ମିଳିତ କାର୍ଯ୍ୟକ୍ରମ ନେଇ ସୋଆ ଏବଂ ଆର୍‌ଏସ୍‌ବି ଟ୍ରାନ୍ସମିସନ୍ସ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ…

() ଶିଳ୍ପ ନିମନ୍ତେ ଆବଶ୍ୟକୀୟ ଯନ୍ତ୍ରାଂଶ ପ୍ରସ୍ତୁତି ନିମନ୍ତେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ କରିବା ନିମନ୍ତେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପୁନେ ସ୍ଥିତ ଆରଏସବି ଟ୍ରାନ୍ସମିସନ୍ସ( ଆଇ) ଲିମିଟେଡ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛି ।ପ୍ରୋସେସ୍ ସିମୁଲେସନ୍ସ, ନ୍ୟୁମରିକାଲ୍ ମଡେଲିଂ, ଅପ୍ଟିମାଇଜେସନ୍ ଅଫ୍ ଟେକ୍ନିକ୍ସ ଭଳି ବିଭିନ୍ନ ବୈଜ୍ଞାନିକ ପଦ୍ଧତିକୁ ନେଇ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି।

ସୋଆର ପ୍ରୋ-ଭାଇସ୍ ଚାନ୍‌ସେଲର ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆର୍‌ଏସ୍‌ବି ଆର୍‌ଏସ୍‌ବି ଟ୍ରାନ୍ସମିସନ୍ସ (ଆଇ) ଲିମିଟେଡ୍ ପକ୍ଷରୁ ନିର୍ଦ୍ଦେଶକ ଡକ୍ଟର ଓମ୍‌କାର ନାଥ ମହାନ୍ତି ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । ଏହି କାର୍ଯ୍ୟକ୍ରମଗୁଡ଼ିକ ଦ୍ୱାରା ଉଚ୍ଚ କ୍ଷମତା ସମ୍ପନ୍ନ ପ୍ରୋସେସିଂ କାର୍ଯ୍ୟ ସ୍ୱଳ୍ପ ମୂଲ୍ୟରେ ହୋଇପାରିବ ବୋଲି ଡକ୍ଟର ମହାନ୍ତି କହିଥିଲେ । ପୂର୍ବରୁ ଡକ୍ଟର ମହାନ୍ତି ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିର କୁଳପତି ଥିଲେ ।ଏହି ସମ୍ପର୍କରେ ବୁଝାଇ ଡକ୍ଟର ମହାନ୍ତି କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଦ୍ୱାରା ଶକ୍ତି ଅପଚୟ କମ୍ ହେବ, ଉତ୍ପାଦନ ବଢ଼ିବ ଏବଂ ଯନ୍ତ୍ରାଂଶ ଅଧିକ ଦିନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିିବ ।

ଏହି ଅବସରରେ ସୋଆର ଚିଫ୍ ଆଡ୍‌ମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର (ଡକ୍ଟର) ସରୋଜ ଆଚାର୍ଯ୍ୟ, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଜୟଦେବ ବଳ, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡକ୍ଟର ବିନାୟକ ପଟ୍ଟନାୟକ ଏବଂ ଶ୍ରୀ ଅଶୋକ ସାହୁ, ପୁନେ ସ୍ଥିତ ଆର୍‌ଏସ୍‌ବି ଟ୍ରାନ୍ସମିସନ୍ସ (ଆଇ) ଲିମିଟେଡ୍‌ର ଇଞ୍ଜିନିୟର୍ ( ଡିଜାଇନ୍ ଏବଂ ଡେଭଲପ୍‌ମେଂଟ) ଶ୍ରୀ ଶୁଭେନ୍ଦୁ କୁମାର ଦେ ଏବଂ ଶ୍ରୀ ସୁଶାନ୍ତ ସାହୁ ଉପସ୍ଥିତ ଥିଲେ ।

ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ କିଏ କଣ କହିଲେ ଜାଣନ୍ତୁ…

() ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଂଗ ଶୁନ୍ୟକାଳରେ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର l କହିଲେ ବିଧାୟକଙ୍କ ଦରମା ବୃଦ୍ଧି କରାଯାଉ l ସେମାନେ ବହୁତ ଅସୁବିଧାରେ ଅଛନ୍ତି l ଚାଲିବା କଷ୍ଟ ହେଇଯାଉଛି l

ନରସିଂହ ମିଶ୍ରଙ୍କୁ ସମର୍ଥନ କଲେ ଅମର ଶତପଥୀ l କହିଲେ ପୂର୍ବତନ ବିଧାୟକ ମାନେ ମଧ୍ୟ ଅସୁବିଧାରେ ଅଛନ୍ତି l ମୁଁ ରିପୋର୍ଟ ଦେଇ ସାରିଛି l ଦିଲ୍ଲୀ ର ବିଧାୟକ ମାନଂକ ଦରମା ବୃଦ୍ଧି ହୋଇଛି l ଅମର ଶତପଥୀ ବିଜେଡି ବିଧାୟକ।

ତାରା ପ୍ରସାଦ ବାହିନୀପତି ମଧ୍ୟ ବିଧାୟକ ଦରମା ବୃଦ୍ଧିକୁ ସମର୍ଥନ କଲେ ତାରା ପ୍ରସାଦ ବାହିନୀପତି l କହିଲେ ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମାକୁ ଅନୁସନ୍ଧାନ କରା ଯାଇଛି l

ମୋହନ ମାଝୀ ମଧ୍ୟ ବିଧାୟକଙ୍କ ଦରମା ବୃଦ୍ଧିକୁ ସମର୍ଥନ କଲେ l କହିଲେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି କରାଯାଉ l କମିଟି ଗଠନ ହେଲା l କମିଟି ସବୁ ଦିଗକୁ ଗୁରୁତ୍ୱ ଦେଇଛି l ତେଣୁ ବିଧାୟକଙ୍କ ଦରମା ବୃଦ୍ଧି କରାଯାଉ l ମୋହନ ମାଝୀ, ବିରୋଧି ଦଳ ମୁଖ୍ୟ ସଚେତକ।

 

 

ଖାଦ୍ୟସୁରକ୍ଷା ଯୋଜନାରେ ଓଡିଶା ରୋଲ ମଡେଲ ସାଜିଛି…

() 80 ଦଶକରେ ଖାଦ୍ୟର ଅଭାବ ଦେଖାଦେଇଥିଲା। କିନ୍ତୁ ଆଜି ଓଡିଶା ଖାଦ୍ୟସୁରକ୍ଷା ଯୋଜନାରେ ଓଡିଶା ରୋଲ ମଡେଲ ସାଜିଛି। ଓଡିଶା ନମ୍ବର 1। ନିଜେ କେନ୍ଦ୍ର ମନ୍ତ୍ରୀ ଏହା ଘୋଷଣା କରିଛନ୍ତି। ବିଜେଡି ବୁଝିଛି ଲୋକ ପାଖରେ ଖାଦ୍ୟ ପହଞ୍ଚାଉ ଚି ବୋଲି। ସ୍ୱାମିନାଥନ କମିଟି ରିପୋର୍ଟ କୁ ଅଧାର ଏମ ଏସପି 2930 କୋଟି ଟଙ୍କା କରିବାକୁ ଦାବି ହୋଇଛି। ହେଲେ କେନ୍ଦ୍ର ସରକାର କଲେ ନାହିଁ। ଯେଉଁଥିପାଇଁ ଚାଷୀ ସେମାନଙ୍କର ପ୍ରାପ୍ୟ ପାଇପାରୁନାହାନ୍ତି। ଚାଷୀ ଧାନ କିଣା ବାବଦ ଟଙ୍କା ଦେବା ପାଇଁ ରାଜ୍ୟ ସରକାର 24ଶହ କୋଟି ଟଙ୍କା ଋଣ କରିଛି। ଏପରିକି ଚାଷୀ ଙ୍କୁ ଠିକ ସମୟରେ ଧାନ କିଣା ରାଶି ଦେବା ପାଇଁ ରିଭଲଭିଙ୍ଗ ଫଣ୍ଡ ଗଠନ କରିଛନ୍ତି। ଓଡିଶା।1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇଣ୍ଟରରେଷ୍ଟ ଫ୍ରି ଲୋନ ଦିଆ ଯାଉଛି। ସମବାୟ ଖାଦ୍ୟଯୋଗଣ ବିଭଗ ଏବଂ କୃଷି ବିଭାଗ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରୁଛି ବୋଲି ସମବାୟ ମନ୍ତ୍ରୀ ଅତୁ ନ ସବ୍ୟସାଚୀ ଉତ୍ତରରେ କହିଛନ୍ତି।

କଣ କହିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ…

() ମୁଲତବୀ ପ୍ରସ୍ତାଵ ଆଲୋଚନା ବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି ଜଙ୍ଗଲରେ ନିଆ ଲିଭାଇବା ପାଇଁ ରାଜ୍ୟରକାର ସ୍ୱତନ୍ତ୍ର ବୈଷୟିକ ଜ୍ଞାନ କୌଶଳ କକ୍ଷ ପ୍ରତିଷ୍ଠା କରିଛନ୍ତି। ଟାସ୍କଫୋର୍ସ ଗଠନ କରିଯାଇଛି। ତାଙ୍କ ସୁପାରିଶ ଅନୁସାରେ ପଦକ୍ଷପ ନିଆଯାଉଛି। ଜଙ୍ଗଳ ନିଆକୁ ନିୟନ୍ତ୍ରଣ କରିବା ପାଇଁ ଏସଓ ପି ଜରିକରାଯାଇ ଛି। ଜିଲ୍ଲା ସ୍ତରରେ ଜଙ୍ଗ ଳ ନିଆଁ କୁ ନିୟନ୍ତ୍ରଣ କରିବା ଆକ୍ସନ ପ୍ଲାନ କରାଯାଇଛି। ନିଆଁ ଲିଭାଇବା ପାଇଁ 399 ନିଆ ଲିଭଳି ଦଳଙ୍କୁ ନିୟୋଜିତ କରାଯାଇଛି। ଗାଡି, ଫାୟାର ବ୍ଲୋୟର, ସୁରକ୍ଷା ଯନ୍ତ୍ରପାତି ଯୋଗାଇ ଦିଆଯାଇଛି। 24 ଘଣ୍ଟିଆ କଣ୍ଟ୍ରୋଲରୁମ କାର୍ଯ୍ୟ କରୁଛି। ମାର୍ଚ୍ଚ 13 ତାରିଖ ସୁଧା ଲାଗିଥିବା 22786 ନିଆଁ ଲାଗିଥିବା ପଏଣ୍ଟ ରୁ 22316 ପଏଣ୍ଟ ରେ ନିଆଁ ଆୟତ୍ତ କରାଯାଇଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତ। ଏପଟେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିଜେପି ସଦସ୍ୟ ମାନେ କକ୍ଷତ୍ୟାଗ କରିଥିଲେ।

ରାଜ୍ୟରେ ବିପଦ ପୂର୍ଣ୍ଣ ଅବସ୍ଥାରେ 11 ହଜାର 929 ସ୍କୁଲ ଘର….

() ରାଜ୍ୟରେ 11 ହଜାର 929 ସ୍କୁଲ ଘର ବିପଦ ପୂର୍ଣ୍ଣ ଅବସ୍ଥାରେ ରହିଛି । ଏହି ସବୁ ଅସୁରକ୍ଷିତ ଶ୍ରେଣୀ ଗୃହ ଭାଙ୍ଗିବାକୁ ନିର୍ଦେଶ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଗାଁରେ ପଞ୍ଚାୟତିରାଜ ବିଭାଗକୁ ସ୍କୁଲ ଗୁଡିକର ମରାମତି ପାଇଁ କୁହାଯାଇଛି । ସମୁଦାୟ 77 ହଜାର 931 ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କରାଯିବ । 2022-23ରେ ଅତିରିକ୍ତ 3683 ଶ୍ରେଣୀ ଗୃହ ନିର୍ମାଣ କରାଯିବ । ଏଥିରୁ 1003ର ମରାମତି ଚାଲିଛି । 4195 ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲର ମରାମତି କରାଯିବ ବୋଲି ଗୃହରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଶଙ୍ଖ ମୋର ଗର୍ବ : ପ୍ରଣବ ପ୍ରକାଶ ଦାସ….

() ଶଙ୍ଖ ମୋର ଗର୍ବ ,ନବୀନ ମୋ ଆଦର୍ଶ l ଏହି ଦୁଇ ପଦ ଆଜି ସୋସିଆଲମିଡିଆରେ ବେଶ ଭାଇରାଲ ହୋଇଛି l ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସ୍ଵପ୍ନ ଦେଖିଛନ୍ତି ତାହାକୁ ସାକାର କରିବା ପାଇଁ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତିରେ ଶପଥ ନେଇଛନ୍ତି ବିଜେଡି କର୍ମୀ ଓ ନେତାମାନେ l ଏକ ସମୃଦ୍ଧ , ସଶକ୍ତ ଓ ସ୍ବାଭିମାନୀ ଓଡ଼ିଶା ଗଢିବା ଦିଗରେ ଆଗେଇ ଚାଲିଛି ବିଜେଡି । ୨୫ ବର୍ଷ ଓଡିଶା ବାସୀଙ୍କ ପାଇଁ ଉତ୍ସର୍ଗୀକୃତସେବା କରିଛନ୍ତି ନବୀନ l ତେଣୁ ଆଗକୁ ନବୀନ ଓଡ଼ିଶା ଗଢିବାର ଲକ୍ଷ୍ୟ ନେଇ ଏକ ସମୃଦ୍ଧ , ସଶକ୍ତ ଓ ସ୍ବାଭିମାନୀ ଓଡ଼ିଶା ଗଠନ କରିବା ପାଇଁ ଶଙ୍ଖ ମୋର ଗର୍ବ ବୋଲି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି । କୃଷି, ସ୍ବାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା , ଶିଳ୍ପ , ଗମନାଗମନ , ଆଇଟି କ୍ଷେତ୍ରରେ ଦେଶର ଅଗ୍ରଣୀ ରାଜ୍ୟ ଭାବେ ଓଡ଼ିଶା ସୃଷ୍ଟି କରିଛି ସ୍ବତନ୍ତ୍ର ପରିଚୟ । ସବୁ କ୍ଷେତ୍ରରେ ଓଡ଼ିଶା ଆଗକୁ ରୋଲ ମଡ଼େଲ ହେବ । ତେଣୁ ଓଡ଼ିଶାକୁ ନୂଆ ଭାବେ ଗଢିତୋଳିବା ପାଇଁ ଏବେ ଯୁବକ, ଛାତ୍ର, ମହିଳା ଓ ବିଜେଡି ନେତାମାନେ ଶଙ୍ଖ ମୋର ଗର୍ବ ,ନବୀନ ମୋ ଆଦର୍ଶ ବାଣୀ ଗାଁ ଗାଁ ରେ ପହଞ୍ଚାଇବାକୁ ପ୍ରଣବ ପ୍ରୟାସ ଆରମ୍ଭ କରିଛନ୍ତି । ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଶାସନ ଭାର ଗ୍ରହଣ କରିବା ପାଇଁ କୌଣସି କ୍ଷେତ୍ରରେ ଓଡିଶା ପଛକୁ ଯାଇନାହିଁ । ପ୍ରାକୃତିକ ମୁକାବିଲା ଠାରୁ ଆରମ୍ଭ ଆର୍ଥିକ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଆଜି ଦେଶର ରୋଲ ମଡ଼େଲ ସାଜିଛି । ଦିନେ ଭୋକର ଭୂଗୋଳ ଓଡ଼ିଶା ଆଜି ଖାଦ୍ୟ ବଳକା ରାଜ୍ୟରେ ପରିଣତ ହୋଇଛି । ନବୀନ ସ୍ବର୍ଚ୍ଚ ନିର୍ମଳ ଓ ନିରନ୍ତର ଶାସନ ଓ ୨୫ ବର୍ଷର ଜନସେବା ଏବେ ଓଡ଼ିଶାକୁ ସାରା ବିଶ୍ବରେ ପରିଚିତ କରଛି । ହକି ବିଶ୍ବକପ ଓଡ଼ିଶା ଆୟୋଜନ କରିବା ହେଉଛି ଏହାର ବଡ଼ ଉଦାହରଣ । ବିକାଶ ପୁରୁଷ ଭାବେ ପରିଚିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ସମୃଦ୍ଧ ,ସଶକ୍ତ ଓ ସ୍ବାଭିମାନୀ ଓଡ଼ିଶା ଗଢିବା ପାଇଁ ଯେଉଁ ସ୍ବପ୍ନ ଦେଖିଚନ୍ତି ତାହା ନବୀନ ଓଡ଼ିଶା ଗଢିବାର ମୂଳଲକ୍ଷ୍ୟ l

୫ଟି ଏକ ପ୍ରଗତି ଶୀଳ ଆନ୍ଦୋଳନ : ଅରୁଣ ସାହୁ…

() ବିଜେଡି ବିଧାୟକ ଅରୁଣ ସାହୁ ବିରୋଧୀ ଦଳ ନେତା ଙ୍କୁ ଜବାବ ଦେଇ କହିଛନ୍ତି । ବିରୋଧୀ ଦଳ ନେତା ବାରମ୍ବାର ଅନେକ ଘଟଣା ଉଠାଉ ଛନ୍ତି ଯାହା କି ହାସ୍ୟାସ୍ପଦ। 5-T କଣ ତାହା ବୁଝି ଛନ୍ତି ବିରୋଧୀ ଦଳ ନେତା । କିନ୍ତୁ ବୁଝି ଅବୁଝା ହେଉଛନ୍ତି । ସେ ବୁଝିବା ପରି ଲାଗୁଛି । ଯଦି ଓଡ଼ିଶାର କୌଣସି ଗାଁ କୁ ଯିବେ ଯେଉଁ ଠି ପ୍ରଗତି ର ଲକ୍ଷଣ ଦେଖିବେ ସେଇଟା ହିଁ 5-T । ବିରୋଧୀ ଦଳ ନେତା 5-T ଠୁ ନେଇ ପାକିସ୍ତାନ ରେ ପହଂଚି ଲେଣି । ଜାତୀୟ ପତାକା ରେ ସବୁଜ ରଙ୍ଗ ରହିଛି । ବିରୋଧୀ ଦଳ ନେତା ସ୍କୁଲ ରେ ଲାଗିଥିବା ସବୁଜ ରଙ୍ଗ କଥା କେମିତି କହୁଛନ୍ତି । ପାକିସ୍ତାନ ରେ କଣ କଣ କରି ନିର୍ବାଚନ ଜିତୁଛନ୍ତି । 5-T କୁ ନେଇ ଯାହା ଯାହା କହୁଛନ୍ତି ସେଥିରେ ତାଳ ମେଳ ନାହିଁ । ବିଜେପି ଶାସିତ ରାଜ୍ୟର ଲୋକ ବି ଆସିକି 5-T କୁ ଅନୁକରଣ କରୁଛନ୍ତି । ତାଙ୍କୁ 5-T ଭୂତ ଲାଗିଛି । 5-T ହେଉଛି ଏକ ଚିନ୍ତା ଧାରା ଏକ ବିଚାର ଧାରା ।ସବୁଠି 5-T ସଜରିଆରେ ସ୍କୁଲ ର ରୂପାନ୍ତରିତ ହେଉଛି । ସବୁ ନିର୍ବାଚନ ମଣ୍ଡଳୀ ରେ ହେଉଛି । ସବୁଜ ରଙ୍ଗ କଥା ଯଦି କହୁଛନ୍ତି ପରିବା ଖାଇବା ଛାଡି ଦିଅନ୍ତୁ । 5-T ଭୁତ ଛାଡ଼ନ୍ତୁ ।

ଫିଲିପ୍ସ ଏଜୁକେସନ୍ ସହିତ ସୋଆର ବୁଝାମଣା ସ୍ୱାକ୍ଷରିତ…

() ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଶିଳ୍ପ କ୍ଷେତ୍ରର ବିଭିନ୍ନ ସମସ୍ୟା ସହ ପରିଚିତ ହେବା ନିମନ୍ତେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ନଭି ମୁମ୍ବାଇସ୍ଥିତ ଫିଲିପ୍ସ ଏଜୁକେସନ୍‌, ଫିଲିପ୍ସ ମେସିନ୍ ଟୁଲ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ସହିତ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛି ।

ଶନିବାର ଦିନ ସ୍ୱାକ୍ଷରିତ ବୁଝାମଣା ଅନୁଯାୟୀ ଫିଲିପ୍ସ ଏଜୁକେସନ୍‌, ଫିଲିପ୍ସ ମେସିନ୍ ଟୁଲ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ସୋଆ ସହ ମିଳିତ ଭାବେ ଏହାର ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିମାନଙ୍କୁ ସ୍ୱଳ୍ପ ଏବଂ ଦୀର୍ଘ ମିଆଦୀ ପ୍ରଶିକ୍ଷଣ ପ୍ରଦାନ କରିବ ଏବଂ ପ୍ରତ୍ୟେକ ବର୍ଷ ନିଯୁକ୍ତି ମଧ୍ୟ ପ୍ରଦାନ କରିବ । ଏହି ଲକ୍ଷ୍ୟକୁ ପୂରଣ କରିବା ନିମନ୍ତେ ବିଭିନ୍ନ ପ୍ରଶିକ୍ଷଣ ଏବଂ ନିଯୁକ୍ତି କାର୍ଯ୍ୟକ୍ରମ ସହିତ କର୍ମଶାଳା ଏବଂ ସେମିନାର ମଧ୍ୟ ଆୟୋଜନ କରାଯିବ । ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଫିଲିପ୍ସ ଏଜୁକେସନ୍‌ର ମୁଖ୍ୟ , ସେଲ୍ସ ଷ୍ଟ୍ରାଟେଜୀ ଶ୍ରୀ କମଲ ବାତ୍ରା ଏ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ ।

ଏହି ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ଆଡିସ୍‌ନାଲ୍ ଡିନ୍ (ଏକାଡେମିକ୍‌) ପ୍ରଫେସର ଡି.ଏନ୍‌. ଥାଟୋଇ, ଟ୍ରେନିଂ ଓ ପ୍ଲେସ୍‌ମେଂଟର ମୁଖ୍ୟ ଡକ୍ଟର ସୁଜିତ କୁମାର ଦାଶ, କ୍ୟାରିୟର ଡେଭଲପ୍‌ମେଂଟ ସେଲ୍‌ର ମୁଖ୍ୟ ଶ୍ରୀ ସୁମିତ ମିତ୍ର, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଡକ୍ଟର ସରୋଜ କୁମାର ଆଚାର୍ଯ୍ୟ, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଡକ୍ଟର ଜୟଦେବ ବଳ, ଆସୋସିଏଟ୍ ପ୍ରଫେସର ଡକ୍ଟର ସସ୍ମିତା ତ୍ରିପାଠୀ, ଫିଲିପ୍ସ ଏଜୁକେସନ୍‌ର ମ୍ୟାନେଜର ସେଲ୍ସ ଶ୍ରୀ ପ୍ରସାଦ ଅଟି ଏବଂ ପିନାକୋର ମ୍ୟାନେଜର (ମାର୍କେଟିଂ) ଶ୍ରୀ ଏମ୍‌. ମଥାନ୍ ପ୍ରମୁଖ ଉପସ୍ଥିତ ଥିଲେ ।

ନିଜ ପରିଚୟ ନିଜେ ସୃଷ୍ଟି କର…

() ଗୋବିନ୍ଦପୁର ବୋଲି ଗୋଟିଏ ଗ୍ରାମ ଥିଲା। ସେହି ଗ୍ରାମରେ ପିଣ୍ଟୁ ବୋଲି ଜଣେ ଲୋକ ବାସ କରୁଥିଲା। ଦିନେ ସେ ଚିନ୍ତକଲା ଯେ,ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପରି ହେବା ପାଇଁ; ସେଥିପାଇଁ ସେ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଜାଣିବା କୁ ଆଗ୍ରହୀ ହୋଇପଡ଼ିଲା। ଗାନ୍ଧିଜୀଙ୍କ ବିଷୟରେ ଜାଣିବା ପାଇଁ ସେ ଦିନରାତି ଏକ କରି, ତାଙ୍କ ରଚିତ ବହି ଓ ଜୀବନୀ ପଢିବାକୁ ଲାଗିଲା। ପିଣ୍ଟୁ ଦିନରାତି ପରିଶ୍ରମ କରି ଗାନ୍ଧିଜୀଙ୍କ ବିଷୟରେ ସବୁ କିଛି ଜାଣିଲା। ଦିନକର କଥା ବାଟରେ ଯିବାବେଳେ ସେ ତାର ଛୋଟବେଳ ର ବନ୍ଧୁ ଦିନେଶକୁ ଭେଟିଲା, ଦୁଇ ସାଙ୍ଗ କଥାବାର୍ତ୍ତା ହେଉଥାନ୍ତି। ଦିନେଶ ତାର ବନ୍ଧୁ କୁ ପଚାରିଲା- “ପିଣ୍ଟୁ ତୁ ଏପରି ଉଦ୍ୟମ କଣ ପାଇଁ କରୁଛୁ” ? ପିଣ୍ଟୁ ଉତ୍ତର ଦେଲା- “ମୁଁ ଗାନ୍ଧିଜୀଙ୍କ ଲେଖା ଓ ତାଙ୍କ ଜୀବନୀ ପଢି ପ୍ରଭାବିତ ହୋଇଛି। ଏବେ ମୋ ଜୀବନର ଏକ ମାତ୍ର ଲକ୍ଷ୍ୟ କିପରି ଭାବରେ ମୁଁ ମହାତ୍ମା ଗାନ୍ଧୀଙ୍କ ପରି ହେବି ଓ ଲୋକଙ୍କ ସେବା କରିବି”। ଦିନେଶ ଏହି ସବୁ କଥାଶୁଣି ପୁନର୍ବାର ତାର ସାଙ୍ଗ ପିଣ୍ଟୁ କୁ କହିଲା- “ଆରେ ତୁ କଣ ପାଗଳ ହୋଇଯାଇଛି!”? ଯଦି ଭଗବାନ୍ ଚାହିଁଥାନ୍ତେ, ତେବେ କଣ ଆଉ ଜଣେ ମହାତ୍ମା ଗାନ୍ଧୀଙ୍କୁ ଜନ୍ମ ଦେଈ ପାରିନଥାନ୍ତେ? ତେଣୁ ତୁ ଥରେ ଚିନ୍ତା କରି ଦେଖେ ତୋର ଯେତେବେଳେ ଆୟୁଷ ଶେଷ ହୋଇଆସିବ ସେତେବେଳେ ଭଗବାନ୍ ତୋର କର୍ମକୁ ବିଚାର କରି ପଚାରିବେ- “ଆରେ ବାବୁ, ତୋତେ ତ ମୁଁ ପିଣ୍ଟୁ କରି ପୃଥିବୀ କୁ ପଠେଇଥିଲି କିନ୍ତୁ ତୁ ପିଣ୍ଟୁ ହୋଇ ନରହି ତୁ ମହାତ୍ମା ଗାନ୍ଧୀ ହେବୁ ବୋଲି ଇଚ୍ଛାକଲୁ। ତୁ ପିଣ୍ଟୁ ହୋଇ ଲୋକଙ୍କ ସେବା କରିପାରିଥାନ୍ତୁ ଏବଂ ନିଜର ଏକ ନୂତନ ପରିଚୟ ସୃଷ୍ଟି କରି ପାରିଥାନ୍ତୁ । ହେଲେ ତୁ ଅନ୍ୟଙ୍କ ପରିଚୟରେ ପରିଚିତି ହେବାପାଇଁ ଇଚ୍ଛାକଲୁ”। କଥାଟି ପିଣ୍ଟୁ ମନକୁ ଛୁଇଁଲା। ସେ ଭାବିଲା କାହାପରି ନୁହେଁ ବରଂ ମୁଁ ମୋ ନିଜର ଏକ ପରିଚୟ ସୃଷ୍ଟି କରିବି,ଲୋକମାନଙ୍କ ସେବା କରିବି ଓ ସମାଜରେ ଏକ ପ୍ରତିଷ୍ଠିତ ବ୍ୟକ୍ତି ଭବରେ ସୁନାମ ଅର୍ଜନ କରିବା ପାଇଁ ଚେଷ୍ଟା କରିବି।
ଏଥିରୁ ଆମେ ଜାଣିବାକୁ ପାଇଲେ କେବେବି କାହାକୁ ଅନୁକରଣ ନକରି ନିଜେ ଯାହା ଅଛ ସେଥିରୁ କିପରି ଆହୁରି ଭଲ ହେବ, ସେ ଦିଗରେ ଧ୍ୟାନ୍ୟଦେବା ଉଚିତ୍ ଓ ନିଜର ଏକ ପରିଚୟ ସୃଷ୍ଟି କରିବା ଉଚିତ୍। ତେଣୁ ନିଜକୁ ଏହିପରି ଭାବରେ ଗଢିତୋଳ ଯେପରି ତୁମର ଅନୁପସ୍ଥିତ ମଧ୍ୟ ଲୋକେ ତୁମର ସ୍ମୃତି ଓ ଗାରିମା ମନେ ରଖିବେ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଡାକ୍ତରୀ ଶିକ୍ଷାକୁ ନେଇ କର୍ମଶାଳା ….

() ଡାକ୍ତରୀ ଶିକ୍ଷା ପ୍ରଦାନ କରୁଥିବା ଅଧ୍ୟାପକ – ଅଧ୍ୟାପିକାମାନେ ଅଧିକ ଜ୍ଞାନ ଆହରଣ କରିବା ସହ କିପରି ସେମାନେ ଉତମ ଶିକ୍ଷକ ହୋଇପାରିବେ ସେ ଦିଗରେ ସେମାନଙ୍କୁ ପ୍ରଶିକ୍ଷିତ କରିବା ନେଇ ସୋମବାର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏକ ୩ ଦିନିଆ କର୍ମଶାଳା ଆରମ୍ଭ ହୋଇଛି । ନ୍ୟାସ୍‌ନାଲ୍ ମେଡିକାଲ୍ କାଉନ୍‌ସିଲ୍‌ର ମାର୍ଗଦର୍ଶିକା ଅନୁଯାୟୀ ଏବଂ ଡାକ୍ତରୀ ଶିକ୍ଷା କ୍ଷେତ୍ରକୁ ନେଇ ଆୟୋଜିତ ଏହି କର୍ମଶାଳାକୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଉଦ୍‌ଘାଟନ କରିଥିଲେ ।

ଡାକ୍ତରୀ ଶିକ୍ଷା ପ୍ରଦାନ କରୁଥିବା ଫ୍ୟାକଲ୍ଟିମାନେ ଅଧିକ ପ୍ରଶିକ୍ଷିତ ହେଲେ ସେମାନେ କିଭଳି ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଅଧିକ ଦକ୍ଷ ଓ ଗୁଣବତା ଭିତିକ ଡାକ୍ତର ହେବାରେ ସହାୟକ ହୋଇପାରିବେ ଏବଂ ସମାଜର ଆବଶ୍ୟକତା ଅନୁଯାୟୀ ଉତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବେ ତାହା ହିଁ ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ରହିଛି ।

ଆୟୋଜିତ ଏହି କର୍ମଶାଳାରେ ନ୍ୟାସ୍‌ନାଲ୍ ମେଡିକାଲ୍ କାଉନ୍‌ସିଲ୍‌ର ଅବ୍‌ଜରଭର୍ ପ୍ରଫେସର (ଡାକ୍ତର) ଶ୍ରୀକାନ୍ତ ପଣ୍ଡା, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ମେଡିକାଲ୍ ଏଜୁକେସନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରକାଶ କୁମାର ସାହୁ, ଆଡିସ୍‌ନାଲ୍ ଡିନ୍ ପ୍ରଫେସର (ଡାକ୍ତର) ଅଜୟ ଜେନା, ଡେପୁଟି ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ ଲେଙ୍କା, ପ୍ରଫେସର (ଡାକ୍ତର) ରଚିତା ଷଢ଼ଙ୍ଗୀ ଏବଂ ପ୍ରଫେସର (ଡାକ୍ତର) ଦେବାହୁତି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ବିଭିନ୍ନ ବିଭାଗର ପ୍ରାୟ ୩୦ ଜଣ ଫ୍ୟାକଲ୍ଟି ଏହି କର୍ମଶାଳାରେ ଯୋଗ ଦେଇଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news