ନବୀନଙ୍କ ସଫଳତା ରଥରେ ପ୍ରଣବ ସାରଥି……..

() ନବୀନ ପଟ୍ଟନାୟକ l ୭୬ ବର୍ଷ ପୁରୀ ୭୭ ବର୍ଷରେ ପାଦ ଦେଇଛନ୍ତି l ଆଜି ପୁରା ଓଡ଼ିଶା ପାଳୁଛି ତାଙ୍କର ଜନ୍ମଦିନ l ହେଲେ ଜନ୍ମଦିନକୁ ସେବାର ଦିନ ଭାବେ ପାଳନ କରିବାକୁ ସବୁବେଳେ ମୂଖ୍ୟମନ୍ତ୍ରୀ କର୍ମୀ ଓ ନେତାଙ୍କୁ ପରାମର୍ଶ ଦିଅନ୍ତି l ଯେଉଁଥିପାଇଁ ବିଜେଡି ନବୀନ ଜନ୍ମଦିନକୁ ସେବାର ଦିନ ଭାବେ ପାଳନ କରୁଛି ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ l ୨୫ବର୍ଷ ଓଡ଼ିଶାବାସୀଙ୍କ ସେବା ପାଇଁ ନବୀନ ପ୍ରତ୍ୟେକ ଓଡ଼ିଆଙ୍କ ମନରେ ସ୍ଵତନ୍ତ୍ର ସ୍ଥାନ ବଜାଇ ରଖିଛନ୍ତି l ୨ଥର କେନ୍ଦ୍ର ମନ୍ତ୍ରୀ ଓ ୨୨ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ସେ ପ୍ରତ୍ୟେକ ଓଡ଼ିଆକୁ ନିଜର ପରିବାର ଭାବି ସେବା କରିଆସୁଛନ୍ତି l ତେବେ ତାଙ୍କ ଜନ୍ମଦିନରେ ନବୀନ ୫୦ବର୍ଷ ବୟସ ଯାଏ ରାଜନୀତିରେ ନଥାଇ କିପରି ଜନସେବା କରିବାର ପୁରା ଦେଶର ରୋଲ ମଡେ଼ଲ ସାଜିଲେ ତାହାକୁ ବିଜେଡିର ଏକ ସ୍ବତନ୍ତ୍ର ଉତ୍ସବରେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଦଳୀୟ ନେତା ଓ କର୍ମୀଙ୍କୁ କହିଥିଲେ l ଆଉ ନବୀନଙ୍କ ବିଷୟରେ ସେ ଅକୁଆ କଥା ଥିଲା ଏମିତି……

 

ସାରା ପୃଥିବୀ ବୁଲିବା ଲୋକ ୨୨ ବର୍ଷ ହେଲା ଓଡ଼ିଶାରେ ରହିଛନ୍ତି । ଦିନେ କେବେ ସୁଖ ସ୍ୱାଛନ୍ଦ୍ୟର ଜୀବନ ବିତାଇବାକୁ କଳ୍ପନା ବି କରିନାହାନ୍ତି । ୨୪ ଘଣ୍ଟା ଓଡ଼ିଶା ଓ ଓଡ଼ିଆଙ୍କ କଥା ଚିନ୍ତା କରିବା ସହ ସେହି କାମରେ ଲାଗିଛନ୍ତି । କାରଣ ତାଙ୍କର ପ୍ରତିବଦ୍ଧତା ଏ ଜାତି ପାଇଁ, ଏ ରାଜ୍ୟପାଇଁ ଏବଂ ଏ ମାଟିର ଲୋକଙ୍କ ପାଇଁ ସବୁ ବେଳେ ରହିଛି । ମାତ୍ର ୨୦ ବର୍ଷ ତଳେ ଯେଉଁ ଆନ୍ଧ୍ରପ୍ରଦେଶ ଆମକୁ ମହାବାତ୍ୟାରେ ସାହାଯ୍ୟ କରିଥିଲା ଏବଂ ଆମେ ସହଯୋଗର ହାତ ପତାଇଥିଲୁ ଆଜି ସେମାନଙ୍କୁ ଆମେ ସହଯୋଗ କରୁଛୁ । ୨ବର୍ଷ ତଳେ ବିଜୁ ଯୁବ ଜନତା ଦଳର ରାଜ୍ଯ କାର୍ଯ୍ୟ କାରିଣୀରେ ଏକଥା କହିଥିଲେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ।

 

ବିଜୁ ପଟ୍ଟନାୟକ ଜଣେ ଅଗ୍ରଣୀ କ୍ୟାପିଟାଲିଷ୍ଟ ହୋଇଥିଲେ । ସାରା ଦୁନିଆ ବୁଲିବା ପରେ ସେ ଯେତେବେଳେ ଓଡ଼ିଶା ଆସିଲେ ଏବଂ ରାଜ୍ଯର ସ୍ଥିତି ଦେଖିଲେ ସେ ମର୍ମାହତ ହେଲେ। ଓଡ଼ିଶା ପାଇଁ ଓ ରାଜ୍ଯବାସୀଙ୍କ ପାଇଁ ସ୍ବପ୍ନ ଦେଖିବା ଆରମ୍ଭ କଲେ। ମୋ ଓଡ଼ିଶା ମୋ ଓଡ଼ିଆ ପାଇଁ ସାରା ଜୀବନ କାମ କଲେ । ତାଙ୍କର ପୁଅ ନବୀନ ପଟ୍ଟନାୟକ। ସାରା ପ୍ରୁଥିବୀ ବୁଲିବା ଯାହାଙ୍କ ସଉକ ଥିଲା ସେ ତାଙ୍କ ପିତାଙ୍କ ସ୍ବପ୍ନକୁ ସାକାର କରିବା ଓ ଓଡ଼ିଆ ଲୋକଙ୍କର ସେବା କରିବାକୁ ନିଜର ସବୁ ସୁଖ ସ୍ବାଚ୍ଛନ୍ଦ୍ଯକୁ ଜଳାଂଜଳି ଦେଇଛନ୍ତି। ଗତ ୨୨ ବର୍ଷ ହେଲା ଲଗାତର ୨୪ ଘଣ୍ଟା ସେ ଲୋକଙ୍କ ପାଇଁ କାମ କରୁଛନ୍ତି। ତାଙ୍କର ସ୍ୱପ୍ନ ହେଲା, ଏ ଜାତି ଦିନେ ଆଗକୁ ଯିବ । ବିଜୁ ବାବୁ ଖାରବେଳଙ୍କ କଥା କହିଥିଲେ । ଯୁବକଙ୍କ ଭିତରେ ସ୍ୱପ୍ନକୁ ଦେଖିଥିଲେ । ଜଣେ ବିନ୍ଧାଣୀ ଭାବରେ ଉଭା ହେଲେ । ମୁଁ ବହୁତ ଥର ସାରଙ୍କ ସହ ଦିଲ୍ଲୀରୁ ଫେରିଥାଏ। ମୁଁ ୨/୪ ଥର ସାରଙ୍କୁ ଡ୍ରାଇଭ କରିଛି । ପାଖରେ ଦେଖିଛି । ସେ ଯେଉଁଠି ବି ଥାଆନ୍ତି, କେବଳ ସେ ଓଡ଼ିଶା କଥା ଭାବନ୍ତି କେବଳ ଓଡ଼ିଶା । କାରଣ ଏ ଦଳ ହିଁ ଓଡ଼ିଶାକୁ ନେତୃତ୍ୱ ଦେଇପାରିବ ଏବଂ ସେ କଣ ତ୍ୟାଗ ନ କରିଛନ୍ତି ରାଜ୍ଯକୁ ଆଗକୁ ନେବାପାଇଁ। ୨୨ ବର୍ଷ ଭିତରେ କେବେ ସେ ପଦାକୁ ଯାଇ ନାହାନ୍ତି । ୨୪ ଘଣ୍ଟା ଲୋକଙ୍କ ସହ ଅଛନ୍ତି । ଆନ୍ଧ୍ରପ୍ରଦେଶରୁ ଆସିଥିଲା ୧୯୯୯ ବାତ୍ଯା ବେଳେ ମେସିନ୍ । ଆମେ ହାତ ପତାଉଥିଲୁ । ଖଣ୍ଡେ ରାସ୍ତା ପାଇଁ ଆମେ ହାତ ପତାଉଥିଲୁ । ଜେସିବି ଦେଖିବାକୁ ଲୋକ ଠିଆ ହୋଇ ରହୁଥିଲେ । କିନ୍ତୁ ଗତ ହୁଡହୁଡ ସମୟର କଥା। ମୁଁ ଯେତେବେଳେ ଏନର୍ଜି ମିନିଷ୍ଟର ଥାଏ । ଆନ୍ଧ୍ରକୁ ଯାଇଥିଲି, ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଯେ୍ମିତି ରିସିଭ୍ କରାଯାଏ ମୋତେ ସେମିତି ରିସିଭି କରାଗଲା । ଓଡ଼ିଶା ସରକାରଙ୍କୁ କି ପ୍ରଶଂସା। କାରଣ ଆମେ ତାଙ୍କୁ ସହଯୋଗ କରିଥିଲୁ। ମାତ୍ର ୧୩ରୁ ୧୪ ବର୍ଷ ମଧ୍ୟରେ ବଦଳିଗଲା ଚିତ୍ର । ଏ ହେଉଛି ପରିବର୍ତ୍ତିନର ଚିତ୍ର । ମୁଖ୍ଯମନ୍ତ୍କୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଦରକାର ବୋଲି ପ୍ରଣବ ଯୁବପୀଢ଼ି ଙ୍କୁ ଆହ୍ୱାନ ଦେଇଛନ୍ତି। ମୁଖ୍ଯମନ୍ତ୍ରୀଙ୍କର ନିଜର ବୋଲି କିଛି ନାହିଁ , ପରିବାର ପାଇଁ କିଛି ନାହିଁ, ଯାହା ଅଛି ସେ ସବୁ ଓଡ଼ିଶାବାସୀଙ୍କର । ଦେଶର ସବୁ ମୁଖ୍ୟମନ୍ତ୍ରୀ କଣ ଗାଡ଼ି ଚଢନ୍ତି ଆପଣ ଦେଖୁଥିବେ । ଆମ ମୁଖ୍ୟମନ୍ତ୍ରୀ କି ଗାଡ଼ି ଚଢୁଛନ୍ତି ଦେଖିଥିବେ । ଏଷ୍ଟିମ ଗାଡ଼ିଟା ବଦଳରେ ଗୋଟେ ଭଲ ଗାଡ଼ି ଚଢିବା ପାଇଁ ସାରଙ୍କୁ ପ୍ରସ୍ତାବ ଦେଇଥିଲୁ। କିନ୍ତୁ ଚୂଡାନ୍ତ ଗାଡ଼ି ଆସିଲା ବେଳକୁ ଆସିଲା ଏସଏକ୍ସ-୪ । ସାର୍ ଡେଙ୍ଗା ଲୋକ ତଥାପି ସେ କହିଲେ ଏଇଟା ଲୋକଙ୍କ ଟଙ୍କା । ଯେତେ କମରେ ହୋଇପାରିବ ଗାଡ଼ି ଆଣ। ଏପିରିକି ମୁଁ ସବୁ ବେଳେ ଚେଷ୍ଟା କରେ ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବାକୁ । ଜଣେ ବ୍ୟକ୍ତିଗତ ଲୋକ ମତେ କହିଥିଲେ, ମୁଁ ସାରଙ୍କୁ ପଚାରିଲି ସାର୍ ଆପଣ କେତେବେଳେ ଖୁସି ହୁଅନ୍ତି । ସେ ବିନା ପଜ ନେଇ କହିଥିଲେ ଓଡ଼ିଶା ପାଇଁ ମୁଁ ଯେତେବେଳେ କିଛି କାମକରେ ଏବଂ ଏଠାକାର ଲୋକ ଯେତେବେଳେ ଖୁସି ହୁଅନ୍ତୁ ସେତେବେଳେ ମୁଁ ଖୁସି ହୁଏ । ମୁଖ୍ୟମନ୍ତ୍ରୀଙ୍କୁ ଖୁସିକଲେ ହେବନି, ଲୋକଙ୍କ ପାଇଁ କାମ କରିବାକୁ ପଡ଼ିବ । ରାଜ୍ୟ ପାଇଁ ପ୍ରତିବଦ୍ଧତା । ସାରା ବିଶ୍ୱ ଆସି ଓଡ଼ିଶା ପାଖରେ ଠିଆ ହୋଇଛି । ଖଣିଜ ସଂପଦର ଟଙ୍କାକୁ ନିଜ ଟଙ୍କା ଭାବି ସେ ନେଇ ନାହାନ୍ତି । ଲୋକଙ୍କୁ ସେ ଫେରାଇ ଦେଇଛନ୍ତି ବିଭିନ୍ନ ଉପାୟରେ । ଗଞ୍ଜାମର ଲୋକ ଯାହା ମହାମହିମ ରାଜ୍ୟପାଳ ମଧ୍ୟ ସମାନ । ତାଙ୍କର ରାଜ୍ୟ ପାଇଁ ପ୍ରତିବଦ୍ଧତା, ମୁଁ ଓଡ଼ିଆ, ମୋ ଜାତି ଓଡ଼ିଆ । ତାଙ୍କର ଗୋଟିଏ ପ୍ରାଣ ଜୟ ଜଗନ୍ନାଥ । ଜଗନ୍ନାଥ କହନ୍ତି ଏବଂ ଓଡ଼ିଆ ପାଇଁ କାମ କରନ୍ତି । ଜୟଯାତ୍ରା କରନ୍ତି ବିଶ୍ୱ ଦରବାରରେ ଓଡ଼ିଶାକୁ ପହଞ୍ଚାଇବା ପାଇଁ । କୃଷି କର୍ମଣ ଠାରୁ ଆରମ୍ଭ କରି ବହୁ ପୁରସ୍କାର ପାଇଛି ଓଡ଼ିଶା । ଦିନେ ଓଡ଼ିଶା ଭାରତ ବର୍ଷକୁ ଦିଗଦର୍ଶନ ଦେବ ବୋଲି ପ୍ରଣବ କହିଛନ୍ତି।

 

 

 

ଓଡ଼ିଶା ପ୍ରତି ମୁଖ୍ଯମନ୍ତ୍ରୀଙ୍କର ପ୍ରତିବଦ୍ଧତା ସବୁବେଳେ ରହିଛି । ଯଦି ଏ ଦଳ ଆଗକୁ ଆହୁରି ସଂଘଠିତ ହେବ ତେବେ ବିଜୁ ଯୁବ ଜନତା ଦଳ ହିଁ କରିପାରିବ । ସାରା ଓଡ଼ିଶା ଆଜି ବଞ୍ଚିଛି ତାଙ୍କ ପାଇଁ । ସେ ତିଆରି କରିଛନ୍ତି ଜୀବନ ବିନ୍ଦୁ । ଜୀବନବିନ୍ଦୁ ଜରିଆରେ ଆମେ ଲକ୍ଷାଧିକ ଲୋକଙ୍କୁ ରକ୍ତ ଅଭାବରୁ ମରିବାକୁ ଦେଇନାହୁଁ। ତାଙ୍କ ନେତ୍ରୁତ୍ୱକୁ ଆହୁରି ସୁଦ୍ରୁଢ କରିବାକୁ ହେବ। ଯେଉଁ ନେତା ତାଙ୍କର ସବୁ ସୁଖ ସ୍ୱାଛନ୍ଦ୍ୟକୁ ବଳିଦେଇ ଯିଏ ଆମ ପାଇଁ କାମ କରୁଛନ୍ତି ଆମେ ତାଙ୍କ ପାଇଁ ନିଜକୁ ସମର୍ପିତ କରିବାକୁ ଶପଥ ନେବା।

ନୂଆ ଓଡ଼ିଶା ଓ ସଶକ୍ତଓଡ଼ିଶା ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ଯେଉଁ ବିକାଶର ରଥ ପୁରା ଓଡ଼ିଶାରେ ବିଲାଉଛନ୍ତି ତାହାର ସାରଥି ସାଜିଛନ୍ତି ବିଜେଡି ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ l ସବୁବେଳେ ଲୋକଙ୍କ ସାଥିରେ ରହି ପ୍ରଣବ ସେମାନଙ୍କ ଦୁଃଖ ଓ ସୁଖ ବୁଝିବା ସହ ସରକାର କରୁଥିବା ଯୋଜନାରେ କେହି ଜଣେ ହେଲେ କିପରୀ ବାଦ ନପଡ଼ିବେ ତାହା ଉପରେ ପ୍ରଣବ ଗୁରୁତ୍ଵ ଦେଇଛନ୍ତି l

ନବୀନ @୭୭ : ବିପଦରେ ଆସିଥିଲେ, ସମ୍ପଦରେ ଭରିଦେଲେ …..

() ୧୯୯୯ ମସିହା ମହାବାତ୍ୟା । ଓଡ଼ିଶା ମହାବିପତ୍ତି ସମୟରେ ହଠାତ ଓଡିଶାର ସାହାରା ବାଡ଼ି ଭାବେ ଛିଡ଼ା ହେଲେ ନବୀନ ପଟ୍ଟନାୟକ । ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାନ ପୁଅ ନବୀନ ପଟ୍ଟନାୟକ ରାଜନୀତିକୁ ଆସିଥିଲେ ମଧ୍ୟ ତାଙ୍କର ଅସଲ ପରିଚୟ୧୯୯୭ ମସିହାର ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ରାଜନୀତିରେ ପ୍ରବେଶ କଲେ ନବୀନ । ଆଉ ତା ପର ଠାରୁ ଅପରାଜୟ. ଅପ୍ରତିଦ୍ୱନ୍ଦୀ , ରାଜନନେତା ଭାବେ ରାଜ୍ କଲେ ଓଡ଼ିଶାରେ । ନିଜର ସ୍ୱଚ୍ଛ, ନିର୍ମଳ, ସୁଶାସନ ପାଇଁ ସେ ପାଲଟିଗଲେ ଜନନାୟକ । ଲୋକଙ୍କ ଭଲ ପାଇବା ଓ ଆର୍ଶୀବାଦ ଫଳରେ ୫ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ବସିଲେଣି ନବୀନ । ନବୀନଙ୍କୁ ଛାଡ଼ିଦେଲେ ଓଡ଼ିଶାରେ ବିକଳ୍ପ ରାଜନେତା ଏପର୍ଯ୍ୟନ୍ତ ଦେଖାଦେଇନାହାନ୍ତି । ଓଡ଼ିଶାବାସୀଙ୍କୁ ନିଜର ପରିବାର ଭାବେ ଗ୍ରହଣ କରି ସେମାନଙ୍କ ସୁଖରେ ଓ ଦୁଃଖରେ ସବୁବେଳେ ଛିଡ଼ା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ସରଳ ଓ ନିରାଡ଼ମ୍ବର ଜବୀନଶଶୈଳୀ କଟାନ୍ତି ସେ । ରାଜ୍ୟବାସୀ ଯେପରି କୌଣସି ଅଭାବ ଓ ଅସୁବିଧାରେ ନପଡ଼ିବେ ସେଥିଲାଗି ଜନ୍ମରୁ ମୃତ୍ୟୁଯାଏ ଯୋଜନା କରି ଓଡ଼ିଶାବାସୀଙ୍କ ସାହାରା ସାଜିଛନ୍ତି ନବୀନ । ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରି ନବୀନ ରାଜ୍ୟବାସୀଙ୍କ ଧନଜୀବନ ରକ୍ଷା କରିଛନ୍ତି । ଆଜି ୭୭ ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ ୨୧ ବର୍ଷ ଧରି ଓଡ଼ିଶା ଶାସନର ମଙ୍ଗ ଧରିଛନ୍ତି ନବୀନ ପଟ୍ଟନାୟକ । ହେଲେ ଏବେ ବି ସେ ନିବିବାଦୀୟ, ନିକଳଙ୍କ ନେତାଭାବରେ ସେ ଓଡ଼ିଶା, କାହିକିଁ ପୁରା ଦେଶରେ ବେଶ ପରିଚିତ । ଜଣେ କ୍ଲିନ ରାଜନେତା ଭାବେ ପ୍ରତ୍ୟେକ ଓଡ଼ିଆବାସୀଙ୍କ ହୃଦୟରେ ନବୀନ ରାଜ କରୁଛନ୍ତିି । ଯେଉଁଥି ପାଇଁ ନବୀନ ଆଜି ବି ଅପ୍ରତିଦ୍ୱନ୍ଦୀ, ଅପରାଜୟ, ଅଦ୍ୱିତୀୟ ନେତା ଭାବେ ଘରେଘରେ ପରିଚିତ ।ଦୁର୍ନୀତି ମୁକ୍ତ ସରକାର ପାଇଁ ନବୀନ ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ଲାଭ କରିଛନ୍ତି । ପ୍ରତି ନିର୍ବାଚନରେ ତାଙ୍କୁ ମିଳେ ବଡ଼ ସଫଳତା । ଏସବୁ ସଫଳତାର ବଡ଼ ଅସ୍ତ୍ର ନିଜେ ନବୀନ । ତାଙ୍କ ଆଗରେ ଜାତୀୟ ସ୍ତରର ନେତା, ବିଭିନ୍ନ ପ୍ରସଙ୍ଗ ତୁଚ୍ଛ । ଭୋଟରଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ନେଇସାରିଥିବା ନବୀନ ଏବେ ଜନନାୟକ ଭାବେ ପରିଚିତ ହୋଇଛନ୍ତି । ବିରୋଧୀ ଯେତେ ଅଭିଯୋଗ କଲେ ବି ନବୀନ ତାହା କାଉଣ୍ଟର ଜବାବ ଦିିଅନ୍ତିନି । ବଂର କଥା କମ କାମ ଅଧିକରେ ବିଶ୍ୱାସ କରି ଦୀର୍ଘ ୨୧ ବର୍ଷ ହେବ ରାଜ୍ୟବାସୀଙ୍କ ସେବା କରିଚାଲିଛନ୍ତି ସେ । ଯେତେବେଳେ ଦେଶରେ ରାଜନୈତିକ ହଟଚମଟ ଦେଖାଦେଉଛି ସେତେବେଳେ ନବୀନ ଦେଶର ନେତୃତ୍ୱ ନେବା କଥା ଚର୍ଚ୍ଚା ହୁଏ । ବହୁ ରାଜନୈତିକ ଦଳ ଓ ଦେଶର ହେବିୱଟ ନେତାମାନେ ନବୀନଙ୍କୁ ପ୍ରସ୍ତାବ ଦିଅନ୍ତି ରିଙ୍ଗ ମାଷ୍ଟର ହେବା ପାଇଁ । ଜାତୀୟ ଗଣମାଧ୍ୟମରେ ବି ନବୀନ ନାଁକୁ ନେଇ କେତେଥର ଚର୍ଚ୍ଚା ହୁଏ । ହେଲେ ଏସବୁ ଚର୍ଚ୍ଚାର ଅର୍ଥ ଯେମିତି କିଛି ନୁହେଁ, ନବୀନଙ୍କ ରାଜ୍ୟବାସୀଙ୍କ ପ୍ରତି ଥିବା ଭଲ ପାଇବା ଆଗରେ । ବାରମ୍ବାର ଓ ସବୁବେଳେ ନବୀନ କହନ୍ତି ସେ ଓଡ଼ିଶାରେ ରହିବେ ଓ ଓଡ଼ିଶାବାସୀଙ୍କ ସେବା କରିବେ ।

 

ଯେଉଁଥି ପାଇଁ ନବୀନ ସାଜିଛନ୍ତି ଶ୍ରେଷ୍ଠ ପ୍ରଶାସକ , ୧ନମ୍ବର ମୁଖ୍ୟମନ୍ତ୍ରୀ, ଆଦର୍ଶ ମୁଖ୍ୟମନ୍ତ୍ରୀ ଓ ସାଢେ ଚାରିକୋଟି ଓଡ଼ିଆଙ୍କ ମଉଡ଼ମଣୀ ।

 

୧୯୪୬ ମସିହା ଆଜିର ଦିନରେ କଟକରେ ଜନ୍ମ ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭୬ବର୍ଷ ପୁରି ୭୭ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିପଦରେ ଆସି ସମ୍ପଦରେ କିପରି ଓଡ଼ିଶାକୁ ଭାରିଦେଲେ ନବୀନ ନଜର ପକାନ୍ତୁ ୧୫ଟି ବଡ ଉଦାହରଣ ଉପରେ…..

୧_୨୦୦୦ମସିହାରେ ରାଜ୍ୟର ବଜେଟ ୪୬ହଜାର କୋଟି ଥିବାବେଳେ ଏବେ ଏହା ୨ଲକ୍ଷ କୋଟିରେ ପହଞ୍ଚିଛି l

୨_ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ

୩_ଭୋକର ଭୂଗୋଳ ଓଡ଼ିଶା ଆଜି ଖାଦ୍ୟ ବଳକା ରାଜ୍ୟରେ ପରିଣତ କରିବା

୪_ସ୍ବାସ୍ଥ୍ୟ କ୍ଷେତ୍ରରେ ୮ରୁ ଅଧିକ ଜିଲ୍ଲାରେ ମେଡ଼ିକାଲ କଲେଜ ସ୍ଥାପନ ହେବା ସହ ପ୍ରତ୍ୟେକ ଜିଲ୍ଲାର ମେଡିକାଲକୁ ନୂଆ ରୁପ ଦେବା

୫_ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଜରିଆରେ ମହିଳାଙ୍କୁ ୧୦ଲକ୍ଷ୍ ଓ ପୁରୁଷଙ୍କୁ ୫ଲକ୍ଷ ଯାଏ ସ୍ବାସ୍ଥ୍ୟ ବୀମା ଦେବା l

୬_ମାଗଣାରେ ଗରିବ ଲୋକଙ୍କୁ ୧ଟଙ୍କିଆ ଚାଉଳ ଯୋଗାଣ

୭_୮୪୬ରୁ ଅଧିକ ସେତୁ ବିଭିନ୍ନ ନଦୀ ଉପରେ କରିବା ସହ ବିଚ୍ଛିନ୍ନାଞ୍ଚଳରେ ଯୋଗାଯୋଗ ସୁଗମ କରିବା

୮_ଶକ୍ତି କ୍ଷେତ୍ରରେ ସଂସ୍କାର ଆଣିବା ସହ ଓଡ଼ିଶାକୁ ବିଜୁଳି ବଳକା ରାଜ୍ୟରେ ପରିଣତ କରିବା

୯_ସରକାରୀ ସ୍କୁଲକୁ ନୂଆ ରୂପ ଦେବା

୧୦_ଚାଷୀଙ୍କୁ କାଳିଆ, ବଳରାମ ଯୋଜନାରେ ଆର୍ଥିକ ସହାୟତା ଦେବା ସହ ସମବାୟ ବ୍ୟାଙ୍କ ଜରିଆରେ ୧ ଲକ୍ଷ ଟଙ୍କା ଯାଏ ବିନା ସୁଧରେ ଋଣ ଦେବା ଓ ସେମାନଙ୍କ ଆୟ ବୃଦ୍ଧି କରିବା l

୧୧_୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ମିଶନ ଶକ୍ତି ମାଧ୍ୟମରେ ଯୋଡିବା

୧୨_୨୦୦୦ ମସିହାରୁ ୨୦୨୨ଯାଏ ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରିବା ଓ ବିଶ୍ଵ ପାଇଁ ରୋଲ୍ ମଡେ଼ଲ ଓଡ଼ିଶା ସାଜିବା । ..

୧୩: ଜାଗା ମିଶନ ଜରିଆରେ ଭୂମୀହୀନଙ୍କୁ ମାଗଣାରେ ଜମି ଯୋଗାଇ ଦେବା l

୧୪_ପୁରୀ, ଲିଙ୍ଗରାଜ, ସମ୍ବଲେଇ, ବିରଜା ମନ୍ଦିର ଓ ବିଭିନ୍ନ ଧର୍ମାନୁଷ୍ଠାନକୁ ନୂଆ ରୂପ ଦେବା

୧୫_ ବିଜୁ ପକ୍କା ଘର ଗରିବଙ୍କୁ ଯୋଗାଇବା ସହ ସବୁ ଗାଁକୁ ପକ୍କା ରାସ୍ତା….

 

ବିଗ ନ୍ୟୁଜ ଓଡ଼ିଶା ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଭ୍‌କ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।

ଜନ୍ମ ଦିନରେ ନବୀନ ନିବାସ ନ ଆସିବାକୁ ଅନୁରୋଧ କଲେ: ମୁଖ୍ୟମନ୍ତ୍ରୀ…

() ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ନବୀନ ନିବାସ ନ ଆସିବାକୁ ଅନୁରୋଧ।

{} ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଆସନ୍ତା କାଲି ଅକ୍ଟୋବର ୧୬ ତାରିଖ ରେ ରବିବାର ଦିନ ପଡୁଛି ।ତେବେ ମୁଖ୍ୟମନ୍ତ୍ରୀ Make in Odisha କାର୍ଯ୍ୟକ୍ରମ ପାଇଁ ରବି ବାର Hyderabad ଗସ୍ତରେ ଯାଉଥିବାରୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ସେ ଶୁଭେଛୁ ମାନଙ୍କୁ ଅନୁ ରୋଧ ଜଣାଇଛନ୍ତି ।ଓଡ଼ିଶା ବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ପାଇଁ ସେ ସବୁବେଳେ ୠଣୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି

କ୍ୟାବିନେଟ ନିଷ୍ପତ୍ତି ସଂପର୍କରେ ଓଡିଶା ବାସୀଙ୍କୁ ମାନଙ୍କୁ ବାର୍ତ୍ତା ଦେଲେ: ନବୀନ…

() କ୍ୟାବିନେଟ ନିଷ୍ପତ୍ତି ସଂପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଓଡିଶା ବାସୀଙ୍କୁ ବାର୍ତ୍ତା ।

ପ୍ରିୟ ଭାଇ ଓ ଭଉଣୀମାନେ,

{} ଆପଣମାନଙ୍କୁ ସମସ୍ତଙ୍କୁ ନମସ୍କାର। ଆପଣମାନଙ୍କ ଆଶୀର୍ବାଦରେ ୨୦୦୦ ମସିହାରେ ମୁଁ ଓଡିଶା ମା’ର ସେବାର ସୁଯୋଗ ପାଇଥିଲି। ମହାବାତ୍ୟା ପର ସ୍ଥିତି ଓ ଦୁର୍ବଳ ଆର୍ଥିକ ଅବସ୍ଥା ମୋ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା । ରାଜ୍ୟ ଓଭର ଡ୍ରାଫ୍ଟରେ ଚାଲୁଥିଲା। ନିତି ଦିନ ଖର୍ଚ୍ଚ ପାଇଁ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା । ଓଡିଶା ଅର୍ଥନୀତି ପାଇଁ ଏହା ଏକ କଳା ସମୟ ଥିଲା । ରାଜକୋଷ ଖାଲି ଥିଲା। ଅର୍ଥନୀତି ଉପରେ ବହୁତ ଚାପ ଥିଲା। ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି, କୃଷି, ଜଳସେଚନ ଆଦି ବିଭିନ୍ନ କ୍ଷେତ୍ରରେ ଆମେ ବହୁତ ପଛୁଆ ଥିଲୁ ।ବନ୍ୟା ବାତ୍ୟା ମରୁଡି ଲାଗି ରହି ଥିଲା ଗରିବୀ ବହୁ ଅଧିକ ଥିଲା।ସୀମିତ ସମ୍ବଳ ଭିତରେ ଏସବୁ କ୍ଷେତ୍ରରେ ଉନ୍ନତି ଆଣିବା ଥିଲା ଆମ ପାଇଁ ସବୁଠାରୁ ବଡ ପ୍ରାଥମିକତା।

ସେତେବେଳେ ନିଯୁକ୍ତି ପୁରାପୁରି ବନ୍ଦ ଥିଲା । ପୋଷ୍ଟ ସବୁ ଉଚ୍ଛେଦ କରିବାକୁ ପଡୁଥିଲା । ଏହା ମୋ ପାଇଁ ବହୁତ କଷ୍ଟକର ଥିଲା। ମୋ ରାଜ୍ୟର ପିଲାମାନେ ନିଯୁକ୍ତି ନ ପାଇ ହଇରାଣ ହେଉଥିଲେ। ଏହା ମୋତେ ବହୁତ ଦୁଃଖ ଦେଉଥିଲା । ପ୍ରତିଦିନ ମୋ ମନରେ ଚିନ୍ତା ଥିଲା, କେବେ ପରିସ୍ଥିତିରେ ଉନ୍ନତି ଆସିବ ଏବଂ ଆମ ପିଲାମାନେ ରେଗୁଲାର ନିଯୁକ୍ତି ପାଇବେ ?

ଆପଣମାନଙ୍କର ସହଯୋଗ ଓ ମହାପ୍ରଭୁଙ୍କ ଆଶୀର୍ବାଦ ହିଁ ଆମର ସବୁଠାରୁ ବଡ ଶକ୍ତି । ଉତ୍ତମ ଆର୍ଥିକ ପରିଚାଳନା ଓ ସୁଶାସନ ଜରିଆରେ ହିଁ ଧିରେ ଧିରେ ପରିସ୍ଥିତିରେ ଉନ୍ନତି ଆସିଲା । ୨୦୧୩ରୁ ଆମେ ଚୁକ୍ତିଭିତ୍ତିକ ନିଯୁକ୍ତି ଆରମ୍ଭ କଲୁ । ଏହା ମଧ୍ୟ ମୋ ପାଇଁ ଏକ କଷ୍ଟକର ନିଷ୍ପତ୍ତି ଥିଲା। ଏବେ ଆମ ଅର୍ଥନୀତିରେ ଉନ୍ନତି ଆସିଛି । ବିକାଶ କ୍ଷେତ୍ରରେ ଓଡିଶା ସାରା ଦେଶରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି । ଗତ ବର୍ଷ ଆମେ ଏହି ଚୁକ୍ତିଭିତ୍ତିକ ନିଯୁକ୍ତି କୁ ପରିବର୍ତ୍ତନ କରି ଇନିସିଆଲ ଆପଏଣ୍ଟି କରିଥିଲୁ ।  ଆଜି ମୁଁ ଖୁସିର ସହ ଘୋଷଣା କରୁଛି ଯେ ଆଜି ରାଜ୍ୟ କ୍ୟାବିନେଟ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବ୍ୟସ୍ଥାକୁ ସବୁଦିନ ପାଇଁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ବି ଅନେକ ରାଜ୍ୟରେ ନିୟମିତ ନିଯୁକ୍ତି ବନ୍ଦ ଅଛି । ଚୁକ୍ତିଭିତ୍ତିକ ନିଯୁକ୍ତି ଚାଲିଛି। ଓଡିଶାରେ ଚୁକ୍ତିଭିତ୍ତିକ ନିଯୁକ୍ତିର ଯୁଗ ଶେଷ ହେଲା। ସବୁ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ହେବ । ବହୁ ଦିନ ଧରି ଏ ସୁଦିନକୁ ମୁଁ ଅପେକ୍ଷା କରିଥିଲି। ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ। ୫୭ ହଜାରରୁ ଅଧିକ କର୍ମଚାରୀ ନିୟମିତ ହେବେ । ଏଥିପାଇଁ ହାରାହାରି 13୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ସେମାନଙ୍କ ପରିବାର ପାଇଁ ଏହା ଆଗୁଆ ଦୀପାବଳି ଆଣିଛି।   ଆଜି ଓଡିଶା ଆତ୍ମବିଶ୍ବାସର ସହ ଆଗକୁ ବଢୁଛି । ସଶକ୍ତ ହେଉଛି। ଓଡିଶା ଇତିହାସର ଏହା ଏକ ସୁବର୍ଣ୍ଣ ମୂହୁର୍ତ୍ତ । ସରକାରୀ କର୍ମଚାରୀ ମାନଙ୍କୁ ମୋର ଅନୁରୋଧ, ଆପଣମାନେ ସମସ୍ତେ ଭଲ କାମ କରନ୍ତୁ। ନିଷ୍ଠାର ସହ ଲୋକଙ୍କ ସେବା କରନ୍ତୁ । ଦାୟିତ୍ବ ପାଳନ କରିବାବେଳେ, ୫-ଟି ଉପକ୍ରମ – ଟିମ୍‌ ୱାର୍କ, ଟେକ୍‌ନୋଲୋଜି, ଟ୍ରାନ୍‌ସପ୍ୟାରେନ୍‌ସି ଓ ଟ୍ରାନସଫରମେସନକୁ ଅନୁସରଣ କରନ୍ତୁ। ସରକାରଙ୍କ ପରିଚୟକୁ ଆହୁରି ଉଜ୍ଜଳ କରନ୍ତୁ ଏବଂ ଓଡିଶାର ରୂପାନ୍ତରରେ ନିଜର ଗୁରୁତ୍ବପୂର୍ଣ୍ଣ ଅବଦାନ ରଖନ୍ତୁ ।

 

ଉଦୟପୁର ଚିନ୍ତନଶିବିର ଘୋଷଣା ହିଁ ମୋ ଇସ୍ତାହାର : ମଲ୍ଲିକାର୍ଜୁନ ଖଡ଼ଗେ…

() ଆଜି ଏଆଇସିସି ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ସାଂସଦ ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେ ଓଡ଼ିଶା ଗସ୍ତରେ ଆସି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭ୍ୟମାନଙ୍କ ବୈଠକରେ ନିଜର ପ୍ରାର୍ଥିତ୍ୱ ସଂପର୍କରେ ଅବତାରଣା କରିବା ସହ ସମସ୍ତଙ୍କୁ ଭୋଟ ଦେବାପାଇଁ ନିବେଦନ କରିଥିଲେ । ଏହି ବୈଠକପରେ ସେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କର ଗସ୍ତ ସପଂର୍କରେ କହିଥିଲେ । ଶ୍ରୀ ଖଡ଼ଗେଙ୍କ ସହ ଅଖିଳ ଭାରତ କଂଗ୍ରେସ କମିଟିର ପୂର୍ବତନ ମୁଖପାତ୍ର ଡଃ ଗୌରବ ବଲ୍ଲଭ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିଥିଲେ । ସେ ପ୍ରଥମେ ଶ୍ରୀ ଖଡ଼ଗେଙ୍କର ଦୀର୍ଘ ରାଜନୈତିକ ଜୀବନ, କଂଗ୍ରେସ ଦଳ ପ୍ରତି ତାଙ୍କର ପ୍ରତିବଦ୍ଧତା ଏବଂ ରାଜନୀତି କ୍ଷେତ୍ରରେ ବିଶାଳ ଅଭିଜ୍ଞତା ସଂପର୍କରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କହିଥିଲେ । ଶ୍ରୀ ବଲ୍ଲଭ ସୂଚନା ଦେଇଥିଲେ ଯେ ଇନ୍ଦିରା ଗାନ୍ଧୀଙ୍କ ସମୟରୁ ସେ କଂଗ୍ରେସ ଦଳରେ ସକ୍ରୀୟ ଭାବେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଆସୁଛନ୍ତି । ପ୍ରାୟ ୫୫ ବର୍ଷ ଧରି ଶୃଙ୍ଖଳା ଓ ନିଷ୍ଠାର ସହ ଦଳର ସେବା କରିଆସୁଛନ୍ତି । ସେ ପ୍ରଥମେ ବ୍ଲକ କଂଗ୍ରେସ ସଭାପତି, ଜିଲ୍ଲା କଂଗ୍ରେସ ଉପସଭାପତି ଓ ସଭାପତି, ପ୍ରଦେଶ କଂଗ୍ରେସ ଉପସଭାପତି ଓ ସଭାପତି, ବିରୋଧି ଦଳ ନେତା ଭାବରେ କାର୍ଯ୍ୟକରି ଆସିଛନ୍ତି । କର୍ଣ୍ଣାଟକ ପ୍ରଦେଶରେ ବହୁବାର ମନ୍ତ୍ରୀ ଏବଂ ନିରବଚ୍ଛିନ୍ନ ଭାବରେ ୯ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଲୋକସଭାକୁ ଦୁଇଥର ଏବଂ ରାଜ୍ୟ ସଭାକୁ ଥରେ ନିର୍ବାଚିତ ହୋଇଛନ୍ତି । ସେ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଏବଂ ରାଜ୍ୟ ସଭାରେ ବିରୋଧି ଦଳ ନେତା ଭାବରେ ସୂଚାରୁରୂପେ ଦାୟୀତ୍ୱ ନିର୍ବାହ କରିଛନ୍ତି ।

ଶ୍ରୀ ଖଡ଼ଗେ କହିଥିଲେ ଯେ ସେ ଦୀର୍ଘ ୫୫ ବର୍ଷଧରି ନିଷ୍ଠା ଓ ଶୃଙ୍ଖଳା ସହ ଉତ୍ସର୍ଗୀକୃତ ଭାବେ ଦଳରେ କାର୍ଯ୍ୟ କରିଆସୁଛନ୍ତି । ସେ ତାଙ୍କର ଇସ୍ତାହାର ସଂପର୍କରେ ସୂଚନା ଦେଇ କହିଲେ ଯେ ତାଙ୍କର କିଛି ନୂତନ ଇସ୍ତାହାର ନାହିଁ । ରାଜସ୍ଥାନର ଉଦୟପୁର ଚିନ୍ତନ ଶିବିବରରେ ଏଆଇସିସିର ବିଭିନ୍ନ ବିଶେଷଜ୍ଞ କମିଟି ର ଘୋଷଣା ହିଁ ତାଙ୍କର ଇସ୍ତାହାର ବୋଲି ସେ କହିଥିଲେ । ସେହି ଘୋଷଣା ନାମା ଅନୁସାରେ ସାମାଜିକ ନ୍ୟାୟ, କୃଷକ ଓ ଯୁବକମାନଙ୍କର ଅଧିକାର, ଅର୍ଥନୈତିକ ଓ ବୈଦଶିକ ନୀତି ଏବଂ ବିଶେଷ କରି କଂଗ୍ରେସ ସାଂଗଠନିକ କାର୍ଯ୍ୟକ୍ରମ ପ୍ରସ୍ତୁତ ହେବ ।

ସେ ତାଙ୍କର ଆଗାମୀ ସଂଗ୍ରାମ ସଂପର୍କରେ ଏକ ଝଲକ ଦେଇ କହିଲେ ଯେ ଆମକୁ ଦେଶକୁ ରସାତଳଗାମୀ କରୁଥିବା ମୋଦି ସରକାର ବିରୁଦ୍ଧରେ ଦୁର୍ବାର ଆନ୍ଦୋଳନ କରିବାକୁ ହେବ । ଦରଦାମ ବୃଦ୍ଧି, ଜାତି, ଧର୍ମ ଓ ବର୍ଣ୍ଣକୁ ନେଇ ଦେଶରେ ହିଂସା, ଇର୍ଷା ଓ ଭେଦଭାବ ସୃଷ୍ଟି କରୁଥିବା ମୋଦି, ବିଜେପି ଓ ଆରଏସଏସକୁ ମୁକାବିଲା କରି ଦେଶରେ ଅଖଣ୍ଡତା, ଭାତୃଭାବ, ଶାନ୍ତି, ପ୍ରିତି ଓ ମୈତ୍ରି ବଜାୟ ରଖିବା ହେଉଛି ଆମର କର୍ତବ୍ୟ । ଗଣତନ୍ତ୍ର ଏବଂ ସଂବିଧାନ ଏବେ ବିପଦ ଗ୍ରସ୍ତ । ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକ ମୋଦି ସରକାରଙ୍କ ଦ୍ୱାରା କବଳିତ । ମୋଦି ସରକାର ଗଣତନ୍ତ୍ରଙ୍କୁ ହତ୍ୟା କରୁଛନ୍ତି । କଂଗ୍ରେସର ନିର୍ବାଚିତ ସରକାର ଯଥା କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଆଦିକୁ ସରକାରୀ କଳର ଅପବ୍ୟବହାର ଓ ଅର୍ଥବଳ ପ୍ରୟୋଗ କରି ମୋଦି ସରକାର ଭାଙ୍ଗି ଦେଇଛନ୍ତି । ଗୋଆ ଓ ମଣିପୁରରେ ମଧ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅବମାନନା କରିଛନ୍ତି । ସାରା ଦେଶରେ ଯେଉଁମାନେ ଅଣବିଜେପି ସରକାର ଗଠନ କରିଛନ୍ତି ସେମାନଙ୍କୁ ଭୀତସ୍ତତ କରାଉଛନ୍ତି । ବିଧାୟକ କିଣି ସରକାର ଗଢ଼ିବା ଏବଂ ନିର୍ବାଚିତ ସରକାରକୁ ଭାଙ୍ଗିବା ମୋଦି ସରକାର ଓ ବିଜେପିର ପ୍ରଧାନ ଲକ୍ଷ୍ୟ । ଦେଶର ସଂପତି ଯାହାକି ଦୀର୍ଘ ଅର୍ଦ୍ଧଶତାବ୍ଦି ଧରି କଂଗ୍ରେସ ସରକାର ସୃଷ୍ଟି କରିଥିଲା ଏବେ ସେ ସବୁକୁ ମୋଦି ତାଙ୍କ କିଛି ନିର୍ଦ୍ଦିଷ୍ଟ ଶିଳ୍ପପତି ବନ୍ଧୁମାନଙ୍କ ହାତରେ ଟେକି ଦେଉଛନ୍ତି । ଯେଉଁମାନେ ମୋଦି ସରକାରଙ୍କ ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୁଦ୍ଧରେ ପ୍ରତିବାଦ କରୁଛନ୍ତି ସେମାନଙ୍କୁ ସିବିଆଇ, ଇଡି ଓ ଆୟକର ବିଭାଗକୁ ଲଗାଇ ହଇରାଣ ହରକତ କରାଯାଉଛି ।

ଶ୍ରୀ ଖଡ଼ଗେ କହିଥିଲେ ଯେ ଦେଶ ସ୍ୱାଧୀନତା ପାଇଁ ଆରଏସଏସ ବା ବିଜେପି ଦଳର କୌଣସି ଅବଦାନ ନାହିଁ । କଂଗ୍ରେସ ଦଳ ଦେଶକୁ ସ୍ୱାଧୀନତା ଦେଇଛି । ଦେଶ ଗଠନ କରିଛି । ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ବଲ୍ଲଭଭାଇ ପଟେଲ ଏବଂ ସୁଭାଷ ବୋଷଙ୍କ ତ୍ୟାଗ ଓ ତିତୀକ୍ଷାର ପଟାନ୍ତର ନାହିଁ । ଆରଏସଏସ ବ୍ରିଟିଶର ବୋଲକରା ଥିଲା । ବିଜେପି ବା ଆରଏସଏସର କେଉଁମାନେ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଛନ୍ତି ବା କାରାବରଣ କରିଛନ୍ତି ତାହା ବିଜେପି ପ୍ରକାଶ କରୁ । ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ହିଁ ମୋର ପ୍ରଧାନ କର୍ତବ୍ୟ ଓ ଲକ୍ଷ୍ୟ ।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ଯାତ୍ରା ଦେଶରେ ବୈପ୍ଳବିକ ପରିବର୍ତନ ଆଣିବ ବୋଲି ସେ କହିଥିଲେ । ବିଜେପି ଦେଶକୁ ଭାଙ୍ଗୁଥିବା ବେଳେ ସମ୍ମାନୀୟ ରାହୁଲ ଗାନ୍ଧୀ ଦେଶକୁ ଯୋଡ଼ି ରଖିବା ପାଇଁ ପ୍ରଚେଷ୍ଟାରତ । ମହଙ୍ଗା ମାଡ଼, ଦୁର୍ନୀତି, ବେରୋଜଗାର, ଦାରିଦ୍ର‌୍ୟ, ଅର୍ଥନୈତିକ ବୈଷମ ଓ କ୍ଷୁଧା ବିରୁଦ୍ଧରେ ତାଙ୍କର ଏହି ମହାସଂଗ୍ରାମ । ପରିଶେଷରେ ସେ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଜଗନ୍ନାଥ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ନ୍ତୋଷ ସିଂ ସାଲୁଜା, ଦାଶରଥି ଗମାଙ୍ଗୋ, ଅଧିରାଜ ମୋହନ ପାଣିଗ୍ରାହୀ, ପଂଚାନନ କାନୁନଗୋ, ଗଣେଶ୍ୱର ବେହେରା, ଦେବାଶିଷ ପଟ୍ଟନାୟକ, ରବିନ୍ଦ୍ର ସେଠୀ, ବିଶ୍ୱ ରଞ୍ଜନ ମହାନ୍ତି, ଶିବାନନ୍ଦ ରାୟ, ବିଶ୍ୱଜିତ ଦାଶ, ଶୁଭେନ୍ଦୁ ମହାନ୍ତି, ବିଜୟଲକ୍ଷ୍ମି ସାହୁ, ଅଭିଷେକ ମହାନନ୍ଦ, ଜାନକୀ ବଲ୍ଲଭ, ପଟ୍ଟନାୟକ, ରଶ୍ମି ମହାପାତ୍ର, ରଣଜିତ ପାତ୍ର, ସୁରେଶ ମହାପାତ୍ର, ଯଜେ୍ଞଶ୍ୱର ବାବୁ, ଭୁଜବଳ ମାଝୀ, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ବଟକୃଷ୍ଣ ରାଉତରାୟ, ସମୀର କୁମାର ରାଉତରାୟ, ଲଲାଟେନ୍ଦୁ ମହାପାତ୍ର, ଯୋଗିନାଥ ବାହୁବଳେନ୍ଦ୍ର, ପଦ୍ମାକର ଗୁରୁ, ପ୍ରଦୀପ ମହାପାତ୍ର, ସୁବ୍ରତ ମହାପାତ୍ର, ମିହିର ଆଚାର୍ଯ୍ୟ, ସୁଭାଷ ପ୍ରଧାନ, ପ୍ରକାଶ ମିଶ୍ର, ଲିଙ୍କରାଜ ସାହୁ, ନିରଞ୍ଜନ ନାୟକ, ଚିନ୍ମୟ ପ୍ରସାଦ ବେଉରା, ଯୁଧିଷ୍ଠୀର ଜେନା, ସୁଦର୍ଶନ ଦାସ, ରଜନୀ ମହାନ୍ତି, ପ୍ରଶାନ୍ତ ଶତପଥି, ଅମୀୟ ପାଣ୍ଡବ, ଲିଙ୍ଗରାଜ ଚୌଧୁରୀ, ଶ୍ରୀମତୀ ସନ୍ଧ୍ୟାରାଣି ମହାପାତ୍ର, ସ୍ମୃତି ରଞ୍ଜନ ଲେଙ୍କା, ଅମୀୟ ପଟ୍ଟନାୟକ, ଶ୍ରୀମତୀ ବନ୍ଦିତା ପରିଡ଼ା, ଲୋକନାଥ ମହାରଥି, ଦୀପକ ସାହୁ, କୁସୁମ ପ୍ରଧାନ, ଶ୍ରୀୟା ମହାନ୍ତି, ଜ୍ଞାନ ରଞ୍ଜନ ପଟ୍ଟନାୟକ, ରବିନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

୩ଟି ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ…

()ବାଲେଶ୍ବର, ମୟୁରଭଂଜ ଓ ଜଗତସିଂହପୁର ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ।

ମିଶନ ଶକ୍ତି ଆମ ଦକ୍ଷତା ବୃଦ୍ଧି କରିଛି, ସମାଜରେ ନାରୀ ମାନଙ୍କ ପ୍ରତିଷ୍ଠା ବୃଦ୍ଧି କରିଛି – ମିଶନ ଶକ୍ତି ମା ମାନେ।

{} ଆଜି ସଂଧ୍ୟାରେ ନବୀନ ନିବାସଠାରେ ବାଲେଶ୍ବର, ମୟୁରଭଂଜ ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକ ଫେଡେରେଶନର ମିଶନ ଶକ୍ତି ମା ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ । ଭୁବନେଶ୍ବରକୁ ସେମାନେ ପ୍ରଶିକ୍ଷଣ ପାଇଁ ଆସିଥିବା ଅବସରରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।

ଏହି ଅବସରରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ମିଶନ ଶକ୍ତି କାର୍ଯ୍ୟକ୍ରମରେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ଏହାଦ୍ବାରା ସେମାନଙ୍କର ଦକ୍ଷତା ବୃଦ୍ଧି ହେବା ସହିତ ବିଭିନ୍ନ ବ୍ୟବସାୟ ଜରିଆରେ ଆର୍ଥିକ ଉନ୍ନତି ଆସିପାରିଛି। ନିଜେ ରୋଜଗାର କରିପାରୁଥିବା ଯୋଗୁ ଆଜି ସମାଜରେ ସେମାନଙ୍କର ପ୍ରତିଷ୍ଠା ବୃଦ୍ଧି ପାଇଛି ବୋଲି ସେମାନେ ଖୁସି ପ୍ରକାଶ କରିଥିଲେ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ସେମାନଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିପାରିଛି ବୋଲି ସେମାନେ କହିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ କାମର ପ୍ରଶଂସା କରିବା ସହିତ ଓଡିଶାର ବିକାଶରେ, ବିଶେଷକରି ଗ୍ରାମାଞ୍ଚଳର ମା ମାନେ ବହୁତ ଭଲ କାମ କରୁଛନ୍ତି ଓ ଆଗକୁ ଏହିପରି କାମ ଜାରି ରଖିବେ ବୋଲି ସେ ଆଶାପ୍ରକାଶ କରିଥିଲେ। ଏହି ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ ।

ଦରଦାମ ନିୟନ୍ତ୍ରଣ କରିବାରେ ଫେଲ ହୋଇଛନ୍ତି ରାଜ୍ୟ ସରକାର ବୋଲି କହିଲେ ବିରୋଧୀ ଦଳ ନେତା: ଜୟନାରାୟଣ ମିଶ୍ର…

() ସଂଘୀୟ ବ୍ୟବସ୍ଥାରେ ଦରଦାମ ନିୟନ୍ତ୍ରଣ କରିବା ରାଜ୍ୟ ସରକାରଙ୍କର ମଧ୍ୟ ଦାୟିତ୍ୱ। ତୈଳଦର ନିୟନ୍ତ୍ରଣ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ। ହେଲେ ମୁଖ୍ୟତଃ ପରିବା ଦର, ଅଣ୍ଡା ଦର ଓ ମାଛ ଦର ନିୟନ୍ତ୍ରଣ କରିବା କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ । କିନ୍ତୁ ରାଜ୍ୟ ସରକାର ଏଥିରେ ଫେଲ ହୋଇଛନ୍ତି । ବର୍ତ୍ତମାନ ସମୟରେ ୟୁରୋପୀୟ ଦେଶ ମଧ୍ୟ ଦରଦାମ ନିୟନ୍ତ୍ରଣ କରିପାରୁନାହାନ୍ତି।ହେଲେ ଦେଶର ସ୍ଥିତି ଭଲ ଅଛି । ଅନ୍ୟ ଉପରେ ଦୋଷ ଦେବା ଛାଡି ନିଜ କାମ ପ୍ରଥମେ କରନ୍ତୁ ରାଜ୍ୟ ସରକାର ।

ଜୟନାରାୟଣ ମିଶ୍ର, ବିରୋଧୀ ଦଳ ନେତ

ଦରଦାମ ବୃଦ୍ଧି ଯୋଗୁଁ ଖାଉଟି ହନ୍ତସନ୍ତ…

() ଦରଦାମ ବୃଦ୍ଧି ସାଧାରଣ ଜନତାକୁ ବାଧୁଛି । ଦର କେମିତି ନିୟନ୍ତ୍ରଣ କରାଯିବା ସେ ବିଷୟରେ କେନ୍ଦ୍ର ସରକାର ତୁରନ୍ତ ଚିନ୍ତା କରିବା ଦରକାର । ଅତ୍ୟଧିକ ଦରଦାମ ବୃଦ୍ଧି ପାଇଁ ଯେଉଁ ଅସାଧୁ ବ୍ୟବସାୟୀ ମାନେ ଲୋକ ମାନଙ୍କୁ ହଇରାଣ କରୁଛନ୍ତି । ତାଙ୍କ ଉପରେ କେମିତି ନିୟନ୍ତ୍ରଣ କରାଯିବ ସେ ନେଇ ରାଜ୍ୟ ସରକାର ସଚେତନ ଅଛନ୍ତି । ଖାଦ୍ୟ ଯୋଗାଣ ବିଭାଗ ବିଭିନ୍ନ ପଦକ୍ଷେପ ନେଉଛି । ଜିଲ୍ଲାପାଳ ମାନଙ୍କୁ ଅବଗତ କରାଯାଇଛି । କିନ୍ତୁ ଏହା ଏକ ଜାତୀୟ ସମସ୍ୟା । ଦରଦାମ ବୃଦ୍ଧିର ବିଭିନ୍ନ କାରଣ ରହିଛି । ଏହାକୁ ରୋକା ଯାଇପାରିବ । କେନ୍ଦ୍ର ସରକାର ପଦକ୍ଷେପ ନେବା ଦରକାର ।

ଅତନୁ ସବ୍ୟସାଚୀ ନାୟକ, ଖାଦ୍ୟ ଯୋଗାଣ ମନ୍ତ୍ରୀ

ଓଡ଼ିଶା ଆସୁଛନ୍ତି AICC ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେ…

() ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି AICC ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେ। ସଭାପତି ପ୍ରାର୍ଥୀ ଭାବେ ପ୍ରଚାରରେ ଆସୁଛନ୍ତି। କଂଗ୍ରେସ ଭବନ ରେ ଦିନ ୧୨ ଟା ରେ ସମସ୍ତ ୪୨୮ ପିସିସି ସଦସ୍ୟ ଯେଉଁମାନେ କି ଭୋଟ ଦେବେ ସେମାନଙ୍କ ସହ ବୈଠକ କରିବେ। ସମର୍ଥନ ମାଗିବେ ଖଡ଼ଗେ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସୂଚନା।

ଧାମ ନଗର ଉପ ନିର୍ବାଚନ କୁ ନେଇ କଣ କହିଲେ ଅତନୁ ସବ୍ୟସାଚୀ ନାୟକ ଶୁଣନ୍ତୁ…

ଧାମ ନଗର ଉପ ନିର୍ବାଚନର ନେଇ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରତିକ୍ରିୟା..

() ବିଜେପି ଓ କଂଗ୍ରେସ ତୃତୀୟ ସ୍ଥାନରେ କିଏ ରହିବ ସେ ନେଇ ପ୍ରତିଯୋଗିତା ଚାଲିଛି l ଧାମ ନଗରବାସି ବିଜୁ ଜନତା ଦଳ ସହ ଅଛନ୍ତି l ବିଜୟ ବ୍ୟବଧାନ କେତେ ଅଧିକ ହେବ ସେ ନେଇ ଦଳ କାମ କରୁଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ସବୁ ନିର୍ବାଚନରେ ବିଜେଡି ବିଜୟ ଲାଭ କରିଛି l କାରଣ ବିଜେଡି ଓଡ଼ିଶାବାସୀଙ୍କ ଦଳ l ବିଜେପି ଦଳ ଯେଉଁ ବାହାସ୍ପଟ ମାରୁଛି ତାହା ବ୍ରଜରାଜନଗର ଉପ ନିର୍ବାଚନ ଫଳାଫଳ ସ୍ପଷ୍ଟ କରିଛି l ବିଜେପି ତୃତୀୟ ସ୍ଥାନକୁ ଚାଲି ଯାଇଛି l ବାଲେଶ୍ବର ଆସନ ବିଜେପି ଜିତିଥିଲା, ସେଠି ବି ବିଜେଡ଼ିକୁ ଲୋକେ ସମର୍ଥନ କରି ଜିତାଇଲେ l ଧାମ ନଗରରେ ବି ବିଜେଡିର ଜିତାପ ଟ ହେବ l ମିଶନ ଶକ୍ତି ଆଜି ୭୫ଲକ୍ଷ ମହିଳା ଯୋଡ଼ି ହୋଇଛନ୍ତି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମିଳା ବିଶୋଇଙ୍କୁ ସଂସଦ ପଠାଇବା ପରେ ଲୋକସଭାର ବାଚସ୍ପିତୀ ମଧ୍ୟ ପ୍ରଶଂସା କରିଛନ୍ତି l

Follow us

20,832FansLike
0FollowersFollow
14,700SubscribersSubscribe

Latest news