ମାଲକାନଗିରିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରିରୁ ଆରମ୍ଭ ହେଲା ସ୍ବାସ୍ଥ୍ୟ ସେବାର ଐତିହାସିକ ଯାତ୍ରା

ମାଲକାନଗିରିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର
ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସାରା ଦେଶରେ ପ୍ରଥମ ।

ବଣ୍ଡା ଜନଜାତି ର ମହିଳା ଶୁକ୍ରୀ ଧାଙ୍ଗଡା ମାଝୀ ହେଲେ ପ୍ରଥମ ହିତାଧିକାରୀ

ସମସ୍ତେ ସୁସ୍ଥ ରୁହନ୍ତୁ, ଚିକିତ୍ସା ପାଇଁ ଟଙ୍କା କେବେ ଵି
ବାଧକ ନ ହେଉ – ମୁଖ୍ୟମନ୍ତ୍ରୀ

ମା ମାନଙ୍କ ପାଇଁ ଚିକିତ୍ସା ସୁବିଧା ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ।

ଭୁବନେଶ୍ୱର : ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ । ଚିକିତ୍ସା ପାଇଁ ଟଙ୍କା କେବେ ବି ବାଧକ ନ ହେଉ। ଆଜି ମାଲକାନଗିରି ରେ smart health card ବଣ୍ଟନ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ।

ବଣ୍ଡା ଜନଜାତି ମହିଳାଶୁକ୍ରୀ ଧାଙ୍ଗଡା ମାଝୀଙ୍କୁ ଵିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ର ପ୍ରଥମ smart health card
ପ୍ରଦାନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି ରୁ ସ୍ବାସ୍ଥ୍ୟ ସେବାର ଏହି ଐତିହାସିକ ଯାତ୍ରା ଆରମ୍ଭ କରିଛନ୍ତି ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ସେ ଚାଷୀ ହେଉ ବା ମୂଲିଆ, ଛୋଟ ଦୋକାନୀ ହେଉ, ବା ରିକ୍ସା ବାଲା, ଟ୍ରଲି ବାଲା କିମ୍ବା ଦୂର ଦୂରାନ୍ତରେ ରହୁଥିବା ଜନଜାତି ଭାଇ ଭଉଣୀ, ବା ସାଧାରଣ ଲୋକ, ସେ ଗାଁ ରେ ରହୁ ବା ସହରରେ, ସମସ୍ତଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ ।

ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ । ଚିକିତ୍ସା ପାଇଁ ଟଙ୍କା କେବେ ବାଧକ ନ ହେଉ। ସମସ୍ତେ ସୁସ୍ଥ ରହି ନିଜ ପରିବାରର ଉନ୍ନତି ପାଇଁ କାମ କରନ୍ତୁ । ପ୍ରତି ପରିବାରର ଉନ୍ନତି ରେ ହିଁ ରାଜ୍ୟର ଉନ୍ନତି ବୋଲି ସେ କହିଥିଲେ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳା ମାନଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ୧୦ ଲକ୍ଷ ଟଙ୍କାକୁ କିପରି ବୃଦ୍ଧି ହେଲା ସେ ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ “୨୦୧୮ ମସିହାରେ ମାଲକାନଗିରି ପାଇଁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଚାଲିଥିଲା । ମୁଁ ଲୋକସେବା ଭବନରୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି । ସେ ସଭାରେ ଝିଅଟିଏ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମା ମାନଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଲା । ଝିଅ ଟିର ସାହସ ଓ ବୁଦ୍ଧିକୁ ସମସ୍ତେ ସେ ଦିନ ତାରିଫ କରିଥିଲେ । ଝିଅଟି ଥିଲା ଆମ ମାଲକାନଗିରିର ମମତା ପଡିଆମୀ । ତାଙ୍କ proposalଟି ମୋତେ ବହୁତ ଭଲ ଲାଗି ଥିଲା ଏବଂ ମୁଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳା ମାନଙ୍କ ଚିକିତ୍ସା ସୁବିଧା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଥିଲି ।”

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଆମେ ନୂଆ ରୂପରେ କାର୍ଯ୍ୟକାରୀ କରିବାକୁ ଯାଉଛୁ । ଏହି କାର୍ଯ୍ୟକ୍ରମ ମୁଁ ମାଲକାନଗିରିରୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଲି। ଆଗାମୀ ସେପ୍ଟେମ୍ବର ପହିଲାରୁ ଏହା ଲାଗୁ ହେବ ।
ରାଜ୍ୟର ୯୬ ଲକ୍ଷ ପରିବାରକୁ ଏହି କାର୍ଡ ଦିଆଯିବ ବୋଲି ପ୍ରକାଶ କରି ସେ କହିଲେ ଯେ ରାଜ୍ୟର ସାଢେ ତିନି କୋଟି ଲୋକ ଉପକାର ପାଇବେ। ଏହି ନୂଆ ବ୍ୟବସ୍ଥାରେ ଆପଣଙ୍କୁ ହସ୍‌ପିଟାଲରେ କିଛି document ଦେବା ଦରକାର ହେବ ନାହିଁ ବୋଲି ସେ କହିଥିଲେ। କେବଳ ଏହି Smart Health Card ସାଥିରେ ନେଇ ହସପିଟାଲ ଯିବାକୁ ହେବ। ଦେଶର ୨୦୦ରୁ ଅଧିକ ବଡ ବଡ ହସ୍‌ପିଟାଲରେ ଏହି କାର୍ଡ ଜରିଆରେ ହିତାଧିକାରୀମାନେ ଚିକିତ୍ସା ସୁବିଧା ପାଇପାରିବେ ।

ଏହି କାର୍ଡରେ ପରିବାର ପାଇଁ ୫ ଲକ୍ଷ ଟଙ୍କା ଓ ମା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ ।

ଏଭଳି ସୁବିଧା ଦେବା ରେ ସାରା ଦେଶରେ ଓଡିଶା ପ୍ରଥମ ।ଆପଣଙ୍କ ରାଜ୍ୟ ସରକାର ପ୍ରଥମ । ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ସେ କହିଥିଲେ।

ସ୍ବାସ୍ଥ୍ୟ ସହିତ ଅର୍ଥନୀତିର ନିବିଡ ସଂପର୍କ ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ବାସ୍ଥ୍ୟ ଆମ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ସ୍ବାସ୍ଥ୍ୟ ହିଁ ସମ୍ପଦ ବୋଲି କୁହାଯାଏ । ତେଣୁ ପରିବାରରେ କେହି ଅସୁସ୍ଥ ହୋଇପଡିଲେ, ଆମର ଚିନ୍ତା ବଢିଯାଇଥାଏ । ସବଠୁ ବଡ ଚିନ୍ତା ଥାଏ ଚିକିତ୍ସା ପାଇଁ ଆବଶ୍ୟକ ଟଙ୍କା । ଏଥିପାଇଁ କିଏ ଜମି ବିକିଥାଏ, କିଏ ସୁନା ବିକିଥାଏ, କିଏ ଋଣ କରିଥାଏ। କେହି କେହି ଚିକିତ୍ସା ଖର୍ଚ୍ଚ ପାଇଁ ପିଲାମାନଙ୍କ ପାଠପଢା ମଧ୍ୟ ବନ୍ଦ କରିଦେଇଥାନ୍ତି । କେହି କେହି ମଧ୍ୟ ଧାର କରଜ କରିଥାନ୍ତି ।

“ ଏ ଖବର ମୁଁ ଯେତେବେଳେ ଶୁଣେ, ମୋତେ ବହୁତ ଦୁଃଖ ଲାଗେ। ଆମର ଏହି Smart Health Card ଆପଣଙ୍କର ଏ ଦୁଃଖ ଲାଘବ କରିବ। ଚିକିତ୍ସା ବୋଝ କମ୍‌ କରିବାରେ ସାହାଯ୍ୟ କରିବ । ଆପଣଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି। ତେଣୁ ଏ ବାବଦ ଟଙ୍କାକୁ ଆପଣ ସଞ୍ଚୟ କରିପାରିବେ। ନିଜ ପିଲାଙ୍କ ପାଠପଢା ପାଇଁ, ପରିବାରର ଉନ୍ନତି ପାଇଁ ଖର୍ଚ୍ଚ କରିପାରିବେ ।”

ରାଜ୍ୟର ସବୁ ସରକାରୀ ହସ୍‌ପିଟାଲ ଗୁଡିକରେ ସମସ୍ତ ସ୍ବାସ୍ଥ୍ୟ ସେବା ମାଗଣାରେ ପ୍ରଦାନ କରାଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସବୁ ସରକାରୀ ହସ୍‌ପିଟାଲରେ ଓଡିଶାବାସୀଙ୍କର ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି। ଆମର ସରକାରୀ ହସ୍‌ପିଟାଲରେ ଡ଼ାଇଲିସିସ୍‌ ଠାରୁ ଆରମ୍ଭ କରି କେମୋ ଥେରାପୀ, ସିଟି ସ୍କାନ, MRI, ବିଭିନ୍ନ ପାଥୋଲୋଜୀ ଟେଷ୍ଟ ସୁବିଧା ମିଳୁଛି। ମୁଁ ବହୁତ ଖୁସି ଯେ ଆମର ଲକ୍ଷ ଲକ୍ଷ ରୋଗୀ ସରକାରୀ ହସ୍‌ପିଟାଲରେ ଏ ସୁବିଧା ନେଉଛନ୍ତି ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ ଓଡ଼ିଶାରେ ସ୍ବାସ୍ଥ୍ୟ ସେବା ବିକାଶ ଉପରେ ଆଲୋକପାତ କରିଥିଲେ ।
ସେ କହିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆମ ମୁଖ୍ୟମନ୍ତ୍ରୀ ସାରା ଦେଶରେ ଆଦର୍ଶ ହୋଇଛନ୍ତି ।ଏମ୍ ପି ଶ୍ରୀ ରମେଶ ମାଝି ସ୍ଵାଗତ ଭାଷଣଦେଇ ଥିଲେ ।କ୍ରୀଡା ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା ଧନ୍ୟବାଦ ଜଣାଇଥିଲେ ।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ରେ ମହିଳାଙ୍କ ଚିକିତ୍ସା ଖର୍ଚ୍ଚ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଥିବା ମମତା ପତିଆମୀ ମଧ୍ୟ ସଭାରେ ଯୋଗଦେଇ ତାଙ୍କ ମତାମତ ଦେଇ ଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସଚେତନତା ରଥର ଶୁଭାରମ୍ଭ କରିଥିଲେ ।ଏହି smart card ରେ 64kbର ଚିପ୍ସ ରହିଛି ।ଏଥିରେ ହିତାଧିକାରୀଙ୍କ ସମସ୍ତ ତଥ୍ୟ ରହିଛି । ହିତାଧିକାରୀ ଚାହିଁଲେ ମୋ ସେବା କେନ୍ଦ୍ର କୁ ଯାଇ ନୂଆ ତଥ୍ୟ ଯୋଗ କରି ପାରିବେ ।ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ମନ୍ତ୍ରୀ ମଣ୍ଡଳ ର ସଭ୍ୟ ବୃନ୍ଦ ,ଏମ ପିଏମ୍ ଏଲ୍ ଏ ପ୍ରମୁଖ ଉପସ୍ଥିତ ଥିଲେ ।

ଧର୍ମେନ୍ଦ୍ରଙ୍କୁ ବୁଝାଇଲେ ପ୍ରଣବ : ମମତା, କାଳିଆ ଯୋଜନା ପରି ବିଜୁ ସ୍ୱାସ୍ଥ୍ୟକଲ୍ୟାଣକୁ ଦେଶରେ ଲାଗୁକର … 

() ରାଜ୍ୟର ଅନେକ ଯୋଜନା ଏବେ ସାରା ଦେଶପାଇଁ ରୋଲ ମଡ଼େଲ ସାଜିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ ଉପକାରୀ ଯୋଜନାକୁ ପରବର୍ତ୍ତିୀ ସମୟରେ ଅନ୍ୟରାଜ୍ୟ ଓ ପୁରା ଦେଶ ଗ୍ରହଣ କରିଛି । ତେଣୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯେଉଁ ନୂଆରୂପ ନେଇଛି ତାହା ବି ଦେଶ ପାଇଁ ରୋଲ ମଡ଼େଲ । ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଲୋକମାନଙ୍କୁ ଡ଼ିଜିଟାଲ ହେଲଥ କାର୍ଡ଼ ଯୋଗାଇ ଦେବ । ଯେଉଁଥିରେ ପ୍ରତ୍ୟେକ ପରିବାରକୁ ୨ଟି କାର୍ଡ଼ ମିଳିବ । ରାଜ୍ୟର ୯୫ ଲକ୍ଷ ପରିବାର ଓ ସାଢେ ୩କୋଟି ଓଡ଼ିଆବାସୀ ଏଥିରେ ଉପକୃତ ହେବେ । ଯେଉଁଥିରେ ପରିବାରକୁ ୫ଲକ୍ଷ ଓ ମହିଳାଙ୍କୁ ୧୦ଲକ୍ଷ ଚିକିତ୍ସା ସୁବିଧା ପ୍ରତିବର୍ଷ ମିଳିବ । ଏବେ ସମୟ ଆସିଛି ଭାରତ ସରକାର ଏହି ଯୋଜନାକୁ ଲାଗୁ କରନ୍ତୁ । କାରଣ ପୂର୍ବରୁ ଓଡ଼ିଶା କରିଥିବା ମମତା, କାଳିଆ ଭଳି ଅନେକ ଯୋଜନାକୁ କେନ୍ଦ୍ର ଗ୍ରହଣ କରିଛି । ତେଣୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ମଧ୍ୟ ଆପଣ ଲାଗୁ କରିବେ ସୁନିଶ୍ଚିତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭାଇବୋଲି ସମ୍ବୋଦିତ କରି ଓଡ଼ିଶାବାସୀଙ୍କ ପାଇଁ ଏପରି ପରାମର୍ଶ ଦେଇଛନ୍ତି ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଣବ ଏପରି ତଥ୍ୟ ଭିତ୍ତିକ ଓ ସରଳ ଭାବରେ ଆୟୁଷ୍ମାନ ଭାରତ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମଧ୍ୟରେ ଫରକ ଏବେ ଚର୍ଚ୍ଚାର ବିଷୟ । ପ୍ରଣବଙ୍କ ଟ୍ୱିଟ ଗୋଟିଏ ବାର୍ତ୍ତା ଦେଉଛି ଯେ ଜନହିତ ପାଇଁ ଯେଉଁ ଯୋଜନାକୁ କରାଯାଉଛି ତାହାକୁ ନେଇ ରାଜନୀତି ନକରୁ ବିଜେପି । ବଂର ରାଜ୍ୟ ସରକାର କରୁଥୀବା ଏହି ମଡ଼େଲକୁ କେନ୍ଦ୍ର ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ଯେଉଁଥି ପାଇଁ ପୁଣିଥରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କକୁ ଭାଇ ସମ୍ବୋଦିତ କରି ଆୟୁଷ୍ମାନ ଭାରତ ଓ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ମଧ୍ୟର ଫରକ କଣ ତାହା ବୁଝାଇଛନ୍ତି ବିଜେଡ଼ି ସାଗଂଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) । କାହିକିଁ ଆୟୁଷ୍ମାନ ଭାରତ ଅପେକ୍ଷା ବିଜୁସ୍ୱାସ୍ଥ୍ୟକାର୍ଡ଼ ଭଲ ତାହା ତାର ଏକ ତୁଳନାତ୍ମକ ତଥ୍ୟ ଦେଇ ଟ୍ୱିଟରେ ବୁଝାଇଦେଇଛନ୍ତି କେନ୍ଦ୍ରମନ୍ତ୍ରୀଙ୍କୁ । ପ୍ରଣବ ନିଜ ଟ୍ୱିଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବୁଝାଇ କହିଛନ୍ତି ଯେ ଆୟୁଷ୍ମାନ ଯୋଜନାରେ ମା ମାନଙ୍କକ ପାଇଁ ଅନ୍ୟସୁବିଧା ରହିଛି । କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଆ ମାନଙ୍କ ପାଇଁ ୧୦ଲକ୍ଷ ପର୍ଯ୍ୟନ୍ତ ସୁବିଧା ଅଛି । ସେହିପରି ଆୟୁଷ୍ମାନ ଭାରତ ଯୋଜନା କେବଳ ସରକାରଙ୍କ ହସ୍ପିଟାଲରେ ସୀମିତ , ହେଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉଭୟ ସରକାର ଓ ବେସରକାରୀ ହସ୍ପିଟାଲରେ ମିିଳିବ ସୁବିଧା । ଯାହାର ସରକାରଙ୍କ ହସ୍ପିଟାଲରେ କୌଣସି ସୀମା ନାହିିଁ । ସେହିପରି ଆୟୁଷ୍ମାନ ଯୋଜନାରେ ୬୦ ଲକ୍ଷ ହିତାଧିକାରୀ ଭିତରେ ସୀମିତ ହେଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧି କାରୀ ହେଉଛନ୍ତି ୯୬ଲକ୍ଷ ପରିବାର । ତେଣୁ ସରଳଭାଷାରେ କହିଲେ ଆୟୁଷ୍ମାନ ଭାରତ ହେଉଛି ଏକ ଇନ୍ସୁରାନ୍ସ କିନ୍ତୁ ବିଜୁ ସ୍ୱାସ୍ଥ୍ର‌୍ୟ କଲ୍ୟାଣ ଯୋଜନା ହେଉଛି ଏସୁରାନ୍ସ । ଯାହାକି ସଂପୂର୍ଣ୍ଣ ସ୍ୱାସ୍ଥ୍ୟସେବାର ଭରଷା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତଥ୍ୟ ସହ ବୁଝାଇଛନ୍ତି ପ୍ରଣବ ।

ଯେତେବେଳେ ନିର୍ବାଚନ ସମୟ ଆସୁଛି ସେତେବେଳେ ବିଜେପି ଓ କେନ୍ଦ୍ରମନ୍ତ୍ରୀମାନେ ଆୟୁଷ୍ମାନ ଭାରତ ଯୋଜନା ପ୍ରସଙ୍ଗ ଉଠାନ୍ତି । ରାଜ୍ୟ ଏହାକୁ ଲାଗୁ କରିବା ପାଇଁ ଦାବି କରନ୍ତି । ହେଲେ ଆୟୁଷ୍ମାନ ଭାରତ ଯୋଜନା ଠାରୁ ଦେଢେ ଗୁଣରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଭଲ ଏକଥା ବାରମ୍ବାର ରାଜ୍ୟ ସରକାର ପକ୍ଷରୁ କେନ୍ଦ୍ରକୁ କୁହାଯାଉଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀମାନେ ଏହି ପ୍ରସଙ୍ଗକୁ ନେଇ ରାଜନୀତି କରିବାକୁ ପଛାଉ ନାହାନ୍ତି । ପୂନର୍ବାର ଏ ପ୍ରସଙ୍ଗ କେନ୍ଦ୍ରମନ୍ତ୍ରୀ ଉଠାଇବାରୁ ବିଜେଡ଼ି ସାଂଗଠନିକ ସମ୍ପାଦକ ତାହା ଜବାବ ଟ୍ୱିଟ ମାଧ୍ୟମରେ ଦେଇଛନ୍ତି ।

ନବନୀଙ୍କ ଗସ୍ତ ପୂର୍ବରୁ ଗ୍ରାଉଣ୍ଡ ଜିରୋରେ ପ୍ରଣବ…

() ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନାଗରି ଗସ୍ତରେ ଯିବେ । ମୁଖ୍ୟମନ୍ତ୍ରୀଙ୍କ ସହ ୮ଜଣ ମନ୍ତ୍ରୀ ବି ଯିବେ । ଦ୍ୱିତୀୟ ଲହର ସରିସରି ଆସୁଥିବା ବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ନିଷ୍ପତି ନେଇଛନ୍ତି ନବୀନ । ଦେଶର ପ୍ରଥମରାଜ୍ୟ ଭାବେ ଓଡ଼ିଶା ୯୫ଲକ୍ଷ ପରିବାର ଓ ସାଢେ ୩ଟି କୋଟି ଓଡ଼ିଆଙ୍କୁ ଡ଼ିଜିଟାଲ ହେଲଥ କାର୍ଡ଼ ଦେବେ । ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା ଇତିହାସ ରଚିଛନ୍ତି । ସୁଖି ଓଡ଼ିଶା ଓ ସୁସ୍ଥ ଓଡ଼ିଶାର ନାରା କେବଳ ନାରା ନୁହେଁ, ବଂର ପ୍ରତ୍ୟେକ ଓଡ଼ିଆ ଏଥିରେ ଯୋଡ଼ି ହୋଇଛନ୍ତିି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ । ଯାହାର ଶୁଭାରମ୍ଭ ମାଲକାନାଗିରି ଜିଲ୍ଳାରୁ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି । ନିଜେ ଲୋକଙ୍କୁ ଏହି କାର୍ଡ଼ ବଣ୍ଟନ କରିବେ ।
ଯେତେବେଳେ ବି ମୁଖ୍ୟମନ୍ତ୍ରୀ ଯେ କୌଣସି ନୂଆ ଯୋଜନା ଘୋଷଣା କରିନ୍ତି ତାହାକୁ ଗ୍ରାଉଣ୍ଡରେ ଶତ ପ୍ରତିଶତ ସଫଳ କରିବା ପାଇଁ ପ୍ରଶାସନ ଦଳ ସହ ଦଳର ଯୁବ ନେତା ତଥା ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଉପରେ ଆସ୍ଥା ପ୍ରକଟ କରନ୍ତି । ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ସଫଳତାର ସହ ପହଞ୍ଚାିବା ପାଇଁ ପ୍ରଣବ ସାଜନ୍ତି ନବୀନଙ୍କ ସେନାପତିି । ଦଳୀୟ ବିଧାୟକ, ମନ୍ତ୍ରୀ, ସାଂସଦ, ଓ କର୍ମୀଙ୍କ ଏହି କାମରେ ଭଲ ଭାବରେ ଲଗାନ୍ତି ସେ । ଲୋକଙ୍କ ପାଇଁ ନବୀନ କରୁଥିବା ଯୋଜନାର ସୁଫଳ ମଧ୍ୟ ଲୋକେ ପାଆନ୍ତି ।
ନବୀନ ଗସ୍ତର ୨ଦିନ ପୂର୍ବରୁ ପ୍ରଣବ ମାଲକାନାଗିରି ଗସ୍ତ କରି ଦଳୀୟ କର୍ମୀ ଓ ନେତାଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ କର୍ମୀ ଓ ନେତାଙ୍କ ପରାମର୍ଶ ନେବା ସହ ଦାୟିତ୍ୱ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ୮ଜଣ ମନ୍ତ୍ରୀ ମାଲକାନାଗିରିର ବିଭିନ୍ନ ବ୍ଲକ, ପଂଚାୟତକୁ ଯାଇ ସ୍ମାଟ କାର୍ଡ଼ ବଣ୍ଟନ କରିବେ । ଏହି ମନ୍ତ୍ରୀମାନେ ହେଉଛନ୍ତି ଡ଼.ଅରୁଣ ସାହୁ, ନବ ଦାସ.ସମୀର ଦାସ, ତୁଷାରକାନ୍ତି ବେହେରା, ଜଗନ୍ନାଥ ସାରକା,ପଦ୍ମିନ ଦିଆନ, ପଦ୍ମନାଭ ବେହେରା, ବିକ୍ରମ କେଶରୀ ଆରୁଖ, । ସେହିପରି ବିଜେଡ଼ି ସାଂସଦ ରମେଶ ମାଝୀ, ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ବିଜେଡ଼ି ନେତା ଇଶ୍ୱର ପାଣୀଗ୍ରାହୀ, ବିଧାୟକ ଚନ୍ଦ୍ର ସାରଥୀ ବେହେରା, ନୃସିଂହ ଚରଣ ମହାନ୍ତି,ଗୋପାଳ ପଣ୍ଡା, ପ୍ରଭାକର ପ୍ରଧାନ ସହ ଦଳୀୟ କର୍ମୀଙ୍କ ସହ ପ୍ରଣବ ଆଲୋଚନା କରିଛନ୍ତି । ଏହାସହ ସଭାସ୍ଥଳ ଓ ବିଭିନ୍ନ ପଂଚାୟତାରେ କାର୍ଯ୍ୟକ୍ରମ ଉପରେ ତଦାରଖ କରିଛନ୍ତି ସେ ।

ରାଉଲକେଲାରେ ୨୦୨୨ ଜୁଲାଇ ସୁଦ୍ଧା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ କାର୍ଯ୍ୟ ସରିବ।

ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କ ରାଉରକେଲା ଗସ୍ତ

ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

• ୨୦୨୨ ଜୁଲାଇ ସୁଦ୍ଧା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ କାର୍ଯ୍ୟ ସରିବ।

• ହକି ବିଶ୍ବକପ‌୍‍କୁ ଦୃଷ୍ଟିରେ ରଖି ରାଉରକେଲା ଏୟାରପୋର୍ଟର ସଂପ୍ରସାରଣ କରାଯାଉଛି

• ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ରାଉରକେଲାରେ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତ ରହିଛି

ରାଉରକେଲା :  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିଦ୍ଦେର୍ଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ‌୍‍, ଜାତୀୟ ସ୍ବାସ୍ଥ୍ୟ ମିଶନ, ଓଡ଼ିଶା ନିର୍ଦ୍ଦେଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ତଥା କ୍ରୀଡ଼ା ବିଭାଗ ସଚିବ ଶ୍ରୀ ଆର. ଭିନିଲ‌୍‍ କ୍ରିଷ୍ଣା ଆଜି ରାଉରକେଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି୤

ଏହି ଉଚ୍ଚ ପ୍ରତିନିଧି ଦଳ ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ, ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ, ଫୁଟବଲ‌୍‍ ଖେଳ ସହ ଆଥ‌୍‍ଲେଟିକ୍ସ ପାଇଁ ନିର୍ମାଣାଧୀନ ବିର୍ସା ମୁଣ୍ଡା ଷ୍ଟାଡିୟମ ସହିତ ସାଇନ୍ସ ପାର୍କ ଏବଂ ପ୍ଲାନେଟାରିୟମ‌୍‍ କାର୍ଯ୍ୟ ବୁଲି ଦେଖିଛନ୍ତି୤ଏହା ସହିତ ରାଉରକେଲାର ବସ୍ତି ବାସିନ୍ଦାଙ୍କ ଥଇଥାନ ପାଇଁ ତିଆରି ହେଉଥିବା ବାସୋପଯୋଗୀ ପ୍ରକଳ୍ପସ୍ଥଳ ମଧ୍ୟ ଅନୁଧ୍ୟାନ କରିଛନ୍ତି୤ବିଭିନ୍ନ ପ୍ରକଳ୍ପ ସ୍ଥାନ ପରିଦର୍ଶନ କରିବା ପରେ ଏହି ଟିମ‌୍‍ ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲା ଏଡିଏମ‌୍‍ ତଥା ମହାନଗର ନିଗମ କମିଶନର ଏବଂ ଅନ୍ୟ ଅଧିକାରୀମାନଙ୍କ ସହ ବିମାନବନ୍ଦରଠାରେ ସମୀକ୍ଷା କରିଥିଲେ୤

ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ
“ରାଉରକେଲାରେ ନିର୍ମାଣାଧୀନ ଅନ୍ତର୍ଜାତୀୟ ହକି
ଷ୍ଟାଡିୟମକୁ ୨୦୨୨ ଜୁଲାଇ ସୁଦ୍ଧା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛି୤ ଏହାଛଡ଼ା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ବ ନିର୍ମାଣ କାମ ମଧ୍ୟ ଶେଷ ପର୍ଯାୟରେ ପହଞ୍ଚି ଛି ।୤ ନିର୍ମାଣାଧୀନ ବିର୍ସା ମୁଣ୍ଡା ଷ୍ଟାଡିୟମ ଫୁଟବଲ ଖେଳ ସହ ଆଥଲେଟିକ‌୍‍ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ୤ ସେଠାରେ ୪୦୦ ମିଟର ବିଶିଷ୍ଟ ଆଥଲେଟିକ‌୍‍ ଟ୍ରାକ‌୍‍ ନିର୍ମାଣ କରାଯାଉଛି୤

ଏତଦବ୍ୟତୀତ ସ୍ମାର୍ଟ ସିଟି ଅଧୀନରେ ମଧ୍ୟ ଅନେକ ପ୍ରକଳ୍ପ ଚାଲିଛି୤ ତେଣୁ ବିଶ୍ବକପ‌୍‍ ହକିକୁ ଦୃଷ୍ଟିରେ ରଖି ରାଉରକେଲାରେ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି”, ସେହିପରି
ଏୟାରପୋର୍ଟ ଅଥରିଟି ଅଫ‌୍‍ ଇଣ୍ଡିଆ ପକ୍ଷରୁ ରାଉରକେଲା ଏୟାରପୋର୍ଟର ସଂପ୍ରସାରଣ କାର୍ଯ୍ୟ ଜାରି ରହିଛି । ସେଠାରେ ଟର୍ମିନାଲ ବିଲ୍ଡିଂ ମଧ୍ୟ ନିର୍ମାଣ କରାଯିବ୤ ଏହାକୁ ଆଗାମୀ ୨୦୨୨ ମେ’ ମାସ ସୁଦ୍ଧା ଶେଷ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି୤ଛେଣ୍ଡଠାରେ ତିଆରି ହେଉଥିବା ସାଇନ୍ସ ପାର୍କ ଓ ପ୍ଲାନେଟାରିୟମ କାର୍ଯ୍ୟ ଆସନ୍ତା ବର୍ଷ ଜୁନ‌୍‍ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି୤

ଏହି ଗସ୍ତ ଅବସରରେ ମୁଖ୍ୟ ଶାସନ ସଚିବ ଓ,5Tସଚିବ ରାଉରକେଲାରେ କୋଭିଡ‌୍‍ ପରିସ୍ଥିତିର ସମୀକ୍ଷା କରିଥିଲେ୤ ଗଣମାଧ୍ୟମକୁ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, “ବର୍ତ୍ତମାନ ରାଉରକେଲାରେ ଜେ ପି ହସ୍ପିଟାଲକୁ ସରକାରୀ କୋଭିଡ‌୍‍ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ ରଖାଯାଇଛି୤ ସେହିପରି ସୁନ୍ଦରଗଡ଼ରେ ଏନଟିପିସି କୋଭିଡ‌୍‍ ସ୍ବାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ ରହିଛି୤ ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରଶାସନ ସବୁ ଦୃଷ୍ଟିରୁ ପ୍ରସ୍ତୁତ ରହିଛି’’, ।

ଏହି ସଚିବସ୍ତରୀୟ ପ୍ରତିନିଧି ଦଳ ପ୍ରଥମେ ବିପିୟୁଟି କ୍ୟାମ୍ପସରେ ନିର୍ମାଣ ଚାଲିଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର କାର୍ଯ୍ୟ ବୁଲି ଦେଖିଥିଲେ୤ ନିର୍ଦ୍ଧାରିତ ସମୟ ଅନୁଯାୟୀ ସମସ୍ତ କାର୍ଯ୍ୟ ଯେପରି ସମ୍ପାଦନ କରାଯିବ ସେଥିପାଇଁ ମୁଖ୍ୟ ଶାସନ ସଚିବ ସ୍ଥାନୀୟ ପ୍ରଶାସନକୁ ନିଦ୍ଦେର୍ଶ ଦେଇଥିଲେ୤ ୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ବକପ‌୍‍ ଭୁବନେଶ୍ବର ସହିତ ରାଉରକେଲାର ଏହି ଷ୍ଟାଡିୟମରେ ଆୟୋଜନ କରାଯିବ୤ ଏକାସାଙ୍ଗରେ ଏଠାରେ ୨୦ ହଜାର ଦର୍ଶକ ବସି ଖେଳ ଉପଭୋଗ କରିପାରିବେ୤

ହକି ସହିତ ବିଭିନ୍ନ କ୍ରୀଡ଼ାର ବିକାଶ ଲାଗି ସହରରେ ଯେଉଁ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ କରାଯାଉଛି ତାହା ସ୍ମାର୍ଟ ସିଟି ରାଉରକେଲାକୁ ଆଗାମୀ ଦିନରେ ଦେଶର ଏକ ପ୍ରମୁଖ କ୍ରୀଡ଼ା ହବ‌୍‍ ଭାବେ ପରିଚିତ କରାଇବ୤ପାନପୋଷଠାରେ ବ୍ୟାଡମିଣ୍ଟନ ଏବଂ ଲନ‌୍‍ ଟେନିସ‌୍‍ ଖେଳର ପ୍ରସାର ପାଇଁ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ନିର୍ମାଣ କରାଯାଉଛି୤ ଏଠାରେ ୩ଟି ଇନଡୋର ବ୍ୟାଡ‌୍‍ମିଣ୍ଟନ କୋର୍ଟ ସହିତ ଆଉଟଡୋର ଲନ‌୍‍ ଟେନିସ‌୍‍ କୋର୍ଟ ରହିଛି୤ଖେଳାଳିମାନଙ୍କ ଫିଟନେସ‌୍‍ ପାଇଁ ଅତ୍ୟାଧୁନିକ ଜିମ‌୍‍ର ବ୍ୟବସ୍ଥା କରାଯାଉଛି୤

ସେହିପରି ଫୁଟବଲ ଖେଳ ସହ ଆଥ‌୍‍ଲେଟିକ୍ସ ପାଇଁ ବିର୍ସା ମୁଣ୍ଡା ଷ୍ଟାଡିୟମ ତିଆରି କରାଯାଉଛି୤ସଚିବସ୍ତରୀୟ ପ୍ରତିନିଧି ଦଳ ଏହି ଦୁଇଟି ପ୍ରକଳ୍ପସ୍ଥଳ ବୁଲି ଏହାର ଅଗ୍ରଗତି ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିଥିଲେ୤

ସହରାଞ୍ଚଳର ଗରିବ ବସ୍ତି ବାସିନ୍ଦାଙ୍କୁ ବାସୋପଯୋଗୀ ଘର ଯୋଗାଇଦେବା ସରକାରଙ୍କ ଲକ୍ଷ୍ୟ୤ ତେଣୁ ରାଉରକେଲାରେ ଏଥିପାଇଁ ଅତି ସ୍ବଳ୍ପ ମୂଲ୍ୟରେ ଘର ଯୋଗାଇ ଦେବାକୁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି୤ ଏହି ପ୍ରତିନିଧି ଦଳ ଆଜି ଛେଣ୍ଡଠାରେ ପ୍ରାୟ ୫ ଏକର ଜମିରେ ଚାଲିଥିବା ଏହି ଆବାସ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ୤ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ୫ଟି ପ୍ରକଳ୍ପ କରାଯାଉଛି, ଯେଉଁଠି ବସ୍ତି ବାସିନ୍ଦାଙ୍କ ପାଇଁ ପ୍ରାୟ ୩ ହଜାର ଘର ନିର୍ମାଣ କରାଯିବ୤ ଏହି ଗସ୍ତ ବେଳେ ୫ଟି ସଚିବ କହିଥିଲେ ଯେ, ଯେତେଶୀଘ୍ର ସମ୍ଭବ ହିତାଧିକାରୀମାନଙ୍କୁ ସେମାନଙ୍କ ପାଇଁ ନିର୍ଦ୍ଧାରିତ ଘର ଚିହ୍ନଟ କରି ଜଣାଇ ଦେବା ପାଇଁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ ।
ଯାହା୤ ଫଳରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ହିତାଧିକାରୀମାନେ ନିଜ ନିଜ ଘରର ଗୁଣାତ୍ମକ ମାନ ତଦାରଖ କରିପାରିବେ୤

ଏହି ଗସ୍ତ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନର ପ୍ରସାର ପାଇଁ ଛେଣ୍ଡଠାରେ ପ୍ରାୟ ୮ ଏକର ଜମିରେ ଚାଲିଥିବା ସାଇନ୍ସ ପାର୍କ ଏବଂ ପ୍ଲାନେଟାରିୟମର ନିର୍ମାଣ କାର୍ଯ୍ୟ ମଧ୍ୟ ସଚିବସ୍ତରୀୟ ପ୍ରତିନିଧି ଦଳ ବୁଲି ଦେଖିଥିଲେ

୤ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ୤

୫-ଟି ସଚିବଙ୍କ ଦୁଇ ଦିନିଆ ଗଞ୍ଜାମ ଗସ୍ତ….

 

୫-ଟି ସଚିବଙ୍କ ଦୁଇ ଦିନିଆ ଗଞ୍ଜାମ ଗସ୍ତ

୩୯ଟି ସ୍କୁଲର ରୂପାନ୍ତରୀକରଣ କାମ ସଂପୂର୍ଣ୍ଣ

୨୧ରୁ ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ

ଭିଡ଼ିଓ କଲ୍ ଯୋଗେ ପିଲାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ତାରାତାରିଣୀ ମନ୍ଦିର ଓ ପାରିପାର୍ଶ୍ବିକ ବିକାଶ କାର୍ଯ୍ୟ
ନଭେମ୍ଭର ସୁଦ୍ଧା ସଂପୂର୍ଣ୍ଣ ହେବ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ୍ ୧୫ ଓ ୧୬ ତାରିଖ ଦୁଇ ଦିନ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ ଗସ୍ତ କରି ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଏହି ଅବସରରେ
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କଲ୍ ଯୋଗେ ଶାସନ ଆମ୍ଵ ଗାଁର ବୃନ୍ଦାବନ ସ୍ମୃତି ବିଦ୍ୟାପୀଠ ର ଛାତ୍ରଛାତ୍ରୀ ମୀରା ସ୍ବାଇଁ ଓ ଦୀପକ ଦଳାଇଙ୍କ ସହ କଥା ହୋଇ ସ୍କୁଲ ରୂପାନ୍ତରୀକରଣ କାମ ସମ୍ପର୍କରେ ପିଲା ତଥା ଅଭିଭାବକ ମାନଙ୍କ ମତାମତ ଲୋଡିଥିଲେ ।ସେମାନେ ସ୍କୁଲ ରୂପାନ୍ତରୀକରଣ ଦିଗରେ ମୁଖ୍ୟମନ୍ତ୍ରୀ ଙ୍କ ପଦକ୍ଷେପ ର ଉଚ୍ଚ ପ୍ରଶସା କରିବା ସହ ଧନ୍ୟବାଦ ଜଣାଇଥିଲେ ।

ଶ୍ରୀ ପାଣ୍ଡିଆନ ପ୍ରଥମେ ହିଞ୍ଜିଳି ଓ ଶେରଗଡରେ ଥିବା ୩୯ଟି ହାଇସ୍କୁଲରେ ୫-ଟି କାର୍ଯ୍ୟକ୍ରମ ଅଧିନରେ ଚାଲିଥିବା ରୂପାନ୍ତରୀକରଣ କାମ ପର୍ଯ୍ୟବେକ୍ଷଣ କରିଥିଲେ। ଏହି ଅବସରରେ ସେ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀ, ଅଭିଭାବକ, ସ୍କୁଲ ପରିଚାଳନା କମିଟିର ସଦସ୍ୟ ଏବଂ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହିତ ଏହି ଉନ୍ନତ ଶିକ୍ଷାଦାନ ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ। ଏହି ସ୍ମାର୍ଟ କ୍ଲାସ ରୁମ୍‌ କାର୍ଯ୍ୟକ୍ରମରେ ସ୍କୁଲ ଗୁଡିକରେ ଇ-ଲାଇବ୍ରେରୀ, ଆଧୁନିକ ପରୀକ୍ଷାଗାର, Hygenic toilet, ସ୍ବଚ୍ଛ ପାନୀୟ ଜଳ ବ୍ୟବସ୍ଥା, ଖେଳପଡିଆ ଓ ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମକୁ ୫-ଟି ସଚିବ ପର୍ଯ୍ୟବେକ୍ଷଣ କରି ଅଗ୍ରଗତିର ସମୀକ୍ଷା କରିଥିଲେ। ଶ୍ରୀ ପାଣ୍ଡିଆନଙ୍କ ସମୀକ୍ଷାରୁ ଜଣାଯାଇଛି ଯେ ହିଞ୍ଜିଳି ଓ ଶେରଗଡର ୩୯ଟି ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ କାମ ସଂପୂର୍ଣ୍ଣ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅଗଷ୍ଟ ୨୧ ତାରିଖରୁ ଏହାକୁ ପର୍ଯ୍ୟାୟକ୍ରମେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ ।

ସୂଚନାଯୋଗ୍ୟ ଯେ ସାରା ରାଜ୍ୟରେ ୧୦୭୨ଟି ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍ର ବିକାଶ କରାଯାଉଛି। ଏଥିରେ ପିଲାଙ୍କ ପାଇଁ କମ୍ପୁଟର ବ୍ୟବସ୍ଥା ସହିତ ଉନ୍ନତ ଲାବୋରେଟୋରୀ, ଲାଇବ୍ରେରୀ ଓ ଅନ୍ୟାନ୍ୟ ସୁବିଧା କରାଯାଉଛି ।

ଏହାପରେ ୫-ଟି ସଚିବ ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ଗସ୍ତ କରି ମନ୍ଦିର ଓ ଏହାର ପାରିପାର୍ଶ୍ବିକ ବିକାଶ କାମ ପର୍ଯ୍ୟବେକ୍ଷଣ କରିଥିଲେ। ମନ୍ଦିରର ପ୍ରସାଦ ସେବନ ହଲ୍‌, Interpetation Complex, ଦୀପଘର, ସ୍ନାନ ମଣ୍ଡପ, ଯଜ୍ଞ ମଣ୍ଡପ ଆଦି ପର୍ଯ୍ୟବେକ୍ଷଣ କରିଥିଲେ ଏବଂ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କରିଥିଲେ। ଏହା କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ପରାମର୍ଶ ଦେଇ ସେ ଅଧିକାରୀମାନଙ୍କୁ ମନ୍ଦିର ବିକାଶ କାର୍ଯ୍ୟକୁ ନଭେମ୍ବର ୨୦୨୧ ସୁଦ୍ଧା ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ପରେ ଶ୍ରୀ ପାଣ୍ଡିଆନ ପୁରୁଷୋତ୍ତମପୁର ଆଇ.ଟି.ଆଇ ପରିଦର୍ଶନ କରି ସେଠାରେ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ପିଲାମାନଙ୍କୁ ଶିକ୍ଷାଦାନ ପଦ୍ଧତିରେ ବିଭିନ୍ନ ଆଧୁନିକ ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ଏହି ଆଇ.ଟି.ଆଇରେ ପାଠ ପଢୁଥିବା ୯୦ ପ୍ରତିଶତ ପିଲା ଚାକିରୀ ପାଉଥିବାରୁ ସେମାନେ ଆଇ.ଟି.ଆଇ ଗୁଡିକର ଉନ୍ନତ ଶିକ୍ଷାଦାନ ବ୍ୟବସ୍ଥା ପାଇଁ ଧନ୍ୟବାଦ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ, ଜିଲ୍ଲାର ଏସ୍‌.ପି ଓ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

ସାରା ଦେଶରେ ପ୍ରଥମ : ରାଜ୍ୟର ସାଢେ ତିନି କୋଟି ଲୋକ ପାଇବେ ସ୍ମାର୍ଟ ହେଲ୍‌ଥ କାର୍ଡ

୭୫ତମ ସ୍ବାଧୀନତା ଦିବସ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଇତିହାସ

ନୂଆ ରୂପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା

ରାଜ୍ୟର ସାଢେ ତିନି କୋଟି ଲୋକ ପାଇବେ ସ୍ମାର୍ଟ ହେଲ୍‌ଥ କାର୍ଡ।

ସାରା ଦେଶରେ ପ୍ରଥମ

ରାଜ୍ୟ ତଥା ଦେଶର ୨୦୦ରୁ ଅଧିକ ଘରୋଇ ଡାକ୍ତରଖାନାରେ ମିଳିବ ଚିକିତ୍ସା ସୁବିଧା।

ପରିବାର ପାଇଁ ପ୍ରତି ବର୍ଷ ପାଞ୍ଚ ଲକ୍ଷ ଓ ମହିଳା ଙ୍କ ପାଇଁ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ।

() ଆଜି ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଅନ୍ୟ ବରପୁତ୍ର ମାନଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଦେଶର ଅଖଣ୍ଡତା ଓ ଶାନ୍ତି ରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଜବାନ ଏବଂ କରୋନା ଲଢେଇରେ ଶହୀଦ ହୋଇଥିବା କୋଭିଡ ଯୋଦ୍ଧା ମାନଙ୍କ ପ୍ରତି ମଧ୍ୟ ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ରାଜ୍ୟରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ନେଇ ଏକ ଐତିହାସିକ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ସାରା ଓଡିଶା ମୋ ପରିବାର। ମୋ ପାଇଁ ପ୍ରତି ଜୀବନ ମୂଲ୍ୟବାନ। ଯେତେବେଳେ ଲୋକମାନେ ଚିକିତ୍ସା ପାଇଁ ଜମି ବିକିବା, ସୁନା ବିକିବା ଓ ପିଲାଙ୍କ ପାଠ ବନ୍ଦ କରିବା ଖବର ମିଳେ, ସେତେବେଳେ ମୋତେ ବହୁତ କଷ୍ଟ ଲାଗେ । ଲୋକଙ୍କର ଏହି ଦୁଃଖ ଦୂର କରିବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନୂଆ ରୂପରେ ଲାଗୁ କରାଯିବ ବୋଲି ମୁଁ ଘୋଷଣା କରୁଛି ।’
ଏଥିପାଇଁ ରାଜ୍ୟର ୯୬ ଲକ୍ଷ ପରିବାର, ସାଢେ ତିନି କୋଟି ଲୋକଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ମିଳିବ.

• ସାରା ଓଡିଶାରେ ପର୍ଯ୍ୟାୟକ୍ରମେ ଏହି କାର୍ଡ ଦିଆଯିବ ।

• ଏଭଳି ସ୍ମାର୍ଟ ହେଲ୍‌ଥ କାର୍ଡ ଦେବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ।

ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ଅନ୍ନପୂର୍ଣ୍ଣା ଓ ଅନ୍ତଦ୍ୟୋୟ ହିତାଧିକାରୀ, ସମସ୍ତଙ୍କୁ ଏହି ସ୍ମାର୍ଟ ହେଲ୍‌ଥ କାର୍ଡ ମିଳିବ ।

ଏଥିରେ ପରିବାର ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପ୍ରତି ବର୍ଷ ମିଳିବ।

• ଓଡିଶା ସମେତ ସାରା ଦେଶର ୨୦୦ରୁ ଅଧିକ ବଡ ବଡ ହସ୍‌ପିଟାଲ ଚେନ୍‌ ମାନଙ୍କରେ ମାଗଣାରେ ଚିକିତ୍ସା ସୁବିଧା ମିଳିବ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ଏହା ସାରା ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିବ । ମୋର ବିଶ୍ବାସ, ମୋର ପ୍ରିୟ ଓଡିଶାବାସୀଙ୍କୁ ସ୍ବାସ୍ଥ୍ୟ ନିରାପତ୍ତା କୁ ଆହୁରି ସୁଦୃଢ କରିବାରେ ଏହି ବ୍ୟବସ୍ଥା ବିଶେଷ ସାହାଯ୍ୟ କରିବ । ରାଜ୍ୟରେ ସ୍ବାସ୍ଥ୍ୟ ସେବା ବିକାଶରେ ଏହା ଏକ ନୂଆ ଯୁଗ ଆରମ୍ଭ କରିବ ।’
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୭୫ ବର୍ଷ ଗୋଟିଏ ଦେଶ ପାଇଁ, ଜାତି ପାଇଁ ବହୁତ ବଡ ସମୟ ନ ହେଲେ ମଧ୍ୟ ଏହାର ବିଶେଷ ଗୁରୁତ୍ବ ରହିଛି। ଭାରତର ଗଣତନ୍ତ୍ରକୁ ଆମର ସବୁଠାରୁ ବଡ ସଫଳତା ଭାବରେ ବର୍ଣ୍ଣନା କରି ଦେଶର ବିକାଶ ପ୍ରକ୍ରିୟାରେ ଏହା ସମସ୍ତଙ୍କୁ ଭାଗୀଦାର କରିବାରେ ସଫଳ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ ପୁଣି କହିଥିଲେ ଯେ Investment in Youth is investment in future. ୪୦ ବର୍ଷର ବ୍ୟବଧାନ ପରେ ଭାରତୀୟ ହକି ଟୋକିଓ ଅଲମ୍ପିକ୍‌ସ ରେ ପଦକ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିବା ସହ ଆମ ଖେଳାଳୀ ମାନଙ୍କ ପାଇଁ ସାରା ଦେଶ ଗର୍ବିତ ବୋଲି କହିଥିଲେ । ଭାରତୀୟ ହକି ଦଳକୁ ବିଶ୍ବର ଶ୍ରେଷ୍ଠ ଦଳ ଭାବରେ ଗଢିତୋଳିବା ପାଇଁ ସବୁପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଚାଲିଥିବା ରୂପାନ୍ତର ବିଷୟରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫-ଟି ଉପକ୍ରମରେ ପ୍ରଥମ ପର୍ଯ୍ୟାୟରେ ୧୦୭୨ ସ୍କୁଲର ରୂପାନ୍ତର କରାଯାଇଛି । ସେହିପରି ମୋ ସ୍କୁଲ ଅଭିଯାନରେ ୫ ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ, ୩୨ ହଜାରରୁ ଅଧିକ ସ୍କୁଲର ବିକାଶ ପାଇଁ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
କୋଭିଡ ମହାମାରୀକୁ ବିଶ୍ବ ଇତିହାସର ସବୁଠାରୁ ବଡ ସ୍ବାସ୍ଥ୍ୟ ସମସ୍ୟା ଭାବରେ ବର୍ଣ୍ଣନା କରି ଏହାର ମୁକାବିଲାରେ ମାନବ ଜାତି ନିଶ୍ଚୟ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । କୋଭିଡ ସମୟରେ ଦେଶର ୧୭ଟି ରାଜ୍ୟକୁ ଦୁଇ ମାସ ଧରି ମେଡିକାଲ ଅକ୍‌ସିଜେନ ନିରନ୍ତର ଭାବରେ ଯୋଗାଇ ଓଡିଶା ବହୁ ମୂଲ୍ୟବାନ ଜୀବନ ବଞ୍ଚାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହିତ ଏହା ଓଡିଶା ପାଇଁ ଗର୍ବର ବିଷୟ ବୋଲି କହିଥିଲେ ।
ଓଡିଶାର ଗୌରବମୟ ଭବିଷ୍ୟତ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଓଡିଶା ବିଭିନ୍ନ କ୍ଷେତ୍ରରେ ବିକାଶର ନୂଆ ନୂଆ ମାଇଲଷ୍ଟୋନ ହାସଲ କରୁଛି । ସମସ୍ତଙ୍କ ସହଯୋଗରେ ଓଡିଶା ଆଗାମୀ ଦିନରେ ତାର ପରିଚୟକୁ ଆହୁରି ଉଜ୍ଜଳ କରିପାରିବ ବୋଲି ଦୃଢ ଆଶା ପୋଷଣ କରିଥିଲେ ।

ଭୁବନେଶ୍ୱରରେ ସ୍କ୍ରମ୍ପସିୟସ ବିରିୟାନୀ : ଖାଆନ୍ତୁ ନୀଳ କଙ୍କଡ଼ା ଦମ୍ ବିରିୟାନୀ

ଯେତେବେଳେ ଏକ ଉଚ୍ଚ ବୃତ୍ତିଧାରୀ ମନ ଖାଦ୍ୟଶିଳ୍ପର ମୋହରେ ପଡେ , ସେତେବେଳେ ସେ କ୍ଷେତ୍ରରେ ସୃଷ୍ଟି ହୁଏ ବୈପ୍ଲବିକ ପରିବର୍ତ୍ତନ । କିଛି ଭିନ୍ନ, ଅନନ୍ୟ ଓ ସ୍ବତନ୍ତ୍ର କରି ଦେଖାଇବାର ଝୁଙ୍କ୍ ଯେତେବେଳେ ମନରୁ ମସ୍ତିଷ୍କକୁ ଜଡ଼େଇ ଧରେ, ସେତେବେଳେ ଶିଖର ସଫଳତା ଛୁଇଁବା ବାଟ ଆପେ କଢ଼େଇ ହୋଇଯାଏ । ସେମିତି ହିଁ କିଛି ଜିଦ୍ ଓ ଆପଣା ମାଟିର ମହକ ତାଙ୍କୁ ବାଧ୍ୟ କରିଛି ଖାଦ୍ୟଶିଳ୍ପରେ ସୃଷ୍ଟି କରିବାକୁ ସ୍ବତନ୍ତ୍ର ଛାପ ।….
… ତାପସ କୁମାର ସାହୁ… ପେସାରେ ଚାଟାର୍ଡ ଆକାଉଣ୍ଟାଣ୍ଟ । ହେଲେ ପିଲା ବେଳୁ ସେ ପଡ଼ିଥିଲେ ଖାଦ୍ୟ ପ୍ରେମରେ । ଭଳିକି ଭଳି ଖାଦ୍ୟ ଚାଖିବା ଓ ନୂଆ ନୂଆ ଡିସ୍ ତିଆରି କରି ଖୁଆଇବା ଥିଲା ତାଙ୍କର ସଉକ । ଆମ ରାଜ୍ୟ ଓଡ଼ିଶାର ଖାଦ୍ୟପେୟ ଯେତିକି ବିବିଧ, ସେତିକି ସମୃଦ୍ଧ ତାର ସ୍ଵାଦର ଇତିହାସ । ଜଣେ ଖାଦ୍ୟପ୍ରିୟ ଓଡ଼ିଆ ଭାବେ ତାପସ ବା କେମିତି ସ୍ବାଦର ଏହି ମୋହରୁ ମୁକିଳି ପାରି ଥାଆନ୍ତେ ? ହିସାବକିତାବର ଜଞ୍ଜାଳମୟ ବୃତ୍ତିରୁ ଫୁରୁସତ ମିଳିଲେ, ସେ ଲାଗି ପଡୁଥିଲେ ଭିନ୍ନ ଭିନ୍ନ ଖାଦ୍ୟର ପୃଷ୍ଠଭୂମି ଓ ପରମ୍ପରା ଅଣ୍ଡାଳିବାରେ । ସେତିକିରେ ବୁଝୁ ନ ଥିଲା ତାଙ୍କ ମନ । ସେସବୁ ଡିସ୍‌କୁ ନିଜ ଅନ୍ଦାଜରେ ରୋଷେଇ ଘରେ ତିଆରି କରୁଥିଲେ ତାପସ । ଏସବୁ ଭିତରେ ବିରିୟାନି ଥିଲା ତାଙ୍କ ସବୁଠୁ ପସନ୍ଦର ଡିସ୍ । ନିଜେ ନାନା ରକମର ବିରିଆନି ଖାଉଥିଲେ, ଆଉ ତିଆରି କରି ଅନ୍ୟମାନଙ୍କୁ ଖୁଆଉଥିଲେ ।…
୨୦୧୪ର କଥା । ପାରାଦୀପ ରହଣି ବେଳେ ସି ଫୁଡ୍ ପ୍ରତି ଆକର୍ଷିତ ହୋଇ ଏସବୁ ଉପରେ ବି ପରୀକ୍ଷା ନିରୀକ୍ଷା ଆରମ୍ଭ କରିଦିଅନ୍ତି ତାପସ I ଆଉ ଏତିକି ବେଳେ ସେ ପଡିଯାନ୍ତି ଅପେକ୍ଷାକୃତ ନରମ ଆବରଣଯୁକ୍ତ ମାଂସାଳ ଓ ମଧୁରିଆ ନୀଳ କଙ୍କଡା ମୋହରେ I ଏହା ପରେ ତାଙ୍କ ପାକଶାଳାରୁ ଜନ୍ମନିଏ Blue Crab ବା ନୀଳ କଙ୍କଡ଼ା ଦମ୍ ବିରିୟାନୀ । ୟେ ବିରିୟାନୀ ବି ଏତେ ସୁଆଦିଆ ଓ ସୁଗନ୍ଧରେ ଭରା ଥିଲା ଯେ, ତୃପ୍ତିର ଖୁସି ଖାଲି ପାଟିରୁ ନୁହେଁ, ମନରୁ ବି ନିଗିଡ଼ି ଆସିଥିଲା । ସବୁଠୁ ବଡ଼ କଥା ହେଲା, ଏହା ଆଦୌ ବି ତୈଳାକ୍ତ ନ ଥିଲା । ଉଭୟ ପାଟି ଓ ପେଟ ପାଇଁ ଏହାର ଅନୁଭବ ଏପରି ଥିଲା ଯେ, ବିଶ୍ବାସ କରନ୍ତୁ… ସେବେଠୁ ଆଜି ଯାଏଁ ଯିଏ ବି ତାପସଙ୍କ ନୀଳ କଙ୍କଡ଼ା ବିରିଆନି ଚାଖିଛି, ସେ କହିଛି.. ‘ୟେ ଦିଲ୍ ମାଙ୍ଗେ ମୋର୍’ ।…
ଭିଓ-୨
() କଥାରେ ଅଛି ଖୁସି ବାଣ୍ଟିଲେ ବଢ଼େ । ଆଉ ଜଣେ ଖାଦ୍ୟପ୍ରିୟ ମଣିଷ ପାଇଁ ସ୍ବାଦ ବାଣ୍ଟିବା ଛଡ଼ା ଆଉ ଖୁସିର କଥା କଣ ହୋଇପାରେ । ଏଭଳି ଏକ ଅବର୍ଣ୍ଣନୀୟ ସ୍ବାଦକୁ ଦୁନିଆ ସହ ବାଣ୍ଟିବା ପାଇଁ ନିଜ ପରିବାର ଓ ସାଙ୍ଗସାଥୀଙ୍କ ପ୍ରେରଣା, ତାପସଙ୍କୁ ବାଟ କଢ଼େଇ ଆଣିଛି ଆଜିର ଏହି ସୋପାନ ଯାଏଁ । ପରିବେଶ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ଦିଗକୁ ଅଣଦେଖା ନକରି, ତାଙ୍କ ଭଳି ସମସ୍ତ ଖାଦ୍ୟପ୍ରେମୀଙ୍କ ହାତରେ ଅତି ସହଜରେ ସ୍ବାଦିଷ୍ଟ ଖାଦ୍ୟ ପହଞ୍ଚାଇବାର ପ୍ରୟାସରୁ ସୃଷ୍ଟି ହୋଇଛି ଆଜିର ଏହି ସ୍ବାଦର ସମ୍ଭାର ।
ଇକୋ-ଫ୍ରେଣ୍ଡଲି ଓ ମାଇକ୍ରୋୱେଭେବୁଲ୍ ପ୍ୟାକେଜିଂରେ ରେଡି-ଟୁ-ଇଟ୍ ମିଲ୍ ଭାବେ ଆମେ ଯୋଗାଇ ଦେବାକୁ ଯାଉଛୁ ବିରିଆନିର ସ୍ବାଦିଷ୍ଟ ସମ୍ଭାର ।
…..
ଗ୍ରାହକଙ୍କ ସୁବିଧା ଦୃଷ୍ଟିରୁ ଏହି ପ୍ୟାକେଜିଂରେ ସାମିଲ ହୋଇଛି ସାନିଟାଇଜର୍ ୱାଇପ୍, ଉଡେନ୍ ସ୍ପୁନ୍, ଉଡେନ୍ ଫର୍କ, ସଲଟ ଓ ମାଉଥ୍ ଫ୍ରେଶନର୍ ସାଚେଟ । ଏହା କେବଳ ଯେ ଆପଣଙ୍କୁ ତୃପ୍ତିପୂର୍ଣ୍ଣ ଅଭୁଲା ସ୍ବାଦର ଅନୁଭବ ଦେବ ତା ନୁହେଁ, ପରିବେଶ ସୁରକ୍ଷା ଦିଗରେ ମଧ୍ୟ ଏକ ବଡ଼ ଯୋଗଦାନ ରଖିବ । ଆମ ପ୍ୟାକେଜିଂରେ ବ୍ୟବହାର କରାଯାଉଥିବା ବ୍ୟାକୟାଡ୍ କମ୍ପୋଷ୍ଟେଵୁଲ ପ୍ଲେଟ୍ ସହଜରେ ମାଟିରେ ମିଳେଇଯିବ । ଜଳ ସଂଚୟ ଓ ସଂରକ୍ଷଣ ଦିଗରେ ବି ବେଶ୍ ସହାୟକ ହୋଇପାରିବ ଆମ ଏ ପ୍ୟାକେଜିଂ।
ତାପସଙ୍କ ଏହି ବିରିଆନି ରେସିପିରେ ପାରମ୍ପରିକ ଓଡ଼ିଆ ଖେଚୁଡ଼ି ରନ୍ଧନ ଶୈଳୀର ଛାପ ଥିବାରୁ ଖାଦ୍ୟର ଦୁନିଆକୁ ଏହା ଓଡ଼ିଆ ବିରିୟାନୀର ପରିଚୟ ନେଇ ଆସିବା ନିଃସନ୍ଦେହ ଥିଲା I ତେଣୁ ଏଇ ବିରିୟାନୀ ପାଇଁ ନାଁଟି ବାଛିଲା ବେଳେ Scrumptiousଠୁ ବଳି ଭଲ ନାଁ ଟେ ବା ଆଉ କଣ ହୋଇପାରିଥାନ୍ତା? ସେଇଥିପାଇଁ ବହୁ ବିଚାରବିମର୍ଶ ପରେ ବିରିୟାନୀ ଜଗତରେ ଆମେ ଏହି ନୂଆ ଯାତ୍ରାର ନାଁ ଦେଲୁ ସ୍କ୍ରମ୍ପସିୟସ ବିରିୟାନୀ।….

ସ୍ବାଧୀନତା ଦିବସ ଆଉ ପିଲାଦିନ…….

() ଆଖିକି ନିଦ ନାହିଁ । ମନରେ ଅନେକ ଆବେଗ । ପୁରା ଭାବନାରେ ଉବୁଡ଼ୁବୁ । କେତେବେଳେ ଉଠିବି, ଡ଼୍ରେସ ଶୁଖିଥିବ କି ନାହିଁ । କାଳେ ଧଳାସାର୍ଟରେ ମାଆ ନିଳ ରଙ୍ଗ ଟିକେ ଅଧିକ ଦେଇଦେଇଛି ।ଆଉ ଦାଗଦାଗ ଦିଶୁଛି ସାର୍ଟ ଟା । ପୁଣି ଭାଇ ବୁଟ୍ ଟା ଟିକେ ବଡ଼ ହେଉଛି । ଏସବୁକୁ ଆରଜେଷ୍ଟ କରି ଟୁନା କାଲି ସ୍କୁଲକୁ ଯିବ । ଏମିତି ଚିନ୍ତା କରି କରି ରାତି ୧୧ଟା ବାଜଲାଣି । ସବୁଦିନ ୯ଟାରୁ ଶୋଇପଡ଼ୁଥିବା ଟୁନା ଆଖିକୁ ରାତି ୧୧ ଯାଏ ନିଦ ନାହିଁ । କଣ ପାଇଁ ଜାଣନ୍ତି , କାରଣ ରାତି ପାହିଲେ ସ୍ୱାଧୀନତା ଦିବସ । ଟୁନା ସକାଳ ୭ଟା ପୂର୍ବରୁ ସ୍କୁଲରେ ପହଞ୍ଚିବ। ଆଉ ପତକା ଉତ୍ତୋଳନରେ ନିଜକୁ ସାମିଲ କରିବ । ସେ ପ୍ୟାରେଟ ଦଳରେ ସାମିଲ ହୋଇନଥିଲେ ମଧ୍ୟ ଟାଉନ ହଲ ପଡ଼ିଆରେ ସାଙ୍ଗମାନଙ୍କ ସହ ପ୍ୟାରେଡ଼ ଦେଖିବାକୁ ଯିବ । ଦେଶ କିପରି ସ୍ୱାଧୀନ ହେଲା ସେତେଟା ସେ ଜାଣି ନଥିଲେ ମଧ୍ୟ ଦେଶପାଇଁ ନିଜ ଜୀବନ ଦେଇଥିବା କେତେଜଣ ମହାପୁରୁଷ ଓ ସଂଗ୍ରାମୀଙ୍କ କଥା ସେ ବହିରୁ ପଢିଛି ଓ ଶିକ୍ଷକ ,ଗୁରୁଙ୍କ ଠାରୁ ଶୁଣିଛି ।
କାଲି ହେଉଛି ସ୍ୱାଧୀନତା ଦିବସ । ହାତରେ ତିରଙ୍ଗା ଧରି ଭାରତ ମାତା କି ଜୟ. ମହାତ୍ମାଗାନ୍ଧୀ, ସୁବାଷ ବୋଷ କି ଜୟ ଆଦି ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ଜୟଗାନ କରି ସହର ପରିକ୍ରମା କରିବାର ମଜ ବି ନିଆରା । ତାହା ସହ ପୁଣି ସ୍କୁଲରେ ଏକାଠି ହୋଇ ଜାତୀୟ ସଂଗୀତ ଗାନ କରିବା ଆତ୍ମତୃପ୍ତି ଟିକେ ଅଲଗା । ପତକା ଉତ୍ତୋଳନ ସରିବା ପରେ ସ୍ୱାଧୀନତା ଦିବସ ଉପରେ ଭାଷଣ ଦେବା ଏହାପରେ କିଛି ସାଙ୍ଗସାଥି , ବଡ଼ଭାଇ ଓ ଉଭଣୀମାନେ ମଧ୍ୟ ଭାଷଣ ଦିଅନ୍ତି । ଶେଷରେ ସେଓ, ବୁନ୍ଦି ଖାଇବାର ମଜା ବି ଟିକେ ନିଆରା । ତାହାରି ଭିତରେ କିଏ କହୁଥିବ ଚାଲ ସେ ଅଫିସକୁ ଅବା ଅଫିସର କ୍ଲବକୁ ଯିବା ,  ସେଠାରେ       ଟିପିନରେ ଦିଆଯାଉଛି (ବରା, ସିଙ୍ଗଡ଼ା, ମିଠା ) ଥିବ । ସେ ଲୋଭରେ ମଧ୍ୟ କିଛି ପିଲା ସେଠାକୁ ଯାଆନ୍ତି ।
ସ୍ୱାଧୀନତା ଦିବସ ପୂର୍ବଦିନ ଅଳ୍ପ ବହୁତ ସମସ୍ତଙ୍କ ପିଲାଦିନ ଜୀବନରେ ଏମିତି କିଛି ଘଟିଥିବ । ହେଲେ ସବୁଠାରୁ ବଡ଼କଥା ହେଉଛି ଦେଶପ୍ରତି ଆମର ଭଲପାଇବା । ଲାଲ କିଲ୍ଲାରେ ଦେଶର ପ୍ରଧାନମନ୍ତ୍ରୀ ପତାକା ଉଡ଼ାଇ ଯେତିକି ଗର୍ବ ଅନୁଭବ କରନ୍ତି , ଗାଁ ସ୍କୁଲରେ ପତକା ଉଡ଼ାଇ ଟୁନା ବି ସେତିକି ଗର୍ବ ଅନୁଭବ କରେ । ଦେଶ ପ୍ରତି ଭଲପାଇବା ଓ ଆଗେବ ସଭିଁଙ୍କ ହୃଦୟରେ ଆପେଆପେ ଚାଲିଆସେ । ସେ ତ ଭଲପାଇବା । ସ୍ୱାଧୀନତା ଦିବସ ଆମକୁ ବାର୍ତ୍ତା ଦେଇଛି ସେ ଆମେ ଚାହିଲେ ସବୁ କିଛି ସମ୍ଭବ ।
ଆଜି ଅନେକ କହୁଛନ୍ତି ଆମକୁ ଏ କ୍ଷେତ୍ରରେ ସ୍ୱାଧୀନତା ମିଳିନାହିଁ, ସେ କ୍ଷେତ୍ରରେ ମିଳିନାହିଁ । ଅନ୍ତତଃ ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ବିତିଥିଲେ ମଧ୍ୟ ଯଦି ମନରେ ଏ ଭାବନା ଆସୁଛି ତେବେ ତାର ପ୍ରତିକାର କରାଯାଉଛି । ଯିଏ ଯେଉଁ କ୍ଷେତ୍ରରେ ସ୍ୱାଧୀନଭାବେ ସମସ୍ତେ ସଂଗ୍ରମ ଜାରୀ ରଖିଛନ୍ତି। ନିଶ୍ଚିତ ଭାବେ ସେ ସ୍ୱାଧୀନତା ମଧ୍ୟ ବେଶୀ ବାଟ ହେବ ନାହିଁ । କେବଳ ଭଲ ପାଇବା ଓ ନିଜ ଭିତରେ ଆତ୍ମ ବିଶ୍ୱାସ ବଢାଇଚାଲ । କାରଣ ଦେଶ କେବଳ ଭାଷଣବାଜି କି ଗୋଟେ ଦିନର ସଂଗ୍ରାମରେ ଇଂରେଜମାନଙ୍କୁ ଦେଶରୁ ହଟାଇନଥିଲା । ଏଥିପ୍ରତି କେତେ ଯେ ପରିଶ୍ରମ ଓ କେତେ ଯେ ସଂଘର୍ଷ ଓ ସଂଗ୍ରାମ ହୋଇଛି ତାହା କାହାକୁ ବା ଅଛପା । ଚାଲ ସବୁ ଭୂଲିଯିବା ନିଜେ ସ୍ୱାଧୀନଭାବେ ବଂଚିବା ଓ ଅନ୍ୟକୁ ବି ସ୍ୱାଧୀନଭାବେ ବଂଚିବାକୁ ଦେବା । ଦେଶପ୍ରତି ନିଜର କର୍ତ୍ତବ୍ୟକୁ ବୁଝିବା ଓ ଦେଶପାଇଁ କିଛି କରିବା ।
ଭାରତ ମାତା କି ଜୟ…

ଜଗତସିଂହପୁର ଓଡିଶା ବିକାଶର ମୁଖ୍ୟଦ୍ୱାର – ମୁଖ୍ୟମନ୍ତ୍ରୀ

ଜଗତସିଂହପୁରରେ ୨୧୫ କୋଟି ଟଙ୍କା ପ୍ରକଳ୍ପ

ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଜଗତସିଂହପୁର ଓଡିଶା ବିକାଶର ମୁଖ୍ୟଦ୍ୱାର – ମୁଖ୍ୟମନ୍ତ୍ରୀ

ସାଧାରଣ ଲୋକର ଖୁସି ମୋ ପାଇଁ ସବୁଠାରୁ ବଡ ସନ୍ତୋ

ଭୁବନେଶ୍ୱର : ଜଗତସିଂହପୁର ହେଉଛି ଓଡିଶାର ବିକାଶର ମୁଖ୍ୟ ଦ୍ୱାର । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର ଜିଲ୍ଲାରେ ୍୨୧୫ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଗତସିଂହପୁର ଜିଲ୍ଲା ଓଡିଶାର ଏକ ଆଗୁଆ ଜିଲ୍ଲା । ଶିଳ୍ପ, କୃଷି ସବୁଥିରେ ଜଗତସିଂହପୁର ଜିଲ୍ଲାର ସୁନାମ ରହିଛି । ଜଗତସିଂହପୁର ଜିଲ୍ଲାରୁ ହିଁ ବିଜୁ ବାବୁ ଓଡିଶାର ବିକାଶ ଯାତ୍ରାର ଆରମ୍ଭ କରିଥିଲେ । ପାରାଦୀପ ବନ୍ଦର ଆଜି ଦେଶର ମୁଖ୍ୟ ବନ୍ଦର ମାନଙ୍କ ମଧ୍ୟରେ ସ୍ଥାନ ପାଇଛି । ଶିଳ୍ପ ନଗରୀ ଭାବରେ ମଧ୍ୟ ପାରାଦୀପର ଗୁରୁତ୍ବ ବଢିଛି ।

ମୁଖ୍ୟମନ୍ତ୍ରୀ କହିଲେ ଯେ ଆଜିର ପ୍ରକଳ୍ପରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଯୋଗାଯୋଗ, ଜଳସେଚନ, tourism ଆଦି ବିଭିନ୍ନ କ୍ଷେତ୍ରର ବିକାଶ ଉପରେ ଏଥିରେ ଗୁରୁତ୍ବ ଦିଆଯାଇଛି। ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁ ଅଞ୍ଚଳର ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି ବୋଲି ସେ କହିଥିଲେ ।କରୋନା ମହାମାରୀ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ମହାମାରୀ ଯୋଗୁ ଗତ ଏକ ବର୍ଷରୁ ଅଧିକ ସମୟ ଧରି ଆମେ ସମସ୍ତେ ପ୍ରଭାବିତ ହୋଇଛେ । ବହୁ ଲୋକଙ୍କ ରୋଜଗାର ଉପରେ ପ୍ରଭାବ ପଡିଛି । ତେଣୁ ରାଜ୍ୟ ସରକାର ଗରିବ ଲୋକ, ଚାଷୀ, ଶ୍ରମିକ, ମା ସମସ୍ତଙ୍କ ପାଇଁ ୨୦୦୦ କୋଟିରୁ ଅଧିକ ଟଙ୍କାର ସହାୟତା ଯୋଗାଇ ଦେଇଛନ୍ତି ।  ଆଜି ଜଗତସିଂହପୁର ଜିଲ୍ଲାରେ Liquid Medical Oxygen Plant ଉଦ୍‌ଘାଟିତ ହେଲା ବୋଲି ପ୍ରକାଶ କରି ସେ କହିଲେ ଯେ କୋଭିଡ ସମୟରେ ଓଡିଶା ଦେଶର ୧୭ଟି ରାଜ୍ୟକୁ ମେଡିକାଲ ଅକ୍‌ସିଜେନ ଯୋଗାଇ ଦେଇଥିଲା।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାଧାରଣ ଲୋକର ଖୁସି ମୋ ପାଇଁ ସବୁଠାରୁ ବଡ ସନ୍ତୋଷ । ଲୋକଙ୍କ ପାଇଁ ଆମେ କାମ କରୁଛୁ ଓ କରିଚାଲିବୁ । ସେ କୃଷକ ମାନଙ୍କ କଲ୍ୟାଣ ହେଉ ବା ମା ମାନଙ୍କ ସଶକ୍ତିକରଣ ବା କ୍ରୀଡା ପ୍ରତିଭାର ବିକାଶ – ଏ ସବୁ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଓଡିଶା ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବା । ଅନେକ କ୍ଷେତ୍ରରେ ଓଡିଶା ଆଜି ଅନ୍ୟ ମାନଙ୍କ ପାଇଁ ଆଦର୍ଶ ହୋଇପାରିଛି । ଏହି ଧାରାକୁ ଆମେ ସମସ୍ତେ ମିଶି ଆଗକୁ ନେବା ଓ ଓଡିଶାର ଗୌରବକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ସେ ଆହ୍ୱାନ ଦେଇଥିଲେ ।

କାର୍ଯ୍ୟକ୍ରମରେ ଯୋଗ ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାଶ ଓ ଜଳସମ୍ପଦ ବିକାଶ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଜଗତସିଂହପୁରର ବିଭିନ୍ନ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଯୋଗୁଁ ଆଜି ଓଡିଶା ମହିଳା ସଶକ୍ତିକରଣଠାରୁ ଆରମ୍ଭ କରି କ୍ରୀଡାର ବିକାଶ ପର୍ଯ୍ୟନ୍ତ ଏବଂ ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମ କ୍ଷେତ୍ରରେ ସାରା ଦେଶ ପାଇଁ ଆଦର୍ଶ ହୋଇପାରିଛି ବୋଲି ସେମାନେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ତିର୍ତ୍ତୋଲ ବିଧାୟକ ଶ୍ରୀ ବିଜୟ ଶଙ୍କର ଦାସ, ପାରାଦୀପ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ ପ୍ରମୁଖ ସେମାନଙ୍କର ବକ୍ତବ୍ୟ ରଖି ଓଡିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ ମୁଦୁଲି ସ୍ୱାଗତ ଭାଷଣ ଦେଇଥିଲେ । ଜଗତସିଂହପୁର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

ଆଜିର କାର୍ଯ୍ୟକ୍ରମରେ ବିଜୁ ସେତୁ ଯୋଜନାରେ ବୋରିକିନା-ସୁଙ୍ଗୁଡା ରାସ୍ତାର ସ୍ଥାନୀୟ ନାଳ ଉପରେ ସେତୁ, ପାଇକା ନଦୀ ଉପରେ ଲଙ୍କାପଡାଠାରେ ଏକ ଉଚ୍ଚସ୍ତରୀୟ ସେତୁ, ମା ଶାରଳାଙ୍କ ମନ୍ଦିର ନିକଟରେ ମାର୍କେଟ କମ୍ପ୍ଲେକ୍ସ, ପାରାଦୀପ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଏବଂ ପାରାଦୀପ କୋଭିଡ ଚିକିତ୍ସାଳୟରେ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଅକ୍ସିଜେନ ଉତ୍ପାଦନ ଓ ବଣ୍ଟନ ଆଦି ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ ହେବା ସହିତ ଅନେକ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ରଖାଯାଇଥିଲା ।

କେନ୍ଦ୍ର କରିନି, ରାଜ୍ୟ କରି ଦେଖାଇଲା : ଓବିସିଙ୍କ ପାଇଁ ୨୭% ଦଳୀୟ ପ୍ରାର୍ଥୀ ଘୋଷଣା…

ଭୁବନେଶ୍ୱର : ୧୧.୦୮.୨୦୧୮ ୨. ଯଦି ସମ୍ବିଧାନର ୧୨୭ତମ ସାମ୍ବିଧାନିକ ସଂଶୋଧନ କାର୍ଯ୍ୟକାରୀ ହୁଏ ତେବେ (୧୦୨ତମ ସାମ୍ବିଧାନିକ ସଂଶୋଧନ) ପୂର୍ବରୁ ଏବଂ ୦୨.୦୪.୧୯୯୩ (ଜାତୀୟ ପଛୁଆ ବର୍ଗ କମିଶନ-ଆଇନ୍) ପରେ ଯେପରି ରାଜ୍ୟଗୁଡିକ ସାମାଜିକ ଏବଂ ଶିକ୍ଷାଗତ ପଛୁଆବର୍ଗ ବର୍ଗ (SEBC) ତାଲିକା ପ୍ରସ୍ତୁତି କରୁଥିଲା ସେହିପରି କରିପାରିବେ ।

୧. ସମ୍ବିଧାନର ୧୦୨ତମ ସଂଶୋଧନ ମାଧ୍ୟମରେ ସମ୍ବିଧାନର ଅନୁଚ୍ଛେଦ 338A ପରେ 338B ଏବଂ ଅନୁଚ୍ଛେଦ 342 ପରେ 342A ( ଏହି ଦୁଇଟି ଅନୁଚ୍ଛେଦ) ସଂଯୋଗ କରାଯାଇଛି । ତତ୍ପରେ ସମ୍ବିଧାନର ୧୨୭ତମ ସଂଶୋଧନ ମାଧ୍ୟମରେ ଉପରୋକ୍ତ ଦୁଇଟି ଅନୁଚ୍ଛେଦରେ କେତେକ ପରିବର୍ତ୍ତନ କରାଯିବା ସଂଗେ ସଂଗେ ଅନୁଚ୍ଛେଦ ୩୬୬ରେ ମଧ୍ୟ ସାମାନ୍ୟ ପରିବର୍ତନ କରି SEBC ର ସଂଜ୍ଞା ଉଲ୍ଲେଖ କରାଯାଇଛି ।

୩. (କ) ରାଷ୍ଟ୍ରପତିଙ୍କ ଦ୍ଵାରା ଘୋଷିତ ଓବିସି ତାଲିକା ଅନୁସାରେ ସରକାରୀ ୠକିରୀ ଓ ଅନ୍ୟାନ୍ୟ କ୍ଷେତ୍ରରେ ସଂରକ୍ଷଣ ପାଇଁ ବ୍ୟବସ୍ଥା ରହିଛି ।

(ଖ) ରାଜ୍ୟ ଗୁଡିକ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ (SEBC) ତାଲିକା ପ୍ରସ୍ତୁତିକରୁଥିଲେ ଏବଂ ଏବେ ମଧ୍ୟ କରିପାରିବେ ।

୪. କେନ୍ଦ୍ରର ଓବିସି ତାଲିକା ଅନୁସାରେ ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ଥୀମାନେ କେନ୍ଦ୍ର ସରକାରଙ୍କ ଅଧ୍ଵନରେ ଥିବା ସରକାରୀ ୠକିରୀ ଏବଂ ଶିକ୍ଷାନୁଷ୍ଠାନମାନଙ୍କରେ ନାମ ଲେଖାଇବାକୁ ସଂରକ୍ଷଣର ସୁବିଧା ପାଉଛନ୍ତି । ସେହିପରି ରାଜ୍ୟର SEBC ତାଲିକା ଅନୁସାରେ ସାମାଜିକ ଏବଂ ଶିକ୍ଷାଗତ ପଛୁଆ ବର୍ଗର ପ୍ରାର୍ଥୀମାନେ ରାଜ୍ୟସରକାରଙ୍କ ଅଧ୍ଵନରେ ଥିବା ସରକାରୀ ୠକିରୀରେ ସଂରକ୍ଷଣର ସୁବିଧା ପାଉଛନ୍ତି ।

୫. ରାଜ୍ୟ ପଛୁଆ ବର୍ଗ କମିଶନ ଆଇନ୍ ବଳରେ ରାଜ୍ୟ ସରକାର ଋହିଁଲେ କୌଣସି ଯୋଗ୍ୟ ଜାତିକୁ SEBC ତାଲିକାରେ ଅନ୍ତର୍ଭୁକ୍ତ କରିପାରୁଛନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟର ୨୦୯ ଜାତି ଓ ଉପଜାତି SEBC ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ।

୬. ଅନ୍ୟ ପକ୍ଷରେ ରାଜ୍ୟ ସରକାର କୌଣସି ଜାତିକୁ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବାପାଇଁ (NCBC) ଜାତୀୟ ପଛୁଆବର୍ଗ କମିଶନଙ୍କୁ ତଥ୍ୟ ସହିତ ଉପଯୁକ୍ତ ଦାବି ଉପସ୍ଥାପନ କରିବାକୁ ପଡିଥାଏ । ଯଦି ତାହା କେନ୍ଦ୍ର ସରକାରଙ୍କ ଦ୍ଵାରା ଅନୁମୋଦିତ ହୁଏ।
ତେବେ ସେହି ଜାତି ଓବିସି ତାଲିକାଭୁକ୍ତ ହୁଏ। ୧୧.୦୮.୨୦୧୮ ପୂର୍ବରୁ ଆମ ରାଜ୍ୟରେ ୨୦୦ଟି ଜାତି ଏବଂ ଉପଜାତି ଓବିସି ତାଲିକା ଅନ୍ତର୍ଭୁକ୍ତ ହୋଇଛି ।

୭. ପୂର୍ବଭଳି ରାଜ୍ୟଗୁଡିକ SEBC ତାଲିକା ପ୍ରସ୍ତୁତ ପାଇଁ ସମ୍ବିଧାନ ସଂଶୋଧନରେ ବ୍ୟବସ୍ଥା ଥିବାରୁ ଲୋକସଭାରେ କୌଣସି ବିରୋଧ ଦଳ ଏହାକୁ ବିରୋଧ କରିନାହାନ୍ତି । ହେଲେ ସଂରକ୍ଷଣରେ ଥିବା ୫୦% ସୀମାକୁ ଉଠାଇବାକୁ ସମସ୍ତ ବିରୋଧୂ ଦଳ କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ରଖୁଛନ୍ତି ।

୮. ସଂରକ୍ଷଣ ସୀମା ୫୦% ସିମୀତ ଥିବାରୁ ଏବଂ ଆମ୍ଭ ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ପ୍ରାୟ 39% ଥିବାରୁ SEBC ମାନଙ୍କୁ ମାତ୍ର 11.25 ପ୍ରତିଶତ ସଂରକ୍ଷଣ ମିଳୁଛି ।

୯. ରାଜ୍ୟ ସରକାରଙ୍କ SEBC ଆଇନ୍ ୨୦୦୮ରେ ସାମାଜିକ ଏବଂ ଶିକ୍ଷାଗତ ଅନଗ୍ରସର ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ରହିଛି । କିନ୍ତୁ, ବିଭିନ୍ନ ନ୍ୟାୟାଳୟର ଆଦେଶ ଦୃଷ୍ଟିରୁ ଉକ୍ତ ୨୭% ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁ ନାହିଁ

୧୦. ଅନ୍ୟାନ୍ୟ ପଛୁଆ ବର୍ଗ ତଥା ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗଙ୍କ ସଠିକ୍ ପରିସଂଖ୍ୟନ ଅଭାବରୁ ସର୍ବୋଚ୍ଚ ନ୍ୟାୟାଳୟ ସଂରକ୍ଷଣ ସୀମାକୁ ୫୦% ମଧ୍ୟରେ ସିମୀତ ରଖୁବା ପାଇଁ ବାଧ୍ୟ କରୁଛନ୍ତି। ତେଣୁ ପଛୁଆବର୍ଗଙ୍କର ସଂଖ୍ୟାର ସଠିକ୍ ଆକଳନ ପାଇଁ ଜାତିଭିତ୍ତିକ ଜନଗଣନା କରାଗଲେ ତାହାକୁ ଭିତ୍ତିକରି ୫୦%ରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ନ୍ୟାୟାଳୟମାନେ କୌଣସି ଅଙ୍କୁଶ ଲଗାଇ ପାରିବେ ନାହିଁ ।

୧୧. ସାଂପ୍ରତିକ ସଂରକ୍ଷଣ ବ୍ୟବସ୍ଥାକୁ ଦୃଷ୍ଟିରେ ରଖ୍ ପଞ୍ଚାୟତରାଜ ସଂସ୍ଥାଗୁଡିକର ଆଗାମୀ ନିର୍ବାଚନ ପାଇଁ ଆବଶ୍ୟକ ସଂରକ୍ଷଣ ନିମନ୍ତେ ପ୍ରସ୍ତୁତି କରିବାକୁ ସରକାର ବିଗ୍‌ର କରୁଛନ୍ତି । ଯାହାକି ସଂପ୍ରତି ବିଭିନ୍ନ ନ୍ୟାୟାଳୟର ଅନ୍ତରୀଣ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାର ପରିସ୍ପୟକ ହେବା ସଙ୍ଗେ ସଙ୍ଗେ ଏକ ଚୁଡ଼ାନ୍ତ ନିର୍ଯ୍ୟାସ ନେବାରେ ସାହାଯ୍ୟ କରିବ ।

୧୨. ସରକାର କୌଣସି ଚୁଡ଼ାନ୍ତ ନିଷ୍ପରି ନେବାର ଅବ୍ୟବହିତ ପୂର୍ବରୁ ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପଞ୍ଚାୟତିରାଜ ସଂସ୍କାର ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ନିମନ୍ତେ SEBCଙ୍କ ପାଇଁ ଅତି କମ୍‌ରେ ୨୭% ଦଳୀୟ ପ୍ରାର୍ଥୀ ଘୋଷଣା କରିବା ପାଇଁ ଦଳ ନିଷ୍ପତ୍ତି ନେଇଛି।

Follow us

20,832FansLike
0FollowersFollow
14,700SubscribersSubscribe

Latest news