ବିକାଶ ପଥରେ କେନ୍ଦୁଝର ଜିଲ୍ଲା…

{} 5ଟି ସଚିବଙ୍କ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ

ନୂଆ ରୂପରେ ଝଲସିବ ଘଟଗାଁ ମା’ ତାରିଣୀ ପୀଠ।

ବିକଶିତ ହେବ ଗୁଣ୍ଡିଚାଘାଗି ଜଳପ୍ରପାତ ଓ ଗୋନାସିକା ଗୁପ୍ତଗଙ୍ଗା ସ୍ଥଳୀ,

ଆଗାମୀ ୫୦୦ ବର୍ଷକୁ ଆଖିରେ ରଖି ଭିତ୍ତିଭୂମି ନିର୍ମାଣ କରାଯିବ।

ବ୍ରହ୍ମେଶ୍ୱର ଓ ସିତାବିଞ୍ଜି ମନ୍ଦିରର ହେବ ନବକଳେବର,

ଗୋନାସିକା ଜୁଆଙ୍ଗ ଶିକ୍ଷାନିକେତନରେ ଆରମ୍ଭ ହେବ ଯୁକ୍ତଦୁଇ ପାଠ୍ୟକ୍ରମ।

ଆନନ୍ଦପୁର ବ୍ୟାରେଜ କାମ ଠିକ୍ ସମୟରେ ଶେଷ ହେବ, ଜଳସେଚିତ ହେବ କେନ୍ଦୁଝର ଓ ବାଲେଶ୍ଵରର ୬୦ ହଜାର ହେକ୍ଟର ଜମି।

() ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କେନ୍ଦୁଝର ଜିଲ୍ଲା ଗସ୍ତରେ ଥିବା 5ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ ଆଜି ଦ୍ୱିତୀୟ ଦିନରେ ଘଟଗାଁ, ହରିଚନ୍ଦନପୁର, ବାଂଶପାଳ, ହାଟଡିହି, କେନ୍ଦୁଝର ଓ ଆନନ୍ଦପୁର ପୌରପାଳିକା ଅନ୍ତର୍ଗତ ବିଭିନ୍ନ ସ୍ଥାନ ଗସ୍ତକରି ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ଦେଖିବା ସହ ବହୁ ପ୍ରକଳ୍ପର ସମୀକ୍ଷା କରିଛନ୍ତି।

ଏଥିସହ ବିଭିନ୍ନ ଆଧ୍ୟାତ୍ମିକସ୍ଥଳୀ ଗସ୍ତକରି ସେଠାକାର ଉନ୍ନତୀକରଣ ବାବଦରେ ଆଲୋଚନା କରିବା ସହ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ଶୁଣିଛନ୍ତି। ମିଶନ ଶକ୍ତି ଏସଏଚଜି ସଦସ୍ୟ, କୃଷକ, ବୁଦ୍ଧିଜୀବୀ ଓ ବିଭିନ୍ନ ସଂଗଠନର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି 5ଟି ସଚିବ।ଆଜି ପ୍ରଥମେ କେନ୍ଦୁଝର ପୌରପାଳିକା ଅନ୍ତର୍ଗତ ସିଦ୍ଧମଠ ପରିଦର୍ଶନରେ ଯାଇଥିଲେ 5ଟି ସଚିବ। ସେଠାରେ ବିଭିନ୍ନ ମନ୍ଦିରରେ ଦେବାଦେବୀଙ୍କ ଦର୍ଶନ କରିବା ସାଙ୍ଗକୁ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସେ ସିଦ୍ଧମଠର ପାରିପାର୍ଶ୍ୱିକ ବିକାଶ ସମ୍ପର୍କରେ ମନ୍ଦିର କମିଟି ସଦସ୍ୟ, ପୂଜକ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଖୁବଶୀଘ୍ର ଏହି ପୀଠର ରୂପରେଖ ବଦଳିବ ବୋଲି 5ଟି ସଚିବ ସୁଚନା ଦେଇଥିଲେ।

ଏହାପରେ ଶଙ୍କରପୁର ସ୍ଥିତ ଧରଣୀଧର କ୍ରୀଡ଼ା କମ୍ପ୍ଲେକ୍ସ ଯାଇ ବିଭିନ୍ନ ନୂଆ ନିର୍ମାଣ ସବୁ ବୁଲି ଦେଖିଥିଲେ 5ଟି ସଚିବ। ଫୁଟବଲ ଗ୍ରାଉଣ୍ଡ, ଆଥଲେଟିକ ଗ୍ରାଉଣ୍ଡ, ଇଣ୍ଡୋର ବ୍ୟାଡ଼ମିଣ୍ଟନ କୋର୍ଟ, ଆର୍ଚେରି ଗ୍ରାଉଣ୍ଡ ଏବଂ ଇଣ୍ଡୋର ଜିମ୍ ପରିଦର୍ଶନ କରିବା ସାଙ୍ଗକୁ ଉପସ୍ଥିତ ଖେଳାଳିମାନଙ୍କର ସହ ଆଲୋଚନା କରିଥିଲେ। ସମସ୍ତଙ୍କୁ ଉନ୍ନତମାନର ତାଲିମ୍, ଖାଦ୍ୟପେୟ ଓ ହଷ୍ଟେଲ ସୁବିଧା ମିଳୁଥିବା ଜାଣି 5ଟି ସଚିବ ସନ୍ତୋଷ ବ୍ୟକ୍ତ କରିଥିଲେ। କ୍ୟାମ୍ପସରେ ବୃକ୍ଷରୋପଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ।

ସେଠାରୁ ସିଧା ଘଟଗାଁ ଗସ୍ତ କରିଥିଲେ 5ଟି ସଚିବ। ଘଟଗାଁରେ ପହଞ୍ଚିବା ପରେ ପ୍ରଥମେ ମା ତାରିଣୀଙ୍କ ପୀଠକୁ ଯାଇ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ମନ୍ଦିର ପରିଚାଳନା କମିଟି ଓ ଦେହୁରୀ ସେବାୟତଙ୍କ ସହ ଆଲୋଚନା କରି ଖୁବଶୀଘ୍ର ମା’ଙ୍କର ପୀଠର ବିକାଶ କାମ ହାତକୁ ନିଆଯାଇ ଏହାର ରୁପାନ୍ତର କରାଯିବ ବୋଲି କହିଥିଲେ। ତା’ପରେ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ କୃଷକ, ମିଶନ ଶକ୍ତି ମହିଳା ଓ ସ୍ଥାନୀୟ ଜନସାଧାରଣଙ୍କ ବିଶାଳ ସମାବେଶକୁ ସମ୍ବୋଧିତ କରିଥିଲେ 5ଟି ସଚିବ। ଏହି ଅବସରରେ ସମସ୍ତଙ୍କ ଆଗରେ ସେ ନିଜ ଚାକିରି ଜୀବନର ପୁରୁଣା ସ୍ମୃତିକୁ ସାଉଣ୍ଟିଥିଲେ। ଓଡ଼ିଶା କ୍ୟାଡରରେ ଯୋଗଦେବାପରେ ସେ କିଭଳି କେନ୍ଦୁଝର ଜିଲ୍ଲାରେ ପ୍ରଥମ ପୋଷ୍ଟିଂ ପାଇଥିଲେ ଏବଂ ପ୍ରଥମ କରି କିଭଳି ମା’ ତାରିଣୀଙ୍କ ଦର୍ଶନ ପାଇଁ ଆସିଥିଲେ, ସେ କଥା ବର୍ଣ୍ଣନା କରି ଥିଲେ। ଏଥିସହ ପୁରୀ ଶ୍ରୀମନ୍ଦିର, ତାରା ତାରିଣୀ ଓ ସମଲେଇ ପୀଠ ଭଳି ଘଟଗାଁରେ ମଧ୍ୟ ମା ତାରିଣୀଙ୍କ ପୀଠର ବିକାଶ କରାଯିବ।

ସେହିଭଳି ଗୁଣ୍ଡିଚାଘାଗି ଜଳପ୍ରପାତର ମଧ୍ୟ ଉନ୍ନତିକରଣ ହେବ। ଆଗାମୀ 500 ବର୍ଷକୁ ଆଖିରେ ରଖି ଭିତ୍ତିଭୂମି ନିର୍ମାଣ ହେବ ଏବଂ କାର୍ଯ୍ୟ ଆରମ୍ଭ ହେବାର 6 ମାସ ମଧ୍ୟରେ ଏହାକୁ ଶେଷ କରାଯିବ। ଏଥିପାଇଁ ସେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଥିଲେ।ଏହାପରେ ଶ୍ରୀ ପାଣ୍ଡିଆନ ବାଂଶପାଳ ବ୍ଲକ ଅନ୍ତର୍ଗତ ଗୋନାସିକା ଅଭିମୂଖେ ବାହାରିଥିଲେ। ସେଠାରେ ଜୁଆଙ୍ଗ ପିଲାଙ୍କ ପାଇଁ ଏସସି, ଏସଟି ବିକାଶ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ଶିକ୍ଷାନିକେତନ ଓ ଏହା ଅନ୍ତର୍ଗତ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସ୍କୁଲରେ 5ଟି ରୁପାନ୍ତର ଦେଖି ଖୁସି ହେବାସହ ସେ ଏନେଇ ପିଲାମାନଙ୍କ ସହ ଅଧିକ ଆଲୋଚନା କରିଥିଲେ। ଖୁବଶୀଘ୍ର ଏହି ଶିକ୍ଷାନିକେତନରେ ଯୁକ୍ତଦୁଇ ପାଠ୍ୟକ୍ରମ ଆରମ୍ଭ ହେବବୋଲି 5ଟି ସଚିବ ପ୍ରକାଶ କରିଛନ୍ତି।

ପରେ, ବୈତରଣୀ ନଦୀର ଉତ୍ପତିସ୍ଥଳ ତଥା ଗୁପ୍ତଗଙ୍ଗା ସ୍ଥଳୀ ପରିଦର୍ଶନ କରି ଏହାର ବିକାଶ ଦିଗରେ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ 5ଟି ସଚିବ। ଏନେଇ ସବିଶେଷ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରିବାକୁ ସେ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ସେଠାରୁ ପ୍ରସିଦ୍ଧ ଶୈବପୀଠ ବ୍ରହ୍ମେଶ୍ୱର ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ମନ୍ଦିର ଏବଂ ପାରିପାର୍ଶ୍ୱିକ ବିକାଶ କାମ ଖୁବଶୀଘ୍ର କରାଯିବ ବୋଲି କହିଥିଲେ 5ଟି ସଚିବ। ସେହିଠାରେ କୃଷକ, ମିଶନ ଶକ୍ତି ମହିଳା ଓ ସ୍ଥାନୀୟ ଲୋକଙ୍କ ଏକ ସମାବେଶକୁ ମଧ୍ୟ ସମ୍ବୋଧିତ କରିଥିଲେ। ଅଞ୍ଚଳବାସୀଙ୍କ ସମସ୍ତ ଦାବି ସେ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆଣିବେ ଏବଂ ସରକାରୀ ବିଧି ବ୍ୟବସ୍ଥା ଆଧାରରେ ସେ ସବୁ ପୂରଣ ହେବ ବୋଲି ସଚିବ ଉପସ୍ଥିତ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ସେଠାରୁ ଶ୍ରୀ ପାଣ୍ଡିଆନ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ କୁସୁମଯୋଡ଼ି ଯାଇ ସ୍ଥାନୀୟ ମହିଳା କୃଷକ ବଜାର ପରିଦର୍ଶନ କରିଥିଲେ। କୃଷି ଉତ୍ପାଦନ କ୍ଲଷ୍ଟର(ଏପିସି) କାର୍ଯ୍ୟକ୍ରମ ମାଧ୍ୟମରେ କିଭଳି ମହିଳା ଚାଷୀମାନେ ଲାଭାନ୍ୱିତ ହୋଇପାରିଛନ୍ତି ସେସବୁ ଦେଖି ସେ ଖୁସିବ୍ୟକ୍ତ କରିଥିଲେ ଏବଂ ସବୁବେଳେ ସେମାନଙ୍କ ସହଯୋଗ ପାଇଁ ରାଜ୍ୟ ସରକାର ତତ୍ପର ଅଛନ୍ତି ବୋଲି ଆଶ୍ଵାସନା ଦେଇ ଥିଲେ। ଏହାପରେ ସେ ବଘାମୁଣ୍ଡା ସ୍ଥିତ ଟସର ସିଲ୍କ ପାର୍କ ଅଭିମୂଖେ ବାହାରିଥିଲେ। ସେଠାରେ ସେ ମହିଳାମାନେ କିଭଳି ବିଭିନ୍ନ ଯନ୍ତ୍ରପାତି ବ୍ୟବହାର କରି ଟସର ସିଲ୍କରୁ ବିଭିନ୍ନ ଦ୍ରବ୍ୟ ପ୍ରସ୍ତୁତ କରୁଛନ୍ତି, ସେ ସବୁ ଦେଖିଥିଲେ। ସେଣ୍ଟରଟିର କାର୍ଯ୍ୟପ୍ରଣାଳୀ ଉପରେ ପଚାରି ବୁଝିବା ସହ ପ୍ରସ୍ତୁତ ଦେଉଥିବା ସମସ୍ତ ଦ୍ରବ୍ୟର ବ୍ରାଣ୍ଡିଂ ଓ ମାର୍କେଟିଂ ଲାଗି ରାଜ୍ୟ ସରକାର ସହାୟତା ଯୋଗାଇଦେବେ ବୋଲି 5ଟି ସଚିବ କହିଥିଲେ।

ଏହି ଅବସରରେ ସେ ସ୍ଥାନୀୟ ଲୋକଙ୍କ ଦାବି ମୁତାବକ ସିତାବିଞ୍ଜି ମନ୍ଦିରର ବିକାଶ କାମ ମଧ୍ୟ ହାତକୁ ନିଆଯିବ ବୋଲି ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମ ଜାରିରଖି, 5ଟି ସଚିବ ପରେ ହାଟଡିହି ବ୍ଲକ ଅନ୍ତର୍ଗତ ସୁନ୍ଦରପାଳ ଠାରେ ପହଞ୍ଚିଥିଲେ। ସେଠାରେ ସେ ବହୁସଂଖ୍ୟାରେ ଏକତ୍ରିତ ହୋଇଥିବା ମହିଳା, ଚାଷୀ ଓ ବିଭିନ୍ନ ବର୍ଗର ଲୋକଙ୍କ ସହ ବାର୍ତ୍ତାଳାପରେ ସାମିଲ ହୋଇଥିଲେ। ଲୋକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ଅଛନ୍ତି ଏବଂ ଚାଷୀଙ୍କ ସମସ୍ୟାର ସମାଧାନ ସରକାରଙ୍କ ପ୍ରଥମିକତା ବୋଲି 5ଟି ସଚିବ କହିଥିଲେ। ଏହାପରେ ସେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଉଦ୍ଦେଶ୍ୟରେ ସଙ୍ଗମ ଠାରେ ଜାରି ରହିଥିବା ଜଳ ବିଶୋଧନାଗାର ପରିଦର୍ଶନ କରିବା ସହ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ ଏବଂ ନିର୍ଦ୍ଧାରିତ ସମୟସୀମା ଅନୁଯାୟୀ ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ।

ପରେ ସେ ଆନନ୍ଦପୁର ବ୍ୟାରେଜ୍ ସାଇଟ୍ ପରିଦର୍ଶନ କରି ଚାଲିଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲେ। ଚାଲିଥିବା କେନାଲ କାର୍ଯ୍ୟ ବିଷୟରେ ତାଙ୍କୁ ସୂଚନା ଦିଆଯାଇଥିଲା ଯାହା କି କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ପ୍ରାୟ 60,000 ହେକ୍ଟର ଅଞ୍ଚଳରେ ଜଳସେଚନର ସମ୍ଭାବନା ସୃଷ୍ଟି କରିବ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପର ସମାପ୍ତି ନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଛନ୍ତି।5T ସଚିବ ଙ୍କ ଗସ୍ତ ଅବସରରେ କ୍ରୀଡା ସଚିବ ଶ୍ରୀ ଆର୍ ଭିନିଲ କ୍ରିଷ୍ଣା ,ଜିଲ୍ଲାପାଳ ଆଶିଷ ଥାକରେ ,ଏସ୍ ପି ନୀତିଶ କୁଶାଲକର ପ୍ରମୂଖ ଉପସ୍ଥିତ ଥିଲେ।

5T ଉପକ୍ରମ ରେ ଗଢାହେବ ବାହନାଗା ହାଇସ୍କୁଲ ; ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ….

() ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି – ବାହନାଗା ହାଇସ୍କୁଲର ପୁନଃନିର୍ମାଣ ହେବ।

5T ଉପକ୍ରମ ରେ ଏକ ମଡେଲ ସ୍କୁଲ ଭାବରେ ଗଢାହେବ।

‍{} ବାଲେଶ୍ୱର ଜିଲ୍ଲାର ବାହନଗା ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ଓ elementary ସ୍କୁଲ ସମ୍ପୂର୍ଣ୍ଣ ଭଙ୍ଗା ଯିବ। 5T ଉପକ୍ରମ ରେ ଏହାର ପୁନଃନିର୍ମାଣ କରାଯିବା ସହିତ ଏହାକୁ ଏକ ଆଦର୍ଶ ସ୍କୁଲ ଭାବରେ ଗଢିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୨ ତାରିଖରେ ବାହନଗା ରେଳ ଷ୍ଟେସନ ଠାରେ ସଂଗଠିତ ଭୟାବହ ରେଳ ଦୂର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ମରଶରୀରକୁ ସମୟିକ ଭାବରେ ବାହନଗା ହାଇସ୍କୁଲରେ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ଶବ ଗୁଡିକୁ ଅନ୍ୟତ୍ର ନିଆଯାଇ ସ୍କୁଲ ବିଶୋଧନ କରାଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀ, ଶିକ୍ଷକ, ଜନସାଧାରଣଙ୍କ ମଧ୍ୟରେ ଭୟ ରହିଛି । ତେଣୁ ସ୍କୁଲ ଭାଙ୍ଗି ଏହାର ପୁନଃନିର୍ମାଣ ସମ୍ପର୍କରେ ବିଭିନ୍ନ ମହଲରେ ଦାବି ହୋଇଥିଲା ।ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶକ୍ରମେ ମୁଖ୍ୟ ସାଚନ ସଚିବ ଶ୍ରୀ ପ୍ରଦୀପ ଜେନା, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ, ସ୍କୁଲ ଗଣଶିକ୍ଷା ସଚିବ ଏସ୍. ଅଶ୍ୱସ୍ତି ଭିଡିଓ କନ୍‌ ଫରେନ୍ସିଂ ଯୋଗେ ବାଲେଶ୍ୱର ଜିଲ୍ଲାପାଳ, ସ୍କୁଲ ପରିଚାଳନା କମିଟିର ସଦସ୍ୟବୃନ୍ଦ, ପଞ୍ଚାୟତ ପ୍ରତିନିଧୀ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ।

ସମସ୍ତଙ୍କର ମତାମତ ନେଇଥିଲେ । ଯେହେତୁ ଛାତ୍ରଛାତ୍ରୀ ଅଭିବାବକ ଓ ଶକ୍ଷକ ଶିକ୍ଷୟତ୍ରୀ ମଧ୍ୟରେ ସେ ଦିନର ଭୟଙ୍କର ଦୃଶ୍ୟ ଏବେବି ସେମାନଙ୍କ ମନରେ ଭୟ ସୃଷ୍ଟି କରିଛି ଏବଂ ସେମାନେ ସମସ୍ତେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।ତେଣୁ ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ବାହନଗା ହାଇସ୍କୁଲ ଓ ଏହାର ପରିସରରେ ଥିବା ପ୍ରାଥମିକ ଓ elementary ସ୍କୁଲ କୁ ଭାଙ୍ଗି ତା’ର ପୁନଃନିର୍ମାଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

ରାୟଗଡ଼ା ରେ ଗସ୍ତ ୫-ଟି ସଚିବ…

() ୫-ଟି ସଚିବଙ୍କ ରାୟଗଡା ଗସ୍ତର ଦ୍ୱିତୀୟ ଦିନ,

 କାଶୀପୁର, ପଦ୍ମପୁର, ଗୁଣୁପୁର, ବିଷମକଟକ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ

କାଶୀପୁର ରେ କଲେଜ ପ୍ରତିଷ୍ଠା ନିଷ୍ପତ୍ତି ଖୁବ୍ ଶୀଘ୍ର।

ବିଜୁ ଏକ୍ସପ୍ରେସ୍‌ ୱେ ରାୟଗଡା ପ୍ରକଳ୍ପରେ ଖର୍ଚ୍ଚ ହେବ ୧୫୦୦ କୋଟି।

{} ରାୟଗଡା ଜିଲ୍ଲା ଗସ୍ତର ଦ୍ୱୀତିୟ ଦିନରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି କାଶିପୁର, ପଦ୍ମପୁର, ବିଷମକଟକ ଓ ଗୁଣୁପୁର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବିକାଶ କାମର ସମୀକ୍ଷା କରିବା ସହିତ ବିଭିନ୍ନ ଧାର୍ମିକ ପୀଠ ପରିଦର୍ଶନ କରିଥିଲେ ଏବଂ ସ୍ଥାନୀୟ ଲୋକଙ୍କ ସହିତ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

କାଶିପୁର ଠାରେ ଶ୍ରୀ ପାଣ୍ଡିଆନ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ଏବଂ ତାକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରଶାସନକୁ ପରାମର୍ଶ ଦେଇଥିଲେ । ସେଠାରେ ଅବସ୍ଥାପିତ ଡାକ୍ତରମାନଙ୍କ ସହିତ ଆଲୋଚନା କରିବା ସହିତ ସେ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାରେ ସେମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ । ପରେ କାଶିପୁର ବ୍ଲକର ଖୁରିଗାଁ ସ୍ଥିତ ଆଦିଶକ୍ତି ମିଶନଶକ୍ତି ମା ମାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ଦ୍ୱାରା ପରିଚାଳିତ ଛତୁ ବିହନ କେନ୍ଦ୍ର ବୁଲି ଦେଖିଥିଲେ । ସେମାନଙ୍କ ସହ ଆଲୋଚନା ସମୟରେ ଶ୍ରୀ ପାଣ୍ଡିଆନ ମିଶନ ଶକ୍ତି ମା ମାନଙ୍କୁ ଉଚ୍ଚ ମୂଲ୍ୟର ବଡ ବଡ ଉଦ୍ୟୋଗ ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଏଥିପାଇଁ ସବୁ ପ୍ରକାର ସହାୟତା ସରକାର ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଥିଲେ ।   କାଶିପୁର ଅଞ୍ଚଳରେ ଉଚ୍ଚ ଶିକ୍ଷାର ପ୍ରସାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଶେଷ ଗୁରୁତ୍ୱ ଦେଉଛନ୍ତି ଏବଂ ସେଠାରେ ଏକ କଲେଜ ଖୋଲିବାରେ ରାଜ୍ୟ ସରକାର ଖୁବ୍‌ ଶୀଘ୍ର ନିଷ୍ପତ୍ତି ନେବେ ବେଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡିଶାକୁ ସଂଯୁକ୍ତ କରୁଥିବା ଗୁରୁତ୍ୱପୂର୍ଣ୍ଣ ବିଜୁ ଏକ୍ସପ୍ରେସ ୱେ କୁ ଆର୍ଥିକ ବିକାଶର ଏକ ମାଧ୍ୟମ ଭାବରେ ବର୍ଣ୍ଣନା କରି ଶ୍ରୀ ପାଣ୍ଡିଆନ କହିଥିଲେ ଦକ୍ଷିଣ ଓଡିଶାରେ ଏହି ଗୁରୁତ୍ୱପୂର୍ଣ୍ଣ ରାଜପଥର ୩୩୫ କିଲୋମଟିର ମଧ୍ୟରୁ ୧୨୦ କିଲୋମିଟର କେବଳ ରାୟଗଡା ଜିଲ୍ଲା ଦେଇ ଯାଉଛି । ରାୟଗଡା ଜିଲ୍ଲାରେ ଏହି ପ୍ରକଳ୍ପ କାର୍ଯ୍ୟ ଆଗେଇନେବା ପାଇଁ ୧୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଶ୍ରୀ ପାଣ୍ଡିଆନ ପ୍ରକାଶ କରିଥିଲେ । ସେଠାରୁ ସେ ବିଷମକକଟକ ଯାଇ ମିଶନଶକ୍ତି ବ୍ଲକ ଲେବଲ୍‌ ଫେଡେରେସନ୍ ଦ୍ୱାରା ପରିଚାଳିତ ମିଶନ ଶକ୍ତି କାଫେ ବୁଲି ଦେଖିଥିଲେ ଏବଂ ମା ମାନଙ୍କ ସହିତ ଆଲୋଚନା ସମୟରେ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ । ବିଷମକଟକର ଖଜୁରି ଗାଁରେ ଥିବା ନିର୍ମାଣାଧୀନ ପରିବେଶ ପର୍ଯ୍ୟଟନ ପ୍ରକଳ୍ପ ବୁଲି ଦେଖିଥିଲେ ଓ ସେ ଅଞ୍ଚଳରେ ବିକାଶ ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ଓ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । 

 

ପରେ ପରେ ୫-ଟି ସଚିବ ଡଙ୍ଗରିଆ କନ୍ଧ ଭାଇଭଉଣୀମାନଙ୍କ ସହିତ ସେମାନଙ୍କ ଜୀବନଜୀବିକା ସମ୍ପର୍କରେ ଆଲୋଚନା କରିଥିଲେ । ଡଙ୍ଗରିଆ କନ୍ଧମାନଙ୍କ ଦ୍ୱାରା ପ୍ରସ୍ତୁତ କପଡାଗୁଣ୍ଡ ସାଲର ବିଶେଷ ଆଦର ରହିଥିବାରୁ ଏ ସାଲ ତିଆରିରେ ଅଧିକରୁ ଅଧିକ ଯୁବକଯୁବତୀମାନଙ୍କୁ ସାମିଲ କରିବାପାଇଁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଡଙ୍ଗରିଆ କନ୍ଧମାନଙ୍କ ଦ୍ୱାରା ଉତ୍ପାଦିତ ସପୁରି, ହଳଦୀ ଓ ତେନ୍ତୁଳି ଆଦି ଉତ୍ପାଦନ ପାଇଁ ଯେପରି ରାଜ୍ୟ ତଥା ଦେଶରେ ଏକ ସୁଦୃଢ ବଜାର ବ୍ୟବସ୍ଥା ହୋଇପାରିବ ସେଦିଗରେ ପଦକ୍ଷେପ ନେବାପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ବିଷମକଟକ ଗସ୍ତ ଅବସରରେ ସ୍ଥାନୀୟ ଲୋକ ଏବଂ ବିଭିନ୍ନ ସିଭିଲ ସୋସାଇଟି ସହିତ ସ୍ଥାନୀୟ ସମସ୍ୟା ଓ ତା’ର ସମାଧାନ ବିଷୟରେ ଆଲୋଚନା କରିଥିଲେ । ବିଷମକଟକ ଅଞ୍ଚଳର ଚାଟିକୋଣା ଶିବ ମନ୍ଦିର ପରିଦର୍ଶନ କରି, ଶ୍ରୀ ପାଣ୍ଡିଆନ ପୂଜାର୍ଚ୍ଚନା କରିଥିଲେ ଏବଂ ମନ୍ଦିରର ବିକାଶ ସମ୍ପର୍କରେ ସେବାୟତ ଓ ଟ୍ରଷ୍ଟ ବୋର୍ଡର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ବିଷମକଟକର ଜଗନ୍ନାଥ ମନ୍ଦିର ଓ ନେଳିଆବନ୍ଧ ପରିଦର୍ଶନ କରିଥିଲେ । ଏ ଦୁଇ ସ୍ଥାନର ବିକାଶ ପାଇଁ ଏକ ମାସ ମଧ୍ୟରେ ଡିପିଆର୍ ପ୍ରସ୍ତୁତ ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ପରେ ପରେ ଶ୍ରୀ ପାଣ୍ଡିଆନ ପଦ୍ମପୁର ବ୍ଲକକୁ ଯାଇଥିଲେ ଏବଂ ସୌରା ଜନଜାତି ର ପ୍ରସିଦ୍ଧ ମାତ୍ତରବନାମ ମନ୍ଦିର ପରିଦର୍ଶନ କରିଥିଲେ । ଏହି ମନ୍ଦିରର ବିକାଶ କାର୍ଯ୍ୟ ତଫସିଲଭୂକ୍ତ ଜାତି ଓ ଜନଜାତି ବିଭାଗ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଭାବରେ କରାଯିବ ବୋଲି ଶ୍ରୀ ପାଣ୍ଡିଆନ ଆଲୋଚନା ସମୟରେ ସୂଚନା ଦେଇଥିଲେ ।

ପଦ୍ମପୁର ବ୍ଲକର ଖିଲାମୁଣ୍ଡା ଗ୍ରାମପଞ୍ଚାୟତରେ ଥିବା ଆର୍‌ଏମ୍‌ସି ୟାର୍ଡରେ ଚାଷୀମାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କର ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ । ସେମାନେ ଉତ୍ପାଦନ କରୁଥିବା ବିଭିନ୍ନ ଫସଲ ଓ ଏହାର ବଜାର ବ୍ୟବସ୍ଥା ତଥା ସେ ଅଞ୍ଚଳର ଜଳସେଚନ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ପଦ୍ମପୁର ବ୍ଲକ ଅଞ୍ଚଳରେ ଜଳସେଚନ କ୍ଷମତାର ପୂର୍ଣ୍ଣ ଉପୋଯୋଗ ନିମନ୍ତେ ଜଳସେଚନ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଜନା କରାଯିବ ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ ।

ଗୁଣୁପୁର ଠାରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ସେଫାଳି ହିଲ୍‌ରେ ଥିବା ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ ଏବଂ ସେବାୟତ ଓ ମନ୍ଦିରର ଟ୍ରଷ୍ଟ ବୋର୍ଡର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ । ଏକ ମାସ ମଧ୍ୟରେ ମନ୍ଦିରର ବିସ୍ତୃତ ବିକାଶ ଯୋଜନା ପ୍ରସ୍ତୁତ କରି ପର୍ଯ୍ୟଟନ ବିଭାଗକୁ ପଠାଇବାପାଇଁ ଶ୍ରୀ ପାଣ୍ଡିଆନ ପରାମର୍ଶ ଦେଇଥିଲେ । ଗୁଣୁପୁର ଇଣ୍ଡୋର ଷ୍ଟାଡିୟମରେ ମିଶନ ଶକ୍ତି ଓ ସ୍ଥାନୀୟ ଜନ ସାଧାରଣଙ୍କୁ ଭେଟି ଥିଲେ । ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ ଏବଂ ଏହାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଏହି ଗସ୍ତ ସମୟରେ କ୍ରୀଡା ସଚିବ ଶ୍ରୀ ଆର୍‌. ଭିନିଲ୍‌ କ୍ରିଷ୍ଣା, ରାୟଗଡା ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଓଡ଼ିଶାର ଲକ୍ଷ ଲକ୍ଷ ବିଦ୍ୟୁତ ଗ୍ରାହକଙ୍କୁ ଶୋଷଣ କରୁଛି ବିଦ୍ୟୁତ ବିତରକ କମ୍ପାନୀ ଟାଟା ପାୱାର – ପ୍ରଦେଶ କଂଗ୍ରେସ…

()  ଓଡ଼ିଶାର ବିଦ୍ୟୁତ ବିତରଣ ଦାୟୀତ୍ୱରେ ଥିବା ଟାଟା ପାୱାର କମ୍ପାନୀ ଦୀର୍ଘ ବର୍ଷ ବର୍ଷ ଧରି ଓଡ଼ିଶାର ବିଦ୍ୟୁତ ଉପଭୋକ୍ତମାନଙ୍କୁ ଶୋଷଣ କରିଚାଲିଛି । ଏକଥା ରାଜ୍ୟସରକାରଙ୍କର ଶକ୍ତିମନ୍ତ୍ରୀ, ଶକ୍ତି ସଚିବ, ଗ୍ରୀଡ଼କୋର ପଦାଧିକାରୀ, ଓଇଆରସିର ଚେୟାରମାନ୍ୟ ତଥା ସଦ୍ୟମାନଙ୍କୁ ଜଣାଥିଲେ ସୁଦ୍ଧା ସେମାନଙ୍କର ଦୀର୍ଘକାଳୀନ ମୌନବ୍ରତ ଟାଟା ପାୱାରକୁ ଅଧିକ ଶୋଷଣ କରିବାପାଇଁ ପ୍ରୋତ୍ସାହିତ କରିୁଛି ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ ପୂର୍ବତନ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱର ଅଭିଯୋଗ ବାଢ଼ିଛନ୍ତି ।

ଟାଟା ପାୱାର କମ୍ପାନୀକୁ ରାଜ୍ୟ ସରକାର ଓଡ଼ିଶାର ବିଦ୍ୟୁତ ବିତରଣ ଦାୟୀତ୍ୱ ଦେବାପୂର୍ବରୁ ଓଡ଼ିଶାର ବିଦ୍ୟୁତ ଉପଭୋକ୍ତମାନଙ୍କୁ ପ୍ରଥମ ୧୦୦ ୟୁନିଟ ପର୍ଯ୍ୟନ୍ତ ଏକ ସର୍ବନିମ୍ନ ୟୁନିଟ୍‌ପିଛାରେ ଲାଗୁ ହେଉଥିଲା । ଯାହାକି ସେତେବେଳେ ଟ.୨.୫୦ ପଇସା ଥିଲା । କିନ୍ତୁ ଟାଟା ପାୱାର ବିତରଣ ଦାୟୀତ୍ୱ ନେବାପରେ ପ୍ରଥମ ସ୍ଲାବ ଯାହକି ୧ ରୁ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ଥିଲା ତାହାକୁ କମାଇ ଦିଆଯାଇ ୧ରୁ ୫୦ ୟୁନିଟ ପର୍ଯନ୍ତ କରାଗଲା ଏବଂ ୟୁନିଟ ପିଛା ଦରବୃଦ୍ଧି ଟ. ୩.୫୦ ପଇସା କରାଗାଲା ।

ତଦ୍ୱାରା ଓଡ଼ିଶାର ଲକ୍ଷଲକ୍ଷ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଜନବିରୋଧି ନିଷ୍ପତି ଯୋଗୁଁ ଟାଟା ପାୱାର ଶୋଷଣ କରିଚାଲିଲା । ପ୍ରତମାସ ୩୦ ଦିନ ପରେ ମିଟର ରିଡିଂ କରିବା ପରିବର୍ତେ ଟାଟାପାୱାର ଜାଣିସୁଣି ୧୦ ଦିନ ବିଳମ୍ବରେ ମିଟର ରିଡିଂ କରୁଛନ୍ତି ଯଦ୍ୱାରା ଉପଭୋକ୍ତାମାନଙ୍କୁ ମିନିୟମ ସ୍ଲାବ ରେଟ ପରିବର୍ତେ ୫୦ରୁ୧୦୦ ୟୁନିଟ୍ ସ୍ଲାବର ଦର ଅନୁସାରେ ଆଦାୟ କରାଯାଉଛି ।

ଯଦ୍ୱାରକି ଟାଟା ପାୱାର ଓଡ଼ିଶାର ପ୍ରତି ମାସରେ ଶହ ଶହ କୋଟି ଟଙ୍କାର ମୁନାଫା କମାଉଛି । ଏକଥାକୁ ଖୋଦ ରାଜ୍ୟ ସରକାର ଓ ତାଙ୍କ ତଥାକଥିତ ଟ୍ରାନଫରମେସନ ବିଭାଗ ଜାଣିଥିଲେ ମଧ୍ୟ ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା କରିବା ପରିବର୍ତେ ଏ ସମସ୍ତେ ଟାଟା ପାୱାର ଗୋଲାମଗିରି କରୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ଅଭିଯୋଗ କରିଛନ୍ତି । ଆଜି ପ୍ରଦେଶ କଂଗ୍ରେସ ଭବନରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଓଡ଼ିଶା ବିଦ୍ୟୁତ ବିତରଣ ଓ ଦରଧାର୍ଯ୍ୟର ସ୍ୱଚ୍ଛତାକୁ ନେଇ ୫ଟି ଗୁରତ୍ୱପୂର୍ଣ୍ଣ ପ୍ରଶ୍ନ ସେ ସିଧାସଳଖ ସରକାରଙ୍କୁ ପଚାରିଛନ୍ତି ।

ପ୍ରଶ୍ନ-୧- କାହା ସ୍ୱାର୍ଥରେ ସର୍ବନିମ୍ନ ୟୁନିଟ ୧୦୦ ପରିବର୍ତେ ୫୦କୁ କମାଇ ଦିଆଗଲା ଏହାର ଉତର ମନ୍ତ୍ରୀ ମହୋଦୟ ଉତର ଦେବେକି?

ପ୍ରଶ୍ନ-୨- ସର୍ବନିମ୍ନ ସ୍ଥିର ଦେୟ (ମିନିମମ ଫିକ୍ସ ଚାର୍ଜେସ) କିଲୋୱାଟ ପ୍ରତି ଆଦାୟ କରାଯାଉଥିଲା ବେଳେ ପ୍ରକୃତରେ ଗ୍ରାହକ କମ କିଲୋୱାଟ ବିଦ୍ୟୁତ ଖର୍ଚ୍ଚ କରୁଥିଲା ବେଳେ ସରକାର ପ୍ରଥମରୁ ଦିଆଯାଇଥିବା ଡିମାଣ୍ଡ ଅନୁସାରେ ଆଦାୟ କରିବା ଏ ସରକାରଙ୍କ ସ୍ୱଚ୍ଛତା ଉପରେ ଏକ ବଡ଼ ପ୍ରଶ୍ନବାଚୀ

ପ୍ରଶ୍ନ-୩- ଓଡ଼ିଶା ଏକ ବିଦ୍ୟୁତ ବଳକା ରାଜ୍ୟ ହୋଇଥିଲେ ମଧ୍ୟ କାହିଁକି ଏବଂ କେଉଁ କାରଣରୁ ଓଡ଼ିଶାର ବିଦ୍ୟୁତ ଦର ୟୁନିଟ ପିଛା ଏତେ ଅଧିକ କାହିଁକି?

ପ୍ରଶ୍ନ-୪- ଓଡ଼ିଶାର ଚାଷୀଭାଇ ମାନଙ୍କୁ ତାଙ୍କର ସମସ୍ତ ବିଦ୍ୟୁତ ଦେୟ ଛାଡ଼ କରାଯିବାର ପ୍ରତିଶୃତି ଆଜି ପର୍ଯ୍ୟନ୍ତ କାହିଁକି କାର୍ଯ୍ୟକାରି ହୋଇପାରିଲା ନାହିଁ ଏଥିପାଇଁ କ’ଣ କଂଗ୍ରେସ ଦାୟୀକି?

ପ୍ରଶ୍ନ-୫- ବିତରକ କମ୍ପାନୀ ପ୍ରୀତିରେ ରାଜ୍ୟ ସରକାର ଯେଉଁ ହଜାର ହଜାର କୋଟି ଟଙ୍କା ପୁଞ୍ଜି ଯୋଗାଇ ଦେଇଛନ୍ତି ତଦ୍ୱାରା ଆଜି ପର୍ଯ୍ୟନ୍ତ କେତେ ଯାଗାରେ ଟ୍ରାନ୍ସଫରମର, ଇଲେକ୍ଟ୍ରି ପୋଲ, ତାର ଇତ୍ୟାଦି ନୂଆ ଲଗାଯାଇଛି ତାର ହିସାବ ଦେବେକି?

ଏ ସମସ୍ତ ଉତର ସରକାର ଜନସାଧାରଣଙ୍କ ସାମନାରେ ଏକ ଶ୍ୱେତପତ୍ର ମାଧ୍ୟମରେ ପ୍ରକାଶ କରନ୍ତୁ । ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ସାରା ଓଡ଼ିଶାରେ ବାରମ୍ବାର ପାୱାରକଟ ହେଉଛି କିନ୍ତୁ ବିଭାଗୀୟ ମନ୍ତ୍ରୀ ପାୱାର କଟର ଉଦୁଭଟ ସଂଜ୍ଞା ଦେଉଛନ୍ତି । ଖୋଦ ରାଜ୍ୟ ରାଜଧାନୀରେ ପ୍ରତିଦିନ ବିଭିନ୍ନ ଅଂଚଳରେ ଘଂଟା ଘଂଟା ଧରି ବିଦ୍ୟୁତ କାଟ ହେଉଛି । ଗ୍ରାମାଂଚଳରେ ୪ଘଂଟା ରୁ ୫ ଘଂଟା ବିଦ୍ୟୁତ କାଟ ହେଉଛି କିନ୍ତୁ ବିଭାଗୀୟ ମନ୍ତ୍ରୀ ଏହାକୁ ସ୍ୱୀକାର କରୁନାହାନ୍ତି ଏହା ହେଉଛି ୨୩ ବର୍ଷ ସରକାରର ଅହଙ୍କାର ଓ ଗର୍ବ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ କୁମାର ରାଉତରାୟ ଓ ପ୍ରଦେଶ କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥି ଉପସ୍ଥିତ ଥିଲେ ।

ବାହାନଗା ରେଳ ଦୁର୍ଘଟଣା ରେ ୩୯ ଜଣ ମୃତକଙ୍କ ପାଇଁ ସହାୟତା ରାଶି ପ୍ରଦାନ କଲେ ମୁଖମନ୍ତ୍ରୀ…

() ବାହାନଗା ରେଳ ଦୁର୍ଘଟଣା ଚିହ୍ନଟ ହୋଇଥିବା ଓଡିଶାର ୩୯ ଜଣ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧.୯୫ କୋଟି ଟଙ୍କା ମଞ୍ଜୁର,

7ଟି ଜିଲ୍ଲାର ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ ସହାୟତା ପ୍ରଦାନ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାହାନଗା ଟ୍ରେନ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଓଡିଶାର ୩୯ ଜଣ ମୃତକଙ୍କ ପାଇଁ ୧.୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯାଉଛି ।

ମୃତକଙ୍କ ମଧ୍ୟରେ ଭଦ୍ରକର ୮ଜଣ, ଯାଜପୁରର ୨ଜଣ, ବାଲେଶ୍ୱରର ୧୪ଜଣ, ମୟୁରଭଞ୍ଜର ୯ଜଣ, ଖୋର୍ଦ୍ଧାର ୨ଜଣ, କଟକର ୩ଜଣ ଓ କେନ୍ଦୁଝରର ଜଣେ ବ୍ୟକ୍ତି ଅଛନ୍ତି। ମୃତକମାନଙ୍କର ନିକଟତମ ଆତ୍ମୀୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ପୂର୍ବରୁ ଓଡିଶାର ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ।

NIRF ର‌୍ୟାଙ୍କିଙ୍ଗ୍‌ରେ ଓଡ଼ିଶାରେ ପୁଣି ଏକ ନମ୍ବର ସ୍ଥାନରେ ସୋଆ…

{} ସୋଆ ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ, 

ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍‌ରେ ଓଡ଼ିଶାରେ ପୁଣି ଏକ ନମ୍ବର ସ୍ଥାନରେ ସୋଆ।

()  ନିମନ୍ତେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍ନାଲ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ରେ ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ୧୫ ତମ ସ୍ଥାନ ହାସଲ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) । ସୋମବାର ନୂଆଦିଲ୍ଲୀ ଠାରେ ଏହି ର‌୍ୟାଙ୍କିଙ୍ଗ୍‌ସ କେନ୍ଦ୍ର ଶିକ୍ଷା ଏବଂ ବର୍ହିବ୍ୟାପାର ରାଜ୍ୟମନ୍ତ୍ରୀ ଶ୍ରୀ ରାଜକୁମାର ରଞ୍ଜନ ସିଂଙ୍କ ଦ୍ୱାରା ଉନ୍ମୋଚନ ହୋଇଛି ।

ଏକ ବହୁବିଧ ବିଶ୍ୱବିଦ୍ୟାଳୟ ଭାବେ ସୋଆ ଗତ ୨୦୨୨ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗସରେ ୧୬ ତମ ସ୍ଥାନରେ ରହିଥିବା ବେଳେ ୨୦୧୬ ଠାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ଏହି ର‌୍ୟାଙ୍କିଙ୍ଗ ପ୍ରକ୍ରିୟାରେ କ୍ରମାଗତ ୮ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ ଟି ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ନିଜ ସ୍ଥାନ ବଜାୟ ରଖି ଆସିଛି । ଏଥି ମଧ୍ୟରୁ ୬ ବର୍ଷ ସୋଆ ଦେଶର ୨୦ଟି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇପାରିଛି । ଚଳିତ ବର୍ଷ ଏହି ପ୍ରକ୍ରିୟାରେ ସୋଆ ଆଗକୁ ଯାଇ ୧୫ ତମ ସ୍ଥାନ ଅଧିକାର କରିଛି ।

ପ୍ରଥମ ଥର ପାଇଁ ସୋଆ ଶ୍ରେଷ୍ଠ ୧୫ଟି ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଥିବା ବେଳେ ସାମଗ୍ରିକ କ୍ୟାଟେଗୋରିରେ ୨୬ ତମ ସ୍ଥାନ ହାସଲ କରିଛି । ଗତ ବର୍ଷ ଏହି କ୍ୟାଟେଗୋରିରେ ସୋଆ ୩୦ତମ ସ୍ଥାନରେ ରହିଥିବା ବେଳେ ଚଳିତ ଥର ୪ ଟି ସ୍ଥାନ ଉପରକୁ ଉଠିପାରିଛି । ସେହିପରି ମେଡିକାଲ୍ ସାଇନ୍‌ସେସ୍‌, ଡେଂଟାଲ୍ ସାଇନ୍‌ସେସ୍ ଏବଂ ଲ ରେ ମଧ୍ୟ ଆଗକୁ ଯାଇଛି ସୋଆ । ମେଡିକାଲ୍ ସାଇନ୍‌ସ୍ କ୍ୟାଟେଗୋରିରେ ୨୦୨୨ରେ ଦେଶରେ ୧୮ ତମ ସ୍ଥାନରେ ଥିବା ସୋଆ ଚଳିତ ଥର ୧୬ ତମ ସ୍ଥାନ ହାସଲ କରିଛି । ସେହିପରି ଲ କ୍ୟାଟେଗୋରିରେ ଏଥର ଅଷ୍ଟମ ସ୍ଥାନରେ ରହିଥିବା ସୋଆ ପୂର୍ବ ବର୍ଷ ୯ମ ସ୍ଥାନରେ ରହିଥିଲା ଏବଂ ଡେଂଟାଲ୍ ସାଇନ୍‌ସରେ ଏଥର ୯ମ ସ୍ଥାନରେ ଥିବା ବେଳେ ଗତ ବର୍ଷ ୧୦ମ ସ୍ଥାନରେ ରହିଥିଲା । ଚଳିତ ବର୍ଷ ସାମଗ୍ରିକ, ବିଶ୍ୱବିଦ୍ୟାଳୟ, ମେଡିକାଲ୍ ସାଇନ୍‌ସେସ୍‌, ଡେଂଟାଲ୍ ସାଇନ୍‌ସେସ ଏବଂ ଲ’ କ୍ୟାଟେଗୋରିରେ ଓଡ଼ିଶାରେ ସୋଆ ଏକ ନମ୍ବର ସ୍ଥାନରେ ରହିଛି ।

ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ୨୦୨୨ ଭଳି ଚଳିତ ବର୍ଷ ମଧ୍ୟ ୨୭ ତମ ସ୍ଥାନ ବଜାୟ ରଖିଥିବା ବେଳେ ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି । ଇଞ୍ଜିନିୟରିଂ କ୍ୟାଟେଗୋରିରେ ଓଡ଼ିଶାରେ ଏକ ନମ୍ବର ସ୍ଥାନରେ ରହିଛି ଏନ୍‌ଆଇଟି, ରାଉରକେଲା । ସେହିପରି ପ୍ରଥମ ଥର ପାଇଁ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍‌ସରେ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟ ସାଇନ୍‌ସେସ୍ ୫୭ ତମ ସ୍ଥାନ ହାସଲ କରି ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଏକ୍ସଆଇଆଇଏମ୍ ବିଶ୍ୱବିଦ୍ୟାଳୟ ଏକ ନମ୍ବର ସ୍ଥାନରେ ରହିଛି ।

ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍‌ସ ଅନୁଯାୟୀ ପୂର୍ବାଂଚଳରେ ସୋଆ ମେଡିକାଲ୍ ସାଇନ୍‌ସେସ୍ ଏବଂ ଡେଂଟାଲ୍ ସାଇନ୍‌ସେସ୍‌ରେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଲ’ କ୍ୟାଟେଗୋରିରେ ୨ୟ ସ୍ଥାନ, ବିଶ୍ୱବିଦ୍ୟାଳୟ କ୍ୟାଟେଗୋରିରେ ତୃତୀୟ ସ୍ଥାନ ଏବଂ ସାମଗ୍ରିକ କ୍ୟାଟେଗୋରିରେ ୪ର୍ଥ ସ୍ଥାନ ହାସଲ କରିଛି । ପୂର୍ବଭାରତରେ ଇଞ୍ଜିନିୟରିଂ କ୍ୟାଟେଗୋରିରେ ୫ମ ସ୍ଥାନ ହାସଲ କରିଛି ସୋଆ । ଗତ ବର୍ଷ ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ୍ (ନାକ୍‌) ସୋଆକୁ ସର୍ବାଧିକ ଗ୍ରେଡ୍ ଇ++ ରେ ପୁନଃସ୍ୱୀକୃତି ଦେଇଛି ।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏନଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍‌ସରେ ବିଶ୍ୱବିଦ୍ୟାଳୟର ସଫଳତାକୁ ନେଇ ଖୁସିବ୍ୟକ୍ତ କରିବା ସହ ଫ୍ୟାକଲ୍ଟି ଏବଂ ଅନ୍ୟ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିରବଚ୍ଛିନ୍ନ ପରିଶ୍ରମ ଦ୍ୱାରା ସୋଆକୁ ସଫଳତାର ଉଚ୍ଚତମ ସୋପାନରେ ପହଂଚାଇବାକୁ ସେ ସେମାନଙ୍କୁ ଆହ୍ୱାନ ଜଣାଇଛନ୍ତି । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ଅବସରରେ ବିଶ୍ୱବିଦ୍ୟାଳୟର ସଫଳତା ନିମନ୍ତେ ନିରବଚ୍ଛିନ୍ନ ଉଦ୍ୟମକୁ ଶ୍ରେୟ ଦେବା ସଂଗେ ସଂଗେ ଆଗାମୀ ୫ ବର୍ଷରେ ବିଶ୍ୱବିଦ୍ୟାଳୟ ଦେଶର ଶ୍ରେଷ୍ଠ ୧୦ଟି ଉଚ୍ଚ ଶିକ୍ଷାନୁଷ୍ଠାନ ତାଲିକାରେ ସ୍ଥାନୀତ ହେବା ନିମନ୍ତେ ଚେଷ୍ଟା ଜାରୀ ରଖିବ ବୋଲି କହିଛନ୍ତି ।

ବାଲେଶ୍ଵର ଟ୍ରାଜେଡି ଘଟଣାରେ ରେଳ ମନ୍ତ୍ରୀ ଙ୍କ ଇସ୍ତଫା ଦାବି କଲା କଂଗ୍ରେସ…

{} ବାଲେଶ୍ଵର ଟ୍ରାଜେଡି ଘଟଣାରେ ରେଳ ମନ୍ତ୍ରୀ ଙ୍କ ଇସ୍ତଫା ଦାବି କଲା କଂଗ୍ରେସ।

() ୨୦୨୨ ସୁଦ୍ଧା ୧ଲକ୍ଷ ୪୦ ହଜାର ରେଲୱେ ପୋଷ୍ଟ ଖାଲି ପଡ଼ିଛି, ପୂରଣ ହୋଇନି। Anti କଲିଜନ divice ଉପା ସରକାର ସମୟ ରେ ୨୦୧୨ ରୁ ଆରମ୍ଭ ହୋଇଛି। ତା ନାଁ ବଦଳାଇ ଦେଲା ମୋଦି ସରକାର। ରକ୍ଷା କବଚ ନାଁ ଦେଲେ। Cag ବି ସଜାଗ କରିଥିଲେ। ଭିତ୍ତି ଭୂମି ବିକାଶ ପାଇଁ ପଦକ୍ଷେପ ନେଲେ ନାହିଁ। ଯେଉଁଥିପାଇଁ ବାଲେଶ୍ବର ଟ୍ରାଜେଡି ହେଲା। ରେଲୱେ ମନ୍ତ୍ରୀ ସକାଳେ କହିଲେ ଦୋଷୀ ଚିହ୍ନଟ ହେଲା, ସନ୍ଧ୍ୟାରେ କହିଲେ cbi ତଦନ୍ତ କରିବ। ଏହା ଦୁର୍ଭାଗ୍ୟ ଜନକ। ଏବଂ ସନ୍ଦେହ ସୃଷ୍ଟି କରୁଛି। ଆମର ଦାବି ହେଉଛି ଅଶ୍ଵିନୀ ବୈଷ୍ଣବ ଇସ୍ତଫା ଦିଅନ୍ତୁ। ମୃତକ ଙ୍କ ପରିବାର ରୁ ଚାକିରି ଓ ଆହତଙ୍କୁ ବି ଚାକିରି ରେଲୱେ ରେ ଦିଆଯାଉ। ରାଜ୍ୟ ସରକାରଙ୍କ ନିକଟରେ ଆମର ଦାବି, ୪୫ହଜାର ନରସିଂ ଓ ୩୫ହଜାର ଡାକ୍ତର ପୋଷ୍ଟ ଖାଲି ଅଛି। ତାକୁ ପୂରଣ କରାଯାଉ।

ଯେଉଁମାନଙ୍କ ଜୀବନ ଯାଇଛି ସେମାନେ ପ୍ରାୟ ଶ୍ରମିକ ଶ୍ରେଣୀ ର। ଏ ଘଟଣା ଅତ୍ୟନ୍ତ ଦୁଃଖ ଦାୟକ। ଅବହେଳା ପାଇଁ ଇସ୍ତଫା ଦିଅନ୍ତୁ ରେଳ ମନ୍ତ୍ରୀ। ଦୁର୍ବଳ ଟ୍ରାକ ରେ ବନ୍ଦେ ଭାରତ କେମିତି ଚାଲିବ। ତଦନ୍ତ ହେବ ଜଣେ ସିଗନାଲ ମ୍ୟାନ କୁ ସସ୍ପେଣ୍ଡ କରିବେ। ଏହା କଣ ଯଥେଷ୍ଟ। ରେଳ ମନ୍ତ୍ରୀ କୁହନ୍ତୁ କାହିଁକି ଖାମ୍ ଖିଆଲ ଭାବେ ବିଭାଗ କୁ ଚଳାଉଛନ୍ତି। ରେଲୱେ ବୋର୍ଡ କହୁଚି କବଚ ଲଗେଇବା ପାଇଁ ଅର୍ଥ ନାହିଁ କି ତାର manufacture ଲାଗି କିଛି ସୁବିଧା ନାହିଁ। ତାହାଲେ ଏତେ ପ୍ରଚାର ପ୍ରସାର କାହିଁକି କରାଗଲା।

ଯଦି ଗୋଟିଏ ବଗି ରୁ ୨୦ ଟି ମୃତ ଦେହ ବାହାର କରିବାକୁ ୨୪ ଘଣ୍ଟା ଲାଗିଲା ତାହାଲେ କଣ କୁହାଯିବ। ୨୪ଘଣ୍ଟା ପୂର୍ବରୁ ଉଦ୍ଧାର ହୋଇଥିଲେ ହୁଏତ ଆଉ କିଛି ବଞ୍ଚି ଯାଇଥାନ୍ତେ। ରେଳ ମନ୍ତ୍ରୀ ଲଜ୍ଜିତ ହେବା କଥା।

ଗତକାଲି ରେଳ ମନ୍ତ୍ରୀ ଆଉ ଗୋଟେ ଚାଲାକି କରିଛନ୍ତି। କହିଲେ cbi ତଦନ୍ତ ହେବ। ଅପରାଧିକ ପୃଷ୍ଠ ଭୂମି ଥିଲେ cbi ତଦନ୍ତ ହୁଏ। ତା ମାନେ ରେଳ ମନ୍ତ୍ରୀ ସ୍ବୀକାର କରୁଛନ୍ତି ଯେ କିଛି ଗୋଟେ ଅପରାଧିକ କାର୍ଯ୍ୟ କଳାପ ହୋଇଛି। କିଏ କରିଛି? ପ୍ରାଥମିକ ରିପୋର୍ଟ ରୁ କଣ ଆସିଛି ତାହା କୁହନ୍ତୁ ରେଳ ମନ୍ତ୍ରୀ। ମୃତାହତ ପରିବାରକୁ ଚାକିରି ଦିଆଯାଉ।ଓଡ଼ିଶା ସରକାର ଯେତିକି ତତ୍ପରତା ଦେଖେଇବା କଥା ଦେଖେଇ ନାହାଁନ୍ତି।

 

 

କୋଭିଡ ପରିଚାଳନା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା..

() କୋଭିଡ ସଂକ୍ରମଣ ଆରମ୍ଭ ହେବା ପରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯିଏ କି କରୋନା ସହ ଯୁଦ୍ଧ କରିବା ପାଇଁ ପଦକ୍ଷେପ ଆରମ୍ଭ କରିଥିଲା । ଯାହାଦ୍ୱାରା କି ସାରା ଦେଶରୁ ସବୁଠାରୁ କମ୍ ମୃତ୍ୟୁ ଓଡ଼ିଶାରେ ହିଁ ହୋଇଥିଲା ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଓଡ଼ିଶା କୋଭିଡ ମୁକାବିଲା ନିମନ୍ତେ ଖୁବ୍ ଉଚ୍ଚକୋଟୀର କାର୍ଯ୍ୟ କରିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱାସ୍ଥ୍ୟ ସେବା ଓ କୋଭିଡ ପରିଚାଳନା କ୍ଷେତ୍ରରେ ରାଜ୍ୟର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ବୋଲି ଗତ ଗୁରୁବାର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆୟୋଜିତ ଏକ କର୍ମଶାଳାରେ ଯୋଗ ଦେଇ ଓଡ଼ିଶାରେ କାର୍ଯ୍ୟରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରାଜ୍ୟ ଆଂଚଳିକ ଟିମ୍ ଲିଡର ଡାକ୍ତର ନିହାର ରଞ୍ଜନ ରାୟ କହିଛନ୍ତି । ତେବେ ମହାମାରୀ ଯୋଗୁଁ ନିୟମିତ ଟୀକାକରଣ କାର୍ଯ୍ୟ ଭୀଷଣ ଭାବେ ବାଧାପ୍ରାପ୍ତ ହୋଇଥିବା ଡାକ୍ତର ରାୟ କହିଥିଲେ । ଏହା ଦ୍ୱାରା କୋଭିଡ ମହାମାରୀରୁ ବର୍ତି ଗଲେ ମଧ୍ୟ ଅନେକେ ଟୀକା ଦ୍ୱାରା ପ୍ରତିରୋଧ ହୋଇପାରୁଥିବା ଅନ୍ୟ ରୋଗଗୁଡ଼ିକ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ରହିଛି ।

“ଇନ୍‌ଟିଗ୍ରେସନ୍ ଅଫ୍ ଲର୍ଣ୍ଣିଂ ଫ୍ରମ୍ କୋଭିଡ-୧୯ ୱିଥ୍ ରୁଟିନ୍ ଇମ୍ୟୁନାଇଜେସନ୍ ଷ୍ଟ୍ରେନ୍‌ଦେନିଂ ଆଣ୍ଡ ଭ୍ୟାକ୍ସିନ୍ ପ୍ରିଭେଂଟେବୁଲ୍ ଡିଜିଜେସ୍ ସର୍ଭେଲିଆନ୍‌ସ” ଶୀର୍ଷକ କର୍ମଶାଳାରେ ଯୋଗ ଦେଇ ଏହି ବକ୍ତବ୍ୟ ରଖିଛନ୍ତି ଡାକ୍ତର ରାୟ । ଏହି କର୍ମଶାଳାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ଭେଲିଆନ୍‌ସ ମେଡିକାଲ୍ ଅଫିସର ଡାକ୍ତର ଅର୍ଚ୍ଚନା ଗାଏନ୍ ଏବଂ ସମ୍ ହସ୍ପିଟାଲ୍‌ର ଶିଶୁ ରୋଗ ବିଭାଗର ମୁଖ୍ୟ ଡାକ୍ତର ମମତା ଦେବୀ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

ଦେଶରେ ସର୍ବାଧିକ ୯୫.୫ ପ୍ରତିଶତ ଟୀକାକରଣ ଓଡ଼ିଶାରେ ହୋଇଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବର୍ତମାନ ମିଜିଲ୍‌ସ ଓ ରୁବେଲା ଭଳି ରୋଗର ମୂଳୋତ୍ପାଟନ ନିମନ୍ତେ କାର୍ଯ୍ୟରତ ଅଛି ବୋଲି ସେ କହିଥିଲେ । ମହାମାରୀ ପରେ ରାଜ୍ୟରେ ମିଜିଲ୍ସ ଓ ରୁବେଲାର ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ବର୍ତମାନ ସବୁ ପିଲାମାନଙ୍କୁ ଏଥି ନିମନ୍ତେ ଟୀକାକରଣ କରାଯାଉଛି ।

ଡାକ୍ତର ରାୟ କହିଛନ୍ତି ଯେ କୋଭିଡ ମହାମାରୀ ଆରମ୍ଭ ହେବା ପରେ ରାଜ୍ୟ ସରକାର ଏହାର ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ହସ୍ପିଟାଲ୍ ଆରମ୍ଭ କରିବାର ନିଷ୍ପତି ନେଇଥିବା ବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଏହାର ଦାୟିତ୍ୱ ନେଇଥିଲା ଏବଂ କରୋନା ଯୋଦ୍ଧା ଭାବେ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ ପାରାମେଡିକ୍ସମାନେ ଉଚ୍ଚକୋଟୀର କାର୍ଯ୍ୟ କରିଥିଲେ । କୋଭିଡ୍ ଭ୍ୟାକ୍ସିନ୍ କୋଭାକ୍ସିନ୍‌ର ହ୍ୟୁମାନ୍ ଟ୍ରାଏଲ୍ ମଧ୍ୟ ପ୍ରଥମେ ଆଇଏମ୍‌ଏସ୍ ଆଣ୍ଡ ହସ୍ପିଟାଲ୍‌ରେ କରାଯାଇଥିଲା ବୋଲି ସେ କହିଛନ୍ତି ।

ସରକାରୀ କର୍ମାରୀମାନଙ୍କ ପାଇଁ ବଡ ଘୋଷଣା: ଅନୁକମ୍ପା ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ; ଚାକିରିରେ ଥାଇ ମୃତ୍ୟୁ ହେଲେ ମିଳିବ ୧୦ଲକ୍ଷ…

() ସରକାରୀ କର୍ମଚାରୀ ମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନିର୍ବାହ ସମୟରେ ମୃତ୍ୟୁ କ୍ଷେତ୍ରରେ ସହାୟତା ରାଶିର ପରିମାଣ ୪ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି  ରାଜ୍ୟର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶିର ପରିମାଣରେ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ ଦାୟିତ୍ବ ପାଳନ ସମୟରେ କର୍ମଚାରୀ ମାନଙ୍କ ମୃତ୍ୟୁ ଘଟିଲେ ସେ କ୍ଷେତ୍ରରେ ସହାୟତା ରାଶିର ପରିମାଣକୁ ବର୍ତ୍ତମାନର ୪ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଆଘାତ ଯୋଗୁ ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ସହାୟତା ରାଶିର ପରିମାଣ ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ଏବଂ ଆଂଶିକ ଅକ୍ଷମତା କ୍ଷେତ୍ରରେ ସହାୟତା ରାଶିର ପରିମାଣ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଶେରଗଡ ରୁ-ପୁରୀ କୁ ଗଡିଲା ପ୍ରଥମ ଏସି ବସ୍….

() ଶେରଗଡ ରୁ-ପୁରୀ କୁ ଗଡିଲା ପ୍ରଥମ ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ,

ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

{} ଜଗନ୍ନାଥ ଧାମ୍ ପୁରୀକୁ ଆଜି ଗଞ୍ଜାମ ର ଶେରଗଡ ରୁ ଗଡିଲା ପ୍ରଥମ ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫେରେନ୍‌ସ ଜରିଆରେ ଶେରଗଡ-ପୁରୀ ମଧ୍ୟରେ ଜଗନ୍ନାଥ ଏକ୍ସପ୍ରେସ ଏସି ବସ ସେବା ଚଳାଚଳକୁ ପତକା ହଲାଇ ଶୁଭାରମ୍ଭ କରିଥିଲେ । OSRTC ପକ୍ଷରୁ ଏହି ବସ ସେବା ଆରମ୍ଭ କରାଯାଇଛି ।

ଏହି ଅବସରରେ ସମବେତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶେରଗଡ-ପୁରୀ ମଧ୍ୟରେ ଏହି ନୂଆ ବସ୍‌ ସେବା ଦ୍ୱାରା ଶେରଗଡ ଜନସାଧାରଣ ସୁବିଧାରେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଲାଭ କରିପାରିବେ । ବିଶେଷ କରି କାର୍ତ୍ତିକ ମାସରେ ଗଂଜାମର ବହୁ ଲୋକ ହବିଷ ପାଇଁ ପୁରୀ ଯାଉଥିବାରୁ ଏହି ବସ୍‌ ସେବା ସେମାନଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫-T School ରୂପାନ୍ତର ହେଉ ବା ମନ୍ଦିର ରୂପାନ୍ତର, ଗଂଜାମ ସବୁବେଳେ ଆଗରେ ରହିଛି । ମା ତାରା ତାରିଣୀଙ୍କ ମନ୍ଦିର ରୂପାନ୍ତର କାମ ଜିଲ୍ଲାବାସୀଙ୍କ ପାଇଁ ଆନନ୍ଦ ଆଣି ଦେଇଛି । ସେହିପରି 5-T School ରୂପାନ୍ତର ଛାତ୍ରଛାତ୍ରୀ ଓ ଅଭିବାବକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି । ପଞ୍ଚାୟତରାଜ କ୍ଷେତ୍ରରେ ଗଂଜାମ ଜିଲ୍ଲା ପରିଷଦ ଜାତୀୟ ସ୍ତରରେ ଶ୍ରେଷ୍ଠ ଜିଲ୍ଲା ପରିଷଦ ପୁରସ୍କାର ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଭିନନ୍ଦନ ଜଣାଇଥିଲେ ।

ଜନସାଧାରଣଙ୍କ ଆଶୀର୍ବାଦ ଓ ସହଯୋଗ ଜାରି ରହିଲେ ଆଗାମୀ ଦିନରେ ଗଂଜାମ ଜିଲ୍ଲା ଆହୁରି ଅନେକ ସଫଳତା ଲାଭ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ଏହି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଗଞ୍ଜାମ ଜିଲ୍ଲାପାଳ ,OSRTC ର ଅଧିକାରୀ ଓ ଶେରଗଡ ର ପଞ୍ଚାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ

Follow us

20,832FansLike
0FollowersFollow
14,700SubscribersSubscribe

Latest news