ଏଥର ଫଗୁଣ, ଅନେକ କଥା

- Advertisement -

ଫଗୁଣ ଆସେ ଆଉ ଯାଏ l ଫଗୁ ଆନନ୍ଦ ଦିଅ ମନରେ ପ୍ରେମ ଭାବ ଭରିଦିଏ l ଜାଗ୍ରତ କରେ ନିଜକୁ ଚିହ୍ନି ଓ ହୃଦୟକୁ ନିର୍ମଳ କରିବା ଲାଗି l ରଙ୍ଗ ଯେମିତି ଦେହରେ ଲାଗିଲେ ମନ ଆନନ୍ଦ ହୁଏ ଓ ହୃଦୟ ନିର୍ମଳ ହୋଇଯାଏ ଆପେ ଆପେ, ଠିକ ସେମିତି ରଙ୍ଗ ଛାଡିଲେ ମଧ୍ୟ ଦେହରେ ଲାଗି ରହିଥିବା ଅଦୃଶ୍ୟ ଅହଂକାର ଦୂର ହୋଇ ସଭିଙ୍କୁ ପ୍ରେମ ବନ୍ଧନରେ ବାନ୍ଧି ରଖିବା ପାଇଁ ପ୍ରେରଣାର ଶକ୍ତି ଦିଏ l କାହିଁ କେଉଁ ପୁରାଣକାଳରୁ ଦୋଳ ପୂର୍ଣ୍ଣମି ପାଳନ ହୋଇଆସୁଛି ଏହି ବାର୍ତ୍ତା ଦେଇ l ପରମ୍ଫରା ସହ ଦେବତା ଓ ମଣିଷ ଏକହୋଇ ଫଗୁର ମହକରେ ମଜି ଯାଆନ୍ତି l ସାଙ୍ଗ, ସାଥି, ପରିବାର, ସମ୍ଫର୍କ ସଭିଙ୍କୁ ଆନନ୍ଦରେ ଯୋଡେ ଫଗୁ l ତାହା ପୁଣି ଫଗୁଣର ଆଗମନରେ l ଫଗୁଣ ମାସରେ ପ୍ରକୃତି ନୂଆରୂପ ନିଏ l ଧରାପୃଷ୍ଠ ସଜେଇ ହୁଏ l

ତେଣୁ ଚାଲନ୍ତୁ କେବଳ ରଙ୍ଗ ଖେଳକୁ ମଜାମସ୍ତିରେ ନୁହେଁ, ଜୀବନକୁ ପ୍ରକୃତି ସହ ଯୋଡି ନୂଆରୂପ ଗଢିତୋଳିବା, ଯେମିତି ଫଗୁଣ ଆସୁ ଆସୁ ଗଛରେ ପତ୍ର କଂଅଳେ , କାଚକେନ୍ଦୁ ପରି ନଦୀ ପାଣି ଦେଖାଯାଏ, ଆକାଶ ନିର୍ମଳ ହୋଇଯାଏ ଠିକ ସେହିପରି l ପ୍ରଭୁ ଦୋଳ ଝୁଲଣରେ ଘରେ ଘରେ ଆସି ଆମକୁ ଆଶୀର୍ବାଦ କରନ୍ତି l ଠିକ ସେମିତି ବଦଳିଯିବା ଆମେ, ନୂଆ ଜୀବନ ଆରମ୍ଭ କରି l ସବୁ ଭୁଲି ନିଜେ ଖୁସିରେ ରହି ଅନ୍ୟକୁ ଖୁସି କରିବା ସହ ପ୍ରକୃତି ସହିତ ଯୋଡିହୋଇ ଜୀବନକୁ ଆନନ୍ଦମୟ କରିବା l ଫଗୁର ରଙ୍ଗ ଆମକୁ ଯେମିତି ଅଧିକ ରଙ୍ଗୀନ କରିଛି ଠିକ ସେହିପରି ଜୀବନରେ ନୂଆ ରଙ୍ଗ ଲଗାଇ ଚାଲନ୍ତୁ ସମାଜକୁ ଅଧିକ ରଙ୍ଗୀନ କରିବା l

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles