() ସାମ୍ବାଦିକଙ୍କ ବିଭିନ୍ନ ଦାବି ସଂକ୍ରାନ୍ତରେ ସରକାର ସଂପୂର୍ଣ୍ଣ ଅବଗତ ଅଛନ୍ତି।ଖୁବ୍ ଶୀଘ୍ର ଏ ବାବଦରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରତିଶ୍ରୁତି ଦେଇଛନ୍ତି। ବିଧାନ ସଭାସ୍ଥିତ କକ୍ଷରେ ଶୁକ୍ରବାର ଦିନ ସାମ୍ବାଦିକମାନଙ୍କ ଏକ ପ୍ରତିନିଧିଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନୂତନ ବଜେଟ ଲାଗି ଅଭିନନ୍ଦନ ଜଣାଇବା ସହ ସାମ୍ବାଦିକମାନଙ୍କର ବିଭିନ୍ନ ଦାବି ସଂକ୍ରାନ୍ତରେ ଆଲୋଚନା କରିଥିଲେ। ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନାକୁ ଅନ୍ୟ କୌଣସି ଯୋଜନାରେ ସାମିଲ ନକରି ଅବିକୃତ ଭାବେ ଲାଗୁକରିବା,ବୀମା ର ଆକାରକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରି ଏଥିରେ ସାମ୍ବାଦିକଙ୍କ ବାପା ,ମା ଙ୍କୁ ସାମିଲ କରିବା,ଅନ୍ୟାନ୍ୟ ରଜ୍ୟ ଭଳି ଅବସରପ୍ରାପ୍ତ ସାମ୍ବାଦିକଙ୍କ ଲାଗି ପେନସନ ବ୍ୟବସ୍ଥା କରିବା,ଦୀର୍ଘ ୧୫ ବର୍ଷରୁ ଅଧିକ କାଳ ଅକାମୀ ଅବସ୍ଥାରେ ଥିବା ଅଧିସ୍ବୀକୃତି କମିଟିର ପୁନର୍ଗଠନ କରି ଅଧିସ୍ବୀକୃତି ନିୟମର ସଂଶୋଧନ କରିବା ଓ ବିଭିନ୍ନ ରାଜ୍ୟରେ ସାମ୍ବାଦିକଙ୍କୁ ମିଳୁଥିବା ସୁବିଧା ସୁଯୋଗକୁ ଅନୁଧ୍ୟାନ କରି ସେସବୁକୁ ଓଡ଼ିଶାରେ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ଦାବି କରି ପ୍ରତିନିଧି ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ସମସ୍ତ ଦାବି ବାବଦରେ ସରକାର ଅବଗତ ଅଛନ୍ତି ଓ ଆଗାମୀ ଅତିରିକ୍ତ ବଜେଟ ବେଳକୁ ସେସବୁ ବାବଦରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଓଡ଼ିଶା ସାମ୍ବାଦିକ ୟୁନିଅନ ସଭାପତି ,ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତିଙ୍କ ସମେତ ,ଜିତେନ୍ଦ୍ର ପଟ୍ଟ ନାୟକ,ପ୍ରଦୀପ୍ତ ମହାପାତ୍ର,ହରିହର ଚାନ୍ଦ,ପ୍ରଶାନ୍ତ ସ୍ୱାଇଁ,ପ୍ରୀତିକାନ୍ତ ନାୟକ,ସୁଜିତ୍ ବିଷୋୟୀ,ଦେବାଶିଷ ସାମଲ,ବିଶ୍ଵରଞ୍ଜନ ମହାପାତ୍ର ଓ ସୌମ୍ୟରଞ୍ଜନ ସାହୁ ପ୍ରମୁଖ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଏହି ପ୍ରତିନିଧି ଦଳରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।
ମୋହନ ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନ…
() ଆଜି ଠୁ ଆରମ୍ଭ ହେବାକୁ ଯାଉଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ଆଜି ଠୁ ଆରମ୍ଭ ହେଉଥିବା ଏହି ବିଧାନସଭାର ଏହି ବଜେଟ ଅଧିବେଶନ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ସପ୍ତଦଶ ବିଧାନସଭାର ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ସହ ଦିବଙ୍ଗତ ସଦସ୍ୟ ଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ପାରିତ ହେବ । ୨୩ ତାରିଖରେ ଉପ-ବାଚସ୍ପତି ନିର୍ବାଚନ ସମ୍ପର୍କିତ ଘୋଷଣା ହେବ ଏବଂ ଏହା ପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ୨୪ ତାରିଖରେ ଉପ-ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ । ୨୫ ତାରିଖ ଦିନ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟର ନୂଆ ବିଜେପି ସରକାରର ପ୍ରଥମ ବଜେଟ ଉପସ୍ଥାପନ କରିବେ। ୨୯ ତାରିଖରେ ବଜେଟ ଉପରେ ସାଧାରଣ ଆଲୋଚନା ଏବଂ ୩୦ ତାରିଖରେ ବଜେଟ ଉପରେ ସାଧାରଣ ଆଲୋଚନା, ଲେଖାନୁଦାନ ପ୍ରସ୍ତାବ ଉପରେ ଆଲୋଚନା ଓ ବିନିଯୋଗ ବିଲ୍ ଆଗତ ହେବ। ଅଗଷ୍ଟ ୨୦ ତାରିଖରୁ ବିଭାଗୀୟ ସ୍ଥାୟୀ କମିଟି ମାନଙ୍କର ରିପୋର୍ଟ ଉପସ୍ଥାପନ, ଅନୁଦାନ ନିମନ୍ତେ ଖର୍ଚ୍ଚ ଦାବି ହେବ। ସେପ୍ଟେମ୍ବର ୧ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଦାନ ନିମନ୍ତେ ଖର୍ଚ୍ଚ ଦାବି ଉପସ୍ଥାନ ହେବ। ୧୦ ତାରିଖରେ ବଜେଟ ଉପରେ ବିନିଯୋଗ ବିଲ୍ ଆଗତ ହେବା ନେଇ କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇଛି । ତେବେ ଗତକାଲି ବିଧାନସଭାର ସୁପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଥିବା ବେଳେ ଉଭୟ ବିଜେପି ଓ ବିଜେଡି ବିଧାୟକ ଦଳ ବୈଠକରେ ନିଜ ନିଜର ରଣନୀତି ପ୍ରସ୍ତୁତ କରିଥିବା ବେଳେ କଂଗ୍ରେସ ଆଜି ନିଜର ରଣନୀତି ପ୍ରସ୍ତୁତ କରିବ ।
ସୋଆରେ ଜଳବାୟୁ ପରିବର୍ତନ ସମ୍ପର୍କିତ ତିନି ଦିନିଆ ଆନ୍ତର୍ଜାତୀକ ସମ୍ମିଳନୀ ଉଦ୍ଘାଟିତ…
() କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ‘ସଷ୍ଟେନେବୁଲ ଏଗ୍ରିକଲ୍ଚରାଲ ଡେଭଲେପ୍ମେଂଟ ୱିଥ୍ କ୍ଲାଇମେଟ ସ୍ମାର୍ଟ ସିଷ୍ଟମ୍’ ଶୀର୍ଷକ ତିନି ଦିନିଆ ଆନ୍ତର୍ଜାତିକ ସମ୍ମିଳନୀର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଶ୍ରୀ ସିଂହଦେଓ । ଜଳବାୟୁ ପରିବର୍ତନ ଓ ଏଥି ନିମନ୍ତେ ଉପୁଜୁଥିବା ବିଭିନ୍ନ ସମସ୍ୟା ଆଜି ଆମ ସମାଜ ପାଇଁ ବିପଦ ସୃଷ୍ଟି କରିଥିବା ବେଳେ କୃଷି ଉପରେ ଏହାର ପ୍ରଭାବ ଓ ପ୍ରତିକାର ବିଷୟରେ ଏହି ସମ୍ମିଳନୀରେ ଆଲୋଚନା କରାଯାଇଛି ।
ଏହି ସମ୍ମିଳନୀକୁ ସୋଆ ପରିଚାଳିତ ସେଂଟର ଫର କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲଚର (ସିସିଏସ୍ଏ), ସୋଆର କୃଷି କଲେଜ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍) ଓ ଇଣ୍ଡିଆନ୍ ମେଟିଓରୋଲଜିକାଲ୍ ସୋସାଇଟିର ସ୍ଥାନୀୟ ଶାଖା ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଛି ।
କୃଷି ଓ କୃଷକ ସଶକ୍ତିକରଣ ସହିତ ଶକ୍ତି ବିଭାଗର ମନ୍ତ୍ରୀପଦ ଦାୟିତ୍ୱ ନେଇଥିବା ଶ୍ରୀ ସିଂହଦେଓ କହିଥିଲେ ଯେ ବର୍ତମାନ ଉତ୍କଟ ଜଳ ସଂକଟ ଦେଖାଦେଉଥିବା ବେଳେ କୃଷି ନିମନ୍ତେ ଅନ୍ୟ ପନ୍ଥା ବାହାର କରିବାର ସମୟ ଆସିଛି । ଯଦିଓ କୃଷି ଉତ୍ପାଦନ ନିମନ୍ତେ ବୈଷୟିକ ଜ୍ଞାନକୌଶଳର ଆବଶ୍ୟକତା ରହିଛି କୃଷି କ୍ଷେତ୍ରରେ ବ୍ୟବହାର କରାଯାଉଥିବା ରସାୟନ ସାର ସମ୍ପର୍କରେ ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ଅଛି କାରଣ ଏହା ଦ୍ୱାରା ମୃତିକାର ଉତ୍ପାଦନ କ୍ଷମତା କମିବାରେ ଲାଗିଛି । ବିକାଶ ସହିତ ଆମକୁ ଭବିଷ୍ୟତ ପିଢ଼ି ବିଷୟରେ ମଧ୍ୟ ଚିନ୍ତା କରିବାକୁ ପଡ଼ିବ ବୋଲି ଶ୍ରୀ ସିଂହଦେଓ କହିବା ସହ ଆମେ ଅତୀତକୁ ଫେରିଯାଇ ଜୈବିକ ସାରର ବ୍ୟବହାର ଦ୍ୱାରା ମାଟିର ଉର୍ବରତାକୁ ବୃଦ୍ଧି କରିବା ଆବଶ୍ୟକ ବୋଲି ସେ ମତ ରଖିଥିଲେ ।
ରାଜ୍ୟରେ ରହିଥିବା ତାପ ବିଦ୍ୟୁତ ପ୍ରକଳ୍ପ ଗୁଡ଼ିକ ସମ୍ପର୍କରେ ସେ କହିଥିଲେ ଯେ ଏଥିରେ ଶକ୍ତି ଉତ୍ପାଦନ ନିମନ୍ତେ ଜୀବାସ୍ମ ଇନ୍ଧନର ବ୍ୟବହାର ଦ୍ୱାରା ପରିବେଶ ପ୍ରଦୂଷିତ ହେଉଛି । ଏହା ଚିନ୍ତାର କାରଣ ହୋଇଛି । ସେ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ସୁର୍ଯ୍ୟଘର ପ୍ରକଳ୍ପକୁ ଓଡ଼ିଶାର କୃଷକମାନଙ୍କ ନିମନ୍ତେ ପ୍ରଚଳନ କରିବାକୁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ରହିଛି । ଏହା ଦ୍ୱାରା କୃଷକମାନଙ୍କୁ ୩୦୦ ୟୁନିଟ୍ ମାଗଣା ବିଜୁଳି ମିଳିପାରିବ ବୋଲି ସେ କହିଥିଲେ ।
ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସ୍ୱାଗତ କରିଥିଲେ ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପଦ୍ମଶ୍ରୀ ପାପଟରାଓ ବାଗୁଜୀ ପାୱାର, ଯିଏକି ମହାରାଷ୍ଟ୍ରର ହିଜୱାରେ ବଜାର ପଂଚାୟତର ସରପଂଚ ତଥା ସମେତ ଜଣେ ସମାଜସେବୀ , କହିଥିଲେ ଯେ ଜଳବାୟୁ ପରିବର୍ତନ ଯୋଗୁଁ ଆମେ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ଏହାକୁ ନେଇ ପୃଥିବୀ ଉପରେ ପଡ଼ୁଥିବା ପ୍ରଭାବର ଛୋଟ ଛୋଟ ପ୍ରଚେଷ୍ଟା ଦ୍ୱାରା ମଧ୍ୟ ସମ୍ମୁଖୀନ ହେବା ସମ୍ଭବ ଅଟେ । ସେ ମହାରାଷ୍ଟ୍ରର ମରୁଡି ପ୍ରପୀଡ଼ିତ ଜିଲ୍ଲା ଅହମ୍ମଦନଗରର ହିଜ୍ୱାରେ ବଜାର ପଂଚାୟତର ସରପଂଚ ହିସାବରେ ସେଠାରେ ଘଟିଥିବା ପରିବର୍ତନ ବିଷୟରେ କହିଥିଲେ ଯାହା ଦ୍ୱାରା କି ମରୁଡ଼ି ଯୋଗୁଁ ସେ ଅଂଚଳ ଛାଡ଼ି ଚାଲିଯାଉଥିବା ଲୋକମାନେ ପୁଣି ଫେରି ଆସି ସେହି ଗ୍ରାମଗୁଡ଼ିକୁ ସବୁଜିମାରେ ଭରି ଦେଇଛନ୍ତି ।
ଶ୍ରୀ ପାୱାର କହିଥିଲେ ଯେ ସେ ନିଜ ଅଂଚଳର ଲୋକମାନଙ୍କୁ ଜଳ ଏବଂ ମୃତିକା ସଂରକ୍ଷଣ ପ୍ରକଳ୍ପ ହାତକୁ ନେବା ପାଇଁ ପ୍ରେତ୍ସାହିତ କରିଥିଲେ । ବର୍ତମାନ ସେହି ଅଂଚଳର କୃଷକମାନେ ପ୍ରତି ଏକର ପିଛା ବାର୍ଷିକ ୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଯାହାକି ସେମାନଙ୍କର ପୂର୍ବ ଆୟର ୨୦ ଗୁଣ ଅଧିକ ବୋଲି ସେ କେହିଥିଲେ । ଜଳବାୟୁ ପରିବର୍ତନ ବିଭିନ୍ନ ଅଂଚଳରେ ବାଦଲ ଫଟାବର୍ଷା ଏବଂ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ମୋ ପଂଚାୟତ ଏଥିରୁ ରକ୍ଷା ପାଇପାରିଛି କାରଣ ଏଠାରେ ଜଳ ସମସ୍ୟା ନାହିଁ । କାହିଁକି ନା ଭୂତଳ ଜଳ ପରିଚାଳନା ଦ୍ୱାରା ପରିସ୍ଥିତିର ଉନ୍ନତି ଘଟିଛି ଓ ଗତ କିଛି ବର୍ଷ ମଧ୍ୟରେ ଏହି ଅଂଚଳରେ ୧୦ ଲକ୍ଷ ବୃକ୍ଷରୋପଣ କରାଯାଇଛି ବୋଲି ସେ କହିଥିଲେ ।
ଏହି ରୂପାନ୍ତରୀକରଣ ପରେ ଏହି ଅଂଚଳରେ କୌଣସି କୃଷକଙ୍କର ଆତ୍ମହତ୍ୟାର ରିପୋର୍ଟ ମିଳିନାହିଁ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଆମେରିକାର ନେବ୍ରାସ୍କା ବିଶ୍ୱବିଦ୍ୟାଳୟ ପରିଚାଳିତ ନେବ୍ରାସ୍କା ୱାଟର ସେଂଟରର ପ୍ରଫେସର ଓ ନିର୍ଦ୍ଦେଶକ ତଥା ସିସିଏସ୍ଏର ଆନ୍ତର୍ଜାତିକ ଉପଦେଷ୍ଟା ପ୍ରଫେସର ଚିତରଞ୍ଜନ ରାୟ ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ମଧ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ ।
ଶ୍ରୀ ରାୟ କୃଷିକୁ ଏକ ଦ୍ୱିଧାର ଖଡ଼ଗ ଭାବେ ବର୍ଣ୍ଣନା କରି କହିଥିଲେ ଯେ ଏହା ଖାଦ୍ୟ ଏବଂ ଜୀବିକା ଯୋଗାଉଥିବା ବେଳେ ଜଳବାୟୁ ପରିବର୍ତନର କାରଣ ମଧ୍ୟ ପାଲଟିଛି ବୋଲି କହିଥିଲେ । ତେଣୁ କୃଷି ବ୍ୟବସ୍ଥା କ୍ଷେତ୍ରରେ ପରିବର୍ତନ ଆଣିବାର ଆବଶ୍ୟକତା ରହିଛି । ଯୁକ୍ତରାଷ୍ଟ ଆମେରିକା ସରକାର ୨୦୫୦ ସୁଦ୍ଧା କାର୍ବନ୍ ନେଗେଟିଭ୍ ସ୍ତରରେ ପହଂଚିବାକୁ ଲକ୍ଷ୍ୟ ରଖିଥିବା ସେ କହିଥିଲେ ।
ଶ୍ରୀ ରାଉଳ କହିଥିଲେ ଯେ ଜଳବାୟୁ ପରିବର୍ତନ ଯୋଗୁଁ ପରିବର୍ତନ ସବୁ କ୍ଷେତ୍ରରେ ହୋଇଥିବା ବେଳେ ୧୯୦୧ ମସିହା ଠାରୁ ଗତ ୧୨୨ ବର୍ଷ ମଧ୍ୟରେ ପାଂଚ ବର୍ଷ ସବୁଠାରୁ ଉତପ୍ତ ବର୍ଷ ଭାବେ ପରିଗଣିତ ହୋଇଛି । ଏହି ବର୍ଷଗୁଡ଼ିକ ହେଲା ୨୦୦୯, ୨୦୧୦, ୨୦୧୬, ୨୦୧୭ ଏବଂ ୨୦୨୩ ।
ଏହି ପରିସ୍ଥିତି ଦ୍ୱାରା ଅର୍ଥନୀତି କ୍ଷେତ୍ର ମଧ୍ୟ ବାଧାପ୍ରାପ୍ତ ହେଉଛି । ତେଣୁ ଏହି ବ୍ୟବସ୍ଥାରେ ପରିବର୍ତନ ଆଣିବାର ଆବଶ୍ୟକତା ରହିଛି ଯାହାଦ୍ୱାରା କି କୃଷକମାନେ ଏହି ସମସ୍ୟାର ମୁକାବିଲା କରିପାରିବେ ବୋଲି ପ୍ରଫେସର ରାଉଳ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିବା ସହ ନିଜ ବକ୍ତବ୍ୟରେ କହିଥିଲେ ଯେ ଗବେଷଣା କ୍ଷେତ୍ରରେ ଜଳବାୟୁ ପରିବର୍ତନ ପ୍ରସଙ୍ଗକୁ ସୋଆ ଗୁରୁତ୍ୱ ଦେଉଛି । ବିଶ୍ୱବିଦ୍ୟାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ୨୦ଟି ଗବେଷଣା କେନ୍ଦ୍ର ମଧ୍ୟରୁ ସିସିଏସ୍ଏ ଅନ୍ୟତମ ବୋଲି ପ୍ରଫେସର ନନ୍ଦ କହିଥିଲେ । ନିକଟରେ ବଜ୍ରପାତ ଏବଂ ଘଡ଼ଘଡ଼ି ସହ ବର୍ଷା ସମ୍ପର୍କରେ ଅଧିକ ଅନୁଧ୍ୟାନ ନିମନ୍ତେ ସୋଆ ଏବଂ ପୁନେ ସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟିଓରୋଲଜି (ଆଇଆଇଟିଏମ୍) ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସିସିଏସ୍ଏର ନିର୍ଦ୍ଦେଶକ ପ୍ରପେସର ରବୀନ୍ଦ୍ର କୁମାର ପଣ୍ଡା ନିଜ ସ୍ୱାଗତ ଭାଷଣ ପ୍ରସଙ୍ଗରେ କହିଥିଲେ ଯେ ବର୍ଷ ବର୍ଷ ଧରି ଜଳବାୟୁ ପରିବର୍ତନ ଯୋଗୁଁ ଏହା ମାନବଜାତି ଉପରେ ଗଭୀର ପ୍ରଭାବ ପକାଉଛି । ଏହା ଦ୍ୱାରା କୃଷି କ୍ଷେତ୍ର ମଧ୍ୟ ପ୍ରଭାବିତ ହେଉଛି ବୋଲି ସେ କହିଥିଲେ । ସୋଆ ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।
ସୋଆ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ ପାଳିତ…
{} ସୋଆ ଉତ୍କର୍ଷତାର ପ୍ରତୀକ, ଶିକ୍ଷା ଓ ସ୍ୱାସ୍ଥ୍ୟସେବାରେ ଅଗ୍ରଣୀ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ ପାଳିତ।
() ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅନ୍ୟତମ ଉତ୍କୃଷ୍ଟ ଶିକ୍ଷାନୁଷ୍ଠାନ ଭାବେ ଉଭା ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ ଡିମ୍ଡ ଟୁ ବି ୟୁନିଭର୍ସିଟି)କୁ ବୁଧବାର ଅନେକ ବିଶିଷ୍ଟ ଶିକ୍ଷାବିତ୍ ଉଚ୍ଚ ପ୍ରଶଂସା କରିବା ସହ ସମାଜ ପ୍ରତି ଏହି ଶିକ୍ଷାନୁଷ୍ଠାନର ବିଶାଳ ଅବଦାନ ରହିଛି ବୋଲି କହିଛନ୍ତି ।
ସୋଆ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ ଅବସରରେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମାଲକର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ କହିଛନ୍ତି ଯେ ଦୁରଦର୍ଶୀ ନେତୃତ୍ୱ ଯୋଗୁ ସୋଆ ଉଚ୍ଚ ଶିଖରକୁ ପହଂଚିପାରିବା ସହ ଶିକ୍ଷା କ୍ଷେତ୍ରକୁ ଉଚ୍ଚସ୍ତରକୁ ନେଇପାରିଛି । ପ୍ରଫେସର କର୍ମାଲକରଙ୍କ ସହିତ ଭୁବନେଶ୍ୱର ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବାବୁ ସିଂ, ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ ଟେକନୋଲୋଜି (ବିପିୟୁଟି)ର କୁଳପତି ପ୍ରଫେସର ଅମୀୟ କୁମାର ରଥ ଏବଂ ଓଡ଼ିଶା ୟୁନିଭର୍ସିଟି ଅଫ ଟେକନୋଲୋଜି ଆଣ୍ଡ ରିସର୍ଚ୍ଚ (ଓୟୁଟିଆର)ର କୁଳପତି ବିଭୂତି ଭୂଷଣ ବିଶ୍ୱାଳ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।
୧୮ତମ ପ୍ରତିଷ୍ଠା ଦିବସ ଅବସରରେ ସୋଆକୁ ଶୁଭେଚ୍ଛା ଜଣାଇ ଅତିଥି ମାନେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ଉଚ୍ଚ ପ୍ରଶଂସା କରି ତାଙ୍କର ଦୂରଦର୍ଶୀ ନେତୃତ୍ୱ ଯୋଗୁ ହିଁ ଏହି ଶିକ୍ଷାନୁଷ୍ଠାନ ଖୁବ୍ କମ୍ ସମୟ ମଧ୍ୟରେ ଉଚ୍ଚକୁ ପହଂଚି ପାରିଛି ବୋଲି କହିଥିଲେ । କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିଥିଲେ ।
ପ୍ରଫେସର କର୍ମାଲକର କହିଥିଲେ ଯେ ସୋଆ ନିରନ୍ତର ଭାବେ ଉତ୍କର୍ଷତା ହାସଲ କରିବା ନିମନ୍ତେ ପ୍ରଚେଷ୍ଟା ଜାରି ରଖିବା ସହ ନିଜ ନାମର ପ୍ରତିପାଦନ କରିପାରିଛି ଯାହାର ପ୍ରକୃତ ଅର୍ଥ ହେଉଛି ଶିକ୍ଷା ଓ ଗବେଷଣା । ସେ କହିଥିଲେ ଯେ ଶିକ୍ଷାର ଅର୍ଥ ନୁହେଁ କେବଳ ବିବିଧ ବିଷୟକୁ ନେଇ ଜ୍ଞାନ ଆହରଣ କରିବା ବରଂ ଏହାର ଅର୍ଥ ହେଉଛି ଏକ ବିଷୟକୁ ବିଭିନ୍ନ ଢ଼ଙ୍ଗରେ ଶିକ୍ଷା କରିବା । ଶିକ୍ଷକଙ୍କର ଲକ୍ଷ୍ୟ କେବଳ ପାଠ୍ୟକ୍ରମକୁ ଶେଷ କରିବା ନୁହେଁ ବରଂ ବିଭିନ୍ନ ଉପାୟରେ ଛାତ୍ରଛାତ୍ରୀ କିଭଳି ଜ୍ଞାନ ଆହରଣ କରିପାରିବେ ସେ ନେଇ ଶିକ୍ଷା ପ୍ରଦାନ କରିବା ।
ପ୍ରଫେସର କର୍ମାଲକର କହିଥିଲେ ଯେ ଏକ ଜିଜ୍ଞାସୁ ମଣିଷ ଠାରୁ ହିଁ ଗବେଷଣାର ଉତ୍ସ ଆରମ୍ଭ ହୋଇଥାଏ ଏବଂ ସମସ୍ୟାକୁ ସମାଧାନ କରିବାରେ ଉତ୍ସୁକତା ରହିବା ଗବେଷକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ । ଇଲେକ୍ଟ୍ରିକ୍ ବଲବ୍ର ଉଦ୍ଭାବକ ଥୋମାସ ଆଲଭା ଏଡିସନ ବାରମ୍ବାର ବିଫଳ ହେବା ପରେ ସଫଳ ହୋଇଥିବା ବେଳେ ନାସା ପକ୍ଷରୁ ମହାକାଶକୁ ୨୮ ଥର ରକେଟ୍ ପଠେଇବାର ପ୍ରଚେଷ୍ଟା କରାଯାଇଥିବା ବେଳେ ୨୦ ଥର ବିଫଳତାର ସମ୍ମୁଖୀନ ହୋଇଥିଲା ଗବେଷକ ନିଜର ପ୍ରଚେଷ୍ଟା ଜାରି ରଖିବା ଉଚିତ୍ । ଏହାର ଅର୍ଥ ହେଉଛି ଅଦମନୀୟ ଇଚ୍ଛା ଶକ୍ତି ଏବଂ ନିଜ ଅଭିଜ୍ଞତାରୁ ଶିକ୍ଷା ଗ୍ରହଣ କରିବାର ମନୋଭାବ ରହିବା ଆବଶ୍ୟକ ।
ଶ୍ରୀ ସିଂ କହିଥିଲେ ଯେ ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସୋଆ ଏକ ମାଇଲ୍ଖୁଂଟ ସୃଷ୍ଟି କରିଛି ଏବଂ ଦେଶର ଅନ୍ୟତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ନିଜକୁ ପ୍ରତିପାଦିତ କରିପାରିଛି । ପ୍ରଫେସର ନାୟକଙ୍କ ବଳିଷ୍ଠ ନେତୃତ୍ୱ ଏବଂ ଇଛଶକ୍ତି ଯୋଗୁ ଏହି ସଫଳତା ହାସଲ ହୋଇପାରିଛି । ତେଣୁ ସୋଆର ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀମାନେ ଏହି ସଫଳତାକୁ ଆହୁରି ଉଚ୍ଚକୁ ନିଅନ୍ତୁ ବୋଲି ସେ କହିଥିଲେ । ପ୍ରଫେସର ବିଶ୍ୱାଳ ମଧ୍ୟ ପ୍ରଫେସର ନାୟକଙ୍କୁ ପ୍ରଶଂସାକରି କହିଥିଲେ ଯେ ତାଙ୍କ ଚିନ୍ତାଶକ୍ତି ଖୁବ୍ ଭିନ୍ନ । ସେ ଜଣେ ବିଚକ୍ଷଣ ଛାତ୍ର ଏବଂ ଶିକ୍ଷକ ଥିଲେ । ଆଜି ସେ ନିଜେ ଏକ ଅନୁଷ୍ଠାନରେ ପରିଣତ ହୋଇଛନ୍ତି ବୋଲି ସେ କହିଥିଲେ ।
ସୋଆକୁ ନାକ୍ ପକ୍ଷରୁ ସର୍ବାଧିକ ଗ୍ରେଡ୍ରେ ପୁନଃ ସ୍ୱୀକୃତି ମିଳିଥିବା ବେଳେ ବିଶ୍ୱବିଦ୍ୟାଳୟ ସମାଜର ହିତ ଦିଗରେ ଉତମ କାର୍ଯ୍ୟକୁ ବଜାୟ ରଖିଛି । ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ର ଛାତ୍ରୀମାନେ ସାରା ବିଶ୍ୱରେ କାର୍ଯ୍ୟରତ ବୋଲି ସେ କହିଛନ୍ତି । କୋଭିଡ୍ ମହାମାରୀ ସମୟରେ ସୋଆର ଉଚ୍ଚକୋଟୀର ସ୍ୱାସ୍ଥ୍ୟସେବାକୁ ପ୍ରଶଂସା କରି ପ୍ରଫେସର ବିଶ୍ୱାଳ କହିଥିଲେ ଯେ ଏହି ମହାମାରୀ ସହିତ ଯୁଦ୍ଧ କରିବା ପାଇଁ ବିଶ୍ୱବିଦ୍ୟାଳୟ ତାର ସମସ୍ତ ସହଯୋଗର ହାତ ବଢ଼ାଇଥିବା ଯୋଗୁଁ ରାଜ୍ୟବାସୀ ଆସ୍ୱସ୍ତିି ପାଇପାରିଥିଲେ ।
ପ୍ରଫେସର ରଥ ସୋଆକୁ ଏକ ସମ୍ପୂର୍ଣ୍ଣ ପୁସ୍ତକ ବୋଲି ଅଭିହିତ କରି ଏହାର ଅନେକ ପୃଷ୍ଠା ଲେଖିବା ବାକି ଅଛି ବୋଲି କହିଥିଲେ । ପ୍ରଫେସର ନାୟକଙ୍କର ଦୂରଦର୍ଶୀ ନେତୃତ୍ୱ ଏବଂ ସକରାତ୍ମକ ମନୋଭାବ ଯୋଗୁ ବିଶ୍ୱବିଦ୍ୟାଳୟ ଖୁବ୍ ଉଚ୍ଚକୁ ଯାଇପାରିଛି ବୋଲି ସେ କହିଥିଲେ ।ଜଣେ ବ୍ୟକ୍ତି ନିଜର କର୍ତବ୍ୟକୁ ବିନା ଦ୍ୱିଧାରେ ଓ ସଚ୍ଚୋଟତାର ସହ କରିପାରିଲେ ସଫଳତା ମିଳିପାରିବ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ସଙ୍ଘମିତ୍ରା ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
ସଂଗଠନକୁ ମଜବୁତ୍ କର ଓ ଲୋକଙ୍କ ସହ ଯୋଡି ହୋଇ ରୁହ: ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା…
{} ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ,
ସଂଗଠନକୁ ମଜବୁତ୍ କର ଓ ଲୋକଙ୍କ ସହ ଯୋଡି ହୋଇ ରୁହ: ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।
ବିଜେପି “ସବକା ସାଥ୍ ସବକା ବିକାଶରେ ବିଶ୍ୱାସ” କରେ।
ଓଡ଼ିଶାରେ ବିଜେପି ସରକାର ଗଠନ କରିବା ପରେ କାର୍ଯ୍ୟକର୍ତାଙ୍କୁ ଯେଉଁ ପଦ ପଦବୀ ମିଳିଛି ତାହା “ପଦବୀ ନୁହେଁ ଏହା ଏକ ଦାୟିତ୍ୱ”: ମନମୋହନ ସାମଲ।
ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ପ୍ରଭାତୀ ପରିଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର ଓ ସହପ୍ରଭାରୀ ଲତା ଉସେଣ୍ଡୀ, ରାଜ୍ୟ ସମ୍ପାଦକ(ସଂଗଠନ) ମାନସ ମହାନ୍ତି, ଓଡିଶାର ସମସ୍ତ ବିଜେପି ସାଂସଦ, ରାଜ୍ୟର ସମସ୍ତ ବିଧାୟକ, ରାଜ୍ୟ ପଦାଧିକାରୀ, ରାଜ୍ୟ ମୁଖପାତ୍ର, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଓ ସମସ୍ତ ମୋର୍ଚ୍ଚାର ସଭାପତି ପ୍ରମୁଖ ଉପସ୍ଥିତ ଥିଲେ।
() ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରେ ଓଡିଶାରେ ପ୍ରଥମ ଥର ପାଇଁ ଏକାକୀ ଭାବରେ ଭାରତୀୟ ଜନତା ପାର୍ଟୀ ସରକାର ଗଠନ କରିଛି । ସରକାର ଗଠନ କରିବା ପରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ସଭାପତିତ୍ୱରେ ପ୍ରଥମ ଥର ପାଇଁ ପୁରୀଠାରେ ଅନୁଷ୍ଠିତ ହୋଇଥିବା ଆଜିର ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ । ଓଡ଼ିଶାରେ ବିଜେପି ସରକାର ଗଠନ କରିବା ପରେ କାର୍ଯ୍ୟକର୍ତାଙ୍କୁ ଯେଉଁ ପଦ ପଦବୀ ମିଳିଛି ତାହା “ପଦବୀ ନୁହେଁ ଏହା ଏକ ଦାୟିତ୍ୱ” । ଏହି ଦାୟିତ୍ୱ ପୂରଣ କରିବାକୁ ଯତ୍ନବାନ ହେବାକୁ ହେବ । ଏହି ଅବସରରେ କୋଷାଭାଓ ଠାକରେଙ୍କୁ ସ୍ମରଣ କରିଥିଲେ । ଶ୍ରୀ ଠାକରେ ଭାରତୀୟ ଜନସଂଘରେ ସକ୍ରିୟ ଭୂମିକା ଲିଭାଇଥିଲେ । ସେ ଓଡ଼ିଶାରେ ୩୭ବର୍ଷ ଧରି ଜନସଂଘ ପାଇଁ ସଂଘର୍ଷ କରିଥିଲେ । ସେ ସଂଗଠନକୁ ସୁଦୃଢ଼ କରିବା ପାଇଁ ବହୁ ଉଦ୍ୟମ କରିଥିଲେ । ୧୯୮୯ପର୍ଯ୍ୟନ୍ତ ୧ ପ୍ରତିଶତ ଭୋଟ ପାଇଁ ସଂଘର୍ଷ କରିଥିଲେ । ଧୀରେ ଧୀରେ ଏହା ବଢ଼ି ଗତନିର୍ବାଚନରେ ବିଜେପି ସରକାର ଗଢ଼ି ପାରିଛି । ବିଜେପି ପାଇଁ ଯେଉଁମାନେ ଲଢ଼େଇ କରିଥିଲେ ଓ ଏବେ ସେମାନେ ମୃତ୍ୟୁବରଣ କରିଛନ୍ତି, ସେମାନଙ୍କୁ ଶ୍ରୀ ସାମଲ ସ୍ମରଣ କରିଥିଲେ ।
ଏହି ଗୁରୁତ୍ୱପୂର୍ଣ୍ଣ ପରିବର୍ଦ୍ଧିିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା ଉଦଘାଟନ କରିଛନ୍ତି । ଏହାପରେ ଶ୍ରୀ ନଡ୍ଡା କାର୍ଯ୍ୟକର୍ତାଙ୍କୁ ଗୁରୁମନ୍ତ୍ରୀ ଦେଇ କହିଛନ୍ତି ଯେ, ସଂଗଠନକୁ ମଜବୁତ୍ କରିବା ସହ ଲୋକଙ୍କ ସହ ଯୋଡି ହୋଇ ରୁହ । ଲୋକଙ୍କ ବିଶ୍ୱାସ ବଜାୟ ରଖ । ସୁଶାସନ ଉପରେ ଗୁରୁତ୍ୱ ଦିଅ । ସାଧାରଣ ଲୋକଙ୍କ ସମସ୍ୟା ସରକାରଙ୍କ ଦୃଷ୍ଟିଗୋଚର କରାଅ । ଓଡ଼ିଶାର ବିକାଶ ପାଇଁ ଭାରତୀୟ ଜନତା ପାର୍ଟି ସବୁବେଳେ ଉଦ୍ୟମ ଜାରି ରଖିବ । ରାଜ୍ୟକୁ ବିକାଶ ପଥରେ ନେବାର କୌଣସି ସୁଯୋଗ ଛାଡିବ ନାହିଁ । ଲୋକସଭା ସିଟ୍ ଡବଲ କରିବାକୁ କହିଥିଲେ । ଆପଣମାନେ ୨୦ସିଟ୍ ଦେଇଛନ୍ତି । ସେହିପରି ବିଧାନସଭାରେ ୪୦.୭ ପ୍ରତିଶତ ଭୋଟ ସହ ସରକାର ଗଠନ କରିବାରେ ସୁଯୋଗ ଦେଇଛନ୍ତି । ବିଜେପିର ପ୍ରଜାତନ୍ତ୍ର ରହିଛି । ବିଜେପି “ସବକା ସାଥ ସବକା ବିକାଶରେ ବିଶ୍ୱାସ”କରେ । ପଦ୍ମ ଚିହ୍ନରେ ୧୮ଜଣ ଆଦିବାସୀ ଭାଇ ବିଧାୟକଭାବେ ନିର୍ବାଚିତ ହୋଇଛନ୍ତି । ଆଦିବାସୀଙ୍କ ବିକାଶ ପାଇଁ ଆମ ସରକାର କାମ କରିବ । ସାଧାରଣ ନିର୍ବାଚନରେ ବିଜେପିକୁ ଓଡ଼ିଶାବାସୀ ବିପୁଳ ସମର୍ଥନ ଦେଇଥିବାରୁ ଓଡିଶାବାସୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଉଛି ।
ଆଜିର ଦିନରେ ବିଜେପି ୧୩ଟି ରାଜ୍ୟରେ ଶାସନ କରୁଛି । ଏନ୍ଡିଏ ନେତୃତ୍ୱରେ ୧୮ଟି ରାଜ୍ୟରେ ସରକାର ଚାଲିଛି । ଦେଶର ୫୭ପ୍ରତିଶତ ଭୂଭାଗରେ ବିଜେପି ସରକାର ଚାଲିଛି । କଂଗ୍ରେସ ଅନ୍ୟର ଭରସାରେ ବଂଚିଛି । ମୋଦି ଶାସନରେ ଭାରତ ଆତ୍ମନିର୍ଭରଶୀଳ ଦିଗରେ ଆଗକୁ ବଢ଼ୁଛି । କିଛି ବର୍ଷ ପୂର୍ବରୁ ଭାରତରେ ବ୍ୟବହାର ହେଉଥିବା ମୋବାଇଲ୍ ମେଡ ଇନ୍ ଜାପାନ, ମେଡ ଇନ୍ ଚାଇନା, ମେଡ ଇନ୍ ତାଇୱାନା ଲେଖାଯାଉଥିଲା, ଏବେ କିନ୍ତୁ ଭାରତରେ ମୋବାଇଲ ଉତ୍ପାଦନ ହେଉଛି । ଏବେ ଆପଣମାନେ ବ୍ୟବହାର କରୁଥିବା ମୋବାଇଲ୍ରେ “ମେଡ ଇନ୍ ଇଣ୍ଡିଆ” ଲେଖା ରହୁଛି । କେବଳ ମୋବାଇଲ ନୁହେଁ ବରଂ ଅଟୋ ମୋବାଇଲ ସେକ୍ଟରରେ ମଧ୍ୟ ଭାରତର ବିକାଶ ହୋଇଛି । ବିଶ୍ୱର ତୃତୀୟ ସର୍ବବୃହତର ଅଟୋ ମୋବାଇଲ ଉତ୍ପାଦନକାରୀ ରାଷ୍ଟ୍ର ହୋଇଛି ଭାରତ ବୋଲି ଶ୍ରୀ ନଡ୍ଡା କହିଛନ୍ତି ।
ନିର୍ବାଚନ ଫଳାଫଳକୁ ଦେଖି କଂଗ୍ରେସ ଭାରି ଉତ୍ସାହିତ ହେଉଛି । ଯେପରି କୌଣସି ଫେଲ ହେଉଥିବା ଛାତ୍ର ହଠାତ୍ ପାସ୍ ହୋଇଗଲେ ଯେମିତି ଖୁସି ହୁଅନ୍ତି କଂଗ୍ରେସ ମାତ୍ର ୯୯ଆସନ ପାଇ ସେମିତି ଖୁସି ହେଉଛି । ଇଣ୍ଡିଆ ମେଂଟର ସମସ୍ତ ସାଂସଦଙ୍କୁ ମିଶାଇଲେ ମଧ୍ୟ ବିଜେପି ସାଂସଦଙ୍କ ଠାରୁ କମ୍ । ୨୦୧୪, ୨୦୧୯, ୨୦୨୪ରେ କଂଗ୍ରେସର ନିର୍ବାଚିତ ସାଂସଦଙ୍କ ଠାରୁ ବିଜେପି ସାଂସଦଙ୍କ ସଂଖ୍ୟା ଅଧିକ । ୧୩ ରାଜ୍ୟରେ କଂଗ୍ରେସ ଦଳ ଶୂନ, ତଥାପି ଏମିତି ଉତ୍ସାହ ଦେଖାଉଛନ୍ତି, ଯେମିତି ବଡ ବିଜୟ ହାସଲ କରିଛନ୍ତି । କଂଗ୍ରେସ ଦଳ ପରଜୀବୀ ଦଳ ପାଲଟିଯାଇଛି । ଅନ୍ୟ ଦଳର ସହଯୋଗରେ କଂଗ୍ରେସ ବିଜୟୀ ହେଉଛି । ଯେଉଁଠି ଆଂଚଳିକ ଦଳ କଂଗ୍ରେସର ହାତଛାଡି ଦେଉଛନ୍ତି ସେଠାରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରୁଛି । କଂଗ୍ରେସ ଯେଉଁ ପାର୍ଟି ସହ ଯୋଡିହୁଏ ସେହି ଦଳକୁ ଦୁର୍ବଳ କରିଦିଏ । କଂଗ୍ରେସ ଏବେ ସମ୍ବିଧାନ ଓ ଗଣତନ୍ତ୍ରର ରକ୍ଷକଭାବେ ନିଜକୁ ଚିତ୍ରଣ କରୁଛି । କିନ୍ତୁ ବାସ୍ତବରେ ଏମାନଙ୍କ ସମ୍ବିଧାନ ସହ କୌଣସି ନେଣଦେଣ ନାହିଁ । କଂଗ୍ରେସ ସମ୍ବିଧାନର ରକ୍ଷକ ନୁହେଁ ସମ୍ବିଧାନର ଭକ୍ଷକ । ଭାରତର ସମ୍ବିଧାନକୁ ଅନେକଥର ଆଘାତ ପହଂଚାଇଛି କଂଗ୍ରେସ । ଜରୁରୀକାଳୀନ ସ୍ଥିତି ସମୟରେ ଲୋକଙ୍କୁ ବିନା କାରଣରେ ଜେଲରେ ଭର୍ତି କରିଥିଲେ । କଂଗ୍ରେସ ଦଳ ହିଁ ୯୦ଥର ନିର୍ବାଚିତ ସରକାରଙ୍କୁ ଭାଙ୍ଗିଛି । ନବୀନ ବାବୁଙ୍କୁ ପଚାରନ୍ତୁ କିଭଳି ତାଙ୍କ ବାପା ବିଜୁ ବାବୁଙ୍କୁ ଜେଲ୍ରେ ଭର୍ତି କରିଥିଲା କଂଗ୍ରେସ । ମୋଦିଙ୍କୁ ବିରୋଧ କରୁ କରୁ ଏବେ କଂଗ୍ରେସ ଦେଶକୁ ବିରୋଧ କରିବା ଆରମ୍ଭ କଲାଣି ।
ବିଜେପି ହେଉଛି ବିଚାରଧାରାର ଦଳ । କାଶ୍ମୀରରୁ ଧାରା ୩୭୦ଉଚ୍ଛେଦ କରିଛି ବିଜେପି । ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ କରିଛି ବିଜେପି ଦଳ । ୨୦୧୪ପୂର୍ବରୁ ଭାରତକୁ ଦୁର୍ନୀତିଖୋର ଦେଶ କୁହାଯାଉଥିଲା, ରିମୋଟ କଂଟ୍ରୋଲରେ ସରକାର ଚାଲୁଥିଲା । କିନ୍ତୁ ୨୦୧୪ପରେ ଦେଶରେ ପରିବର୍ତନ ଆଣିଛନ୍ତି ମୋଦି । କମ୍ ସମୟରେ ଅଧିକ କାମ କରିବାକୁ ଆହ୍ୱାନ ଦେଇଥିଲେ ମୋଦି । ଏବେ ପୂରା ଦେଶ ଭାରତକୁ ଦେଖୁଛି । କିଭଳି ଭାରତ କାର୍ଯ୍ୟ କରୁଛି ତାହା ବିଶ୍ୱ ଜାଣିବାକୁ ଚାହୁଁଛି । ବିଶ୍ୱରେ ଭାରତର ଛବିକୁ ଶୀର୍ଷସ୍ତରରେ ପହଂଚାଇଛନ୍ତି ମୋଦି । ଏବେ ଭାରତ ବଦଳି ସାରିଛି । ୟୁକ୍ରେନ ଓ ଋଷ ଯୁଦ୍ଧ, କରୋନା ମହାମାରୀ ପରେ ମଧ୍ୟ ଭାରତର ଆର୍ôଥକ ସ୍ଥିତି ସୁଦୃଢ଼ ରହିଛି । ଏବେ ବିଶ୍ୱରେ ଭାରତ ୫ମ ବୃହତ ଅର୍ଥବ୍ୟବସ୍ଥା ପାଲଟିଛି । ଆଗକୁ ଭାରତ ୨ୟ ବୃହତ ଅର୍ଥବ୍ୟବସ୍ଥାରେ ପରିଣତ ହେବାକୁ ଯାଉଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି ।
ଏବେ ଓଡ଼ିଶାରେ ବିଜେପି ସରକାର ଗଢ଼ିଛି । କିନ୍ତୁ ଏହାପୂର୍ବରୁ ମଧ୍ୟ ଓଡ଼ିଶାକୁ କେବେ ଅଣଦେଖା କରିନି କେନ୍ଦ୍ର ସରକାର । ଆର୍ôଥକ ପ୍ୟାକେଜ୍ ସହ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରୁଛି ବିଜେପି । ସରକାର ବଦଳିବା ସହ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯାଇଛି । ଦୀର୍ଘବର୍ଷ ଧରି ବନ୍ଦ ରହିଥିବା ରତ୍ନଭଣ୍ଡାରକୁ ଖୋଲାଯାଇଛି । ପୂର୍ବରୁ ବିକାଶରେ ବାଧା ଦେଉଥିଲେ ସରକାର କିନ୍ତୁ ନୂଆ ସରକାର ବିକାଶକୁ ପ୍ରାଥମିକତା ଦେଇଛନ୍ତି । ସଂକଳ୍ପପତ୍ରରେ ଯାହା ଅଛି ଗୋଟି ଗୋଟି ସବୁ ପୂରଣ କରାଯିବ । ଓଡ଼ିଶାରେ ସେବା କରିବାକୁ ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କୁ ଶ୍ରୀ ନଡ୍ଡା ଧନ୍ୟବାଦ ଜଣାଇଛନ୍ତି ।
ପୁରୀଠାରେ ଆୟୋଜିତ ଦୁଇଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଓଡ଼ିଆ, ଭାଷା, ସଂସ୍କୃତି ଓ ଅସ୍ମିତାର ନିଦ୍ଦର୍ଶନ ଦେଖିବାକୁ ମିଳିଛି । କାର୍ଯ୍ୟକାରିଣୀ ସଭାସ୍ଥଳରେ ଓଡ଼ିଶାର ବିପ୍ଳବୀ, ସ୍ୱାଧୀନତା ସଂଗ୍ରାମୀ, ବରପୁତ୍ର ଓ କବିମାନଙ୍କ ଫଟୋ ଚିତ୍ର ଏବଂ ବାର୍ତାକୁ ସ୍ଥାନ ଦେଇ ସମ୍ମାନ ଜଣାଇଛି । ଏହି ସଭା ମଂଚରେ ସ୍ଥାନ ପାଇଁ କୋଣାର୍କ ଚକ୍ର ସହ ଶ୍ରୀମନ୍ଦିର ନୀଳଚକ୍ରର ପ୍ରତିକୃତି । ଏହାସହ ଉତ୍କଳର ବୈଭବଶାଳୀ ଇତିହାସ, ପୁରାତନ ମନ୍ଦିର ଏବଂ ପ୍ରସିଦ୍ଧ କଳାକୃତିରେ ସଜେଇ ହୋଇଛି କାର୍ଯ୍ୟକାରିଣୀ ସଭାସ୍ଥଳ । ସେହିପରି ମୋଦି ସରକାରଙ୍କ ବିକାଶମୂଳକ ତଥା ଜନକଲ୍ୟାଣକାରୀ ଯୋଜନାର ବିସ୍ତୃତ ବିବରଣୀ ମଧ୍ୟ ପ୍ରଦର୍ଶିତ କରାଯାଇଛି ।
ପୁରୀରେ ଆରମ୍ଭ ଦୁଇ ଦିନିଆ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକର ପ୍ରଥମ ଦିନରେ ଦଳୀୟ ପତାକା ଉତୋଳନ ସହ ବୈଠକକୁ ଉଦ୍ଘାଟନ କରିଛନ୍ତି ରାଷ୍ଟ୍ରୟ ଅଧ୍ୟକ୍ଷ ଜେପି ନଡ୍ଡା । କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ପ୍ରଭାତୀ ପରିଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର ଓ ସହପ୍ରଭାରୀ ଲତା ଉସେଣ୍ଡୀ, ରାଜ୍ୟ ସମ୍ପାଦକ(ସଂଗଠନ) ମାନସ ମହାନ୍ତି, ଓଡିଶାର ସମସ୍ତ ବିଜେପି ସାଂସଦ, ରାଜ୍ୟର ସମସ୍ତ ବିଧାୟକ, ରାଜ୍ୟ ପଦାଧିକାରୀ, ରାଜ୍ୟ ମୁଖପାତ୍ର, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଓ ସମସ୍ତ ମୋର୍ଚ୍ଚାର ସଭାପତି ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଶତପଥୀ ଆଜିର ଏହି କାର୍ଯ୍ୟକାରିଣୀ ତରଫରୁ ଓଡିଶାର ସମସ୍ତ ନାଗରିକ, ଗଣମାଧ୍ୟମ ପ୍ରତିନିଧି, ଓଡିଶାର ବୁଦ୍ଧିଜିବୀ ସମାଜକୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲା ଯାଇ ଥିବା କଥାର ପ୍ରଚାର ସତ କି?- ନିରଞ୍ଜନ ପଟ୍ଟନାୟକ…
() ଓଡିଶାରେ ଭାରତୀୟ ଜନତା ପାର୍ଟିର ନୂଆ ସରକାର ଗଠନ ହେଲା ପରେ ରତ୍ନଭଣ୍ଡାର ଖୋଲିବା ପାଇଁ ସରକାର ଏକ ନୂଆ କମିଟି ଗଠନ କଲେ । ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଗଲା । ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତି ଅନୁସାରେ ଗତ ଜୁଲାଇ ୧୪ ତାରିଖ ଦିନ ଚାବିକୁ କାଟି ଭିତର ରତ୍ନଭଣ୍ଡାର ଖୋଲାଗଲା । ଏହାର ବହୁ ପୂର୍ବରୁ ଓଡିଶାରେ ଗଣମାଧ୍ୟମ, ମୁଖ୍ୟମନ୍ତ୍ରୀ, ରାଜ୍ୟ ଆଇନ ମନ୍ତ୍ରୀ ତଥା ବହୁବିଶିଷ୍ଟ ରାଜନୈତିକ ବ୍ୟକ୍ତି ବିଶେଷମାନେ ବାରମ୍ବାର କହି ଆସୁଛନ୍ତି ଯେ ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଗଲା । ଏହି କଥାଟି ସତ୍ୟ କି? କଂଗ୍ରେସ ସରକାର ସମୟରେ ୧୪.୦୭.୧୯୮୫ରେ ଶେଷ ଥର ପାଇଁ ଭିତର ରତ୍ନଭଣ୍ଡାର ଖୋଲା ଯାଇଥିଲା ବୋଲି ଆର.ଟି.ଆଇ ତଥ୍ୟରୁ ଉପଲବ୍ଧ । ପ୍ରକାଶ ଥାଉ କି ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀତ୍ୱ କାଳରେ ରତ୍ନଭଣ୍ଡାର ଖୋଲାଯାଇଥିଲା । ଯଦି ସେତେବେଳେ ଭିତର ରତ୍ନଭଣ୍ଡାରକୁ ଚାବି ଦ୍ୱାରା ଖୋଲାଯାଇଥିଲା, ତେବେ ଆଜି ସେ ଚାବି କେଉଁଠି ଅଛି? ତାହାର ସମ୍ପୂର୍ଣ୍ଣ ତଦନ୍ତ ହେବା ଉଚିତ । ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପୂର୍ବ ରାଜ୍ୟ ସରକାର ଜୁନ ମାସ ୬ ତାରିଖ ୨୦୧୮ ମସିହାରେ ଓଡିଶା ହାଇକୋର୍ଟ ପୂର୍ବତନ ବିଚାରପତି ରଘୁବୀର ଦାସଙ୍କ ଅଧ୍ୟକ୍ଷତାରେ ଏକ ଜ୍ୟୁଡିଶିଆଲ କମିଶନ ଗଠନ କରିଥିଲେ । ଏହି କମିଶନ ତାର ତଦନ୍ତ ରିପୋର୍ଟ ନଭେମ୍ବର ୨୯, ୨୦୧୮ ମସିହାରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିସାରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସାର୍ବଜନୀନ କରାଗଲା ନାହିଁ । ତେଣୁ ମୋର ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ ତୁରନ୍ତ ଏ ରିପୋର୍ଟକୁ ସାର୍ବଜନୀନ କରନ୍ତୁ । ୧୯୮୫ ମସିହା ଜୁଲାଇ ୧୪ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲାଗଲା ପରେ ଚାବି କେଉଁଠାରେ ରଖାଗଲା, ତାହା ନିଶ୍ଚିତ ରୂପେ ମେକାପ୍ ରେଜିଷ୍ଟ୍ରରରେ ଲିପିବଦ୍ଧ ହୋଇଥିବ । ସେହି ଆଧାରରେ ଚାବି କେଉଁଠି ଅଛି ତାହା ବାହାର କରାଯାଉ । ରାଜ୍ୟର ଅଗଣିତ ଜଗନ୍ନାଥଙ୍କ ଭକ୍ତଙ୍କ ପାଖକୁ ଭିତର ରତ୍ନଭଣ୍ଡାର ୪୬ ବର୍ଷ ପରେ ଖୋଲିବା ଭଳି ଏକ ମିଥ୍ୟା ଖବର ପ୍ରଚାର କରାନଯାଉ । ସରକାର ଏଭଳି ଅସତ୍ୟ ଖବର ପ୍ରଚାର କରିବାରୁ କ୍ଷାନ୍ତ ରୁହନ୍ତୁ ।
ଓଡିଶାକୁ ଦେଶର ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ବିଜେପି ସରକାର ପ୍ରତିଶୃତିବଦ୍ଧ : ବିରଂଚି ତ୍ରିପାଠୀ
- *ଆସନ୍ତା ୧୯ ଓ ୨୦ରେ ପୁରୀଠାରେ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ*
*ଓଡିଶାକୁ ଦେଶର ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ବିଜେପି ସରକାର ପ୍ରତିଶୃତିବଦ୍ଧ : ବିରଂଚି ତ୍ରିପାଠୀ*
୧୯ ତାରିଖ ସକାଳେ ପ୍ରଥମେ ଅନୁଷ୍ଠିତ ହେବ ରାଜ୍ୟ ପଦାଧିକାରୀ ବୈଠକ।
ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା।
ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ଶ୍ରୀ ସୁନିଲ ବଂସଲ. ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟ ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି ପ୍ରମୁଖ ଯୋଗ ଦେବେ।
କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ, ସମସ୍ତ ସାଂସଦ ଓ ବିଧାୟକ, ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି ଓ ସାଧାରଣ ସଂପାଦକ, ଲୋକସଭା ସଂଯୋଜକ ଓ ପ୍ରଭାରୀ, ବିଧାନସଭା ସଂଯୋଜକ ଓ ପ୍ରଭାରୀ, ବିଭିନ୍ନ ମୋର୍ଚ୍ଚାର ରାଜ୍ୟ ପଦାଧିକାରୀମାନେ।
() ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ ଆସନ୍ତା ୧୯ ଓ ୨୦ତାରିଖରେ ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୁରୀଠାରେ ଅନୁଷ୍ଠିତ ହେବ । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ସଭାପତିତ୍ୱରେ ୧୯ ତାରିଖ ସକାଳେ ପ୍ରଥମେ ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହେବ । ଏହା ପରେ ଅନୁଷ୍ଠିତ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା ଉଦଘାଟନ କରିବେ । ଏହି ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ଶ୍ରୀ ସୁନିଲ ବଂସଲ. ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟ ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି ପ୍ରମୁଖ ଯୋଗ ଦେବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ ସୁଚନା ଦେଇଛନ୍ତି ।
କେନ୍ଦ୍ରରେ ଲଗାତାର ତୃତୀୟ ଥର ଏବଂ ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିବା ପରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ, ସମସ୍ତ ସାଂସଦ ଓ ବିଧାୟକ, ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି ଓ ସାଧାରଣ ସଂପାଦକ, ଲୋକସଭା ସଂଯୋଜକ ଓ ପ୍ରଭାରୀ, ବିଧାନସଭା ସଂଯୋଜକ ଓ ପ୍ରଭାରୀ, ବିଭିନ୍ନ ମୋର୍ଚ୍ଚାର ରାଜ୍ୟ ପଦାଧିକାରୀମାନେ ଯୋଗ ଦେବେ ବୋଲି ଶ୍ରୀ ତ୍ରିପାଠୀ ସୁଚନା ଦେଇଛନ୍ତି ।
ଓଡିଶାବାସୀଙ୍କ ଆର୍ଶୀବାଦରୁ ବିଜେପି ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିବାର ସୁଯୋଗ ପାଇଛି । ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାକୁ ପୁରଣ କରି ଓଡିଶାକୁ ଦେଶର ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ବିଜେପି ସରକାର ପ୍ରତିଶୃତିବଦ୍ଧ । ଏହି କାର୍ଯ୍ୟକାରିଣୀ ବୈଠକରେ ସାଂପ୍ରତିକ ରାଜନୈତିକ ପରିସ୍ଥିତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ତ୍ରିପାଠୀ ସୁଚନା ଦେଇଛନ୍ତି ।
ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ…
() ଓଡିଶା ଲୋକଙ୍କୁ ଶୁଣିବା ଧାରା ଜାରି,
ଲୋକଙ୍କ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଲେ,
ସମାଧାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ।
ଅଭିଯୋଗ ଶୁଣାଣି ପୋର୍ଟାଲକୁ ଅପ୍ଡେଟ୍ କରି ଦୈନିକ ରିପୋର୍ଟ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ।
ଯେଉଁ ଅଭିଯୋଗ ଗୁଡିକ ଶୀଘ୍ର ଫଇସଲା ହେବା ସମ୍ଭବ, ସେଗୁଡିକୁ ଉପରେ ତୁରନ୍ତ ନିଷ୍ପତ୍ତି କରି ଲୋକଙ୍କୁ ନ୍ୟାୟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।
ଲୋକଙ୍କୁ ନ୍ୟାୟ ଦେବାକୁ ଆମ ସରକାର ପ୍ରାଥମିକତା ଦେଉଛନ୍ତି।
ଆଗକୁ ଆର୍.ଡି.ସି ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପାଇଁ ବ୍ୟବସ୍ଥା କରାଯିବ।
() ଲୋକଙ୍କ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଶୁଣିବା ଧାରା ଜାରି ରଖିଛନ୍ତି। ଜୁଲାଇ ୧ ତରିଖରୁ ଆରମ୍ଭ ହୋଇଥିବା ଅଭିଯୋଗ ଶୁଣାଣି ପ୍ରକ୍ରିୟା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଲା। ମୁଖ୍ୟମନ୍ତ୍ରୀଙ୍କ ସହିତ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଆଜି ମୁଖ୍ୟମନ୍ତ୍ରୀ ସକାଳ ୧୦ଟାରେ ଶୁଣାଣି ଆରମ୍ଭ କରି ଅପରାହ୍ନ ପ୍ରାୟ ୪.୩୦ ପର୍ଯ୍ୟନ୍ତ ଶୁଣାଣି ଜାରି ରଖିଥିଲେ। ସମୁଦାୟ ୧୭୪୧ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ଭେଟି ଥିଲେ। ପୂର୍ବରୁ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ଶୁଣୁଥିଲେ ଓ ସମାଧାନ କରୁଥିଲେ । ଲୋକଙ୍କ ସମସ୍ୟାକୁ ମନ ଦେଇ ଶୁଣିବା ଓ ଦୁଃଖ ବୁଝି ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ତାଙ୍କୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ପରିଚୟ ଦେଇଛି ଏବଂ ତାଙ୍କ ସରକାର ଲୋକଙ୍କ ସରକାର ଭାବେ ସୁନାମ ଅର୍ଜନ କରିପାରିଛି।
ଆଜି ଆସିଥିବା ବିଭିନ୍ନ ଅଭିଯୋଗକାରୀମାନଙ୍କ ମଧ୍ୟରୁ ଜଣେ ଥିଲେ ଭୁବନେଶ୍ୱରର ଭିନ୍ନକ୍ଷମ ବ୍ୟକ୍ତି ଶ୍ରୀ ରୋହିତ ପ୍ରଧାନ । ତାଙ୍କର ଜୀବିକା ପାଇଁ ଗୋଟିଏ ଇ-ରିକ୍ସା ଓ ରହିବା ପାଇଁ ଘରର ଆବଶ୍ୟକତା ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଖୁବ୍ ଶୀଘ୍ର ଏକ ଇ-ରିକ୍ସା ଯୋଗାଇଦିଆଯିବ ବୋଲି ଜଣାଇ ଦିଆଯାଇଥିଲା। ଘର ସମ୍ପର୍କରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଥିଲା।
ପାରାଦୀପର ନିରୁପମା ନାୟକ ନାମକ ଜଣେ ମହିଳା ତାଙ୍କର ଦୁଇ ଭିନ୍ନକ୍ଷମ ପିଲାଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି ଜଣେଇବାକୁ ଆସିଥିଲେ। ତାଙ୍କର ଘର ନାହିଁ ଏବଂ ଅନ୍ୟାନ୍ୟ ସମସ୍ୟା ବିଷୟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ଶୁଣିଥିଲେ ଏବଂ ତତ୍କ୍ଷଣାତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସଚିବଙ୍କୁ ଡାକି ତାଙ୍କ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ଉକ୍ତ ମହିଳାଙ୍କୁ କହିଥିଲେ ଯେ ଏବେ ତୁମେ ଭତ୍ତା ପାଉଛ, ଆଗକୁ ଘର ମଧ୍ୟ ତୁମକୁ ମିଳିବ। ଧିରେ ଧିରେ ସବୁ ସମସ୍ୟାର ସମାଧାନ ହେବ, ଧୈର୍ଯ୍ୟ ରଖ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କୁ ଆଶ୍ୱାସନା ଦେଇଥିଲେ ।
ଅଭିଯୋଗ ଶୁଣାଣି ଆରମ୍ଭ ପୂର୍ବରୁ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଅନ୍ୟ ମନ୍ତ୍ରୀ ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରି ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଦକ୍ଷ ଓ ସ୍ୱଚ୍ଛ କରିବା ପାଇଁ ପରାମର୍ଶ ଦେଇଥିଲେ। ଅଭିଯୋଗ ଶୁଣାଣି ପୋର୍ଟାଲକୁ ଅପ୍ଡେଟ୍ କରି ରଖିବା ଓ ଦୈନିକ ରିପୋର୍ଟ ପ୍ରସ୍ତୁତ କରିବାକୁ ସେ କହିଥିଲେ।ବିଶେଷ କରି ଜିଲ୍ଲାସ୍ତରରେ ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ସୁଦୃଢ ଓ ଦକ୍ଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସ୍ଥାନୀୟ ପ୍ରଶାସନ ଦ୍ୱାରା ଲୋକଙ୍କ ଅଭିଯୋଗ ଠିକ୍ ଭାବରେ ଶୁଣାଗଲେ ଲୋକମାନଙ୍କୁ ଆଉ ଭୁବନେଶ୍ୱର ଆସିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।
ସେହିପରି ଯେଉଁ ଅଭିଯୋଗ ଗୁଡିକ ଶୀଘ୍ର ଫଇସଲା ହେବା ସମ୍ଭବ, ସେଗୁଡିକୁ ଉପରେ ତୁରନ୍ତ ନିଷ୍ପତ୍ତି କରି ଲୋକଙ୍କୁ ନ୍ୟାୟ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।ସରକାରୀ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିକୁ ଆସୁଥିବାରୁ ଏହା ଆଚରଣ ବିଧିର ଉଲଂଘନ କରୁଛି। ତେଣୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନ ଆସି, ସଂପୃକ୍ତ ବିଭାଗର କର୍ତ୍ତୃପକ୍ଷମାନଙ୍କୁ ଅଭିଯୋଗ ଜଣାଇବାକୁ ପରାମର୍ଶ ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଲୋକଙ୍କୁ ନ୍ୟାୟ ଦେବାକୁ ଆମ ସରକାର ପ୍ରାଥମିକତା ଦେଉଛନ୍ତି। ମୁଁ ଏବଂ ଆମ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଏଠାରେ ଉପସ୍ଥିତ ରହି ଲୋକଙ୍କ କଥାକୁ ଗୁରୁତ୍ୱ ଦେଇ ଶୁଣି ସେ ସଂପର୍କରେ ଆଲୋଚନା କରି ତୁରନ୍ତ ସଂପୃକ୍ତ ବିଭାଗକୁ ଜଣାଇ ଏହାର ସମାଧାନ ପାଇଁ ପଦକ୍ଷେପ ନେଉଛୁ। ଏହା ଦ୍ୱାରା ଲୋକମାନଙ୍କୁ ତୁରନ୍ତ ନ୍ୟାୟ ଦେବା ସମ୍ଭବ ହେଉଛି। ଏଠାରେ ମନ୍ତ୍ରୀମାନେ ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ। ମନ୍ତ୍ରୀମାନେ ଅଭିଯୋଗ ଗ୍ରହଣ କଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବାଟ ଦେଇ ତାହା ତଳକୁ ଯାଉଛି। ଆମେ ପଛେ ଟିକେ କଷ୍ଟ ପାଉ ଲୋକଟିଏ ଯେପରି ନିରାଶ ନ ହେଉ, ସେଥିପ୍ରତି ଆମେ ସ୍ୱତନ୍ତ୍ର ଦୃଷ୍ଟି ଦେଉଛୁ।
ଆଗକୁ ଏହି ପ୍ରକ୍ରିୟା କେବଳ ଭୁବନେଶ୍ୱରରେ ସିମିତ ନ ରଖି ଆର.ଡି.ସି. ସ୍ତରରେ ଅଭିଯୋଗ ଶୁଣାଣି ପାଇଁ ବିଚାର କରୁଛୁ। ଏହା ଦ୍ୱାରା ଲୋକଙ୍କୁ ନ୍ୟାୟ ପ୍ରଦାନ ପ୍ରକ୍ରିୟା ଆହୁରି ସୁବିଧା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଓୟୁଜେ ସଭାପତିଙ୍କ ଡାକରାରେ ପୁରା ଓଡ଼ିଶାରେ ସାମ୍ବାଦିକ ସୁରକ୍ଷା ମାଗିଲେ…..
() ସମ୍ବାଦିକଙ୍କ ସ୍ୱାର୍ଥରେ ସବୁବେଳେ ଆଗରେ ଠିଆ ହୋଇଥାଏ ଓୟୁଜେ। ଏହିକ୍ରମରେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜଧାନୀରେ ବିଶାଳ ବିକ୍ଷୋଭ କରିଛି ସଂଘ। ଓୟୂଜେ ସଭାପତି ପ୍ରସନ୍ନ ମହାନ୍ତି ଡାକରାରେ ପୁରା ଓଡ଼ିଶାରେ ସାମ୍ବାଦିକ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ରଘୁନନ୍ଦନ ଦାସ ସାମ୍ବାଦିକା ଚିନ୍ମୟୀ ସାହୁଙ୍କୁ କୁକୁର ଲଗାଇ ଦେବାର ଧମକ ଘଟଣା ପ୍ରତିବାଦରେ ସବୁ ଜିଲ୍ଲାରେ ଓୟୁଜେ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସାମ୍ବାଦିକା ଚିନ୍ମୟୀଙ୍କୁ ନ୍ୟାୟ ଦେବା ଓ ରଘୁନନ୍ଦନଙ୍କ ବିରୋଧରେ ଦୃୃଢ କାର୍ଯାନୁଷ୍ଠାନ ଦାବି କରି ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ରାଜଧାନୀରେ ଓୟୁଜେ ସଭାପତିଙ୍କ ନେତୃତ୍ବରେ ଏକ ବିଶାଳ ପ୍ରତିବାଦ ଓ ବିକ୍ଷୋଭ କରାଯାଇଥିଲା l ଏହି ବିକ୍ଷୋଭ ଶୋଭାଯାତ୍ରାରେ ଅଂଶଗ୍ରହଣ କରି ବରିଷ୍ଠ ସାମ୍ବାଦିକ ରବି ଦାସ କହିଲେ ଯେ ରଘୁନନ୍ଦ ଦାସ ବିଜେଡିର ଜଣେ ବରିଷ୍ଠ ନେତା । ସେ ପୂର୍ବରୁ ସୂଚନା ଏବଂ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ । ତାଙ୍କର ଆଚରଣ ସଂପୂର୍ଣ୍ଣ ଅଋଚିକର ଥିଲା । ସାମ୍ବାଦିକା ଚିନ୍ମୟୀ ସାହୁଙ୍କୁ ଆକ୍ରମଣ କରିବାକୁ କୁକୁରମାନଙ୍କୁ ମୁକ୍ତ କରିବା ଭଳି ଭୟଙ୍କର କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ । ରଘୁନନ୍ଦନ ତୁରନ୍ତ କ୍ଷମା ମାଗିବା ଉଚିତ ଏବଂ ପୋଲିସ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ସେ କହିଥିଲେ । ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ସାମ୍ବାଦିକ ସୁରକ୍ଷା ଆଇନକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି ।ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଓୟୁଜେ ସଂଗଠନ ଏହି ଘୃଣ୍ୟ କାର୍ଯ୍ୟକୁ ସାମ୍ବାଦିକମାନେ ବିରୋଧ କରିଛନ୍ତି । ଜୟଦେବ ଭବନରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବିଭିନ୍ନ ଖବରକାଗଜ ଓ ଟିଭି ନ୍ୟୁଜ୍ ଚ୍ୟାନେଲର ସମ୍ପାଦକ ଓ ସାମ୍ବାଦିକମାନେ ସାମିଲ୍ ହୋଇଥିଲେ ।ବରିଷ୍ଠ ସାମ୍ବାଦିକ ମନୋରଂଜନ ମିଶ୍ର, ସନ୍ଦୀପ ମିଶ୍ର, ବିରୁପାକ୍ଷ ତ୍ରିପାଠୀ, ବିପିନ ସିଂ, ସଞ୍ଜୟ ଜେନା, ଲକ୍ଷ୍ମୀନାରାୟଣ କାନୁନଗୋ, ଶାନ୍ତି ଭୂଷଣ ମିଶ୍ର, ଦୁର୍ଗାଶିଷ, ରଂଜନ ତ୍ରିପାଠୀ, ସ୍ୱାଧୀ ରାଉତ, ସାରଦା ଲାହଙ୍ଗୀର ସିଂ, ନୀଲିମା ପ୍ରିୟଦର୍ଶିନୀ, ଭାଗବତ ତ୍ରିପାଠୀ, ସଂଗୀତା ଅଗ୍ରୱାଲ, ରମେଶ ମହାନ୍ତି, ପ୍ରମୋଦ ସାମନ୍ତରାୟ, ଅକ୍ଷୟ ସାହୁ, ରାମଚଣ୍ଡି ରଣପ୍ରତାପ ସିଂହ, ପାର୍ଥସାରଥୀ ଜେନା, ପ୍ରମୋଦ ସାମନ୍ତରାୟ, ସୁରେଶ କର, ସଞ୍ଜୟ ଦାସ, ସୁକାନ୍ତ ମହାନ୍ତିରେ ପ୍ରମୂଖ ଏହି ବିକ୍ଷୋଭରେ ଯୋଗ ଦେଇଥିଲେ ।
ମୋହନଙ୍କ ମନ୍ତ୍ରୀ ମଣ୍ଡଳରେ କିଏ ପାଇଲେ କେଉଁ ବିଭାଗ ପଢନ୍ତୁ…..
ମୋହନ ଚରଣ ମାଝୀ – ଗୃହ, ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଜଳ ସଂପଦ, ଯୋଜନା ଓ ସମନ୍ୱୟ, (ଆବଣ୍ଟିତ ନ ହୋଇଥିବା ଅନ୍ୟ ବିଭାଗ)
ଉପମୁଖ୍ୟମନ୍ତ୍ରୀ
୧) କନକ ବର୍ଦ୍ଧନ ସିଂହ ଦେଓ – କୃଷି ଓ କୃଷକ ସଶକ୍ତକରଣ ଏବଂ ଶକ୍ତି
୨) ପ୍ରଭାତୀ ପରିଡ଼ା – ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ
କ୍ୟାବିନେଟ୍ ମନ୍ତ୍ରୀ
୧) ସୁରେଶ ପୂଜାରୀ – ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା
୨) ରବି ନାରାୟଣ ନାୟକ – ଗ୍ରାମ ଉନ୍ନୟନ. ପଞ୍ଚାୟତରାଜ ଓ ପାନୀୟଜଳ
୩) ନିତ୍ୟାନନ୍ଦ ଗଣ୍ଡ – ସ୍କୁଲ୍ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଓ ସଶକ୍ତକରଣ
୪) କୃଷ୍ଣଚନ୍ଦ୍ର ପାତ୍ର – ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ
୫) ପୃଥ୍ୱୀରାଜ ହରିଚନ୍ଦନ – ଆଇନ୍, ପୁର୍ତ୍ତ ଓ ଅବକାରୀ
୬) ଡ. ମୁକେଶ ମହାଲିଙ୍ଗ – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଦ୍ୟୁତିକ ଓ ସୂଚନା ବୈଷୟିକ
୭) ବିଭୁତି ଭୁଷଣ ଜେନା – ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି
୮) ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର – ଗୃହ ଓ ନଗର ଉନ୍ନୟନ, ସାଧାରଣ ଅଭିଯୋଗ
ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ
୧) ଗଣେଶ ରାମ ସିଂ ଖୁଣ୍ଟିଆ – ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ନିଯୁକ୍ତି ରାଜ୍ୟ ବୀମା
୨) ସୂର୍ଯ୍ୟବଂଶୀ ସୂରଜ – ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି
୩) ପ୍ରଦୀପ ବଳସମାନ୍ତ – ସମବାୟ, ହସ୍ତତନ୍ତ୍ର, ବୟନଶିଳ୍ପ ଓ ହସ୍ତଶିଳ୍ପ
୪) ଗୋକୁଳାନନ୍ଦ ମଲ୍ଲିକ – ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ଅତିକ୍ଷୁଦ୍ର ଓ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ
୫) ସମ୍ପଦ ସ୍ୱାଇଁ – ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା