ବିଶିଷ୍ଟ ସାମ୍ବାଦିକ ଆଳୟ ମହାନ୍ତି ଙ୍କ ପରଲୋକ…

() ଆଳୟ ମହାନ୍ତିଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

{} ବିଶିଷ୍ଟ ସାମ୍ବାଦିକ ଆଳୟ ମହାନ୍ତି ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ମହାନ୍ତି ଜଣେ ବରିଷ୍ଠ ସାମ୍ବାଦିକ ଭାବରେ ଭୁବନେଶ୍ୱର ଓ ସାରା ଓଡ଼ିଶାରେ ଜଣାଶୁଣା ଥିଲେ। ସାମ୍ବାଦିକ ମାନଙ୍କ ସମସ୍ୟା ସମାଧନ ପାଇଁ ସେ ସବୁବେଳେ ପ୍ରଯତ୍ନ କରୁଥିଲେ। ଏହା ସହିତ ସମାଜ ସେବା ଓ ଚଳଚ୍ଚିତ୍ର ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ସେ ଅନେକ କାମ କରିଛନ୍ତି।

ରୋଗୀ ଓ ଗରୀବ ଲୋକଙ୍କୁ ସହାୟତା କ୍ଷେତ୍ରରେ ସେ ସବୁ ସମୟରେ ଆଗୁଆ ଥିଲେ। ତାଙ୍କ ବିୟୋଗ ସାମ୍ବାଦିକତା ଓ ସମାଜ ସେବା କ୍ଷେତ୍ରରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ଗଭୀର ସମ ବେଦନା ଜଣାଇଛନ୍ତି ।

ଓଡ଼ିଆ ଭାଷା ଓ ସଂସ୍କୃତିକୁ ସୁରକ୍ଷା କରିବା ପାଇଁ ଅଣ୍ଟା ଭିଡ଼ିଲା ଗୃହ….

() ଓଡ଼ିଆ ଭାଷା ଓ ସଂସ୍କୃତିକୁ ସୁରକ୍ଷା କରିବା ପାଇଁ ଅଣ୍ଟା ଭିଡ଼ିଲl ବିଧାନ ସଭାର ଗୃହ କମିଟି l ବାଚସ୍ପତି ଙ୍କ ଅଧକ୍ଷତାରେ ବସିଲା ପ୍ରଥମ ବୈଠକ l ବୈଠକ ପରେ ବାଚସ୍ପିତି ବିକ୍ରମ କେଶରୀ ଆରୁଖ ଙ୍କ ପ୍ରତିକ୍ରିୟା l ଦେଶରେ ବିଭିନ୍ନ ପାନ୍ତରେ ଥିବା ଓଡ଼ିଆ ସ୍କୁଲ ମାନଙ୍କରେ ଶିକ୍ଷକ ପ୍ରୋତ୍ସlହନ ରାଶି ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି l ସୀମାନ୍ତ ଅଂଚଳରେ ଓଡ଼ିଶା ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ବିଭିନ୍ନ କାର୍ଯ କ୍ରମ କରାଯିବ l ସୀମାନ୍ତ ଅଂଚଳରେ ଥିବା ସ୍କୁଲ ଗୁଡିକରେ ଓଡ଼ିଆ ଭାଷା ପ୍ରଚାର ଓ ପ୍ରସାର ପାଇଁ ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତି ଦିଆଯିବ l ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି l

କେନ୍ଦ୍ରାପଡ଼ାକୁ ଯାତ୍ରୀବାହୀ ରେଳ ଚଳାଚଳ ଦାବିରେ କଂଗ୍ରେସର ରାଜଧାନୀରେ ଗଣବିକ୍ଷୋଭ…

()  ଆଜି କେନ୍ଦ୍ରାପଡ଼ା ନଗର ଓ ବ୍ଲକ କଂଗ୍ରେସ ତରଫରୁ ହରିଦାସପୁର-ପାରାଦ୍ୱୀପ ରେଳପଥରେ ଯାତ୍ରୀବାହୀ ରେଳଚଳାଚଳ ଦାବିରେ ପୂର୍ବତଟ ରେଳପଥର ମୁଖ୍ୟ କାର୍ଯ୍ୟାଳୟ ଚନ୍ଦ୍ରଶେଖରପୁର ଠାରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଆନ୍ଦୋଳନରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କେନ୍ଦ୍ର ରେଳ ମନ୍ତ୍ରଣାଳୟର କେନ୍ଦ୍ରାପଡ଼ା ପ୍ରତି ଏହା ଏକ ଅବିଚାର ବୋଲି ଆରୋପ କରିଥିଲେ ଓ ଜିଲ୍ଲା ସ୍ୱାର୍ଥଦୃଷ୍ଟିରୁ ଯାତ୍ରୀବାହୀ ରେଳ ଚଳାଚଳର ତୁରନ୍ତ ନିଷ୍ପତି ନେବାକୁ ରେଳ କତୃପକ୍ଷଙ୍କୁ ଆହ୍ୱାନ ଦେଇଥିଲେ । ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି ଓ ବରିଷ୍ଠ କଂଗ୍ରେସ ବିଧାୟକ ତଥା କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଦାବିରେ ଯଥାର୍ଥତା ପ୍ରତିପାଦନ କରିବା ସହ ଅଯଥା ରେଳଚଳାଚଳରେ ବିଳମ୍ବ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଉଲ୍ଲେଖ କରିଥିଲେ ।

ଗଣେଶ୍ୱର ବେହେରା ତାଙ୍କ ବକ୍ତବ୍ୟରେ ଦର୍ଶାଇଥିଲେ ଯେ କଂଗ୍ରେସ ହରିଦାସପୁର- ପାରାଦ୍ୱୀପ ରେଳପଥର ଯାତ୍ରୀବାହୀ ରେଳ ଚଳାଚଳ ନିମନ୍ତେ ୨୦୨୧ରେ “ମାଟି ପାଇଁ ପାଟି ଖୋଲ” ଓ ଗୋପଠାରେ ରେଳ ରୋକା ଆନ୍ଦୋଳନ ସହ ୨୦୨୨ ରେ ମାଟି ପାଇଁ ମାଡ଼ିଚାଲ ଆନ୍ଦୋଳନ କରନ୍ତି । ଜିଏମଙ୍କୁ ଭେଟି ଦୁଇ ଦୁଇ ଥର ଦାବି ପତ୍ର ଦେଇଛି । ମାନ୍ୟବର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ମଧ୍ୟ ସେ ନିଜେ ତିନିଥର ଚିଠି ଲେଖି ବିଫଳ ହେବାରୁ ଆଜି ଗଣବିକ୍ଷୋଭ କରିବାକୁ ବାଧ୍ୟ ହୋଇଛନ୍ତି ଆଜିର ଆନ୍ଦୋଳନ ବ୍ୟର୍ଥ ହେଲେ “ମାଟି ପାଇଁ ଜେଲ ଚାଲ” ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି । ଗଣବିକ୍ଷୋଭ ସହ ପୂର୍ବତନ ରେଳପଥ ଜିଏମଙ୍କୁ ଏକ ପ୍ରତିନିଧି ଦଳ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଭେଟି ସ୍ମାରକପତ୍ର ମଧ୍ୟ ଦିଆଯାଇଛି । ସ୍ମାରକ ପତ୍ରରେ ରେଳ ବିଭାଗ ବର୍ଷକୁ ୨୦ ହଜାର କୋଟି ରାଜସ୍ୱ ପାଉଥିବା ଏବଂ ଯାତ୍ରୀବାହୀ ରେଳ ଚଳାଚଳ ନିମନ୍ତେ ତିନିଗୋଟି ଆବଶ୍ୟକତା ଯଥା ଏଚପିଆରସିଏଲ ଅନୁମତି କଲିକତା ସ୍ଥିତ ରେଳବାଇ ନିରାପତା କମିଶନଙ୍କ ସବୁଜ ସଂକେତ ଓ ୯ ଗୋଟି ଷ୍ଟେସନର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ଶେଷ ହୋଇଥିବା ସତ୍ୱେ ରେଳ ଚଳାଚଳ ନିଷ୍ପତି ନହେବା ଅତ୍ୟନ୍ତ ଦୁଃଭାର୍ଗ୍ୟଜନକ ।

ରେଳ ବିଭାଗର ଏହି ଉଦାସୀନତା କେନ୍ଦ୍ରାପଡ଼ା ବାସୀଙ୍କୁ ବ୍ୟଥିତ କରିଛି । ଦାବି ପତ୍ରରେ ଦୁଇଟି ଯାତ୍ରୀବାହୀ ରେଳ ଯଥା କଟକ-ପାରଦ୍ୱୀପ ଭାୟା ହରିଦାସପୁର-କେନ୍ଦ୍ରାପଡ଼ା ଓ ଭଦ୍ରକ-ପାରଦ୍ୱୀପ ଭାୟ ହରିଦାସପୁର-କେନ୍ଦ୍ରାପଡ଼ା ଚଲାଇବା ପାଇଁ କୁହାଯାଇଛି । ବ୍ଲକ ଓ ନଗର କଂଗ୍ରେସ ତରଫରୁ ଜିଏ ମମହୋଦୟ ଏଥି ନିମନ୍ତେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଏହି ଗଣବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଚିନ୍ମୟ ପ୍ରସାଦ ବେଉରା, ଜ୍ଞାନଦେବ ବେଉରା, ନଗର ସଭାପତି ରାଜେଶ ମହାନ୍ତି, ବ୍ଲକ ସଭାପତି ଚିତ୍ରସେନ ପରିଡ଼ା, ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ ଦାସ, ଆକବର ଅଲ୍ଳୀ, ମୁକ୍ତାର ଖାଁ, ନାରାୟଣ ଚନ୍ଦ୍ର ପରିଡ଼ା, ପିସିସି ମୁଖପାତ୍ର ଅମୀୟ ପାଣ୍ଡବ, ସତ୍ୟ ସାମଲ, ରମାକାନ୍ତ ଦାସ, ଅମୂଲ୍ୟ ପ୍ରଧାନ, ସର୍ବେସ୍ୱର ସେଠୀ, ପ୍ରଭାତ କୁମାର ଉଡାନ ସିଂ, ଜ୍ୟୋତିରଞ୍ଜନ ପ୍ରଧାନ, ଅଭିଷେକ ବିଶ୍ୱାଳ, ପରଭେଜ ଅକ୍ତର, ରତିକାନ୍ତ ସାମଲ, ସେଖ ଅରମାନ, ବୃଷଭାନୁ ଦାସ, ଗଣେଶ ମେକାପ, କ୍ଷମାନିଧି ସାମଲ, ରାକେଶ ମହାନ୍ତି, ମୀର ମୁରସୀଦ, କମଳାକାନ୍ତ ବେହେରା, ସଂଜୟ ରାଉତ, ଲକ୍ଷ୍ମୀଧର ବାରିକ, ପ୍ରଦୀପ ପ୍ରଧାନ, ରାଜକିଶୋର ବେହେରା, ବିଶ୍ୱକେଶରୀ ଜେନା, ପିସିସିଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଓ ଭୁବନେଶ୍ୱର ବ୍ଲକ କଂଗ୍ରେସ ସଭାପତି ଅଶୋକ ଦାସ ପ୍ରମୁଖ ଭାଷଣ ଦେଇ କେନ୍ଦ୍ରାପଡ଼ାର ସ୍ୱାର୍ଥରେ କଂଗ୍ରେସ ନିରନ୍ତର ଆନ୍ଦୋଳନ କରିଚାଲିବ ବୋଲି ସତର୍କ କରାଇ ଦେଇଥିଲେ ।

ବଢିପାରେ ସଂକ୍ରମଣ…

() ନଭେମ୍ବର ୧୧ ତାରିଖରୁ କୋଭିଡ ସଂକ୍ରମିତ ସଂଖ୍ୟା ୧୨ ତଳେ ରହୁଚି। ବର୍ତ୍ତମାନ ରାଜ୍ୟରେ ମାତ୍ର ୫୦ଜଣ ରୋଗୀ ରହିଛନ୍ତି। ଆଗକୁ ସଂକ୍ରମଣ ବଢିପାରେ କିନ୍ତୁ ଏହା କେତେ କ୍ଷତି ପହଞ୍ଚାଇବ , ଲକ୍ଷଣ କେତେ ଭୟଙ୍କର ହେବ ତାହାର ତଥ୍ୟ ଆସିନାହିଁ। ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ସମସ୍ତ ମେଡ଼ିକାଲ୍ କଲେଜରେ ୨୦ ଟି ଲେଖାଏଁ ବେଡ୍ ମହଜୁଦ ରହିଛି। ଜିଲ୍ଲା ଚିକିତ୍ସାଳୟରେ ବି ବେଡ୍ ମହଜୁଦ ରହିଛି। ଆବଶ୍ୟକ ପଡିଲେ ବେଡ୍ ସଂଖ୍ୟା ମଧ୍ୟ ବଢାଯିବ। ସେ ସାମର୍ଥ୍ୟ ସ୍ୱାସ୍ଥ୍ୟ ବିଭାଗ ପାଖରେ ରହିଛି।ହକି ପାଇଁ କଟକ, ଭୁବନେଶ୍ୱର ଓ ରାଉରକେଲା ର ସମସ୍ତ ଅର୍ବାନ ପି.ଏଚ. ସି ଏବଂ ସି. ଏଚ. ସି ରେ ସମସ୍ତ ଙ୍କ ଟେଷ୍ଟିଂ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଏହାସହ ହକି ଷ୍ଟାଡିୟମ ଭିତରେ ମଧ୍ୟ ଟେଷ୍ଟଙ୍ଗ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ।

ଆଗାମୀ ୩୦ ରୁ ୪୦ ଦିନ ଯାଏଁ ସତର୍କତା ଅବଲମ୍ବନ କରନ୍ତୁ…

() ଆଗାମୀ ୩୦ ରୁ ୪୦ ଦିନ ଯାଏଁ ଆମକୁ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛ । ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ୧୦ ଭିତରେ ରହିଛି। ଯେଉଁ ସ୍ଥାନରେ ହକି ଖେଳ ହେବ ସେଠାରେ ଅଧିକ ଟେଷ୍ଟଙ୍ଗ କରାଯିବ। ଷ୍ଟାଡିୟମ ମଧ୍ୟରେ ମଧ୍ୟ ଟେଷ୍ଟଙ୍ଗ ବ୍ୟବସ୍ଥା କରାଯିବ। ଯଦି ଅନ୍ୟ ରାଜ୍ୟରେ ବଢେ କିଛି ଦିନ ପରେ ଆମ ରାଜ୍ୟରେ ବଢ଼ିବ । ତେଣୁ ପ୍ରତିଷେଧକ ବ୍ୟବସ୍ଥା କରାଯାଇଛି।

xbb 1.5 ନୂଆ ଭାରିଏଣ୍ଟ ଦେଶରେ ଚିହ୍ନଟ ହୋଇଛି। ରୂପ ବଦଳାଇବା ହେଉଛି କରୋନାର ଚରିତ୍ର। ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ଥର କୋରନା ରୂପ ବଦଳାଇଲାଣି। କିନ୍ତୁ ଏହାର ଲକ୍ଷଣ ଓ ଭୟାବହତା କେତେ ହେବେ ଜଣାପଡି ନାହିଁ। ସେ ନେଇ ପରୀକ୍ଷା ଚାଲିଛି।କେନ୍ଦ୍ର ସରକାରଙ୍କ ତରଫରୁ ଟିକା କରଣ ପାଇଁ କୌଣସି ନିର୍ଦ୍ଦେଶ ଆସିନାହିଁ। ରାଜ୍ୟରେ ଟୀକା କରଣ ପାଇଁ ସବୁ ବ୍ୟବସ୍ଥା ଅଛି । କେନ୍ଦ୍ରରୁ ନିର୍ଦ୍ଦେଶ ଆସିଲା ପରେ ଟୀକା କରଣ ଆରମ୍ଭ ହେବ।

ଲୋକସେବା ରେ ଖୋଲିଲା ପୁଷ୍ପ ଉଦ୍ୟାନ…

{} ଜାନୁଆରୀ ମାସ ର ସବୁ ଛୁଟି ଦିନ ଗୁଡିକ ଦର୍ଶକଙ୍କ ପାଇଁ  ଲୋକସେବା ଭବନ ପୁଷ୍ପ ଉଦ୍ୟାନ ଖୋଲା ରହିବ।

ସମୟ ଅପରାହ୍ନ ଚାରିଟା ରୁ ସନ୍ଧ୍ୟା ଛ ଟା ଆଜି ଅପରାହ୍ନ ରୁ ଆରମ୍ଭ ।

() ଜାନୁଆରୀ 2023 ରେ ଚତୁର୍ଥ ଶନିବାର ବ୍ୟତୀତ ସବୁ ସରକାରୀ ଛୁଟିରେ ଲୋକସେବା ଭବନ ଉଦ୍ୟାନ ସର୍ବସାଧାରଣ ଙ୍କ ପାଇଁ ଖୋଲା ରହିବ ।ଚଳିତ ମାସ ରେ ରବିବାର ଦ୍ୱିତୀୟ ଶନିବାର ଓ ଅନ୍ୟ ଛୁଟି କୁ ମିଶାଇ ମୋଟ ଆଠଟି ଛୁଟିରେ ଅପରାହ୍ନ ଚାରି ଟାରୁ ଛ ଟା ପର୍ଯ୍ୟନ୍ତ ଜନସାଧାରଣ ଲୋକସେବା ଭବନ ପୁଷ୍ପ ଉଦ୍ୟାନ ବୁଲି ଦେଖି ପାରିବେ ।

ଆଜି ନୂଆ ବର୍ଷ ରେ ଜନସାଧାରଣ ଲୋକସେବା ଭବନ ଉଦ୍ୟାନ ବୁଲି ଦେଖି ପାରିବେ। ଏହି ଉଦ୍ୟାନ ବର୍ତ୍ତମାନ ବିଭିନ୍ନ କିସମର ଫୁଲରେ ସଜେଇ ହୋଇ ଅତ୍ୟନ୍ତ ମନୋରମ ପରିବେଶ ସ୍ରୁଷ୍ଟି କରିଛି।

ସ୍ଵାଗତମ୍ ୨୦୨୩…

() ରାତି ପାହିଲେ ନୂଆ ବର୍ଷ ଏବେଠୁ ସବୁ କିଛି ଲାଗୁଛି ନୂଆ ନୂଆ l ଯାହାକୁ ଦେଖିଲେ ନୂଆ ଅନୁଭବ ମନକୁ ଆସୁଛି l ସବୁଦିନ ସକାଳ ହେଉଛି , ହେଲେ ଆଜି ସୂର୍ଯ୍ୟ ଉଦୟ ହେଲା ମାତ୍ରେ କାହିଁକି ବଦଳିଗଲା ସବୁକିଛି  l କାରଣ ବର୍ଷେ ପରେ ଆଜି ପା ନୂଆ ବର୍ଷ l ସେହି ସକାଳ, ସେହି ପରିବେଶ ସେହି ସମାଜ l କେବଳ କ୍ୟାଲେଣ୍ଡର ତାରିଖ ଓ ବର୍ଷ ବଦଳିଛି l  କଣ ତାରିଖ ଓ ବର୍ଷ ବଦଳିଲେ ସବୁକିଛି ବଦଳିଯାଏ, ନା ଆମ ମନ ବଦଳିଗଲା ବୋଲି ଏଦୁନିଆ ବଦଳିଗଲା l ହ ଏକଥା ସତ ପ୍ରତିଶତ ସତ l ମଣିଷ ଯେବେ ନିଜକୁ ମନକୁ ବଦଳେଇ ପାରିବ, ତାକୁ ଦୁନିଆ ସୁନ୍ଦର ଓ ଶରସ ଲାଗିବ ।ଆଉକିଛି ମୁହୂର୍ତ୍ତର ଅପେକ୍ଷା ୨୦୨୩ କୁ ସ୍ବାଗତ କରିବା ପାଇଁ ଭାରତର କୋଣ ଅନୁକୋଣରେ ଜଗି ବସିଛନ୍ତି ଲୋକେ । ୨୦୨୨ ବର୍ଷକୁ ବିଦାୟ ଓ ୨୦୨୩ ବର୍ଷକୁ ସ୍ବାଗତ କରିବା ପାଇଁ ଶିଶୁଙ୍କ ଠାରୁ ଆରମ୍ଭ କରି ଯୁବ ପିଢ଼ି ତଥା ବୟସ୍କ ସମସ୍ତେ ଲାଗି ପଢିଛନ୍ତି। ବିଭିନ୍ନ ପ୍ରକାରର ମଉଜ ମସ୍ତି ମଧ୍ୟରେ ଏହାକୁ ପାଳୁଛନ୍ତି ସମଗ୍ର ଭାରତ ବାସୀ। ନୂଆ ବର୍ଷ କୁ ସ୍ବାଗତ କରିବା ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କ୍ରମରେ ବଡ଼ ବଡ଼ ହୋଟେଲ୍ ଓ ରେଷ୍ଟୁରାଣ୍ଟରେ ଭବ୍ଯ ଆୟୋଜନ ମାନ ହୋଇଥିବା ନଜରକୁ ଆସୁଛି। ଏଠାରେ ପ୍ରଶ୍ନ ଆମେ ପାଳୁଥିବା ନୂଆ ବର୍ଷ କେବେଠାରୁ ଆରମ୍ଭ ହୋଇଛି ତାହା କଣ ଆମେ ଜାଣିଛନ୍ତି ? ଲୋକକଥା ଅନୁଯାୟୀ ଆମେ ପାଳୁଥିବା ଇଂରାଜୀ ନବବର୍ଷ ୧୯୪୦ ମସିହାରୁ ଭାରତରେ ଆରମ୍ଭ ହୋଇଥିଲା। ସେତେବେଳେ ଭାରତରେ ରାଜୁତି କରୁଥିବା ଇଂରେଜ ଶାସକ ଏହାକୁ ପ୍ରଚଳନ କରିଥିଲେ। ଏହା ଛଡା ବାବିଲୋନିଆରେ ପ୍ରଥମେ ପ୍ରାୟ ୪୦୦୦ବର୍ଷ ପୂର୍ବେ ୨୦୦୦ବି.ସି.ରେ ଆନସିଏଣ୍ଟ୍ ବାବିଲୋନ୍ ଦ୍ବାରା ପ୍ରଥମ ନୂଆ ବର୍ଷ ପାଳନ କରା ଯାଇଥିବା ପ୍ରବାଦ ରହିଛି। ସେ ଯାହା ବି ହେଉ। କିନ୍ତୁ ଭାରତରେ ଜାନୁୟାରୀ ମାସ ପ୍ରଥମ ଦିନ କୁ ନୂଆ ବର୍ଷ ଭାବେ ପାଳନ କରାଯାଏ। ଯୁବ ପିଢ଼ି ଠାରୁ ଆରମ୍ଭ କରି ଆବାଳ ବୃଦ୍ଧବନିତା ଏହାକୁ ଆଡମ୍ବରରେ ପାଳନ କରନ୍ତି। ଲୋକେ ବିଭିନ୍ନ ମାଧ୍ୟମରେ ଅନ୍ଯ ମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ଦିଅନ୍ତି। । ଆଗାମୀ ବର୍ଷ ଆପଣଙ୍କ ପାଇଁ ମଙ୍ଗଳମୟ ହେଉ। ଜଗତର ନାଥ ଜଗନ୍ନାଥଙ୍କ ନିକଟ ରେ ଗୁହାରୀ l ସମସ୍ତେ ଖୁସିରେ ରୁହନ୍ତୁ ଓ ସଭିଙ୍କ ଜୀବନ ଆନନ୍ଦମୟ ହେଉ l Happy New year….

ସ୍ମୃତିରେ ମୁକୁଟ ବିହୀନ ସମ୍ରାଟ : ୧୯୪୨ରୁ ୨୦୦୮…..

() ସ୍ୱର୍ଗତ ଅଶୋକ ଦାସ । ଦକ୍ଷ ବିଧାୟକ, ଦୂରଦର୍ଶୀ ରାଜନେତା, କ୍ଷମତା ଓ ସାଲିସ ବିହୀନ ରାଜନୀତି ର ବଡ ପ୍ରତୀକ l ପୁଣି ସେ ସେବାର ପୂଜାରୀ l ଓଡ଼ିଶାର ସ୍ୱାଭିମାନ , ମୁକୁଟ ବିହିନ ସମ୍ରାଟ, ସାଲିସ ବିହିନ ନେତା, ଯାଜପୁର ମଉଡ଼ମଣୀ, ମୁରବି, ଓଡ଼ିଶାର ବିଚକ୍ଷଣ ରାଜନେତା ଏମିତି କେତେ କଣ ଶଦ୍ଦ ତାଙ୍କ ନାଁ ଲେଖିବା ପୂର୍ବରୁ ଆପେ ଆପେ ମନକୁ ଚାଲିଆସେ । ପୁଣି ମନରେ ଉଙ୍କି ମାରେ ଆରେ ସତରେ କଣ ଅଶୋକ ଦାସ ଅପେରା ରାଇଜକୁ ଚକ୍ ଚିହ୍ନ ନେଇ ପଳେଇ ଯାଇଛନ୍ତି l ନା ସବୁବେଳେ ସେ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି l ଆଉ ସବୁବେଳେ କହିଛନ୍ତି ରାଜନୀତି କ୍ଷମତା କି ସାଲିସ ପାଇଁ ନୁହେଁ ବରଂ ଜନସେବା କରିବାର ସଂକଳ୍ପ l ହ ଆଜି ଅଶୋକ ଦାସଙ୍କ ପାର୍ଥିବ ଶରୀର ନାହିଁ ସତ କିନ୍ତୁ ତାଙ୍କ ଆଦର୍ଶ ଓ ନୀତି କିନ୍ତୁ ବଂଚି ରହିଛି l ଯାହା ତାଙ୍କର ୧୪ତମ ଶ୍ରାଦ୍ଧ ଦିବସରେ ଓଡ଼ିଶାବାସି ମନେ ପକାଇ ଛନ୍ତି l

 

ଜଣେ , ଡ଼ାକ୍ତର ଓ ସମାଜସେବକ ଭାବେ ଜୀବନ ଆରମ୍ଭ କରି ଅଶୋକ ସାଜିଥିଲେ ଓଡ଼ିଶା ରାଜନୀତି ମୁକୁଟ ବିହୀନ ସମ୍ରାଟ । ରାଜନୀତି ତାଙ୍କର ପେଶା ହୋଇଥିଲେ ମଧ୍ୟ ନିଶା କିନ୍ତୁ ସମାଜସେବା କରିବା । ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସେ ଥିଲେ ଅତି ଘନିଷ୍ଠ । ଲଗାତର ୬ଥର ସେ କୋରେଇ ନିର୍ବାଚନ ମଣ୍ଡଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସାରା ଓଡ଼ିଶାରେ କୋରେଇକୁ ଗୋଟେ ସ୍ୱତନ୍ତ୍ର ପରିଚୟ ଦେଇଥିଲେ ସେ । ସବୁବେଳେ ଲୋକଙ୍କ ସହ ରହି ଲୋକଙ୍କ ସମସ୍ୟା ବୁଝୁଥିଲେ । ଯେଉଁଥି ପାଇଁ ସେ କ୍ଷମତା ରାଜନୀତି ଠାରୁ ଦୂରେଇ ରହିଥିଲେ l କ୍ଷମତା ରାଜନୀତି ଠାରୁ ଦୂରେଇ ରହି କିପରି ଜନସେବା କରି ହୁଏ ତାହା ସେ ଓଡ଼ିଶା ରାଜନୀତି ରେ ଆରମ୍ଭ କରିଥିଲେ l ୧୯୭୭,୧୯୯୦ ମସିହାରେ ଦୁଇ ଦୁଇ ଥର ତାଙ୍କୁ ମନ୍ତ୍ରୀ ହେବା ପାଇଁ ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ ତାହାକୁ ଗ୍ରହଣ କରିନଥିଲେ l ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ମୁକୁଟ ବିହୀନ ସମ୍ରାଟର ପରିଚୟ ଦେଇଥିଲା l ସବୁବେଳେ ରାଜ୍ୟର ସ୍ୱାର୍ଥପାଇଁ ସେ ଲଢ଼ୁଥିଲେ l ସେ ବିଧାନସଭା ହେଉ ଅବା ଜିଲ୍ଳାପାଳ କର୍ଯ୍ୟାଳୟ । ସବୁଠି ଲୋକଙ୍କ ହକ ମାଗୁଥିଲେ । ରାଜନୀତିର ପରିଭାଷା ତାଙ୍କ ପାଇଁ ଟିକେ ଭିନ୍ନ ଥିଲା । ପଦ ପଦବୀ ନୁହେଁ, ନେତୃତ୍ୱ ନେଇ କିପରି ଦଳ ଓ ଲୋକଙ୍କ ସମସ୍ୟା ସମାଧାନ କରିହେବ ଓ ଓଡ଼ିଶାର ସ୍ୱାର୍ଥ ହାସଲ ହୋଇପାରିବ ସେ କାମରେ ସେ ସବୁବେଳେ ଲାଗିପଡ଼ୁଥିଲେ । ସେବାକୁ ମୂଲମନ୍ତ୍ର କରି ସେ ତାଙ୍କ ଜୀବନ କଟାଉଥିଲେ । ପୁରା ଯାଜପୁରର ସେ ଥିଲେ ମୁରବୀ । କାରଣ ସେ ଥିଲେ ଧର୍ମନିରପକ୍ଷର ସବୁଠାରୁ ବଡ଼ ପ୍ରତୀକ । ସବୁଠାରୁ ବଡ଼ କଥା ହେଲା ସେ ଭାରି ସ୍ୱାଭିମାନୀ ଥିଲେ । କାହା ଆଗରେ ମୁଣ୍ଡ ନୁଆଉନଥିଲେ କି କାହା ସହ ସାଲିସ ବି କରୁନଥିଲେ । ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା ପୁରା ଓଡ଼ିଶାରେ । ଯେଉଁଥି ପାଇଁ ଆଜି ପୁରା ଓଡ଼ିଶା ତାଙ୍କୁ ଝୁରୁଛି । ଲୋକଙ୍କ ସେବା କରିବା ପାଇଁ ଯେଉଁସବୁ ମାର୍ଗ ରହିଛି ତାହାକୁ ସେ ଗ୍ରହଣ କରୁଥିଲେ । କେବଳ ରାଜନୀତି ନୁହେଁ, ଜଣେ ଆୟୁରବୈଦିକ ଡ଼ାକ୍ତର ଭାବେ ସେ ଲୋକଙ୍କ ସେବା କରୁଥିଲେ । ୭୦ ଦଶକରେ ଯେତେବେଳେ ଲୋକମାନେ ବିଭିନ୍ନ ରୋଗରେ ପୀଡ଼ତ ହୋଇ ପଇସା ଅଭାବର ଡ଼ାକ୍ତରଖାନା କି ଔଷଧ କିଣି ଖାଇପାରୁନଥିଲେ ସେତେବେଳେ ସେ ଚେରମୂଳି ଦେଇ ଲୋକଙ୍କୁ ଭଲ କରୁଥିଲେ । ତାଙ୍କର ଏହି ସେବା ମନୋବୃତି ସେ ମଲା ପରେ ବି ତାଙ୍କ ନାଁରେ ଚାଲୁଥିବା ଅଶୋକ ଦାସ ଫାଉଣ୍ଡେସନ ସେ କାମ କରୁଛି । ପ୍ରତି ସପ୍ତାହରେ ରକ୍ତଦାନ ଶିବିର କରି ଓଡ଼ିଶାରରେ ଯେମିତି ରକ୍ତ ଅଭାବରୁ କେହି ନ ମରିବେ ସେ ଆବଶ୍ୟକତା ପୂରଣ କରିବା ପାଇଁ ତାଙ୍କ ନାଁରେ ଗଢ଼ାଯାଇଥିବା ଅଶୋକ ଦାସ ଫାଉଣ୍ଡେସନ କୁଣ୍ଡୁଛି ମୂଷା ପରି କାମ କରୁଛି । କେବଳ ସେତିକି ନୁହେଁ, ବୃକ୍ଷରୋପଣ, ଅସହାୟକକୁ ସହଯୋଗ ମଧ୍ୟ କରୁଛି ତାଙ୍କ ନାଁରେ ଗଠିତ ଅନୁଷ୍ଠାନ । ଯୁବପିଢିଙ୍କ ପାଇଁ ଆଦର୍ଶ ସାଜିଥିବା ଅଶୋକ ବାବୁ ଆଜି ନାହାନ୍ତି ସତ, ହେଲେ ତାଙ୍କର ଆଦର୍ଶ ଓ ମାର୍ଗଦର୍ଶନ ଆଜି ବି ଜୀବିତ ଅଛି । ଏଭଳି ଯୋଗଜନମା ପୁରୁଷ କୋଚିତ ଧରାପୃଷ୍ଠରେ ଜନ୍ମଗ୍ରହଣ କରନ୍ତି । ତାଙ୍କ ଆଦର୍ଶରେ ପୁଅ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସେବାକୁ ନିଜ ଜୀବନର ଏଜେଣ୍ଡା କରିଛନ୍ତି। ବିଜେଡିର ସମସ୍ତ କାର୍ଯ୍ୟକ୍ରମରେ ସେ ସେବା ଓ ପରିଶ୍ରମକୁ ଗୁରୁତ୍ୱ ଦେଇଛନ୍ତି। ପ୍ରତି କର୍ମୀଙ୍କୁ ଦୈନିକ 2ରୁ 3 ଘଣ୍ଟା ଦଳ ପାଇଁ ଦେବାକୁ ସେ ଆହ୍ୱାନ ଦେଇ ବିଜେଡିକୁ ଆଞ୍ଚଳିକ ଦଳ ଭାବେ ଆହୁରି ଆଗକୁ ନେବାକୁ କହିଛନ୍ତି। ଠିକ ସେହିପରି ଯେପରି ବିଜୁ ବାବୁଙ୍କ ସହ ମିଶି ଜନତା ଦଳକୁ ଶେଷ ନିଶ୍ୱାସ ଯାଏ ଆଗେଇ ନେଇଥିଲେ ଅଶୋକ ଦାସ। ଯେଉଁଠି ବା ଯେଉଁ ଦଳରେ ଅଛ, ତା ପାଇଁ ସମର୍ପିତ ହେବାର ମହାନ ପରମ୍ପରା ଅଶୋକ ଦାସଙ୍କ ପରିବାରରୁ ଆସିଛି, ଯାହାକୁ ଆଗେଇ ନେଇ ଚାଲିଛନ୍ତି ପୁଅ ପ୍ରଣବ। ଅଶୋକ ଦାସଙ୍କ ୧୪ ତମ ଶ୍ରlଦ୍ଧ ଦିବସରରେ ବିଗ ନ୍ୟୁଜ ଓଡ଼ିଶା ପରିବାର ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

ସୋଆ ପକ୍ଷରୁ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ବିଜୟନୀ ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ସମ୍ବର୍ଦ୍ଧନା…

() ନିକଟରେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ୨୦୨୨ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା କବିତା ସଂକଳନ “ଦୟାନଦୀ” ପୁସ୍ତକର ରଚୟିତା ତଥା ବିଶିଷ୍ଟ ଓଡ଼ିଆ କବି ଓ ଲେଖିକା ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କୁ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ମଙ୍ଗଳବାର ସମ୍ବର୍ଦ୍ଧିତ କରାଯାଇଛି ।ସୋଆ ସେଣ୍ଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର୍ ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ୍‌) କେନ୍ଦ୍ରର ମୁଖ୍ୟ ଡକ୍ଟର ପଣ୍ଡାଙ୍କୁ ଏକ ବିଶେଷ କାର୍ଯ୍ୟକ୍ରମରେ ଉତରୀୟ ଏବଂ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ସୋଆର ଚାନ୍‌ସେଲର ପ୍ରଫେସର ଦେବୀ ପ୍ରସାଦ ରାୟ ତାଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ତାଙ୍କ ସଫଳତା ବିଶ୍ୱବିଦ୍ୟାଳୟ ପାଇଁ ଗର୍ବର ବିଷୟ ବୋଲି କହିଥିଲେ । ଏହି ଅବସରରେ ଡକ୍ଟର ପଣ୍ଡା ବିଶ୍ୱବିଦ୍ୟାଳୟର ବରିଷ୍ଠ ନେତୃତ୍ୱଙ୍କର ଆଶୀର୍ବାଦ କାମନା କରିବା ସହ ସୋଆ ସହ ଜଡ଼ିତ ଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ବୋଲି କହିଥିଲେ ।

ଡକ୍ଟର ପଣ୍ଡା କହିଥିଲେ ଯେ ସେ ଖୁବ୍ କମ୍ ବୟସରୁ ତାଙ୍କର ଲେଖନୀ ଚାଳନା ଆରମ୍ଭ କରିଥିଲେ ଏବଂ ମାତ୍ର ୧୨ ବର୍ଷ ବୟସରେ ସେ ପ୍ରଥମ ସାହିତ୍ୟ ପୁରସ୍କାର ପାଇଥିଲେ । ୨୦୧୧ ମସିହାରେ ନିଜର କବିତା ସଂକଳନ “ଗାଁ” ନିମନ୍ତେ ସେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ଲାଭ କରିଥିଲେ । “ଦୟାନଦୀ” କବିତା ସଂକଳନରେ ଇତିହାସର କଳିଙ୍ଗ ଯୁଦ୍ଧକୁ ଚିତ୍ରିତ କରାଯାଇଛି । ଭୁବନେଶ୍ୱର ଉପକଣ୍ଠ ଦୟାନଦୀ କୂଳରେ ଏହି ଯୁଦ୍ଧ ତାଣ୍ଡବ ରଚିଥିଲା । ଏହି ଯୁଦ୍ଧ ବିଭୀଷିକା ରଚିବା ସହ ସମ୍ରାଟ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲା ବୋଲି ସେ କହିଥିଲେ ।

ଡକ୍ଟର ପଣ୍ଡାଙ୍କୁ ତାଙ୍କ ପୁରସ୍କାର ନିମନ୍ତେ ଶୁଭେଚ୍ଛା ଜଣାଇ ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଏହା ଏକ ବଡ଼ ସଫଳତା ବୋଲି କହିଥିଲେ । ଆମେ ଖୁବ୍ ଆନନ୍ଦିତ ଏବଂ ସେ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଉଛୁ ବୋଲି ସେ କହିଥିଲେ ।ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଆଇଏଏସ୍ ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଓ ନିର୍ଦ୍ଦେଶକ କର୍ପୋରେଟ ରିଲେସନ୍ସ ଶ୍ରୀ ଦେବପ୍ରସାଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡିଶା ବାସୀଙ୍କ ସେବାରେ ପଚିଶ ବର୍ଷ;ଆଶୀର୍ବାଦ ରହିଲେ ୧୦୦ ବର୍ଷ ପର୍ଯ୍ୟନ୍ତ ସେବା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

{} ବିଜୁ ଜନତା ଦଳର ରଜତ ଜୟନ୍ତୀ ଉତ୍ସବ  

ଓଡିଶା ବାସୀଙ୍କ ସେବାରେ ପଚିଶ ବର୍ଷ 

ମା ମାନେ ଆଗେଇ ଆସନ୍ତୁ  ଦାୟିତ୍ଵ ନିଅନ୍ତୁ ।

ଆପଣ ମାନଙ୍କ ଆଶୀର୍ବାଦ ରହିଲେ ବିଜୁ ଜନତା ଦଳ ୧୦୦ ବର୍ଷ ପର୍ଯ୍ୟନ୍ତ ଓଡିଶାର ସେବା କରିଚାଲିବ – ନବୀନ ପଟ୍ଟନାୟକ।

() ଓଡିଶା ବାସୀଙ୍କ ବିଶ୍ବାସ ଆମର ଶକ୍ତି।ମା ମାନଙ୍କ ଉନ୍ନତି ଓଡିଶାକୁ ଆଗକୁ ନେଇଯିବ।ଚାଷୀ , କଳାକାର , professionals, କଳାକାର ,କ୍ରୀଡାବିତ୍ , ସବୁ ବର୍ଗର ଲୋକ , ବିଶେଷ କରି ଯୁବ ପାଢୀଙ୍କୁ ବିଜୁ ଜନତା ଦଳ ରେ ସାମିଲ ହେବାକୁ ଆହ୍ଵାନ। ରାଷ୍ଟ୍ରୀୟ ଦଳ ନୁହେଁ, ଏକ ଆଞ୍ଚଳିକ ଦଳ ବିଜେଡି ହିଁ ଓଡିଶାର ସ୍ବାର୍ଥ ପାଇଁ ଲଢେଇ କରିପାରିବ।ଆମର ଏକମାତ୍ର ସ୍ବାର୍ଥ ହେଉଛି ଓଡିଶାର ଉନ୍ନତି ଶଙ୍ଖଚିହ୍ନ ସବୁବେଳେ ଓଡ଼ିଆ ସ୍ୱାଭିମାନର ଜୟନାଦ କରିଚାଲିଥିବ।

ବିଜୁ ଜନତା ଦଳ ଆଜି ଗୌରବମୟ ୨୫ ବର୍ଷ ପୂରଣ କରି ୨୬ ବର୍ଷରେ ପହଞ୍ଚିଛି। ଏହି ଅବସରରେ ପୁରୀର ତାଳବଣିଆ ଠାରେ ଦଳର ଏକ ବିଶାଳ ରାଜ୍ୟସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡିଶାବାସୀଙ୍କ ସେବା କରି ଚାଲିବ।

ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ –

 ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ରକୁ ମୁଁ ଆପଣମାନଙ୍କୁ ସ୍ବାଗତ କରୁଛି।

ଜୟ ଜଗନ୍ନାଥ

ଆଜି ବିଜେଡି ଓଡିଶାବାସୀଙ୍କ ସେବାର ୨୫ ବର୍ଷ ପାଳନ କରୁଛି। ଓଡିଶାର ସାଢେ ଚାରି କୋଟି ଜନତା ଆମକୁ ୨୫ ବର୍ଷ ତାଙ୍କର ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ମୁଁ ତାଙ୍କ ପାଖରେ ଋଣୀ। ବିଜେଡି ସବୁବେଳେ ଓଡିଶାବାସୀଙ୍କ ପାଖରେ ଋଣୀ। ମୋତେ ସଦାବେଳେ ଅନ୍ୟ ପାର୍ଟିର ନେତାମାନେ କୁହନ୍ତି……….. ପାର୍ଲିଆମେଣ୍ଟରେ………. ବିଭିନ୍ନ ମିଟିଂରେ ……. କି BJD is the most successful regional party ever।

କି ବିଜେଡି ଲୋକଙ୍କ ବିଶ୍ବାସକୁ base କରି ଲୋକଙ୍କ ସେବାରେ ବହୁତ ବର୍ଷ ହେଲା କାମ କରିଚାଲିଛି। ଯଦି ଆମେ ବିଚାର କରିବା କି କେଉଁ କାରଣ ପାଇଁ ବିଜେଡି ଲୋକଙ୍କ ଆଶୀର୍ବାଦ ବର୍ଷ ବର୍ଷ ଧରିକି ପାଇପାରିଛି……. ତାହେହେଲେ କିଛି ନିର୍ଦ୍ଦିଷ୍ଟ ଦିଗ ବା କାରଣ ବାହାରିବ।

ପ୍ରଥମ – ଗୋଟିଏ regional partyର ମୁଖ୍ୟ କର୍ତ୍ତବ୍ୟ ହେଉଛି – ରାଜ୍ୟବାସୀଙ୍କୁ ଆଖିରେ ରଖି ତାଙ୍କ ସେବାକୁ only agenda ରଖିକି କାମ କରିବା। ମୁଁ ଜାଣେ ବିଜେଡି କେବେ ବି ଏହି agendaରୁ ହଟି ନାହିଁ ।

ଆମର ପ୍ରଥମ କର୍ତ୍ତବ୍ୟ ହେଉଛି –

ଆମ ରାଜ୍ୟ ଓ ରାଜ୍ୟବାସୀ

ଓଡିଶାର ସ୍ବାର୍ଥ

ଓଡଶାର ଉନ୍ନତି

ଓଡଶାର ଗୌରବ

ଓଡଶାର ଭାଷା

ଓଡଶାର ସଂସ୍କୃତି

ଓଡିଆର ସ୍ବାଭିମାନ ପାଇଁ ବିଜେଡି କାମ କରି ଆସୁଛି।

ଦ୍ବିତୀୟ ହେଲା – ବିଜୁ ବାବୁଙ୍କ ଆଦର୍ଶ । ମୁଁ ସବୁବେଳେ କହିଆସୁଛି Biju Babu was not a leader, he was a phenomenon and he was completely futuristic – way ahead of his times।

ଏବଂ ତାଙ୍କର ପ୍ରତ୍ୟେକ ରକ୍ତବିନ୍ଦୁରେ ଓଡିଶାର ଉନ୍ନତି ଓ ଓଡିଶାର ସ୍ବାଭିମାନ ଭର୍ତ୍ତି ହୋଇ ରହିଥିଲା ।ସେ ମହାନ ଜନନାୟକ ଯେଉଁ ରାସ୍ତା ଦେଖାଇଛନ୍ତି, ସେହି ରାସ୍ତାରେ ତାଙ୍କ ନାମରେ ଗଠିତ ଦଳ କାମ କରୁଛି ଓ ଆଗକୁ ମଧ୍ୟ କରିବ ।

ତୃତୀୟ ହେଲା – ସ୍ବଚ୍ଛ ଓ ନିର୍ମଳ ଶାସନ

ଆମର vested interest ହେଉଛି ଓଡିଶାର ଉନ୍ନତି । ଓଡିଶାବାସୀଙ୍କ ଉନ୍ନତି । ଏହାଛଡା ଆମ ଦଳର ଦ୍ବିତୀୟ vested interest ନାହିଁ ।

ଚତୁର୍ଥ ହେଲା – ମହିଳା ସଶକ୍ତିକରଣ

୨୦୦୦ ମସିହାରୁ ଯେତେବେଳେ ଓଡିଶାବାସୀ ଆମକୁ ଆଶୀର୍ବାଦ କରିଆସିଛନ୍ତି, ସେତେବେଳେ ଠାରୁ ମା ମାନଙ୍କ ସଶକ୍ତିକରଣକୁ ଆମେ ଗୁରୁତ୍ବ ଦେଇ ଆସିଛୁ ।

ଆମର ଦୃଢ ବିଶ୍ବାସ, ମା ମାନଙ୍କ ଉନ୍ନତି ହିଁ ଓଡିଶାକୁ ଆଗକୁ ନେଇଯିବ। ସେଥିପାଇଁ ମିଶନ ଶକ୍ତି ଆଜି ମହିଳା ସଶକ୍ତିକରଣ ଦିଗରେ ଗୋଟିଏ ଗଣଆନ୍ଦୋଳନରେ ପରିଣତ ହୋଇଛି।

ମୁଁ ସବୁବେଳେ କହିଛି,

ମା ମାନେ ସଶକ୍ତ ହେଲେ, ପରିବାର ସଶକ୍ତ ହେବ।

ମା ମାନେ ସଶକ୍ତ ହେଲେ, ରାଜ୍ୟ ସଶକ୍ତ ହେବ।

ମା ମାନେ ସଶକ୍ତ ହେଲେ, ସେ ଦେଶ ସଶକ୍ତ ହେବ।

ଗୋଟେ ନ ହେଲେ , ଅନ୍ୟ ଟି ହେବ ନାହିଁ ।

ବିଜେଡି ପାଇଁ ସବୁ ବର୍ଗର ଉନ୍ନତି ଗୁରୁତ୍ବପୂର୍ଣ୍ଣ ।

ସେ ଆମର ଆଦିବାସୀ ଭାଇଭଉଣୀ ହୁଅନ୍ତୁ………

ଦଳିତ ଭାଇଭଉଣୀ ହୁଅନ୍ତୁ………

ବା ଖ୍ରୀଷ୍ଟିଆନ ମୁସଲିମ ଭାଇଭଉଣୀ ହୁଅନ୍ତୁ । ସମସ୍ତଙ୍କ ଉନ୍ନତି ହେଲେ ଓଡିଶାର ଉନ୍ନତି ହେବ। ଏବଂ ବିଜେଡି ସବୁବେଳେ ମାଲକାମଗିରିରୁ ମୟୁରଭଂଜ ପର୍ଯ୍ୟନ୍ତ ………… ବରଗଡରୁ ପୁରୀ ପର୍ଯ୍ୟନ୍ତ …………… ସବୁ ଗାଁ, ସବୁ ସହର ଓ ସବୁ ଅଞ୍ଚଳର ଉନ୍ନତି ପାଇଁ କାମ କରିଆସିଛି।Inclusive growth ଓ regional imbalance ଦୂର କରିବା ଆମର କର୍ତ୍ତବ୍ୟ ।BJD stands for the entire Odisha……. Not just one group or one region or one class।

ଓଡିଶାର ଯାହା ଯାହା ସମସ୍ୟା ରହିଛି…… ତାକୁ ଦୂରଦୃଷ୍ଟିରେ ରଖିକି….. professionalism ସହିତ ଆମ ଦଳ କାମ କରୁଛି।ସେ ବନ୍ୟା, ବାତ୍ୟା ହେଉ – disaster managementରେ ଓଡିଶା ସାରା ପୃଥିବୀରେ ସୁନାମ କରିଛି।ଖାଦ୍ୟ ନିରାପତ୍ତା ପାଇଁ ଆମେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲୁ । ଏବେ ଆମେ ଅନ୍ୟ ରାଜ୍ୟକୁ ଚାଉଳ ପାଠଉଛୁ ।

ଆମ ଭିତ୍ତିଭୂମି ଏବଂ ସ୍ବଚ୍ଛ ଶାସନକୁ ଦେଖିକି – ବହୁତ investment ଆମ ପାଖକୁ ଆସୁଛି – ପିଲାମାନଙ୍କୁ ଚାକିରୀ ମିଳିବ……. ରାଜ୍ୟର ଉନ୍ନତି ହେବ ।ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ । ସେଥିପାଇଁ କୋଭିଡ ମହାମାରୀ ଟାଇମରେ testingରୁ treatment ସେଥିପାଇଁ freeରେ ଦିଆଗଲା । ଓଡିଶା ଅନ୍ୟ ରାଜ୍ୟ ମାନଙ୍କୁ oxygen supply କଲା। BSKY ଭଲି କ୍ରାନ୍ତିକାରୀ scheme ଲାଗୁ କରାଗଲା ।ଆମର commitment ହେଉଛି – ପ୍ରତ୍ୟେକ ଜୀବନ ମୂଲ୍ୟବାନ। ତାକୁ base କରି କି କାମ କରୁଛୁ । ଦେଶ ବିଦେଶରେ ଆମ ସରକାର ଓ ଆମ governance modelକୁ ସମସ୍ତେ ପ୍ରଶଂସା କରୁଛନ୍ତି।

It’s a professionally run Government. Which runs on the principles of 5T. It’s a Government sensitive to people’s aspirations and needs, which has initiatives like Mo Sarkar to get citizen feedback।

ମୁଁ ଯାହା ବି କହିଲି … ସେ ସବୁ ଗୋଟେ ପଟରେ….. କିନ୍ତୁ, ତାକୁ ଲୋକଙ୍କ ପାଖକୁ ପହଞ୍ଚାଇବା…. ଲୋକଙ୍କ ହୃଦୟକୁ ଛୁଇଁବାର ଦାୟିତ୍ବ ନେଇଛନ୍ତି ବିଜେଡିର କର୍ମୀମାନେ । ଆର ବିଜୁ ପରିବାରର – ବିଜେଡିର ଲକ୍ଷ ଲକ୍ଷ କର୍ମୀ – You are the soul of BJD।

ଆପଣମାନେ ଶକ୍ତି ଦେଉଛନ୍ତି ବିଜେଡିକୁ। ଆପଣମାନେ field levelରେ oppositionର ମୁକାବିଲା କରୁଛନ୍ତି ଓ ଆମ ଦଳର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ସେଥିପାଇଁ ଏହି ଦଳ ଲୋକଙ୍କର ବିଶ୍ବାସର ପାତ୍ର ହୋଇଛି। ବିଜେଡି କେବେ ବି ଜଣେ ଦୁଇ ଜଣଙ୍କ ଉପରେ ନିର୍ଭର କରି ନାହିଁ ଏବଂ ଭବିଷ୍ୟତରେ ବି କରିବ ନାହିଁ । ଏହା ଏକ ସାମାଜିକ ଆନ୍ଦୋଳନ । ଓଡିଶାବାସୀଙ୍କ ଆଶା, ବିଶ୍ବାସ ଓ ସ୍ବାଭିମାନକୁ ଆଗେଇ ନେବାର ଗୋଟେ ଆନ୍ଦୋଳନ।ଏହି ଆନ୍ଦୋଳନରେ ପ୍ରତ୍ୟେକ ଘରର participation ରହିବା କଥା।

ଆମ ସ୍ବପ୍ନର ଓଡିଶା ଗଠନ କରିବାରେ ସହାୟକ ହୁଅନ୍ତୁ । ଆଉ ୧୨ ବର୍ଷ ପରେ ଓଡିଶା ଗଠନର ୧୦୦ ବର୍ଷ ପାଳନ କରାଯିବ।୨୦ ବର୍ଷ ଆଗରୁ ଓଡିଶା କୋଉଠି ଥିଲା, ଆଜି କୋଉଠି ଅଛି। ମୁଁ ସେ କଥା କହିବା ଦରକାର ନାହିଁ । ଆପଣମାନେ … ସାରା ବିଶ୍ବ …. ତାହା ଜାଣିଛି ଓ ଦେଖୁଛି ।  ମୁଁ ଆହ୍ଵାନ କରୁଛି ,ଅନୁରୋଧ କରୁଛି, ଓଡିଶାର ଉନ୍ନତିରେ ଯାହାର ବିଶ୍ବାସ ଅଛି, ଓଡିଶା ମା ର ସେବା କରିବାକୁ ଚାହୁଁଛନ୍ତି ।ସେମାନେ ସମସ୍ତେ ଆସନ୍ତୁ, ବହୁ ସଂଖ୍ୟାରେ ଆସନ୍ତୁ, ବିଜୁ ଜନତା ଦଳରେ ସାମିଲ ହୁଅନ୍ତୁ।

ସେ professional ହୁଅନ୍ତୁ…social worker ହୁଅନ୍ତୁ….. artiste ହୁଅନ୍ତୁ…. sports persons, ଚାଷୀ …ସେ ଯିଏ ବି ହୁଅନ୍ତୁ, ଯେ କୌଣସି field ରେ ଥାନ୍ତୁ.. ଆସନ୍ତୁ, ବିଶେଷ କରି ଯୁବ ପିଢି ,ଯେଉଁମାନେ ନୂଆ ଓଡ଼ିଶାର ସ୍ଵପ୍ନ ଦେଖୁଛନ୍ତି, ସେମାନେ, ବିଜୁ ଜନତା ଦଳରେ ସାମିଲ ହୁଅନ୍ତୁ । ଏ ଦଳ ବିଜୁ ଜନତା ଦଳ ଓଡିଶା ର ଦଳ କାରଣ national partyର agendaରେ national politics ହିଁ ରହିବ। ସେମାନଙ୍କ agendaରେ ଓଡିଶା କେବେ ବି ଫୋକସରେ ରହିବ ନାହିଁ। କେବଳ ଗୋଟିଏ regional party … ବିଜୁ ଜନତା ଦଳ ହିଁ ଓଡିଶାର ଉନ୍ନତି କରିପାରିବ।ମୋର ବିନମ୍ର ଅନୁରୋଧ ,ମା ମାନେ ଆଗେଇ ଆସନ୍ତୁ ଦାୟିତ୍ଵ ନିଅନ୍ତୁ।ମା ମାନଙ୍କ ଆଶୀର୍ବାଦ ରହିଲେ ପଚିଶ ବର୍ଷ କଣ, ପଚାଶ ବର୍ଷ କଣ , ବିଜୁ ଜନତା ଦଳ ଶହେବର୍ଷ ବି ସେବା କରି ଚାଲିବ।ଶଙ୍ଖ ଚିହ୍ନ ସବୁବେଳେ ଓଡ଼ିଆ ସ୍ୱାଭିମାନ ର ଜୟ ନାଦ କରିଚାଲି ଥିବ ।

ବନ୍ଦେ ଉତ୍କଳ ଜନନୀ

Follow us

20,832FansLike
0FollowersFollow
14,700SubscribersSubscribe

Latest news