ବିଜେପି ନେତାଙ୍କୁ ତାଗିଦ କଲେ ଜେପି ନଡ୍ଡା..

- Advertisement -

ନୂଆଦିଲ୍ଲୀ: ଏବେ ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି କରୋନା । ଯେବେଠାରୁ ନିଜାମୁଦ୍ଦିନ ଘଟଣା ସାମ୍ନାକୁ ଆସିଲାଣି ସେବେଠାରୁ ଏଥିରେ ରାଜନୀତି ରଙ୍ଗ ଲାଗିଯାଇଛି । କାରଣ ତାବିଲିଘି ଜମାତରୁ ଫେରିଥିବା ଅଧିକାଂଶ ଲୋକ କରୋନାରେ ପୀଡ଼ିତ। ଯାହା କି ଗତ ଦୁଇ ଦିନି ଦିନର ରିପୋର୍ଟରୁ ସ୍ପଷ୍ଟ। ଏହାକୁ ନେଇ ଏବେ ସାମ୍ପ୍ରଦାୟିକତା ବାଦ ବିବାଦ ବଢ଼ିବାରେ ଲାଗିଛି। ଏଥିରେ ଅନେକ ନେତା ଘିଅ ଢାଳୁ ଥିବାର ମଧ୍ୟ ଦେଖିବାକୁ ମିଳୁଛି। ତେଣୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳୀୟ କାର୍ଯ୍ୟକର୍ତାଙ୍କୁ ଏଥିରୁ ଦୁରେଇ ରହିବାକୁ ତାଗିଦ କରିଛନ୍ତି । କେହି ବି ବିଜେପି କର୍ମକର୍ତ୍ତା ଏହାକୁ ସାମ୍ପ୍ରଦାୟିକ ରଙ୍ଗ ନଦେବା ପାଇଁ ସେ ସଚେତନ କରାଇ ଦେଇଛନ୍ତି ।
ବର୍ତ୍ତମାନ ପର୍ଯ୍ୟନ୍ତ ନିଜାମୁଦ୍ଧିନରେ ଆୟୋଜିତ ତାବଲିଘି ଜମାତ ସଭାରେ ଯୋଗ ଦେଇଥିବା ୫୦୦ରୁ ଅଧିକ ଲୋକଙ୍କ ଦେହରେ କରୋନା ଭୂତାଣୁ ଥିବା ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୫ ଜଣ ମୃତୁ୍ୟବରଣ ବି କରିସାରିଲେଣି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles