ପଞ୍ଜାବ ବିଧାୟକଙ୍କ ମନ ଜିଣିଲେ ପ୍ରଣବ : ତୁଟିଲା ମଙ୍ଗୁ ମଠ ବିବାଦ..

- Advertisement -

ଭୁବନେଶ୍ୱର: ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି )ଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିଛନ୍ତି ପଞ୍ଜାବ ବିଧାୟକ ସମରଜିତ ସିଂ l ଏହା ସହ ପୁରୀ ମଙ୍ଗୁ ମଠ ନେଇ ପଞ୍ଜାବ ସରକାରଙ୍କ ଯେଉଁ ଭୁଲ ବୁଝାମଣା ଥିଲା ତାହା ବି ଦୂର ହୋଇଛି ବୋଲି ବିଧାୟକ କହିଛନ୍ତି l ଏନେଇ ପଞ୍ଜାବର ଏକ ଶିଖ୍ ପ୍ରତିନିଧି ଦଳ ଆଜି ଲୋକସେବା ଭବନରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ପରେ ପଞ୍ଜାବ ବିଧାୟକ ଏହା କହିଛନ୍ତି l ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି ପ୍ରତିନିଧି ଦଳ । ସେମାନଙ୍କ ମନରେ ଯେଉଁ ସନ୍ଦେହ ଥିଲା ତାହା ଦୂର ହୋଇଛି କହିଛନ୍ତି l ଏହାସହ ଆଗାମୀ ଦିନରେ ଓଡିଶା ଓ ପଞ୍ଜାବ ମଧ୍ୟରେ ସମ୍ପର୍କ ସୃଦୁଢ ହେବ ସମରଜିତ୍ ସିଂ କହିଛନ୍ତି l i
ପୁରୀର ସୌନ୍ଦଯ୍ୟକରଣ କରିବା ପାଇଁ ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି କାମ ଆରମ୍ଭ କରିଛନ୍ତି l ଶ୍ରୀମନ୍ଦିର ଚାରିପାଖ 75 ମିଟର ଯାଏ ଉଛେଦ ପ୍ରକ୍ରିୟା କରି ପୁରୀକୁ ଏବେ ନୂଆ ରୂପ ଦେଇଛନ୍ତି ରାଜ୍ୟ ସରକାର l ନବୀନଙ୍କ ନିର୍ଦେଶରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ପୁରୀ ରେ ରହି ଏସବୁ କାମ କିପରି ସଠିକ ଭାବେ ହେବ ତାର ସୁପରିଚାଳନା କରିଥିଲେ l ଯାହା ଫଳରେ ପୁରୀର ସୌନ୍ଦଯ୍ୟକରଣ ଏବେ ସଭିଙ୍କୁ ଆକୃଷ୍ଟ କରିଛି l ତେବେ ମୁଖ୍ୟମନ୍ତ୍ରୀଙ୍କ ପୁରୀ ବାସୀଙ୍କୁ ଯେଉଁ ସହଯୋଗ ମାଗିଥିଲେ ପୁରୀ ବାସୀ ବି ସେ ସହଯୋଗ କରିଛନ୍ତି l ହେଲେ ମଠ ଭାଙ୍ଗିବା ଯେଉଁ ବଡ ଚ୍ୟାଲେଜ ଥିଲା ରାଜ୍ୟ ସରକାରଙ୍କ ତାହା ନବୀନଙ୍କ ନିର୍ଦେଶରେ ଏହାକୁ ସହଜ କରିଛନ୍ତି ପ୍ରଣବ l ଯେଉଁଠି ପାଇଁ ଆଜି ପଞ୍ଜାବ ବିଧାୟକ ବି ପ୍ରଣବଙ୍କୁ ପ୍ରଶଂସା କରିଛନ୍ତି l ପଞ୍ଜାବ
ବିଧାୟକ କହିଛନ୍ତି ଯେ ପ୍ରଣବ ମୋ ସାନ ଭାଇ l ଓଡ଼ିଶାରେ ଗୁରୁନାନକଙ୍କୁ ଅଧିକ ଶ୍ରଦ୍ଧା କରାଯାଉଛି। ରାଜ୍ୟ ସରକାରଙ୍କୁ ସେଥିଲାଗି ସାଲୁଟ l ନିଜର କାମ ପାଇଁ ପ୍ରଣବ ନବୀନଙ୍କ ପ୍ରିୟ ପାତ୍ର ସାଜିଛନ୍ତି l ଆଉ ଏବେ ପ୍ରଣବକୁ ଭାଇ କରିଛନ୍ତି ପଞ୍ଜାବ ବିଧାୟକ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles