ଭୁବନେଶ୍ବରରେ ପ୍ରତିଷ୍ଠା ହେବ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର..

{}ଭୁବନେଶ୍ବରରେ ପ୍ରତିଷ୍ଠା ହେବ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର।

ନିୟୋଜିତ ହେବେ ୪୫ ନୂଆ କର୍ମଚାରୀ।

() ଭୁବନେଶ୍ବରରେ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର (Fire Station) ପ୍ରତିଷ୍ଠା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଭୁବନେଶ୍ବରର କ୍ରମବର୍ଦ୍ଧିଷ୍ଣୁ ପରିସର ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଅଗ୍ନିଶମ ବ୍ୟବସ୍ଥାକୁ ସୁଦୃଢ କରି ଧନଜୀବନକୁ ସୁରକ୍ଷା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।

ଏହି ୩ଟି ଅଗ୍ନିଶମ ସେବା କେନ୍ଦ୍ର ତମାଣ୍ଡୋ, ମଞ୍ଚେଶ୍ବର ଓ ପାହାଳରେ ପ୍ରତିଷ୍ଠା କରାଯିବ। ଏଥିପାଇଁ ୪୫ଟି ପଦବୀ ମଧ୍ୟ ଅନୁମୋଦନ କରାଯାଇଛି । ପ୍ରତ୍ୟେକ କେନ୍ଦ୍ରରେ ୧୫ ଜଣ ଲେଖାଏ କର୍ମଚାରୀ ରହିବେ। ଏଥିରେ ଜଣେ ଷ୍ଟେସନ ଅଫିସର, ଦୁଇ ଜଣ ଲିଡିଂ ଫାୟାରମ୍ୟାନ, ଜଣେ ଡ୍ରାଇଭର-ହାବିଲଦାର, ଜଣେ ଫାୟାରମ୍ୟାନ ଡ୍ରାଇଭର ଓ ୧୦ ଜଣ ଫାୟାରମ୍ୟାନ ଅଛନ୍ତି।

ସୋଆରେ ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କିତ କର୍ମଶାଳା…

() ସୋଆରେ ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କିତ କର୍ମଶାଳା,

ଭୁବନେଶ୍ୱରରେ ୮ଟି ଦେଶର ପ୍ରତିନିଧି

{} ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସମ୍ପର୍କରେ ଅଧିକ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ବିଭିନ୍ନ ଦେଶର ପ୍ରତିନିଧିମାନେ ଶୁକ୍ରବାର ଭୁବନେଶ୍ୱର ପହଂଚିଛନ୍ତି | ଏହି ପ୍ରତିନିଧି ମାନେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏ ସମ୍ପର୍କରେ ଆଲୋଚନା ନିମନ୍ତେ ଏକ କର୍ମଶାଳାରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବାବେଳେ ସୋମବାର ରାଜ୍ୟ ସଂଗ୍ରହଳୟ ଓ କଟକସ୍ଥିତ ମାରିଟାଇମ ମ୍ୟୁଜିଅମ ପରିଦର୍ଶନ କରିଛନ୍ତି ।ସେହିପରି ସନ୍ଧ୍ୟାରେ ହୋଟେଲ ମେଫେୟାର ଠାରେ ସୋଆ ପକ୍ଷରୁ ଆୟୋଜିତ ସାଂସ୍କୃତିକ ସନ୍ଧ୍ୟାରେ ସାମିଲ ହୋଇଛନ୍ତି ଏହି ପ୍ରତିନିଧି ଦଳ |ଏହି ଅବସରରେ ସୋଆ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ |

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ପ୍ରୋ ଚାନସେଲର ପ୍ରଫେସର ଅମିତ ବାନାର୍ଜୀ, ନିର୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଅଡିସନାଲ ଡିନ (ସ୍ଟୁଡେଣ୍ଟସ ଅଫେୟାର୍ସ ), ଆଇଟିଇଆର ପ୍ରଫେସର ରେଣୁ ଶର୍ମା, ଅଡିସନାଲ ଡିନ ରିସର୍ଚ୍ଚ ପ୍ରଫେସର ପ୍ରିୟବ୍ରତ ପଟନାୟକ,ୟୁନିଭର୍ସିଟି ଆଉଟରିଚ ପ୍ରୋଗ୍ରାମ ର ନିର୍ଦେଶକ ପ୍ରଫେସର ନଚିକେତା ଶର୍ମା, କର୍ପୋରେଟ କମ୍ୟୁନିକେସନ ନିର୍ଦେଶକ ଶ୍ରୀ ଦେବ ପ୍ରସାଦ ଦାଶ ଓ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଓଏସଡି ଶ୍ରୀ ପ୍ରିତମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ |ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କିତଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସମ୍ପର୍କରେ ଅଧିକ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ବିଭିନ୍ନ ଦେଶର ପ୍ରତିନିଧିମାନେ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏ ସମ୍ପର୍କରେ ଆଲୋଚନା ନିମନ୍ତେ ଏକ କର୍ମଶାଳାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଆଜାଦୀ କା ଅମୃତ ମହୋତ୍ସବ’ର ଅଂଶବିଶେଷ ଭାବେ “ଦ ଜେନ୍‌-ନେକ୍ସଟ ଡେମୋକ୍ରେସି ନେଟ୍‌ୱାର୍କ ପ୍ରୋଗ୍ରାମ୍‌” ନାମରେ ନାମିତ ଏହି କାର୍ଯ୍ୟକ୍ରମଟିକୁ ଇଣ୍ଡିଆନ୍ କାଉନ୍‌ସିଲ ଫର୍ କଲ୍‌ଚରାଲ୍ ରିସର୍ଚ୍ଚ (ଆଇସିସିଆର୍‌) ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ପ୍ରତିନିଧିମାନେ ଏହି ଗସ୍ତ ସମୟରେ ଭାରତର ଗଣତାନ୍ତ୍ରିକ ପରମ୍ପରା, ସାଂସ୍କୃତିକ ଐତିହ୍ୟ ଓ ବିକାଶଧାରା ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିବେ । ପର୍ତୁଗାଲ୍‌, ଦକ୍ଷିଣ ଆଫ୍ରିକା, ମଙ୍ଗୋଲିଆ, କ୍ରୋସିଆ, ଗାୟେନା, ବ୍ରାଜିଲ୍‌, ବେଲ୍‌ଜିୟମ୍ ଏବଂ ବୁଲଗେରିଆର ରାଜନେତା, ଆଇନ ପ୍ରଣେତ।, ବ୍ୟବସାୟୀ, ସାମ୍ବାଦିକ, ଶିକ୍ଷାବିତ୍‌ ଓ ଯୁବନେତା ସମ୍ମିଳିତ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ପହଂଚିଛନ୍ତି ।ରାଜ୍ୟର ବଳିଷ୍ଠ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶନ କରିବା ନିମନ୍ତେ ସୋଆ ପକ୍ଷରୁ ଏପ୍ରିଲ୍ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରାଯାଇଛି ।

ଭୁବନେଶ୍ୱର ଓ ଏହାର ଆଖପାଖ ଅଂଚଳ ସମେତ ପୁରୀ ଓ କୋଣାର୍କ ପରିଦର୍ଶନ କରିବା ସହିତ ସେମାନେ ରାଜ୍ୟର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ, ଗବେଷଣା ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭେଟି ଆଲୋଚନା କରିବେ । ସେହିପରି ସେମାନେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଆଇସିସିଆର୍‌ର ତଥ୍ୟ ଅନୁଯାୟୀ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତୀ ପାଳନ କରୁଥିବା ବେଳେ ଏହି ଗଣତାନ୍ତ୍ରିକ ଯାତ୍ରାର ସଫଳତା ଓ ଭାରତୀୟ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଅନ୍ୟ ଦେଶରେ ପହଞ୍ଚାଇବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।

 

ସୋଆରେ ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କିତ କର୍ମଶାଳା ;ଯୋଗ ଦେବେ ୮ଟି ଦେଶର ପ୍ରତିନିଧି….

{} ସୋଆରେ ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କିତ କର୍ମଶାଳା।

ଯୋଗ ଦେବେ ୮ଟି ଦେଶର ପ୍ରତିନିଧି।

{}  ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସମ୍ପର୍କରେ ଅଧିକ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ବିଭିନ୍ନ ଦେଶର ପ୍ରତିନିଧିମାନେ ଏପ୍ରିଲ ୧୫ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏ ସମ୍ପର୍କରେ ଆଲୋଚନା ନିମନ୍ତେ ଏକ କର୍ମଶାଳାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

‘ଆଜାଦୀ କା ଅମୃତ ମହୋତ୍ସବ’ର ଅଂଶବିଶେଷ ଭାବେ “ଦ ଜେନ୍‌-ନେକ୍ସଟ ଡେମୋକ୍ରେସି ନେଟ୍‌ୱାର୍କ ପ୍ରୋଗ୍ରାମ୍‌” ନାମରେ ନାମିତ ଏହି କାର୍ଯ୍ୟକ୍ରମଟିକୁ ଇଣ୍ଡିଆନ୍ କାଉନ୍‌ସିଲ ଫର୍ କଲ୍‌ଚରାଲ୍ ରିସର୍ଚ୍ଚ (ଆଇସିସିଆର୍‌) ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ପ୍ରତିନିଧିମାନେ ଏହି ଗସ୍ତ ସମୟରେ ଭାରତର ଗଣତାନ୍ତ୍ରିକ ପରମ୍ପରା, ସାଂସ୍କୃତିକ ଐତିହ୍ୟ ବିକାଶଧାରା ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିବେ । ଏହି ପ୍ରତିନିଧିମାନେ ସୋମବାର ଭାରତରେ ପହଂଚିଥିବା ବେଳେ ସେମାନଙ୍କୁ କେନ୍ଦ୍ର, ରାଜ୍ୟ ଓ ସ୍ଥାନୀୟ ସ୍ତରରେ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା, ଦେଶର ଅର୍ଥନୈତିକ କ୍ଷେତ୍ରର ବିକାଶ ଓ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଦକ୍ଷତା ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯିବ ।

ପର୍ତୁଗାଲ୍‌, ଦକ୍ଷିଣ ଆଫ୍ରିକା, ମଙ୍ଗୋଲିଆ, କ୍ରୋସିଆ, ଗାୟେନା, ବ୍ରାଜିଲ୍‌, ବେଲ୍‌ଜିୟମ୍ ଏବଂ ବୁଲଗେରିଆର ରାଜନେତା, ଆଇନ ପ୍ରଣେତ।, ବ୍ୟବସାୟୀ, ସାମ୍ବାଦିକ, ଶିକ୍ଷାବିତ୍‌ ଓ ଯୁବନେତା ସମ୍ମିଳିତ ୨୬ ଜଣିଆ ପ୍ରତିନିଧି ଦଳ ଶୁକ୍ରବାର ଦିନ ୪ ଦିନିଆ ଓଡ଼ିଶା ଗସ୍ତରେ ପହଂଚିବେ । ସେମାନେ ସୋଆରେ ଏପ୍ରିଲ୍ ୧୫ ତାରିଖ ଦିନ “ଗଣତନ୍ତ୍ର ଓ ଶାସନ ବ୍ୟବସ୍ଥା” ସମ୍ପର୍କିତ ଏକ କର୍ମଶାଳାରେ ଯୋଗ ଦେବେ ।

ରାଜ୍ୟର ବଳିଷ୍ଠ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶନ କରିବା ନିମନ୍ତେ ସୋଆ ପକ୍ଷରୁ ଏପ୍ରିଲ୍ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରାଯାଇଛି ।ଭୁବନେଶ୍ୱର ଓ ଏହାର ଆଖପାଖ ଅଂଚଳ ସମେତ ପୁରୀ ଓ କୋଣାର୍କ ପରିଦର୍ଶନ କରିବା ସହିତ ସେମାନେ ରାଜ୍ୟର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ, ଗବେଷଣା ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭେଟି ଆଲୋଚନା କରିବେ ।

ସେହିପରି ସେମାନେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଆଇସିସିଆର୍‌ର ତଥ୍ୟ ଅନୁଯାୟୀ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତୀ ପାଳନ କରୁଥିବା ବେଳେ ଏହି ଗଣତାନ୍ତ୍ରିକ ଯାତ୍ରାର ସଫଳତା ଓ ଭାରତୀୟ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଅନ୍ୟ ଦେଶରେ ପହଞ୍ଚାଇବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।

ପଦ୍ମ ଛାଡ଼ି ଶଙ୍ଖ ଧରିଲେ ଦେଓଗଡ ଜିଲ୍ଲା ବିଜେପି ସଭାପତି ମିନକେତନ ପ୍ରଧାନ….

() ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ବିଜେଡିର ମିଶ୍ରଣ ପର୍ବ। ବିଜେପି ଛାଡି ବିଜେଡିରେ ମିଶିଲେ ଦେଓଗଡ ଜିଲ୍ଲା ବିଜେପି ସଭାପତି ମିନକେତନ ପ୍ରଧାନ ।ବିଜେଡିର ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ଏହି ମିଶ୍ରଣ ପର୍ବରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଦେଓଗଡ଼ ଜିଲ୍ଲା ଅବଜର୍ଭର ଅମରେଶ ଜେନା ଓ ଦେଓଗଡ଼ ଜିଲ୍ଲା ବିଜେଡି ସଭାପତି ସାମିଲ ରହିଥିଲେ। ବିଜେଡିରେ ସାମିଲ ହେଲା ପରେ ଓଡ଼ିଶା ଲୋକଙ୍କର ଓ ଦେଓଗଡ଼ ଲୋକଙ୍କ ସେବା କରିବା ପାଇଁ ମୁଁ ବିଜେଡିରେ ସାମିଲ ହେଲି ବୋଲି କହିଲେ ମୀନକେତନ ପ୍ରଧାନ। ସେ କହିଛନ୍ତି , ମୁଁ କୌଣସି ଆଶା ନେଇ ବିଜେଡିକୁ ଆସିନାହିଁ,  ବିଜେପିରେ କୋର୍ଡିନେସନ ରେ ଅଭାବ ଅଛି।ଦୀର୍ଘ 32 ବର୍ଷ ବିଜେପିରେ ରହିବା ପରେ ସମ୍ମାନ ସେଠି ମିଳିଲା ନାହିଁ।ବିଜେପି ଦଳ ମୋତେ avoid କଲା ସେଥିପାଇଁ ମୁଁ ବିଜେପି ଛାଡି ବିଜେଡିରେ ସାମିଲ ହେଲି ବୋଲି କହିଲେ ମୀନକେତନ ପ୍ରଧାନ। ସେ କହିଛନ୍ତି ବିଜେଡିରେ ସାମିଲ ହେବା ପରେ Discipline, cordination ଓ patience ନେଇ କାମ କରିବି।

ମାନସ ମଙ୍ଗରାଜ, ରାଜ୍ୟସଭା ସାଂସଦ

ମୀନକେତନ ପ୍ରଧାନ, ବିଜେଡି ନେତା (ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିବା ନେତା)

ହରିଶ୍ଚନ୍ଦ୍ର ସହାୟତା ରାଶିରେ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ…

() ହରିଶ୍ଚନ୍ଦ୍ର ସହାୟତା ରାଶିରେ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ।

ପ୍ରତି ପଞ୍ଚାୟତରେ ପାଇଁ ୧୫ ହଜାର ଟଙ୍କାର ରିଭଲଭିଂ ଫଣ୍ଡ,

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦,କୋଟି ଟଙ୍କା ମଞ୍ଜୁର।

{} ଗରିବ ଲୋକମାନେ ଯେପରି ତାଙ୍କ ପ୍ରିୟଜନଙ୍କ ଅନ୍ତେଷ୍ଟିକ୍ରିୟା ସଂପାଦନରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ହରିଶ୍ଚନ୍ଦ୍ର ସହାୟତା ଯୋଜନା । ଏହି ଯୋଜନାରେ ଅନ୍ତେଷ୍ଟି ପାଇଁ ଗ୍ରାମାଞ୍ଚଳରେ ଦୁଇ ହଜାର ଟଙ୍କା ଓ ସହରାଞ୍ଚଳରେ ତିନି ହଜାର ଟଙ୍କା ସହାୟତା ମିଳୁଥିଲା ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହା ସହାୟତାକୁ ଗ୍ରାମାଞ୍ଚଳ ପାଇଁ ଦୁଇ ହଜାରରୁ ତିନି ହଜାର ଟଙ୍କା ଏବଂ ସହରାଞ୍ଚଳ ଓ ପୁରୀ ସ୍ବର୍ଗଦ୍ବାର ପାଇଁ ତିନି ହଜାରରୁ ଚାରି ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିନିମନ୍ତେ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଏକ ରିଭଲଭିଂ ଫଣ୍ଡ ଖୋଲାଯାଇ ଏଥିପାଇଁ ୧୫ ହଜାର ଟଙ୍କା ଲେଖାଏ ଅର୍ଥ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ ହରିଶ୍ଚନ୍ଦ୍ର ସହାୟତା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଭରଣା କରାଯାଉଛି । ସାରା ରାଜ୍ୟର ସମସ୍ତ ପଞ୍ଚାୟତର ରିଭଲଭିଂ ଫଣ୍ଡ ପାଇଁ ୧୦ କୋଟି ୧୯ ଲକ୍ଷ ୧୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର କରାଯାଇଛି ।

ଏହି ନୂତନ ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ଗ୍ରାମ ପଞ୍ଚାୟତ ଏକ୍‌ସଟେନସନ୍‌ ଅଫିସର କିମ୍ବା ଅନ୍ୟ କୌଣସି ବ୍ଲକସ୍ତରୀୟ ଏକ୍‌ସଟେନସନ୍‌ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି । ବର୍ଦ୍ଧିତ ସହାୟତା ପାଇଁ ଯୋଜନାର ସଫ୍ଟୱାରରେ ଆବଶ୍ୟକ ପରିବର୍ତ୍ତନ କରାଯିବା ସହିତ ଜିଲ୍ଲାୱାରୀ ଗ୍ରାମପଞ୍ଚାୟତ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇସାରିଛି ।

ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ୧୨୯ତମ ପ୍ରତିଷ୍ଠା ଦିବସ ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ।

{} ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ୧୨୯ତମ ପ୍ରତିଷ୍ଠା ଦିବସ ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ।

() ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କର ୧୨୯ ତମ ପ୍ରତିଷ୍ଠା ଦିବସ ଅବସରରେ ବୁଧବାର ବ୍ୟାଙ୍କର ପୋଖରୀପୁଟ ଶାଖାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଏକ ୬ ଜଣିଆ ଡାକ୍ତରୀ ଟିମ୍‌ଙ୍କ ତତ୍ୱାବଧାନରେ ସମ୍ପୃକ୍ତ ଶାଖାରେ ବ୍ୟାଙ୍କ୍ କର୍ମଚାରୀଙ୍କ ସମେତ ବ୍ୟାଙ୍କକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କର ରକ୍ତଚାପ, ମଧୁମେହ ଏବଂ ଶରୀରର ସାଧାରଣ ସମସ୍ୟାର ପରୀକ୍ଷା ନିରୀକ୍ଷା କରାଯାଇଛି ।

ଏହି ସ୍ୱାସ୍ଥ୍ୟ ଶିବିରର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ପିଏନ୍‌ବି ସର୍କଲର ମୁଖ୍ୟ ଶ୍ରୀ ଚିିତରଂଜନ ପୁଷ୍ଟି, ଭୁବନେଶ୍ୱର ପିଏନ୍‌ବି ଜୋନାଲ୍ ଅଫିସର ମୁଖ୍ୟ ଶ୍ରୀ ଏ.ଉଦୟ ଭାସ୍କର ରେଡୀ, ଡେପୁଟି ଜୋନାଲ୍ ମ୍ୟାନେଜର ଶ୍ରୀ ଜନ୍ମେଜୟ ଦୀକ୍ଷିତ, ପୋଖରୀପୁଟ ସ୍ଥିତ ପିଏନ୍‌ବି ଶାଖା ମୁଖ୍ୟ (ବ୍ରାଂଚ ମ୍ୟାନେଜର) ଶ୍ରୀ ସୁରେଶ କୁମାର ସାହୁ, ଅଲ ଇଣ୍ଡିଆ ପିଏନ୍‌ବି ଅଫିସର୍ସ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ଶ୍ରୀ ବୈଲୋଚନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଶିବିରକୁ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ମେଡିକାଲ୍ ଇଂଟର୍ଣ୍ଣ ଡାକ୍ତର ଆଦ୍ୟାଶା ଆଚାର୍ଯ୍ୟ, ଡାକ୍ତର ଏଲିନା ବାହିନିପତି ଓ ଡାକ୍ତର ସୌମ୍ୟଦୀପ୍ ମିଶ୍ରଙ୍କ ସମେତ ରୋଗୀ ସମ୍ପର୍କ ବିଭାଗ ପକ୍ଷରୁ ଶ୍ରୀ ବିଶ୍ୱଜିତ ପରିଡ଼ା, ଡାକ୍ତର ଲିଙ୍ଗରାଜ ରଥ ଓ ଇଞ୍ଜିନିୟର ପ୍ରେମନାଥ ତାଣ୍ଡି ପ୍ରମୁଖ ପରିଚାଳନା କରିଥିଲେ ।

କାଉନସିଲରଙ୍କ ପାଇଁ ଓରିଏଣ୍ଟେସନ କର୍ମଶାଳା…

() ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଗଞ୍ଜାମ, ରାୟଗଡା, ବୌଦ୍ଧ, ଗଜପତି ଓ କନ୍ଧମାଳ ଜିଲ୍ଲାର କାଉନସିଲର ଓ ସିଟି ଲିଡର୍ ମାନଙ୍କ ପାଇଁ ଏକ ଓରିଏଣ୍ଟେସନ୍ କର୍ମଶାଳା ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ ନାୟକ ସ୍ଥାନୀୟ ଏମ୍ .କେ.ସି.ଜି ପ୍ରେକ୍ଷାଳୟ ଠାରେ ଏହାକୁ ଉଦ୍‌ଘାଟନ କରିଥିଲେ।ଜନସାଧାରଣଙ୍କ ଜୀବନ ଓ ଜୀବିକାରେ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ଆଣିବା ସହ ସୁଶାସନ ପ୍ରବର୍ତ୍ତନ ପାଇଁ ପୌର ପ୍ରତିନିଧି ଓ ନଗର ନେତୃବର୍ଗଙ୍କ ଭୂମିକା ସମ୍ପର୍କରେ ସେମାନଙ୍କୁ ସଚେତନ କରିବା ଏହି କର୍ମଶାଳାର ପ୍ରଧାନ ଆଭିମୁଖ୍ୟ ବୋଲି ସେ ଗୁରୂତ୍ଵ ଆରୋପ କରିଥିଲେ। ପୌର ପ୍ରଶାସନର ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ଉପରେ ଆଲୋକପାତ କରିବା ସହ ସହରାଞ୍ଚଳ ରୂପାନ୍ତରଣ ନିମନ୍ତେ ୨୦୨୩-୨୪ ଆର୍ଥିକ ବର୍ଷରେ ୮୦୦୦ କୋଟି ଟଙ୍କାର ବ୍ୟୟ ବରାଦ ଥିବାରୁ ଫାଇଭ୍ ଟି ମନ୍ତ୍ରରେ ଅନୁପ୍ରାଣିତ ହେବାକୁ ସେ ପୌର ପ୍ରତିନିଧି ଓ ନଗର ନେତୃବର୍ଗଙ୍କୁ ଆହ୍ଵାନ ଜଣାଇଥିଲେ। ଠିକାଦାର କେନ୍ଦ୍ରିତ ବିକାଶ ଧାରା ଏବେ ଗୋଷ୍ଠୀ କେନ୍ଦ୍ରିତ ଉନ୍ନୟନ ମଡେଲ୍ ରେ ରୂପାନ୍ତରିତ ହେବା ସହ ମିଶନ୍ ଶକ୍ତି ଗୋଷ୍ଠୀ ଓ ବସ୍ତି ବାସିନ୍ଦା ସଂଘ ମାନେ ପ୍ରମୁଖ ସହଯୋଗୀ ରୂପେ ସାମିଲ ହୋଇଥିବାରୁ ଦୁର୍ନୀତି ମୁକ୍ତ ଓ ସ୍ମାର୍ଟ ସହର ବିକାଶ ଆମର ଧ୍ୟେୟ ହେବା ସହ ଆମର କାର‌୍ୟ୍ୟ ହିଁ ଆମ ସମୃଦ୍ଧ ଭବିଷ୍ୟତ ପାଇଁ ବୀଜ ବପନ କରିବ ବୋଲି ସେ ମତପ୍ରକାଶ କରିଥିଲେ।

ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ତଥା ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାରଦା ପ୍ରସାଦ ପଣ୍ଡା ତାଙ୍କ ଅଭିଭାଷଣରେ ୨୯ ମଇ ୨୦୧୫ ରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ମିଶନ୍ ଶକ୍ତି ଗୋଷ୍ଠୀଙ୍କ ଯୋଗଦାନ ଉପରେ ନିଆଯାଇଥିବା ଐତିହାସିକ ନିଷ୍ପତ୍ତି ବଳରେ ଆଜି ସେହି ସଦସ୍ୟ ମାନେ ମୁକ୍ତା ଓ ଆହାର ପରି ଗୋଷ୍ଠୀ କେନ୍ଦ୍ରିତ କାର‌୍ୟ୍ୟକ୍ରମ ମାନଙ୍କରେ ସେମାନଙ୍କ ସକ୍ରିୟ ଯୋଗଦାନ ଜାରି ରଖିଛନ୍ତି ବୋଲି କହିଥିଲେ।ଗୋଷ୍ଠୀ ସହଭାଗିତା ସୁନିଶ୍ଚିତ କରିବା ପାଇଁ ୱାର୍ଡ଼ ସମୂହର ଉନ୍ନତ କାର‌୍ୟ୍ୟ ପ୍ରଦର୍ଶନ ଉପରେ ସେ ଗୁରୁତ୍ଵ ଆରୋପ କରିଥିଲେ। ଦଳଗତ ମନୋଭାବ ନେଇସହରାଞ୍ଚଳ ଦାରିଦ୍ର‌୍ୟ ଦୂରୀକରଣ ସହ ଗୋଷ୍ଠୀ ସହଯୋଗରେ ବାସହୀନଙ୍କ ପାଇଁ ଆଶ୍ରୟ ବ୍ୟବସ୍ଥାକୁ ଆହୁରି ବ୍ୟାପକ ରୂପେ ପରିବର୍ଦ୍ଧିତ କରିବା ପାଇଁ ସେ ଉପସ୍ଥିତ ପ୍ରତିନିଧିଙ୍କୁ ପ୍ରୋତ୍ସାହିତ କରିଥିଲେ।

ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ସୌରେନ୍ଦ୍ର ରାଉତରାୟ ଜାଗା ମିଶନ୍ କାର‌୍ୟ୍ୟକ୍ରମ ଜରିଆରେ ଜମି ଅଧିକାର ମାଧ୍ୟମରେ ବସ୍ତି ବାସିନ୍ଦାଙ୍କ ଜୀବନ ଧାରଣ ମାନରେ ଯୁଗାନ୍ତକାରୀ ପରିବର୍ତ୍ତନ ସମ୍ଭବ ହେବା ସହ ଅଭିଯୋଗ ସମାଧାନ ମାଧ୍ୟମରେ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ତାରତମ୍ୟ ହ୍ରାସ ପାଇଛି ବୋଲି ମତ ଦେଇଥିଲେ। ଅତିରିକ୍ତ ଶାସନ ସଚିବ ଶ୍ରୀ ପ୍ରଭାତ ମହାପାତ୍ର ସହରାଞ୍ଚଳ ପରିମଳ ଅନ୍ତର୍ଗତ ବିଭିନ୍ନ ଯୋଜନା ମାଧ୍ୟମରେ ପାଣ୍ଠି ଆବଣ୍ଟନ ଏହି କାର‌୍ୟ୍ୟକ୍ରମର ଗୁରୁତ୍ୱ ପ୍ରତିପାଦିତ କରୁଛି ବୋଲି କହିବା ସହ ଉପଯୋଗ ପ୍ରମାଣନ ସୁନିଶ୍ଚିତ କରିବାକୁ କହିଥିଲେ।

ପ୍ରାରମ୍ଭରେ ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନୀଳମାଧବ ଭୋଇ ସ୍ଵାଗତ ଭାଷଣ ଦେଇଥିଲେ ଓ ପରିଶେଷରେ ସମସ୍ତ ପ୍ରତିନିଧିଙ୍କ ସକ୍ରିୟ ଅଂଶଗ୍ରହଣ ପାଇଁ ପୌର ପ୍ରଶାସନ ନିର୍ଦ୍ଦେଶକ ଏବଂ ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଜଣାଇଥିଲେ ଓ ଭବିଷ୍ୟତରେ ଗୋଷ୍ଠୀ ଭିତ୍ତିକ ସମୁନ୍ନତ କାର‌୍ୟ୍ୟ ପ୍ରଦର୍ଶନପାଇଁ ପୌର ସଂସ୍ଥାର ପ୍ରତିନିଧି ମାନେ ପ୍ରୟାସ ଜାରି ରଖିବେ ବୋଲି ଆଶା ପ୍ରକାଶ କରିଥିଲେ।

ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପାର୍ଥି ହେଲେ ତରୁଣ ପାଣ୍ଡେ…

() ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପାର୍ଥି ହେଲେ ତରୁଣ ପାଣ୍ଡେ।

{} ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ଆଜି ଏଆଇସିସି ପକ୍ଷରୁ କଂଗ୍ରେସ ପାର୍ଥିଭାବେ ଶ୍ରୀଯୁକ୍ତ ତରୁଣ ପାଣ୍ଡେଙ୍କ ନାମ ଘୋଷଣା କରାଯାଇଛି।

ଝାରସୁଗୁଡା ପୌରପାଳିକାର ୨ ଥର ଅଧ୍ୟକ୍ଷ ଥିବା ଏବଂ ତିନିଥର ବିଧାୟକ ଥିବା ଲୋଜପ୍ରିୟ ଜନନେତା ସ୍ବର୍ଗତ ବିରେନ୍ଦ୍ର ଚନ୍ଦ୍ର ପାଣ୍ଡେ ଯିଏ ଝାରଗୁଡାର ଟାଣୁଆ ନେତା ଭାବେ ଝାରସୁଗୁଡା ଅଞ୍ଚଳ ପାଇଁ ଅନେକ ଗୁଡିଏ କାର୍ଯ୍ୟ କରିଛନ୍ତି ତାଙ୍କ ଜ୍ୟେଷ୍ଠ ପୁତ୍ର ଅଟନ୍ତି ଶ୍ରୀଯୁକ୍ତ ତରୁଣ ପାଣ୍ଡେ। ସେ ବିବାହିତ ଏବଂ ଗୋଟିଏ ପୁଅ ଅଛନ୍ତି।ସେ ଗୋଟେ ପ୍ରତିଷ୍ଠିତ ରାଜନୀତି ପରିବାର ରୁ ଆସି ୧୯୯୫ ମସିହାରୁ ଝାରସୁଗୁଡାରେ କଂଗ୍ରେସ ଦଳର ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟକରିଆସୁଛନ୍ତି।୨୦୦୯ ମସିହାରେ ସାଂସଦ ଙ୍କ ପ୍ରତିନିଧି ଭାବେ ସୁଚାରୁରୂପେ କାର୍ଯ୍ୟ କରିଛନ୍ତି।ସେ ସମାଜସେବୀ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି ଏବଂ ଅଘରିଆ ସମାଜ ର ଜଣେ ଆଗଧାଡ଼ିର ନେତା ଭାବେ ମଧ୍ୟ କାର୍ଯ୍ୟ ଜାରି ରଖିଛନ୍ତି।

ରାଜନୀତି ପରିବାରରୁ ଆସିଥିବା ଜଣେ ତୃଣମୂଳ ସ୍ତରର ଉପଯୁକ୍ତ କର୍ମୀଙ୍କୁ କଂଗ୍ରେସ ଟିକେଟ ମିଳିଥିବାରୁ କଂଗ୍ରେସ ମହଲରେ ଉତ୍ସାହ ପ୍ରକାଶ ପାଇଛି।ଏଥିପାଇଁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ଏଆଇସିସି ଅଧ୍ୟକ୍ଷ ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖାଡ଼ଗେ,ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ସାଂସଦ ଡ଼ ଏ ଚେଲ୍ଲାକୁମାର ଏବଂ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି।

ବିକଶିତ ହେବ ପଶ୍ଚିମ ଓଡ଼ିଶା…

() ପଶ୍ଚିମ ଓଡ଼ିଶା ବିକାଶ ପରିଷଦର 61ତମ ପରିଷଦ ବୈଠକ 10.04.2023 ରେ ଭୁବନେଶ୍ୱର ସ୍ଥିତ ରାଜୀବ ଭବନରେ ଅନୁଷ୍ଠିତ ହୋଇଥିଲା ।

ମାନ୍ୟବର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀ ତ୍ରିପାଠୀ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରିଥିଲେ । ଶ୍ରୀ ତ୍ରିପାଠୀ ୨୦୨୩ -୨୪ ରାଜ୍ୟ ବଜେଟରେ ସରକାରଙ୍କ ଦ୍ୱାରା ଅନୁଦାନ ବୃଦ୍ଧି ପାଇଁ ୨୦୦ କୋଟିରୁ ୩୨୫ କୋଟି ପର୍ଯ୍ୟନ୍ତ ପରିଷଦକୁ ଅବଗତ କରାଇଥିଲେ ଏବଂ ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଅସମ୍ପୂର୍ଣ୍ଣ କମ୍ୟୁନିଟି ସେଣ୍ଟର ଏବଂ କଲ୍ୟାଣ ମଣ୍ଡପ ସମାପ୍ତ ପାଇଁ ପରିଷଦ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ଏହାକୁ ସମସ୍ତ ସଦସ୍ୟ ପ୍ରଶଂସା କରିଥିଲେ ଯେଉଁଥିପାଇଁ ଚଳିତ ବର୍ଷ ୧୨୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ପରିଷଦର ଅନୁଦାନ ପ୍ରାପ୍ତ ପ୍ରକଳ୍ପର କାର୍ଯ୍ୟକାରିତା, ଜନସାଧାରଣଙ୍କ ବ୍ୟବହାର ପାଇଁ ପ୍ରକଳ୍ପର ଉପଯୋଗ, ଅଡିଟୋରିୟମ୍, ପର୍ଯ୍ୟଟନ ସମ୍ବନ୍ଧୀୟ କାର୍ଯ୍ୟକଳାପ ସମେତ ଜୀବିକା ପ୍ରୋଜେକ୍ଟ ଭଳି ବୃହତ ତଥା ଦୃଶ୍ୟମାନ ପ୍ରକଳ୍ପର ନିର୍ମାଣ, ସାମଗ୍ରିକ ରୂପାନ୍ତର ଏବଂ ସ୍ୱଚ୍ଛତା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ପରିଷଦର ଅଧ୍ୟକ୍ଷ ଗୁରୁତ୍ୱାରୋପ କରିଛନ୍ତି । ସମସ୍ତ ସଦସ୍ୟଙ୍କୁ ସଂଘବଦ୍ଧ ହିସାବରେ କାର୍ଯ୍ୟ କରିବାକୁ ସେ ଆହ୍ଵାନ କରିଛନ୍ତି । ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ଅଜିତ୍ କୁମାର ମିଶ୍ର ବୈଠକର ଆଲୋଚନା ପାଇଁ କାର୍ଯ୍ୟସୂଚୀ ବର୍ଣ୍ଣନା କରିଥିଲେ ।

ପରିଷଦ ବୈଠକରେ ମାନ୍ୟବର ସାଂସଦ / ବିଧାୟକ / ଅନ୍ୟମାନଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ୧ ଡିସେମ୍ବର ୨୦୨୨ ରୁ ୩୧ ମାର୍ଚ୍ଚ ୨୦୨୩ ମଧ୍ୟରେ ୫୬୬ ଗୋଟି ପ୍ରକଳ୍ପର ୫୪.୮୧ କୋଟି ଟଙ୍କାର ଅନୁମୋଦନ କରାଯାଇଥିଲା । WODC ଅନୁଦାନ ପ୍ରାପ୍ତ କମ୍ୟୁନିଟି ସେଣ୍ଟର୍ସ / କଲ୍ୟାଣ ମଣ୍ଡପଗୁଡିକର 1147 ନମ୍ବର ପୂରଣ ପାଇଁ ଗ୍ରହଣ କରାଯାଇଥିବା ପ୍ରସ୍ତାବଗୁଡିକ ୬୪.୨୪ କୋଟି ଟଙ୍କା , ବିଭିନ୍ନ ଜିଲ୍ଲାକୁ ୪ ଜଣ ବୈଷୟିକ ବ୍ୟକ୍ତିଙ୍କ ଯୋଗଦାନ, ସୋସିଆଲ୍ ମିଡିଆ ସେଲର କାର୍ଯ୍ୟକାରିତା ସ୍ପଷ୍ଟ ଭାବରେ ବିଚାରବିମର୍ଶ କରାଯାଇଥିଲା ଏବଂ ପରିଷଦରେ ଅନୁମୋଦିତ ହୋଇଥିଲା ।

ମାନ୍ୟବର ଦେବଗଡ ବିଧାୟକ, ଶ୍ରୀ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଲଞ୍ଜିଗଡ ବିଧାୟକ, ଶ୍ରୀ ପ୍ରଦିପ କୁମାର ଦିଶାରୀ, ବରଗଡ ବିଧାୟକ, ଶ୍ରୀ ଦେବେଶ ଆଚାର୍ଯ୍ୟ, ଖଡିଆଳ ବିଧାୟକ, ଶ୍ରୀ ଅଧିରାଜ ମୋହନ ପାଣିଗ୍ରାହୀ ମଧ୍ୟ WODC ପ୍ରକଳ୍ପ କାର୍ଯ୍ୟକାରୀ କରିବା ସହ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ । ପରିଷଦର ଅନୁଦାନ ବୃଦ୍ଧି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସେମାନେ କୃତଜ୍ଞତା ଜଣାଇଛନ୍ତି । ବୈଠକରେ ପରିଷଦର ପରାମର୍ଶଦାତା ଏବଂ ସମସ୍ତ ୯ ଜଣ ବିଶେଷଜ୍ଞ ସଦସ୍ୟ ମଧ୍ୟ ନିଜ ନିଜ ଜିଲ୍ଲାର ସମସ୍ୟାଗୁଡିକ ଉପସ୍ଥାପନ କରିଥିଲେ |ଏହି ବୈଠକରେ ଉତ୍ତରାଞ୍ଚଳ ଆରଡିସି ଡ଼. ସୁରେଶ ଚନ୍ଦ୍ର ଦଲାଇ, ଦକ୍ଷିଣାଞ୍ଚଳ ଆରଡିସି ଶ୍ରୀ ଟି. ଆଓ, ପରିଷଦର ପରାମର୍ଶଦାତା ଶ୍ରୀ ନାରାୟଣ ସାହୁ ଏବଂ ଅନ୍ୟ ବିଶେଷଜ୍ଞ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ବୈଠକର ଶେଷରେ ଅଧ୍ୟକ୍ଷଙ୍କ ଅନୁମତି ଅନୁଯାୟୀ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଛାତ୍ରଛାତ୍ରୀଙ୍କ ପାଇଁ ଆଇନ୍ ଶିକ୍ଷା ବିସ୍ତୃତ ଭାବେ ପରିବ୍ୟାପ୍ତ…

( ) ଆଇନ୍‌ର ଅନେକ ପରିଭାଷା ରହିଛି ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏହା ବିସ୍ତୃତ ଭାବେ ପରିବ୍ୟାପ୍ତ । ଆଇନ୍‌ଜୀବିଙ୍କ ବୃତିରେ ଅନେକ ପରିବର୍ତନ ଆସିଲାଣି ତେଣୁ ନୂଆ କରି ଏହି ବୃତିରେ ପ୍ରବେଶ କରୁଥିବା ଛାତ୍ରଛାତ୍ରୀମାନେ ସମୟର ସୁବିନିଯୋଗ କରନ୍ତୁ ବୋଲି କହିଛନ୍ତି ବରିଷ୍ଠ ଆଇନ୍‌ଜୀବି ତଥା ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍‌ର ପୂର୍ବତନ ସଭାପତି ଶ୍ରୀ ଗୋପାଳ କୃଷ୍ଣ ମହାନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଫ୍ୟାକଲ୍ଟି ଅଫ୍ ଲ (ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ)ର ସପ୍ତମ ବାର୍ଷିକ ଉତ୍ସବ “ଜଷ୍ଟିସିଆ-୨୦୨୩”ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମହାନ୍ତି ଏହା କହିଛନ୍ତି ।

ସେହିପରି ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ହାଇକୋର୍ଟର ଆଇନ୍‌ଜୀବି ଶ୍ରୀ ଶାଶ୍ୱତ କୁମାର ଆଚାର୍ଯ୍ୟ ଆଇନ୍‌ଗତ ପେସାର ବିଭିନ୍ନ ଦିଗ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ । ସେ କହିଥିଲେ ଯେ ଛାତ୍ରଛାତ୍ରୀମାନଙ୍କ ନିକଟରେ ବର୍ତମାନ ସବୁଠାରୁ ବଡ଼ ଅସ୍ତ୍ର ହେଉଛି ଯୁବାବସ୍ଥା ଓ ସମୟ । ତେଣୁ ଯୁବାବସ୍ଥାରେ ନିଜର ସମସ୍ତ ଶକ୍ତି ଓ ହାତରେ ଥିବା ସମୟର ଉପଯୁକ୍ତ ବିନିଯୋଗ କରିବାର ଆବଶ୍ୟକତା ରହିଛି । ସେହିପରି ମୁଟ୍ କୋର୍ଟ, ଇନ୍‌ଟର୍ଣ୍ଣସିପ୍‌, ମକ୍ ଟ୍ରାଏଲ୍‌ ଓ ପାର୍ଲାମେଂଟାରୀ ଡିବେଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ ।

ବର୍ତମାନ ସମୟରେ ଆଇନ୍ ସାମ୍ବାଦିକତାର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ସେ ଅବଗତ କରାଇଥିଲେ । ସେହିପରି ନିଜ କ୍ୟାରିୟର ଗଢ଼ିବା ପାଇଁ ଉପଯୁକ୍ତ ପ୍ରସ୍ତୁତି, କଠିନ ପରିଶ୍ରମ, ଜ୍ଞାନ ଆହରଣ ନିମନ୍ତେ ଇଚ୍ଛାଶକ୍ତି ଓ କୋର୍ଟରେ ବିଚାରପତି ଓ ଯେଉଁ ପକ୍ଷଙ୍କ ନିମନ୍ତେ ମାମଲା ଲଢ଼ୁଛନ୍ତି ସେମାନଙ୍କ ପ୍ରତି anurakti ରହିବା ଆବଶ୍ୟକ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ ।

ସୋଆର କୁଳପତି ପ୍ରପେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ନିଲ୍‌ର ଡିନ୍ ପ୍ରଫେସର ଏସ୍‌. a. କେ. ଆଜାଦ ଅତିଥି ପରିଚୟ ପ୍ରଦାନ କରିଥିଲେ । କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କର ଭୂମିକା ଓ ଭବିଷ୍ୟତ ସମ୍ପର୍କରେ ଉପଦେଶ ଦେବା ସହ ସୋଆ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ସେହିପରି ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ସ୍ନିଲ୍‌ର ଉପଦେଷ୍ଟା ତଥା ସିନିୟର ପ୍ରଫେସର (ଡକ୍ଟର) ଜୟଦେବ ପତି, ସିନିୟର ପ୍ରଫେସର (ଡକ୍ଟର) ପ୍ରବୀର କୁମାର ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news