ସେତୁ ଯୋଜନାରେ ଯୋଡ଼ି ହେଲା ଚିତ୍ରକୋଣ୍ଡା ଓ କୋରୁକୁଣ୍ଡା ବ୍ଲକ୍‌ର ୧୦ ପଞ୍ଚାୟତ…

() ସେତୁ ଯୋଜନାରେ ଚିତ୍ରକୋଣ୍ଡା ଓ କୋରୁକୁଣ୍ଡା ବ୍ଲକ୍‌ର ୧୦ ଗୋଟି ପଞ୍ଚାୟତ ଅନ୍ତର୍ଭୁକ୍ତ ହେବ।

ସେତୁ ଯୋଜନା ବ୍ୟୟ ଅଟକଳ ୫୦ ରୁ ୧୦୦ କୋଟି ଟଙ୍କାକୁ ବୃଦ୍ଧି।

{}  ସେତୁ ଯୋଜନାରେ ସ୍ବାଭିମାନ ଅଞ୍ଚଳରେ ଦ୍ରୁତ ପରିବର୍ତ୍ତନକୁ ଉପଲବ୍‌ଧି କରି ଚିତ୍ରକୋଣ୍ଡା ବ୍ଲକ୍‌ର ଅବଶିଷ୍ଟ ୯ ଗୋଟି ପଞ୍ଚାୟତ ଯଥା – ଆନ୍ଦ୍ରପାଲ୍ଲୀ, ପଣସପୁଟ, ଜୋଡାମ୍ବୋ, ରାଲିଗଡା, ପେପରମେଟଲା, ବଡପଦା, ଗଜଲମାମୁଣ୍ଡି, ଜନ୍ତ୍ରୀ ଓ ଧୁଳିପୁଟ ଏବଂ କୋରୁକୁଣ୍ଡା ବ୍ଳକ୍‌ର ନାକାମାମୁଡି ପଞ୍ଚାୟତ ସହିତ ମୋଟ ୧୦ ଗୋଟି ଅନୁନ୍ନତ ପଞ୍ଚାୟତକୁ ସେତୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ସେତୁ ଯୋଜନାରେ ବ୍ୟୟ ଅଟକଳ ୫୦ କୋଟିରୁ ୧୦୦ କୋଟିକୁ କରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଚିତ୍ରକୋଣ୍ଡା ବ୍ଳକ୍‌ର ୯ ଗୋଟି ବିଚ୍ଛିନ୍ନାଞ୍ଚଳ ପଞ୍ଚାୟତକୁ ଗୁରୁପ୍ରିୟା ସେତୁ ଦ୍ବାରା ସଂଯୋଗ କରାଯାଇଅଛି, ଯାହା ସ୍ବାଭିମାନ ଅଞ୍ଚଳ ନାମରେ ନାମିତ। ଏହି ଅନୁନ୍ନତ ଅଞ୍ଚଳର ଲୋକମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ SETU ( Socio-Economic Transformation and Upliftment) ଯୋଜନା ୨୦୧୮ ମସିହାରୁ କାର୍ଯ୍ୟକାରି ହେଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ତା.୨୮.୦୩.୨୦୨୩ରିଖରେ ମାଲକାନଗିରିର ଚିତ୍ରକୋଣ୍ଡା ବ୍ଳକ୍‌ ପରିଦର୍ଶନ କରିଥିଲେ ଓ ଲୋକମାନଙ୍କ ସ୍ବାର୍ଥ, ସେମାନଙ୍କର ଅଭାବ ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ।

ଏତଦ୍‌ବ୍ୟତୀତ ଏହି ଅଞ୍ଚଳର ଶାନ୍ତି ଓ ସୁରକ୍ଷା ପାଇଁ ନିୟୋଜିତ ଅର୍ଦ୍ଧସାମରିକ ବାହିନୀ ପ୍ରତିଷ୍ଠାନର ଭିତ୍ତିଭୂମି ଉନ୍ନତିକରଣ ଓ ସମ୍ପ୍ରସାରଣ ପାଇଁ ସେତୁ ଯୋଜନାରେ ୯ କୋଟି ୬୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।

ଆପଣତ୍ଵର ପ୍ରହସନ୍ନ…

() ଆରେ ମୁନା ତୁ କଣ କରୁଛୁ l ସମୟଟା ଖାଲି ବର୍ବାଦ କରୁଛି l ତୋ ଯେଉଁ ବୟସ ତୁ ଏହା କରିବା କଥା l ତୋ ପାଖରେ ଆମେମାନେ ଅଛୁ, କିଛି ଅସୁବିଧା ହେବନି l ଠିକ୍ ଏହିପରି କୁହା ମୁଣ୍ଡା କପିଳା ମାନେ ସମାଜରେ ପ୍ରତି ସ୍ଥାନରେ ବୁଲୁଛନ୍ତି l ଯେଉଁମାନେ ଆପଣଙ୍କ ଘର ଲୋକଙ୍କ ଠାରୁ ଅଧିକ ଆପଣତ୍ଵ ଦେଖାଇବେ l କିଛି ମାତ୍ରାରେ ତାଙ୍କ ଆପଣା ପଣ ମଧ୍ୟ ତମକୁ ପ୍ରଭାବିତ କରିବ l ହେଲେ ତାହା ବାସ୍ତବ ଜୀବନରେ କେବେ ସତ ନୁହେଁ l କିଛି ବ୍ୟକ୍ତିଙ୍କ ଏହି ଆପଣତ୍ଵ ତୁମର ସବୁ ଅତି ଆପଣାର ଲୋକଙ୍କ ଠାରୁ ଦୂରେଇ ଦେବ l ଏକଥା ବହୁତ ଲୋକ ସହଜରେ ବୁଝି ପାରନ୍ତିନି l ଯେଉଁଥି ପାଇଁ ଅନେକ ମୂଲ୍ୟ ଦେବାକୁ ପଡେ l

ସମାଜରେ ଆଜି ଏମିତି ବହୁତ ଲୋକ ଅଛନ୍ତି ସେମାନେ ସମୟ କ୍ରମେ ତମ ଜୀବନରେ ଆପଣାର ହୋଇ ରହିବେ l ଆଉ ସମୟ ଟିକେ ଗତି ବଦଳେଇଲେ ସେମାନେ ବଦଳିଯିବେ l ବଦଳିବା ଏକ ସ୍ଵାଭାବିକ ପ୍ରକ୍ରିୟା l କିନ୍ତୁ ଆପଣତ୍ଵର୍ ପ୍ରହସନ୍ନ କରିଥିବା ଲୋକଙ୍କ ଠାରୁ ଦୂରେଇ ନରହିଲେ ସେ ତମ ଜୀବନକୁ ଏମିତି କଳଙ୍କିତ କରିଦେବ ଯେ ସେ କଳଙ୍କର ଦାଗ ସବୁବେଳେ ତମ ମନରେ ରହିଯିବ l

ଆଜିକାଲି ସବୁ ଏମିତି ଘଟୁଛି ସାମାଜିକ ଜୀବନରେ l ଏଥରୁ ମୁକୁଳିବାର ବାଟ ବନ୍ଦ ହୋଇନାହିଁ l କେବଳ ଆମର ଭାବନା ବଦଳିଗଲେ ସବୁ ଠିକ୍ ହୋଇଯିବ l ..

ରୂପାନ୍ତର ହେବ ଗୁପ୍ତେଶ୍ୱର ପୀଠ…

() 5T ଉପକ୍ରମରେ ଗୁପ୍ତେଶ୍ୱର ପୀଠର ହେବ ରୂପାନ୍ତର,

୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ,

ପ୍ରାକୃତିକ ସୌନ୍ଦର୍ଯ୍ୟରେ କୌଣସି ଆଞ୍ଚ ନ ଆଣି ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।

{} କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ ପୀଠର ସର୍ବାଙ୍ଗୀନ ଉନ୍ନତି କରାଯାଇ ଏହାକୁ ଓଡିଶାର ଅନ୍ୟତମ ପ୍ରମୁଖ ଧାର୍ମିକ ତଥା ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳରେ ପରିଣତ କରାଯିବ ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଗତ ଫ୍ରେବୃୟାରୀ ୩ ତାରିଖ ଦିନ କୋରାପୁଟ ଗସ୍ତ କରି ଗୁପ୍ତେଶ୍ୱର ମନ୍ଦିର ପରିଦର୍ଶନ କରିଥିଲେ । ମନ୍ଦିରର ସେବାୟତ, କମିଟିର ସଦସ୍ୟଗଣ, ଜନପ୍ରତିନିଧୀ ଓ ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରି ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି । 5T ଉପକ୍ରମରେ ଏହି ବିକାଶ କାମ ହାତକୁ ନିଆଯିବ ।

ଏହି ପ୍ରକଳ୍ପରେ ମନ୍ଦିରର ମୁଖ୍ୟରାସ୍ତାର ଉନ୍ନତିକରଣ ଓ ଆଲୋକୀକରଣ, ପାଦଚଲା ରାସ୍ତାରେ ଖଣ୍ଡାଲାଇଟ୍‌ସ ପଥର ବିଛାଇବା, ମନ୍ଦିର ପ୍ରବେଶ ଦ୍ୱାରର ସୌନ୍ଦର୍ଯ୍ୟକରଣ, ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା ଯଥା ପାନୀୟ ଜଳ ଓ ଶୌଚାଳୟ, ଗୁମ୍ଫାର ଆଲୋକୀକରଣ, ସାବରୀ ନଦୀ କୂଳର ସୌନ୍ଦର୍ଯ୍ୟକରଣ, ଉଠା ଦୋକନୀମାନଙ୍କ ଥଇଥାନ, ସେମାନଙ୍କ ପାଇଁ ନୂତନ ଦୋକାନ ଘର ନିର୍ମାଣ, ଭୂସ୍ଖଳନ ନିରୋଧ ଓ ପାହାଡ ସୁରକ୍ଷା ପାଇଁ ବ୍ୟବସ୍ଥା ସହିତ ବୃକ୍ଷରୋପଣ ମଧ୍ୟ କରାଯିବ । ପ୍ରାକୃତିକ ସୌନ୍ଦର୍ଯ୍ୟରେ କୌଣସି ଆଞ୍ଚ ନ ଆଣି 5T ଉପକ୍ରମରେ ପୀଠର ଉନ୍ନତି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ରାଣ ଓ ଶପଥ….. ଏବେ ଡିଜିଟାଲ ମିଛ…

()ପୁରାଣରେ ତ୍ରି ବାର ସତ୍ୟ , ଶପଥ ସବୁ ଯୁଗରେ ବିଶ୍ୱାସ ଓ ଭରଷାର ପ୍ରତୀକ ଥିଲା l ସାମାଜିକ ଜୀବନରେ ଏହାର ଗୁରୁତ୍ଵ ବି ବହୁତ ଅଧିକ l ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ପିତାଙ୍କ ବଚନ ରଖା ହେତୁ ରାଜପାଠ ତ୍ୟାଗ କଲେ l ହେଲେ ବର୍ତ୍ତମାନ ରାଜପାଠ ପାଇଁ ବାପା ମାଆଙ୍କୁ ତ୍ୟାଗ କରୁଛନ୍ତି l ତେଣୁ ପରିବାରରେ ପରିଲକ୍ଷିତ ଅବିଶ୍ବାସ ସମାଜରେ ରାଣ, ନିୟମ ଓ ଶପଥକୁ ଆପେ ଆପେ ଲୋପ କରିଦେଇଛି l ଆଉ ଡିଜିଟାଲ ମିଛ ଏବେ ସଭିଙ୍କ ମନରେ ଫମ୍ଫା ବିଶ୍ୱାସ ଭାରିଦେଇଛି l ବିଚାରି ମୁନି ଏକଥାକୁ ବୁଝିପାରିନି l ଡିଜିଟାଲ ମିଛରେ ଛନ୍ଧି ହୋଇପଡିଛି ସେ l ତାହାରି ଭିତରେ ଚାଲିଛି ମୁନିର ଜୀବନ ଚକ୍ରl

ଘର ଛାଡି ସ୍ୱଳ୍ପ ରୋଜଗାର କରିବା ପାଇଁ ମୁନି ଆସିଥିଲା ସହରକୁ l ଅଜଣା ସହରରେ କଥା କଥାକେ ଡିଜିଟାଲ ମିଛ l ଆଉ ବେଶ ଅଳ୍ପ ଦିନ ଭିତରେ ନିଜ ପ୍ରଚେଷ୍ଟାରେ ମୁନି ଚାକିରୀ କରି ରୋଜଗାର କଲା l ଦୁଇ ପଇସା ରୋଜଗାର କରି ମାୟାର ସହରରେ ସୁନେଲୀ ଭବିଷ୍ୟତ ପାଇଁ ନିଇତି ରାତିରେ କେତେ କଣ ସ୍ବପ୍ନ ଦେଖିଲା l କିଏ କେତେ କଥା, ଉପଦେଶ ମଧ୍ୟ ଦେଲେ l ଆଉ କିଏ କିଏ ତ ବହୁତ କିଛି କରିଦେବାର ସ୍ବପ୍ନ ଦେଖାଇଲେ l ରାଣ, ନିୟମର ତ ହିସାବ ନାହିଁ l ବାଶ ଏ ସବୁ ମାୟା ଭିତରେ ଫସିଗଲା ସେ l କାରଣ ସେ ଥିଲା ସରଳ ଓ ନିରୀହ l ଡିଜିଟାଲ ଯୁଗର ମିଛ ଠାରୁ ବହୁ ଦୂରରେ l

ବର୍ତମାନର ସ୍ମାର୍ଟ ସିଟି ସୋସାଇଟିରେ ଡିଜିଟାଲ ମିଛ ରୂପକ ରାକ୍ଷସ ପୁର ପଲ୍ଲୀର ସରଳିଆ ଓ ନିଷ୍କପଟ ବ୍ୟକ୍ତି ମାନଙ୍କୁ ନିଜର ଶିକାର କରିଚାଲିଛି l ଏଥିରୁ ମୁକୁଳିବା ପାଇଁ ସଚେତନତା ଓ ପ୍ରତିକାର ଖୋଜିବା ଏକ ବଡ ଚ୍ୟାଲେଜ ଭାବରେ ଉଭା ହୋଇଛି l କିନ୍ତୁ ମୁନି! ନା ଥିଲା ସଚେତନ ନା ଡିଜିଟାଲ ମିଛକୁ ହରେଇବାରେ ସକ୍ଷମ……

ମହାନ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ଙ୍କ ସ୍ମୃତି ପୀଠର ହେବ ବିକାଶ…

() ମହାନ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ଙ୍କ ସ୍ମୃତି ପୀଠର ବିକାଶ କରାଯିବ ।

 ତାଳଚେର ମେଡିକାଲ୍ college ପବିତ୍ର ମୋହନ ଙ୍କ ନାମରେ ନାମିତ ହେବ ।

ଭୁବନେଶ୍ବର ରେ ହେବ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି।

{} ଓଡିଶା ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଗଣ୍ୟ ସାରଥି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମହାନ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ସ୍ୱାଧିନତା ତଥା ସ୍ୱାଧିନତା ପରବର୍ତ୍ତୀ ସମୟରେ ଓଡିଶାର ରାଜନୈତିକ ସାମାଜିକ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଳଚେର ରାଜାଙ୍କ ଅତ୍ୟାଚାର ଅନ୍ୟାୟ ବିରୋଧରେ ପ୍ରଜାମଣ୍ଡଳ ଆନ୍ଦୋଳନରେ ନେତୃତ୍ୱ ନେବା ସହ ଭାରତଛାଡ ଆନ୍ଦୋଳନ ମଧ୍ୟ ସେ ଯୋଗ ଦେଇଥିଲେ । ସ୍ୱାଧିନତା ପରେ ସେ ବିଭିନ୍ନ ସମୟରେ ବିଧାୟକ, ସାଂସଦ, ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରି ରାଜ୍ୟର ବିକାଶରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ରଖିଯାଇଛନ୍ତି। ଶିକ୍ଷାର ବିକାଶ, ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ଏକ ଦୁର୍ନୀତିମୁକ୍ତ ପ୍ରଶାସନ ଉପରେ ସେ ସର୍ବଦା ଗୁରୁତ୍ୱ ଦେଇ ଆସୁଥିଲେ ।

ସେହି ମହାନ ସଂଗ୍ରାମୀଙ୍କ ସ୍ମୃତିକୁ ସମ୍ମାନ ଜଣାଇ ତାଳଚେରରେ ପବିତ୍ର ମୋହନ ପ୍ରଧାନ ସ୍ମୃତି ପୀଠର ବିକାଶ କରାଯିବା ସହିତ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ଭୁବନେଶ୍ଵର ଠାରେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ଏହା ସହିତ ତାଳଚେର ମେଡିକାଲ କଲେଜ ଓ ହସ୍ପିଟାଲକୁ ମଧ୍ୟ ତାଙ୍କ ନାମରେ ନାମିତ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ସେହିପରି କଣିହା ଠାରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣାଧିନ ସେତୁକୁ ମଧ୍ୟ ସ୍ୱର୍ଗତ ପ୍ରଧାନଙ୍କ ନାମରେ ନାମିତ କରାଯିବ ।ସୂଚନା ଯୋଗ୍ୟ ଯେ 5-T ସଚିବ ଶ୍ରୀ ପାଣ୍ଡିଆନ୍ ଙ୍କ ଅନୁଗୋଳ ଗସ୍ତ ସମୟରେ ମହାନ୍ ସଂଗ୍ରାମୀ ସ୍ବର୍ଗତ ପ୍ରଧାନ ଙ୍କ ସ୍ମୃତି ରକ୍ଷା ପାଇଁ ମେଡିକାଲ କଲେଜ ହସ୍ପିଟାଲ କୁ ତାଙ୍କ ନାମରେ ନାମିତ କରିବା ପାଇଁ ସ୍ଥାନୀୟ ଜନ ସାଧାରଣ ପ୍ରସ୍ତାବ ଦେଇଥିଲେ । ଲୋକଙ୍କ ଇଚ୍ଛା କୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।

ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ…

() ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା କରାଯାଉଥିବା ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ।

ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୧୮ ହଜାରରୁ ଅଧିକ ଅଭିଯୋଗ ଗ୍ରହଣ କରାଯାଇଛି – ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କଲେ ୫-ଟି ସଚିବ।

ଜନ ଅଭିଯୋଗ ଶୁଣାଣୀକୁ ଅଗ୍ରାଧିକାର ଦିଅ – ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ।

ସବୁ ବିଭାଗ, ଜିଲ୍ଲା କର୍ତ୍ତୃପକ୍ଷ ମାନେ ଲୋକଙ୍କ ଅଭିଯୋଗର ତୁରନ୍ତ ସମାଧାନ ଉପରେ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

‘ମୋ ସରକାର’ ଅଧିନରେ ଆସିବ ଜନ ଅଭିଯୋଗ ଶୁଣାଣୀ – ମୁଖ୍ୟମନ୍ତ୍ରୀ।

ଆସନ୍ତା ମାସ ଠାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କୁ ଫୋନ କରି ସେମାନଙ୍କ ଅଭିଯୋଗର ସମାଧାନ ସଂପର୍କରେ ଜାଣିବ,

ମହାନ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ସ୍ମୃତିପୀଠର ବିକାଶ କରାଯିବ।

ଚଳିତ ବର୍ଷ ଅକ୍ଟୋବରରୁ ତାଳଚେର ମେଡିକାଲ କଲେଜ ହସ୍‌ପିଟାଲ କାର୍ଯ୍ୟକ୍ଷମ ହେବ, ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ ହେବ।

ହାତୀ-ମଣିଷ ସଂଘର୍ଷ ରୋକିବାକୁ ୪.୬୫ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ।

ବନ୍ତଳା ଓ ସାତକୋଶିଆ ଇକୋ ଟୁରିଜିମ୍‌ ସ୍ଥଳରେ ହେବ ଦୁଇଟି ଅଗ୍ନିଶମ ସେବା କେନ୍ଦ୍ର।

୧୫.୮୫ କୋଟି ଟଙ୍କାରେ ଅନୁଗୁଳରେ ନିର୍ମାଣ ହେବ ୩ଟି ସେତୁ, ୩ଟି ସଡକ ପାଇଁ ୭୬.୩୯ କୋଟି ଟଙ୍କା, ନିର୍ମାଣ ହେବ ୨ଟି ବନ୍ୟା ଆଶ୍ରୟସ୍ଥଳ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା ବିଭିନ୍ନ ଜିଲ୍ଲାରେ କରାଯାଉଥିବା ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ।

ଢେଙ୍କାନାଳରୁ ଭିଡିଓ କନ୍‌ଫରେସନ୍‌ସ ଜରିଆରେ ଯୋଡି ହୋଇ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଯେ ଗତ ଦୁଇ ଦିନ ଧରି ସେ ଅନୁଗୁଳ ଜିଲ୍ଲା ଗସ୍ତ କରି ଲୋକଙ୍କ ଅଭିଯୋଗ ଓ ସମସ୍ୟା ସଂପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ସେ କହିଥିଲେ ଯେ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ବର୍ତ୍ତମାନ ସୁଦ୍ଧା ଲୋକଙ୍କ ଠାରୁ ୧୮ ହଜାର ଯାଚିକା (petition) ଗ୍ରହଣ କରାଯାଇଛି ।ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ଜେନା କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗ୍ରହଣ କରାଯାଉଥିବା ଅଭିଯୋଗ ଓ ଯାଚିକା ସଂପର୍କରେ ପଦକ୍ଷେପ ନିଆଯାଉଛି। ବିଭିନ୍ନ ବିଭାଗ ଦ୍ବାରା ସମୀକ୍ଷା ବୈଠକରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରାଥମିକତା ଦିଆଯାଉଛି ।

ମୁଖ୍ୟମନ୍ତ୍ରୀ କହିଲେ ଯେ ଜନ ଅଭିଯୋଗ ଶୁଣାଣୀ ମୋ ପାଇଁ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ । ମୁଁ ଚାହେଁ ଯେ ସବୁ ବିଭାଗ ଓ ଜିଲ୍ଲା ପ୍ରଶାସନ ଲୋକଙ୍କ ଅଭିଯୋଗ, ଅସୁବିଧାକୁ ସମ୍ବେଦନଶୀଳ ହୋଇ ଶୁଣିବା ସହିତ ଶୀଘ୍ର ସମାଧାନ କରିବା ଆବଶ୍ୟକ। ସେଥିପାଇଁ ଲୋକଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବିଭିନ୍ନ ଜିଲ୍ଲାକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଛି । ଆମର ଅଧିକାରୀମାନେ ବିଭିନ୍ନ ଜିଲ୍ଲା, ଏପରି କି ବ୍ଲକ୍‌ ସ୍ତରକୁ ଯାଇ ଅଭିଯୋଗ ଶୁଣାଣୀ କରୁଛନ୍ତି ଏବଂ ଏହିସବୁ କାର୍ଯ୍ୟକ୍ରମରୁ ବର୍ତ୍ତମାନ ସୁଦ୍ଧା ୧୮ ହଜାରରୁ ଅଧିକ ଯାଚିକା ଗ୍ରହଣ କରାଯାଇଛି ।ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ମୁଁ ଆଶା କରୁଛି ସମସ୍ତ ବିଭାଗ ଗୁଡିକ ଲୋକଙ୍କ ଅଭିଯୋଗକୁ ପ୍ରାଥମିକତା ଭିତ୍ତିରେ ଶୁଣାଣୀ କରି ସମାଧାନ କରିବେ । ରାଜ୍ୟର ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଲୋକଙ୍କ ଅଭିଯୋଗ ଉପରେ ଗୁରୁତ୍ବ ଦେଇ ସମାଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜନ ଅଭିଯୋଗ ଶୁଣାଣୀ ପ୍ରକ୍ରିୟାକୁ ‘ମୋ ସରକାର’ ଅଧିନରେ ଗ୍ରହଣ କରାଯାଇ ଲୋକଙ୍କ ସମସ୍ୟାର ସମାଧାନ କିପରି କରାଯାଉଛି, ସେ ବିଷୟରେ ତଥ୍ୟ ସଂଗ୍ରହ କରାଯିବ। ଆସନ୍ତା ମାସ ଠାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜନସାଧାରଣଙ୍କୁ ଫୋନ କରାଯାଇ ସେମାନଙ୍କ ସମସ୍ୟାର କିପରି ସମାଧାନ କରାଯାଉଛି, ସେ ସଂପର୍କରେ ମତାମତ ନିଆଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶର ସ୍ବାଧୀନତା ସଂଗ୍ରାମରେ ତଥା ଓଡିଶାର ବିକାଶରେ ବିଶିଷ୍ଟ ଜନନେତା ପବିତ୍ର ମୋହନ ପ୍ରଧାନଙ୍କ ଅବଦାନକୁ ସମ୍ମାନ ଦେଇ ତାଙ୍କ ସ୍ମୃତିପୀଠର ବିକାଶ କରାଯିବ । ତାଳଚେର ମେଡିକାଲ କଲେଜ ଓ ହସ୍‌ପିଟାଲକୁ ମଧ୍ୟ ତାଙ୍କ ନାମରେ ନାମିତ କରାଯିବ । କଣିହାରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମଣାଧୀନ ସେତୁକୁ ମଧ୍ୟ ତାଙ୍କ ନାମରେ ନାମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଅନୁଗୁଳ ଜିଲ୍ଲାରେ ଗୁଣାତ୍ମକ ସ୍ବାସ୍ଥ୍ୟସେବାର ବିକାଶ ପାଇଁ ତାଳଚେର ଠାରେ ନିର୍ମିତ ମେଡିକାଲ କଲେଜ ହସ୍‌ପିଟାଲକୁ ଚଳିତ ବର୍ଷ ଅକ୍ଟୋବର ମାସ ଠାରୁ କାର୍ଯ୍ୟକ୍ଷମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହାସହିତ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ ହସ୍‌ପିଟାଲ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଗତକାଲି ଛେଣ୍ଡିପଦାଠାରେ ଲୋକଙ୍କ ଠାରୁ ଏହି ଦାବୀ ସଂପର୍କରେ ମୁଖ୍ୟମନ୍ତ୍ରୀ ୫-ଟି ସଚିବଙ୍କ ସହିତ ଭିଡିଓ କଲ୍‌ରେ ଆଲୋଚନା କରି ନିଷ୍ପତ୍ତି ନେଇଥିଲେ ।

ସେହିପରି ଅନୁଗୁଳ ଜିଲ୍ଲାର ବନ୍ତଳା ଠାରେ ହାତୀ-ମଣିଷ ସଂଘର୍ଷ ଯୋଗୁ ସାଧାରଣ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଧନସମ୍ପତ୍ତି ନଷ୍ଟ ସହିତ ଜୀବନ ହାନୀ ମଧ୍ୟ ହେଉଛି । ଲୋକଙ୍କ ଠାରୁ ଏହି ସମସ୍ୟା ଶୁଣିବା ପରେ, ମୁଖ୍ୟମନ୍ତ୍ରୀ ଏହାକୁ ରୋକିବା ପାଇଁ ୪.୬୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଜିଲ୍ଲା ଡି.ଏଫ.ଓ ଙ୍କ ଦ୍ବାରା ଏହି ଅର୍ଥ ଜରିଆରେ ବନ୍ତଳାର ୪୩ଟି ଗାଁରେ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରାଯାଇ ଅଧିକ ସୁରକ୍ଷିତ ବ୍ୟବସ୍ଥାର ବିକାଶ କରାଯିବ। ସୂଚନାଯୋଗ୍ୟ ଯେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ତାଙ୍କ ଅନୁଗୁଳ ଗସ୍ତ ସମୟରେ ବନ୍ତଳା ଠାରେ ହାତୀ ଆକ୍ରମଣ ସଂପର୍କରେ ଲୋକଙ୍କ ଠାରୁ ବିଭିନ୍ନ ଅଭିଯୋଗ ଶୁଣିଥିଲେ ।

ଜିଲ୍ଲାରେ ସଡକ ଯୋଗାଯୋଗର ବିକାଶ ପାଇଁ OMBADC ପାଣ୍ଠିରୁ ୭୬.୩୯ କୋଟି ଟଙ୍କା ବିନିଯୋଗ କରାଯାଇ ୩ଟି ଗୁରୁତ୍ବପୂର୍ଣ୍ଣ ରାସ୍ତା ନିର୍ମାଣ କରାଯିବ। ପାଲଲହଡା ଏକ ଆଦିବାସୀ ଅଧ୍ୟୁସିତ, ଅନୁନ୍ନତ ଅଂଟଳ ହୋଇଥିବାରୁ, ଏଠାରେ ୨ଟି ଗୁରୁତ୍ବପୂର୍ଣ୍ଣ ରାସ୍ତାର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ପାଲଲହଡା ଫଳ ବଗିଚା ଠାରୁ ନାଇକାଣିପଲ୍ଲୀ ରାସ୍ତାର ବିକାଶ ପାଇଁ ୨୧.୮୫ କୋଟି ଏବଂ ସିବାଦା ଠାରୁ ଖଡକାକୁମ୍ଭାର ମାଟି ରାସ୍ତାର ଉନ୍ନତିକରଣ ପାଇଁ ୪୨.୦୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହାସହିତ କଣିଆ ବ୍ଳକ୍‌ର ଧଳଗଡିଆ ସିଆରିଆ ରାସ୍ତାରେ ମହୁଲିପୋଷି ପର୍ଯ୍ୟନ୍ତ ୧୦ କିଲୋମିଟର ରାସ୍ତାର ଉନ୍ନତିକରଣ ପାଇଁ ୧୨.୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ।ଏହାସହିତ ପାଲଲହଡାରେ ୩ଟି ଗୁରୁତ୍ବପୂର୍ଣ୍ଣ ସେତୁ ମଧ୍ୟ ନିର୍ମାଣ କରାଯିବ। ମାଙ୍କଡିଆ ନଳା ଉପରେ ଜୋକପାଣି ଠାରେ ଏକ ସେତୁ ପାଇଁ ୫.୩୮ କୋଟି ଟଙ୍କା, ଅନ୍ଧାରୀନଳା ଉପରେ କୁଚେଇବେଡା ଠାରେ ସେତୁ ପାଇଁ ୪.୬୦ କୋଟି ଟଙ୍କା ଏବଂ ଖରବା ନଳା ଉପରେ ବିଜାଗୋଠ ଛକ ଠାରେ ସେତୁ ନିର୍ମାଣ ପାଇଁ ୫.୮୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସମୁଦାୟ ୧୫.୮୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

୫-ଟି ସଚିବଙ୍କ ବନ୍ତଳା ଅଂଚଳ ପରିଦର୍ଶନ ସମୟରେ ଏକ ଅଗ୍ନିଶମ ସେବା କେନ୍ଦ୍ରର ଆବଶ୍ୟକତା ସଂପର୍କରେ ଜନସାଧାରଣ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀ ଆଜି ବନ୍ତଳାରେ ଏହି ସେବା କେନ୍ଦ୍ର ସ୍ଥାପନ ପାଇଁ ଅନୁମୋଦନ ଦେଇଛନ୍ତି । ଏହାସହିତ ସାତକୋଶିଆ ଇକୋ ଟୁରିଜିମ୍‌ ସ୍ଥାନରେ ମଧ୍ୟ ଏକ ଅଗ୍ନିଶମ ସେବା କେନ୍ଦ୍ର ସ୍ଥାପନ କରାଯିବ।

ଜନସାଧାରଣଙ୍କ ଅନୁରୋଧକ୍ରମେ ଜିଲ୍ଲାର କୁଡାଗାଁ ଓ ଟିକରପଡା ଠାରେ ଦୁଇଟି ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପ୍ରତ୍ୟେକ ବନ୍ୟା ଅଶ୍ରୟସ୍ଥଳ ପାଇଁ ୨.୬୪ କୋଟି ଟଙ୍କା ଖର୍ଚ୍ଚ ହେବ ।ଏହି ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ, ଓ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ ।

ଭଗବାନଙ୍କୁ ପାଇବା କିପରି ? 

() କଳି ଯୁଗରେ ଭଗବାନଙ୍କୁ କିପରି ପାଇବା ସମସ୍ତଙ୍କ ମନରେ ପ୍ରଶ୍ନବାଚି l କିନ୍ତୁ ସାଧୁ ସନ୍ଥ ମାନେ କହନ୍ତି କଳି ଯୁଗରେ ଭଗବାନଙ୍କୁ ପାଇବା ସହଜ , ଯେପରି ପୂର୍ବ ଯୁଗରେ ଥିଲା ଏବେ ମଧ୍ୟ ସେହି ବାଟ l

ବାଟ ଟି ହେଲା: ଭଗବାନ ମିଳିବା ସହଜ ଓ ସରଳ କିନ୍ତୁ ପାଇବା ବ୍ୟକ୍ତି ସହଜ ଓ ସରଳ ହେବା ଅତି କଷ୍ଟ l ନା ଅଛି ମୀରାର ଭାବ ନl ସୁଦାମାର ସରଳତା l ଅଜୟ ବାବୁ ସେଦିନ ପୁଅର ପରୀକ୍ଷା ପାଇଁ ଢେଙ୍କାନାଳ ଯାଇଥାନ୍ତି l ପୁଅ ପରୀକ୍ଷା ହଲରେ ବସିବା ପରେ ସେ ୩ଘଣ୍ଟା କାହିଁକି ଅପେକ୍ଷା କରି ବସିବେ ତେଣୁ ବାହାରି ପଡ଼ିଲେ ଢେ଼ଙ୍କାନାଳ ସହର ବୁଲିବା ପାଇଁ l ସାଙ୍ଗରେ ତାଂକ ସାନ ଶଳା ଚିନୁ ଥାଏ l ଚିନୁ ଭାରୀ ଭଗବାନ ବିଶ୍ବାସୀ l ସେ ସଙ୍ଗେ ସଙ୍ଗେ କହିଲା ଭାଇ ଚାଲ ବଳଦେବ ଜୀଉ ମନ୍ଦିର ଓ ସପ୍ତଶଯ୍ୟା ଆଡେ ବୁଲି ଆସିବା l ବାସ ଚିନୁକୁ ସାଙ୍ଗରେ ଧରୀ ଅଜୟ ବାବୁ ଚାଲିଲେ ମନ୍ଦିର l ସମୟ ଦିନ ୧୧ଟା ୩୦ ରୁ ୧୨ଟା ଭିତରେ l ସେଦିନ ନବ ଯୌବନ ଦର୍ଶନ ଥାଏ l ଅଜୟ ବାବୁ ଓ ଚିନୁ ମନ୍ଦିର ପ୍ରବେଶ କଲା ବେଳକୁ ବଳଦେବ ଜୀଉଙ୍କ ଆଳତୀ ହେଉଥାଏ l ଉଭୟ ପ୍ରଭୁଙ୍କ ଆଳତୀ ଦର୍ଶନ କଲେ , ନନା ଉଭୟଙ୍କୁ ପାଦୁକା ଦେଲେ l ଠିକ୍ ସେହି ସମୟରେ ଚିନୁ ନଜର ମନ୍ଦିର ଭିତର ପାଖର ଗୋଟେ ସାଇଡ ରେ ଥିବା ଚନ୍ଦନ ଘୋରା ଉପରେ l ଜଣେ ମହିଳା ଭକ୍ତ ନିଜେ ଚନ୍ଦନ ଘୋରୀ ଲଗାଇଲେ ଓ ତାଂକ ସ୍ବାମୀ, ପୁଅଙ୍କ ମଥାରେ ବି ଚନ୍ଦନ ଟିପା ଲଗାଇ ଦେଲେ l ଏହାଦେଖି ଚିନୁ ମଧ୍ୟ ମଥାରେ ଚନ୍ଦନ ଟିପା ଲଗାଇ ବେଢ଼ା ପରିକ୍ରମା କରି ସପ୍ତଶଯ୍ୟା ଅଭିମୁଖ୍ୟ ବୁଲିବାକୁ ବାହାରିଲେ l ଆଳତୀ ବେଳେ ଚିନୁ ମନେ ମନେ ପ୍ରାର୍ଥନା କରୁଥାଏ ହେ ବଳଦେବ ଜୀଉ ଆପଣଙ୍କ ନଜର ଟିକେ ମୋ ଉପରେ ପଡୁ l  ପ୍ରଭୁଙ୍କ ପାଖରେ ; ଚିନୁର ଏହି ସରଳ ଓ ସମର୍ପଣ ଭାବକୁ ଶୁଣିଲେ ପ୍ରଭୁ l ଯାହା ଗାଡ଼ିରେ ଆଗ ସିଟରେ ବସି ମିରରକୁ ଚାହିଁ ଅନୁଭବ କରିଥିଲା ଚିନୁ l ଚିନୁ ମଥାରେ ଅନାଇ ଦେଖିଲା ଯେ ସାଧୁ ସନ୍ଥ ମାନେ ଯେମିତି ଭାବରେ ମଥାରେ ଚନ୍ଦନ ଲାଗନ୍ତି, ଠିକ୍ ସେହିପରି ଚନ୍ଦନ ଲଗେଇ ହୋଇଯାଇଛି ଚିନୁ ମଥାରେ l ଏହା ଦେଖି ଚିନୁ ଆଚାର୍ଯ୍ୟ l ସଙ୍ଗେ ସଙ୍ଗେ ଚିନୁ ଅଜୟ ବାବୁଙ୍କୁ କହିଲା ଭାଇ ଦେଖନ୍ତୁ ମୋ ମଥାରେ କିପରି ସୁନ୍ଦର ଭାବେ ଚନ୍ଦନ ଟିପା ଲାଗିଛି ପ୍ରଭୁଙ୍କର l ନିଜର ମନୋଭାବ ପୂରଣ ହେବା ଦେଖି ଭକ୍ତି ର ଦୁଇ ଟୋପା ଅଶ୍ରୁ  ମନ ଭିତରୁ ଝରିପଡିଲା ଓ ଅନନ୍ୟ ଦିବ୍ୟତା ର ଅନୁଭୂତି ହେଲା, ଯାହାକି ଚରିତାର୍ଥ କରୁଥାଏ ସାଧୁ ବାଣୀକୁ…

‘ଆମ ଓଡିଶା ନବୀନ ଓଡିଶା’କୁ ରାଜ୍ୟ କ୍ୟାବିନେଟର ମୋହର…

{} ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ପଦକ୍ଷେପ,

ଆରମ୍ଭ ହେଲା ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା ରାଜ୍ୟ କ୍ୟାବିନେଟର ଅନୁମୋଦନ।

ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ଗାଁର ପୂଜାସ୍ଥଳ, ଐତିହାସିକ ଗୁରୁତ୍ବ ଥିବା ସ୍ଥାନର ହେବ ବିକାଶ,

ସଂସ୍କୃତି ସଂରକ୍ଷଣ ପାଇଁ ପ୍ରତି ପଞ୍ଚାୟତକୁ ମିଳିବ ୧୦ ଲକ୍ଷ ଟଙ୍କା।

ଏହି ଯୋଜନା ଏଭଳି ଏକ ନୂଆ ଓଡିଶାର ସୂତ୍ରପାତ କରିବ, ଯାହାର ଭିତ୍ତି ହେବ ସୁଦୃଢ ଓ ଡେଣା ହେବ ଶକ୍ତ – ମୁଖ୍ୟମନ୍ତ୍ରୀ।

() ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ସହିତ ଗାଁ ଗାଁରେ ଥିବା ପୂଜାସ୍ଥଳ ଓ ଐତିହାସିକ ଗୁରୁତ୍ବ ବହନ କରୁଥିବା ସ୍ଥାନ ଗୁଡିକର ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଦେଇଛନ୍ତି । ଓଡିଶାର ଗାଁ ଗୁଡିକରେ ଥିବା ପୂଜାସ୍ଥଳ ତଥା ଅନ୍ୟାନ୍ୟ ଐତିହାସିକ ଗୁରୁତ୍ବ ଥିବା ସ୍ଥାନର ବିକାଶ ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ଏକ ନୂଆ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ।

ଏହି ଯୋଜନାର ଅଂଶ ସ୍ବରୂପ ପୂଜା ଓ ଐତିହାସିକ ସ୍ଥାନର ବିକାଶ ତଥା ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧାର ବିକାଶ ନିମନ୍ତେ ପ୍ରତ୍ୟେକ ଗାଁରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରାଯାଇପାରିବ। ପଞ୍ଚାୟତ ଗୁଡିକରେ ଆଧୁନିକ ଭିତ୍ତିଭୂମିର ବିକାଶ ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରିବ। ଆଜି ରାଜ୍ୟ କ୍ୟାବିନେଟ ଏହି ଯୋଜନାକୁ ଅନୁମୋଦନ ଦେଇଛି । ଯୋଜନା ଉପରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନାରେ ରହିଛି ଏକ ନୂଆ ଓଡିଶା, ଏକ ଆକାଂକ୍ଷୀ ଓଡିଶା ଗଠନର ପରିକଳ୍ପନା– ଏଭଳି ଏକ ଆଧୁନିକ ଓଡିଶା ଯାହା କି ଆମର ମୌଳିକ ମୂଲ୍ୟବୋଧ ଉପରେ ପର୍ଯ୍ୟବେସିତ।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ ଓଡିଶା ସବୁବେଳେ ତା’ର ସଂସ୍କୃତି, ତା’ର ପରମ୍ପରା ଓ ଇତିହାସ ସହିତ ଦୃଢ ଭାବରେ ଯୋଡି ହୋଇ ରହିଛି । ଓଡିଶା ହେଉଛି ସେହି ଭୂମି ଯେ କି ସାରା ବିଶ୍ୱକୁ ଜଗନ୍ନାଥ ସଂସ୍କୃତି ପରି ମହାନ ସଂସ୍କୃତି ସହ ପରିଚିତ କରାଇଛି । ଜଗନ୍ନାଥ ସଂସ୍କୃତି ବିଶ୍ବପ୍ରେମ, ସେବା ଓ ସମାନତାକୁ ଗୁରୁତ୍ବ ଦେଇଛି। ସମସ୍ତଙ୍କୁ ସମାନ ଭାବରେ ଆଦରି ନେଇଛି। ଜାତି ଓ ସଂପ୍ରଦାୟ ନିର୍ବିଶେଷରେ ସମସ୍ତଙ୍କୁ ନିଜର କରିପାରିଛି ବୋଲି ସେ କହିଛନ୍ତି।

ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ପାଇଁ ଆମେ ଏହି ଯୋଜନାରେ ଏକ ଐତିହାସିକ ପଦକ୍ଷେପ ନେଇଛୁ ବୋଲି ପ୍ରକାଶ କରି ସେ କହିଲେ ଯେ ଏଥିରେ ସ୍ଥାନୀୟ ପୂଜାସ୍ଥଳୀ ତଥା ଐତିହାସିକ ଗୁରୁତ୍ୱ ଥିବା ସ୍ଥାନମାନଙ୍କର ସୁରକ୍ଷା ଏବଂ ଭକ୍ତ ଓ ପର୍ଯ୍ୟଟକ ମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ ପାଇଁ ବିଶେଷ ଗୁରୁତ୍ବ ଦିଆଯାଇଛି। ପ୍ରତ୍ୟେକ ଗ୍ରାମପଞ୍ଚାୟତ ଏହି ଯୋଜନାରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି କାମ କରିପାରିବେ ।ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଇତିହାସ ଓ ଆଧ୍ୟାତ୍ମିକତା ସହ ଯୋଡି ହୋଇ ଅନେକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି ବୋଲି ମତ ଦେଇ ସେ କହିଥିଲେ ଯେ ଆମର ଭବିଷ୍ୟତ ବଂଶଧରମାନଙ୍କ ନିମନ୍ତେ ସେସବୁ ସ୍ଥାନମାନଙ୍କର ସଂରକ୍ଷଣ ଓ ସୁରକ୍ଷା ଜରୁରୀ । ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଜରିଆରେ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକ ହିଁ ଏହି କାମକୁ ଅଧିକ ଦକ୍ଷତାର ସହ କରିପାରିବ ବୋଲି ସେ ଦୃଢ ବିଶ୍ବାସ ପ୍ରକଟ କରିଥିଲେ।

ନୂଆ ଓଡିଶା ତା’ର ମୂଳ ଭିତ୍ତିକୁ ସୁଦୃଢ ରଖିବା ସହିତ ଦୂର ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ତାର ଡେଣାକୁ ଅଧିକ ପ୍ରସାରିତ କରିବ ବୋଲି ସେ ମତ ଦେଇଥିଲେ । ଆମର ଗାଁ ଗୁଡିକରେ ଯୁବ ସମାଜ ପାଇଁ Internet ସଂଯୋଗ ଦରକାର । ଖେଳ ପଡିଆ ଦରକାର । ବିଜ୍ଞାନ ପାର୍କ ଦରକାର । ସେମାନଙ୍କ ପାଇଁ ତାଲିମ ସୁବିଧା ମଧ୍ୟ ଦରକାର । Work Hubs ଦରକାର । ଗାଁର ଉଦ୍ୟୋଗୀ ବିଶେଷକରି, ମା’ ମାନଙ୍କ ପାଇଁ ଦକ୍ଷତା ବିକାଶ କେନ୍ଦ୍ର ଦରକାର ବୋଲି ସେ କହିଥିଲେ।

ଗାଁରେ ଆଧୁନିକ ମୌଳିକ ସୁବିଧାର ବିକାଶ ଉପରେ ମତ ଦେଇ ସେ କହିଥିଲେ ଯେ, “ମୁଁ ଚାହେଁ, ଶିକ୍ଷା ଭିତ୍ତିଭୂମି କ୍ଷେତ୍ରରେ ଥିବା ପ୍ରଭେଦ ଦୂର ହେଉ। ସମସ୍ତଙ୍କ ପାଇଁ ବ୍ୟାଙ୍କିଙ୍ଗ ସୁବିଧା ମିଳୁ । ଡିଜିଟାଲ ଭିତ୍ତିଭୂମି ର ବିକାଶ ହେଉ । ତା ସହିତ ଅନ୍ୟ ଆଧୁନିକୀକରଣ କାମ ମଧ୍ୟ ହେଉ । ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପଞ୍ଚାୟତ ସ୍ତରରେ ଏସବୁ ପରିକଳ୍ପନାକୁ ଆଗେଇ ନେବା ପାଇଁ ସୁଯୋଗ ସୃଷ୍ଟି କରିବ । ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଅଧିନରେ ଗାଁର ମନ୍ଦିର ମାନଙ୍କର ପୁନରୁଦ୍ଧାର ଠାରୁ ଆରମ୍ଭ କରି Digital Infrastructure କାମ ପରି ଭବିଷ୍ୟମୁଖୀ ଯୋଜନା କରାଯିବ । ଉଭୟ କାମ ଏକ ସମୟରେ ଚାଲିବ ।”

ଏହା ଓଡିଶାରେ ଏକ ନୂଆ ଯୁଗର ଆରମ୍ଭ କରିବ ବୋଲି ଦୃଢ ବିଶ୍ବାସ ପ୍ରକଟ କରି ସେ କହିଲେ ଯେ ଆମର ଯୁବସମାଜ ପାଇଁ, ଆମର ମା ମାନଙ୍କ ପାଇଁ, ପିଲା ମାନଙ୍କ ପାଇଁ, ଉଦ୍ୟୋଗୀମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ, ଜନଜାତି ଭାଇଭଉଣୀ ମାନଙ୍କ ପାଇଁ ଏକ ଆଧୁନିକ ପ୍ରଗତୀଶିଳ ଓ ସମ୍ବେଦନଶୀଳ ଓଡିଶା ଗଠନରେ ସହାୟକ ହେବ। ଏହି ଯୋଜନା ଏଭଳି ଏକ ନୂଆ ଓଡିଶାର ସୂତ୍ରପାତ କରିବ, ଯାହାର ଭିତ୍ତି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ।

୮ ମାସର ଶିଶୁର ଶରୀରରୁ ସମ୍ ନ୍ୟୁରୋସର୍ଜନ ବହାରକଲେ ଏକ ବିଶାଳ ମେନିନ୍‌ଗୋମାଇଲୋସିଲ୍‌…

{} ୮ ମାସର ଶିଶୁର ଶରୀରରେ ସୃଷ୍ଟି ହୋଇଥିବା ବିଶାଳ ମେନିନ୍‌ଗୋମାଇଲୋସିଲ୍‌କୁ ସଫଳତାର ସହ ବାହାର କଲେ ସମ୍ ନ୍ୟୁରୋସର୍ଜନ ।

() ଜନ୍ମଗତ ତ୍ରୁଟି ଯୋଗୁଁ ୮ ମାସର ଶିଶୁର ପିଠିରେ ମେନିନ୍‌ଗୋମାଇଲୋସିଲ୍ ଯୋଗୁଁ ସୃଷ୍ଟି ହୋଇଥିବା ବିଶାଳ ମାଂସପିଣ୍ଡୁଳାକୁ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଶରୀରରୁ ବାହାର କରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନ୍ୟୁରୋସର୍ଜନ । ଏହି ଆକାରର ବିଶାଳ ମାଂସପିଣ୍ଡୁଳା ସୃଷ୍ଟି ହେବା ବିଶ୍ୱର ପ୍ରଥମ ବୋଲି କୁହାଯାଉଛି ।

ଶିଶୁଟିର ପିଠିରେ ୪୩୦୦ ସ୍କୋୟାର ସେମି ଭଲ୍ୟୁମର ବିଶାଳ ମାଂସପିଣ୍ଡୁଳା ସୃଷ୍ଟି ହୋଇଥିଲା ଯାହାକୁ କି ଜାଏଂଟ ମେନିନ୍‌ଗୋମାଇଲୋସିଲ୍ କୁହାଯାଏ । ଶିଶୁଟିକୁ ଧରି ତା’ର ପିତାମାତା ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ନପାରି ସମ୍‌କୁ ଆସିଥିଲେ । ଶିଶୁଟିର ଅସ୍ତ୍ରୋପଚାର ବିଶିଷ୍ଟ ନ୍ୟୁରୋସର୍ଜନ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କ ତତ୍ୱାବଧାନରେ କରାଯାଇଥିଲା । ୪୦୦୦ରୁ ଊର୍ଦ୍ଧ୍ୱ ଏପରି ଅସ୍ତ୍ରୋପଚାର କରିସାରିଥିବା ପ୍ରଫେସର (ଡାକ୍ତର) ମହାପାତ୍ର ଏପରି ବିଶାଳ ଆକାରର ମେନିନ୍‌ଗୋମାଇଲୋସିଲ ପୂର୍ବରୁ ଦେଖି ନଥିଲେ ବୋଲି କହିଥିଲେ ।

ଶିଶୁଟିର ଶରୀରରେ ଥିବା ମାଂସପିଣ୍ଡୁଳା ଜନ୍ମ ସମୟରେ ଖୁବ୍ ଛୋଟ ଥିଲା । ମାତ୍ର ଚିକିତ୍ସାରେ ବିଳମ୍ବ ଯୋଗୁଁ ଏହାର ଆକାର ବୃଦ୍ଧି ପାଇଥିଲା । ୨୦୧୫ ମସିହାରେ ନୂଆଦିଲ୍ଲୀ ଏମ୍‌ସରେ ୨୩୦୦ ସ୍କୋୟାର ସେମି ଭଲ୍ୟୁମର ଏଭଳି ଏକ ସମସ୍ୟା ଥିବା ଶିଶୁର ଅସ୍ତ୍ରୋପଚାର କରାଯାଇଥିଲା । ତେବେ ପୃଥିବୀରେ ଏତେ ବଡ଼ ଆକାରର ମାଂସପିଣ୍ଡୁଳା ପୂର୍ବରୁ ନଜିର ଥିବାର ଜଣା ନାହିଁ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ଥିବା ପ୍ରଫେସର (ଡାକ୍ତର) ମହାପାତ୍ର କହିଛନ୍ତି ।

ଏହି ରୋଗର ଡାକ୍ତରୀ ସମସ୍ୟା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇ ପ୍ରଫେସର (ଡାକ୍ତର) ମହାପାତ୍ର କହିଥିଲେ ଯେ ଗର୍ଭଧାରଣର ଏକ ମାସ ଭିତରେ ଗର୍ଭାଶୟରେ ଏକ ଇଂଚର ଏକ ନ୍ୟୁରାଲ୍ ଟ୍ୟୁବ୍ ସୃଷ୍ଟି ହୋଇଥାଏ ଯାହାକି ଆଗକୁ ସୁଷୁମ୍ନାକାଣ୍ଡରେ ପରିଣତ ହୋଇଥାଏ । ତେବେ କୌଣସି କାରଣରୁ ଯଦି ଏହା ଫାଟିଯାଏ ତେବେ ସେହି ସ୍ଥାନରେ ତରଳ ପଦାର୍ଥ ନିର୍ଗତ ହୋଇଥାଏ । ଏହି ପଦାର୍ଥଗୁଡ଼ିକ ସହିତ ଅନେକ ନ୍ୟୁରାଲ୍ ଟିସ୍ୟୁ ମଧ୍ୟ ଶରୀରର ପିଠି ପାଖରେ ଜମା ହୋଇ ଧୀରେ ଧୀରେ ଏହାର ଆକାର ବୃଦ୍ଧି ପାଇଥାଏ । ଏହା ଏକ ବିରଳ ସମସ୍ୟା ବୋଲି ସେ କହିଛନ୍ତି ।

ପ୍ରାୟ ୩ ସପ୍ତାହ ତଳେ ଏହି ଅସ୍ତ୍ରୋପଚାର କରାଯାଇଥିବା ବେଳେ ଏଥି ନିମନ୍ତେ ୩ ରୁ ୪ ଘଂଟା ସମୟ ଲାଗିଥିଲା । ଶିଶୁଟି ବର୍ତମାନ ବିପଦମୁକ୍ତ ଥିବା ବେଳେ ଏହି ସମସ୍ୟା ଯୋଗୁଁ ଶିଶୁର ଅଂଟା ତଳକୁ ପକ୍ଷାଘାତ ହୋଇଯାଇଥିବା ପ୍ରଫେସର ମହାପାତ୍ର କହିଥିଲେ ।ସମ୍ ହସ୍ପିଟାଲ୍‌ର ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସୌଭାଗ୍ୟ ପାଣିଗ୍ରାହୀ କହିଥିଲେ ଯେ ଏଭଳି ଅସ୍ତ୍ରୋପଚାର ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ନିୟମିତ ଭାବେ କରାଯାଉଛି । ସଂପୃକ୍ତ ଶିଶୁଟିର ଅସ୍ତ୍ରୋପଚାର ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଅଧିନରେ କରାଯାଇଥିବା ସେ କହିଛନ୍ତି ।

ସଂପୃକ୍ତ ବିଭାଗର ନ୍ୟୁରୋସର୍ଜନ୍ ପ୍ରଫେସର (ଡାକ୍ତର) ରାମଚନ୍ଦ୍ର ଦେଓ କହିଥିଲେ ଯେ ଏଭଳି ସମସ୍ୟାର ଚିକିତ୍ସା ନିମନ୍ତେ ଲୋକମାନଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି । ଏହି ଅସ୍ତ୍ରୋପଚାରରେ ଅନେକ ରକ୍ତହାନୀ ହେବାର ଆଶଙ୍କା ରହିଥିବାରୁ ଅନେକେ ଏଭଳି ସର୍ଜରୀ ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି ଯାହାଦ୍ୱାରା ଏହି ସମସ୍ୟାର ଉପଯୁକ୍ତ ଚିକିତ୍ସା ହୋଇପାରୁ ନାହିଁ ।

ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ …

() ଜୁଲାଇ ତୃତୀୟ ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ..

{} ଓଡ଼ିଶାରେ ଯଦିଓ ମୌସୁମୀ ଦୁର୍ବଳ ରହିଛି ବଙ୍ଗୋପସାଗରରୁ ଉପକୂଳ ଆଡକୁ ଦକ୍ଷିଣ-ପୂର୍ବ ପବନର ପ୍ରବାହ ଯୋଗୁଁ ଜୁଲାଇ ୧୧ ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ସୋମବାର ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ଏକ ବୁଲେଟିନ୍‌ରେ କୁହାଯାଇଛି । ପରିବେଶରେ ପର୍ଯ୍ୟାପ୍ତ ପରିମାଣର ଜଳୀୟ ବାଷ୍ପ ରହିଥିବାରୁ ଏବଂ ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ଗୁଳୁଗୁଳି ଯୋଗୁଁ ମୌସୁମୀ ଦୁର୍ବଳ ହୋଇ ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେଉଛି ବୋଲି ଏଥିରେ କୁହାଯାଇଛି ।

ତେବେ ଜୁଲାଇ ୧୮ରେ ଉତର-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ଯୋଗୁଁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ଏବଂ ସେହି ଦିନ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହା ଧୀରେ ଧୀରେ ଘନୀଭୂତ ହୋଇ ଜୁଲାଇ ୨୦ ତାରିଖ ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ ବୋଲି ବୁଲେଟିନ୍‌ରେ କୁହାଯାଇଛି । ଏହାର ପ୍ରଭାବରେ ଜୁଲାଇ ୨୧ ରୁ ୨୩ ତାରିଖ ମଧ୍ୟରେ ଉତର-ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କୁହାଯାଇଛି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news