୨୦୨୪ରେ ବିକାଶର ବିଜୟ ହେବ , ଗଢିବା ନୂଆ ଓଡିଶା, ସଶକ୍ତ ଓଡିଶା : ନବୀନ ପଟ୍ଟନାୟକ….।

() ବିଜେଡି କାର୍ଯ୍ୟକାରିଣୀ ବୈଠକରେ ବିଜେଡିର ମଙ୍ଗ ଧରିଥିବା ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ନଜର ପଢନ୍ତୁ କଣ କହୁଛନ୍ତି ନବୀନ…..

ଆଜି ବିଜୁ ଜନତା ଦଳର Extended State Executive Committee Meetingକୁ ମୁଁ ସମସ୍ତଙ୍କୁ ସ୍ବାଗତ କରୁଛି ।ଓଡିଶାବାସୀ ଏତେ ବର୍ଷ ଧରି ଆମକୁ ସେବାର ସୁଯୋଗ ଦେଇଛନ୍ତି। ସେଥିପାଇଁ ପ୍ରିୟ ଓଡିଶାବାସୀଙ୍କ ନିକଟରେ ମୁଁ ସବୁବେଳେ ଋଣୀ ।ଓଡିଶାବାସୀଙ୍କ ନିକଟରେ ଆମ ଦଳର ବାର୍ତ୍ତା ପହଞ୍ଚାଇବା ପାଇଁ ବିଜେଡିର ଲକ୍ଷ ଲକ୍ଷ କର୍ମୀ ନିଷ୍ଠାର ସହ କାମ କରିଆସୁଛନ୍ତି। ସେମାନଙ୍କୁ ମୋର ପ୍ରଣାମ ।ସମସ୍ତଙ୍କୁ ଏକାଠି କରି ଦଳକୁ ଆଗେଇ ନେବା ପାଇଁ ଦିନରାତି କାମ କରୁଥିବା ନେତୃମଣ୍ଡଳୀଙ୍କୁ ମୋର ପ୍ରଣାମ।ଆମ ଦଳ Women Empowermentରେ ବିଶ୍ବାସ କରେ । ସବୁବେଳେ ଆମେ ମା ମାନଙ୍କ କଲ୍ୟାଣକୁ priority ଦେଇ ଆସିଛୁ । ତେଣୁ ବହୁ ସଂଖ୍ୟାରେ ମା ମାନେ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ମା ମାନଙ୍କ ନେତୃତ୍ବ ନେଉଥିବା ଆମର women leadershipକୁ ମୋର ପ୍ରଣାମ । ମା ମାନଙ୍କ ପସନ୍ଦ ବିଜୁ ଜନତା ଦଳ । ଛାତ୍ର ଓ ଯୁବଶକ୍ତିର ପସନ୍ଦ ବିଜୁ ଜନତା ଦଳ। ଓଡିଶାବାସୀଙ୍କ ପସନ୍ଦ ବିଜୁ ଜନତା ଦଳ ।ସମସ୍ତେ କହୁଛନ୍ତି BJD is the most successful Regional Party. କିନ୍ତୁ ମୁଁ ସବୁବେଳେ କହିଆସିଛି ଯେ BJD is the most successful socio-economic movement in the country.ଆମ ଦଳର ମୂଳ ମନ୍ତ୍ର ସେବା । ବିଜୁ ବାବୁଙ୍କ ଆଦର୍ଶରେ ଆମେ ସବୁବେଳେ ସେବା ମନୋଭାବ ନେଇ କାମ କରିଚାଲିଛୁ । ଏଥିପାଇଁ ଓଡିଶାବାସୀ ଆମକୁ ଆଶୀର୍ବାଦ ଦେଇ ଆସିଛନ୍ତି । ଏହି ଆଶୀର୍ବାଦ ସହ ରହିଛି ବହୁତ ବଡ ଦାୟିତ୍ବ । ଏହି ଦାୟିତ୍ବକୁ ଠିକ୍‌ ଭାବେ ପାଳନ କରିବା ପାଇଁ grassroot levelରୁ ଆମର କର୍ମୀ ଓ ଆମର ବିଭିନ୍ନ levelର ନେତାମାନେ ନିଷ୍ଠାର ସହ କାମ କରୁଛନ୍ତି ।କଛି ଲୋକ ପଚାରୁଛନ୍ତି, ଆପଣଙ୍କ ଦଳରେ election preparation କେମିତି ଚାଲିଛି । ମୁଁ କହିବାକୁ ଚାହେଁ ଯେ election preparation ନୁହେଁ। ଆମେ ଲେକଙ୍କ କାମରେ ବିଶ୍ବାସ କରୁ । ସେବାରେ ବିଶ୍ବାସ କରୁ ।ଇତିହାସ କେବେ ଏତେ ବଡ transformation ଦେଖି ନ ଥିଲା। You are part of the transformation and you are also witnessing it. ମଠ ମନ୍ଦିର ହେଉ, ବା school, college, hospital, ଜଳସେଚନ ସୁବିଧା ହେଉ ବା ଗାଁ ଗାଁରେ Bank ସୁବିଧା, ଲକ୍ଷ୍ମୀ ଯୋଜନା ହେଉ, ବା ଜନଜାତି ଭାଇଭଉଣୀଙ୍କ କଲ୍ୟାଣ ସବୁ କ୍ଷେତ୍ରରେ ଦେଶ ଦେଖୁଛି ଓଡିଶାର ରୂପାନ୍ତର । ଓଡିଶା ଆଜି ଦେଶର Sports Capital ହୋଇ ପାରିଛି। Investment କ୍ଷେତ୍ରରେ ବିପୁଳ ସୁଯୋଗ, ନୂଆ ନୂଆ IT Company ଖୋଲିବାରେ ହେଉ ବା, Skill development ବା ମା ମାନଙ୍କ empowerment, ଚାଷୀ ମାନଙ୍କ empowerment ସବୁ କ୍ଷେତ୍ରରେ, ଓଡିଶା ସାରା ଭାରତରେ ଆଜି example ହୋଇଛି । ବିରୋଧୀ ମାନେ ସବୁବେଳେ ମିଛ ପ୍ରଚାର କରିବେ । ବିରୋଧୀଙ୍କ ପାଖରେ କିଛି issue ନାହିଁ। ଓଡ଼ିଶାର transformation ସେମାନଙ୍କ ପାଇଁ ବଡ଼ shock ହୋଇଛି ସେମାନେ ଅପପ୍ରଚାର କରିବା ପାଇଁ ଚେଷ୍ଟା କରିବେ । ମିଛ କହିବେ। Grassroot levelରୁ ଆମକୁ ଏହାର ଦୃଢ ମୁକାବିଲା କରିବାକୁ ହେବ । Social mediaରେ ଏହାକୁ ବିରୋଧ କରିବାକୁ ହେବ । ତା ସହିତ ଆମର ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ହେବ। ଓଡିଶାବାସୀ ଜାଣିଛନ୍ତି, ହଜାରେ ମିଛ କେବେ ସତ ହେବ ନାହିଁ ।ଘରେ ଘରେ ଶଙ୍ଖ ବାଜିବ। ସତ୍ୟର ବିଜୟ ହେବ। ବିକାଶର ବିଜୟ ହେବ ଏବଂ ଆମେ ଗଢିବା ନୂଆ ଓଡିଶା। ସଶକ୍ତ ଓଡିଶା।

 

 

ବାବୁଙ୍କ ହାକିମଗିରି……

() ଲୋକଙ୍କ ସେବା ପାଇଁ ପ୍ରଶାସନିକ ସେବାରେ ବିଭିନ୍ନ ପଦପଦବୀରେ ବସୁଥିବା ବାବୁମାନେ ସେବା ଠାରୁ ଦୂରେଇ ଯାଇ ଏବେ ହାକିମଗିରିକୁ ଆପଣାଇଛନ୍ତି l ରାଜ୍ୟ ସରକାର ଲୋକଙ୍କ ସେବା ପାଇଁ ଦିନରାତି ଏକ କରୁଥିବା ବେଳେ ବାବୁ କିନ୍ତୁ କାହାକୁ ଖାତିର କରୁନାହାନ୍ତି l ଯାହାର ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କୃଷି ବିଭାଗର ସହ ଅଧିକାରୀଙ୍କ ଠାରୁ l
ଭାରତୀୟ ଜନ ସଞ୍ଚାର ସଂସ୍ଥାନ ଆଇଆଇଏମସି ଢେଙ୍କାନାଳର ଛାତ୍ରଛାତ୍ରୀ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଢେଙ୍କାନାଳ ସହକାରୀ ଜିଲ୍ଲା କୃଷି ଅଧିକାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଦୁର୍ବ୍ୟବହାର ଏନେଇ ଛାତ୍ରମାନେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠିତ ସାମ୍ବାଦିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ଦୁର୍ବ୍ୟବହାର ଘଟଣା ଥାନାରେ ପହଞ୍ଚିବା ପୁରା ଓଡ଼ିଶାରେ ଚର୍ଚ୍ଚାର ବିଷୟ l ସମାଜର ଚତୁର୍ଥସ୍ତବକୁ ସରକାରୀ ଅଧିକାରୀଙ୍କ ଅସମ୍ମାନ ଜନ ଆକ୍ରୋଶର କାରଣ ସାଜିଛି l ଏନେଇ ପୁଲିସ ପ୍ରଶାସନ ସହକାରୀ ଜିଲ୍ଲା କୃଷି ଅଧିକାରୀ ମାର୍କଣ୍ଡ ପ୍ରଧାନଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଛି ।
ଆଇଆଇଏମସିର କେତେଜଣ ଛାତ୍ରଛାତ୍ରୀ ଖବର ସଂଗ୍ରହ କରିବା ପାଇଁ ସୋମବାର ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ସହକାରୀ କୃଷି ଅଧିକାରୀ ଶ୍ରୀ ପ୍ରଧାନ ପ୍ରାୟ ଘଣ୍ଟାଏ କାଳ ଅପେକ୍ଷା କରାଇଥିଲେ । ପରେ ଖବର ସଂଗ୍ରହ କରିବାକୁ ଯାଇଥିବା ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହ ମନଇଛା ଗାଳି ଦେଇଥିଲେ l ସାମ୍ବାଦିକ ଛାତ୍ରଛାତ୍ରୀ କେବଳ କୃଷି ବିଭାଗରେ ଖାଲି ପଡିଥିବା ପଦବୀ ସମ୍ପର୍କରେ ଜାଣିବାକୁ ପ୍ରଶ୍ନ କରିବାରୁ ବାବୁ ଏମିତି ରାଗିଯାଇଥିଲେ । ରାଗରେ ଓଡିଶାର ସାମ୍ବାଦିକତାକୁ ନେଇ ମଧ୍ୟ ଅଶ୍ଳୀଳ ଭାଷା କହିଥିଲେ । ଏହାସହ ପିଲାଙ୍କୁ ଚିହ୍ନି ରଖ କେବେ ଅଫିସକୁ ଛାଡିବ ନାହିଁ ବୋଲି କହିଥିଲେ l ଅଧିକାରୀ ମାନଙ୍କୁ ନାଲି ଆଖି ଦେଖାଇ ତାଗିତ କରିଥିଲେ। ଛାତ୍ରଛାତ୍ରୀମାନେ ଏନେଇ ଅଭିଯୋଗ କରିବାରୁ ପୁଲିସ ସହକାରୀ କୃଷି ଅଧିକାରୀ ଶ୍ରୀ ପ୍ରଧାନଙ୍କୁ ଥାନାକୁ ଡକାଇ ପଚରାଉଚୁରା ଚଳାଇଛି । ଢେଙ୍କାନାଳର ଏହି ଘଟଣା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ପାଖରେ ପହଞ୍ଚିଛି l ଏବେ ଦେଖିବାର କଥା ଜିଲ୍ଲା ସ୍ତରରେ ଥିବା ଏପରି ହାକିମବାବୁଙ୍କ ବିରୋଧରେ ବିଭାଗ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛି l

ଡ଼ିସେମ୍ବର ୧୭ରେ ବିଜେବି ଫ୍ରେଣ୍ଡସ ର ବନ୍ଧୁ ମିଳନ …

() ବିଜେବି କଲେଜ ପୁରାତନ ଛାତ୍ର ସଂଘ “ବିଜେବି ଫ୍ରେଣ୍ଡସ ” ର ବନ୍ଧୁ ମିଳନ ଆସନ୍ତା ମାସ ଡିସେମ୍ବର ୧୭ ତାରିଖ ଦିନ ଆୟୋଜିତ ହେବାକୁ ଯାଉଛି | ଏ ନେଇ ରବିବାର ବିଜେବି ଫ୍ରେଣ୍ଡସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆ ଯାଇଛି |ଉତ୍ସବ ପୂର୍ବରୁ ବରୁଣେଇ ପାହାଡ଼ ଠାରୁ ବିଜେବି ଫ୍ରେଣ୍ଡ୍ସ ର ସଭ୍ୟ ମାନଙ୍କର ଏକ ମଶାଲ ଶୋଭାଯାତ୍ରା ଆସି ବିଜେବି କଲେଜ ପରିସରରେ ଥିବା ବକ୍ସି ଜଗବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବ।ଏହି ଉତ୍ସବ ରେ ବିଜେବି କଲେଜର ପ୍ରାକ୍ତନ ଛାତ୍ର ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ବିଦ୍ୟୁତ ରଞ୍ଜନ ସରଙ୍ଗୀ ଓ ଓଡିଶା ର ଆଡଭୋକେଟ୍ ଜେନେରାଲ ଶ୍ରୀଯୁକ୍ତ ଅଶୋକ ପରିଜା ଅତିଥି ଭାବରେ ଯୋଗଦାନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି। ସେମାନଙ୍କୁ ବିଜେବି ଫ୍ରେଣ୍ଡ୍ସ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ।ଏତଦ୍ ବ୍ୟତୀତ ବନ୍ଧୁ ମିଳନ ସଭାରେ ବିଜେବି କଲେଜର କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ ତଥା ଗତ ଡ଼ିସେମ୍ବର ୦୨ ତାରିଖରେ ଆୟୋଜିତ ହୋଇଥିବା କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ ।ଏହି ବନ୍ଧୁ ମିଳନ ଅବସରରେ ବହୁ ପୂରାତନ ଛାତ୍ରଛାତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ଦିଆଯାଇଛି | ବିଜେବି ଫ୍ରେଣ୍ଡସ ବିଭିନ୍ନ ସାମାଜିକ ଓ ଜନହିତକର କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଚଳିତ ବର୍ଷ ମଧ୍ୟ ରକ୍ତ ଦାନ ଭଳି ମହତ କାର୍ଯ୍ୟକ୍ରମର ଯୋଜନା ରଖା ଯାଇଛି |ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି |ବିଜେବି ଫ୍ରେଣ୍ଡସର କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଶ୍ରୀ ଦେବାଶିଷ ପଟ୍ଟନାୟକ, ସମ୍ପାଦକ ଶ୍ରୀ ସତ୍ୟବ୍ରତ ଧୁପଲ, ଉପ ସଭାପତି ଶ୍ରୀ ଶ୍ଯାମ ସୁନ୍ଦର ପଟ୍ଟନାୟକ ,ସଭ୍ଯ ଶ୍ରୀ ଅଶୋକ ମହାନ୍ତି, କୃଷ୍ଣ ଚନ୍ଦ୍ର ପାତ୍ର, ଡକ୍ଟର ନମିତା ପଟ୍ଟନାୟକ, ଶୁଭଦର୍ଶିନୀ ମିଶ୍ର ଓ ରାମ ଶଙ୍କର ନନ୍ଦଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ |

ଚୌଦ୍ବାର-କଟକରୁ ବିଭିନ୍ନ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା….

() ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ଏକ ଗୁରୁତ୍ବପୂର୍ଣ ନିଷ୍ପତି ଗ୍ରହଣ କରି ଏକ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍ ଜରିଆରେ ୱେଲ୍‌ସନ୍ କଂପାନୀ ସମୂହକୁ ଶିଳ୍ପପ୍ରତିଷ୍ଠା ନିମନ୍ତେ ୩୦୦୦ କୋଟି ଟଙ୍କା ମଂଜୁର ପ୍ରଦାନ କରିଛନ୍ତି ।ଏଥନିମନ୍ତେ ଚୌଦ୍ଵାର-କଟକର ମାନ୍ୟବର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଂଜନ ବିଶ୍ଵାଳଙ୍କ ଆହ୍ୱାନ କ୍ରମେ ଚୌଦ୍ଵାର ବିଭିନ୍ନ ସଂଗଠନ ପକ୍ଷରୁ ଚୌଦ୍ଵାର-କଟକର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୌଭିକ୍ ବିଶ୍ଵାଳଙ୍କ ନେତୃତ୍ୱରେ ଓ.ଟି.ଏମ ଶ୍ରମିକ ଉନ୍ନୟନ ସଂଗଠନ, ଚୌଦ୍ଵାର ସହରବାସୀ, ଚୌଦ୍ଵାର-କଟକ ବିଜୁ ଜନତା ଦଳ ଓ ଚୌଦ୍ଵାର-କଟକ ଉନ୍ନୟନ ପରିଷଦ କର୍ମକର୍ତା ଓ ସଦସ୍ୟମାନେ ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରୁ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ନବୀନ ନିବାସ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନକରିବାସହ ୫ଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି.କେ. ପାଣ୍ଡିଆନ୍ ମହୋଦୟଙ୍କୁ ମଧ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନକରି କୃତଜ୍ଞତା ଜଣାଇଥିଲେ । ଓଡ଼ିଶାକୁ ଶିଳ୍ପ ଓ ଅର୍ଥନୈତିକ କ୍ଷେତ୍ରରେ ବିକାଶ ଓ ଏହାର ଦୃଶ୍ୟପଟ୍ଟକୁ ପରିବର୍ତନ ନିମନ୍ତେ ଚୌଦ୍ଵାର-କଟକ ନିର୍ବାଚନ ମଣ୍ଡଳୀର ଚୌଦ୍ଵାର ଠାରେ ଓ.ଟି.ଏମ୍ ଜାଗାରେ ପୁନଃଶ୍ଚ ବୟନ ଶିଳ୍ପ ହେବାକୁ ଯାଉଅଛି ଯାହା ଚୌଦ୍ଵାର-କଟକ ଅଂଚଳରେ ସିଧାସଳଖ ୧୦,୦୦୦ କୁଶଳୀ ବେକାର ଯୁବକ ଓ ଯୁବତୀ ନିଯୁକ୍ତି ପାଇବେ ଏବଂ ଚୌଦ୍ଵାରର ପୁରୁଣା ଐତିହ୍ୟକୁ ଫେରାଇ ଆଣିବାରେ ସହାୟକ ହେବ । ସମନ୍ବିତ ପରିଯୋଜନା ହୋଇଥିବାରୁ ଏଠାରେ ସୂତା ତିଆରୀ ଠାରୁ ଆରମ୍ଭ କରି କପଡା ପସ୍ତୁତ କରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ । ଏହି କାର୍ଯ୍ୟକ୍ରମରେ ଓ.ଟି.ଏମ ଶ୍ରମିକ ଉନ୍ନୟନ ସଂଗଠନର ସଭାପତି ଜଗନ୍ନାଥ ବେଉରା, ସମ୍ପାଦକ ରାଜକିଶୋର ସାମନ୍ତ, ସହ ସମ୍ପାଦକ- ରାଜେନ୍ଦ୍ର ପ୍ରଧାନ, ଉପସଭାପତି ଶରତ ଚନ୍ଦ୍ର ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ବିଭୁତି ପ୍ରସାଦ ଦାସ, କୋଷାଧ୍ୟକ୍ଷ -ଜିତେନ୍ଦ୍ର ଦାସ, ଅନ୍ୟ ସଦସ୍ୟ ବୃନ୍ଦ- ରାମଚନ୍ଦ୍ର ନାୟକ, ତ୍ରୈଲୋକ୍ୟ ଜେନା, ବିଜୟ କେତନ ସାଇଁ, ଭ୍ରମରବର ନନ୍ଦ, ଶତ୍ରୁଘ୍ନ ଭୋଳ, ସାଧୁ ଚରଣ ସାହୁ, ଗୋକୁଳା ନନ୍ଦ ରାଉତ, ପ୍ରଦୀପ ପ୍ରଧାନ, ବିଜୟ ମହାନ୍ତି, ଚୌଦ୍ଵାର ପୌରପାଳିକାର ଅଧକ୍ଷା- ମାନସୀ ସ୍ବର୍ଣପ୍ରଭା ସାମଲ, ଉପାଧ୍ୟକ୍ଷ – ଶୁଭେନ୍ଦୁ ସାମଲ, ନଗର ସଭାପତି- ବିଷ୍ଣୁଚରଣ ପରିତା, ପ୍ରାକ୍ତନ ଅଧ୍ୟକ୍ଷ- ପ୍ରେମଚାନ୍ଦ ନାୟକ, କାଉନସିଲର- ସୁବ୍ରତ ସାମଲ, ଅଜୟ ବେହେରା, ସୁଜାତା ସାହୁ, ଅଜୟ ବେହେରା, ସବିତା ମାହାଳୀ, ଦିଲ୍ଲୀପ ସାହୁ, କଲ୍ୟାଣୀ ସାହୁ, ବିଜୟଲକ୍ଷ୍ମୀ ବେହେରା, ରଙ୍ଗଲତାସାହୁ, ବିଜୟ ମଲ୍ଲିକ, ରଂଜୁଲତା ଦାସ, ଆଶୁତୋଷ ଦାସ, ବିଜୟ କୁମାର ସାହୁ, ଚୌଦ୍ଵାର ସଭାନେତ୍ରୀ – କବିତା ରାଣୀ ଲେଙ୍କା, ଟାଙ୍ଗି ଚୌଦ୍ବାର ବ୍ଳକ ଉପାଧ୍ଯକ୍ଷା- ସୁପ୍ରୀୟା ଜେଠୀ, ଜିଲ୍ଲା ପରିଷଦ ସଦସ୍ୟା- ଜ୍ୟୋସାରାଣୀ ସୁବୁଦ୍ଧିରାୟ, ଚୌଦ୍ଵାର ବାସୀଙ୍କ ପକ୍ଷରୁ – ରୂପଯାତ୍ରା କମିଟିର ସଭାପତି ସୁବୋଧ ନାୟକ, ସମ୍ପାଦକ- ନାରାୟଣ ସାଇଁକ ସହ ତ୍ରିର୍ଥାନନ୍ଦ ସୁବୁଦ୍ଧିରାୟ, ମନୋରଂନ ସାଇଁ, ରାଜୁ ପ୍ରଧାନ, ରଂଜନ ବାରିକ, ଗଗନ ବରାଳ, କପିଳ ବେହେରା, ରଂଜନ ପରିଡା, ଧନେଶ୍ଵର ଜେଠୀ, ନୃସିଂହ ନାୟକ, ବିପିନୀ ଚନ୍ଦ୍ର ସେଠୀ, ଶିବରାମ ନାୟକ, ପିତାସର ନାୟକ, ଚୌଦ୍ଵାର-କଟକ ଉନ୍ନୟନ ପରିଷଦର ସଭାପତି- ବାଳକୃଷ୍ଣ ମହାନ୍ତି, ସମ୍ପାଦକ- ଇଂ ସୁବ୍ରତ ଘଡାଇ ଓ ଅନ୍ୟ ସଦସ୍ୟ ବୃନ୍ଦ ବିମଳି ବେଉରା,

 

ଆଶୀଷ ସାଇଁ, ଦେବାଜୀ ନାୟକ, ଚାବୁଲି ଚନ୍ଦ୍ର ସାହୁ, ହୃଷିକେଶ ରାଉତ, ବିଜୁ ଜନତା ଦଳ ଚୌଦ୍ଵାର-କଟକ ପକ୍ଷରୁ ଅଶୋକ ମହାନ୍ତି, ଚିରଂଜୟ ସାହୁ, ତାପସ ମହାନ୍ତି, ଲକ୍ଷ୍ମଣ ରାଉତ, ଶ୍ରୀଧର ରାଉତ, ଅର୍ଜୁନ ପଣ୍ଡା, ସିଦ୍ଧାର୍ଥ ନାୟକ, ଭରତ ଚନ୍ଦ୍ର ସାହୁ, ଶାରଦା ରଂଜନ ପରିଜା, ସନ୍ତୋଷ କୁଅଁର, ପ୍ରଭାତ ବେହେରା, ରାଜେନ୍ଦ୍ର ରଣା, ରାଜରତନ ପରିଡା, ଚନ୍ଦ୍ରକାନ୍ତ ସାହୁ, ସଂଜୀବ ପାତ୍ର, ଅରୁଣ ରାଓ, ଅଚ୍ୟୁତ ଘୋଷ, ବିଶ୍ଵଜିତ୍ ସାମଲ, ସୂର୍ଯ୍ୟକାନ୍ତ ସାହୁ, ମହିଳା କର୍ମକର୍ତା- ସବିତା ନାୟକ, ମିନା ଚୌଧୁରୀ, ସଙ୍ଗୀତା ନାୟକ, ବିଣାପାଣି ଦାସ, ୫ଗୋଟି ପଂଚାୟତର ସରପଂନ – ଶୈଳବାଳା ନାୟକ, ଦିଲ୍ଲୀପ ଭୋଇ, ସଂନ୍ଧ୍ୟାରାଣି ରାଉତ, ସମିତି ସଭ୍ୟା- ବନ୍ଦନା ସାଇଁ, ରିତା ରାଉତ ପ୍ରମୁଖଙ୍କ ସହ ୧୫୦୦ରୁ ଉର୍ଦ୍ଧ ସଂଗଠନର କର୍ମକର୍ତା ଓ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ ।

ଆଗାମୀ ଦିନରେ ଏହା ମେଡିକାଲ କଲେଜରେ ପରିଣତ ହେବ….

() ତାଳଚେରରେ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ।

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ,

ଆଗାମୀ ଦିନରେ ଏହା ମେଡିକାଲ କଲେଜରେ ପରିଣତ ହେବ।

ସରକାରୀ ହସ୍ପିଟାଲ ଉପରେ ଲୋକଙ୍କ ଆସ୍ଥା ବଢିଛି- ମୁଖ୍ୟମନ୍ତ୍ରୀ।

ହସ୍ପିଟାଲ ପାଇଁ ଓଡିଶା ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ର କୋଇଲା ମନ୍ତ୍ରୀ ଶ୍ରୀ ଯୋଶୀ।

ସଂଗ୍ରାମୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କୁ ମିଳିଲା ଉପଯୁକ୍ତ ସମ୍ମାନ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ 

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସ ଜରିଆରେ ତାଳଚେରଠାରେ ୩୩୦ ଶଯ୍ୟା ବିଶିଷ୍ଟ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍‌ଘାଟନ କରିଛନ୍ତି।

ଏହି ହସ୍ପିଟାଲ ପ୍ରତିଷ୍ଠା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଳଚେର ହେଉଛି ସଂଗ୍ରାମ ଓ ସ୍ୱାଭିମାନର ଭୂମି। ମହାନ ସଂଗ୍ରାମୀ ନେତା ପବିତ୍ର ମୋହନ ପ୍ରଧାନ ଏ ମାଟିରେ ଜନ୍ମ ନେଇଥିଲେ। ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭକରି ରାଜ୍ୟର ବିକାଶ କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ସ୍ୱର୍ଗତ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏହି ହସ୍ପିଟାଲକୁ ଆଗାମୀ ଦିନରେ ଏକ ମେଡିକାଲ୍ କଲେଜରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାସ୍ଥ୍ୟସେବା ସବୁବେଳେ ଆମର ଫୋକସ୍ ହୋଇ ରହିଛି। ରାଜ୍ୟରେ ଗତ କିଛି ବର୍ଷ ମଧ୍ୟରେ ମେଡିକାଲ୍‌ କଲେଜ ସଂଖ୍ୟା ବଢିଛି। ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ସଂଖ୍ୟା ବଢିଛି। ନୂଆ ନୂଆ ଚିକିତ୍ସା ସେବା ମଧ୍ୟ ଉପଲବ୍ଧ ହେଉଛି। ସରକାରୀ ହସ୍ପିଟାଲ ଉପରେ ଏବେ ଲୋକଙ୍କ ଆସ୍ଥା ବଢିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରି ସେ କହିଲେ ଯେ ଏ ଯୋଜନାରେ ପ୍ରତିମାସରେ ଲକ୍ଷ ଲକ୍ଷ ଲୋକ ଉତ୍ତମ ଚିକିତ୍ସା ସେବା ପାଉଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଜି ଯେଉଁ ରୂପାନ୍ତର ଆସିଛି ତାହା ଲୋକମାନଙ୍କ ସହଯୋଗ ଯୋଗୁ ସମ୍ଭବ ହୋଇଛି ବୋଲି ସେ କହିଥିଲେ ଏବଂ ଏଥିପାଇଁ ସେ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଥିଲେ। ପ୍ରତି ଜୀବନ ମୂଲ୍ୟବାନ ମନ୍ତ୍ରକୁ ଆଦର୍ଶ କରି ଏହି ହସ୍ପିଟାଲ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ସଫଳ ହେବ ବୋଲି ସେ ଆଶା ଓ ବିଶ୍ୱାସ ପ୍ରକଟ କରିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର କୋଇଲା ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ କହିଲେ ଯେ ଏହି ହସ୍ପିଟାଲ ତାଳଚେର ଓ ଅନୁଗୋଳବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ବହୁ ଉପଯୋଗୀ ହେବ । ଏହି ହସ୍ପିଟାଲ ପାଇଁ କୋଲ ଇଣ୍ଡିଆର ବହୁ ଅବଦାନ ରହିଛି ଏବଂ ଆଗାମୀ ଦିନରେ ଏହି ହସ୍ପିଟାଲକୁ ମେଡିକାଲ୍‌ କଲେଜରେ ପରିଣତ କରିବା ପାଇଁ କୋଲ ଇଣ୍ଡିଆ ସମସ୍ତ ସହଯୋଗ ଦେବ। ଏହି ହସ୍ପିଟାଲ ପାଇଁ ସମସ୍ତ ସହାୟତା ଓ ସହଯୋଗ ଯୋଗାଇ ଦେଇଥିବାରୁ ଓଡିଶା ସରକାର ବିଶେଷକରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସେ କୃତଜ୍ଞତା ଜଣାଇବା ସହିତ ଆଗାମୀ ୫ ବର୍ଷ ପାଇଁ ଏହି ହସ୍ପିଟାଲ ପରିଚାଳନା ପାଇଁ ଏମ୍.ସି.ଏଲ୍ ୬୨୮ କୋଟି ଟଙ୍କା ସହାୟତା ଯୋଗାଇଦେବ ବୋଲି ଶ୍ରୀ ଯୋଶୀ ପ୍ରକାଶ କରିଥିଲେ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ଆଜି ଆମ ସମସ୍ତଙ୍କ ପାଇଁ ଏହା ଏକ ଗୌରବର ଦିନ ଓ ସ୍ମରଣୀୟ ହୋଇ ରହିବ। ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ଏହି ହସ୍ପିଟାଲ ପ୍ରତିଷ୍ଠା ହେବା ଦ୍ୱାରା ଏ ମାଟି ତାଙ୍କୁ ଉପଯୁକ୍ତ ସମ୍ମାନ ଦେଲା। ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଦେଇ ଖୁବ୍ ଶୀଘ୍ର ମେଡିକାଲ୍‌ କଲେଜ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିଥିଲେ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ରାଜ୍ୟବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଏ ଦିଗରେ ଆମକୁ ଅଧିକ ପ୍ରେରଣା ଯୋଗାଉଛି। ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ, ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ଏବଂ କୋଲ ଇଣ୍ଡିଆ ଅଧ୍ୟକ୍ଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ ଓ ମହାନଦୀ କୋଲ ଫିଲ୍ଡର ସି.ଏମ୍.ଡି ଧନ୍ୟବାଦ ଅର୍ପଣ କରିଥିଲେ।

ଡିସେମ୍ବର ୯ରୁ ସୋଆରେ ଆଇଏନ୍‌ଏଇ ର ତିନିଦିନଆ ବାର୍ଷିକ ସମ୍ମିଳନୀ ଆରମ୍ଭ…

() ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଡିସେମ୍ବର ୯ ତାରିଖରୁ ଇଣ୍ଡିଆନ୍ ନ୍ୟାସ୍‌ନାଲ୍ ଏକାଡେମୀ ଅଫ୍ ଇଞ୍ଜିନିୟରିଂ (ଆଇଏନ୍‌ଏଇ)ର ତିନିଦିନିଆ ବାର୍ଷିକ ସମ୍ମିଳନୀ ଆରମ୍ଭ ହେଉଥିବା ବେଳେ ଏଥିରେ ସାରା ଦେଶରୁ ଯାନ୍ତ୍ରିକ ବିଜ୍ଞାନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେବେ ।
ଦେଶର ବିଶିଷ୍ଟ ଯନ୍ତ୍ରୀ, ଯନ୍ତ୍ରୀ – ବୈଜ୍ଞାନିକ ଓ ପ୍ରବିଧିଜ୍ଞ ଯେଉଁମାନେ କି ସମଗ୍ର ଇଞ୍ଜିନିୟରି କ୍ଷେତ୍ରରେ ପରିବ୍ୟାପ୍ତ ଅଟନ୍ତି ସେମାନଙ୍କୁ ନେଇ ଆଇଏନ୍‌ଏଇ ହେଉଛି ଏକ ସ୍ୱୟଂ ଚାଳିତ ବୃତିଗତ ଅନୁଷ୍ଠାନ । ଏହା ଆଂଶିକ ଭାବେ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଦ୍ୱାରା ଅନୁଦାନ ପ୍ରାପ୍ତ ବୋଲି ଶୁକ୍ରବାର ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଇଏନ୍‌ଏଇ ର ଭୁବନେଶ୍ୱର ଚାପ୍ଟର ଅଧ୍ୟକ୍ଷ ତଥା ସୋଆ ଉପଦେଷ୍ଟା ମଣ୍ଡଳୀ ର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ । ଏହି ସମ୍ମିଳନୀ ସୋଆର କ୍ୟାମ୍ପସ୍ -୨ରେ ଆୟୋଜିତ ହେବାକୁ ଥିବାବେଳେ ଏଥିରେ ଇଞ୍ଜିନିୟରିଂ କ୍ଷେତ୍ରର ଫେଲୋ, ବିଦେଶୀ ଫେଲୋ, ୟଙ୍ଗ୍ ଆସୋସିଏଟ୍‌ସ୍ ଓ ନିମନ୍ତ୍ରିତ ଅତିଥିମାନେ ଯୋଗ ଦେବେ । ସମ୍ମିଳନୀରେ ପ୍ଲେନାରୀ ଟକ୍‌, ପାନେଲ ଆଲୋଚନା ଓ ଉପସ୍ଥାପନା ଇତ୍ୟାଦି ଆୟୋଜିତ ହେବ ବୋଲି ପ୍ରଫେସର ଆଚାର୍ଯ୍ୟ କହିଛନ୍ତି ।

ଚଳିତ ବର୍ଷ ଏହି ସମ୍ମିଳନୀ ମିଳିତ ଭାବରେ ସୋଆ, ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନୋଲୋଜି ଭୁବନେଶ୍ୱର , ସିଏସ୍‌ଆଇଆର୍‌- ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲସ୍ ଆଣ୍ଡ ମାଟେରୀଆଲ୍ସ ଟେକ୍‌ନୋଲୋଜି , ଭୁବନେଶ୍ୱର ଓ ଆଇଏନ୍‌ଏଇ ଭୁବନେଶ୍ୱର ଚାପ୍ଟର ଆୟୋଜନ କରିଛି ବୋଲି କହିଛନ୍ତି ଏଆଇସିଟିଇର ପୂର୍ବତନ ଅଧ୍ୟକ୍ଷ ରହିଥିବା ପ୍ରଫେସର ଆଚାର୍ଯ୍ୟ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଉକେଲା ଷ୍ଟିଲ୍ ପ୍ଲାଂଟର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ଆଇଏନଇର ପ୍ରାକ୍ତନ ସଭାପତି ଡକ୍ଟର ସନକ ମିଶ୍ର ,ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇଏନ୍‌ଏଇର ମେମ୍ବର ସେକ୍ରେଟରୀ ଲେଫ୍‌ଟନାନ୍‌ଂଟ କର୍ଣ୍ଣେଲ୍ ଶୋଭିତ୍ ରାଏ, ସମ୍ମିଳନୀର ଆୟୋଜକ ସମ୍ପାଦକ ତଥା ଆଇଆଇଟି ଭୁବନେଶ୍ୱର ର ପ୍ରଫେସର ଡକ୍ଟର ଶୁଭ୍ରାଂଶୁ ସାମନ୍ତରାୟ ଉପସ୍ଥିତ ଥିଲେ ।

ପ୍ରଫେସର ଆଚାର୍ଯ୍ୟ କହିଥିଲେ ଯେ ସମ୍ମିଳନୀରେ ଦୁଇଟି ଅଧିବେଶନରେ ବିଶ୍ୱବିଖ୍ୟାତ ଜ୍ୟୋର୍ତିବିତ୍ ପଠାଣି ସାମନ୍ତ ଓ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ଅଂଚଳର ନବମ ଶତାଦ୍ଦୀର ପିତଳ ମାଛ ଉପରେ ମଧ୍ୟ ଆଲୋଚନା କରାଯିବ ।
ଡକ୍ଟର ମିଶ୍ର କହିଥିଲେ ଯେ ଆଇଏନ୍‌ଏଇ ଦେଶର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଯାନ୍ତ୍ରିକ ଓ ପ୍ରବିଧିବିଜ୍ଞାନ କ୍ଷେତ୍ରରେ କାର୍ଯ୍ୟ କରେ । ୧୯୮୭ ମସିହାରେ ଏହି ଅନୁଷ୍ଠାନ ଆରମ୍ଭ ହୋଇଥିବାବେଳେ ୧୯୯୬ ରେ ଭାରତ ର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ.ପି.ଜେ ଅବଦୁଲ୍ କାଲମ୍ ମଧ୍ୟ ଏହାର ସଭାପତି ଥିଲେ ବୋଲି ସେ କହିଥିଲେ । ଇଞ୍ଜିନିୟରିଂ ଏବଂ ବିଜ୍ଞାନ କ୍ଷେତ୍ରରେ ଅଧିକ ରୁ ଅଧିକ କାର୍ଯ୍ୟ କରିବା ସହ ଭବିଷ୍ୟତରେ ଉପୁଜିବାକୁ ଥିବା ସମସ୍ୟାଗୁଡିକର ସମାଧାନ ର ବାଟ ବାହାର କରି ଏହାର ରିପୋର୍ଟ ସରକାର ଙ୍କୁ ପ୍ରଦାନ କରିବା ଆମର କାର୍ଯ୍ୟ ବୋଲି ଡକ୍ଟର ମିଶ୍ର କହିଥିଲେ । ଏହି ଅବସରରେ ପ୍ରଫେସର ନନ୍ଦ କହିଥିଲେ ଯେ ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ସୋଆ ଦ୍ୱିତୀୟ ଥର ପାଇଁ ଆଇଏନ୍‌ଏଇର ବାର୍ଷିକ ସମ୍ମିଳନୀ ଆୟୋଜନ କରୁଛି । ୨୦୧୩ ରେ ମଧ୍ୟ ସୋଆ ପ୍ରଥମଥର ପାଇଁ ଏହି ସମ୍ମିଳନୀ ର ଆୟୋଜନ କରିଥିଲା ବୋଲି ସେ କହିଥିଲେ ।

ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଟି.ଭି. ନରେନ୍ଦ୍ରନ୍ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ଥିବା ବେଳେ ଆଇଏନ୍‌ଏଇ ର ଅଧ୍ୟକ୍ଷ ତଥା ବିର୍ଲା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନୋଲୋଜି , ମେସ୍ରାର କୁଳପତି ପ୍ରଫେସର ଇନ୍ଦ୍ରନିଲ୍ ମାନ୍ନା ଯୋଗ ଦେବେ । ଏହି ଅବସରରେ ଆଇଏନ୍‌ଏଇ ର ପୂର୍ବତନ ସଭାପତି ତଥା ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସ୍ପେସ୍ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି , ତିରୁଭନନ୍ତପୁରମ୍‌ର କୁଳପତି ଡକ୍ଟର ବି.ଏନ୍‌. ସୁରେଶ ଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଡାଇଭର୍ସ ସ୍ପେସ୍ ଆପ୍ଳିକେସନ୍‌ସ୍‌’ ଉନ୍ମୋଚନ କରାଯିବ । ସମ୍ମିଳନୀରେ ଯୋଗେଦେବାକୁ ଥିବା ବିଶିଷ୍ଟ ଯାନ୍ତ୍ରିକ ବିଜ୍ଞାନୀଙ୍କ ମଧ୍ୟରେ ଅଛନ୍ତି ଆଇଆଇଟି ବମ୍ବେର ପ୍ରଫେସର ଏମିରଟସ୍‌, ପ୍ରଫେସର ୟୁ.ବି. ଦେଶାଇ, ଯାଦବପୁର ବିଶ୍ୱବିଦ୍ୟାଳୟ, କୋଲାକତା ଇଲ୍ଟ୍ରେିକାଲ୍ ଇଞ୍ଜିନିୟରିଂ ବିଭାଗ ର ପ୍ରଫେସର ଶିବାଜୀ ଚକ୍ରବର୍ତୀ , ଆଇଆଇଟି ଭୁବନେଶ୍ୱର ର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କର୍ମଲ୍କର, ସିଏସିଆଇଅର – ଆଇଏମ୍‌ଏମ୍‌ଟି , ଭୁବନେଶ୍ୱରର ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣ , ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍‌ନୋଲୋଜି , ମୁମ୍ବାଇ ର କୁଳପତି ପ୍ରଫେସର ଏ.ବି. ପଣ୍ଡିତ ଓ ଆଇଆଇଟି ଖଡଗପୁର ର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ପି.ପି. ଚକ୍ରବର୍ତୀ ।
ମାଇକ୍ରୋସଫ୍ଟର ଚେୟାରମ୍ୟାନ୍ ଶ୍ରୀ ସତ୍ୟ ନାଡେଲାଙ୍କ ସମେତ ୪୦ ରୁ ଅଧିକ ବିଶିଷ୍ଟ ଟେକ୍ନୋକ୍ରାଟ୍‌ଙ୍କୁ ଆଇଏନଏଇର ଫେଲୋ ଭାବେ ଗ୍ରହଣ କରାଯିବ । ଏମାନଙ୍କ ମଧ୍ୟରେ ଭାରତୀ ଏଂଟରପ୍ରାଇଜେର ସଭାପତି ଶ୍ରୀ ସୁନୀଲ ଭାରତୀ ମିତଲ, ଏଚସିଏଲର ସହ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଶ୍ରୀ ଅଜୟ ଚୌଧୁରୀ, ଏଆଇସିଟିଇ ର ଅଧ୍ୟକ୍ଷ ପ୍ରଫେସର ଟିଜି ସୀତାରାମ ଓ ଏନଆଇଆଇଟି ଗ୍ରୁପ୍ ର ଚେୟାରମ୍ୟାନ୍ ତଥା ସହ ପ୍ରତିଷ୍ଠାତା ଶ୍ରୀ ରାଜେନ୍ଦ୍ର ସିଂ ପାୱାର ଅଛନ୍ତି ।

ନଦୀର ଜଳକୁ ବିଶୁଦ୍ଧ ରଖିବାକୁ ପଦକ୍ଷେପ : ଗଙ୍ଗୁଆ ଓ ଦୟାର ସଂଯୋଗ ସ୍ଥାନରେ ହେବ Treatment Plant

ଦୟା ନଦୀ ପାଣିକୁ ପ୍ରଦୂଷଣମୁକ୍ତ ରଖାଯିବା ଉପରେ 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଗୁରୁତ୍ୱାରୋପ କରିଛନ୍ତି ଏବଂ ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନଗର ଉନ୍ନୟନ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଦୟା ନଦୀର ଜଳକୁ ବିଶୁଦ୍ଧ ରଖିବା ସଂକ୍ରାନ୍ତରେ ଆଜି 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ବିଭିନ୍ନ ପ୍ରତିଷ୍ଠାନର ଦୂଷିତ ଜଳକୁ ସ୍ୱେରେଜ ଲାଇନ୍‌ ସହିତ ସଂଯୋଗ କରିବା ପାଇଁ ବ୍ୟାଧତାମୂଳକ କରାଯାଇଛି। ଏହା ସହିତ BMCର ସବୁ ଘର ଯେପରି ସ୍ୱେରେଜ ଲାଇନ୍‌ ସହିତ ଶୀଘ୍ର ସଂଯୁକ୍ତ ହୋଇପାରିବ ସେ ଦିଗରେ ମଧ୍ୟ ସଚେତନତା ସୃଷ୍ଟି କରିବାପାଇଁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱରରେ ୱାଟ୍‌କୋ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ସ୍ୱେରେଜ କାମ ଚାଲିଛି। ବିଭିନ୍ନ ଏଜେନ୍ସି ସହ ସମନ୍ୱୟ ରକ୍ଷାକରି କାମ କଲେ ଜନସାଧାରଣଙ୍କ ବିଶେଷ ଅସୁବିଧା ହେବ ନାହିଁ ବୋଲି ଶ୍ରୀ ପାଣ୍ଡିଆନ ମତଦେବା ସହିତ ସ୍ୱେରେଜ କାମ ତ୍ୱରାନ୍ୱିତ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା ଏବଂ ବସ୍ତି ସମେତ ସହରର ସବୁ ଅଞ୍ଚଳ ଯେପରି ସ୍ୱେରେଜ ବ୍ୟବସ୍ଥା ସହିତ ସଂଯୁକ୍ତ ହେବ ସେଦିଗରେ ପଦକ୍ଷେପ ନେବା ପାଇଁ ଶ୍ରୀ ପାଣ୍ଡିଆନ ୱାଟ୍‌କୋକୁ ନିର୍ଦ୍ଦେଶ ଦେଇଥିଲେ।ଦୟା ନଦୀର ଜଳକୁ ବିଶୁଦ୍ଧ କରିବା ପାଇଁ ଦୟା ଓ ଗଙ୍ଗୁଆର ସଂଯୋଗ ସ୍ଥଳରେ ୱାଟ୍‌କୋ ପକ୍ଷରୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳଯୁକ୍ତ ଏକ ବିଶୋଧନ ପ୍ଲାଣ୍ଟ ନିର୍ମାଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା।ଭୁବନେଶ୍ୱର ସହରରେ ବିଭିନ୍ନ ଶିଳ୍ପାନୁଷ୍ଠାନ ମଧ୍ୟ ରହିଛି। ସେମାନଙ୍କର ବର୍ଜ୍ୟବସ୍ତୁ ଓ ଜଳର କିପରି ଉପଯୁକ୍ତ ବିଶୋଧନ କରାଯାଇପାରିବ ସେଥିପାଇଁ IDCO, State Pollution Control Board ଓ BMC ପକ୍ଷରୁ ନିୟମିତ ଯାଞ୍ଚ କରାଯିବ।ଭୁବନେଶ୍ୱର ସହରର ବିଭିନ୍ନ ନର୍ଦ୍ଦମା ଜଳ ବିଶୋଧନ ପ୍ଲାଣ୍ଟରେ ପହଞ୍ଚିବା ପୂର୍ବରୁ ସେଗୁଡିକର WATCO ଓ SPCB ପକ୍ଷରୁ ନିୟମିତ ବୈଷୟିକ ଯାଞ୍ଚ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।ଦୟା ନଦୀର ଜଳକୁ ବିଶୁଦ୍ଧ ରଖିବାପାଇଁ, BMC ଅଞ୍ଚଳର ବର୍ଜ୍ୟବସ୍ତୁ ସୃଷ୍ଟିକାରୀ ଶିଳ୍ପ ତଥା ଅନ୍ୟ ପ୍ରତିଷ୍ଠାନଗୁଡିକ ଉପରେ ତୀକ୍ଷ୍ଣ ନଜର ରଖି ଏହାର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ BMCକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ।BDA ର ଉପାଧ୍ୟକ୍ଷ ଶ୍ରୀ ବଲୱନ୍ତ ସିଂ ଅଧ୍ୟକ୍ଷତାରେ ଗଠିତ ଦୟା ଟାସ୍କ ଫୋର୍ସ ଦୟା ନଦୀ ପାଣି କୁ ବିଶୁଦ୍ଧ ରଖିବା ପାଇଁ ବିଭିନ୍ନ agency ସହିତ ସମନ୍ଵୟ ରଖି ପଦକ୍ଷେପ ନେଇଛି .ବୈଠକରେ ଶ୍ରୀ ବଳବନ୍ତ ସିଂହ ନିଆ ଯାଇଥିବା ପଦକ୍ଷେପ ସମ୍ପର୍କରେ ଏକ presentation ଉପସ୍ଥାପିତ କରିଥିଲେ

ସୋଆରେ ସିପିଆର ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

() ଯୁବ ସମାଜ ମଧ୍ୟରେ ହୃଦଘାତ ଜନିତ ମୃତ୍ୟୁକୁ ଏଡାଇବା ନିମନ୍ତେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନସେସ୍ (ଏସ୍‌ପିଏସ୍‌) ଠାରେ କାର୍ଡିଓ ପଲମ୍ୟୁନାରୀ ରେସୁସିଟେସନ୍ (ସିପିଆର) ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଫାର୍ମାସୀ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ( ପିସିଆଇ)ର ସହଯୋଗିତାରେ ନ୍ୟାସ୍‌ନାଲ୍ ବୋର୍ଡ ଅଫ୍ ଏଗଜାମିନେସନ୍ ଇନ୍ ମେଡିକାଲ୍ ସାଇନସେସ୍ (ଏନ୍‌ବିଇଏମଏସ) ଦ୍ୱାରା ଏହି ଅନ୍‌ଲାଇନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା  ଏନ୍‌ବିଇଏମଏସ ର ସଭାପିତ ଡାକ୍ତର ଅଭିଜାତ ସେଠ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଜିମରେ ବ୍ୟାୟାମ କରୁଥିବା ବେଳେ, ଦୌଡୁଥିବା ସମୟରେ ବା ଅନ୍ୟକୌଣସି ପରିଶ୍ରମ କରୁଥିବା ସମୟରେ ହୃଦଘାତ କୁ କିପରି ଏଡାଇ ଦିଆଯାଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ ।

ନୂଆଦିଲ୍ଲୀସ୍ଥିତ ସାର ଗଙ୍ଗାରାମ ହସ୍ପିଟାଲର ଡାକ୍ତର ସଞ୍ଜୀବ ମିତଲ ଓ ଡାକ୍ତର ଦେବାଶିଷ ଧର ସିପିଆର ବିଷୟରେ ବିଶଦ ଆଲୋଚନା କରିଥିଲେ । ସେମାନେ ବୁଝାଇଥିଲେ ଯେ କିପରି କେତେକ ସରଳ ପଦ୍ଧତି ଅନୁସରଣ କରି ହୃଦଘାତ ଜନିତ ସମସ୍ୟାରେ ରୋଗୀର ଜୀବନ ରକ୍ଷା କରା ଯାଇପାରିବ । ଏହି କାର୍ଯ୍ୟକ୍ରମକୁ ଏସପିଏସ୍ ର ଡେପୁଟି ଡିନ୍ ଡାକ୍ତର ପ୍ରତାପ କୁମାର ସାହୁ ପରିଚାଳିତ କରିଥିଲେ । ଏଥିରେ ଏସପିଏସ୍‌ର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି ଓ ଆଡିସ୍‌ନାଲ୍ ଡିନ୍ ଡାକ୍ତର ଦେବଜ୍ୟୋତି ଦାସ ଉପସ୍ଥିତ ଥିଲେ ।

ମୃତ୍ତିକା ସ୍ବାସ୍ଥ୍ୟ ନେଇ ତୁରନ୍ତ ପଦକ୍ଷେପ ନେବାକୁ ବୈଜ୍ଞାନିକ ମାନଙ୍କ ଆହ୍ୱାନ….

() ଦଶନ୍ଧି ଦଶନ୍ଧି ଧରି ମୃତ୍ତିକାର ଅବହେଳା ଫଳରେ ଉପଲବ୍ଧ ହୋଇଥିବା ସମସ୍ୟା ଆଜି ମାନବ ଜାତିକୁ ଚିନ୍ତାରେ ପକାଇଛି ବୋଲି ‘ବିଶ୍ୱ ମୃତ୍ତିକା ଦିବସ’ ପାଳନ ଅବସରରେ ମଙ୍ଗଳବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ବକ୍ତାମାନେ ମତ ପ୍ରକାଶ କରିବା ସହ ମୃତ୍ତିକା ସୁରକ୍ଷା ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନସେସ (ଆଇଏଏସ୍‌) ଓ ଇଣ୍ଡିଆନ ସୋସାଇଟି ଅଫ ସୈଲ ସାଇନ୍ସ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃଷି ଜମି ପରିଚାଳନାରେ ଅନିୟମିତତା ଏବଂ ଶିଳ୍ପାୟନ ଯୋଗୁଁ ମୃତ୍ତିକାର ଉତ୍ପାଦନ କ୍ଷମତା ହ୍ରାସ ପାଉଥିବା ସଂପର୍କରେ ଅଲୋଚନା ହୋଇଥିଲା ।ପୃଥିବୀ ତିଷ୍ଠି ରହିବା ନିମନ୍ତେ ମୃତ୍ତିକା ଓ ଜଳର ନିବିଡ ସଂପର୍କ ଗୁରୁତ୍ୱପୂର୍ଣ୍ଣ ଓ ଏହା ଗୋଟିଏ ମୁଦ୍ରାର ଦୁଇପାର୍ଶ୍ଵ ସଦୃଶ । ଏହି ସଂପର୍କ ହିଁ କୃଷିର ମୂଳଦୁଆ ବୋଲି ସୋଆର ସେଂଟର ଫର୍ କ୍ଳାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚର ର ନିର୍ଦ୍ଦେଶକ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା କହିଥିଲେ।

ମୃତ୍ତିକାର ଅବକ୍ଷୟ ପୃଥିବୀର ଜଳ ସଂପଦ ଉପରେ ମଧ୍ୟ ଅତ୍ୟଧିକ ଚାପ ପକାଇଥାଏ । ପୃଥିବୀର ମୋଟ ଜଳର ୯୭.୩ ପ୍ରତିଶତ ସମୁଦ୍ର ହୋଇଥିବାରୁ ଏହା ବ୍ୟବହାର ଯୋଗ୍ୟ ନୁହେଁ। ଅବଶିଷ୍ଟ ୨.୭ ପ୍ରତିଶତ ମଧୁର ଜଳ ଏବଂ ସେଥିମଧ୍ୟରୁ ମାତ୍ର ୦.୦୭ ପ୍ରତିଶତ ବ୍ୟବହାରଯୋଗ୍ୟ ଓ ବରଫ ଗ୍ଲେସିଅର୍ ଭାବେ ରହିଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ କୃଷକ ଓ ଆଇଏଏସ୍‌ର କୃଷି ବୈଜ୍ଞାନିକଙ୍କ ମଧ୍ୟରେ ଏ ସମ୍ପର୍କରେ ଆଲୋଚନା ମଧ୍ୟ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଏବଂ ଆଇଏଏସ୍‌ର ମୃତ୍ତିକା ବିଜ୍ଞାନ ଓ କୃଷି ରସାୟନ ବିଭାଗର ମୁଖ୍ୟ ପ୍ରଫେସର ଦୀନବନ୍ଧୁ ଜେନା ମଧ୍ୟ ଉପସ୍ଥିତ ଥିଲେ । ଭାରତରେ ଉପଲବ୍ଧ ମଧୁର ଜଳର ୮୦ ପ୍ରତିଶତ କୃଷି କାର୍ଯ୍ୟରେ ବ୍ୟବହୃତ ହୋଇଥାଏ ବୋଲି ପ୍ରଫେସର ପଣ୍ଡା କହିଥିଲେ । ବାରମ୍ବାର ପାଣିପାଗ ଜନିତ ଉତ୍କଟ ସମସ୍ୟା ସୃଷ୍ଟି ହେବା ଫଳରେ ପ୍ରତିକୂଳ ଜଳବାୟୁରେ ବିକଶିତ ହୋଇ ପାରୁଥିବା ଫସଲ ର ବିକାଶ ଆବଶ୍ୟକ ବୋଲି ସେ କହିଥିଲେ। ଉପଯୁକ୍ତ ଜଳ ସଂରକ୍ଷଣ ପଦକ୍ଷେପ ତଥା ବର୍ଷା ଜଳ ସଂରକ୍ଷଣ କରି ମୃତ୍ତିକାର ଆଦ୍ରତା ବୃଦ୍ଧି ତଥା ଭୂତଳ ଜଳକୁ ରିଚାର୍ଜ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ମୃତିକା ସ୍ୱାସ୍ଥ୍ୟ ଏବଂ ଜଳର ଗୁଣବତା ବଜାୟ ରଖିବାର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇ ପ୍ରଫେସର ନନ୍ଦ କହିଥିଲେ ଯେ ମାନବ ଜାତି ମୃତ୍ତିକା, ଜଳ ଓ ବାୟୁ କୁ ଉପହାର ଭାବେ ପାଇଛି ମାତ୍ର ସେଥିପାଇଁ କୃତଜ୍ଞ ହେବା ଶିଖିନାହିଁ । ପ୍ରତି ମୁହୂର୍ତ୍ତରେ ଆମେ ବାୟୁକୁ ନିଶ୍ୱାସ ନେବାପାଇଁ ଆବଶ୍ୟକ କରୁ, ଭୂମି ଆମକୁ ଖାଦ୍ୟ ଯୋଗାଏ ଏବଂ ତୃଷା ନିବାରଣ ନିମନ୍ତେ ଜଳ ଆବଶ୍ୟକ ହୁଏ। ଏହା ଆମ ପାଇଁ ଉପହାର ଅଟେ। ଆମେ ଯେଉଁଠାରେ ରହୁଛୁ ସେହି ପୃଥିବୀର ଯତ୍ନ ନେବାକୁ ଶିଖିବା ଆବଶ୍ୟକ ବୋଲି ସେ କହିଥିଲେ । ପ୍ରଫେସର ନନ୍ଦ କହିଥିଲେ ଯେ ଅଧିକାଂଶ ସହରରେ ବାୟୁର ଗୁଣବତା ନିମ୍ନମୁଖୀ ହେବା ଚିନ୍ତାର ବିଷୟ। ପୃଥିବୀକୁ ବଂଚାଇବା ପାଇଁ ମାଟି ଓ ଜଳାଶୟ ର ଯତ୍ନ ନେବା ନିମନ୍ତେ ସମସ୍ତେ ଯତ୍ନବାନ ହେବା ଜରୁରୀ ବୋଲି ପ୍ରଫେସର ଦାସ କହିଥିଲେ। ପ୍ରଫେସର ଜେନା ପରିବେଶ ସୁରକ୍ଷା ନିମନ୍ତେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଥାଇଲାଣ୍ଡର ରାଜା ଭୂମିବଲ୍ ଆଦୁଲ୍ୟଦେଜ୍ ଙ୍କ ଜନ୍ମଦିନ ଅବସରରେ ଡିସେମ୍ବର ୫ ତାରିଖ କୁ ବିଶ୍ୱ ମୃତ୍ତିକା ଦିବସ ଭାବେ ପାଳନ କରାଯାଇଥାଏ ବୋଲି କହିଥିଲେ ।

ଉର୍ବର ଜମି ଭିତିଭୂମି ବିକାଶ ପାଇଁ ବ୍ୟବହୃତ ହେଉଥିବାରୁ କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବା ପାଇଁ ଉପଲବ୍ଧ ଚାଷ ଜମି ଉପରେ ଅଧିକ ଚାପ ପଡୁଛି । ସେଥିପାଇଁ ଆଜି ଆମେ ଏହି ସମସ୍ୟା ସହିତ ଯୁଝୁଛୁ ବୋଲି ସେ କହିଥିଲେ।ସୋଆର ଦିଷ୍ଟିଙ୍ଗୁଇଶଡ ପ୍ରଫେସର ୟୁ ସି ମହାନ୍ତି ଏବଂ ଆଇଏଏସ୍ ର ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ସୋଆ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ଛାତ୍ରଛାତ୍ରୀଙ୍କର କୃତିତ୍ୱ…

ଭୁବନେଶ୍ୱର, ଡିସେମ୍ବର ୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ଏମ୍‌.ବି.ଏ ଇନ୍ ହସ୍ପିଟାଲିଟି ମ୍ୟାନେଜମେଂଟର ଦ୍ୱୀତିୟ ବର୍ଷର ଛାତ୍ରୀ ଏସ୍‌.ଭି. ଚନ୍ଦନା ନିକଟରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ରେ ରାଜ୍ୟ ସ୍ତରୀୟ ଭାରଉତୋଳନ ପ୍ରତିଯୋଗିତାରେ ନିଜର ପାରଦର୍ଶିତା ଦେଖାଇ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହିତ ରୌପ୍ୟ ପଦକ ହାସଲ କରିଛନ୍ତି ।
ସେହିପରି ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଆନ୍ତର୍ଜାତୀୟ ମିଲେଟ୍ ପ୍ରତିଯୋଗିତାରେ ବ୍ୟାଚ୍‌ଲର୍ ଅଫ୍ ହୋଟେଲ ମ୍ୟାନେଜମେଂଟ ଏବଂ କ୍ୟାଟରିଂ ଟେକ୍‌ନୋଲୋଜି (ବିଏଚ୍‌ଏମ୍‌ସିଟି)ର ଶେଷବର୍ଷର ଛାତ୍ର ସୌଭାଗ୍ୟ ବାରିକ ମିଲେଟ୍ ଦ୍ୱାରା ବିଭିନ୍ନ ସୁସ୍ୱାଦ ବ୍ୟଞ୍ଜନ ପ୍ରସ୍ତୁତ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ଦୁଇ ଛାତ୍ରଛାତ୍ରୀ ଙ୍କର ସଫଳତା ପାଇଁ ବିଶ୍ୱବିଦ୍ୟାଳୟ ଗୌରବ ଅର୍ଜନ କରିଛି । ଏହି ସଫଳତା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news