ଚାଲିଚାଲି ଅରୁଣଙ୍କ ଜନଶୁଣାଣୀ ……

0

ପୁଣି ନିଆରା ଢଙ୍ଗରେ ଓଡ଼ିଶାର ସବୁଠାରୁ ପାୱାରଫୁଲ ମନ୍ତ୍ରୀ ଅରୁଣ ସାହୁ । କୃଷି ଓ ଉଚ୍ଚଶିକ୍ଷା ବିଭାଗର ଦାୟିତ୍ୱରେ ଥିବା ଅରୁଣ ନିଜର କାର୍ଯ୍ୟବ୍ୟସ୍ତତା ଭିତରେ ବି ନିଜ ନିର୍ବାଚନୀ ମଣ୍ଡଳୀର କାମ ଓ ଲୋକଙ୍କ ସମସ୍ୟା ସହ ପ୍ରତ୍ୟେକ ଦିନ ଯୋଡ଼ିହେବାକୁ ଚାହୁଛନ୍ତି । ତାହା ପୁଣି ଯେତେବେଳେ ମନ୍ତ୍ରୀଙ୍କୁ ସମୟ ମିଳିଲା । ଶନିବାର ସଂନ୍ଦ୍ୟାରେ ନିଜ ନିର୍ବାଚନୀ ମଣ୍ଡଳୀରରେ ଟ୍ରାକସୁଟ ଏବଂ ସ୍ପୋର୍ଟସ ଜୋତା ପିନ୍ଧି ବାହାରିଲେ ସନ୍ଧ୍ୟା ଭ୍ରମଣରେ । ସାଙ୍ଗରେ ଚାଲିଲେ ବିଭିନ୍ନ ଅଭିଯୋଗ ନେଇ ଆସିଥିବା ସାଧାରଣ ଜନତା ।ଆଗକୁ ଆଗକୁ ଚାଲିବା ସହିତ ଲୋକ ମାନଙ୍କର ଅଭିଯୋଗକୁ ଶୁଣିବା ଏବଂ ସମାଧାନ କରିବାରେ ଲାଗିପଡ଼ିଲେ ମନ୍ତ୍ରୀ ।ନୟାଗଡ଼ ସହର ଉପକଣ୍ଠ ଦୁର୍ଗାପ୍ରସାଦ ଠାରୁ ବାହାରି ଘଡୁଆଳ , ନୂଆ ଘଡୁଆଳ, ବ୍ରଜବଲ୍ଲବ ପୁର ହେଇ ପହଞ୍ଚିଥିଲେ ଗୁପ୍ତପଲ୍ଲୀ ପାଖରେ । ପାଖାପାଖି ୭ କିମି ର ପଦଯାତ୍ରାରେ ବାଟରେ ପଡୁଥିବା ଗାଁ ମାନଙ୍କରେ ଲୋକମାନଙ୍କ ସାଙ୍ଗରେ ମିଶିବା ସହିତ ବୁଝିଥିଲେ ସେମାନଙ୍କର ସୁଖ ଦୁଃଖ । ପୂର୍ବରୁ ଅରୁଣ ବସଷ୍ଟାଣ୍ଡ ଓ ବିିଭିନ୍ନ ସର୍ବସାଧାରଣ ସ୍ଥାନରେ ଜନଶୁଣାଣୀ କରି ଚର୍ଚ୍ଚାକୁ ଆସିଛନ୍ତି । ସବୁବେଳେ ଲୋକଙ୍କ ସାଥିରେ ଯୋଡ଼ି ହେବା ପାଇଁ ଅରୁଣଙ୍କ ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରଯାଇଛି । ପଂଚମ ପାଳିରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କ ପାଖକୁ ଯାଅ ଓ ସେମାନଙ୍କ ସୁଖ ସୁଃଖର ସାଥି ହୁଅ । ଏକଥାକୁ ଏବେ ଅକ୍ଷର ଅକ୍ଷରେ ପାଳନ କରୁଛନ୍ତି ନେତାଏ ।

ପ୍ରଦର୍ଶନୀ ପଡ଼ିଆରେ ହେବ ସ୍ୱାଧୀନତା ଦିବସ : ଫୋକସରେ ଗାନ୍ଧୀଙ୍କ ୧୫୦ ତମ ଜୟନ୍ତି

0

ଗାନ୍ଧୀଙ୍କ ପାଇଁ ସ୍ୱାଧୀନତା ଦିବସ ପଡ଼ିଆ ପରିବର୍ତ୍ତନ କଲେ କଲେ ରାଜ୍ୟ ସରକାର । ଏଥର ସ୍ବାଧୀନତା ଦିବସ ସହ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତକୁ ସ୍ବତନ୍ତ୍ର ଭାବେ ପାଳନ କରାଯିବ । ଏଥିପାଇଁ ପ୍ରଦର୍ଶନୀ ପଡିଆରେ ସ୍ବତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଉଛି ।ମହାତ୍ମା ଗାନ୍ଧୀ ଓଡିଶାକୁ ମୋଟ ୮ ଥର ଆସିଥିବା ବେଳେ ୮୨ ଦିନ ରହିଛନ୍ତି । ଏହି ଅବସରରେ ସେ ଯେଉଁସବୁ ଅଂଚଳକୁ ଗସ୍ତ କରିଛନ୍ତି ସେଠାରେ ତାଙ୍କର ସ୍ମୃତି ରହିଛି । ଓଡିଶା ସହ ମହାତ୍ମାଙ୍କ ସଂପର୍କ ଏବଂ ସ୍ବାଧୀନତା ସଂଗ୍ରାମରେ ଓଡିଶାର ଅବଦାନକୁ ନେଇ ଏଥର ଏକ ସ୍ବତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି । ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତି ପାଳନ ଅବସରରେ ଏଭଳି ଆୟୋଜନ କରାଯାଇଛି । ଏଥିସହିତ ଜାତୀୟ ସ୍ତରରେ ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ପାଳନକୁ ଅନୁକରଣ କରି ଓଡିଶାରେ ମଧ୍ୟ ଏଥର ସ୍ବାଧୀନତା ଦିବସକୁ ମୁଖ୍ୟମନ୍ତ୍ରୀଙ୍କ ଭାଷଣରେ ସୀମିତ ରଖାଯିବ ବୋଲି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ।

ସେପଟେ ପଡ଼ିଆ ପରିବର୍ତ୍ତ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ବିଜେପି ଉପସଭାପତି ପୃଥ୍ବୀରାଜ ହରିଚନ୍ଦନ ପ୍ରଦର୍ଶନୀ ପଡିଆରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହାର ଜବାବ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ସେ କହିଛନ୍ତି ଯେ, ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ଭଳି ଜାତୀୟ ଦିବସ ପାଳନରେ ଜାତୀୟ ସ୍ତରୀୟ ମଡେଲକୁ ଗ୍ରହଣ କରିବା ଉଚିତ ।

ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପାଳନ ରାଷ୍ଟ୍ରପତିଙ୍କ ପ୍ୟାରେଡ ଅଭିବାଦନ ଗ୍ରହଣ ଭତ୍ତିକ ହୋଇଥିବା ବେଳେ ସ୍ବାଧୀନତା ଦିବସ ପାଳନ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଭିତ୍ତିକ ହୋଇଥାଏ । ରାଜ୍ୟ ମଧ୍ୟ କେନ୍ଦ୍ରୀୟ ମଡେଲକୁ ଅନୁକରଣ କରି ସେହି ଢାଞ୍ଚାରେ ସ୍ବାଧୀନତା ଦିବସ ପାଳନ କରିବାକୁ ଚିନ୍ତା କରିଛି । ରାଜ୍ୟ ବିଜେପି ନେତା କିନ୍ତୁ ସ୍ବାଧୀନତା ଦିବସ ପାଳନରେ ଜାତୀୟ ମଡେଲକୁ ବୁଝିନାହାଁନ୍ତି । ତାଙ୍କ ନିଜ ଦଳ କେନ୍ଦ୍ରରେ କ୍ଷମତାରେ ଥିଲେ ବି ସେମାନେ ଜାତୀୟ ମଡେଲକୁ ବୁଝିପାରୁନାହାଁନ୍ତି ବୋଲି ସସ୍ମିତ କହିଛନ୍ତି ।

ଯୋଜନା ବୋଡ଼ ଅଧ୍ୟକ୍ଷ : ବାଦ ପଡ଼ିଲେ ଅରୁଣ,ଜ୍ୟୋତି,ପେମାନନ୍ଦ

0

ଜିଲ୍ଲା ଯୋଜନା ବୋର୍ଡର ପୁର୍ନଗଠନ କରାଯାଇଛି । କିଛି ମନ୍ତ୍ରୀଙ୍କ ସହ ବିଧାୟକଙ୍କୁ ବି ଜିଲ୍ଲା ଯୋଜନା ବୋର୍ଡ ଦାୟିତ୍ବ ମିଳିଛି । ତେବେ କୃଷିମନ୍ତ୍ରୀ ଅରୁଣ ସାହୁ, ଦକ୍ଷତା ବିକାଶ ମନ୍ତ୍ରୀ ପେମାନନ୍ଦ ନାୟକ ଓ ପର‌୍ୟ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ କୌଣସି ଜିଲ୍ଲା ଯୋଜନା ବୋର୍ଡ ଦାୟିତ୍ବ ମିଳିନାହିଁ । ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି । ତେବେ ନଜର ପକାନ୍ତୁ କିଏ କେଉଁଠି ହୋଇଛନ୍ତି ଯୋଜନା ବୋଡ଼ ଅଧ୍ୟକ୍ଷ ।
ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ
ପ୍ରତାପ ଜେନା : ମୟୂରଭଞ୍ଜ
ଅନନ୍ତ ଦାସ : ବାଲେଶ୍ୱର
ବ୍ୟୋମକେଶ ରାୟ : ଭଦ୍ରକ
ସମୀର ରଞ୍ଜନ ଦାସ : ଯାଜପୁର
ରଣେନ୍ଦ୍ର ପ୍ରତାପ ସ୍ୱାଇଁ : କେନ୍ଦ୍ରାପଡ଼ା
ପ୍ରଶାନ୍ତ କୁମାର ମୁଦୁଲି : ଜଗତସିଂହପୁର
ପ୍ରମୋଦ କୁମାର ମଲ୍ଲିକ : କଟକ
ନିରଞ୍ଜନ ପୂଜାରୀ : ପୁରୀ
ପ୍ରଶାନ୍ତ କୁମାର ଜଗଦେ୍ଧବ : ଖୋର୍ଦ୍ଧା
ସତ୍ୟ ନାରାୟଣ ପ୍ରଧାନ : ନୟାଗଡ଼
ଶ୍ରୀକାନ୍ତ ସାହୁ : ଗଞ୍ଜାମ
ମହୀଧର ରଣା : ବୌଦ୍ଧ
ଜଗନ୍ନାଥ ସାରକା : ଗଜପତି
ବିକ୍ରମ କେଶରୀ ଆରୁଖ : କନ୍ଧମାଳ
ସୁଦାମ ମାରାଣ୍ଡି : ସୋନପୁର
ପଦ୍ମିନୀ ଦିଆନ : ରାୟଗଡ଼ା
ରଘୁରାମ ପଡ଼ାଲ : କୋରାପୁଟ
ରଘୁନନ୍ଦନ ଦାସ : ନବରଙ୍ଗପୁର
ତୁଷାରକାନ୍ତି ବେହେରା : ମାଲକାନାଗିରି
ରାଜେନ୍ଦ୍ର ଢୋଲକିଆ : ନୂଆପଡ଼ା
ନବକିଶୋର ଦାସ : ବଲାଙ୍ଗୀର
ଦେବେଶ ଆଚାର‌୍ୟ୍ୟ : ବରଗଡ଼
ସୁଶାନ୍ତ ସିଂହ : ସମ୍ବଲପୁର
ପଦ୍ମନାଭ ବେହେରା : ଝାରସୁଗୁଡ଼ା
ଶାରଦା ପ୍ରସାଦ ନାୟକ : ସୁନ୍ଦରଗଡ଼
ଅଶୋକ ଚନ୍ଦ୍ର ପଣ୍ଡା : ଅନୁଗୁଳ
ଦିବ୍ୟଶଙ୍କର ମିଶ୍ର : ଢେଙ୍କାନାଳ
ପ୍ରଫୁଲ୍ଲ କୁମାର ମଲ୍ଲିକ : ଦେବଗଡ଼ ଓ କେନ୍ଦୁଝର
ଟୁକୁନି ସାହୁ : କଳାହାଣ୍ଡି

ଦାମଙ୍କୁ ସମ୍ବିତ ଜରିଆରେ ବ୍ରହ୍ମଅସ୍ତ୍ର ମାରିଲେ ବିଷ୍ଣୁ

0

କଥାରେ ଅଛି ନଇ ପଡ଼ିଥିବ ଯେତିକି ବେଳେ ବିଧାଟି ମାରିବ ସେତିକି ବେଳେ । ଏକଥାକୁ ଏବେ ଅକ୍ଷର ଅକ୍ଷରେ ପାଳନ କରିଛନ୍ତି ବିଜେଡ଼ି ବିଧାୟକ ବିଷ୍ଣୁ ଦାସ । ସେ ତାଙ୍କର ପାରମ୍ପରିକ ରାଜନୈତିକ ଶ୍ରତ୍ରୃ ଦାମ ରାଉତଙ୍କୁ ତାଙ୍କ ପୁଆ ଜରିଆରେ ବ୍ରହ୍ମଅସ୍ତ୍ର ପ୍ରୟୋଗ କରିଛନ୍ତି । ଅର୍ଥାତ ଦାମଙ୍କ ପୁଅକୁ ଏବେ ବିଷ୍ଣୁ ବନ୍ଧୁ କରିଛନ୍ତି । କାରଣ ରାଜନୀତିରେ କିଏ ଶତ୍ରୁ ନୁହେଁକି କିଏ ମିତ୍ର ନୁହନ୍ତି । ଆବଶ୍ୟକ ସମୟରେ ଶତ୍ରୁ ପାଲଟିଯାଏ ମିତ୍ର ଓ ମିତ୍ର ପାଲଟିଯାଏ ଶତ୍ରୁ ଓ ଯାହା ଏବେ ଜଗତସିଂହପୁର ଜିଲ୍ଲା ରାଜନୀତିରେ ଦେଖିବାକୁ ମିଳିଛି । ଦୀର୍ଘ ବର୍ଷ ଧରି ବରିଷ୍ଠ ବିଜେପି ନେତା ଦାମ ରାଉତଙ୍କର ରାଜନୈତକ ଶତ୍ରୁ ବିଷ୍ଣୁ ଦାସ ଏବେ ଦାମଙ୍କ ପୁଅଙ୍କ ବନ୍ଧୁ ଓ ଦୁହେଁ ବିଷ୍ଣୁ ଦାସ । ଦାମ ରାଉତ ଯେତେବେଳେ ବିଜୁ ଜନତା ଦଳରେ ଥିଲେ ସେତେବେଳେ ଜଣକ ଛାଇ ଦେଖିଲେ ଆଉ ଜଣଙ୍କର ନାଇ ଡିଏଁ । ଏପରିକି ସଭା ସମିତିରେ ଯେଉଁଠି ଦାମ ରାଉତଙ୍କୁ ନିମନ୍ତ୍ରଣ ହୋଇଥାଏ ସେଠି ବିଷ୍ଣୁ ଦାସଙ୍କୁ ନିମନ୍ତ୍ରଣ ହୋଇଥିଲେ ମଧ୍ୟ କେହି ନା କେହି ଜଣେ ଅନୁପସ୍ଥିତ ରୁହନ୍ତି । ଯେତେବେଳେ ଦାମ ରାଉତ ଜିଲ୍ଲାର ମନ୍ତ୍ରୀ ଥିଲେ ସେତେବେଳେ ବିଷ୍ଣୁ ଦାସ ଜିଲ୍ଲା ସଭାପତି ଥିଲେ । ହେଲେ କୌଣସି ଏକ ବିକାଶମୂଳକ କାର‌୍ୟ୍ୟକ୍ରମରେ ଉଭୟେ ଏକାଠି ବସି ବୈଠକ କରନ୍ତି ନାହିଁ । ଏପରିକି ଜଗତସିଂହପୁର ବିଜେଡିର କୌଣସି ଦଳୀୟ ବୈଠକରେ ମଧ୍ୟ ଉଭୟେ ବିଷ୍ଣୁ ଓ ଦାମ ଏକାଠି ବସିବାକୁ ପସନ୍ଦ କରନ୍ତି ନାହିଁ । ଆଉ ଗଣମାଧ୍ୟମରେ ଉଭୟଙ୍କ ବାକ ଯୁଧ୍ୟ ଦୀର୍ଘ ୨୦ ବର୍ଷ ଧରି ଦାଣ୍ଡରେ ପଡି ହାଟରେ ଗଡେ ଓ ରାଜନୈତିକ ଆକ୍ଷେପ ପ୍ରତିଆକ୍ଷେପ ଏତେ ଉଗ୍ର ରୂପ ନିଏଯେ ପରସ୍ପର ବ୍ୟକ୍ତିଗତ ସ୍ଥରରେ ଗୋଇ ଖୋଳାଖୋଳି ହୁଅନ୍ତି । କେତେବେଳେ ବିଷ୍ଣୁ ଦାମଙ୍କ ନାଁରେ କେଶ କରନ୍ତି ତ ଆଉକେତେବେଳେ ଦାମ ନିଜର ବୟାନରେ ବିଷ୍ଣୁଙ୍କୁ ଘାଇଲା କରନ୍ତି । ଯେମିତି ଜଣକ ଛାଇ ଦେଖିଲେ ଆଉଜଣେ ଡିଏଁ ଓ ଏପରି ସମ୍ପର୍କ ହେଉଛି ବର୍ତମାନର ଜଗତସିଂହପୁର ଜିଲ୍ଲାର ଦୁଇ ବରିଷ୍ଠ ରାଜନେତା ଦାମୋଦର ରାଉତ ଓ ବିଷ୍ଣୁ ଦାସ ।
ଘଟଣା ଚକ୍ରରେ ବର୍ତମାନ ବଦଳି ଯାଇଛି ଜଗତସିଂହପୁର ଜିଲ୍ଲାର ରାଜନୀତି । ଦାମ ଆଉ ବିଷ୍ଣୁ ଗୋଟିଏ ଦଳରେ ନାହାନ୍ତି । ଦାମ ରାଉତ ବର୍ତ୍ତମାନ ବିଜେଡି ଛାଡି ବିଜେପିରେ ଥିବାବେଳେ ବିଷ୍ଣୁ ଦାସ ଜିଲ୍ଲା ବିଜେଡି ସଭାପତି । ଦିନେ ଗୋଟିଏ ରାଜନୈତିକ ଦଳରେ ଥିବା ବିଷ୍ଣୁ ଓ ଦାମ ଏବେ ଅଲଗା ହୋଇଛନ୍ତି । ହେଲେ ପରସ୍ପର ମଧ୍ୟରେ ରାଜନୀତିକ ଶତ୍ରୁତା ଆଜିବି ଅତୁଟ ରହିଛି ଓ । ହେଲେ ଦାମଙ୍କର ପରମ ଶତ୍ରୁ ବିଷ୍ଣୁ ଦାସ ଏବେ ଦାମଙ୍କ ପୁଅ ସମ୍ବିତ ରାଉତଙ୍କ ବନ୍ଧୁ ଓ ଉଭୟେ ଏବେ ଗୋଟିଏ ଦଳରେ । ଜଗତସିଂହପୁର ଜିଲ୍ଲାର ବିକାଶ ସହ ବିଜେଡିର ସାଙ୍ଗଠନିକ ସ୍ତିତିକୁ ମଜବୁତ କରିବା ପାଇଁ ଉଭୟେ ସମ୍ବିତ ରାଉତ ଓ ବିଷ୍ଣୁ ଦାସ ଏକାଠି ହୋଇଛନ୍ତି । ପରସ୍ପର ପରସ୍ପର ହାତକୁ ଧରିଥିବା ଏକ ଫଟୋ ବିଷ୍ଣୁ ଓ ସମ୍ବିତଙ୍କର ଶୋସିଲା ମିଡିଆରେ ଭାଇରଲ ହେବାରେ ଲାଗିଛି । ଏ ଫୋଟକୁ ଦେଖି ଦାମ ବାବୁ କଣ ଭାବୁ ଥିବେ ତାହା ଭିର୍ଣ୍ଣ କଥା , ହେଲେ ରାଜନୀତିରେ ଯେ ସବୁ ସମ୍ଭବ ତାହା ବିଧାୟକ ବିଷ୍ଣୁ ଦାସ ଓ ବିଧାୟକ ସମ୍ବିତ ରାଉତଙ୍କ ଫଟୋ ଦେଖିଲେ ଯେକେହି ଅନୁମାନ କରିପାରୁଥିବେ ।

ପ୍ରଣବଙ୍କ ମନ କି ବାତ ..

0

ଯାଜପୁର : ଲୋକଙ୍କ ନିକଟତର ହୁଏ । ସେମାନଙ୍କ ସୁଖ ଦୁଃଖରେ ସାଥି ହୁଅ । ବିକାଶ ପାଇଁ ସାଧାରଣଙ୍କ ମତ କଣ ଜାଣ । ସବୁବେଳେ ନିର୍ବାଚନୀ ମଣ୍ଡଳୀର ସବୁ ବର୍ଗର ବ୍ୟକ୍ତିଙ୍କ ସହ ଆଲୋଚନା କରି ନିଜ ନିର୍ବାଚନୀ ମଣ୍ଡଳୀର ବିକାଶ ରଥ ଆଗେଇ ନିଅ । ବିଜେଡ଼ି ସ୍ରୁମିମୋ ନବୀନ ପଟ୍ଟନାୟକଙ୍କ ଏହି ନୀତିବାଣୀଙ୍କୁ ଏବେ ଅକ୍ଷର ଅକ୍ଷରେ ପାଳନ କରୁଛନ୍ତି ବିଜେଡ଼ି ସବୁଠାରୁ ପାୱାରଫୁଲ ତଥା ଯୁବ ଆଇକନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) । ଯେତେବେଳେ ସେ ସମୟ ପାଉଛନ୍ତି ସେତେବେଳେ ନିଜ ନିର୍ବାଚନୀ ମଣ୍ଡଳୀର ବିଭିନ୍ନ ବର୍ଗର ଲୋକଙ୍କ ଓ ଆଲୋଚନା କରି ଯାଜପୁର ବିକାଶ ପାଇଁ ଆଉ କଣ ଆବଶ୍ୟକ ସେ ସର୍ମ୍ପକରେ ସାଧାରଣ ଲୋକଙ୍କ ଠାରୁ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ମତାମତ ନେଉଛନ୍ତି ।
ଦେଶ ଓ ରାଜ୍ୟର ବିକାଶ ମୁଖ୍ୟସୂତ୍ର ଧାରା ହେଉଛନ୍ତି ଯୁବଗୋଷ୍ଠୀ । ତେଣୁ ଯୁବଗୋଷ୍ଠୀଙ୍କ ମନରେ କଣ ରହିଛି ତାହାକୁ ଜାଣିବା ପାଇଁ ଯାଜପୁର ଜିଲ୍ଳାର ୧୨ଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ମନ କି ବାତ କରିଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) । ନରସିଂହ ଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଷ୍ଟୁଡ଼େଣ୍ଟ କନକ୍ଲେଭରେ ଛାତ୍ରଛାତ୍ରୀମଙ୍କ ସହ ଘଣ୍ଟା ଘଣ୍ଟା ଧରି ପ୍ରଣବ ଆଲୋଚନା କରିବା ସହ ସେମାନେ ପଚାରୁଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ ।

ଏହାସହ ବହୁ ଛାତ୍ରଛାତ୍ରୀଙ୍କୁ ପ୍ରଣବ ସେମାନେ ଭବିଷ୍ୟତରେ କଣ ହେବାକୁ ଚାହୁଛନ୍ତି ଓ ସେମାନଙ୍କ ମହାବିଦ୍ୟାଳୟରେ କଣ ସମସ୍ୟା ରହିଛି , କଣ କଲେ ଯାଜପୁର ଜିଲ୍ଳା ବିକାଶ ପଥେ ଆହୁରୀ ଆଗେଇବ ଏନେଇ ଛାତ୍ରଛାତ୍ରୀମାନେ ନିଜର ମତାମତ ଦେଇଥିଲେ । ୧୨ଟି ମହାବିଦ୍ୟାଳୟର ଭିତ୍ତିଭୂମି,କ୍ରୀଡ଼ା, ଓ ବିଭିନ୍ନ ସମସ୍ୟାର କିପରି ସମାଧାନ ହେବ ତାହା ଉପରେ ମଧ୍ୟ ବିଧାୟକ ପ୍ରଣବ ପ୍ରକାଶ ଦାସ ( ବବି) ଗୁରୁତ୍ୱ ଦେଇଥିଲେ । କେବଳ ସେତିକି ନୁହେଁ, ରାଜ୍ୟ ସରକାର ଓ ବିଧାୟକଙ୍କ ଠାରୁ ସେମାନଙ୍କ ଆଶା କଣ ସେ ସର୍ମ୍ପକରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଠାରୁ ମତ ନେଇଥିଲେ ବିଧାୟକ । ଜିଲ୍ଳାରେ ପ୍ରଥମ ଥର କରି ଜଣେ ବିଧାୟକ ଛାତ୍ରଛାତ୍ରୀଙ୍କ ସହ ମନ କି ବାତ କରିବା ସହିତ ସେମାନଙ୍କ ବିଦ୍ୟାଳୟର ସମସ୍ୟା ଓ ଭବିଷ୍ୟତ ଲକ୍ଷ ପୂରଣ ପାଇଁ ବିଭିନ୍ନ ଟିପ୍ସ ଦେଇଥିଲେ ।

ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଏହାସହ ଛାତ୍ରଛାତ୍ରୀମାନେ ମଧ୍ୟ ବିଧାୟକଙ୍କ ଏପରି କାର୍ଯ୍ୟକ୍ରମରେ ଯୋଗଦେଇ ବେଶ ଖୁସି ବୋଲି କହିଛନ୍ତି । ନରସିଂହ ଚୌଧୁରୀ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେବା ସହ ନୂତନ କ୍ୟାମ୍ପସ ଓ ସାଇନ୍ସ ପାର୍କ ମାଳଆନ୍ଦନୁର ଅଚଂଳରେ କରାଯିବ ବୋଲି ବିଧାୟକ ଘୋଷଣା କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ନିଜ ମହାବିଦ୍ୟାଳୟ ଓ ଗାଁରେ ସେବା କରିବା ପାଇଁ ବିଧାୟକ ପ୍ରଣବ ପ୍ରକାଶ ଦାସ ଶପଥ ପାଠ କରାଯାଇଥିଲେ । ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଏହି ମନ କି ବାତ ଏବେ ଅନ୍ୟ ବିଧାୟକନିବିଡ଼ ହେଉଛି ବିଜେଡ଼ି-ବିଜେପି ସର୍ମ୍ପକ । ପୁଣି ମୋଦିଙ୍କୁ ସହଯୋଗର ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫଳରେ ରାଜ୍ୟସଭାରେ ପାସ ହୋଇଛି ଟ୍ରିପଲ ତଲାକ ବିଲ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news