ଓଏଏସ୍‌ ସ୍ତରରେ ଅଦଳବଦଳ…

() ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି । ଶକ୍ତି ବିଭାଗର ସ୍ୱତନ୍ତ୍ର ସଚିବ ତଥା ଓଏଏସ୍ ସୁରଥ ଚନ୍ଦ୍ର ମଲ୍ଲିକଙ୍କୁ ଅତିରିକ୍ତ ଜେଲ୍ ଆଇଜି ଭାବେ ବଦଳି କରାଯାଇଛି।

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶକ୍ତି ବିଭାଗର ସ୍ୱତନ୍ତ୍ର ସଚିବ ସୁରଥ ଚନ୍ଦ୍ର ମଲ୍ଲିକଙ୍କୁ ଭୁବନେଶ୍ୱରସ୍ଥିତ ଜେଲ୍ ନିର୍ଦ୍ଦେଶାଳୟରେ ଅତିରିକ୍ତ ଜେଲ୍ ଆଇଜି ଭାବେ ବଦଳି ହୋଇଛି । ସେହିପରି ସେଠାରେ ଥିବା ବରିଷ୍ଠ ଓଏଏସ୍ ସୀତାରାମ ପଟେଲଙ୍କୁ ସମ୍ବଲପୁରସ୍ଥିତ ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି । ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି ଓ ସେ ଅତରିକ୍ତ ଭାବେ ଟିଚର୍ସ ଟ୍ରେନିଂ ଆଣ୍ଡ ଏସସିଇଆରଟି ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିବେ।

ସେହିପରି ବରିଷ୍ଠ ଓଏଏସ୍ ବିରଂଚି ନାରାୟଣ ଦରୱାନଙ୍କୁ କଳାହାଣ୍ଡି ଜିଲ୍ଲା ପରିଷଦ ଅତିରିକ୍ତ ଏକଜ୍ୟୁଟିଭ ଅଫିସର ଭାବେ ବଦଳି ହୋଇଛି । ଓଏଏସ୍ ଟୁନା ମେହେରଙ୍କୁ କଳାହାଣ୍ଡି ଜିଲ୍ଲା ଥୂଆମୂଳ ରାମପୁର ଆଇଟିଡିଏ ପ୍ରକଳ୍ପ ଅଧିକାରୀ, ଓଏଏସ୍ ସୁରେନ୍ଦ୍ର ମେହେରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଅତିରିକ୍ତ ଏକଜ୍ୟୁଟିଭ ଅଫିସର, ଓଏଏସ୍ ରାଖାଲ ଚନ୍ଦ୍ର ପରିଡ଼ାଙ୍କୁ ବାରିପଦା ମ୍ୟୁନିସପାଲଟିର ଏକଜ୍ୟୁଟିଭ ଅଫିସର ଏବଂ ଓଏଏସ୍ ଅଶୋକ କୁମାର ଲେଙ୍କାଙ୍କୁ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର ଭାବେ ବଦଳି କରାଯାଇଛି।

ସୋଆ ପକ୍ଷରୁ ଟ୍ରାଫିକ୍ ସଚେତନତା ଅଭିଯାନ…

() ଶିକ୍ଷା ଓ ଅନୁସନ୍ଧାନ (ସୋଆ)ପକ୍ଷରୁ ମଙ୍ଗଳବାର ଏକ ସପ୍ତାହ ବ୍ୟାପୀ ଟ୍ରାଫିକ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) କ୍ୟାମ୍ପସ୍ ସମ୍ମୁଖରେ ଏହି ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।ପ୍ରତ୍ୟେକ ଜୀବନ ମୂଲ୍ୟବାନ । ତେଣୁ ଦୁର୍ଘଟଣାରେ ଘଟୁଥିବା ଅଘଟଣକୁ ରୋକିବା ଦିଗରେ ପ୍ରୟାସ କରି ସିଟ୍‌ବେଲ୍ଟ ଓ ହେଲ୍‌ମେଟର ବ୍ୟବହାର ଦିଗରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ସଚେତନ କରାଇଛନ୍ତି ସୋଆ କର୍ତୃପକ୍ଷ ।

ଏହି ଅବସରରେ ସୋଆର କୁଳାଧିପତି ପ୍ରଫେସର ଦେବୀ ପ୍ରସାଦ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଟିଇଆର୍‌ରେ ପଢ଼ୁଥିବା ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନେ କିଭଳି ଏଭଳି ଅଘଟଣରୁ ରକ୍ଷା ପାଇପାରିବେ ସେ ବିଷୟରେ ସଚେତନ କରାଇଥିଲେ ।
ଏହି ସଚେତନତା ଅଭିଯାନରେ ସୋଆ ପକ୍ଷରୁ ହେଲ୍‌ମେଟ ପିନ୍ଧି ଆସିଥିବା ଛାତ୍ରମାନଙ୍କୁ ହଳଦିଆ ଗୋଲାପ ସହ ଛାତ୍ରୀମାନଙ୍କୁ ହଳଦିଆ ଗୋଲାପ ସହ ଚକଲେଟ୍ ଦେଇ ଧନ୍ୟବାଦ ଦିଆଯାଇଥିଲା ।

ସେହିପରି ହେଲ୍‌ମେଟ ନ ପିନ୍ଧି ଆସିଥିବା ଛାତ୍ରମାନଙ୍କୁ ନାଲି ଗୋଲାପ ସହ ଛାତ୍ରୀମାନଙ୍କୁ ନାଲି ଗୋଲାପ ଓ ଚକ୍‌ଲେଟ୍ ଦେଇ ହେଲ୍‌ମେଟ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ଏହି କାର୍ଯକ୍ରମରେ ଆଇଟିଇଆର୍ ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ, ଡାଇରେକ୍ଟର ରିସୋର୍ସେସ୍ ତଥା ସିଭିଓ ଶ୍ରୀ ଯୁଗଳ କିଶୋର ଦାସ, ଲ’ ଡାଇରେକ୍ଟର ଶ୍ରୀ ସଞ୍ଜୟ କୁମାର ସାହୁଙ୍କ ସମେତ ଆଇଟିଇଆର୍‌ର ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ । ଏହି ସଚେତନତା କାର୍ଯ୍ୟକ୍ରମକୁ ସୋଆର ଆସିଷ୍ଟାଂଟ ମ୍ୟାନେଜର ଶ୍ରୀ ସିଦ୍ଧାର୍ଥ ଦାସ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ଆଇଟିଇଆର୍ କ୍ୟାମ୍ପସରେ ସପ୍ତାହବ୍ୟାପି ଚାଲିବ ।

ଡିଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲିକ…

() ଡିଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେଡି ଉପ ସଭାନେତ୍ରୀ ତଥା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲିକ କହିଛନ୍ତି ଡିଲ ବିଜେଡି ନୁହେଁ ବିଜେପି ହିଁ କରେ । 2014 ରେ ପଦ୍ମପୁରରେ ଡିଲ କରିକି ସେମାନେ ବିଜେପି ପ୍ରାଥି କୁ ଜିତାଇ ଥିଲେ । ଧାମନଗରରେ ବି ରାଜୁ ଦାସ ସହ ଡିଲ କରି ବିଜେଡି ଭୋଟ କାଟିଲେ । 2019 ରେ କଂଗ୍ରେସ ଭୋଟ ସବୁ ବିଜେପି କୁ ଯାଇଛି । ଡିଲ କରିବାରେ ସେମାନେ ମାଷ୍ଟର । ଡିଲ କରି କଂଗ୍ରେସ ଭୋଟ କୁ ସାରା ଓଡିଶାରୁ ସେମାନେ ନେଇଛନ୍ତି । ଆମେ କାହା ସହିତ କେବେ ଡିଲ କରୁନା । ଆମେ ସବୁବେଳେ ବିଜେପି ଓ କଂଗ୍ରେସ ଠୁ ଦୂରରେ ଅଛୁ । କଂଗ୍ରେସ ଭୋଟ ବିଜେଡି କୁ ଯାଇନି ବିଜୁ ଜନତା ଦଳକୁ ଭଲ ପାଉଥିବା ଲୋକ ଆମକୁ ଭୋଟ ଦେଇଛନ୍ତି ।

ଆଗୁଆ ନିର୍ବାଚନ କୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନ୍ତବ୍ୟକୁ ସମର୍ଥନ କଲେ : ବିରୋଧୀ ଦଳ ନେତା…

() ଆଗୁଆ ନିର୍ବାଚନ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନ୍ତବ୍ୟକୁ ସମର୍ଥନ କଲେ ବିରୋଧୀ ଦଳ ନେତା । କହିଲେ ମୁଁ ବି ଶୁଣୁଛି ଆଗୁଆ ନିର୍ବାଚନ ହୋଇଯିବ । ନବୀନ ପଟ୍ଟନାୟକ ନିର୍ବାଚନ କୁ ଆଗୁଆ କରିଦେବେ । ଆଗୁଆ ନିର୍ବାଚନ କହିଁକି ହେବ କଣ ଆବଶ୍ୟକତା ରହିଛି ପ୍ରଶ୍ନରେ ବିରୋଧୀ ଦଳ ନେତାଙ୍କ ଉତ୍ତର ଯେହେତୁ ବିଜେପିର ଗ୍ରୋଥ ହେଉଛି ଏବଂ ତାଙ୍କ ଦଳ ଭିତରେ ଏବଂ ଲୋକ ସମର୍ଥନ କମି କମି ଯାଉଛି ତାକୁ ପ୍ରତିହତ କରିବା ପାଇଁ ଆଗୁଆ ନିର୍ବାଚନ କରି କି ପୁଣି ପାଞ୍ଚ ବର୍ଷ ପାର କରିନେବାକୁ ଚେଷ୍ଟା କରୁଛନ୍ତି ।

ଜୟ ନାରାୟଣ ମିଶ୍ର, ବିରୋଧୀ ଦଳ ନେତା

ପଦ୍ମପୁର ଜିଲ୍ଲା ଗଠନ ନେଇ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ…

() ପଦ୍ମପୁର ଜିଲ୍ଲା ଗଠନ ନେଇ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଜିଲ୍ଲା ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଅନେକ ପ୍ରକ୍ରିୟା ରହିଛି। ତାହାକୁ ଭିତ୍ତି କରି ଜିଲ୍ଲା ଗଠନ ପାଇଁ ପଦକ୍ଷେପ ନିଆଯିବ।

ପ୍ରମିଳା ମଲ୍ଲିକ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଚଳିତ ଶିକ୍ଷା ବର୍ଷାରେ ସାମିଲ ହେବ ନାହିଁ ନୂଆ କୋର୍ସ….

ଚଳିତ ଶିକ୍ଷା ବର୍ଷାରେ ନୂଆ କୋର୍ସ ସାମିଲ ହେବ ନାହିଁ। ଆଗରୁ ଦୁଇଟି ଅଭିଭାବକ ଓ ଶିକ୍ଷକ ବୈଠକ ବସୁଥିଲା ଏବେ ତାହା ବର୍ଷକୁ ଚାରୋଟି ବସିବ।ସମଗ୍ର ରାଜ୍ୟରେ ସବୁ ସ୍କୁଲରେ ଗୋଟିଏ ଦିନରେ ଅଭିଭାବକ ଓ ଶିକ୍ଷକ ବୈଠକ ହେଉଛି। ଗତକାଲି ବି ହୋଇଛି। ମୂଳ ଉଦେଶ୍ୟ ହେଉଛି, ପିଲାମାନେ ସ୍କୁଲରେ ଯେତେ ସମୟ ରହୁଛନ୍ତି ତ ପଢୁଛନ୍ତି, ହେଲେ ଘରେ ଅଧିକ ସମୟ ରହୁଛନ୍ତି। ଯେଉଁମାନେ guardian ଅଛନ୍ତି, ସେମାନେ ଅଧିକ ଭାବେ ପିଲାମାନଙ୍କୁ ଅଧିକ ଫୋକସ ଦେଇ ଘରେ ଶିକ୍ଷାର ବାତାବରଣ ଦେଇପାରିବେ, ତା ପ୍ରଥମ। ପିଲାମାନଙ୍କ ସମସ୍ୟା ଯାହା ରହୁଛି, ତାହା ସ୍କୁଲ ଜଣାଉଛି। ତାହାକୁ guardian ଶୁଣିବା କଥା। ସ୍କୁଲରେ guardian ମାନଙ୍କ involvement ରଖି ପିଲାଙ୍କ ପାଇଁ ଯତ୍ନବାନ ହେବା ଲକ୍ଷ୍ୟ।କେବଳ ସ୍କୁଲ ନୁହେଁ,guardian ମାନଙ୍କ ବି ବଡ଼ ଭୂମିକା ରହୁଛି।

ସମୀର ରଞ୍ଜନ ଦାଶ,ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ।

ସୋଆ ପକ୍ଷରୁ ବାର୍ଷିକ ବିଜ୍‌ନେସ୍ କନ୍‌କ୍ଲେଭ୍ “ସ୍କେଲର୍ଜ ୨୦୨୨” ଆୟୋଜିତ…

() ବିଶ୍ୱବିଦ୍ୟାଳୟରେ କିମ୍ବା କଲେଜରେ ଶିକ୍ଷା ଗ୍ରହଣ କରିବା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଅନିଶ୍ଚିତ ଭବିଷ୍ୟତକୁ ସାମ୍ନା କରିବା ନିମନ୍ତେ ନିଜର ଜ୍ଞାନକୁ ବୃଦ୍ଧି କରିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ନିହାତି ଆବଶ୍ୟକ ବୋଲି ଶନିବାର କେପିଏମ୍‌ଜିର ସିନିୟର ଆସୋସିଏଟ୍ ଡାଇରେକ୍ଟର ଶ୍ରୀ ସାହିଲ ନାୟାର୍ କହିଛନ୍ତି ।ଆମେ ବର୍ତମାନ ଏଭଳି ଏକ ଯୁଗ ଦେଇ ଗତି କରୁଛୁ ଯାହାର ନୂଆ ନାମ ହେଉଛି ଅଘଟଣ ଏବଂ ଏକ ଆଶଙ୍କାମୟ ଭବିଷ୍ୟତ ଆଡ଼କୁ ଆମେ ଯାଉଛୁ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅଡିଟୋରିୟମ୍‌ରେ ସୋଆ ପକ୍ଷରୁ ଆୟୋଜିତ ବାର୍ଷିକ ବିଜନେସ୍ କନ୍‌କ୍ଲେଭ୍ “ସ୍କେଲର୍ଜ ୨୦୨୨”ରେ ବକ୍ତବ୍ୟ ରଖି ଏହା କହିଛନ୍ତି ଶ୍ରୀ ନାୟାର ।

ପ୍ରତ୍ୟେକ ଦିନ ଦେଶରେ ନୂଆ ନୂଆ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଆରମ୍ଭ ହେଉଥିବା ବେଳେ ଏଥିରୁ ବାହାରୁ ଥିବା ଛାତ୍ରଛାତ୍ରୀମାନେ କର୍ମ ନିଯୁକ୍ତି ପାଇପାରୁ ନାହାନ୍ତି । ଚାହିଦା ଓ ଯୋଗାଣ ମଧ୍ୟରେ ତାଳମେଳ ନ ରହିବା ଫଳରେ ଛାତ୍ରଛାତ୍ରୀମାନେ ଉପଯୁକ୍ତ ନିଯୁକ୍ତି ପାଇବାରୁ ବଂଚିତ ହେଉଛନ୍ତି ବୋଲି ସେ କହିଥିଲେ । ବର୍ତମାନ ପରିବେଶ ଖୁବ୍ ଜଟିଳ । ଚାକିରି ଖଣ୍ଡିଏ ପାଇବା ପାଇଁ ଡିଗ୍ରୀ ଆଉ ପାସପୋର୍ଟ ହୋଇ ରହି ନାହିଁ ବୋଲି ସେ କହିଛନ୍ତି । ତେଣୁ ଛାତ୍ରଛାତ୍ରୀମାନେ ଯାହା ଶିକ୍ଷା ଗ୍ରହଣ କରୁଛନ୍ତି ଚାକିରି କ୍ଷେତ୍ରରେ ଉପଯୁକ୍ତ ହେବା ନିମନ୍ତେ ସେମାନେ ନିଜର ଜ୍ଞାନକୁ ପ୍ରସାରିତ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ନାୟାର କହିଥିଲେ ।

ଏହି କନ୍‌କ୍ଲେଭ୍‌ରେ ଛାତ୍ରଛାତ୍ରୀଙ୍କ ସହ ବାର୍ତାଳାପ କରିବା ଅବସରରେ ଶ୍ରୀ ନାୟାର କହିଥିଲେ ଯେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଯେଉଁ ଦକ୍ଷତା ରହିଛି ତାହା ହିଁ ଭବିଷ୍ୟତରେ ଆବଶ୍ୟକ ହେବ । ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ବିଭିନ୍ନ ଲାଇଭ୍ ପ୍ରୋଜେକ୍ଟ ହାତକୁ ନେବା ଉଚିତ୍ ଯାହାଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବୃଦ୍ଧି ପାଇପାରିବ । ଚାକିରୀ କ୍ଷେତ୍ରରେ କ୍ଲାସ୍‌ରୁମ୍ ପାଠପଢ଼ା ମାତ୍ର ୧୦ ପ୍ରତିଶତ ଆବଶ୍ୟକ ପଡୁଥିବା ବେଳେ ବାକି ୯୦ ପ୍ରତିଶତ ନିଜର ଦକ୍ଷତା ଉପରେ ନିର୍ଭର କରେ । ତେଣୁ ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧିର କଳା ବଢ଼ାଇବା ଉଚିତ୍ ବୋଲି ସେ କହିଛନ୍ତି । ଶ୍ରୀ ନାୟାରଙ୍କ ପ୍ରସଙ୍ଗ ଥିଲା “ ଦେୟାର ଇଜ୍ ଏ ବ୍ରାଣ୍ଡ ୱିଦିନ୍ ୟୁ ଆଣ୍ଡ ଫ୍ୟୁଚର ୱାର୍କ ଫୋର୍ସ” । ସେମାନଙ୍କ ମଧ୍ୟରେ ଏକ ବ୍ରାଣ୍ଡ ରହିଛି ବୋଲି ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇ ନିଜର ବ୍ରାଣ୍ଡ ବୃଦ୍ଧି କରିବା ନିମନ୍ତେ ସେମାନେ ଫାଇଭ୍ ସି ଅର୍ଥାତ୍ କ୍ଲାରିଟି, କନ୍‌ଫିଡେନ୍ସ, କମ୍ୟୁନିକେସନ୍‌, କନ୍‌ସିଷ୍ଟାନ୍ସି ଏବଂ କ୍ୟାରେକ୍ଟର ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ଶ୍ରୀ ନାୟାର କହିଥିଲେ । ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର ପ୍ରୋ-ଚାନ୍‌ସେଲର ପ୍ରଫେସର ଅମିତ ବାନାର୍ଜୀ କହିଥିଲେ ବର୍ତମାନ ସମୟରେ ମ୍ୟାନେଜମେଂଟ ଡିଗ୍ରୀ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌)ର ଡିନ୍ ପ୍ରଫେସର ଅନୁପ୍ ସାମନ୍ତରାୟ ଏବଂ ଇଣ୍ଡଷ୍ଟ୍ରୀ ଏନଗେଜ୍‌ମେଂଟର ମୁଖ୍ୟ ଶ୍ରୀ ରିପ୍ତି ରଞ୍ଜନ ଦାସ ମଧ୍ୟ ବକ୍ତବ୍ୟ ରଖିଥିଲେ । ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଉପସ୍ଥିତ ଥିଲେ । ଏଚ୍‌ସିଏଲ୍ ଟେକ୍ ର ୟୁନିଭର୍ସିଟି ରିଲେସନ୍ସ ଆଣ୍ଡ ରିକ୍ର‌୍ୟୁଟ୍‌ମେଂଟର ମୁଖ୍ୟ ଶ୍ରୀ ଆଶିଷ ଭାଲ୍ଲା “ନେଗେଟିଭ୍ ଭର୍ସେସ୍ ପଜିଟିଭ୍ ଫିଡ୍‌ବ୍ୟାକ୍ ଇନ୍ ୱାର୍କପ୍ଲେସ୍ ଆଣ୍ଡ ହାଓ ଟୁ ହ୍ୟାଣ୍ଡେଲ୍‌” ଶୀର୍ଷକକୁ ନେଇ ବକ୍ତବ୍ୟ ରଖିଥିଲେ ।

ଏହି କାର୍ଯ୍ୟକ୍ରମରେ ଟାଟା ଟେକ୍ନୋଲୋଜିଜ୍‌ର ଇଣ୍ଡିଆ ଲିଡ୍ – ୟୁନିଭର୍ସିଟି ରିଲେସନ୍ସ ଶ୍ରୀ ସୁଶାନ୍ତ କୁମାର , ଡାବର ଇଣ୍ଡିଆ ଲିମିଟେଡ୍‌ର ନ୍ୟାସ୍‌ନାଲ୍ ମ୍ୟାନେଜର ଏଚ୍‌ଆର୍ ଶ୍ରୀ ଦେବାର୍ଘ ଦେବ, ଏପିଏସି-ଏବିକ୍ସ ଆଇଏନ୍‌ସିର ଟିଏଜି ଲିଡର ଶ୍ରୀ ହର୍ଷରାଜ ଜୈନ୍‌, ଏରିକ୍ସନ୍‌ର ନିର୍ଦ୍ଦେଶକ, ହେଡ ଅଫ୍ ଟିଏ ଡେଲିଭରି ଶ୍ରୀ ମୃଣାଳ ଦାସ, କ୍ୟୁୟରବେ ଟେକ୍ନୋଲୋଜିସ୍‌ର ପିପୁଲ୍ ଏକ୍ସପେରିଏନ୍ସ ଆର୍କିଟେକ୍ଟ ଶ୍ରୀମତି ଅନିନ୍ଦିତା ମହାପାତ୍ର, ଏଚ୍‌ଟି-ଏଣ୍ଡୋ ଇନ୍‌ଟରନ୍ୟାସ୍‌ନାଲ୍ ପିଏଲ୍‌ସି ଉପସଭାପତି ତଥା ମୁଖ୍ୟ ଡଃ ତନୟା ମିଶ୍ର, ଟିଏ-ୟୁବିଏସ୍‌ର ଆସୋସିଏଟ୍ ଡାଇରେକ୍ଟର ଶ୍ରୀମତି ବୀଣା ରାମଦାଶାନୀ, ଏମ୍ଫାସିସ୍‌ର ଇଣ୍ଡିଆ କ୍ୟାମ୍ପସ୍ ଲିଡ୍ ଶ୍ରୀ ଯଶୁଆ ଡେଭିଡ୍‌, ଟ୍ୟାଲେଂଟ ଆକ୍ୟୁଜିସନ୍ – ଦ ମ୍ୟାଥ କମ୍ପାନୀର ଆସୋସିଏଟ୍ ପ୍ରିନ୍ସିପାଲ୍ ଶ୍ରୀ ରାହୁଲ ପି, ରିଲାଏନ୍ସ ଜିଓର ଡେପୁଟି ଜେନେରାଲ୍ ମ୍ୟାନେଜର, ଏଚ୍‌ଆର୍ ଶ୍ରୀ ଉଜ୍ୱଲ ସେନ୍‌ଗୁପ୍ତା ଏବଂ କେପିଆଇଟି ଟେକ୍ନୋଲୋଜିସ୍‌ର ମୁଖ୍ୟ ଶ୍ରୀ ଅବିନାଶ ମହାପାତ୍ର ଯୋଗ ଦେଇ ପ୍ୟାନେଲ୍ ଆଲୋଚନାରେ ନିଜର ବକ୍ତବ୍ୟ ରଖିଥିଲେ ।

ଆଇ.ଏ.ଏସ୍. ପରୀକ୍ଷାରେ ରାଜ୍ୟର ସଫଳତା ହାର ବଢ଼ାଇବା ପାଇଁ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ତରଫରୁ ସ୍ୱତନ୍ତ୍ର ପ୍ରୟାସ…

() UPSC Civil Services ଆଇ.ଏ.ଏସ୍. ପରୀକ୍ଷାରେ ରାଜ୍ୟର ସଫଳତା ହାର ବଢ଼ାଇବା ପାଇଁ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ତରଫରୁ ସ୍ୱତନ୍ତ୍ର ପ୍ରୟାସ। ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଆ ଯୁବକଯୁବତୀମାନଙ୍କର ସଫଳତା ହାର ବଢ଼ାଇବା ନିମନ୍ତେ ଓଡ଼ିଶା ସରକାରଙ୍କ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ତରଫରୁ ସ୍ୱତନ୍ତ୍ର ଉଦ୍ୟମ ଆରମ୍ଭ କରାଯାଇଛି । ଚଳିତ ୨୦୨୨ ବର୍ଷ ସଭିଲ୍ ସର୍ଭିସେସ୍ ମେନ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଓଡ଼ିଆ ଯୁବକଯୁବତୀମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟ ପରୀକ୍ଷା ନିମନ୍ତେ ଦିଗ୍ ଦର୍ଶନ ଓ ପରାମର୍ଶ ଦେବା ପାଇଁ ଏକ ସ୍ୱତନ୍ତ୍ର ସେଲ୍ ଖୋଲାଯାଇଛି।  ଏଥିପାଇଁ ଅନ୍ଲାଇନ୍ ରେଜିଷ୍ଟ୍ରେସନ ବ୍ୟବସ୍ଥା କରାଯାଇଛି । ସିଭିଲ୍ ସର୍ଭିସେସ୍ ମେନ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଏବଂ ଗୋପବନ୍ଧୁ ଏକାଡ଼େମୀର ଦିଗ୍ ଦର୍ଶନ ନେବାକୁ ଇଛୁକଥିବା ଆଶାୟୀ ପ୍ରାର୍ଥୀମାନେ ଚଳିତ ମାସ ଡ଼ିସେମ୍ବର ୧୬ ତାରିଖ ସୁଦ୍ଧା atiodisha@gmail.com ରେ ନିଜ ନିଜ ଇମେଲ୍ରୁ ଅନୁରୋଧ ପତ୍ର ପଠାଇବେ ।

ଇଛୁକ ପ୍ରାର୍ଥୀମାନଙ୍କଠାରୁ ଆଗ୍ରହ ପତ୍ର ମିଳିବା ପରେ ଏକାଡ଼େମୀ ତରଫରୁ ସେମାନଙ୍କୁ ତୁରନ୍ତ ଯୋଗାଯୋଗ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡିଛି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଫୁ ମଲ୍ଲିକ…

() ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଫୁ ମଲ୍ଲିକ

 ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ମୋତେ ବହୁତ ଖୁସି ଦେଇଛି …ଇଫୁ ମଲ୍ଲିକ 

{} ନିଟ୍‌ ପରୀକ୍ଷାରେ କୃତୀତ୍ବ ହାସଲ କରି କୋରାପୁଟ ସହିଦ୍ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜରେ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବାଲିଗୁଡାର ଛାତ୍ର ଶ୍ରୀ ଇଫୁ ମଲ୍ଲିକ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ ଭେଟିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଇଫୁଙ୍କ ପ୍ରତିଭାର ଉଚ୍ଚପ୍ରଶଂସା କରିବା ସହିତ ଆଗକୁ ଏହିପରି ଉଦ୍ୟମ ଜାରି ରଖି ଦେଶବାସୀଙ୍କ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରେରଣା ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଇଫୁଙ୍କ ସହିତ ସେଲ୍‌ଫି ଉଠାଇବା ସହିତ ଏକ ପୁସ୍ତକ ମଧ୍ୟ ଉପହାର ଦେଇଥିଲେ ।

ସୂଚନାଯୋଗ୍ୟ ଯେ ଇଫୁ ମଲ୍ଲିକ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଜଣେ ଗରିବ, ଆଦିବାସୀ ଯୁବକ। ନିଜର ପ୍ରତିଭା ଓ ଉଦ୍ୟମ ଯୋଗୁ ଅନେକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେ ମେଡିକାଲ ପଢିବା ପାଇଁ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । କିନ୍ତୁ ଅର୍ଥାଭାବ ଯୋଗୁ ତାଙ୍କର ଏ ଆଶା ପୂରଣ ହେବା ସଂପର୍କରେ ସେ ସନ୍ଦିହାନ ଥିଲେ ।

ସାମାଜିକ ଗଣମାଧ୍ୟମରୁ ଏ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ମେଡିକାଲ ପଢିବା ପାଇଁ ସମସ୍ତ ଆବଶ୍ୟକୀୟ ଖର୍ଚ୍ଚ ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ ଏବଂ ଇଫୁଙ୍କୁ ବ୍ୟକ୍ତିଗତ ଭାବେ ଭେଟିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ମଧ୍ୟ ଇଫୁଙ୍କ ସହିତ ଫୋନ୍‌ ଯୋଗେ କଥାବାର୍ତ୍ତା ହୋଇଥିଲେ।ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ SC/ ST DEVELOPMENT Dept ପକ୍ଷରୁ ତାଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଇଥିଲା ।

ଆଜି ଇଫୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅବସରରେ ଶ୍ରୀ ମଲ୍ଲିକ ଅତ୍ୟନ୍ତ ଭାବବିହ୍ବଳ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରି ଧନ୍ୟବାଦ ଦେଇଥିଲେ।ଏହି ସାକ୍ଷାତ ସମୟରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ।

ପଦ୍ମପୁର ର ବିଜୟ ୨୦୨୪ ନିର୍ବାଚନ ଉପରେ ପ୍ରଭାବ ପକାଇବ ବୋଲି କହିଲେ :ଦେବୀ ମିଶ୍ର…

() ପଦ୍ମପୁର ବିଜୟ ୨୦୨୪ ନିର୍ବାଚନ ଉପରେ ପ୍ରଭାବ ପକାଇବ। ଏବେବି ନବୀନଙ୍କ ଭାବମୂର୍ତ୍ତି ବଳବତ୍ତର ରହିଛି। ନବୀନଙ୍କ ଯୋଗୁଁ ଭୋଟ ପ୍ରତିଶତ ବଢୁଛି। ଲୋକଙ୍କ ଉପରେ ନବୀନଙ୍କ ପ୍ରଭାବ ରହିଛି। ସବୁ ନିର୍ବାଚନ ସମୟରେ ସ୍ଥାନୀୟ ନେତାଙ୍କୁ ଦଳ ଗୁରୁତ୍ବ ଦେଉଛି। ଗାଁ ଗହଳିରେ ବିଜେଡ଼ିର ପହଞ୍ଚ ରହିଛି। ମହିଳାଙ୍କ ସଦାବେଳେ ବିଜେଡି ଗୁରୁତ୍ବ ଦେଇଛି। ବର୍ଷାଙ୍କ ପ୍ରତି ବିଜେପି ନେତାଙ୍କ ଆକ୍ଷେପ କୁ ନିନ୍ଦା କଲେ ଦେବୀ ମିଶ୍ର। ମୁଖ୍ୟମନ୍ତ୍ରୀ ଏଭଳି ଆକ୍ଷେପ କୁ ନିନ୍ଦା କରିଥିବା ବେଳେ ଏହା ଗ୍ରହଣୀୟ ନୁହେଁ। ସାମାଜିକ ଚଳନି ଓ ସଂସ୍କୃତିର ପରିପନ୍ଥୀ। ବିଜେଡି ଲୋକଙ୍କ ବିଶ୍ୱାସ ଭାଜନ ଥିବା ଦଳ। ପ୍ରଥମ ପସନ୍ଦ ଦଳ। ଯେଉଁ ଅଞ୍ଚଳର

ବିଜେଡି ଅର୍ଥବଳରେ ନିର୍ବାଚନ ଲଢ଼ୁଛି ଅଭିଯୋଗରେ ଦେବୀ ମିଶ୍ର କହିଛନ୍ତି ଗୁଜୁରାଟ କିପରି ଲଢ଼ୁଥିଲା ବିଜେପି। କେତେ ଟଙ୍କା ଖର୍ଚ୍ଚ କରିଛି ବୋଲି ପ୍ରଶ୍ନ କଲେ ଦେବୀ ମିଶ୍ର ।

କଂଗ୍ରେସ ଭୋଟ ବିଜେଡି ଆଡ଼କୁ ଗଲା ବୋଲି ପ୍ରଶ୍ନରେ କହିଛନ୍ତି ଏହା ଅବାନ୍ତର ଯୁକ୍ତି। ଗୁଜୁରାଟରେ ଭୋଟ କୁଆଡେ ଗଲାସାଧାରଣ ଭୋଟ ସ୍ଵିଂଗ ହୋଇଛି। ଅବନ୍ତର ଯୁକ୍ତି କଲେ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ତାତ୍ସଲ୍ୟ।

 

Follow us

20,832FansLike
0FollowersFollow
14,700SubscribersSubscribe

Latest news