଫେସର ଶ୍ରୀବାସ୍ତବ କହିଥିଲେ କିଛି ନୀତି ନିର୍ଦ୍ଧାରଣକାରୀ ଓ କେତେକ ଦେଶର ସରକାର ବିଭିନ୍ନ ବୟସର ଲୋକମାନଙ୍କୁ ଟେକ୍ନୋଲୋଜି ସହ ପରିଚିତ କରାଇବା ବିଷୟରେ ବେଶ ସଚେତନ ଅଛନ୍ତି । ଯେପରିକି ୟୁନାଇଟେଡ୍ କିଙ୍ଗ୍‌ଡମ୍‌, ସ୍କଟଲ୍ୟାଣ୍ଡ ଏବଂ ସିଙ୍ଗାପୁରର ସରକାର ସ୍ମୁଲ୍‌ରେ କାଲ୍‌କୁଲେଟର ବ୍ୟବହାର ନିଷେଧ କରିବା ସହ ପିଲାମାନଙ୍କର ବୌଦ୍ଧିକ ଶକ୍ତିକୁ ଉନ୍ନତ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ସେହିପରି ଗଭୀର ଚିନ୍ତା ଓ ସମସ୍ୟା ସମାଧାନ କରିବାର କୌଶଳକୁ ବୃଦ୍ଧି କରାଇବା ନିମନ୍ତେ ନ୍ୟୁୟର୍କର ସ୍କୁଲଗୁଡ଼ିକରେ ଚାଟ୍ ଜିପିଟି ଭଳି ନୂତନ ଟେକ୍ନୋଲୋଜିର ବ୍ୟବହାରକୁ ବନ୍ଦ କରିଦିଆଯାଇଛି । ତେବେ ବିଶ୍ୱର ଅନେକ ସ୍ଥାନରେ ଚାଟ୍ ଜିପିଟିର ପ୍ରଭାବ ସମ୍ପର୍କରେ ଚିନ୍ତା କରାଯାଉଥିବା ବେଳେ ଏହାକୁ କିପରି ବ୍ୟବହାର କରାଯିବା ଆବଶ୍ୟକ ତାହା ନୀତି ନିର୍ଦ୍ଧାରଣକାରୀମାନଙ୍କ ନିମନ୍ତେ ଚିନ୍ତାର ବିଷୟ ।

ଭାରତରେ ଶିକ୍ଷା ବ୍ୟବସ୍ଥାରେ ଟେକ୍ନୋଲେଜିର ବ୍ୟବହାର ନେଇ ସରକାର ଅଧିକ ସଚେତନ ଅଛନ୍ତି । ଜାତୀୟ ଶିକ୍ଷାନୀତି ପିଲାମାନଙ୍କର ଶାରୀରିକ, ସାମାଜିକ ମାନସିକ, ସାଂସ୍କୃତିକ, କଳାତ୍ମକ, ସାକ୍ଷରତା, ବୌଦ୍ଧିକ ଜ୍ଞାନ ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ସରକାର ଏନ୍‌ସିଇଆର୍‌ଟି ଦ୍ୱାରା “ବିଦ୍ୟା ପ୍ରବେଶ” ଭଳି ଏକ ପ୍ରି ସ୍କୁଲ୍ ମୋଡ୍ୟୁଲ୍ ପ୍ରସ୍ତୁତ କରିଛନ୍ତି ଯାହାକି ପିଲାମାନଙ୍କୁ ପ୍ରଥମ ଶ୍ରେଣୀରେ ପ୍ରବେଶ କରାଇବାରେ ସାହାଯ୍ୟ କରିବ ।

୨୦୪୭ ସୁଦ୍ଧା ଭାରତ ବିକଶିତ ହେବାର ରାସ୍ତାରେ ଅଛି ବୋଲି କହିବା ସହ ପ୍ରଫେସର ଶ୍ରୀବାସ୍ତବ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭାରତୀୟ ଭାବେ ନିଜକୁ ଗର୍ବିତ ହେବାର ମନୋବୃତି ସୃଷ୍ଟି କରାଇବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଉପକୁଳପତି ତଥା ରେଜିଷ୍ଟ୍ରାର୍ ପ୍ରଫେସର ବିଭୂତି ଭୂଷଣ ପ୍ରଧାନ ଓ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ । ଆଇଟିଇଆର୍‌ର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ୍‌ସ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

ଡେଲିଭରୀ ବୟ’ ଚଳଚ୍ଚିତ୍ର ଉପରୁ ପ୍ରମୋଦକର ଛାଡ କଲେ ରାଜ୍ୟ ସରକାର…

() ଡେଲିଭରୀ ବୟ’ ଚଳଚ୍ଚିତ୍ର ଉପରୁ ପ୍ରମୋଦକର ଛାଡ କଲେ ରାଜ୍ୟ ସରକାର।

() ଅଶ୍ୱିନୀ ତ୍ରିପାଠୀ ନିର୍ଦ୍ଦେଶିତ ଏବଂ ଜ୍ୟୋତିରଞ୍ଜନ ମହାନ୍ତି ପ୍ରଯୋଜିତ ଓଡିଆ ଚଳଚ୍ଚିତ୍ର ‘ଡେଲିଭରୀ ବୟ’ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି ।

ସୂଚନାଯୋଗ୍ୟ ଯେ ସହରାଞ୍ଚଳର ଦୈନନ୍ଦିନ ଜୀବନରେ Delivery Boy ମାନଙ୍କ ଭୂମିକା ଅପରିହାର୍ଯ୍ୟ ହୋଇଯାଇଛି । ସାଧାରଣତଃ ଆର୍ଥିକ ଅନଗ୍ରସର ପରିବାରରୁ ଆସୁଥିବା ଏହି ‘ଡେଲିଭରୀ ବୟ’ ମାନଙ୍କ କାମ ଅତ୍ୟନ୍ତ ଆହ୍ୱାନମୂଳକ ଓ ଜୀବନ ସଂଘର୍ଷପୂର୍ଣ୍ଣ । ଏହି ଚଳଚ୍ଚିତ୍ରଟି ଏହିପରି ଡେଲିଭରୀ ବୟମାନଙ୍କ ଜାବନ ଉପରେ ଆଧାରିତ। ଓଡିଆ ଭାଷାରେ ନିର୍ମିତ ଏହି ଫିଲ୍ମଟିରେ ଜଣେ ଡେଲିଭରୀ ବୟ କିପରି ସଡକ ଦୁର୍ଘଟଣାର ଶିକାର ହୋଇ ନିଜ ସହକର୍ମୀମାନଙ୍କ ସହଯୋଗରେ ନ୍ୟାୟ ପାଇଁ ସଂଘର୍ଷକରି ବିଜୟୀ ହୋଇଛନ୍ତି ତାହା ଖୁବ ନିଖୁଣଭାବରେ ପ୍ରଦର୍ଶିତ ହୋଇଛି । ସଡକ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଚଳଚ୍ଚିତ୍ରଟିରେ ଉଦ୍ୟମ କରାଯାଇଛି । ଏଥିରେ ସମାଜର ସବୁ ଶ୍ରେଣୀର ଦର୍ଶକଙ୍କଉପରେ ସକାରାତ୍ମକ ପ୍ରଭାବ ପଡିବାର ଆଶା ରହିଛି ।

ଏହି ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା କଳାକାରମାନେ ହେଲେ ବୁଦ୍ଧାଦିତ୍ୟ ମହାନ୍ତି, ଶୈଳେନ୍ଦ୍ର ସାମନ୍ତାରାୟ, ସୁଶାନ୍ତ ଦାସମହାପାତ୍ର, ପ୍ରିୟମ୍ବଦା ଓ ସୂର୍ଯ୍ୟମୟୀ ।ସୁଚନାଯୋଗ୍ୟଯେ, ନିକଟରେ ରାଜ୍ୟ ସରକାର ‘ଜ୍ୱିଗାଟୋ’ ଚଳଚ୍ଚିତ୍ର ଉପରେ ମଧ୍ୟ ପ୍ରମୋଦକର ଛାଡ କରିଥିଲେ । ଓଡିଶାରେ ଯେପରି ଅଧିକରୁ ଅଧିକ ବ୍ୟବସାୟୀକ ଚଳଚ୍ଚିତ୍ର ସୁଟିଂ କରାଯାଇ ପାରିବ ସେଥିପାଇଁ ରାଜ୍ୟ ସରକାର ଅନୁକୂଳ ନୀତି କାର୍ଯ୍ୟକାରୀ କରୁଛନ୍ତି ଏବଂ ଏ ଦିଗରେ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ଉତ୍ସାହିତ କରୁଛନ୍ତି । ଏହା ଦ୍ୱାରା ରାଜ୍ୟର ପର୍ଯ୍ୟଟନ ବିକାଶ ହେବା ସହିତ ପ୍ରତିଭାବାନ ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତିର ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ବିଦେଶ ରୁ ଆସିବ ବଡ ପୁଞ୍ଜି: ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ…

() ନିବେଶକୁ ଆକର୍ଷିତ କରିବା ଏବଂ ସଂସ୍କୃତି ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନକୁ ଏକ ପ୍ରତିନିଧୀ ଦଳର ନେତୃତ୍ୱ ନେଉଛନ୍ତି ।

ଟୋକିଓ ଏବଂ କାଇଟୋରେ ସମ୍ଭାବ୍ୟ ଜାପାନୀ ନିବେଶକମାନଙ୍କ ସହିତ CM ଯୋଗାଯୋଗ କରିବ ।

ଟୋକିଓରେ ଜାପାନର ଓଡିଆ ସମ୍ପ୍ରଦାୟ ସହିତ ପାରସ୍ପରିକ କ୍ରିୟା ।

ଆଇଟି, ଶିଳ୍ପ, ପର୍ଯ୍ୟଟନ, କ୍ରୀଡା ଉପରେ ଧ୍ୟାନ ଦିଅନ୍ତୁ ।

{} ଦେଶର ଅଗ୍ରଣୀ ପୁ investment ବିନିଯୋଗ ହେବା ପାଇ ଜାରି ପ୍ରୟାସରେ, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ 4 ଏପ୍ରିଲ 2023 ରୁ ଜାପାନ ଗସ୍ତରେ ଆସି ନିବେଶ ସୁଯୋଗକୁ ପ୍ରୋତ୍ସାହିତ କରିବେ | ଓଡ଼ିଶା ଏହି ପ୍ରତିନିଧି ଦଳରେ ଶିଳ୍ପ ମନ୍ତ୍ରୀ, ଏମ୍ଏସ୍ଏମ୍ଇ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବୁ, ମୁଖ୍ୟ ଶାସନ ସଚିବ ପି ପି ଜେନା, ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗ ଶ ହେମନ୍ତ ଶର୍ମା, ମୁଖ୍ୟ ସଚିବ, ଇ ଆଣ୍ଡ ଆଇଟି ବିଭାଗ ଶ ମନୋଜ ମିଶ୍ର ଏବଂ ପରିଚାଳନା ନିର୍ଦ୍ଦେଶକ, ଆଇପିଆଇସିଏଲ୍ ଶ ଭୁପେଣ୍ଡର ପୁନିଆ ଅନ୍ତର୍ଭୁକ୍ତ।

ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସି ଭି କେ ପାଣ୍ଡିଆନ୍, ସିଏମ୍ (5 ଟି) ର ସଚିବ ଏବଂ ସି ଭିଏନ କୃଷ୍ଣ ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି।

ଇସ୍ପାତ, ଆଲୁମିନିୟମ୍, ଟେକ୍ସଟାଇଲ୍, ଖାଦ୍ୟ ଏବଂ ସାଗର-ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିୟା ସେକ୍ଟରରେ ମନୋନୀତ ଶିଳ୍ପକୁ ନେଇ ଓଡିଶାର ଏକ ବ୍ୟବସାୟ ପ୍ରତିନିଧୀ ମଧ୍ୟ ଜାପାନର ବ୍ୟବସାୟ ଗୃହ ସହିତ ସହଯୋଗର ସୁଯୋଗ ଅନୁସନ୍ଧାନ ପାଇଁ ଏହି ପ୍ରତିନିଧୀ ଦଳ ସହିତ ଯୋଗଦେବେ। ସେମାନଙ୍କ ଗସ୍ତ ସମୟରେ ଉଚ୍ଚ ସ୍ତରୀୟ ପ୍ରତିନିଧୀ ସମ୍ଭାବ୍ୟ ନିବେଶକଙ୍କ ସହ ଗୋଟିଏ ପରେ ଗୋଟିଏ ବ meetings ଠକ କରିବେ, ଓଡିଶା ବ୍ୟବସାୟ ମିଟ୍ ଟୋକିଓ 2023 ଆୟୋଜନ କରିବେ ଏବଂ ଜାପାନର ଓଡିଆ ଡାଏସପୋରା ସହିତ ଏକ ପାରସ୍ପରିକ ବ meeting ଠକ କରିବେ।

ଏହି ପ୍ରତିନିଧୀ ଦଳ କିମିଟୁ ଷ୍ଟିଲ୍ ୱାର୍କସ ଏବଂ ନିପନ୍ ଷ୍ଟିଲ୍ କର୍ପୋରେସନ୍ ର R&D କେନ୍ଦ୍ର ପରିଦର୍ଶନ କରିବେ। ଅଧିକନ୍ତୁ, ପ୍ରତିନିଧୀ ଦଳ ଦକ୍ଷତା ବିକାଶ ଏବଂ ଉଚ୍ଚ-ବ tech ଷୟିକ ଷ୍ଟାର୍ଟ ଅପ୍ କ୍ଷେତ୍ରରେ ସହଯୋଗର ଉପାୟ ମଧ୍ୟ ଅନୁସନ୍ଧାନ କରିବେ |ଓଡ଼ିଶାର ବ h ଦ୍ଧ ଏବଂ ଇକୋ-ଟୁରିଜିମ୍ ସମ୍ବନ୍ଧୀୟ ସ୍ଥାନଗୁଡିକ ଉପରେ ଧ୍ୟାନ ଦେଇ ପର୍ଯ୍ୟଟନ କ୍ଷେତ୍ରରେ ଜାପାନ ଏବଂ ଓଡିଶା ମଧ୍ୟରେ ସହଯୋଗର ସୁଯୋଗ ଉପରେ ରାଜ୍ୟ ପ୍ରତିନିଧୀ କାଇଟୋରେ ଏକ ରାଉଣ୍ଡ ଟେବୁଲ୍ ଆଲୋଚନା କରିବେ। ଅଧିକନ୍ତୁ, କ୍ରୀଡା ଇକୋସିଷ୍ଟମର ବିକାଶରେ ଓଡିଶା ଦ୍ୱାରା କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଦୃଷ୍ଟିରେ ରଖି ଓଡିଶାରେ କ୍ରୀଡ଼ା ପ୍ରତିଭାର ତାଲିମ ତଥା ବିକାଶରେ ସମ୍ଭାବ୍ୟ ସହଯୋଗକୁ ମଧ୍ୟ ଅନୁସନ୍ଧାନ କରିବାକୁ ଯୋଜନା କରାଯାଇଛି।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ଓଡିଶାକୁ ଏକ ଅନୁକୂଳ ପୁଞ୍ଜି ବିନିଯୋଗ ଲକ୍ଷ୍ୟ ଭାବରେ ପ୍ରୋତ୍ସାହିତ କରିବା ଏବଂ ଜାପାନ ସହିତ ଉଦୀୟମାନ ଅର୍ଥନ and ତିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଦୃ strengthen କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୃ ces କରିଥାଏ। ମେକ୍ ଇନ୍ ଓଡିଶା କନକ୍ଲେଭ 2022 ସମୟରେ ଜାପାନ ଏକ ଦେଶ ସହଭାଗୀ ଥିଲା ଏବଂ ଭାରତରେ ଜାପାନରେ ଥିବା ରାଷ୍ଟ୍ରଦୂତ ସର୍ବଦଳୀୟ ଅଧିବେଶନରେ ଅଂଶଗ୍ରହଣ କରିଥିଲେ ଏବଂ ଜାପାନ ପରିଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ।

Follow us

20,832FansLike
0FollowersFollow
14,700SubscribersSubscribe

Latest news