‘ଆମ ଓଡିଶା ନବୀନ ଓଡିଶା’କୁ ରାଜ୍ୟ କ୍ୟାବିନେଟର ମୋହର…

{} ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ପଦକ୍ଷେପ,

ଆରମ୍ଭ ହେଲା ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା ରାଜ୍ୟ କ୍ୟାବିନେଟର ଅନୁମୋଦନ।

ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ଗାଁର ପୂଜାସ୍ଥଳ, ଐତିହାସିକ ଗୁରୁତ୍ବ ଥିବା ସ୍ଥାନର ହେବ ବିକାଶ,

ସଂସ୍କୃତି ସଂରକ୍ଷଣ ପାଇଁ ପ୍ରତି ପଞ୍ଚାୟତକୁ ମିଳିବ ୧୦ ଲକ୍ଷ ଟଙ୍କା।

ଏହି ଯୋଜନା ଏଭଳି ଏକ ନୂଆ ଓଡିଶାର ସୂତ୍ରପାତ କରିବ, ଯାହାର ଭିତ୍ତି ହେବ ସୁଦୃଢ ଓ ଡେଣା ହେବ ଶକ୍ତ – ମୁଖ୍ୟମନ୍ତ୍ରୀ।

() ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ସହିତ ଗାଁ ଗାଁରେ ଥିବା ପୂଜାସ୍ଥଳ ଓ ଐତିହାସିକ ଗୁରୁତ୍ବ ବହନ କରୁଥିବା ସ୍ଥାନ ଗୁଡିକର ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଦେଇଛନ୍ତି । ଓଡିଶାର ଗାଁ ଗୁଡିକରେ ଥିବା ପୂଜାସ୍ଥଳ ତଥା ଅନ୍ୟାନ୍ୟ ଐତିହାସିକ ଗୁରୁତ୍ବ ଥିବା ସ୍ଥାନର ବିକାଶ ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ଏକ ନୂଆ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ।

ଏହି ଯୋଜନାର ଅଂଶ ସ୍ବରୂପ ପୂଜା ଓ ଐତିହାସିକ ସ୍ଥାନର ବିକାଶ ତଥା ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧାର ବିକାଶ ନିମନ୍ତେ ପ୍ରତ୍ୟେକ ଗାଁରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରାଯାଇପାରିବ। ପଞ୍ଚାୟତ ଗୁଡିକରେ ଆଧୁନିକ ଭିତ୍ତିଭୂମିର ବିକାଶ ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରିବ। ଆଜି ରାଜ୍ୟ କ୍ୟାବିନେଟ ଏହି ଯୋଜନାକୁ ଅନୁମୋଦନ ଦେଇଛି । ଯୋଜନା ଉପରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନାରେ ରହିଛି ଏକ ନୂଆ ଓଡିଶା, ଏକ ଆକାଂକ୍ଷୀ ଓଡିଶା ଗଠନର ପରିକଳ୍ପନା– ଏଭଳି ଏକ ଆଧୁନିକ ଓଡିଶା ଯାହା କି ଆମର ମୌଳିକ ମୂଲ୍ୟବୋଧ ଉପରେ ପର୍ଯ୍ୟବେସିତ।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ ଓଡିଶା ସବୁବେଳେ ତା’ର ସଂସ୍କୃତି, ତା’ର ପରମ୍ପରା ଓ ଇତିହାସ ସହିତ ଦୃଢ ଭାବରେ ଯୋଡି ହୋଇ ରହିଛି । ଓଡିଶା ହେଉଛି ସେହି ଭୂମି ଯେ କି ସାରା ବିଶ୍ୱକୁ ଜଗନ୍ନାଥ ସଂସ୍କୃତି ପରି ମହାନ ସଂସ୍କୃତି ସହ ପରିଚିତ କରାଇଛି । ଜଗନ୍ନାଥ ସଂସ୍କୃତି ବିଶ୍ବପ୍ରେମ, ସେବା ଓ ସମାନତାକୁ ଗୁରୁତ୍ବ ଦେଇଛି। ସମସ୍ତଙ୍କୁ ସମାନ ଭାବରେ ଆଦରି ନେଇଛି। ଜାତି ଓ ସଂପ୍ରଦାୟ ନିର୍ବିଶେଷରେ ସମସ୍ତଙ୍କୁ ନିଜର କରିପାରିଛି ବୋଲି ସେ କହିଛନ୍ତି।

ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ପାଇଁ ଆମେ ଏହି ଯୋଜନାରେ ଏକ ଐତିହାସିକ ପଦକ୍ଷେପ ନେଇଛୁ ବୋଲି ପ୍ରକାଶ କରି ସେ କହିଲେ ଯେ ଏଥିରେ ସ୍ଥାନୀୟ ପୂଜାସ୍ଥଳୀ ତଥା ଐତିହାସିକ ଗୁରୁତ୍ୱ ଥିବା ସ୍ଥାନମାନଙ୍କର ସୁରକ୍ଷା ଏବଂ ଭକ୍ତ ଓ ପର୍ଯ୍ୟଟକ ମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ ପାଇଁ ବିଶେଷ ଗୁରୁତ୍ବ ଦିଆଯାଇଛି। ପ୍ରତ୍ୟେକ ଗ୍ରାମପଞ୍ଚାୟତ ଏହି ଯୋଜନାରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି କାମ କରିପାରିବେ ।ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଇତିହାସ ଓ ଆଧ୍ୟାତ୍ମିକତା ସହ ଯୋଡି ହୋଇ ଅନେକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି ବୋଲି ମତ ଦେଇ ସେ କହିଥିଲେ ଯେ ଆମର ଭବିଷ୍ୟତ ବଂଶଧରମାନଙ୍କ ନିମନ୍ତେ ସେସବୁ ସ୍ଥାନମାନଙ୍କର ସଂରକ୍ଷଣ ଓ ସୁରକ୍ଷା ଜରୁରୀ । ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଜରିଆରେ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକ ହିଁ ଏହି କାମକୁ ଅଧିକ ଦକ୍ଷତାର ସହ କରିପାରିବ ବୋଲି ସେ ଦୃଢ ବିଶ୍ବାସ ପ୍ରକଟ କରିଥିଲେ।

ନୂଆ ଓଡିଶା ତା’ର ମୂଳ ଭିତ୍ତିକୁ ସୁଦୃଢ ରଖିବା ସହିତ ଦୂର ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ତାର ଡେଣାକୁ ଅଧିକ ପ୍ରସାରିତ କରିବ ବୋଲି ସେ ମତ ଦେଇଥିଲେ । ଆମର ଗାଁ ଗୁଡିକରେ ଯୁବ ସମାଜ ପାଇଁ Internet ସଂଯୋଗ ଦରକାର । ଖେଳ ପଡିଆ ଦରକାର । ବିଜ୍ଞାନ ପାର୍କ ଦରକାର । ସେମାନଙ୍କ ପାଇଁ ତାଲିମ ସୁବିଧା ମଧ୍ୟ ଦରକାର । Work Hubs ଦରକାର । ଗାଁର ଉଦ୍ୟୋଗୀ ବିଶେଷକରି, ମା’ ମାନଙ୍କ ପାଇଁ ଦକ୍ଷତା ବିକାଶ କେନ୍ଦ୍ର ଦରକାର ବୋଲି ସେ କହିଥିଲେ।

ଗାଁରେ ଆଧୁନିକ ମୌଳିକ ସୁବିଧାର ବିକାଶ ଉପରେ ମତ ଦେଇ ସେ କହିଥିଲେ ଯେ, “ମୁଁ ଚାହେଁ, ଶିକ୍ଷା ଭିତ୍ତିଭୂମି କ୍ଷେତ୍ରରେ ଥିବା ପ୍ରଭେଦ ଦୂର ହେଉ। ସମସ୍ତଙ୍କ ପାଇଁ ବ୍ୟାଙ୍କିଙ୍ଗ ସୁବିଧା ମିଳୁ । ଡିଜିଟାଲ ଭିତ୍ତିଭୂମି ର ବିକାଶ ହେଉ । ତା ସହିତ ଅନ୍ୟ ଆଧୁନିକୀକରଣ କାମ ମଧ୍ୟ ହେଉ । ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପଞ୍ଚାୟତ ସ୍ତରରେ ଏସବୁ ପରିକଳ୍ପନାକୁ ଆଗେଇ ନେବା ପାଇଁ ସୁଯୋଗ ସୃଷ୍ଟି କରିବ । ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଅଧିନରେ ଗାଁର ମନ୍ଦିର ମାନଙ୍କର ପୁନରୁଦ୍ଧାର ଠାରୁ ଆରମ୍ଭ କରି Digital Infrastructure କାମ ପରି ଭବିଷ୍ୟମୁଖୀ ଯୋଜନା କରାଯିବ । ଉଭୟ କାମ ଏକ ସମୟରେ ଚାଲିବ ।”

ଏହା ଓଡିଶାରେ ଏକ ନୂଆ ଯୁଗର ଆରମ୍ଭ କରିବ ବୋଲି ଦୃଢ ବିଶ୍ବାସ ପ୍ରକଟ କରି ସେ କହିଲେ ଯେ ଆମର ଯୁବସମାଜ ପାଇଁ, ଆମର ମା ମାନଙ୍କ ପାଇଁ, ପିଲା ମାନଙ୍କ ପାଇଁ, ଉଦ୍ୟୋଗୀମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ, ଜନଜାତି ଭାଇଭଉଣୀ ମାନଙ୍କ ପାଇଁ ଏକ ଆଧୁନିକ ପ୍ରଗତୀଶିଳ ଓ ସମ୍ବେଦନଶୀଳ ଓଡିଶା ଗଠନରେ ସହାୟକ ହେବ। ଏହି ଯୋଜନା ଏଭଳି ଏକ ନୂଆ ଓଡିଶାର ସୂତ୍ରପାତ କରିବ, ଯାହାର ଭିତ୍ତି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ।

୮ ମାସର ଶିଶୁର ଶରୀରରୁ ସମ୍ ନ୍ୟୁରୋସର୍ଜନ ବହାରକଲେ ଏକ ବିଶାଳ ମେନିନ୍‌ଗୋମାଇଲୋସିଲ୍‌…

{} ୮ ମାସର ଶିଶୁର ଶରୀରରେ ସୃଷ୍ଟି ହୋଇଥିବା ବିଶାଳ ମେନିନ୍‌ଗୋମାଇଲୋସିଲ୍‌କୁ ସଫଳତାର ସହ ବାହାର କଲେ ସମ୍ ନ୍ୟୁରୋସର୍ଜନ ।

() ଜନ୍ମଗତ ତ୍ରୁଟି ଯୋଗୁଁ ୮ ମାସର ଶିଶୁର ପିଠିରେ ମେନିନ୍‌ଗୋମାଇଲୋସିଲ୍ ଯୋଗୁଁ ସୃଷ୍ଟି ହୋଇଥିବା ବିଶାଳ ମାଂସପିଣ୍ଡୁଳାକୁ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଶରୀରରୁ ବାହାର କରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନ୍ୟୁରୋସର୍ଜନ । ଏହି ଆକାରର ବିଶାଳ ମାଂସପିଣ୍ଡୁଳା ସୃଷ୍ଟି ହେବା ବିଶ୍ୱର ପ୍ରଥମ ବୋଲି କୁହାଯାଉଛି ।

ଶିଶୁଟିର ପିଠିରେ ୪୩୦୦ ସ୍କୋୟାର ସେମି ଭଲ୍ୟୁମର ବିଶାଳ ମାଂସପିଣ୍ଡୁଳା ସୃଷ୍ଟି ହୋଇଥିଲା ଯାହାକୁ କି ଜାଏଂଟ ମେନିନ୍‌ଗୋମାଇଲୋସିଲ୍ କୁହାଯାଏ । ଶିଶୁଟିକୁ ଧରି ତା’ର ପିତାମାତା ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ନପାରି ସମ୍‌କୁ ଆସିଥିଲେ । ଶିଶୁଟିର ଅସ୍ତ୍ରୋପଚାର ବିଶିଷ୍ଟ ନ୍ୟୁରୋସର୍ଜନ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କ ତତ୍ୱାବଧାନରେ କରାଯାଇଥିଲା । ୪୦୦୦ରୁ ଊର୍ଦ୍ଧ୍ୱ ଏପରି ଅସ୍ତ୍ରୋପଚାର କରିସାରିଥିବା ପ୍ରଫେସର (ଡାକ୍ତର) ମହାପାତ୍ର ଏପରି ବିଶାଳ ଆକାରର ମେନିନ୍‌ଗୋମାଇଲୋସିଲ ପୂର୍ବରୁ ଦେଖି ନଥିଲେ ବୋଲି କହିଥିଲେ ।

ଶିଶୁଟିର ଶରୀରରେ ଥିବା ମାଂସପିଣ୍ଡୁଳା ଜନ୍ମ ସମୟରେ ଖୁବ୍ ଛୋଟ ଥିଲା । ମାତ୍ର ଚିକିତ୍ସାରେ ବିଳମ୍ବ ଯୋଗୁଁ ଏହାର ଆକାର ବୃଦ୍ଧି ପାଇଥିଲା । ୨୦୧୫ ମସିହାରେ ନୂଆଦିଲ୍ଲୀ ଏମ୍‌ସରେ ୨୩୦୦ ସ୍କୋୟାର ସେମି ଭଲ୍ୟୁମର ଏଭଳି ଏକ ସମସ୍ୟା ଥିବା ଶିଶୁର ଅସ୍ତ୍ରୋପଚାର କରାଯାଇଥିଲା । ତେବେ ପୃଥିବୀରେ ଏତେ ବଡ଼ ଆକାରର ମାଂସପିଣ୍ଡୁଳା ପୂର୍ବରୁ ନଜିର ଥିବାର ଜଣା ନାହିଁ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ଥିବା ପ୍ରଫେସର (ଡାକ୍ତର) ମହାପାତ୍ର କହିଛନ୍ତି ।

ଏହି ରୋଗର ଡାକ୍ତରୀ ସମସ୍ୟା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇ ପ୍ରଫେସର (ଡାକ୍ତର) ମହାପାତ୍ର କହିଥିଲେ ଯେ ଗର୍ଭଧାରଣର ଏକ ମାସ ଭିତରେ ଗର୍ଭାଶୟରେ ଏକ ଇଂଚର ଏକ ନ୍ୟୁରାଲ୍ ଟ୍ୟୁବ୍ ସୃଷ୍ଟି ହୋଇଥାଏ ଯାହାକି ଆଗକୁ ସୁଷୁମ୍ନାକାଣ୍ଡରେ ପରିଣତ ହୋଇଥାଏ । ତେବେ କୌଣସି କାରଣରୁ ଯଦି ଏହା ଫାଟିଯାଏ ତେବେ ସେହି ସ୍ଥାନରେ ତରଳ ପଦାର୍ଥ ନିର୍ଗତ ହୋଇଥାଏ । ଏହି ପଦାର୍ଥଗୁଡ଼ିକ ସହିତ ଅନେକ ନ୍ୟୁରାଲ୍ ଟିସ୍ୟୁ ମଧ୍ୟ ଶରୀରର ପିଠି ପାଖରେ ଜମା ହୋଇ ଧୀରେ ଧୀରେ ଏହାର ଆକାର ବୃଦ୍ଧି ପାଇଥାଏ । ଏହା ଏକ ବିରଳ ସମସ୍ୟା ବୋଲି ସେ କହିଛନ୍ତି ।

ପ୍ରାୟ ୩ ସପ୍ତାହ ତଳେ ଏହି ଅସ୍ତ୍ରୋପଚାର କରାଯାଇଥିବା ବେଳେ ଏଥି ନିମନ୍ତେ ୩ ରୁ ୪ ଘଂଟା ସମୟ ଲାଗିଥିଲା । ଶିଶୁଟି ବର୍ତମାନ ବିପଦମୁକ୍ତ ଥିବା ବେଳେ ଏହି ସମସ୍ୟା ଯୋଗୁଁ ଶିଶୁର ଅଂଟା ତଳକୁ ପକ୍ଷାଘାତ ହୋଇଯାଇଥିବା ପ୍ରଫେସର ମହାପାତ୍ର କହିଥିଲେ ।ସମ୍ ହସ୍ପିଟାଲ୍‌ର ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସୌଭାଗ୍ୟ ପାଣିଗ୍ରାହୀ କହିଥିଲେ ଯେ ଏଭଳି ଅସ୍ତ୍ରୋପଚାର ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ନିୟମିତ ଭାବେ କରାଯାଉଛି । ସଂପୃକ୍ତ ଶିଶୁଟିର ଅସ୍ତ୍ରୋପଚାର ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଅଧିନରେ କରାଯାଇଥିବା ସେ କହିଛନ୍ତି ।

ସଂପୃକ୍ତ ବିଭାଗର ନ୍ୟୁରୋସର୍ଜନ୍ ପ୍ରଫେସର (ଡାକ୍ତର) ରାମଚନ୍ଦ୍ର ଦେଓ କହିଥିଲେ ଯେ ଏଭଳି ସମସ୍ୟାର ଚିକିତ୍ସା ନିମନ୍ତେ ଲୋକମାନଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି । ଏହି ଅସ୍ତ୍ରୋପଚାରରେ ଅନେକ ରକ୍ତହାନୀ ହେବାର ଆଶଙ୍କା ରହିଥିବାରୁ ଅନେକେ ଏଭଳି ସର୍ଜରୀ ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି ଯାହାଦ୍ୱାରା ଏହି ସମସ୍ୟାର ଉପଯୁକ୍ତ ଚିକିତ୍ସା ହୋଇପାରୁ ନାହିଁ ।

ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ …

() ଜୁଲାଇ ତୃତୀୟ ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ..

{} ଓଡ଼ିଶାରେ ଯଦିଓ ମୌସୁମୀ ଦୁର୍ବଳ ରହିଛି ବଙ୍ଗୋପସାଗରରୁ ଉପକୂଳ ଆଡକୁ ଦକ୍ଷିଣ-ପୂର୍ବ ପବନର ପ୍ରବାହ ଯୋଗୁଁ ଜୁଲାଇ ୧୧ ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ସୋମବାର ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ଏକ ବୁଲେଟିନ୍‌ରେ କୁହାଯାଇଛି । ପରିବେଶରେ ପର୍ଯ୍ୟାପ୍ତ ପରିମାଣର ଜଳୀୟ ବାଷ୍ପ ରହିଥିବାରୁ ଏବଂ ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ଗୁଳୁଗୁଳି ଯୋଗୁଁ ମୌସୁମୀ ଦୁର୍ବଳ ହୋଇ ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେଉଛି ବୋଲି ଏଥିରେ କୁହାଯାଇଛି ।

ତେବେ ଜୁଲାଇ ୧୮ରେ ଉତର-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ଯୋଗୁଁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ଏବଂ ସେହି ଦିନ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହା ଧୀରେ ଧୀରେ ଘନୀଭୂତ ହୋଇ ଜୁଲାଇ ୨୦ ତାରିଖ ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ ବୋଲି ବୁଲେଟିନ୍‌ରେ କୁହାଯାଇଛି । ଏହାର ପ୍ରଭାବରେ ଜୁଲାଇ ୨୧ ରୁ ୨୩ ତାରିଖ ମଧ୍ୟରେ ଉତର-ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କୁହାଯାଇଛି ।

ଲୋକକଳାର ମାନଙ୍କୁ ମିଳିଲା ତାଙ୍କ ପାରିଶ୍ରମିକ ଫଳ ;-ମୁଖ୍ୟମନ୍ତ୍ରୀ…

() ଲୋକକଳାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ,

ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଲୋକକଳା କଳାକାର ମାନଙ୍କ ପାରିଶ୍ରମିକ ରେ ଉଲେଖନୀୟ ବୃଦ୍ଧି ଘୋଷଣା। 

{} ରାଜ୍ୟରେ ଲୋକକଳାର ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ପ୍ରଗତିଶୀଳ ପଦକ୍ଷେପ ନେଇଛନ୍ତି । 2009 ମସିହା ରୁ ବ୍ଲକ୍‌ ଠାରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟସ୍ତର ପର୍ଯ୍ୟନ୍ତ କଳାକାର ମାନଙ୍କ ସଂଘ ଗଠନ କରାଯାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଅନ୍ୟାନ୍ୟ ବିଭାଗ ଦ୍ବାରା ଲୋକକଳା କାର୍ଯ୍ୟକ୍ରମର ଆୟୋଜନ କରାଯାଇ ପ୍ରୋତ୍ସାହନ ଦିଆଯାଉଛି ।

କଳାକାର ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ଗୁଡିକରେ କଳାକାର ମାନଙ୍କ ପ୍ରଦର୍ଶନ ପାଇଁ ପାରିଶ୍ରମିକରେ ବୃଦ୍ଧି ବିଷୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ବିଭିନ୍ନ ଲୋକକଳା ଯଥା ଦାସକାଠିଆ, ପାଲା, ଘୋଡାନାଚ ତଥା ଲୋକନୃତ୍ୟ ଓ ଲୋକସଂଗୀତ ପାଇଁ ପାରିଶ୍ରମିକ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯୋଗ୍ୟ ଯେ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ଲୋକକଳା ଜରିଆରେ ବିଭିନ୍ନ ସୂଚନା, ଶିକ୍ଷା ଓ ସଂଚାର କାର୍ଯ୍ୟକ୍ରମ ତଥା ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ପ୍ରଚାର ପ୍ରସାର କରାଯାଇଥାଏ ।

ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ଲୋକକଳା ପାଇଁ ଗୋଟିଏ ଦିନରେ ୩ ଘଣ୍ଟାରେ ୩ଟି ପ୍ରଦର୍ଶନ କରିବା ପାଇଁ ବର୍ଦ୍ଧିତ ପାରିଶ୍ରମିକ ଘୋଷଣା କରାଯାଇଛି । ଦଳର ମୁଖ୍ୟଙ୍କୁ ଦିନକୁ ୧୦୦୦ ଟଙ୍କା ଓ ଅନ୍ୟ ସଦସ୍ୟ ମାନଙ୍କୁ ୮୦୦ ଟଙ୍କା ଲେଖାଏ ପ୍ରଦାନ କରାଯିବ। ଏହାସହିତ, କଳାକାର ମାନଙ୍କ ଗମନାଗମନ ଓ ଖାଦ୍ୟ ପାଇଁ ଜଣ ପିଛା ଦୈନିକ ୩୦୦ ଟଙ୍କା ଲେଖାଏ ଦିଆଯିବ।

ଏହି ନୂତନ ପାରିଶ୍ରମିକ ଅନୁଯାୟୀ ଦାସକାଠିଆ ପ୍ରଦର୍ଶନ କ୍ଷେତ୍ରରେ ପୂର୍ବରୁ କାର୍ଯ୍ୟକ୍ରମ ପିଚ୍ଛା ୨୦୦ ଟଙ୍କା ଦିଆଯାଉଥିବା ବେଳେ, ବର୍ତ୍ତମାନ ଏକ ଦୁଇ ଜଣିଆ ଦଳକୁ ଏକକାଳୀନ ୨୪୦୦ ଟଙ୍କା ପ୍ରଦାନ କରାଯିବ।

ସେହିପରି ପାଲା ପ୍ରଦର୍ଶନ କ୍ଷେତ୍ରରେ ପୂର୍ବରୁ କାର୍ଯ୍ୟକ୍ରମ ପିଚ୍ଛା ୩୫୦ ଟଙ୍କା ଦିଆଯାଉଥିବା ବେଳେ, ଏବେ ଏକ ୬ ଜଣିଆ ଦଳକୁ ଏକକାଳୀନ ୬୮୦୦ ଟଙ୍କା ଦିଆଯିବ।

ଘୋଡାନାଚ କ୍ଷେତ୍ରରେ ପୂର୍ବରୁ କାର୍ଯ୍ୟକ୍ରମ ପିଚ୍ଛା ୩୫୦ ଟଙ୍କା ଦିଆଯାଉଥିବା ବେଳେ, ବର୍ତ୍ତମାନ ୮ ଜଣିଆ ଘୋଡାନାଚ ଦଳକୁ ଏକକାଳୀନ ୯୦୦୦ ଟଙ୍କା ଦିଆଯିବ ।

ସେହିପରି ଲୋକନୃତ୍ୟ ଓ ଲୋକସଂଗୀତ ପାଇଁ ପୂର୍ବରୁ କାର୍ଯ୍ୟକ୍ରମ ପିଚ୍ଛା ୪୦୦ ଟଙ୍କା ଦିଆଯାଉଥିଲା । ଏବେ ଏକ ୮ ଜଣିଆ ଦଳକୁ ଏକକାଳୀନ ୯୦୦୦ ଟଙ୍କା ଦିଆଯିବ।

ଲୋକକଳାର ସୁରକ୍ଷା ତଥା କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ଏହି ପଦକ୍ଷେପ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।

ବିଶ୍ୱ ସ୍ନାୟୁରୋଗ ଓ ମୁଣ୍ଡବିନ୍ଧା ଗବେଷଣା ସମାଜ ତରଫରୁ ସମ୍ ପ୍ରଫେସର (ଡାକ୍ତର) ସୂର୍ଯ୍ୟପ୍ରକାଶ ଚୌଧୁରୀଙ୍କୁ ଅନ୍ତରାଷ୍ଟ୍ରୀୟ ଫେଲୋସିପ୍ ସମ୍ମାନ…

ବିଶ୍ୱ ସ୍ନାୟୁରୋଗ ଓ ମୁଣ୍ଡବିନ୍ଧା ଗବେଷଣା ସମାଜ ତରଫରୁ ସମ୍ ପ୍ରଫେସର (ଡାକ୍ତର) ସୂର୍ଯ୍ୟପ୍ରକାଶ ଚୌଧୁରୀଙ୍କୁ ଅନ୍ତରାଷ୍ଟ୍ରୀୟ ଫେଲୋସିପ୍ ସମ୍ମାନ…

() ଜୁନ୍ ୧୬ ରୁ ୧୮ ତାରିଖରେ ବାଙ୍ଗାଲୋରରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ମୁଣ୍ଡବିନ୍ଧା ଓ ଅର୍ଦ୍ଧକପାଳୀ (ମାଇଗ୍ରେନ) ଗବେଷଣା ସମାଜର ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ବରିଷ୍ଠ ସ୍ନାୟୁରୋଗ ବିଶେଷଜ୍ଞ ପ୍ରଫେସର (ଡାକ୍ତର) ସୂର୍ଯ୍ୟପ୍ରକାଶ ଶିବନାରାୟଣ ଚୌଧୁରୀଙ୍କୁ ଫେଲୋସିପ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ମିଳନୀରେ ଦେଶ ଓ ଦେଶ ବାହାରରୁ ଯୋଗ ଦେଇଥିବା ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ସ୍ନାୟୁରୋଗ ଡାକ୍ତରଙ୍କ ମଧ୍ୟରୁ ୧୦ ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଏହା ବିଶ୍ୱସ୍ତରୀୟ ସ୍ନାୟୁରୋଗ ବିଭାଗର ସର୍ବୋଚ୍ଚ ଗବେଷଣା ସମାଜର ସର୍ବୋଚ୍ଚ ଉପାଧି ଏବଂ ଏହି ସମ୍ମାନ ପାଇବାରେ ସାରା ଓଡିଶାରେ ପ୍ରଫେସର ଚୌଧୁରୀ ପ୍ରଥମ । ପ୍ରଫେସର ଚୌଧୁରୀ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନ୍ୟୁରୋଲୋଜି ବିଭାଗରେ ବିଗତ ୬ ବର୍ଷ ହେବ ବିଭିନ୍ନ ପ୍ରକାର ମୁଣ୍ଡବିନ୍ଧା ଓ ଅର୍ଦ୍ଧକପାଳୀ (ମାଇଗ୍ରେନ) ରୋଗ ଉପରେ ଗବେଷଣା କରିବା ସହିତ ନୂତନ ଚିକିତ୍ସା ପଦ୍ଧତିରେ ଶିକ୍ଷା ଲାଭ କରିଛନ୍ତି ।

ଏହି ଗବେଷଣା ଓ ପରୀକ୍ଷାରେ ସାରା ବିଶ୍ୱରେ ସେ ୨ୟ ସ୍ଥାନ ଅର୍ଜନ କରିଛନ୍ତି । ବାହାର ଦେଶ ଭଳି ଓଡିଶାରେ କିପରି ଉନ୍ନତ ପ୍ରଯୁକ୍ତି ବିଦ୍ୟାରେ ବିଭିନ୍ନ ପ୍ରକାର ସ୍ନାୟୁରୋଗର ଚିକିତ୍ସା କରାଯାଇପାରିବ ତାହା ପ୍ରଫେସର ଚୌଧୁରୀଙ୍କ ମୂଳ ଲକ୍ଷ୍ୟ । ଚିକିତ୍ସା ଅଭାବରୁ ରୋଗୀମାନଙ୍କୁ ହଇରାଣ ହୋଇ ରାଜ୍ୟ କି ଦେଶ ବାହାରୁ କିପରି ଆଉ ଯିବାକୁ ନ ପଡିବ ଏବଂ ଆମ ରାଜ୍ୟରେ ଉନ୍ନତ ମାନର ଚିକିତ୍ସା ଯୋଗାଇ ହେବ ତା ପାଇଁ ସେ ସର୍ବଦା ଚେଷ୍ଟା କରିବେ ବୋଲି ପ୍ରଫେସର ଚୌଧୁରୀ କହିଛନ୍ତି ।
ଏହି ସମ୍ମିଳନୀରେ ଦେଶ ଓ ଦେଶ ବାହାରୁ ଯୋଗ ଦେଇଥିଲେ ଅନେକ ପ୍ରତିଭାବାନ ବ୍ୟକ୍ତିତ୍ୱ । ବିଶ୍ୱ ହେର୍ଡଆର୍କ ସୋସାଇଟିର ସଭାପତି ପ୍ରଫେସର ଡାକ୍ତର ଜନ୍ ରଥରକ୍‌, ଉପସଭାପତି ପ୍ରଫେସର ଡାକ୍ତର ଯୋଶୀ ବିଲ୍ଲର, ଅଧ୍ୟକ୍ଷ ଡାକ୍ତର ପ୍ରବିନ୍ ଥୋମାସ୍ ଓ ଅନ୍ୟମାନଙ୍କ ମଧ୍ୟରେ କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦିନେସ୍ ଜୀ ରାଓ ପ୍ରମୁଖ ଏହି ସମ୍ମିଳନୀରେ ଯୋଗଦେଇ ପ୍ରଫେସର ଚୌଧୁରୀଙ୍କୁ ସମ୍ମାନିତ କରିଥିଲେ ।

ପୁରୀ ରଥଯାତ୍ରା ପରିଚାଳନାର ସଫଳ ବିନ୍ଧାଣୀ…

() ଓଡିଶା ପୋଲିସର ଦକ୍ଷ ରଣନୀତି ତଥା ଦୂରଦୃଷ୍ଟି ଯୋଗୁଁ ଚଳିତବର୍ଷର ପୁରୀ ବିଶ୍ବ ପ୍ରସିଦ୍ଦ ଘୋଷଯାତ୍ରା ବେଶ ସୁରୁଖୁରୁରେ ସମ୍ପଣ୍ନ ହୋଇଯାଇଛି। ପ୍ରାୟ ୨୫ ରୁ ୩୦ଲକ୍ଷ ଲୋକକୁଂ ନେଇ ଅନୁଷ୍ଠିତ ଏହି ଯାତ୍ରାରେ ଆଇନଶୃଂଖଳା ପରିସ୍ଥିତି ଠାରୁ ଆରମ୍ଭ କରି ଟ୍ରାଫିକ ସମସ୍ଯା ଗୁଳୁଗୁଳିରୁ ବଂଚିବା ପାଇଁ ପାଣି ସିଂଚନ ଠାରୁ ଆରମ୍ଭ କରି ଫାଷ୍ଟଏଡ ସେବା ସବୁଥିରେ ପୋଲିସ ପକ୍ଷରୁ ସ୍ବତନ୍ତ୍ର ସ୍ବେଛାସେବୀ ନିଯୁକ୍ତ ହୋଇଥିଲେ।ଓଡିଶାର ମାନ୍ଯବର ମୂଖ୍ଯମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥକଂ ପ୍ରତି ସମର୍ପଣ ଭାବ ପୋଲିସ ବାହିନୀକୁ କାର୍ଯ୍ଯ କରିବାକୁ ଅଧିକ ଉତ୍ସାହ ଯୋଗାଇଥିଲା।

ପୂର୍ବରୁ ରଥଯାତ୍ରାରେ ଭିଡ ନିୟନ୍ତ୍ରଣ ରାଜ୍ଯ ସରକାର ମାନଂକ ପାଇଁ ଏକ ବଡ ପାଇଁ ଚ୍ଯାଲେଂଜ ହେଉଥିଲା।ଏପରିକି ଦଳଚକଟାରେ ଏକାଧିକ ଭକ୍ତ ମୃତ୍ଯୁବରଣ କରିବା ସହ ଅନେକ ଆହତ ଭଳି ଦୁଃଖଦ ଖବର ମଧ୍ଯ୍ଯ ସାମନା କୁ ଆସୁଥିଲା।ପ୍ରାକୃତିକ ଦୁର୍ବିପାକ ନିୟନ୍ତ୍ରଣ କ୍ଷେତ୍ରରେ ଓଡିଶା ବିଶ୍ବରେ ଏକ ରୋଲ ମଡେଲ ଭାବେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିପାରିଥିବା ବେଳେ ବିଶ୍ବପ୍ରସିଦ୍ଦ ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହେବା ମଧ୍ଯ ରାଜ୍ଯ ପାଇଁ ଭିନ୍ନ ଏକ ପରିଚୟ ସୃଷ୍ଟି କରିଛି।ଖାସ କରି ସେଣ୍ଟ୍ରାଲ ରେଂଜ ଆଇଜି ଆଶିଷ ସିଂ ପୂର୍ବରୁ ପୂରୀର ଏସପି ଥିବା ବେଳେ ସହରର ଚ୍ଯାଲେଜିଂ ବିଷୟ ଗୁଡିକରେ ବେଶ ଭଲଭାବେ ଅବଗତ ଥିଲେ।ବର୍ତ୍ତମାନର ଏସପି କେ ଭିଶାଲ ସିଂକଂ ଲୋକ ସମ୍ପର୍କ ମଧ୍ଯ ଅତି ଉତ୍ତମ ରହିଥିବାରୁ ପୋଲିସିଂ ବ୍ଯବସ୍ଥାରେ କୌଣସି ତ୍ରୁଟି ବିଚ୍ଯୁତି ଦେଖା ଯାଇନଥିଲା,ସଫଳତା ଆଣି ଦେଇଥିଲା।ଏହି ସମୟରେ ଦେଶ ବିଦେଶରୁ ଅନେକ ଭିଆଇପି ସହରକୁ ଆସୁଥିବାରୁ ପୋଲିସ ପାଇଁ ଏହା ଭିନ୍ନ ଏକ ଚ୍ଯାଲେଂଜ ହୋଇଥାଏ।ଏହି ଚ୍ଯାଂଲେଜକୁ ପୋଲିସ ମଧ୍ଯ୍ଯ ଏକ ସୁଯୋଗରେ ପରିଣତ କରି ରାଜ୍ଯ ପାଇଁ ସୁନାମ ଆଣିଦେଇଛି ଓଡିଶା ପୋଲିସ।ଏହି ବିଶ୍ବ ଘୋଷଯାତ୍ରା ଅନ୍ଯ ଏକ ଦୃଷ୍ଟିରୁ ମଧ୍ଯ୍ଯ ବେଶ ଗୁରୁତ୍ବପୂଣ୍ନ ଥିଲା ।ସେବାୟତ ମାନଂକ ମଧ୍ଯ୍ଯରେ ଉତ୍ତମ ବୁଝାମଣା ତଥା ସମନ୍ବୟ ଯୋଗୁଁ ସମସ୍ତ ନୀତିକାନ୍ତି ନିର୍ଦ୍ଦାରିତ ସମୟ ମଧ୍ଯ୍ଯରେ ସମ୍ପଣ୍ନ ହୋଇଯାଇଥିଲା।ପୂରୀ ଜିଲ୍ଲାପାଳ ସମର୍ଥ ବର୍ମା ବ୍ଯକ୍ତିଗତ ଭାବେ ଏସବୁର ତଦାରଖ କରୁଥିଲେ।ମୋଟ ଉପରେ କହିବାକୁ ଗଲେ ଚଳିତ ବର୍ଷର ଘୋଷଯାତ୍ରା।

ରଥଯାତ୍ରା ଇତିହାସରେ ଏକ ମାଇଲ ଖୁଣ୍ଟ ଭାବେ ପରିଗଣିତ ହେବ।ଏହାକୁ ସୁଚାରୁ ରୂପେ ସମ୍ପଣ୍ନ କରିଥିବାରୁ ଓଡିଶା ପୋଲିସର ବରିଷ୍ଠ ଅଧିକାରୀ ଅତିରିକ୍ତ ପୋଲିସ ଡିଜି ଆଇନ ଶୃଂଖଳା ସଂଜୟ କୁମାର,ଅତିରିକ୍ତ ପୋଲିସ ଡିଜି ତଥା ପରିବହନ ଆୟୂକ୍ତ ଅମିତାଭ ଠାକୁର,ସେଣ୍ଟ୍ରାଲ ରେଂଜ ଆଇଜି ଆଶିଷ ସିଂ,ଡିଆଇଜି ଅଖିଳେଶ୍ବର ସିଂ,ଡିଆଇଜି ତଥା ଅତିରିକ୍ତ ପୋଲିସ କମିଶନର ଉମାଶଂକର ଦାସ,ପୂରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ପୂରୀ ଏସପି କେ ଭିଶାଲ ସିଂ ଏବେ ପ୍ରସଂଶାର ପାତ୍ର ହୋଇଛନ୍ତି।

କେନ୍ଦ୍ରର ନୋଟିସ ପରେ କଡା ଜବାବ୍ ଦେଲା: ବିଜେଡ଼ି…

() ମନମୋହନ ଓ ଅପରାଜିତାଙ୍କ ଅଭିଯୋଗ ଆଧାରରେ 5-T ସଚିବଙ୍କୁ କେନ୍ଦ୍ରର ନୋଟିସ ପରେ କଡା ପ୍ରତିକ୍ରିୟା ରଖିଲା ବିଜେଡି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ସେମାନେ ଦିଲ୍ଲୀ ଦୌଲବତା ନ ଦଉଡିକି ଲୋକଙ୍କ ପାଖକୁ ଯାଆନ୍ତୁ । ଆମର ସରକାର ହେଉଛନ୍ତି ମୁଖ୍ୟମନ୍ତ୍ରୀ । ବାରମ୍ବାର ଲୋକ ତାଙ୍କୁ ଜିତାଇବା ସହ ମ୍ୟାଣ୍ଡେଟ ଦେଇ ଆସୁଛନ୍ତି । ଆମେ ଲୋକଙ୍କ ସେବା କରିବୁ ଲୋକଙ୍କ ପାଖକୁ ଯିବୁ । କେବଳ 5-T ସଚିବ ନୁହଁନ୍ତି ଉନ୍ନୟନ କମିଶନର,ମୁଖ୍ୟ ଶାସନ ସଚିବ ଏବଂ ମନ୍ତ୍ରୀ ମାନେ ବି ଯାଉଛନ୍ତି । ଆମେ ଲୋକଙ୍କ ପାଖକୁ ଯାଉଥିବା ବେଳେ ଆଉ କିଛି ଲୋକ ଭୁବନେଶ୍ୱର ରେ ବସିକି ଦିଲ୍ଲୀ ଦୌଲତାବାଦ ଦଉଡୁଛନ୍ତି । ସେମାନେ ଯେଉଁ କଥା କହୁଛନ୍ତି ଲୋକେ ତାକୁ ଗ୍ରହଣ କରୁ ନାହାନ୍ତି । ଲୋକ ଖୁସି ହେଉଛନ୍ତି, ହୁଳହୁଳି ପକଉଛନ୍ତି, ସାଧାରଣ ଲୋକ ଖୁସି ଯଦି ଭୁବନେଶ୍ୱର ରେ କାହାର ଫିଡ଼ ବ୍ୟାକ ଦରକାର ହେଉଛି ଗାଁ କୁ ଯାଇ କି ଲୋକଙ୍କୁ ପଚାରନ୍ତୁ । 5-T ସଚିବ କି ଉନ୍ନୟନ କମିଶନର,ମୁଖ୍ୟ ଶାସନ ସଚିବ ଯିବା ଦ୍ୱାରା ଲୋକେ ଖୁସି ଅଛନ୍ତି । ବିଜେପିର ସମସ୍ୟା ଟା ଅଲଗା । କାହା ନିର୍ଦ୍ଦେଶରେ କେଉଁଠି ଯିବେ ବାଟ ପାଉ ନାହାଁନ୍ତି । ତାଙ୍କ କ୍ୟାପଟେନ ସ୍ଥିର କରି ପାରୁ ନାହାଁନ୍ତି । ତାଙ୍କର କ୍ୟାପଟେନ କିଏ ? ଆମର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ତାଙ୍କର କ୍ୟାପଟେନ କିଏ ଜଣା ପଡୁନି । ସେମାନେ ଆଗ ସ୍ଥିର କରନ୍ତୁ କିଏ ତାଙ୍କ କ୍ୟାପଟେନ । କାହା ଦାୟିତ୍ୱରେ ଯିବେ । ଲୋକଙ୍କ ପାଖକୁ ଯାଆନ୍ତୁ ଭୁବନେଶ୍ୱର କାହିଁକି ବସିଛନ୍ତି, ଦିଲ୍ଲୀ ଦୌଲତାବାଦ କାହିଁକି ଦଉଡୁଛନ୍ତି ।

ସଫଳତା ହାସଲ କରିଥିବା ପଞ୍ଚାୟତିରାଜ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭେଟି…

() ଜାତୀୟ ସ୍ତରରେ ଶ୍ରେଷ୍ଠ ବିବେଚିତ ପଞ୍ଚାୟତିରାଜ ସଂସ୍ଥାମାନଙ୍କୁ ସମ୍ବର୍ଦ୍ଧନା।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା,

ଜାତୀୟ ସ୍ତରରେ ପ୍ରଥମ ହୋଇଥିବା ପଞ୍ଚାୟତିରାଜ ସଂସ୍ଥାକୁ କେନ୍ଦ୍ର ସରକାରଙ୍କ ପୁରସ୍କାରର ୬ ଗୁଣ ଦିଆଯିବ। 

ଦ୍ୱିତୀୟ ଓ ତୃତୀୟ ହୋଇଥିବା ସଂସ୍ଥାଙ୍କୁ ମିଳିବ ୩ ଗୁଣ ଓ ୨ ଗୁଣ ଆର୍ଥିକ ପୁରସ୍କାର ।

ଗଞ୍ଜାମ ଜିଲ୍ଲାକୁ ୩୦ କୋଟି ଟଙ୍କା ପୁରସ୍କାର, ହିଞ୍ଜିଳିକୁ ୧୨ କୋଟି, ସମୁଦାୟ ୫୨ କୋଟିର ପୁରସ୍କାର ପ୍ରଦାନ।

ରାଜ୍ୟରେ ୬୦ଟି ପଞ୍ଚାୟତ Panchayat Learning Center ଖୋଲାଯିବ, ୭୦ଟି ଅନୁସୂଚିତ ବ୍ଲକରେ Satellite Interactive Terminal ସ୍ଥାପନ କରାଯିବ।

ବିକାଶର ମାପଦଣ୍ଡରେ ଓଡିଶାର ପଞ୍ଚାୟତିରାଜ ସଂସ୍ଥାମାନେ ଦେଶର ପଥ ପ୍ରଦର୍ଶକ ହୋଇଛନ୍ତି – ମୁଖ୍ୟମନ୍ତ୍ରୀ ।

{} ଜାତୀୟ ସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପଞ୍ଚାୟତିରାଜ ଅନୁଷ୍ଠାନ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିପୁଳ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ଆଜି ଲୋକସେବା ଭବନର କନ୍‌ଭେସନ୍ ହଲ୍ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯେଉଁ ପଞ୍ଚାୟତିରାଜ ଅନୁଷ୍ଠାନ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିବ ତାକୁ ରାଜ୍ୟ ସରକାର, କେନ୍ଦ୍ର ସରକାର ଦେଉଥିବା ପୁରସ୍କାରର ୬ ଗୁଣ ଅର୍ଥ ରାଶି ପୁରସ୍କାର ଭାବରେ ଦିଆଯିବ । ସେହିପରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପଞ୍ଚାୟତିରାଜ ଅନୁଷ୍ଠାନକୁ ୩ ଗୁଣ ଓ ତୃତୀୟ ସ୍ଥାନ ପାଇଥିବା ଅନୁଷ୍ଠାନକୁ ୨ ଗୁଣ ଆର୍ଥିକ ପୁରସ୍କାର ଦିଆଯିବ । ପଞ୍ଚାୟତିରାଜ ଅନୁଷ୍ଠାନ ମାନଙ୍କ ମଧ୍ୟରେ ବିକାଶ ପାଇଁ ଏକ ସୁସ୍ଥ ପ୍ରତିଯୋଗିତା ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସୂଚନାଯୋଗ୍ୟ ଯେ ଓଡିଶାର ପଞ୍ଚାୟତ ସଂସ୍ଥାମାନେ ପୁରସ୍କାର ପାଇବା ପରଠାରୁ ଅନ୍ୟ ରାଜ୍ୟର ପଞ୍ଚାୟତିରାଜ ସଂସ୍ଥା ମାନେ ଅଭିଜ୍ଞତା ପାଇଁ ଓଡିଶାକୁ ବ୍ୟାପକ ଅନୁରୋଧ କରୁଛନ୍ତି ।

ଏହି ଘୋଷଣା ଅନୁଯାୟୀ ଜାତୀୟ ସ୍ତରରେ ପ୍ରଥମ ହୋଇଥିବା ଗଞ୍ଜାମ ଜିଲ୍ଲା ପରିଷଦକୁ ୩୦ କୋଟି ଟଙ୍କା, ପ୍ରଥମ ସ୍ଥାନ ଅଧିକାର କରିଥିବା ହିଞ୍ଜିଳିକାଟୁ ପଞ୍ଚାୟତ ସମିତିକୁ ୧୨ କୋଟି ଟଙ୍କା ପୁରସ୍କାର ଦିଆଯାଇଥିଲା । ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକର କାଞ୍ଚୁରୁ ପଞ୍ଚାୟତ, ଭଞ୍ଜନଗର ବ୍ଲକର କୁଲଦା ପଞ୍ଚାୟତ, ହିଞ୍ଜିଳିକାଟୁର ଶାସନ ଆମ୍ବଗାଁ ଓ ପାତ୍ରପୁର ବ୍ଲକର ଆଙ୍କୁଲି ପଞ୍ଚାୟତକୁ ୨ କୋଟି ୨୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯାଇଥିଲା । ତୃତୀୟ ସ୍ଥାନ ହାସଲ କରିଥିବା ସୁନ୍ଦରଗଡ ବଣାଇ ବ୍ଲକର ବଣାଇଗଡ ପଞ୍ଚାୟତକୁ ୧ କୋଟି ଟଙ୍କା ପୁରସ୍କାର ଦିଆଯାଇଥିଲା । ସମୁଦାୟ ୭ଟି ପଞ୍ଚାୟତିରାଜ ଅନୁଷ୍ଠାନକୁ ୫୨ କୋଟି ଟଙ୍କାର ପୁରସ୍କାର ଦିଆଯାଇଥିଲା । ପୁରସ୍କୃତ ପଞ୍ଚାୟତିରାଜ ଅନୁଷ୍ଠାନ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ପଞ୍ଚାୟତିରାଜ ସଂସ୍ଥା ମାନଙ୍କୁ “ଗାଁ’ର ସରକାର” ବୋଲି ଅଭିହିତ କରି ସ୍ବାଗତ ଜଣାଇଥିଲେ। ସେ କହିଲେ ଯେ ଆମ କାମ ହେଉଛି ଆମର ପରିଚୟ । ଆଜି ବିକାଶର ବିଭିନ୍ନ ମାପଦଣ୍ଡରେ ଓଡିଶାର ପଞ୍ଚାୟତିରାଜ ଅନୁଷ୍ଠାନମାନେ ଆଜି ସାରା ଦେଶର ପଥ ପଦର୍ଶକ ହୋଇଛନ୍ତି । ଲୋକଙ୍କ ଆସ୍ଥା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ପଞ୍ଚାୟତ ସଂସ୍ଥା ମାନଙ୍କୁ ପରାମର୍ଶ ଦେଇଥିଲେ ।

ଗତ ୨୩ ବର୍ଷ ଧରି ତାଙ୍କ ସରକାର ଓଡିଶାବାସୀଙ୍କ ସେବା କରିଆସୁଛି । 5T କାର୍ଯ୍ୟକ୍ରମରେ ରୂପାନ୍ତର ଆସିଛି । ମିଶନ ଶକ୍ତି, ସ୍କୁଲ ରୂପାନ୍ତର, ଐତିହ୍ୟ ସ୍ଥାନର ରୂପାନ୍ତର, କ୍ରୀଡା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପରି ଯୋଜନା ବିକାଶର ହଲ୍‌ମାର୍କ ହୋଇଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ପଞ୍ଚାୟତିରାଜ ସଂସ୍ଥା ମାନଙ୍କର ସଫଳତା ଏଥିରେ ଆଉ ଏକ ସୁବର୍ଣ୍ଣ ଅଧ୍ୟାୟ ଯୋଡିଛି । ଏ ଅବସରରେ ପଞ୍ଚାୟତ ସଂସ୍ଥା ମାନଙ୍କର ସଫଳତାକୁ ଆହୁରି ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ କେତକ ନୂଆ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ୨ ଟି ପଞ୍ଚାୟତ ଚିହ୍ନଟ କରାଯାଇ ୬୦ ଟି Panchayat Learning Center ସ୍ଥାପନ କରାଯିବ । ଏକ ଜ୍ଞାନ ସମ୍ବଳ କେନ୍ଦ୍ର ଭାବେ ଏହା ପଞ୍ଚାୟତ ଅନୁଷ୍ଠାନ ମାନଙ୍କର ଦକ୍ଷତା ବୃଦ୍ଧିରେ ସାହଯ୍ୟ କରିବ । ପଞ୍ଚାୟତ ମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାର ଲକ୍ଷ ନେଇ Local Champion Training Programme କରାଯିବ। ରାଜ୍ୟ ଗ୍ରାମ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଦ୍ୱାରା ଏହା କରାଯିବ । ଅନୁସୂଚିତ ଅଞ୍ଚଳର ୭୦ ଟି ବ୍ଲକରେ Satellite Interactive Terminal ସ୍ଥାପନ କରାଯାଇ ଦୂର ଶିକ୍ଷା ଯୋଗାଯୋଗ ବ୍ୟବସ୍ଥା କରାଯିବ । ରାଜ୍ୟ ଗ୍ରାମ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ (SIRD) ରେ ଅତ୍ୟାଧୁନିକ ଭିତ୍ତିଭୂମି ସୃଷ୍ଟି କରାଯିବ । ଏଥିରେ ୩୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ, ୨୫୦ ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷ ଓ Satellite based Studio ସ୍ଥାପନ କରାଯିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ Odisha Society for Social Audit, Accountability and Transparency ସଂସ୍ଥାର ଏକ website ଏବଂ ଆମ ପଞ୍ଚାୟତ ସେବା ପୋର୍ଟାଲର ଶୁଭାରମ୍ଭ କରିଥିଲେ । ପଞ୍ଚାୟତମାନଙ୍କ କାମରେ ଅଧିକ ସ୍ୱଚ୍ଛତା ଓ ଦକ୍ଷତା ଆଣିବା ପାଇଁ ଏହି ପୋର୍ଟାଲ ସହାୟକ ହେବ । ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ଓଡିଶାର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଥିଲେ। ସରକାରୀ ଯୋଜନା ଗୁଡିକର ସଫଳ କାର୍ଯ୍ୟାନ୍ବୟନରେ ପଞ୍ଚାୟତିରାଜ ସଂସ୍ଥା ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଯୋଜନାର ସୁଫଳ ଯେପରି ପ୍ରତ୍ୟେକ ବ୍ୟକ୍ତି ପାଇବେ, ତାକୁ ନିଶ୍ଚିତ କରିବାକୁ ସେ ପଞ୍ଚାୟତ ସଂସ୍ଥା ମାନଙ୍କୁ ନିବେଦନ କରିଥିଲେ । ଶ୍ରମ ଓ ଇଏସ୍‌ଆଇ ମନ୍ତ୍ରୀ ଶ୍ରୀ ସାରଦା ପ୍ରସାଦ ନାୟକ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ସଫଳ ନେତୃତ୍ବ ପାଇଁ ଓଡିଶା ଆଜି ବିଶ୍ବ ଦରବାରରେ ସମ୍ମାନର ଅଧିକାରୀ ହୋଇପାରିଛି ।

ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଶ୍ରୀମତୀ ଅଞ୍ଜଳି ସ୍ବାଇଁ, ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା, ହିଞ୍ଜିଳି ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ ସରସ୍ବତୀ ସେଠୀ ଏବଂ ସୁନ୍ଦରଗଡ ବଣାଇଗଡ ପଞ୍ଚାୟତର ସରପଞ୍ଚ ନମିତା ନାଗ ପ୍ରମୁଖ ନିଜର ଅଭିଜ୍ଞତା ବର୍ଣ୍ଣନା କରି ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନର ପ୍ରଶଂସା କରିଥିଲେ । ତାଲିମ ସହିତ ବିଭିନ୍ନ ତଥ୍ୟ ସଂଗ୍ରହ କରାଯାଇ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବା ପରେ ସର୍ବ ଭାରତୀୟ ସ୍ତରରେ ଓଡିଶା ପୁରସ୍କୃତ ହୋଇପାରିଛି ବୋଲି ଜିଲ୍ଲାପାଳ କହିଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା କହିଥିଲେ ଯେ ରାଜ୍ୟ ଯେଉଁ ସୁନାମ ଆଣିଛି, ତାହା ଆଗାମୀ ଦିନରେ ଆହୁରି ବୃଦ୍ଧି ପାଇବ। ସଶକ୍ତ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ନିଶ୍ଚୟ ପୂରଣ ହେବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ସଚିବ ସୁଶିଲ କୁମାର ଲୋହାନୀ ସ୍ୱାଗତ ଭାଷଣ ଦେଇଥିଲେ । ପାନୀୟ ଜଳ ନିର୍ଦ୍ଦେଶକ ଶ୍ରୀ ବି. ପରମେଶ୍ବରନ ଧନ୍ୟବାଦ ଅର୍ପଣ କରିଥିଲେ ।

ପୁରସ୍କାର – 

ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଗଞ୍ଜାମ ଜିଲ୍ଲା ପରିଷଦକୁ ୩୦ କୋଟି ଟଙ୍କା।

• ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ହିଞ୍ଜିଳିକାଟୁ ପଞ୍ଚାୟତ ସମିତିକୁ ୧୨ କୋଟି ଟଙ୍କା।

• ସ୍ବାସ୍ଥ୍ୟ ପାଇଁ ଜାତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ହିଞ୍ଜିଳିକାଟୁ ବ୍ଲକ୍‌ର କାଞ୍ଚୁରୁ ପଞ୍ଚାୟତକୁ ୨.୨୫ କୋଟି ଟଙ୍କା ।

• ସ୍ବଚ୍ଛ ଓ ସବୁଜ ପଞ୍ଚାୟତ ଭାବରେ ଜାତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ହିଞ୍ଜିଳିକାଟୁ ବ୍ଲକ୍‌ର ଶାସନ ଆମ୍ବଗାଁ ପଞ୍ଚାୟତକୁ ୨.୨୫ କୋଟି ଟଙ୍କା ।

• ସାମାଜିକ ସୁରକ୍ଷା କ୍ଷେତ୍ରରେ ଜାତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ଭଂଜନଗର ବ୍ଲକ୍‌ର କୁଲଦା ପଞ୍ଚାୟତକୁ ୨.୨୫ କୋଟି ଟଙ୍କା ।

• କାରବନ ନ୍ୟୁଟ୍ରାଲ ପଞ୍ଚାୟତ ଭାବରେ ଜାତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଥିବା ବଣାଇ ବ୍ଲକ୍‌ର ବଣାଇଗଡ ପଞ୍ଚାୟତକୁ ଏକ କୋଟି ଟଙ୍କା ।

• ଗ୍ରାମ ଉର୍ଜ୍ଜା ସ୍ବରାଜ ପଞ୍ଚାୟତ ଭାବରେ ଜାତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ପାତ୍ରପୁର ବ୍ଲକ୍‌ର ଆଙ୍କୁଲି ପଞ୍ଚାୟତକୁ ୨.୨୫ କୋଟି ଟଙ୍କା

ଅଂଗଦାନ ଦାନ କରି ରକ୍ଷା କଲେ ୪ ଜଣ ରୋଗୀଙ୍କର ଜୀବନ…

() ଓଡ଼ିଶାରେ ପ୍ରଥମ – ସମ୍ମମରେ ବ୍ରେନ୍ ଡେଡ ବ୍ୟକ୍ତିଙ୍କ ଅଂଗଦାନ ଫଳରେ ଦେଶର ୪ ଜଣ ରୋଗୀଙ୍କର ନୂତନ ଜୀବନ ଲାଭ।

{} ଓଡ଼ିଶା ଚିକିତ୍ସା ଇତିହାସରେ ପ୍ରଥମ ଥର ପାଇଁ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଶନିବାର ଜଣେ ବ୍ରେନ୍ ଡେଡ୍ ହୋଇଥିବା ରୋଗୀଙ୍କର ଶରୀରରୁ ଏକାଧିକ ଅଂଗ ବାହାର କରାଯାଇ ଅନ୍ୟ ଗୁରୁତର ରୋଗୀମାନଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇପାରିଛି । ଗତ ଶନିବାର ଦିନ ଦେଶର ତିନିଟି ଭିନ୍ନ ଭିନ୍ନ ସହରରେ ବଂଚିବା ପାଇଁ ସଂଘର୍ଷ କରୁଥିôବା ଚାରି ଜଣ ରୋଗୀଙ୍କ ଶରୀରରେ ଏହି ଅଂଗଗୁଡ଼ିକୁ ସଫଳତାର ସହ ପ୍ରତ୍ୟାରୋପଣ କରାଯିବା ଦ୍ୱାରା ସେମାନେ ନୂଆ ଜୀବନ ପାଇପାରିଛନ୍ତି । ଏକ ଅଭୁତପୂର୍ବ ସଫଳତା ଦ୍ୱାରା ସମ୍ମମ୍‌ରେ ଚିକିତ୍ସିତ ହେଉଥିବା ବ୍ରେନ୍ ଡେଡ୍ ରୋଗୀ ପ୍ରସେନ୍‌ଜିତ ମହାନ୍ତିଙ୍କ ପରିବାରବର୍ଗଙ୍କ ସହମତି ଓ ସରକାରୀ ସଂସ୍ଥାଗୁଡ଼ିକର ଉତମ ସହଯୋଗ ଦ୍ୱାରା ତାଙ୍କ ଶରୀରରୁ ଦୁଇଟି ବୃକକ୍‌, ଦୁଇଟି ଫୁସ୍‌ଫୁସ୍ ଓ ଗୋଟିଏ ଯକୃତ ବାହାର କରାଯାଇ କଟକ, ନୂଆଦିଲ୍ଲୀ ଏବଂ କୋଲକାତାର ହସ୍ପିଟାଲ୍‌ରେ ଥିବା ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଛି ବୋଲି ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ମମ୍‌ର ଚିଫ୍ ଏଗ୍‌ଜିକ୍ୟୁଟିଭ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ ପ୍ରକାଶ କରିଛନ୍ତି ।

ମେଡିକାଲ୍ ଟିମ୍‌ଙ୍କ ସହାୟତାରେ ଅଂଗଗୁଡ଼ିକ ଭୁବନେଶ୍ୱରରୁ ଅନ୍ୟ ଦୁଇଟି ସହରକୁ ବିମାନ ଯୋଗେ ନେବା ନିମନ୍ତେ ଦୁଇଟି ଆମ୍ବୁଲାନ୍ସ ଯୋଗେ ସମ୍ମମ୍‌ରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ପର୍ଯ୍ୟନ୍ତ ରାସ୍ତାରେ କୌଣସି ବାଧା ସୃଷ୍ଟି ନ ହେବା ପାଇଁ ପୋଲିସ୍ ଏକ ଗ୍ରୀନ୍ କରିଡର ସୃଷ୍ଟି କରିଥିଲା । ସଂପୃକ୍ତ ବ୍ୟକ୍ତିଙ୍କର ଦୁଇଟି ବୃକକ୍ ମଧ୍ୟରୁ ସମ୍ମମ୍‌ର ଜଣେ ରୋଗୀଙ୍କ ଶରୀରରେ ଗୋଟିଏ ବୃକକ୍ ଶନିବାର ପ୍ରତ୍ୟାରୋପଣ କରାଯାଇଥିବା ବେଳେ ଅନ୍ୟଟି ଅନ୍ୟ ଏକ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ନିମନ୍ତେ କଟକ ଏସ୍‌ସିବି ମେଡିକାଲ୍ କଲେଜ ହସ୍ପିଟାଲକୁ ପଠାଯାଇଥିଲା ।

ଫୁସ୍‌ଫୁସ୍ ଦୁଇଟିକୁ କୋଲକାତାର ଏକ ଘରୋଇ ହସ୍ପିଟାଲ୍‌ରେ ବିଷ ପ୍ରକ୍ରିୟାରେ ପୀଡ଼ିତ ହୋଇ ଜଟିଳ ଅବସ୍ଥାରେ ଥିବା ଜଣେ ୧୬ ବର୍ଷର କିଶୋରଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଛି । ସଂପୃକ୍ତ କିଶୋର ଇକ୍‌ମୋ ସହାୟତାରେ ଥାଇ ଦୀର୍ଘ ୪୫ ଦିନ ଧରି ଅଂଗ ପ୍ରତ୍ୟାରୋପଣ ନିମନ୍ତେ ଅପେକ୍ଷା କରିଥିଲେ । ସେହିପରି ଯକୃତଟିକୁ ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲ୍‌ରେ ଥିôବା ଜଣେ ଜଟିଳ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଛି ବୋଲି ଡକ୍ଟର ଦାଶ କହିଥିଲେ ।

୪୩ ବର୍ଷୀୟ ପ୍ରସେନ୍‌ଜିତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ପରେ ତାଙ୍କୁ ତୁରନ୍ତ ଗତ ଜୁନ୍ ୨୨ ତାରିଖରେ ସମ୍ମମ୍‌ରେ ଭର୍ତି କରାଯିବା ସହ ଏକ ଜରୁରୀକାଳୀନ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଥିଲା ବୋଲି କନ୍‌ସଲ୍‌ଟାଂଟ ନ୍ୟୁରୋସର୍ଜନ ଡାକ୍ତର ସୋମନାଥ ପ୍ରସାଦ ଜେନା କହିଥିଲେ । ଯଦିଓ ଅସ୍ତ୍ରୋପଚାର ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କିଛିଟା ସୁଧାର ଆସିଥିଲା ତେବେ ପରବର୍ତୀ ସମୟରେ ଏହା ବିଗିଡିବାରେ ଲାଗିଥିଲା । ଜୁନ୍ ୨୩ ତାରିଖରେ ଆପ୍‌ନିଆ ଟେଷ୍ଟ କରାଯିବା ପରେ ଏହାର ରିପୋର୍ଟ ପଜିଟିଭ ଆସିଥିଲା ଯେଉଁଥିରେ ରୋଗୀ ବ୍ରେନ୍ ଡେଡ୍ ହୋଇଥିବା ସୂଚନା ମିଳିଥିଲା । ଏହାର ୬ ଘଂଟା ପରେ ଦ୍ୱିତୀୟ ପରୀକ୍ଷା କରାଯିବା ପରେ ରୋଗୀ ବ୍ରେନ୍ ଡେଡ୍ ହୋଇଥିବା ପ୍ରମାଣିତ ହୋଇଥିବା ଡାକ୍ତର ଜେନା କହିଥିଲେ ।

ଡକ୍ଟର ଦାଶ କହିଥିଲେ ଯେ ରୋଗୀଙ୍କ ପରିବାରବର୍ଗଙ୍କୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ସୂଚନା ଦେବା ପରେ ତାଙ୍କର ବିଭିନ୍ନ ଅଂଗଗୁଡ଼ିକୁ ଦାନ କରିବା ନିମନ୍ତେ ସେମାନେ ପ୍ରସ୍ତାବ ଦେଇଥିଲେ ଯେପରି ଏହା ଦ୍ୱାରା ଅନ୍ୟ ବ୍ୟକ୍ତିଙ୍କର ଜୀବନ ବଂଚିପାରିବ । ଏହା ଏକ ବଡ଼ ନିଷ୍ପତି ଥିଲା ଏବଂ ଅଂଗ ଦାନ କରିବା ନେଇ ଏହି ପଦକ୍ଷେପ ନିମନ୍ତେ ଆମେ ସ୍ୱର୍ଗତଃ ମହାନ୍ତିଙ୍କ ପତ୍ନୀ ଶ୍ରୀମତି ମୃଦୁମଞ୍ଜରୀ ମହାପାତ୍ରଙ୍କୁ ସମ୍ମାନ ଜଣାଉଛୁ କାରଣ ଏଭଳି ନିଷ୍ପତି ନେବାରେ ସମାଜରେ ଅନେକ କ୍ଷେତ୍ରରେ ଅନିଚ୍ଛା ପ୍ରକାଶ ପାଇଥାଏ ବୋଲି ସେ କହିଥିଲେ । ଅଂଗଦାନ ନେଇ ହସ୍ପିଟାଲ୍ ପକ୍ଷରୁ ରାଜ୍ୟ ଅଂଗ ଓ ତନ୍ତୁ ପ୍ରତ୍ୟାରୋପଣ ସଂସ୍ଥା ବା ଷ୍ଟେଟ୍ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ସୋଟୋ)କୁ ସୂଚନା ଦିଆଯାଇଥିବା ବେଳେ ଏହି ଖବର ପରବର୍ତୀ ସମୟରେ ଆଂଚଳିକ ଅଂଗ ଓ ତନ୍ତୁ ପ୍ରତ୍ୟାରୋପଣ ସଂସ୍ଥା ଅର୍ଥାତ୍ ରୋଟୋ ଓ ଜାତୀୟ ଅଂଗ ଓ ତନ୍ତୁ ପ୍ରତ୍ୟାରୋପଣ ସଂସ୍ଥା ଅର୍ଥାତ୍ ନୋଟୋ ପାଖରେ ପହଂଚିଥିଲା ।

ଶନିବାର ଦିନ ସମ୍ମମ୍‌ରେ କୋଲକାତା ଏବଂ ନୂଆଦିଲ୍ଲୀରୁ ଆସିଥିବା ମେଡିକାଲ୍ ଟିମ୍ ପହଂଚିଥିବା ବେଳେ ସମ୍ମମ୍ ଏବଂ ଅନ୍ୟ ହସ୍ପିଟାଲ୍‌ର ଡାକ୍ତରମାନଙ୍କୁ ନେଇ ଗଠିତ ଏକ ୨୦ ଜଣିଆ ସର୍ଜନ ଟିମ୍ ଦୀର୍ଘ ସାଢ଼େ ଚାରି ଘଂଟା ଧରି ବ୍ରେନ୍ ଡେଡ୍ ରୋଗୀଙ୍କ ଶରୀରରୁ ଆବଶ୍ୟକୀୟ ଅଂଗଗୁଡ଼ିକୁ କାଢ଼ିବାରେ ନିୟୋଜିତ ହୋଇଥିଲେ । ମୃତକଙ୍କ ପତ୍ନୀ ଶ୍ରୀମତି ମହାପାତ୍ର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥାଇ କହିଥିଲେ ଯେ ଅଂଗଦାନ କରିବା ନେଇ ପୂର୍ବରୁ ତାଙ୍କ ସ୍ୱାମୀଙ୍କର ଇଚ୍ଛା ଥିଲା । “ଆମେ ମଧ୍ୟ ଚିନ୍ତା କଲୁ ଯେ ଯଦି ତାଙ୍କ ଶରୀରର ଅଂଗଗୁଡ଼ିକ ଚାରି ଜଣ ବ୍ୟକ୍ତିଙ୍କର ଜୀବନ ବଂଚାଇପାରିବ ତେବେ ଆମେ ଏହି ମହତ୍ କାର୍ଯ୍ୟ କାହିଁକି କରିବୁ ନାହିଁ” ବୋଲି ସେ କହିଥିଲେ ।

ତାଙ୍କର ଏଭଳି ଦୃଢ଼ ଓ ନିଃସ୍ୱାର୍ଥପର ନିଷ୍ପତି ନିମନ୍ତେ ଶ୍ରୀମତି ମହାପାତ୍ରଙ୍କୁ ହସ୍ପିଟାଲ୍ ପକ୍ଷରୁ ଏକ ନିଯୁକ୍ତି ଦିଆଯିବା ନିମନ୍ତେ ନିଷ୍ପତି ନିଆଯାଇଛି ବୋଲି ଡକ୍ଟର ଦାଶ କହିଥିଲେ । ତାଙ୍କର ଏଭଳି ନିଷ୍ପତି ଏକ ବଡ଼ ଉଦାହରଣ ସୃଷ୍ଟି କରିଥିବା ବେଳେ ଅଂଗଦାନ କରିବା କ୍ଷେତ୍ରରେ ସମାଜର ମାନସିକତାରେ ପରିବର୍ତନ ଆଣିବା ଦିଗରେ ଆମେ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି । ଏହି ଅବସରରେ ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଶ୍ରୀମତି ମହାପାତ୍ରଙ୍କର ଏଭଳି ନିଷ୍ପତିକୁ ପ୍ରଶଂସା କରିବା ସହ ଅଂଗଦାନ କରିବା କ୍ଷେତ୍ରରେ ପରିବାର ସଦସ୍ୟଙ୍କ ସହଯୋଗ ନିମନ୍ତେ ଧନ୍ୟବାଦ ଦେଇଥିଲେ ।

ସମ୍ମମ୍‌ର ନ୍ୟୁରୋସର୍ଜନ ଏବଂ କ୍ରିଟିକାଲ୍ କେୟାର ବିଶେଷଜ୍ଞ ଡାକ୍ତର ଜେନା, ଡାକ୍ତର ଭିଟଲ୍ ରାଜନାଲା ଓ ଡାକ୍ତର ଆଲୋକ ପାଣିଗ୍ରାହୀ (ଉଭୟ କ୍ରିଟିକାଲ୍ କେୟାର କନ୍‌ସଲ୍‌ଟାଂଟ) ବ୍ରେନ୍ ଡେଡ୍ ହୋଇଯାଇଥିବା ବ୍ୟକ୍ତିଙ୍କର ଅଂଗଦାନ ନିମନ୍ତେ କିଭଳି ଶରୀରକୁ ସ୍ଥିର ରଖାଯାଇପାରିବ ସେ ନେଇ ସମସ୍ତ ଉଚିତ୍ ପଦକ୍ଷେପ ଗ୍ରହଣ କରିଥିଲେ ବୋଲି ସମ୍ମମ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡା ସୂଚନା ଦେଇଥିଲେ ।

ଅଂଗ କାଢ଼ିବା ପ୍ରକ୍ରିୟାରେ ସମ୍ମମ୍‌ର ୟୁରୋଲୋଜି ବିଭାଗର କନ୍‌ସଲଟାଂଟ ଡାକ୍ତର ପ୍ରିୟବ୍ରତ ଦାସ ଓ ଡାକ୍ତର ଜିତେନ୍ଦ୍ର କୁମାର ବରାଡ, ଆନେସଥେସିଓଲୋଜି ବିଭାଗର କନ୍‌ସଲଟାଂଟ ଡାକ୍ତର ଦୀପଙ୍କର ପଢ଼ିଆରୀ, ଡାକ୍ତର ଭବାନୀ ପତି ଓ ଡାକ୍ତର ଜ୍ୟୋତିରଞ୍ଜନ ପରିଡ଼ା ସାମିଲ ଥିବା ବେଳେ କଟକ ଏସ୍‌ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ତଥା କୋଲକାତା ଓ ନୂଆଦିଲ୍ଲୀର ଡାକ୍ତରୀ ଟିମ୍ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ସଂପୂର୍ଣ୍ଣ ଅସ୍ତ୍ରୋପଚାର ପ୍ରକ୍ରିୟାରେ ସମ୍ମମ୍‌ର ଅପରେସନ୍ ଥିଏଟର ଟିମ୍‌, ଆଇସିୟୁ ଟିମ୍ ଏବଂ ଅନ୍ୟ ଟେକ୍ନିକାଲ୍ ଟିମ୍ ସହଯୋଗ କରିଥିଲେ ବୋଲି ଡାକ୍ତର ପଣ୍ଡା କହିଛନ୍ତି । ଦୁଇଟି ଆମ୍ବୁଲାନ୍ସରେ ଅଂଗଗୁଡ଼ିକ ବିମାନ ବନ୍ଦରକୁ ବିନା କୌଣସି ବାଧାବିଘ୍ନରେ ଓ ସମୟ ଅପଚୟ ନ କରି ଯିବା ନିମନ୍ତେ ଏକ ଗ୍ରୀନ୍ କରିଡର ସୃଷ୍ଟି କରାଯାଇଥିବା ବେଳେ ଏଥି ନିମନ୍ତେ ପୋଲିସ୍ ଓ ସ୍ଥାନୀୟ ପ୍ରଶାସନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ସେ କହିଛନ୍ତି ।

ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ଓଡ଼ିଶା ଗ୍ରସ୍ତ ପ୍ରଭାବ ଶୂନ୍ୟ ହେବ : ଶରତ ପଟ୍ଟନାୟକ…

()  ଆଜି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି ନଡ଼ାଙ୍କ ଓଡ଼ିଶା ଗ୍ରସ୍ତ ଏବଂ ବକ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଲେ ଯେ, ନଡାଙ୍କ ଗସ୍ତ ଓଡ଼ିଶାବାସୀଙ୍କ ଉପରେ ପ୍ରଭାବ ପକାଇବ ନାହିଁ । ବିଜେପିର କେନ୍ଦ୍ର ନେତୃତ୍ୱ ପୂର୍ବରୁ ଓଡ଼ିଶାକୁ ଦଖଲ କରିବା ପାଇଁ ବହୁ ବାହାସ୍ପଟ ଓ ଆସ୍ଫାଳନ କରିଥିଲେ । ମାତ୍ର ତାହା କାର୍ଯ୍ୟ କ୍ଷେତ୍ରରେ ପ୍ରତିଫଳିତ ହୋଇନାହିଁ । ପୂର୍ବରୁ ୧୨୦ ସିଟ୍ ଦଖଲ କରିବା ପାଇଁ ଯେଉଁ ବାହାସ୍ପଟ ମାରିଥିଲେ ତାହା ସମ୍ଭବ ହୋଇପାରିଲା କି? ଦେଶବାସୀ ତଥା ଓଡ଼ିଶାବାସୀ ଅନୁଭବ କରିଛନ୍ତି ଯେ, ବିଜେପିର ପ୍ରତିଶ୍ରୁତି ପାଣିରଗାର । ଜେ.ପି ନଡାଙ୍କର ପାଦତଳେ ଆଉ ମାଟି ନାହିଁ । ତାଙ୍କର ନିଜ ରାଜ୍ୟ ହିମାଂଚଳ ପ୍ରଦେଶର ସରକାର ବର୍ତମାନ କଂଗ୍ରେସ ହାତରେ ଏବଂ ତାଙ୍କ ନେତୃତ୍ୱରେ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ସେ ମଧ୍ୟ ଧରାଶୟ ହୋଇଛନ୍ତି ।

ଜେ.ପି ନଡା ଏକ ରାଷ୍ଟ୍ରୀୟ ଦଳର ସଭାପତି ହୋଇ ନିଜର ପଦମର୍ଜ୍ୟଦା ଓ ଶାଳୀନତାକୁ ଭୂଲି ଯାଉଛନ୍ତି । କଂଗ୍ରେସ ଦଳ ସଂପର୍କରେ ସେ ଯେଉଁ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି, ସେଥିରୁ ତାଙ୍କର ବ୍ୟକ୍ତିତ୍ୱର ଅବକ୍ଷୟ ହୋଇଛି । ଏଠାରେ ଭାରତୀୟ ଜନତା ପାର୍ଟି ଓ ବିଜେଡ଼ି ଭାଗୁଆଳ ଭାବେ ୯ ବର୍ଷ ଶାସନ କରିଥିଲେ । ଏବେ ମଧ୍ୟ ସବୁ ନୀତି ନିଷ୍ପତିରେ ୨ ଟି ଦଳ ଏକ । ସାଧାରଣ ଜନତାଙ୍କୁ ଭୂଆଁ ବୁଲାଇବା ପାଇଁ ଭେଳିକି କରାଯାଉଛି । ଗତ ୯ ବର୍ଷର ଶାସନରେ ବିଜେପି ଯାହା ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା, ତାହାକୁ ପୁରଣ କରିବାର ଅକ୍ଷମ ହୋଇଛି । ଏପର୍ଯ୍ୟନ୍ତ ବର୍ଷକୁ ୨ କୋଟି ନିଯୁକ୍ତି ଦେଇପାରିଲେ ନାହିଁ । କେନ୍ଦ୍ର ସରକାରଙ୍କ ମଞ୍ଜୁରୀପ୍ରାପ୍ତ ସରକାରୀ ପଦରେ ଏବେ ବି ୧୦ ଲକ୍ଷ ପଦବୀ ଖାଲି ପଡ଼ିଛି । ବିଶେଷ କରି କରୋନା ନିୟନ୍ତ୍ରଣରେ କେନ୍ଦ୍ର ସରକାରଙ୍କର ବିଫଳତା ସାଧାରଣ ଜନତା ଉପଲବ୍ଧି କରିଛନ୍ତି । ମୋଦୀଙ୍କ ଶାସନରେ ୱାର୍ଲଡ଼ ହଙ୍ଗର ଇଣ୍ଡେକ୍ସରେ ଭାରତ ପୃଥିବୀରେ ଏକ ଭୋକିଲା ରାଷ୍ଟ୍ରର ଅପବାଦ ମୁଣ୍ଡାଇଛି । ସାଧାରଣ ଜନତା ମହଙ୍ଗାମାଡ଼ରେ ଆଜି ହନ୍ତସନ୍ତ । ଲୋଙ୍କ ଜମାଖାତାରେ ୧୫ ଲକ୍ଷ ଟଙ୍କା ଜମା କରିବେ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ଆଜି ପ୍ରତାରଣାରେ ପରିଣତ ହୋଇଛି । ପେଟ୍ରୋଲ୍‌, ଡିଜେଲ, ରନ୍ଧନଗ୍ୟାସ ଏପରିିକି ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଡାଲି, ତେଲ ଓ ଅଟା ପ୍ରଭୂତିର ଦର ଆଜି ଆକାଶ ଛୁଆଁ । ସ୍ୱାଧୀନତା ପରେ କଂଗ୍ରେସ ଦେଶ ପାଇଁ ଯେଉଁ ସଂପତି ସୃଷ୍ଟି କରିଥିଲା, ବର୍ତମାନ ପ୍ରଧାନମନ୍ତ୍ରୀ ସେହି ସମ୍ପତି ସବୁ ଆଜି ତାଙ୍କର ଅନୁଗତ ଶିଳ୍ପପତିମାନଙ୍କୁ ଶାଗ, ମାଛ ଦରରେ ଦେଉଛନ୍ତି । ରେଳବାଇ, ଏଲ.ଆଇ.ସି. , ବନ୍ଦର, ବ୍ୟାଙ୍କ ଓ ଖଣି ପ୍ରଭୂତି ରାଷ୍ଟ୍ରର ସମ୍ପତି ଆଜି ଘରୋଇକରଣ ହେବାକୁ ଯାଉଛି । ଭାରତର ଏକତାର ଆତ୍ମାକୁ ଧର୍ମ, ଜାତି, ବର୍ଣ୍ଣ ଓ ଭାଷା ଆଧାରରେ ବିଜେପି ଖଣ୍ଡ ଖଣ୍ଡ କରିବାର ଷଡ଼ଯନ୍ତ୍ର କରୁଛି । ମୋଦୀ ମାର୍କା ବିକାଶ କ’ଣ? ତାଙ୍କୁ ଆଜି ସାଧାରଣ ଜନତା ଅନୁଭବ କଲେଣି । ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡ଼ିକ ଆଜି ନିରପକ୍ଷେ ହୋଇନାହିଁ । ସମ୍ବିଧାନ ଓ ଗଣତନ୍ତ୍ରକୁ ବିପଦଗ୍ରସ୍ତ ହୋଇପଡ଼ିଛି । ଇଡ଼ି, ସିବିଆଇ ପ୍ରଭୂତିର ଅପବ୍ୟବହାରକରି ବିରୋଧି ଦଳର କଣ୍ଠରୋଧ କରାଯାଉଛି । ଭାରତରେ ଗଣତନ୍ତ୍ର ଆଜି ବିପଦଗ୍ରସ୍ତ । ସାଧାରଣ ଜନତା ଭୀତସ୍ତ୍ରତ । ବିରୋଧି୍‌ଙ୍କ ନିର୍ବାଚିତ ସରକାରକୁ ବିଜେପି ଦଳ କେନ୍ଦ୍ର ସରକାରଙ୍କ ଶକ୍ତି ପ୍ରୟୋଗ କରି ଏବଂ ଅଗଣତାନ୍ତ୍ରିକ ଉପାୟରେ ଭାଙ୍ଗି ଦେଉଛି । କଳା କୃଷି ଆଇନ ଆଣି ଏ ଦେଶର ଚାଷୀଙ୍କୁ ସର୍ବଶାନ୍ତ କରିବା ପାଇଁ ବିଜେପି ସରକାର ଚକ୍ରାନ୍ତ କରିଥିଲା । ସୁତରାଂ କେନ୍ଦ୍ରର ବିଜେପି ସରକାର, ଛାତ୍ର, ଯୁବକ, ମହିଳା ଓ କୃଷକ ଏ ସମସ୍ତଙ୍କର ବିରୋଧ ହୋଇଥିବାବେଳେ ଭାରତୀୟ ଜନତା ପାର୍ଟିର ମୁଖ୍ୟ ଜେ.ପି. ନଡ୍ଡା କେଉଁ ପ୍ରତିଶ୍ରୁତି ଦେବା ପାଇଁ ଓଡ଼ିଶା ଆସିଛନ୍ତି । ତାଙ୍କର ମିଥ୍ୟା ପ୍ରତିଶ୍ରୁତିରେ ଓଡ଼ିଶାବାସୀ ଆଉ ଭାସିଯିବେ ନାହିଁ । କର୍ଣ୍ଣାଟକର ବିଜୟ ପରେ ଏ ଦେଶକୁ ବିଜେପିର ଅଧୋପତନର ବାର୍ତା ଦେଇଛି । ଆଗାମୀ ଦିନରେ ଛତିଶଗଡ଼,ହରିୟାନା, ମଧ୍ୟପ୍ରଦେଶ ଓ ରାଜସ୍ତାନ ପ୍ରଭୁତିରେ ଯେଉଁ ବିଧାନସଭା ନିର୍ବାଚନ ହେବ ସେଥିରେ କଂଗ୍ରେସର ବିଜୟ ସମ୍ଭାବନା ଉଜ୍ଜଳ ରହିଛି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news