ସୋଆରେ ଏମ୍‌.ଏସ୍‌.ସ୍ୱାମୀନାଥନ ସ୍ମାରକୀ ଆଲୋଚନାଚକ୍ର ଆୟୋଜିତ….

() ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ (ଆଇଏଏସ୍‌)ରେ ପ୍ରଖ୍ୟାତ କୃଷି ବୈଜ୍ଞାନିକ ସ୍ୱର୍ଗତଃ ଏମ୍‌.ଏସ୍‌.ସ୍ୱାମୀନାଥନ୍‌ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଉଦ୍ଭିଦ ପ୍ରଜନନ ଓ ଆନୁବଂଶିକ ବିଭାଗର ପ୍ରତିଷ୍ଠିତ ପ୍ରଫେସର ତଥା ଧାନ ଗବେଷଣାର ଜଣେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବୈଜ୍ଞାନିକ ପ୍ରଫେସର ସତ୍ୟ ରଞ୍ଜନ ଦାସ ମୁଖ୍ୟ ଅତିଥି ତଥା ଆଲୋଚନା ବକ୍ତା ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଫେସର ଦାସ ଓଡ଼ିଶାର ଜଳବାୟୁରେ ଧାନ କିସମର ପ୍ରକାରଭେଦ, ଜଳବାୟୁ ପରିବର୍ତନରେ ଧାନ ଗବେଷଣାର ଦିଗ, ଉଦ୍ଭିଦ ପ୍ରଜନନ ବିଜ୍ଞାନର ପାରମ୍ପରିକ ଓ ଅତ୍ୟାଧୁନିକ ଦିଗ ଉପରେ ବିଷଦ ଆଲୋକପାତ କରିଥିଲେ । କୃଷି ମହାବିଦ୍ୟାଳୟ ପକ୍ଷରୁ ପ୍ରଫେସର ଦାସଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ସ୍ୱାମୀନାଥନ୍‌ଙ୍କ ସ୍ମୃତିରେ ଅନୁଷ୍ଠିତ ଏହି ଆଲୋଚନାକୁ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି କହିଥିଲେ ।

ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଆଲୋଚନାରେ ଅନ୍ୟତମ ଅତିଥି ପ୍ରଫେସର ସତ୍ୟ ରଞ୍ଜନ ଦାସ ଓଡ଼ିଶାର ଜଳବାୟୁରେ ଧାନ କିସମର ପ୍ରକାରଭେଦ, ଜଳବାୟୁ ପରିବର୍ତନରେ ଧାନ ଗବେଷଣାର ଦିଗ, ଉଦ୍ଭିଦ ପ୍ରଜନନ ବିଜ୍ଞାନର ପାରମ୍ପରିକ ଓ ଅତ୍ୟାଧୁନିକ ଦିଗ ଉପରେ ବିଷଦ ଆଲୋକପାତ କରିଥିଲେ । ଏହି ଆଲୋଚନାରେ କୃଷି ମହାବିଦ୍ୟାଳୟ ପକ୍ଷରୁ ପ୍ରଫେସର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ପ୍ରଫେସର ପ୍ରଭାତ କୁମାର ଷଢ଼ଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ପ୍ରଫେସର ସରୋଜ କୁମାର ମହାନ୍ତି ଆଲୋଚନାର ଆଭିମୁଖ୍ୟ ବିଷୟରେ ସୂଚନା ଦେଇଥିବା ବେଳେ ପ୍ରଫେସର ଭବେନ୍ଦ୍ର ବୈଶାଖ ଧନ୍ୟବାଦ ଦେଇଥିଲେ । ଏହି ଆଲୋଚନାରେ କୃଷି ମହାବିଦ୍ୟାଳୟର ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ, ସୋଆର ଆଡିସ୍‌ନାଲ ଡିନ୍ (ରିସର୍ଚ୍ଚ) ତଥା ଆଇଏଏସ୍‌ର ଓଏସ୍‌ଡି ପ୍ରଫେସର ପ୍ର୍ରିୟବ୍ରତ ପଟ୍ଟନାୟକ, ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟ, ଅଧ୍ୟାପକଙ୍କ ସମେତ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଡକ୍ଟର ଅଂଶୁମାନ ଜେନା, ଡକ୍ଟର ଭୁବନାନନ୍ଦ ଅଧିକାରୀ, ରାଜୀବ କୁମାର ବେହେରା, ବିଦ୍ୱାନ ରଞ୍ଜନ ସାହୁ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଲକ୍ଷ୍ମୀପୂଜା ପାଇଁ ଚଳଚଞ୍ଚଳ ଢ଼େଙ୍କାନାଳ ସହର : ମନ ମହୁଛି ୪୦ଟି ପୂଜା ମଣ୍ଡପର ଆକର୍ଷଣୀୟ ତୋରଣ….

() ଓଡ଼ିଶା ପ୍ରସିଦ୍ଧ ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା। ସେଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସାରା ସହର। ଏଠାରେ ମା ଲକ୍ଷ୍ମୀଙ୍କ ପୂଜାକୁ ନେଇ ଏକ ପ୍ରକାରର ପ୍ରତିଯୋଗୀତା ଆରମ୍ଭ ହୋଇଛି। ଆକର୍ଷଣୀୟ ତୋରଣ ଓ ଆଲୋକ ମାଳରେ ଝଲସୁଛି ବିଭିନ୍ନ ପୂଜାମଣ୍ଡପ। କେଉଁଠି ଦେଖିବାକୁ ମିଳୁଛି ତ୍ରୟମ୍ବକମ୍ ମନ୍ଦିରର ତୋରଣ ତ ଆଉ କେଉଁଠି ଦେଖିବାକୁ ମିଳୁଛି ଇଜିପ୍ଟ ର ମମି ତୋରଣ l ଆଉ କେଉଁଠି ଆଖି ଝଲସିବା ଭଳି ତୋରଣ ପୂଜାର ମୁଖ୍ୟ ଆକର୍ଷଣ ସାଜିଛି । ଚଳିତ ବର୍ଷ ସମଗ୍ର ଅଞ୍ଚଳରେ ମୋଟ ୪୦ ଟି ମଣ୍ଡପରେ ପୂଜା ପାଉଛନ୍ତି ଧନର ଦେବୀ ମା’ଲକ୍ଷ୍ମୀ। ସେହିଭଳି ସାଜସଜ୍ଜା ଓ ମୂର୍ତ୍ତୀକୁ ନେଇ ଭିନ୍ନ ଏକ ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା କରିଛି ବସଷ୍ଟାଣ୍ଡ୍ ସ୍ଥିତ ଅମ୍ଳପଡା ପୂଜା ମଣ୍ଡପ । ୫୫ ବର୍ଷ ଧରି ପୂଜା କରି ଆସୁଥିବା ଏହି ମଣ୍ଡପ ଏଥର କିଛି ନିଆରା କରିବାକୁ ଚେଷ୍ଟା କରିଛି । ୩୦ଫୁଟ ଉଚ୍ଚ ଓ ୪୦ ଫୁଟ ଓସାର ବିଶିଷ୍ଟ ତିରୁପତିର ବାଲାଜୀ ମନ୍ଦିର ଆକୃତିର ତୋରଣ ଦେଖଣାହାରିଙ୍କ ମନ ମୋହୁଛି। ଏଥିସହ ୮ ଫୁଟ ଉଚ୍ଚ ର ମା’ଙ୍କ ମୃଣମୟୀ ମୂର୍ତ୍ତୀ ବେଶ୍ ମନୋରମ ବୋଲି ପୂଜା କମିଟି ସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ସୂଚନା ଦେଇ କହିଛନ୍ତି। ଏଥିସହ ପୂଜାରେ ଦର୍ଶକଙ୍କ ସୁରକ୍ଷା ତଥା ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ୍ କର୍ମଚାରୀ ଓ କମିଟି ସଦସ୍ୟ ସଜାଗ ରହିବେ ବୋଲି କହିଛନ୍ତି ଶ୍ରୀ ମିଶ୍ର । କିଛି ଦିନ ପୂର୍ବରୁ ଲକ୍ଷ୍ମୀ ପୂଜାକୁ ନେଇ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଜିଲ୍ଲା ପ୍ରଶାସନ, ପୋଲିସ୍ ପ୍ରଶାସନ,ବିଦ୍ଯୁତ ବିଭାଗ ଅଧିକାରୀ ଓ ସମସ୍ତ ପୂଜା କମିଟିର କର୍ମକର୍ତ୍ତା ଯୋଗ ଦେଇ ଶାନ୍ତିଶୃଙ୍ଖଳାର ସହ ପୂଜା ଅନୁଷ୍ଠିତ ହେବ ସେ ଦିଗ ଉପରେ ଆଲୋଚନା କରିଥିଲେ। ପ୍ରଶାସନ ନିଷ୍ପତ୍ତିକୁ ସମସ୍ତ ପୂଜା କମିଟି ପାଳନ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଅପରପକ୍ଷରେ କମିଟି ସମ୍ପାଦକ ଶିବାଶିସ ମାନସିଂହ କହିଛନ୍ତି ୧୧ଦିନ ଧରି ହେବାକୁ ଥିବା ପୂଜା ଅବସରରେ ଦର୍ଶକ ମାନଙ୍କ ମନୋରଞ୍ଜନ ଲାଗି ପ୍ରତ୍ୟେକ ଦିନ ଓଡିଶା ତଥା ବାହାର ରାଜ୍ୟର କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ ହେବ । ସମସ୍ତ ସାଜସଜ୍ଜା,ପୂଜା ଓ ସଂlସ୍କୃତିକ କାର୍ଯ୍ୟକ୍ରମ ବାବଦକୁ ପ୍ରାୟ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି କହିଛନ୍ତି ଶ୍ରୀ ମାନସିଂହ।

ଜାନୁଆରି ପହିଲା 2024 ରେ ମେଟ୍ରୋ ରେଳ ର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ…

() ଜାନୁଆରି ପହିଲା 2024 ରେ ମେଟ୍ରୋ ରେଳ ର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।

କଟକ ଭୁବନେଶ୍ବର କୁ ସଂଯୋଗ କରୁଥିବା ମେଟ୍ରୋ ରେଳ ପ୍ରକଳ୍ପ କାମ ସମୀକ୍ଷା କଲେ 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ୍  ।

ଭୋର୍ 4.30 ରେ ମେଟ୍ରୋ ରେଳ ଷ୍ଟେସନ terminal ପ୍ରକଳ୍ପ ପାଇଁ ପ୍ରସ୍ତାବିତ ସ୍ଥାନ ଓ ତ୍ରିଶୁଳିଆ ଛକ ଡିପୋ ବୁଲି ଦେଖିଲେ ପାଣ୍ଡିଆନ୍ 

 ଆଗାମୀ ଦିନରେ କଟକ ଭୁବନେଶ୍ବର ପାଇଁ ତ୍ରିଶୂଳିଆ ପରିବହନ ର ମୁଖ୍ୟ ହବ ହେବ ।

5T ନୀତି ଉପରେ ଗୁରୁତ୍ଵ ଦେଇ କାମ ତଦାରଖ କରିବା ସହ ନିର୍ଦ୍ଧାରିତ ଚାରି ବର୍ଷ ମଧ୍ୟରେ କାମ ଯେପରି ଶେଷ ହେବ ତାହା ସୁନିଶ୍ଚିତ କରିବାକୁ ପାଣ୍ଡିଆନ୍ ଙ୍କ ନିର୍ଦ୍ଦେଶ ।

()  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀ ଭି କେ ପାଣ୍ଡିଆନ୍ ଅଧ୍ୟକ୍ଷ, 5T ଓ ନବୀନ ଓଡିଶା, ଆଜି ଭୋର୍ 4.30 ରେ ବରିଷ୍ଠ ଅଧିକାରୀଙ୍କ ସହିତ କଟକ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ସ୍ଥାନ କୁ ଯାଇ ପ୍ରକଳ୍ପ କାମ ବୁଲି ଦେଖିଥିଲେ। ପ୍ରଥମ ପର୍ଯ୍ୟାୟରେ ଏହି ମେଟ୍ରୋ ପ୍ରକଳ୍ପ ତ୍ରିଶୂଳିଆ କୁ ଭାୟା ଚନ୍ଦ୍ରଶେଖରପୁର,ଜୟଦେବ ବିହାର, ବାଣୀ ବିହାର ମାଷ୍ଟର canteen ଓ ରାଜମହଲ ଛକ ଦେଇ ଭୁବନେଶ୍ବର ବିମାନ ବନ୍ଦର କୁ ସଂଯୋଗ କରିବ । ମେଟ୍ରୋ ପ୍ରକଳ୍ପ ନିର୍ମାଣ କାମ ଯେପରି ଠିକ୍ ସମୟରେ ଆରମ୍ଭ ହେବ ସେ ସମ୍ପର୍କରେ ଶ୍ରୀ ପାଣ୍ଡିଆନ୍ ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ସୂଚନାଯୋଗ୍ୟ ଯୋଗ୍ୟ ଯେ ଏପ୍ରିଲ 2023 ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ପ୍ରକଳ୍ପ ବିଷୟରେ ଘୋଷଣା କରିଥିଲେ ।

ଏଥିପାଇଁ DPR ମଧ୍ୟ ସରକାର ଙ୍କ ଅନୁମୋଦନ ଲାଭ କରିଛି . ଭୁବନେଶ୍ଵର ରୁ ଖୋର୍ଦ୍ଧା ,ପୁରୀ ଓ କଟକ ସହର ରେ ମେଟ୍ରୋ ରେଳ ସମ୍ପ୍ରସାରିତ କରିବା ପାଇଁ ଦିଲ୍ଲୀ ମେଟ୍ରୋ ରେଳ corporation ଜରିଆରେ ମାଷ୍ଟର ପ୍ଳାନ ପ୍ରସ୍ତୁତ କରାଯାଉଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ଟିକୁ ଚଳିତ ବର୍ଷ ଏପ୍ରିଲ୍ ପହିଲାରେ ଘୋଷଣା କରିଥିଲେ। ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ୍ ମଧ୍ଯ ସରକାର ଅନୁମୋଦନ କରିଛନ୍ତି। ମେଟ୍ରୋ ରେଳ ସେବାକୁ ଭୁବନେଶ୍ଵର ର ଅନ୍ୟ ସ୍ଥାନ ଗୁଡ଼ିକ ସହ ଖୋର୍ଦ୍ଧା, ପୁରୀ ଓ କଟକର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକୁ ସମ୍ପ୍ରସାରିତ କରିବା ପାଇଁ Delhi Metro Rail Corporation ପକ୍ଷରୁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଉଛି।

ଏହି ପ୍ରକଳ୍ପ ଦ୍ବାରା ଭୁବନେଶ୍ଵର ଓ କଟକ ମଧ୍ୟରେ ତ୍ରିଶୁଲିଆ ଏକ ପ୍ରମୁଖ ଜଙ୍କସନ ଭାବରେ ଗଢି ଉଠିବ। ଏହା ସହିତ ବାଙ୍କୀ ଓ ଆଠଗଡ ପଟରୁ ଦ୍ୱେତ ନଗରୀକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରବେଶ ପଥ ଭାବରେ ଠିଆ ହେବ।ମେଟ୍ରୋ ରେଳ ପ୍ରକଳ୍ପର କେନ୍ଦ୍ରୀୟ ଡିପୋ ଟ୍ରିଶୁଲିଆ ନିକଟରେ ନିର୍ମାଣ କରାଯିବ। ଏଠାରେ ପ୍ରକଳ୍ପର command ଓ control ବ୍ୟବସ୍ଥା ସହିତ ମେଟ୍ରୋ ଟ୍ରେନର ମରାମତି ଓ stabling ସୁବିଧା ମଧ୍ୟ ରହିବ। ତ୍ରିଶୂଲିଆ ଛକରେ ଏକ ନୂଆ ବସ ଷ୍ଟାଣ୍ଡ ମଧ୍ୟ ନିର୍ମାଣ କରାଯାଉଛି । ଏହାକୁ ଆହୁରି ସମ୍ପ୍ରସାରିତ କରାଯାଇ ମେଟ୍ରୋ ଷ୍ଟେସନ ସହିତ ସମନ୍ୱିତ କରାଯାଇ ଏକକ ରହଣି ସ୍ଥଳ ଭାବରେ ବିକଶିତ କରାଯିବ। ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପରେ ସଂଶ୍ଳିଷ୍ଟ ଥିବା ବିଭିନ୍ନ ବିଭାଗ ଓ ଏଜେନ୍ସି ମାନଙ୍କ କାମର ଅଗ୍ରଗତିରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପଣ୍ଡିଆନ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଭିତ୍ତି ଭୂମି ସ୍ଥାପନ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୂଚନା ଯୋଗ୍ୟ ଯେ ୨୦୨୪ ଜାନୁୟାରୀ ପହିଲାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ରଖିବେ।

ନିର୍ଦ୍ଧାରିତ ଚାରି ବର୍ଷର ସମୟ ସୀମା ମଧ୍ୟରେ ଯେପରି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ ସେଥିପାଇଁ 5T ନୀତି ଅନୁସରଣ କରି ପ୍ରକଳ୍ପର ସମସ୍ତ କାମକୁ ଭଲ ଭାବରେ ତଦାରଖ କରିବା ପାଇଁ ଶ୍ରୀ ପଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ।ଏକ ଆକାଂକ୍ଷି ଓଡିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ଅନୁଯାୟୀ ଏକ ବିଶ୍ବ ସ୍ତରୀୟ ସହରାଞ୍ଚଳ ଗମନା ଗମନ ବ୍ୟବସ୍ଥାର ବିକାଶ ଲକ୍ଷ୍ୟ ହାସଲରେ ଏହି ପ୍ରକଳ୍ପ ଯେପରି ସଫଳ ହେବ ତାହା ସୁନିଶ୍ଚିତ କରିବାକୁ ଶ୍ରୀ ପଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ।

ଯାତ୍ରୀ ମାନଙ୍କ ପାଇଁ ଏକ ଉନ୍ନତ ଦକ୍ଷ ପରିବହନ ବ୍ୟବସ୍ଥାର ବିକାଶ ପାଇଁ ଏହି ପ୍ରକଳ୍ପ ରେ ସଦ୍ୟତମ technology ର ପ୍ରୟୋଗ ସହିତ ଅତ୍ୟାଧୁନିକ ଉପକରଣର ବ୍ୟବହାର ପାଇଁ ଶ୍ରୀ ପଣ୍ଡିଆନ ପରାମର୍ଶ ଦେଇଥିଲେ।ଯାତ୍ରୀ ମାନେ ଯେପରି ସୁରୁଖୁରରେ ଏଠାରୁ ସବୁ ସ୍ଥାନକୁ ଯିବଆସିବା କରି ପାରିବେ ସେଥିପାଇଁ ଅନ୍ୟାନ୍ୟ ପରିବହନ ବ୍ୟବସ୍ଥାକୁ ମେଟ୍ରୋ ରେଳ ସହିତ ଯୋଡ଼ିବାକୁ ସେ ପରାମର୍ଶ ଦେଇଥିଲେ। ଏହା ସହିତ ଭବିଷ୍ୟତରେ ଯେପରି ଆବଶ୍ୟକ ପଡ଼ିଲେ ଏହାକୁ ଆହୁରି ସମ୍ପ୍ରସାରିତ କରାଯାଇ ପାରିବ, ତାକୁ ଧ୍ୟାନରେ ରଖି ଯୋଜନା ପ୍ରସ୍ତୁତ କରିବାକୁ ସେ କହିଁଥିଲେ। ଶ୍ରୀ ପଣ୍ଡିଆନ ମଧ୍ୟ ଅଚାନକ ଭାବେ କଟକ ନେତାଜୀ ବସ ଟର୍ମିନାଲ ପରିଦର୍ଶନ କରି ସେଠାରେ ସାଧାରଣ ଲୋକ ଓ ଯାତ୍ରୀଙ୍କ ଠାରୁ ମତାମତ ନେଇଥିଲେ ଓ ପରିଷ୍କାର ପରିଚ୍ଛନ୍ନତା ପରଖି ଥିଲେ। ସେ ଯାତ୍ରୀ ମାନଙ୍କ ବ୍ୟତୀତ ଦୋକାନୀ, ବିଭିନ୍ନ ସେବା ପ୍ରଦାନକାରୀ, ବସ ଅପରେଟର, ଓ ଅନ୍ୟ ଷ୍ଟାଫ ମାନଙ୍କ ସହ କଥା ବାର୍ତ୍ତା ହୋଇ ଅଧିକାରୀ ମାନଙ୍କୁ ସମନ୍ୱିତ ସୂଚନା ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ। ଏହାଦ୍ବାରା ଯାତ୍ରୀମାନେ ଆହୁରି ଆରାମ ଦାୟକ ଯାତ୍ରା କରିବା ସହିତ ଭଲ ଅନୁଭବ ନେଇ ଯିବେ ବୋଲି ସେ କହିଥିଲେ।ଏହାପରେ ସେ ରୂପାନ୍ତରିତ ତାଳଦଣ୍ଡା

କେନାଲ ମଧ୍ୟ ପରିଦର୍ଶନ କରିଥିଲେ। କେନାଲ କଡେ କଡେ ସୌନ୍ଦର୍ଯ୍ୟ କରଣ ବ୍ୟବସ୍ଥାର ବିକାଶ କରିବାକୁ ପରାମର୍ଶ ଦେଇ ସେ କହିଲେ ଯେ ଏହାଦ୍ବାରା କଟକ ସହର ବାସିଙ୍କ ପାଇଁ ଉତ୍ତମ ମନୋରଞ୍ଜନ ବ୍ୟବସ୍ଥାର ବିକାଶ ହୋଇ ପାରିବ।ଶ୍ରୀ ପଣ୍ଡିଆନଙ୍କ ସହିତ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, electronics ତଥା ଆଇ. ଟି ବିଭାଗର ପ୍ରମୁଖ ସଚିବ ଶ୍ରୀ ମନୋଜ ମିଶ୍ର, କଟକ ଜିଲ୍ଲା ପ୍ରଶାସନ, ଭୁବନେଶ୍ଵର ମେଟ୍ରୋ ରେଳ କର୍ପୋରେସନ, ଓ ପୂର୍ତ୍ତ ବିଭାଗ ର ବରିଷ୍ଠ ଅଧିକାରୀମାନେ ଗସ୍ତ କରିଥିଲେ ।

ନୂଆ ଦାୟିତ୍ଵ ଗ୍ରହଣ ପରେ ପୁରୀ ରୁ ପ୍ରଥମ ସମୀକ୍ଷା…

() ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସମୀକ୍ଷା ,

ନୂଆ ଦାୟିତ୍ଵ ଗ୍ରହଣ ପରେ ପୁରୀ ରୁ ପ୍ରଥମ ସମୀକ୍ଷା ଭୋର୍ 4 ରୁ 6 ପର୍ଯ୍ୟନ୍ତ ଚାଲିଲା ସମୀକ୍ଷା ,

ଡିସେମ୍ବର 15 ସୁଦ୍ଧା କାମ ସମ୍ପୂର୍ଣ୍ଣ କରିବାକୁ 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍ ଙ୍କ ନିର୍ଦ୍ଦେଶ ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀ ଭି କେ ପାଣ୍ଡିଆନ୍ ଅଧ୍ୟକ୍ଷ 5T ଓ ନବୀନ ଓଡିଶା ଆଜି ବଡିଭୋର ରୁ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ।ଭୋର୍ 4 ରୁ 6 ପର୍ଯ୍ୟନ୍ତ ଏହି ସମୀକ୍ଷା ଚାଲିଥିଲା । ନୂଆ ଦାୟିତ୍ଵ ଗ୍ରହଣ ପରେ 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍ ଙ୍କ ଏହା ଥିଲା ପ୍ରଥମ ସମୀକ୍ଷା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ତ୍ଵରାନ୍ଵିତ କରି ଡିସେମ୍ବର 15 ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏହା ନୂଆବର୍ଷ ରେ ଭକ୍ତ ମାନଙ୍କୁ ନୂଆ ଅନୁଭବ ଦେବ ବୋଲି ସେ ମତ ବ୍ୟକ୍ତ କରିଥିଲେ।

ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ଗୁଡିକର ପୁନରୁଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ । ପରିକ୍ରମା ପ୍ରକଳ୍ପ landscaping କାମରେ ଜଗନ୍ନାଥ ସଂସ୍କୃତି ସହ ଜଡିତ ବିଭିନ୍ନ ଦେଶୀୟ ବୃକ୍ଷ ଓ ଗୁଳ୍ମ ଲଗାଇବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ। ସେ ଶ୍ରୀମନ୍ଦିର ଚାରି ଦ୍ଵାର କାମ ମଧ୍ୟ ବୁଲି ଦେଖିଥିଲେ। ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ଦୁଇ ଚକିଆ ଗାଡି ର ପାର୍କିଂ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ । ଏତଦବ୍ୟତୀତ ମେଘନାଦ ପାଚେରୀ ପାଖରୁ ବିଭିନ୍ନ utilities ଗୁଡିକ ର ସ୍ଥାନାନ୍ତର ,ପରିକ୍ରମା ପ୍ରକଳ୍ପ ର ବିଦ୍ୟୁତ୍ ବ୍ୟବସ୍ଥା କାମ ନିର୍ଦ୍ଧାରିତ ସମୟରେ ଶେଷ କରିବା ଉପରେ ସେ ଗୁରୁତ୍ଵ ଆରୋପ କରିଥିଲେ ।

ଜଗନ୍ନାଥ ବଲ୍ଳଭ ପାର୍କିଂ କାମ ସହ ଯାତ୍ରୀ ମାନଙ୍କ ପାଇଁ ସେଠାରେ କରାଯାଉଥିବା ବିଭିନ୍ନ ସୁବିଧା ର ବିକାଶ , ପ୍ରମୋଦ ଉଦ୍ୟାନ, ଓ ଶ୍ରୀ ସେତୁ କାମ ର ଅଗ୍ରଗତି ଶ୍ରୀ ପାଣ୍ଡିଆନ୍ ସମୀକ୍ଷା କରିଥିଲେ ଓ ନିର୍ଦ୍ଧାରିତ ସମୟ ରେ କାମ ଶେଷ କରିବାକୁ ନିର୍ଦେଶ ଦେଇଥିଲେ । ଏଥି ପାଇଁ ଅଧିକ ଲୋକ ନିୟୋଜିତ କରିବା ପାଇଁ 5T ଓ ନବୀନ ଓଡିଶା ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ ,SP OBCC MD ଏବଂ ବିଭିନ୍ନ executing agency ର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ରାଜ୍ୟପାଳଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଲେ ମୁଖ୍ୟମନ୍ତ୍ରୀ….

() ଓଡ଼ିଶାରୁ ବିଦାୟ ନେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ରାଜ୍ୟପାଳଙ୍କୁ ଭେଟିବା ସହ ବିଦାୟ ସମ୍ବର୍ଦ୍ଧନା ଦେଲେ ମୁଖ୍ୟମନ୍ତ୍ରୀ l ଆଜି ସନ୍ଧ୍ୟାରେ ରାଜଭବନରେ ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମଧ୍ୟାହ୍ନ ରେ ଭେଟିବା ନେଇ ସୂଚନା । ଆସନ୍ତା କାଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓଡିଶାରୁ ବିଦାୟ ନେଉଥିବାରୁ ଆଜି ରାଜଭବନ ପକ୍ଷରୁ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯିବ । ରାଜଭବନର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଆଜି ଅପରାହ୍ନରେ ପ୍ରଫେସର ଗଣେଶୀ ଲାଲ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବେ । ସେପଟେ ଓଡ଼ିଶାର ନୂଆ ରାଜ୍ୟପାଳ ହୋଇଥିବା ରଘୁବର ଦାସ ଆସନ୍ତା ୨୯ ତାରିଖରେ ଓଡିଶାରେ ପହଁଚିବେ । ୩୦ ତାରିଖରେ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା ସହ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ । ୩୧ ତାରିଖରେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି ।

‘ଆମ ଓଡିଶା ନବୀନ ଓଡିଶା’ ରେ ସାମିଲ୍ ହେଲା ଖୋର୍ଦ୍ଧା ଓ ଜଗତସିଂହପୁର ….

() ଆମ ଓଡିଶା ନବୀନ ଓଡିଶା,

ପଞ୍ଚମ ଦିନରେ ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

ଖୋର୍ଦ୍ଧାର 7ଟି ନିର୍ବାଚନମଣ୍ଡଳୀ ପାଇଁ ୯୫ କୋଟି – ୨୭୬୩ ପ୍ରକଳ୍ପ ଜଗତସିଂହପୁରର ୪ଟି ନିର୍ବାଚନ ମଣ୍ଡଳୀ ପାଇଁ ୯୯ କୋଟି – ୨୯୨୨ ପ୍ରକଳ୍ପ।

ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା,

 ‘ଆମ ଓଡିଶା ନବୀନ ଓଡିଶା’ ହେବ ଗାଁର ସବୁ ଲୋକଙ୍କ ପାଇଁ ବିକାଶର ଗ୍ୟାରେଣ୍ଟି – ମୁଖ୍ୟମନ୍ତ୍ରୀ।

ସବୁ ଗାଁର ବିକାଶ ହେବ, ଶୀଘ୍ର ହେବ, ଠିକ୍‌ ସମୟରେ ହେବ ଏବଂ ସ୍ବଚ୍ଛତାର ସହ ହେବ – 5T ଓ ‘ନବୀନ ଓଡିଶା’ ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ।

ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ଦୁଇଟି ଜିଲ୍ଲାର ୯୨ଟି ଗୁରୁତ୍ବପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୧୩୨୧.୬୭ କୋଟି ମଞ୍ଜୁର କରିଛନ୍ତି, ଅନେକ ମଠ, ମନ୍ଦିର, ଶିକ୍ଷାନୁଷ୍ଠାନ ସାମିଲ।

 ଗାଁ ଗାଁରେ ବଦଳିଯାଇଛି ବିକାଶର ମାନଚିତ୍ର – ସ୍ଥାନୀୟ ନେତୃବୃନ୍ଦ।

{} ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ପଞ୍ଚମ ଦିନରେ ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ।ଏଥିପାଇଁ ଖୋର୍ଦ୍ଧା ଜିଲ୍ଲାର ୭ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୯୫ କୋଟି ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଜୟଦେବ, ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା ଓ ଚିଲିକା । ଏହିସବୁ ନିର୍ବାଚନମଣ୍ଡଳୀର ୧୦ଟି ବ୍ଲକ୍‌‌ରେ ୧୯୦ଟି ଗ୍ରାମ ପଞ୍ଚାୟତରେ ୨୭୬୩ଟି ପ୍ରକଳ୍ପ ହେବ। ସେହିପରି ଜଗତସିଂହପୁର ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ୯୯ କୋଟି ଟଙ୍କା ମଂଜୁର ହୋଇଛି। ଏହିସବୁ ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ପାରାଦୀପ, ତିର୍ତ୍ତୋଲ, ବାଲିକୁଦା-ଏରସମା ଓ ଜଗତସିଂହପୁର। ଏଥିରେ ୮ଟି ବ୍ଲକ୍‌ର ୧୯୮ଟି ଗ୍ରାମପଞ୍ଚାୟତରେ ୨୯୨୨ ଟି ପ୍ରକଳ୍ପ କରାଯିବ।

ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି । ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତାର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା ।ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି । ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ। ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । Works hub ହେବ । Banking ସୁବିଧା ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ। ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଆଜିର କାର୍ଯ୍ୟକ୍ରମ ପାଇଁ ଖୋର୍ଦ୍ଧା ଜିଲ୍ଲାର ୭ଟି ଓ ଜଗତସିଂହପୁର ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି କହିଥିଲେ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଜରିଆରେ ସବୁ ଗାଁରେ ରୂପାନ୍ତର ଆଣିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ସରକାରୀ ହସ୍‌ପିଟାଲ ଯେପରି ବେସରକାରୀ ହସ୍‌ପିଟାଲ ଭଳି ଆଧୁନିକ ଚିକିତ୍ସା ଯୋଗାଇ ଦେବେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଆମ ହସ୍‌ପିଟାଲ ଯୋଜନା ଆରମ୍ଭ କରିଛନ୍ତି। ସ୍କୁଲ କଲେଜ ଆଦି ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ରୂପାନ୍ତର କାର୍ଯ୍ୟକ୍ରମ ଚାଲିଛି । ଗାଁ ଗାଁରେ ସବୁ କାମକୁ ଆମେ ଠିକ୍‌ ସମୟରେ ସ୍ବଚ୍ଛତାର ସହ କରି ରୂପାନ୍ତର ଆଣିବା ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ସାଂସଦ ଶ୍ରୀ ମାନସ ମଙ୍ଗରାଜ, ବିଧାୟକ ତଥା ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ବିଧାୟକ ଶ୍ରୀ ରାଜେନ୍ଦ୍ର କୁମାର ସାହୁ, ବିଧାୟକ ଶ୍ରୀ ଅରବିନ୍ଦ ଢାଲି, ବିଧାୟକ ଶ୍ରୀ ଜ୍ୟୋତିରିନ୍ଦ୍ର ନାଥ ମିତ୍ର , ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ବିଧାୟକ ଶ୍ରୀ ରଘୁନନ୍ଦନ ଦାସ, ବିଧାୟକ ଶ୍ରୀ ବିଜୟ ଶଂକର ଦାସ, ବିଧାୟକ ଶ୍ରୀ ସମ୍ବିତ ରାଉତରାୟଙ୍କ ସମେତ ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଥିଲେ ।

ସେମାନେ କହିଥିଲେ ଯେ ଗତ ୨୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ଦିଗଦର୍ଶନରେ ଓଡିଶାରେ ଚାଲିଛି ନିରନ୍ତର ବିକାଶ। ଆଜି ଓଡିଶାରେ ବିକାଶର ମାନଚିତ୍ର ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି ବୋଲି ସେମାନେ କହିଥିଲେ । । 5T ସଚିବଙ୍କ ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଛି ବୋଲି ସେମାନେ କହିଥିଲେ। ଶ୍ରୀ ପାଣ୍ଡିଆନ ସୂଚନା ଦେଇ କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସହିତ ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ପାଇଁ ଅର୍ଥ ମଞ୍ଜୁର କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ୮ଟି ପ୍ରକଳ୍ପ ପାଇଁ ୩୪.୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହା ସହିତ ବେଗୁନିଆ ହସ୍‌ପିଟାଲକୁ ଉପଖଣ୍ଡ ହସ୍‌ପିଟାଲ ଭାବେ ଉନ୍ନୀତ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି ବୋଲି ସେ ସୂଚନା ଦେଇଥିଲେ । ସେହିପରି ବୋଲଗଡର ପରମାନନ୍ଦ ମହାବିଦ୍ୟାଳୟର ରୂପାନ୍ତର ପାଇଁ ୨.୨୫ କୋଟି ଟଙ୍କା ଓ ବେଗୁନିଆ କଲେଜ ପାଇଁ ୧.୭୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ସେ କହିଥିଲେ । ସେହିପରି ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀରେ ୮ଟି ପ୍ରକଳ୍ପ ପାଇଁ ୫୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ସେ ସୂଚନା ଦେଇଥିଲେ । ଏଥିରେ ବରମୁଣ୍ଡା ବସ୍‌ ଟର୍ମିନାଲ ସହିତ ବିଜେବି କଲେଜ, ରାଜଧାନୀ କଲେଜ ଓ କମଳାନେହେରୁ କଲେଜର ରୂପାନ୍ତର ପାଇଁ ୬.୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେହିପରି ଜୟଦେବ ନିର୍ବାଚନ ମଣ୍ଡଳୀରେ ୧୧ଟି ପ୍ରକଳ୍ପ ପାଇଁ ୧୬୮.୮୭ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥିରେ ଶିଶୁଅନନ୍ତ ମହାବିଦ୍ୟାଳୟ, ପ୍ରତାପ ଶାସନ କଲେଜ, ବୁଦ୍ଧନାଥ ମନ୍ଦିର, କୁଆଖାଇ ଜଗନ୍ନାଥ ମନ୍ଦିର ଓ ଶିଶୁ ଅନନ୍ତ ପୀଠର ରୂପାନ୍ତର ପ୍ରଭୃତି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ରହିଛି । ଖୋର୍ଦ୍ଧା ଜିଲ୍ଲାରେ ୮ଟି ପ୍ରକଳ୍ପ ପାଇଁ ୪୦.୬୭ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥିରେ ପାଇକ ଏକାଡେମୀ ତଥା ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପ୍ରାଣନାଥ କଲେଜ, ନିରାକାରପୁର କ୍ଷେତ୍ରବାସୀ ଡିଏଭି କଲେଜ ଓ କାଇପଦର ଶ୍ରୀଜଗନ୍ନାଥ ମନ୍ଦିରର ରୂପାନ୍ତର ପାଇଁ ମଧ୍ୟ ଅର୍ଥ ମଞ୍ଜୁର କରାଯାଇଛି । ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ୮ଟି ପ୍ରକଳ୍ପ ପାଇଁ ୨୩ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏଥିରେ ବିଜୁ ପଟ୍ଟନାୟକ କଲେଜ, ଜୟଦେବ କଲେଜ ଓ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ରହିଛି । ଚିଲିକା ନିର୍ବାଚନ ମଣ୍ଡଳୀରେ ୮ଟି ପ୍ରକଳ୍ପ ପାଇଁ ୬୨.୪୩ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏଥିରେ ଶ୍ରୀ ଚଣ୍ଡେଶ୍ବର ଦେବ ମନ୍ଦିର, ଗୋଦାବରିଶ ମହାବିଦ୍ୟାଳୟ ଓ ବାଲୁଗାଁ ମହାବିଦ୍ୟାଳୟ ଆଦି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ରହିଛି । ଜଟଣୀ ନିର୍ବାଚନମଣ୍ଡଳୀରେ ୮ଟି ପ୍ରକଳ୍ପ ପାଇଁ ୨୮୧.୧୪ କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ଜଟଣୀ କଲେଜର ରୂପାନ୍ତର ଏବଂ ବିଭିନ୍ନ ବେସରକାରୀ ଗୃହନିର୍ମାଣ ପ୍ରକଳ୍ପ ଗୁଡିକୁ ରାସ୍ତା ସଂଯୋଗ ପାଇଁ ଅର୍ଥ ମଞ୍ଜୁର କରାଯାଇଛି । ଏହାସହିତ ଜଟଣୀ ଓ ଖୋର୍ଦ୍ଧାର ଖାସମାହାଲ ଜମି ଗୁଡିକର ସମାଧାନ କରି ପଟ୍ଟା ଯୋଗାଇ ଦେବାପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ । ବେସରକାରୀ ଗୃହ ନିର୍ମାଣ ପ୍ରକଳ୍ପ ଗୁଡିକୁ ରାସ୍ତା ସଂଯୋଗୀକରଣ ଯୋଗୁ ଦେଢ ଲକ୍ଷ ଲୋକ ଉପକାର ପାଇବେ ବୋଲି ସେ ସୂଚନା ଦେଇଥିଲେ । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ୫୭ଟି ପ୍ରକଳ୍ପ ପାଇଁ ୧୧୬୦.୫୦ କୋଟି ଟଙ୍କା ମଂଜୁର କରାଯାଇଛି ।

ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ୧୫ଟି ଶିକ୍ଷାନୁଷ୍ଠାନ ପାଇଁ ୧୦ କୋଟି ଓ ୯୧ଟି ଧାର୍ମିକ ଅନୁଷ୍ଠାନ ରୂପାନ୍ତର ପାଇଁ ୪ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହାସହିତ ସ୍ବାମୀ ବିବେକାନନ୍ଦ କଲେଜ, ସ୍ବାମୀ ବିବେକାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗାଦିବ୍ରହ୍ମ ମହିଳା ମହାବିଦ୍ୟାଳୟ ଓ ମାଛଗାଁ ମୁଖ୍ୟ କେନାଲ ଉପରେ Box Conduit ପ୍ରଭୃତି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୧.୨୫ କୋଟି ଟଙ୍କା ମଂଜୁର କରାଯାଇଛି । ବାଲିକୁଦା ନିର୍ବାଚନ ମଣ୍ଡଳୀରେ ୭ଟି ପ୍ରମୁଖ ପ୍ରକଳ୍ପ ପାଇଁ ୪୯.୬୨ କୋଟି ଟଙ୍କା ମଂଜୁର କରାଯାଇଛି । ଏଥିରେ ଏରସମା କୁଞ୍ଜବିହାରୀ ମନ୍ଦିର, ବନ୍ଦର ପର୍ଯ୍ୟଟନ ପ୍ରକଳ୍ପ, ବାଲିକୁଦା ଡିଗ୍ରୀ କଲେଜ, ଶିଆଳୀ ବେଳାଭୂମୀର ଉନ୍ନତିକରଣ ଆଦି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ରହିଛି । ଏହାସହିତ ୭୬ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନର ଉନ୍ନତିକରଣ ପାଇଁ ୧୧.୫୨ କୋଟି ଟଙ୍କା ମଂଜୁର କରାଯାଇଛି । ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ୮ଟି ପ୍ରମୁଖ ପ୍ରକଳ୍ପ ପାଇଁ ୨୭.୪୫ କୋଟି ଟଙ୍କା ମଂଜୁର କରାଯାଇଛି । ଏଥିରେ ପଞ୍ଚଶଖା ଧ୍ୟାନପୀଠ, ଶ୍ରୀ ଶ୍ରୀ ଗୋରଖନାଥ ମନ୍ଦିର, ଧଲତାନଗଡ ଜୈବ ବିବିଧତା ପ୍ରକଳ୍ପ, ଆଦିକବି ସାରଳା ଦାସ ଡିଗ୍ରୀ କଲେଜ ଆଦି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ରହିଛି । ଏହାସହିତ ୧୨୧ଟି ଶିକ୍ଷାନୁଷ୍ଠାନ ଏବଂ ଧାର୍ମିକ ଅନୁଷ୍ଠାନ ପାଇଁ ୧୩.୨୫ କୋଟି ଟଙ୍କା ମଂଜୁର କରାଯାଇଛି । ପାରାଦୀପ ନିର୍ବାଚନମଣ୍ଡଳୀରେ ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ୪.୫୮ କୋଟି ଟଙ୍କା ମଂଜୁର କରାଯାଇଛି । ଏଥିରେ କୁଜଙ୍ଗ ଡିଗ୍ରୀ କଲେଜ, ପାରାଦୀପ ଡିଗ୍ରୀ କଲେଜ, ତାଳଦଣ୍ଡା କେନାଲର ଉନ୍ନତିକରଣ ଆଦି ପ୍ରମୁଖ ପ୍ରକଳ୍ପ ରହିଛି । ସେହିପରି ୫୮ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୯.୫୦ କୋଟି ଟଙ୍କା ମଂଜୁର କରାଯାଇଛି । ଏହିପରି ୩୫ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ସମୁଦାୟ ୧୬୧.୧୭ କୋଟି ଟଙ୍କା ମଂଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

ଚେସର ହବ୍ ହେବ ଓଡିଶା…

{} ଫିଡେ ମ୍ୟାନେଜମେଣ୍ଟ ବୋର୍ଡର ଉପାଧ୍ୟକ୍ଷ ଡାନା ରିଜନିସ୍ ଓଜୋଲାଙ୍କ ସହ ଓଡ଼ିଶାରେ ଚେସ୍ ର ବିକାଶ ନେଇ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

 ରାଜ୍ୟ ସରକାରଙ୍କ କ୍ରୀଡ଼ା ବିକାଶ ପଦକ୍ଷେପକୁ ଶ୍ରୀମତୀ ଓଜାଲାଙ୍କ ପ୍ରଶଂସା।

 ଓଡ଼ିଶା ନିକଟରେ ରାଜ୍ୟ ଚେସ୍ ଏକାଡେମୀ (ପ୍ରୋ ଚେସ୍-ଟା) ଏବଂ ଚେସ୍ ଇନ୍ ସ୍କୁଲ୍ ପ୍ରକଳ୍ପ ଆରମ୍ଭ କରିଛି।

 ଚେସ୍ ର ବିକାଶ ପାଇଁ ସହଯୋଗ ଓ ଓଡ଼ିଶାରେ ୧୦୦ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ର ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି।

()  ଓଡ଼ିଶା ଗସ୍ତରେ ଆସିଥିବା ଅନ୍ତର୍ଜାତୀୟ ଚେସ୍ ମହାସଂଘ ପରିଚାଳନା ବୋର୍ଡର ଉପାଧ୍ୟକ୍ଷ ତଥା ଲାଟଭିଆ ଗଣତନ୍ତ୍ରର ପୂର୍ବତନ ଅର୍ଥ ଓ ଅର୍ଥନୀତି ମନ୍ତ୍ରୀ ଡାନା ରିଜନିସ୍ ଓଜୋଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଚେସ୍ କୁ ପ୍ରୋତ୍ସାହିତ କରିବା ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ଶ୍ରୀମତୀ ରିଜନିସ୍-ଓଜୋଲା ଚେସ୍ କୁ ଏକ ବୌଦ୍ଧିକ କ୍ରୀଡ଼ା ଭାବରେ ଲୋକପ୍ରିୟ କରିବା ଏବଂ ଯୁବଗୋଷ୍ଠୀଙ୍କୁ ବୌଦ୍ଧିକ ଓ ଭାବନାତ୍ମକ ଭାବେ ସଶକ୍ତ କରିବାର ଅନେକ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ।ଯୁବ ଚେସ୍ ପ୍ରତିଭାମାନଙ୍କୁ ଚିହ୍ନଟ କରି ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉତ୍କୃଷ୍ଟ ହେବା ପାଇଁ ଉପଯୁକ୍ତ ଭିତ୍ତିଭୂମି ଏବଂ ପ୍ରଶିକ୍ଷଣ ପ୍ରଦାନ କରିବା ଉପରେ ବୈଠକରେ ଆଲୋକପାତ କରାଯାଇଥିଲା।

ଏହି ଅବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଯୁବପିଢ଼ିଙ୍କୁ ସର୍ବୋତ୍ତମ ସୁଯୋଗ ଯୋଗାଇ ଦେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ଏବଂ ଚେସ୍ ସେମାନଙ୍କ ଅଭିବୃଦ୍ଧିର ଏକ ପ୍ରମୁଖ ମାଧ୍ୟମ। ରାଜ୍ୟସ୍ତରୀୟ ଚେସ୍ ଏକାଡେମୀ- ପ୍ରୋ ଚେସ୍-ଟା, ଚେସ୍ ଇନ୍ ସ୍କୁଲ୍ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିବା ବେଳେ ଓଡ଼ିଶାରେ ୧୦୦ରୁ ଅଧିକ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା ହୋଇଛି। ଆମର ଲକ୍ଷ୍ୟ ହାସଲ ପାଇଁ ଆମେ ଫିଡେ ସହ ମିଶି କାମ କରିବାକୁ ଆଗ୍ରହୀ।ବିଶ୍ୱ ଚେସ୍ ସମୁଦାୟ ପ୍ରତି ଅତୁଟ ସମର୍ଥନ ପାଇଁ ପରିଚିତ ଶ୍ରୀମତୀ ରିଜନିସ୍-ଓଜୋଲା ମୁଖ୍ୟମନ୍ତ୍ରୀ ଏବଂ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ାର ବିକାଶ ଦିଗରେ ଓଡ଼ିଶାର ନିରନ୍ତର ପ୍ରୟାସକୁ ପ୍ରଶଂସା କରିଥିଲେ।

ଆଇଆଇଏମ୍‍ସିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଉଦ୍‍ଯାପିତ…

{} ଆଇଆଇଏମ୍‍ସିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଉଦ୍‍ଯାପିତ, 

“ପ୍ରତିଟି ଜନତା ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ଜରୁରୀ”।

() ବିଭିନ୍ନ କ୍ଷେତ୍ରରେ ଆମେ ଉନ୍ନତି କରୁଛେ । ଟେକ୍ନୋଲୋଜିର ବିଭିନ୍ନ ଉଦ୍ଭାବନ ମଣିଷ ସମାଜକୁ ଆଉ ପାଦେ ଆଗେଇ ନେଉଛି । ତେବେ ଅନେକ ସମୟରେ ‘ସ୍ୱଚ୍ଛତା’କୁ ଆମେ ଗୁରୁତ୍ୱ ଦେଉନେ । ଫଳରେ ନାନା ସମସ୍ୟା ସୃଷ୍ଟି ହେଉଛି । ଏଣୁ ପ୍ରତ୍ୟେକ ଜନ ସାଧାରଣ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଛନ୍ତି ଶିକ୍ଷାବିତ ଡ. ଉମା ଶଙ୍କର ପାଣ୍ଡେ । ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଉଦ୍‍ଯାପିତ ହୋଇଛି । ଏହି ଉଦ୍‍ଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଡ. ପାଣ୍ଡେ କହିଛନ୍ତି, ମହାତ୍ମା ଗାନ୍ଧୀ ସାରା ଜୀବନ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଥିଲେ । ଦକ୍ଷିଣ ଆଫ୍ରିକାରେ ଯେତେବେଳେ ସେ ‘ଇଣ୍ଡିଆନ୍‍ ଓପିନିୟନ୍‍’ ଖବରକାଗଜ ବାହାର କରୁଥିଲେ, ସେହି ସମୟରୁ ଗାନ୍ଧିଜୀ ଲୋକଙ୍କୁ ସ୍ୱଚ୍ଛତା ସମ୍ପର୍କରେ ସଚେତନ କରାଇବାକୁ ଚେଷ୍ଟା କରୁଥିଲେ । ପରେ ଏହା ତାଙ୍କର ଏକ ଅଭ୍ୟାସରେ ପରିଣତ ହୋଇଗଲା । ପରିବେଶକୁ ସ୍ୱଚ୍ଛ ରଖୁଥିଲେ ଓ ଅନ୍ୟମାନଙ୍କୁ ମଧ୍ୟ ଏ ଦିଗରେ ପ୍ରବର୍ତ୍ତାଉଥିଲେ । ଏଣୁ ପରିବେଶ କିପରି ସ୍ୱଚ୍ଛ ରହିବ, କିପରି କମ୍‍ ପ୍ରଦୂଷଣ ହେବ ଇତ୍ୟାଦି ବିଷୟରେ ଆମେ ସମସ୍ତେ ଉତ୍ତରଦାୟୀ ରହିବା ଦରକାର । ଅର୍ଥାତ୍‍, ଏନେଇ ନିଜ ଆଡୁ ହିଁ ପ୍ରୟାସ କରିବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଛନ୍ତି । ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରି ଆଇଆଇଏମ୍‍ସି, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ସ୍ୱଚ୍ଛତା ସମ୍ପର୍କରେ ସମସ୍ତେ ସଚେତନ ରହିବା ସହ ଏନେଇ କାର୍ଯ୍ୟ କରିବା ମଧ୍ୟ ଆବଶ୍ୟକ । ବିଶେଷକରି ଆଜିକାଲିର ପିଢ଼ି ସ୍ୱଚ୍ଛତାକୁ ଏକ ଦାୟିତ୍ୱ ଭାବେ ଗ୍ରହଣ କରିବା ଉଚିତ । ସେହିପରି ବର୍ଜ୍ୟବସ୍ତୁର ସଠିକ୍‍ ପରିଚାଳନା କରାଯିବା ନେଇ ଡ. ଚାଟାର୍ଜୀ ଗୁରୁତ୍ୱାରୋପ କରିଛନ୍ତି ।

ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି । ସଂସ୍ଥାନର କର୍ମଚାରୀଙ୍କ ମଧ୍ୟରେ ହୋଇଥିବା ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଲକ୍ଷ୍ମୀନାରାୟଣ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଦ୍ୱିତୀୟ ସ୍ଥାନରେ ମନୋଜ କୁମାର ଜେନା ଓ ତୃତୀୟ ସ୍ଥାନରେ ବଦ୍ରିନାଥ ଜେନା ରହିଥିଲେ । ସେହିପରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ପ୍ରବନ୍ଧ ପ୍ରତିଯୋଗିତାରେ ବଂଶୀତା ଜୈସ୍ୱାଲ, ସୁମନ ଦୁବେ ଓ ପ୍ରତୀକ୍ଷା ତ୍ରିପାଠୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଛନ୍ତି । ପୋଷ୍ଟର ଡିଜାଇନ୍‍ ପ୍ରତିଯୋଗିତାରେ ସୁମିତ ଶାହା ପ୍ରଥମ ହୋଇଥିବାବେଳେ ସୃଷ୍ଟି ଭୌମିକ ଦ୍ୱିତୀୟ ଓ ଏମ୍‍.ଏସ୍‍. ଦିବ୍ୟାଶ୍ରୀ ତୃତୀୟ ହୋଇଛନ୍ତି । ‘ସ୍ୱଚ୍ଛତା’ ବିଷୟକୁ ନେଇ ଏକ ଭିଡିଓ ପ୍ରସ୍ତୁତି ପ୍ରତିଯୋଗିତା ମଧ୍ୟ ହୋଇଥିଲା । ଏଥିରେ ମେଧା ସିଂହ, କୁମାରୀ ସୁପ୍ରିୟା ଓ କୋମଲ ସିଂହ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସମସ୍ତ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଆର୍ଥିକ ରାଶି ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କୃତି ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଭିଡିଓ ଓ ପୋଷ୍ଟର ପ୍ରଦର୍ଶିତ କରାଯାଇଛି । ଧନ୍ୟବାଦ ଅର୍ପଣ କରିଛନ୍ତି ସହାୟକ ପ୍ରଫେସର ଡ. ହରି କୃଷ୍ଣ ବେହେରା । କାର୍ଯ୍ୟକ୍ରମ ସଂଯୋଜନା କରିଛନ୍ତି ଶିକ୍ଷା ସଂଯୋଜକ ଜିତେନ୍ଦ୍ର ପତି ।  ଆଇଆଇଏମ୍‍ସି ଢେଙ୍କାନାଳରେ ଅକ୍ଟୋବର ୨ରୁ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସଂସ୍ଥାନର ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ଏଥିରେ ଅଂଶଗ୍ରହଣ କରିଥିଲେ । ପ୍ରତ୍ୟେକ ଦିନ କିଛି ସମୟ ଲେଖାଏଁ ସମସ୍ତେ କ୍ୟାମ୍ପସ୍‍ ପରିସର ସଫା କରିବା ସହ ବର୍ଜ୍ୟବସ୍ତୁର ପୁନଃବିନିଯୋଗ ନେଇ ଉଦ୍ୟମ କରିଥିଲେ ।

ଦେବଗଡ ଜିଲ୍ଲା ବାରକୋଟରେ ପ୍ରତିଷ୍ଠା ହେବ ନୂତନ ଅତିରିକ୍ତ ସିଭିଲ୍ ଜଜ୍…

() ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଦେବଗଡ ଜିଲ୍ଲା ବାରକୋଟରେ ପ୍ରତିଷ୍ଠା ହେବ ନୂତନ ଅତିରିକ୍ତ ସିଭିଲ୍ ଜଜ୍ (କନିଷ୍ଠ ଡିଭିଜନ୍) ତଥା ଜେଏମଏଫସି କୋର୍ଟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦେବଗଡ ଜିଲ୍ଲା ବାରକୋଟ ଠାରେ ଗୋଟିଏ ଅତିରିକ୍ତ ସିଭିଲ୍ ଜଜ୍ (କନିଷ୍ଠ ଡିଭିଜନ୍) ତଥା ଜେଏମଏଫସି କୋର୍ଟ ପ୍ରତିଷ୍ଠାକୁ ଅନୁମୋଦନ ଦେଇଛନ୍ତି । ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଜିଲ୍ଲାବାସୀଙ୍କ ପାଇଁ ଏହି କୋର୍ଟ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

ଏହି ନୂତନ କୋର୍ଟ ପାଇଁ ଆଇନ ବିଭାଗ ପକ୍ଷରୁ ଆବଶ୍ୟକୀୟ ୧୨ଟି ଗେଜେଟେଡ୍ ଓ ଅଣଗେଜେଟେଡ୍ ପଦବୀ ସୃଷ୍ଟି କରାଯାଇଛି। ବିଭିନ୍ନ କାରଣରୁ ପଡିରହିଥିବା ମାମଲାଗୁଡିକ ତୁରନ୍ତ ଫଇସଲା ନିମନ୍ତେ ଏହି ନୂତନ କୋର୍ଟ ସହାୟକ ହେବ।

ସୋଆ କମ୍ୟୁନିଟି ରେଡିଓକୁ ପୂରିଲା ଏଗାର ବର୍ଷ…

() ‘ରେଡିଓ’ରୁ ଭାସି ଆସୁଥିବା ସ୍ୱରରୁ ସାଧାରଣ ଲୋକଟିର ସକାଳ ଆରମ୍ଭ ହୋଇଥାଏ । ସମସ୍ତଙ୍କର ପାଖରେ ଖୁବ୍ ସହଜରେ ପହଂଚିଯାଏ ରେଡିଓର ସ୍ୱର । ରବିବାର ଏଗାର ବର୍ଷ ପୂରଣ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍‌ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ । ଏଗାର ବର୍ଷ ପୂର୍ତୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉପସ୍ଥିତ ରହି ସୋଆ ରେଡିଓ ପରିବାରକୁ ଶୁଭେଚ୍ଛା ଜଣାଇଥିଲେ । ଜାତୀୟ ସ୍ତରରେ ସଫଳତା ପାଇଥିବା ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ର କାର୍ଯ୍ୟଧାରା ଓ ଭୂମିକାକୁ ପ୍ରଫେସର ନନ୍ଦ ଉଚ୍ଚ ପ୍ରଶଂସା କରି ସାଧାରଣ ଲୋକର ଦୈନନ୍ଦିନ ଜୀବନରେ ରେଡିଓର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ସୋଆ ରେଡ଼ିଓ ଭାବରେ ପରିଚିତ ଏହି କମ୍ୟୁନିଟି ରେଡ଼ିଓ ସ୍ୱାସ୍ଥ୍ୟସେବା ଏବଂ କୃଷି କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପ୍ରସାରଣ କରିଥିବା ବେଳେ ବିଭିନ୍ନ ଶିକ୍ଷାବିତ୍‌, ଡାକ୍ତର, ବୈଜ୍ଞାନିକ ଏବଂ ଗବେଷକମାନଙ୍କର ମତକୁ ଜନହିତରେ ପ୍ରଚାର କରିଛି । ଏହା ସାଧାରଣ ଲୋକମାନଙ୍କ ସହିତ ଜଡିତ ବିଷୟ ସହ ସଂପୃକ୍ତ । ଏହି ଅବସରରେ ସୋଆର କଟ୍ରୋଂଲର୍ ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ , ନ୍ୟୁଜ ୭ର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ଦେବ ନାରାୟଣ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଫେସର ମଞ୍ଜୁଳା ଦାସ ସୋଆ ରେଡ଼ିଓର କର୍ମଚାରୀମାନଙ୍କର ଉଚ୍ଚକୋଟୀର କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ । ସେହିପରି ପ୍ରଫେସର ଜ୍ୟୋତି ରଂଜନ ଦାସ କହିଥିଲେ ଯେ ସମାଜକୁ ଆଗେଇ ନେବାରେ ଏକ ମାଧ୍ୟମ ଭାବେ ରେଡିଓର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଅନେକ ସ୍ଥାନରେ ଅନ୍ୟ ସୂଚନାକାରୀ ମାଧ୍ୟମ ପହଂଚିପାରୁ ନଥିବା ବେଳେ ରେଡ଼ିଓ ପହଂଚିଥାଏ ବୋଲି କହିବା ସହ ଉତମମାନର କାର୍ଯ୍ୟକ୍ରମ ପରିବେଷଣ କରିବା ନିମନ୍ତେ ସୋଆ ରେଡିଓର ଉଦ୍ୟମକୁ ପ୍ରଶଂସା କରିଥିଲେ । ଏହି ଅବସରରେ ନ୍ୟୁଜ ୭ର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ଦେବ ନାରାୟଣ ସେଠୀ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ଏହି ୧୧ବର୍ଷର ଯାତ୍ରା ବିଷୟରେ କହିବା ସହିତ ଏହାର ସଫଳତା ନିମନ୍ତେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ସେହିପରି ଏହି କାର୍ଯ୍ୟକ୍ରମରେ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ରେ ପ୍ରସାରିତ ବିଭିନ୍ନ ବର୍ଗର କାର୍ଯ୍ୟକ୍ରମର ସଦସ୍ୟମାନଙ୍କୁ ସ୧ାନିତ କରାଯାଇଥିଲା । ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ର ସଦସ୍ୟ ଓ ୟଙ୍ଗିସ୍ତାନ୍‌ରଛାତ୍ରଛାତ୍ରୀମାନଙ୍କର ଦ୍ୱାରା ପ୍ରସ୍ତୁତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ‘ରକ୍ତସ୍ନାତା’ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲା । ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ର ନିର୍ଦ୍ଦେଶକ ଶ୍ରୀମତି ହନି ପ…ନାୟକ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଆର୍‌ଜେ କୁମାରୀ ଶୁଭଶ୍ରୀ ରଥ, ଛାତ୍ର ଆର୍‌ଜେ ଓ ପ୍ରତିନିଧି ହୃଦୟରଂଜନ ପରିଡା ଏହି କାର୍ଯ୍ୟକ୍ରମରେ ଏକ ପିପିଟି ମଧ୍ୟ ଉପସ୍ଥାପନ କରିଥିଲେ । ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିବାବେଳ, ଏହି କାର୍ଯ୍ୟକ୍ରମକୁ ସୋଆ କମ୍ୟୁନିଟି ରେଡ଼ିଓର ପ୍ରୋଗ୍ରାମ୍‌ କୋର୍ଡିନେଟର ଶ୍ରୀମତି ଶୁଭ୍ରସୀମା ମହାନ୍ତି ପରିଚାଳନା କରିଥିଲେ । ଆର୍‌ଜେ ରମାବଲ୍ଳଭ ଧନ୍ୟବାଦ ଅର୍ପଣ କରିଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news