“ଓଡ଼ିଶା ୱିମେନ୍ ଇନ୍ ମିଡିଆ”ର ଶୁଭାରମ୍ଭ…

() ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ଓ ଏବଂ ଏହି କ୍ଷେତ୍ର ସହିତ ଜଡ଼ିତ କାର୍ଯ୍ୟରତ ମହିଳାମାନଙ୍କୁ ନେଇ ଗଠନ ହୋଇଥିବା “ଓଡ଼ିଶା ୱିମେନ୍ ଇନ୍ ମିଡିଆ” (ଓଡବ୍ଲୁଏମ୍‌)ର ଶୁଭାରମ୍ଭ ହେବା ସହ ଏହାର ଲୋଗୋ ମଧ୍ୟ ଉନ୍ମୋଚିତ ହୋଇଯାଇଛି । ଏହି କ୍ଷେତ୍ର ସହିତ ଜଡ଼ିତ ମହିଳାମାନଙ୍କ ସୁବିଧା ସୁଯୋଗ, ସ୍ୱାର୍ଥ ଓ ସୁରକ୍ଷାକୁ ନେଇ ଓଡ଼ିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ଫୋରମ୍‌କୁ ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତି ସୁଲୋଚନା ଦାସ ଏବଂ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତି ମିନତୀ ବେହେରା ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିବା ସହ ଏହାର ଲୋଗୋକୁ ମଧ୍ୟ ଉନ୍ମୋଚନ କରିଥିଲେ ।

ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) କ୍ୟାମ୍ପସ ୨ର କନ୍‌ଭେନ୍‌ସନ୍ ହଲ୍‌ରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମେୟର ଶ୍ରୀମତି ଦାସ ନିଜର ଖୁସି ବ୍ୟକ୍ତ କରିବା ସହ ନିଜେ ସାମ୍ବାଦିକତା କ୍ଷେତ୍ରରୁ ଆସିଥିବାରୁ ଏଭଳି ଫୋରମ୍ ଗଠନ ଏବଂ ଟ୍ରଷ୍ଟ ଦ୍ୱାରା ବହୁ ଦିନର ସ୍ୱପ୍ନ ସାକାର ହେଲା ବୋଲି କହିଛନ୍ତି ।

ଏହି ପ୍ଲାଟଫର୍ମରେ କାର୍ଯ୍ୟରତ ମହିଳାମାନେ ନିଜର ବିଭିନ୍ନ ସମସ୍ୟା ଏବଂ ବୃତିଗତ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରିବେ ବୋଲି କହିବା ସହ ସେ ନିଜେ ଏହି ପରିବାରରୁ ଆସିଥିବାରୁ ଗର୍ବିତ ଅନୁଭବ କରୁଛନ୍ତି ବୋଲି ଶ୍ରୀମତି ଦାସ କହିଥିଲେ । ତେବେ ଏହି କ୍ଷେତ୍ରରେ ଥିବା ମହିଳାମାନେ ନୈତିକ ମୂଲ୍ୟବୋଧକୁ ନ ଭୁଲି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

ସେହିପରି ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତି ବେହେରା ଟ୍ରଷ୍ଟର ଶୁଭାରମ୍ଭ ନେଇ ଅଭିନନ୍ଦନ ଜଣାଇବା ସହ ମହିଳାମାନେ ଆହୁରି ଏକତ୍ରିତ ହୁଅନ୍ତୁ ଏବଂ ଏହି ଅନୁଷ୍ଠାନ ତାର କାୟା ବିସ୍ତାର କରୁ ବୋଲି ଆଶା ପ୍ରକାଶ କରିଥିଲେ । ମହିଳା ସାମ୍ବାଦିକାମାନେ ଅଧିକ ମାତ୍ରାରେ ସାମ୍ନାକୁ ଆସିଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଥିଲେ । ସୂଚନାର ଆଦାନ ପ୍ରଦାନ ଏବଂ ଗଣମାଧ୍ୟମର ସଚେତନତା ସୃ୍‌ଷ୍ଟି କରିବା ସହ ନୈତିକ ମୂଲ୍ୟବୋଧକୁ ପ୍ରୋତ୍ସାହନ ଦେବା ଏବଂ ଲିଙ୍ଗଗତ ସମାନତାରେ କାର୍ଯ୍ୟ କରିବା ସହିତ ଗୋଟିଏ ଛାତ ତଳେ ମହିଳାମାନଙ୍କ ଉନ୍ନତି, ସଶକ୍ତିକରଣ ପ୍ରଦାନ କରାଯିବା ଏହି ଓଡ଼ିଶା ୱିମେନ୍ ଇନ୍ ମିଡିଆ ଟ୍ରଷ୍ଟର ଉଦ୍ଦେଶ୍ୟ ରହିଛି । ବିଭିନ୍ନ ଗଣମାଧ୍ୟମ ଏବଂ ଲୋକସମ୍ପର୍କ କ୍ଷେତ୍ରରେ ଓ ଗଣମାଧ୍ୟମ ସହିତ ଜଡ଼ିତ କାର୍ଯ୍ୟରତ ମହିଳାମାନଙ୍କ ଅଧିକାରକୁ ସୁରକ୍ଷା ଦେବା ଏହି ଟ୍ରଷ୍ଟର ଉଦ୍ଦେଶ୍ୟ ।

ଏହି ଅବସରରେ ଟ୍ରଷ୍ଟର ଅଧ୍ୟକ୍ଷା ଶ୍ରୀମତି କସ୍ତୁରୀ ରାୟ, ଉପାଧ୍ୟକ୍ଷା ଶ୍ରୀମତି ଶାରଦା ଲାହଙ୍ଗିର୍‌, ସମ୍ପାଦିକା ଶ୍ରୀମତି ମିନତୀ ସିଂହାଙ୍କ ସହିତ ଟ୍ରଷ୍ଟର ସଦସ୍ୟ ଏବଂ ଶତାଧିକ କାର୍ଯ୍ୟରତ ମହିଳା ଯୋଗ ଦେଇଥିଲେ ।

କୋଭିଡ ଭଳି ଆହ୍ୱାନର ସାମ୍ନା କରିବା ପାଇଁ ବୈଜ୍ଞାନିକମାନେ ପ୍ରସ୍ତୁତ ରହିବା ଉଚିତ୍‌….

() କୋଭିଡ ଭଳି ସମସ୍ୟାକୁ ମାନବ ସମାଜ ବାରମ୍ବାର ସାମ୍ନା କରିବାର ଯଥେଷ୍ଟ ସମ୍ଭାବନା ରହିଥିବା ବେଳେ ଏହାକୁ ସାମ୍ନା କରିବା ସହ ମୁକାବିଲା କରିବା ନିମନ୍ତେ ବୈଜ୍ଞାନିକମାନେ ପ୍ରସ୍ତୁତ ରହିବା ଉଚିତ୍ ବୋଲି ଶୁକ୍ରବାର ଜଣେ ଗବେଷକ କହିଛନ୍ତି ।

କୋଭିଡ୍ ୧୯ ଭଳି ସ୍ୱାସ୍ଥ୍ୟ ସମସ୍ୟା ଆଗକୁ ମଧ୍ୟ ଆସିପାରେ । କିନ୍ତୁ ଏଭଳି ଆହ୍ୱାନର ମୁକାବିଲା କରିବା ନିମନ୍ତେ ବୈଜ୍ଞାନିକମାନେ ପ୍ରସ୍ତୁତ ରହିବା ଉଚିତ୍ ବୋଲି କହିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କମ୍ୟୁନିଟି ମେଡିସିନ୍ ବିଭାଗର ପ୍ରଫେସର (ଡକ୍ଟର) ଇ. ଭେଙ୍କଟ ରାଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌) ପକ୍ଷରୁ ଶୁକ୍ରବାର ଆୟୋଜିତ ଏକ ଦିବସୀୟ କର୍ମଶାଳାର ଉଦ୍‌୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ପ୍ରଫେସର ରାଓ ।
ପ୍ରଫେସର ରାଓ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ କୋଭିଡ୍ ଭାକ୍ସିନ୍ “କୋଭାକ୍ସିନ୍‌” ଏବଂ ନାଜାଲ୍ କୋଭିଡ୍ ଭାକ୍ସିନ୍‌ର ମାନବୀୟ ପରୀକ୍ଷଣରେ ପ୍ରମୁଖ ନିରୀକ୍ଷକ ଭାବେ କାର୍ଯ୍ୟ କରିଥିଲେ । ଏହି କର୍ମଶାଳାଟି ସୋଆ -ଡିବିଟି-ବିଲ୍ଡର ଜାତୀୟ ଗବେଷଣାଗାର ଆନୁକୂଲ୍ୟରେ ଆୟୋଜିତ କରାଯାଇଥିଲା । ଡିପାର୍ଟମେଂଟ ଅଫ୍ ବାୟୋଟେକ୍ନୋଲୋଜି ସହାୟତାରେ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଅତ୍ୟାଧୁନିକ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରିବା ନିମନ୍ତେ ଏହି ଡିବିଟି-ବିଲ୍ଡର ଗବେଷଣାଗାର ସ୍ଥାପନ କରାଯାଉଛି । ଏସ୍‌ପିଏସ୍‌ରେ ମଧ୍ୟ ଏହି ଗବେଷଣାଗାର ସ୍ଥାପିତ ହୋଇଛି ।

ଯୁବ ଗବେଷକମାନଙ୍କ ନିମନ୍ତେ ଏହି ସ୍କିମ୍ ଏକ ଉତ୍କୃଷ୍ଟ ମାଧ୍ୟମ ହୋଇଛି ବୋଲି ଉଲ୍ଲେଖ କରି ପ୍ରଫେସର ରାଓ କହିଥିଲେ ଯେ, ପ୍ରତ୍ୟେକ ମଣିଷ ଜନ୍ମରୁ ହିଁ ଗବେଷକ ହୋଇଥାଏ । ତେବେ ପ୍ରଶ୍ନ କରିବାର କ୍ଷମତା ମଣିଷ ଭିତରେ କ୍ରମେ ଲୁପ୍ତ ହୋଇଯାଏ । ତେଣୁ ଡିବିଟି-ବିଲ୍ଡର ଭଳି ପଦକ୍ଷେପ ଯୁବ ଗବେଷକଙ୍କୁ ଖୋଜି ବାହାର କରିବାରେ ସହାୟକ ହେବ ।ଗବେଷଣା ଅନୁଷ୍ଠାନଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଇ ପ୍ରଫେସର ରାଓ କହିଥିଲେ ଯେ ଏକୁଟିଆ କାର୍ଯ୍ୟ କଲେ କୌଣସି ଲାଭ ହୁଏ ନାହିଁ କିମ୍ବା ସମସ୍ୟାର ସମାଧାନ ହୁଏ ନାହିଁ।

ଏସ୍‌ପିଏସ୍ ଡିନ୍ ପ୍ରଫେସର ଏସି.ସି ସିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ “ଫ୍ଲୋ ସାଇଟୋମିଟର: ୱାର୍କିଂ ପ୍ରିନ୍ସିପଲ୍ ଆଣ୍ଡ ଆପ୍ଲିକେସନ୍‌ସ” ଶୀର୍ଷକ ଆଲୋଚନା କରାଯାଇଥିବା ବେଳେ ପରେ ଏହାର କାର୍ଯ୍ୟକାରିତା ଉପରେ ତାଲିମ ଦିଆଯାଇଥିଲା ।ଏହି କର୍ମଶାଳାର ସଂଯୋଜ ପ୍ରଫେସର ଗୌତମ ରଥ ଓ ମୋଡେରେଟର ପ୍ରଫେସର ବି.ବି. ସୁବୁଦ୍ଧି ଉପସ୍ଥିତ ଥିଲେ ।

ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ନୁହେଁ, ଏବେ ଏହା ଏକ ବାସ୍ତବତା – ମୁଖ୍ୟମନ୍ତ୍ରୀ…

() ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ,

ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ନୁହେଁ, ଏବେ ଏହା ଏକ ବାସ୍ତବତା – ମୁଖ୍ୟମନ୍ତ୍ରୀ।

ଇନୋଭେସନ ଓ ଟେକ୍‌ନୋଲୋଜି ଦ୍ବାରା ଲିଙ୍ଗଗତ ବିଭେଦ ଦୂର କରାଯାଇ ସମାଜରେ ପରିବର୍ତ୍ତନ ଆସିପାରିବ।

କିଶୋର କିଶୋରୀ ମାନଙ୍କ ପାଇଁ ମାସ୍କଟ ‘କୁନି’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

ଆଉ ପଛକୁ ନୁହେଁ, ଏଣିକି କେବଳ ଆଗକୁ ଚାଲିବୁ – ମିଶନ ଶକ୍ତି ଓ ଅଙ୍ଗନବାଡି ମା।

{} ଆଜି ଲୋକସେବା ଭବନସ୍ଥିତ କନ୍‌ଭେନସନ ସେଣ୍ଟର ଠାରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଏକ ସପ୍ତାହ ବ୍ୟାପୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସାଧାରଣ ଜୀବନରେ ଯେଉଁ କୋଟି କୋଟି ମା ସଂଗ୍ରାମ ଜାରି ରଖିଛନ୍ତି ଏବଂ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜିର ଦିନଟିକୁ ସମର୍ପିତ କରିଛନ୍ତି।କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହିଳା ସଶକ୍ତିକରଣ ଆଜି କେବଳ ଏକ ସ୍ଲୋଗାନ ନୁହେଁ, ଏହା ଆଜି ଏକ ବାସ୍ତବତା। ଓଡିଶାର ମା ମାନେ ଆଜି ରୂପାନ୍ତରର ସାରଥୀ ହୋଇଛନ୍ତି। ୭୦ ଲକ୍ଷ ମା ମାନଙ୍କ ବିଶାଳ ସଂଗଠନ ଆଜି SHGରୁ SME ହେବାକୁ ଯାଉଛି। ମା ମାନେ ଉଦ୍ୟୋଗୀ ହେବାକୁ ଯାତ୍ରା ଆରମ୍ଭ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମା ମାନେ କାହା ଠାରୁ କମ୍‌ ନୁହେଁ। ମା ମାନେ ନିଜ ନିଜର ପ୍ରତିଭା ଓ ଦକ୍ଷତା ଦ୍ବାରା ସମାଜରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ସେମାନେ ପ୍ରମାଣିତ କରିପାରିଛନ୍ତି ଝିଅ ଆଜି ପରିବାର ପାଇଁ ବୋଝ ନୁହେଁ, ବରଂ ପରିବାରର ମଣି । କନ୍ୟା ରତ୍ନ ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଆନ୍ତର୍ଜାତିକ ମହିଳା ଦିବସ ପାଇଁ ବିଷୟ ବସ୍ତୁ ରହିଛି ‘ନବ ପରିବର୍ତ୍ତନ ଓ ପ୍ରଯୁକ୍ତି ବିଦ୍ୟା ଦ୍ବାରା ଲିଙ୍ଗଗତ ସମାନତା ହାସଲ’ (Innovation and Technology for Gender Equality). ଏହା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରଯୁକ୍ତି ବିଦ୍ୟା ଆମକୁ ସମାଜରେ ଲିଙ୍ଗଗତ ବିଭେଦ ଦୂର କରିବା ପାଇଁ ଏକ ଅନନ୍ୟ ସୁଯୋଗ ଦେଇଛି । ଇନୋଭେସନ ଓ ଟେକ୍‌ନୋଲୋଜିର ପ୍ରୟୋଗରେ ଶିକ୍ଷା, ନିଯୁକ୍ତି, କର୍ମକ୍ଷେତ୍ର ଏବଂ ସମାଜର ବିଭିନ୍ନ କ୍ଷେତ୍ରରେ ବିଭେଦ ଦୂର କରାଯାଇ ନାରୀ ମାନଙ୍କ ଅଧିକାରର ସୁରକ୍ଷା କରାଯାଇପାରୁଛି। ମହିଳା ମାନଙ୍କ ବିରୁଦ୍ଧରେ ହେଉଥିବା ହିଂସାକୁ ମଧ୍ୟ ରୋକାଯାଇ ପାରୁଛି। ଏହାଦ୍ବାରା ସମାଜରେ ଲିଙ୍ଗଗତ ବୈଷମ୍ୟ ଦୂର ହୋଇ ଏକ ନ୍ୟାୟପୂର୍ଣ୍ଣ ସମାଜ ଗଠନ କରାଯାଇପାରିବ। ତେଣୁ ଇନୋଭେସନ ଓ ଟେକ୍‌ନୋଲୋଜିର ଅଧିକରୁ ଅଧିକ ପ୍ରୟୋଗ କରି ମହିଳା ମାନଙ୍କୁ ସବୁ କ୍ଷେତ୍ରରେ ସମାନ ଅଧିକାର ପ୍ରଦାନ କରିବା ସହିତ ଏକ ନ୍ୟାୟପୂର୍ଣ୍ଣ ସମାଜ ଗଠନ ଦିଗରେ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।ରାଜ୍ୟସ୍ତରୀୟ ଉତ୍ସବରେ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବ ଓ ଦିଗ୍‌ଦର୍ଶନରେ ମହିଳା ଓ ଶିଶୁବିକାଶ ବିଭାଗ ମହିଳା ମାନଙ୍କ ସଶକ୍ତିକରଣ ଓ ଅଧିକାରର ସୁରକ୍ଷା ପାଇଁ ଅନେକ କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ କରୁଛି । ମହିଳା ମାନେ ଆଜି ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସଶକ୍ତ ହୋଇପାରିଛନ୍ତି ଓ ସେମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହୋଇପାରିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହିଳା ଓ ଶିଶୁବିକାଶ ବିଭାଗର ଯୁବ ମାସ୍କଟ ‘କୁନି’ର ଶୁଭାରମ୍ଭ କରିଥିଲେ । ଏହି ମାସ୍କଟ କିଶୋର କିଶୋରୀ ମାନଙ୍କୁ ଶିକ୍ଷା, ଅଧିକାର ଓ ଅନ୍ୟାନ୍ୟ କ୍ଷେତ୍ରରେ ସଚେତନ କରିବା ପାଇଁ କାର୍ଯ୍ୟ କରିବ। ଏହାସହିତ ରାଜ୍ୟର ନୂଆ ଶିଶୁ ନୀତି ‘ପ୍ରାରମ୍ଭ’ ମଧ୍ୟ ଉନ୍ମୋଚିତ ହୋଇଥିଲା। ଏହାସହିତ ଆଶୀର୍ବାଦ ଯୋଜନାର ଏମ୍ ଆଇଏସ୍ ପୋର୍ଟାଲ୍ ଏବଂ ଓ୍ଵାନ୍ ଷ୍ଟପ୍ ସେଣ୍ଟର ଓ ମହିଳା ହେଲ୍‌ପ ଲାଇନରେ ସଫଳ ମହିଳାଙ୍କ କାହାଣୀ ଉପରେ ଏକ କେସ୍ ଷ୍ଟଡି ବୁକଲେଟ ମାନ୍ୟବର ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ।

କାର୍ଯ୍ୟକ୍ରମରେ ଭୁବନେଶ୍ବର ବିଜୟଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀର ଜାନକୀ ବିଶ୍ବାଳ ଏବଂ ବି.ଏମ.ସି ଅଙ୍ଗନବାଡି କର୍ମୀ ଆରତୀ ସାହୁ ପ୍ରମୁଖ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଯୋଗୁ ଆଜି ନାରୀ ମାନେ ବିଭିନ୍ନ କ୍ଷେତ୍ରରେ ସକ୍ଷମ ହୋଇ ସ୍ବାଧୀନ ଭାବରେ କାମ କରିପାରୁଛନ୍ତି । କୋଭିଡ ସମୟରେ ମାସ୍କ ଓ ଜାତୀୟ ପତାକା ତିଆରି କରି ଆମେ ଦକ୍ଷତା ଦେଖାଇ ପାରିଥିଲୁ । ବର୍ତ୍ତମାନ ଆମର ଆଉ ପଛକୁ ଚାହିଁବାର ପ୍ରଶ୍ନ ନାହିଁ । ଆମେ ଏଥର ଆଗକୁ ବଢିବୁ ।  ମହିଳା ଓ ଶିଶୁବିଭାଗ ର କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦେଶକ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା, ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର-ତଥା- ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜ୍ୟସ୍ତରୀୟ ଅଧିକାରୀ, ସମାଜ ସଂଗଠନ ନାଗରିକ, କର୍ପୋରେଟ୍ ଅନୁଷ୍ଠାନର ପ୍ରତିନିଧି -ତଥା-ଜିଲ୍ଲାସ୍ତରୀୟ ଓ ତୃଣମୂଳ ସ୍ତରର ଜିଲ୍ଲାସ୍ତରୀୟ କର୍ମଚାରୀ ତଥା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ(ଡିଏସ୍ଡବ୍ଲ୍ୟୁଓ), ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ),କିଶୋର ଓ କିଶୋରୀ ମାନେ ଯୋଗ ଦେଇଥିଲେ। ଏବଂ ଅନ୍ୟାନ୍ୟ ରାଜ୍ୟ ଓ ଜିଲ୍ଲାସ୍ତରୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ବିଷୟବସ୍ତୁ ଓ ରାଜ୍ୟସାରା ସପ୍ତାହବ୍ୟାପୀ ଉତ୍ସବ ପାଳନ କରାଯିବ। ଏବଂ ରାଜ୍ୟର ପ୍ରୟାସକୁ ଆହୁରି ସୁଦୃଢ଼ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମହିଳା ଓ ଶିଶୁ ବିକାଶ ବିଭାଗର ପଦକ୍ଷେପ ଉପରେ ଏକ ଭିଡିଓ ପ୍ରଦର୍ଶିତ କରାଯାଇଥିଲା।ଏହି ଅବସରରେ ୩ ଜଣ ଶ୍ରେଷ୍ଠ ଅଙ୍ଗନବାଡ଼ି କର୍ମୀ, ଶ୍ରେଷ୍ଠ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏବଂ ଶ୍ରେଷ୍ଠ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କୁ ପୁରସ୍କୃତ କରାଯାଇଥିଲା।

ସ୍ଵାସ୍ଥ୍ୟସେବା କ୍ଷେତ୍ରକୁ ୧୬ ହଜାର କୋଟି ଟଙ୍କା…

( ) ୨୦୨୩-୨୪ ବଜେଟରେ ସ୍ଵାସ୍ଥ୍ୟସେବା କ୍ଷେତ୍ରକୁ ୧୬ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏହା ଗତ ବଜେଟ ତୁଳନାରେ ୨୭% ଅଧିକ ଏବଂ ୨୦୧୭-୧୮ ବଜେଟ ତୁଳନାରେ ପ୍ରାୟ ୩ ଗୁଣ । ରାଜ୍ୟର ସାମଗ୍ରିକ ବଜେଟର ଏହା ୭% ।

ଆଉ ଠକି ପାରିବେନି ଡାକ୍ତର, ନର୍ସ ଓ ସ୍ଵାସ୍ଥ୍ୟ କର୍ମଚାରୀ । ହସ୍ପିଟାଲ ରେ ଲାଗୁ ହେବ ବାୟୋମେଟ୍ରିକ ବ୍ୟବସ୍ଥା । ୨୦୨୩-୨୪ ଆର୍ଥିକ ବର୍ଷରୁ ପାଇଲଟ ପ୍ରକଳ୍ପ ଆଧାରରେ ରାଜ୍ୟର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ଏହା କାର୍ଯ୍ୟକାରୀ କରାଯିବ । ପରବର୍ତ୍ତୀ ସମୟରେ PHC, CHC ରେ ମଧ୍ୟ ଲାଗୁ ହେବ ବାୟୋମେଟ୍ରିକ୍ ବ୍ୟବସ୍ଥା । ଆଉ ୩୦ ମିନିଟ୍ ନୁହେଁ, ୨୦ ମିନିଟ ଭିତରେ ରୋଗୀଙ୍କ ପାଖରେ ପହଞ୍ଚିବ ୧୦୮ ଆମ୍ବୁଲାନ୍ସ । ଏଥିପାଇଁ ୨୦୨୩-୨୪ରେ ୧୦୮ରେ ଯୋଡ଼ିହେବ ୨୩୬ଟି ନୂଆ ଆମ୍ବୁଲାନ୍ସ । ଏଥିପାଇଁ ବଜେଟ ରେ ୨୫୦ କୋଟି ଟଙ୍କା ବ୍ୟୟବରାଦ ।

BSKY ଓ ଆୟୁଷ୍ମାନ ଭାରତକୁ ନେଇ ଚାଲିଥିବା ଲଢେ଼ଇରେ ପୂର୍ଣ୍ଣଚ୍ଛେଦ ପକାଇଲେ ସ୍ଵାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ । କାହିଁକି ରାଜ୍ୟରେ ଲାଗୁ ହେବନି ଆୟୁଷ୍ମାନ ଭାରତ ଦେଲେ ସ୍ପଷ୍ଟୀକରଣ । କହିଲେ, କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ରୋଗୀର ଚିକିତ୍ସା ବିଲ ସରକାରୀ ହସ୍ପିଟାଲ ସ୍ତରରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ ରହିଛି । କିନ୍ତୁ ରାଜ୍ୟ ସରକାର ସରକାରୀ ହସ୍ପିଟାଲରେ ରୋଗୀ ସେବା ସମ୍ପୂର୍ଣ୍ଣ ମାଗଣା କରିଛନ୍ତି । ତେଣୁ ଘରୋଇ ହସ୍ପିଟାଲ ବିଲରୁ ଆୟୁଷ୍ମାନ ଭାରତ ଯୋଜନା ବିଲ ଆରମ୍ଭ କରିବାକୁ ଦାବି କରୁଛନ୍ତି । ଏହାଛଡ଼ା BSKY ରେ ମହିଳାଙ୍କ ଲାଗି ୧୦ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ୍ଚ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର, ଯାହା ଆୟୁଷ୍ମାନ ଭାରତ ଯୋଜନାରେ ନାହିଁ । ଏସବୁ ପ୍ରସଙ୍ଗ ନେଇ କେନ୍ଦ୍ର – ରାଜ୍ୟ ମଧ୍ୟରେ ସହମତି ଆସିନଥିବାରୁ ଆୟୁଷ୍ମାନ ଭାରତରେ ସାମିଲ ହୋଇନି ରାଜ୍ୟ ।୨୦୨୩-୨୪ ଆର୍ଥିକ ବର୍ଷ ୧୪୭ ନିର୍ବାଚନ ମଣ୍ଡଳୀରେ ଖୋଲିବ ଆମ ହସ୍ପିଟାଲ । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ, ଜିଲ୍ଲା ସଦର ଚିକିତ୍ସାଳୟ ଗୁଡ଼ିକୁ ଏଥିଲାଗି ବଛାଯାଇଛି । ୯ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ ଆମ ହସ୍ପିଟାଲ । ୭୫୦ କୋଟି ଟଙ୍କା ବ୍ୟୟରେ ଉନ୍ନତିକରଣ ହେବାକୁ ଥିବା ଆମ ହସ୍ପିଟାଲରେ ରୋଗୀଙ୍କୁ ମିଳିବ ସବୁ ମୌଳିକ ସ୍ଵାସ୍ଥ୍ୟ ସେବା ।

୨୦୨୩-୨୪ରେ ୫ ହଜାର MBBS ଡାକ୍ତର ଓ ୯ ହଜାର ଷ୍ଟାଫ ନର୍ସଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର । ଏଥିଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା । ଆସନ୍ତା ବର୍ଷ ଶେଷ ସୁଦ୍ଧା ରାଜ୍ୟର ସବୁ PHC ଓ CHCରେ ଥିବେ MBBS ଡାକ୍ତର । ପୂର୍ବରୁ ଗତ ୫ ବର୍ଷରେ ୪ ହଜାର ଡାକ୍ତରଙ୍କୁ ଓ ଗତ ୩ ବର୍ଷରେ ୯ ହଜାରରୁ ଅଧିକ ଷ୍ଟାଫ ନର୍ସଙ୍କୁ ନିଯୁକ୍ତି ଦିଆଯାଇଛି ।

ଫାର୍ମା ଜଗତରେ ନିରନ୍ତର ବିକାଶ ଆଣିବା କ୍ଷେତ୍ରରେ ଛାତ୍ରଛାତ୍ରୀ…

{} ଫାର୍ମା ଜଗତରେ ନିରନ୍ତର ବିକାଶ ଆଣିବା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ବିଶେଷଜ୍ଞଙ୍କ ମତ ।

() ଫାର୍ମା ଛାତ୍ରଛାତ୍ରୀମାନେ ଏହି କ୍ଷେତ୍ରରେ ଘଟୁଥିବା ସମସ୍ତ ବିକାଶ ପ୍ରକ୍ରିୟା ବିଷୟରେ ସକ୍ରିୟ ଭାବେ ଅବଗତ ରହିବା ଆବଶ୍ୟକ ବୋଲି ଜଣେ ବିଶେଷଜ୍ଞ ମତ ଦେଇଛନ୍ତି ।

ନିୟମିତ ଭାବେ ଜ୍ଞାନ ବୃଦ୍ଧି କର ଏବଂ ବିକାଶ ପ୍ରକ୍ରିୟା ବିଷୟରେ ଅବଗତ ରହିଲେ ଭବିଷ୍ୟତରେ ଆଗକୁ ଯିବ ବୋଲି କହିଛନ୍ତି କୋଲକାତା ସ୍ଥିତ ୱିପ୍ରୋ ଡିଜିଟାଲ୍ ଅପରେସନ୍ସ ଆଣ୍ଡ ପ୍ଲାଟଫର୍ମସର ସିନିୟର ମ୍ୟାନେଜର ଡାକ୍ତର ସୁଶାନ୍ତ ସେନାପତି । ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ ଓ ସେଂଟର ଫର ବାୟୋଟେକ୍ନୋଲୋଜିର ବାର୍ଷିକ ଉତ୍ସବ “ଆମିଟି -୨୦୨୩”ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଡାକ୍ତର ସେନାପତି ।

ଡାକ୍ତର ସେନାପତି, ଯିଏ କି ପେସାରେ ଜଣେ ଡାକ୍ତର, ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ସେମାନେ କେବେହେଲେ ଗୋଟିଏ କମ୍ପାନୀରେ କାମ କରୁଛନ୍ତି ବୋଲି ନ ଭାବି ବରଂ ସମାଜ ତଥା ନିଜ ପରିବାରର ସଦସ୍ୟଙ୍କ ପାଇଁ କାମ କରୁଛନ୍ତି ବୋଲି ଭାବି କାର୍ଯ୍ୟ ଜାରୀ ରଖନ୍ତୁ । ବିଶିଷ୍ଟ ସାହିତ୍ୟିକା ତଥା ଗାୟିକା ଶ୍ରୀମତି ଛନ୍ଦା ମିଶ୍ର କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏସ୍‌ପିଏସ୍ ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିବାବେଳେ ପ୍ରଫେସର ଲକ୍ଷ୍ମୀଧର ମହାରଣା ଏହାକୁ ପରିଚାଳନା କରିଥିଲେ ।

ଶ୍ରୀମତି ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ନିଜ ମଧ୍ୟରେ ଥିବା ଉତମ ଗୁଣଗୁଡ଼ିକୁ ପ୍ରସ୍ଫୁଟିତ କରିବା ସହ କ୍ରୋଧ ଓ ଆଳସ୍ୟ ପରିହାର କରିବା ଆବଶ୍ୟକ ବୋଲି କହିଥିଲେ । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରକାଶିତ ପତ୍ରିକା “ଆରୋଣ”କୁ ଉନ୍ମୋଚନ କରାଯାଇଥିଲା ।

ନକଲି ଔଷଧର ପର୍ଦ୍ଦାଫାଶ୍…

() ନକଲି ଔଷଧର ଉତ୍ତର ପ୍ରଦେଶ ଲିଙ୍କ୍ ଉପରେ କାର୍ଯ୍ୟାନୁଷ୍ଠାନ।

ବଡ଼ଧରଣର ରାକେଟର ପର୍ଦ୍ଦାଫାଶ୍।

{} ନକଲି ଔଷଧ କାରବାର ବିରୁଦ୍ଧରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଉତ୍ତର ପ୍ରଦେଶ ଲିଙ୍କ୍ ସଙ୍କେତ ଉପରେ ଠୋସ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଓଡ଼ିଶା ସରକାର ଉତ୍ତର ପ୍ରଦେଶ ସରକାରଙ୍କୁ ଦେଇଥିବା ସୂଚନା ଓ ତଥ୍ୟ ଭିତ୍ତିରେ ଉତ୍ତର ପ୍ରଦେଶ ଷ୍ଟେଟ୍ ଟାକ୍ସ ଫୋର୍ସ ସନ୍ଦେହ ଜନକ ସ୍ଥାନରେ ଗତକାଲି ଚଢାଉ କରିଥିଲେ । ଓଡ଼ିଶାର ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରୁ ମିଳିଥିବା ସମସ୍ତ ଔଷଧ ଉତ୍ତର ପ୍ରଦେଶରୁ ଅଣାଯାଇଥିବାର ଏହି ଚଢାଉରୁ ଜଣାପଡିଥିଲା ।

ସିକନ୍ଦରାବାଦ ପୋଲିସ ଷ୍ଟେସନ୍ ଅନ୍ତର୍ଗତ ବୁଲନ୍ଦସହରର ଅଶୋକ କୁମାରଙ୍କର ଏକ ଘର ଚଢାଉରୁ ସେ ସମସ୍ତ ଔଷଧର ମହଜୁଦି ବିଷୟ ଜଣାପଡିଥିଲା । ତାଙ୍କୁ ଗିରଫ୍ କରାଯାଇ ତାଙ୍କର ସ୍ୱୀକାରୋକ୍ତି ଭିତ୍ତିରେ ଲହତାରା ଥାନା ଅନ୍ତର୍ଗତ ଅନ୍ୟ ଏକ ଗୋଦାମ ଉପରେ ମଧ୍ୟ ଚଢାଉ କାରଯାଇଥିଲା । ସେଠାରୁ ବହୁ ପରିମାଣର ନକଲି ଔଷଧ ଓ ନଗଦ ଟଙ୍କା ଜବତ ହୋଇଥିଲା । ଜବତ ହୋଇଥିବା ଔଷଧର ମୂଲ୍ୟ ପ୍ରାୟ ୭.୩୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ନଗଦ ଆକାରରେ ଚଢଉସ୍ଥାନରୁ ୪ ଲକ୍ଷ ଟଙ୍କା ମିଳିଛି । ଏହି ଚଢାଉ ଏକ ବଡ଼ଧରଣର ନକଲି ଔଷଧ ରାକେଟର ପର୍ଦ୍ଦାଫାଶ୍ କରିଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀ ମଧ୍ୟ ଭାଗରେ ଆନ୍ତଃରାଜ୍ୟ ନକଲି ଔଷଧ ଅନୁସନ୍ଧାନ ପାଇଁ ଓଡ଼ିଶା ସରକାର ସ୍ୱତନ୍ତ୍ର ଟିମ୍ ଗଠନ କରି ଉତ୍ତର ପ୍ରଦେଶ ପଠାଇଥିଲେ । ଏହି ତଦନ୍ତରେ ସହାୟତା ନିମନ୍ତେ ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ ଉତ୍ତର ପ୍ରଦେଶ ସରକାରଙ୍କ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଥିଲେ । ଓଡ଼ିଶା ଟିମଙ୍କଠାରୁ ପ୍ରାପ୍ତ ସୂଚନା ଭିତ୍ତିରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଚଢାଉ, ଗିରଫ୍ ଓ ପଚରା ଉଚୁରା ଜାରି ରହିଛି । ରାଜ୍ୟ ସରକାର ପଠାଇଥିବା ସ୍ୱତନ୍ତ୍ର ଟିମ୍ ତାଙ୍କର ଅନୁସନ୍ଧାନ କାର୍ଯ୍ୟ ଚଳାଇ ରଖିଛନ୍ତି ।

ମିଶନ ଶକ୍ତି କମ୍ୟୁନିଟି ପାର୍ଟନର ପାଇଲେ ୮ ହଜାର ସାଇକେଲ…

() ମିଶନ ଶକ୍ତି କମ୍ୟୁନିଟି ପାର୍ଟନର ପାଇଲେ ୮ ହଜାର ସାଇକେଲ।

ଆପଣମାନଙ୍କ ଭାଗିଦାରୀ ମିଶନଶକ୍ତି କୁ ଏକ ନମ୍ବର କାର୍ଯ୍ୟକ୍ରମ କରିପାରିଛି – ମୁଖ୍ୟମନ୍ତ୍ରୀ।

ସମୟ ବଞ୍ଚିବ, ଦକ୍ଷତା ବଢିବ – ମିଶନ ଶକ୍ତିର ମା। 

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନଭେନସନ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା 8 ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀ (Community Partners) ମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି । ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ, ଆହାର କର୍ମୀ, ଜଳ ସାଥୀ ଏବଂ ସୁପରଭାଇଜର ଆଦି ସାଇକେଲ ପାଇଛନ୍ତି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓ ମିଶନ ଶକ୍ତି ବିଭାଗର ମିଳିତ ସମନ୍ୱୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନଙ୍କ ଭାଗିଦାରୀ ମିଶନ ଶକ୍ତିକୁ ଏକ ସଫଳ କାର୍ଯ୍ୟକ୍ରମ କରିଛି । ସେ କହିଥିଲେ ଯେ ସେ ଓଡିଶାର ବିଭିନ୍ନ ଅଞ୍ଚଳକୁ ଯାଉଛନ୍ତି ଏବଂ ମିଶନଶକ୍ତି ମା ମାନଙ୍କୁ ଭେଟୁଛନ୍ତି । ସେମାନେ ମଧ୍ୟ ନବୀନ ନିବାସ ଆସି ତାଙ୍କୁ ଭେଟୁଛନ୍ତି । ମା ମାନଙ୍କର ସଫଳତା ମୋତେ ବହୁତ ଖୁସି ଦେଉଛି ବୋଲି ସେ କହିଥିଲେ । ଆପଣମାନଙ୍କ ଆତ୍ମବିଶ୍ୱାସ, ଆପଣମାନଙ୍କ ଉତ୍ସାହ ମିଶନଶକ୍ତିକୁ ଏକ ନମ୍ବର ସଫଳ କାର୍ଯ୍ୟକ୍ରମ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ବିଭିନ୍ନ ସହରରେ ମିଶନ ଶକ୍ତିର ମା ମାନେ କମ୍ୟୁନିଟି ପାର୍ଟିସିପେସନ କାର୍ଯ୍ୟକ୍ରମରେ ଅନେକ ଦାୟିତ୍ବ ହାତକୁ ନେଇଛନ୍ତି। ଆହାର, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ପରିମଳ, ଜଳସାଥି, ସ୍ବଚ୍ଛସାଥି ଆଦି ଅନେକ କାମ କରୁଛନ୍ତି । ଆପଣମାନଙ୍କ କାମରେ ସମସ୍ତେ ଖୁସି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନେ ଯେପରି ସୁବିଧାରେ ନିଜ ନିଜର ଦାୟିତ୍ବ ପାଳନ କରିପାରିବେ, ସେଥିପାଇଁ ରାଜ୍ୟ ସରକାର ଆପଣମାନଙ୍କୁ ସାଇକେଲ ଦେଉଛନ୍ତି।

ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ମିଶନ ଶକ୍ତି ମା ମାନଙ୍କୁ ୧୦୦ କୋଟି ଟଙ୍କାର ପ୍ରୋତ୍ସାହନ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ ଏବଂ କହିଥିଲେ ଯେ ଓଡିଶାର ମିଶନ ଶକ୍ତି କମ୍ୟୁନିଟି ପାର୍ଟିସିପେସନ କ୍ଷେତ୍ରରେ ସାରା ବିଶ୍ବରେ ସୁନାମ କରିଛି ଓ ନୂଆ ବେଞ୍ଚମାର୍କ ସୃଷ୍ଟି କରିଛି । ସମସ୍ତେ ମିଳିମିଶି ଭଲ କାମ କରି ଓଡିଶା ମା ର ସୁନାମ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ କହିଥିଲେ ଯେ ମିଶନ ଶକ୍ତି ମା ମାନେ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଓଡିଶା ଗଠନକୁ ସାକାର କରିବା ପାଇଁ ବହୁତ ଭଲ କାମ କରୁଛନ୍ତି । ସାଇକେଲ ପାଇବା ଦ୍ବାରା କର୍ମ କ୍ଷେତ୍ରରେ ସେମାନଙ୍କୁ ବହୁ ସୁବିଧା ଓ ସ୍ବାଧୀନତା ମିଳିପାରିବ। ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ କହିଲେ ଯେ ଗୋଷ୍ଠୀଗତ ବିକାଶର ଏକ ଅନୁପମ ବାର୍ତ୍ତାବହ ହେଉଛି ମିଶନ ଶକ୍ତି । ମୁଖ୍ୟମନ୍ତ୍ରୀଙ୍କ ଦିଗ‌ଦର୍ଶନରେ ଏହା ଆଜି ନୂଆ ମାଇଲଷ୍ଟୋନ ସ୍ଥାପନ କରିପାରିଛି ।

କାର୍ଯ୍ୟକ୍ରମରେ ଦୁଇ ଜଣ ମିଶନ ଶକ୍ତି ମା ପଦ୍ମାବତୀ ଦାସ (ଆହାର କର୍ମୀ) ଓ ସୀତା ମୁର୍ମୁ (ସ୍ବଚ୍ଛକର୍ମୀ) ନିଜ ନିଜର ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ମିଶନ ଶକ୍ତି କାର୍ଯ୍ୟକ୍ରମ ଯୋଗୁ ସେମାନେ ଆଜି ସ୍ବାବଲମ୍ବୀ ହେବା ସହିତ ନିଜ ନିଜ ପରିବାରର ଛୋଟ ଛୋଟ ଅସୁବିଧା ମଧ୍ୟ ଦୂର କରିପାରୁଛନ୍ତି । ସାଇକେଲ ଦ୍ବାରା ସେମାନଙ୍କ ସମୟ ବଞ୍ଚିବା ସହିତ କାର୍ଯ୍ୟଦକ୍ଷତା ବଢିବ ବୋଲି ସେମାନେ କହିଥିଲେ।  ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀ ଜି. ମାଥିଭାତନନ ସ୍ବାଗତ ଭାଷଣ ଦେଇଥିଲେ ଏବଂ ବିଏମସି କମିଶନର ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ । ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସ ଉପସ୍ଥିତ ଥିଲେ ।

ଆଉ ଫେରିବେନି ପିଣ୍ଟୁ….

() ଅଫେରା ରାଇଜ କୁ ଚାଲିଗଲେ ଓଲିଉଡ଼ ଲୋକପ୍ରିୟ କଳାକାର ପିଣ୍ଟୁ ନନ୍ଦ। ନିଜ ଅଭିନୟ କଳାରେ ସମସ୍ତ ମସଗୁଲ କରୁଥିବା ପିଣ୍ଟୁ ଗତ କାଲି ରାତି ପ୍ରାୟ ୧୧ଟା ୨୫ମିନିଟ୍ ରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ପିଣ୍ଟୁ ନନ୍ଦ ୪୬ବର୍ଷ ହୋଇଥିଲା। ବୁହୁତ ଦିନ ଧରି ଲିଭର୍ ସିରୋସିସ୍ ରୋଗ ପୀଡ଼ିତ ଥିଲେ ପିଣ୍ଟୁ ଏନେଇ ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଆଜି ଓଡ଼ିଶା ସିନେ ଜଗତର ହୋଇଛି ଏକ ଅପୂରଣୀୟ କ୍ଷତି।

୧୦ ଟଙ୍କାରୁ ଅଧିକ ହେବ ନାହିଁ ରାଜ୍ୟର କୌଣସି ସଂଗ୍ରହାଳୟର ପ୍ରବେଶ ଦେୟ…

() ରାଜ୍ୟର କୌଣସି ସଂଗ୍ରହାଳୟର ପ୍ରବେଶ ଦେୟ (ଟିକେଟ) ୧୦ ଟଙ୍କାରୁ ଅଧିକ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ 

ଛାତ୍ରଛାତ୍ରୀ, କାରିଗର ଓ ବୁଣାକାରଙ୍କ ପାଇଁ ସଂପୂର୍ଣ୍ଣ ମାଗଣା ।

{} ଓଡିଶା କଳାର ଭୂମି । ଆମର କଳା, ସଂସ୍କୃତି ସାରା ବିଶ୍ବରେ ଓଡିଶାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆମର ଏହି ମହାନ ଐତିହ୍ୟର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର ଦିଗରେ ସଂଗ୍ରହାଳୟ ଗୁଡିକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ଜନସାଧାରଣ, ବିଶେଷ କରି ଯୁବ ସମାଜ, ଛାତ୍ର ସମାଜ ତଥା ପର୍ଯ୍ୟଟକ ମାନେ ଯେପରି ଆମ କଳା ଓ ସଂସ୍କୃତି ସହିତ ଭଲ ଭାବରେ ପରିଚିତ ହୋଇପାରିବେ, ସେ ଦୃଷ୍ଟିରୁ ରାଜ୍ୟର କୌଣସି ସଂଗ୍ରହାଳୟର ପ୍ରବେଶ ଦେୟ ୧୦ ଟଙ୍କାରୁ ଅଧିକ ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।ଏତଦ୍‌ବ୍ୟତୀତ ଛାତ୍ରଛାତ୍ରୀ, କାରିଗର ଓ ବୁଣାକାର ମାନଙ୍କ ପାଇଁ ସଂଗ୍ରହାଳୟରେ ପ୍ରବେଶ ନିମନ୍ତେ କୌଣସି ଦେୟ ଆଦାୟ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆମ ରାଜ୍ୟରେ ଥିବା ସଂଗ୍ରହାଳୟ ଗୁଡିକ ଯେପରି ଅଧିକ ଲୋକପ୍ରିୟ ହେବ ଏବଂ ପର୍ଯ୍ୟଟକ ମାନେ ସେଗୁଡିକ ପରିଦର୍ଶନର ସୁଯୋଗ ପାଇପାରିବେ, ସେ ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଭୁବନେଶ୍ବରରେ ରାଜ୍ୟ ସଂଗ୍ରହାଳୟ ସହିତ କଳାଭୂମି, ଆଦିବାସୀ ସଂସ୍କୃତି ଓ ଗବେଷଣା ସଂଗ୍ରହାଳୟ, କଟକରେ ସାମୁଦ୍ରିକ ସଂଗ୍ରହାଳୟ ତଥା ବିଭିନ୍ନ ଜିଲ୍ଲାରେ ଅନେକ ସଂଗ୍ରହାଳୟ ରହିଛି । ଏଗୁଡିକୁ ଲୋକପ୍ରିୟ କରିବା ପାଇଁ ଏବଂ ପରିଦର୍ଶକ ମାନଙ୍କୁ ଆକୃଷ୍ଟ କରିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ସହାୟକ ହେବ ବୋଲି ଆଶା କରାଯାଉଛି ।

ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ପରାମର୍ଶ ଭିଡିଓ ଦେଖିଲେଆପଣ ନିଜ ମତ ବଦଳାଇବେ…..

() ପୋଲିସ ଉପରେ ବିଜେପି ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କ ଆକ୍ରମଣ ନେଇ ପୁଣି ଉଭୟ ଦଳ ମଧ୍ୟରେ ଆରମ୍ଭ ହୋଇଛି ଟୁ ଇଟ ଲଢେ଼ଇ l  ଧର୍ମେନ୍ଦ୍ର ପ୍ରଧାନଙ୍କ ଟୁଇଟର ଉତ୍ତର ରଖିଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ l ପ୍ରଣବ ପ୍ରକାଶ ବିଧାନ ସଭା ଘେରାଉ ବେଳେ ଏକ ଭିଡ଼ିଓ କୁ ସେୟାର କରି କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l ରାଜ୍ୟର ଆଇନ ଶୃଙ୍ଖଳା ନେଇ କେନ୍ଦ୍ରମନ୍ତ୍ରୀ ଉଠାଇ ଥିବା ପ୍ରଶ୍ନ ର ଉତ୍ତର ରଖି ସେ କହିଛନ୍ତି ଯେ ଭାଇ, ମୁଁ ଆପଣଙ୍କ ସାଙ୍ଗରେ ସଂପୂର୍ଣ୍ଣ ଏକମତ । ଗଣତନ୍ତ୍ରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି, ହେଲେ ଆତଙ୍କରାଜ ଓ ହିଂସାକାଣ୍ଡ ସୃଷ୍ଟି କରି ସୁରକ୍ଷାକର୍ମୀଙ୍କୁ ଲହୁଲୁହାଣ କରିବାର ଅଧିକାର ନାହିଁ । ଦୟାକରି ଏହି ଭିଡିଓକୁ ଦେଖନ୍ତୁ । ମୋର ଦୃଢ ବିଶ୍ୱାସ, ଆପଣ ନିଜ ମତ ବଦଳାଇବେ।

Follow us

20,832FansLike
0FollowersFollow
14,700SubscribersSubscribe

Latest news