ଧାମନଗରରେ ଜମୁଛି ପ୍ରଚାର : ପଦ୍ମ ଛିଣ୍ଡୁଛି, ସବୁଠି ଶଙ୍ଖ ଆଉ ଶଙ୍ଖ

() ଧାମନଗରରେ ବଦଳୁଛି ରାଜନୀତି । ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ବିରୋଧି କ୍ୟାମ୍ପ ସେତେ ଦୁର୍ବଳ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତି, ଆଦର୍ଶ ଓ ବିକାଶମୂଳକ କାର୍ଯ୍ୟକ୍ରମ ସାମିଲ ହେବାକୁ ବିରୋଧୀ ବିଜେପି , କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକମାନେ ବିଜେଡ଼ି ମୁହାଁ ହୋଇଛନ୍ତି । ବିରୋଧୀ କ୍ୟାମ୍ପରେ ଥିବା ନେତାମାନେ ଭଲ ଭାବରେ ବୁଝିସାରିଛନ୍ତି ଧାମନଗରରେ ବିଜେଡ଼ି ବଡ଼ ବ୍ୟବଧାନରେ ଜିତିବ । ଧାମନଗରବାସୀ ବିକାଶ ସହ ରହିବ ଓ ନବୀନଙ୍କ ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ଆଶୀର୍ବାଦ କରିବେ । ତେଣୁ ଏହି ବିକାଶରେ ବାଧକ ନହେବା ପାଇଁ ଅନେକ ସଚେତନ ନେତା ଓ ନାଗରିକମାନେ ଦଳ ଛାଡ଼ି ବିଜେଡ଼ିରେ ସାମିଲ ହେଉଛନ୍ତି । ଆଉ ସଭିଁଏ ନବୀନଙ୍କ ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶାରେ ଜଣେ ଜଣେ ବିନ୍ଧାଣୀ ହେବାକୁ ଜାତୀୟ ଦଳ ଛାଡ଼ି ବିଜୁ ଜନତା ଦଳରେ ସାମିଲ ହେଉଛନ୍ତି । କାରଣ ବିଜେଡ଼ି ହେଉଛି ଲୋକଙ୍କ ଦଳ ଏକଥା ସେମାନେ ବୁଝିଛନ୍ତି । ବିଜେଡ଼ିରେ ନେତା ନୁହେଁ, କର୍ମୀ ହେବାକୁ ସମେସ୍ତ ଆଗଭର ହୋଇ ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଆଜି ଧାମନଗର ଏନଏସସି, ମୁସ୍ତାଫାପୁର,ଭଗବାନପୁର ପଂଚାୟତର ବହୁ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଛନ୍ତି । ଧାମନଗର ପୂର୍ବତନ ଆଇଟି ସେଲ ସଂଯୋଜକ ଶ୍ରୀଯୁକ୍ତ ମାନସ ମଣ୍ଟୁ, ଶ୍ରୀଯୁକ୍ତ ଚନ୍ଦନ ଜେନା, ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ଦାସ, ଶ୍ରୀଯୁକ୍ତ ତାପସ ରଞ୍ଜନ ପ୍ରଧାନ, ଶ୍ରୀମତୀ ବର୍ଷା ରାଣୀ ଜେନା, ଶ୍ରୀମତୀ ସରସ୍ବତୀ ଜେନା ତଥା ବରିଷ୍ଠ ନେତୃତ୍ବ ଓ ଶତାଧିକ କର୍ମୀ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି | ସେହିପରି ସ୍ବାଧୀନ ପ୍ରାର୍ଥୀ ରାଜୁ ଦାସଙ୍କ ଶହଶହ ସମର୍ଥକ ମଧ୍ୟ ବିଜେଡ଼ିରେ ସାମିଲ ହୋଇଛନ୍ତି । ଫଳରେ ଧାମନଗରରେ ବିଜେଡ଼ି ବଡ଼ ବ୍ୟବଧାନରେ ବିଜୟ କରିବ ଏକଥା ଜଳଜଳ କରି ଦେଖାଗଲାଣି । ପଂଚାୟତ ଓ ପୌର ନିର୍ବାଚନରେ ବିଜେଡ଼ି ୨୫ ହଜାର ଭୋଟରେ ଆଗରେ ରହିଛି । ଏହାସହ ଅନ୍ୟଦଳର ନେତା ବିଜେଡ଼ିରେ ସାମିଲ ହେବା ପରେ ତୃଣମୂଳ ସ୍ତରରେ ବିଜେଡ଼ି ସଂଗଠନ ଆହୁରୀ ମଜବୁତ ହୋଇଛି ।

ଧାମନଗରରେ ବିଜେଡ଼ି ସୁନାମୀ ରୋକିବା ପାଇଁ ଅପ୍ରଚାରରେ ମାତିଛନ୍ତି ବିରୋଧୀ। ନିର୍ବାଚନ ପୂର୍ବରୁ ବିଜେଡ଼ି ବଦନାମ କରିବା ପାଇଁ ବିରୋଧୀ ପ୍ରତ୍ୟେକ ଦିନ ନାନା ଅପ୍ରଚାର କରୁଥିବା ବିଜେଡ଼ି ଅଭିଯୋଗ କରିଛି । ଧାମନଗରରେ ବିଜେଡ଼ି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ , ଭଦ୍ରକ ପର୍ଯ୍ୟବେକ୍ଷକ ତଥା ବିଜେଡ଼ି ବିଧାୟକ ପ୍ରଣବ ବଳବନ୍ତରାୟ ମିଳିତ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟ ବିରୋଧୀ ବିଜେପି ଉପରେ ବର୍ଷିଛନ୍ତି । ଧାମନଗରେ ଏସ୍‌ଏଚଜି ମା ମାନଙ୍କୁ ଅପମାନିତ କରିବା ପାଇଁ ବିଜେପି ଚେଷ୍ଟା କରୁଥିବା ଦଳ ଅଭିଯୋଗ କରିଛି । ଧାମନଗର ଉପ ନିର୍ବାଚନରେ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟ ପ୍ରଚାର ଚାଲଇଥିବା ବେଳେ ବିଜେପି ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଜେଣ ମହିଳାଙ୍କ ମୁହଁ ଘୋଡ଼ାଇ ଟଙ୍କା ବଣ୍ଟା କରାଇଥିବାର ବିଜେଡ଼ି ଦୃଷ୍ଟିକୁ ଆସିଛି ବୋଲି ଦଳ ପ୍ରେସ ମିଟରେ ଅଭିଯୋଗ କରିଛି । ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଯୁକ୍ତି ହେଉଛି ଧାମନଗରବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେବା ଓ ବିକାଶଧାରା ସହ ଯୋଡ଼ି ହୋଇ ରହିଛନ୍ତି । ତେଣୁ ସବୁ ନିର୍ବାଚନୀ ମଣ୍ଡଳୀ ଭଳି ଧାମନଗରରେ ମଧ୍ୟ ବିକାଶ ସପକ୍ଷରେ ଭୋଟ ପଡ଼ିବ ବୋଲି ସେ କହିଛନ୍ତି । ଏହାସହ ଧାମନଗରରେ ବିଜେଡ଼ି ପ୍ରାର୍ଥୀ ବଡ଼ ଭୋଟ ବ୍ୟବଧାନରେ ବିଜୟୀ ହେବେ ବୋଲି ସାଂସଦ ମାନସି ମଙ୍ଗରାଜ କହିଛନ୍ତି ।

ଧାମନଗର ପଲିଟିକ୍ସ : ବଢୁଛି ବିଜେଡ଼ି, ଫେଲ ମାରୁଛି ବିରୋଧୀଙ୍କ ସବୁ ରଣନୀତି…

()୨୦୨୪ ସାଧାରଣ  ନିର୍ବାଚନ ପୂର୍ବରୁ ଧାମନଗରରେ ହେବାକୁ ଯାଉଛି ଉପ ନିର୍ବାଚନ । ୫ଟି ଉପ ନିର୍ବାଚନରେ ଭୋଟର ବିଜୁ ଜନତା ଦଳକୁ ଆର୍ଶୀବାଦ କରିଛନ୍ତି । ଏହା ପ୍ରମାଣିତ କରିଛି ବିଜେଡ଼ି ରାଜ୍ୟରେ ୧ ନମ୍ବର ଦଳ ଅଛି ଓ ରହିବ । ଏହାରି ଭିତରେ ନଭେମ୍ବର ୩ ତାରିଖ ଦିନ ପୁଣିଥରେ ଧାମନଗରବାସୀ ଭୋଟ ଦେବାକୁ ଯାଉଛନ୍ତି । ୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଯାଉଛନ୍ତି ୨ଲକ୍ଷ ୩୦ ହଜାରରୁ ଅଧିକ ଭୋଟର । ୬ ତାରିଖ ଦିନ ଫଳାଫଳ ସ୍ପଷ୍ଟ କରିବ କେଉଁ ଦଳର କେତେ ଲୋକପ୍ରିୟତା ରହିଛି । ସତ୍ୟ, ତଥ୍ୟ , ଅନୁସନ୍ଦାନ ଓ ଗ୍ରାଉଣ୍ଡର ସ୍ଥିତିକୁ ପରଖି ଭୋଟରମାନେ ଏବେ କାହାକୁ ଭୋଟ ଦେବେ ତାହା ଏକ ରକମର ମନସ୍ତ କରିସାରିଛନ୍ତି ଯାହା ରାଜନୈତିକ ସମୀକ୍ଷକ କହିଛନ୍ତି । ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଧାମନଗର ଉପ ନିର୍ବାଚନ ଉଷ୍ମତା ସେତେ ବଢିବଢି ଚାଲିଛି । ପ୍ରଚାର ରେ ଢେର ଆଗରେ ରହିଛି ବିଜେଡ଼ି l କହିବାକୁ ଗଲେ ପୁରା ମଜବୁତ୍ ସ୍ଥିତି ରେ ବିଜେଡି lବିଜେପି, କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀ କିପରି ଅଧିକ ଭୋଟ ହାତେଇବେ ସେ ନେଇ ଦିନରାତି ଏକ କରିଦେଇଛନ୍ତି l ବିଜେଡ଼ିକୁ ଟକ୍କର ଦେବା ପାଇଁ ବିରୋଧୀଙ୍କ ସବୁ ରଣନୀତି ଧାମ ନଗରରେ ଫୁଶୁକି ଯାଉଥିବା ବେଳେ ପ୍ରତ୍ୟେକ ଦିନ ନୂଆ ନୁଆ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଶାସକ ଦଳକୁ ଅକଳରେ ପକାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ବିରୋଧୀ । ଜାତିପ୍ରଥା, ଜିଲ୍ଲା ଜିଲ୍ଲା ଭେଦଭାବ ସୃ୍ଷ୍ଟି କରି ବିରୋଧୀ ଧାମନଗରବାସୀଙ୍କ ମନ ଜଣିବାକୁ ପ୍ରୟାସ କରୁଥିବା ବେଳେ ଭୋଟରଙ୍କ ଉପରେ କିନ୍ତୁ ଏହାର କୌଣସି ପ୍ରଭାବ ପଡ଼ୁନାହିଁ l କାରଣ ପଡ଼ୋଶୀ ଜିଲ୍ଲାରୁ ବିରୋଧୀ କ୍ୟାମ୍ପର ଗଣ୍ଡାଗଣ୍ଡା ନେତା ଧାମନଗରେ ଡ଼େରା ପକାଇ ଦଳୀୟ ପ୍ରାର୍ଥୀ ସପକ୍ଷରେ ଭୋଟ ଭିକ୍ଷା କରୁଥିବା ବେଳେ ଶାସକ ଦଳକୁ ଏ ପ୍ରସଙ୍ଗରେ ଟାର୍ଗେଟ କରିବା ବିରୋଧୀଙ୍କ ରାଜନୈତିକ ରଣନୀତି ବୋଲି ଧାମନଗରବାସୀ ଭଲ ସେ ବୁଝି ଗଲେଣି l ସେହିପରି ଶାସକ ଦଳ ବିରୋଧରେ ଅପପ୍ରଚାର, ରାଜନୈତିକ ବୟାନବାଜି ମଧ୍ୟ ଭୋଟରଙ୍କୁ ଛୁଇପାରି ନାହିଁ । ଧାମନଗର ଉପ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ଶାସକ ଓ ବିରୋଧୀ ମଧ୍ୟରେ ଗଡ଼ ଦଖଲ କରିବା ପାଇଁ ଆକ୍ଷେପ ଓ ପ୍ରତି ଆକ୍ଷେପ ବୟାନ ବାଜି ତୀବ୍ର ହୋଇଛି l ବିଜେଡ଼ିର ଯୁକ୍ତି ହେଉଛି ଦୁଇ ବିରୋଧି ବିଜେପି ଓ କଂଗ୍ରେସ ଧାମନଗର ଦଖଲ କରିବା ଚିନ୍ତାରେ ଲାଗିଥିବା ବେଳେ ବିଜେଡ଼ି ଧାମନଗର ବିକାଶ ରଥ କିପରି ଅଗ୍ରଗତି ହେବ ସେ ଚିନ୍ତାରେ କାମ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତି ଓ ଆଦର୍ଶକୁ ଆଗକୁ ନେବା ପାଇଁ ଧାମ ନଗରବାସୀ ସଙ୍କଳ୍ପ କରିଛନ୍ତି । ତେଣୁ ଲୋକେ ବିଜେଡି ସହ ଥିଲେ ଓ ରହିବେ ବୋଲି ଦଳ କହିଛି l ସେହିପରି ବିଜେପି ଏଥର ଧାମ ନଗରରେ ବିଜୟ କରିବ ବୋଲି ଯୁକ୍ତି ବାଢ଼ିଛି l ଅନ୍ୟପଟେ କଂଗ୍ରେସ କହିଛି ଯେ ଦରଦାମ୍ ପାଇଁ ବିଜେପିକୁ ଲୋକେ ପ୍ରତ୍ୟାଖାନ କରିବେ l ବିଜେଡି ବିଜେପିକୁ ସବୁ ପ୍ରସଂଗରେ ସହଯୋଗ କରୁଥିବାରୁ ବିଜେଡିକୁ ମଧ୍ୟ ଲୋକେ ଭୋଟ ଦେବେ ନାହିଁ l ତେଣୁ କଂଗ୍ରେସ ଏକମାତ୍ର ବିକଳ୍ପ ବୋଲି ଦଳ ଯୁକ୍ତି ବାଢ଼ିଛି l ତେଣୁ ଧାମନଗର ରେ ବିଜେଡି ସହ କଂଗ୍ରେସର ଲଢେଇ ହେବ ବୋଲି ଦଳ କହିଛି l ଏବେ ନଜର ପକାନ୍ତୁ ୨୦୦୦ରୁ ୨୦୨୨ ଯାଏ ଧାମ ନଗର ଉନିର୍ବାଚନରେ ଫଳାଫଳ ଉପରେ l 

 

 

୨୦୦୦ ମସିହାର ୨୦୧୯ ମସିହା ଯାଏ ଧାମନଗରେ ହୋଇଥିବା ନିର୍ବାଚନ ଫଳାଫଳକୁ ସମୀକ୍ଷା କଲେ ସ୍ପଷ୍ଟ ଅନୁମାନ ଯେ ବିଜେଡ଼ି ପ୍ରତି ଧାମନଗରବାସୀଙ୍କ ଆର୍ଶୀବାଦ ରହିଛି । ୨୦୦୦ ମସିହାରେ ଧାମନଗରରେ ସ୍ବାଧୀନ ପ୍ରାର୍ଥୀ ଜଗନ୍ନାଥ ମଲ୍ଲିକ ଜିତିଥିବା ବେଳେ ୨୦୦୪ ମସିହାରେ ବିଜେଡ଼ି-ବିଜେପି ମେଣ୍ଟ ପ୍ରାର୍ଥୀ ମନମୋହନ ସାମଲ, ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ବିଜେପି କୁ ଭୋଟର ପ୍ରତ୍ୟାଖାନ କରି ପୁଣି ଥରେ ବିଜେଡ଼ିକୁ ଜିତାଇ ଥିଲେ l ସେହିପରି ୨୦୧୪ରେ ମଧ୍ୟ ବିଜେଡ଼ି ଧାମନଗରରେ ବିଜୟ ଧ୍ବଜା ଉଡ଼ାଇଥିଲା । ୨୦୧୯ରେ ବିଜେଡ଼ି ପ୍ରତି ଜନ ଆର୍ଶୀବାଦ ମିଳିଥିଲେ ମଧ୍ୟ ଶେଷ ମୁହୁର୍ତ୍ତରେ ମାତ୍ର ୪ହଜାର ୬୨୫ ଭୋଟରେ ବିଜେଡ଼ି ପରାଜିତ ହୋଇଥିଲା । ହେଲେ ଏହାପରେ ପଂଚାୟତ ଓ ପୌର ନିର୍ବାଚନରେ ଧାମନଗରବାସୀ ବିଜେଡ଼ିକୁ ଆର୍ଶୀବାଦ କରିଥିଲେ । ଏସବୁ ସମୀକ୍ଷା କଲେ ବିଜେଡ଼ିର ପାଲା ଧାମନଗରେ ଏବେ ଭାରୀ ରହିଛି l ତେବେ ଦଳୀୟ ନେତାଙ୍କ କହିବା କଥା ହେଉଛି ଦଳ ଏବେ କେତେ ଅଧିକ ଭୋଟ ବ୍ୟବଧାନରେ ବିଜୟ କରିବ ସେ କାମରେ ଲାଗିଛି । ବିରୋଧି ମଧ୍ୟ ବାଜି ଜିତିବାକୁ କସରତ ଓ ସବୁ ପ୍ରକାର ଚେଷ୍ଟା ଜାରୀ ରଖିଛନ୍ତି । ତେବେ ୬ତାରିଖ ଦିନ ନିର୍ବାଚନ ଫଳାଫଳ ପ୍ରକାଶ ପାଇଲେ ସ୍ପଷ୍ଟ ହେବ କାହା ମୁଣ୍ଡରେ ସୁନା କଳସ ଢାଳିବେ ଧାମନଗରବାସୀ l

ଜଟିଳ ଅସ୍ତ୍ରୋପଚାର କରି ନବଜାତ ଶିଶୁର ଜୀବନ ବଂଚାଇଲେ ସମ୍ ଅଲ୍ଟିମେଟ୍ ସର୍ଜନ…

() ଏକ ନବଜାତ ଶିଶୁର ଶରୀରରେ ଥିବା ଜନ୍ମଗତ ତୃଟି କନ୍‌ଜେନିଟାଲ୍ ଡାୟାଫ୍ରାଗ୍‌ମେଟିକ୍ ହାର୍ନିଆ (ସିଡିଏଚ୍‌) କୁ ଜଟିଳ ଅସ୍ତ୍ରୋପଚାର ଦ୍ଵାରା ଦୂର କରି ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ସର୍ଜନ୍ ।

ମା’ର ଗର୍ଭରେ ଥିବା ସମୟରୁ ହିଁ ଶିଶୁଟିର ଏହି ସମସ୍ୟା ସମ୍ପର୍କରେ ପରୀକ୍ଷାରୁ ଜଣାପଡ଼ିଥିଲା । ନିର୍ଦ୍ଧାରିତ ସମୟ ପୂର୍ବରୁ ଓ ଶିଶୁର ମା’ ୮ ମାସ ଗର୍ଭବତୀ ଥିବା ସମୟରେ ଅସ୍ତ୍ରୋପଚାର ମାଧ୍ୟମରେ ଡେଲିଭରି କରାଯିବା ପରେ ଶିଶୁଟି ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାକୁ ତୁରନ୍ତ ଭେଂଟିଲେଟର ସାହାଯ୍ୟରେ ୩ ଦିନ ପର୍ଯ୍ୟନ୍ତ ରଖାଯାଇଥିଲା ବୋଲି ସୂଚନା ଦେଇଛନ୍ତି ସମ୍ମମ୍‌ର ପେଡିଆଟ୍ରିକ୍ ଓ ନିଓନାଟୋଲୋଜି ବିଭାଗର ସିନିୟର୍ କନ୍‌ସଲଟାଂଟ ଡାକ୍ତର ପ୍ରଦୀପ କୁମାର ଦେ ।

ଶିଶୁର ଶରୀରରେ ଥିବା ତୃଟିକୁ ସୁଧାରିବା ନିମନ୍ତେ ହସ୍ପିଟାଲ୍ କନ୍‌ସଲ୍‌ଟାଂଟ ତଥା ପେଡିଆଟ୍ରିକ୍ ସର୍ଜନ୍ ଡାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍ ତୁରନ୍ତ ସିଡିଏଚ୍ ରିପେୟାର ସର୍ଜରୀର ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ ଜନ୍ମ ଗ୍ରହଣ କରିବାର ତିନି ଦିନରେ ହିଁ ଅସ୍ତ୍ରୋପଚାର କରାଯାଇଥିଲା । ଏହି କ୍ଷେତ୍ରରେ ଶରୀରର ଛାତି ଓ ପେଟକୁ ଅଲଗା କରି ରଖୁଥିବା ଡିଆଫ୍ରାମ ଠିକ୍ ଭାବରେ ସୃଷ୍ଟି ହୋଇ ନଥିବାରୁ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଏପଟ ସେପଟ ହୋଇ ରହିଥିଲା।

ଏହି ଶିଶୁ କ୍ଷେତ୍ରରେ ଯକୃତର ଏକ ଅଂଶ ଛାତି ଆଡକୁ ଚାଲି ଯାଇଥିବାରୁ ଜଟିଳତା ସୃଷ୍ଟି ହୋଇଥିଲା ବୋଲି ଜୁନିଅର କନ୍ସଲ୍ଟାଣ୍ଟ ଡକ୍ଟର ଅଜୟ ମହାନ୍ତି ଗାହାଣ ପ୍ରକାଶ କରିଥିଲେ। ସିଡିଏଚ୍ ଭଳି ଜଟିଳ ସମସ୍ୟା ଯାହାକି ୩୦୦୦ ନବଜାତ ଶିଶୁଙ୍କ ମଧ୍ୟରୁ ଜଣକୁ ହୋଇଥାଏ । ଆଗାମୀ ମାସରେ ଶିଶୁଟିର ଏମ୍‌ଆର୍‌ଆଇ ସ୍କାନ୍ କରିବା ସହ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଦୁଇ ମାସରେ ଥରେ ଶିଶୁଟିର ସ୍ନାୟୁଗତ ବିକାଶର ପରୀକ୍ଷଣ କରାଯିବ ବୋଲି ସେ କହିଛନ୍ତି ।

ସୁଆଣ୍ଡୋ ଗ୍ରାମ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କଲେ ମୁଖ୍ୟ ଶାସନ…

{} ମୁଖ୍ୟ ଶାସନ  ସବିଙ୍କର ସୁଆଣ୍ଡୋ ଗ୍ରାମ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ।

ଡିସେମ୍ବର ଶେଷ ସୁଦ୍ଧା ପ୍ରକଳ୍ପ ପୂର୍ଣ୍ଣାଙ୍ଗ କରିବାକୁ ନିର୍ଦ୍ଦେଶ।

()  ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସତ୍ୟବାଦୀ ଗସ୍ତରେ ଆସି ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପର କ୍ଷେତ୍ର ସ୍ତରୀୟ ଅଗ୍ରଗତି ସମୀକ୍ଷା କରିଛନ୍ତି । ଉତ୍କଳମଣି ପଣ୍ଡିତ ଗୋବପନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଠାରେ ନିର୍ମାଣାଧୀନ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିର, ଉତ୍କଳମଣିଙ୍କ ଷଠୀଘର, କୂଳଦେବତା ରାଧା ବିନୋଦ ବିହାରୀଙ୍କ ମନ୍ଦିର, ସଂଗ୍ରହାଳୟ, ପ୍ରମୋଦ ଉଦ୍ୟାନ, ପୁଷ୍କରିଣୀ ଏବଂ ଓଡିଶାର ସର୍ବୋଚ୍ଚ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସ୍ଥଳ ପରିଦର୍ଶନ କରିଛନ୍ତି ।  ମୁଖ୍ୟ ଶାସନ ସଚିବ ମଧ୍ୟ ପଟ୍ଟନାଇକିଆ ଛକ ନିକଟରେ ନିର୍ମାଣାଧୀନ ଅଭ୍ୟର୍ଥନା ଓ ସୂଚନା କେନ୍ଦ୍ର ପରିଦର୍ଶନ କରିଥିଲେ।

ସମୁଦାୟ ୨୫ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟରେ ସୁଆଣ୍ଡୋ ଗ୍ରାମ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି । ମୁଖ୍ୟ ଶାସନ ସଚିବ ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିର ନିର୍ମାଣ ସଂପର୍କରେ ମୁଖ୍ୟ ଶିଳ୍ପୀ ତ୍ରିନାଥ ମହାରଣାଙ୍କ ସହ ସେ ଆଲୋଚନା କରିିଥିଲେ। ଗ୍ରାମରେ ଭୂତଳ କେବୁଲରେ ବିଦ୍ୟୁତ ଯୋଗାଣ କାର୍ଯ୍ୟ ଶେଷ ହୋଇଛି । ଗ୍ରାମ ଦାଣ୍ଡର ମଧ୍ୟ ଉନ୍ନତି କରଣ କରାଯାଉଛି। ଡିସେମ୍ବର ମାସ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ ଶ୍ରୀ ମହାପାତ୍ର କ୍ଷେତ୍ର ସ୍ତରୀୟ ଅଧିକାରୀ ଏବଂ ଯନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଗସ୍ତ ସମୟରେ ମୂଖ୍ୟ ଶାସନ ସଚିବ ସତ୍ୟବାଦୀ ବକୁଳ ବନ ପରିସରରେ ନିର୍ମାଣଧିନ ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲେ । ଆସନ୍ତା ଏପ୍ରିଲ ମାସ ଶେଷ ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦେଶ ଦେଇଥିଲେ।

ମୁଖ୍ୟ ଶାସନ ସଚୀବ ଶ୍ରୀ ମହାପାତ୍ର ମଧ୍ୟ ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ କରିଥିଲେ। ଖୁବଶୀଘ୍ର ସାକ୍ଷୀଗୋପାଳ ମନ୍ଦିର ଓ ବକୁଳ ବନର ଉନ୍ନୟନ କରାଯିବ। ସାକ୍ଷୀଗୋପାଳ ବଜାରରେ ଓଭର ବ୍ରିଜ଼ ନିର୍ମାଣ କରାଯିବ। ମନ୍ଦିର ବାଇପାସ ରାସ୍ତା ସମ୍ପ୍ରସାରଣ କରାଯିବ ବୋଲି କହିଥିଲେ।ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଓଡିଶା ସେତୁ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଜୟକୃଷ୍ଣ ଦାସ, ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟ ସିଂହ, ବିଡ଼ିଓ ଲୋଚନ ଦାସ ଓ ଆରକ୍ଷୀ ନିରୀକ୍ଷକ ବିଜୟ କେତନ ବେହେରା ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

25 ତାରିଖ କୁ ସରକାରୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର…

() ଆସନ୍ତା 25ତାରିଖ ମଙ୍ଗଳବାର ଦିନ ସୂର୍ଯ୍ୟ ପରାଗ ପଡୁଥିବାରୁ ଉକ୍ତ ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି ।ତଦନୁଯାୟୀ oct 25 /2022 ମଂଗଳ ବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ କଲେଜ ଆଦି ସମସ୍ତ ଶିକ୍ଷାନୁଷ୍ଠାନ,ରାଜସ୍ବ ବିଭାଗୀୟ କୋର୍ଟ, ବ୍ୟାଙ୍କ ଏବଂ ଅନ୍ୟ banking institution ବନ୍ଦ ରହିବ।

ଇତିହାସ ରଚିବା ଲକ୍ଷରେ ବିଜେଡି…

() ଧାମନଗର ଉପନିର୍ବାଚନ ନେଇ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ପ୍ରତିକ୍ରିୟା। ନିର୍ବାଚନ ଆସିଲେ ସବୁ ଦଳର ନେତା ଆସନ୍ତି। କିନ୍ତୁ ବିଗତ ଦିନରେ ଯେତେ ଲଢେଇ ହୋଇଛି ବିଜେଡି ଜିତାପଟ କରିଛି। ଇତିହାସ ଦେଖିଲେ ଲୋକଙ୍କ ଆସ୍ଥା ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି ବିଜେଡି ପାର୍ଥିନି ଭଲ ଭୋଟ ରେ ଜିତିବେ । ଏଥିରେ କୌଣସି ଆଶଙ୍କା କି ସଞ୍ଚୟ ନାହି । ବ୍ରଜରାଜ ନଗର ଉପନିର୍ବାଚନ ସମୟରେ ବହୁତ୍ ଆଲୋଚନା ପର୍ୟାଲୋଚନ ହୋଇଥିଲା। ଫଳାଫଳ ରୁ ଜଣାପଡ଼ିଲା କିଏ ତିନି ନମ୍ବର କୁ ଗଲା। କିଏ ଦୁଇ ନମ୍ୱର୍ ରହିଲା। ଯିଏ ଲଢ଼ୁଛନ୍ତି ୨,୩ ଓ ୪ ନମ୍ୱର୍ ପାଇଁ ଲଢ଼ୁଛନ୍ତି ।ବିଜେଡି ୧ ରେ ରହିବା କଥା ରହିବ।

ବିଜେଡି ନେତା ସୁବାଷ ସିଂ କହିଛନ୍ତି।

ଧାମନଗର ଉପନିର୍ବାଚନ ଇତିହାସ ରଚିବ।ମୁଖ୍ୟମନ୍ତ୍ରୀଙ୍କ ବିକାଶ ର ରୂପରେଖ ସଫଳତା ଦେବ। ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ରେ ବିଜେଡି ୨୮ ହଜାର ଅଧିକ ଭୋଟ ଆଗରେ ଥିଲା। ସଂଖ୍ୟାଲଘୁ ଭୋଟ ନବୀନଙ୍କ ସହ ଯୋଡ଼ି ହୋଇ ରହିଛି। ନବୀନଙ୍କ କାମ ହିଁ ତାଙ୍କ ପରିଚୟ। ତେଣୁ ବିଜେଡି ଜିତିବା ନିଶ୍ଚୟ।

 

ବବିଙ୍କ ଏଣ୍ଟ୍ରି: ନୀଳ ଜର୍ସି ପିନ୍ଧିବେ ଓଡ଼ିଆ

() ଓଡିଶା କ୍ରିକେଟର ତ୍ରାଣକର୍ତ୍ତା ସାଜିଛନ୍ତି ବିଜେଡିର କ୍ରାଇସିସ୍ ମ୍ୟାନେଜର ବବି। ଓସିଏ ସଭାପତି ଭାବେ ବିନା ପ୍ରତିଦ୍ବନ୍ଦିତା ରେ ମୁକୁଟ ପିନ୍ଧିଛନ୍ତି ପ୍ରଣବ ପ୍ରକାଶ। ଆଉ କ୍ରିକେଟ ରେ ବବିଙ୍କ ଏଣ୍ଟ୍ରି ସିଧାସଳଖ ଦର୍ଶାଉଛି ଯେ ହକି, ଫୁଟବଲ, ଆଥଲେଟିକ୍ସ ପରି ଏବେ ଓଡିଶା କ୍ରିକେଟ ଚମକିବ। ଦୁଇ ଦଶନ୍ଧି ଧରି ଭାରତୀୟ ଦଳରେ ଓଡିଆ ଖେଳାଳୀଙ୍କ ସ୍ବରଶବ୍ଦ ନ ଥିବା ବେଳେ ସମସ୍ତ ଙ୍କର ଆଶା ବବି ଓସିଏ ସଭାପତି ହେବା ପରେ କ୍ରିକେଟ ମ୍ୟାନେଜମେଣ୍ଟ ରେ ଆଖିଦୃଶିଆ ପରିବର୍ତ୍ତନ ହେବ। ଜଣେ ବାସ୍ତବବାଦୀ, ଦୂରଦୃଷ୍ଟି ସଂପନ୍ନ ତଥା ବିଚକ୍ଷଣ ନେତା ଭାବେ ସେ ରାଜନୀତି ପରି କ୍ରୀଡାରେ କିଛି କରିସ୍ମା କରି ଦେଖାଇବେ। କେବଳ ଭିତ୍ତିଭୂମି ନୁହେଁ ବରଂ କ୍ରିକେଟ ପ୍ରତିଭା ଖୋଜିବାରେ ତାଙ୍କ ଅଭିମୁଖ୍ୟ ଓଡିଶାକୁ ଆଗକୁ ନେଇ ପାରିବ ବୋଲି ସମସ୍ତଙ୍କର ଆଶା ଓ ବିଶ୍ବାସ । ଅନ୍ୟପଟେ କଟକ-ଓସିଏ ନିର୍ବାଚନ ପାଇଁ ନାମାଙ୍କନ ଶେଷ। ସମସ୍ତ 6 ପଦ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀ। ସଭାପତି ପାଇଁ ପ୍ରଣବ ପ୍ରକାଶ ଦାସ, ସଂପାଦକ ପ୍ରାର୍ଥୀ ସଂଜୟ ବେହେରା, ଉପସଭାପତି-ପଙ୍କଜ ଲୋଚନ ମହାନ୍ତି, ଯୁଗ୍ମ ସଂପାଦକ ପ୍ରଭାତ ଭୋଳ, କୋଷାଧ୍ୟକ୍ଷ-ବିକାଶ ପ୍ରଧାନ, ଆପେକ୍ସ କାଉନସିଲ ସଦସ୍ୟ-ପ୍ରତାପ ପ୍ରଧାନ । ଯାଞ୍ଚ ଓ ପ୍ରତ୍ୟାହାର ସମୟ ପରେ ଔପଚାରିକ ଘୋଷଣା ହେବ।

ଓସିଏ ସଭାପିତ ହେବା ପରେ ପ୍ରଣବ ପ୍ରକାଶ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓସିଏକୁ ନେଇ ବଡ ସ୍ଵପ୍ନ ଦେଖିଥିବା କହିଛନ୍ତି l ଆଜି ମା କଟକ ଚଣ୍ଡୀକୁ ଦର୍ଶନ କରି ନୂଆଟିମ୍ ସଦସ୍ୟ ମାନେ ଆଶୀର୍ବାଦ ନେଇ ଓସିଏ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ l

ପଶ୍ଚିମ ଓଡିଶାରେ ୯ଟି ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ…

() ଆଉ ୯ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପିତ ପ୍ରାୟ ୫୦ କୋଟି ଟଙ୍କାର ପ୍ରକଳ୍ପ ।

ପଶ୍ଚିମ ଓଡିଶା ବିକାଶ ପରିଷଦର ଏକ ସ୍ବତନ୍ତ୍ର ଲୋଗୋ ଓ ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ ଉନ୍ମୋଚିତ।

ଆଗାମୀ ମେକ୍‌-ଇନ୍‌-ଓଡିଶା କନ୍‌କ୍ଲେଭରେ ଶିଳ୍ପ ପାଇଁ ଏକ Special Initiative package ଘୋଷଣା କରାଯିବ

୨୦୦୦ରୁ ଏପର୍ଯ୍ୟନ୍ତ ପଶ୍ଚିମ ଓଡିଶା ବିକାଶ ପରିଷଦ ଜରିଆରେ ପ୍ରାୟ ୪୦ ହଜାର ପ୍ରକଳ୍ପ କରାଯାଇଛି

ଆଞ୍ଚଳିର ବୈଷମ୍ୟ ଦୂର କରିବା ପାଇଁ ଆମେ କାମ କରୁଛୁ – ମୁଖ୍ୟମନ୍ତ୍ରୀ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶା ପାଇଁ ୯ଟି ପ୍ରକଳ୍ପ ଲୋକାର୍ପିତ କରିଥିବା ବେଳେ ଆଉ ୯ଟି ପ୍ରକଳ୍ପ ପାଇଁ ଭିତ୍ତିଭୂମି ରଖିଛନ୍ତି ।

ଲୋକାର୍ପିତ ୯ଟି ପ୍ରକଳ୍ପ ପାଇଁ ୧୪.୬୯ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ଭିତ୍ତିପ୍ରସ୍ତର ରଖାଯାଇଥିବା ୯ଟି ପ୍ରକଳ୍ପର ମୂଲ୍ୟ ୩୩.୬୮ କୋଟି ଟଙ୍କା । ସମୁଦାୟ ପ୍ରକଳ୍ପ ପାଇଁ ୪୮.୩୭ କୋଟି ଟଙ୍କା ବିନିଯୋଗ କରାଯାଉଛି। ଲୋକାର୍ପିତ ହୋଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ସ୍କୁଲ, କଲ୍ୟାଣ ମଣ୍ଡପ, Sports Complex ଆଦିର ବିକାଶ ସହିତ କୋମନା ଠାରେ ଏକ ମିଲେଟ୍‌ ପ୍ରକ୍ରିୟାକରଣ ପ୍ରକଳ୍ପ ରହିଛି । ସେହିପରି ଭିତ୍ତିଭୂମି ରଖାଯାଇଥିବା ପ୍ରକଳ୍ପ ମାନଙ୍କ ମଧ୍ୟରେ ଇକୋ ଟୁରିଜିମ, ଭିତ୍ତିଭୂମି, ଇକୋ ପାର୍କ, ଷ୍ଟାଡିଅମ, ହସ୍ତତନ୍ତ ମଲ୍‌ ଆଦିର ବିକାଶ କାର୍ଯ୍ୟକ୍ରମ ରହିଛି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଞ୍ଚଳିକ ବୈଷମ୍ୟ ଦୂର କରିବାର ଲକ୍ଷ୍ୟ ନେଇ ରାଜ୍ୟ ସରକାର ପଶ୍ଚିମ ଓଡିଶାର ବିକାଶ ଉପରେ ଗୁରୁତ୍ବ ଦେଇ କାମ କରୁଛନ୍ତି । ୨୦୦୦ ମସିହାରୁ ଏପର୍ଯ୍ୟନ୍ତ ପଶ୍ଚିମ ଓଡିଶା ବିକାଶ ପରିଷଦ ଜରିଆରେ ପ୍ରାୟ ୪୦ ହଜାର ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇଛି। ଗତବର୍ଷ ପରିଷଦର annual grantକୁ ୧୦୦ କୋଟିରୁ ୨୦୦ କୋଟିକୁ ବୃଦ୍ଧି କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଅଧିକ ପ୍ରକଳ୍ପ ହାତକୁ ନେବା ପାଇଁ ସୁଯୋଗ ସୃଷ୍ଟି କରିଛି ।ପଶ୍ଚିମ ଓଡିଶାର ବିକାଶ ପାଇଁ ଭିତ୍ତିଭୂମି ସହିତ କୃଷି, ଜଳସେଚନ ଓ ଶିଳ୍ପ ଉପରେ ଆମେ ବିଶେଷ ଜୋର ଦେଉଛୁ । ତାସହିତ ପର୍ଯ୍ୟଟନ ଓ ହସ୍ତତନ୍ତ ଆଦିର ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ ହେଉଛି। ସେହିପରି ହରିଶଙ୍କର, ନୃସିଂହନାଥ ଓ ମା ସମଲେଇ କ୍ଷେତ୍ରର ବିକାଶ ପାଇଁ ମଧ୍ୟ କାମ ଚାଲିଛି ବୋଲି ସେ କହିଥିଲେ।

ବିଜୁ ଏକ୍‌ସପ୍ରେସ୍‌ ୱେର ପଶ୍ଚିମ ଓଡିଶା କରିଡର କାମ ଶୀଘ୍ର ଶେଷ ହେବାକୁ ଯାଉଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଏହାଦ୍ବାରା ଏଠାରେ ଅର୍ଥନୈତିକ ପ୍ରକ୍ରିୟା ତ୍ବରାନ୍ବିତ ହେବ। ଆଗାମୀ ମେକ୍‌-ଇନ୍‌-ଓଡିଶା କନ୍‌କ୍ଲେଭରେ ଶିଳ୍ପ ପାଇଁ ଏକ Special Initiative package ଘୋଷଣା କରାଯିବ ବୋଲି ସେ କହିଥିଲେ। ପଶ୍ଚିମ ଓଡିଶାରେ ବିକାଶ ରଥକୁ ଆହୁରି ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶା ବିକାଶ ପରିଷଦର ଏକ ସ୍ବତନ୍ତ୍ର ଲୋଗୋ ଓ ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ ଉନ୍ମୋଚନ କରିଥିଲେ ।

ଏହି ଅବସରରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ ପଶ୍ଚିମ ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଉଦ୍ୟମର ଉଚ୍ଚପ୍ରଶଂସା କରିବା ସହିତ ରାଜ୍ୟର ବିଭିନ୍ନ ବିକାଶ କାର୍ଯ୍ୟକ୍ରମ ଜରିଆରେ ଓଡିଶାକୁ ଦେଶର ଏକ ପ୍ରମୁଖ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ସଂପର୍କରେ ବର୍ଣ୍ଣନା କରିଥିଲେ ।ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ ପ୍ରାରମ୍ଭିକ ସୂଚନା ଦେଇ କହିଥିଲେ ଯେ ପଶ୍ଚିମ ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇଛନ୍ତି ଓ ପରିଷଦର ମାର୍ଗଦର୍ଶନ କରିଛନ୍ତି । ପରିଷଦ ପକ୍ଷରୁ ପଶ୍ଚିମ ଓଡିଶାର ପ୍ରତ୍ୟେକ ଜିଲ୍ଲାର Baseline Economic Data ରଖାଯାଇଛି ଏବଂ ବିଭିନ୍ନ ଅଞ୍ଚଳର ମୌଳିକ ସୁବିଧା ଆସୁବିଧାକୁ ଦୃଷ୍ଟିରେ ରଖି ପ୍ରକଳ୍ପ ନିର୍ମାଣ କରାଯାଉଛି । ପଶ୍ଚିମ ଓଡିଶାର ପ୍ରତ୍ୟେକ ଜିଲ୍ଲାରେ ବିକାଶ ପରିଷଦର କାର୍ଯ୍ୟାଳୟ ଖୋଲାଯାଇଛି ବୋଲି ସେ କହିଥିଲେ । ପଶ୍ଚିମ ଓଡିଶା ବିକାଶ ପରିଷଦର ସିଇଓ ଶ୍ରୀ ଅଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ପଶ୍ଚିମ ଓଡିଶାର ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା…..

() ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା l 24ତାରିଖରେ ଏହି ପଶ୍ଚିମ ବଙ୍ଗ ଓ ବଙ୍ଗଲାଦେଶ ପ୍ରଭାବ ପଡ଼ିବ l 23ରୁ 25ଯାଏ ଓଡ଼ିଶାରେ ବର୍ଷା ହେବ l

ସମ୍ଭାବ୍ୟ ବାତ୍ୟା କୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲିକଙ୍କ ପ୍ରତିକ୍ରିୟା…

() ରାଜ୍ୟ ସରକାର 30 ଟି ଜିଲ୍ଲା କୁ ନିର୍ଦେଶ ଦେଇଛନ୍ତି । ସମସ୍ତ ଜିଲ୍ଲାପାଳ ମାନେ ଏହି ସମୟରେ ଉପସ୍ଥିତ ରହିବେ । ଜିଲ୍ଲା ଗୁଡିକରେ ମେଡିସିନ, ପିଇବା ପାଣି, ଡ଼ଙ୍ଗା ଆବଶ୍ୟକ ମୁତାବକ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ,କଲେଜ, ସ୍କୁଲ ଓ କଲ୍ୟାଣ ମଣ୍ଡପ କୁ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି। 7 ଟି ଜିଲ୍ଲା ଉପରେ ନଜର ରଖାଯାଇଛି । ମାତ୍ର ସମସ୍ତ ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି ସଜାଗ ରହିବା ପାଇଁ । ଆଜି ଚିତ୍ର ସ୍ପଷ୍ଟ ହେବା ପରେ ଆଗାମୀ ପଦକ୍ଷେପ ନିଆଯିବ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news