ଜ୍ୱିଗାଟୋ’ ଚଳଚ୍ଚିତ୍ର ଉପରୁ କରଛାଡ କଲେ ରାଜ୍ୟ ସରକାର….

() ‘ଜ୍ୱିଗାଟୋ’ ଚଳଚ୍ଚିତ୍ର ଉପରୁ ପ୍ରମୋଦ କରଛାଡ କଲେ ରାଜ୍ୟ ସରକାର।ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ତଥା ବିଶିଷ୍ଟ ଅଭିନେତା କପିଲ ଶର୍ମାଙ୍କ ଅଭିନୀତ ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଜଣେ Food delivery rider ଓ ତାଙ୍କ ପରିବାରର ସଂଘର୍ଷପୂର୍ଣ୍ଣ ଜୀବନକୁ ନେଇ ‘ଜ୍ୱିଗାଟୋ’ ଫିଲ୍ମ ନିର୍ମିତ ହୋଇଛି । ହିନ୍ଦୀଭାଷାରେ ନିର୍ମିତ ଏହି ଫିଲ୍ମଟି ସଂପୂର୍ଣ୍ଣ ଭାବରେ ଭୁବନେଶ୍ୱରରେ ହିଁ ସୁଟିଂ କରାଯାଇଛି ।

ଓଡିଶାରେ ଯେପରି ଅଧିକରୁ ଅଧିକ ବ୍ୟବସାୟୀକ ଚଳଚ୍ଚିତ୍ର ସୁଟିଂ କରାଯାଇ ପାରିବ ସେଥିପାଇଁ ରାଜ୍ୟ ସରକାର ଅନୁକୂଳ ନୀତି କାର୍ଯ୍ୟକାରୀ କରୁଛନ୍ତି ଏବଂ ଏ ଦିଗରେ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ଉତ୍ସାହିତ କରୁଛନ୍ତି । ଏହା ଦ୍ୱାରା ରାଜ୍ୟର ପର୍ଯ୍ୟଟନ ବିକାଶ ହେବା ସହିତ ପ୍ରତିଭାବାନ ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତିର ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।ଏତଦବ୍ୟତୀତ ଭୁବନେଶ୍ୱରରେ ‘ଜ୍ୱିଗାଟୋ’ ଚଳଚ୍ଚିତ୍ର ସଂପୂର୍ଣ୍ଣ ସୁଟିଂ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ ।

ସୋନପୁର ଦୁର୍ଘଟଣାରେ ୩ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ….

() ସୋନପୁର ଦୁର୍ଘଟଣାରେ ୩ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ।

ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା, ଆହତଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ଓ ୫୦ ହଜାର ଟଙ୍କା ଲେଖାଏ ସହାୟତା ଘୋଷଣା।

{} ସୋନପୁରର ସଦର ବ୍ଲକ୍‌ର ଶରଧାବାଲି ସ୍କୁଲଠାରେ କାର୍‌ ଦୁର୍ଘଟଣାରେ ୩ ଜଣ ଛାତ୍ର ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ଛାତ୍ରମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।ଏହାସହିତ ଆହତ ଛାତ୍ର ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ମଧ୍ୟ ଘୋଷଣା କରିଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଜୟନାରାୟଣଙ୍କ ମାନସିକ ଭ୍ରମ ସୃଷ୍ଟି ହୋଇଛି :ବିଜେଡି…

{} ଜୟନାରାୟଣଙ୍କ ମାନସିକ ଭ୍ରମ ସୃଷ୍ଟି ହୋଇଛି, ମାନସିକ ଦୋଷ ମଧ୍ୟ ରହିଛି |

ତାଙ୍କର ଟ୍ରିଟମେଣ୍ଟର ଆବଶ୍ୟକତା ରହିଛି, ଆମେ ତାଙ୍କୁ ସରକାରଙ୍କ ତରଫରୁ ସବୁ ପ୍ରକାର ସହାୟତା ଯୋଗାଇବାକୁ ପ୍ରସ୍ତୁତ।

() ଓଡିଶାର ବିକାଶ ହେଉଛି କିନ୍ତୁ ବିରୋଧୀଦଳ ନେତାଙ୍କୁ 5-T ର ଭୁତ ଘାରିଛି | 5-T ମାଧ୍ୟମରେ ପ୍ରତ୍ୟେକ ସ୍କୁଲର କାୟାକଳ୍ପ ପରିବର୍ତନ ହୋଇଗଲା, ଯେଉଁଠି ବ୍ରିଜ ଆବଶ୍ୟକ ହୋଇଯାଉଛି | କରୋନା ସମୟରେ ମନ୍ଦିର ଗୁଡିକର ଯେଉଁ ପରିବର୍ତନ ହୋଇଛି, ତାକୁ ରାତି ଅଧିଆ ଦେଖି ସେ ବିଚଳିତ ଏବଂ ବାଚାଳ ହେଇଯାଉଛନ୍ତି | ତାଙ୍କୁ ମାନସିକ ଭ୍ରମ ସୃଷ୍ଟି ହେଉଛି | ସେ ସବୁବେଳେ ବିଧାନସଭାରେ 5-T, 5-T ଏବଂ ସିଏମଓ କଥା କହୁଛନ୍ତି | ତିନି ତିନି ଜଣ ଆଇଏସ ଅଫିସର 5-T କାର୍ଯ୍ୟକୁ ତଦାରଖ କରୁଛନ୍ତି, ସାରା ଓଡିଶା ବୁଲୁଛନ୍ତି, ଲୋକଙ୍କ ଯାହା ଆବଶ୍ୟକତା ଓଡିଶାର ଆବଶ୍ୟକତା ଅନୁସାରେ ଭାରତର ବେଷ୍ଟ କେପ୍ଟ ସିକ୍ରେଟ ହୋଇପାରିଛି | ଏହା ପଛରେ ସମସ୍ତଙ୍କର ଉଦ୍ୟମକୁ ସେ ସହ୍ୟ କରି ପାରୁନାହାନ୍ତି, ନଚେତ ତାଙ୍କର ଏକ ଭ୍ରମ ରହିଯାଇଛି ଏଭଳି ଏକ ପରିବେଶ ସୃଷ୍ଟି ହୋଇପାରିବ ଓଡିଶାରେ | ତାଙ୍କର ମାନସିକ ଭ୍ରମ ସୃଷ୍ଟି ହୋଇଛି, ମାନସିକ ଦୋଷ ମଧ୍ୟ ରହିଛି | ତାଙ୍କର ଟ୍ରିଟମେଣ୍ଟର ଆବଶ୍ୟକତା ରହିଛି, ଆମେ ତାଙ୍କୁ ସରକାରଙ୍କ ତରଫରୁ ସବୁ ପ୍ରକାର ସହାୟତା ଯୋଗାଇବାକୁ ପ୍ରସ୍ତୁତ…

ଲତିକା ପ୍ରଧାନ, ବିଜେଡି ବିଧାୟିକା

ମା ଭଗବତୀ, ମା ମଙ୍ଗଳା ଓ ମା ଉଗ୍ରତାରାଙ୍କ ପୀଠ ପାଇଁ ମାଷ୍ଟର ପ୍ଲାନ….

() ମା ଭଗବତୀ, ମା ମଙ୍ଗଳା ଓ ମା ଉଗ୍ରତାରାଙ୍କ ପୀଠର ମାଷ୍ଟର ପ୍ଲାନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ।

5T ଉପକ୍ରମରେ କାର୍ଯ୍ୟକାରୀ ହେବ ଯୋଜନା ।

{} ଓଡିଶା ଯୁଗେ ଯୁଗେ ଏକ ପ୍ରମୁଖ ଶକ୍ତି ପୀଠ ଭାବରେ ପ୍ରସିଦ୍ଧ ଲାଭ କରିଛି । ଓଡିଶାର ବିଭିନ୍ନ ଅଞ୍ଚଳରେ ମା ବିଭିନ୍ନ ରୂପରେ ପୂଜା ପାଇ ଆସୁଛନ୍ତି । ଶକ୍ତି ପୂଜାରେ ଚୈତ୍ର ମାସ ବିଶେଷ ଗୁରୁତ୍ୱ ବହନ କରିଥାଏ । ମାଙ୍କ ର ଚୈତ୍ର ମଙ୍ଗଳବାରକୁ ସାରା ଓଡିଶାର ମହିଳାମାନେ ଅତ୍ୟନ୍ତ ଭକ୍ତି ଓ ନିଷ୍ଠା ର ସହ ପାଳନ କରିଥାନ୍ତି । ମା ଙ୍କର ଏହି ପବିତ୍ର ମାସ ଅବସରରେ ଆଜି ରାଜ୍ୟର ତିନୋଟି ପ୍ରମୁଖ ଶକ୍ତିପୀଠ, କାକଟପୁରର ମା ମଙ୍ଗଳା, ଭୂଷୁଣ୍ଡପୁର ର ମା ଉଗ୍ରତାରା ଓ ବାଣପୁର ର ମା ଭବବତୀ ପୀଠର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପ୍ରସ୍ତୁତ ମାଷ୍ଟର ପ୍ଲାନକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । । 5T ଉପକ୍ରମରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ପୁର୍ତ୍ତ ବିଭାଗର ପର୍ଯ୍ୟଟନ ସ୍ଥଳ ଓ ଐତିହ କିର୍ତ୍ତିରାଜୀର ସମ୍ୱନିତ ବିକାଶ ଯୋଜନାରେ ଏହାକୁ ସାମିଲ କରାଯାଇଛି । ଓଡିଶା ସେତୁ ନିର୍ମାଣ ନିଗମ ଉପରେ ବିକାଶ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।

ପୁରୀ ଜିଲ୍ଲା ର କାକଟପୁରରେ ବିରାଜିତ ମା ମଙ୍ଗଳା ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ । ପଞ୍ଚଦଶ ଶତାବ୍ଦୀରେ ନିର୍ମିତ ମା ମାଙ୍ଗଳାଙ୍କ ପୀଠର ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସହ ଘନିଷ୍ଠ ସଂପର୍କ ରହିଛି । ନବକଳେବର ସମୟରେ ଦଇତାପତି ସେବକମାନେ ମାଙ୍କ ଆଜ୍ଞାକ୍ରମେ ଏଠାରୁ ହିଁ ଦାରୁ ସନ୍ଧାନରେ ଯାଇଥାନ୍ତି। ଚୈତ୍ର ମାସରେ ଝାମୁ ଯାତ୍ରା ମାଙ୍କ ପ୍ରସିଦ୍ଧ ପର୍ବ । 5T ଉପକ୍ରମରେ ଏହି ପ୍ରାଚୀନ ଶକ୍ତିପୀଠର ବିକାଶ ନିମନ୍ତେ ପ୍ରସ୍ତୁତ ମାଷ୍ଟର ପ୍ଲାନ ରେ ମନ୍ଦିରରେ khondalite ପଥର ବିଛାଯିବା ସହିତ ମନ୍ଦିରର ରୋଷଘର ଓ ଜଳ ନିଷ୍କାସନ ବ୍ୟବସ୍ଥାର ସଂସ୍କାର କରାଯିବ । ଏହା ସହିତ ସେବାୟତ ଭବନ, ଭୋଗ ଦୋକାନ ପ୍ରାଚୀ ନଦୀ କୂଳରେ ମୁଣ୍ଡନ kiosk, ଚନ୍ଦନଘାଟର ବିକାଶ, ଗୋଷ୍ଠୀ ଶୌଚାଳୟ ଆଦିର ବିକାଶ କରାଯିବ । ପୀଠକୁ ଅଧିକ ଆକର୍ଷଣୀୟ କରାଯିବା ପାଇଁ କୋଣାର୍କ ପାର୍ଶ୍ୱ ରାସ୍ତାରେ ଐତିହ ଦ୍ୱାର ନିର୍ମାଣ କରାଯିବ । ଯାତ୍ରୀମାନଙ୍କ ସୁବିଧାପାଇଁ ବିଭିନ୍ନ ପଦକ୍ଷେପ ନେବା ସହିତ ଆଲୋକୀକରଣ, Landscaping ଓ ବୃକ୍ଷରୋପଣ କରାଯିବା ସହିତ ପାର୍କିଙ୍ଗ ସ୍ଥଳର ମଧ୍ୟ ବିକାଶ କରାଯିବ । ଓଡିଶା ସେତୁ ନିର୍ମାଣ ନିଗମ ୧୨ ମାସ ମଧ୍ୟରେ ଏହାକୁ ସଂପୁର୍ଣ୍ଣ କରିବ ।

ଖୋର୍ଦ୍ଦା ଜିଲ୍ଲା ବାଣପୁରର ମା ଭବବତୀଙ୍କ ପୀଠକୁ ପ୍ରତିଦିନ ହଜାର ହଜାର ଭକ୍ତ ମାଙ୍କ ଦର୍ଶନ ଓ ପୂଜା ପାଇଁ ଆସିଥାନ୍ତି । ମାଙ୍କ ପୀଠରେ ଦଶହରା ପର୍ବ ବିପୁଳ ଉତ୍ସାହ ମଧ୍ୟରେ ପାଳନ କରାଯାଇଥାଏ । ନବମ ଶତାବ୍ଦୀରେ ନିର୍ମିତ ମାଙ୍କ ମନ୍ଦିର ର ବିକାଶ ପାଇଁ 5T ଉପକ୍ରମରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ସିଂହଦ୍ୱାରଠାରୁ ଆରମ୍ଭ କରି ପରିକ୍ରମା, ଘାଟ, ଯାତ୍ରା ପଡିଆ, ଯାତ୍ରୀ ସୁବିଧା ତଥା ଜଗନ୍ନାଥ ମନ୍ଦିର ର ବିକାଶ ପାଇଁ ଏଥିରେ ସ୍ୱତନ୍ତ୍ର ଫୋକସ ରଖାଯାଇଛି । ଏହା ସହିତ ବହୁମୁଖୀ ହଲ, ରାସ୍ତା ଓ ନଦୀଘାଟ ଆଦିର ବିକାଶ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ରାଜ୍ୟ ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ ତତ୍ତ୍ୱାବଧାନରେ ଓଡିଶା ସେତୁ ନିର୍ମାଣ ନିଗମ ୨୪ ମାସ ମଧ୍ୟରେ ଏହି କାର୍ଯ୍ୟ ସଂପାଦନ କରିବ ।

ଖୋର୍ଦ୍ଦା ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ହେଉଛି ଭୁଷୁଣ୍ଡପୁରର ମା ଉଗ୍ରତାରାଙ୍କ ପୀଠ । ୧୩୫୨ ଖ୍ରୀଷ୍ଟାବ୍ଦରେ ନିର୍ମିତ ମା ଉଗ୍ରତାରାଙ୍କ ପୀଠ ଭକ୍ତମାନଙ୍କ ବିଶ୍ୱାସ ର କେନ୍ଦ୍ର ହୋଇ ରହି ଆସିଛି । ଏହି ପୀଠର ବିକାଶ ପାଇଁ ପ୍ରସ୍ତୁତ ଯୋଜନାରେ ମନ୍ଦିରର ବିକାଶ ସହ arrival plaza, ଯାତ୍ରୀ ଙ୍କ ସୁବିଧା, parking landscaping, picnic spot, ଯାତ୍ରା ପଡିଆ ସହିତ ପୋଖରୀ ର ମଧ୍ୟ ପୁନରୁଦ୍ଧାର କରାଯିବ । ଓଡିଶା ସେତୁ ନିର୍ମାଣ ନିଗମ ଦ୍ଵାରା ୧୮ ମାସ ମଧ୍ୟରେ କାମ ଶେଷ କରାଯିବ ।ଏହି ତିନି ଗୋଟି ପୀଠର ବିକାଶ ଯୋଜନା କୁ ଅନୁମୋଦନ କରିବା ସହ ନିର୍ଦ୍ଧାରିତ ସମୟରେ କାମ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେବାୟତ ମାନଙ୍କ ସହ ମଧ୍ୟ ଆଲୋଚନା କରି ଯୋଜନା ସଂପର୍କରେ ସେମାନଙ୍କ ମତାମତ ନେଇଥିଲେ ।ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ (5T) ଶ୍ରୀ ଭି.କେ. ପାଣ୍ଡିଆନ ବିଭିନ୍ନ ସମୟରେ ଏହି ପୀଠ ମାନଙ୍କୁ ଯାଇ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ବିକାଶ ସଂପର୍କରେ ଆଲୋଚନା କରିଥିଲେ ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଉପସ୍ଥିତ ଥିଲେ ଓ ପୂର୍ତ୍ତ ବିଭାଗ ର ପ୍ରମୁଖ ଶାସନ ସଚିବ ଶ୍ରୀ ଭି.ଭି. ଯାଦବ ଉପସ୍ଥାପନା ରଖିଥିଲେ । ତିନି ପୀଠର ସେବାୟତମାନେ ସଂପୃକ୍ତ ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ବୈଠକରେ ଯୋଗ ଦେଇଥିଲେ । ସେବାୟତମାନେ ସେମାନଙ୍କ ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ ।

ବିରୋଧୀଙ୍କୁ ବିଜେଡ଼ିର କଡ଼ା ଜବାବ୍….

() କହି ଦେଉ ଥାଏ ପରକୁ, ବୁଦ୍ଧି ନ ଦିସଇ ଘରକୁ | ବିଧାନସଭାରେ ଶାସକ ଏବଂ ବିରୋଧୀଙ୍କ କହିବାର ଅଧିକାର ଅଛି | ବିରୋଧୀଙ୍କର କହିବାର ସମୟ ଅଧିକ | ପ୍ରଶ୍ନକାଳକୁ ବିରୋଧ କରିବା କୋଉ ସମ୍ବିଧାନରେ ଲେଖା ଅଛି | ତାଙ୍କ ନିଜ ଉପରେ କିମ୍ବା ଦଳ ଉପରେ ନିୟନ୍ତ୍ରଣ ନାହିଁ | ବିରୋଧୀ ସବୁ ସମୟ ନେବେ ବୋଲି କହିବା ଠିକ ନୁହେଁ | ଗୃହରେ ଉତ୍ଥାପନ କରିବା ପାଇଁ ଅନେକ ଗ୍ରୁରୁତ୍ୱପୂର୍ଣ କଥା ଅଛି | ବିଜେପି କଂଗ୍ରେସ ଦିଲ୍ଲୀରେ ପରସ୍ପର ଭିତରେ ଗଡାଗଡି ହେଉଛନ୍ତି କିନ୍ତୁ ଏଠି କୋଳାକୋଳି ହେଉଛନ୍ତି କାହିଁକି ? ବିଧାନସଭାକୁ ବନ୍ଦ କରି ବାହାରେ ଆଲୋଚନା କରୁଛନ୍ତି ବୋଲି ଅଭିଯୋଗ ଆଣିଲେ ଅରୁଣ | ଗୃହ ଚଳାଇବା କଥା କହୁଛନ୍ତି କିନ୍ତୁ ବିରୋଧୀ ଚଳାଇ ଦେଉନାହାନ୍ତି |
ଚକା ଆଖି ସବୁ ଦେଖୁଚି, ଓଡିଶାବାସୀ ସବୁ ଦେଖୁଛନ୍ତି…

ଅରୁଣ ସାହୁ, ବିଜେଡି ବିଧାୟକ…

ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ହଟଗୋଳ…

() ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ପ୍ରସଙ୍ଗରେ ବିରୋଧୀଙ୍କ ହଟଗୋଳ | ସର୍ବଦଳୀୟ ବୈଠକ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ବିବୃତି ରଖିବାକୁ ନିର୍ଦେଶ ଦେଲେ ବାଚସ୍ପତି…

ମନ୍ତ୍ରୀଙ୍କ ବିବୃତି…

ବିରୋଧୀଙ୍କ ଅଭିଯୋଗ ସତ୍ୟ ଉପରେ ଆଧାରିତ ନୁହେଁ | ଶୃଙ୍ଖଳିତ ଭାବେ ପରୀକ୍ଷା ଶେଷ ହୋଇଛି | ଏପ୍ରିଲ 3ରୁ ଖାତା ଦେଖା ଆରମ୍ଭ ହେବ ଏବଂ ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବେ ଶେଷ ହେବ ବୋଲି ଗୃହକୁ ଆଶ୍ୱାସନା ଦେଉଛି…

ଓଡିଶାବାସୀଙ୍କ କାମ ପାଇଁ ମୁଁ କ୍ରୀତଦାସ … ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ପରାମର୍ଶ ମଧ୍ୟଯୁଗୀୟ ମାନସିକତାରୁ ଊର୍ଦ୍ଧ୍ବରେ ରୁହ….

() ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) । ଓଡ଼ିଶା ରାଜନୀତିର ଜଣେ ଚର୍ଚ୍ଚିତ ବିଧାୟକ । ରାଜନୈତିକ କାର୍ଯ୍ୟଧାରା ପାଇଁ ବବି ସବୁବେଳେ ଚର୍ଚ୍ଚିତ l ଲୋକାଭିମୁଖୀ କାମ ପାଇଁ କୋରାପୁଟରୁ ମୟୁରଭଞ୍ଜ , ଭୁବନେଶ୍ୱରରୁ ନବରଙ୍ଗପୁର ପୁଣି ଯାଜପୁର । ସବୁଠି ଦିନରାତି ଏକ କରି ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିଥାନ୍ତି l ବିଜେଡ଼ି ସୁପ୍ରିମୋ ତଥା ନବୀନଙ୍କ ନୀତିଆଦର୍ଶକୁ ଜୀବନର ମୂଳମନ୍ତ୍ର କରି ପ୍ରଣବ ସବୁବେଳେ ଲୋକଙ୍କ ସେବା କରିବାକୁ ଆଗ୍ରହ ରଖନ୍ତି । କେତେବେଳେ କେଉଁ ଗରିବ କୁଢିଆରେ ଖାଆନ୍ତି ତ କେତେବେଳେ ପଂଚାୟତ ସ୍କୁଲରେ ରାତ୍ରୀଯାପନ କରନ୍ତି । ଯେମିତି ଓଡ଼ିଶାବାସୀଙ୍କ ସେବା ପାଇଁ ତାଙ୍କର ଜନ୍ମ l ବବିଙ୍କ ଏପରି ଜନସେବା ମନବୃତ୍ତି ପାଇଁ ନବୀନଙ୍କ ସେ ପ୍ରିୟପାତ୍ର l ତାଙ୍କର ଚତୁର ରାଜନୈତିକ ଗୋଟି ଚାଳନ ପାଇଁ ସବୁ ନିର୍ବାଚନରେ ବିରୋଧି ଧରାଶାୟୀ କରନ୍ତି l ଏଥିପାଇଁ ଓଡ଼ିଶା ରାଜନୀତିରେ ସେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି l କାରଣ ସେ ଲୋକଙ୍କ ନେତା । ସବୁବେଳେ ଓ ସବୁ ସମୟରେ ଲୋକଙ୍କ ସହ ରହନ୍ତି । ଲୋକଙ୍କ ସୁଖ ଓ ଦୁଃଖ ସମୟରେ ପରିବାର ସଦସ୍ୟଭାବେ ସାମିଲ ହୋଇ ସାହସ ଦିଅନ୍ତି । କଥା କମ , କାମରେ ବିଶ୍ୱାସ ରଖିଛନ୍ତି ସେ l ଯାହା ଆଜି ଦେଖିବାକୁ ମିଳିଥିଲା ନବରଙ୍ଗପୁରରେ l ହେଲେ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ପ୍ରଣବ ଏପରି ଜନ ସେବାକୁ ହଜମ କରିପାରି ନାହିଁ l ପ୍ରଣବଙ୍କ ଜନସେବା ମନବୃତ୍ତିକୁ ବଦନାମର ନୂଆ ରଙ୍ଗ ଦେବାକୁ ଚେଷ୍ଟା କରିଛି l କାରଣ ପ୍ରଣବଙ୍କ ପରିଶ୍ରମ ଓ ରାଜନୈତିକ ଗୋଟି ଚାଳନା ଯୋଗୁଁ ୨୦୧୯ରେ ନିର୍ଦ୍ଧିଷ୍ଟ ଗଣମାଧ୍ୟମର ମାଲିକ ନିର୍ବାଚନରେ ମାଟି କାମୁଡି ଥିଲେ l ଲୋକଙ୍କ ପାଇଁ ପ୍ରଣବ କାମ କରୁଥିଲେ ମଧ୍ୟ ସେ ତାହାକୁ ଦ୍ବାରପାଳର ନାଁ ଦେଇ ତାଂକୁ ବଦନାମ କରିବା ପାଇଁ  ଖବର ପ୍ରସାରଣ କରୁଛନ୍ତି l ଏହାର ଜବାବରେ ପ୍ରଣବ କହିଛନ୍ତି ଯେ ଓଡିଶାବାସୀଙ୍କ କାମ ପାଇଁ ଦ୍ବାରପାଳ କ’ଣ, କ୍ରୀତଦାସ ହେବାକୁ ପ୍ରସ୍ତୁତ ଅଛନ୍ତି । ଆଉ ବିଜେଡିରେ ମୁଁ ମୁଲିଆ ହେବାକୁ ବି ପ୍ରସ୍ତୁତ । ନିର୍ଦ୍ଦିଷ୍ଟ ଗଣମାଧ୍ୟମର ଆକ୍ଷେପମୂଳକ ଖବର ପ୍ରସାରଣ ଉପରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବବି ଏପରି ବୟାନ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ l କେବଳ ସେତିକି ନୁହେଁ ଏଭଳି ମଧ୍ୟଯୁଗୀୟ ମାନସିକତାରୁ ଊର୍ଦ୍ଧ୍ବକୁ ଆସିବାକୁ ସେ ପରାମର୍ଶ ଦେଇଛନ୍ତି । ନବରଙ୍ଗପୁରର ବିଭିନ୍ନ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଲୋକଙ୍କ ସମସ୍ୟା ଶୁଣି ଏହାର ସମାଧାନ ପାଇଁ ନବରଙ୍ଗପୁର ଆସିଥିଲେ ପ୍ରଣବ ।

ନବରଙ୍ଗପୁର ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ କଥା ହେବାକୁ ସେ ଡାକିଥିଲି । ମୁଁ ଡାକିଥିବା ଲୋକେ ବାହାରେ ଛିଡା ହେବେ ଆଉ ମୁଁ ଭିତରେ ବସିବି, ଏଭଳି ମାନସିକତାରେ ଆମେ ବିଶ୍ବାସ କରୁନୁ । ଆମେ କଥାରେ ନୁହେଁ, କାମରେ ବିଶ୍ବାସ କରୁ । ଦଳର ସୁପ୍ରିମୋ ସବୁବେଳେ କୁହନ୍ତି, ଆମେ ରାଜନେତାମାନେ ଲୋକଙ୍କ ସେବକ । ସେହି ଆଦର୍ଶରେ ଆମେ ଲୋକଙ୍କ ପାଇଁ କାମ କରୁଛୁ । ଆଉ ନବରଙ୍ଗପୁରବାସୀ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ଓ ବିଶ୍ବାସ ରଖି ଜିତାଇ ଆସୁଛନ୍ତି । ଆମେ ଲୋକ ସେବକ ହୋଇ କାମ କରୁଛୁ ଆଉ କରିବୁ ବୋଲି ପ୍ରଣବ କହିବା ସହ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ମଧ୍ୟଯୁଗୀୟ ମାନସିକତାରୁ ଊର୍ଦ୍ଧ୍ବରେ ରହିବାକୁ ପରାମର୍ଶ ଦେଇଛନ୍ତି l

ବିଧାୟକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ ଯୋଗୁଁ :ଗୃହ ମୁଲତବୀ…

() କୋଇଡ଼ା ବିଡ଼ିଓ ବିଧାୟକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ । ଗୃହରେ ଲକ୍ଷ୍ମଣ ମୁଣ୍ଡା ଙ୍କୁ ସମର୍ଥନ କରି ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟଗୋଳ । ଦୀର୍ଘ ତିନି ଦିନ ଧରି ଏହି ଲକ୍ଷ୍ମଣ ମୁଣ୍ଡା ଉଠାଉ ଥିବା ବେଳେ ସରକାର କୌଣସି ପଦକ୍ଷେପ ନ ନେଇଥିବାରୁ ଗୃହରେ ଅସନ୍ତୋଷ ପ୍ରକାଶ କରି ଗୃହ ମଧ୍ୟରେ ନାରବାଜି। ତୁରନ୍ତ ବିଡ଼ିଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି । ହଟଗୋଳ ଯୋଗୁ 11.30 ପର୍ଯ୍ୟନ୍ତ ଗୃହ ମୁଲତବୀ ।

ସୋଆରେ ଦୁଇ ଦିନିଆ କନ୍‌କ୍ଲେଭ୍‌, ଯୋଗ ଦେବେ ୬୦ ଟି ଷ୍ଟାର୍ଟଅପ୍ …

() କୃଷକମାନଙ୍କୁ ଜଳବାୟୁ ପରିବର୍ତନ ସହିତ ତାଳ ଦେଇ କୃଷିକାର୍ଯ୍ୟ କରିବା ତଥା ଅତ୍ୟାଧୁନିକ କୃଷି ପ୍ରଣାଳୀରେ ଅଭ୍ୟସ୍ତ କରାଇବାର ଲକ୍ଷ୍ୟ ନେଇ ନୂତନ ଜ୍ଞାନ କୌଶଳ ଉପରେ କାର୍ଯ୍ୟ କରୁଥିବା ୬୦ ଟି ଷ୍ଟାର୍ଟଅପ୍ ଶନିବାର ଠାରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ହେବାକୁ ଥିବା ଏକ ଦୁଇ ଦିନିଆ କନ୍‌କ୍ଲେଭ୍‌ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହି କନ୍‌କ୍ଲେଭଟି ସାମାଜିକ ଉଦ୍ୟୋଗ ଲାଇଭ୍‌ଲିହୁଡ୍ ଅଲ୍ଟରନେଟିଭ୍‌ସ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ରୁରାଲ ମ୍ୟାନେଜମେଂଟ ଆନନ୍ଦ (ଇର୍ମା) -ଆଇସିଡ ଫାଉଣ୍ଡେସନ୍‌, ପେସ୍ ଫାଉଣ୍ଡେସନ୍ ଏବଂ ସୋଆର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଛି । ଏକ ଖସଡ଼ା ମାଧ୍ୟମରେ ବିଚାରଧାରା, ଜ୍ଞାନକୌଶଳ ଏବଂ ବିଭିନ୍ନ ପ୍ରକ୍ରିୟା ସମ୍ବଳିତ ସାମାଜିକ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍‌ରୁ ଉତ୍ପନ୍ନ ପଦ୍ଧତିଗୁଡ଼ିକୁ ସମ୍ମୁଖକୁ ଆଣିବା ଏହି କନ୍‌କ୍ଲେଭ୍‌ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଲାଇଭ୍‌ଲିହୁଡ୍ ଅଲ୍ଟରନେଟିଭ୍‌ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସମ୍ବିତ ତ୍ରିପାଠୀ ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏହା ଦ୍ୱାରା ଓଡ଼ିଶାର କୃଷକ ଏବଂ ଗ୍ରାମାଂଚଳରେ କାର୍ଯ୍ୟରତ ବ୍ୟକ୍ତିମାନେ ବିଶ୍ୱର ନୂତନ ଚିନ୍ତାଧାରା, ଜ୍ଞାନକୌଶଳ ଏବଂ ଉଦ୍‌ଭାବନ ସମ୍ପର୍କରେ ଅବଗତ ହୋଇପାରିବେ । ଏହି କନ୍‌କ୍ଲେଭ୍‌ରେ ସମାନ୍ତରାଳ ଭାବେ ଦୁଇଟି ପ୍ଲାଟ୍‌ଫର୍ମରେ କାର୍ଯ୍ୟ କରିବ । ଗୋଟିଏ ପଟେ ଷ୍ଟାର୍ଟଅପ୍‌ଗୁଡ଼ିକ ଉପସ୍ଥିତ କୃଷକଙ୍କୁ ନିଜ ଚିନ୍ତାଧାରା ଓ ଜ୍ଞାନକୌଶଳ ସମ୍ପର୍କରେ ଅବଗତ କରାଇବେ ଏବଂ ଅନ୍ୟ ପଟେ ବିଭିନ୍ନ ଉତ୍ପାଦର ପ୍ରଦର୍ଶନୀ ମଧ୍ୟ କରାଯିବ । ଏହି କନ୍‌କ୍ଲେଭ୍ ଦ୍ୱାରା ଷ୍ଟାର୍ଟଅପ୍‌ଗୁଡ଼ିକ ବଜାର ସହିତ ଯୋଡି ହୋଇପାରିବେ ଏବଂ ଓଡ଼ିଶାର କୃଷକମାନେ ନୂତନ ଜ୍ଞାନକୌଶଳ ଏବଂ ବ୍ୟବସାୟର ମଡେଲ୍‌କୁ ଆପଣାଇ ନିଜର ଆୟ ବଢ଼ାଇପାରିବେ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

ଓଡ଼ିଶାର ୬୫ଟି ବ୍ଲକ୍‌ରୁ ପ୍ରାୟ ୩୦୦ କୃଷକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ସେହିପରି ଭାରତର ବିଭିନ୍ନ ଅଂଚଳରୁ ପ୍ରାୟ ୬୦ଟି ଷ୍ଟାର୍ଟଅପ୍ ଏଥିରେ ଯୋଗ ଦେଉଥିବା ବେଳେ କେବଳ ଓଡ଼ିଶାରୁ ୧୦ଟି ଷ୍ଟାର୍ଟଅପ୍ ଏହି କନ୍‌କ୍ଲେଭ୍‌ରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଷ୍ଟାର୍ଟଅପ୍‌ଗୁଡ଼ିକ ମଧ୍ୟରେ ଆଇ-ହବ୍ ଗୁଜୁରାଟ, ଇର୍ମା-ଆଇସିଡ୍ ଫାଉଣ୍ଡେସନ୍ସ, କିଟ୍‌-ଟିବିଆଇ, ସୋସିଆଲ୍ ଆଲ୍‌ଫା ଏବଂ ଇନ୍‌ଷ୍ଟିୁଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍‌ସେସ୍ ଅନ୍ତର୍ଭୁକ୍ତ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ଏହି ଅବସରରେ ଏକ ହାକାଥନ୍‌ର ଆୟୋଜନ କରାଯିବ ଯେଉଁଥିରେ କି ବିଭିନ୍ନ ଷ୍ଟାର୍ଟଅପ୍‌ଗୁଡ଼ିକ ବିଭିନ୍ନ ମଡେଲକୁ ନେଇ ନିଜ ଭିତରେ ପ୍ରତିଯୋଗିତା କରିବେ ।

ଏହି ସାମ୍ବାଦିକ ସମ୍ମିଳନୀରେ ସୋଆର ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ଓ ଆଇସିଡ୍‌ର ଚେୟାର ଡକ୍ଟର ରାକେଶ ଆରାୱାଟିଆ ଉପସ୍ଥିତ ଥିଲେ ।

ଜୟ ନାରୟଣ ଙ୍କୁ ଅରୁଣଙ୍କ ଜବାବ୍ : ତମେ ଆରମ୍ଭ କଲ ଆମେ ଶେଷ କରିବୁ…

() ବିଧାନସଭାରେ ପ୍ରସଙ୍ଗ ଭିତ୍ତିକ ଆଲୋଚନା ହେବା କଥା । ଅପ୍ରାସଙ୍ଗିକ କଥା ଉଠାଇ ବିଧାନସଭାର ସମୟ ନଷ୍ଟ କରାଯାଉଛି । ମାନସିକ ସନ୍ତୁଳନ କ୍ଷୟ ହେବା ଭଳି ମାନସିକ ଭାବେ ପ୍ରସ୍ତୁତ ହେଉଛନ୍ତି, ଯେ ଓଡିଶାର ସାଢେ 4 କୋଟି ଜନ ସାଧାରଣ କଥା ନ ଉଠାଇ, ଜୀବନ ଜୀବିକାର କଥା ନଉଠାଇ, ଇସୁ ତ ନାହିଁ ସେଥିପାଇଁ ଇସୁ ଉଠାଇ ପାରୁନାହାନ୍ତି । ଯେଉଁଗୁଡା ନନ ଇସୁ ବା ଅପ୍ରାସଙ୍ଗିକ କଥା ଉଠାଇ ସବୁଦିନ କିଛି ନା କିଛି ବୟାନବାଜି କରୁଛନ୍ତି । ଆଜି ସେ କହିଲେ, ମୁଖ୍ୟମନ୍ତ୍ରୀଙ୍କ ଅଫିସରେ କିଏ କିଏ ଅଛନ୍ତି । ଏବଂ ବିଧାନସଭା ଭିତରେ ଯେଉଁମାନେ ସଦସ୍ୟ ନୁହନ୍ତି, ତାଙ୍କ ନାଁ ଉଠିବା କଥା ନୁହେଁ । ଏହି ସାମନ୍ୟ ସୌଜନ୍ୟତା ମଧ୍ୟ ହରାଇ ଦେଇଛନ୍ତି । ଏବଂ ବିଧାନସଭାର ପ୍ରାକ୍ତିସ ମଧ୍ୟ ଯେମିତି ଜଣାନାହିଁ । ମାନସିକ ସନ୍ତୁଳନ ହରାଇ ବସିବା, ସ୍ମୃତି ଶକ୍ତି କ୍ଷୟ ହେବା, ସମ୍ବିଧାନର ଗଣ୍ଡି ଭିତରେ ଆଲୋଚନା କରିବା କଥା ଭୁଲି ଯାଇ ପଦ ମର୍ଯ୍ୟାଦା ଉଲଂଘନ କରି ଏ କଥା ଉଠାଇଲେ । ତେଣୁ ଆମେ ତାଙ୍କୁ ଉତ୍ତର ଦେଲୁ ଯେ, ଗୋଟେ ଆଙ୍ଗୁଳି ଯଦି ଅନ୍ୟକୁ ଦେଖାଇବ, ତେବେ 4ଟି ଆଙ୍ଗୁଳି ତୁମ ଆଡକୁ ଯିବ । ମୁଁ ତାଙ୍କୁ ପ୍ରଶ୍ନ ରଖିଲି ଯେ କେନ୍ଦ୍ରରେ ଯେଉଁ ସରକାର ଅଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଅଫିସ ଠାରୁ ଆରମ୍ଭ କରି ବିଭିନ୍ନ ମନ୍ତ୍ରୀଙ୍କ ଅଫିସରେ ଏବଂ ବିଜେପି ଶାସିତ ରାଜ୍ୟ ଗୁଜୁରାଟ, ହରିୟାଣା, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଆଦିରେ ଯେଉଁ ମାନଙ୍କର ଦକ୍ଷତା ଥାଏ ସେମାନେ ତାଙ୍କୁ ରଖିଛନ୍ତି । କିନ୍ତୁ ବିରୋଧୀ ଦଳ ଏଠି ସେ କଥା କହିବାର ମାନେ ହେଉଛି, ଯେ ସବୁ ଦିନେ କେମିତି ଖବରର ଶିରୋନାମାରେ ରହିବେ । ବିରୋଧୀ ଦଳ ନେତା କହିଲେ ମିଡିଆରେ ଆସିବ । ସେ ନିଜକୁ ଲୋକ ମାନଙ୍କ ପାଖରେ ରଖିବାକୁ ଯାଇ ନିଜକୁ ଅପମାନିତ କରୁଛନ୍ତି । ପ୍ରସଙ୍ଗ ବାହାରକୁ ଯାଇ କହିବା ଦ୍ୱାରା ନିଜକୁ ଏବଂ ନିଜ ଦଳକୁ ଅସୁବିଧାରେ ପକାଉଛନ୍ତି । କେନ୍ଦ୍ରରେ କେଉଁ ମନ୍ତ୍ରୀଙ୍କ ପାଖରେ କିଏ ଅଛନ୍ତି, ତାଙ୍କ ନାଁ ନେବା କଥା କହି ହାସ୍ୟାସ୍ପଦ କଥା କହୁଛନ୍ତି । ଆମେ ଯେଉଁ ତଥ୍ୟ ଦେଉଛୁ, ତୁମ ଆଲୋଚନା ପରେ ଆମେ ଦେଲୁ ବୋଲି କହିଲେ ଅରୁଣ । ବିଜେପି ବିଧାୟକ ମାନଙ୍କୁ ସମ୍ବିଧାନ ପଢିବା ପାଇଁ କହିଲେ ଅରୁଣ ସାହୁ । ବିଧାନସଭାର କାର୍ଯ୍ୟବଳୀ କେମିତି ହୁଏ ବୁଝିବାକୁ କହିଲେ । ଭିତିରିଆ ସୂଚନା ଅନୁସାରେ ଜୟ ନାରାୟଣ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନଙ୍କୁ ଭଲ ପାଆନ୍ତିନାହିଁ । ତେଣୁ ସେ ଏଭଳି କଥା କହି ତାଙ୍କୁ ମଧ୍ୟ ଅସୁବିଧାରେ ପକାଉଛନ୍ତି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news