ଝାରସୁଗୁଡା ଉପ ନିର୍ବାଚନ କୁ ନେଇ ବାଜିଲା ବିଗୁଲ୍….

() ଏହା ହେଉଛି ସମ୍ବିଧାନ ଅନୁଯାୟୀ ଏକ ପ୍ରକ୍ରିୟା । ସିଟ ଫାଙ୍କା ପଡିଲେ ନିର୍ବାଚନ କମିଶନ 6 ମାସ ମଧ୍ୟରେ ନିର୍ବାଚନ ନେଇ ତାରିଖ ନିର୍ଦ୍ଧାରଣ କରିଥାନ୍ତି । ଝାରସୁଗୁଡା ଉପ ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି । ନିର୍ବାଚନ ନେଇ ବିଜୁ ଜନତା ଦଳ ପ୍ରସ୍ତୁତ ରହିଛି । ପ୍ରାର୍ଥୀ ବାବଦରେ ଦଳର ସଭାପତି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ । ନବ ଦାସଙ୍କ ହତ୍ୟା ଘଟଣା ପ୍ରଭାବ ପଡିବ ନାହିଁ । ଲୋକେ ସତ ଜାଣିଲେଣି । କ୍ରାଇମବ୍ରାଞ୍ଚ ତଦନ୍ତ ଜାରୀ ରହିଛି । ଲୋକେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ବିକାଶର ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି । ନବ ଦାସଙ୍କର ଦୁଃଖଦ ହତ୍ୟା ପରେ ବି ଲୋକେ ବିଜୁ ଜନତା ଦଳକୁ ତାଙ୍କର ରାୟ ଦେବେ । ଏହା ନିଶ୍ଚୟ ଭାବେ ଆଶା ରଖିଛୁ । ପଦ୍ମପୁରରୁ ଲୋକଙ୍କ ମୁଡ ଜଣାପଡିଛି । ଆଉ ଲୋକେଙ୍କ ମୁଡକୁ କାଲକ୍ୟୁଲେସନ କରିବା ଆବଶ୍ୟକତା ନାହିଁ । ପଦ୍ମପୁର ବିଜେଡି ଲାଗି ଟର୍ଣ୍ଣିଙ୍ଗ ପଏଣ୍ଟ ଥିଲା । ଧାମନଗର ପରାଜୟ ପରେ ଅନେକ କଥା କୁହାଯାଉଥିଲା । ବିଜୁ ଜନତା ଦଳ ଶେଷ ହୋଇଗଲା । ପଛରେ ରହିଗଲା । ଦ୍ଵିତୀୟରେ ରହିଯିବ । ପଦ୍ମପୁର ଫଳାଫଳ ଆକଳନକୁ ଭୁଲ ପ୍ରମାଣିତ କରିଦେଲା । ଝାରସୁଗୁଡାରେ ମଧ୍ୟ ତାହା ପ୍ରମାଣିତ ହେବ ।

ଦେବି ମିଶ୍ର, ବିଜେଡି ବିଧାୟକ

ବିରୋଧୀ ଦଳ ପାଗଳାମି ଓ ବିଚଳାମି ଛାଡନ୍ତୁ : ଅରୁଣ…

() ବିରୋଧୀ ବିଧାନସଭାର ପ୍ରତ୍ୟେକ ଦିନ ଏ ପ୍ରସଙ୍ଗ ଉଠାଇଛନ୍ତି।ବାରମ୍ବାର ଉଠାଇ ଷ୍ଟୋରୀ ଟେଲିଂ କରିଛନ୍ତି ବିରୋଧୀ।ମୁଲତବୀ ଠାରୁ ଆରମ୍ଭ କରି ଗୃହର ଯେକୌଣସି କାର୍ଯ୍ୟ ହେଉଛି ବୁଲା ପାଗଳ ଭଳି ହୋଇ ଗୋଟିଏ କଥା ଉଠାଉଛନ୍ତି। ଯେଉଁ ମାନେ ପାଗଳ ଥାଆନ୍ତି ସେମାନେ ଏ ଭଳି କୁହନ୍ତି। ଯେଉଁ ଦଳ କହୁଛି FBI କଥା ସେ ପ୍ରଥମେ ତାଙ୍କ କେନ୍ଦ୍ର ସରକାରଙ୍କୁ ପଚାରନ୍ତୁ ଯାଇକି CBI କେତେ ଥର FBI ର ସହାୟତା ନେଇଛନ୍ତି।ଗୋପାଳ କୁ ପାଗଳ ବନାଇବାକୁ ସରକାର ଚେଷ୍ଟା କରୁଥିବା ବିରୋଧୀ କହିବ ଦୁର୍ଭାଗ୍ୟ।ତଦନ୍ତ କାରୀ ସଂସ୍ଥା କେବେ ହେଲେ ପାଗଳ କହିନି।ବିରୋଧୀ ଦଳ ପାଗଳାମି ଓ ବିଚଳାମି ଛାଡନ୍ତୁ।ଏଥିରୁ କ୍ଷାନ୍ତ ରହିବାକୁ ନିବେଦନ ଦେଲେ ବିଜେଡି ବିଧାୟକ ଅରୁଣ ସାହୁ।

ଅରୁଣ ସାହୁ , ବିଜେଡି ବିଧାୟକ

ଚାଷୀଙ୍କ ସ୍ବାର୍ଥ ପାଇଁ ରାଜ୍ୟ ସରକାର ସବୁବେଳେ କାମ କରୁଛନ୍ତି : ଯୋଗାଣ ମନ୍ତ୍ରୀ…

() ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ 5 କେଜି ଚାଉଳ କାଟିବାକୁ ନେଇ କଥା କଟାକଟି ହେଲେ ବିଜେପି ଓ ବିଜେଡ଼ି ସଦସ୍ୟ । ସବୁ ରାଜ୍ୟ ସହ ଏଫସିଆଇର ବୁଝାମଣା ହୋଇଛି । ବଳକା ଚାଉଳ ନେବ ଏଫସିଆଇ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଗୁଁ ଚାଉଳ ଆଡଜଷ୍ଟ ହୋଇଯାଉଥିଲା । କିନ୍ତୁ ଯୋଜନା ବନ୍ଦ ହେବା ପରେ ଚାଉଳ ବଳକା ରହୁଛି । କେନ୍ଦ୍ରକୁ ବିଭାଗ ଚିଠି ଲେଖିଛି, ଯେ ଯୋଜନା ଜାରି ରହୁ, କାରଣ କରୋନା ସ୍ଥିତି ଏବେ ବି ଅଛି । ଯଦି ବଳକା ଚାଉଳ ଏଫସିଆଇ ନେବ ନାହିଁ, ତେବେ ଧାନ କିଣାରେ ବାଧା ସୃଷ୍ଟି ହେବ । 20 ଲକ୍ଷ ମେଟ୍ରିକ ଟନ ବଳକା ରହିଛି । ମୁଖ୍ୟମନ୍ତ୍ରୀ ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

ଅତନୁ ସବ୍ୟସାଚୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ

ଏପ୍ରିଲ ୧ତାରିଖରୁ ସବଜି କୁଲର: କୃଷିମନ୍ତ୍ରୀ…

() ରାଜ୍ୟରେ ୯୭ ଟି ଶୀତଳ ଭଣ୍ଡାର ଅଚଳ ହୋଇ ପଡ଼ିଥିବା ବେଳେ ୩୬ ଟି ସଚଳ ରହିଛି । ଅଚଳ ହୋଇ ପଡ଼ିଥିବା ଶୀତଳ ଭଣ୍ଡାର କୁ ସଚଳ କରିବା ସମ୍ଭବ ନୁହେଁ । କାରଣ ଅଚଳ କୁ ସଚଳ କରିବା ବ୍ୟୟ ବହୁଳ । ସେହି ଟଙ୍କା ରେ ନୂଆ ଶୀତଳ ଭଣ୍ଡାର ହୋଇ ପାରିବ । ରାଜ୍ୟରେ ଶୀତଳ ଭଣ୍ଡାରର ଅଭାବ କୁ ଦୂର କରିବା ପାଇଁ ରାଜ୍ୟରେ ୧୦୦୦ ଟି ଶୀତଳି କରଣ ଗୃହ ନିର୍ମାଣ କରିବା ପାଇଁ ସରକାର ଯୋଜନା କରିଛନ୍ତି । ଯାହା କି ସୌର ଚାଳିତ ଯନ୍ତ୍ରାଂଶ ଦ୍ୱାରା ଚାଲିବ । ଏହାକୁ ପଞ୍ଚାୟତିରାଜ , ପାନୀୟ ଜଳ ବିଭାଗ ଓ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ପରିଚାଳନା ରେ ଚାଲିବ ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ରାଜ୍ୟର କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ମାନଙ୍କୁ ୭୦ ପ୍ରତିଶତ ରିହାତି ରେ ସବଜି କୁଲର ଯୋଗାଇ ଦେବେ ରାଜ୍ୟ ସରକାର । ଯେଉଁଥିରେ ଚାଷୀ ମାନେ ତାଙ୍କ ଅମଳ ପନି ପରିବା କିଛି ଦିନ ପର୍ଯ୍ୟନ୍ତ ରଖି ପାରିବେ। ଏହାକୁ ଏପ୍ରିଲ ୧ ତାରିଖରୁ ଆରମ୍ଭ କରାଯିବ ବୋଲି ବିଧାନସଭା ରେ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

30 ଜିଲ୍ଲା ପାଇଁ 24 ପର୍ଯ୍ୟବେକ୍ଷକ ଜାରୀ କଲା ବିଜେଡି : ପ୍ରଣବଙ୍କୁ ୪ଜିଲ୍ଲା, ଏଣ୍ଟ୍ରି କଲେ ଅମରେଶ ରବୀନ୍ଦ୍ର ଓ ଦେବେଶ……

() 2024 ନିର୍ବାଚନ ପୂର୍ବରୁ ସାଙ୍ଗଠନିକ ଶକ୍ତିକୁ ବୃଦ୍ଧି କରିବା ପାଇଁ ପର୍ଯ୍ୟବେକ୍ଷକସ୍ତରରେ ସାମାନ୍ୟ ଅଦଳବଦଳ କରିଛି ବିଜେଡି । 30ଟି ଜିଲ୍ଲା ପାଇଁ ଆଜି ବିଜେଡି 24 ଜଣିଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି । ନୂତନ ଭାବେ ସାମିଲ ହୋଇଛନ୍ତି ଅମରେଶ ଜେନା, ଦେବେଶ ଆଚାର୍ଯ୍ୟ ରବୀନ୍ଦ୍ର ଜେନା l

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଜାରୀ ହୋଇଛି ବିଜେଡ଼ିର ପର୍ଯ୍ୟବେକ୍ଷକ ତାଲିକା । ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ତାଲିକା ପ୍ରକାଶ କରିଛନ୍ତି । ନିର୍ବାଚନ ପୁର୍ବରୁ ବିଜେଡ଼ି ତାର ନୁଆ ସେନାପତି ପ୍ରସ୍ତୁତ କରିଛି l ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପରିବର୍ତ୍ତନ କରି ଦେଇଛି ବଡ ସଂକେତ। ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁ ଦାୟିତ୍ୱ ଦେଇଛନ୍ତି l ତାଂକୁ ଏକାଥରକେ ୪ଟି ଜିଲ୍ଲା ଦାୟିତ୍ବ ଦେଇଛନ୍ତି ନବୀନ l ସେ ସମ୍ବଲପୁର,ଅନୁଗୁଳ,ଢେଙ୍କାନାଳ ଓ କେଉଁଝର ଜିଲ୍ଲା ଦାୟିତ୍ବ। ପୁର୍ବରୁ ମୟୂରଭଞ୍ଜ ଓ କେଉଁଝର ଦାୟିତ୍ୱରେ ଥିଲେ। ସେହିପରି ପ୍ରଣବବଳବନ୍ତ ରାୟ ଭଦ୍ରକରୁ ବାଦ ଦିଆଯାଇ କଳାହାଣ୍ଡି ଦାୟିତ୍ଵ। ସୁଶାନ୍ତ ସିଂଙ୍କୁ ଦେବଗଡ଼ ଦାୟିତ୍ୱରୁ ବାଦ ଦିଆଯାଇ କେବଳ ବଲାଙ୍ଗିର ଦାୟିତ୍ବରେ ରହିବେ। ମନ୍ତ୍ରୀ ଉଷାଦେଵୀ ପର୍ଯ୍ୟବେକ୍ଷକ ତାଲିକାରୁ ବାଦ। ମନ୍ତ୍ରୀ ପ୍ରମିଳା ମଲ୍ଲିକ କେନ୍ଦ୍ରାପଡ଼ା ଦାୟିତ୍ବରେ। ପୁର୍ବରୁ ଢେଙ୍କାନାଳ ଓ ଖୋର୍ଦ୍ଧା ଦାୟିତ୍ବରେ ଥିଲେ ପ୍ରମିଳା। ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କୁ କେନ୍ଦ୍ରାପଡ଼ା ବଦଳରେ କଟକ ଦାୟିତ୍ଵ। ମନ୍ତ୍ରୀ ଟୁକୁନୀ ସାହୁ ପର୍ଯ୍ୟବେକ୍ଷକ ତାଲିକାରୁ ବାଦ୍। ପୁର୍ବରୁ ନୂଆପଡ଼ା ଦାୟିତ୍ବରେ ଥିଲେ ଟୁକୁନି ସାହୁ। ମନ୍ତ୍ରୀ ରୋହିତ ପୂଜାରୀ ବି ବାଦ। ସୋନପୁର ଦାୟିତ୍ବରେ ଥିଲେ ରୋହିତ ପୂଜାରୀ । ଆଗାମୀ ନିର୍ବାଚନ ପାଇଁ ଏବେ ସବୁଦଳ ନିଜର ସାଙ୍ଗଠନିକ ଶକ୍ତି ବୃଦ୍ଧି ପାଇଁ ଅଣ୍ଟା ଭିଡୁଛନ୍ତି । ପର୍ଯ୍ୟବେକ୍ଷକମାନେ ଜିଲ୍ଲାରେ ଦଳୀୟ ସ୍ଥିତିକୁ ଅନୁଧ୍ୟାନ କରି ଏବାବଦରେ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେବେ ।

ରାହୁଲ ଗାନ୍ଦୀଙ୍କ ସାଂସଦ ସଦସ୍ୟତା ପଦ ରଦ୍ଦ….

{} ରାହୁଲ ଗାନ୍ଦୀଙ୍କ ସାଂସଦ ସଦସ୍ୟତା ପଦ ରଦ୍ଦ ଏବଂ ଗଣତନ୍ତ୍ରର ହତ୍ୟାର ପ୍ରତିବାଦରେ ସାରା ଓଡ଼ିଶାରେ କଂଗ୍ରେସର ସତ୍ୟାଗ୍ରହ।

() ସଂସଦରେ ରାହୁଲ ଗାନ୍ଧୀ ମାର୍ଚ୍ଚମାସ ୭ ତାରିଖ ୨୦୨୩ ମସିହାରେ ନରେନ୍ଦ୍ର ମୋଦି ଓ ଆଦାନୀଙ୍କ ସମ୍ପର୍କକୁ ନେଇ ଯେଉଁ ପ୍ରଶ୍ନ ପଚାରିଥିଲେ ଏବଂ ୨୦ ହଜାର କୋଟି ଟଙ୍କା ଆଦାନୀ ସଂପର୍କୀୟଙ୍କ ଦ୍ୱାରା ପରିଚାରଳିତ ସେଲ କମ୍ପାନୀ ମାଧ୍ୟମରେ ଯେଉଁ ୨୦ ହଜାର କୋଟି ଟଙ୍କା ଆଦାନୀ ଗ୍ରୁଫ ଅଫ କମ୍ପାନୀଜ୍‌କୁ ଆସିଛି ଏ ଟଙ୍କା କାହାର? ଏହା କେବେହେଲେ ଆଦାନୀଙ୍କୁ ନୁହେଁ । ଏହି ଝଡ଼କୁ ସାମନା କରିବା ପରିବର୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ରାହୁଲ ଗାନ୍ଧୀଙ୍କୁ ଭୟକରି ପ୍ରଥମଥର ପାଇଁ ସ୍ୱାଧୀନ ଭାରତ ବର୍ଷରେ ସରକାରୀ ଦଳ ସାଂସଦକୁ ଦୀର୍ଘଦିନ ଅଚଳ କରି ରଖିଲେ । ଏବଂ ୨୦୧୯ ମସିହା ଅପ୍ରେଲ ମାସ ୧୩ ତାରିଖରେ କୋଲାରରେ ନିର୍ବାଚନୀ ସଭାରେ ଭାଷଣ ଦେଲାବେଳେ କହିଥିଲେ କାହିଁକି କେତେକ ଚୋରଙ୍କର ସାଇଙ୍ଗା ମୋଦି ବୋଲି କିନ୍ତୁ ସେ କେବେହେଲେ ସବୁ ମୋଦି ନାମଧାରୀ ଚୋର ବୋଲି କହିନଥିଲେ । କିନ୍ତୁ ଏହି ଘଟଣାକୁ ନେଇ ୨୦୧୯ ଅପ୍ରେଲ ମାସ ବିଜେପି ବିଧାୟକ ପୂର୍ଣ୍ଣେସ ମୋଦି ସୁରଟର ଏକ ସେସନ କୋର୍ଟରେ ଏକ ମାନହାନୀ ମୋକଦ୍ଦମା ଦାୟର କରିଥିଲେ । ଏ ମକଦ୍ଦମା ଉପରେ ନିଜେ ଅଭିଯୋଗକାରୀ ଗୁଜୁରାଟ ହାଇକୋର୍ଟରୁ ଏ କେଶର ଶୁଣାଣିକୁ ବନ୍ଦ କରିବାପାଇଁ ଷ୍ଟେ ଆଣିଥିଲେ । କିନ୍ତୁ ଫେବୃଆରୀ ମାସ ୭ ତାରିଖ ଲୋକସଭାରେ ଆଦାନୀ ସଂପର୍କୀତ ପ୍ରଶ୍ନ ଉତ୍‌ଥାପନ ପରେ ସରକାର ଏହି ଶିଥିଳ ପଡ଼ିଥିବା ମାନହାନୀ ମକଦ୍ଦମାକୁ ନିଜର ଅମେଘ ଅସ୍ତ୍ରରୂପେ ବ୍ୟବହାର କଲେ । ପୁର୍ନେଶ ମୋଦି ୨୦୨୩ ମସିହା ଫେବୃଆରୀ ମାସ ୧୬ ତାରିଖରେ ହାଇକୋର୍ଟରୁ ଏହି ମକଦ୍ଦମାର ଷ୍ଟେ ହଟାଇବାପାଇଁ ପ୍ରାର୍ଥନା କଲେ ଏବଂ କୋର୍ଟ ମଧ୍ୟ ଅନୁମୋଦନ କଲା । ୨୦୨୩, ଫେବୃଆରୀ,୨୭, ରୁ ଟ୍ରାଏଲ କୋର୍ଟର ଶୁଣାଣି ଆରମ୍ଭ ହେଲା ଏବଂ ମାର୍ଚ୍ଚ ୨୩, ୨୦୨୩ ରେ ରାହୁଲ ଗାନ୍ଧୀଙ୍କ ସର୍ବାଧିକ ୨ବର୍ଷ ଜେଲ ଦଣ୍ଡାଦେଶ କରାଗଲା ଯଦ୍ୱାରାକି ପିପୁଲ୍ସରିପ୍ରେଜେଂଟିଟେସନ ଆକ୍ଟ ୧୯୫୧ ଧାରା-୮ (୩) ଅନୁସାରେ ତାଙ୍କ ଲୋକସଭା ସଭ୍ୟପଦ ରଦ୍ଦ କରିଦିଆଗଲା । ବିଗତ ୯ ବର୍ଷ ଭିତରେ ଭାରତ ବର୍ଷର ସଂସଦୀୟ ଗଣତନ୍ତ୍ରର ପରମ୍ପରାକୁ ସଂପୂର୍ଣ୍ଣରୂପେ ଆଜି ଧୂଳିସାତ କରିଦିଆଯାଇଛି । ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନକୁ ଆଜି କରାୟତ କରିସାରିଲେଣି । ଯେଉଁମାନେ ସରକାର ଏବଂ ସରକାରଙ୍କର କାର୍ଯ୍ୟକଳାପ ବିରୋଧରେ ପ୍ରଶ୍ନ ଉଠାଉଛନ୍ତି ସେମାନଙ୍କ ଉପରେ ଇଡି, ସିବିଆଇ, ଆଇଟି ଓ ଅନ୍ୟାନ୍ୟ ବାଟରେ ତାଙ୍କ ଛନ୍ଦି ଦିଆଯାଉଛି । ବିରୋଧିଙ୍କୁ ଭୟଭୀତ କରାଉଛନ୍ତି । ଯେହେତୁ ରାହୁଲ ଗାନ୍ଧୀ କଂଗ୍ରେସ ଦଳ, ନରେନ୍ଦ୍ର ମୋଦି ଏବଂ ବିଜେପି ସରକାରର ଏ ଗଣତନ୍ତ୍ର ବିରୋଧି କାର୍ଯ୍ୟକୁ ଶାଣିତ ସ୍ୱରରେ ସବୁ ସ୍ତରରେ ପ୍ରଶ୍ନ କରୁଛି ତେଣୁ ରାହୁଲ ଗାନ୍ଧୀଙ୍କୁ ଏ ଦଣ୍ଡ ଦିଆଯାଇଛି । ଏହାକୁ ପ୍ରତିବାଦ କରି ଆଜି ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଏବଂ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆଜି ପ୍ରଦେଶ କଂଗ୍ରେସର ସମସ୍ତ ନେତୃବର୍ଗ ଭୁବନେଶ୍ୱର ନାଲକୋ ଛକଠାରେ ଗାନ୍ଧୀ ମୈଦାନରେ ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ସକାଳ ୧୦ ଘଟିକାର ୫ ଘଟିକା ପର୍ଯ୍ୟନ୍ତ ସତ୍ୟାଗ୍ରହ ରଖିଥିଲେ । ଏହି ସତ୍ୟାଗ୍ରହରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ରାମଚନ୍ଦ୍ର ଖୁଂଟିଆ, ଅନନ୍ତ ପ୍ରସାଦ ସେଠୀ, ସୁରେଶ କୁମାର ରାଉତରାୟ, ଶରତ ରାଉତ, ଯୁଧିଷ୍ଠୀର ଜେନା, ବିଜୟ ପଟ୍ଟନାୟକ, ରବିନ୍ଦ୍ର ମଲ୍ଲିକ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, କିଶୋର ଜେନା, ବିଶ୍ୱଜିତ ଦାଶ, ମନୋରଞ୍ଜନ ଦାଶ, ବନ୍ଦିତା ପରିଡ଼ା, ୟାସିର ନୱାଜ, ସ୍ମୃତିରଞ୍ଜନ ଲେଙ୍କା, ମାନସ ଆଚାର୍ଯ୍ୟ, ପ୍ରକାଶ ଜେନା, ରଜନୀ ମହାନ୍ତି, ଶ୍ରୀନିବାସ ରାଉତରାୟ, ଜାନନୀ ବଲ୍ଲଭ ପଟ୍ଟନାୟକ, ପ୍ରଦୀପ୍ତ ଦାସ, ପ୍ରଶାନ୍ତ ଶତପଥି, ଲୋକନାଥ ମହାରଥି, ଦୀପକ କୁମାର ମହାପାତ୍ର, ମିହିର ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ସୁଶାନ୍ତ ତ୍ରିପାଠୀ, ସନ୍ଧ୍ୟା ମହାପାତ୍ର, ମଧୁସି୍ମତା ପଣ୍ଡା, ସସ୍ମିତା ବେହେରା, ମଧୁସ୍ମିତା ଆଚାର୍ଯ୍ୟ, ଜ୍ଞାନ ରଞ୍ଜନ ପଟ୍ଟନାୟକ, ତ୍ରିଲୋଚନ ମହାନ୍ତି, ଚିନ୍ମୟ ସୁନ୍ଦର ଦାସ, ପ୍ରକାଶ ମିଶ୍ର, ରସିକ ପଟ୍ଟନାୟକ, ସିକ୍ତା ପତି, ଗୀତାଞ୍ଜଳି ମହାନ୍ତି, ପ୍ରଭାବତୀ ପଟ୍ଟନାୟକ, ପ୍ରଣତି ମିଶ୍ର, ମନଜା ମଂଜରୀ ଦେବୀ, କୁସୁମ ପ୍ରଧାନ, ଶ୍ରୀୟାସ୍ମିତା ପଣ୍ଡା, ସୁଭଦ୍ରା ମିଶ୍ର, ଚୈତାଳୀ ପଟ୍ଟନାୟକ, ଜୟଶ୍ରୀ ପାତ୍ର, ସବିତା ଧିର, ସ୍ୱାଗତିକା ପଟ୍ଟନାୟକ, ଜାନକୀ ମଲ୍ଲିକ, ଉର୍ବଶୀ ମିଶ୍ର, ଦୀପକ କୁମାର ସାହୁ, ସାଗର ପରିଡ଼ା, ଆଶିଷ ମଲ୍ଲିକ, ଦେବୀ ପ୍ରସାଦ ବାହାଲିଆ, ମନୋଜ ସାହୁ, ନରୋତମ ନାୟକ, କୁଳମଣି ସାହୁ, ବିଶ୍ୱ ମହାନ୍ତି, କୈଳାସ ସାହୁ, ସାରଦା ନାୟକ ପ୍ରମୁଖ ଯୋଗଦେଇଥିଲେ ।

ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ….

() ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ଛତ୍ରପୁର, ହିଞ୍ଜିଳି, ଓ କବିସୂର୍ୟନଗରରେ ସାଧାରଣ ସଭା, ଉଦବୋଧନ।

୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ,

୨୦ ହଜାର ଳୋକଙ୍କୁ ଗ୍ରାମ କଣ୍ଠ ଜମି ପଟ୍ଟା ଆବଣ୍ଟନ ,

ମିଶନ ଶକ୍ତି ମା ମନଙ୍କୁ ବିନା ସୁଧରେ ଋଣ ପ୍ରଦାନ,

ଡିସେମ୍ବର ସୁଦ୍ଧା ଗଞ୍ଜାମର ସବୁ ହାଇ ସ୍କୁଲ୍ ର ରୂପାନ୍ତର ହେବ – ମୁଖ୍ୟମନ୍ତ୍ରୀ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଛତ୍ରପୁର, ହିଞ୍ଜିଳି, ଓ କବି ସୂର୍ୟ ନଗର ଆଦି ସ୍ଥାନରେ ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଛତ୍ରପୁର ରେ ୧୦୦୦ କୋଟି, ହିଂଜିଲିରେ ୫୯୦ କୋଟି ଓ କବି ଶୂର୍ୟ ନଗରରେ ୩୧୬ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରା ଯାଇଥିଲା। ଆଜି ମୁଖ୍ୟମନ୍ତ୍ରୀ ଗଞ୍ଜାମରେ ପ୍ରାୟ ୨୦ ହଜାର ଲୋକଙ୍କୁ ଗ୍ରାମ କଣ୍ଠ ଜମି ପଟ୍ଟା ପ୍ରଦାନ କରିଛନ୍ତି। ଛତ୍ରପୁର ରେ ୩୫୦୦ ପଟ୍ଟା, ହିଞ୍ଜିଲରେ ୪୫୦୦ ପଟ୍ଟା ଓ କବି ସୂର୍ଯ ନଗରରେ ୧୧ ହଜାରରୁ ଅଧିକ ପଟ୍ଟା ଦିଆ ଯାଇଥିଲା।ଏହି ସବୁ ସ୍ଥାନରେ ଉପସ୍ଥିତ ଜନ ସାଧାରଣ ଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାକୁ ରଜ୍ୟର ଏକ ଆଗୁଆ ଜିଲ୍ଲା ବୋଲି ମତ ଦେବା ସହିତ ଏହାକୁ ଦେଶର ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ୫ଟି ସ୍କୁଲ୍ ରୂପାନ୍ତର ରାଜ୍ୟ ସରକାରଙ୍କ ଦୁଇଟି ମାଇଲ ଷ୍ଟୋନ ସଫଳତା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ବର୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାର ୫୦ ହଜାର ଲୋକ ଚିକିତ୍ସା ସୁବିଧା ପାଇଛନ୍ତି ଓ ଏଥିପାଇଁ ରାଜ୍ୟ ସରକାର ୧୯୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ସେ କହିଥଲେ।ସେହିପରି ୫ଟି ସ୍କୁଲ୍ ରୂପାନ୍ତର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୬୩୦ ଟି ହାଇ ସ୍କୁଲ ମଧ୍ୟରୁ ବର୍ତମାନ ସୁଦ୍ଧା ୪୭୧ ଟି ସ୍କୁଲର ରୂପାନ୍ତର ସରିଛି ଓ ଆସନ୍ତା ଡିସେମ୍ବର ସୁଦ୍ଧା ଜିଲ୍ଳାର ସବୁ ସ୍କୁଲ୍ ରୂପାନ୍ତରିତ ହେବ ବୋଲି ସେ ପ୍ରତିଶୃତି ଦେଇଥିଲେ।

ରାଜ୍ୟରେ କୃଷକ ମାନଙ୍କୁ ବିନା ସୁଧରେ ଏକ ଲକ୍ଷ ଟଙ୍କାର ଋଣ ଦିଆ ଯାଉଛି ବୋଲି ମଧ୍ୟ ସେ କହିଥିଲେ।ମିଶନ ଶକ୍ତି ର ମା ମାନଙ୍କର ଉଚ୍ଚ ପ୍ରଶଂସା କରି ସେ କହିଥିଲେ ଯେ ମା ମାନେ ବହୁତ ଭଲ କାମ କରୁଛନ୍ତି ଏବଂ ରାଜ୍ୟ ସରକାର ସେମାନଙ୍କୁ ସବୁ ସହଯୋଗ ଯୋଗାଇ ଦେଉଛନ୍ତି।ମା ମାନେ ଉଦ୍ୟୋଗୀ ହୁଅନ୍ତୁ ବୋଲି ସେ ଚାହାନ୍ତି ବୋଲି ପ୍ରକାଶ କରି ରାଜ୍ୟର SHG ଗୁଡ଼ିକ SME ହେବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ବୋଲି କହିଥିଲେ। ମା ମାନଙ୍କୁ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆ ଯାଉଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ଆଜି ଗଞ୍ଜାମରେ ମିଶନ ଶକ୍ତି ମା ମାନଙ୍କୁ ୬୧୪ କୋଟି ଟଙ୍କାର ଋଣ ଦେଇଥିଲେ। ଛତ୍ରପୁର ରେ ୧୮୦ କୋଟି, ହିଞ୍ଜିଲିରେ ୧୫୪ କୋଟି ଓ କବି ସୁର୍ୟ ନଗରରେ ୨୮୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା। ମା ମାନଙ୍କର ଉନ୍ନତି ହେଲେ ଦେଶର ଉନ୍ନତି ହେବ ବୋଲି ମୁଖ୍ୟମନ୍ତ୍ରୀ କହଥିଲେ।ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଗଞ୍ଜାମର ଆରାଧ୍ୟ ଦେବୀ ତାରା ତାରିଣୀଙ୍କୁ ସ୍ମରଣ କରି ବିଶିଷ୍ଟ ସାହିତ୍ୟ ସାଧକ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବି ସୂର୍ଯ୍ୟ ବଳଦେବ ରଥ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ସଂସାଦ ଚନ୍ଦ୍ରଶେଖର ସାହୁ ,ସଂସାଦ ପ୍ରମିଳା ବିଶୋଇ , ଜିଲ୍ଲା ର ବିଧାୟକ ଗଣ ,ଓ ଜିଲା ପରିଷଦ ସଭାପତି ପ୍ରମୂଖ ଉପସ୍ଥିତ ଥିଲେ.

ଗଣତନ୍ତ୍ର ହତ୍ୟକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତଳିକା ଦାହ କଲା କଂଗ୍ରେସ…

() ରାହୁଲ ଗାନ୍ଧୀ ଡରିଯିବାର ନେତା ନୁହନ୍ତି । ଭୟ ଦେଖାଇ ତାଙ୍କ ସ୍ୱରକୁ କେହି ଚାପି ପାରିବ ନାହିଁ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ପ୍ରଥମ ଥର ପାଇଁ ଭାରତ ବର୍ଷର ପାଲ୍ୟାମେଂଟକୁ ଦୀର୍ଘଦିନ ଧରି ଅଚଳ କରି ରଖିଲେ । ସଂସଦରେ ରାହୁଲ ଗାନ୍ଧୀ ଯେଉଁ ମୋଦି-ଆଦାନୀ ସମ୍ପର୍କିତ ଝଡ଼ ବୁହାଇଲେ ସେ ଝଡ଼କୁ ଭାରତୀୟ ଜନତାପାର୍ଟିର ସାଂସଦ ଏବଂ ଖୋଦ ପ୍ରଧାନମନ୍ତ୍ରୀ ସାମନା କରିବାର ସତ୍‌ସାହସ ଦେଖାଇ ପାରିଲେ ନାହିଁ । ଭାରତ ବର୍ଷର ବ୍ୟାଙ୍କମାନଙ୍କ ପାଖରୁ ହଜାର ହଜାର କୋଟି ଟଙ୍କା ଲୁଟ କରି ଆଜି ଲଳିତ ମୋଦି, ନିରବ ମୋଦି, ମେହୁଲ ଚୋକ୍ସି ଏସମସ୍ତେ ଦେଶଛାଡ଼ ପଳାୟନ କରିଛନ୍ତି । ଏହି ପ୍ରଶ୍ନ ଉତ୍‌ଥାପନ କରିବା ଜଣେ ରାଜନୈତିକ ନେତାର ପ୍ରଥମ ଏବଂ ଶେଷ କର୍ତବ୍ୟ । ରାହୁଲ ଗାନ୍ଧୀ ସତ୍ୟ ଓ ଅହିଂସା ପଥରେ ଚାଲିଛନ୍ତି ତାଙ୍କୁ କେହି ଡରାଇ ପାରିବ ନାହିଁ । ସେ ଭାରତବର୍ଷର ନିରବୀ ଯାଇଥିବା ଜନତାଙ୍କର ସ୍ୱର । ଗଣତନ୍ତ୍ର ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅତୁଟ ରଖିବା ପାଇଁ ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ସର୍ବୋପରି ବଧପରିକର । କଂଗ୍ରେସ ଦଳ ସଦସ୍ୟତା ପଦ ରଦ୍ଧ ଏବଂ ଯେଉଁ ଗୁଜୁରାଟ ସେସନ କୋର୍ଟ ସମ୍ମାନହାନୀ କେସରେ ଦଣ୍ଡାଦେଶ ଶୁଣାଇଛନ୍ତି ତାହା ବିରୋଧରେ କଂଗ୍ରେସ ଦଳ ଏକ ଆଇନଗତ ଲଢ଼େଇ ସହିତ ସାରା ଦେଶରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତା ବିରୋଧରେ ଏକ ରାଜନୈତିକ ଲଢ଼େଇ ଲଢ଼ିବ । ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଦକୁ ପ୍ରତିବାଦ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆଜି ବହୁ କଂଗ୍ରେସ ନେତୃବର୍ଗ ଓ କର୍ମୀମାନେ ମାଷ୍ଟରକ୍ୟାଂଟିନ ଛକ ଠାରେ ନରେନ୍ଦ୍ର ମୋଦିଙ୍କ କୁଶପୁତଳିକା ଦାହ କରିବା ସହିତ ନାରାବାଜି କରିଥିଲେ । କଂଗ୍ରେସ ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ଓ ତାରା ପ୍ରସାଦ ବାହିନୀପତି ଗଣମାଧ୍ୟମକୁ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ ପ୍ରଥମଥର ପାଇଁ ଜଣେ ପ୍ରଧାନମନ୍ତ୍ରୀ ଭୟରେ ବିରୋଧିଙ୍କ ସ୍ୱରକୁ ଚାପିଦେବାପାଇଁ ଆମର ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଦକୁ ପ୍ରତିବାଦ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଦଳ ଆସନ୍ତା ଦିନରେ ଅଧିକ ଶକ୍ତିଶାଳୀ ହେବ ଏବଂ ଗଣତନ୍ତ୍ର ବିରୋଧି ସରକାରକୁ ପରାସ୍ତ କରିବ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ବିଧାୟକ ଶରତ ରାଉତ, ଲଲାଟେନ୍ଦୁ ମହାପାତ୍ର, ଶୁଭେନ୍ଦୁ ମହାନ୍ତି, ପ୍ରକାଶ ଜେନା, ଚିନ୍ମୟ ବେଉରିଆ, ରବିନ୍ଦ୍ର ସେଠୀ, ଶିବାନନ୍ଦ ରାୟ, ବିଶ୍ୱଜିତ ଦାଶ, ୟାସିର ନୱାଜ, ମନୋରଞ୍ଜନ ଦାଶ, ମାନସ ଆଚାର୍ଯ୍ୟ, ରଜତ ଚୌଧୁରୀ, ଶ୍ରୀନିବାସ ରାଉତରାୟ, ରାଜୀବ ପଟ୍ଟନାୟକ, ଚିନ୍ମୟ ସୁନ୍ଦର ଦାସ, ମନୋଜ ସାହୁ, ରଜନୀ ମହାନ୍ତି, ସୁଶାନ୍ତ ତ୍ରିିପାଠୀ, ତରୁଣ ମିଶ୍ର, ଜାନକୀ ମଲ୍ଲିକ, ଅଶୋକ ଦାସ, ମିହିର ଆଚାର୍ଯ୍ୟ, ପ୍ରଭାତ ପ୍ରତାପ ସିଂ, ବାବୁ ଜେନା, ଲିଙ୍ଗରାଜ ସାହୁ, ଜୟକୃଷ୍ଣ ସୁବୁଦ୍ଧି, କୈଳାସ ସାହୁ, କୁସୁମ ପ୍ରଧାନ, ସଂକୁନା କହଁର, ଜିତେନ୍ଦ୍ର ପଣ୍ଡା, ସରୋଜ ଲେଙ୍କା, ଖଗେଶ୍ୱର ମଲ୍ଲିକ, ସାଗର ପରିଡ଼ା, ଦୀପକ ସାହୁ, ଜ୍ୟୋତଷ ସାହୁ, ବୈଲୋଚନ ସାହୁ ପ୍ରମୁଖ ଏହି ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ ।

ନିଜ ଭୁଲ୍‌ରୁ ଶିକ୍ଷା ଗ୍ରହଣ କରି ଆଗକୁ ବଢ଼: ରୋହିତ ତିୱାରୀ

() ନିଜ ଭୁଲ୍‌ରୁ ଶିକ୍ଷା ଗ୍ରହଣ କରି ଆଗକୁ ବଢ଼ିବା ଉଚିତ୍ । ଆଗକୁ ବଢ଼ିବା ପାଇଁ ନିଜ ଭିତରେ ଗୋଟିଏ ଜିଦ୍ ରହିବା ଆବଶ୍ୟକ ଏବଂ ଜୀବନରେ ନୈତିକ ମୂଲ୍ୟବୋଧକୁ ସର୍ବାଗ୍ରେ ରଖିବା ଆବଶ୍ୟକ ବୋଲି ଭୁବନେଶ୍ୱର ସ୍ଥିତ ଟ୍ରାଇଡେଂଟ ହୋଟେଲ ମ୍ୟାନେଜର ଶ୍ରୀ ରୋହିତ ତିୱାରୀ କହିଛନ୍ତି ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ବାର୍ଷିକ ଉତ୍ସବ “ରେନ୍‌ଡେଜ୍‌ଭସ୍ -୨୦୨୩” ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ତିୱାରୀ ଛାତ୍ରଛାତ୍ରୀମାନଙ୍କୁ ନୈତିକ ମୂଲ୍ୟବୋଧ ସମ୍ପର୍କରେ ବୁଝାଇବା ସହ ପର୍ଯ୍ୟଟନ ଓ ହୋଟେଲ୍ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରିବାକୁ ହେଲେ ଗୋଟିଏ ଟିମ୍ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଶିଳ୍ପ କ୍ଷେତ୍ରରେ ଅତିଥିମାନେ କିଭଳି ଭଲ ସ୍ମୃତି ନେଇ ଫେରିବେ ସେ ଦିଗରେ ହୋଟେଲ୍ ମ୍ୟାନେଜମେଂଟର ଛାତ୍ରଛାତ୍ରୀମାନେ ଯତ୍ନବାନ ହେବା ଉଚିତ୍ ବୋଲି ସେ କହିଥିଲେ ।

ସେହିପରି ୱେଲ୍‌କମ୍ ହୋଟେଲ୍‌ର ଏଗ୍‌ଜିକ୍ୟୁଟିଭ୍ ସେଫ୍ ଶ୍ରୀ ଅନିମେଶ ଆଲେକ୍‌ଜାଣ୍ଡାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଛାତ୍ରଛାତ୍ରୀମାନେ କିଭଳି ଅତିଥି ଚର୍ଚ୍ଚା ପ୍ରତି ଅଧିକ ମନୋନିବେଶ କରିବେ ୍‌ସେ ବିଷୟରେ ଆଲୋକପାତ କରିଥିଲେ । ସୋଆ କୁଳପତି ପ୍ରଫେସର ବିଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସଏଚ୍‌ଏମ୍‌ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଫେସର (ଡକ୍ଟର) ସୁଶାନ୍ତ କୁମାର ଚଇନି ଧନ୍ୟବାଦ ଅର୍ପଣ କରିଥିଲେ ।

ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମମତା ବାନାର୍ଜୀ…

() ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅପରାହ୍ନରେ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ ମହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଙ୍ଗ ବସ୍ତ୍ର ଦେଇ ସ୍ବାଗତ କରିବା ସହିତ ତିନି ରଥର କାଠ ତିଆରି ପ୍ରତିକୃତି ଉପହାର ଆକାରରେ ପ୍ରଦାନ କରିଥଲେ।  ମୁଖ୍ୟମନ୍ତ୍ରୀ ଏହା ସହିତ ରୂପା ତାରକସିର କାରୁକାର୍ଯ୍ୟ ଓ ଛେନାପୋଡ଼ ମଧ୍ଯ ଉପହାର ଦେଇଥିଲେ।

ଏହି ଅବସରରେ ପଶ୍ଚିମ ବଙ୍ଗ ଜନସାଧାରଣ ଙ୍କ ପ୍ରତି ସଦିଚ୍ଛା ସ୍ଵରୂପ ମୁଖ୍ୟମନ୍ତ୍ରୀ ପୁରୀରେ ଅତିଥି ଭବନ ନିର୍ମାଣ ପାଇଁ ଓଡିଶା ବାସୀଙ୍କ ପକ୍ଷରୁ ପଶ୍ଚିମବଙ୍ଗ ସରକାର ଙ୍କୁ ଦୁଇ ଏକର ଜମି ଉପହାର୍ ସ୍ଵରୂପ ଦେଇଥିଲେ। ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ବିଶ୍ଵ ବାଂଲା ଦ୍ଵାରା ପ୍ରସ୍ତୁତ ଏକ ସାଲ ଉପହାର ଦେଇଥିଲେ। ଏହା ସହିତ ବିଜୁ ବାବୁ ଓ ଜ୍ଞାନ ପଟ୍ଟନାୟକଙ୍କ ଫଟୋ ରେ ଜାମଦାନି ଶାଢ଼ୀ ଦେଇ ଶ୍ରଦ୍ଧା ନିବେଦନ କରିଥିଲେ।

ଭୁବନେଶ୍ବର ରେ ଗତ 21 ତାରିଖ ଦିନ ପହଂଚିବା ପରେ ମମତା ବାନାର୍ଜୀ ଆମ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ବେଙ୍ଗଲ ମିଠା ପଠାଇଥିଲେ ।ଉଭୟ ନେତା ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ। ସୂଚନା ଯୋଗ୍ୟ ଯେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ଗତ ୨୧ ତାରିଖରୁ ଓଡ଼ିଶା ଗସ୍ତରେ ଅଛନ୍ତି।ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ।

Follow us

20,832FansLike
0FollowersFollow
14,700SubscribersSubscribe

Latest news