ହାତ ଛାଡି ଶଙ୍ଖ ଧରିଲେ ମହେନ୍ଦ୍ର…

() ବିଜେଡି ର ମିଶ୍ରଣ ପର୍ବ ହାତ ଛାଡି ଶଙ୍ଖ ଧରିଲେ ମହେନ୍ଦ୍ର ବିଜେଡି କାର୍ଯ୍ୟାଳୟ ରେ ସାଂସଦ ମାନସ ମଙ୍ଗରାଜ ଙ୍କ ଉପସ୍ଥିତ ରେ ବିଧିବଦ୍ଧ ଭାବେ ବିଜେଡି ରେ ସାମିଲ ହେଲେ ମହେନ୍ଦ୍ର ଝାରସୁଗୁଡା ଉପନିର୍ବାଚନ ପୂର୍ବରୁ ବଢିଲା ବିଜେଡି ର ଶକ୍ତି କଂଗ୍ରେସ ଛାଡି ବିଜେଡି ରେ ମିଶିଲେ 2019 ର କଂଗ୍ରେସ ବିଧାୟକ ପାର୍ଥି ମହେନ୍ଦ୍ର ନାୟକ ମହେନ୍ଦ୍ର ନିଜ ସମର୍ଥକ ଙ୍କ ସହ କଂଗ୍ରେସ ଛାଡି ବିଜେଡି ରେ ଯୋଗଦାନ କରିଛନ୍ତି।ମହେନ୍ଦ୍ର 2019 ସାଧାରଣ ନିର୍ବାଚନ ରେ କଂଗ୍ରେସ ରୁ ପାର୍ଥି ହୋଇ 18823 ଖଣ୍ଡ ଭୋଟ ପାଇଥିଲେ ଝାରସୁଗୁଡା ଓ ବଲାଙ୍ଗୀର ଜିଲ୍ଲାର ବହୁ କର୍ମକର୍ତା ବିଜେଡିରେ ସାମିଲ ଅଖିଳ ଭାରତୀୟ ଗଣ୍ଡ ମହାସଭାର ସଭାପତି ମହେନ୍ଦ୍ର ନାୟକ ତଥା 2019 ଝାରସୁଗୁଡା କଂଗ୍ରସ ପାର୍ଥି ନବୀନ ପଟ୍ଟନାୟକ ଙ୍କ ବିକାଶ ଧାରା ରେ ଅନୁପ୍ରାଣିତ ହୋଇ ବିକାଶ ଧାରା କୁ ଆଗକୁ ନେବା ପାଇଁ ବିଜେଡି ରେ ସାମିଲ ହେଲେ ମହେନ୍ଦ୍ର ନାୟକ।ତାଙ୍କ ସହ 60 ରୁ ଉର୍ଦ୍ଧ୍ୱ ଗଣ୍ଡ ମହାସଭାର କର୍ମକର୍ତ୍ତା ମଧ୍ୟ ସାମିଲ ହୋଇଛନ୍ତି । ଧାରା ରେ ଅନୁପ୍ରାଣିତ ହୋଇ ବିଜେଡି ରେ ସାମିଲ ହୋଇଥିବା କହିଛନ୍ତି ମହେନ୍ଦ୍ର, ଝାରସୁଗୁଡା ଜିଲ୍ଲାରେ ଲକ୍ଷାଧିକ ଆଦିବାସୀ ଭୋଟର ଅଛନ୍ତି ଆଦିବାସୀଙ୍କ ବିକାଶ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିକାଶ ରେ ଅନୁପ୍ରାଣିତ ହୋଇ ବିଜେଡି ରେ ସାମିଲ ଆଦିବାସୀ ସମାଜ ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ ରଖିଛି ଆମର ସମର୍ଥନ ବିଜେଡି ପାର୍ଥି ଦୀପାଳି ଦାସ ଙ୍କ ସହ ରହିବ।

ଝାରସୁଗୁଡା ପାଇଁ ବିଜେଡି ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ: ୧_ନବୀନ _୨ପ୍ରଣବ…

() ଦିପାଳୀ ପାଇଁ ପ୍ରଚାର କରିବେ ନବୀନ l ବଡ ବିଜୟ ପାଇଁ ବିଜେଡି ପ୍ରାର୍ଥୀ ପାଇଁ ଘର ଘର ବୁଲି ପ୍ରଚାର କରିବେ ବିଜେଡିର ୪୦ଜଣିଆ ପ୍ରତିନିଧି l ଏଥିପାଇଁ ଦଳ ପକ୍ଷରୁ

ଷ୍ଟାର କ୍ୟାମ୍ପନରଙ୍କ ତାଲିକା ପ୍ରକାଶ କରା ଯାଇଛି । ବିଜେଡି ୧ନମ୍ବର ଷ୍ଟାର ପ୍ରଚାରକ ହେଉଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଦ୍ୱିତୀୟରେ ଅଛନ୍ତି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପରେ ପରେ ଦେବୀ ପ୍ରସାଦ ମିଶ୍ର, ପ୍ରଶନ୍ନ ଆଚାର୍ଯ୍ୟ, ଶାରଦା ପ୍ରସାଦ ନାୟକ, ନିରଞ୍ଜନ ପୂଜାରୀ, ଅଶୋକ ଚନ୍ଦ୍ର ପଣ୍ଡା ଏବଂ ପଦ୍ମନାଭ ବେହେରା ତାଲିକାରେ ରହିଛନ୍ତି ।

ସେହିପରି ସୁଶାନ୍ତ ସିଂ, ପ୍ରଦାପ କେଶରୀ ଦେବ ଅତୁନ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପ୍ରଦାପ ଜେନା, ସ୍ନେହାଙ୍ଗୀନି ଛୁରିଆ, ଟୁକୁନି ସାହୁ, ପ୍ରଶାନ୍ତଚ ମୁଦୁଲି, ପୁଷ୍ପେନ୍ଦ ସିଂଦେଓ, ଦିବ୍ୟ ଶଙ୍କର ମିଶ୍ର, ରିତା ସାହୁ, ଅଳକା ମହାନ୍ତି, ଚନ୍ଦ୍ରଶେଖର ସାହୁ, ବ୍ରଜ କିଶୋର ପ୍ରଧାନ, ପ୍ରଣବ ବଳବନ୍ତରାୟକିଶୋପ ନାୟକ, ଦେବୀ ରଞ୍ଜନ ତ୍ରିପାଠୀ , ସୌଭିକ ବିଶ୍ୱାଳ, ସ୍ୱରୂପ କୁମାର ଦାସ, ରୁଦ୍ର ପ୍ରତାପ ମହାରଥି , ଯୋଗେଶ ସିଂ , ରୋମାଞ୍ଚ ରଞ୍ଜନ ବିଶ୍ୱାଳ ରହିଛନ୍ତି

ସେହିପରି ଅଭିନେତା ଅରିନ୍ଦମ ରୟ ଏବଂ କୁନା ତ୍ରିପାଠୀଙ୍କୁ ଷ୍ଟାର କ୍ୟାମ୍ପନର ଭାବେ ଚୟନ କରିଛି ଦଳ । ହେଲେ ଏହି ଷ୍ଟାର ପ୍ରଚାରକ ତାଲିକା ମନ୍ତ୍ରୀ ସମୀର ଦାସ, ରାଜା ସ୍ଵାଇଁ, ପ୍ରମିଳା ମଲ୍ଲିକ, ପ୍ରିତି ଘଡାଇ, ଅଶ୍ଵନି ପାତ୍ର ପ୍ରମୁଖ ବାଦ୍ ପଡିଛନ୍ତି l

ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ…

() ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି,

ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

ଅପ୍ରେଲ ୨୧ରୁ ଅନ୍ୟାଦେଶ ପର୍ଯ୍ୟନ୍ତ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ ରହିବ।

{} ଆସନ୍ତାକାଲି ଠାରୁ ଖରା ଛୁଟି ଘୋଷଣା। ଅପ୍ରେଲ ୨୧ ତାରିଖ ଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ। ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଭିଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି।  ଏହି ନିର୍ଦ୍ଦେଶ ଅନୁଯାୟୀ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଓ ଅଙ୍ଗନବାଡୀ କେନ୍ଦ୍ର ବନ୍ଦ ରହିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହିଁ ସ୍କୁଲ ଗୁଡିକ ଖୋଲାଯିବ। ସୂଚନାଯୋଗ୍ୟ ଯେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଦିନ ତାପମାତ୍ରାରେ ଅତ୍ୟାଧିକ ବୃଦ୍ଧି ଯୋଗୁ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହେଉଛି। ରାଜ୍ୟର କେତେକ ସହରର ତାପମାତ୍ରା ଦେଶର ସର୍ବାଧିକ ତାପମାତ୍ରା ରହୁଥିବା ସହରମାନଙ୍କ ତାଲିକାରେ ରହୁଛି । ତେଣୁ ପିଲାମାନଙ୍କ ସ୍ବାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଦିବ୍ୟାଙ୍ଗ ମାନଙ୍କୁ ସକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ପ୍ରୟାସ..

() ଭିନ୍ନକ୍ଷମ ହେବେ ସୁଦକ୍ଷ ଖୋର୍ଦ୍ଧାରେ ‘ବିଜୁ ମହାବୀର ଜୟପୁର ଫୁଟ୍‌ ସେଣ୍ଟର’ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ।

ରାଜ୍ୟର ସବୁ ଭିନ୍ନକ୍ଷମ ମାନଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦେବା ଆମର ଲକ୍ଷ୍ୟ – ମୁଖ୍ୟମନ୍ତ୍ରୀ

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧାର ଗୁରୁଜଙ୍ଗ ଠାରେ ପ୍ରସିଦ୍ଧ ଜୟପୁର ଫୁଟ୍‌ର ଏକ ନୂଆ କେନ୍ଦ୍ର ‘ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର’ ଉଦ୍‌ଘାଟନ କରିଛନ୍ତି। ଏହାଦ୍ବାରା ରାଜ୍ୟର ଭିନ୍ନକ୍ଷମ ମାନଙ୍କ ପାଇଁ ନୂଆ ଆଶା ସଞ୍ଚାର ହୋଇଛି । ଜୟପୁର ଫୁଟ୍‌ର କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଜରିଆରେ ସେମାନେ ହୋଇପାରିବେ ସକ୍ଷମ। ପ୍ରତିଷ୍ଠାତା ପଦ୍ମଭୂଷଣ ଡଃ ଡି.ଆର ମେହେଟ୍ଟାଙ୍କ ଦ୍ବାରା ୧୯୭୫ ମସିହାରେ ଜୟପୁର ଫୁଟ୍‌ ସେଣ୍ଟର ପ୍ରତିଷ୍ଠିତ ହୋଇଥିଲା । ଏହାର ନାମ ହେଉଛି ଭଗବାନ ମହାବୀର ବିକଳାଙ୍ଗ ସେନା ସମିତି। ଏବେ ଜୟପୁର ଫୁଟ ସେଣ୍ଟର ଭାବେ ଏହା ଦେଶ ବିଦେଶରେ ସୁନାମ ଅର୍ଜନ କରିଛି । ଆଜି ଭିନ୍ନକ୍ଷମ ମାନଙ୍କୁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଣ କ୍ଷେତ୍ରରେ ଏହା ବିଶ୍ବର ଅନ୍ୟତମ ଶ୍ରେଷ୍ଠ ସଂସ୍ଥା ଭାବରେ ସୁନାମ ଅର୍ଜନ କରିଛି । ସାରା ବିଶ୍ବର ୨୧ ଲକ୍ଷ ଭିନ୍ନକ୍ଷମଙ୍କୁ ଏହା କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇ ସକ୍ଷମ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ନୂଆ କେନ୍ଦ୍ରର ସହଯୋଗରେ ଖୁବଶୀଘ୍ର ଓଡିଶାର ସବୁ ଭିନ୍ନକ୍ଷମ ମାନଙ୍କୁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇ ଦେବାର ଲକ୍ଷ୍ୟ ରହିଛି ।

ଭିନ୍ନକ୍ଷମ ମାନେ ସମାଜର ଗୁରୁତ୍ବପୂର୍ଣ୍ଣ ଅଙ୍ଗ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସେମାନଙ୍କ ଉପଯୁକ୍ତ ଥଇଥାନ ଆମ ସମସ୍ତଙ୍କ ଦାୟିତ୍ବ। ଏଥିପାଇଁ ସମସ୍ତେ ମିଶି କାମ କରିବାକୁ ସେ ପରାମର୍ଶ ଦେଇଥିଲେ । ସେମାନଙ୍କ କଲ୍ୟାଣ ପାଇଁ ଓ ସେମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବାପାଇଁ ରାଜ୍ୟ ସରକାର ଅନେକ କାମ କରୁଛନ୍ତି। ସେମାନଙ୍କ ଥଇଥାନ ସହିତ ତାଲିମ ଜରିଆରେ ସେମାନଙ୍କୁ ସଶକ୍ତ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଭିନ୍ନକ୍ଷମମାନଙ୍କ ସହାୟତା ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

ଏହି ଅବସରରେ ଜୟପୁର ଫୁଟ କେନ୍ଦ୍ରର ପ୍ରତିଷ୍ଠାତା ଡଃ ମେହେଟ୍ଟାଙ୍କ ଉଚ୍ଚପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସେ ଆଜି ଲକ୍ଷ ଲକ୍ଷ ଭିନ୍ନକ୍ଷମ ମାନଙ୍କ ପାଇଁ ଏକ ଆଶୀର୍ବାଦ ସ୍ବରୂପ ହୋଇପାରିଛନ୍ତି । ସମାଜ ପ୍ରତି ତାଙ୍କର ପ୍ରତିବଦ୍ଧତା ସମସ୍ତଙ୍କ ପାଇଁ ପ୍ରେରଣା। ଓଡିଶାରେ ଏହି ଅଭିଯାନ ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।  ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ଜୟପୁର ଫୁଟ ଏକ ଅନନ୍ୟ ଉତ୍ପାଦନ ଯାହାକି, ଭିନ୍ନକ୍ଷମ ମାନଙ୍କୁ ସଂପୂର୍ଣ୍ଣ ଭାବେ ସକ୍ଷମ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାକୁ ବ୍ୟବହାର କରି ଜଣ ଭିନ୍ନକ୍ଷମ ବ୍ୟକ୍ତି ଚାଲିବା, ଦୌଡିବା, ନାଚିବା ଠାରୁ ଆରମ୍ଭ କରି ମଟରସାଇକେଲ ଓ କାର ମଧ୍ୟ ଚଲାଇ ପାରିବ ବୋଲି ସେ କହିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭିନ୍ନକ୍ଷମ ଲୋକଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦେବାପାଇଁ ଏକ ଭ୍ରାମ୍ୟମାଣ ଯାନର ଶୁଭାରମ୍ଭ ମଧ୍ୟ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି କେନ୍ଦ୍ରରେ ଏମ୍‌ ଖାନ ନାମକ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଥିଲା। ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବିଭିନ୍ନ କାର୍ଯ୍ୟକ୍ରମ ସଫଳତାର ସହିତ କାର୍ଯ୍ୟକାରୀ କରିଚାଲିଛି । ଜୟପୁର ଫୁଟ୍‌ କେନ୍ଦ୍ର ଏ ଦିଗରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଅଭିଯାନ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇ ଜୟପୁର ଫୁଟ୍‌ କେନ୍ଦ୍ରର ପ୍ରତିଷ୍ଠାତା ଡଃ ଡି.ଆର ମେହେଟ୍ଟା କହିଲେ ଯେ ଭିନ୍ନକ୍ଷମ ମାନଙ୍କୁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଣ ଆମର ଏକ ସାମାଜିକ ପ୍ରତିବଦ୍ଧତା। ୫୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିବା ଏହି ସଂସ୍ଥା ଆଜି ବିଶ୍ବର ଅନେକ ଦେଶରେ ଭିନ୍ନକ୍ଷମ ମାନଙ୍କୁ ସକ୍ଷମ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି । ଏହି କେନ୍ଦ୍ରରେ ଭିନ୍ନକ୍ଷମ ଲୋକର ବ୍ୟକ୍ତିଗତ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୃତ୍ରିମ ଅଙ୍ଗ ପ୍ରସ୍ତୁତ କରାଯାଉଛି। ଭ୍ରାମମାଣ୍ୟ ଯାନ ଜରିଆରେ ରାଜ୍ୟର ସବୁ ଜିଲ୍ଲାକୁ ଯାଇ ଭିନ୍ନକ୍ଷମ ମାନଙ୍କୁ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଉପସ୍ଥିତ ଥିଲେ। ଜୟପୁର ଫୁଟ୍‌ କେନ୍ଦ୍ରର କାର୍ଯ୍ୟନିର୍ବାହୀ ସଭାପତି ଶ୍ରୀ ସତୀଶ ମେହେଟ୍ଟା ସ୍ବାଗତ ଭାଷଣ ଦେଇଥିଲେ ।

ସମ୍ବିଧାନକୁ ବଂଚାଇବା ଦାବିରେ ଭୁବନେଶ୍ୱର ଜିଲ୍ଳା କଂଗ୍ରେସର ସତ୍ୟାଗ୍ରହ…

{} ଭାରତବର୍ଷର ଗଣତନ୍ତ୍ରର ସୁରକ୍ଷା, ଗଣତାନ୍ତ୍ରିକ ଅନୁଷ୍ଠାନର ସୁରକ୍ଷା ଏବଂ ସମ୍ବିଧାନକୁ ବଂଚାଇବା ଦାବିରେ ଭୁବନେଶ୍ୱର ଜିଲ୍ଳା କଂଗ୍ରେସର ସତ୍ୟାଗ୍ରହ।

()  ଭାରତବର୍ଷର ଗଣତନ୍ତ୍ର ଏଇ ମାତ୍ର ୯ଟି ବର୍ଷ ଭିତରେ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି । ଗଣତନ୍ତ୍ର, ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ଏପରିକି ସଂସଦୀୟ ପରମ୍ପରା ସବୁକିଛି ଆଜି ନିମ୍ନାଭିମୁଖି । କେନ୍ଦ୍ରରେ ବିଜେପି ସରକାର ଭାରତବର୍ଷର ଗଣତନ୍ତ୍ରକୁ ନିଜ କାର୍ଯ୍ୟଧାରା ମାଧ୍ୟମରେ ଦୁର୍ବଳରୁ ଦୁର୍ବଳତର କରିବାରେ ଲାଗିଛନ୍ତି । ଏପରିକି ଭାରତବର୍ଷର ସମସ୍ତ ନିରପେକ୍ଷ ଅନୁଷ୍ଠାନ ଯଥା ସିବିଆଇ, ଇଡି ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକକୁ କେବଳ ବିରୋଧିମାନଙ୍କୁ ହଇରାଣ ହରକତ କରିବା ସେମାନଙ୍କୁ ଦୁର୍ବଳ କରିଦେବା ପାଇଁ ବ୍ୟବହାର କରାଯାଉଛି । ଏହାଦ୍ୱାରା ଗଣତନ୍ତ୍ରର ମୂଳ ଉତ୍ସ ବିରୋଧିର ସ୍ୱରକୁ ସଂପୂର୍ଣ୍ଣରୂପେ ବନ୍ଦ କରି ଦିଆଯାଉଛି ।

ଭାରତବର୍ଷର ବିଚାରଳାୟ ଯାହା ହାତରେ ଗଣତନ୍ତ୍ରର ସୁରକ୍ଷାର ଦାୟୀତ୍ୱ ରହିଛି । ଆଜି କିନ୍ତୁ କେନ୍ଦ୍ର ବିଜେପି ସରକାର ବିଚାରାଳୟକୁ ଅତ୍ୟନ୍ତ ଦୁର୍ବଳ କରିବା ସହିତ ସରକାରୀ ଦଳର ସ୍ୱର ସହିତ ସ୍ୱର ମିଶାଇବା ପାଇଁ ବାଧ୍ୟ କରାଯାଉଛି । ଏହାଦ୍ୱାରା ଆସନ୍ତା ଦିନର ଭାରତବର୍ଷର ରୂପରେଖ କିଭଳି ହେବ ଏବଂ ତାହା ନିର୍ଦ୍ଦିଷ୍ଟ ଏକ ଚିନ୍ତାଧାରାର ଆଜେଣ୍ଡାକୁ ଆଗେଇ ନେବାପାଇଁ କେନ୍ଦ୍ର ବିଜେପି ସରକାର ଅହରହ ଉଦ୍ୟମ କରୁଛନ୍ତି ।

ଏପରିକି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ସାଂସଦ ଶ୍ରୀ ରାହୁଲ ଗାନ୍ଧୀ ବାରମ୍ବାର ସରକାରଙ୍କର ଏହି ମନ୍ଦ ଉଦ୍ଦେଶ୍ୟ ବିରୋଧରେ ସ୍ୱର ଉତୋଳନ କରିଆସୁଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ ବନ୍ଧୁ ଆଦାନ କମ୍ପାନୀକୁ ଭାରତ ବର୍ଷର ସସସ୍ତ ଜାତୀୟ ସଂପତି ଗୋଟେ ପରେ ଗୋଟେ ଟେକି ଦିଆଯାଉଛି ଏବଂ ଆଦାନୀ ପରିବାର ଦ୍ୱାରା ପରିଚାଳିତ ବିଦେଶରେ ଥିବା ଠକ କମ୍ପାନୀ ମାନଙ୍କ ମାଧ୍ୟମରେ କିଭଳି ୨୦ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହୋଇଛି ଏବଂ ଏହି ଟଙ୍କା କାହାର ବୋଲି ଶ୍ରୀ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳର ନେତୃବର୍ଗ ସଂସଦ ଭିତରେ ଏବଂ ସଂସଦ ବାହାରେ ପ୍ରଶ୍ନ ଉତ୍‌ଥାପନ କରିବା ଯୋଗୁଁ କେନ୍ଦ୍ର ବିଜେପି ସରକାର ସଂସଦକୁ ଅନିର୍ଦ୍ଦିଷ୍ଟ କାଳ ବନ୍ଦ କରିଦେଇଛନ୍ତି ଏବଂ ଏକ ନିର୍ବାଚନୀ ସଭାର ଭାଷଣକୁ ନେଇ ତାଙ୍କର ସଭ୍ୟପଦ ରୁଦ୍ଧ କରିବା ସହିତ ତତ୍‌କ୍ଷଣାତ ତାଙ୍କୁ ତାଙ୍କ ଘରଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କଂଗ୍ରେସ ଦଳ ଏଥିରେ ଭୟଭିତ ନୁହେଁ । ଏହି ସମସ୍ତ ଘଟଣାକୁ ନେଇ ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ସଭାପତିତ୍ୱରେ ଆଜି ଭୁବନେଶ୍ୱର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ “ଜୟ ଭାରତ ସତ୍ୟାଗ୍ରହ” ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ତଥା ମନ୍ତ୍ରୀ ଏବଂ ବରିଷ୍ଠ ନେତା ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ ପର୍ଯ୍ୟବେକ୍ଷକ ହିସାବରେ ଅଂଶଗ୍ରହଣ କରିଥିଲେ ଶ୍ରୀ ହରିଚନ୍ଦନ କେନ୍ଦ୍ର ସରକାରଙ୍କର ଦେଶବିରୋଧି, ସମ୍ବିଧାନ ବିରୋଧି ଓ ଗଣତନ୍ତ୍ର ବିରୋଧି କାର୍ଯ୍ୟକଳାପକୁ ଘୋର ନିନ୍ଦା କରିବା ସହିତ ତିରସ୍କାର କରିଥିଲେ ।ଏହି ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଜୟଦେବ ଜେନା, ସୁଜିତ ପ୍ରଧାନ, ସାଧାରଣ ସଂପାଦକ ସମାଜବାଦୀ ପାର୍ଟି, କିଶୋର ଜେନା, ମନୋରଞ୍ଜନ ଦାଶ, ନବଜ୍ୟୋତି ପଟ୍ଟନାୟକ, ସାମାଜିକ କର୍ମୀ ଦେବୀ ପୃଷ୍ଟି, ଜାନକୀ ପଟ୍ଟନାୟକ, ଶ୍ରୀନିବାସ ରାଉତରାୟ, ମାନସ ଆଚାର୍ଯ୍ୟ, ଚିନ୍ମୟ ସୁନ୍ଦର ଦାସ, ରଜନୀ ମହାନ୍ତି, ସୁବ୍ରତ ମହାପାତ୍ର, ତରୁଣ ମିଶ୍ର, ରସିକ ପଟ୍ଟନାୟକ, ଅଶୋକ ଦାସ, ଆଶିଷ ମଲ୍ଲିକ, ପ୍ରଶନ୍ନ ନାୟକ, ରାଜକିଶୋର ବାରିକ, ଗୀତାଞ୍ଜଳି ମହାନ୍ତି, ରଶ୍ମି ମହାପାତ୍ର, କୁସୁମ ପ୍ରଧାନ, ମିନତୀ ସାହୁ, ମାମିନା ବେହେରା, ଚୈତଳା ପଟ୍ଟନାୟକ, ମଧୁମିତା ଆଚାର୍ଯ୍ୟ, ପ୍ରଦୀପ ମହାପାତ୍ର, ଆଲୋକ ମହାନ୍ତି, ପ୍ରଭାତ ପ୍ରତାପ ସିଂ, ଅମିୟ ପାଣ୍ଡବ, ପ୍ରକାଶ ମିଶ୍ର, ଅକ୍ଷୟ ଦାସ, ଶ୍ରୀଧର ବଳିଆର ସିଂ, ବ୍ରହ୍ମାନନ୍ଦ ସାହୁ, ସୁବ୍ରତ ସେନାପତି, ଅନୁୱର ଖାନ, ଉଦିତ ପ୍ରଧାନ, ସାଗର ପରିଡ଼ା, ସୁଶାନ୍ତ ତ୍ରିପାଠୀ, ସମୀର କୁମାର ରାଉତ, ସୌମେନ୍ଦ୍ର ମହାନ୍ତି, ମଂଟୁ ମଲ୍ଲିକ, ସ୍ପନ୍ଦନ ସ୍ୱାଇଁ, ଖଗେଶ୍ୱର ମଲ୍ଲିକ, ସୁରଜ ରାଉତ, ଅନିଲ କୁମାର ଦାସ, ମାନସ ସେଠୀ, ଜିତେନ୍ଦ୍ର ବିଶ୍ୱାଳ, କୁଳମଣି ସାହୁ, ରଞ୍ଜିତ ସେନାପତି, ଏସ୍‌କେ ତାକୱିନ, ଏମଡି ସାହାଦୁଲ୍ଲା, ରଞ୍ଜନ କୁମାର ଭୋଇ, ବସନ୍ତ ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ବିଜେଡି କାହିଁକି ୨୫ବର୍ଷ ଧରି ଲୋକଙ୍କ ହୃଦୟରେ ଅଛି;ଦେବଗଡ଼ ଏହି ଷ୍ଟୋରୀ ପଢନ୍ତୁ……

() ବିଜେଡି କାହିଁକି ୨୫ବର୍ଷ ଧରି ଲୋକଙ୍କ ହୃଦୟରେ ଅଛି,, ଦେବଗଡ଼ ଏହି ଷ୍ଟୋରୀ ପଢନ୍ତୁ…..

{} ବିଜୁ ଜନତା ଦଳ, ଓଡ଼ିଶାବାସୀଙ୍କ ବଳ l ସାଢେ଼ ଚାରି କୋଟି ଓଡ଼ିଆ ହେଉଛନ୍ତି ବିଜେଡିର ପରିବାର l ବିଜେଡିର ପ୍ରତ୍ୟେକ କର୍ମୀ ଓ ନେତା ହେଉଛନ୍ତି ଲୋକଙ୍କ ସେବକ l ଲୋକଙ୍କ ସେବକ ହୋଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଆହ୍ବାନ ଦେଇଛନ୍ତି ତାହାକୁ ନେତା ଓ କର୍ମୀ ମାନେ ଅକ୍ଷର ଅକ୍ଷରେ ପାଳନ କରିଛନ୍ତି l ଦେବଗଡ଼ର ଏହି ଗୋଟିଏ ଉଦାହରଣ ନିଅନ୍ତୁ……

ଗରିବ ମା’ ଛେଉଣ୍ଡ ଝିଅର ଠିକ ହୋଇଥିବା ବିବାହ ଅର୍ଥାଭାବ କାରଣରୁ ଭାଙ୍ଗିବାକୁ ଯାଉଥିବାବେଳେ ବିଜେଡି ଜିଲ୍ଲା ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ଉଦ୍ୟମ ଓ ବିଜେଡି ଯୁବ ଗୋଷ୍ଠୀଙ୍କ ସହଯୋଗରେ ଆଜି ବିବାହ ସମ୍ପର୍ଣ୍ଣ ହୋଇଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ବାରକୋଟ ବ୍ଲକ ବଲମ ପଞ୍ଚାୟତର କ୍ଷୀରୋଦ ନାୟକ ମାନସିକ ରୋଗୀ ହୋଇଥିବାବେଳେ ଝିଅ ମିନାକ୍ଷୀ ଜନ୍ମ ହେବାର କିଛି ବର୍ଷ ପରେ ମା’ ଆରପାରିକୁ ଚାଲି ଯାଇଥିଲେ। ତେବେ ଝିଅ ବିବାହ ବୟସ ହେବାରୁ ସମ୍ପର୍କୀୟମାନେ ତିଳେଇବଣି ବ୍ଲକ କଳାମାଟି ଗ୍ରାମର ମନୋଜ ନାୟକ ନାମକ ଯୁବକଙ୍କ ସହ ବିବାହ ପାଇଁ ଆଜି ଦିନ ଧାର୍ଯ୍ୟ କରିଥିଲେ । ମାତ୍ର ଗତକାଲି ସୁଦ୍ଧା ସମ୍ପର୍କୀୟମାନେ ଅର୍ଥ ଯୋଗାଡ଼ କରିନପାରିବାରୁ ବିବାହ ଭାଙ୍ଗିବା ଏକ ପ୍ରକାର ନିଶ୍ଚିତ ଥିଲା । ତେବେ ବଳମ ଗ୍ରାମର ରଞ୍ଜିତ କୁମାର ପ୍ରଧାନ ଏସମ୍ପର୍କରେ ବାରକୋଟ ବ୍ଲକ ବିଜେଡି ସଭାପତି ହୀରାଧର ସାହୁ ଓ ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଜଣାଇବା ପରେ ସେ ବିବାହର ସମସ୍ତ ଭାର ବହନ କରିଥିଲେ । ଏହାସହ ଝିଅ ପାଇଁ ଘରୋଇ ଉପକରଣ ଓ ଆସବାବ ପତ୍ର ଯୋଗାଡ଼ କରିଥିଲେ ଏବଂ ବିବାହ ଭୋଜିର ଆୟୋଜନ କରି ପୂର୍ବ ନିର୍ଦ୍ଧାରିତ ତାରିଖରେ ହିଁ ଆଜି ମିନାକ୍ଷୀର ବିବାହ କରାଇଥିଲେ ।

ଏହି ମହତ କାର୍ଯ୍ୟ ସମ୍ପାଦନ କରିବାରେ ବାରକୋଟ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ବେହେରା, ମୀନକେତନ ପ୍ରଧାନ, ପ୍ରକାଶ ଚନ୍ଦ୍ର ପ୍ରଧାନ, ଶ୍ରୀଧର ଦୀପ, ଦୟାନିଧି ବେହେରା, ରୁଦ୍ରମଣି ବେହେରା ଓ ସିକୁ ପ୍ରଧାନ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

() ଝାରସୁଗୁଡ଼ା ଉପନିର୍ବାଚନ ନିମନ୍ତେ କଂଗ୍ରେସ ତାରକା ପ୍ରଚାରକ ନାମ ତାଲିକା ଘୋଷିତ।

() ଝାରସୁଗୁଡ଼ା ଉପନିର୍ବାଚନ ନିମନ୍ତେ କଂଗ୍ରେସ ତାରକା ପ୍ରଚାରକ ନାମ ତାଲିକା ଘୋଷିତ।

{} ଚଳିତ ଝାରସୁଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ତରୁଣ ପାଣ୍ଡେଙ୍କ ନିମନ୍ତେ ପ୍ରଚାର କରିବା ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ୪୦ ଜଣିଆ ତାରକା ପ୍ରଚାରକ ମାନଙ୍କ ନାମ ତାଲିକା ଘୋଷଣା କରାଯାଇଛି । ଏହି ତାଲିକାରେ ଓଡ଼ିଶା ପ୍ରଭାରୀ ତଥା ଏ.ଆଇ.ସି.ସି. ସାଧାରଣ ସମ୍ପାଦକ ସାଂସଦ ଡଃ ଏ. ଚେଲା କୁମାର, ପି.ସି.ସି. ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ସମେତ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ, କଂଗ୍ରେସ ଦଳର ବିଧାୟକ ନେତା ନରସିଂହ ମିଶ୍ର ଏ.ଆଇ.ସି.ସିର କେନ୍ଦ୍ରୀୟ ନେତା କହ୍ମେୟା କୁମାର, ପୂର୍ବତନ ପି.ସି.ସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ ପ୍ରମୁଖ ରହିଥିବାବେଳେ ସାଂସଦ ଶପ୍ତଗିରୀ ଉଲ୍ଲକା, ଏ.ଆଇ.ସି.ସି. ସାଧାରଣ ସମ୍ପାଦକ – ଭକ୍ତ ଚରଣ ଦାସ, ଏଆଇସିସି ସମ୍ପାଦକ ଶରତ ରାଉତ, ପୂର୍ବତନ ଏ.ଆଇ.ସି.ସି. ସମ୍ପାଦକ – ବିଶ୍ୱରଞ୍ଜନ ମହାନ୍ତି, ପୂର୍ବତନ ସାଂସଦ ଡଃ ରାମଚନ୍ଦ୍ର ଖୁଂଟିଆ, ସୁଶିଲା ତିରିଆ, ଅନନ୍ତ ସେଠୀ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପଂଚାନନ କାନୁନ୍‌ଗୋ, ଗଣେଶ୍ୱର ବେହେରା, ବିଜୟଲକ୍ଷ୍ମୀ ସାହୁ, ଯୁଧିଷ୍ଟିର ଜେନା, ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ପ୍ରମୁଖ ରହିଥିବାବେଳେ ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋସ ସିଂ ସାଲୁଜା, ତାରା ପ୍ରସାଦ ବାହିନପତି, ଅଧିରାଜ ମୋହନ ପାଣିଗ୍ରାହୀ, ରମେଶ ଜେନା, ସି.ଏସ୍‌. ରାଜନ ଏକା ପ୍ରମୁଖ ମଧ୍ୟ ରହିଛନ୍ତି । ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ ଏ.ଆଇ.ସି.ସି. ମହିଳା ସମ୍ପାଦକ ଶସ୍ମିତା ବେହେରା, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ପୂର୍ବତନ ବିଧାୟକ ଭୂଜବଳ ମାଝୀ, ଦେବାଶିଷ ପଟ୍ଟନାୟକ, ମହିଳା କଂଗ୍ରେସର ସଭାନେତ୍ରୀ – ବନ୍ଦିତା ପରିଡ଼ା, ଛାତ୍ର ସଭାପତି – ୟାଶିର ନୱାଜ, ଯୁବ କଂଗ୍ରେସ ସଭାପତି – ସ୍ମୁତିରଞ୍ଜନ ଲେଙ୍କା, ଅନୁସୂଚିତ ଜାତି ଅଧ୍ୟକ୍ଷ – ବାଙ୍କନିଧି ବେହେରା, ସଂଖ୍ୟାଲଘୁ ଅଧ୍ୟକ୍ଷ – ଜିୟା ଉଲ୍ଲ ହକ୍‌, କିଷାନ ସେଲ୍‌ର ଅଧ୍ୟକ୍ଷ – ଅମୀୟ ପଟ୍ଟନାୟକ, ରାଜ୍ୟ ମୁଖପାତ୍ର – ଅମୀୟ ପାଣ୍ଡବ, ଅମିତା ବିଶ୍ୱାଳ ଓ ମହେନ୍ଦ୍ର ନାୟକ ପ୍ରମୁଖ କଂଗ୍ରେସ ନେତୃବୃନ୍ଦ ରହିଛନ୍ତି । ଏହି ପ୍ରଚାରକମାନେ ଚଳିତ ମାସ ଅପ୍ରିଲ ୨୫ ତାରିଖ ରୁ ମଇ ୮ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ାରେ ଉପସ୍ଥିତ ରହି କଂଗ୍ରେସ ପ୍ରାର୍ଥୀ ଶ୍ରୀ ପାଣ୍ଡେଙ୍କ ସପକ୍ଷରେ ପ୍ରଚାର କରିବାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଅନୁରୋଧ କରିଛନ୍ତି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ ଜଣାଇଛନ୍ତି ।

ଭୁବନେଶ୍ବରରେ ପ୍ରତିଷ୍ଠା ହେବ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର..

{}ଭୁବନେଶ୍ବରରେ ପ୍ରତିଷ୍ଠା ହେବ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର।

ନିୟୋଜିତ ହେବେ ୪୫ ନୂଆ କର୍ମଚାରୀ।

() ଭୁବନେଶ୍ବରରେ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର (Fire Station) ପ୍ରତିଷ୍ଠା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଭୁବନେଶ୍ବରର କ୍ରମବର୍ଦ୍ଧିଷ୍ଣୁ ପରିସର ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଅଗ୍ନିଶମ ବ୍ୟବସ୍ଥାକୁ ସୁଦୃଢ କରି ଧନଜୀବନକୁ ସୁରକ୍ଷା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।

ଏହି ୩ଟି ଅଗ୍ନିଶମ ସେବା କେନ୍ଦ୍ର ତମାଣ୍ଡୋ, ମଞ୍ଚେଶ୍ବର ଓ ପାହାଳରେ ପ୍ରତିଷ୍ଠା କରାଯିବ। ଏଥିପାଇଁ ୪୫ଟି ପଦବୀ ମଧ୍ୟ ଅନୁମୋଦନ କରାଯାଇଛି । ପ୍ରତ୍ୟେକ କେନ୍ଦ୍ରରେ ୧୫ ଜଣ ଲେଖାଏ କର୍ମଚାରୀ ରହିବେ। ଏଥିରେ ଜଣେ ଷ୍ଟେସନ ଅଫିସର, ଦୁଇ ଜଣ ଲିଡିଂ ଫାୟାରମ୍ୟାନ, ଜଣେ ଡ୍ରାଇଭର-ହାବିଲଦାର, ଜଣେ ଫାୟାରମ୍ୟାନ ଡ୍ରାଇଭର ଓ ୧୦ ଜଣ ଫାୟାରମ୍ୟାନ ଅଛନ୍ତି।

ସୋଆରେ ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କିତ କର୍ମଶାଳା…

() ସୋଆରେ ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କିତ କର୍ମଶାଳା,

ଭୁବନେଶ୍ୱରରେ ୮ଟି ଦେଶର ପ୍ରତିନିଧି

{} ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସମ୍ପର୍କରେ ଅଧିକ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ବିଭିନ୍ନ ଦେଶର ପ୍ରତିନିଧିମାନେ ଶୁକ୍ରବାର ଭୁବନେଶ୍ୱର ପହଂଚିଛନ୍ତି | ଏହି ପ୍ରତିନିଧି ମାନେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏ ସମ୍ପର୍କରେ ଆଲୋଚନା ନିମନ୍ତେ ଏକ କର୍ମଶାଳାରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବାବେଳେ ସୋମବାର ରାଜ୍ୟ ସଂଗ୍ରହଳୟ ଓ କଟକସ୍ଥିତ ମାରିଟାଇମ ମ୍ୟୁଜିଅମ ପରିଦର୍ଶନ କରିଛନ୍ତି ।ସେହିପରି ସନ୍ଧ୍ୟାରେ ହୋଟେଲ ମେଫେୟାର ଠାରେ ସୋଆ ପକ୍ଷରୁ ଆୟୋଜିତ ସାଂସ୍କୃତିକ ସନ୍ଧ୍ୟାରେ ସାମିଲ ହୋଇଛନ୍ତି ଏହି ପ୍ରତିନିଧି ଦଳ |ଏହି ଅବସରରେ ସୋଆ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ |

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ପ୍ରୋ ଚାନସେଲର ପ୍ରଫେସର ଅମିତ ବାନାର୍ଜୀ, ନିର୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଅଡିସନାଲ ଡିନ (ସ୍ଟୁଡେଣ୍ଟସ ଅଫେୟାର୍ସ ), ଆଇଟିଇଆର ପ୍ରଫେସର ରେଣୁ ଶର୍ମା, ଅଡିସନାଲ ଡିନ ରିସର୍ଚ୍ଚ ପ୍ରଫେସର ପ୍ରିୟବ୍ରତ ପଟନାୟକ,ୟୁନିଭର୍ସିଟି ଆଉଟରିଚ ପ୍ରୋଗ୍ରାମ ର ନିର୍ଦେଶକ ପ୍ରଫେସର ନଚିକେତା ଶର୍ମା, କର୍ପୋରେଟ କମ୍ୟୁନିକେସନ ନିର୍ଦେଶକ ଶ୍ରୀ ଦେବ ପ୍ରସାଦ ଦାଶ ଓ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଓଏସଡି ଶ୍ରୀ ପ୍ରିତମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ |ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କିତଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସମ୍ପର୍କରେ ଅଧିକ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ବିଭିନ୍ନ ଦେଶର ପ୍ରତିନିଧିମାନେ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏ ସମ୍ପର୍କରେ ଆଲୋଚନା ନିମନ୍ତେ ଏକ କର୍ମଶାଳାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଆଜାଦୀ କା ଅମୃତ ମହୋତ୍ସବ’ର ଅଂଶବିଶେଷ ଭାବେ “ଦ ଜେନ୍‌-ନେକ୍ସଟ ଡେମୋକ୍ରେସି ନେଟ୍‌ୱାର୍କ ପ୍ରୋଗ୍ରାମ୍‌” ନାମରେ ନାମିତ ଏହି କାର୍ଯ୍ୟକ୍ରମଟିକୁ ଇଣ୍ଡିଆନ୍ କାଉନ୍‌ସିଲ ଫର୍ କଲ୍‌ଚରାଲ୍ ରିସର୍ଚ୍ଚ (ଆଇସିସିଆର୍‌) ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ପ୍ରତିନିଧିମାନେ ଏହି ଗସ୍ତ ସମୟରେ ଭାରତର ଗଣତାନ୍ତ୍ରିକ ପରମ୍ପରା, ସାଂସ୍କୃତିକ ଐତିହ୍ୟ ଓ ବିକାଶଧାରା ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିବେ । ପର୍ତୁଗାଲ୍‌, ଦକ୍ଷିଣ ଆଫ୍ରିକା, ମଙ୍ଗୋଲିଆ, କ୍ରୋସିଆ, ଗାୟେନା, ବ୍ରାଜିଲ୍‌, ବେଲ୍‌ଜିୟମ୍ ଏବଂ ବୁଲଗେରିଆର ରାଜନେତା, ଆଇନ ପ୍ରଣେତ।, ବ୍ୟବସାୟୀ, ସାମ୍ବାଦିକ, ଶିକ୍ଷାବିତ୍‌ ଓ ଯୁବନେତା ସମ୍ମିଳିତ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ପହଂଚିଛନ୍ତି ।ରାଜ୍ୟର ବଳିଷ୍ଠ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶନ କରିବା ନିମନ୍ତେ ସୋଆ ପକ୍ଷରୁ ଏପ୍ରିଲ୍ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରାଯାଇଛି ।

ଭୁବନେଶ୍ୱର ଓ ଏହାର ଆଖପାଖ ଅଂଚଳ ସମେତ ପୁରୀ ଓ କୋଣାର୍କ ପରିଦର୍ଶନ କରିବା ସହିତ ସେମାନେ ରାଜ୍ୟର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ, ଗବେଷଣା ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭେଟି ଆଲୋଚନା କରିବେ । ସେହିପରି ସେମାନେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଆଇସିସିଆର୍‌ର ତଥ୍ୟ ଅନୁଯାୟୀ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତୀ ପାଳନ କରୁଥିବା ବେଳେ ଏହି ଗଣତାନ୍ତ୍ରିକ ଯାତ୍ରାର ସଫଳତା ଓ ଭାରତୀୟ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଅନ୍ୟ ଦେଶରେ ପହଞ୍ଚାଇବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।

 

ସୋଆରେ ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କିତ କର୍ମଶାଳା ;ଯୋଗ ଦେବେ ୮ଟି ଦେଶର ପ୍ରତିନିଧି….

{} ସୋଆରେ ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କିତ କର୍ମଶାଳା।

ଯୋଗ ଦେବେ ୮ଟି ଦେଶର ପ୍ରତିନିଧି।

{}  ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସମ୍ପର୍କରେ ଅଧିକ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ବିଭିନ୍ନ ଦେଶର ପ୍ରତିନିଧିମାନେ ଏପ୍ରିଲ ୧୫ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏ ସମ୍ପର୍କରେ ଆଲୋଚନା ନିମନ୍ତେ ଏକ କର୍ମଶାଳାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

‘ଆଜାଦୀ କା ଅମୃତ ମହୋତ୍ସବ’ର ଅଂଶବିଶେଷ ଭାବେ “ଦ ଜେନ୍‌-ନେକ୍ସଟ ଡେମୋକ୍ରେସି ନେଟ୍‌ୱାର୍କ ପ୍ରୋଗ୍ରାମ୍‌” ନାମରେ ନାମିତ ଏହି କାର୍ଯ୍ୟକ୍ରମଟିକୁ ଇଣ୍ଡିଆନ୍ କାଉନ୍‌ସିଲ ଫର୍ କଲ୍‌ଚରାଲ୍ ରିସର୍ଚ୍ଚ (ଆଇସିସିଆର୍‌) ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ପ୍ରତିନିଧିମାନେ ଏହି ଗସ୍ତ ସମୟରେ ଭାରତର ଗଣତାନ୍ତ୍ରିକ ପରମ୍ପରା, ସାଂସ୍କୃତିକ ଐତିହ୍ୟ ବିକାଶଧାରା ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିବେ । ଏହି ପ୍ରତିନିଧିମାନେ ସୋମବାର ଭାରତରେ ପହଂଚିଥିବା ବେଳେ ସେମାନଙ୍କୁ କେନ୍ଦ୍ର, ରାଜ୍ୟ ଓ ସ୍ଥାନୀୟ ସ୍ତରରେ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା, ଦେଶର ଅର୍ଥନୈତିକ କ୍ଷେତ୍ରର ବିକାଶ ଓ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଦକ୍ଷତା ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯିବ ।

ପର୍ତୁଗାଲ୍‌, ଦକ୍ଷିଣ ଆଫ୍ରିକା, ମଙ୍ଗୋଲିଆ, କ୍ରୋସିଆ, ଗାୟେନା, ବ୍ରାଜିଲ୍‌, ବେଲ୍‌ଜିୟମ୍ ଏବଂ ବୁଲଗେରିଆର ରାଜନେତା, ଆଇନ ପ୍ରଣେତ।, ବ୍ୟବସାୟୀ, ସାମ୍ବାଦିକ, ଶିକ୍ଷାବିତ୍‌ ଓ ଯୁବନେତା ସମ୍ମିଳିତ ୨୬ ଜଣିଆ ପ୍ରତିନିଧି ଦଳ ଶୁକ୍ରବାର ଦିନ ୪ ଦିନିଆ ଓଡ଼ିଶା ଗସ୍ତରେ ପହଂଚିବେ । ସେମାନେ ସୋଆରେ ଏପ୍ରିଲ୍ ୧୫ ତାରିଖ ଦିନ “ଗଣତନ୍ତ୍ର ଓ ଶାସନ ବ୍ୟବସ୍ଥା” ସମ୍ପର୍କିତ ଏକ କର୍ମଶାଳାରେ ଯୋଗ ଦେବେ ।

ରାଜ୍ୟର ବଳିଷ୍ଠ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶନ କରିବା ନିମନ୍ତେ ସୋଆ ପକ୍ଷରୁ ଏପ୍ରିଲ୍ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରାଯାଇଛି ।ଭୁବନେଶ୍ୱର ଓ ଏହାର ଆଖପାଖ ଅଂଚଳ ସମେତ ପୁରୀ ଓ କୋଣାର୍କ ପରିଦର୍ଶନ କରିବା ସହିତ ସେମାନେ ରାଜ୍ୟର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ, ଗବେଷଣା ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭେଟି ଆଲୋଚନା କରିବେ ।

ସେହିପରି ସେମାନେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଆଇସିସିଆର୍‌ର ତଥ୍ୟ ଅନୁଯାୟୀ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତୀ ପାଳନ କରୁଥିବା ବେଳେ ଏହି ଗଣତାନ୍ତ୍ରିକ ଯାତ୍ରାର ସଫଳତା ଓ ଭାରତୀୟ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଅନ୍ୟ ଦେଶରେ ପହଞ୍ଚାଇବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news