ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟ କ୍ରମରେ ଏକ ମାଇଲଖୁଣ୍ଟ …

ଅନ୍ଧାରୁଆରେ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ 

ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଖର୍ଚ୍ଚ ହେବ ୧୦୦ କୋଟି
ପାଠ ପଢ଼ି ବେ ଏକ ହଜାର ଛାତ୍ରଛାତ୍ରୀ

ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟ କ୍ରମରେ ଏକ ମାଇଲଖୁଣ୍ଟ 

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଉପକଣ୍ଠର ଅନ୍ଧାରୁଆ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ବିଦ୍ୟାଳୟ ନିର୍ମାଣ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହା ଗ୍ରାମାଂଚଳର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ସ୍କୁଲ ଶିକ୍ଷା କ୍ଷେତ୍ରରେ ଚାଲିଥିବା ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ଏହା ଏକ ନୂତନ ମାଇଲ ଖୁଣ୍ଟ ହେବ।। ଏହି ସ୍କୁଲରେ ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ୫୦୦ ଲେଖାଏ, ସମୁଦାୟ ୧୦୦୦ ଜଣ ଛାତ୍ରଛାତ୍ରୀ ଶିକ୍ଷାଲାଭ କରିପାରିବେ ।୫-ଟି କାର୍ଯ୍ୟକ୍ରମ ଅଧୀନରେ ହିଞ୍ଜିଳିରୁ ଆରମ୍ଭ ହୋଇଥିବା ବିଦ୍ୟାଳୟ ରୂପାନ୍ତରଣ ଉପକ୍ରମ ସଂପର୍କରେ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ସାରା ରାଜ୍ୟରେ ପର୍ଯ୍ୟାୟକ୍ରମେ କରାଯିବ। ଏହି ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍‌, ଗଣିତ ଓ ଭାଷା ପ୍ରୟୋଗଶାଳା, ଉଚ୍ଚ ପ୍ରଯୁକ୍ତି ବିଦ୍ୟା ସଂପନ୍ନ କମ୍ପ୍ୟୁଟର ପ୍ରୟୋଗଶାଳା ପ୍ରତିଷ୍ଠା ହେବା ସହିତ ସମଗ୍ର ବିଶ୍ବର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ (Qualified Resource Persons) ବ୍ୟକ୍ତି ମାନଙ୍କ ସହିତ ଜ୍ଞାନ ଆଦାନପ୍ରଦାନ କରାଯିବ। ଗୁଣାତ୍ମକ ଶିକ୍ଷା ସହିତ ଜଣେ ଟିମ୍‌ ଲିଡରଙ୍କ ଅଧୀନରେ ମେଧାବୀ ଶିକ୍ଷକମାନେ ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ପ୍ରତିଯୋଗୀତାରେ ସଫଳତା ପାଇଁ ସହାୟତା କରିବେ ।

ଏହି ସ୍କୁଲର ଛାତ୍ରଛାତ୍ରୀମାନେ ସେମାନଙ୍କର ସମସ୍ତ ଅନ୍ତର୍ନିହିତ ଗୁଣର ବିକାଶ କରି ବିଭିନ୍ନ କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାଶ ଆଦର୍ଶ ବିଦ୍ୟାଳୟ ସଗଠନର ଅଧ୍ୟକ୍ଷ ଶ୍ରୀ ଉପେନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।

ରାଜ୍ୟରେ ଖୋଲିବ 24 ଟି ନୂଆ ଆଇଟିଆଇ କଲେଜ ….

() ବର୍ତ୍ତମାନ 49 ଟି ସରକାରୀ ଆଇଟିଆଇ ରହିଥିବା ବେଳେ 448 ଟି ବେସରକାରୀ ଆଇଟିଆଇ କଲେଜ ରହିଛି । ପିଲାଙ୍କୁ ଅଧିକରୁ ଅଧିକ ତାଲିମ ଦେବା ପାଇଁ ବିଭାଗ ଫୋକସ୍ କରୁଛି । ଆମେ ତାଲିମ ଦେବା ଉପରେ ପ୍ରାଧାନ୍ୟ ଦେଉଛୁ ମାତ୍ର ନିଯୁକ୍ତି କ୍ଷେତ୍ରରେ ଆମେ ଫୋକସ୍ ଦେଉନୁ । ପିଲାଙ୍କୁ ନିଯୁକ୍ତି ଦେବା କାର୍ଯ୍ୟ ସରକାରଙ୍କ ଦାୟିତ୍ୱ, ବିଭାଗ କେବଳ ତାଲିମ ଦେଇ ଥାଏ ।ବିଧାନସଭାର ପ୍ରଶ୍ନକାଳ ଆଲୋଚନା ସମୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ସୂଚନା

ଜଣେ ଗୁରୁ ଡ଼ଃ.ଅଚ୍ୟୁତ ସାମନ୍ତ ସାର୍ : ଛାତ୍ର ଇଂ.ରାଜଶେଖର ଲାହା

ଦିି
() ଗୁରୁ   ଶବ୍ଦର ଅର୍ଥ ହେଲା ଏମିତି ଜଣେ ମଣିଷ ଯାହାଙ୍କର କୌଣସି ଏକ କ୍ଷେତ୍ରରେ ବିଶେଷ ଜ୍ଞାନ ଓ ଦକ୍ଷତା ରହିଛି ଏବଂ ଯିଏ ଏହାକୁ ଅନ୍ୟମାନଙ୍କର ମାର୍ଗଦର୍ଶନ ପାଇଁ ବ୍ୟବହାର କରନ୍ତି | ‘ଗୁ’ ଶବ୍ଦର ଅର୍ଥ ଅନ୍ଧାର ‘ରୁ’ ଶବ୍ଦର ଅର୍ଥ ଆଲୁଅ | ଭାରତର ପୁରାଣ ଓ ଦର୍ଶନରେ ଯିଏ ଅଜ୍ଞାନ ଅନ୍ଧାର ରୁ ଜ୍ଞାନର ଆଲୋକ କୁ ବାଟ କଢେଇ ନିଅନ୍ତି ତାଙ୍କୁ ଗୁରୁ ବୋଲାଯାଏ | ‘ଗୁରୁ ‘ବିଶ୍ୱବନ୍ଦନୀୟ ‘ ଗୁରୁ ଊସ୍ହାହ ର ମୂଳାଧାର | ପାଶ୍ଚାତ୍ୟ ଦର୍ଶନରେ ନିଦ୍ଧିଷ୍ଟ ପରମ୍ପରା ବା ଧର୍ମର ପରିସୀମା ଭିତରେ ନଥାଇ ଯିଏ ଅନେକ ଅନୁଗାମୀ ଏକାଠି କରନ୍ତି ତାଙ୍କୁ ଗୁରୁ କୁହାଯାଏ ଏଭଳି ଏକ ମହାନ ବ୍ୟକ୍ତିତ୍ୱର ଅଧିକାରୀ ଜଣେଗୁରୁ ଡ଼ଃ.ଅଚ୍ୟୁତ ସାମନ୍ତ ସାର୍ |
ଗୁରୁ ଜଣେ ସଦାଚାରୀ,କର୍ତ୍ତବ୍ୟନିଷ୍ଠ ପରୋପକାରୀ ବ୍ୟକ୍ତି ହେବା ଊଚିତ୍, ତାଙ୍କ କାର୍ଯ୍ୟ ଶୈଳିରେ ବୈଜ୍ଞାନିକ ଙ୍କ ବିଚାର ଧାରା, କୃଷକର ଊଦଯୋଗ ସୈନିକର ପ୍ରତିବଦ୍ଧତା ଓ ପ୍ରଶାସକର ଅଙ୍ଗୀକାର ବଦ୍ଧତା ରହିବା ଆବଶ୍ୟକ | ଦେଶରେ ରାଜା ସମାଜରେ ଗୁରୁ ପରିବାରରେ ପିତା, ସୃଷ୍ଟିରେ ନାରୀ ଏମାନେ ସାଧାରଣ ନୁହନ୍ତି , କାରଣ ନିର୍ମାଣ ଓ ପ୍ରଳୟ ଏମାନଙ୍କ ହାତରେ ଥାଏ |ଯେତେବେଳେ ଶିକ୍ଷା ରୂପକ ଅଗ୍ନି ସ୍ପୁଲିଙ୍ଗ ହୋଇ ହଜାର ହଜାର ଦୀପକୁ ପ୍ରଜ୍ୱଳିତ କରେ ସେତେବେଳେ ସମାଜ ଜ୍ଞାନ ଆଲୋକରେ ଆଲୋକିତ ହୁଏ ଯାହା ଦେଖାଦେଈଛି ଡ଼ଃ.ଅଚ୍ୟୁତ ସାମନ୍ତ ସାର୍ ଙ୍କ କ୍ଷେତ୍ରରେ
ଅଚ୍ୟୁତ ଯିଏ ନିଜର ଗତିପଥରୁ , କର୍ତ୍ତବ୍ୟପରାୟଣତା ଦାୟୀତ୍ୱବୋଧରୁ ଚ୍ୟୁତ ହୋଇନଥିବା ଦରଦୀ ମଣିଷଟିଏ | ଜୀବନର ପ୍ରାରମ୍ଭରୁ ଆରମ୍ଭ ହୋଇଥିବା ପ୍ରତିକୁଳ ପରିସ୍ତିତିକୁ ସମ୍ନା କରି ସଂଘର୍ଷକୁ ନିଜର କରି ଆଗକୁ ବଢିଥିବା ମହାଦୃମଟିଏ , ଯିଏ ଦୀପଟିଏ ହୋଇ ହଜାର,ହଜାର, ଆଲୋକ ବର୍ତ୍ତିକା ପ୍ରଜ୍ୱଳିତ କରି ଆଲୋକ ର ଦିବ୍ୟ ଜ୍ୟୋତିଧାରା ରେ ସେମାନଙ୍କ ଜୀବନକୁ କୁସୁମିତ କରିବା ସହ ଅନେକ ମଣିଷ ତିଆରି କାରାଖାନା ର ପ୍ରାଣ ପ୍ରତିଷ୍ଠାତା,ସେ ମାନବ ନୁହନ୍ତି ଜଣେ ଅନୁଷ୍ଠାନ,ସେହି ଅଦମ଼୍ୟ ଚେଷ୍ଟା,ନିରନ୍ତର ପ୍ରୟାସ ଅବିଚଳ ମନୋନିବେଶ,ଉଚ୍ଚକାଂକ୍ଷା,ତାଙ୍କୁ କର୍ମଯୋଗୀ ରେ ରୁପାନ୍ତର କରିଦେଇଛି | ଅଭାବ ଅନାଟନର ସଂଘର୍ଷରେ ବଢି ଅଧ୍ୟାପନାରୁ ନିଜର ଦାୟୀତ୍ୱବୋଧ ଜୀବନର ଅୟ ଆରମ୍ଭ ଚାକିରି କରି ଅର୍ଥ ରୋଜଗାରରେ ନିଜର ପରିବାର, ଅଞ୍ଚଳର ଊନ୍ନତିରେ ସହାୟକ ହୋଇପାରିଥା’ନ୍ତେ କିନ୍ତୁ ବିଧାତାର ବିଚାର ଭିନ୍ନ ସମଗ୍ର ବିଶ୍ୱକୁ ପରିବାର ଭାବି ସାଂସାରିକ ମୋହମାୟାରୁ ନିଜକୁ ଊର୍ଦ୍ଧ୍ୱରେ ରଖି ବିଶ୍ୱ କଲ୍ୟାଣାର୍ଥେ ସମର୍ପିତ , ଯିଏ ହଜାର ହଜାର ଗରୀବ,ନିରୀହ,ନିଷ୍ପେସିତ,ଅବହେଳିତ ପିଲାଙ୍କୁ ଶିକ୍ଷାର ଆଲୋକ ବର୍ତ୍ତୀକାରେ ଆଲୋକିତ କରିବେ ,ଯିଏ ସମାଜର ହିତ ପାଇଁ ସମର୍ପିତ ସେ କ୍ଷୁଦ୍ରସ୍ୱାର୍ଥ ପାଇଁ ବନ୍ଧନ ଯୁକ୍ତ ହୋଇଥାନ୍ତେ କିପରି ? ଇଶ୍ୱର ଯାହାଙ୍କୁ ଅନୁଷ୍ଠାନ କରି ଗଢିତୋଳିଛନ୍ତି ସେ ବ୍ୟକ୍ତି ବିଶେଷରେ ସନ୍ତୁଷ୍ଟ ହେବେ କିପରି? ଅଭାବ ଅନାଟନକୁ ଅତିନିକଟରୁ ଦେଖିଥିବା ଦରଦୀ ମଣିଷଟି ହଜାର ହଜାର ଗରୀବ ନିସ୍ପେସିତ,ଆର୍ଥିକ ଦୁର୍ବଳ ଅନଗ୍ରସର ଜନଜାତି ପିଲାମାନଙ୍କର ଜୀବନ ଜୀବିକା ଊଜ୍ୱଳ ଭବିଷ୍ୟତ ଗଢିବାର ସ୍ୱପ୍ନକୁ ସାକାର କରିବା ପାଇଁ ଆଗେଈ ଆସିଲେ | ପାଲଟିଗଲେ ସେମାନଙ୍କର ପଥପଦର୍ଶକ, ମାର୍ଗଦର୍ଶକ,ବଦଳେଈ ଦେଲେ ସେମାନଙ୍କର ଜୀବନ ଶୈଳି ପ୍ରତିଷ୍ଠିତ କରେଈ ଦେଲେ ସମାଜରେ | ସେମାନଙ୍କ ମଧ୍ୟରେ ଥିବା ସୁପ୍ତ ପ୍ରତିଭାକୁ |ଆହ୍ୱାନ ଦେଲେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ |
କଲରାବାଙ୍କରୁ ଜନ୍ମିତ ହୋଇ ‘କଳିଙ୍ଗ’ କୁ ଆନ୍ତର୍ଜାତିକ ସ୍ତରରେ ପ୍ରତିଷ୍ଠା କରାଇବାରେ କଳିଙ୍ଗ ମାଟିର ଯୋଗ୍ୟ ସନ୍ତାନ ଊସ୍ହର୍ଗୀକୃତ ମନୋଭାବ ସଫଳ ରୁପାୟନ କରି ପାରିଛନ୍ତି ମାଟି ମାଆ(କଳିଙ୍ଗ) କୁ ଭଲପାଊଥିବା ଦରଦୀ ମଣିଷଟି ପ୍ରତିଷ୍ଠା କରିଥିବା ସମସ୍ତ ଅନୁଷ୍ଠାନ ‘କଳିଙ୍ଗ’ନାମରେ ସମର୍ପିତ | କଳିଯୁଗ ର ବସ୍ତୁବାଦୀ ଦୁନିଆରେ ସ୍ୱାର୍ଥନ୍ୱେଷୀ ମଣିଷ ନିଜର ଅଥବା ସଂପର୍କୀୟ ମାନଙ୍କୁ ଗୁରୁତ୍ୱାରୋପ କରୁଥିବା ବେଳେ ଜନ୍ମମାଟିକୁ ଭଲ ପାଊଥିବା ବ୍ୟକ୍ତି ସେମାନଙ୍କ ଠାରୁ ଊର୍ଦ୍ଧରେ | ଏହା ମଧ୍ୟ ଆଜିର ସମାଜ ପାଇଁ ଅନୁକରଣୀୟ |
ସମଗ୍ର ଓଡ଼ିଶାର ବଣ ପାହାଡ଼ ଘେରା ଜନଜାତି ମୁଲକର ଗରୀବ,ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାର ପ୍ରଦୀପଟିଏ କରି ଗଢିତୋଳିବାର ଯେଊଁ ଅଦମ୍ୟ ପ୍ରୟାସ,ଅବିଚଳିତ ମନୋବୃତ୍ତି ନିରନ୍ତର ଚେଷ୍ଟା ତାଙ୍କୁ ମହାନ ରୁ ମହାନୁତ୍ତର କରିଛି | ଶିକ୍ଷାର ଅଭାବ ଯୋଗୁଁ ଯେଊଁମାନେ ନିଜର କୌଳିକ ବୃତ୍ତିକୁ ଆପଣେଇ ଥାଆନ୍ତେ ଅଥବା ଅଶିକ୍ଷିତ,ଅର୍ଦ୍ଧଶିକ୍ଷିତ ହୋଇଥାନ୍ତେ ସେମାନେ ଆଜି ଆଲୋକ ବର୍ତ୍ତିକା ହୋଇ ନିଜର,ନିଜପରିବାରର,ନିଜ ଅଞ୍ଚଳର ଓଡ଼ିଶା ମାଟିର ସଫଳ ଭାବେ ନିଜକୁ ଊପସ୍ଥାପିତ କରିପାରିଛନ୍ତି ଜଣେ ବ୍ୟକ୍ତି ବିଶେଷ ଦୁଇ ଦୁଇଟି ବିଶ୍ୱବିଦ୍ୟାଳୟ(କିଟ୍ ବିଶ୍ୱବିଦ୍ୟାଳୟ ଓ କିସ୍ ବିଶ୍ୱବିଦ୍ୟାଳୟ )ର ପ୍ରାଣ ପ୍ରତିଷ୍ଠାତା ଅଭାବ ଅନାଟନରେ ପଢିପାରୁନଥିବା ଅନେକ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କର ମାଗଣା ଶିକ୍ଷା ପାଇଁ ଦାୟୀତ୍ୱ ବହନକରି କେବଳ ସେମାନଙ୍କର ପଥ ପ୍ରଦର୍ଶକ ନୁହନ୍ତି ସମସ୍ତ ଶିକ୍ଷାପ୍ରେମୀ ମାନଙ୍କ ଆଦର୍ଶ ପାଲଟି ଯାଈଛନ୍ତି ,
ବୀର ସହୀଦମାନଙ୍କର ସନ୍ତାନମାନେ ଅଥବା କରୋନାରେ ବଳିଦାନ କରିଥିବା ଯୋଦ୍ଧାମାନଙ୍କର ସନ୍ତାନମାନେ , ସମସ୍ତଙ୍କୁ ମାଗଣାରେ ଶିକ୍ଷାଦାନ କରିବାର ଯେଊଁ ବଳିଷ୍ଠ ପଦକ୍ଷେପ ତାହା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ,ସମାଜର ଅବହେଳିତ,ଦୁର୍ଘଟଣା ଗ୍ରସ୍ତ ପରିବାର ଅନାଥ ପିଲାଙ୍କ ସାମନ୍ତସାର୍ ଆଶାର ଆଲୋକ |ନିଜେ ଜନ୍ମରୁ ଅଭାବ ଅନାଟନ ଭିତରେ ପରିସ୍ଥିତିର ଚରମ, ପ୍ରତିକୁଳ ପରିସ୍ଥିତି ସତ୍ୱେ ନିଜେ ସଂଘର୍ଷ କରି ଆଜି ହଜାର ହଜାର ପିଲାଙ୍କୁ ସଫଳତାର ଶୀର୍ଷ ଛୁଆଇଁ ପାରିଛନ୍ତି |ସେଥିମଧ୍ୟ ରୁ ଶତାଧିକ ଗରିବ ପିଲା ଡ଼ାକ୍ତର ହୋଈ ଆଜି ଏ ମହାମାରୀ ସମୟରେ ମାନବ ସମାଜ ର ଚିକିସ୍ହା ସେବାରେ ଲାଗିଛନ୍ତି |
ମଣିଷ ଯେତେବେଳେ ଲୋଭ ମୋହ ମାୟା ପଛରେ ପଡ଼ି ସର୍ବଦା ବସ୍ତୁବାଦୀ ହୋଇ ଆଗକୁ ଦୌଡ଼େ ସେହି ସମୟରେ ଏଭଳି ଏକ ବ୍ୟକ୍ତି ନିଜ ମାଟି ମାଆକୁ ପ୍ରାଣ ଭଳି ଭଲପାଇ ନିଜଗାଁକୁ ସମଗ୍ର ଦେଶରେ ଏକ ଆଦର୍ଶ ଗ୍ରାମରେ ପରିଣତ କରିପାରିଛନ୍ତି ଏହା ଆଜିର ସମାଜ ପାଇଁ ଅନୁକରଣୀୟ ,ଭାରତୀୟ ପରମ୍ପରାରେ ଗୁରୁଙ୍କ ସ୍ଥାନ ଅତୁଳନୀୟ | ଏହି ପବିତ୍ର ଗୁରୁଦିବସ ଅବସରରେ ଗୁରୁ ଡ଼ଃ.ଅଚ୍ୟୁତ ସାମନ୍ତ ସାରଙ୍କ ନିଷ୍ଠା ,ତ୍ୟାଗପୁତ ଜୀବନ, ସମୟାନୁ ବର୍ତ୍ତୀତା,ଦାୟୀତ୍ୱବୋଧ,କର୍ତ୍ତବ୍ୟ ପରାୟଣତା,ସେବା ମନୋବୃତ୍ତି,ସମର୍ପଣ ଭାବ ସର୍ବଦା ସମାଜ ପାଇଁ ଅନୁକରଣୀୟ,ଅର୍ଜନ କରିଥିବା ଶିକ୍ଷା କୁ ନିଜର ଜୀବନ ଶୈଳୀରେ ବ୍ୟବହାର ସହ ଅନ୍ୟର ଊପକାର ତଥା ସମାଜର ହିତ ସାଧନ ନିମନ୍ତେ ‘ଗୁରୁ’ ଡ଼ଃ.ଅଚ୍ୟୁତ ସାମନ୍ତ ସାର୍ ପ୍ରବର୍ତ୍ତାଇ ଥାଆନ୍ତି |ସକାରାତ୍ମକ ଚିନ୍ତାଧାରା ସ୍ୱପ୍ନକୁ ସାକାର କରିବାର ମଣିଷଟିଏ ଡ଼ଃ.ଅଚ୍ୟୁତ ସାମନ୍ତ ସାର୍ ,ଦୀପଟିଏ ହଜାର ହଜାର ଦୀପକୁ ପ୍ରଜ୍ୱଳିତ କରି ସେମାନଙ୍କର ଜୀବନ ଜୀବିକାକୁ ପ୍ରଭାବିତ କରିପାରୁଥିବା ସେହି ମହାନ ଗୁରୁ ଡ଼ଃ.ଅଚ୍ୟୁତ ସାମନ୍ତ ସାର୍ ଙ୍କୁ କୋଟି ପ୍ରଣାମ ,ବାସ୍ତବିକ୍ ଡ଼ଃ.ଅଚ୍ୟୁତ ସାମନ୍ତ ସାର୍ ଗୁରୁ ଙ୍କ ଗୁରୁ | ସର୍ବାଗ୍ରେ ‘ତସ୍ମୈ ଶ୍ରୀ ଗୁରବେ ନମଃ’

ଛାତ୍ର ଇଂ.ରାଜଶେ

ସାମ୍ବାଦିକତାରେ ପ୍ରତିଫଳିତ ହେଉ ସାମାଜିକ ପ୍ରତିବଦ୍ଧତା; ସ୍ୱାସ୍ଥ୍ୟମନ୍ତ୍ରୀ

ସାମ୍ବାଦିକତାରେ ପ୍ରତିଫଳିତ ହେଉ ସାମାଜିକ ପ୍ରତିବଦ୍ଧତା; ସ୍ୱାସ୍ଥ୍ୟମନ୍ତ୍ରୀ

ଓଡିଶା ସାମ୍ବାଦିକ ୟୂନିଅନର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଓ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ସମ୍ବଲପୁର ୨୯ା୮ – ଓଡିଶା ସାମ୍ବାଦିକ ୟୂନିଅନ (ଓୟୂଜେ)ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉତ୍ସବ ସ୍ଥାନୀୟ ତପସ୍ୱିନୀ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ସାମାଜିକ ଜଟିଳ ପରିସ୍ଥିତିରେ ସାମ୍ବାଦିକ ପ୍ରତିବଦ୍ଧତା ରହିଲେ ସୁସମାଜ ପ୍ରତିଷ୍ଠା ହୋଇ ପାରିବେ ବୋଲି ଗୁରୁତ୍ୱାରୋପ କରିଥିଲେ । ଏଥିସହ ସାମ୍ବାଦିକଙ୍କ ଦାବୀକୁ ସମର୍ଥନ ଜଣାଇ ପେନସନ ଓ ବୀମା ଅର୍ଥ ଦୁଇ ଲକ୍ଷରର ପାଂଚ ଲକ୍ଷକୁ ବୃଦ୍ଧି କରିବା ଦାବିକୁ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଠାରେ ଦୃଷ୍ଟି ଆକର୍ଷଣ କରି ସମାଧାନ କରିବାକୁ ପ୍ରକାଶ କରିଥିଲେ ।
ଓୟୂଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସାମ୍ବଦିକଙ୍କ ପ୍ରସଙ୍ଗକୁ ସମର୍ଥନ ଜଣାଇ ସରକାରଙ୍କ ଠାରେ ଉପସ୍ଥାପନ କରିବାକୁ ପ୍ରକାଶ କରିଥିଲେ ।
ସଭାରେ ବରିଷ୍ଠ ସମା୍‌ବଦିକ ଅର୍ଜୁନ ରଂଜନ ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସମ୍ବଲପୁର ଜିଲା ସମ୍ବାଦିକ ୟୂନିଅନର ସ୍ୱତନ୍ତ୍ର ପରିଚୟ ରହିବା ସହ ସଂଗଠନର ୫୦ବର୍ଷ ସଂକ୍ରାନ୍ତରେ ଆଲୋକପାତ କରିଥିଲେ । ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ ନନ୍ଦ ସଂଗଠନ ସମ୍ବନ୍ଧରେ ଆଲୋକପାତ କରିବା ସହ ସମ୍ବଲପୁର ଠାରୁ ଆରମ୍ଭ ହୋଇଥିବା ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ କରିବାକୁ ରହିଥିବା ବେଳେ ଭୂବନେଶ୍ୱରରେ ଏହାର ଉଦଯାପନୀ ଉତ୍ସବ କରିବାକୁ ସୂଚନା ପ୍ରଦାନ କରିଥିଲେ ।

ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହ ସାମ୍ବଦିକଙ୍କ ସ୍ୱାସ୍ଥ୍ୟବୀମା ଦୁଇ ଲକ୍ଷରୁ ୫ଲକ୍ଷକୁ ବୃଦ୍ଧି , ଅବସରପ୍ରାପ୍ତ ସାମ୍ବାଦିକଙ୍କୁ ପେନସନ ବ୍ୟବସ୍ଥା କରିବା, ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବା ଉପରେ ଦାବି କରିଥିଲେ । ଓୟୂଜେର ୫୦ବର୍ଷ ର ଗୌରବମୟ ଇତିହାସ ଉପରେ ଆଲୋକପାତ କରିଥିଲେ ।
ସଭାର ପ୍ରଥମ ପର୍ଯ୍ୟାୟରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ସାମାଜିକ ସୂରକ୍ଷାନେଇ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରିଥିଲେ । ସମ୍ବଲପୁରର କଳା,ସଂସ୍କୃତି ,ପ୍ରତିଭା ପ୍ରତିପାଦନ କରିବାରେ ଦୂରଦର୍ଶନ କେନ୍ଦ୍ରର ସ୍ୱତନ୍ତ୍ରତା ରହିଛି । ମାତ୍ର ଏହାକୁ ବନ୍ଦ କରିବା ଉଦ୍ୟମକୁ ନିନ୍ଦା କରି ପୂର୍ଣ୍ଣକ୍ଷମ କରିବାକୁ ଦାବି କରାଯାଇଥିଲା । ଏଥିସହ ପଶ୍ଚିମ ଓଡିଶା ଗାନ୍ଧୀ ତଥା ସାମ୍ବାଦିକ ସ୍ୱର୍ଗତ ନୃସିଂହ ଗୁରୁଙ୍କ ଜୟନ୍ତୀ ରାଜ୍ୟ ସରକାର ପାଳନ କରିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା । ଏହି ଅବସରରେ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ସାମ୍ବଦିକତା କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟ ଓ ସାମାଜିକ କାମ ସକାଶେ ସ୍ୱର୍ଗତ ଭାଗବତ ପ୍ରସାଦ ନନ୍ଦ, ସ୍ୱର୍ଗତ ରତନ ପାଣି , ସ୍ୱର୍ଗତ ତାରାକାନ୍ତ ଗୁରୁ , ସ୍ୱର୍ଗତ ଅଜିତ ନାଏକ ଏବଂ ବର୍ଷିୟାନ ସାମ୍ବାଦିକ ତଥା ୟନୂିଅନର ବରିଷ୍ଠ ସଦସ୍ୟ ଅର୍ଜୁନ ପଣ୍ଡା ,ଦେବଦତ ପଣ୍ଡା , ଜଗତ ପ୍ରସାଦ ଦାସ , ମନୋରଂଜନ ପଟ୍ଟନାୟକ ,ଅରୁଣ ବେହେରା, ଶୀବ ମେହେରଙ୍କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା ସଭାରେ ସମ୍ବାଲପୁର ଜିଲା ସାମ୍ବାଦିକ ୟୂନିଅନ ସଭାପତି ପ୍ରଭାତ ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଜିଲା ସମ୍ପାଦକ ପ୍ରଦୀପ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ ସାଧାରଣ ସମ୍ପାଦକ ରାଜେଶ ବିଭାର ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବରେ ରାଜ୍ୟର ସମସ୍ତ ଜିଲାର ପଦାଧିକାରୀ ମାନେ ଯୋଗ ଦେଇ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ଅକ୍ଷୟ ସାହୁ,ଉପନ ସାହୁ, କିଶାନ ରାଉତ, ଇଙ୍ଗିତ ପଣ୍ଡା,ରବିନ୍ଦ୍ର ମିଶ୍ର, ଅମୂଲ୍ୟ ସ୍ୱାଇଁ , ପ୍ରାମୋଦ ସାମନ୍ତରାୟ, ଚନ୍ମୟ ମହାପାତ୍ରପାାା, ଆଚାର୍ଯ୍ୟ ବିଶ୍ୱରଂଜନ, ସଚିକାନ୍ତ ସାହୁ, ରାଜେନ୍ଦ୍ର ନାଏକ, ମନୋଜ ରାଜ, ଜୟନ୍ତ ଖଡିରତ୍ନ, ଗଗନ ଶର୍ମା, ହେମନ୍ତ ରାଉତ, ରମାକାନ୍ତ ମହାନନ୍ଦ, କନ୍ଦର୍ପ ବେହେରା, ଦିନେଶ ମହାନା, ରାଧେଶ୍ୟାମ ପଣ୍ଡା, ସନ୍ତୋଷ ପଟେଲ ସମେତ ବିଭିନ୍ନ ପ୍ରାପ୍ତର ବହୁ ସଦସ୍ୟ,ସଦସ୍ୟା ଯୋଗ ଦେଇଥିଲେ । ଉତ୍ସବରେ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ପ୍ରାରମ୍ଭରେ କରୋନାରେ ଅକାଳ ବିୟୋଗ ଘଟିଥିବା ଓ ପୂର୍ବଜଙ୍କ ସ୍ମୃତି କରି ଏକ ମିନିଟ ନିରବ ପ୍ରାର୍ଥନା କରିଥିଲେ । ପୂର୍ବାହ୍ନରେ ମନ୍ଦଲିଆ ଠାରେଥିବ ନୃସିଂହ ଗୁରୁ ପାର୍କ ଠାରେ ଥିବା ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ ।

ବନ୍ଦ ହେଉ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଉଠାଇନେବା ପ୍ରୟାସ: ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଓୟୁଜେର ସ୍ମାରକପତ୍ର

ବନ୍ଦ ହେଉ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଉଠାଇନେବା ପ୍ରୟାସ: ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଓୟୁଜେର ସ୍ମାରକପତ୍ର
ସମ୍ବଲପୁର, : ଦୀର୍ଘ ଚାରି ଦଶନ୍ଧିରୁ ଉର୍ଦ୍ଧ ଧରି ସମ୍ବଲ ଦୂରଦର୍ଶନ କେନ୍ଦ୍ର ପଶ୍ଚିମ ଓଡିଶାର ଜନଜୀବନର ଏକ ଅଭିନ୍ନ ଅଙ୍ଗ ହୋଇଆସିଛି । ସାହିିତ୍ୟ ଓ ସଂସ୍କୃତିର ପ୍ରାଣକେନ୍ଦ୍ର ସମ୍ବଲପୁରରେ ସୃଜନଶୀଳ ଲେଖକ ଓ କଳାକାରଙ୍କୁ ପ୍ରୋତ୍ସାହିତ କରିଆସୁଥିବା ଏହି କେନ୍ଦ୍ରକୁ ଉଠାଇନେବା ପ୍ରୟାସ ବିରୋଧରେ ସ୍ୱର ଉଠାଇଛି ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ) । ଏହି ମର୍ମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁରଙ୍କୁ ଶନିବାର ଦିନ ଏକ ସ୍ମାରକପତ୍ର ପ୍ରଦାନ କରିଛି ଓୟୁଜେ ।
ରବିବାର ଦିନ ଓୟୁଜେର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସମ୍ବଲପୁର ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଶନିବାର ସଂଧ୍ୟାରେ ଅନୁଷ୍ଠିତ ପଦାଧିକାରୀଙ୍କ ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ଓୟରୁଜେ ସଭାପତି ପ୍ରସନ୍ନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଉଠାଇନେବାକୁ ହେଉଥିବା ପ୍ରୟାସକୁ ନାପସନ୍ଦ କରାଯାଇଥିଲା । ପଶ୍ଚିମ ଓଡିଶାର ଭାବାବେଗ ପ୍ରତି ଏଭଳି ଉଦ୍ୟମ ଶକ୍ତ କୁଠାରଘାତ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଦଳମତ ନିର୍ବିଶେଷରେ ଏହା ବିରୋଧରେ ପ୍ରକାଶ ପାଇଥିବା ଜନମତ ସହିତ ଓୟୁଜେ ନିଜକୁ ସାମିଲ୍ କରିବା ସହ ଏଭଳି ଉଦ୍ୟମରୁ କ୍ଷାନ୍ତ ରହିବା ପାଇଁ ଅନୁରୋଧ କରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଠାକୁରଙ୍କ ଉଦ୍ଦ୍ୟେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳ ଦାୟିତ୍ୱରେ ଥିବା ସମ୍ବଲପୁର ପ୍ରକଳ୍ପ ଅଧିକାରୀ ସୁକାନ୍ତ ତ୍ରିପାଠୀଙ୍କୁ ପ୍ରଦାନ କରାଯାଇଥିଲା ।
ଦୂରଦର୍ଶନ କେନ୍ଦ୍ର ବନ୍ଦ ନିଷ୍ପତିକୁ ପ୍ରତ୍ୟାହାର କରିବା ସହିତ ଏହାକୁ ଏକ ସ୍ୱୟଂସମ୍ପୂର୍ଣ୍ଣ କେନ୍ଦ୍ରଭାବେ ବିକଶିତ କରିବା ପାଇଁ ସ୍ମାରକପତ୍ରରେ ଦାବି କରାଯାଇଛି ।
ପ୍ରତିନିଧି ଦଳରେ ଓୟୁଜେ ସଭାପତି ଶ୍ରୀ ମହାନ୍ତିଙ୍କ ସହ ସାଧାରଣ ସମ୍ପାଦକ ଅଶୋକ ନନ୍ଦ, ସମ୍ବଲପୁର ଜିଲ୍ଲା ସଭାପତି ପ୍ରଭାତ ବେହେରା, ରାଜେଶ ବିଭାର, ରାଜ୍ୟ ଉପସଭାପତି ଉପନ ସାହୁ ଓ କିଶାନ ରାଉତ; ସମ୍ପାଦକ ଇଂଗିତ ପଣ୍ଡା, କୋଷାଧ୍ୟକ୍ଷ ଅମୂଲ୍ୟ ସ୍ୱାଇଁ, ଜିଲ୍ଲା ଉପସଭାପତି ହେମନ୍ତ ରାଉତ, ରାଜେନ୍ଦ୍ର ନାୟକ, ଶରତ ପ୍ରଧାନ ଓ ଜୟନ୍ତ ଖଡିରତ୍ନ ପ୍ରମୂଖ ସାମିଲ୍ ହୋଇଥିଲେ ।

ବବିଙ୍କ ବ୍ଲାଷ୍ଟର ଷ୍ଟ୍ରୋକ :ମୟୂରଭଞ୍ଜରେ ଭୂଷୁଡିଲା ବିଜେପିର ଦୁର୍ଗ

() ଓଡ଼ିଶାର ସବୁଠାରୁ ବଡ ଜିଲ୍ଲା ମୟୂରଭଞ୍ଜ ଦିନେ ବିଜେଡି ର ଅଭେଦ୍ୟ ଅଙ୍ଗ ଥିଲା। ହେଲେ ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ଏହି ଦୁର୍ଗରେ ଧସେଇ ପଶିଥିଲା ବିଜେପି ।୫୬ ଜିଲ୍ଲା ପରିଷଦ ଆସନରୁ ୪୯ଟିରେ ବିଜୟ ଲାଭ କରିଥିଲା ବିଜେପି , ସେହିପରି ୨୦୧୯ ସାଧାରଣ ନିର୍ବାଚନରେ ୯ଟି ବିଧାନସଭା ଆସନରୁ ୬ଟି ଆସନ ଜିତିବା ସହ ଏକ ମାତ୍ର ସଂସଦୀୟ କ୍ଷେତ୍ରରେ ମଧ୍ୟ ବିଜୟ ଲାଭ କରିଥିଲା । ଆଉ ୨୦୧୭ରେ ବିଜେଡିର ଏହି ଦୁର୍ଗରେ ଶକ୍ତି ପ୍ରଦର୍ଶନ କରିଥିଲା ବିଜେପି ।ବିଜେଡିର ଏହି ବିଫଳତା ଦଳୀୟ ନେତାଙ୍କ ମଧ୍ୟରେ ଅନ୍ତର୍ଦ୍ବନ୍ଦ ବିଜେପିକୁ ସଫଳ ଦେଇଥିଲା । ହେଲେ ,ବିଜେଡିର ଏହି ଗଡକୁ ପୁଣିଥରେ ଫେରାଇବା ପାଇଁ ନବୀନ ଚଳାଇଥିଲେ ଗୋଟି । ନିଜର ଅତି ବିଶ୍ଵସ୍ତ ଓ ପ୍ରିୟଯୁବ ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ (ବବି)ଙ୍କୁ ମୟୂରଭଞ୍ଜ ଜିଲ୍ଲାର ଗୁରୁ ଦାୟିତ୍ଵ ଦେଇଥିଲେ । ବିଜେଡି ର କ୍ରାଇସିସ ମ୍ୟାନଜର ଭାବରେ ଉଭା ହୋଇଥିଲେ ପ୍ରଣବ । ଆଉ ତାପରେ ଆରମ୍ଭ କରିଥିଲେ ନିଜର ସାଙ୍ଗଠନିକ ଦକ୍ଷତା ।ପ୍ରଥମେ ଜିଲ୍ଲାର ସଙ୍ଗଠନକୁ ଦୁଇଟି ସାଙ୍ଗଠନିକ ଜିଲ୍ଲାରେ ବିଭକ୍ତ କରିଥିଲେ ପ୍ରଣବ ।‌ ଅନେକ ନେତାଙ୍କୁ ଦେଇଥିଲେ ଗୁରୁଦାୟିତ୍ଵ। ନିଜେ ଘନଘନ ମୟୂରଭଞ୍ଜ ଗସ୍ତ କରି ଦଳୀୟ ନେତା ଓ କର୍ମୀଙ୍କୁ ସଂଗଠିତ କରିଥିଲେ । କେବଳ ସେତିକି ନୁହେଁ ବିଜେଡିରେ ନେତା ନୁହେଁ , ଦଳରେ କର୍ମୀ ବଡ ଓ କୈାଣସି ଗୋଷ୍ଠୀ ନୁହେଁ ,କେବଳ ନବୀନଙ୍କ ନେତୃତ୍ୱରେ କାମ କରିବା ପାଇଁ ନେତାମାନଙ୍କୁ ଚରମବାଣୀ ଶୁଣାଇଥିଲେ । ଯେଉଁମାନେ ଏକ ହୋଇ ନଚାଲିବେ ସେମାନଙ୍କୁ ଦଳରୁ ବାଦ ଦେବା ଭଳି ଚେତାବନୀ ଦେଇଥିଲେ। ଏହାକୁ କାର୍ଯ୍ୟକାରୀ କଲେ ମଧ୍ୟ । ଫଳରେ ଧିରେଧିରେ ପଦ୍ମପାଖୁଡା ଝଡ଼ିବାକୁ ଲାଗିଲା ମୟୂରଭଞ୍ଜ ଜିଲ୍ଲାରେ । ବବିଙ୍କ ସାଙ୍ଗଠନିକ ଦକ୍ଷତା ଦେଖି କେନ୍ଦ୍ର ବିଜେପି ଚିନ୍ତା ବଢିଲା । ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ଫୋକସ କଲେ । ପାଖ ଜିଲ୍ଲାରୁ ପ୍ରତାପଙ୍କୁ କେନ୍ଦ୍ରମନ୍ତ୍ରୀ ପଦରୁ ହଟାଇ ମୟୂରଭଞ୍ଜ ଜିଲ୍ଲାର ସାସଂଦ ବିଶେଶ୍ୱର ଟୁଡୁଙ୍କୁ କେନ୍ଦ୍ରମନ୍ତ୍ରୀ କଲେ । ଏହା ମଧ୍ୟ ବବିଙ୍କ ସାଙ୍ଗଠନିକ ଦକ୍ଷତାକୁ ଭେଦ କରିପାରିନଥିଲା । ଗୋଟିଏ ପରେ ଗୋଟିଏ ସ୍ଥାନୀୟ ନିର୍ବାଚନରେ ପରାଜିତ ହେଲା ବିଜେପି । ବିଜେପି ଖାତାରୁ ଗୋଟିଏ ପରେ ଗୋଟିଏ ଆସନ ବିଜେଡି ଖାତାକୁ ଗଲା ।

ଆଉ ଏବେ ପଞ୍ଚାୟତ ଓ ପୈାର ନିର୍ବାଚନ ସମୟ ‌ । ଏହା ପୂର୍ବରୁ ମୟୂରଭଞ୍ଜ ବିଜେପି ସଂଗଠନ ଚିତପଟାଙ୍ଗ ମାରିଛି ।ଭୂଷୁଡି ପଡିଛି ବିଜେପିର ମୟୂରଭଞ୍ଜ ଗଡ ।‌ ଜଣେ କି ଦୁଇଜଣ ନୁହନ୍ତି , ଏକାଥରକେ ୧୫ ଜଣ ଜିଲାପରିଷଦ ସଭ୍ୟ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏହି ଘଟଣା ଏବେ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିବା ସହ ରାଜ୍ୟ ବିଜେପିର ଅସଲ ସାଙ୍ଗଠନିକ ଦକ୍ଷତାକୁ ପ୍ରମାଣିତ କରିଛି ।ମୟୂରଭଞ୍ଜରେ ଆରମ୍ଭ ହୋଇଥିବା ଏହି ଅଭିଯାନ ସାରା ଓଡ଼ିଶାରେ କାୟାବିସ୍ତାର କରିବ ବୋଲି ରାଜନୈତିକ ସମୀକ୍ଷକ ମାନେ କହିଛନ୍ତି ।

ସମୟ ଓ ମନ…..

() ସମୟ ବଡ଼ ବଳବାନ । ଆଜିର ବ୍ୟସ୍ତ ବହୁଳ ଜୀବନ ଭିତରେ କାହା ପାଖରେ ବି ଟିକେ ସମୟ ନାହିଁ । ପରିବାର ସହ ସମୟ କାଟିବା ତ ଦୂରର କଥା ନିଜ ପାଇଁ ବି ସମୟ ନାହିଁ । ସମୟ ଚକ୍ରରେ ଦୁନିଆ ପରିବର୍ତ୍ତନ ହେଉଛି , ଚେହେରାର ବି ପରିବର୍ତ୍ତନ ହେଉଛି । ଯାହା କେବେ ଭାବିନଥିବ ତାହାର ବି ପରିର୍ତ୍ତନ ଘଟୁଛି । ହେଲେ ପ୍ରକୃତି ପରି କିନ୍ତୁ ମନର ସେତେଟା ପରିବର୍ତ୍ତନ ଘଟୁନାହିଁ । ମନ ଆଜି ବି ଚାହୁଛି ସେ ସମୟ ମୋର ଫେରିଆସନ୍ତାକି , ପୁଣି ସେହି ସମୟର ସ୍କୃତି ଆଜି ତାଜା ହୋଇଯାଆନ୍ତା । ଏମିତି କେତେକଣ ଭାବିଭାବି ସେଦିନ ଅଧରାତି ପର୍ଯ୍ୟନ୍ତ ରଙ୍ଗାର ଆଖିକୁ ନିଦ ଆସୁନାହିଁ । ସେ ଭାବି ଚାଲିଥାଏ ମନେମନେ । ମୁଁ ଓ ଜଗା କଣ କେବେ ପରସ୍ପର ପାଇଁ ଗୋଟିଏ ସହରରେ ଓ ଗୋଟିଏ ଅଫିସରେ ରହି ମଧ୍ୟ ଦୁଇଜଣ ନିଜ ପାଇଁ ଟିକେ ସମୟ କାଢିପାରିବୁନି । କଣ ସମୟ ବଦଳିଛି ନାଁ ଆମେ ଦୁହେଁ ବଦଳିଯାଇଛୁ । ଏକଥା ଯେ ସେଦିନ ରାତିରେ ଏକା ରଙ୍ଗା ଏକଥା ଭାବୁଥାଏ ତାହା ନୁହେଁ, ଜଗା ମଧ୍ୟ ଭାବୁଥାଏ । ଯେମିତି ସେ ରାତି ଏ ସମୟ ଭଭୟଙ୍କୁ ସର୍ମ୍ପକ କଥା ଭାବିବା ପାଇଁ ଏକ ସଂଯୋଗ କରିଥିଲା ।
ପିଲାଦିନରୁ ରଙ୍ଗା ଓ ଜଗା , ଗୋଟିଏ ସ୍କୁଲରେ ପଡ଼ିଛନ୍ତି , ଗୋଟିଏ ଗାଁରେ ଦାଣ୍ଡରେ ଖେଳିଛନ୍ତି । ପ୍ରଥମରୁ କଲେଜ ପାଠ ଶେଷ ଯାଏ ଉଭୟ ଗୋଟିଏ ସ୍ଥାନରେ ପଢି଼ିଛନ୍ତି । ଶେଷରେ ସମୟର ସଂଯୋଗ ଏମିତି ଗୋଟିଏ ଜାଗାରେ ଚାକିରୀ ବି କରିଛନ୍ତି । ରଙ୍ଗା ସବୁବେଳେ ମଜାରେ ଜଗାକୁ କହେ ଭାଇ ଆମେ ଗୋଟେ ଘରେ ବାହାହେବା ଦୁଇ ଉଉଣୀକୁ । ଏମିତି ଜୀବନର ପ୍ରତ୍ୟେକ ମୁହୁର୍ତ୍ତି ପରସ୍ପର କାଟିଛନ୍ତି । ଏହାରି ଭିତରେ ରଙ୍ଗାର ବିବାହ ହୋଇଯାଇଛି । ରଙ୍ଗା ଓ ଜଗାର ଅଫିସ ବି ଅଲଗା ହୋଇଯାଇଛି । ହେଲେ ପରସ୍ପର ପ୍ରତି ଭଲ ପାଇବା କିନ୍ତୁ କମିନାହିଁ । ଉଭୟ ସବୁବେଳେ ଉଭୟଙ୍କ ପାଇଁ ସମୟ ବାହାର କରି କଥା ହେବା ପାଇଁ ଚାହୁଥିବା ବେଳେ ବ୍ୟସ୍ତ ଜୀବନ ଶୈଳୀଭିତରେ ତାହା କିନ୍ତୁ ସମ୍ଭବ ହୋଇପାରିନାହିଁ । ବେଳେବେଳେ ଫୋନ ଓ ୱାଟସପ୍‌ରେ କଥା ହୋଇ ଉଭୟ ଖୁସ୍ । ହେଲେ ପିଲାଦିନ ପରି ବା କଲେଜ ସମୟ ପରି ଆଉ ପରସ୍ପର ଭିତରେ ଘଣ୍ଟାଘଣ୍ଟା ସୁଖ ଓ ଦୁଃଖର ଆଲୋଚନା ହୋଇପାରୁନାହିଁ । ସବୁବେଳେ ଉଭୟ ଫୋନରେ କହନ୍ତି ଭାଇ ଅଫିସ ଛୁଟିଦିନ ଦେଖା ହେବା ଓ କଥା ହେବା । ହେଲେ କେଜାଣେ କାହିକିଁ ଛୁଟିଦିନରେ ବି ଉଭୟ ବ୍ୟସ୍ତ ରହିଯାଆନ୍ତି । ରାତିରେ ପୁଣି ପରସ୍ପର ପରସ୍ପରକୁ କହିନ୍ତି ଭାଇ ଭୂଲ ହୋଇଗଲା , ଆର ସପ୍ତାହ ନିଶ୍ଚିତ ଦେଖାହେବ ।
ଏମିତି କିଛି ଦିନ ପରେ ହଠାତ ରଙ୍ଗାର ଦେହ ଖରାପ ହୋଇଯାଇଛି । ଜଗା ଏକଥା ଶୁଣି ବ୍ୟସ୍ତ ହୋଇ ହସ୍ପିଟାଲକୁ ଧାଇଲା । ସିଧାଯାଇ ହସ୍ପିଟାଲ ସାଙ୍ଗ ବେଡ଼ ବସିପଡ଼ିଲା । କିଛି ସମୟ ନିରବତା ପରେ ସାଙ୍ଗର ହାତକୁ ଗୋଟେ ହାତରେ ଜାବୁଡ଼ି ଧରି ପଚାରିଲା କେମିତି ଅଛୁ । ସେପଟେ ରଙ୍ଗା ହାଲକା ପଲକ ଉଠାଇ ସ୍ମିତହାସ୍ୟ ଦେଇ କହିଲା ଭଲ ଅଛି । ତାପରେ ଉଭୟ ପୁରୁଣା କଥାକୁ ଆଲୋଚନା କରି ଚାଲିଲେ , ଏହାରି ଭିତରେ ରଙ୍ଗା କହୁଛି ଗୋଟିଏ ସହର ଭିତରେ ରହି ଆମେ ପରସ୍ପର ପାଇଁ ସମୟ ବାହାର କରିପାରିଲେନି । ଏଥିଲାଗି କାହାକୁ ଦୋଷ ଦେବା ଏମିତି କେତେକଣ କଥା ହେଉହେଉ ହଠାତ ରଙ୍ଗା ଅସୁସ୍ଥ ହୋଇ ଶୋଇପଡ଼ିଲା ଯେ ଆଉ ଉଠିଲା ନାହିଁ ।
ସେଦିନ ହୁଏତ ସମୟ ଥିଲା , ମନ ବି ଥିଲା , ହେଲେ ଜଗା ପାଇଁ ରଙ୍ଗା ନଥିଲା ।

5T ରେ ସ୍କୁଲ ରୂପାନ୍ତରଣ

5T ରେ ସ୍କୁଲ ରୂପାନ୍ତରଣ

ଦ୍ବିତୀୟ ପର୍ଯ୍ୟାୟରେ ଆଜି ହିଞ୍ଜିଳିର ଆଉ ୧୦ଟିକୁ
ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ସାମିଲ ହେଲେ ମନ୍ତ୍ରୀ ଓ ବିଧାୟକଗଣ

ଆମ ଓଡିଶାର ପିଲାମାନେ କାହା ଠାରୁ କମ୍ ନୁହନ୍ତି,

ସୁଯୋଗ ଦେଲେ ସେମାନେ ଇତିହାସ ସୃଷ୍ଟି କରିପାରିବେ,

ହକିରେ ଅଲମ୍ପିକ ମେଡାଲ ଏହାର ପ୍ରକୃଷ୍ଟ ଉଦାହରଣ- ମୁଖ୍ୟମନ୍ତ୍ରୀ

ସ୍କୁଲ ରୂପାନ୍ତରୀକରଣ ଆମର ଆତ୍ମବିଶ୍ବାସ ବୃଦ୍ଧି କରିଛି ।। ଛାତ୍ରଛାତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୦ଟି ରୂପାନ୍ତରୀତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ୫ଟି ପର୍ଯ୍ୟାୟରେ ୫୦ଟି ସ୍କୁଲର ଲୋକାର୍ପଣ କରାଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦ୍ବୋଧନ ଦେଇ କହିଛନ୍ତି ଯେ ଆମର ଓଡିଶାର ପିଲାମାନେ ପ୍ରତିଭାରେ କାହା ଠାରୁ କମ୍ ନୁହନ୍ତି । ସେମାନଙ୍କ ପାଖରେ ଭରପୁର ସମ୍ଭାବନା ରହିଛି । ସୁଯୋଗ ପାଇଲେ ସେମାନେ ଇତିହାସ ସୃଷ୍ଟି କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ପ୍ରସଙ୍ଗରେ ହକି ଖେଳର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ହକି ଖେଳରେ ଆମର ପ୍ରଚୁର ସମ୍ଭାବନା ଥିଲା। ଯେତେବେଳେ ସେମାନଙ୍କୁ ପ୍ରୋତ୍ସାହନ ମିଳିଲା, ସେମାନେ ଦୀର୍ଘ ୪୧ ବର୍ଷ ପରେ ଅଲମ୍ପିକରେ ମେଡାଲ ଜିତି ଆମ ପାଇଁ ଗୌରବ ଆଣିଲେ। ଓଡିଶା ସରକାର ହକିକୁ sponsor କରୁଛି। ଓଡିଶାର ଦୁଇ ଜଣ ଖେଳାଳୀ ଦେଶପାଇଁ ଖେଳି ଆମର ମର୍ଯ୍ୟାଦା ବଢାଇଛନ୍ତି। ତେଣୁ ସବୁ କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୁରୁତ୍ବ ଆରୋପ କରିଥିଲେ। ା

ଆଜି ଲୋକାର୍ପିତ ହୋଇଥିବା ବିଦ୍ୟାଳୟ ଗୁଡିକ ହେଉଛି –

(୧) ବୃନ୍ଦାବନ ନାୟକ ସ୍ମୃତି ବିଦ୍ୟାପୀଠ, ଶାସନ ଆମ୍ବଗାଁ ପଞ୍ଚାୟତ
(୨) କୁମାରପାଣି ହାଇସ୍କୁଲ, କୁମାରପାଣି ପଞ୍ଚାୟତ
(୩) ସରକାରୀ ୟୁଜି ହାଇସ୍କୁଲ, ସାପୁଆପଲ୍ଲୀ, ଦାରୁଭଦ୍ର ପଞ୍ଚାୟତ
(୪) ଲାଞ୍ଜିଆପଲ୍ଲୀ ହାଇସ୍କୁଲ, ଧନତରା ପଞ୍ଚାୟତ
(୫) ଗ୍ରାମପଞ୍ଚାୟତ ହାଇସ୍କୁଲ, ଶାହାପୁର ପଞ୍ଚାୟତ
(୬) କରଡ଼କଣା ହାଇସ୍କୁଲ, କରଡକଣା ପଞ୍ଚାୟତ
(୭) ଭଗବତୀ ବିଦ୍ୟାପୀଠ, ବୁରୁପଦ ପଞ୍ଚାଯତ
(୮) ସହିଦ୍‌ ହାଇସ୍କୁଲ, ଟକରଡା ପଞ୍ଚାୟତ
(୯) ମା କାଳୀ ହାଇସ୍କୁଲ, କୁଳାଗଡା ପଞ୍ଚାୟତ
(୧୦) ଜେ.ସି.ସି. ହାଇସ୍କୁଲ, ଭାବନ୍ଧ ପଞ୍ଚାୟତ

 

ପିଲାମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ହେଉଛି ସମସ୍ତଙ୍କ ଜୀବନର ଶ୍ରେଷ୍ଠ ସମୟ । ଏହି ରୂପାନ୍ତର ତୁମ ମାନଙ୍କ ପାଇଁ । ତୁମମାନଙ୍କ ଭବିଷ୍ୟତ ପାଇଁ ଏବଂ ତୁମମାନଙ୍କୁ ଶ୍ରେଷ୍ଠ ଗଢିବା ପାଇଁ ଏହା ଅନେକ ସୁଯୋଗ ସୃଷ୍ଟି କରିବ । ୫-ଟି କାର୍ଯ୍ୟକ୍ରମ ଏହି ରୂପାନ୍ତରୀକରଣ ରେ କିପରି ପ୍ରମୁଖ ଭୂମିକା ନେଇଛି ସେ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ 5Tର ପ୍ରତ୍ୟେକ ନୀତିର ପ୍ରୟୋଗ ବିଦ୍ୟାଳୟ ରୂପାନ୍ତରଣ କୁ ସଫଳ କରିଛି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟରେ ଆଗ୍ରହ ସୃଷ୍ଟି କରିଛି । ଅତିଥି ଭାବରେ ଯୋଗ ଦେଇଥିବା ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ ଓ ବିଧାୟକ ମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିରୁ ଆରମ୍ଭ ହୋଇଥିବା ସ୍କୁଲ ମାନଙ୍କର ଏ ରୂପାନ୍ତରଣ ଓଡ଼ିଶାର ଶିକ୍ଷା ଇତିହାସ ରେ ଏକ ଗୌରବ ମୟ ଅଧ୍ୟାୟ ଯୋଡ଼ି ପାରିଛି ।

। ମନ୍ତ୍ରୀ ଓ ବିଧାୟକମାନେ ସେମାନଙ୍କ ଅଞ୍ଚଳରେ ଏହି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ କିପରି ଭଲ ଭାବରେ କାର୍ଯ୍ୟକାରୀ ହେବ, ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହାସହିତ ସ୍ଥାନୀୟ ଜନସାଧାରଣଙ୍କୁ ସାମିଲ କରି ଗଞ୍ଜାମରେ ଯେପରି ସଫଳତା ମିଳିଛି, ଅନ୍ୟ ସବୁ ଜିଲ୍ଲାରେ ମଧ୍ୟ ସେହିପରି ଲୋକଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।।

ପରିଶେଷରେ ଜନସାଧାରଣ ରୂପାନ୍ତରଣ ହୋଇଥିବା ସ୍କୁଲ ଗୁଡିକର ଯତ୍ନ ନିଜ ସଂପତ୍ତି ପରି ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

ଏହି ଅବସରରେ ୧୦ଟି ଯାକ ସ୍କୁଲରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଯୋଗ ଦେଇଥିଲେ ମନ୍ତ୍ରୀମଣ୍ଡଳର ସଦସ୍ୟ ,ବିଧାୟକଗଣ, ସରପଞ୍ଚ, ପଞ୍ଚାୟତ ସଦସ୍ୟ, ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ।କାର୍ଯ୍ୟକ୍ରମ ପରିଚାଳନା କରିଥିଲେ 5Tସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ।ଗଞ୍ଜାମ ଜିଲ୍ଳାପାଳ ସ୍ଵାଗତ ଭାଷଣ ଦେଇଥିଲେ ।ଏହି କାର୍ଯ୍ୟ କ୍ରମ ଗଞ୍ଜାମ ର ଛାତ୍ରଛାତ୍ରୀ ଅଭିଭାବକ ଓ ସାଧାରଣ ଲୋକଙ୍କ ମନରେ ବିପୁଳ ଉତ୍ସାହ ସୃଷ୍ଟି କରିଛି ।

ମୀରା ସ୍ବାଇଁ ତୃପ୍ତି ମୟୀ ମହାରଣା , ,ଶ୍ରୀ ଶଙ୍କର ଜେନା ,ସ୍ମୃତି ମୟୀ ପ୍ରଧାନ , ରେଶମା ଦାସ ,ସୁଇଟି ତ୍ରିପାଠୀ, ପାୟଲ ଗୌଡ଼ ,ଓ ରୁଦ୍ର ନାରାୟଣ ଶତପଥୀ ପ୍ରମୁଖ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନେ ଏହା ସେମାନଙ୍କ ଆତ୍ମବିଶ୍ବାସ ବୃଦ୍ଧି ରେ ସହାୟକ ହେବ ବୋଲି ମତ ଦେଇ ଆନନ୍ଦ ପ୍ରକାଶ କରିଥିଲେ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ

ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ , ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଓ ବିଧାୟକ ମାନେ ଯୋଗ ଦେଇ ହିଞ୍ଜିଳି ବିକାଶ ସମ୍ପର୍କରେ ସୋମାନଙ୍କ ଅଭିଞତା ବର୍ଣ୍ଣନା କରିଥିଲେ । ଲୋକସେବା ଭବନରୁ ମୋ ସ୍କୁଲର ଅଧ୍ୟକ୍ଷ
ଶ୍ରୀ ମତୀ ସସ୍ମିତା ବାଗ୍ ଚୀ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀ ମାନେ ଯୋଗଦେଇ ଥିଲେ ।

ଦୃଷ୍ଟିହୀନ ଦମ୍ପତିଙ୍କ ରୋଗଗ୍ରସ୍ତ ଶିଶୁକନ୍ୟାକୁ ସାହାଯ୍ୟର ହାତ ବଢ଼ାଇଲା କମିଶନରେଟ ପୋଲିସ୍‌

ଭୁବନେଶ୍ୱର : ଭାଗ୍ୟର ବିଡ଼ାମ୍ବନା କୁହାଯାଇପାରେ କିମ୍ବା ନିୟତିର ନିର୍ଦ୍ଦେଶ । ଦୃଷ୍ଟିହୀନ ଦମ୍ପତିଙ୍କ ଠାରୁ ଜନ୍ମ ଗ୍ରହଣ କରିଥିବା ଶିଶୁ ବି ଦୃଷ୍ଟିହୀନ ହେବା ସହ ବର୍ତମାନ ଚକ୍ଷୁ କର୍କଟ ରୋଗରେ ପୀଡ଼ିତ । ଏ ହେଉଛି ଭୁବନେଶ୍ୱରରେ ରହୁଥିବା ଦୃଷ୍ଟିହୀନ ଦମ୍ପତି ଅଶୋକ ନାୟକ ଓ ସୁମିତ୍ରା ନାୟକଙ୍କ ଶିଶୁ କନ୍ୟାର କଥା । ଦୁଇ ବର୍ଷର ଶିଶୁ ପୂଜାର୍ଚ୍ଚନାକୁ ଧରି ତା’ର ଚିକିତ୍ସା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି ଏହି ଦମ୍ପତି ।
ଏହି ଶିଶୁ କନ୍ୟାର ଚିକିତ୍ସା ଭୁବନେଶ୍ୱରର ଏକ ଚିକିତ୍ସାଳୟରେ ଚାଲିଥିଲେ ମଧ୍ୟ ତାକୁ ଉନ୍ନତ ମାନର ଚିକିତ୍ସା ଆବଶ୍ୟକ ପଡୁଛି । ଉନ୍ନତ ମାନର ଚିକିତ୍ସା ପାଇଁ ରାଜ୍ୟ ବାହାରର ହସ୍ପିଟାଲ୍‌କୁ ନେବା ଦରକାର ପଡ଼ୁଛି, କିନ୍ତୁ ଏଥିପାଇଁ ବାଧକ ସାଜିଛି ଅର୍ଥ । ବାପା ମା ଉଭୟ ଦୃଷ୍ଟିହୀନ ହୋଇଥିବାରୁ ଆବଶ୍ୟକ ଅର୍ଥ ଯୋଗାଡ କରିପାରୁ ନାହିଁ । ଦୃଷ୍ଟିହୀନ ପରିବାରର ଏଭଳି ଦୁଃଖଦ ସମୟରେ ତାଙ୍କ ସହ ଠିଆ ହୋଇଛନ୍ତି କମିଶନରେଟ୍ ପୋଲିସ୍ । ଏହି ଶିଶୁ କନ୍ୟା ପୂଜାର ଅଧିକ ଚିକିତ୍ସା ଲାଗି ହାତ ବଢ଼ାଇଛନ୍ତି କମିଶନରେଟ୍ ପୋଲିସ୍ ।
ପୋଲିସ୍ କମିଶନରେଟ୍ ଓ ଡେପୁଟି କମିଶନର ଭୁବନେଶ୍ୱରଙ୍କ ମାନବୀୟ ଓ ଆଦର୍ଶ ପୋଲିସିଂର ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଇନ୍‌ଫୋସିଟି ଥାନାର ଅଧିକାରିଣୀ ସମିତା ମିଶ୍ର ନିଜ ଥାନାର ସମସ୍ତ କର୍ମଚାରୀଙ୍କ ବ୍ୟକ୍ତିଗତ ସହଯୋଗରେ ପୂଜାଙ୍କ ଚିକିତ୍ସା ନିମନ୍ତେ ୧୦ ହଜାର ଅର୍ଥରାଶି ପ୍ରଦାନ କରିଛନ୍ତି । ପୋଲିସ୍‌ର ଏପରି କାର୍ଯ୍ୟରେ ପୂଜାର ବାପା ଅଶୋକ ନାୟକଙ୍କ ପରିବାର ସନ୍ତୋଷ ପ୍ରକାଶ କରିବା ସହ ସ୍ଥାନୀୟ ଜନସାଧାରଣ ପୋଲିସ୍‌ର ଏପରି ମାନବୀୟତାକୁ ପ୍ରଶଂସା କରିଛନ୍ତି ।

ହିଞ୍ଜିଳିରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତରଣ କାର୍ଯ୍ୟ….

ହିଞ୍ଜିଳିରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତରଣ କାର୍ଯ୍ୟ

୫୦ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ

ଆଜି ୧୦ଟିକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ସାମିଲ ହେଲେ ମନ୍ତ୍ରୀ ଓ ବିଧାୟକଗଣ

ଏହି ସ୍କୁଲ ରୂପାନ୍ତରଣ ହେଉଛି ୫-ଟିର କ୍ଲାସିକ ଉଦାହରଣ- ମୁଖ୍ୟମନ୍ତ୍ରୀ

ରୂପାନ୍ତରଣ ପିଲାଙ୍କ ସ୍ବପ୍ନକୁ ସାକାର କରିବ ଓ
ନୂଆ ଓଡିଶାର ଭିତ୍ତି ପକାଇବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ,,,ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ। ପ୍ରଥମ ପର୍ଯ୍ୟାୟରେ ୧୦ଟି ରୂପାନ୍ତରିତ ସ୍କୁଲକୁ ଆଜି ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ୧୦ଟି ଯାକ ସ୍କୁଲରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଯୋଗ ଦେଇଥିଲେ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ବିଧାୟକଗଣ, ସରପଞ୍ଚ, ପଞ୍ଚାୟତ ସଦସ୍ୟ, ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ।

କାର୍ଯ୍ୟକ୍ରମକୁ ଭର୍ଚ୍ୟୁଆଲ ମାଧ୍ୟମରେ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତି ପିଲା ହେଉଛି ଅନନ୍ତ ସମ୍ଭାବନାର ପ୍ରତୀକ। ତାର ସୁନ୍ଦର ଭବିଷ୍ୟତ ପାଇଁ ତା ଆଖିରେ ଥାଏ ଅନେକ ସ୍ବପ୍ନ ଓ ଏହି ସ୍ବପ୍ନକୁ ସାକାର କରିବା ପାଇଁ ରୂପାନ୍ତରଣ ଆଣିଛି ସୁଯୋଗ। ପିଲାଙ୍କ ସ୍ବପ୍ନ ସାକାର ହେଲେ ପୂରଣ ହେବ ନୂଆ ଓଡିଶା, ନବୀନ ଓଡିଶାର ଲକ୍ଷ୍ୟ । ଏହି ରୂପାନ୍ତରକୁ ନୂଆ ଓଡିଶାର ଭିତ୍ତି ଭାବରେ ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଥିଲେ ।

ପିଲାମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ହେଉଛି ସମସ୍ତଙ୍କ ଜୀବନର ଶ୍ରେଷ୍ଠ ସମୟ । ଏହି ରୂପାନ୍ତର ତୁମ ମାନଙ୍କ ପାଇଁ । ତୁମମାନଙ୍କ ଭବିଷ୍ୟତ ପାଇଁ ଏବଂ ତୁମମାନଙ୍କୁ ଶ୍ରେଷ୍ଠ ଗଢିବା ପାଇଁ ଏହା ଅନେକ ସୁଯୋଗ ସୃଷ୍ଟି କରିବ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟକୁ ବାଟ ଦେଖାଇଛି । ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୦୭୦ ସ୍କୁଲର କାୟାକଳ୍ପ ହେବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଥିଲେ ।

୫-ଟି ଉପକ୍ରମ ବିଷୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସ୍କୁଲ ରୂପାନ୍ତରଣ ହେଉଛି, ଆମର ୫-ଟି କାର୍ଯ୍ୟକ୍ରମର କ୍ଲାସିକ୍‌ ଉଦାହରଣ । ୫-ଟିର ପଞ୍ଚ ଆଧାର ବିଷୟରେ ଅବତାରଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ Technology, Teamwork, time, Transparency ଓ Transformaton. ଏହା ହିଁ ରୂପାନ୍ତରଣକୁ ସମ୍ଭବ କରିପାରିଛି । Technology ଆମକୁ Smart Class Room, e-Library, Computer ଓ Modern Laboratoryର ସୁବିଧା ଦେଇଥିବା ବେଳେ, ଆମ ସମସ୍ତଙ୍କର ମିଳିତ ଉଦ୍ୟମ ହେଉଛି Teamwork. ପଞ୍ଚାୟତ ପ୍ରତିନିଧି ଠାରୁ ଆରମ୍ଭ କରି ସ୍କୁଲ ପରିଚାଳନା କମିଟି, ଶିକ୍ଷକ-ଶିକ୍ଷୟିତ୍ରୀ, ପୁରାତନ ଛାତ୍ରଛାତ୍ରୀ, ପ୍ରଶାସନ, ଅଭିଭାବକ, ସ୍ଥାନୀୟ ଜନସାଧାରଣ ସମସ୍ତେ ଏଥିପାଇଁ ମିଶି କାମ କରିଛନ୍ତି।

୫-ଟିର ତୃତୀୟ ଆଧାର ହେଉଛି Time. ଏ ବିଷୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଗଷ୍ଟ ୧୫ ସୁଦ୍ଧା ହିଞ୍ଜିଳି-ଶେରଗଡର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ଶେଷ କରିବା ପାଇଁ ମୁଁ ପ୍ରଶାସନକୁ target ଦେଇଥିଲି । ୬ ମାସ ତଳେ କାମ ଆରମ୍ଭ ହେଲା ଏବଂ ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ଶେଷ ହେଲା । ଏହା ସମ୍ଭବ ହୋଇପାରିଲା ସମସ୍ତଙ୍କର ନିଷ୍ଠା ଓ ପ୍ରତିବଦ୍ଧତା ଯୋଗୁ ।

୫-ଟିର ଆଉ ଏକ ଗୁରୁତ୍ବପୂର୍ଣ୍ଣ ଆଧାର ହେଲା Transparency ବା ସ୍ବଚ୍ଛତା। ସ୍କୁଲ ମାନଙ୍କରେ ଯାହାକିଛି ପରିବର୍ତ୍ତନ ଆସିଛି, ଲୋକଙ୍କ ସହ ଆଲୋଚନା କରି କରାଯାଇଛି । Vision Document ଠାରୁ ଆରମ୍ଭ କରି ଖର୍ଚ୍ଚ ବିଷୟରେ ଲୋକମାନେ ସବୁ ବିଷୟରେ ଅବଗତ ଅଛନ୍ତି । ସେମାନେ ନିଜେ ମଧ୍ୟ କାମ ତଦାରଖ କରିଛନ୍ତି। ସ୍ବଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି ।

ଆଉ ଗୋଟିଏ ବିଷୟ ହେଲା ପିଲାମାନଙ୍କ ପାଇଁ ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ଉପଲବ୍‌ଧତା । ଏସବୁ କିଛି ଆଣିପାରିଛି ରୂପାନ୍ତର ଏବଂ ଯାହା କି ସମସ୍ତେ ଦେଖି ପାରୁଛନ୍ତି ଓ ଅନୁଭବ ମଧ୍ୟ କରିପାରୁଛନ୍ତି ।

ଅତିଥି ଭାବରେ ଯୋଗ ଦେଇଥିବା ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ ଓ ବିଧାୟକ ମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିର ସ୍କୁଲ ମାନଙ୍କର ଏ ରୂପାନ୍ତରଣ ସମସ୍ତଙ୍କ ପାଇଁ ନିଶ୍ଚିତ ଭାବରେ ଏକ ବଡ ପ୍ରେରଣା । ଏହା ସାରା ରାଜ୍ୟରେ ମଧ୍ୟ ସମ୍ଭବ। ଗଞ୍ଜାମରେ ଏହାର ସଫଳତା ହେଉଛି ଗୋଷ୍ଠୀର ଅଂଶଗ୍ରହଣ । ଆପଣ ଗଞ୍ଜାମରେ ଯଦି କିଛି କାମ ପାଇଁ ଏକ ଲକ୍ଷ ଟଙ୍କା ଦେବେ, ତେବେ ସେମାନେ ଆପଣଙ୍କ ଦୁଇ ଲକ୍ଷ ଟଙ୍କାର କାମ କରି ଦେଖାଇବେ । ସେହିପରି ୫ ଲକ୍ଷ ଦେଲେ, ୮ ଲକ୍ଷ ଟଙ୍କାର କାମ କରି ଦେଖାଇବେ । ଗଞ୍ଜାମର ଏହି ଗୋଷ୍ଠୀ ଚେତନା ହିଁ ଗଞ୍ଜାମର ସବୁଠାରୁ ବଡ ଶକ୍ତି ଓ ସଫଳତା। ସାରା ରାଜ୍ୟରେ ପିଲାମାନଙ୍କ ସୁନ୍ଦର ଭବିଷ୍ୟତ ପାଇଁ ମିଳିମିଶି କାମ କଲେ ତାହା ହିଁ ଆଣିବ ଓଡିଶାର ପ୍ରକୃତ ରୂପାନ୍ତର।

ପରିଶେଷରେ ଜନସାଧାରଣ ରୂପାନ୍ତରଣ ହୋଇଥିବା ସ୍କୁଲ ଗୁଡିକର ଯତ୍ନ ନିଜ ସଂପତ୍ତି ପରି ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ କୋଡ଼ିଏ ଜଣ ବିଧାୟକ ଓ ମନ୍ତ୍ରୀ ଭାଗ ନେଇଥିଲେ ।ସେମାନେ ସ୍କୁଲ ରୂପାନ୍ତରୀକରଣ କାମର ଉଚ୍ଚ ପ୍ରଶଂସା କରିଥିଲେ ।
5T ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ କାର୍ଯ୍ୟ କ୍ରମ ସଚାଳନା କରିଥିଲେ ।
ଏଥିରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ପଦାଧିକାରୀ ଓ ବିଭିନ୍ନ ଜିଲ୍ଲାର ଜିଲ୍ଲା ପାଳ ମାନେ ଉପସ୍ଥିତ ଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news