ନୁଆଁ ରୂପରେ ମନ୍ଦିର ମାଳିନୀ ଲିଙ୍ଗରାଜ : ସୋସିଆଲ ମିଡିଆରେ ଫୋଟୋ ଭାଇରାଲ.

- Advertisement -

ଭୁବନେଶ୍ୱର : ପଂଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀକ୍ଷେତ୍ର ଓ ଏକ୍ରାମକ୍ଷେତ୍ରର ବିକାଶ ପାଇଁ ଗୁରୁତ୍ୱ ଦେଇଛନ୍ତି । ଏହି ଦୁଇ କ୍ଷେତ୍ରକୁ ନୂଆରୂପ ଦେଇଛନ୍ତି ନବୀନ । ଉଭୟ କ୍ଷେତ୍ରର ବିକାଶର ଚିତ୍ରକୁ ପର୍ଯ୍ୟଟକମାନେ ବେଶ ପ୍ରଶଂସା କରୁଛନ୍ତି । ଯିଏ ଏବେ ପୁରୀ ଓ ଏକ୍ରାମକ୍ଷେତ୍ର ଆସୁଛି ବେଶ କିଚି ସମୟ ବିକାଶର ସୌନ୍ଦର୍ଯ୍ୟକରଣ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବାକୁ ବାଧ୍ୟ କରୁଛି । ପୁରୀ ଶ୍ରୀମନ୍ଦିର ପରେ ଏକାମ୍ର କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆରମ୍ଭ କରିଥିବା ଅଭିଯାନର ଝଲକ ଆଜି ଦେଖିବାକୁ ମିଳିଛି । ପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରର ବିକାଶ ଏହି ଚିତ୍ର ଭକ୍ତ ଓ ପର୍ଯ୍ୟଟକଙ୍କୁ ବିମୋହିତ କରିଛି । ସନ୍ଧ୍ୟାର ଏହି ଚିତ୍ର ବର୍ଣ୍ଣନା କରୁଛି କିଭଳି ଭାବେ ଏବେ ପ୍ରଶସ୍ତ ରାସ୍ତା ଭକ୍ତଙ୍କୁ ସ୍ୱାଗତ କରୁଛି । କାହିଁ କେତେ ଦୂରରୁ ସ୍ପଷ୍ଟ ଦୃଶ୍ୟମାନ ହେଉଛି ଏକାଦଶ ଶତାବ୍ଦୀର ଏହି କାରୁକାର‌୍ୟ୍ୟ ପୂର୍ଣ୍ଣ ଐତିହ୍ୟ । ଉଭୟ ପୁରୀ ଓ ଏକ୍ରାମକ୍ଷେତ୍ରର ସୌନ୍ଦଯ୍ୟକରଣ ଚିତ୍ର ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ସୌନ୍ଦର୍ଯ୍ୟକରଣ କାମ ଆହୁରୀ ଜୋରଦାର କରାଯିବ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles