ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତ ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ : ପ୍ରଦୀପ ମାଝୀ…

() ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତ ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ : ପ୍ରଦୀପ ମାଝୀ।

{} ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତ ସମ୍ପୁର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା । ଏହି ଗସ୍ତରେ କୌଣସି ଆନ୍ତରିକତା ନଥିଲା । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ କୋରାପୁଟରୁ ଅନ୍ୟତ୍ର ନେବା ପାଇଁ ସେ ଆସିଥିଲେ । କୋଟିଆ ଗସ୍ତ ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ଦିନେ ମଧ୍ୟ କୋଟିଆ ସପକ୍ଷରେ ମୁହଁ ଖୋଲିନାହାନ୍ତି । ଗୋ ବ୍ୟାକ୍ ନାରା ବହୁତ ପୁରୁଣା । ୟାକୁ ଓଡିଶାବାସୀ ଗ୍ରହଣ କରିବେନି । ଯଦି ଆନ୍ତରିକତା ଥାନ୍ତା, ତେବେ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ଏଠି ହସ୍ତକ୍ଷେପ କରିଥାନ୍ତେ । ଦୁଇ ରାଜ୍ୟ ଭିତରେ ଥିବା ସୀମା ବିବାଦ ସମାଧାନ କରିବାକୁ ଚେଷ୍ଟା କରିଥାନ୍ତେ । ମୁଖ୍ୟମନ୍ତ୍ରୀ କୋଟିଆ ବିକାଶ ପାଇଁ ସବୁ ପ୍ରକାର ବାଟ ଖୋଲି ଦେଇଛନ୍ତି । ଏପରିକି କୋଟିଆର ବିକାଶ ପାଇଁ ୧୬୦ କୋଟି ଟଙ୍କା ପ୍ୟାକେଜ ଦେଇଛନ୍ତି । ସୁପ୍ରିମକୋର୍ଟରେ କେଶ ମଧ୍ୟ ଲଢୁଛନ୍ତି । ସେଥିପାଇଁ ଧର୍ମେନ୍ଦ୍ରଙ୍କ ବୟାନ ଏବଂ ତାଙ୍କ ଗସ୍ତକୁ ସମସ୍ତେ ନିନ୍ଦା କରୁଛନ୍ତି ବିଜେଡି ସାଧାରଣ ସମ୍ପାଦକପ୍ରଦୀପ ମାଝୀ l

ଧର୍ମେନ୍ଦ୍ର ବାବୁ ରାଜନୀତି କରିବାକୁ କୋଟିଆ ଯାଇଥିଲେ :ନରସିଂହ ମିଶ୍ର 

() କୋଟିଆକୁ ଧର୍ମେନ୍ଦ୍ର ଙ୍କ ଗସ୍ତ କୁ କଡ଼ା ସମାଲୋଚନା କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଧର୍ମେନ୍ଦ୍ର ବାବୁ ରାଜନୀତି କରିବାକୁ କୋଟିଆ ଯାଇଥିଲେ ସେ କେନ୍ଦ୍ର ମନ୍ତ୍ରୀ ହିସାବରେ ଯାଇ ନଥିଲେ। ମୁଁ ତାଙ୍କୁ ଅନୁରୋଧ କରିବି ସେ କେନ୍ଦ୍ର ମନ୍ତ୍ରୀ ହିସାବ ରେ ହସ୍ତକ୍ଷେପ କରନ୍ତୁ। ମନ୍ତ୍ରୀ ନିଜେ ଯିବେ ଦଳୀୟ କାର୍ଯ୍ୟକ୍ରମ ରେ। Go back ବୋଲି କହିବେ। ସେମିତି ତ ଆଗରୁ ହୋଇଛି। କିନ୍ତୁ ପୁଣି ସେମାନେ ଆସିଛନ୍ତି। ଦୁଇଟି ରାଜ୍ୟ ଭିତରେ ଯେତେବେଳେ ବିବାଦ ହୁଏ କେନ୍ଦ୍ର ର କିଛି ଦାୟିତ୍ଵ ଥାଏ। ଓଡ଼ିଶା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଙ୍କୁ ବସେଇ ସମାଧାନ କରୁନି କେନ୍ଦ୍ର ସରକାର। ଧର୍ମେନ୍ଦ୍ର ବାବୁ ଯାଆନ୍ତୁ ସ୍ଵରାଷ୍ଟ୍ର ମନ୍ତ୍ରୀ ଙ୍କୁ କୁହନ୍ତୁ। ସେ ଡାକନ୍ତୁ ଦୁଇ ରାଜ୍ୟକୁ। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦି ଜଣଙ୍କ ଅବହେଳା ରହୁଛି।

ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି ସମୀକ୍ଷା କଲେ ୫ଟି ସଚିବ…

{} ୫ଟି ସଚିବଙ୍କ ପୁରୀ ଗସ୍ତ

ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି ସମୀକ୍ଷା 

କ୍ରିକେଟ ଷ୍ଟାଡିୟମ୍, ଜିମ୍ନାସିଅମ୍ ଓ ସ୍ଵିମିଂ ପୂଲ୍ ନିର୍ମାଣ ସଂପୂର୍ଣ୍ଣ ,

ଅନ୍ୟାନ୍ୟ ପ୍ରକଳ୍ପ ଶିଘ୍ର ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ…

() ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଆଜି ପୁରୀ ଗସ୍ତ କରି ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି।ରାଜ୍ୟ ସରକାରଙ୍କ ଅବଢ଼ା ଯୋଜନାରେ ନିର୍ମିତ ହେଉଥିବା ଏହି କ୍ରୀଡା କମ୍ପ୍ଲେକ୍ସ ରେ କ୍ରିକେଟ ଷ୍ଟାଡିୟମ୍, multi purpose indoor hall ଓ ସ୍ୱିମିଂ ପୁଲ ନିର୍ମାଣ କରା ଯାଉଛି। Multi Purpose Indoor Halls ରେ ବକ୍ସିଂ, ରେସ୍ଲିଂ, ଜିମ୍ନା ସିଅମ୍ , ଟେବୁଲ ଟେନିସ ଆଦି କ୍ରୀଡା ର ସୁବିଧା କରାଯାଉଛି। ଏହା ସହିତ ଏକ ୧୦୦ ସିଟ ବିଶିଷ୍ଟ ହଷ୍ଟେଲ ମଧ୍ୟ ନିର୍ମାଣ କରାଯାଉଛି। ୨୦୧୮ ରେ ମୂଖ୍ୟମନ୍ତ୍ରୀ ଏହାର ଶୁଭ ଦେଇଥିଲେ।

ସମୀକ୍ଷାରୁ ଜଣାଯାଇଛି ଯେ କ୍ରିକେଟ ଷ୍ଟାଡିୟମ୍, ସନ୍ତରଣାଗାର ଓ ଜିମ୍ନାସିୟମ୍ ର କାମ ସମ୍ପୂର୍ଣ୍ଣ ହୋଇଛି। ଖୁବ୍ ଶିଘ୍ର ଏହି ଷ୍ଟାଡିୟମ୍ ଲୋକାର୍ପିତ ହେବ।ପୁରୀକୁ ଏକ ବିଶ୍ବ ସ୍ତରୀୟ ଐତିହ୍ୟ ସ୍ଥଳ ରେ ରୂପାନ୍ତର କରିବା ପାଇଁ ଏହି କ୍ରୀଡା କମ୍ପ୍ଲେକ୍ସ ର ଏକ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିବ ବୋଲି ଶ୍ରୀ ପାଣ୍ଡିଆନ କହିଚ୍ଚନ୍ତି। ଏତଦବ୍ୟତୀତ ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ,Municipal market complex କାର୍ଯ୍ୟ ମଧ୍ଯ ବୁଲି ଦେଖିଥିଲେ।

ସୂଚନା ଯୋଗ୍ୟ ଯେ ଗତ ସପ୍ତାହରେ ଶ୍ରୀ ପଣ୍ଡିଆନ ପ୍ରଥମେ ପୁରୀ ଗସ୍ତ କରି ଶ୍ରୀ ଜଗନ୍ନାଥଙ୍କ heritage corridor, ଶ୍ରୀ ସେତୁ ଓ ଜଗନ୍ନାଥ ବଲ୍ଲଭ ପରିଦର୍ଶନ କରି ସମିକ୍ଷା କରିଥଲେ।ପ୍ରତି ଶନିବାର ପୁରୀ project ଅଗ୍ରଗତି ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେଥିପାଇଁ ଶ୍ରୀ ପାଣ୍ଡିଆନ୍ ଆଜି ପୁଣି ପୁରୀ ଯାଇ ବିଭିନ୍ନ ପ୍ରକଳ୍ପ ସମୀକ୍ଷା କରିଛନ୍ତି। ଶ୍ରୀ ପଣ୍ଡିଆନ ଙ୍କ ସହିତ ପୁରୀ ଜିଲ୍ଲାପାଳ ଉପସ୍ଥିତ ଥିଲେ।

ଚାଷୀମାନଙ୍କୁ ଓଡ଼ିଶା ଦିବସର ଭେଟି ଦେଲେ ମୁଖ୍ୟମନ୍ତ୍ରୀ…

() ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ।

ଖରିଫ ୨୦୨୩ ପାଇଁ ସହାୟତା,

୪୩ ଲକ୍ଷରୁ ଅଧିକ ଚାଷୀ ଙ୍କ ବ୍ଯାଙ୍କ ଖାତାରେ ୮୭୭ କୋଟି ଟଙ୍କା ର କାଳିଆ ସହାୟତା।

{} ଖାଦ୍ୟ ଶସ୍ୟ ଉତ୍ପାଦନରେ ଓଡ଼ିଶାର ସଫଳତାର ଶ୍ରେୟ ଚାଷୀ ଭାଇ ଭଉଣୀଙ୍କୁ ଦେଲେ ମୁଖ୍ୟମନ୍ତ୍ରୀ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପବିତ୍ର ଓଡ଼ିଶା ଦିବସ ଅବସରରେ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ କାଳିଆ ସହାୟତା ପ୍ରଦାନ କରିଛନ୍ତି।

ଚଳିତ ଖରିଫ ଋତୁରେ ଚାଷ କାମ ପାଇଁ ଏହି ସହାୟତା ଦିଆ ଯାଇଛି।ଝାରସୁଗୁଡ଼ା ବ୍ୟତୀତ ରାଜ୍ୟର ସବୁ ଅଞ୍ଚଳର କୃଷକ ମାନେ ଏହି ସହାୟତା ପାଇଛନ୍ତି। ୪୩ ଲକ୍ଷ ରୁ ଅଧିକ ଚାଷୀ ପରିବାରଙ୍କୁ ୮୭୭ କୋଟି ଟଙ୍କା ସହାୟତା ଚାଷୀଙ୍କ ବ୍ଯାଙ୍କ ଖାତା କୁ ଦିଆ ଯାଇଛି।ଏହି ଅବସରରେ ଚାଷୀ ଭାଇ ମାନଙ୍କୁ ଓଡ଼ିଶା ଦିବସର ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଚାଷୀ ଙ୍କ କଲ୍ଯାଣ ସହ ରାଜ୍ୟର ବିକାଶ ଯୋଡି ହୋଇ ରହିଛି ତେଣୁ ଆଜିର ପବିତ୍ର ଦିନ ରେ କାଳିଆ ସହାୟତା ପ୍ରଦାନ କରି ଆମେ ନୂଆ ଅର୍ଥିକ ବର୍ଷ ଆରମ୍ଭ କଲୁ।

ଓଡ଼ିଶା ଆଜି ଖାଦ୍ୟ ଶସ୍ୟ ଉତ୍ପାଦନ ରେ ଆତ୍ମ ନିର୍ଭର ହେବା ସହିତ ଦେଶର ଖାଦ୍ୟ ଭଣ୍ଡାରକୁ ଅନ୍ନ ଯୋଗାଇ ପାରୁଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏହି ଗୌରବର ଶ୍ରେୟ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଭାଇ ଭଉଣୀ ମାନଙ୍କୁ ଦେଇଥିଲେ। ଚାଷର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି ପ୍ରକାଶ କରି ମୁଖ୍ୟ ମନ୍ତ୍ରୀ ସେମାନଙ୍କୁ କୃଷିରେ ଅଧିକ ମେସିନ ଓ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ। ରାଜ୍ୟରେ ପୁଷ୍ଟି ଯୁକ୍ତ ଖାଦ୍ୟର ଉତ୍ପାଦନ ବୃଦ୍ଧି ଓ ଚାଷୀ ମାନଙ୍କ ରୋଜଗାରରେ ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ଶସ୍ୟ ଭିତ୍ତିକ ମିଶନ କାର୍ଯ୍ୟକରୀ କରୁଛନ୍ତି ବୋଲି ପ୍ରକାଶ କରି ସେ ଚାଷୀ ମାନଙ୍କୁ ଫସଲ ବିବିଧ କରଣ ଉପରେ ଗୁରୁତ୍ଵ ଦେବା ପାଇଁ ପରାମର୍ଶ ଦେଇଥିଲେ।

ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଲେ ଯେ କାଳିଆ ଯୋଜନା ଚାଷୀ ମାନଙ୍କୁ ଆତ୍ମ ନିର୍ଭର କରିଛି। ଚାଷ ପାଇଁ ଧାର ଉଧାର ରୁ ମୁକ୍ତି ମିଳିବା ସହିତ ଚାଷୀଙ୍କ ମନୋବଳ ବୃଦ୍ଧି ପାଇଛି।ଏହି ଅବସରରେ କେତେକ ଚାଷୀ — ମାଲକାନଗିରିର ଗୋପୀନାଥ ପାଙ୍ଗି, ପୁରୀ ଜିଲ୍ଲା ପିପିଲିର ସୁଲୋଚନା ନାୟକ, ବରଗଡର ଦିପାଞ୍ଜଳି ପ୍ରମୁଖ କାଳିଆ ସହାୟତା ସମ୍ପର୍କରେ ସେମାନଙ୍କ ମତାମତ ରଖି ଏହାଦ୍ବାରା ସେମାନଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ଉପରେ ନିଜର ମତାମତ ଦେଇଥିଲେ। ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ ର କାଳିଆ ବୃତ୍ତି ଲାଭ କରିଥିବା କିରଣ କୁମାର ସାହୁ କିପରି ଏହି ସହାୟତା ଦ୍ଵାରା ସେ ଆଜି ବ୍ରହ୍ମପୁର MKCG Medical College ରେ ଡ଼ାକ୍ତରୀ ପାଠ ପଢିବା ପାଇଁ ସୁଯୋଗ ପାଇଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଶ୍ରୀ ଭି କେ ପଣ୍ଡିଆନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ କାଳିଆ ଯୋଜନାର ଉପଦେଷ୍ଟା ମାନେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ।କୃଷି ବିଭାଗ ପ୍ରମୁଖ ସଚିବ ଶ୍ରୀ ଅରବିନ୍ଦ ପାଢ଼ୀ ସ୍ବାଗତ ଭାଷଣ ଦେଇଥିଲେ ଓ କୃଷି ନିର୍ଦ୍ଦେଶକ ଧନ୍ୟବାଦ୍ ଅର୍ପଣ କରିଥିଲେ।

ବିକଶିତ ହେବ ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମପୀଠ ଓ କର୍ମଭୂମି…

() ୫T ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନ,

ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମପୀଠ ଓ କର୍ମଭୂମିକୁ ‘ଏକକ ସଂଗ୍ରହାଳୟ କମ୍ପ୍ଲେକ୍ସ’ ଭାବେ ବିକଶିତ କରାଯିବ।

15 ଫୁଟ ଉଚ୍ଚର ବ୍ରୋଞ୍ଜ ପ୍ରତିମୂର୍ତ୍ତୀ ହେବ, ମଧୁ ବାବୁଙ୍କ ଜୀବନ ଓ କୃତିକୁ ନେଇ light and sound show ମଧ୍ଯ କରାଯିବ।

ଆଗାମୀ ଅପ୍ରେଲ 15  ସୁୁଦ୍ଧା plan ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଯିବ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଶ୍ରୀ ଭି କେ ପଣ୍ଡିଆନ୍ ଆଜି ପ୍ରତ୍ୟୁଷରେ କଟକ ଯାଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ପୀଠ ପରିଦର୍ଶନ କରି ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ଏବଂ ଏହାର ବିକାଶ ସମ୍ପର୍କରେ ସ୍ଥାନୀୟ ଲୋକ ଓ ପ୍ରଶାସନ ସହ ଆଲୋଚନା କରିଥିଲେ .5T କାର୍ଯ୍ୟକ୍ରମ ରେ ବିକାଶ କାମ ହେବ. ଆଗାମୀ ଅପ୍ରେଲ 15 ସୁଦ୍ଧା plan ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ ।

ମଧୁ ବାବୁଙ୍କ ଜନ୍ମ ପୀଠରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ । ମଧୁବାବୁଙ୍କ ଶହେ ବର୍ଷ ପୁରୁଣା ଉଭୟ ଜନ୍ମ ପୀଠ ଓ କର୍ମ ଭୂମିକୁ ଏକ single museum complex ଭାବରେ ବିକଶିତ କରାଯାଇ ଏହି ଐତିହ୍ୟ ସ୍ଥଳର ସଂରକ୍ଷଣ କରାଯିବ। ସୂଚନା ଯୋଗ୍ୟ ଯେ କଲିକତାରୁ ଫେରିବା ପରେ ମଧୁ ବାବୁ ତାଙ୍କ ଜନ୍ମସ୍ଥାନ ନିକଟସ୍ଥ ଏକ ଘରେ ରହି ଓଡ଼ିଶା ମା ର ସେବାରେ ନିଜକୁ ନିୟୋଜିତ କରିଥିଲେ।ଏହା ତାଙ୍କର କର୍ମ ଭୂମି ଭାବେ ପ୍ରସିଦ୍ଧ।

ଜନ୍ମ ପୀଠ ଓ କର୍ମଭୂମିକୁ ସଂଯୋଗ କରୁଥିବା ଗଳି ରାସ୍ତାର ଉନ୍ନତି କରାଯାଇ ଏହାର ପୁନରୁଦ୍ଧାର କରାଯିବ। କୁହାଯାଏ ଯେ ମଧୁବାବୁଙ୍କ ମା ଏହି ରାସ୍ତାରେ ହିଁ ତାଙ୍କ ନିଜ ଜନ୍ମ ପୀଠରୁ ତାଙ୍କ ପାଇଁ କର୍ମଭୂମି ସ୍ଥାନକୁ ପ୍ରତିଦିନ ଖାଦ୍ୟ ନେଇ ଆସୁଥିଲେ।ଏଠାରେ ଲାଇଟ୍ ଓ ସାଉଣ୍ଡ ସୋ’ର ବ୍ୟବସ୍ଥା ମଧ୍ୟ କରାଯିବ। ଏଥିରେ ମଧୁ ବାବୁଙ୍କ ଗୌରବମୟ ଜୀବନୀ ଓ ତାଙ୍କ କୀର୍ତ୍ତି ର ବ୍ୟାଖ୍ୟାନ କରାଯିବ। ଓଡ଼ିଶା ଓ ଓଡ଼ିଶା ବାହାରୁ ଆସୁଥିବା ଦର୍ଶକ ମାନଙ୍କ ସୁବିଧା ପାଇଁ ବହୁ ଭାଷୀ ବ୍ୟାଖ୍ୟାନ ର ବ୍ୟବସ୍ଥା ରହିବ।

ମଧୁ ବାବୁଙ୍କ ଜୀବନୀ ଓ ଐତିହ୍ୟ ସ୍ଥଳ ସହ ଜଡିତ ସବୁ ସଂପୃକ୍ତ ବ୍ୟତ୍କ୍ତି ମାନଙ୍କ ସହ ଆଲୋଚନା କରାଯାଇ ଏହି ସଂଗ୍ରହାଳୟ ର ବିକାଶ କରାଯିବ।ଏହି କାମ ର ମାନ କୁ ଅତ୍ୟନ୍ତ ଉଚ୍ଚ କୋଟିର କରିବା ପାଇଁ ଯୋଜନା କରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଛନ୍ତି।ସତ୍ୟଭାମାପୁର ରେ khandalite ପଥର ରେ ସ୍ଵାଗତ ତୋରଣ କରାଯିବ । କର୍ମଭୂମୀ ନିକଟରେ ଏକ ପାର୍କିଂ ସ୍ଥାନ ମଧ୍ୟ କରାଯିବ।ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ମଧୁବାବୁଙ୍କ ଜନ୍ମ ପୀଠରେ କସ୍ତୁରବା national memorial trust ପରିଚାଳିତ child care institution ର ଅନ୍ତେବାସୀ ମାନଙ୍କୁ ଓଡିଶା ଦିବସ ର ଶୁଭେଚ୍ଛା ଜଣାଇଥିଲେ।

ଆଜି ଉତ୍କଳ ଦିବସ…

() ୧୯୩୬ ମସିହା ଏପ୍ରିଲ୍ ୧ ତାରିଖ ଦିନ ଓଡିଶା ଏକ ସ୍ବତନ୍ତ୍ର ରାଜ୍ୟ ଭବେ ଗଠିତ ହେଲା। ଏହି ସ୍ମୃତି କୁ ମନେ ରଖିବାକୁ ଯାଇ ପ୍ରତିବର୍ଷ ଏପ୍ରିଲ ମାସ ୧ ତାରିଖକୁ ଉତ୍କଳ ଦିବସ ଭାବେ ପାଳନ କରାଯାଏ। ପ୍ରତିଟି ଓଡ଼ିଆଙ୍କ ପାଇଁ ଏହି ଦିନଟି ଗର୍ବ ଓ ଗୌରବର ଦିନ। ସ୍ବତନ୍ତ୍ର ଓଡ଼ିଶା ଗଠନ ସମୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲେଖନୀରୁ ବାହାରିଥିଲା ଏକ ସୁପ୍ରସିଦ୍ଧ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ”। ଓଡ଼ିଶାର ଭବିଷ୍ୟତକୁ ସ୍ୱର୍ଣିମ କରିବା ପାଇଁ କେତେ କେତେ ମହାନ୍ ବିପ୍ଳବୀମାନେ ଖୁବ୍ କଷ୍ଟ କରିଛନ୍ତି। ଶେଷରେ ଓଡ଼ିଶା ଏକ ସ୍ବତନ୍ତ୍ର ରାଜ୍ୟ ର ମାନ୍ୟତା ହାସଲ କରିଲା। ପୁରା ଓଡିଶାବାସୀଙ୍କ ପାଇଁ ମହାନ୍ ବିପ୍ଳବୀ ମାନେ ଚିରନମସ୍ୟ ରହିବେ।

ଆଜିଠାରୁ ଆଇପିଏଲ ମହାସମର…

() ବିଶ୍ଵର ସବଠାରୁ ଲୋକପ୍ରିୟ 20-20 ଟୁର୍ଣ୍ଣାମେଣ୍ଟର ଇଣ୍ଡିଆନ ପ୍ରୀମିୟର ଲିଗ୍ (IPL) ର ୧୬ତମ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ୫୯ ଦିନର ଏହି ଯାତ୍ରାରେ ୭୪ଟି ମ୍ୟାଚ୍ ଖେଳାଯିବ। ଗତଥରର ବିଜେତା ଗୁଜୁରାଟ ଟାଇଟନ୍ ଓ ୪ଥ ଥର ଆଇପିଏଲ ଟ୍ରୋଫି ନିଜ ହାତକୁ ନେଇଥିବା ଚେନ୍ନାଇ ସୁପର କିଙ୍ଗ(CSK) ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି। ଆଜିର ଏହି ଉଦଘାଟନୀ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ରମୋଦି ଷ୍ଟାଡିୟମରେ ଖେଳାଯିବ। ୧୦ଟି ଦଳ ଓ ୧୨ଟି ସହରରେ ଆଇପିଏଲ ଖେଳାଯିବ। ପ୍ରତି ଦଳ ୧୪ଟି ମ୍ୟାଚ୍ ଖେଳିବେ। ପ୍ରତିଥର ପରି ଏଥର ମଧ୍ୟ ପ୍ରତିଟି ଦଳ ଘରୋଇ ଓ ବାହାରେ ମ୍ୟାଚ୍ ଖେଳିବେ। ମହେନ୍ଦ୍ର ସିଂ ଧୋନୀ ଙ୍କ ନେତୃତ୍ବରେ ଟିମ୍ CSK ପଞ୍ଚମଥର ଟ୍ରଫି ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ଗୁଜୁରାଟ ବିପକ୍ଷ ମ୍ୟାଚରେ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି CSK। ୪୨ ବର୍ଷୀୟ ଧୋନୀ ପ୍ରାୟ ଶେଷ ଆଇପିଏଲ ମ୍ୟାଚ୍ ଖେଳିବାକୁ ଯାଉଥିବା ବେଳେ ଦଳ ବିଜୟର ଟୀକା ପିନ୍ଧେଇବା ପାଇଁ ଚେଷ୍ଟା କରିବେ। ଅନ୍ୟପକ୍ଷରେ ପାଣ୍ଡ୍ୟା ଟାଇଟଲ ବଜାୟ ରଖିବାକୁ ଉଦ୍ୟମ କରିବେ। ପ୍ରଥମଥର ପାଇଁ ଇମ୍ପାକ୍ଟ ଖେଳାଳୀ ନିୟମ ଓ ୧୧ଟି ଭାଷା ରେ ଦେଖିବାକୁ ମିଳିବ ଆଇପିଏଲ ମ୍ୟାଚ୍ । ସେହି ୧୧ଟି ଭାଷା ମଧ୍ୟରେ ଓଡ଼ିଆ ଭାଷାରେ ଦେଖିବାକୁ ମିଳିବ ଏହି ବର୍ଷର ଆଇପିଏଲ ମ୍ୟାଚ୍। ଓଡ଼ିଆରେ ଆଇପିଏଲ ଦେଖିବକୁ ଚାହିଁ ରହିଛନ୍ତି କ୍ରିକେଟପ୍ରେମୀ। ଏହି ଗ୍ରୀଷ୍ମଋତୁରେ ଚୌକ, ଛକାର ବର୍ଷା ହେବାକୁ ଯାଉଛି।

ଝାରସୁଗୁଡା ଉପ ନିର୍ବାଚନ କୁ ନେଇ ବାଜିଲା ବିଗୁଲ୍….

() ଏହା ହେଉଛି ସମ୍ବିଧାନ ଅନୁଯାୟୀ ଏକ ପ୍ରକ୍ରିୟା । ସିଟ ଫାଙ୍କା ପଡିଲେ ନିର୍ବାଚନ କମିଶନ 6 ମାସ ମଧ୍ୟରେ ନିର୍ବାଚନ ନେଇ ତାରିଖ ନିର୍ଦ୍ଧାରଣ କରିଥାନ୍ତି । ଝାରସୁଗୁଡା ଉପ ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି । ନିର୍ବାଚନ ନେଇ ବିଜୁ ଜନତା ଦଳ ପ୍ରସ୍ତୁତ ରହିଛି । ପ୍ରାର୍ଥୀ ବାବଦରେ ଦଳର ସଭାପତି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ । ନବ ଦାସଙ୍କ ହତ୍ୟା ଘଟଣା ପ୍ରଭାବ ପଡିବ ନାହିଁ । ଲୋକେ ସତ ଜାଣିଲେଣି । କ୍ରାଇମବ୍ରାଞ୍ଚ ତଦନ୍ତ ଜାରୀ ରହିଛି । ଲୋକେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ବିକାଶର ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି । ନବ ଦାସଙ୍କର ଦୁଃଖଦ ହତ୍ୟା ପରେ ବି ଲୋକେ ବିଜୁ ଜନତା ଦଳକୁ ତାଙ୍କର ରାୟ ଦେବେ । ଏହା ନିଶ୍ଚୟ ଭାବେ ଆଶା ରଖିଛୁ । ପଦ୍ମପୁରରୁ ଲୋକଙ୍କ ମୁଡ ଜଣାପଡିଛି । ଆଉ ଲୋକେଙ୍କ ମୁଡକୁ କାଲକ୍ୟୁଲେସନ କରିବା ଆବଶ୍ୟକତା ନାହିଁ । ପଦ୍ମପୁର ବିଜେଡି ଲାଗି ଟର୍ଣ୍ଣିଙ୍ଗ ପଏଣ୍ଟ ଥିଲା । ଧାମନଗର ପରାଜୟ ପରେ ଅନେକ କଥା କୁହାଯାଉଥିଲା । ବିଜୁ ଜନତା ଦଳ ଶେଷ ହୋଇଗଲା । ପଛରେ ରହିଗଲା । ଦ୍ଵିତୀୟରେ ରହିଯିବ । ପଦ୍ମପୁର ଫଳାଫଳ ଆକଳନକୁ ଭୁଲ ପ୍ରମାଣିତ କରିଦେଲା । ଝାରସୁଗୁଡାରେ ମଧ୍ୟ ତାହା ପ୍ରମାଣିତ ହେବ ।

ଦେବି ମିଶ୍ର, ବିଜେଡି ବିଧାୟକ

ବିରୋଧୀ ଦଳ ପାଗଳାମି ଓ ବିଚଳାମି ଛାଡନ୍ତୁ : ଅରୁଣ…

() ବିରୋଧୀ ବିଧାନସଭାର ପ୍ରତ୍ୟେକ ଦିନ ଏ ପ୍ରସଙ୍ଗ ଉଠାଇଛନ୍ତି।ବାରମ୍ବାର ଉଠାଇ ଷ୍ଟୋରୀ ଟେଲିଂ କରିଛନ୍ତି ବିରୋଧୀ।ମୁଲତବୀ ଠାରୁ ଆରମ୍ଭ କରି ଗୃହର ଯେକୌଣସି କାର୍ଯ୍ୟ ହେଉଛି ବୁଲା ପାଗଳ ଭଳି ହୋଇ ଗୋଟିଏ କଥା ଉଠାଉଛନ୍ତି। ଯେଉଁ ମାନେ ପାଗଳ ଥାଆନ୍ତି ସେମାନେ ଏ ଭଳି କୁହନ୍ତି। ଯେଉଁ ଦଳ କହୁଛି FBI କଥା ସେ ପ୍ରଥମେ ତାଙ୍କ କେନ୍ଦ୍ର ସରକାରଙ୍କୁ ପଚାରନ୍ତୁ ଯାଇକି CBI କେତେ ଥର FBI ର ସହାୟତା ନେଇଛନ୍ତି।ଗୋପାଳ କୁ ପାଗଳ ବନାଇବାକୁ ସରକାର ଚେଷ୍ଟା କରୁଥିବା ବିରୋଧୀ କହିବ ଦୁର୍ଭାଗ୍ୟ।ତଦନ୍ତ କାରୀ ସଂସ୍ଥା କେବେ ହେଲେ ପାଗଳ କହିନି।ବିରୋଧୀ ଦଳ ପାଗଳାମି ଓ ବିଚଳାମି ଛାଡନ୍ତୁ।ଏଥିରୁ କ୍ଷାନ୍ତ ରହିବାକୁ ନିବେଦନ ଦେଲେ ବିଜେଡି ବିଧାୟକ ଅରୁଣ ସାହୁ।

ଅରୁଣ ସାହୁ , ବିଜେଡି ବିଧାୟକ

ଚାଷୀଙ୍କ ସ୍ବାର୍ଥ ପାଇଁ ରାଜ୍ୟ ସରକାର ସବୁବେଳେ କାମ କରୁଛନ୍ତି : ଯୋଗାଣ ମନ୍ତ୍ରୀ…

() ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ 5 କେଜି ଚାଉଳ କାଟିବାକୁ ନେଇ କଥା କଟାକଟି ହେଲେ ବିଜେପି ଓ ବିଜେଡ଼ି ସଦସ୍ୟ । ସବୁ ରାଜ୍ୟ ସହ ଏଫସିଆଇର ବୁଝାମଣା ହୋଇଛି । ବଳକା ଚାଉଳ ନେବ ଏଫସିଆଇ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଗୁଁ ଚାଉଳ ଆଡଜଷ୍ଟ ହୋଇଯାଉଥିଲା । କିନ୍ତୁ ଯୋଜନା ବନ୍ଦ ହେବା ପରେ ଚାଉଳ ବଳକା ରହୁଛି । କେନ୍ଦ୍ରକୁ ବିଭାଗ ଚିଠି ଲେଖିଛି, ଯେ ଯୋଜନା ଜାରି ରହୁ, କାରଣ କରୋନା ସ୍ଥିତି ଏବେ ବି ଅଛି । ଯଦି ବଳକା ଚାଉଳ ଏଫସିଆଇ ନେବ ନାହିଁ, ତେବେ ଧାନ କିଣାରେ ବାଧା ସୃଷ୍ଟି ହେବ । 20 ଲକ୍ଷ ମେଟ୍ରିକ ଟନ ବଳକା ରହିଛି । ମୁଖ୍ୟମନ୍ତ୍ରୀ ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

ଅତନୁ ସବ୍ୟସାଚୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ

Follow us

20,832FansLike
0FollowersFollow
14,700SubscribersSubscribe

Latest news