ବାହାନଗା ରେଳ ଦୁର୍ଘଟଣା ରେ ୩୯ ଜଣ ମୃତକଙ୍କ ପାଇଁ ସହାୟତା ରାଶି ପ୍ରଦାନ କଲେ ମୁଖମନ୍ତ୍ରୀ…

() ବାହାନଗା ରେଳ ଦୁର୍ଘଟଣା ଚିହ୍ନଟ ହୋଇଥିବା ଓଡିଶାର ୩୯ ଜଣ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧.୯୫ କୋଟି ଟଙ୍କା ମଞ୍ଜୁର,

7ଟି ଜିଲ୍ଲାର ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ ସହାୟତା ପ୍ରଦାନ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାହାନଗା ଟ୍ରେନ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଓଡିଶାର ୩୯ ଜଣ ମୃତକଙ୍କ ପାଇଁ ୧.୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯାଉଛି ।

ମୃତକଙ୍କ ମଧ୍ୟରେ ଭଦ୍ରକର ୮ଜଣ, ଯାଜପୁରର ୨ଜଣ, ବାଲେଶ୍ୱରର ୧୪ଜଣ, ମୟୁରଭଞ୍ଜର ୯ଜଣ, ଖୋର୍ଦ୍ଧାର ୨ଜଣ, କଟକର ୩ଜଣ ଓ କେନ୍ଦୁଝରର ଜଣେ ବ୍ୟକ୍ତି ଅଛନ୍ତି। ମୃତକମାନଙ୍କର ନିକଟତମ ଆତ୍ମୀୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ପୂର୍ବରୁ ଓଡିଶାର ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ।

NIRF ର‌୍ୟାଙ୍କିଙ୍ଗ୍‌ରେ ଓଡ଼ିଶାରେ ପୁଣି ଏକ ନମ୍ବର ସ୍ଥାନରେ ସୋଆ…

{} ସୋଆ ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ, 

ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍‌ରେ ଓଡ଼ିଶାରେ ପୁଣି ଏକ ନମ୍ବର ସ୍ଥାନରେ ସୋଆ।

()  ନିମନ୍ତେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍ନାଲ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ରେ ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ୧୫ ତମ ସ୍ଥାନ ହାସଲ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) । ସୋମବାର ନୂଆଦିଲ୍ଲୀ ଠାରେ ଏହି ର‌୍ୟାଙ୍କିଙ୍ଗ୍‌ସ କେନ୍ଦ୍ର ଶିକ୍ଷା ଏବଂ ବର୍ହିବ୍ୟାପାର ରାଜ୍ୟମନ୍ତ୍ରୀ ଶ୍ରୀ ରାଜକୁମାର ରଞ୍ଜନ ସିଂଙ୍କ ଦ୍ୱାରା ଉନ୍ମୋଚନ ହୋଇଛି ।

ଏକ ବହୁବିଧ ବିଶ୍ୱବିଦ୍ୟାଳୟ ଭାବେ ସୋଆ ଗତ ୨୦୨୨ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗସରେ ୧୬ ତମ ସ୍ଥାନରେ ରହିଥିବା ବେଳେ ୨୦୧୬ ଠାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ଏହି ର‌୍ୟାଙ୍କିଙ୍ଗ ପ୍ରକ୍ରିୟାରେ କ୍ରମାଗତ ୮ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ ଟି ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ନିଜ ସ୍ଥାନ ବଜାୟ ରଖି ଆସିଛି । ଏଥି ମଧ୍ୟରୁ ୬ ବର୍ଷ ସୋଆ ଦେଶର ୨୦ଟି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇପାରିଛି । ଚଳିତ ବର୍ଷ ଏହି ପ୍ରକ୍ରିୟାରେ ସୋଆ ଆଗକୁ ଯାଇ ୧୫ ତମ ସ୍ଥାନ ଅଧିକାର କରିଛି ।

ପ୍ରଥମ ଥର ପାଇଁ ସୋଆ ଶ୍ରେଷ୍ଠ ୧୫ଟି ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଥିବା ବେଳେ ସାମଗ୍ରିକ କ୍ୟାଟେଗୋରିରେ ୨୬ ତମ ସ୍ଥାନ ହାସଲ କରିଛି । ଗତ ବର୍ଷ ଏହି କ୍ୟାଟେଗୋରିରେ ସୋଆ ୩୦ତମ ସ୍ଥାନରେ ରହିଥିବା ବେଳେ ଚଳିତ ଥର ୪ ଟି ସ୍ଥାନ ଉପରକୁ ଉଠିପାରିଛି । ସେହିପରି ମେଡିକାଲ୍ ସାଇନ୍‌ସେସ୍‌, ଡେଂଟାଲ୍ ସାଇନ୍‌ସେସ୍ ଏବଂ ଲ ରେ ମଧ୍ୟ ଆଗକୁ ଯାଇଛି ସୋଆ । ମେଡିକାଲ୍ ସାଇନ୍‌ସ୍ କ୍ୟାଟେଗୋରିରେ ୨୦୨୨ରେ ଦେଶରେ ୧୮ ତମ ସ୍ଥାନରେ ଥିବା ସୋଆ ଚଳିତ ଥର ୧୬ ତମ ସ୍ଥାନ ହାସଲ କରିଛି । ସେହିପରି ଲ କ୍ୟାଟେଗୋରିରେ ଏଥର ଅଷ୍ଟମ ସ୍ଥାନରେ ରହିଥିବା ସୋଆ ପୂର୍ବ ବର୍ଷ ୯ମ ସ୍ଥାନରେ ରହିଥିଲା ଏବଂ ଡେଂଟାଲ୍ ସାଇନ୍‌ସରେ ଏଥର ୯ମ ସ୍ଥାନରେ ଥିବା ବେଳେ ଗତ ବର୍ଷ ୧୦ମ ସ୍ଥାନରେ ରହିଥିଲା । ଚଳିତ ବର୍ଷ ସାମଗ୍ରିକ, ବିଶ୍ୱବିଦ୍ୟାଳୟ, ମେଡିକାଲ୍ ସାଇନ୍‌ସେସ୍‌, ଡେଂଟାଲ୍ ସାଇନ୍‌ସେସ ଏବଂ ଲ’ କ୍ୟାଟେଗୋରିରେ ଓଡ଼ିଶାରେ ସୋଆ ଏକ ନମ୍ବର ସ୍ଥାନରେ ରହିଛି ।

ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ୨୦୨୨ ଭଳି ଚଳିତ ବର୍ଷ ମଧ୍ୟ ୨୭ ତମ ସ୍ଥାନ ବଜାୟ ରଖିଥିବା ବେଳେ ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି । ଇଞ୍ଜିନିୟରିଂ କ୍ୟାଟେଗୋରିରେ ଓଡ଼ିଶାରେ ଏକ ନମ୍ବର ସ୍ଥାନରେ ରହିଛି ଏନ୍‌ଆଇଟି, ରାଉରକେଲା । ସେହିପରି ପ୍ରଥମ ଥର ପାଇଁ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍‌ସରେ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟ ସାଇନ୍‌ସେସ୍ ୫୭ ତମ ସ୍ଥାନ ହାସଲ କରି ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଏକ୍ସଆଇଆଇଏମ୍ ବିଶ୍ୱବିଦ୍ୟାଳୟ ଏକ ନମ୍ବର ସ୍ଥାନରେ ରହିଛି ।

ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍‌ସ ଅନୁଯାୟୀ ପୂର୍ବାଂଚଳରେ ସୋଆ ମେଡିକାଲ୍ ସାଇନ୍‌ସେସ୍ ଏବଂ ଡେଂଟାଲ୍ ସାଇନ୍‌ସେସ୍‌ରେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଲ’ କ୍ୟାଟେଗୋରିରେ ୨ୟ ସ୍ଥାନ, ବିଶ୍ୱବିଦ୍ୟାଳୟ କ୍ୟାଟେଗୋରିରେ ତୃତୀୟ ସ୍ଥାନ ଏବଂ ସାମଗ୍ରିକ କ୍ୟାଟେଗୋରିରେ ୪ର୍ଥ ସ୍ଥାନ ହାସଲ କରିଛି । ପୂର୍ବଭାରତରେ ଇଞ୍ଜିନିୟରିଂ କ୍ୟାଟେଗୋରିରେ ୫ମ ସ୍ଥାନ ହାସଲ କରିଛି ସୋଆ । ଗତ ବର୍ଷ ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ୍ (ନାକ୍‌) ସୋଆକୁ ସର୍ବାଧିକ ଗ୍ରେଡ୍ ଇ++ ରେ ପୁନଃସ୍ୱୀକୃତି ଦେଇଛି ।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏନଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍‌ସରେ ବିଶ୍ୱବିଦ୍ୟାଳୟର ସଫଳତାକୁ ନେଇ ଖୁସିବ୍ୟକ୍ତ କରିବା ସହ ଫ୍ୟାକଲ୍ଟି ଏବଂ ଅନ୍ୟ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିରବଚ୍ଛିନ୍ନ ପରିଶ୍ରମ ଦ୍ୱାରା ସୋଆକୁ ସଫଳତାର ଉଚ୍ଚତମ ସୋପାନରେ ପହଂଚାଇବାକୁ ସେ ସେମାନଙ୍କୁ ଆହ୍ୱାନ ଜଣାଇଛନ୍ତି । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ଅବସରରେ ବିଶ୍ୱବିଦ୍ୟାଳୟର ସଫଳତା ନିମନ୍ତେ ନିରବଚ୍ଛିନ୍ନ ଉଦ୍ୟମକୁ ଶ୍ରେୟ ଦେବା ସଂଗେ ସଂଗେ ଆଗାମୀ ୫ ବର୍ଷରେ ବିଶ୍ୱବିଦ୍ୟାଳୟ ଦେଶର ଶ୍ରେଷ୍ଠ ୧୦ଟି ଉଚ୍ଚ ଶିକ୍ଷାନୁଷ୍ଠାନ ତାଲିକାରେ ସ୍ଥାନୀତ ହେବା ନିମନ୍ତେ ଚେଷ୍ଟା ଜାରୀ ରଖିବ ବୋଲି କହିଛନ୍ତି ।

ବାଲେଶ୍ଵର ଟ୍ରାଜେଡି ଘଟଣାରେ ରେଳ ମନ୍ତ୍ରୀ ଙ୍କ ଇସ୍ତଫା ଦାବି କଲା କଂଗ୍ରେସ…

{} ବାଲେଶ୍ଵର ଟ୍ରାଜେଡି ଘଟଣାରେ ରେଳ ମନ୍ତ୍ରୀ ଙ୍କ ଇସ୍ତଫା ଦାବି କଲା କଂଗ୍ରେସ।

() ୨୦୨୨ ସୁଦ୍ଧା ୧ଲକ୍ଷ ୪୦ ହଜାର ରେଲୱେ ପୋଷ୍ଟ ଖାଲି ପଡ଼ିଛି, ପୂରଣ ହୋଇନି। Anti କଲିଜନ divice ଉପା ସରକାର ସମୟ ରେ ୨୦୧୨ ରୁ ଆରମ୍ଭ ହୋଇଛି। ତା ନାଁ ବଦଳାଇ ଦେଲା ମୋଦି ସରକାର। ରକ୍ଷା କବଚ ନାଁ ଦେଲେ। Cag ବି ସଜାଗ କରିଥିଲେ। ଭିତ୍ତି ଭୂମି ବିକାଶ ପାଇଁ ପଦକ୍ଷେପ ନେଲେ ନାହିଁ। ଯେଉଁଥିପାଇଁ ବାଲେଶ୍ବର ଟ୍ରାଜେଡି ହେଲା। ରେଲୱେ ମନ୍ତ୍ରୀ ସକାଳେ କହିଲେ ଦୋଷୀ ଚିହ୍ନଟ ହେଲା, ସନ୍ଧ୍ୟାରେ କହିଲେ cbi ତଦନ୍ତ କରିବ। ଏହା ଦୁର୍ଭାଗ୍ୟ ଜନକ। ଏବଂ ସନ୍ଦେହ ସୃଷ୍ଟି କରୁଛି। ଆମର ଦାବି ହେଉଛି ଅଶ୍ଵିନୀ ବୈଷ୍ଣବ ଇସ୍ତଫା ଦିଅନ୍ତୁ। ମୃତକ ଙ୍କ ପରିବାର ରୁ ଚାକିରି ଓ ଆହତଙ୍କୁ ବି ଚାକିରି ରେଲୱେ ରେ ଦିଆଯାଉ। ରାଜ୍ୟ ସରକାରଙ୍କ ନିକଟରେ ଆମର ଦାବି, ୪୫ହଜାର ନରସିଂ ଓ ୩୫ହଜାର ଡାକ୍ତର ପୋଷ୍ଟ ଖାଲି ଅଛି। ତାକୁ ପୂରଣ କରାଯାଉ।

ଯେଉଁମାନଙ୍କ ଜୀବନ ଯାଇଛି ସେମାନେ ପ୍ରାୟ ଶ୍ରମିକ ଶ୍ରେଣୀ ର। ଏ ଘଟଣା ଅତ୍ୟନ୍ତ ଦୁଃଖ ଦାୟକ। ଅବହେଳା ପାଇଁ ଇସ୍ତଫା ଦିଅନ୍ତୁ ରେଳ ମନ୍ତ୍ରୀ। ଦୁର୍ବଳ ଟ୍ରାକ ରେ ବନ୍ଦେ ଭାରତ କେମିତି ଚାଲିବ। ତଦନ୍ତ ହେବ ଜଣେ ସିଗନାଲ ମ୍ୟାନ କୁ ସସ୍ପେଣ୍ଡ କରିବେ। ଏହା କଣ ଯଥେଷ୍ଟ। ରେଳ ମନ୍ତ୍ରୀ କୁହନ୍ତୁ କାହିଁକି ଖାମ୍ ଖିଆଲ ଭାବେ ବିଭାଗ କୁ ଚଳାଉଛନ୍ତି। ରେଲୱେ ବୋର୍ଡ କହୁଚି କବଚ ଲଗେଇବା ପାଇଁ ଅର୍ଥ ନାହିଁ କି ତାର manufacture ଲାଗି କିଛି ସୁବିଧା ନାହିଁ। ତାହାଲେ ଏତେ ପ୍ରଚାର ପ୍ରସାର କାହିଁକି କରାଗଲା।

ଯଦି ଗୋଟିଏ ବଗି ରୁ ୨୦ ଟି ମୃତ ଦେହ ବାହାର କରିବାକୁ ୨୪ ଘଣ୍ଟା ଲାଗିଲା ତାହାଲେ କଣ କୁହାଯିବ। ୨୪ଘଣ୍ଟା ପୂର୍ବରୁ ଉଦ୍ଧାର ହୋଇଥିଲେ ହୁଏତ ଆଉ କିଛି ବଞ୍ଚି ଯାଇଥାନ୍ତେ। ରେଳ ମନ୍ତ୍ରୀ ଲଜ୍ଜିତ ହେବା କଥା।

ଗତକାଲି ରେଳ ମନ୍ତ୍ରୀ ଆଉ ଗୋଟେ ଚାଲାକି କରିଛନ୍ତି। କହିଲେ cbi ତଦନ୍ତ ହେବ। ଅପରାଧିକ ପୃଷ୍ଠ ଭୂମି ଥିଲେ cbi ତଦନ୍ତ ହୁଏ। ତା ମାନେ ରେଳ ମନ୍ତ୍ରୀ ସ୍ବୀକାର କରୁଛନ୍ତି ଯେ କିଛି ଗୋଟେ ଅପରାଧିକ କାର୍ଯ୍ୟ କଳାପ ହୋଇଛି। କିଏ କରିଛି? ପ୍ରାଥମିକ ରିପୋର୍ଟ ରୁ କଣ ଆସିଛି ତାହା କୁହନ୍ତୁ ରେଳ ମନ୍ତ୍ରୀ। ମୃତାହତ ପରିବାରକୁ ଚାକିରି ଦିଆଯାଉ।ଓଡ଼ିଶା ସରକାର ଯେତିକି ତତ୍ପରତା ଦେଖେଇବା କଥା ଦେଖେଇ ନାହାଁନ୍ତି।

 

 

କୋଭିଡ ପରିଚାଳନା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା..

() କୋଭିଡ ସଂକ୍ରମଣ ଆରମ୍ଭ ହେବା ପରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯିଏ କି କରୋନା ସହ ଯୁଦ୍ଧ କରିବା ପାଇଁ ପଦକ୍ଷେପ ଆରମ୍ଭ କରିଥିଲା । ଯାହାଦ୍ୱାରା କି ସାରା ଦେଶରୁ ସବୁଠାରୁ କମ୍ ମୃତ୍ୟୁ ଓଡ଼ିଶାରେ ହିଁ ହୋଇଥିଲା ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଓଡ଼ିଶା କୋଭିଡ ମୁକାବିଲା ନିମନ୍ତେ ଖୁବ୍ ଉଚ୍ଚକୋଟୀର କାର୍ଯ୍ୟ କରିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱାସ୍ଥ୍ୟ ସେବା ଓ କୋଭିଡ ପରିଚାଳନା କ୍ଷେତ୍ରରେ ରାଜ୍ୟର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ବୋଲି ଗତ ଗୁରୁବାର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆୟୋଜିତ ଏକ କର୍ମଶାଳାରେ ଯୋଗ ଦେଇ ଓଡ଼ିଶାରେ କାର୍ଯ୍ୟରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରାଜ୍ୟ ଆଂଚଳିକ ଟିମ୍ ଲିଡର ଡାକ୍ତର ନିହାର ରଞ୍ଜନ ରାୟ କହିଛନ୍ତି । ତେବେ ମହାମାରୀ ଯୋଗୁଁ ନିୟମିତ ଟୀକାକରଣ କାର୍ଯ୍ୟ ଭୀଷଣ ଭାବେ ବାଧାପ୍ରାପ୍ତ ହୋଇଥିବା ଡାକ୍ତର ରାୟ କହିଥିଲେ । ଏହା ଦ୍ୱାରା କୋଭିଡ ମହାମାରୀରୁ ବର୍ତି ଗଲେ ମଧ୍ୟ ଅନେକେ ଟୀକା ଦ୍ୱାରା ପ୍ରତିରୋଧ ହୋଇପାରୁଥିବା ଅନ୍ୟ ରୋଗଗୁଡ଼ିକ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ରହିଛି ।

“ଇନ୍‌ଟିଗ୍ରେସନ୍ ଅଫ୍ ଲର୍ଣ୍ଣିଂ ଫ୍ରମ୍ କୋଭିଡ-୧୯ ୱିଥ୍ ରୁଟିନ୍ ଇମ୍ୟୁନାଇଜେସନ୍ ଷ୍ଟ୍ରେନ୍‌ଦେନିଂ ଆଣ୍ଡ ଭ୍ୟାକ୍ସିନ୍ ପ୍ରିଭେଂଟେବୁଲ୍ ଡିଜିଜେସ୍ ସର୍ଭେଲିଆନ୍‌ସ” ଶୀର୍ଷକ କର୍ମଶାଳାରେ ଯୋଗ ଦେଇ ଏହି ବକ୍ତବ୍ୟ ରଖିଛନ୍ତି ଡାକ୍ତର ରାୟ । ଏହି କର୍ମଶାଳାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ଭେଲିଆନ୍‌ସ ମେଡିକାଲ୍ ଅଫିସର ଡାକ୍ତର ଅର୍ଚ୍ଚନା ଗାଏନ୍ ଏବଂ ସମ୍ ହସ୍ପିଟାଲ୍‌ର ଶିଶୁ ରୋଗ ବିଭାଗର ମୁଖ୍ୟ ଡାକ୍ତର ମମତା ଦେବୀ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

ଦେଶରେ ସର୍ବାଧିକ ୯୫.୫ ପ୍ରତିଶତ ଟୀକାକରଣ ଓଡ଼ିଶାରେ ହୋଇଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବର୍ତମାନ ମିଜିଲ୍‌ସ ଓ ରୁବେଲା ଭଳି ରୋଗର ମୂଳୋତ୍ପାଟନ ନିମନ୍ତେ କାର୍ଯ୍ୟରତ ଅଛି ବୋଲି ସେ କହିଥିଲେ । ମହାମାରୀ ପରେ ରାଜ୍ୟରେ ମିଜିଲ୍ସ ଓ ରୁବେଲାର ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ବର୍ତମାନ ସବୁ ପିଲାମାନଙ୍କୁ ଏଥି ନିମନ୍ତେ ଟୀକାକରଣ କରାଯାଉଛି ।

ଡାକ୍ତର ରାୟ କହିଛନ୍ତି ଯେ କୋଭିଡ ମହାମାରୀ ଆରମ୍ଭ ହେବା ପରେ ରାଜ୍ୟ ସରକାର ଏହାର ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ହସ୍ପିଟାଲ୍ ଆରମ୍ଭ କରିବାର ନିଷ୍ପତି ନେଇଥିବା ବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଏହାର ଦାୟିତ୍ୱ ନେଇଥିଲା ଏବଂ କରୋନା ଯୋଦ୍ଧା ଭାବେ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ ପାରାମେଡିକ୍ସମାନେ ଉଚ୍ଚକୋଟୀର କାର୍ଯ୍ୟ କରିଥିଲେ । କୋଭିଡ୍ ଭ୍ୟାକ୍ସିନ୍ କୋଭାକ୍ସିନ୍‌ର ହ୍ୟୁମାନ୍ ଟ୍ରାଏଲ୍ ମଧ୍ୟ ପ୍ରଥମେ ଆଇଏମ୍‌ଏସ୍ ଆଣ୍ଡ ହସ୍ପିଟାଲ୍‌ରେ କରାଯାଇଥିଲା ବୋଲି ସେ କହିଛନ୍ତି ।

ସରକାରୀ କର୍ମାରୀମାନଙ୍କ ପାଇଁ ବଡ ଘୋଷଣା: ଅନୁକମ୍ପା ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ; ଚାକିରିରେ ଥାଇ ମୃତ୍ୟୁ ହେଲେ ମିଳିବ ୧୦ଲକ୍ଷ…

() ସରକାରୀ କର୍ମଚାରୀ ମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନିର୍ବାହ ସମୟରେ ମୃତ୍ୟୁ କ୍ଷେତ୍ରରେ ସହାୟତା ରାଶିର ପରିମାଣ ୪ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି  ରାଜ୍ୟର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶିର ପରିମାଣରେ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ ଦାୟିତ୍ବ ପାଳନ ସମୟରେ କର୍ମଚାରୀ ମାନଙ୍କ ମୃତ୍ୟୁ ଘଟିଲେ ସେ କ୍ଷେତ୍ରରେ ସହାୟତା ରାଶିର ପରିମାଣକୁ ବର୍ତ୍ତମାନର ୪ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଆଘାତ ଯୋଗୁ ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ସହାୟତା ରାଶିର ପରିମାଣ ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ଏବଂ ଆଂଶିକ ଅକ୍ଷମତା କ୍ଷେତ୍ରରେ ସହାୟତା ରାଶିର ପରିମାଣ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଶେରଗଡ ରୁ-ପୁରୀ କୁ ଗଡିଲା ପ୍ରଥମ ଏସି ବସ୍….

() ଶେରଗଡ ରୁ-ପୁରୀ କୁ ଗଡିଲା ପ୍ରଥମ ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ,

ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

{} ଜଗନ୍ନାଥ ଧାମ୍ ପୁରୀକୁ ଆଜି ଗଞ୍ଜାମ ର ଶେରଗଡ ରୁ ଗଡିଲା ପ୍ରଥମ ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫେରେନ୍‌ସ ଜରିଆରେ ଶେରଗଡ-ପୁରୀ ମଧ୍ୟରେ ଜଗନ୍ନାଥ ଏକ୍ସପ୍ରେସ ଏସି ବସ ସେବା ଚଳାଚଳକୁ ପତକା ହଲାଇ ଶୁଭାରମ୍ଭ କରିଥିଲେ । OSRTC ପକ୍ଷରୁ ଏହି ବସ ସେବା ଆରମ୍ଭ କରାଯାଇଛି ।

ଏହି ଅବସରରେ ସମବେତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶେରଗଡ-ପୁରୀ ମଧ୍ୟରେ ଏହି ନୂଆ ବସ୍‌ ସେବା ଦ୍ୱାରା ଶେରଗଡ ଜନସାଧାରଣ ସୁବିଧାରେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଲାଭ କରିପାରିବେ । ବିଶେଷ କରି କାର୍ତ୍ତିକ ମାସରେ ଗଂଜାମର ବହୁ ଲୋକ ହବିଷ ପାଇଁ ପୁରୀ ଯାଉଥିବାରୁ ଏହି ବସ୍‌ ସେବା ସେମାନଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫-T School ରୂପାନ୍ତର ହେଉ ବା ମନ୍ଦିର ରୂପାନ୍ତର, ଗଂଜାମ ସବୁବେଳେ ଆଗରେ ରହିଛି । ମା ତାରା ତାରିଣୀଙ୍କ ମନ୍ଦିର ରୂପାନ୍ତର କାମ ଜିଲ୍ଲାବାସୀଙ୍କ ପାଇଁ ଆନନ୍ଦ ଆଣି ଦେଇଛି । ସେହିପରି 5-T School ରୂପାନ୍ତର ଛାତ୍ରଛାତ୍ରୀ ଓ ଅଭିବାବକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି । ପଞ୍ଚାୟତରାଜ କ୍ଷେତ୍ରରେ ଗଂଜାମ ଜିଲ୍ଲା ପରିଷଦ ଜାତୀୟ ସ୍ତରରେ ଶ୍ରେଷ୍ଠ ଜିଲ୍ଲା ପରିଷଦ ପୁରସ୍କାର ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଭିନନ୍ଦନ ଜଣାଇଥିଲେ ।

ଜନସାଧାରଣଙ୍କ ଆଶୀର୍ବାଦ ଓ ସହଯୋଗ ଜାରି ରହିଲେ ଆଗାମୀ ଦିନରେ ଗଂଜାମ ଜିଲ୍ଲା ଆହୁରି ଅନେକ ସଫଳତା ଲାଭ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ଏହି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଗଞ୍ଜାମ ଜିଲ୍ଲାପାଳ ,OSRTC ର ଅଧିକାରୀ ଓ ଶେରଗଡ ର ପଞ୍ଚାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ଫଳ…

() ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ଵାରା ପରିଚାଳିତ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ଫଳ ଆଜି ପୂର୍ବାହ୍ନ ପ୍ରାୟ ଦିନ ୧୧ଟା ସମୟ ପ୍ରକାଶ ପାଇବ। ଏନେଇ CHSE ପରୀକ୍ଷା ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଜୁନ୍ ମାସ ୮ ତାରିଖ ସୁଦ୍ଧା କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଜଣା ପଡିଛି। ପରୀକ୍ଷାର୍ଥୀ ମାନେ Odisharesult.nic.in ଏହି ୱେବ୍ ସାଇଟ୍ ମାଧ୍ୟମ ରେ ନିଜର ପରୀକ୍ଷା ଫଳ ଜାଣିପାରିବେ। SAMS ପୋଟାଲ୍ ରେ ମଧ୍ୟ ଛାତ୍ରଛାତ୍ରମାନେ ନିଜର ପରୀକ୍ଷା ଫଳ ଜାଣିପାରିବେ।

ବଙ୍ଗୋପ ସାଗରରେ ଲଘୁଚାପ ସମ୍ଭାବନା; ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିପାରେ….

{} ବଙ୍ଗୋପ ସାଗରରେ ଲଘୁଚାପ ସମ୍ଭାବନା, ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିପାରେ: ସିଇସି

()  ଆରବ ସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଜୁନ୍ ୬ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହା ଦକ୍ଷିଣ ଓ ପୂର୍ବ ଭାରତକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍ ଏନ୍‌ଭାଇରନ୍‌ମେଂଟ ଆଣ୍ଡ କ୍ଲାଇମେଟ (ସିଇସି) ପକ୍ଷରୁ ମଙ୍ଗଳବାର କୁହାଯାଇଛି । ଏହି ଲଘୁଚାପ କ୍ଷେତ୍ରର ତୀବ୍ରତା ଓ ଗତିପଥକୁ ନେଇ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅଗ୍ରଗତି ନିର୍ଭର କରିପାରେ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ।

ଡକ୍ଟର ସାହୁ କହିଛନ୍ତି ଯେ ଜୁନ୍ ୨ ତାରିଖ ରୁ ୯ତାରିଖ ମଧ୍ୟରେ ଦିନର ତାପମାତ୍ରାରେ ବୃଦ୍ଧି ହେବ ଓ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।
ବର୍ତମାନ ଅନୁଭୂତ ହେଉଥିବା ପାଗ ଅନୁଯାୟୀ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଆଭ୍ୟନ୍ତରୀଣ ଅଂଚଳରେ ଦିନର ତାପମାତ୍ରା ୪୨ ଡିଗ୍ରୀ ସେଲ୍‌ସିୟସ୍ ରୁ କମ୍ ଏବଂ ଉପକୂଳ ଅଂଚଳରେ ୪୦ ଡିଗ୍ରୀ ସେଲସିୟସରୁ କମ୍ ରହିବ । ଉତର ଆରବ ସାଗରରେ ଆଂଟିସାଇକ୍ଲୋନ୍ ଓ ବଙ୍ଗୋପ ସାଗରରୁ ପ୍ରବାହିତ ପବନ ହେତୁ ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ରହିବ ବୋଲି ସେ କହିଛନ୍ତି ।

ଗରିବଙ୍କୁ କେନ୍ଦ୍ର ଦେଲାନି, ନବୀନ ଦେଲେ….

() ରାଜ୍ୟ ସରକାର ପକ୍ଷରୁ କେନ୍ଦ୍ର ସରକାରଙ୍କୁ 14 ଲକ୍ଷ ଘର ଆମେ ବାରମ୍ବାର ମାଗିଥିଲୁ । ବାରମ୍ବାର ଦଉଡ଼ିବା ପରେ କେନ୍ଦ୍ର ସରକାର 14 ଲକ୍ଷ ପରିବର୍ତ୍ତେ ସାଢ଼େ ନଅ ଲକ୍ଷ ଘର ଦେଲେ । ତେଣୁ ସମସ୍ତ ଗରିବ ଓ ନିମ୍ନ ମଧ୍ୟବିତ୍ତ ଲୋକଙ୍କୁ ଘର ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ମୋ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି । ଆମେ ଏଥିରେ କେନ୍ଦ୍ର ସରକାରଙ୍କ ଆବାସ ଯୋଜନାରେ ଥିବା କ୍ରାଇଟେରିଆ କୁ ବହୁତ କୋହଳ କରିଛୁ । କେନ୍ଦ୍ର ନ ଦେବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟ ଅର୍ଥ ରୁ ନିଜସ୍ୱ ଯୋଜନା କରିଛନ୍ତି ।

ମୋ ଘର ବଣ୍ଟନ ରେ ଯଦି କୌଣସି ସମସ୍ୟା ଦେଖା ଦେବ ତାକୁ ଆମେ ଦେଖିବୁ ସମାଧାନ ବି କରିବୁ । କେନ୍ଦ୍ର ସରକାର ପକ୍ଷରୁ ଯୋଗାଇ ଦିଆ ଯାଇଥିବା ସାଢ଼େ ନଅ ଲକ୍ଷ ଘର କେବେ ବଣ୍ଟା ହେବ କେନ୍ଦ୍ରରୁ କଣ ଆସିଛି ଆପଣ କହୁଛନ୍ତି । ଆପଣ ଜାଣି ରଖିବା ଦରକାର କେନ୍ଦ୍ର 60 ପ୍ରତିଶତ ଦେଲେ ଆମେ 40 ପ୍ରତିଶତ ଅଂଶଧନ ଦେଉଛୁ । ତା ପରେ ଇନସେଟିଭ ବାବଦକୁ 10 ହଜାର ଓ 20 ହଜାର ଟଙ୍କା ଦେଉଛୁ । ତା ପରେ ସବୁ ମେସିନାରି ଖର୍ଚ୍ଚ ବା ଦରମା ବି ଆମେ କରୁ । ତେଣୁ କେନ୍ଦ୍ର ସରକାର ଯାହା ଦେଉଛନ୍ତି ତାହା ଠୁ ଅଧିକ ରାଜ୍ୟ ସରକାର ବହନ କରୁଛନ୍ତି । ଆସିଥିବା ସାଢ଼େ ନଅ ଲକ୍ଷ ଘର ବଣ୍ଟନ ନେଇ କାର୍ଯ୍ୟକ୍ରମ ପ୍ରାୟ ସରିବା ଉପରେ ରହିଛି ଖୁବଶୀଘ୍ର ବଣ୍ଟା ଯିବ ।

ପ୍ରଦୀପ ଅମାତ, ପଞ୍ଚାୟତିରାଜ ମନ୍ତ୍ରୀ

ବଢିବ ଯୁକ୍ତ ଦୁଇ ସିଟ…

() ବଢିବ ଯୁକ୍ତ ଦୁଇ ସିଟ। ମାଟ୍ରିକ ପରୀକ୍ଷା ସଫଳତା ହାର କୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ରେ ସିଟ ଅଭାବ ଦୂର କରିବାକୁ ଏହି ନିଷ୍ପତି। ସାମ୍ବାଦିକ ସମ୍ମିଳନୀରେ ଗଣଶିକ୍ଷା ବିଭାଗ ର ସୂଚନା।

ମୋ ସ୍କୁଲ ଅଭିଯାନ ରେ ବିଦ୍ୟାଳୟ ଗୁଡ଼ିକର ଭିତ୍ତି ଭୂମି ବିକାଶ ହୋଇଛି। ସବୁ ୧୧୪ ULB ରେ ଗୋଟିଏ ଲେଖାଏଁ ମଡେଲ ସ୍କୁଲ ଅଛି। ୨୦୨୩ ଶେଷ ସୁଦ୍ଧା ରାଜ୍ୟରେ ସବୁ ହାଇସ୍କୁଲ ରେ ଆଇଟି lab ଉପଲବ୍ଧ ହେବ।

ବାଇଟ: ସୁଦାମ ମାରାଣ୍ଡି, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଏସ.ଅଶ୍ବସ୍ତି, ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

Follow us

20,832FansLike
0FollowersFollow
14,700SubscribersSubscribe

Latest news