ସାଂସଦ ହେଵତ ଏମିତି : ମମତାଙ୍କ ଉପରେ ନବୀନ ଖୁସ..

- Advertisement -

ସାଂସଦ ମମତା ମହନ୍ତଙ୍କୁ ନବୀନଙ୍କ ପ୍ରଶଂସା

ବିପଦ ସମୟରେ ଗରିବଙ୍କ ସାହାରା ବାଡ଼ି

ନିଜେ ରୋଷେଇ କରି ଗରିବଙ୍କୁ ଦେଉଛନ୍ତି ଖାଇବା ପାଇଁ 

ଭୁବନେଶ୍ୱର : ମମତା ମହନ୍ତ I ମୟୂରଭଞ୍ଜର ଏହି ନାରୀ ନେତ୍ରୀଙ୍କୁ ରାଜ୍ୟସଭା ପଠାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I କୌଣସି ଚର୍ଚା କି ରେସରେ ନଥିବା ମମତା ମହନ୍ତଙ୍କୁ ନବୀନ କାହିଁକି ରାଜ୍ୟସଭା ପଠାଇଲେ ସେତେବେଳେ ନାନା ଚର୍ଚା ହୋଇଥିଲା I ହେଲେ ଗୁଣ ଚିହ୍ନେ ଗୁଣିଆ ପରି ନବୀନ ଏହି ନାରୀ ନେତ୍ରୀଙ୍କ ପାଖରେ ଲୋକସେବା କରିବାର ମନବୃତିକୁ ଚିହ୍ନି ଥିଲେ I ଯେଉଁଥି ପାଇଁ ତାଙ୍କୁ ସେ ରାଜ୍ୟସଭାକୁ ପଠାଇଥିଲେ I ଆଜି ରାଜ୍ୟସଭା ସାଂସଦ ମମତା ମହନ୍ତ ଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି I କରୋନା ନେଇ ଚାରିଆଡେ ଏବେ ଲକଡାଉନ ପରିସ୍ଥିତି I ଅସାହ୍ୟ ଓ ଗରିବ ଲୋକମାନେ ଗୋଟେ ଓଳି ଖାଇବା ପାଇଁ ପାଉନାହାନ୍ତି I ବର୍ତମାନର ଏହି ସ୍ୱାସ୍ଥ୍ୟ ସଙ୍କଟ ସମୟରେ ନିଜ ପଞ୍ଚାୟତର ଗରିବ ଓ ଅସାହ୍ୟ ଲୋକଙ୍କୁ ରୋଷେଇକରି ରାଜ୍ୟସଭା ସାଂସଦ ପରଷୁଛନ୍ତି I ରାଜ୍ୟସାଭକୁ ନିର୍ବାଚିତ ହୋଇଥିବା ବିଜୁ ଜନତା ଦଳର ଏହି ମହିଳ ସାଂସଦଙ୍କୁ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି I ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles