() ବିଜେଡିର ୩ଜଣ ବରିଷ୍ଠ ବିଧାୟକ ଆଜି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି l ଶପଥ ପାଠ ପରେ ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗ ଦିଆଯାଇଥିଲା ବେଳେ ସୁଦାମ ମାର୍ଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ସାରଦା ପ୍ରସାଦ ନାୟକଙ୍କୁ ଶ୍ରମ ବିଭାଗ ଦାୟିତ୍ୱ ଦିଆଯାଇଛି । ଅନ୍ୟ କୌଣସି ମନ୍ତ୍ରୀଙ୍କ ବିଭାଗ ବଦଳି ନାହିଁ ।
ଷ୍ଟ୍ରାଟେଜି ମେକର ନବୀନ: ଶେଷ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଖେଳିଲେ ମାଷ୍ଟରଷ୍ଟ୍ରୋକ କାର୍ଡ…..
() ମୁଣ୍ଡ ଉପରେ ୨୦୨୪ ସାଧାରଣ ନିର୍ବାଚନ l ସରକାର ଓ ସଙ୍ଗଠନ ଏକ କରି ବିକଶିତ ଓଡ଼ିଶାକୁ ଆଗେଇ ନେବାର ସଂକଳ୍ପ l ୨୦୧୯ ସାଧାରଣ ନିର୍ବାଚନରେ ଦିଆ ଯାଇଥିବା ପ୍ରତିଶୃତିକୁ ଶତ ପ୍ରତିଶତ ପୂରଣ କରିବା ପାଇଁ ଅଭିଜ୍ଞ ନେତାଙ୍କୁ ଭରଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଗଞ୍ଜାମ ଜିଲ୍ଲାର ଟାଣୁଆ ନେତା ତଥା ସଙ୍ଗଠକ୍, ୬ଥର ବିଧାୟକ ଓ ବିଭିନ୍ନ ବିଭାଗର ଦାୟିତ୍ୱ ତୁଲାଇଥିବା ଭଞ୍ଜନଗର ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ଵ କରିଆସୁଥିବା ବିକ୍ରମ କେଶରୀ ଆରୁଖ ଙ୍କୁ ନବୀନ ତାଙ୍କ କ୍ୟାବିନେଟ୍ ରେ ନେଇଛନ୍ତି l ସେହିପରି ପୁର୍ବରୁ ନଗର ଉନ୍ନୟନ, ଯୋଗାଣ, କ୍ରୀଡା ଯୁବ ବ୍ୟାପାର, ଓ ଶ୍ରମ ମନ୍ତ୍ରୀ ଦାୟିତ୍ଵ ନିର୍ବାହ କରିଥିବା ପୂର୍ବତନ ମନ୍ତ୍ରୀ ତଥା ରାଉଲକେଲା ବିଧାୟକ ସାରଦା ନାୟକଙ୍କୁ ନବୀନ ପଟ୍ଟନାୟକ ତାଂକ କ୍ୟାବିନେଟ୍ ରେ ସାମିଲ କରିଛନ୍ତି l ଦୃଢ ସଂଗଠକ ସହ ପଶ୍ଚିମ ଓଡ଼ିଶା ର ବଡ ଚେହେରା ହେଉଛନ୍ତି ସାରଦା ପ୍ରସାଦ ନାୟକ l ସେହିପରି ମନ୍ତ୍ରି ମଣ୍ଡଳ ସାମିଲ ହୋଇଛନ୍ତି ପୁର୍ବତନ ରାଜସ୍ୱ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ବିଧାୟକ ସୁଦାମ ମାରାଣ୍ଡି l ଦଳର ଆଦିବାସୀ ଚେହେରା ଓ ସଂଗଠକ ଭାବେ ଜଣାଶୁଣା ସୁଦାମ ଙ୍କୁ ନବୀନ ପୁଣି ଥରେ ତାଂକ ଟିମ୍ ରେ ସାମିଲ କରିଛନ୍ତି l ପଞ୍ଚମପାଳିର ଶେଷ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ରେ ନବୀନ ଙ୍କ ଏହି ମାଷ୍ଟରଷ୍ଟ୍ରୋକ ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି l ଆସନ୍ତାକାଲି ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ l ସକାଳ ୯ଟା ୫୦ ମିନିଟରେ ରାଜ୍ୟପାଳ ୩ଜଣ ମନ୍ତ୍ରୀଂକୁ ଶପଥ ପାଠ କରାଇବେ l
ନବୀନଙ୍କ ମନ୍ତ୍ରୀମଣ୍ଡଳକୁ ଫେରିଲେ ୩ଜଣ ପୁରୁଣା ସାଥି: ବିକ୍ରମ, ସାରଦା, ସୁଦାମ
() ଆସନ୍ତାକାଲି ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ । ମୁଖ୍ୟମନ୍ତ୍ରୀଙ୍କ ୩ଜଣ ପୁରୁଣା ସାଥି ନବୀନ ପୁଣି ଭରଷା କରିଛନ୍ତି l ସେମାନେ ହେଲେ ବିକ୍ରମ ଆରୁଖ, ସାରଦା ନାୟକ, ସୁଦାମ ମାରାଣ୍ଡି l ପୁର୍ବରୁ ଏହି ୩ଜଣ ବିଧାୟକ ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇ ସାରିଛନ୍ତି l ତେଣୁ ନିର୍ବାଚନ ବର୍ଷରେ ୩ଜଣ ଅଭିଜ୍ଞ ବିଧାୟକ ଙ୍କୁ ନବୀନ ନିଜ ଟିମ୍ ରେ ସାମିଲ କରିଛନ୍ତି l ୩ ଜଣଙ୍କୁ ମିଳିବ କ୍ୟାବିନେଟ୍ ପାହ୍ୟା । ଆସନ୍ତା କାଲି ସକାଳ ୯ଟା ୫୦ ମିନିଟରେ ରାଜ୍ୟପାଳ ୩ଜଣ ମନ୍ତ୍ରୀଂକୁ ଶପଥ ପାଠ କରାଇବେ l
ନୂଆପଡ଼ା ଜିଲ୍ଲା ଗସ୍ତରେ 5t ସଚିବ…
() 5Tସଚିବଙ୍କ ନୂଆପଡ଼ା ଗସ୍ତ,
ପଟୋରା ସ୍ଥିତ ଯୋଗେଶ୍ଵର ମହାଦେବ ମନ୍ଦିରର ହେବ ରୁପାନ୍ତର, ପର୍ଯ୍ୟଟନ ଓ ଜଳକ୍ରୀଡା ସୁବିଧାର ବିକାଶ କରାଯିବ, ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ।
ପାତାଳ ଗଙ୍ଗା ଜଗନ୍ନାଥ ମନ୍ଦିର, ରାଧାକୃଷ୍ଣ ଓ ସୁନାଦେଇ ମନ୍ଦିରର ମଧ୍ୟ ସୋନ୍ଦର୍ଯ୍ୟ କରଣ ହେବ।
ଗଡରମାଳ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ର ସମ୍ପ୍ରସାରଣ କରାଯିବ।
ଉଦନ୍ତୀ ନଦୀ ରେ ଅଧିକ ଉଠା ଜଳସେଚନ ସୁବିଧା ବିକାଶ କରାଯିବ।
ଚାଷୀ କରିବେ ଅର୍ଥକାରୀ ଫସଲ,
ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ସୁନାବେଡ଼ା ପାର୍ବତ୍ୟ ଅଞ୍ଚଳର ସାମଗ୍ରୀକ ବିକାଶ ପାଇଁ ଯୋଜନା।
{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କଳାହାଣ୍ଡି ଓ ନୂଆପଡାକୁ ତିନି ଦିନିଆ ଗସ୍ତରେ ଯାଇଥିବା 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ ଆଜି ତୃତୀୟ ଦିନରେ ନୂଆପଡ଼ା, ସିନାପାଲି, ଖରୀଆର, ବୋଡ଼େନ, କୋମନା ଆଦି ବ୍ଲକ ଅଞ୍ଚଳ ପରିଦର୍ଶନ କରି ବିକାଶ କାମର ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କ ସହିତ ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଛନ୍ତି।
ଶ୍ରୀ ପଣ୍ଡିଆନ ପ୍ରଥମେ ଗଡରମାଲ ଠାରେ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରି ସେଠାରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହି ପ୍ରକଳ୍ପରେ ୮୧୯ ହେକ୍ଟର ଜମି କୁ ପାଣି ଦିଆ ଯାଉଥିବା ବେଳେ ୧୬୩୦ ଚାଷୀ ପରିବାର ଏହାଦ୍ବାରା ଉପକୃତ ହେଉଛନ୍ତି। ପାରମ୍ପରିକ ଚାଷକୁ ଛାଡି ମକା, ବାଦାମ, କାଜୁ, ଓ ପନିପରିବା ଚାଷ ପାଇଁ ଚାଷୀଙ୍କୁ ଉତ୍ସାହିତ କରିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ। ଏହି ପ୍ରକଳ୍ପକୁ ଆହୁରି ସମ୍ପ୍ରସାରଣ କରାଯାଇ ଚାଷୀ ମାନଂକୁ କିପରି ଅଧିକ ଜଳ ସେଚନ ସୁବିଧା ଦିଆ ଯାଇ ପାରିବ, ଶ୍ରୀ ପାଣ୍ଡିଆନ ସେ ସଂପର୍କରେ ଜଳ ସେଚନ ବିଭାଗ ଯନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। ଏ ସଂପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରି ତୁରନ୍ତ ପ୍ରଦାନ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କୋନବିରା ରେ ଜଳ ସେଚନ ସମ୍ଭାବନାକୁ ଦୃଷ୍ଟିରେ ରଖି ସେ ସ୍ଥାନୀୟ ଲୋକ ଓ ଜଳ ସେଚନ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ସେଠାରେ ଏକ Mega Lift ପ୍ରକଳ୍ପ ପାଇଁ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ନୂଆପଡ଼ାର କେତକ ଗୁରୁତ୍ୱପୂର୍ଣ୍ଣ ମନ୍ଦିର ର ବିକାଶ ପାଇଁ ମଧ୍ୟ ଶ୍ରୀ ପାଣ୍ଡିଆନ ନିଷ୍ପତ୍ତି ନେଇଛନ୍ତି। ପାଟୋରା ସ୍ଥିତ ଯୋଗେଶ୍ଵର ମହାଦେବ ମନ୍ଦିରର ରୂପାନ୍ତର ସଂପର୍କରେ ସେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ମନ୍ଦିରର ରୁପାନ୍ତର ଓ ସୌନ୍ଦର୍ଯ୍ୟ କରଣ ସହିତ ସେଠାରେ ପର୍ଯ୍ୟଟନ ଓ ଜଳ କ୍ରୀଡା ସୁବିଧାର ବିକାଶ ନିମନ୍ତେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।ପାତାଲଗଙ୍ଗା ଠାରେ ସେ ଜଗନ୍ନାଥ ମନ୍ଦିର ଓ ରାଧକୃଷ୍ଣ ମନ୍ଦିର ପରିଦର୍ଶନ କରି ସେଠାରେ ମନ୍ଦିର କମିଟି ସଦସ୍ୟ ମାନଙ୍କ ସହ ଆଲୋଚନା କରି ଏହାର ଉନ୍ନତି ସଂପର୍କରେ ସବିଶେଷ ତଥ୍ୟ ନେଇଥିଲେ। ଏହାର ରୁପାନ୍ତର ପାଇଁ ରିପୋର୍ଟ ପ୍ରଦାନ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ସୁନାବେଡ଼ା ର ସୁନଦେଇ ମନ୍ଦିର ପରିଦର୍ଶନ କରି ଏହାର ଉନ୍ନତି ଓ ସୌନ୍ଦର୍ଯ୍ୟ କରଣ ପାଇଁ ସେବାୟତ ଓ ସ୍ଥାନୀୟ ଲୋକ ମାନଙ୍କ ସହ ଆଲୋଚନା କରିଥିଲେ। ସେମାନେ ମନ୍ଦିର ସହିତ ସ୍ଥାନୀୟ ଅଞ୍ଚଳର ସାମଗ୍ରୀକ ବିକାଶ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ତେଣୁ ସୁନାବେଡ଼ା ପାର୍ବତ୍ୟଞ୍ଚଳର ସାମଗ୍ରୀକ ବିକାଶ ପାଇଁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇ ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ। 
ବୋଡ଼େନ ଠାରେ ମିଶନ ଶକ୍ତି କେଫ ପରିଦର୍ଶନ କରି ସେଠାରେ ମିଶନ ଶକ୍ତି ର ସଦସ୍ୟା ମାନଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରି ସେମାନଙ୍କୁ ଅଧିକ ସୁବିଧା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଲିତିସର୍ଗୀ ଠାରେ ସେ ରୂପାନ୍ତରିତ ଗୋପୀନାଥ ହାଇ ସ୍କୁଲ୍ ପରିଦର୍ଶ କରି ଛାତ୍ର, ଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ପୁରାତନ ଛାତ୍ର ମାନଙ୍କ ସହ ଆଲୋଚନା କରିଥିଲେ। ପିଲା ମାନଙ୍କ ପାଇଁ ଆଧୁନିକ ଶିକ୍ଷାର ସୁବିଧା ହୋଇ ଥିବାରୁ ସେମାନେ ଖୁସି ପ୍ରକାଶ କରିଥିଲେ। ପିଲା ମାନେ ଭଲ ପାଠ ପଢି ଓଡ଼ିଶାର ଉନ୍ନତି ପାଇଁ କାମ କରିବାକୁ ସେ ପରାମର୍ଶ ଦେଇଥିଲେ।
ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ଆମ ହସ୍ପିଟାଲ୍ କାର୍ଯ୍ୟକ୍ରମର ସମୀକ୍ଷା କରି ବ୍ୟବସ୍ଥାର ବିଭିନ୍ନ ମାପଦଣ୍ଡ ସଂପର୍କରେ ଅନୁଧ୍ୟାନ କରିଥିଲେ। ରୋଗୀ ମାନଙ୍କ ସହ ଆଲୋଚନା କରି ସେମାନେ ଏହି ବ୍ୟବସ୍ଥା ଦ୍ବାରା କେତେ ସୁବିଧା ପାଉଛନ୍ତି, ସେମାନେ ଖୁସି ଅଛନ୍ତି ନା ନାହିଁ, ସେ ସଂପର୍କରେ ପଚାରି ବୁଝିଥିଲେ ଓ ସ୍ଵାସ୍ଥ୍ୟ ଅଧିକାରୀ ମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ ଖଡିଆଳ sub-divisional ହସ୍ପିଟାଲ ରେ ସେ ଆମ ହସ୍ପିଟାଲ୍ କାର୍ଯ୍ୟକ୍ରମ ସମୀକ୍ଷା କରି ରୋଗୀ ମାନଙ୍କୁ ସେମାନଙ୍କୁ ମିଳୁଥିବା ସୁବିଧା ସଂପର୍କରେ ପଚାରି ବୁଝି ଥିଲେ। ବ୍ୟବସ୍ଥାର ଉନ୍ନତି ପାଇଁ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। 
ସିଲଦା ଠାରେ ସେ ମିଶନ ଶକ୍ତି ସଦସ୍ୟା, ଗ୍ରାମ ପଞ୍ଚାୟତ ଫେଡେରସନ, ବ୍ଲକ୍ ସ୍ତରୀୟ ଫେଡେରସନ ଓ ଜିଲ୍ଲା ସ୍ତରୀୟ ଫେଡେରସନ ର ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ସୁବିଧା ଅସୁବିଧା ବୁଝିବା ପରେ ମହିଳା ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।ନୂଆପଡ଼ା ଠାରେ ନିର୍ମାଣାଧୀନ ମଡେଲ ବସ ଷ୍ଟାଣ୍ଡ ପରିଦର୍ଶନ କରି ଏହାକୁ ନିର୍ଦ୍ଧାରତ ସମୟ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରିଶେଷରେ ସେ ନୂଆପଡ଼ା National College ପ୍ରାଙ୍ଗଣରେ ସ୍ଥାନୀୟ ଲୋକ ମାନଙ୍କ ସୁବିଧା ଅସୁବିଧା ଓ ଅଭିଯୋଗ ଶୁଣିଥିଲେ। ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବା ସହିତ ଯେଉଁ ସବୁ କାର୍ଯ୍ୟ ପାଇଁ ସରକାରଂକ ଅନୁମତି ଆବଶ୍ୟକ ସେସବୁ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହି ଗସ୍ତ ସମୟରେ ସ୍ବାସ୍ଥ୍ୟ ବିଭାଗ ସଚିବ ଶ୍ରୀମତୀ ଶାଲୀନି ପଣ୍ତିତ, କ୍ରୀଡା ବିଭାଗ ସଚିବ ଶ୍ରୀ ଆର. ଭିନିଲ କ୍ରିଷ୍ଣା, ଜିଲ୍ଲାପାଳ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
କାହିଁକି ପାଳନ କରାଯାଏ ସାବିତ୍ରୀ ଅମାବାସ୍ୟା…
() ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା। ଜ୍ୟେଷ୍ଠ ମାସର ଅମାବାସ୍ୟା କୁ ସାବିତ୍ରୀ ଅମାବାସ୍ୟା ରୂପରେ ପ୍ରତ୍ୟେକ ସାଧବ ନାରୀ ମାନେ ପାଳନ କରନ୍ତି। ଏହି ବ୍ରତ ପାଳନ କରିବା ଦ୍ୱାରା ପ୍ରତ୍ୟେକ ସାଧବ ନାରୀ ତା ସ୍ବାମୀ ର ଦୀର୍ଘ ଆୟୁଷ କାମନା କରିବା ସହ ନିଜର ଶଙ୍ଖା ଓ ସିନ୍ଦୂର ର ସୁରକ୍ଷା ପାଇଁ ଏହି ପୂଜା କରିଥାଏ। ପୌରାଣିକ କିମ୍ବଦନ୍ତୀ ଅନୁସାରେ ମଦ୍ରଦେଶ ରାଜା ଅଶ୍ୱପତିଙ୍କ ଏକ ମାତ୍ର କନ୍ୟା ସାବିତ୍ରୀ। ରାଜା ଅଶ୍ୱପତି ଦେବୀ ସାବିତ୍ରୀ ଙ୍କୁ ପୂଜାଆରାଧନା କରି ତାଙ୍କ ପ୍ରସାଦ ରୁ ହିଁ ସେ ଏହି କନ୍ୟା ସନ୍ତାନ କୁ ପାଇଥିଲେ। ସେଥିପାଇଁ ତାଙ୍କ ନାମ ସେ ସାବିତ୍ରୀ ରଖିଥିଲେ। ସାବିତ୍ରୀ ଯେତେବେଳେ ଯୌବନ ଅବସ୍ଥା ରେ ପଦାର୍ପଣ କଲେ ସେତେବେଳେ ତଙ୍କ ପିତା ଅଶ୍ଵପତି ତାଙ୍କ ପାଇଁ ଉପଯୁକ୍ତ ପାତ୍ରର ସନ୍ଧାନରେ ଲାଗିଲେ। କିନ୍ତୁ ସେ ସାବିତ୍ରୀଙ୍କ ପାଇଁ ଉପଯୁକ୍ତ ପାତ୍ରର ଖୋଜିବାରେ ଅସଫଳ ହେଲେ। ତେଣୁ ପିତାଙ୍କ ଅନୁମତି ନେଇ ସାବିତ୍ରୀ ନିଜେ ପତି ଅନ୍ୱେଷଣ ରେ ବାହାରିଲେ। ବହୁତ ଅନୁସନ୍ଧାନ କରିବା ପରେ ସାବିତ୍ରୀ ଶାଲ୍ୱ ଦେଶର ରାଜା ଦ୍ଵିମତସେନ ଙ୍କ ପୁତ୍ର ସତ୍ୟବାନ ଙ୍କୁ ଜଙ୍ଗଲରେ ଭେଟିଲେ। ସତ୍ୟବାନଙ୍କ ଗୁଣ ଓ ରୂପ ରେ ଆକର୍ଷିତ ହୋଇ ତାଙ୍କୁ ପତି ରୂପରେ ବରଣ କଲେ। ଜଙ୍ଗଲରୁ ଫେରି ସାବିତ୍ରୀ ପିତା ଅଶ୍ୱପତିଙ୍କୁ ସବୁ କଥା କହୁଥିଲେ। ସାବିତ୍ରୀଙ୍କ କଥା ଶୁଣି ପିତା ଅଶ୍ୱପତି ସତ୍ୟବାନଙ୍କ ସହିତ ବିବାହ କରିବାକୁ ପ୍ରସ୍ତୁତି ଆରମ୍ଭ କଲେ। କିନ୍ତୁ ଦେବର୍ଷି ନାରଦ ମୁନି ଆସି ତାଙ୍କୁ ଜଣାଇଲେ ଯେ ସତ୍ୟବାନ ଙ୍କ ଆୟୁଦ୍ଧ ମାତ୍ର ଗୋଟିଏ ବର୍ଷ ତେଣୁ ତାଙ୍କ ସହ ବିବାହ କରନ୍ତୁ ନାହିଁ। ଏହା ଶୁଣି ସାବିତ୍ରୀ କହିଲେ, ମୁଁ ସତ୍ୟବାନଙ୍କୁ ମୋର ପତି ରୂପେ ବରଣ କରିସାରିଛି ତେଣୁ ତାଙ୍କ ବିନା ମୁଁ ଆଉ କାହାକୁ ବି ବିବାହ କରିବି ନାହିଁ। କିଛି ଦିନ ପରେ ସାବିତ୍ରୀ ଙ୍କ କଥା ଅନୁସାରେ ଠିକ୍ ତାହା ହିଁ ହେଲା। ସାବିତ୍ରୀ ସବୁକିଛି ତ୍ୟାଗ କରି ସତ୍ୟବାନଙ୍କ ସହିତ ଜଙ୍ଗଲରେ ବସବାସ କରିବାକୁ ଲାଗିଲେ। ସ୍ବାମୀ, ଶାଶୁ ଓ ଶ୍ୱଶୁର ଙ୍କ ସେବା କରି ଦିନ ବିତାଇବାରେ ଲାଗିଲେ। ଚାହୁଁ ଚାହୁଁ ଗୋଟିଏ ବର୍ଷ ବିତିବା କୁ ଲାଗିଲା। ବର୍ଷ ପୂରିବା ପାଇଁ ଆଉ ମାତ୍ର ତିନି ଦିନ ବାକି ଥାଏ, ସାବିତ୍ରୀ “ତ୍ରିରାତ୍ର ବ୍ରତ”ଆରମ୍ଭ କଲେ। ଯେଉଁ ଦିନ ଗୋଟିଏ ବର୍ଷ ପୂରିଲା ସେହି ଦିନ ସାବିତ୍ରୀ ଓ ତାଙ୍କ ସ୍ଵାମୀ ସତ୍ୟବାନ ଜଙ୍ଗଲ କୁ ଫଳମୂଳ ଓ ସମଧୀ ପାଇଁ ଯାଇଥିଲେ, ହେଲେ ହଠାଥ୍ ସ୍ବାମୀଙ୍କ ମୁଣ୍ଡ ରେ ଅସହ୍ୟ ଯନ୍ତ୍ରଣା ହେବ କାରଣ ରୁ ସତ୍ୟବାନ ଅଚେତ୍ ହୋଇଗଲେ। ଏହା ଦେଖି ସାବିତ୍ରୀ ଜାଣିପାରିଲେ ତାଙ୍କ ସ୍ଵାମୀଙ୍କ ମୃତ୍ୟୁ ସମୟ ପାଖେଇ ଆସିଲା। ସାବିତ୍ରୀଙ୍କ କୋଲରେ ମୁଣ୍ଡ ରଖି ସତ୍ୟବାନ ଅଚେତ୍ ହୋଇ ପଡିଗଲେ। ସ୍ଵାମୀଙ୍କ ଶରୀରରୁ ପ୍ରାଣ ନେବା ପାଇଁ ଯମଦୂତ ମାନେ ଆସି ପହଞ୍ଚିଗଲେ ହେଲେ କିନ୍ତୁ ସାବିତ୍ରୀଙ୍କ ତେଜକୁ ଦେଖି ଯମଦୂତ ମାନେ ସତ୍ୟବାନଙ୍କୁ ନେବାରେ ବିଫଳ ହେଲେ। ଶେଷରେ ଯମରାଜ ନିଜେ ଆସିଥିଲେ। ତାଙ୍କୁ ଦେଖି ସାବିତ୍ରୀ ଭୟଭୀତ ନହୋଇ ତାଙ୍କର ସ୍ତୁତି କରିବାକୁ ଲାଗିଲେ। ଯେତେବେଳେ ଯମରାଜ କାଲଫାଶ ରେ ସତ୍ୟବାନଙ୍କ ଶରୀର କୁ ବାନ୍ଧି ନେଇ ଯିବାକୁ ବାହାରିଲେ ସେତେବେଳେ ସାବିତ୍ରୀ ତାଙ୍କ ପଛେ ପଛେ ଯାଇଥିଲେ। ସାବିତ୍ରୀଙ୍କ ସତୀତ୍ୱ, ନିଷ୍ଟା ଓ ସ୍ତୁତି ରେ ପ୍ରସନ୍ନ ହୋଇ ଯମରାଜା ତାଙ୍କୁ ଗୋଟେ ପରେ ଗୋଟେ ବର ପ୍ରଦାନ କଲେ ଓ ଶେଷ ବର ରେ ଯମରାଜା ସତ୍ୟବାନ ଙ୍କୁ ପ୍ରାଣଦାନ ଦେବାକୁ ବାଧ୍ୟ ହୋଇଥିଲେ। ମୃତ୍ୟୁ ମୁଖରେ ଥିବା ମଣିଷ ଯେ ନିଜ ନିଷ୍ଠା ବଳରେ ମୃତ୍ୟୁକୁ ଜିତିପାରେ ତାହା ସାବିତ୍ରୀ ପ୍ରମାଣ କରି ଦେଖାଇଛନ୍ତି। ତେଣୁ ପ୍ରତ୍ୟେକ ସଧବା ନାରୀମାନେ ତାଙ୍କ ସ୍ଵାମୀ କୁ ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ ଏହି ବ୍ରତ କୁ ପାଳନ କରିଥାନ୍ତି।
ରାଜ୍ୟର ପ୍ରତ୍ୟେକ ବ୍ଲକକୁ ମିଳିବ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା- ମୁଖ୍ୟମନ୍ତ୍ରୀ…
() ୨୪ଟି ନୂତନ ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ଏବଂ ୨୯୯ଟି ରୂପାନ୍ତରିତ ଅତ୍ୟାଧୁନିକ ଜୀବନରକ୍ଷାକାରୀ ଆମ୍ବୁଲାନ୍ସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ।
ରାଜ୍ୟର ପ୍ରତ୍ୟେକ ବ୍ଲକକୁ ମିଳିବ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା- ମୁଖ୍ୟମନ୍ତ୍ରୀ।
{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ୨୪ଟି ନୂତନ ମୌଳିକ ଜୀବନ ରକ୍ଷାକାରୀ (Basic Life Support) ଆମ୍ବୁଲାନ୍ସ ଏବଂ ୨୯୯ଟି ରୂପାନ୍ତରିତ ଆତ୍ୟାଧୁନିକ ଜୀବନ ରକ୍ଷାକାରୀ (Advanced Life Support) ଆମ୍ବୁଲାନ୍ସ ରାଜ୍ୟବାସୀଙ୍କ ପାଇଁ ଲୋକାର୍ପିତ କରିଛନ୍ତି । ଏହା ଦ୍ୱାରା ରାଜ୍ୟର ପ୍ରତ୍ୟେକ ବ୍ଲକକୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ଯେ, ୨୦୧୩ ମାର୍ଚ୍ଚ ୫ ରେ ରାଜ୍ୟରେ ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା ୬୨୪ଟି ଆମ୍ବୁଲାନ୍ସ ସାରା ରାଜ୍ୟରେ ୩୦ଟି ଜିଲ୍ଲାର ଲୋକଙ୍କୁ ମାଗଣା ସେବା ଯୋଗାଇ ଦେଇ ଆସୁଅଛି । ଏହି ୬୨୪ଟି ଆମ୍ବୁଲାନ୍ସ ମଧ୍ୟରୁ ୫୧୨ଟି ମୌଳିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ଓ ୧୧୨ଟି ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ । ଏହା ସହିତ ୬ଟି ବୋଟ୍ ଆମ୍ବୁଲାନ୍ସ ମଧ୍ୟ କାର୍ଯ୍ୟ କରୁଛି ।
ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ଆହୁରି ଉନ୍ନତି ଆଣିବା ପାଇଁ ୯୨ଟି ନୂଆ ଜରୁରୀକାଳୀନ ଆମ୍ବୁଲାନ୍ସ ପର୍ଯ୍ୟାୟକ୍ରମେ ଯୋଗାଇଦେବାପାଇଁ ବ୍ୟବସ୍ଥା ହୋଇଥିବାବେଳେ ସେଥିମଧ୍ୟରୁ ୨୪ଟି ନୂଆ ଆମ୍ବୁଲାନ୍ସ କିଣାଯାଇ ସାରିଛି । ଏଥି ପାଇଁ ୯.୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହାଛଡା ୨୯୯ଟି ମୌଳିକ ଜୀବନରକ୍ଷାକାରୀ ଆମ୍ବୁଲାନ୍ସକୁ ରୂପାନ୍ତରିତ କରାଯାଇ ଅତ୍ୟାଧୁନିକ ଜୀବନରକ୍ଷାକାରୀ ଆମ୍ବୁଲାନ୍ସ ରେ ପରିଣତ (BLS converted to ALS) କରାଯାଇ ଆଜିଠାରୁ କାର୍ଯ୍ୟକାରୀ କରାଗଲା । ଏହି ଉନ୍ନତିକରଣ ପରେ ରାଜ୍ୟରେ ମୋଟ ଅତ୍ୟାଧୁନିକ ଜାବନରକ୍ଷାକାରୀ ଆମ୍ବୁଲାନ୍ସ ସଂଖ୍ୟା ୪୧୧ ରେ ପହଞ୍ଚିଲା। ଏହି ଉନ୍ନତିକରଣ ପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ମୋଟ ୫୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହା ଦ୍ୱାରା ପ୍ରତ୍ୟେକ ବ୍ଲକରେ ସର୍ବନିମ୍ନ ଗୋଟିଏ ଅତ୍ୟାଧୁନିକ ଜାବନରକ୍ଷାକାରୀ ଆମ୍ବୁଲାନ୍ସ ସେବା ଯୋଗାଇ ଦେଇପାରିବ ।
ଏହା ବ୍ୟତିତ ଗର୍ଭବତୀ ମା ଓ ଅସୁସ୍ଥ ଶିଶୁଙ୍କୁ ଡାକ୍ତରଖାନା ନେବା ଆଣିବା ନିମନ୍ତେ ୫୦୦ଟି ଜନନୀ ଏକ୍ସପ୍ରେସ୍ ଆମ୍ବୁଲାନ୍ସ ମଧ୍ୟ କାର୍ଯ୍ୟ କରୁଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୮୮ଲକ୍ଷ ରୁ ଉର୍ଦ୍ଧ୍ୱ ଲୋକ ବିଭିନ୍ନ ଆମ୍ବୁଲାନ୍ସ ସେବା ଦ୍ୱାରା ଉପକୃତ ହୋଇଛନ୍ତି ।ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ , ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ୍ ,ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ.
ମୋ ସରକାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ…
() ମୋ ସରକାର ସମୀକ୍ଷା ଲୋକଙ୍କ ଫିଡ୍ବ୍ୟାକକୁ ଭିତ୍ତିକରି ଭଲ କାମ ପାଇଁ ପ୍ରଶଂସା ଓ ଅବହେଳା ପାଇଁ ଦଣ୍ଡ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ।
ପେନ୍ସନ୍ ପ୍ରଦାନରେ ବିଳମ୍ବ ଆଦୌ ଗ୍ରହଣୀୟ ନୁହେଁ, ପ୍ରତ୍ୟେକ ବିଭାଗ ସମୀକ୍ଷା କରି ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।
ସ୍ବାସ୍ଥ୍ୟ ଓ ରାଜସ୍ବ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା,
୩,୭୦,୦୦୦ ପଟ୍ଟା ୭ ଦିନ ମଧ୍ୟରେ ପ୍ରଦାନ କରାଯାଇଛି।
ସ୍ବାସ୍ଥ୍ୟ ବିଭାଗରେ ୯୯ ପ୍ରତିଶତରୁ ଅଧିକ ଫିଡ୍ବ୍ୟାକ ଅତ୍ୟନ୍ତ ଉତ୍ତମ (Outsanding)।
{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କରି ଅଧିକାରୀ ମାନଙ୍କୁ ନିୟମିତ ଫିଡବ୍ୟାକ ସଂଗ୍ରହ କରିବାକୁ ପରାମର୍ଶ ଦେବା ସହିତ ଭଲ ଫିଡ୍ବ୍ୟାକକୁ ଭିତ୍ତିକରି ଅଧିକାରୀ ମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିବା ସହିତ ଅବହେଳା ପାଇଁ ଦଣ୍ଡ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆଜିର ସମୀକ୍ଷାରେ ସ୍ବାସ୍ଥ୍ୟ, ରାଜସ୍ବ, ଗୃହ, କୃଷି ଓ ଅନ୍ୟାନ୍ୟ ବିଭାଗ ସେମାନଙ୍କ ମୋ ସରକାର କାର୍ଯ୍ୟକ୍ରମ ଉପରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନା ରଖିଥିଲେ।ରାଜସ୍ବ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମ ଦ୍ବାରା କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଛି ବୋଲି ସମୀକ୍ଷାରୁ ଜଣାଯାଇଛି । ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଦେବାର ସମୟ ସୀମା ବହୁତ କମିଯାଇଛି। ପୂର୍ବରୁ ମ୍ୟୁଟେସନ କେସ୍ ଗୁଡିକରେ ଫଇସଲା ପାଇଁ ୧୦୦ରୁ ୧୫୦ ଦିନ ଲାଗୁ ଥିବା ବେଳେ, ୨୦୨୩-୨୪ରେ ଏହା ୨୧ ଦିନରୁ କମ୍ ସମୟ ଲାଗୁଛି । ଏପରିକି ୩,୭୦,୦୦୦ ପଟ୍ଟା ୭ ଦିନ ମଧ୍ୟରେ ପ୍ରଦାନ କରାଯାଇଛି। ସେହିପରି ବିଭିନ୍ନ ସାର୍ଟିଫିକେଟ ପ୍ରଦାନ କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଉନ୍ନତି ଆସିଛି ବୋଲି ସୂଚନା ଦିଆଯାଇଥିଲା ।
ରାଜସ୍ବ ବିଭାଗରେ ଫିଡବ୍ୟାକ ଭିତ୍ତିରେ ୬ ଜଣ ଓଏଏସ୍ ଅଧିକାରୀଙ୍କୁ ସମୟ ପୂର୍ବରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବାବେଳେ, ୩୨ ଜଣ ଓଏଏସ୍ ଅଧିକାରୀ ଓ ୧୪ ଜଣ ଓଆରଏସ୍ ଅଧିକାରୀଙ୍କୁ ସସ୍ପେଣ୍ଡ କରାଯାଇଛି । ୪ ଜଣ ଓଏଏସ୍ ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି। ୧୧ ଜଣ ଓଏଏସ୍ ଅଧିକାରୀଙ୍କ ଗ୍ରାଚ୍ୟୁଇଟି ଓ ପେନ୍ସନ୍ ବନ୍ଦ କରାଯାଇଛି । ସେହିପରି ୬୭ ଜଣ ଓଏଏସ୍ ଅଧିକାରୀ ଓ ୩୦ ଜଣ ଓଆରଏସ୍ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍ବାସ୍ଥ୍ୟ ବିଭାଗର ୯୯ ପ୍ରତିଶତରୁ ଅଧିକ ଫିଡବ୍ୟାକ ଆଉଟଷ୍ଟାଣ୍ଡିଂ ବା ଅତି ଭଲ ଅଛି ବୋଲି ଜଣାଯାଇଛି । ସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ମିଳୁଥିବା ବେଳେ, ବେସରକାରୀ ହସ୍ପିଟାଲ ଗୁଡିକରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ରୂପାୟନ କ୍ଷେତ୍ରରେ ସାମାନ୍ୟ ଅବହେଳା ହେଲେ, ତୁରନ୍ତ ପଦକ୍ଷେପ ନିଆଯାଉଛି । ପେନ୍ସନ ପ୍ରଦାନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସବୁ ବ୍ୟବସ୍ଥା ସତ୍ତ୍ବେ ଅବସରପ୍ରାପ୍ତ କର୍ମଚାରୀମାନେ ଠିକ୍ ସମୟରେ ପେନ୍ସନ୍ ପାଉନାହାନ୍ତି। ତେଣୁ ପ୍ରତ୍ୟେକ ବିଭାଗ ଏହାକୁ ସମୀକ୍ଷା କରି ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ପଦୋନ୍ନତି କ୍ଷେତ୍ରରେ ମଧ୍ୟ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ କହିଲେ ଯେଉଁସବୁ କ୍ଷେତ୍ରରେ ନିୟମିତ ଭାବରେ ଭଲ ଫିଡବ୍ୟାକ ମିଳୁନାହିଁ, ସେ ସବୁ କ୍ଷେତ୍ରରେ ଯୋଜନାର ବ୍ୟବସ୍ଥାକୁ ପରିବର୍ତ୍ତନ କରି ସେଥିରେ ଅଧିକ ଉନ୍ନତି ଆଣିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ରାଜ୍ୟ ସରକାରଙ୍କ ସବୁ କାର୍ଯ୍ୟକ୍ରମ ଓ ଯୋଜନାକୁ ଦକ୍ଷ ଭାବରେ କାର୍ଯ୍ୟକାରୀ କରିବାର ଉଦ୍ଦେଶ୍ୟ ନେଇ ମୋ ସରକାର ଫିଡ୍ବ୍ୟାକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସେ କହିଥିଲେ । ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିଲେ।
ବି.ଏସ୍.କେ.ୱାଇ. ରେ ଅଗ୍ରଗତି…
() ବି.ଏସ୍.କେ.ୱାଇ. ରେ ଉଲ୍ଲେଖନୀୟ ଅଗ୍ରଗତି।
ସାମିଲ ହେଲେ ୬୮୧ ଘରୋଇ ସୁପର ସ୍ପେସାଲିଟି ହସ୍ପିଟାଲ,
ହସ୍ପିଟାଲସ୍ତରରେ ରୋଗୀମାନଙ୍କ ସହାୟତା ପାଇଁ ୬୬୮ ଛାମୁଆ କର୍ମଚାରୀ।
{} ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ନିମନ୍ତେ ଓଡିଶା ସରକାରଙ୍କ ଅନନ୍ୟ ପ୍ରଚେଷ୍ଟା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ.) ଇତି ମଧ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ଯୋଜନାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ାକ୍ତର ବୃନ୍ଦା ଡ଼ି. ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆନ୍ତରୀଣ ସମୀକ୍ଷାରୁ ଏହା ଜଣାପଡିଛି ।
ଯୋଜନାର କାର୍ଯ୍ୟାୟନ ଅଗ୍ରଗତି ସମୀକ୍ଷା କରି ହସ୍ପିଟାଲ ସ୍ତରରେ ରୋଗୀମାନଙ୍କ ସହାୟତା ନିମନ୍ତେ ସର୍ବଦା ଉତ୍ସଗୀକୃତ ଭାବେ କାର୍ଯ୍ୟ କରିବା ପାଇଁ ଡ଼ଃ ବୃନ୍ଦା ଜିଲ୍ଲା ସଂଯୋଜକ ଓ ସ୍ୱାସ୍ଥ୍ୟ ମିତ୍ର ଆଦି ଛାମୁଆ କର୍ମଚାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ଦାୟୀତ୍ୱ ଦିଆାଯାଇଥିବା ହସ୍ପିଟାଲର ବିଭିନ୍ନ ବିଭାଗ, ନିଦାନ କେନ୍ଦ୍ର, ୱାର୍ଡ, ଆଇ.ସି.ୟୁ. ରୋଗୀ ଓ ସହାୟକମାନଙ୍କ ପାଇଁ ଥିବା ସୁବିଧା କେନ୍ଦ୍ର, ଆନୁସଂଗିକ ସେବା ସୁବିଧା ଆଦି ବିଷୟରେ ସଂପୂର୍ଣ୍ଣ ଅବଗତ ରହି ଲୋକମାନଙ୍କୁ ନିର୍ଭରଯୋଗ୍ୟ ସୂଚନା ଦେବା ସହ ବି.ଏସ୍.କେ.ୱାଇ କାର୍ଡଧାରୀ ରୋଗୀମାନଙ୍କର ପଞୀକରଣ, ଆଡମିଶନ୍, ନିଦାନ ପରୀକ୍ଷା ନିରୀକ୍ଷା ଓ ଚିକିତ୍ସାପରେ ହସ୍ପିଟାଲରୁ ଡ଼ିସଚାର୍ଯ୍ ଆଦି କାମରେ ସିଧାସଳଖ ସହଯୋଗ କରିବା ପାଇଁ ନିର୍ଦେଶ ଦେଇଥିଲେ । ବିଶେଷତଃ ଦୂରଦୁରାନ୍ତ ଗ୍ରାମରୁ ଆସିଥିବା ମହିଳା, ବୃଦ୍ଧ, ଦିବ୍ୟାଙ୍ଗ ଓ ନିଃସହାୟ ବ୍ୟକ୍ତିମାନଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ଡ଼ଃ ବୃନ୍ଦା ନିର୍ଦେଶ ଦେଇଥିଲେ ।
ନୋଡାଲ୍ ଅଫିସରମାନେ ନିୟମିତଭାବେ ତାଲିକାଭୁକ୍ତ ହସ୍ପିଟାଲମାନଙ୍କ ସହ ହ୍ୱାଟସ୍ ଆପ୍ ଗ୍ରୁପ୍ ଓ ଭିଡିଓ କନଫେରନସିଂ ଆଦି ମାଧ୍ୟମରେ ସଂଯୋଜିତ ରହି ବି.ଏସ୍.କେ.ୱାଇ. ର ପ୍ରକ୍ରିୟାଗତ ବୈଷୟିକ ବିଷୟର ଆଶୁ ସମାଧାନ ପାଇଁ ପରାମର୍ଶ ଦେଇଥିଲେ । ପ୍ରାପ୍ତ ସୂଚନାରୁ ଜଣାପଡିଛି, ଚଳିତ ମାସ ସୁଦ୍ଧା ଏହି ଯୋଜନାରେ ୬୮୧ ଟି ଘରୋଇ ସୁପର ସ୍ପେସାଲିଟି ହସ୍ପିଟାଲ ସାମିଲ୍ ହୋଇଛନ୍ତି । ତାଲିକାଭୁକ୍ତ ହସ୍ପିଟାଲ୍ ମଧ୍ୟରୁ ୫୫୫ ଟି ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ଅବସ୍ଥିତ ଏବଂ ୧୨୬ ଟି ଓଡ଼ିଶା ବାହାର ରାଜ୍ୟମାନଙ୍କରେ ଅବସ୍ଥିତ । ବିଶେଷତଃ ଆସାମ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମ ବଙ୍ଗଳା, ମହାରାଷ୍ଟ୍ର, ଦିଲ୍ଲୀ, ଗୁଜୁରାଟ, ପଂଜାବ, ତାମିଲନାଡୁ, ହରିୟାଣା, ଉତ୍ତର ପ୍ରଦେଶ, ଝାଡଖଣ୍ଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ଉତ୍ତରାଖଣ୍ଡ ଆଦି ରାଜ୍ୟର ପ୍ରସିଦ୍ଧ ସୁପର ସ୍ପେସାଲିଟି ହସ୍ପିଟାଲମାନେ ବି.ଏସ୍.କେ.ୱାଇ. ଯୋଜନାରେ ଯୋଗ ଦେଇଛନ୍ତି । ଶ୍ରୀ ଶଙ୍କର କ୍ୟାନସର୍ ପ୍ରତିଷ୍ଠାନ, ଟାଟା ମେଡ଼ିକାଲ ସେଣ୍ଟର୍, ଟାଟା ମେମୋରିଆଲ୍ ହସ୍ପିଟାଲ ଗ୍ରୁପ୍, ଫୋର୍ଟିସ୍ ହେଲଥ୍ କେୟାର ଗ୍ରୁପ୍, ଖ୍ରୀଷ୍ଟିୟାନ୍ ମେଡ଼ିକାଲ କଲେଜ ଓ ନାରାୟଣ ହୃଦାଳୟ ପରି ବିଶ୍ୱସ୍ତରୀୟ ହସ୍ପିଟାଲମାନେ ମଧ୍ୟ ବି.ଏସ୍.କେ.ୱାଇ. ଅନ୍ତର୍ଭୁକ୍ତ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ରୋଗୀମାନଙ୍କୁ ସହାୟତା ପାଇଁ ତାଲିକାଭୁକ୍ତ ହସ୍ପିଟାଲ ସ୍ତରରେ ୬୬୮ ଛାମୁଆ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୧୪ ଜଣ ସ୍ୱାସ୍ଥ୍ୟମିତ୍ର ଏବଂ ୬୫ ଜଣ ଜିଲ୍ଲା ସଂଯୋଜକ ଭାବେ କାର୍ଯ୍ୟରତ । ଏହାଛଡା ହସ୍ପିଟାଲରେ ନିର୍ବିଘ୍ନ ରୋଗୀ ସେବାର ପରିଚାଳନା ନିମନ୍ତେ ୧୧୬ ଜଣ ଅଭିଜ୍ଞ ଓ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ କର୍ତ୍ତବ୍ୟରତ ଅଛନ୍ତି । ସମୁଦାୟ ବ୍ୟବସ୍ଥାକୁ ଏକ ଅତ୍ୟାଧୁନିକ ଅନଲାଇନ ୱେବ୍ ପୋର୍ଟାଲ୍ ମାଧ୍ୟମରେ ପ୍ରକୃତ ସମୟ (ରିୟଲ୍ ଟାଇମ୍) ଭିତ୍ତିରେ ତଦାରଖ ଓ ପରିଚାଳନା କରାଯାଉଛି । ତାଲିକାଭୁକ୍ତ ହସ୍ପିଟାଲମାନଙ୍କର ସୂଚନା www.bsky.gov.in ରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସନ୍ନିବଶିତ କରାଯାଇଛି । ବାହାର ରାଜ୍ୟରେ ରହୁଥିବା ବି.ଏସ୍.କେ.ୱାଇ. କାର୍ଡ଼ଧାରୀ ଓଡ଼ିଶା ଲୋକ ଚିକିତ୍ସା ଦରକାର ହେଲେ ଏହି ୱେବ୍ ସାଇଟରେ ବି.ଏସ୍.କେ.ୱାଇ. ତାଲିକାଭୁକ୍ତ ହସ୍ପିଟାଲ ନାମ ଦେଖି ଯିବା ପାଇଁ ପରାମର୍ଶ ଦିଆଯାଇଛି ।
କଲମ୍ବୋରେ ଆୟୋଜିତ ଆଇଆଇଆଇଇ ସିଇଓ ସମ୍ମିଳନୀରେ ସୋଆ ସମ୍ମାନିତ…
() ଜାତୀୟ ସ୍ତରୀୟ ବୃତିଗତ ଅନୁଷ୍ଠାନ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂ (ଆଇଆଇଆଇଇ) ପକ୍ଷରୁ ଶ୍ରୀଲଙ୍କାର କଲମ୍ବୋରେ ନିକଟରେ ଆୟୋଜିତ ଏହାର ୨୩ତମ ସିଇଓ ସମ୍ମିଳନୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ସମ୍ମାନଜନକ “ପରଫର୍ମାନ୍ସ ଏକ୍ସିଲେନ୍ସ ଆୱାର୍ଡ”ରେ ସମ୍ମାନିତ କରାଯାଇଛି ।ସୋମବାର ଆଇଆଇଆଇଇ ଜାତୀୟ କାଉନ୍ସିଲ୍ର ଅଧ୍ୟକ୍ଷ ଡକ୍ଟର ଅମୀୟ ବେହେରା ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଏଠାରେ ଭେଟି ଏହି ସମ୍ମାନ ପ୍ରଦାନ କରିଛନ୍ତି ।
କାର୍ଯ୍ୟଧାରାରେ ଶ୍ରେଷ୍ଠତା ହାସଲ କରିବାର ଲକ୍ଷ୍ୟ ନେଇ ଅବିରତ ଉଦ୍ୟମ ଜାରି ରଖିଥିବାରୁ ସୋଆକୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଡକ୍ଟର ବେହେରା କହିଛନ୍ତି । ବିଗତ ୬ ଦଶନ୍ଧି ହେବ ଆଇଆଇଆଇଇ ଇଣ୍ଡଷ୍ଟିଆଲ୍ ଇଞ୍ଜିନିୟରିଂ କ୍ଷେତ୍ରକୁ ପରିବ୍ୟାପ୍ତ, ବିକଶିତ ଓ ଉନ୍ନତ କରିବାର ଲକ୍ଷ୍ୟ ନେଇ କାର୍ଯ୍ୟ କରିଆସୁଛି ।
ଏହି ସମ୍ମିଳନୀଟି ମେ’ ୫ ରୁ ୭ ତାରିଖ ପର୍ଯ୍ୟନ୍ତ କଲମ୍ବୋ ଠାରେ ଆୟୋଜିତ ହୋଇଥିବା ବେଳେ ଏହି ସମ୍ମିଳନୀରେ ପ୍ରସଙ୍ଗ ଥିଲା “ସର୍କୁଲାର ଇକୋନୋମି ଆଣ୍ଡ ଷ୍ଟ୍ରାଟେଜିକ୍ ସଷ୍ଟେନେବଲ ଡେଭଲପ୍ମେଂଟ” । ବିଶ୍ୱସ୍ତରୀୟ ବ୍ୟବସ୍ଥାକୁ ଆପଣାଇଥିବା ଅନୁଷ୍ଠାନମାନଙ୍କୁ ଚିହ୍ନଟ ଓ ସମ୍ମାନିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା । ଏହି ସମ୍ମିଳନୀରେ ମ୍ୟାନେଜମେଂଟ ଗୁରୁ, ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ନେତୃତ୍ୱ, ରାଷ୍ଟ୍ରଦୂତ, ଶିକ୍ଷାବିତ୍, ଗଣମାଧ୍ୟମ ବ୍ୟକ୍ତିବିଶେଷ, କର୍ପୋରେଟ ନେତୃତ୍ୱ ଏବଂ ବିଶ୍ୱର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ସାମିଲ ହୋଇ ସେମାନଙ୍କର ବିଚାରଧାରା ଓ ଗବେଷଣା ସମ୍ପର୍କିତ ମତ ଉପସ୍ଥାପନ କରିଥିଲେ ।
କାଲି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ…
() ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପରିଚାଳିତ ହାଇସ୍କୁଲ ପରିଷଦର ମାଟ୍ରିକ୍ ପରୀକ୍ଷା ଫଳ ଆସନ୍ତା ୧୮ତାରିଖ ପୂର୍ବାହ୍ନ ପ୍ରାୟ ୧୦ଟା ରେ ପ୍ରକାଶ ପାଇବ। ମାଧ୍ୟମିକ ଶିକ୍ଷା ପରିଷଦ ତଥା (ବୋର୍ଡ) ର ମୁଖ୍ୟ କାର୍ଯ୍ୟାଳୟ ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏବଂ ସଚିବଙ୍କ ଦ୍ଵାରା ଉନ୍ମୋଚିତ ହେବ। ମଧ୍ୟାହ୍ନ ପ୍ରାୟ ୧୨ଟାରୁ ବୋର୍ଡ଼ ୱେବସାଇଟ ରେ ଛାତ୍ରଛାତ୍ରୀ ମାନେ ନିଜର ପରୀକ୍ଷା ଫଳ ଜାଣିପାରିବେ । ଛାତ୍ରଛାତ୍ରୀ ମାନେ sms ଦ୍ଵାରା ମଧ୍ୟ ନିଜର ପରୀକ୍ଷା ଫଳ ଜାଣିପାରିବେ। ଏଥିପାଇଁ ସେ ନିଜ ମୋବାଇଲରୁ OR-10 ସହ ନିଜର ରୋଲ୍ ନମ୍ବର ଟାଇପ୍ କରି ୫୬୭୬୫୦ କୁ sms କରି ନିଜ ପରୀକ୍ଷା ଫଳ ଜାଣିପାରିବେ। ପରିକ୍ଷାର୍ଥୀ ପାଇଥିବା ନମ୍ବର ରେ କିଛି ତ୍ରୁଟି ଥିଲେ ସେ ମାନେ ଏହି ନମ୍ବରରେ ୦୬୭୧-୨୪୧୫୪୬୦ ଯୋଗାଯୋଗ କରି ନିଜର ଅସୁବିଧା ଜଣାଇ ପାରିବେ। ଯଦି ଛାତ୍ରଛାତ୍ରୀ ମାନେ ନିଜର ପରୀକ୍ଷା ଖାତା କୁ ପୁନଃ ମୂଲ୍ୟାୟନ କରିବା ପାଇଁ ଚାହିଁଲେ ତେବେ ତାଙ୍କୁ ଏକ ମାସର ସମୟ ଦିଆଯିବ ବୋଲି ବୋର୍ଡ ପକ୍ଷରୁ ଜଣାଯାଇଛି। ବୋର୍ଡ ପକ୍ଷରୁ ଛାତ୍ରଛତ୍ରୀମାନଙ୍କୁ ଗ୍ରେସ ମାର୍କ ପ୍ରଦାନ କରାଯାଇଛି। ତ୍ରୁଟି ଶୂନ୍ୟ ପରୀକ୍ଷା ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ବୋର୍ଡ ଆଶା ବ୍ୟକ୍ତ କରିଛି।













