ଆକ୍ସନ୍ ମୋଡ୍ ରେ ଯାଜପୁର ରୋଡ୍ ପୋଲିସ , ଆତଙ୍କିତ ଅସାମାଜିକ ଯୁବକ ।

- Advertisement -

ବ୍ୟାସନଗର: ବିଳମ୍ବିତ ରାତିରେ ପୋଲିସର ଚଢାଉ ଚୋରି ଉଦ୍ଯମ ପଣ୍ଡ । ମିଳିଥିବା ସୂଚନା ଅନୁଯାୟୀ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଗତକାଲି ରାତି ପ୍ରାୟ ୧ଟା ସମୟରେ ଯାଜପୁର ରୋଡ ଥାନା ଅଧିକାରୀ ନିଜ ପୁରାଟିମ୍ ସହ ଦାନଗଦିର ତ୍ରୀଜଙ୍ଗା କଲୋନୀ ପଡିଆରୁ ୪ ଅପରାଧୀଙ୍କୁ କାବୁ କରିଛନ୍ତି ।ପୋଲିସ ସୂଚନା ଅନୁଯାୟୀ ଚୋରି ଉଦ୍ଯମ ପାଇଁ ଯୋଜନା କରୁଥିବା ଚାରି ଯୁବକ କଳିଙ୍ଗନଗର ଥାନା ଅଧିନ ସାରଙ୍ଗପୁର ଗ୍ରାମର ତନୁ ଯେନାଙ୍କ ପୁଅ ଗୌତମ ଯେନା(୨୭),ନୀଳକଣ୍ଠପୁର ଗ୍ରାମର ମନ୍ମଥ ପେରେଇଙ୍କ ପୁଅ ସାଗର ପେରେଇ (୨୨),ଦାନଗଦି ପାତ୍ର ସାହିର ବିସିକେସନ ପାତ୍ରଙ୍କ ପୁଅ ରଞ୍ଜିତ ପାତ୍ର(୨୪)ଓ ବୁଲୁ ପାତ୍ରଙ୍କ ପୁଅ କାହ୍ନୁ ପାତ୍ରଙ୍କୁ ଗିରଫ କରାଯାଇଛି ।ସେମାନଙ୍କ ଠାରୁ ପୋଲିସ ଗୋଟିଏ ଚୋରା ମଟରସାଇକଲ (ଓଡି୩୪ ଜି ୬୫୪୨),ସହ ତିନୋଟି ଖଣ୍ଡା,ଚାରୋଟି ମୋବାଇଲ, ମଙ୍କିଟୋପି ୬ଟି,ଟର୍ଚ୍ଚ ଲାଇଟ୍ ୨ଟି,ଓ ଗୋଟିଏ ନକ୍ସା ଯବତ କରିଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଗତ ଦୁଇଦିନ ତଳେ ଏହି ପୋଲିସ ସ୍ଥାନୀୟ ସାପଗଡିଆ ଅଞ୍ଚଳରୁ ବ୍ରହ୍ମାନନ୍ଦ ଦାସଙ୍କ ପୁଅ ପ୍ରକାଶ ଦାସକୁ ୨.୫ଗ୍ରାମ୍ ବ୍ରାଉନ୍ ସୁଗାର ସହ ଗିରଫ କରିଥିଲା । ଦାନଗଦିରୁ ଗିରଫ ହୋଇଥିବା ଯୁବକଙ୍କ ବିରୁଦ୍ଧରେ ଥାନା କେସ୍ ନଂ ୨୮/୨୦୨୦, ୩୯୯,୪୦୨ଓ୨୭ ଅନୁଯାୟୀ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି । ଯାଜପୁର ରୋଡ ପୋଲିସର ଲଗାତାର ଭାବେ ଏପରି କାର୍ଯ୍ୟ ଦ୍ବାରା ଅସାମାଜିକ କାର୍ଯ୍ୟ କରୁଥିବା ଯୁବକ ମାନଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଦେଇଛି । ଏଥିସହ ସାଧାରଣ ଲୋକେ ଏହାକୁ ଯାଜପୁର ରୋଡ ପୋଲିସ୍ ଏବେ ଆକ୍ସନ ମୁଡ୍ ରେ ବୋଲି ଚର୍ଚ୍ଚା ଜୋର ଧରିଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles