କ୍ୟାରିୟର ଗଠନ ନିମନ୍ତେ ସୋଆର ପୁରାତନ ଛାତ୍ରଙ୍କ ଦ୍ୱାରା ଦୁଇଟି ପୁସ୍ତକ ରଚିତ…

() ଛାତ୍ରଛାତ୍ରୀମାନେ ବୃତିଗତ ଦୁନିଆରେ ଓ ପ୍ରତିଯୋଗିତାମୂଳକ ପରିବେଶରେ ନିଜ ସ୍ଥିତିକୁ ସୁଦୃଢ଼ କରିବାର ମନ୍ତ୍ର ଦେବାର ଉଦ୍ଦେଶ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଦୁଇଜଣ ପୁରାତନ ଛାତ୍ର ଦୁଇଟି ପୁସ୍ତକ ରଚନା କରିଛନ୍ତି ।

ସୋଆର ପୁରାତନ ଛାତ୍ର ଅରବିନ୍ଦ ଦାସ “କର୍ପୋରେଟ ବ୍ରହ୍ମାସ୍ତ୍ର” ନାମକ ପୁସ୍ତକ ଲେଖିଛନ୍ତି ଯାହା ଏଲିନ୍ ପବ୍ଲିସ୍‌ର୍ସଙ୍କ ଦ୍ୱାରା ଏହାର ପ୍ରକାଶିତ ହୋଇଛି । ଏହି ପୁସ୍ତକରେ ବିଶ୍ୱବିଦ୍ୟାଳୟ ତଥା ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଶିକ୍ଷା ସମାପ୍ତ କରି ବାହାରୁଥିବା ଛାତ୍ରଛାତ୍ରୀମାନେ କିଭଳି ନିଜକୁ ଦକ୍ଷ କରିପାରିବେ ଏବଂ ସମୟ ସହିତ ତାଳ ଦେଇ ଚାଲି ଭିଡ଼ ଭିତରେ କିଭଳି ନିଜକୁ ଛିଡ଼ା କରାଇପାରିବେ ସେ ସମ୍ପର୍କରେ ତଥ୍ୟ ରହିଛି ।

ସେହିପରି ଅନ୍ୟ ଜଣେ ପୁରାତନ ଛାତ୍ର ପରାଗ ରାୟ “ୟୁ-ଦ କ୍ୟାରିୟର କ୍ରିଏଟର୍ ଭି ୨.୦” ନାମକ ପୁସ୍ତକ ଲେଖିଛନ୍ତି । କୌଣସି ବିରୋଧାତ୍ମକ ଚିନ୍ତା କିମ୍ବା ମାନସିକ ଉଦ୍‌ବିଳନର ବଶବର୍ତୀ ନ ହୋଇ କିଭଳି ନିଜର ବୃତିଗତ କ୍ୟାରିୟର ଗଠନ କରିହେବ ସେ ସମ୍ପର୍କରେ ପୁସ୍ତକରେ ଉଲ୍ଲେଖ ରହିଛି । ଏହି ଦୁଇ ପୁସ୍ତକର ରଚୟିତା ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ପୁରାତନ ଛାତ୍ର । ଏମାନଙ୍କ ମଧ୍ୟରୁ ଶ୍ରୀ ଦାସ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍‌ସ ଇଞ୍ଜିନିୟରିଂରେ ବିଟେକ୍ କରିଥିବା ବେଳେ ଶ୍ରୀ ରାୟ ମେକାନିକାଲ୍ ଇଞ୍ଜିନିୟରିଂରେ ବିଟେକ୍ କରିଛନ୍ତି ।

ଶ୍ରୀ ଦାସ କହିଛନ୍ତି ମୋ ପୁସ୍ତକଟି ବିଶେଷ ଭାବେ କଲେଜ ଛାତ୍ରଛାତ୍ରୀ ଏବଂ କାର୍ଯ୍ୟରତ ବ୍ୟକ୍ତିମାନଙ୍କର ମାନସିକତାକୁ ସୁଦୃଢ଼ କରିବା ପାଇଁ ଉଦ୍ଦିଷ୍ଟ । ମୁଁ ଜଣେ ସଫ୍ଟ ସ୍କିଲ୍ ଟ୍ରେନର ଏବଂ ମୋଟିଭେସ୍‌ନାଲ୍ ସ୍ପିକର୍ । ଯୁବବର୍ଗଙ୍କ କ୍ଷେତ୍ରରେ ପରିବର୍ତନ ଆଣିବା ମୋର ଲକ୍ଷ୍ୟ ବୋଲି ସେ କହିଛନ୍ତି । ଏହି ପୁସ୍ତକଟି ବୃତିଗତ କ୍ଷେତ୍ରରେ ଉତ୍କର୍ଷ ଆଣିବା ଦିଗରେ ସହାୟକ ହେବ । ଏକବିଂଶ ଶତାବ୍ଦୀ ନିମନ୍ତେ ୨୧ଟି ବୃତିଗତ ଦକ୍ଷତା ସମ୍ପର୍କରେ ଏହି ପୁସ୍ତକରେ ଉଲ୍ଲେଖ ଅଛି ।

ସେହିପରି ଶ୍ରୀ ରାୟ ଯିଏ କି ସୂଚନା ଓ ପ୍ରଯୁକ୍ତି ଶିଳ୍ପ କ୍ଷେତ୍ରରେ ସେଲ୍ସ ଆଣ୍ଡ ମାର୍କେଟିଂ ପ୍ରଫେସ୍‌ନାଲ୍ ଭାବେ କାର୍ଯ୍ୟରତ ଅଛନ୍ତି ସେ ନିଜ ପୁସ୍ତକରେ ଛାତ୍ରଛାତ୍ରୀ ଓ ଯେଉଁମାନେ କାର୍ଯ୍ୟରତ ସେମାନଙ୍କ କ୍ୟାରିୟର କ୍ଷେତ୍ରରେ ୫ ସ୍ତରୀୟ ପ୍ରୟୋଗ ସମ୍ପର୍କରେ ଆଲୋକପାତ କରିଛନ୍ତି । ନିକଟରେ ଉଭୟ ଶ୍ରୀ ଦାସ ଓ ଶ୍ରୀ ରାୟ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଭେଟି ପୁସ୍ତକ ଦୁଇଟି ପ୍ରଦାନ କରିଛନ୍ତି । ପ୍ରଫେସର (ଡକ୍ଟର) ନାୟକ ଦୁଇ ଜଣଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ୱଳ ଭବିଷ୍ୟତ ନେଇ କାମନା କରିଛନ୍ତି ।

ପୁଣି ରାଜନୀତିର ନୂଆ କାହାଣୀ କହିଲେ ଜୟ ନାରାୟଣ : ବିଜେଡି କହିଲା ମାନସିକ ସନ୍ତୁଳନ ହରାଇଲେଣି…..

() ନବ ଦାସ ହତ୍ୟାକାଣ୍ଡ ନେଇ ବଜେଟ ଅଧିବେଶନର ପ୍ରଥମ ଦିନରେ ଆରମ୍ଭ ହୋଇଛି ରାଜନୀତି l ମହିଳା ଆଇଆଇସିଙ୍କୁ ମାଡ ମାରିବା ନେଇ ବିବାଦରେ ଛନ୍ଦି ହୋଇପଡିଥିବା ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର ପୁଣି ନୂଆ କାହାଣୀ ଗଣ ମାଧ୍ୟମ ଆଗରେ କହି ନିଜ ଦୋଷକୁ ଲୁଚାଇବା ପାଇଁ ପ୍ରୟାସ କରିଛନ୍ତି ବୋଲି  ବିଜେଡି କହିଛି l ଏହାସହ ପ୍ରଥମ ଦିନରୁ ମହିଳା ପୋଲିସ ଅଧିକାରୀଙ୍କ ପ୍ରତି ସେ କହିଥିବା ଦୁର୍ବ୍ୟବହାର ବିଧାନସଭାରେ କିପରି ଦୁର୍ବଳ ହେବ ତାଙ୍କ ବିରୋଧରେ ସେ ପ୍ରୟାସ କରିଛନ୍ତି l ଯେହେତୁ ଶାସକ ଦଳ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ମହିଳା ପୋଲିସ ଅଧିକାରୀଙ୍କ ପ୍ରତି ବିରୋଧି ଦଳ ନେତାଙ୍କ ମାଡ଼ ମାରିବା ଓ ଧମକ ଦେବା ପ୍ରସଙ୍ଗରେ ଘେରିଛନ୍ତି ଓ ତାଂକୁ ସିଧା ସଳଖ ସମାଲୋଚନା କରିଛନ୍ତି l ତେଣୁ ଏଥିରୁ ମୁକୁଳିବାକୁ ପାଇଁ ସେ ନୂଆ ରାଜନୈତିକ ଗୋଟି ଚାଳନା କରିଛନ୍ତି l ନହେଲେ ମହିଳା ପୋଲିସ ଅଧିକାରୀଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ ତାଙ୍କ ଇସ୍ତଫା ଓ ଗିରଫଦାରୀ ଦାବୀ ପୁରା ଓଡିଶାରେ ଜୋରଦାର ହୋଇଛି l ଖାସ୍ ଏଥିରୁ ବଞ୍ଚିବା ପାଇଁ ଜୟ ନାରାୟଣ ପାୱାର ସେଣ୍ଟରକୁ ସିଧା ସଳଖ ନିଶାନା କରିଛନ୍ତି l ଆଉ ଏହା ପଛରେ ରହିଛି ତାଙ୍କର ବଡ ରହସ୍ୟ l ଯେତେବେଳେ ଶାସକ ଦଳ ବିରୋଧି ଦଳ ନେତାଙ୍କ ବିରୋଧରେ ଗୃହରେ ପ୍ରସଂଗ ଉଠାଇବ, ସେ ସେତେବେଳ ନିଜକୁ ବଞ୍ଚାଇବା ପାଇଁ ଏ ବୟାନକୁ ସେ ଅସ୍ତ୍ର କରିବେ l ଅର୍ଥାତ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ପ୍ରୟାସ କରିଛନ୍ତି ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର l ନବ ଦାସ ହତ୍ୟା ମାମଲାରେ ବିଜେପିର ଚିରାଚରିତ CBI ତଦନ୍ତ ଦାବିକୁ ପୁଣି ଥରେ ସେ ଦୋହରାଇବା ସହ ବିରୋଧି ଦଳ ନେତା ଜୟ ନାରାୟଣ , ୫ଟି ସଚିବ ଓ ପ୍ରଣବ ପ୍ରକାଶ ଦାସଙ୍କ ମୋବାଇଲ ଯାଂଚ ହେଉ ବୋଲି ଦାବି କରି ଶାସକ ଦଳକୁ ଆଗୁଆ ଟାର୍ଗେଟ କରିଛନ୍ତିl ଯାହା ରାଜନୀତି ଫାଇଦା ନେବାକୁ ପ୍ରୟାସ କରା ଯାଇଛି ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି l ଅନ୍ୟପଟେ ଏ ପ୍ରସଙ୍ଗରେ ଶାସକ ଦଳ ମଧ୍ୟ କଡ଼ା ସମାଲୋଚନା କରିଛି ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ l ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ ବିରୋଧି ଦଳ ନେତା ମାନସିକ ସନ୍ତୁଳନ ହରାଇଛନ୍ତି l ଯେଉଁଥି ପାଇଁ ଏମିତି ଗପୁଛନ୍ତି ଗଣ ମାଧ୍ୟମ ଆଗରେ l ନବ ଦାସ ହତ୍ୟାକାଣ୍ଡ ନେଇ ସରକାର ହାଇକୋର୍ଟ ଯାଇଥିଲେ, ଜଷ୍ଟିସ ଯେ ପି ଦାସ ଘଟଣାର ତଦନ୍ତ କରୁଛନ୍ତି | ଆଇନ ବ୍ୟବସ୍ଥା ଉପରେ ଯାହାର ଭରସା ନ ଥାଏ ସେମାନେ ଏଭଳି କହିଥାନ୍ତି ବୋଲି ବିଜେଡ଼ି କହିଛି l ଅନ୍ୟପଟେ ବିଧାସଭାରେ ବାପାଙ୍କ ମୃତ୍ୟୁ ନେଇ ରାଜନୀତି ନହେଉ ବୋଲି କହିଛନ୍ତି ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ l ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଶା ଅଛି, ନ୍ୟାୟ ମିଳିବ’- ଦୀପାଳି ଦାସ କହିଛନ୍ତି l ଦୀପାଳି ଦାସଙ୍କ ହାତଯୋଡ଼ି ଅନୁରୋଧ ପରେ ଏ ପ୍ରସଙ୍ଗକୁ ନେଇ ରାଜନୀତି ହେଉଛି କି ନାହିଁ ତାକୁ ନେଇ ସବୁଠି ଚର୍ଚ୍ଚା l

ବିକାଶ ପଥରେ ଯୋଡ଼ିହେଲା ପଦ୍ମପୁର…

{} ପଦ୍ମପୁର ସଭା ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ଅଭିଭାଷଣ ।

ଜୟ ପ୍ରଭୁ ନୃସିଂହନାଥ 

ପ୍ରିୟ ଭାଇ ଓ ଭଉଣୀମାନେ

ଆପଣମାନଙ୍କୁ ସମସ୍ତଙ୍କୁ ମୋର ଜୁହାର ।

()  ଆଜି ପୁଣି ଥରେ ଝାରବନ୍ଧ/ପଦ୍ମପୁର/ପାଇକମାଳ ଆସି ମୁଁ ବହୁତ ଖୁସି । ଗତବର୍ଷ ଡିସେମ୍ବର ମାସରେ ମୁଁ ଆପଣମାନଙ୍କୁ ଭେଟିଥିଲି। ଆପଣମାନଙ୍କ ବିପୁଳ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ମୋତେ ଅଭିଭୂତ କରିଛି । ଏଥିପାଇଁ ମୁଁ ସବୁବେଳେ ଆପଣମାନଙ୍କ ନିକଟରେ ଋଣୀ। ଆଜିର ଏହି ସଭାରେ ଆମର ମା ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଅଛନ୍ତି। ମିଶନ ଶକ୍ତିରେ ସେମାନେ ବହୁତ ଭଲ କାମ କରୁଛନ୍ତି। ଆଜି ଏଠାରେ ମା ମାନଙ୍କ ପାଇଁ ୧ କୋଟି ୨୩ ଲକ୍ଷ ଟଙ୍କାର ସହାୟତା ଦିଆଯାଉଛି । ମୋର ଆଶା ଆପଣମାନେ ଏହି ଟଙ୍କାରେ ଭଲ ଉଦ୍ୟୋଗୀ ହୋଇ ସୁନାମ କରିବେ।

ଗତ ଥର ମୁଁ ପଦ୍ମପୁର Constituency ପାଇଁ କିଛି ଘୋଷଣା କରିଥିଲି। ସେଥିରୁ ପାଇକମାଳ Primary Health Centerକୁ Community Health Center କରାଯାଇଛି । ଚକ୍ରଧର ଡ୍ୟାମ କାମ ଆରମ୍ଭ ହୋଇସାରିଛି । ୧୩୩/୧୧ କେଭି Substation ପାଇଁ ଜମି identify ହୋଇସାରିଛି। ମୁଁ କଥା ନୁହେଁ, କାମରେ ବିଶ୍ବାସ କରେ। ଗତ ଡିସେମ୍ବରରେ ପଦ୍ମପୁର ଜିଲ୍ଲା ବିଷୟ ମୁଁ ଘୋଷଣା କରିଥିଲି। ଏହା ଏକ ବର୍ଷ ମଧ୍ୟରେ ନିଶ୍ଚୟ କରାଯିବ। ବାକି ସବୁ କାମ ସମୟ ଭିତରେ କରାଯିବ। ଆପଣ ମାନେ ଜାଣନ୍ତି ଗତ ଉପ ନିର୍ବାଚନ ସମୟରେ ଦିଲ୍ଲୀ ରୁ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ମାନେ ପଦ୍ମପୁର ଆସିଥିଲେ। ଏବଂ ଆପଣମାନଙ୍କୁ paddy procurement ,crop insurance ,RAILWAYS କେନ୍ଦୁ ପତ୍ର GST ଆଦି ବିଷୟରେ ଅନେକ ପ୍ରତିଶ୍ରୁତି ଦେଇଥିଲେ ।

ପ୍ରଭୁ ନୃସିଂହନାଥ ଙ୍କ ନିକଟରେ ମୋର ବିନମ୍ର ପ୍ରାର୍ଥନା ଯେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ମାନଙ୍କୁ ସେମାନଙ୍କ ପ୍ରତିଶ୍ରୁତି ବିଷୟ ରେ ପ୍ରଭୁ ଟିକେ ମନେ ପକାଇ ଦିଅନ୍ତୁ ।ଆପଣଙ୍କ ଅଞ୍ଚଳର ବିକାଶ ପାଇଁ ମୁଁ ୬୪ କୋଟି ଟଙ୍କା ମଂଜୁର କରିଛି। ଗତ by-election ସମୟରେ ଆପଣମାନେ ମୋତେ ଭେଟିଥିଲେ। ପ୍ରତି ପଞ୍ଚାୟତ, ପ୍ରତି NAC ଏ ପ୍ରତି ୱାର୍ଡର ବିକାଶ ପାଇଁ ଆପଣମାନେ ମୋତେ proposal ଦେଇଥିଲେ । ମୁଁ ଖୁସି ଯେ ସେହି proposalକୁ ଭିତ୍ତିକରି ଏ ଟଙ୍କା sanction କରାଯାଇଛି । ଲୋକଙ୍କ proposalକୁ ଭିତ୍ତିକରି ଟଙ୍କା sanction କରାଯିବା, ଓଡିଶା ଇତିହାସରେ ପ୍ରଥମ।ମୋର ପୁରା ବିଶ୍ବାସ ଏ ଅଞ୍ଚଳର ବିକାଶକୁ ଆଗେଇ ନେବାରେ ଏହା ସହାୟକ ହେବ।

କେନ୍ଦ୍ରମନ୍ତ୍ରୀଙ୍କୁ ନବୀନ ଓ ପ୍ରଣବଙ୍କ ଆହ୍ବାନ : ପ୍ରତିଶ୍ରୁତି ଦେଇଥିଲ ସ୍ମରଣ କରି ପୂରଣ କର……

() ନବୀନ ପଟ୍ଟନାୟକ l ଯାହା କହନ୍ତି ତାହା କରନ୍ତି l ସାରା ଓଡ଼ିଶା ଜାଣେ, ଆମ ପ୍ରିୟ ମୁଖ୍ୟମନ୍ତ୍ରୀ “କଥା କମ୍, କାମ ବେଶି” ନୀତିରେ ବିଶ୍ୱାସ କରନ୍ତି। ଆଉ ସେ ଥରେ ଯାହା କହନ୍ତି, ତାହା କରି ଦେଖାନ୍ତି। ପଦ୍ମପୁର ଉପନିର୍ବାଚନ ବେଳେ ମଧ୍ୟ ସେ ଯାହା ପ୍ରତିଶ୍ରୁତି ଦେଇଥିଲେ, ଆଜି ସେ ତାହା ଗୋଟି ଗୋଟି କରି ପୂରଣ କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି।ସେଥିପାଇଁ ୨୫ ବର୍ଷ ହେଲା ସାଢ଼େ ଚାରି କୋଟି ଓଡ଼ିଆ ତାଙ୍କୁ ହୃଦୟରେ ସ୍ଥାନ ଦେଇଛନ୍ତି ବୋଲି ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି l କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଟୁ ଇଟ କରି ତେରେଛା ବାଣ ମାରିଛନ୍ତି ପ୍ରଣବ l ସେ କହିଛନ୍ତି ଯେ ଉପନିର୍ବାଚନ ସମୟରେ ମାନ୍ୟବର କେନ୍ଦ୍ରମନ୍ତ୍ରୀମାନେ ପଦ୍ମପୁରବାସୀ ତଥା ବରଗଡ଼ ଜିଲ୍ଲାବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ମାନ୍ୟବର ମୁଖ୍ୟମନ୍ତ୍ରୀ ସେମାନେ ତାହା ପାଳନ କରନ୍ତୁ ବୋଲି ପ୍ରଭୁ ନୃସିଂହନାଥଙ୍କ ଠାରେ ପ୍ରାର୍ଥନା କରିଛନ୍ତି।ସେଥିପାଇଁ ୨୫ ବର୍ଷ ହେଲା ସାଢ଼େ ଚାରି କୋଟି ଓଡ଼ିଆ ତାଙ୍କୁ ହୃଦୟରେ ସ୍ଥାନ ଦେଇଛନ୍ତି।ଉପନିର୍ବାଚନ ସମୟରେ ମାନ୍ୟବର କେନ୍ଦ୍ରମନ୍ତ୍ରୀମାନେ ପଦ୍ମପୁରବାସୀ ତଥା ବରଗଡ଼ ଜିଲ୍ଲାବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ମାନ୍ୟବର ମୁଖ୍ୟମନ୍ତ୍ରୀ ସେମାନେ ତାହା ପାଳନ କରନ୍ତୁ ବୋଲି ପ୍ରଭୁ ନୃସିଂହନାଥଙ୍କ ଠାରେ ପ୍ରାର୍ଥନା କରିଛନ୍ତି।ମୁଁ ଆଶା କରୁଛି, ତାଙ୍କର ଏହି ବାର୍ତ୍ତାକୁ ସ୍ମରଣ କରି ସେମାନେ ନିଜ କଥାକୁ ପାଳନ କରିବେ । ପଦମପୁର ଉପ ନିର୍ବାଚନ ସମୟରେ ବହୁ କେନ୍ଦ୍ରମନ୍ତ୍ରୀ ବରଗଡ଼ ଜିଲ୍ଲାକୁ ଆସି ଭୋଟର ମାନଙ୍କୁ ବହୁ ପ୍ରତିଶୃତି ଦେଇଥିଲେ l ବିଶେଷ କରି ଓଡ଼ିଶାର ୩ଜଣ କେନ୍ଦ୍ରମନ୍ତ୍ରୀ ନିର୍ବାଚନରେ ବହୁ କଥା କହୁଥିଲେ l ହେଲେ ନିର୍ବାଚନ ପରେ କାଶିଆ କିଏ ନା କପିଳା କିଏ ନ୍ୟାୟରେ ସେମାନେ ଏହି ପ୍ରତିଶ୍ରୁତି ଗୁଡ଼ିକ ଭୁଲି ଯାଉଛନ୍ତି l ରେଳମନ୍ତ୍ରୀ ଗୋଟାଏ ଦିନରେ ପ୍ରକଳ୍ପ କାମ ଆରମ୍ଭ କରିବେ ବୋଲି କହୁଥିଲେ l ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସରିଥିଲେ ମଧ୍ୟ ଏଯାଏ ରେଳବିଭାଗ କାମ ଆରମ୍ଭ କରିନାହିଁ l ସେହିପରି ବିଦେଶୀ ପର୍ଯ୍ୟଟକ ଭାବେ ନିର୍ବାଚନ ସମୟରେ ଅନେକ କେନ୍ଦ୍ରମନ୍ତ୍ରୀ ଆସି ଅନେକ ପ୍ରତିଶ୍ରୁତି ଦେଇଥିଲି ମଧ୍ୟ ତାହା ପୂରଣ କେବେ ହେବ ବୋଲି ବିଜେଡ଼ି ପ୍ରଶ୍ନ କରିଛି l ଅନ୍ୟପଟେ ବିଜେପି ନେତା କିନ୍ତୁ ଏ ପ୍ରସଙ୍ଗରେ ରାଜନୀତିର ବୟାନ ବାଜି କରିବା ସହ ରାଜ୍ୟ ସ୍ୱାର୍ଥ ଭୂଲି କେନ୍ଦ୍ରପାଇଁ ଓକିଲାତି କରିଛନ୍ତି l

ଜୟନାରାୟଣ ମିଶ୍ର ଙ୍କୁ ନେଇ ସରଗରମ ହେବ ଗୃହ…

() ରାଜ୍ୟର ଅନେକ ଜ୍ଵଳନ୍ତ ସମସ୍ୟା ରହିଛି । ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ମଧ୍ୟ ଅନେକ ସମସ୍ୟା ରହିଛି । ଗତ କିଛି ଦିନ ମଧ୍ୟରେ ଘଟିଚାଲିଥିବା ଘଟଣା ବାବଦରେ ମଧ୍ୟ ଆଲୋଚନା ହେବ । ବିଧାନସଭାରେ ପ୍ରଶ୍ନ ଉଠିବ । ମହିଳା ପୋଲିସ ଅଧିକାରୀଙ୍କ ପ୍ରସଙ୍ଗ ଉଠିପାରେ । ରାଜ୍ୟ ଯେତେବେଳେ ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟ କରୁଛି, ଏବେର ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖା ଦେଲାଣି । ଏହି କଥା ମଧ୍ୟ ବିଧାନସଭାର ଆଲୋଚନାରେ ଆସିପାରେ । ଜୟ ନାରାୟଣ ସବୁ କଥାର କାହାଣୀ ଅଲଗା ତିଆରି କରୁଛନ୍ତି । ଏ ନେଇ ସେ ସ୍ପଷ୍ଟୀକରଣ ଦେଲେ ହେବନାହିଁ । ବିଧିବଦ୍ଧ ଭାବେ ଯେଉଁ ତଦନ୍ତ ହେବ, ଏ ବାବଦରେ ସ୍ପଷ୍ଟ ହେବ । ଭିଡ଼ିଓ କ୍ଲିପିଙ୍ଗ ଅଛି । ଅନ୍ୟାନ୍ୟ କଥା ମଧ୍ୟ ଅଛି । ସେ ନିଜେ ତାଙ୍କ ଦଳର ସଭାପତିଙ୍କୁ ଘର ଭିତରେ କବାଟ ଦେଇ ଆକ୍ରମଣ କରିଥିଲେ । ବାକି ଅନ୍ୟାନ୍ୟ ଘଟଣା ଗଣମାଧ୍ୟମରେ ରହିଛି । ଅନ୍ତତଃ ସେଇ କଥା ବିଜେପିର ସାଧାରଣ କର୍ମୀ ମଧ୍ୟ ଅନୁଭବ କରିଥିବେ । ଯେତେବେଳେ ରାଜ୍ୟ ସଭାପତି ଆକ୍ରମଣର ଶିକାର ହେଉଛନ୍ତି, ମୁଁ ନୁହେଁ ତାଙ୍କ ସ୍ୱାଭାବ ସମ୍ପର୍କରେ ଏହି ଘଟଣା ସବୁ କହୁଛି ।

ସମସ୍ତ ଓଡ଼ିଆଙ୍କୁ ଅପମାନିତ କରି ଯାଇଛନ୍ତି ନିର୍ମଳା ସୀତାରମଣ :- ଜୟଦେବ ଜେନା…

() ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ବିଜୁ ଜନତା ଦଳ ଆଜି ପର୍ଯ୍ୟନ୍ତ ରାଜନୀତି କରୁଛି । କଂଗ୍ରେସ ପାଇଁ ଏହା ହୋଇପାରିଲା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନେଇ ସର୍ବଦଳୀୟ ପ୍ରସ୍ତାବ ପରିତ ହୋଇଛି । ସମସ୍ତ ଦଳ ସମର୍ଥନରେ ଦାବି କରାଯାଇଛି । କେନ୍ଦ୍ର ସରକାର ଓଡ଼ିଶାର ଦାବିକୁ ସଂସଦରେ ଅସ୍ବୀକାର କରିଥିଲେ । ଓଡିଶା ଆସି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନହେଲେ ନାହିଁ ଫୋକ୍ସ ଷ୍ଟେଟ ବା ସ୍ୱତନ୍ତ୍ର ସହାୟତା କଥା କେନ୍ଦ୍ରମନ୍ତ୍ରୀ କହିପାରିଥାନ୍ତେ । ଏହା ନକହି, ସିଧାସଳଖ ସେ ମନା କଲେ । ଯେହେତୁ ବିଜୁ ଜନତା ଦଳ ନିଜର ସ୍ଥିତି ରଖିବା ଲାଗି କେନ୍ଦ୍ର ସରକାରଙ୍କ ପଛରେ ଚାଲିଛି, ତେଣୁ କେନ୍ଦ୍ରମନ୍ତ୍ରୀ ମନା କରିବା ଲାଗି ସାହସ କରିପାରିଲେ । ପ୍ରଧାନମନ୍ତ୍ରୀଙ୍କୁ ବିଜେଡି ସିଧାସଳଖ ଉତ୍ତର ଦେଇପାରିବ ନାହିଁ । ସେଥିପାଇଁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବ ନାହିଁ ବୋଲି ଓଡ଼ିଶା ମାଟିରେ କେନ୍ଦ୍ରମନ୍ତ୍ରୀ କହିଲେ । ବିଜୁ ଜନତା ଦଳ ଲୋକଙ୍କୁ ଭୂତେଇ ଚାଲିଛି । ସାଂସଦରେ 42 ଟି ଜନବିରୋଧୀ ଓ ସାଧାରଣ ବିଲକୁ ବିଜେଡି ସମର୍ଥନ ଦେଇଛି । ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ଓ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ବିଜେଡି ଦେଇଛି ।

ବିଜେପିକୁ ମାଟି ଆଉ ପାର୍ଟିର ପାଠ ପଢ଼ାଇଲେ ପ୍ରଣବ : କହିଲେ ମାଟି ପାଇଁ ପାର୍ଟି ଆଗରେ ମୁଣ୍ଡ ନ ନୁଆଁଇ ଓଡ଼ିଶାର ହକ୍ ପାଇଁ ଲଢ଼ନ୍ତୁ….

() ରାଜନୀତିରେ ଆଗ ମାଟି ନା ଆଗ ପାର୍ଟି l ଏନେଇ ବିଜେପି ନେତାଂକୁ ପାଠ ପଢ଼ାଉଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ l ପ୍ରଣବ ଟୁଇଟ କରି କହିଛନ୍ତି ଯେ ପ୍ରତିଶ୍ରୁତି ଦେଇ ଓଡ଼ିଶା ବାସୀଙ୍କୁ ପ୍ରତାରଣା କରିଛି ବିଜେପି l ୨୦୧୪ ନିର୍ବାଚନ ଇସ୍ତାହାରରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳିବ ବୋଲି ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲା ବିଜେପି l ଏହାରି ଭିତରେ ୯ବର୍ଷ ହୋଇଯାଇଛି l କେନ୍ଦ୍ରରେ ବିଜେପି ଶାସନ ଚାଲିଛି l ହେଲେ ଏକ୍ଷେତ୍ର ରେ ମଧ୍ୟ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଂକ ବୈମାତୃକ ମନଭାବ ଜଳଜଳ କରି ଦିଶୁଛି l କିନ୍ତୁ ବିଡ଼ମ୍ବନା ହେଲା, ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଓଡ଼ିଶା ମାଟିରେ ଠିଆ ହୋଇ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ରୋକଠୋକ୍ ମନା କରିଦେଲେ । ଏହା ଓଡ଼ିଶାବାସୀଙ୍କୁ ଚକିତ ଏବଂ କ୍ଷୁବ୍ଧ କରିଛି। ଓଡ଼ିଶା ବିଜେପିକୁ ମୁଁ ଆହ୍ଵାନ କରୁଛି, ରାଜ୍ୟବାସୀ ଆପଣଙ୍କୁ ୮ଜଣ ସାଂସଦ ଦେଇଛନ୍ତି। ୩ଜଣ କେନ୍ଦ୍ରମନ୍ତ୍ରୀ ବି ଅଛନ୍ତି। ତେଣୁ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରନ୍ତୁ। ମାଟି ପାଇଁ ପାର୍ଟି ଆଗରେ ମୁଣ୍ଡ ନ ନୁଆଁଇ ଓଡ଼ିଶାର ହକ୍ ପାଇଁ ଲଢ଼ନ୍ତୁ। ପ୍ରତିଶ୍ରୁତି ଦେଇ ଧୋକା ଦେଲେ, ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ।କେନ୍ଦ୍ର ସରକାର ଭଲ ଭାବେ ଜାଣନ୍ତି-ବାତ୍ୟା, ବନ୍ୟା, ମରୁଡ଼ି ଭଳି ପ୍ରାକୃତ୍ରିକ ବିପର୍ଯ୍ୟୟ ଓଡ଼ିଶାର ଚିରସହଚର ସାଜିଥିବାରୁ ସବୁବର୍ଷ ଓଡ଼ିଶାବାସୀ ପ୍ରଭୂତ କ୍ଷତି ସହି ଆସୁଛନ୍ତି। ସେ ଦୃଷ୍ଟିରୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ଆମର ହକ୍। ଏଥିପାଇଁ ବିଜେଡି ଯେଉଁ ସଂଗ୍ରାମ ଜାରି ରଖିଛି, ଆଗାମୀଦିନରେ ତାକୁ ଆହୁରି ଶାଣିତ କରାଯିବ l

ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ପ୍ରଶ୍ନ: କେବେ ନ୍ୟାୟ ଦେବ କର୍ତ୍ତବ୍ୟରତ ମହିଳା ଅଧିକାରୀ ଅନିତା ପ୍ରଧାନଙ୍କୁ?

() ସର୍ବ ସାଧାରଣରେ ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ମାଡ଼ ମାରିଲେ ଓ ଅସଭ୍ୟ ଭାଷାରେ ଗାଳି କଲେ l ତା ପରେ ବି ରାଜ୍ୟ ବିଜେପି ଚୁପ୍ l ଏହାକୁ ନେଇ ପୁଣିଥରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟୁଇଟ କରି କେକେତ ପ୍ରଶ୍ନ ଓଡ଼ିଶାବାସୀଙ୍କ ତରଫରୁ ପଚାରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ l ପ୍ରଣବ ଟୁଇଟରେ ଲେଖିଛନ୍ତି ଯେ,ଭାଇ, ଏହା ସତ, ଶ୍ରୀ ଜୟନାରାୟଣ ମିଶ୍ରଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତା କରିନାହାନ୍ତି। ଆପଣଙ୍କ ପାର୍ଟି କରିଛି। ହେଲେ କର୍ତ୍ତବ୍ୟରତ ମହିଳା ଅଧିକାରୀ ଅନିତା ପ୍ରଧାନ, ଯାହାଙ୍କୁ ଶ୍ରୀ ମିଶ୍ର ଶାରିରୀକ ଆକ୍ରମଣ କଲେ, ତାଙ୍କୁ ଆପଣଙ୍କ ପାର୍ଟି କେବେ ନ୍ୟାୟ ଦେବ? ସାରା ଓଡିଶାବାସୀ ଜାଣିବାକୁ ଚାହୁଁଛନ୍ତି। ତେବେ କେନ୍ଦ୍ର ମନ୍ତ୍ରୀ ଏହାର କୌଣସି ଜବାବ ଦେଇନାହାନ୍ତି l

ସମ୍ ହସ୍ପିଟାଲ୍‌କୁ ଆଇସିଆଇସିଆଇ ଫାଉଣ୍ଡେସନ୍ ପକ୍ଷରୁ ୭ଟି ଡାଏଲିସିସ୍ ମେସିନ୍ ପ୍ରଦାନ….

() ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସହଯୋଗର ହାତ ବଢ଼ାଇବା ଲକ୍ଷ୍ୟରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ଆଇସିଆଇସିଆଇ ଫାଉଣ୍ଡେସନ୍ ପକ୍ଷରୁ ଗୁରୁବାର ୭ଟି ଡାଏଲିସିସ୍ ମେସିନ ଗୁରୁବାର ପ୍ରଦାନ କରାଯାଇଛି । ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଉପସ୍ଥିତିରେ ରୋଗୀ ସେବା ନିମନ୍ତେ ଏହି ୭ଟି ମେସିନ୍‌କୁ ଆଇସିଆଇସିଆଇ ଫାଉଣ୍ଡେସନ୍‌ର ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ଏକ କାର୍ଯ୍ୟକ୍ରମରେ ହସ୍ତାନ୍ତର କରାଯାଇଛି । ଆଇସିଆଇସିଆଇ ବ୍ୟାଙ୍କ ଏବଂ ଆଇସିଆଇସିଆଇ ଫାଉଣ୍ଡେସନ୍ ସର୍ବଦା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଚ୍ଚକୋଟୀର କାର୍ଯ୍ୟ କରୁଛନ୍ତି । କୋଭିଡ ସମୟରେ ମଧ୍ୟ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ଏହି ଅନୁଷ୍ଠାନ ଅନେକ ସହଯୋଗ କରିଥିଲେ ବୋଲି ପ୍ରଫେସର ନାୟକ କହିଥିଲେ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ଅଧିକାଂଶ ସମୟରେ ନେଫ୍ରୋଲୋଜି ବିଭାଗ ଅଧିନରେ ପ୍ରାୟ ୧୬୦୦ ରୋଗୀ ଡାଏଲିସିସ୍ ଆବଶ୍ୟକ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୦୦ରୁଊର୍ଦ୍ଧ୍ୱ ବିଏସ୍‌କେୱାଇ ଯୋଜନା ଅନ୍ତର୍ଭୁକ୍ତ ରୋଗୀ । ତେଣୁ ଏହି ଉନ୍ନତ ଧରଣର ୭ଟି ଡାଏଲିସିସ୍ ମେସିନ୍ ଯାହାକି ଆଇସିଆଇସିଆଇ ଫାଉଣ୍ଡେସନ୍ ଦ୍ୱାରା ପ୍ରଦାନ କରାଗଲା ତାହା ଦ୍ଵାରା ରୋଗୀ ମାନେ ନିଶ୍ଚିତ ଭାବରେ ଉପକୃତ ହେବେ ବୋଲି ପ୍ରଫେସର ସାମନ୍ତସିଂହାର କହିଛନ୍ତି । ସେହିପରି ନେଫ୍ରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ବିଶ୍ୱରଞ୍ଜନ ମହାନ୍ତି କହିଥିଲେ ଯେ ହସ୍ପିଟାଲ୍‌ରେ ପ୍ରତ୍ୟେକ ଦିନ ପ୍ରାୟ ୮୦ରୁ ଊର୍ଦ୍ଧ୍ୱ ରୋଗୀଙ୍କର ଡାଏଲିସିସ୍ କରାଯାଉଛି । ତେଣୁ ଆଇସିଆଇସିଆଇ ଫାଊଣ୍ଡେସନ ର ସାହାଯ୍ୟ ଦ୍ୱାରା ରୋଗୀ ସେବା ଆହୁରି ତ୍ୱାରାନ୍ୱିତ ହେବ ।

ଆଇସିଆଇସିଆଇ ବ୍ୟାଙ୍କର ଟ୍ରାଇସିଟିର ବିଜ୍‌ନେସ୍ ହେଡ୍ ଶ୍ରୀ ପ୍ରଦୋଷ କୁମାର ରାଉତ ଏବଂ ଆଇସିଆଇସିଆଇ ଫାଉଣ୍ଡେସନ୍‌ର ଓଡ଼ିଶା ସେଂଟର ହେଡ୍ ଶ୍ରୀମତି ସଂଯୁକ୍ତା ମହାପାତ୍ର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ସୋଆର ଚାଟାର୍ଡ ଆକାଉନ୍‌ଟାଂଟ ଶ୍ରୀ ସରୋଜକାନ୍ତ ସାମଲ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଓଏସ୍‌ଡି ଶ୍ରୀ ପ୍ରହଲ୍ଲାଦ ମହାନ୍ତି, ନେଫ୍ରୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଦେବପ୍ରସାଦ କର, ଡାକ୍ତର ବିଶ୍ୱଜିତ ମିଶ୍ର ଓ ଡାକ୍ତର ଅମୃତା ଦେଓ, କର୍ପୋରେଟ୍ କମ୍ୟୁନିକେସନ୍‌ସ ବିଭାଗର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ, ଡିଜିଏମ୍ ଅପରେସନ୍ ଶ୍ରୀମତି ପୁଷ୍ପାଞ୍ଜଳୀ ରାଉତ, ବାୟୋମେଡିକାଲ୍ ଇଞ୍ଜିନିୟର୍ ଶ୍ରୀମତି ମନୋରମା ପରିଡା ଏବଂ ଜୁନିୟର ହସ୍ପିଟାଲ୍ ଆଡମିନିଷ୍ଟ୍ରେଟର ଶ୍ରୀ ସରୋଜ ସେନାପତି, ଶ୍ରୀ ସୌମ୍ୟ ରଞ୍ଜନ ମୁଦୁଲି ଏବଂ କୁମାରୀ ତମନ୍ନା ରଥ ପ୍ରମୁଖ ଉପସ୍ଥିତ ଥିଲେ ।

ଜିତେନ୍ଦ୍ର ପଟ୍ଟନାୟକ-ଶୁଭେନ୍ଦୁ ମହାନ୍ତିଙ୍କ ଲିଖିତ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ…

() ଜିତେନ୍ଦ୍ର ପଟ୍ଟନାୟକ-ଶୁଭେନ୍ଦୁ ମହାନ୍ତିଙ୍କ ଲିଖିତ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ।

 ଆନ୍ତର୍ଜାତୀକ ପର୍ଯ୍ୟଟକଙ୍କ ପାଇଁ ବେଶ ଉପଯୋଗୀ : ଗଣେଶୀ ଲାଲ ।

{} ବିଶିଷ୍ଟ ଗବେଷକ ଓ ସାମ୍ବାଦିକ ଜିତେନ୍ଦ୍ର ପଟ୍ଟନାୟକ ଏବଂ ବିଶିଷ୍ଟ ଶିକ୍ଷାବିତ ଓ ଉପସ୍ଥାପକ ଶୁଭେନ୍ଦୁ ମହାନ୍ତିଙ୍କ ଦ୍ୱାରା ଲିଖିତ ‘ଏକ୍ସଟିକ ଇଡେନ-ଦି ଲଭର୍ସ ଡେଷ୍ଟିନେସନ ଅଫ ଓଡ଼ିଶା’ (‘Exotic EDEN-THE LOVERS’ Destination of Odisha’) ପୁସ୍ତକକୁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉନ୍ମୋଚନ କରିଛନ୍ତି I ଅନ୍ତର୍ଜାତୀୟ ସ୍ତରରେ ପର୍ଯ୍ୟଟକମାନଙ୍କ ପାଇଁ ଉକ୍ତ ପୁସ୍ତକ ବେଶ ଉପଯୋଗୀ ହେବ ଏବଂ ଓଡ଼ିଶାକୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆକର୍ଷିତ ହେବେ ବୋଲି ରାଜ୍ୟପାଳ ଏହି ଅବସରରେ ମତବ୍ୟକ୍ତ କରିଛନ୍ତି I

ଗୁରୁବାର ରାଜଭବନରେ ଲୋକାର୍ପିତ ହୋଇଥିବା 140 ପୃଷ୍ଠା ସମ୍ବଳିତ ଉକ୍ତ ପର୍ଯ୍ୟଟନ ଆଧାରିତ ଇଂରାଜୀ ଭାଷାରେ ଲିଖିତ ପୁସ୍ତକଟି ସମ୍ପୂର୍ଣ୍ଣ ରଙ୍ଗୀନ I ଏଥିରେ ଓଡ଼ିଶାର 30ଟି ‘ଗ୍ଲାମର ଟୁରିଷ୍ଟ ସ୍ପଟ’ର ସମ୍ପୂର୍ଣ୍ଣ ବିବରଣୀ ସହ ରଙ୍ଗୀନ ଫଟୋ ଦିଆଯାଇଛି I ଏଇ ଅନାଲୋଚିତ ‘ପ୍ରେମର ପ୍ରତୀକ’ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ମଧ୍ୟରେ- ହନିମୁନ ଆଇଲ୍ୟାଣ୍ଡ, ପୁଟୁଡ଼ି, କୋଇଲି ଘୋଘର, ଫୁର୍ଲିଝରଣ, ରାଜହଂସ, ଦେଓମାଳି, ଦାରିଙ୍ଗବାଡ଼ି, ସରାଫଗଡ଼-ବାଡ଼ୁନଝରିଆ,ତାଳସାରି, ପ୍ରଧାନପାଟ, ଦେବ୍ରୀଗଡ଼, ଚନ୍ଦ୍ରଭାଗା, ଭିତରକନିକା, ହୀରାକୁଦ ଓ ଗୋଲଡେନ ବିଚ ଅନ୍ୟତମ I ଏସବୁ ସ୍ଥାନଗୁଡିକୁ ଦେଶୀୟ ଓ ଆନ୍ତର୍ଜାତିକ ସ୍ତରର ପର୍ଯ୍ୟଟକମାନେ କେମିତି ଯିବେ, କେଉଁଠି ରହିବେ ଓ କଣ ଖାଦ୍ୟ ସେବନ କରିବେ ତାର ସମ୍ପୂର୍ଣ୍ଣ ତଥ୍ୟ ପୁସ୍ତକରେ ସନ୍ନିବିଷ୍ଟ ହୋଇଛି I ବିଶେଷକରି ଓଡ଼ିଶା ସରକାରଙ୍କ ଦ୍ୱାରା ପର୍ଯ୍ୟଟକଙ୍କ ପାଇଁ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା ଏବଂ ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଜାରି ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଟେଲିଫୋନ ନମ୍ବର ଓ ହେଲ୍ପଲାଇନ ଆଦି ବି ଦିଆଯାଇଛି I

 

ଓଡ଼ିଶାକୁ ଆସୁଥିବା ଯେ’କୌଣସି ପର୍ଯ୍ୟଟକ ଏହି ପୁସ୍ତକ ଜରିଆରେ ନିଜ ପର୍ଯ୍ୟଟନ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ପୂର୍ଣ ଅବଗତ ହୋଇପାରିବେ I ଫ୍ଲିପକାର୍ଟ, ଆମଜନ ଭଳି ଅନଲାଇନ ସାଇଟରେ ବି ପୁସ୍ତକଟି ଉପଲବ୍ଧ I ଏଥିସହ ଅନ୍ତର୍ଜାତୀୟ ବିମାନଗୁଡିକରେ ଏହା ଯାତ୍ରୀଙ୍କ ପାଇଁ ଯୋଗାଇଦିଆ ଯିବାର ଯୋଜନା ରହିଛି I ତେଣୁ ମହାମହିମ ରାଜ୍ୟପାଳ ପ୍ରଫେସର ଲାଲ ଉଭୟ ଲେଖକଙ୍କୁ ଆଶୀର୍ବାଦ ଦେବା ସହ ଏଭଳି ସାରସତ୍ୱ ଗବେଷଣା କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି I    ଉଲ୍ଲେଖନୀୟ ଯେ, ପୂର୍ବରୁ ରାଜ୍ୟପାଳ ପ୍ରଫେସର ଲାଲ ଗବେଷକ ତଥା ସାମ୍ବାଦିକ ଜିତେନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ବିରଳ ଜନଜାତି ଡ଼ଙ୍ଗରିଆ କନ୍ଧଙ୍କ ଉପରେ ପର୍ଯ୍ୟବେସିତ ଓ ଗବେଷଣାତ୍ମକ ପୁସ୍ତକ ‘ଡଙ୍ଗରାନ କୁଆଁ’କୁ ରାଜଭବନରେ ଲୋକାର୍ପିତ କରିଥିଲାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଁଣ୍ଡ ଜନଜାତିଙ୍କ ଉପରେ ପୁସ୍ତକ ‘ଡ଼ଙ୍ଗର ଉହାଡ଼େ ଜହ୍ନ’କୁ ଉନ୍ମୋଚନ କରିଥିଲେ I ତେବେ ଶିକ୍ଷାବିତ ଶୁଭେନ୍ଦୁ ମହାନ୍ତିଙ୍କ ଦ୍ୱାରା ଅନୁଦିତ ‘ଡଙ୍ଗରାନ କୁଆଁ’ର ଇଂରାଜୀ ସଂସ୍କରଣ ଖୁବଶୀଘ୍ର ଲୋକାର୍ପିତ ହେବ ବୋଲି ଜଣାପଡ଼ିଛି I

Follow us

20,832FansLike
0FollowersFollow
14,700SubscribersSubscribe

Latest news