ବାଛୁରୀର ନା’ ଦେଲେ: ନବୀନ…

() ଜାମୁକୋଳି ଗୋଶାଳା ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ।

ଗୋରୁ ମାନଙ୍କ ରକ୍ଷଣା ବେକ୍ଷଣ ସମ୍ପର୍କରେ ପଚାରି ବୁଝିଲେ, ଉତ୍ତମ ଯତ୍ନ ନେବା ପାଇଁ ପରାମର୍ଶ ଦେଲେ।

ବାଛୁରୀର ନାମ ରଖିଲେ କ୍ରିଷ୍ଣା, ଗୋଶାଳାର ସମ୍ପ୍ରସାରଣ କରାଯିବ ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜଟଣୀର ଜାମୁକୋଳି ଅଞ୍ଚଳରେ ଥିବା ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ ଗୋଶାଳା ପରିଦର୍ଶନ କରି ଗୋରୁ ମାନଙ୍କ ରକ୍ଷଣା ବେକ୍ଷଣ ଓ ସେମାନଙ୍କ ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି।

ଗାଈ ମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଗାଈ ମାନଙ୍କ ପାଇଁ ଥିବା ବିଭିନ୍ନ ବ୍ୟବସ୍ଥା, ଦିଆ ଯାଉଥିବା ଗୋ ଖାଦ୍ୟ ସବୁ ବୁଲି ଦେଖିଥିଲେ ଏବଂ କିଛି ଗାଈ ମାନଙ୍କୁ ଫଳ ଓ ପନିପରିବା ମଧ୍ୟ ଖାଇବାକୁ ଦେଇଥିଲେ।ଏକ ନବ ଜନ୍ମିତ ବାଛୁରୀ କୁ ଦେଖି ମୁଖ୍ୟମନ୍ତ୍ରୀ ଏହାର ନାମ କଣ ବୋଲି ପଚାରି ଥିଲେ। ତାହାର ନାମ ଦିଆ ଯାଇ ନାହିଁ ବୋଲି ଜାଣିବା ପରେ ମୁଖ୍ୟମନ୍ତ୍ରୀ ତା’ର ନାମ ରଖିଥଲେ କ୍ରିଷ୍ଣା।

ସୂଚନା ଯୋଗ୍ୟ ଯେ ଜାମୁକୋଳି ଠାରେ ୨୦୧୮ ମସିହାରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୫.୫ ଏକର ପରିମିତ ଜମିରେ ଏକ ଗୋଶାଳା ସ୍ଥାପନ କରା ଯାଇଛି। ଏହାକୁ ୨୦.୫ ଏକର ପରିମିତ ଅଞ୍ଚଳକୁ ସମ୍ପ୍ରସାରିତ କରିବାକୁ ପ୍ରସ୍ତାବ ରହିଛି। ଏଥିରେ ବର୍ତ୍ତମାନ ୯୦୬ ଟି ଗାଈ ଗୋରୁ ଅଛନ୍ତି। ସହରର ବୁଲା ଗାଈ ଗୋରୁ ମାନଙ୍କୁ ମୁଖ୍ୟତଃ ଏଠାରେ ରଖାଯାଇଛି।ମୁଖ୍ୟମନ୍ତ୍ରୀଙ୍କ ସହିତ ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ ମଧ୍ୟ ଗୋଶାଳା ପରିଦର୍ଶନ କରିଥିଲେ।

ଭୁବନେଶ୍ୱର ମହାନଗର ନିଗମ ମେୟର, ଉତ୍ତର ବିଧାୟକ, ପୂର୍ବତନ ବିଧାୟକ, ମହାନଗର ନିଗମ ର commissioner ପ୍ରମୁଖ ଉପସ୍ଥତ ଥିଲେ।

ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ସ୍ୱ-ନକ୍ଷତ୍ର ଦିବସ…

{} ଆଜି ମା’ବିରଜାଙ୍କ ଜନ୍ମୋତ୍ସବ, ଦୁଇ ବର୍ଷ ପରେ ଦର୍ଶନ କରିବେ ଶ୍ରଦ୍ଧାଳୁ…. ସକାଳୁ ସକାଳୁ ମନ୍ଦିର ପରିସରରେ ଭକ୍ତଙ୍କ ଭିଡ଼… ଶୁଙ୍ଖଳିତ ଦର୍ଶନ ଉପରେ ମନ୍ଦିର ପ୍ରଶାସନର ଗୁରୁତ୍ବ……

() ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା। ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ସ୍ୱ-ନକ୍ଷତ୍ର(ଜନ୍ମୋତ୍ସବ) ପାଳନ ହେଉଛି। ପରମ୍ପରା ଅନୁଯାୟୀ ସମସ୍ତ କାର୍ଯ୍ୟ ସ୍ଥିର କରାଯାଇଥିବା ବେଳେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।ବ୍ରାହ୍ମମୁହୂର୍ତରେ ଦେବୀଙ୍କ ନିତ୍ୟସ୍ନାନ ଓ ବେଶ କାର୍ଯ୍ୟ ସରିବା ପରେ ଦେବୀଙ୍କୁ ସ୍ୱ-ନକ୍ଷତ୍ର ବିହିତ ମହାସ୍ନାନ କରାଯିବ । ସ୍ନାନ ପରେ ମା ସାବିତ୍ରୀ ବେଶରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବେ। ପରେ ସିଂହାସନ ଉପରେ ଷୋଡଶୋପଚାର ପୂଜାବିଧି କରାଯିବ । ଗତ ଦୁଇବର୍ଷ ହେଲା ମାଙ୍କ ଜନ୍ମୋଉତ୍ସବରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ କୋଭିଡ କଟକଣା ଯୋଗୁ ଦର୍ଶନ କରି ପାରିନଥିଲେ। କିନ୍ତୁ ଆଜି ବିନା କଟକଣାରେ ହଜାର ହଜାର ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ କରିବାର ଲକ୍ଷ୍ୟ ରଖାଯାଇଛି। ଯାହାକି ଶୃଙ୍ଖଳିତ ଦର୍ଶନ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମନ୍ଦିରକୁ ଫୁଲ ସଜା, ଆଲୋକମାଳାରେ ସଜା କରାଯାଇଛି । ଜନ୍ମତିଥିରେ ମା ଙ୍କ ମୁଖ ଦର୍ଶନ କୋଟି ପୂର୍ଣ୍ଣ ମିଳେ l

ଓଡିଶାରେ ହକି ଫିଭର: ଉଦୟାନିଧିଙ୍କୁ ସ୍ଵାଗତ କଲେ ପ୍ରଣବ

()ଦ୍ବିତୀୟଥର ପାଇଁ  ଓଡ଼ିଶା ମାଟିରେ ଆରମ୍ଭ ହୋଇଛି  ବିଶ୍ବକପ ହକିର ମହାସମର । ବିଶ୍ବକପ ହକିରେ  ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ରାଜ୍ୟର  ମୁଖ୍ୟମନ୍ତ୍ରୀ ମାନଙ୍କୁ ନିମନ୍ତ୍ରଣ କରିଥିଲେ ।  ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣକୁ ରକ୍ଷା କରି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦର ସଦସ୍ୟ ମାନେ ଓଡ଼ିଶା ଆସିଛନ୍ତି l ବିଶ୍ଵକପ୍ ହକି ଆରମ୍ଭ ଦିନ  ନିମନ୍ତ୍ରଣକୁ ଗ୍ରହଣ କରି ସିକିମ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ବିଶ୍ବକପ ହକି ଖେଳ ଦେଖି ଖେଳାଳି ଉତ୍ସାହିତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ l  ଏହାସହ  ଦେଶର ବୃହତର  ବିର୍ସାମୁଣ୍ଡା ହକି ଷ୍ଟାଡ଼ିୟମରେ ସିକିମ ମୁଖ୍ୟମନ୍ତ୍ରୀ ଖେଳ ଦେଖି ନବୀନଙ୍କ  ଉଦ୍ୟମ କୁ ବି ଭୂ ପ୍ରଶଂସା କରିଥିଲେ। ଏହି କ୍ରମରେ ଏବେ ଓଡିଶାକୁ ଛୁଟୁଛି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଗଣ  ସୁଅ l  ଦ୍ବିତୀୟଥର ପାଇଁ ବିଶ୍ବକପ ହକି ଆୟୋଜନ କରି ଓଡ଼ିଶା ପୁରା ବିଶ୍ବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଦେଶର ଗୌରବ ବୃଦ୍ଧି କରିଛି  । କ୍ରୀଡ଼ାର ଏହି ମହାକୁମ୍ଭରେ  ଦେଶର ସବୁ ସାମିଲ ମୁଖ୍ୟମନ୍ତ୍ରୀମାନଙ୍କୁ  ସାମିଲ ହେବା ପାଇଁ   ନିମନ୍ତ୍ରଣ କରିଥିଲା ଓଡ଼ିଶା  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦ୍ଦେଶର  ରାଜ୍ୟମନ୍ତ୍ରୀ ମଣ୍ଡଳର ସମସ୍ୟମାନେ ବିଭିନ୍ନ ରାଜ୍ୟ ଗସ୍ତ କରି ମୁଖ୍ୟମନ୍ତ୍ରୀମାନଙ୍କୁ ଭେଟି ନିମନ୍ତ୍ରଣ କରିଥିଲେ  । ସିକିମ ମୁଖ୍ୟମନ୍ତ୍ର ପ୍ରିମ ସିଂ ତମଙ୍ଗ ପରେ ତାମିଲନାଡୁର ମନ୍ତ୍ରୀ  ଓଡ଼ିଶା ବିଶ୍ବକପ ହକିରେ ସାମିଲ ହୋଇଛନ୍ତି  ।  ଆଜି ସେ ଭୁବନେଶ୍ବରରେ ପହଞ୍ଚିବା ମାତ୍ରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ତାଙ୍କୁ ଭବ୍ୟ ସ୍ଵାଗତ କରିଥିଲେ l ତାମିଲନାଡୁର କ୍ରୀଡ଼ା ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ, ତାମିଲନାଡୁର ସିଏମ ଏମ.କେ ଷ୍ଟାଲିନଙ୍କ ପୁଅ l ଭୁବନେଶ୍ୱରରେ  ହକି ୱାର୍ଲ୍ଡକପ 2023  ଦେଖିବା  ପାଇଁ ପହଞ୍ଚିଛନ୍ତି। ସଂଘୀୟ ବ୍ୟବସ୍ଥାକୁ ଅଧିକ  ଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏପରି ନିମନ୍ତ୍ରଣ ସଭିଁଙ୍କ ଆକୃଷ୍ଟ କରିବା ସହ ହକି ପ୍ରତି ଭଲ ପାଇବା ପ୍ରତିପାଦନ କରିଛି  ।

ଦ୍ବିତୀୟଥର ହକି ବିଶ୍ବ ଆୟୋଜନ ଓଡ଼ିଶାରେ ଆଣିଛି କ୍ରୀଡ଼ାର ମାହୋଲ । ଭୁବନେଶ୍ବର ଓ ରାଉଲକେଲାରେ ହକି ଫିଭର୍ ଜାରୀ ରହିଛି l ପର୍ଯ୍ୟାୟ କ୍ରମେ  ଏହି ମ୍ୟାଚ  ଦେଖିବା ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । କଟକରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃ୍ତ୍ବରେ ଓଡ଼ିଶା  ଦ୍ବିତୀୟ ଥର ପାଇଁ ଆୟୋଜନ କରୁଥିବାରୁ ଭୁପ୍ରଶଂସା କରିଥିଲେ  । ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକଙ୍କ ନେତୃତ୍ବରେ ହକିର  ଅନ୍ତୁଡ଼ିଶାଳ  ସୁନ୍ଦରଗଡ଼ର ରାଉଲକେଲାରେ  ବିଶ୍ବର ବୃହତ  ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମ କରି ପୁରା ଓଡ଼ିଶା ବିଶ୍ବର ଗୌରବ ଅର୍ଜନ କରିଛି  ।   ବିଶ୍ବକପ ହକି ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  ପାଖରୁ  ପ୍ରଶଂସାର ସୁଆ ଛୁଟୁଛି  । ଯାହା ପ୍ରତ୍ୟେକ ଓଡିଆଙ୍କ ପାଇଁ ଗର୍ବର କଥା  ।

ଡାକୋଟା ବିମାନକୁ ପୁଷ୍ପାଞ୍ଜଳି ଦେଇ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ…

() ଡାକୋଟା ବିମାନକୁ ପୁଷ୍ପାଞ୍ଜଳି ଦେଇ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ।

ଏହି ବିମାନରେ ବିଜୁ ବାବୁ ତାଙ୍କ ସାହସିକତାର ଶ୍ରେଷ୍ଠତ୍ଵ ପ୍ରତିପାଦନ କରିଥିଲେ – ମୁଖ୍ୟମନ୍ତ୍ରୀ।

{} ଭୁବନେଶ୍ଵରରେ ପହଞ୍ଚିଛି ବିଜୁ ବାବୁ ଙ୍କ ଐତିହାସିକ ଡାକୋଟା ବିମାନ । ଏହି ସୁବର୍ଣ୍ଣ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିମାନ ବନ୍ଦର ଠାରେ ବିମାନ ଉପରେ ପୁଷ୍ପ ବୃଷ୍ଟି କରି ସ୍ବାଗତ କରିଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନ ଆଜି ଭୁବନେଶ୍ଵରରେ ପହଞ୍ଚି ଥିବାରୁ ସେ ବହୁତ ଖୁସି। ଏହି ବିମାନରେ ବିଜୁ ବାବୁ ଅନେକ ସାହସିକ କାର୍ଯ୍ଯ କରିଛନ୍ତି। ଏହା ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ହେଉଛି ଇଣ୍ଡୋନେସିଆର ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଡଚ୍ ମାନଙ୍କ କବଜାରୁ ମୁକ୍ତ କରିବାରେ ଅପାର ସଫଳତା। ସେଥିରେ ବିଜୁ ବାବୁଙ୍କ ସହିତ କେବଳ ଜଣେ ସହ ପାଇଲଟ୍ ଥିଲେ, ସେ ହେଉଛନ୍ତି ‘ମୋ ମା’ ଜ୍ଞାନ୍ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ୍ ବିମାନ୍ ବନ୍ଦର କୁ ଯାଇଥିଲେ।

ଏହି ସ୍ୱାଗତ୍ ସମାରୋହରେ ମନ୍ତ୍ରୀ ଅଶୋକ ପଣ୍ଡା। ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ଅନନ୍ତ ନାରାୟଣ ଜେନା ,ସୁଶାନ୍ତ ରାଉତ ମେୟର ସୁଲୋଚନା ଦାସ, ବାଣିଜ୍ଯ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ, IT ବିଭାଗ ର ପ୍ରମୁଖ ସଚିବ ଶ୍ରୀ ମନୋଜ ମିଶ୍ର ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ଝାରସୁଗୁଡ଼ାରେ ଭାରତ ଯୋଡ଼ ଯାତ୍ରା – ଓଡ଼ିଶା କୁ ବିପୁଳ ଜନସମର୍ଥନ…

{} ଝାରସୁଗୁଡ଼ାରେ ଭାରତ ଯୋଡ଼ ଯାତ୍ରା – ଓଡ଼ିଶା କୁ ବିପୁଳ ଜନସମର୍ଥନ।

ଝାରସୁଗୁଡ଼ା ଜିଲ୍ଲାର ଯୁବକ ଯୁବତୀମାନଙ୍କୁ ସ୍ଥାନୀୟ ଶିଳ୍ପରେ ନିଯୁକ୍ତି ମିଳୁନାହିଁ – ଶରତ ପଟ୍ଟନାୟକ।

() ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସୁନ୍ଦରଗଡ଼ ଜିଲ୍ଲାର ଭସ୍ମାଠାରୁ \”ଭାରତ ଯୋଡ଼ ଯାତ୍ରା – ଓଡ଼ିଶା\’ର ଯାତ୍ରା ଆରମ୍ଭ ହୋଇଥିଲା । ଯାତ୍ରୀମାନେ ଆଜି ଦିନସାରା ଝାରସୁଗୁଡ଼ା ସହର ପରିକ୍ରମା କରିଥିଲେ । ଅପରାହ୍ନରେ ଝାରସୁଗୁଡ଼ାର ବୃନ୍ଦା ମଲ୍‌ଠାରେ ଆଜିର କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଗଣମାଧ୍ୟମକୁ କହିଥିଲେ ଯେ, ଝାରସୁଗୁଡ଼ା ଜିଲ୍ଲା ଓଡ଼ିଶାର ଶିଳ୍ପକେନ୍ଦ୍ର ହୋଇଥିବା ବେଳେ ଏଠିକାର ବାସିନ୍ଦା ଉପେକ୍ଷିତ ଏବଂ ଅବହେଳିତ । ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନାହିଁ । ରାଜ୍ୟର ବିଜେଡି ସରକାର ଓ କେନ୍ଦ୍ରର ବିଜେପି ସରକାର ଏଠିକାର କମ୍ପାନୀମାନଙ୍କ ଦ୍ୱାରା ଅନୁଗୃହୀତ ହେଉଛନ୍ତି । ଝାରସୁଗୁଡ଼ାର ଲୋକେ ଧୂଳି, ଧୂଆଁ ଖାଇ ରୋଗାଗ୍ରସ୍ତ ହେଉଛନ୍ତି । ମାତ୍ର ମୋଦି ସରକାର ଓ ନବୀନ ସରକାରଙ୍କୁ ସନ୍ତୁଷ୍ଟ କରି କମ୍ପାନୀର ମାଲିକମାନେ ମାଲେମାଲ୍ ହେଉଛନ୍ତି । ଝାରସୁଗୁଡ଼ାର ଯୁବକମାନଙ୍କର ସ୍ୱର ନରମି ଯାଉଛି । ନିଜର ଅଧିକାର ପାଇଁ ଲଢ଼େଇ କରନ୍ତୁ । କଂଗ୍ରେସ ଦଳ ସେମାନଙ୍କ ସହିତ ଅଛି । ଏଠି ବିଜେଡି ଓ ବିଜେପି ମାଫିଆରାଜ ଚଳାଇଛନ୍ତି । ଶିଳ୍ପମାନଙ୍କର ମନମାନି ବିରୁଦ୍ଧରେ ସାଧାରଣ ଜନତା ଦୁର୍ବାର ଆନ୍ଦୋଳନ କରନ୍ତୁ । ନିଜର ଅଧିକାର ପ୍ରାପ୍ତ ହୁଅନ୍ତୁ । ଝାରସୁଗୁଡ଼ା ଲୁଣ୍ଠିତ ହେଉଛି । ଏହାକୁ ଦେଖି ଏଠିକାର ଯୁବକ, ଛାତ୍ର, ବୁଦ୍ଧିଜୀବୀ ଓ ସମାଜସେବୀ ତଥା ସାମାଜିକ ସଂଗଠନ ନିର୍ଭୟରେ ପ୍ରତିବାଦ କରନ୍ତୁ ।ମୋଦି ଓ ନବୀନ ସରକାରଙ୍କର ମିଥ୍ୟା ପ୍ରତିଶ୍ରୁତି ଜନସାଧାରଣଙ୍କୁ ଭ୍ରମିତ କରିଥିଲା । ଭାରତ ଯୋଡ଼ ଯାତ୍ରା – ଓଡ଼ିଶା ସାଧାରଣ ଜନତାଙ୍କୁ ଜାଗ୍ରତ କରାଉଛି । ଆବାସ ଯୋଜନାରେ ଯେଉଁ ସର୍ତ୍ତ ରଖାଯାଇଛି, ଏହାକୁ ଶ୍ରୀ ପଟ୍ଟନାୟକ ନିନ୍ଦା କରିଛନ୍ତି । ଏହି ସର୍ତ୍ତ ଥିବା ଲୋକେ ଅଧାରୁ ଅଧିକ ଆବାସ ଯୋଜନା ପ୍ରାପ୍ତ ହୋଇଛନ୍ତି । କେବଳ ଜନସାଧାରଣଙ୍କୁ ଭୁଆଁ ବୁଲାଇବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ତାଲିକା ଦଳ ମତ ଆଧାରରେ କରାଯାଇଛି । ଏଥିରେ ବିଜୁ ଜନତା ଦଳର କର୍ମୀମାନେ ଅଧିକ ଉପକୃତ ହେବେ ।

ମୋଦି ଓ ନବୀନ ସରକାରଙ୍କର ନିଯୁକ୍ତି ପ୍ରତିଶ୍ରୁତି ଲଜ ୍ୟାଜନକ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ବର୍ଷକୁ ନବୀନଙ୍କର ୨ ଲକ୍ଷ ଓ ମୋଦିଙ୍କର ୨ କୋଟି ନିଯୁକ୍ତି ପ୍ରତିଶ୍ରୁତି ଆଜି ପ୍ରତାରଣରେ ପରିଣତ ହୋଇଛି । ନବୀନ ସରକାର ଓଡ଼ିଶାର ଯୁବକ ଯୁବତୀମାନଙ୍କୁ ଠକି ଦେଇଛନ୍ତି । ମୋଦି ସରକାର \”ପକୋଡ଼ା ବିକ୍ରି\’ ନିଯୁକ୍ତିର ଅଂଶବିଶେଷ ବୋଲି କହି ବେକାର ଯୁବକ ଯୁବତୀମାନଙ୍କୁ ଉପହାସ କରିଛନ୍ତି । ମୋଦି ଓ ବିଜେପି ଧର୍ମ, ଜାତି, ବର୍ଣ୍ଣ ଓ ଭାଷା ଆଧାରରେ ଭାରତକୁ ଖଣ୍ଡଖଣ୍ଡ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ମାନ୍ୟବର ରାହୁଲ ଗାନ୍ଧୀଙ୍କର \”ଭାରତ ଯୋଡ଼ ଯାତ୍ରା\’ ଭାରତର ଅଖଣ୍ଡତା, ଭ୍ରାତୃଭାବ ରକ୍ଷା ପାଇଁ ଉଦ୍ଦିଷ୍ଟ । ଓଡ଼ିଶାରେ ଭାରତ ଯୋଡ଼ ଯାତ୍ରା କଳଙ୍କିତ ନବୀନ ଶାସନର ପତନ ଘଟାଇବ । ଚାଷୀ, ଯୁବକ, ଦଳିତ, ଆଦିବାସୀ, ମହିଳା ସମସ୍ତେ ନବୀନ ପଟ୍ଟନାୟକଙ୍କ କୁଶାସନରେ ଅତିଷ୍ଠ । ଭାରତ ଯୋଡ଼ ଯାତ୍ରା ଜନଜାଗରଣ ସୃଷ୍ଟି କରୁଛି । ଏ ରାଜ୍ୟର ଉପେକ୍ଷିତ, ପତିତ, ଅତ୍ୟାଚାରିତ ଓ ଅବହେଳିତ ଜନତାର ସ୍ୱର ହେଉଛି ଭାରତ ଯୋଡ଼ ଯାତ୍ରା – ଓଡ଼ିଶା । ମୋଦି ଓ ନବୀନକୃତ ମହଙ୍ଗା ମାଡ଼ରୁ ନିସ୍ତାର ପାଇଁ ଭାରତ ଯୋଡ଼ର ଶାଣିତ ସ୍ୱରରେ ନିଜର ସ୍ୱର ମିଳେଇବାକୁ ସାଧାରଣ ଜନତାଙ୍କୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି । ଓଡ଼ିଶାର ଅର୍ଥନୈତିକ, ରାଜନୈତିକ ଓ ସାମାଜିକ ପରିବର୍ତ୍ତନ ପଇଁ ଭାରତ ଯୋଡ଼ ଯାତ୍ରାରେ ଅଂଶଗ୍ରହଣ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ଆଜି ସମ୍ବଲପୁର ଜିଲ୍ଲା ବିଜେଡିର ଉପସଭାପତି ଡଃ ସୁବାସ ନାୟକ ବିଧିବଦ୍ଧ ଭାବରେ ଶ୍ରୀ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ ।

ଆଜିର କାର୍ଯ୍ୟକ୍ରମରେ କିଶୋର ପଟେଲ, ବିରେନ୍ ପାଣ୍ଡେ, ପ୍ରଦୀପ ଦେବତା, ଅଶୋକ ମିଶ୍ର, ବୁଲୁ ପଣ୍ଡା, ମହେନ୍ଦ୍ର ନାୟକ, ଅମିତା ବିଶ୍ୱାଳ, ସଞ୍ଜୟ ତ୍ରିପାଠୀ, ଜ୍ଞାନ ପଟ୍ଟନାୟକ, ଦୀପକ ମହାପାତ୍ର, ମନୋଜ ସାହୁ,କୈଳାସ ସାହୁ, ମହମ୍ମଦ ସାହାଦୁଲ୍ଲା, ସୁବ୍ରତ ପ୍ରଧାନ, ଭାସ୍କର ପଟେଲ, ପ୍ରଫୁଲ୍ଲ ପାଣ୍ଡେ, କୃଷ୍ଣଚନ୍ଦ୍ର ଭୋଇ, ସାହାରୁକ୍ ଖାଁ, ତରୁଣ ପାଣ୍ଡେ ଓ ରାହୁଲ ଠାକୁର ପ୍ରମୁଖ ଅଂଶଗ୍ରହଣ କରିଥିଲେ ବୋଲି ଭାରତ ଯୋଡ଼ ଯାତ୍ରା – ଓଡ଼ିଶାର ମିଡିଆ ଇନ୍‌ଚାର୍ଜ ପ୍ରକାଶ ମିଶ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।

ସମ୍ ହସ୍ପିଟାଲ୍ ଦ୍ୱିତୀୟ କ୍ୟାମ୍ପସ୍ ନିର୍ମାଣ ଘଟଣା…

{}ସମ୍ ହସ୍ପିଟାଲ୍ ଦ୍ୱିତୀୟ କ୍ୟାମ୍ପସ୍ ନିର୍ମାଣ ଘଟଣା,

ଏନ୍‌ଜିଟିଙ୍କ ରହିତାଦେଶ ଉପରେ ହାଇକୋର୍ଟଙ୍କ ରୋକ।

() ଭୁବନେଶ୍ୱର ଉପକଣ୍ଠ ଫୁଲନଖରାଠାରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ୟାମ୍ପସ-୨ ନିର୍ମାଣ ପ୍ରସଙ୍ଗରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନ୍‌ଜିଟି) ଡିସେମ୍ବର ୧୨, ୨୦୨୨ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ଉପରେ ପରବର୍ତୀ ଶୁଣାଣି ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ।

ସମ୍ ହସ୍ପିଟାଲ୍ ଦ୍ୱିତୀୟ କ୍ୟାମ୍ପସ୍ ନିର୍ମାଣ କ୍ଷେତ୍ରରେ ହାଇକୋର୍ଟ ହସ୍ତକ୍ଷେପ କରିବା ସହ ସମ୍ପୃକ୍ତ ଜମିରେ ସମସ୍ତ ନିର୍ମାଣ କାର୍ଯ୍ୟ କ୍ଷେତ୍ରରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନ୍‌ଜିଟି) ଲାଗୁ କରିଥିବା ରହିତାଦେଶ ଉପରେ ରୋକ ଲଗାଇଛନ୍ତି । ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ଦର୍ଶାଇଛନ୍ତି ଯେ, ସମ୍ ହସ୍ପିଟାଲ୍ ଦ୍ୱିତୀୟ କ୍ୟାମ୍ପସ୍ ପ୍ରକଳ୍ପକୁ ଇତିମଧ୍ୟରେ ଜଙ୍ଗଲ ଓ ପରିବେଶ ମନ୍ତଣାଳୟ ପକ୍ଷରୁ ପରିବେଶ ମଞ୍ଜୁରି ମିଳିସାରିଛି । ତେଣୁ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ଏହି ଆଧାର (ବିନା ପରିବେଶ ମଞ୍ଜୁରିରେ ନିର୍ମାଣ) ନିରର୍ଥକ ହୋଇଯାଇଛି । ଏହା ବ୍ୟତୀତ ଟ୍ରିବ୍ୟୁନାଲ୍‌ଙ୍କ ମତରେ ଯାହା ନିର୍ମାଣ କାର୍ଯ୍ୟ ବୋଲି କୁହାଯାଉଛି, ତାହା ବାସ୍ତବରେ କେବଳ ଜମି ସୀମା ଘେରାଯିବା ପାଇଁ ପାଚେରି କାମ ଥିଲା । ଏହାକୁ ନିର୍ମାଣ କାର୍ଯ୍ୟ ବୋଲି କୁହାଯାଇପାରିବ ନାହିଁ । ପ୍ରତିପକ୍ଷଙ୍କୁ ନିଜର ପକ୍ଷ ରଖିବା ପାଇଁ ସୁଯୋଗ ନ ଦେଇ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଏକପାଖିଆ ନିର୍ଦ୍ଦେଶ ଜାରି କରିଛନ୍ତି ବୋଲି ମାନ୍ୟବର ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ଦର୍ଶାଇଛନ୍ତି ।

ହାଇକୋର୍ଟ କହିଛନ୍ତି, ଯେଉଁ ଜମିକୁ ନୟନଜୋରି କିସମ ବୋଲି ଆବେଦନକାରୀ ଦର୍ଶାଇଛନ୍ତି ତାହା ପ୍ରକୃତରେ ରାସ୍ତା କଡ଼ ଜଳପ୍ରବାହ ସ୍ଥଳ । ଏହାକୁ ନୟନଜୋରି କୁହାଯାଇପାରିବ ନାହିଁ । ଏହା ବ୍ୟତୀତ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ସଂପୃକ୍ତ ଜମି ପ୍ରକଳ୍ପ ନିର୍ମାଣ ପାଇଁ ଦେଇଛନ୍ତି । ଏହା କେଉଁ କିସମର ଏବଂ ଏଠାରେ ନିର୍ମାଣ ସମ୍ଭବ କି ନାହିଁ ତାହା ବିଚାର କରି ବିଭାଗ ଜମି ଦେଇଛନ୍ତି । ସଂପୃକ୍ତ ଜମିରେ ଏକଦା ପ୍ରାଚୀ ନଦୀ ପ୍ରବାହିତ ହେଉଥିଲା ବୋଲି ଯାହା ଦାବୀ କରାଯାଇଛି ତାହାର କୌଣସି ଭିତି କିମ୍ବା ତଥ୍ୟ ପ୍ରମାଣ ନାହିଁ । ପରବର୍ତୀ ତାରିଖ (ଫେବୃଆରୀ ୧୬) ଯାଏ ଗ୍ରୀନ୍ ଟ୍ରିବ୍ୟୁନାଲ୍‌ଙ୍କ ରହିତାଦେଶ ଉପରେ ଏହି ରୋକ ବଳବତର ରିହବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାରେ ଉଲ୍ଲେଖ କରାଯାଇଥିବା ଜମିରେ ଅନ୍ୟାଦେଶ ପର୍ଯ୍ୟନ୍ତ ସବୁପ୍ରକାର ନିର୍ମାଣ କାର୍ଯ୍ୟ ଉପରେ ଏନ୍‌ଜିଟି ରହିତାଦେଶ ଜାରି କରି ପ୍ରଦାନ କରିଥିବା ନିର୍ଦ୍ଦେଶ ବିରୋଧରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଚାରିଟେବଲ ଏଜୁକେସନ୍ ସୋସାଇଟି ଦାୟର କରିଥିବା ମାମଲାରେ ହାଇକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି । ଫେବୃଆରି ୧୬କୁ ମାମଲାର ପରବର୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । ଡକ୍ଟର ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନ୍‌ଜିଟି ନିର୍ଦ୍ଦେଶ ବିରୋଧରେ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ଏନ୍‌ଜିଟିରେ ଆବେଦନକାରୀଙ୍କ ତରଫରୁ ଆବେଦନ ଦାୟର କରାଯାଇ ପରିବେଶ ମଞ୍ଜୁରୀ ମିଳି ନଥିବା ବେଳେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବା ଦର୍ଶାଯାଇଥିଲା । ଗତ ଡିସେମ୍ବର ୧୨ରେ ମାମଲାର ଶୁଣାଣି କରି ଏନ୍‌ଜିଟି ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିବା ସହିତ ନିର୍ମାଣ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ । ଅନ୍ୟ ପକ୍ଷରେ ହାଇକୋର୍ଟରେ ଦାୟର ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ୨୦୨୩ ଜାନୁଆରି ୩ରେ କେନ୍ଦ୍ର ସରକାର ଏହି ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥି ସହିତ ଆବେଦନକାରୀଙ୍କ ପକ୍ଷ ନ ଶୁଣି ଏନ୍‌ଜିଟି ଅନ୍ତରୀଣ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଏଭଳି ସ୍ଥିତିରେ ଏନ୍‌ଜିଟି ନିର୍ଦ୍ଦେଶ ବିରୋଧରେ ଦାୟର ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ଉପରୋକ୍ତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

ହସ୍ପିଟାଲ୍ ନିର୍ମାଣ ହେଲେ ଏହା ଦ୍ୱାରା ସବୁବର୍ଗର ଲୋକେ ଉପକୃତ ହେବେ । ଉପଯୁକ୍ତ, ଉତମ ଏବଂ ଅଧିକ ମାତ୍ରାରେ ଲୋକମାନଙ୍କୁ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇପାରିବ । ଉତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ହେଉ ଅଥବା କୋଭିଡ ମହାମାରୀ ସମୟରେ ଜନସାଧାରଣଙ୍କର ଚିକିତ୍ସା ଓ ଜୀବନ ରକ୍ଷା ହେଉ, ସବୁ କ୍ଷେତ୍ରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ନିରନ୍ତର ଓ ନିଃସ୍ୱାର୍ଥପର ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛି । ଏଭଳି କ୍ଷେତ୍ରରେ ସମ୍ ହସ୍ପିଟାଲ୍‌ର ଦ୍ୱିତୀୟ କ୍ୟାମ୍ପସ ପ୍ରକଳ୍ପକୁ ବନ୍ଦ କରିବା ନେଇ କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀଙ୍କର ଚକ୍ରାନ୍ତ ନିନ୍ଦନୀୟ ବୋଲି ଚର୍ଚ୍ଚା ହେଉଛି ।

ମୋ ସରକାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ…

() ମୋ ସରକାର ସମୀକ୍ଷା

ଜିଲ୍ଲାପାଳମାନେ ଅଧିକ ଫିଡ୍‌ବ୍ୟାକ ସଂଗ୍ରହ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

ସ୍ବାସ୍ଥ୍ୟ ବିଭାଗର ଫିଡ୍‌ବ୍ୟାକ ସର୍ବୋତ୍ତମ

ସବ୍‌ରେଜିଷ୍ଟର ଅଫିସ, ବିଲ୍‌ଡିଂ ପ୍ଲାନ ଅନୁମୋଦନ, ବିଲ୍‌ ପ୍ରଦାନ, ଜାତିଗତ ପ୍ରମାଣପତ୍ର ଆଦି ପ୍ରଦାନ କ୍ଷେତ୍ରରେ ଅଧିକ ପାରଦର୍ଶିତାର ସହ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ।

ପେନ୍‌ସନ ପ୍ରଦାନରେ ବ୍ୟବସ୍ଥାଗତ ତ୍ରୁଟି ସଂଶୋଧନ ପାଇଁ ପଦକ୍ଷେପ ନେବାକୁ ନିଷ୍ପତ୍ତି।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା କରି ଜିଲ୍ଲାସ୍ତରରେ ଅଧିକ ଫିଡବ୍ୟାକ ସଂଗ୍ରହ କରିବାପାଇଁ ନିର୍ଦ୍ଦେଶ ଦେବା ସହିତ ମୁଖ୍ୟ ଶାସନ ସଚିବ ଏ ସଂପର୍କରେ ସମୀକ୍ଷା କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ବିଭିନ୍ନ ବିଭାଗ ସେମାନଙ୍କ ଡାଟାବେସ୍‌କୁ ସୁଦୃଢ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।ସୂଚନାଯୋଗ୍ୟ ଯେ ମୋ ସରକାର କାର୍ଯ୍ୟକ୍ରମରେ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଫୋନକଲ୍‌ ଜରିଆରେ ସେମାନେ କିଭଳି ବ୍ୟବହାର ପାଇଲେ ବା ତାଙ୍କ ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉଛି କି ନାହିଁ, ସେ ସଂପର୍କରେ ଜାଣିବା ପାଇଁ ବ୍ୟବସ୍ଥା ରହିଛି । ୨୦୧୯ ଅକ୍ଟୋବର ୨ ତାରିଖରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଗତ ବର୍ଷ ମଇ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ଏହାର ସମୀକ୍ଷା କରିଥିଲେ । ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ମିଶନ ଶକ୍ତି ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା କରାଯାଇଥିଲା ।

ବୈଠକରେ ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ୩୧ଟି ବିଭାଗର ୨୬୩ଟି ସେବା ମୋ ସରକାର ଅଧୀନକୁ ଆସିଛି । ଆଜି ପର୍ଯ୍ୟନ୍ତ ସମୁଦାୟ ୩.୭୭ କୋଟି ଫିଡବ୍ୟାକ ସଂଗ୍ରହ କରାଯାଇଛି । ମୋ ସରକାରର ୧୧ଟି ପାରାମିଟରରୁ ୯ଟି ପାରାମିଟରରେ ଉନ୍ନତି ଆସିଛି। ସମସ୍ତ ବିଭାଗର ସାମଗ୍ରିକ ପ୍ରଦର୍ଶନ ଦୃଷ୍ଟିରୁ ୯୪.୯ ପ୍ରତିଶତ ଫିଡବ୍ୟାକ ଆଉଟଷ୍ଟାଣ୍ଡିଂଙ୍ଗ ବା ସର୍ବୋତ୍ତମ ରହିଛି ।ସମୀକ୍ଷାରୁ ଜଣାଯାଇଥିଲା ଯେ ସ୍ବାସ୍ଥ୍ୟ ବିଭାଗର ପ୍ରଦର୍ଶନ ସର୍ବୋତ୍ତମ ରହିଛି। ବିଶେଷକରି ସରକାରୀ ଡାକ୍ତରଖାନା ମାନଙ୍କରେ ମିଳୁଥିବା ସେବା ସଂପର୍କରେ ଜନସାଧାରଣଙ୍କ ଫିଡବ୍ୟାକ ବହୁତ ଭଲ ରହିଛି । ୯୯ ପ୍ରତିଶତରୁ ଅଧିକ ମତ ଉତ୍ତମ ବୋଲି ଜଣାଯାଇଛି। ସେହିପରି ବେସରକାରୀ ଡାକ୍ତରଖାନା ଗୁଡିକରେ ୯୮ ପ୍ରତିଶତ ଫିଡବ୍ୟାକ ଉତ୍ତମ ରହିଛି। ବିଶେଷକରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ଫିଡବ୍ୟାକ ନିଆଯାଇଛି । ଗୃହ ନିର୍ମାଣ ଓ ନିଗର ଉନ୍ନୟନ ବିଭାଗ କାମରେ ମଧ୍ୟ ଉନ୍ନତି ଆସିଛି ବୋଲି ଜଣାଯାଇଛି ।

ସମୀକ୍ଷାରୁ ଜଣାଯାଇଛି ଯେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ୯୬ ପ୍ରତିଶତ, ରାଜସ୍ବ ବିଭାଗର ୯୮ ପ୍ରତିଶତ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୯୨ ପ୍ରତିଶତ ଫିଡବ୍ୟାକ ଅତି ଉତ୍ତମ ରହିଛି । ମିଶନ ଶକ୍ତି ବିଭାଗ ଅପେକ୍ଷାକୃତ ନୂତନ ବିଭାଗ ହୋଇଥିବାରୁ ଏହାର ଫିଡବ୍ୟାକ ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି।ସମୀକ୍ଷାରୁ ଜଣାଯାଇଥିଲା ଯେ ସବ୍‌ରେଜିଷ୍ଟର ଅଫିସ, ବିଲ୍‌ଡିଂ ପ୍ଲାନ ଅନୁମୋଦନ, ବିଲ୍‌ ପ୍ରଦାନ, ଜାତିଗତ ପ୍ରମାଣପତ୍ର ଆଦି ପ୍ରଦାନ କ୍ଷେତ୍ରରେ ସମସ୍ୟା ରହୁଛି ବୋଲି ଫିଡବ୍ୟାକରୁ ଜଣାଯାଇଛି। ଏସବୁ କ୍ଷେତ୍ରରେ ଅଧିକ ପାରଦର୍ଶିତାର ସହ କାମ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତ ବିଭାଗ ନିଜ ନିଜର ସେବା ପ୍ରଦାନ କାର୍ଯ୍ୟକ୍ରମ ଗୁଡିକୁ ଅତ୍ୟନ୍ତ ଦକ୍ଷତାର ସହ ତୁଲାଇବାର ଆବଶ୍ୟକତା ରହିଛି।ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର କହିଲେ ଯେ ଗତ ସମୀକ୍ଷା ଠାରୁ ବର୍ତ୍ତମାନ ମଧ୍ୟରେ ଫିଡବ୍ୟାକ ବ୍ୟବସ୍ଥାରେ ଯଥେଷ୍ଟ ଉନ୍ନତି ଆସିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁଯାୟୀ ଜିଲ୍ଲାସ୍ତରରେ ଉତ୍ତମ ଫିଡବ୍ୟାକ ସଂଗ୍ରହ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ ।

ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା କହିଲେ ଯେ ମୋ ସରକାର କାର୍ଯ୍ୟକ୍ରମ ଯୋଗୁ ବିଭିନ୍ନ ବିଭାଗର କ୍ଷେତ୍ରସ୍ତରୀୟ ପ୍ରଦର୍ଶନରେ ଯଥେଷ୍ଟ ଉନ୍ନତି ଆସିଛି । ସେଥିପାଇଁ ଅଭିଯୋଗର ପରିମାଣ ମଧ୍ୟ କମିଛି ବୋଲି ସେ କହିଥିଲେ।ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କହିଲେ ଯେ ସରକାରୀ ସେବା ପାଉଥିବା ବିଭିନ୍ନ ଲୋକଙ୍କ ଠାରୁ ମତାମତ ଗ୍ରହଣ କରି ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ଓ ପ୍ରଶାସନିକ ବ୍ୟବସ୍ଥା ସଂପର୍କରେ ଜାଣିବା ଏବଂ ତଦ୍‌ନୁଯାୟୀ ପଦକ୍ଷେପ ନେବା ହେଉଛି ମୋ ସରକାରର ଲକ୍ଷ୍ୟ । ଏଥିରେ ଫିଡବ୍ୟାକ ବ୍ୟବସ୍ଥାକୁ ସୁଦୃଢ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଉଦାହରଣ ଦେଇ ସେ କହିଲେ ଯେ ଅବସର ଗ୍ରହଣ କରୁଥିବା କର୍ମଚାରୀମାନଙ୍କ ପେନ୍‌ସନ କ୍ଷେତ୍ରରେ ବ୍ୟବସ୍ଥାଗତ ସମସ୍ୟା ରହିଛି । ତେଣୁ ଏହାର ନିରାକରଣ ପାଇଁ ବ୍ୟବସ୍ଥାରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ବୈଠକରେ ନିଷ୍ପତ୍ତି ଅନୁଯାୟୀ ଆଗକୁ ଏ ସଂପର୍କରେ ଅଧିକ ଆଲୋଚନା କରାଯାଇ ବ୍ୟବସ୍ଥାଗତ ପରିବର୍ତ୍ତନ ପାଇଁ ପଦକ୍ଷେପ ନିଆଯିବ।

ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ, ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗର ପ୍ରମୁଖ ସଚିବ, ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ନିଜ ନିଜ ବିଭାଗର ମୋ ସରକାର ତଥ୍ୟ ଉପସ୍ଥାପନ କରିଥିଲେ । ଇଲେକ୍ଟଟ୍ରୋନିକ୍‌ସ ଓ ଆଇଟି ବିଭାଗର ପ୍ରମୁଖ ସଚିବ ମୋ ସରକାର କାର୍ଯ୍ୟକ୍ରମର ସାମଗ୍ରିକ ତଥ୍ୟ ଉପସ୍ଥାପନ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୫ଟି ଗ୍ରୀଡ ସବ୍‌ଷ୍ଟେସନ ଲୋକାର୍ପିତ

0

() ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୫ଟି ଗ୍ରୀଡ ସବ୍‌ଷ୍ଟେସନ ଲୋକାର୍ପିତ

୨୫୦ କୋଟି ଖର୍ଚ୍ଚ, ୪ଟି ଜିଲ୍ଲାର ୨ ଲକ୍ଷ ଲୋକ ଉପକୃତ ହେବେ।

  ଜୀବନଧାରଣର ମାନରେ ଉନ୍ନତି ପାଇଁ ବିଦ୍ୟୁତ ଭିତ୍ତିଭୂମିର ବିକାଶ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି – ମୁଖ୍ୟମନ୍ତ୍ରୀ।

ବିଦ୍ୟୁତ ଅପଚୟ ନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ।

 OCPL ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ କୋଟି ଟଙ୍କା ପ୍ରଦାନ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୪ଟି ଜିଲ୍ଲାରେ ୫ଟି ଉଚ୍ଚକ୍ଷମତା ସମ୍ପନ୍ନ ଗ୍ରୀଡ ସବ୍‌ଷ୍ଟେସନ ଉଦ୍‌ଘାଟନ କରିଛନ୍ତି। ଏଥିପାଇଁ 254 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ସ୍ଥାନଗୁଡିକ ହେଲା ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ, ମାଲକାନଗିରିର କାଲିମେଳା, ସୁବର୍ଣ୍ଣପୁରର ବୀରମହାରାଜପୁର ଓ କଟକ ଜିଲ୍ଲାର ଗୋଡିସାହି ଓ ବହୁଗ୍ରାମ। ଏହାଦ୍ବାରା ଏହି ୪ଟି ଜିଲ୍ଲାର ୨ ଲକ୍ଷ ଲୋକ ଉପକାର ପାଇବେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜନସାଧାରଣଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ ଉତ୍ତମ ବିଦ୍ୟୁତଶକ୍ତିର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ବିଦ୍ୟୁତ ସଂପ୍ରସାରଣ ଓ ଆବଣ୍ଟନ ଭିତ୍ତିଭୂମିର ବିକାଶ ଉପରେ ସ୍ବତନ୍ତ୍ର ଧ୍ୟାନ ଦେଉଛନ୍ତି।

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଉଦ୍‌ଘାଟନ କରି ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ କୃଷି, ଶିଳ୍ପ ଓ ସାଧାରଣ ଜୀବନଯାପନ ସବୁ କ୍ଷେତ୍ରରେ ଉତ୍ତମ ଓ ନିରବଚ୍ଛିନ୍ନ ବିଦ୍ୟୁତର ଆବଶ୍ୟକତା ରହିଛି । ବିଜୁଳି ଶକ୍ତି ଆମ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ତେଣୁ ଏହାକୁ ଅଯଥାରେ ନଷ୍ଟ ନ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ।  ସୂଚନାଯୋଗ୍ୟ ଯେ ରାଜ୍ୟରେ ବିଦ୍ୟୁତ ସଂପ୍ରସାରଣ କ୍ଷେତ୍ରରେ ଏକ ଦୃଢ ଭିତ୍ତିଭୂମିର ବିକାଶ କରାଯାଇଛି। ବର୍ତ୍ତମାନ ରାଜ୍ୟରେ ୧୮୫ଟି Extra High Voltage Grid Sub-Station ଥିବାବେଳେ ୧୬,୦୦୦ ସର୍କିଟ କିଲୋମିଟର ନେଟୱାର୍କ ରହିଛି।

କାର୍ଯ୍ୟକ୍ରମରେ ଯୋଗ ଦେଇ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ଆଜି ଓଡିଶା ବିଦ୍ୟୁତ ଶକ୍ତିରେ ଏକ ବଳକା ରାଜ୍ୟ ହୋଇପାରିଛି । ଓଡିଶାର ଶକ୍ତି ବିତରଣ ବ୍ୟବସ୍ଥାକୁ ସୁଦୃଢ କରି ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ସଫଳ ହେଉଛି ବୋଲି ସେ ମତ ଦେଇଥିଲେ ।ଏହି ଅବସରରେ ଓଡିଶା କୋଲ୍‌ ଆଣ୍ଡ ପାୱାର ଲିମିଟେଡ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଓ ମୁଖ୍ୟ ଶାସନ ସଚିବଙ୍କୁ ଏହି ପରିମାଣର ଚେକ୍‌ ପ୍ରଦାନ କରାଯାଇଥିଲା। ଅତି ଅଳ୍ପ ସମୟ ମଧ୍ୟରେ ରାଜ୍ୟ ସରକାରଙ୍କ ଏହି ସଂସ୍ଥା ଲାଭ କରିପାରିଥିବାରୁ ମୁଖ୍ୟମନ୍ତ୍ରୀ ଏହାର ଉଚ୍ଚପ୍ରଶଂସା କରିଥିଲେ। ୨୦୨୨-୨୩ର ପ୍ରଥମ ୬ ମାସ ମଧ୍ୟରେ OCPL ୬୨୬ କୋଟି ଟଙ୍କା ଲାଭ କରିଛି ଏବଂ କୋଇଲା ଉତ୍ପାଦନରେ ୬୦ ପ୍ରତିଶତ ବୃଦ୍ଧି ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ବୀରମହାରାଜପୁର ବିଧାୟକ ଶ୍ରୀ ପଦ୍ମନାଭ ବେହେରା ଓ ବାଙ୍କୀ ବିଧାୟକ ଶ୍ରୀ ଦେବୀରଂଜନ ତ୍ରିପାଠୀ ପ୍ରମୁଖ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଗ ଦେଇ ରାଜ୍ୟରେ ବିଦ୍ୟୁତ ଶକ୍ତିର ବିକାଶ ଓ ଶିଳ୍ପାୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ପାଇଁ ଧନ୍ୟବାଦ ଦେଇଥିଲେ।ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସକ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ OPTCLର ଅଧ୍ୟକ୍ଷ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଶକ୍ତି ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ ।

ବଡମ୍ବା ଦଳ ଚକଟା ରେ ମୁଖ୍ୟମନ୍ତ୍ରୀ ଙ୍କ ଶୋକ….

() ବଡମ୍ବା ଦଳ ଚକଟା ରେ ମୁଖ୍ୟମନ୍ତ୍ରୀ ଙ୍କ ଶୋକ,

ମୃତକ ଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଞ୍ଚ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା।

{} ଆଜି ମକର ମେଳା ରେ କଟକ ଜିଲ୍ଲା ବଡ଼ମ୍ବା ନୃସିଂହନାଥ ପୀଠରେ ଦଳାଚକଟା ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣା ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ପାଞ୍ଚ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି. ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

ଏହି ଘଟଣାରେ ଆହତ ମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ଏବଂ ଆହତ ଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଭାରତ ଯୋଡ଼ ଓଡ଼ିଶା ପରିବର୍ତନ ଯାତ୍ରା ଆଜି ତଲସରା ନିର୍ବାଚନ ମଣ୍ଡଳୀ ଇକମାରେ ପଂହଚିଲା…..

() ଗତ ଜାନୁୟାରୀ ୯ ତାରିଖରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଓଡ଼ିଶା ପରିବର୍ତନ ଯାତ୍ରା ଆଜି ସୁନ୍ଦରଗଡ଼ ଜିଲ୍ଲା ତଲସରା ନିର୍ବାଚନ ମଣ୍ଡଳୀର ଖୁଟ୍‌ମୁଣ୍ଡାରୁ ଆରମ୍ଭ ହୋଇ ବଡ଼ଗାଁରେ ପ୍ରଥମ ପର୍ଯ୍ୟାୟରେ ପଂହଚିଲା । ଆପରାହ୍ନରେ ପଦଯାତ୍ରା ବଡ଼ଗାଁରୁ ବାହାରି ଦୀର୍ଘ ୨୩ କି.ମି. ଅତିକ୍ରମ କରି ଇକ୍‌ମା ଠାରେ ପଂହଚିଲା । ଏହି ପଦଯାତ୍ରା ସମୟରେ ବଡ଼ଗାଁ ଠାରେ ୧୦୪ ବର୍ଷର ବୃଦ୍ଧ ଗୋକୁଳାନନ୍ଦ ନାୟକ ଯିଏକି ପୂର୍ବତନ ଯୁବ କଂଗ୍ରେସ ସଭାପତିଥିଲେ, ଆଜି ସେ ପଦଯାତ୍ରାରେ ସାମିଲ ହୋଇଥିଲେ । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଶ୍ରୀଯୁକ୍ତ ଗୋକୁଳାନନ୍ଦ ନାୟକଙ୍କୁ ପୁଷ୍ପମାଲ୍ୟ ଏବଂ ଉତରୀୟ ପ୍ରଦାନକରି ଏହି ପଦଯାତ୍ରାରେ ଅଂଶଗ୍ରହଣ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ସମୟରେ ଶ୍ରୀଯୁକ୍ତ ପଟ୍ଟନାୟକ ବଡ଼ଗାଁ ଠାରେ ଭାରତ ଯୋଡ଼ ଯାତ୍ରା ସମୟରେ କଂଗ୍ରେସ ସାଂସଦ ଶ୍ରୀଯୁକ୍ତ ସନ୍ତୋକ ସିଂ ଚୌଧୁରୀଙ୍କ ଆକସ୍ମିତ ନିଧନ ଯୋଗୁଁ ଏକ ଶୋକସଭା ହୋଇଥିଲା । ସମସ୍ତ ନେତୃବର୍ଗ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ । ଏହାପରେ ସେଠାରେ ଏକ ସାଧାରଣ ସଭାରେ ତଲସରା ନିର୍ବାଚନ ମଣ୍ଡଳୀର ଜନସାଧାରଣ, କୃଷକ, ଶ୍ରମିକ, ଯୁବକ, ମହିଳା ଓ ବୁଦ୍ଧୀଜୀବିଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଦୀର୍ଘ ୨୨ ବର୍ଷର ସରକାର ଓଡ଼ିଶାର ବିକାଶ କରିବା ପରିବର୍ତେ କିଛି ନିର୍ଦ୍ଦିଷ୍ଟ ବାବୁ ମାନଙ୍କର ବିକାଶରେ ଲାଗିପଡ଼ିଛି । ଏ ଅଂଚଳର ଅଧିବାସୀ ଖଣି, ଖାଦାନ ଓ ଶିଳ୍ପରୁ ନିର୍ଗତ ହେଉଥିବା ଧୂଆଁ, ଧୂଳି ଖାଇ ବଂଚିବା ହେଉଛି ଏମାନଙ୍କ ପାଇଁ ସାର । ଶିଳ୍ପ ପାଇଁ ଯେଉଁମାନେ ଜମି ହରାଇଛନ୍ତି ଏବଂ ଏ ଅଂଚଳରେ ଲୋକମାନେ ସେହି ସବୁ କଳକାରଖାନାରେ ୭୦ଭାଗ ନିଯୁକ୍ତି ପାଇବା କଥା କିନ୍ତୁ ୭୦ଭାଗ ତ ଦୁରେ ଥାଉ ୩୦ ଭାଗ ଲୋକ ମଧ୍ୟ ନିଯୁକ୍ତି ପାଉନାହାନ୍ତି । ଜିଲ୍ଲା ଖଣିଜ ସଂପଦ ପାଣ୍ଠି ଏ ଖଣି ଅଂଚଳର ଜନସାଧାରଣଙ୍କୁ ସ୍ୱଚ୍ଛ ପିଇବାପାଣି, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ପାଇଁ ତାଲିମ ଇତ୍ୟାଦି ପ୍ରଦାନ କରିବାପାଇଁ ଖର୍ଚ୍ଚ ହେବା କଥା କିନ୍ତୁ ଏ ପଇସାକୁ ଅନ୍ୟ ଅର୍ଥରେ ଖର୍ଚ୍ଚ କରାଯାଉଛି । ନିଜର ଏବଂ ନିଜ ବାପାଙ୍କର କେବଳ ପ୍ରଚାର ଓ ପ୍ରସାର କରିବା ଛଡ଼ା ଅନ୍ୟ କିଛି ହେଉନାହିଁ । ୨୨ ବର୍ଷର ସରକାର ଏ ଅଂଚଳର ସାମାନ୍ୟ ପାଣି ଟିକିଏ ପିଇବା ପାଇଁ ଯୋଗାଇ ଦେଉନାହାନ୍ତି । ତାହାହେଲେ ବିକାଶ କେଉଁଠି ଓ କେବେ ହେଉଛି । ଏ ଅଂଚଳର ଜନସାଧାରଣ ଓଡ଼ିଶାବାସୀକି ନୁହେଁ ଏ କଥାର ଉତର କିଏ ଦେବ । କଂଗ୍ରେସ ସରକାର ଆସିଲେ ରାଜ୍ୟର ଯୁବକ ମାନଙ୍କ ସ୍ୱାର୍ଥ ସହିତ ସାଲିସ କରାଯିବ ନାହିଁ । ଖଣି ଅଂଚଳର ପଇସା କେବଳ ସେହି ଅଂଚଳର ବିକାଶ ପାଇଁ ଖର୍ଚ୍ଚ କରାଯିବ । କୃଷକ ମାନଙ୍କ କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ସହିତ ପ୍ରୋତ୍ସାହନ ରାଶି ଦିଆଯିବ । ପ୍ରତ୍ୟେକ ଜିଲ୍ଳାରେ କୃଷିଭିର୍ତିକ ଶିଳ୍ପ କରାଯିବ ଏବଂ ଏହାକୁ ବଜାର ସହିତ ଯୋଡ଼ା ଯିବ । ପ୍ରତ୍ୟେକ ଜିଲ୍ଳା ଏବଂ ବ୍ଲକରେ ଶୀତଳଭଣ୍ଡାର ଏବଂ ଗୋଦାମଘର ମାନ ପ୍ରତିଷ୍ଠା କରାଯିବ । ବିଜୁଳି ଦର ଉପରେ ଅଂକୁଶ ଲଗାଯିବ । ମହିଳାମାନଙ୍କ ନିରାପତା ଓ ରୋଜଗାର କଂଗ୍ରେସ ଦଳର ପ୍ରାଥମିକତା ହେବ । ଆଜି ପବିତ୍ର ମକରସଂକ୍ରାନ୍ତି । ଓଡ଼ିଶାର ଗଣପର୍ବ । ସୂର୍ଯ୍ୟଙ୍କର ଉତରାୟଣ ଗତି । ଏଭଳି ଏକ ଦୁଲର୍ଭ ସମୟରେ ଓଡ଼ିଶାବାସୀଙ୍କୁ ବିନ୍ରମତା ସହିତ ଅନୁରୋଧ କରୁଛି ଆପଣ କଂଗ୍ରେସକୁ ଆଶୀର୍ବାଦ କରନ୍ତୁ । କଂଗ୍ରେସ ସରକାର ଗଢ଼ିଲେ ଓଡ଼ିଶାର ପ୍ରଗତି ଅନିବାର୍ଯ୍ୟ । ଏହି ପଦଯାତ୍ରାର ଜିଲ୍ଳା କଂଗ୍ରେସ ସଭାପତି ବେଣୁମାଧବ ତ୍ରିପାଠୀ, ବିଧାୟକ ସିଏସ ରାଜନ ଏକା, ସନ୍ତୋଷ ସିଂ ସାଲୁଜା, ମାନସ ମଲ୍ଲିକ, ମନୋଜ ସାହୁ, ବିଦୁଭୂଷଣ ତ୍ରିପାଠୀ, ବିରେନ ସେନାପତି, ରବି ରାୟ, ରାଜକିଶୋର ଷଡ଼ଙ୍ଗୀ, ବାଙ୍କନିଧି ବେହେରା, ଶୁଭେନ୍ଦୁ ନାୟକ, ଚିନ୍ତାମଣି ସାହୁ, ସଂଜୟ ତ୍ରିପାଠୀ, ଦୀପକ କୁମାର ମହାପାତ୍ର, ସରୋଜିନୀ ଲାକ୍ରା, ଅହଲ୍ୟା ଲାକ୍ରା,ଅମିତା ବିଶ୍ୱାଳ, କୈଳାସ ସାହୁ, ମନୁ ସରଫା, ଆଲବେଟ କିଲୋ ଏବଂ ବହୁ କଂଗ୍ରେସ ନେତୃବର୍ଗ, କୃଷକ ନେତା, ଶ୍ରମିକ ନେତା ଯୋଗଦେଇଥିଲେ ବୋଲି ପିସିସି ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news