ସମ୍ ହସ୍ପିଟାଲ୍ ଶିତଳାପଲ୍ଲୀ କ୍ୟାମ୍ପସ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

()ଦକ୍ଷିଣ ଓଡିଶାର ଜନସାଧାରଣଙ୍କୁ ଉତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସ୍ଥାପିତ ହୋଇଥିବା ସମ୍ ହସ୍ପିଟାଲର ଶିତଳାପଲ୍ଲୀ କ୍ୟାମ୍ପସ୍‌କୁ ବୁଧବାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି ।

ଦୀର୍ଘ ୧୯ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜନସାଧାରଣଙ୍କୁ ଅବିରତ ତଥା ଉତ୍ସର୍ଗୀକୃତ ଭାବେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରି ଆସୁଥିବା ଶିକ୍ଷା ଓ ଅନୁସନ୍ଧାନ ପକ୍ଷରୁ ଦକ୍ଷିଣ ଓଡ଼ିଶାରେ ଉତମ ତଥା ଅତ୍ୟାଧୁନିକ ସେବା ପ୍ରଦାନ କରିବା ଲକ୍ଷ୍ୟ ନେଇ ଗଂଜାମ ଜିଲ୍ଲା ବ୍ରହ୍ମପୁର ନିକଟ ଶିତଳାପଲ୍ଲୀ ଠାରେ ସ୍ଥାପିତ ଏହି ମଲ୍ଟି ସୁପର ସ୍ପେଶିଆଲିଟି ହସ୍ପିଟାଲ୍‌କୁ ଆରମ୍ଭ କରାଯାଇଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ହସ୍ପିଟାଲ କ୍ୟାମ୍ପସ୍‌ରେ ପହଂଚିବା ପରେ ଫଳକ ଉନ୍ମୋଚନ ସହ କ୍ୟାମ୍ପସ୍ ପରିସରରେ ବୃକ୍ଷ ରୋପଣ କରିଥିଲେ ଓ ଆନୁଷ୍ଠାନିକ ଭାବେ ହସ୍ପିଟାଲ୍‌ଟିକୁ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସୋଆର ପ୍ରତିଷ୍ଠାତା ସଭାପତି ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିବାବେଳେ ଏହି ଅବସରରେ ୫ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ କାର୍ତିକ ପାଣ୍ଡିଆନ୍ ମଂଚରେ ଉପସ୍ଥିତ ଥିଲେ ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟସଭା ସାସଂଦ ଶ୍ରୀ ମାନସ ମଙ୍ଗରାଜ ଏବଂ ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ଉପସ୍ଥିତ ଥିଲେ ।

ସମ୍ ହସ୍ପିଟାଲ୍ ଶିତଳାପଲ୍ଲୀ କ୍ୟାମ୍ପସ୍ ଠାରେ ୨୦୦ ଶଯ୍ୟାର ସୁବିଧା ରହିଥିବା ବେଳେ ଆଗାମୀ ଦିନରେ ଏହାର ସଂଖ୍ୟା ବୃଦ୍ଧି ପାଇ ୫୦୦ ହେବ । ଏହି ଡାକ୍ତରଖାନାରେ ସୁଲଭ ମୂଲ୍ୟରେ ସମସ୍ତ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ସୁବିଧା ଉପଲବ୍ଧ ହେବା ସହ ୨୪ ଘଂଟା ରୋଗୀ ସେବା ପ୍ରଦାନ କରାଯିବ ।

ସମ୍ ହସ୍ପିଟାଲର ଏହି ନୂତନ ମଲ୍ଟି ସୁପର ସ୍ପେଶିଆଲିଟି ହସ୍ପିଟାଲ୍‌ରେ ସମସ୍ତ ସ୍ପେଶିଆଲିଟି ଓ ସୁପର ସ୍ପେଶିଆଲିଟି ବିଭାଗ ରହିଛି । ଦେଶ ତଥା ବିଦେଶରେ ତାଲିମ ପ୍ରାପ୍ତ ବିଶିଷ୍ଟ ସ୍ୱାସ୍ଥ୍ୟସେବା ବିଶେଷଜ୍ଞମାନେ ଏଠାରେ ରୋଗୀମାନଙ୍କୁ ଚିକିତ୍ସା ପ୍ରଦାନ କରିବେ ।

୨୦୨୩ ମସିହାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପରିଚାଳିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନ୍‌ଆଇଆରଏଫ୍‌)ର ର‌୍ୟାଙ୍କିଙ୍ଗ୍‌ରେ ଦେଶର ୧୬ ତମ ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ ସ୍ଥାନୀତ ହୋଇଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ , ଭୁବନେଶ୍ୱର ଦୀର୍ଘ ୧୯ ବର୍ଷ ହେବ ଓଡ଼ିଶା ସମେତ ପୂର୍ବାଂଚଳ ରାଜ୍ୟଗୁଡ଼ିକ ନିମନ୍ତେ ଏକ ନିର୍ଭରଯୋଗ୍ୟ ଓ ଲୋକପ୍ରିୟ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଭାବେ ଉଭା ହୋଇଛି । ଏହି ହସ୍ପିଟାଲ ୨୦୦୫ ମସିହାରେ ରାଜ୍ୟବାସୀଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା । ଡାକ୍ତରୀ ଶିକ୍ଷା ପ୍ରଦାନ କ୍ଷେତ୍ରରେ ନିଜ ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ଏକ ମାଇଲ ଖୁଂଟ ସୃଷ୍ଟି କରିଛି ।

ଗତ ଜାନୁଆରୀ ମାସ ୨୧ ତାରିଖରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଦ୍ୱିତୀୟ କ୍ୟାମ୍ପସ୍ ଫୁଲନଖରା ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ଭୁବନେଶ୍ୱର ଓ କଟକ ମଧ୍ୟବର୍ତୀ ଜାତୀୟ ରାଜପଥ – ୧୬ ନିକଟରେ ଆରମ୍ଭ ହୋଇଥିବା ଏହି ନୂତନ ହସ୍ପିଟାଲ୍‌ରେ ରୋଗୀମାନଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଓ ଅଗ୍ରଣୀ ବୈଷୟିକ ଜ୍ଞାନ କୌଶଳ ସମ୍ପନ୍ନ ବ୍ୟବସ୍ଥା ରହିଛି ।

ସୋଆ ପକ୍ଷରୁ ଭୁବନେଶ୍ୱରରେ ୨୦୨୦ ମସିହାରେ ସମ୍ ଅଲ୍ଟିମେଟ ମେଡିକେୟାର — ଏକ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ମଲ୍ଟି ସୁପର ସ୍ପେଶିଆଲିଟି କ୍ୱାଟରନେରି କେୟାର ହସ୍ପିଟାଲ୍ —- ମଧ୍ୟ ଆରମ୍ଭ କରାଯାଇଛି । ସୋଆର ଏହି ୪ ଟି ହସ୍ପିଟାଲ୍ ଲୋକମାନଙ୍କୁ ଉତମ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ନିମନ୍ତେ ପରସ୍ପରର ସହଯୋଗ କରିବେ । ଏହି ୪ ଟି ହସ୍ପିଟାଲ୍‌ରେ ରାଜ୍ୟ ସରକାରଙ୍କ ଦ୍ୱରା ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ସୁବିଧା ଉପଲବ୍ଧ ।

୨୦୨୦ ମସିହାରେ କୋଭିଡ୍‌-୧୯ ମହାମାରୀର କରାଳ ଛାୟା ସାରା ବିଶ୍ୱର ଜନ ଜୀବନକୁ କବଳିତ କରିଥିବା ବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଅବିରତ ଓ ଉତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିଲା । ସମ୍ କୋଭିଡ ହସ୍ପିଟାଲ୍ ଗୁଡ଼ିକ ଯୋଗୁଁ ହିଁ ଓଡି଼ଶାରେ କରୋନା ମୃତ୍ୟୁ ହାର କମ୍ ରହିଥିଲା ।

୨୦୨୩ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗରେ ବିଶ୍ୱବିଦ୍ୟାଳୟ କ୍ୟାଟେଗୋରିରେ ସୋଆ ଦେଶରେ ଶ୍ରେଷ୍ଠ ୧୫ ତମ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଛି । ବୁଧବାର ଏହି ନୂତନ ହସ୍ପିଟାଲର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଶିତଳାପଲ୍ଲୀ କ୍ୟାମ୍ପସ୍ ର ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ଆନନ୍ଦ ଶଙ୍କର ଶାସ୍ତ୍ରୀ , ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଭୁବନେଶ୍ୱର ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର , ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌, ଫୁଲନଖରାର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ରାଜେଶ କୁମାର ଲେଙ୍କା, ଆଇଟିଇଆର୍ ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ୍‌, ଏସ୍‌ଏଚ୍‌ଏମ୍ ର ଡିନ୍ ପ୍ରଫେସର ସୁଶାନ୍ତ ରଂଜନ ଚଇନି, ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ସୁମା ରିଅଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ର ସିଇଓ ଶ୍ରୀ ସୁନୀଲ ଦାସ, ଜଏଂଟ୍ ରେଜିଷ୍ଟ୍ରାର ଡକ୍ଟର ଶଶାଙ୍କ ମିଶ୍ର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ର ଅଫିସର୍ ଅନ୍ ସ୍ପେଶିଆଲ୍ ଡ୍ୟୁଟି ଶ୍ରୀ ପ୍ରହଲ୍ଲାଦ ମହାନ୍ତି, ଚିଫ୍ ଭିଜିଲାନ୍ସ ଅଫିସର୍ ଶ୍ରୀ ଯୁଗଳ ଦାସ, ଲିଗାଲ୍ ଆଫେୟାସ୍ ର ନିର୍ଦ୍ଦେଶକ ଶ୍ରୀ ସଂଜୟ କୁମାର ସାହୁ, କର୍ପୋରେଟ୍ କମ୍ୟୁନିକେସନ୍ ବିଭାଗ ର ନିର୍ଦ୍ଦେଶକ ଶ୍ରୀ ଦେବ ପ୍ରସାଦ ଦାଶ, ଚାଟାର୍ଡ ଆକାଉଂଟାଟ ଶ୍ରୀ ସରୋଜ କାନ୍ତ ସାମଲ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ବରିଷ୍ଠ ଡାକ୍ତର ପ୍ରଫେସର ସମୀର ସାହୁ, ପ୍ରଫେସର ପ୍ରଦୀପ୍ତ ଶେଖର ପାତ୍ରୋ, ପ୍ରଫେସର ସୁରେନ୍ ଦାଶ, ପ୍ରଫେସର ଈଶ୍ୱର ଚନ୍ଦ୍ର ବେହେରା, ପ୍ରଫେସର ସତ୍ୟସୁନ୍ଦର ଗଜେନ୍ଦ୍ର ମହାପାତ୍ର, ପ୍ରଫେସର ଜେ.ଏନ୍ ସେନାପତି, ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମୀନତି ମିଶ୍ର, ଫାର୍ମାସୀ ବିଭାଗର ମୁଖ୍ୟ ଡାକ୍ତର ଜସ୍ମିନୀ ପଣ୍ଡା, ବାୟୋ ମେଡିକାଲ୍ ଇଂଜିନିୟରିଂ ବିଭାଗ ମୁଖ୍ୟ ଇଂ ମନୋରମା ପରିଡା, କ୍ୱାଲିଟି ବିଭାଗର ମୁଖ୍ୟ ଡକ୍ଟର ଅରୋଲିପି ଦାସ ଓ ଡେପୁଟି ଡାଇରେକ୍ଟର ଶ୍ରୀ ପ୍ରିୟବ୍ରତ ଦାସଙ୍କ ସମତେ ଅନ୍ୟାନ୍ୟ ବରିଷ୍ଠ ଡାକ୍ତର, ନର୍ସ, ପାରାମେଡିକ୍ସ ଓ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ

ନବୀନଙ୍କ ମାଷ୍ଟରଷ୍ଟ୍ରୋକ: ବିଜେଡି ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ଓ ଶୁଭାଶିଷ…. 

() ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରାଜ୍ୟସଭା ଲାଗି ବିଜେଡି ପ୍ରାର୍ଥୀ ଘୋଷଣା କରିଛି । କଟକ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବନେତା ତଥା ବିଜେଡି ଉପ ସଭାପତି ଶୁଭାଶିଷ ଖୁଣ୍ଟିଆ ହେଲେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ l ଆଜି ସଂନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି l

ରାଜ୍ୟ ସଭା ନିର୍ବାଚନ ପାଇଁ ଫେବୃଆରି ୧୫ ଯାଏ ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିବେ। ଏହା ପୂର୍ବରୁ ୨ଜଣ ପ୍ରାଥିଙ୍କ ନା ଘୋଷଣା କରିଛି ବିଜେଡି l ରାଜ୍ୟସଭା ପାଇଁ ଫେବୃଆରୀ ୧୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ସେହିପରି ୨୦ ଫେବୃଆରୀ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ। ୨୭ ଫେବୃଆରୀ ସକାଳ ୯ ଟା ରୁ ୪ ଟା ଯାଏ ଭୋଟ ଗ୍ରହଣ କରାଯିବ। ସେହିଦିନ ଅପରାହ୍ନ ୫ ଟା ରୁ ଭୋଟ ଗଣତି କରାଯିବ। ଓଡ଼ିଶାର ତିନି ରାଜ୍ୟ ସଭା ସିଟ ପାଇଁ ନିର୍ବାଚନ ହେବ। ଆସନ୍ତା ଅପ୍ରେଲ ୩ରେ ପ୍ରଶାନ୍ତ ନନ୍ଦ, ଅମର ପଟ୍ଟନାୟକ ଓ ଅଶ୍ଵିନୀ ବୈଷ୍ଣବ ଙ୍କ କାର୍ଯ୍ୟ କାଳ ଶେଷ ହେଉଛି। ସାରା ଦେଶରେ ୧୫ ଟି ରାଜ୍ୟର ୫୬ ଜଣ ସଦସ୍ୟ ଙ୍କ ପାଇଁ ନିର୍ବାଚନ ହେବ। ଓଡ଼ିଶାରେ ୩ ସଦସ୍ୟ ଙ୍କ ପାଇଁ ଶାସକ ବିଜେଡି ପାଖରେ ସଂଖ୍ୟା ଗରିଷ୍ଠତା ରହିଛି। ତେବେ ତୃତୀୟ ଜଣ ରାଜ୍ୟସଭା ପ୍ରାଥି କିଏ ତାହା ଏବେ ବି ରହସ୍ୟରେ l ଚର୍ଚ୍ଚା ହେଉଛି ଉଭୟ ବିଜେପି ଓ ବିଜେଡିର ମିଳିତ ପ୍ରାଥି ହେବେ ୩ ପ୍ରାଥି l

5T ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟର ଅନ୍ତିମ ଦିନରେ ଯାଜପୁର ଜିଲ୍ଲାର ୮୭ଟି ସ୍କୁଲ ଲୋକାର୍ପିତ 

5T ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟର ଅନ୍ତିମ ଦିନରେ ଯାଜପୁର ଜିଲ୍ଲାର ୮୭ଟି ସ୍କୁଲ ଲୋକାର୍ପିତ 

୪ଟି ପର୍ଯ୍ୟାୟରେ ସମୁଦାୟ ୮୬୮୧ଟି ସ୍କୁଲର ଲୋକାର୍ପଣ  

ଶିକ୍ଷାରେ Technologyର ପ୍ରୟୋଗ ପିଲାଙ୍କୁ ଯୁଗୋପଯୋଗୀ କରିପାରିଛି,ରୂପାନ୍ତରିତ ସ୍କୁଲର ପିଲା ଜୀବନର ସବୁ କ୍ଷେତ୍ରରେ ସଫଳ ହେବେ- ମୁଖ୍ୟମନ୍ତ୍ରୀ

5T ସ୍କୁଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ବଡ ବଡ ସ୍ୱପ୍ନ ଦେଖିବା ପାଇଁ ସାହାସ ଦେଇଛନ୍ତି, ଏଥିପାଇଁ ସୁଯୋଗ ସୃଷ୍ଟି କରିଛନ୍ତି, ଏସବୁ ହେଉଛି ରାଜ୍ୟବାସୀଙ୍କ ସମ୍ପତ୍ତି, 

ନିଜର ଭାବି ଭଲଭାବେ ରକ୍ଷଣାବେକ୍ଷଣ ପାଇଁ ଅନୁରୋଧ କଲେ 5T ଅଧ୍ୟକ୍ଷ

 ସମାଜର ସବୁ ବର୍ଗର ଲୋକଙ୍କ କଲ୍ୟାଣ କ୍ଷେତ୍ରରେ ଜଣେ ଅନୁଭବି ଓ ଦରଦି ମଣିଷ ଭାବେ ମୁଖ୍ୟମନ୍ତ୍ରୀଙ୍କ ନାଁ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ – ମନ୍ତ୍ରୀ ଓ ବିଧାୟକଗଣ

 

5T ରୂପାନ୍ତରଣ ଯୋଗୁ ଆମ ବିଦ୍ୟାଳୟର ପରିବେଶ ଓ ଶିକ୍ଷା ଭିତ୍ତିଭୂମି ସଂପୂର୍ଣ୍ଣ ଭିନ୍ନ ପରିଲକ୍ଷିତ ହେଉଛି – ଛାତ୍ରୀ

()5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଅନ୍ତିମ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଯାଜପୁର ଜିଲ୍ଲାର ୮୭ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି ।

ସୂଚନାଯୋଗ୍ୟ ଯେ ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ସ୍କୁଲ ରୂପାନ୍ତରିତ ହୋଇଛି । ଆଜି ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେଲା। ଏହି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୮୬୮୧ଟି ସ୍କୁଲ ରୂପାନ୍ତରିତ ହେଲା ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଜିଲ୍ଲାର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ।ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ରୂପାନ୍ତରିତ ସ୍କୁଲରେ ପିଲାଙ୍କ ସଫଳ ଭବିଷ୍ୟତ ପାଇଁ ସବୁ ସୁଯୋଗ ରହିଛି। ଆଜିର ପିଲାମାନେ ଆଗାମୀ ଦିନରେ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶାର ସାରଥୀ ହେବେ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଆଶା ଓ ବିଶ୍ବାସ ପ୍ରକଟ କରିଥିଲେ।ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଏବେ ଓଡିଶାରେ ରୂପାନ୍ତରର ଯୁଗ ଚାଲିଛି। ଶିକ୍ଷା ହିଁ ଆମ ସମାଜର ସାମୁହିକ ଚିନ୍ତାଧାରକୁ ଉଚ୍ଚସ୍ତରକୁ ନେଇଥାଏ। ସ୍କୁଲ ରୂପାନ୍ତର ଓଡିଆ ଜାତିରେ ନୂଆ ଜାଗରଣ ର ମାର୍ଗ ପ୍ରଶସ୍ତ କରିଛି ବୋଲି ସେ କହିଥିଲେ । ସ୍କୁଲ କଲେଜ ଠାରୁ ଆରମ୍ଭ କରି ହସ୍‌ପିଟାଲ, ପର୍ଯ୍ୟଟନ କ୍ଷେତ୍ର, ମଠ ମନ୍ଦିର, ପଞ୍ଚାୟତ, ଗାଁ ସବୁଠାରେ ରୂପାନ୍ତର କାର୍ଯ୍ୟ ଚାଲିଛି । ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ପାଇଁ ଏହି ରୂପାନ୍ତର ରାସ୍ତା ପ୍ରସ୍ତୁତ କରୁଛି । ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ ଏସବୁ ରୂପାନ୍ତର କାର୍ଯ୍ୟକ୍ରମ ମଧ୍ୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ଶ୍ରେଷ୍ଠ ହେଉଛି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ । ସ୍କୁଲରୁ ହିଁ ଗୋଟିଏ ଜାତିର ଭବିଷ୍ୟତ ନିର୍ମାଣ ହୋଇଥାଏ। ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ 5T ର ଗୁରୁତ୍ଵ ବୁଝାଇ ଥିଲେ। ସେ କହିଥିଲେ ଯେ ପିଲାମାନେ ନିଜ ଜୀବନରେ ଏହାକୁ ପ୍ରୟୋଗ କଲେ ନିଶ୍ଚୟ ସଫଳ ହେବେ।   ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ 5T ଉପକ୍ରମରେ ଏହି ରୂପାନ୍ତର କାର୍ଯ୍ୟକ୍ରମରେ ତୁମ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍‌, କମ୍ପ୍ୟୁଟର, ଅତ୍ୟାଧୁନିକ ଲାବୋରେଟେରୀର ବ୍ୟବସ୍ଥା କରାଯାଇଛି। ଏହା ହେଉଛି ଟେକ୍‌ନୋଲୋଜିର ପ୍ରୟୋଗ। ସେହିଭଳି ଟିମ୍‌ୱାର୍କ ଜରିଆରେ ସମସ୍ତେ ମିଳିମିଶି କାମ କରୁଛନ୍ତି। ସମସ୍ତଙ୍କ ସହ ଆଲୋଚନା କରି ସବୁ କାମ ସ୍ବଚ୍ଛତାର ସହ କରାଯାଉଛି। ଏହିସବୁର ଉପଯୋଗରେ ତୁମ ସ୍କୁଲ ମାନଙ୍କରେ ଆସିଛି ରୂପାନ୍ତର। ଯାହାକୁ ତୁମେ ଏବେ ଦେଖୁଛ ଓ ଅନୁଭବ କରୁଛ । ଶିକ୍ଷାରେ Technologyର ପ୍ରୟୋଗ ପିଲାଙ୍କୁ ଯୁଗୋପଯୋଗୀ କରିପାରିଛି, ରୂପାନ୍ତରିତ ସ୍କୁଲର ପିଲା ଜୀବନର ସବୁ କ୍ଷେତ୍ରରେ ସଫଳ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ପିଲାମାନଙ୍କ ଭବିଷ୍ୟତ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସରକାରୀ ସ୍କୁଲର ପିଲାମାନଙ୍କ ପାଇଁ ମେଡିକାଲ ଓ ଇଂଜିନିଅରିଂ କଲେଜରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି। ସରକାରୀ ସ୍କୁଲ ମାନଙ୍କରେ ପିଲାମାନଙ୍କ ଶିକ୍ଷାଦାନ କ୍ଷେତ୍ରରେ ବହୁ ଉନ୍ନତି ଆସିଛି । ଏବେ ସରକାରୀ ସ୍କୁଲରେ ପାଠ ପଢିବା ପାଇଁ ପିଲା ଓ ଅଭିଭାବକ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି। ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଆହ୍ବାନ ଦେଇ କହିଥିଲେ ଯେ ତୁମେମାନେ ତୁମ ଜୀବନରେ 5T ନୀତିର ପ୍ରୟୋଗ କର । ଏହା ତୁମ ମାନଙ୍କ ପାଇଁ ସଫଳତା ଆଣିଦେବ। ତୁମେ ମାନେ ନୂଆ ନୂଆ ବୈଷୟିକ ଜ୍ଞାନକୌଶଳ ବିଷୟରେ ଜାଣିବାକୁ ଚେଷ୍ଟା କର। ମିଳିମିଶି କାମ କର। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ କ୍ରୀଡା କ୍ଷେତ୍ରରେ ଟିମ୍‌ ୱାର୍କର ବିଶେଷ ଭୂମିକା ରହିଛି । ସ୍ବଚ୍ଛତା ଓ ସାଧୁତା ହେଉଛି ମଣିଷ ଜୀବନର ଶ୍ରେଷ୍ଠ ଗୁଣ। ଜୀବନର ସବୁ କ୍ଷେତ୍ରରେ ସାଧୁତା ଅବଲମ୍ବନ କରିବାକୁ ଚେଷ୍ଟା କର। ସମୟ ହେଉଛି ତୁମ ମାନଙ୍କ ପାଇଁ ସବୁଠାରୁ ମୂଲ୍ୟବାନ। ସମୟକୁ ନଷ୍ଟ ନ କରି ତାର ଉପଯୋଗ କର । ଏହି ଚାରୋଟି ନୀତିକୁ ଅନୁସରଣ କଲେ ଜୀବନରେ ସଫଳତା ହାସଲ କରି ରୂପାନ୍ତର ଆସିବ। କାର୍ଯ୍ୟକ୍ରମରେ ମାନ୍ୟବର ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ ଯୋଗଦେଇ କହିଲେ ଯେ ଆଜି ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଯୋଗୁ ଯାଜପୁରର କୋଣ ଅନୁକୋଣରେ ରହୁଥିବା ସାଧାରଣ ମଣିଷ ତାର ପିଲାର ଭଲ ପାଠପଢିବା ଚିନ୍ତାରୁ ମୁକ୍ତ ହୋଇଛି । ଗୋଟିଏ ସାଧାରଣ ଗରିବ ପିଲା ଆଜି ଭଲ ପାଠ ପଢିବା ପାଇଁ ଆଉ ସହରକୁ ଯିବାକୁ ପଡିବ ନାହିଁ । ଘର ପାଖରେ ମୁଖ୍ୟମନ୍ତ୍ରୀ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ 5T ଅଧ୍ୟକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆଜି ଓଡିଶାର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତର ଆସିଛି ବୋଲି ସେ କହିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ବିଜ୍ଞାନ ଓ ବୈଷୟିକ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ ଆଜି ରାଜ୍ୟର ପ୍ରତ୍ୟେକ ପିଲାଙ୍କୁ ମାଗଣାରେ ବହି, ମଧ୍ୟାହ୍ନ ଭୋଜନ ଓ ପୋଷାକ ଦିଆଯାଉଛି ଯାହା ଅନ୍ୟ ରାଜ୍ୟରେ ପ୍ରାୟତଃ ଦେଖାଯାଉ ନାହିଁ। କେବଳ ପିଲାମାନଙ୍କ ପ୍ରତି ନୁହେଁ, ସମାଜର ସବୁ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନେଇ ଜଣେ ଅନୁଭବି ଓ ଦରଦି ମଣିଷ ଭାବେ ମୁଖ୍ୟମନ୍ତ୍ରୀଙ୍କ ନାଁ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ । ମାନ୍ୟବର ମୁଖ୍ୟମନ୍ତ୍ରୀ ପିଲାମାନଙ୍କ ଉତ୍ତମ ଶିକ୍ଷା ଦାନ ପାଇଁ ସବୁ ବ୍ୟବସ୍ଥା କରିଛନ୍ତି। ଉତ୍ତମ ଶିକ୍ଷାଦାନ ଦେଇ ଭଲ ମଣିଷ ତିଆରି କରିବା ପାଇଁ ଶିକ୍ଷକମାନଙ୍କୁ ଏହି ଅବସରରେ ସେମାନେ ପରାମର୍ଶ ଦେଇଥିଲେ ।କାର୍ଯ୍ୟକ୍ରମରେ ଯୋଗ ଦେଇ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ କହିଲେ ଯେ 5T ରୂପାନ୍ତରଣ ସରକାରୀ ସ୍କୁଲଗୁଡିକର ଗୁରୁତ୍ୱ ବୃଦ୍ଧି କରିଛି । ଆଜି ଯାଜପୁରର ୮୭ଟି ବିଦ୍ୟାଳୟ ସହିତ ରାଜ୍ୟର ୩୦ଟି ଜିଲ୍ଲାରେ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଶେଷ ହୋଇଛି। ୨୦୨୧ ଫେବୃଆରୀ ମାସରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହା ଏକ କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ନ ରହି ଏକ ଆନ୍ଦୋଳନରେ ପରିଣତ ହୋଇଥିଲା । ସମସ୍ତଙ୍କ ସହଯୋଗରେ ରାଜ୍ୟର ୮୬୮୧ଟି ସ୍କୁଲ ରୂପାନ୍ତରଣ ହୋଇଛି। ଏଗୁଡିକ ଆପଣମାନଙ୍କ ସମ୍ପତ୍ତି। ଏହାକୁ ନିଜର ସମ୍ପତ୍ତି ବୋଲି ଭାବି ଏହାର ରକ୍ଷଣାବେକ୍ଷଣ ଆପଣମାନେ କରିବେ। ପିଲାମାନଙ୍କୁ ଏହି ରୂପାନ୍ତରିତ ସ୍କୁଲରେ ଭଲ ପାଠ ପଢି ଉଜ୍ଜଳ ଭବିଷ୍ୟତ ଗଢିବା ପାଇଁ ପରାମର୍ଶ ଦେଇଥିଲେ। 5T ସ୍କୁଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ବଡ ବଡ ସ୍ୱପ୍ନ ଦେଖିବା ପାଇଁ ସାହାସ ଦେଇଛନ୍ତି । ଏଥିପାଇଁ ସୁଯୋଗ ସୃଷ୍ଟି କରିଛନ୍ତି । ଏସବୁ ହେଉଛି ରାଜ୍ୟବାସୀଙ୍କ ସମ୍ପତ୍ତି । ସ୍କୁଲମାନଙ୍କରେ କରାଯାଇଥିବା ବିଭିନ୍ନ ସୁବିଧା ସୁଯୋଗକୁ ନିଜର ଭାବି ଭଲଭାବେ ରକ୍ଷଣାବେକ୍ଷଣ କରିବା ପାଇଁ ସେ ଅନୁରୋଧ କରିଥିଲେ ।କାର୍ଯ୍ୟକ୍ରମରେ ଯାଜପୁର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ ସ୍ବାଗତ ଭାଷଣ ଦେଇ କହିଥିଲେ ଯେ ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥାର ରୂପାନ୍ତରଣ ହେଉଛି, ନୂଆ ଓଡିଶା ଗଠନର ଦୁଇଟି ଗୁରୁତ୍ବପୂର୍ଣ୍ଣ ଦିଗ। 5T ର ଉପଯୋଗରେ ଏହି ଦୁଇଟି ଯାକ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସି ଆଜି ଓଡିଶା ଏକ ଉଦାହରଣୀୟ ସ୍ଥାନରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀଙ୍କର ଏହି ଯୁଗାନ୍ତକାରୀ ପଦକ୍ଷପ ଯୋଗୁଁ ଆଜି ସବୁ ସ୍କୁଲର ରୂପାନ୍ତରଣ ହୋଇଛି । ସରକାରୀ ସ୍କୁଲରେ ଘରୋଇ ସ୍କୁଲର ବାତାବରଣ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀଙ୍କର ଏହି ପ୍ରଚେଷ୍ଟା ବଳରେ ରାଜ୍ୟର ପିଲାମାନେ ଶିକ୍ଷା ମାଧ୍ୟମରେ ନିଶ୍ଚୟ ସଶକ୍ତ ହେବେ ବୋଲି ସେ କହିଥିଲେ ।5T ସ୍କୁଲ ରୂପାନ୍ତର ସଂପର୍କରେ ଯାଜପୁର ଜିଲ୍ଲାର ଦଶମ ଶ୍ରେଣୀ ଛାତ୍ରୀ ସାଇକ୍ରିଷ୍ଣା ପଣ୍ଡା ତାଙ୍କ ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ 5T ରୂପାନ୍ତରଣ ଯୋଗୁ ଆଜି ଆମ ବିଦ୍ୟାଳୟର ପରିବେଶ ଓ ଶିକ୍ଷା ଭିତ୍ତିଭୂମି ସଂପୂର୍ଣ୍ଣ ଭିନ୍ନ ପରିଲକ୍ଷିତ ହେଉଛି। ଏହାକୁ ପ୍ରତ୍ୟକ୍ଷ ଭାବେ ନ ଦେଖିଲେ କେହି ବିଶ୍ବାସ କରିବେ ନାହିଁ । ସ୍କୁଲର ନୂଆ ପରିବେଶରେ ଆମକୁ ପାଠ ପଢିବା ପାଇଁ ବହୁତ ଭଲ ଲାଗୁଛି ଏବଂ ଭବିଷ୍ୟତରେ ଜଣେ ଡାକ୍ତର ହେବେ ବୋଲି କହି ମୁଖ୍ୟମନ୍ତ୍ରୀଙ୍କୁ ସେ କୃତଜ୍ଞତା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଅଶ୍ବଥୀ ଏସ୍‌ ଧନ୍ୟବାଦ ଅର୍ପଣ କରିଥିଲେଏବଂ ବିଭାଗୀୟ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ବଲାଙ୍ଗିର, ବରଗଡ, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର, ବରଗଡ, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

5T ଉପକ୍ରମରେ ଚାଲିଛି ଲକ୍ଷ୍ମୀ ବସ୍‌,

ଫେବୃଆରୀ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଚାଲିବ

୫ଟି ଜିଲ୍ଲାର ୧୩୪୦ଟି ପଞ୍ଚାୟତରେ ୩୦୧ଟି ବସ୍‌, ୮୩ ଲକ୍ଷରୁ ଅଧିକ ଲୋକ ଉପକାର ପାଇଲେ

ବଲାଙ୍ଗିରର ୩୧୩ଟି ପଞ୍ଚାୟତରେ ୪୪ଟି ବସ୍‌, ୧୬.୫୦ ଲକ୍ଷ ଲୋକ ଉପକୃତ

ବରଗଡର ୨୪୩ଟି ପଞ୍ଚାୟତରେ ୬୦ଟି ବସ୍‌, ୧୪ ଲକ୍ଷ ୨୨ ହଜାର ଲୋକ ଉପକୃତ

କେନ୍ଦୁଝରର ୧୫୮ଟି ପଞ୍ଚାୟତରେ ୨୫ଟି ବସ୍‌, ୧୦ ଲକ୍ଷ ୮୦ ହଜାର ଲୋକ ଉପକୃତ

ମୟୁରଭଞ୍ଜର ୩୮୬ଟି ପଞ୍ଚାୟତରେ ୧୦୭ଟି ବସ୍‌, ୨୪ ଲକ୍ଷ ୨୦ ହଜାର ଲୋକ ଉପକୃତ

ସୁନ୍ଦରଗଡର ୨୪୦ଟି ପଞ୍ଚାୟତରେ ୬୫ଟି ବସ୍‌, ୧୭ ଲକ୍ଷ ୨୦ ହଜାର ଲୋକ ଉପକୃତ

 

ମୋ ସରକାର ହେଉଛି ଲୋକଙ୍କ ସରକାର, ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ଆମେ ଯୋଜନା କରୁ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଲୋକଙ୍କ ଅସୁବିଧାକୁ ଅନୁଭବ କରି ଲକ୍ଷ୍ମୀ ବସ୍‌ ଯୋଜନା ପ୍ରସ୍ତୁତ କରାଯାଇଥିଲା- ମୁଖ୍ୟମନ୍ତ୍ରୀ

ଲକ୍ଷ୍ମୀ ବସ୍‌ ଆପଣମାନଙ୍କ ନିଜ ସମ୍ପତ୍ତି, ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଆପଣମାନଙ୍କର,

ଲୋକଙ୍କ ସୁରକ୍ଷା ଓ ସମ୍ମାନପ୍ରତି ଗୁରୁତ୍ୱ ଦିଅନ୍ତୁ – ଲୋକଙ୍କୁ, କର୍ମଚାରୀଙ୍କୁ 5T ଅଧ୍ୟକ୍ଷଙ୍କ ଅନୁରୋଧ

()ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବଲାଙ୍ଗିର, ବରଗଡ, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର ହେଉଛି ଲୋକଙ୍କ ସରକାର । ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ଓଡିଶା ସରକାର ଯୋଜନା କରନ୍ତି । 5T ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଲୋକଙ୍କ ଅସୁବିଧାକୁ ଅନୁଭବ କରିଥିଲୁ ଏବଂ ଲୋକଙ୍କ ପ୍ରସ୍ତାବକୁ ଅନୁଶୀଳନ କରି ଗାଁ ଲୋକଙ୍କର ଯୋଗାଯୋଗ ସମସ୍ୟା ଦୂର କରିବା ପାଇଁ ଲକ୍ଷ୍ମୀ ବସ୍‌ ଯୋଜନା ପ୍ରସ୍ତୁତ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସୂଚନାଯୋଗ୍ୟ ଯେ ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ କୋରାପୁଟ ଜିଲ୍ଲାବାସୀ ଲକ୍ଷ୍ମୀ ବସ୍‌ ସେବା ପାଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୩ଟି ଜିଲ୍ଲା ଯୋଡି ହେଇଥିଲା । ଆଜି ଆଉ ୫ଟି ଜିଲ୍ଲା ଯଥା ବଲାଙ୍ଗିର, ବରଗଡ, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ ଲକ୍ଷ୍ମୀ ଯୋଜନାରେ ସାମିଲ ହେଲା । ବର୍ତ୍ତମାନ ସୁଦ୍ଧା ୧୪ଟି ଜିଲ୍ଲା ସାମିଲ।  ଆଜିର ଶୁଭାରମ୍ଭ ପରେ ୫ଟି ଜିଲ୍ଲାର ୧୩୪୦ଟି ପଞ୍ଚାୟତରେ ୩୦୧ଟି ବସ୍‌ ଚାଲିଲା। ଏହା ଦ୍ୱାରା ୮୩ ଲକ୍ଷରୁ ଅଧିକ ଲୋକ ଉପକାର ପାଇଲେ । ବଲାଙ୍ଗିରର ୩୧୩ଟି ପଞ୍ଚାୟତରେ ୪୪ଟି ବସ୍‌ ଚାଲିଲା ଏବଂ ୧୬.୫୦ ଲକ୍ଷ ଲୋକ ଉପକୃତ ହେଲେ । ବରଗଡର ୨୪୩ଟି ପଞ୍ଚାୟତରେ ୬୦ଟି ବସ୍‌ ଚାଲିଲା ଏବଂ ୧୪ ଲକ୍ଷ ୨୨ ହଜାର ଲୋକ ଉପକୃତ ହେଲେ । କେନ୍ଦୁଝରର ୧୫୮ଟି ପଞ୍ଚାୟତରେ ୨୫ଟି ବସ୍‌ ଚାଲିଲା ୧୦ ଲକ୍ଷ ୮୦ ହଜାର ଲୋକ ଉପକୃତ ହେଲେ । ମୟୁରଭଞ୍ଜର ୩୮୬ଟି ପଞ୍ଚାୟତରେ ୧୦୭ଟି ବସ୍‌ ଚାଲିଲା ୨୪ ଲକ୍ଷ ୨୦ ହଜାର ଲୋକ ଉପକୃତ ହେଲେ। ସୁନ୍ଦରଗଡର ୨୪୦ଟି ପଞ୍ଚାୟତରେ ୬୫ଟି ବସ୍‌ ଚାଲିଲା ୧୭ ଲକ୍ଷ ୨୦ ହଜାର ଲୋକ ଉପକୃତ ହେଲେ ।ଏହି ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। 5T ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନା ଦାୟିତ୍ୱ ଦିଆଯାଇଛି। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ବସ୍‌ ଆମ ଜୀବନକୁ ସହଜ କରିଛି । ଗାଁର ଅର୍ଥନୀତିକୁ ମଜବୁତ କରିବାରେ ଏହା ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ସେ ପୁଣି କହିଥିଲେ ଯେ ପଞ୍ଚାୟତକୁ ବିକାଶର କେନ୍ଦ୍ର କରିବା ଆମର ଲକ୍ଷ୍ୟ ରହିଛି। ଗାଁର ଅର୍ଥନୀତିକୁ ମଜବୁତ କରିବା ଆମର ଲକ୍ଷ୍ୟ। ଲକ୍ଷ୍ମୀ ବସ୍‌ ଏଥିରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ। ଏହି ଯୋଜନାରେ ନିକଟରେ ଆରମ୍ଭ ହୋଇଥିବା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ସେବା ବିଷୟରେ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଭବ ନେବା ପାଇଁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ସେବା ଆରମ୍ଭ କରାଯାଇଛି। ଏଥିରେ ମା’ମାନଙ୍କ ପାଇଁ ବସ୍‌ ଟିକେଟ ମୂଲ୍ୟ ଅଧା କରାଯାଇଛି। ଲକ୍ଷ୍ମୀ ଯୋଜନା ଆମ ଜୀବନକୁ ସହଜ କରିଛି ବୋଲି ସେ କହିଥିଲେ।ଗାଁର ରୂପାନ୍ତର ପାଇଁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଜାରି ରହିଛି ବୋଲି କହି ଏକ ନୂଆ ଓଡିଶା ଗଢିବା ପାଇଁ, ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।ସେ କହିଥିଲେ ଯେ ଗ୍ରାମାଞ୍ଚଳରେ ଗମନାଗମନର ବହୁ ସମସ୍ୟା ରହିଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଏ ବିଷୟରେ ଜାଣି ନିଷ୍ପତ୍ତିକ୍ରମେ ଏହି ଲକ୍ଷ୍ମୀ ବସ୍‌ ଯୋଜନା ଆରମ୍ଭ କରାଗଲା । ଗ୍ରାମାଞ୍ଚଳ ଲୋକମାନେ ସୁବିଧାରେ ଏବଂ କମ ଖର୍ଚ୍ଚରେ ତାଙ୍କର ଦୈନନ୍ଦିନ କାର୍ଯ୍ୟ ପାଇଁ ଘର ପାଖରୁ ଏହି ବସ୍‌ କୁ ବ୍ୟବହାର କରିପାରିବେ।  ଲକ୍ଷ୍ମୀ ବସ୍‌ ସେବା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ବସ୍‌ ଲୋକଙ୍କୁ ଲୋକ ସହିତ ଯୋଡିବ। ସାମାଜିକ ଓ ଆର୍ଥିକ ଜୀବନକୁ ମଜବୁତ କରିବ। ପିଲାଙ୍କୁ ସ୍କୁଲ କଲେଜ ନେବ। ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ। ମା’ମାନେ ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କା ମୂଲ୍ୟରେ ଏହି ବସ୍‌ ରେ ଯିବା ଆସିବା କରିପାରିବେ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ବଲାଙ୍ଗିରଠାରେ ଉପସ୍ଥିତ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ସୁନ୍ଦରଗଡରେ ଉପସ୍ଥିତ ଶ୍ରମ ମନ୍ତ୍ରୀ ଶ୍ରୀ ସାରଦା ପ୍ରସାଦ ନାୟକ, ମୟୁରଭଞ୍ଜଠାରେ ଉପସ୍ଥିତ ବିଦ୍ୟାଳୟ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଏବଂ ମହିଳା ଶିଶୁ ବିକାଶ ମନ୍ତ୍ରୀ ଶ୍ରାମତୀ ବାସନ୍ତି ହେମ୍ବ୍ରମ ପ୍ରମୁଖ କହିଥିଲେ ଯେ ସମୟ ଥିଲା ସମାଜରେ ମା’ମାନେ ଅବହେଳିତ ଅବସ୍ଥାରେ ଥିଲେ। ଆଜି ସବୁ କ୍ଷେତ୍ରରେ ମହିଳାମାନଙ୍କୁ ମୁଖ୍ୟମନ୍ତ୍ରୀ ସର୍ବାଗ୍ରେ ରଖିଛନ୍ତି। ଗ୍ରାମାଞ୍ଚଳ ପରିବାରର ଆର୍ଥିକ ସ୍ଥିତିକୁ ଅନୁଧ୍ୟାନ କରି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଏହି ଲକ୍ଷ୍ମୀ ଯୋଜନା ଆରମ୍ଭ କରିଛନ୍ତି। ଗ୍ରାମାଞ୍ଚଳରେ ଭଲ ସଡକ ନିର୍ମାଣ ହୋଇଛି। ଲକ୍ଷ୍ମୀ ବସ୍‌ ଦ୍ୱାରା ଗ୍ରାମାଞ୍ଚଳବାସୀଙ୍କର ଯାହା ଅଭାବ ଥିଲା ତାହା ପୂରଣ ହୋଇଗଲା। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ଆଜି ଗାଁର ଲୋକମାନେ ସହରର ସୁବିଧା ପାଉଛନ୍ତି। ଲକ୍ଷ୍ମୀ ଯୋଜନା ଗ୍ରାମାଞ୍ଚଳର ଜନଜୀବନକୁ ସୁଗମ କରିଛି। ଜାତୀୟ ସ୍ତରରେ ଆଜି ମୁଖ୍ୟମନ୍ତ୍ରୀ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ପ୍ରତିପାଦିତ ହୋଇଛନ୍ତି। ଓଡିଶାର ଜନସାଧାରଣଙ୍କ ସରକାରଙ୍କ ପ୍ରତି ଆସ୍ଥା ବଢିଛି ବୋଲି ସେମାନେ ମତ ଦେଇଥିଲେ ।କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ ବରଗଡବାସୀଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ଚଳିତ ମାସ ୨୦ ତାରିଖରେ ଆପଣମାନଙ୍କର ବହୁ ପ୍ରତିକ୍ଷିତ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଓ କ୍ୟାନସର ହସ୍ପିଟାଲ ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ। ସେହିପରି ମୟୁରଭଞ୍ଜ ଜିଲ୍ଲାବାସୀଙ୍କୁ କହିଥିଲେ ଯେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମସ୍ଥଳୀର ବିକାଶ କାର୍ଯ୍ୟ ଜାରି ରହିଛି ଏବଂ ମୟୁରଭଞ୍ଜ ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀର ବିକାଶ କାର୍ଯ୍ୟ କରାଯିବ। ସୁନ୍ଦରଗଡ ଜିଲ୍ଲାର ବେଦବ୍ୟାସ ପୀଠର ରୂପାନ୍ତରଣ ସହିତ ବିଭିନ୍ନ ମନ୍ଦିର ଓ ଚର୍ଚ୍ଚର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି। କେନ୍ଦୁଝର ଜିଲ୍ଲାର ଜନସାଧାରଣଙ୍କୁ କହିଥିଲେ ଯେ ମା’ମାନେ ଅନୁରୋଧ କରିଥିଲେ ମଧୁବାବୁ ପେନସନ ବଢାଇବାକୁ । ଆପଣମାନଙ୍କ ଅନୁରୋଧ ରକ୍ଷାକରି ପ୍ରିୟ ମୁଖ୍ୟମନ୍ତ୍ରୀ ମଧୁବାବୁ ପେନସନ ରାଶିକୁ ବଢାଇଛନ୍ତି। ଖୁବ ଶୀଘ୍ର ମିଶନଶକ୍ତି ମା’ମାନଙ୍କ ପାଇଁ ଅଧିକ ୫ ଲକ୍ଷ ଟଙ୍କାର ଲୋନ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କରିବେ ବୋଲି ସେ କହିଥିଲେ। ଲକ୍ଷ୍ମୀ ବସ୍‌ ହେଉଛି ଓଡିଶାବାସୀଙ୍କ ସମ୍ପତ୍ତି। ଆପଣମାନଙ୍କ ସମ୍ପତ୍ତି। ଆପଣମାନେ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରନ୍ତୁ। ଲୋକଙ୍କୁ ଉପଯୁକ୍ତ ସମ୍ମାନ ଦେଇ ସେମାନଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଅତାବିରାରେ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ବରଗଡରେ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ, ପାଟନାଗଡରେ ବିଧାୟକ ଶ୍ରୀ ସରୋଜ ମେହେର, କେନ୍ଦୁଝରରେ ପାଟଣା ବିଧାୟକ ଶ୍ରୀ ଜଗନ୍ନାଥ ନାୟକ, ଘସିପୁରା ବିଧାୟକ ଶ୍ରୀ ବଦ୍ରି ନାରାୟଣ ପାତ୍ର, ବଲାଙ୍ଗିରରେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଦେବକୀ ସାହୁ, ସୁନ୍ଦରଗଡରେ ଆମ ଓଡିଶା ନବୀନ ଓଡିଶା ସଂଯୋଜକ ଶ୍ରୀ ଯୋଗେଶ କୁମାର ସିଂ ପ୍ରମୁଖ ମଧ୍ୟ ଲକ୍ଷ୍ମୀ ଯୋଜନା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ଉଚ୍ଚ ପ୍ରଶଂସାକରିବା ସହିତ 5T ଅଧ୍ୟକ୍ଷଙ୍କ ଦକ୍ଷତାର ଉଚ୍ଚ ପ୍ରଶଂସା କରିଥିଲେ।

କାର୍ଯ୍ୟକ୍ରମରେ ବାଣିଜ୍ୟ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ସ୍ୱାଗତ ଭାଷଣ ଦେଇଥିଲେ। ସମସ୍ତ ଜିଲ୍ଲାରେ ବହୁ ସଂଖ୍ୟାରେ ଜନସମାଗମ ହୋଇଥିଲା ।

ଯୁବ ସମାଜ ପାଇଁ ନୂଆ ସ୍କିମ ‘ସ୍ୱୟମ’ – ସ୍ୱତନ୍ତ୍ର ଯୁବ ଉଦ୍ୟମୀ

ଯୁବ ସମାଜ ପାଇଁ ନୂଆ ସ୍କିମ ‘ସ୍ୱୟମ’ – ସ୍ୱତନ୍ତ୍ର ଯୁବ ଉଦ୍ୟମୀ

ଗ୍ରାମାଞ୍ଚଳ ଓ ସହରାଞ୍ଚଳ ର ଯୁବକ ଯୁବତୀମାନଙ୍କ ପାଇଁ ବ୍ୟବସାୟରେ ବିପୁଳ ସୁଯୋଗ

ବ୍ୟବସାୟ ପାଇଁ ୧୮ ରୁ ୩୫ ବର୍ଷ ବୟସ୍କ ଯୁବକ ଯୁବତୀମାନଙ୍କୁ ମିଳିବ 

ବିନା ସୁଧରେ ୧ ଲକ୍ଷ ପର୍ଯ୍ୟନ୍ତ ଋଣ

ରାଜ୍ୟ ସରକାର ଖର୍ଚ୍ଚ କରିବେ ୪୪୮ କୋଟି ଟଙ୍କା, ପ୍ରଥମ ପର୍ଯ୍ୟାୟରେ ସାମିଲ ହେବେ ୧ ଲକ୍ଷ ଯୁବକ ଯୁବତୀ

5T ଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଯୁବକ ଯୁବତୀମାନେ ଏ ସଂପର୍କରେ ପ୍ରସ୍ତାବ ଦେଇଥିଲେ, 

ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆସିବା ପରେ ଏ ସଂପର୍କିତ ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ପାଇଁ ଯାଇଥିଲ

()ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ବର୍ତ୍ତମାନ ଆସିଥିବା ନୂଆ ଜାଗରଣରେ ଓଡିଶାର ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଯୁବ ସମାଜକୁ ସାମିଲ କରିବା ପାଇଁ ଆଜି ରାଜ୍ୟ କ୍ୟାବିନେଟ ‘ସ୍ୱୟମ’ ନାମରେ ଏକ ନୂତନ ଯୋଜନାକୁ ଅନୁମତି ଦେଇଛନ୍ତି। ଏହା ଦ୍ୱାରା ରାଜ୍ୟର ବ୍ୟବସାୟିକ ବାତାବରଣ ଆହୁରି ଉଜ୍ଜ୍ୱଳ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।ସ୍ୱୟମ’ ହେଉଛି ସ୍ୱତନ୍ତ୍ର ଯୁବ ଉଦ୍ୟମୀ ( Swatantra Yuba Udyami) । ଏହି ଯୋଜନାରେ ୧୮ରୁ ୩୫ ବର୍ଷ ବୟମର ଯୁବକ ଯୁବତୀମାନଙ୍କୁ ବ୍ୟବସାୟ କରିବା ପାଇଁ ୧ ଲକ୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ବିନା ସୁଧରେ ପ୍ରଦାନ କରାଯିବ। ଏହି ଯୋଜନାରେ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୧ ଲକ୍ଷ ଯୋଗ୍ୟ ଯୁବକ ଯୁବତୀମାନଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥି ପାଇଁ ରାଜ୍ୟ ସରକାର ତାଙ୍କ ନିଜ ବଜେଟରୁ ୪୪୮ କୋଟି ଟଙ୍କା ଖର୍ଚ୍ଚ କରିବେ।

ସୂଚନାଯୋଗ୍ୟ ଯେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଯୁବକ ଯୁବତୀମାନେ ବ୍ୟବସାୟ ବାଣିଜ୍ୟ ପାଇଁ ସରକାରଙ୍କ ସ୍ୱତନ୍ତ୍ର ସହାୟତା ପାଇଁ ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆସିବା ପରେ ଏ ସଂପର୍କିତ ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ପାଇଁ ଯାଇଥିଲା ଏବଂ ଆଜି ଏହା ଅନୁମୋଦନ ଲାଭ କରିଛି।ଏହି ଯୋଜନାରେ ୧୮ରୁ ୩୫ ବର୍ଷ ବୟମର ଯୁବକ ଯୁବତୀମାନେ ସାମିଲ ହୋଇପାରିବେ। ଅନୁସୂଚିତ ଜାତି ଜନଜାତି ଓ ଭିନ୍ନକ୍ଷମ ବର୍ଗର ପିଲାଙ୍କ ପାଇଁ ଏହି ବୟମ ସୀମା ୧୮ ରୁ ୪୦ ବର୍ଷ । ଆବେଦନକାରୀଙ୍କ ପରିବାର କାଳିଆ କିମ୍ବା BSKY ଯୋଜନାରେ ସାମିଲ ହୋଇଥିବେ କିମ୍ବା ସେମାନଙ୍କ ବାର୍ଷିକ ପାରିବାରିକ ରୋଜଗାର ୨ ଲକ୍ଷରୁ କମ ହେବା ଆବଶ୍ୟକ। ପରିବାରର ଅର୍ଥ ଏଠାରେ ହେଉଛି ଆବେଦନକାରୀ ଓ ତାଙ୍କ ପତି ବା ପତ୍ନୀ। ଆବେଦନକାରୀଙ୍କର ଉଦ୍ୟମୀ ପଞ୍ଜିକୃତ କିମ୍ବା ଉଦ୍ୟମୀ ସହାୟତା ନମ୍ବର ରହିବା ଆବଶ୍ୟକ। ବ୍ୟାଙ୍କ କିମ୍ବା ଅନ୍ୟ କୌଣସି ଆର୍ଥିକ ଅନୁଷ୍ଠାନରୁ ଋଣ ନେଇ defaulter ହୋଇଥିବା କିମ୍ବା କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ କୌଣସି ଯୋଜନାର ବକୈୟା ଋଣ ଥିଲେ, ଆବେଦନକାରୀଙ୍କୁ ଏହି ଯୋଜନାର ସୁବିଧା ମିଳିବ ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାର କିମ୍ବା କୌଣସି ସରକାରୀ ଉଦ୍ୟୋଗର କର୍ମଚାରୀ ବା ସାମ୍ବିଧାନିକ ସଂସ୍ଥାର କର୍ମଚାରୀ ଏବଂ ତାଙ୍କ ପରିବାରଙ୍କୁ ଏହି ଋଣ ମିଳିବ ନାହିଁ। ପରିବାରର ଜଣେ ସଦସ୍ୟ ଏହି ସୁବିଧା ନେଇଥିଲେ ଅନ୍ୟ ସଦସ୍ୟ ଏହା ପାଇପାରିବେ ନାହିଁ। ଏହି ଯୋଜନାରେ ରାଜ୍ୟ ସରକାର ଅଣୁ ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ଉପଲବ୍ଧ 85 ପ୍ରତିଶତ ଋଣ ଗ୍ୟାରେଣ୍ଟି ବ୍ୟତିତ (Credit Guarantee Fund Trust for Micro and Small Enterprises (CGTMSE)) ଆହୁରି ୧୫ ପ୍ରତିଶତ ଋଣ ଗ୍ୟାରେଣ୍ଟି ପ୍ରଦାନ କରିବେ। ରାଜ୍ୟ ସରକାର ଋଣର ସମସ୍ତ ସୁଧ ଭାର ବହନ କରିବେ। CGTMSE ର ବାର୍ଷିକ ଗ୍ୟାରେଣ୍ଟି ଦେୟ ମଧ୍ୟ ରାଜ୍ୟ ସରକାର ବହନ କରିବେ। ଏଥିପାଇଁ ଆବେଦନକାରୀମାନଙ୍କୁ ଋଣ ପାଇଁ କୌଣସି ବନ୍ଧକ ବା processing fee ଦେବାକୁ ପଡିବ ନାହିଁ। ୪ ବର୍ଷରେ ଆବେଦନକାରୀମାନେ ମୂଳ ଋଣ ସୁଝି ପାରିବେ।

ବିଶିଷ୍ଟ ସାହିତ୍ଯିକ ସାତକୋଡି ହୋତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ:

ବିଶିଷ୍ଟ ସାହିତ୍ଯିକ ସାତକୋଡି ହୋତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ କରାଯିବ

 

ବିଶିଷ୍ଟ ସାହିତ୍ଯିକ, ଓଡିଶା ସାହିତ୍ଯ ଏକାଡେମୀର ପୂର୍ବତନ ସଭାପତି ସାତକୋଡି ହୋତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଏକ ଶୋକବାର୍ତ୍ତାରେ ମୁଖ୍ଯମନ୍ତ୍ରୀ କହିଛନ୍ତି ଯେ ରାଜ୍ଯର ଜଣେ ପ୍ରତିଷ୍ଠିତ ତଥା ଖ୍ଯାତି ସମ୍ପନ୍ନ ସାହିତ୍ଯିକ ଭାବେ ସାତକୋଡି ହୋତାଙ୍କ ସୁନାମ ରହିଥିଲା । ଅନେକ ଉଚ୍ଚକୋଟୀର ଗଳ୍ପ, ଉପନ୍ଯାସ, କବିତା ଓ ଅନୁବାଦ ସାହିତ୍ଯ ରଚନା ମାଧ୍ଯମରେ ଓଡିଆ ସାହିତ୍ଯ ଜଗତରେ ସେ ତାଙ୍କର ଅମଳିନ ସ୍ମୃତି ଛାଡି ଯାଇଛନ୍ତି । ଏଥି ସହିତ ଜଣେ ଦକ୍ଷ ସଂଗଠକ ଓ ସାମ୍ବାଦିକ ଭାବରେ ମଧ୍ଯ ତାଙ୍କର ସୁନାମ ରହିଥିଲା । ତାଙ୍କ ବିୟୋଗ ଓଡିଆ ସାହିତ୍ଯ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି ।ସ୍ଵର୍ଗତ ସାତକଡ଼ି ହୋତାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି. ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ଵର୍ଗତ ହୋତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।

କେନ୍ଦୁପତ୍ର ତୋଳାଳୀଙ୍କୁ ୫୦ ପ୍ରତିଶତ ବୋନସ୍‌…

କେନ୍ଦୁପତ୍ର ତୋଳାଳୀଙ୍କୁ ୫୦ ପ୍ରତିଶତ ବୋନସ୍‌

ବନ୍ଧେଇ ଶ୍ରମିକ ଓ କର୍ମଚାରୀଙ୍କ ପାଇଁ ୧୦ ପ୍ରତିଶତ ପ୍ରୋତ୍ସାହନ ରାଶି

ସାମୟିକ କର୍ମଚାରୀ ମାନଙ୍କ ମଜୁରୀ ସଂଶୋଧନ ପ୍ରସ୍ତାବକୁ ସରକାର ଗ୍ରହଣ କଲେକେନ୍ଦୁପତ୍ର ତୋଳାଳି ମାନଙ୍କ ସାମାଜିକ ସୁରକ୍ଷାରେ

ସାମିଲ ହେବା ବୟସ ସୀମା ୬୦ ରୁ ୬୨କୁ ବୃଦ୍ଧି

କେନ୍ଦୁପତ୍ର ତୋଳାଳି ପରିବାରର ଦୁଇଟି ଝିଅ ବାହାଘର ପାଇଁ ସହାୟତା,

ପ୍ରତ୍ୟେକ ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କା

ଉପକାର ପାଇବେ ୯ ଲକ୍ଷ କେନ୍ଦୁପତ୍ର ତୋଳାଳି, ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀ,

ସାମୟିକ କର୍ମଚାରୀଙ୍କୁ ଏକ ମାସ ଅଧିକ କାମ ଯୋଗାଇ ଦିଆଯିବ.

ଖର୍ଚ୍ଚ ହେବ ୧୫୦ କୋଟିରୁ ଅଧିକ ଟଙ୍କା

ରେଢ଼ାଖୋଲ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଙ୍କ ନିଷ୍ପତ୍ତି ବିଷୟରେ ସୂଚନା ଦେଲେ 5T ଅଧ୍ୟକ୍ଷ .

()ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁ ପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ କେତେକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଅନୁଯାୟୀ କେନ୍ଦୁ ପତ୍ର ତୋଳାଳୀମାନଙ୍କୁ ଚଳିତ ଫସଲ ଋତୁ ପାଇଁ ୫୦ ପ୍ରତିଶତ ବୋନସ୍‌ ମିଳିବ। ଏହି ବୋନସ୍ ପରିମାଣ ଗତ ବର୍ଷଠାରୁ ଦୁଇ ଗୁଣ ଅଟେ। ଏହା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧା ଜମା ହେବ। ସେହିପରି କେନ୍ଦୁ ପତ୍ର ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀଙ୍କ ପାଇଁ ୧୦ ପ୍ରତିଶତ incentive ର ବ୍ୟବସ୍ଥା କରାଯାଇଛି। ସାମୟିକ କର୍ମଚାରୀଙ୍କୁ ଏକ ମାସ ଅଧିକ କାମ ଦିଆଯିବ. ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କେନ୍ଦୁ ପତ୍ର ପ୍ରତି ବିଡା ମୂଲ୍ୟରେ ବୃଦ୍ଧି ଘୋଷଣା କରିଛନ୍ତି। କୋଡିଏ ପତ୍ର ବିଶିଷ୍ଟ ବିଡାର ମୂଲ୍ୟ ୧ ଟଙ୍କା ୪୦ ପଇସାରୁ 1 ଟଙ୍କା ୬୦ ପଇସାକୁ ବୃଦ୍ଧି କରାଯାଇଛି। ସେହିପରି ଚାଳିଶ ପତ୍ର ବିଶିଷ୍ଟ ବିଡାର ମୂଲ୍ୟ ୨ ଟଙ୍କା ୮୦ ପଇସାରୁ ୩ ଟଙ୍କା ୨୦ ପଇସାକୁ ବୃଦ୍ଧି କରାଯାଇଛି । ସୂଚନାଯୋଗ୍ୟ ଯେ ସାମୟିକ କର୍ମଚାରୀ ମାନଙ୍କ ମଜୁରୀ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ସରକାର ଗ୍ରହଣ କରିଛନ୍ତି। ସେମାନଙ୍କର T.A. ଓ Cycle Allowance ରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି। କେନ୍ଦୁପତ୍ର ତୋଳାଳି ମାନେ ୬୨ ବର୍ଷ ବୟସ ପର୍ଯ୍ୟନ୍ତ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇପାରିବେ। ପୂର୍ବରୁ ଏହି ବୟସ ସୀମା ୬୦ ବର୍ଷ ଥିଲା।   ଘୋଷଣା ଅନୁଯାୟୀ ଆଗାମୀ ଅପ୍ରେଲ ମାସରୁ ଆରମ୍ଭ ହେଉଥିବା ନୂଆ ଫସଲ ଋତୁରେ କେନ୍ଦୁପତ୍ର ତୋଳାଳି ପରିବାରକୁ ଦୁଇଟି ଝିଅ ବାହାଘର ପାଇଁ ସହାୟତା ମିଳିବ। ପ୍ରତ୍ୟେକ ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ।

5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ୍ ଆଜି ତାଙ୍କର ସମ୍ବଲପୁର ଜିଲ୍ଲା ଗସ୍ତ ଅବସରରେ ରେଢ଼ାଖୋଲ ସଭାରେ ମୁଖ୍ୟମନ୍ତ୍ରୀ ଙ୍କ ନିଷ୍ପତ୍ତି ବିଷୟରେ ସୂଚନା ଦେଇଥିଲେ .ଏବଂ ମୁଖ୍ୟମନ୍ତ୍ରୀଙ୍କ ଏ ସମ୍ପର୍କୀତ video message ବଜାଇ ଶୁଣାଇଥିଲେ

ସୂଚନାଯୋଗ୍ୟ ଯେ କେନ୍ଦୁପତ୍ର ହିତାଧିକାରୀମାନଙ୍କ ମଧ୍ୟରୁ ଶତକଡା ୮୦ ଭାଗ ମହିଳା ଅଟନ୍ତି ଏବଂ ୯୫ ପ୍ରତିଶତରୁ ଅଧିକ କେନ୍ଦୁପତ୍ର ହିତାଧିକାରୀ ମୁଖ୍ୟତଃ ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର ଅଟନ୍ତି।

କେନ୍ଦୁ ପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହିସବୁ ପଦକ୍ଷେପ ଦ୍ବାରା ପ୍ରାୟ ୯ ଲକ୍ଷ କେନ୍ଦୁପତ୍ର ତୋଳାଳି, ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀ ଉପକାର ପାଇବେ ଏବଂ ରାଜ୍ୟ ସରକାର ଏଥିପାଇଁ ୧୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ ।

ରେଢ଼ାଖୋଲରେ ହିସାବ ଦେଲେ ପ୍ରଣବ: କହିଲେ ନବୀନଙ୍କ ଜନସେବାର ସାରଥୀ ୫ଟି ଅଧ୍ୟକ୍ଷ …

()ପୁଣିଥରେ ନିଜ ରାଜ୍ୟରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ। ନିଜ ରାଜ୍ୟରେ ତାଙ୍କୁ ମିଳିଛି ସର୍ବାଧିକ ସମର୍ଥନ। ଇଣ୍ଡିଆ ଟୁଡେ ପକ୍ଷରୁ ହୋଇଥିବା ମୁଡ୍ ଅଫ୍ ଦ ନେସନ୍ ସର୍ଭେରେ ଏହା ପ୍ରକାଶ ପାଇଛି l ଜନସେବାକୁ ମୂଳମନ୍ତ୍ର କରି ନବୀନ ପଟ୍ଟନାୟକ ଦିନରାତି ଏକକରି ଓଡ଼ିଶାବାସୀଙ୍କ ସେବା କରୁଛନ୍ତି l ସେଥିପାଇଁ ଓଡ଼ିଶାବାସୀ ତାଂକୁ ଏତେ ଭଲ ପାଇବା ଦେଇଛନ୍ତି l କୋଭିଡରେ ଓଡିଶାର ଲୋକମାନେ ଭୁବନେଶ୍ଵର ଆସିପାରିଲେନି l ସେଥିପାଇଁ ମୁଖ୍ୟମନ୍ତ୍ରୀ ସିଏମଓକୁ ଲୋକଂକ ପାଖକୁ ପଠାଇ ଲୋକଂକ ସମସ୍ୟା ଶୁଣିଲେ ଓ ସମାଧାନ କଲେ l ୫ଟି ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ ୧୪୭ନିର୍ବାଚନୀ ମଣ୍ଡଳୀ ବୁଲିଲେ l ଲୋକଙ୍କ ସୁଖ ଦୁଃଖର ସାଥି ହେଲେ l ଲୋକମାନେ ଯାହା ସମସ୍ୟା କହିଲେ ତାହାର ସମାଧାନ କଲେ l କାଲି ମୁଖ୍ୟମନ୍ତ୍ରୀ ପେନସନ ବୃଦ୍ଧି କରିଛନ୍ତି l କାରଣ ୫ଟି ଅଧ୍ୟକ୍ଷ ଜିଲ୍ଲାବୁଲିବା ସମୟରେ ଲୋକମାନେ ଏକଥା କହୁଥିଲେ l ତାହା ପୂରଣ କରାଗଲା ବୋଲି ରେଢ଼ାଖୋଲ ସାଧାରଣ ସଭାରେ କହିଥିଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି) l ଏହାସହ ବିଜେଡି ସରକାର କଥାରେ ନୁହେଁ କାମରେ ବିଶ୍ୱାସ କରେ ବୋଲି କହି ପ୍ରଣବ କେନ୍ଦୁପତ୍ର ତୋଳାଳୀଙ୍କ ଦାବି କଥା ଉଠାଇ ଉଦାହରଣ ଦେଇଥିଲେ l କହିଲେ ଆପଣାମାନେ ଯେତେବେଳେ ଯାହା କହିଛନ୍ତି ତାହାକୁ ମୁଖ୍ୟମନ୍ତ୍ରୀ ପୂରଣ କରିଛନ୍ତି l ହେଲେ ବାରମ୍ବାର ଜିଏସଟି କଥା ଦାବି କରୁଛନ୍ତି ଏକଥା ପୂରଣ କାହିଁକି ହୋଇପାରୁନି ବୋଲି କହି ପ୍ରଣବ କେନ୍ଦ୍ରକୁ ତେରେଛା ବାଣ ମାରିଥିଲେ l ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ପ୍ରତ୍ୟେକ ଓଡ଼ିଆ କିପରି ଉପକୃତ ହେବେ ତାହାକୁ ଗୁରୁତ୍ବ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ନିଜର ପରିବାର ସଦସ୍ୟ କରିଛନ୍ତି l ସେଥିପାଇଁ ବିଭିନ୍ନ ଯୋଜନା କରି ଲୋକଙ୍କ ପାଖରେ ତାହାକୁ ପହଞ୍ଚାଉଛନ୍ତି ବୋଲି ପ୍ରଣବ କହିଥିଲେ l ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ରୂପାନ୍ତରିତ ଓଡ଼ିଶା ନିର୍ମାଣ କରିଚାଲିଛନ୍ତି ସେଥିରେ ବଡ଼ ଭୂମିକା ରହିଛି ଆପଣମାନଙ୍କର ବୋଲି ରେଢ଼ାଖୋଲ ସଭାରେ ପ୍ରଣବ କହିଥିଲେ l କେବଳ ସଭାରେ ନୁହେଁ, ଗ୍ରାଉଣ୍ଡକୁ ଯାଇ ଦଳୀୟ ନେତା ଓ କର୍ମୀଙ୍କ ସହ ଘନଘନ ବୈଠକ ଓ ଆଲୋଚନା କରି ଦଳୀୟ ସଂଗଠନକୁ ମଜଭୁତ କରିବା ସହ ଚଳଚଞ୍ଚଳ କରୁଛନ୍ତି । ଅଧିକରୁ ଅଧିକ ସମୟ କିପରି ଜନସେବାରେ ବିଜେଡି ନେତା ଓ କର୍ମୀ ଦେବେ ସେନେଇ ପ୍ରଣବ ଦଳୀୟ କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି । ଜିଲ୍ଲାସ୍ତରରେ ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହ ବିରୋଧୀଙ୍କ ଅପ୍ରଚାରକୁ ରୋକିବା ପାଇଁ ଗ୍ରାଉଣ୍ଡକୁ ଯାଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ପ୍ରଣବ ।

ଆଗକୁ ୨୦୨୪ ସାଧାରଣ ନିର୍ବାଚନ l ଦେଶରେ ଲମ୍ବା ସମୟର ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡ଼ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଗର୍ବର କଥା । ୨୪ ନିର୍ବାଚନରେ ବଡ଼ ବିଜୟ ମିଶନରେ କାମ କରୁଛି ବିଜେଡି। ବିଜେଡ଼ି ପ୍ରତି ଲୋକଙ୍କ ଭରଷା ଓ ବିଶ୍ବାସ ମଧ୍ୟ ଆଜିର ଦିନରେ ଅତୁଟ ରହିଛି । ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଓଡ଼ିଶାରେ ପୁଣି ନବୀନ ଓ ପୁଣି ବିଜେଡ଼ି ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ଜନସେବା ସହ ନିର୍ବାଚନୀ ପ୍ରସ୍ତୁତିକୁ ମଧ୍ୟ ମିଶନ ମୋଡ଼ରେ ନେଇଛି ଦଳ । ଆଉ ଏସବୁକୁ ନବୀନଙ୍କ ନିର୍ଦ୍ଦେଶରେ ଗ୍ରାଉଣ୍ଡରେ ବାସ୍ତବରୂପ ଦେଉଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ।

ରାଜ୍ୟସଭା ରେସ୍ : ସଂତୃପ୍ତ , ପିନାକୀ ଫାଇନାଲ : ପ୍ରଦୀପ ,ପ୍ରମିଳା, ଅରିନ୍ଦମ , ସୁବ୍ରତବାଚି, ଚର୍ଚ୍ଚାରେ……..

()ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି। ଫେବୃଆରି ୧୫ ଯାଏ ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିବେ। ଫେବୃଆରୀ ୧୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ଓ ୨୦ ଫେବୃଆରୀ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ। ଓଡ଼ିଶାର ତିନି ରାଜ୍ୟସଭା ସିଟ ପାଇଁ ନିର୍ବାଚନ ହେବ। ଆସନ୍ତା ଅପ୍ରେଲ ୩ରେ ବିଜେଡିରୁ ରାଜ୍ୟସଭା ଯାଇଥିବା ପ୍ରଶାନ୍ତ ନନ୍ଦ, ଅମର ପଟ୍ଟନାୟକ ଓ ବିଜେପି ଓ ବିଜେଡି ସମର୍ଥନରୁ ରାଜ୍ୟସଭା ଯାଇଥିବା ଅଶ୍ଵିନୀ ବୈଷ୍ଣବଙ୍କ କାର୍ଯ୍ୟ କାଳ ଶେଷ ହେଉଛି। ଏବେ ପୁରା ଓଡ଼ିଶାରେ ଚର୍ଚ୍ଚା ଏଥର ନିର୍ବାଚନ ବର୍ଷରେ ଏହି ଆସନରୁ ବିଜେଡି କାହାକୁ ରାଜ୍ୟସଭା ପଠାଇବ l ଓଡ଼ିଶାରେ ୩ ସଦସ୍ୟଙ୍କ ପାଇଁ ଶାସକ ବିଜେଡି ପାଖରେ ସଂଖ୍ୟା ଗରିଷ୍ଠତା ରହିଛି। ତେଣୁ ବିଜେଡି ଏଥର ଏକା ହିଁ ୩ଜଣ ପ୍ରlର୍ଥି କରିବ l ନିର୍ବାଚନ ବର୍ଷ ଥିବାରୁ ବିଜେପି ଯଦି ପ୍ରାଥୀ ଦେବ ତେବେ ବିଜେଡି ତାହାକୁ ସମର୍ଥନ କରିବ ନାହିଁ l ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଚର୍ଚ୍ଚାରେ ସବୁଠାରୁ ଆଗରେ ଅଛନ୍ତି କର୍ପୋରେଟ କିଙ୍ଗ ସଂତୃପ୍ତ ମିଶ୍ର l ସେହିପରି ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ବି ରାଜ୍ୟସଭା ଯିବାର ବହୁତ ସମ୍ଭାବନା ରହିଛି l ୨୦୨୪ନିର୍ବାଚନ ପିନାକୀ ମିଶ୍ର ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି l ସେହି ଦୃଷ୍ଟିରୁ ପିନାକୀ ମିଶ୍ରଙ୍କୁ ଦଳ ରାଜ୍ୟସଭା ପଠାଇ ପାରେ ବୋଲି ଚର୍ଚ୍ଚା ହେଉଛି l କାରଣ ପିନାକୀ ମିଶ୍ରଙ୍କ ବେଶ ଦବଦବା ରହିଛି ବିଜେଡି ରାଜନୀତିରେ l ସେହିପରି ୬ଥର ବିଧାୟିକା ହୋଇଥିବା ତଥା ଏବେ ବାଚସ୍ପତି ଥିବା ପ୍ରମିଳା ମଲ୍ଲିକଙ୍କୁ ଦଳ ରାଜ୍ୟସଭା ପଠାଇ ମହିଳା ସଶକ୍ତିକରଣର ବଡ ବାର୍ତ୍ତା ବି ଦେଇପାରେ l ଏହି ୩ଜଣ ବଡ ଚେହେରାଙ୍କୁ ବାଦ ଦେଇ ଆଦିବାସୀ ଚେହେରା ଭାବେ ବିଜେଡି ନେତା ପ୍ରଦୀପ ମାଝୀଙ୍କୁ ଦଳ ରାଜ୍ୟସଭା ପଠାଇବାକୁ ଯୋଜନା କରୁଛି l ସେହିପରି ଅଭିନେତା ଅରିନ୍ଦମ ରାୟ ବି ରାଜ୍ୟସଭା ରେସରେ ଅଛନ୍ତି l ଦୀର୍ଘଦିନ ଧରି ବିଜେଡି ପାଇଁ କାମ କରୁଥିବା ଅରିନ୍ଦମଙ୍କୁ ନବୀନ ରାଜ୍ୟସଭା ଟିକେଟ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି l ସେହିପରି ବିଜେଡି ଅମର ପଟ୍ଟନାୟକଙ୍କୁ ପୁଣିଥରେ ରାଜ୍ୟସଭା ପଠାଇବାକୁ ଦଳ ଚିନ୍ତା କରୁଛି l ତେବେ ଏ ସମ୍ଭାବନା ବହୁତ କମ l ଏହାଛଡା ବିଜେଡି ନେତା ପ୍ରସନ୍ନ ପାଟଶାଣୀ, ରମେଶ ଚାଉ ପଟ୍ଟନାୟକ, ମନ୍ତ୍ରୀ ଟୁକୁନି ସାହୁ, ସୁବ୍ରତ ବାଚି,ନାଆଁ ବି ଚର୍ଚ୍ଚାରେ ଅଛି l ତେବେ ୧୩ କି ୧୪ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ଏଥର କାହାକୁ ରାଜ୍ୟସଭା ପଠାଇବେ ତାହା ଘୋଷଣା କରିପାରନ୍ତି ବୋଲି ବିଜେଡି ଅନ୍ଦର ମହଲର ଜଣା ପଡ଼ିଛି l

ମଧୁବାବୁ ପେନସନ ଯୋଜନାରେ ୫୦୦ ଟଙ୍କା ବୃଦ୍ଧି…

 

*ମଧୁବାବୁ ପେନସନ ଯୋଜନାରେ ୫୦୦ ଟଙ୍କା ବୃଦ୍ଧି*

*ମଧୁବାବୁ ପେନସନ ଯୋଜନାରେ ସର୍ବନିମ୍ନ ସହାୟତା ୧୦୦୦ ଟଙ୍କା*

*ଚଳିତ ଫେବୃଆରୀରୁ ଲାଗୁହେବ*

*ଫେବ୍ରୁୟାରୀ 20 ରୁ 25 ମଧ୍ୟରେ ବର୍ଦ୍ଧିତ ପେନସନ୍ ମିଳିବ*.

*ଜାତୀୟ ସାମାଜିକ ସୁରକ୍ଷା ହିତାଧିକାରୀ ମଧ୍ଯ ପାଇବେ ରାଜ୍ଯ ସରକାରଙ୍କ ଏହି ବର୍ଦ୍ଧିତ ଭତ୍ତା ( ୫୦୦ ଟଙ୍କା) ସୁବିଧା

*ବାର୍ଷିକ ଖର୍ଚ୍ଚ ହେବ 3683 କୋଟି ଟଙ୍କା*

*5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରୁ
ମିଳିଥିଲା ଅନୁରୋଧ ଓ ପ୍ରସ୍ତାବ*

()ମଧୁବାବନାର ହିତାଧିକାରୀଙ୍କ ପାଇଁ ଖୁସିର ଖବର। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାରେ ମାସିକ ପେନସନ ରାଶିରେ ୫୦୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ଏଣିକି ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀମାନେ ସର୍ବନିମ୍ନ ପେନସନ ରାଶି ୧୦୦୦ ଟଙ୍କା ପାଇବେ। ଏହି ବର୍ଦ୍ଧିତ ପେନସନ ହିତାଧିକାରୀମାନେ ଚଳିତ ଫେବୃଆରୀ ମାସରୁ ପାଇବେ।ପୂର୍ବରୁ ଏହି ଯୋଜନାରେ ହିତାଧିକାରୀମାନେ ଯଥାକ୍ରମେ ଟ ୫୦୦, ଟ ୭୦୦ ଓ ଟ ୯୦୦ ପାଉଥିଲେ । ବର୍ଦ୍ଧିତ ପେନସନ ଅନୁଯାୟୀ ସେମାନେ ଏବେ ଯଥାକ୍ରମେ ଟ ୧୦୦୦, ଟ ୧୨୦୦ ଓ ଟ ୧୪୦୦ ପାଇବେ। ଏହି ବର୍ଦ୍ଧିତ ପେନସନ ପାଇଁ ରାଜ୍ୟ ସରକାର ବାର୍ଷିକ 3683 କୋଟି ଟଙ୍କା ଖର୍ଚ୍ଚ କରିବେ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ହିତାଧିକାରୀଙ୍କ ପାଇଁ ମାସିକ ପେନସନରେ ମଧ୍ୟ ୫୦୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି।ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀମାନଙ୍କୁ ଫେବୃଆରୀ ମାସର ପେନସନ ଫେବୃଆରୀ ୨୦ ରୁ ୨୫ ତାରିଖ ମଧ୍ୟରେ ପ୍ରତ୍ୟକ୍ଷ ଭାବେ ମିଳିବ।5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳର ଲୋକ ମାନେ ଏହି ପେନସନ ରାଶି ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ। ଲୋକଙ୍କ ଅନୁରୋଧକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ସାମାଜିକ ସୁରକ୍ଷା ପେନସନ ଯୋଜନାର ଏହି ପେନସନ ରାଶି ପରିମାଣକୁ ବୃଦ୍ଧି କରିଛନ୍ତି।ନିକଟରେ ମୁଖ୍ୟମନ୍ତ୍ରୀ ମଧୁବାବୁ ପେନସନ ଯୋଜନାର ହିତାଧିକାରୀମାନଙ୍କ ସଂଖ୍ୟା ବୃଦ୍ଧି କରିଥିଲେ। ଗତ ବର୍ଷ ଅଗଷ୍ଟରେ ୪.୧୩ ଲକ୍ଷ ବୃଦ୍ଧି ପାଇଥିଲା ଏବଂ ଏବେ ଆଉ ୪ ଲକ୍ଷ ଅନ୍ତର୍ଭୁକ୍ତ ହେବା ପରେ ବର୍ତ୍ତମାନ ସମୁଦାୟ ୩୬.୭୫ ଲକ୍ଷ ହିତାଧିକାରୀ ଏହି ଯୋଜନାର ଲାଭ ପାଉଛନ୍ତି।ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସାମାଜିକ ସୁରକ୍ଷା ପେନସନ ବ୍ୟବସ୍ଥା କରିଛନ୍ତି। ଏଥିରେ ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମ, ଅବିବାହିତା ମହିଳା, ସୁସ୍ଥ ହୋଇଥିବା କୁଷ୍ଠ ରୋଗୀ, ଓଡିଶା ରାଜ୍ୟ ଏଡ୍‌ସ ସେଲ ଦ୍ୱାରା ଚିହ୍ନଟକୃତ ଏଡ୍‌ସ ରୋଗୀ, ଛାଡ଼ପତ୍ର ପାଇଥିବା ମହିଳା, transgender, କୋଭିଡ ଦ୍ୱାରା ହୋଇଥିବା ଅନାଥ ପିଲା ଓ ବିଧବାଙ୍କ ସହିତ ଅନାନ୍ୟ ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କୁ ସାମିଲ କରାଯାଇଛି। ଏଥି ସହିତ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ହିତାଧିକାରୀମାନଙ୍କୁ ମଧ୍ୟ ରାଜ୍ୟ ସରକାର ଅତିରିକ୍ତ ସହାୟତା ଦେଉଛନ୍ତି।ଏହି ଯୋଜନାରେ ଛୋଟ ପିଲା ଠାରୁ ୭୯ ବର୍ଷ ପର୍ଯ୍ୟନ୍ତ ହିତାଧିକାରୀ ମାନେ ମାସକୁ ୫୦୦ ଟଙ୍କା ପାଇଥାନ୍ତି। ୮୦ ବର୍ଷ ବା ଅଧିକ ବୟସର ଲୋକ ମାସକୁ ୭୦୦ ଟଙ୍କା ପାଆନ୍ତି।ଭିନ୍ନକ୍ଷମ ବ୍ୟକ୍ତିଙ୍କ କ୍ଷେତ୍ରରେ ୪୦ ରୁ ୫୯ ପ୍ରତିଶତ ଅକ୍ଷମତା ଥିବା ଲୋକ ମାସକୁ ୫୦୦ ଟଙ୍କା ପାଉଥିବା ବେଳେ ୬୦ ପ୍ରତିଶତ ବା ଅଧିକ ଅକ୍ଷମତା ଥିବା ବ୍ୟକ୍ତି ୭୦୦ ଟଙ୍କା ପାଆନ୍ତି। ୬୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ୮୦ ବର୍ଷ ବୟସରୁ ଉର୍ଦ୍ଧ୍ ଲୋକଙ୍କୁ ମାସିକ ୯୦୦ ଟଙ୍କା ମିଳିଥାଏ। ବର୍ତ୍ତମାନ ସମସ୍ତେ ବର୍ଦ୍ଧିତ ଭତ୍ତା ପାଇବେ

Follow us

20,832FansLike
0FollowersFollow
14,700SubscribersSubscribe

Latest news