୩୦ ମିନିଟ ବଦଳରେ ୨୦ ମିନିଟ ପହଞ୍ଚିବ ଆମ୍ବୁଲାନ୍ସ….

() ଓଡ଼ିଶା ବିଧାନସଭାରେ ଆର ଜି କର ମେଡ଼ିକାଲ କଲେଜ ଘଟଣାକୁ ଗୃହ ନିନ୍ଦା କରା ଯାଇଛି। ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ଆମେ ମୁଖ୍ୟ ଶାସନ ସଚିବ ଙ୍କ ଅଧ୍ୟକ୍ଷତାରେ ଗୋଟେ ଟ୍ୟାକ୍ସଫୋର୍ସ ଗଠନ କରାଯାଇଛି । ଯେଉଁ ଟ୍ୟାକ୍ସ ଫୋର୍ସ କାମ କରୁଥିବା ଡାକ୍ତର ମାନଙ୍କ ର ସୁରକ୍ଷା କୁ ଦୃଷ୍ଟି ଦେବେ । ସମସ୍ତ କାର୍ଯ୍ୟ କରୁଥିବା ଡାକ୍ତର ଙ୍କ ସୁରକ୍ଷା ପାଇଁ ଆମ ସରକାର ପ୍ରତିଶ୍ରୁତି ବଦ୍ଧ। ଯାହାକୁ ଦୃଷ୍ଟିରେ ରଖି ସବୁ ମେଡ଼ିକାଲ କଲେଜ ରେ ଗୋଟେ ଗୋଟେ ପୋଲିସ ଆଉଟ ପୋଷ୍ଟ ଖୋଲିବୁ*।  ସମ୍ବଲପୁର ଠାରେ ଆମେ ଦ୍ୱିତୀୟ ଏମ୍ସ ଖୋଲିବାକୁ ଯାଉଛୁ। ଖୁବଶୀଘ୍ର ଏ ନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରାଯିବ* । ସ୍ଵାସ୍ଥ୍ୟ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ସମୟ ରେ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବିବୃତି ଏହି ବୟାନ ଦେଇଛନ୍ତି l  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବିଜେଡି ସରକାର ସମୟ ରେ ଜୁଲାଇ ୨୦୨୩ ରୋଗୀ ୧ ଲକ୍ଷ ୧୬ ହଜାର ୪୮ ଜଣ ଚିକିତ୍ସିତ ହୋଇଥିବା ବେଳେ ଆମ ସରକାର ସମୟ ରେ ୧ ଲକ୍ଷ ୬୫ ହଜାର ୧୧୪ ଜଣ ଚିକିତ୍ସିତ ହୋଇଛନ୍ତି । କେବେ ବି ଆମ ସରକାର ଙ୍କ ସମୟ ରେ ରୋଗୀ ହନ୍ତସନ୍ତ ହୋଇ ନାହାନ୍ତି । ବରଂ ଲୋକଙ୍କର ବିଶ୍ୱାସ ବଢିଛି।  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡିଶା ରେ କି ଓଡ଼ିଶା ବାହାରେ ୯୦୦ ହସ୍ପିଟାଲରେ ଲୋକେ ଚିକିତ୍ସା ପାଉଥିଲେ କିନ୍ତୁ ଆମର ଦୁଇ ଯୋଜନା ଦ୍ୱାରା ୨୭୦୦୦ ହସ୍ପିଟାଲରେ ଚିକିତ୍ସା ପାଇ ପାରିବେ । ଆୟୁସମାନ ଯୋଜନା ଓଡିଶା ଲାଗୁ ହେବା ଦ୍ୱାରା ଓଡିଶା ୬୦୦ କୋଟିର ଆର୍ଥିକ ଲାଭ ପାଇବୁ । ଯାହା ପୂର୍ବ ସରକାର ର ଟାଳ ଟୁଳ ନୀତି କାରଣରୁ ଏହି ଟଙ୍କା ପାଇବାରୁ ଓଡିଶା ବଞ୍ଚିତ ହେଉଥିଲା । ଆମ ସରକାର ସମୟ ରେ ଯାଜପୁର ରେ ମେଡ଼ିକାଲ କଲେଜ ଆରମ୍ଭ ହେବାକୁ ଯାଉଛି୧୯୬୨ ପରଠୁ ୫୫ ବର୍ଷ ପରେ ୨୦୧୭ ରେ ରାଜ୍ୟରେ ନୂଆ ମେଡ଼ିକାଲ କଲେଜ ନିର୍ମାଣ ହୋଇଛି । ଆଉ ୨୦୧୭ ପରଠୁ ଯେତେ ମେଡିକାଲ କଲେଜ ହୋଇଛି ତାହା କେନ୍ଦ୍ର ସରକାରଙ୍କ ଅବଦାନରୁ ହୋଇଛି । ରାଜ୍ୟ ସରକାରଙ୍କ ର କୌଣସି ବାହା ବାହା ନେବାର ଅଧିକାର ନାହିଁ ସେଥିରେ । ନ୍ୟାସନାଲ ଡିଜିଟାଲ ହେଲ୍ଥ ମିଶନ ଆମେ ଆରମ୍ଭ କରାଯିବ । ଡିଜିଟାଲ ଜରିଆରେ ଲୋକେ ସ୍ୱାସ୍ଥ୍ୟ ସେବା ପାଇ ପାରିବେ । ୫୫ ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ମାଗଣା ଡାଇଲିସିସି କାର୍ଯ୍ୟକ୍ରମ କରାଯିବ ।

ଆମ୍ବୁଲାନ୍ସ ର ସମୟ ୩୦ ମିନିଟ ବଦଳରେ ୨୦ ମିନିଟ କରାଯିବ । ଲୋକଙ୍କ ପାଖରେ କମ ଟାଇମ ରେ ଆମ୍ବୁଲାନ୍ସ ପହଁଚିବ । ବିର ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଆମ ସରକାର ଆରମ୍ଭ କରିଛନ୍ତି । ୪୯୫୨୨ ଜଣ ଆଶା କର୍ମୀ ଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ଆମ ସରକାର ଯତ୍ନବାନ ବାଲେଶ୍ଵର, ମୟୁରଭଞ୍ଜ, କୋରାପୁଟ, ପୁରୀ, ଯାଜପୁର ଭଳି ସ୍ଥାନରେ ନୂଆ ମେଡ଼ିକାଲ କଲେଜ ସହିତ ନୂଆ ନର୍ସିଂ କଲେଜ କୁ ଯୋଡ଼ାଯିବ । ସମସ୍ତ ଗ୍ରାମ ପଂଚାୟତ ହେଡ଼ କ୍ଵାଟର ରେ ଆୟୁସମାନ ଆରୋଗ୍ୟ ମନ୍ଦିର ନିର୍ମାଣ କରାଯିବ । ଦୁଇ ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ ଶେଷ ହେବ । ଏହି ସ୍ଥାନରେ ଜଣେ ଯୋଗ ଶିକ୍ଷକ ଏବଂ ମେଡ଼ିକାଲ ଷ୍ଟାପ ରହିବେ । ଓଡିଶା ହେଲ୍ଥ ବିଶ୍ୱ ବିଦ୍ୟାଳୟ କୁ ଆମେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବୁ l ମେଡ଼ିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମ ଓଡ଼ିଆ ରେ ଆମେ କରିବୁ l  ୧୫୭୭୪ ମଞ୍ଜୁରୀ ପ୍ରାପ୍ତ ଡାକ୍ତର ପଦବୀ ରହିଛି ସେଥି ମଧ୍ୟରୁ ୧୦୦୦୦ ହଜାର ଡାକ୍ତର ରହିଛନ୍ତି ବର୍ତ୍ତମାନ । ୫୬୦୦ ପଦବୀ ସେଥିରୁ ଖାଲି ଅଛି । ଡାକ୍ତର ଆବଶ୍ୟକତା କୁ ଦୃଷ୍ଟି ରେ ରଖି ଖୁବଶୀଘ୍ର ୩୦୦ ଡାକ୍ତର ଓ ପାରା ମେଡ଼ିକାଲ ଷ୍ଟାପ ନିଯୁକ୍ତି ଦେବାକୁ ଯାଉଛୁ।  କଳାହାଣ୍ଡି, ଦେବଗଡ଼, ଓ ଯାଜପୁର ର ହସ୍ପିଟାଲ ର ଶୁଭାରମ୍ଭ କରିବା ସହ ଅନୁଗୁଳ, ବଲାଙ୍ଗୀର ସୋନପୁର, କନ୍ଧମାଳ ସମେତ ୫ ରୁ ଅଧିକ ସଦର ମହକୁମା ରେ ଆମେ ସ୍ଥନ୍ୟ ପାନ ପରିଚାଳନା କେନ୍ଦ୍ର ଖୋଲିବାକୁ ଯାଉଛୁ।  ୨୦୨୫ ସୁଦ୍ଧା ଯକ୍ଷ୍ମା ରୋଗ କୁ ନିୟନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସମ୍ ହସ୍ପିଟାଲ ଡାଇବେଟିସ୍ ଗବେଷଣା ସନ୍ଦର୍ଭ ନିମନ୍ତେ ସମ୍ମାନିତ

ଭୁବନେଶ୍ୱର, ସେପ୍ଟେମ୍ବର ୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ ର ଡାଇବେଟିସ୍ ଓ ଏଣ୍ଡୋକ୍ରିନୋଲଜି ବିଭାଗକୁ ଅଭିନବ ଗବେଷଣା ନିମନ୍ତେ ନିକଟରେ ଲକ୍ଷେ୍ମା ଠାରେ ଅନୁଷ୍ଠିତ ଆମେରିକାନ୍ କଲେଜ ଅଫ୍ ଫିଜିସିଆନସ୍‌ର ଇଣ୍ଡିଆ ଚ୍ୟାପ୍ଟର ସମ୍ମିଳନୀରେ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି ।

‘ଆସେସମେଂଟ ଅଫ୍ ହାଇପୋଗୋନାଡିଜମ ଆଣ୍ଡ ଇଟସ ଡିଟରମିନାଂଟସ୍ ଆମଙ୍ଗ ଆଡଲଟ ମେନ ଉଇଥ ଟାଇପ-୨ ଡାଇବେଟିସ୍ ମେଲିଟସ’ ଶୀର୍ଷକ ଏହି ଗବେଷଣା ପ୍ରସୂତ ସନ୍ଦର୍ଭକୁ ଏହି ସମ୍ମାନ ମିଳିଛି । ବିଭାଗର ପ୍ରଫେସର ଜୟଶ୍ରୀ ସ୍ୱାଇଁଙ୍କ ତତ୍ୱାବଧାନରେ ଡିଏମ୍ ଏଣ୍ଡୋକ୍ରିନୋଲଜି ରେସିଡେଂଟ ଡାକ୍ତର ଜସ୍‌ପ୍ରୀତ ସିଂହ ଏହି ସନ୍ଦର୍ଭ ପ୍ରସ୍ତୁତ କରିଥିଲେ ।

ଏହି ବିଭାଗ ଗତବର୍ଷ ମଧ୍ୟ ସବୁଠାରୁ ଶ୍ରେଷ୍ଠ ସନ୍ଦର୍ଭ ନିମନ୍ତେ ଏହି ସମ୍ମିଳନୀରେ ସମ୍ମାନିତ ହୋଇଥିଲା ବୋଲି ପ୍ରଫେସର ସ୍ୱାଇଁ କହିଛନ୍ତି ।ବିଭାଗ ପକ୍ଷରୁ ଡାଇବେଟିସ ସଂକ୍ରାନ୍ତିୟ ଅନେକ ଗୁଡିଏ ଗବେଷଣା ପ୍ରସୂତ ସନ୍ଦର୍ଭ ପ୍ରସ୍ତୁତ କରାଯାଇଥିଲା ଯାହା ସ୍ୱାସ୍ଥ୍ୟସେବା ମହଲରେ ଉଚ୍ଚ ପ୍ରଶଂସିତ ହୋଇଥିଲା । ଏହା ମଧ୍ୟ ୨୦୨୩ରେ ଇଂଟରନ୍ୟାସନାଲ ୍ ଡାଇବେଟିସ୍ ଫେଡେରେସନ୍ ସମ୍ମିଳନୀରେ ପ୍ରଥମ ପୁରସ୍କାର ଲାଭ କରିଥିଲା ।

ଏହି ବିଭାଗରେ ଡାଇବେଟିସ୍ ଉପରେ ହେଉଥିବା ଗବେଷଣା ତଥା ଜଟିଳ ଚିକିତ୍ସା ନିମନ୍ତେ ଅଭିନବ ଉପାୟ ଅବଲମ୍ବନ ଦୃଷ୍ଟି ଆକର୍ଷଣ କରିପାରିଛି ବୋଲି ପ୍ରଫେସର ସ୍ୱାଇଁ କହିଛନ୍ତି ।

ଗବେଷଣା କ୍ଷେତ୍ରରେ ସ୍ୱଚ୍ଛତାକୁ ଗୁରୁତ୍ୱ ସୋଆରେ ସ୍ପ୍ରିଞ୍ଜର ନେଚର ପକ୍ଷରୁ ରାଇଜ୍ କନ୍‌କ୍ଲେଭ ଆୟୋଜିତ….

() ଗବେଷକମାନଙ୍କୁ ଗବେଷଣା ନିମନ୍ତେ ଉପଯୁକ୍ତ ବିଷୟବସ୍ତୁ, ସାହାଯ୍ୟ ଓ ମଂଚ ଯୋଗାଇବାରେ ସହାୟକ ହେଉଥିବା ବିଶ୍ୱସ୍ତରୀୟ ପ୍ରକାଶନ ସଂସ୍ଥା ସ୍ପ୍ରିଞ୍ଜର ନେଚର ଦ୍ୱାରା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ମଙ୍ଗଳବାର ‘ରିସର୍ଚ୍ଚ ଇନ୍‌ଟିଗ୍ରିଟି ଇନ୍ ସାଇନ୍ସ ଆଣ୍ଡ ଏଜୁକେସନ୍‌’ (ରାଇଜ୍‌) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି ପରିପ୍ରେକ୍ଷୀରେ ‘ରାଇଜ୍ କନ୍‌କ୍ଲେଭ୍‌’ ମଧ୍ୟ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା କ୍ଷେତ୍ରରେ ଗବେଷଣାକୁ ଆହୁରି ଉଚ୍ଚତର ସୋପାନକୁ ନେବ ବୋଲି କହିଛନ୍ତି ।

ସାରା ଦେଶରେ ଗବେଷଣା କ୍ଷେତ୍ରରେ ସଚ୍ଚୋଟତା ନିମନ୍ତେ ଗବେଷକମାନଙ୍କ କାର୍ଯ୍ୟକୁ ସୁଗମ ଓ ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ କରି ଏଭଳି ପଦକ୍ଷେପ ନିଆଯାଇଛି । ଆସନ୍ତା ମାସଠାରୁ ସ୍ପ୍ରିଞ୍ଜର ନେଚର ଇଣ୍ଡିଆ ରିସର୍ଚ୍ଚ ଟୁର-୨୦୨୪ କାର୍ଯ୍ୟକ୍ରମ ଦ୍ୱାରା ଗବେଷକମାନଙ୍କ ନିମନ୍ତେ ସାରା ଦେଶରେ ‘ରାଇଜ୍ ରୋଡ୍‌ଶୋ’, କର୍ମଶାଳା ଏବଂ ବିଭିନ୍ନ ଜ୍ଞାନଭିତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ଏହି ଅବସରରେ ଶ୍ରୀମତି ପରିଡ଼ା କହିଥିଲେ ଯେ ଏହି ସମ୍ମିଳନୀ କେବଳ ଏକ ଶୈକ୍ଷିକ କାର୍ଯ୍ୟକ୍ରମ ନୁହେଁ ବରଂ ଗବେଷଣା କ୍ଷେତ୍ରରେ ନୈତିକ ଉତ୍କର୍ଷତା ନିମନ୍ତେ ଆଲୋଚନା, ସହଯୋଗିତା ଓ ଉଦ୍‌ଭାବନର ଦ୍ୱାରକୁ ଉନ୍ମୁକ୍ତ କରିଛି ।
ଏଭଳି ପଦକ୍ଷେପ ଖୁବ୍ ଗୁରୁତ୍ୱପୂର୍ଣ୍ଣ କାରଣ ଏହାର ଉଦ୍ଦେଶ୍ୟ ଭାରତର ଜାତୀୟ ଶିକ୍ଷା ନୀତି ୨୦୨୦ ସହିତ ମେଳ ଖାଉଛି ବୋଲି ପ୍ରକାଶ କରି ଶ୍ରୀମତି ପରିଡ଼ା କହିଥିଲେ ଯେ ବର୍ତମାନ ଦେଶରେ ବିଭିନ୍ନ ପ୍ରସଙ୍ଗର ସମାଧାନର ବାଟ ବାହାର କରିବା ନିମନ୍ତେ ଶିକ୍ଷାବିତ୍ ଏବଂ ଗବେଷକମାନଙ୍କୁ ଅଭିନବ ଢ଼ଙ୍ଗରେ ଚିନ୍ତା କରିବାର ଆବଶ୍ୟକତା ରହିଛି ।

ସ୍ପ୍ରିଞ୍ଜର ନେଚର, ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ସୋସିଆଲ୍ ସାଇନ୍ସ ରିସର୍ଚ୍ଚ (ଆଇସିଏସ୍‌ଏସ୍‌ଆର) ଏବଂ ସୋଆ ଦ୍ୱାରା ମିଳିତ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାରା ଦେଶର ଅନେକ ଗବେଷକ ଏବଂ ଶିକ୍ଷାବିତମାନେ ଯୋଗ ଦେଇଥିଲେ ।
ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ)ର ଅଧ୍ୟକ୍ଷ ପ୍ରଫେସର ଟି.ଜି. ସୀତାରାମ, ସ୍ପ୍ରିଞ୍ଜର ନେଚର ଗ୍ରୁପ୍‌ର ସଭାପତି (ଗବେଷଣା) ଶ୍ରୀ ଷ୍ଟିଭେନ୍ ଇନ୍‌ଚକୁମ୍ବେ, ବିଟ୍‌ସ ପିଲାନୀର ନିର୍ଦ୍ଦେଶକ ପ୍ରଫେସର ସୁଧୀର କୁମାର ବରାଇ, ଆଇସିଏସ୍‌ଏସ୍‌ଆର୍‌ର ମେମ୍ବର ସେକ୍ରେଟାରୀ ପ୍ରଫେସର ଧନଞ୍ଜୟ ସିଂ, ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ସ୍ପ୍ରିଞ୍ଜର ନେଚର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭେଙ୍କଟେଶ ସର୍ବସିଦ୍ଧି, ସୋଆର ସେଂଟର ଫର୍ କ୍ୱାଂଟମ୍ ସାଇନ୍ସ ଆଣ୍ଡ କ୍ୱାଂଟମ୍ ଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର ପ୍ରଶାନ୍ତ କୁମାର ପାଣିଗ୍ରାହୀ ଏବଂ ସୋଆ ପରିଚାଳିତ ଇନ୍‌୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗର ଦାୟିତ୍ୱରେ ଥିବା ଶ୍ରୀମତି ପରିଡ଼ା ସ୍ପ୍ରିଞ୍ଜର ନେଚର ସହ ମିଳିତ ଭାବେ ଏହି ସମ୍ମିଳନୀକୁ ଆୟୋଜନ କରିଥିବାରୁ ସୋଆକୁ ଶୁଭେଚ୍ଛା ଜଣାଇଥିଲେ । ପୂର୍ବ ଭାରତରେ ଉଚ୍ଚ ମାନ୍ୟତା ପାଇଥିବା ବିଶ୍ୱବିଦ୍ୟାଳୟ ଗୁଡ଼ିକ ମଧ୍ୟରେ ସୋଆ ଅନ୍ୟତମ ବୋଲି ପ୍ରକାଶ କରି ଏହାର ପ୍ରଶଂସା କରିଥିଲେ । ରାଜ୍ୟରେ ବୃତିଗତ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୋଆ ଏକ ଉଜ୍ୱଳ ସ୍ୱାକ୍ଷର ବୋଲି ସେ କହିଥିଲେ । ଶ୍ରୀମତି ପରିଡ଼ା କହିଥିଲେ ଯେ ସୋଆରୁ ଇଞ୍ଜିନିୟରିଂ ଶିକ୍ଷା ଗ୍ରହଣ କରିବା ପରେ ତାଙ୍କ ଝିଅ ନ୍ୟୁୟର୍କର ପ୍ରସିଦ୍ଧ ଷ୍ଟୋନୀ ବ୍ରୁକ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ନିମନ୍ତେ ସ୍ଥାନ ପାଇପାରିଥିଲେ । ସେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉଚ୍ଚକୋଟୀର ପଦକ୍ଷେପ ନେଇଥିବାରୁ ଉଚ୍ଚ ପ୍ରଶଂସା କରିଥିଲେ ।

ଏହି ଅବସରରେ ସେ ସ୍ପ୍ରିଞ୍ଜର ନେଚରର ଲ୍ୟାଣ୍ଡିଂ ପେଜ୍ ଏବଂ ଇଣ୍ଡିଆନ୍ ରିସର୍ଚ୍ଚ ଟୁର୍ ୨୦୨୪ର ଶୁଭାରମ୍ଭ କରି କହିଥିଲେ ଯେ ଆସନ୍ତା ସେପ୍ଟେମ୍ବର ମାସରେ ନୂଆଦିଲ୍ଲୀରେ ଏହି ଯାତ୍ରା ଆରମ୍ଭ ହୋଇ ଦେଶର ୧୦ଟି ରାଜ୍ୟ ଓ ୧୬ଟି ସହର ଅତିକ୍ରମ କରି ୨୮ଟି ପ୍ରସିଦ୍ଧ ଶିକ୍ଷାନୁଷ୍ଠାନରେ ଗବେଷଣା କ୍ଷେତ୍ରରେ ସ୍ୱଚ୍ଛତା ଉପରେ ସଚେତନତା ସୃଷ୍ଟି କରିବ । ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ପ୍ରେରିତ ବାର୍ତା ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପାଠ କରିଥିଲେ । ଏହି ବାର୍ତାରେ ଶ୍ରୀ ପ୍ରଧାନ ସ୍ପ୍ରିଞ୍ଜର ନେଚରର ଏହି କାର୍ଯ୍ୟକ୍ରମ ଏକ ସୁଚିନ୍ତିତ ପଦକ୍ଷେପ ବୋଲି ଅଭିହିତ କରି ଏହା ଭାରତର ଗବେଷଣା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତନ ଆଣିପାରିବ ବୋଲି କହିଥିଲେ । ଶ୍ରୀ ପ୍ରଧାନ କହିଥିଲେ ଯେ ରାଇଜ କନ୍‌କ୍ଲେଭର ଲକ୍ଷ୍ୟ ଗବେଷକମାନଙ୍କୁ ଜ୍ଞାନ ମାଧ୍ୟମରେ ସଶକ୍ତ କରିବା ସହ ଏହି କ୍ଷେତ୍ରରେ ସଚ୍ଚୋଟତା ଆଣିବାକୁ ପ୍ରୋତ୍ସାହିତ କରିବ । ଏହି ସମ୍ମିଳନୀ ଦ୍ୱାରା ଗବେଷକମାନେ ବିଶ୍ୱ ସ୍ତରରେ ନିଜ ଗବେଷଣା ମାଧ୍ୟମରେ ପ୍ରତିଯୋଗିତା କରିବା ସହ ନୈତିକତା ଏବଂ ସଚ୍ଚୋଟତା ଭିତିକ ଉଚ୍ଚମାନର ଗବେଷଣା କରିବା ନିମନ୍ତେ ନିଜକୁ ପ୍ରସ୍ତୁତ କରିପାରିବେ ବୋଲି ସେ କହିଥିଲେ ।
ଆସନ୍ତ ସେପ୍ଟେମ୍ବର ମାସ ୧୯ ତାରିଖରୁ ଦ ଇଣ୍ଡିଆନ୍ ରିସର୍ଚ୍ଚ ଟୁର ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବା ସହ ଯୁବ ଗବେଷକମାନଙ୍କୁ ଗବେଷଣା କ୍ଷେତ୍ରରେ ସ୍ୱଚ୍ଛତା, ପ୍ରକାଶନର ସୁଯୋଗ, ବିଶ୍ୱସ୍ତରରେ ସେମାନଙ୍କ କାର୍ଯ୍ୟର ପରିପ୍ରକାଶ ନିମନ୍ତେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ ।
ଏହି ଅବସରରେ ସୋଆ ସହିତ ସ୍ପ୍ରିଞ୍ଜର ନେଚରର କ୍ୟୁରିୟସ୍ ଜର୍ନାଲ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ନିମନ୍ତେ ତଥା ଫୁଲ୍ଲି ଓପନ୍ ଆକ୍ସେସ୍ ଜର୍ନାଲ୍ ନିମନ୍ତେ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା ।
ସମ୍ମିଳନୀରେ ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ସୀତାରାମ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ସ୍ୱଚ୍ଛତାକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଦ ଇଣ୍ଡିଆ ରିସର୍ଚ୍ଚ ଟୁର ଏକ ଗୁରୁତ୍ୱପୂର୍ଣର୍ ପଦକ୍ଷେପ ।
ବର୍ତମାନ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ଏବଂ ଚାଟ୍‌ଜିପିଟି ଭଳି ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳର ଉଦ୍‌ଭାବନ ସମଗ୍ର ଶିକ୍ଷା ଏବଂ ଗବେଷଣାର ମାନଚିତ୍ରକୁ ପରିବର୍ତନ କରିଦେଇଥିବା ବେଳେ ଏହାକୁ ଅତ୍ୟନ୍ତ ଦାୟିତ୍ୱର ସହ ଉପଯୋଗ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଆମେ ନୂତନ ଜ୍ଞାନ କୌଶଳକୁ ସ୍ୱାଗତ କରିବା ଜରୁରୀ ନଚେତ ଆମେ ପଛରେ ପଡ଼ିଯିବୁ କିନ୍ତୁ ଆମକୁ ନୈତିକ ନିୟମାବଳୀର ମଧ୍ୟ ପାଳନ କରିବା ଆବଶ୍ୟକ ବୋଲି ସେ କହିିଥିଲେ । ଏହି ଅବସରରେ ଶ୍ରୀ ଇନ୍‌ଚକୁମ୍ବେ କହିଥିଲେ ସ୍ପ୍ରି୍ରଞ୍ଜର ନେଚର ଶୈକ୍ଷିକ ତଥ୍ୟର ଜଗୁଆଳୀ ଭାବେ କାର୍ଯ୍ୟ କରିବା ସହ ଗବେଷଣା ପ୍ରକାଶନ କ୍ଷେତ୍ରରେ ଖୁବ୍ ସ୍ୱଚ୍ଛତା ଅବଲମ୍ବନ କରିଥାଏ ଫଳରେ ଗବେଷଣା ପ୍ରକ୍ରିୟା ଠିକ୍ ଭାବେ ପରିଚାଳିତ ହୋଇପାରେ ।

ରାଇଜ ଏକ ସୁଚିନ୍ତିତ ପଦକ୍ଷେପ ଯାହାକି ଭାରତର ଗବେଷଣା ମାନଚିତ୍ର ଉପରେ ଦକ୍ଷତାକୁ ପ୍ରସ୍ଫୁଟିତ କରିବାରେ ସହାୟକ ହେବା ସହ ଗବେଷଣାକୁ ଅଧିକ ଉନ୍ମୁକ୍ତ ଏବଂ ସ୍ୱଚ୍ଛ କରିବ ଏହାର ଗୁଣବତାକୁ ଏହା ବୃଦ୍ଧି କରିବା ନିମନ୍ତେ ମଧ୍ୟ ସାହାଯ୍ୟ କରିବ ବୋଲି ସେ କହିଥିଲେ । ଶ୍ରୀ ଇନ୍‌ଚକୁମ୍ବେ କହିଥିଲେ ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ସାରା ବିଶ୍ୱରେ ଭାରତ ତୃତୀୟ ସ୍ଥାନରେ ରହିଥିବା ବେଳେ ପ୍ରଥମ ସ୍ଥାନରେ ଚୀନ୍ ଏବଂ ଦ୍ୱିତୀୟ ସ୍ଥାନରେ ଯୁକ୍ତରାଷ୍ଟ ଆମେରିକା ରହିଛି । କିନ୍ତୁ ଗବେଷଣା କ୍ଷେତ୍ରରେ ନୈତିକ ମୂଲ୍ୟବୋଧ ଏବଂ ସ୍ୱଚ୍ଛତା ଆଣିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।
ଏହି ଅବସରରେ ଶ୍ରୀ ସିଂ କହିଥିଲେ ଯେ ଆଇସିଏସ୍‌ଏସ୍‌ଆର୍ ଦେଶରେ ଗବେଷଣା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ନେଇ ବେଶ ବଦ୍ଧପରିକର ଏବଂ ସାମାଜିକ ବିଜ୍ଞାନ ଗବେଷଣା କ୍ଷେତ୍ରରେ ସହଯୋଗ ନେଇ ଏହା କାର୍ଯ୍ୟ କରୁଛି ।

ଭାରତରେ ସାମାଜିକ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଅନୁଦାନକୁ ଦ୍ୱିଗୁଣିତ କରାଯାଇଥିବା ବେଳେ ମହିଳା ଗବେଷିକାମାନଙ୍କ କାର୍ଯ୍ୟକୁ ଅଧିକ ପ୍ରୋତ୍ସାହନ ଦିଆଯାଉଛି ବୋଲି ସେ ପ୍ରକାଶ କରିଥିଲେ । ଶ୍ରୀ ସର୍ବସିଦ୍ଧି କହିଥିଲେ ଯେ ସ୍ପ୍ରିଞ୍ଜର ନେଚର ପକ୍ଷରୁ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଅଧିକ ସହଯୋଗ କରିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଏଠାରେ ଗବେଷଣାରେ ସ୍ୱଚ୍ଛତା ଭଳି ପ୍ରସଙ୍ଗକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଉତ୍ସାହିତ କରାଯାଉଛି । ସୋଆ ସହିତ ଆମର ସହଯୋଗିତା ଦ୍ୱାରା ଏହି କାର୍ଯ୍ୟକୁ ଅଧିକ ଉନ୍ମୁକ୍ତ, ସୁଗମ ଏବଂ ପ୍ରଭାବପୂର୍ଣ୍ଣ କରାଯାଇପାରିବ ବୋଲି ସେ କହିଥିଲେ । ଏହି ଅବସରରେ ସୋଆ କୁଳପତି ପ୍ରଫେସର ନନ୍ଦ କହିଥିଲେ ଯେ ବିଶ୍ୱବିଦ୍ୟାଳୟ ସହ ରାଇଜ ପଦକ୍ଷେପ ଏବଂ ‘ଫୁଲ୍ଲୀ ଓପନ୍ ଆକ୍ସେସ୍‌’ ‘ବୁଝାମଣା ଦ୍ୱାରା ଗବେଷଣା କ୍ଷେତ୍ରରେ ଉତ୍କର୍ଷତାକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରାଯାଇପାରିବ ।

ଏହି ପରିପ୍ରେକ୍ଷୀରେ ସୋଆର ୬ ଜଣ ମହିଳା ଗବେଷିକାଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଗବେଷିକାମାନେ ହେଲେ ସୋଆର ସେଂଟର ଅଫ୍ ବାୟୋଟେକ୍ନୋଲୋଜିର ମୁଖ୍ୟ ପ୍ରଫେସର ସଂଘମିତ୍ରା ନାୟକ, ମେଡିକାଲ୍ ରିସର୍ଚ୍ଚର ନିର୍ଦ୍ଦେଶିକା ପ୍ରଫେସର (ଡାକ୍ତର) ରୁଚି ଭୂୟାଁ ଗୋଏଲ, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ରେଣୁ ଶର୍ମା, ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ସୁଜାତା ମିଶ୍ର ଓ ପ୍ରଫେସର ନିହାରବାଳା ଦେବୀ ଏବଂ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର । ଏଥି ସମେତ ଇନ୍‌ଷ୍ଟିୁଚ୍ୟଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର , ସୋଆର ଚିଫ୍ ଲଇବ୍ରେରିଆନ୍ ଡକ୍ଟର ଡି.ବି. ରମେଶ ଏବଂ ଆସିଷ୍ଟାଂଟ ପ୍ରଫେସର ଡକ୍ଟର ସତୀଶ ସାମଲ୍‌ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର୍ ପ୍ରଫେସର ରେଣୁ ଶର୍ମା ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ଆଜି ପବିତ୍ର ଜନ୍ମାଷ୍ଟମୀ: ଧରାବତଣ କରିବେ ପ୍ରଭୁ ଶ୍ରୀକୃଷ୍ଣ….

() ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ। ହିନ୍ଦୁମାନଙ୍କର ଏହା ଏକ ମୂଖ୍ୟ ପର୍ବ। ବେଦବାଣୀ ଓ ଜ୍ୟୋତିଷ ଗଣନାନୁସାରେ ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗର ଶେଷ ଭାଗରେ ଧରାଧାମରେ ଅବତୀର୍ଣ୍ଣ ହୋଇଥିଲେ।

ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ। ଏହା ଥିଲା ତାଙ୍କର ଶ୍ରୀକୃଷ୍ଣ ଅବତାର। କଂସଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଅଷ୍ଟମ ଗର୍ଭରୁ ବନ୍ଦିଶାଳାରେ ଅର୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର-ବୃଷରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମ ଲାଭ କରିଥିଲେ। ବନ୍ଦିଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ୟ। ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ।

କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧକୁ ରକ୍ଷାକରି,ସେ ଜନ୍ମ ନେଇଛନ୍ତି। ରାକ୍ଷସ ନିପାତ ପାଇଁ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡ଼ିବ, ତେଣୁ ସେଠାରେ ଜନ୍ମ ନେଇଥିବା ବିଜୁଳୀ କନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ଥୋଇଦେଇ ଆସିବାକୁ ପିତାଙ୍କୁ କହିଲେ। ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାର ହେଇ ଗୋପପୁରକୁ ଗଲେ। ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ବାସୁକି ନିଜର ବିଶାଳ ଫଣା ଢାଙ୍କି ଚାଲିଲେ। ସବୁ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦଘରେ ଛାଡିଥିଲେ ବସୁଦେବ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମ ଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ।

ଜନ୍ମାଷ୍ଟମୀ ପର ଦିନ କାହିଁକି ପାଳନ ହୁଏ ନନ୍ଦ ଉତ୍ସବ?

କୃଷ୍ଣ ମଥୁରାରେ ଦେବକୀଙ୍କ ଗର୍ଭରୁ ବନ୍ଦୀଶାଳାରେ ଜନ୍ମ ହୋଇଥିଲେ। ଅତ୍ୟାଚାରୀ କଂସଙ୍କୁ ବଧ କରିବା ପାଇଁ ସେ ମାନବ ଜନ୍ମ ନେଇଥିଲେ। କୃଷ୍ଣ ହିଁ କଂସର ମୃତ୍ୟୁର କାରଣ ହେବ ଏହା କଂସକୁ ଭବିଷ୍ୟବାଣୀ ହୋଇଥିଲା। ଏଥିପାଇଁ ସେ ଜନ୍ମରୁ ହିଁ କୃଷ୍ଣଙ୍କୁ ମାରି ଦେବାକୁ ଚାହୁଁଥିଲା। କୃଷ୍ଣଙ୍କୁ ବଞ୍ଚେଇବା ପାଇଁ ଜନ୍ମ ପରେ କୃଷ୍ଣଙ୍କୁ ପିତା ବସୁଦେବ ଗୋପପୁରରେ ଅର୍ଥାତ ନନ୍ଦ ଓ ଯଶୋଦାଙ୍କ ପାଖରେ ଛାଡ଼ି ଆସିଥିଲେ। ଏହାପରେ ଗୋପପୁରରେ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳିତ ହୋଇଥିଲା। କୃଷ୍ଣଙ୍କ ଜନ୍ମ ପରଦିନ ଗୋପପୁରରେ ଅର୍ଥାତ ନନ୍ଦରାଜାଙ୍କ ଘରେ ଉତ୍ସବ ପାଳିତ ହୋଇଥିଲା। ସେଥିପାଇଁ ଏହାକୁ ନନ୍ଦ ଉତ୍ସବ ବୋଲି କୁହାଯାଏ ଏହା ଜନ୍ମାଷ୍ଟମୀର ପରଦିନ ପାଳିତ ହୋଇଥାଏ।

ପାରଳାଖେମୁଣ୍ଡିରେ ଓୟୁଜେର ମହାସମାବେଶ : ଶାଣିତ ହେଲା ପେନସନ ଓ ସୁରକ୍ଷା ଦାବି ସ୍ୱର …

ପାରଳାଖେମୁଣ୍ଡି,୨୫l୮()-ରାଜ୍ଯ ସରକାର ସାମ୍ବାଦିକ ଙ୍କ ଦାୟିତ୍ବ ନେଇଛନ୍ତି। ନିକଟରେ ମୁଖ୍ଯମନ୍ତ୍ରୀ ଏହି ପ୍ରତିଶ୍ରୁତି ଦେଇଛନ୍ତି। ସଂଘର ଦାବି ଅତି ଜଥାର୍ଥ। ଏଣୁ ସରକାରଙ୍କ ସହ ଆଲୋଚନା କରି ଦାବି ଗୁଡିକର ସମାଧାନ କରାଯିବ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଆଜି ଓଡିଶା ସାମ୍ବାଦିକ ୟୁନିଅନ ର ରାଜ୍ଯ କାର୍ଯ୍ଯକାରିଣୀ ବୈଠକ ଓ ମହା ସମାବେଶରେ ମୁଖ୍ଯ ଅତିଥି ଭାବେ ପରିବହନ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ସମ୍ମାନିତ ଅତିଥି ଭାବେ ଗଣଶିକ୍ଷା ଓ ଅନୂସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ନିତ୍ଯାନନ୍ଦ ଗଣ୍ଡ, ସାଂସଦ ପ୍ରଦୀପ ପାଣିଗ୍ରାହୀ, ବିଧାୟକ ସିଧାନ୍ତ ମହାପାତ୍ର ଓ ଦାଶରଥି ଗମାଙ୍ଗ ଏଭଳି କହିଥିଲେ। ରାଜ୍ଯ ସଭାପତି ପ୍ରଶନ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମ ଅଧିବେଶନ ରେ ସଂଘର ରାଜ୍ଯ କାର୍ଯ୍ଯକାରିଣୀ ବୈଠକରେ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ଯା ଓ ସାଙ୍ଗଠନିକ ପ୍ରସଙ୍ଗରେ ଆଲୋଚନା ହୋଇ ଓୟୁଜେ ର ଆନ୍ଦୋଳନ ଅବ୍ ଆହତ ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହି ସମ୍ମିଳନୀ ଉଦଘାଟନି ମଞ୍ଚରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଡିଏସପି ଚନ୍ଦ୍ର ଶେଖର ହୋତା ପ୍ରମୁଖ ଉପସ୍ଥିତ ରହି ସଂଘର ସ୍ମାରକପତ୍ର ଗ୍ରହଣ କରିଥିଲେ। ଓୟୁଜେ ଗଜପତି ୟୁନିଟ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଗୀତ ନିର୍ଦ୍ଦେଶକ ରଘୁନାଥ ପାତ୍ର, ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ଡଃ ରଜତ କୁମାର ସେଠୀଙ୍କ ସମେତ ରାୟଗଡା ଜିଲ୍ଲା ର ସଭାପତି ରାଧାକୃଷ୍ଣ ପଟ୍ଟନାୟକ, ସମ୍ପାଦକ ରଂଜିତ ପାଢି ଓ ବରିଷ୍ଠ ସଦଶ୍ଯ ରାଜେଶ ପଟ୍ଟନାୟକ ଙ୍କୁ ଉପଢୌକନ ଓ ମୁମେଣ୍ଟୋ ଦ୍ବାରା ସମ୍ବର୍ଦ୍ଧନା କରାଯାଇଥିଲା। ସମାବେଶ ପୁର୍ବରୁ ଆଜି ସକାଳେ ସଂଘର ଶତାଧିକ ସଦଶ୍ଯ ସ୍ଥାନୀୟ ଗଜପତି ପ୍ଯାଲେସ୍ ଠାରୁ ବଜାର ଛକ ଯାଏଁ ଶୋଭାଯାତ୍ରା ରେ ଯାଇ ଗଜପତି ମହାରାଜାଙ୍କ ପ୍ରତିମୁର୍ତି ରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ। ସେଠାରେ ସାମ୍ବାଦିକ ମାନେ ସେମାନଙ୍କ ଦାବି ଗୁଡିକ ଉଲ୍ଲେଖ ଥିବା ପ୍ଲାକାର୍ଡ ଧରି ଧାରଣା ଦେଇଥାଲେ। ଆଜିର ଏହି କାର୍ଯ୍ଯକ୍ରମରେ ଅନ୍ଯ ମାନଙ୍କ ମଧ୍ୟରେ ରାଜ୍ଯ ସାଧାରଣ ସମ୍ପାଦକ କମ୍ବୁପାଣି ମିଶ୍ର, ଉପ ସଭାପତି ରାଜେଶ ପଟ୍ଟନାୟକ, ପ୍ରଶନ ପାଇକରାୟ, ଅଶୋକ ନନ୍ଦ, ଅମୁଲ୍ଯ ସ୍ବାଇଁ, ଅକ୍ଷୟ ସାହୁ, ରାଜିବ ମହାନ୍ତି, ପରିକ୍ଷିତ ବିଶ୍ବାଳ, କିଶାନ ରାଉତ, ପ୍ରଶାନ୍ତ ବେହେରା ଙ୍କ ସମେତ ଗଜପତି ଜିଲ୍ଲା ର ସଭାପତି ବସନ୍ତ ପଣ୍ଡା, କାର୍ଯ୍ଯକାରି ସଭାପତି ରୂପେଶ ସାହୁ, ସାଧାରଣ ସମ୍ପାଦକ ଆଦର୍ଶ ଦାସ, ଉପଦେଷ୍ଟା କେ. ରାମ ସ୍ବାମୀ, ସମ୍ପାଦକ ଗିରିଧାରି ପରିତ୍ସା, ରାମ ଗୋବିନ୍ଦ ଆଚାର୍ଯ୍ୟ, ସତ୍ଯ ନାରାୟଣ ପାଢି, କେଦାରନାଥ ପାତ୍ର, ହରିହର ପଟ୍ଟନାୟକ, ବାସୁଦେବ ଦାସ ପ୍ରମୁଖ ମିଳିତ ଭାବେ ଏହି କାର୍ଯ୍ଯକ୍ରମ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଭକ୍ତି ସଂଗୀତ ସଂସଦ ପକ୍ଷରୁ ପ୍ରାରମ୍ଭିକ ସଂଗୀତ ଗାନ କରାଯାଇ ଥିଲା।

ସୋଆରେ ର‌୍ୟାଗିଙ୍ଗ ବିରୋଧ ସପ୍ତାହ ପାଳିତ…

()  ର‌୍ୟାଗିଙ୍ଗ ବିରୋଧରେ ଫ୍ୟାକଲ୍ଟି, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଅଗଷ୍ଟ ୧୪ ରୁ ୧୮ ତାରିଖ ମଧ୍ୟରେ ର‌୍ୟାଗିଙ୍ଗ ବିରୋଧ ସପ୍ତାହ ପାଳିତ ହୋଇଯାଇଛି ।

ୟୁଜିସିର ନିୟମାବଳୀ ଅନୁଯାୟୀ ସୋଆର ବିଭିନ୍ନ କ୍ୟାମ୍ପସ୍‌ରେ ଏହି ୫ ଦିନ ମଧ୍ୟରେ ବକ୍ତୃତା, ରଙ୍ଗୋଲି, ପ୍ରବନ୍ଧ, ସ୍ଲୋଗାନ୍ ଏବଂ ପୋଷ୍ଟର ପ୍ରତିଯୋଗିତା ମାଧ୍ୟମରେ ସଚେତନତା ସୃଷ୍ଟି ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ର‌୍ୟାଗିଙ୍ଗ ଫ୍ରି କ୍ୟାମ୍ପସ୍‌ର ଲକ୍ଷ୍ୟ ନେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ହଷ୍ଟେଲ୍‌ର ଛାତ୍ରଛାତ୍ରୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା । ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଏବଂ ୪୦୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ମଙ୍ଗଳବାର ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌)ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ ଓ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ । ଫ୍ୟାକଲ୍ଟି କୋର୍ଡିନେଟର ଡକ୍ଟର ଅଂଶୁମାନ ଜେନା ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ଆସିଷ୍ଟାଂଟ ପ୍ରଫେସର ଡକ୍ଟର ନେହା ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।

ଓଡ଼ିଶାରେ ସୋଆ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଟପର….

ଶିକ୍ଷା ଓ ଅନୁସନ୍ଧାନ ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ,

ସାମଗ୍ରିକ ଶିକ୍ଷାନୁଷ୍ଠାନ ତାଲିକାରେ ଦେଶରେ ୨୪ ତମ  ()ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭ କରିଛି ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ବିଶ୍ୱବିଦ୍ୟାଳୟ । ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍ନାଲ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗସ୍‌ର ନବମ ସଂସ୍କରଣରେ ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ୧୪ ତମ ସ୍ଥାନ ହାସଲ କରି ସୋଆ ଗୋଟିଏ ପାହାଚ ଉପରକୁ ଉଠିଛି । ସୋମବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ର‌୍ୟାଙ୍କିଙ୍ଗ ଘୋଷଣା କରାଯାଇଛି ।

ଗତବର୍ଷ ସୋଆ ଦେଶରେ ୧୫ ତମ ର‌୍ୟାଙ୍କ ହାସଲ କରିଥିଲା । ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗସ୍‌ର ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରାଜ୍ୟ ଶିକ୍ଷାମନ୍ତ୍ରୀ ଶ୍ରୀ ସୁକାନ୍ତ ମଜୁମ୍‌ଦାର ଉପସ୍ଥିତ ଥିଲେ ।ସେହିପରି ସାମଗ୍ରିକ ଶିକ୍ଷାନୁଷ୍ଠାନ ତାଲିକାରେ ଗତବର୍ଷର ର‌୍ୟାଙ୍କିଙ୍ଗ ଠାରୁ ଦୁଇଟି ସ୍ଥାନ ଉପରକୁ ଯାଇ ସୋଆ ଏଥର ୨୪ ତମ ସ୍ଥାନ ହାସଲ କରିଛି । ୨୦୧୬ ମସିହାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୯ ବର୍ଷ ଧରି ଆୟୋଜିତ ହେଉଥିବା ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗସ୍‌ରେ ଦେଶର ଶ୍ରେଷ୍ଠ ୨୫ଟି ଉଚ୍ଚ ଶିକ୍ଷାନୁଷ୍ଠାନ ତାଲିକାରେ ନିଜ ସ୍ଥାନ ବଜାୟ ରଖିଛି ସୋଆ । ସେଥି ମଧ୍ୟରୁ ୭ ଥର ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜକୁ ସାମିଲ୍ କରି ପାରିଛି ସୋଆ ।ଏହି ଡିମ୍‌ଡ ବିଶ୍ୱବିଦ୍ୟାଳୟ ଇଞ୍ଜିନିୟରିଂ କ୍ୟାଟେଗୋରିରେ ଗତ ବର୍ଷ ୨୭ ତମ ର‌୍ୟାଙ୍କ ହାସଲ କରିଥିବା ବେଳେ ଚଳିତ ବର୍ଷ ଏଥିରେ ଉନ୍ନତି ଘଟି ୨୬ ତମ ସ୍ଥାନରେ ପହଂଚିଛି । ମେଡିକାଲ୍ ସାଇନସେସ୍ କ୍ୟାଟେଗୋରିରେ ଦେଶରେ ସୋଆ ୨୧ ତମ, ଡେଂଟାଲ୍ ଏବଂ ଲ\’ କ୍ୟାଟେଗୋରିରେ ନବମ ସ୍ଥାନରେ ରହିଛି । ସେହିପରି ମ୍ୟାନେଜମେଂଟ ସାଇନସେସ୍ କ୍ୟାଟେଗୋରିରେ ୬୨ତମ ଏବଂ ରିସର୍ଚ୍ଚ କ୍ୟାଟେଗୋରିରେ ୫୦ ତମ ସ୍ଥାନ ହାସଲ କରିଛି ସୋଆ ।ସୋଆର ଦୁଇଟି ଶିକ୍ଷାନୁଷ୍ଠାନ ଫାକଲ୍ଟି ଅଫ୍ ଲ (ସୋଆ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଲ) ଏବଂ ଫାକଲ୍ଟି ଅଫ୍ ଡେଂଟାଲ୍ ସାଇନସେସ୍ (ଇନଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନସେସ୍‌) ନବମ ସ୍ଥାନ ହାସଲ କରି ଟପ୍ ଟେନ୍ ତାଲିକାରେ ରହିଛନ୍ତି । ସୋଆ ୨୦୨୨ରେ ନ୍ୟାସନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନସିଲ୍ (ନାକ୍‌) ଦ୍ୱାରା ସର୍ବାଧିକ ଏ ++ ଗ୍ରେଡ୍ ହାସଲ କରି ପୁନଃ ସ୍ୱୀକୃତି ଲାଭ କରିଥିଲା । ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ଅବସରରେ ଖୁସି ବ୍ୟକ୍ତ କରିବା ସହ ବିଶ୍ୱବିଦ୍ୟାଳୟର ଫାକଲ୍ଟି, ଗବେଷକ ଏବଂ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ସୋଆକୁ ଆହୁରି ଉଚ୍ଚକୁ ନେବା ନିମନ୍ତେ ସେମାନଙ୍କର ଏହି ଉଦ୍ୟମକୁ ଜାରି ରଖିବା ନିମନ୍ତେ ପ୍ରୋତ୍ସାହିତ କରିଛନ୍ତି ।

ସୋଆର କୂଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ବିଶ୍ୱବିଦ୍ୟାଳୟର ଏହି ସଫଳତା ନିମନ୍ତେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ବିଶ୍ୱବିଦ୍ୟାଳୟକୁ ଆଗାମି ୫ ବର୍ଷ ମଧ୍ୟରେ ଦେଶର ଶ୍ରେଷ୍ଠ ୧୦ଟି ବିଶ୍ୱବିଦ୍ୟାଳୟ ତାଲିକାରେ ସ୍ଥାନିତ କରିବା ପାଇଁ କଠିନ ପରିଶ୍ରମ ଜାରି ରଖିବା ନିମନ୍ତେ ଆହ୍ୱାନ ଦେଇଛନ୍ତି ।

ରେଳ ପ୍ରକଳ୍ପର ତ୍ୱରିତ କାର୍ଯ୍ୟାନ୍ଵୟନ୍ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେବେ – ମୁଖ୍ୟମନ୍ତ୍ରୀ 

()ଗତକାଲି କେନ୍ଦ୍ର ସରକାର ଓଡ଼ିଶା ପାଇଁ ୧୫ ହଜାର କୋଟି ଟଙ୍କାର ୬ଟି ଗୁରୁତ୍ଵପୂର୍ଣ୍ଣ ରେଳ ପ୍ରକଳ୍ପ ମଞ୍ଜୁର କରିବା ପରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକ ସେବା ଭବନରେ ଭିଡିଓ କନଫରେନ୍ସ ଜରିଆରେ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସହ ଆଲୋଚନା କରି ଧନ୍ୟବାଦ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ଏକା ଥରକେ ୧୫ ହଜାର କୋଟି ଟଙ୍କାର ୬ ଟି ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଆମେ ସମସ୍ତେ ବହୁତ୍ ଖୁସି। ସାରା ଓଡ଼ିଶାବାସୀ ଖୁସି।ଏହାଦ୍ବାରା ଓଡ଼ିଶାରେ ରେଳ ଭିତ୍ତିଭୂମି ସୁଦୃଢ଼ ହେବା ସହିତ ସଂପୃକ୍ତ ଜିଲ୍ଲା ମାନଙ୍କର ଆର୍ଥିକ ବିକାଶ କ୍ଷେତ୍ରରେ ସହାୟକ ହେବ। ଏହା ଓଡ଼ିଶାର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ଏଥିପାଇଁ ସାରା ଓଡ଼ିଶା ବାସୀ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ରେଳମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ମଧ୍ୟ ସେ ଧନ୍ୟବାଦ ଦେଇଥିଲେ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦିଲ୍ଲୀ ଗସ୍ତ ସମୟରେ ଆପଣ ( ରେଳ ମନ୍ତ୍ରୀ ) ମୋତେ ମାତ୍ର ୫ ମିନିଟ ପାଇଁ ଚା ପିଇବାକୁ ଡାକିଥିଲେ। ମାତ୍ର ୫ ମିନିଟର ଚା ପିଇବାରେ ଆପଣ ଓଡ଼ିଶାକୁ ୬ଟି ପ୍ରକଳ୍ପ ଦେଇଦେଲେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ରେଳ ପ୍ରକଳ୍ପ କାର୍ଯ୍ୟନ୍ଵୟନ୍ ସମୟରେ ଜମି ଅଧିଗ୍ରହଣ ଏକ ମୁଖ୍ୟ ସମସ୍ୟା ହୋଇଥାଏ। ସେଥିପାଇଁ ପ୍ରକଳ୍ପର ତ୍ୱରିତ କାର୍ଯ୍ୟନ୍ଵୟନ୍ ପାଇଁ ରାଜ୍ୟ ସରକାର ଜମି ଅଧିଗ୍ରହଣ ସହିତ ଅନ୍ୟାନ୍ୟ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ସେ କହିଥିଲେ।

ରେଳମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଷ୍ଣବ ମଞ୍ଜୁର ହୋଇଥିବା ସମସ୍ତ ପ୍ରକଳ୍ପ ଉପରେ ସୂଚନା ଦେଇ ଏହା କିପରି ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ବିଭିନ୍ନ ପ୍ରାନ୍ତକୁ ଯୋଡ଼ିବାରେ ସଫଳ ହେବ ସେ ବିଷୟରେ ସୂଚନା ଦେଇଥିଲେ। ଏକା ଥରକେ ୬ଟି ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ ମଞ୍ଜୁର ହେବ ଏକ ଐତିହାସିକ ପଦକ୍ଷେପ ବୋଲି ସେ ମତ ଦେଇଥିଲେ। ସେ କହିଥିଲେ ଯେ ପୂର୍ବରୁ ବର୍ଷକୁ ମାତ୍ର ୪୦ କିଲୋମିଟର ରେଳ ଲାଇନ ନିର୍ମାଣ ହେଉଥିବା ବେଳେ ଏବେ ବିଗତ ୧୦ ବର୍ଷରେ ପ୍ରତିବର୍ଷ ୩୦୦ କିଲୋମିଟରରୁ ଅଧିକ ରେଳ ପଥ ନିର୍ମାଣ ହେଉଛି। ରାଜ୍ୟ ସରକାରଙ୍କ ସହିତ ମିଳିତ ଭାବେ ଉପଯୁକ୍ତ monitoring କରାଯାଇ ନୂଆ ପ୍ରକଳ୍ପ ଗୁଡ଼ିକୁ ଠିକ୍ ସମୟରେ ସମ୍ପୂର୍ଣ୍ଣ କରାଯିବ ବୋଲି ସେ କହିଥିଲେ।କାର୍ଯ୍ୟକ୍ରମରେ ବିଭିନ୍ନ ସାଂସଦ ମାନେ ମଧ୍ୟ ଭିଡିଓ କନଫରେନ୍ସ ଜରିଆରେ ଯୋଗ ଦେଇଥିଲେ। ମୟୂରଭଞ୍ଜ ସାଂସଦ ଶ୍ରୀ ନବ ଚରଣ ମାଝୀ, ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀ, କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେଵୀ ଓ କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ୍ ଦେଇଥିଲେ। ସେମାନେ କହିଥିଲେ ଯେ ଏହା ଦ୍ବାରା ସେମାନଙ୍କ ଅଞ୍ଚଳରେ ରେଳ ପଥର ବିକାଶ ହେବା ସହିତ ସାରା ଭାରତ ବର୍ଷ ସହିତ ଯୋଗାଯୋଗ ସୁଦୃଢ଼ ହେବ।ଏହି କର୍ଯ୍ୟମକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଏବଂ ବାଣିଜ୍ୟ ଓ ପରିବହନ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ ଉପସ୍ଥିତ ଥିଲେ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର-ତା. ୧୦.୦୮.୨୦୨୪-ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଚାରି ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି । ସେଠାରେ ମନ୍ତ୍ରୀ ଶ୍ରୀ ପାତ୍ର କେନ୍ଦ୍ର ମନ୍ତ୍ରୀ ମାନଙ୍କୁ ସାକ୍ଷାତ କରିବା ସହ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଶ୍ରୀ ପାତ୍ର ଦିଲ୍ଲୀସ୍ଥିତ ରେଳ ଭବନରେ ଭେଟିବା ସହ ରାଜ୍ୟରେ ରେଳ ଯୋଗାଯୋଗ ସୁଦୃଢ଼ୀକାରଣ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଢେଙ୍କାନାଳ ରୁ ଯୋରନ୍ଦା,ଯୋରନ୍ଦା ଠାରୁ କପିଳାସ,କପିଳାସ ରୁ ଯାଜପୁର ରୋଡ(ଇସ୍ପାତ ନଗର) ସହ ରେଳ ସଂଯୋଗ ବ୍ୟବସ୍ଥା କରିବା ପାଇଁ ଅବଗତ କରାଇଥିଲେ । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗଦର୍ଶନ ଓ ଓଡିଶାର ବିକାଶକୁ ତ୍ୱରାନିତ କରିବା ପାଇଁ ସମର୍ପିତ ଓ ନିଶ୍ଚିତ ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ୱାବ୍ୟବଧାନରେ ରାଜ୍ୟରେ ରେଳ ସଂଯୋଗୀକରଣର ଆହୁରି ଉନ୍ନତି ହେବ ବୋଲି ରେଳ ମନ୍ତ୍ରୀ ଅବଗତ କରାଇଥିଲେ ।

 

ଏତଦବ୍ୟତୀତ ଶ୍ରୀ ପାତ୍ର ତାଙ୍କର ଦିଲ୍ଲୀ ଗସ୍ତ ଅବସରରେ କେନ୍ଦ୍ର ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂଙ୍କୁ ମଧ୍ୟ ସାକ୍ଷାତ କରିବା ସହ ରାଜ୍ୟକୁ ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ଆଗକୁ ନେବା ପାଇଁ ଆଲୋଚନା କରିଥିଲେ । ରାଜ୍ୟରେ ସାଇନ୍ସ ସିଟି, ସାଇନ୍ସ ପାର୍କ ଏବଂ ବାୟୋଟେକ୍ନୋଲୋଜି ପାର୍କ ପ୍ରତିଷ୍ଠା ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର କେନ୍ଦ୍ରମନ୍ତ୍ରୀ ଡଃ ସିଂଙ୍କ ସହ ଆଲୋଚନା କରିଥିଲେ । ଏଥିସହ ପଠାଣି ସାମନ୍ତ ପ୍ଲାନେଟୋରିୟମର ଉନ୍ନତିକରଣ ଉପରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ପଠାଣି ସାମନ୍ତଙ୍କ ଜ୍ୟୋତିବିଜ୍ଞାନ ଉପରେ ଅଧିକ ଗବେଷଣା କରିବା ଉପରେ କେନ୍ଦ୍ରମନ୍ତ୍ରୀଙ୍କୁ ଶ୍ରୀ ପାତ୍ର ଅନୁରୋଧ କରିଥିଲେ । ଏ ସମସ୍ତ ଦାବିକୁ ବିଚାରକୁ ନେବା ସହ ରାଜ୍ୟର ଡବଲ ଇଂଜିନ ସରକାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ସମସ୍ତ ସହଯୋଗ ପ୍ରଦାନ କରାଯିବା ନେଇ କେନ୍ଦ୍ରମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ମନ୍ତ୍ରୀ ଶ୍ରୀ ପାତ୍ର ଉଭୟ କେନ୍ଦ୍ର ମନ୍ତ୍ରୀଙ୍କୁ ସାକ୍ଷାତ କରିବା ଅବସରରେଫୁଲ ତୋଡ଼ା, ଉପଢୌକନ ଦେଇ ସମ୍ମାନିତ କରିବା ସହ ଜଗନ୍ନାଥଙ୍କ ଫଟୋଚିତ୍ର ଓ ପ୍ରସାଦ ପ୍ରଦାନ କରିଥିଲେ ।

ସମ୍ ଅଲ୍ଟିମେଟ ମେଡିକେୟାରରେ ଜଟିଳ ଏସ୍‌ଏମ୍‌ଏ ଆକ୍ୟୁଟ୍ ଥ୍ରୋମ୍ବୋସିସ୍ ସମସ୍ୟାରେ ପୀଡ଼ିତ ଥିବା ରୋଗୀଙ୍କ ସଫଳ ଚିକିତ୍ସା 

ଭୁବନେଶ୍ୱର, ୧୦ ଅଗଷ୍ଟ : ଅନ୍ତନଳୀରେ ଜଟିଳ ସମସ୍ୟା ସହ ସୁପିରିୟର୍ ମେସେନଟେରିକ୍ ଆର୍ଟେରୀ (ଏସ୍‌ଏମ୍‌ଏ) ବ୍ୟାଧିରେ ପୀଡ଼ିତ ଥିବା ଜଣେ ୪୩ ବର୍ଷୀୟ ରୋଗୀଙ୍କର ସମ୍ ଅଲ୍ଟିମେଟ ମେଡିକେୟାରରେ ସଫଳ ଚିକିତ୍ସା କରାଯାଇଛି ।

କଟକରୁ ଆସିଥିବା ଏହି ରୋଗୀ ଜଣକ ସମ୍ମମ୍‌ରେ ପହଂଚିବା ପରେ ତାଙ୍କର ସେପ୍‌ସିସ୍ ଓ ସବ୍‌-ଆକ୍ୟୁଟ୍ ଇନ୍‌ଟେଷ୍ଟାଇନାଲ୍ ଅବ୍‌ଷ୍ଟ୍ରକ୍‌ସନ୍ ଦେଖାଦେବା ସହ ତଳି ପେଟରେ ଜଳୀୟ ଅଂଶ ସଂଗୃହୀତ ହୋଇଥିବା ଜଣାପଡ଼ିଥିଲା । ତାଙ୍କୁ ହସ୍ପିଟାଲ୍‌ର ଇନ୍‌ଟରଭେନ୍‌ସନାଲ ରେଡିଓଲୋଜି ବିଭାଗର ଆସୋସିଏଟ୍ କନ୍‌ସଲ୍‌ଟାଂଟ ଡାକ୍ତର ସମ୍ବିତ କୁମାର ପଟ୍ଟନାୟକଙ୍କ ଅଧୀନରେ ଭର୍ତି କରାଯାଇଥିଲା । ରୋଗୀ ଜଣଙ୍କୁ ତୁରନ୍ତ ଆଇସିୟୁକୁ ନିଆଯାଇ ସିଟି ଆନ୍‌ଜିଓଗ୍ରାମ୍ ପରୀକ୍ଷା ପରେ ତାଙ୍କ ଶରୀରରେ ଏସ୍‌ଏମ୍‌ଏ ଆକ୍ୟୁଟ୍ ଥ୍ରମ୍ବୋସିସ୍ ଓ ଆକ୍ୟୁଟ୍ ମେସେନ୍‌ଟେରିକ୍ ଇଶ୍ଚେମିଆ ଚିହ୍ନଟ ହୋଇଥିଲା ବୋଲି ଡାକ୍ତର ପଟ୍ଟନାୟକ କହିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ରୋଗୀ ଜଣଙ୍କୁ କ୍ୟାଥଲ୍ୟାବ୍‌ରେ ମିନିମାଲି ଇନ୍‌ଭେସିଭ୍ ଇମେଜ୍ ପରିଚାଳିତ ଅସ୍ତ୍ରୋପଚାର କରାଯାଇଥିଲା । ତାଙ୍କର ବାମପଟ ଆର୍ଟେରୀରେ ଏକ ଛୋଟ ପିନ୍ ଆକାରର ଛିଦ୍ର କରାଯାଇ ଛୋଟଛୋଟ କ୍ୟାଥେଟର ଏବଂ ୱେୟାର ଦ୍ୱାରା ଫାର୍ମାକୋ -ମେକାନିକାଲ୍ ଥ୍ରୋମ୍ବେକ୍ଟୋମି ପ୍ରକ୍ରିୟାରେ ଜମାଟ ବାନ୍ଧିଥିବା ଅଂଶଗୁଡ଼ିକୁ ବାହାର କରାଯାଇଥିଲା ।

ଏହା ପରେ ରୋଗୀକୁ ଜରୁରୀ ଏକ୍ସପ୍ଲୋରେଟୋରୀ ଲାପାରୋଟୋମି ଅସ୍ତ୍ରୋପଚାର ପାଇଁ ଅପରେସନ୍ ଥିଏଟରକୁ ନିଆଯାଇଥିଲା । ଅସ୍ତ୍ରୋପଚାର ସମୟରେ ୩୦ ରୁ ୪୦ ପ୍ରତିଶତ ଅନ୍ତନଳୀ ନଷ୍ଟ ହୋଇଯାଇଥିବା ବେଳେ ଅନ୍ୟଗୁଡ଼ିକ ଠିକ୍ ଭାବେ କାର୍ଯ୍ୟ କରୁଥିଲା ବୋଲି ସେ କହିଛନ୍ତି । ଜରୁରୀ ଅସ୍ତ୍ରୋପଚାର କରି ନଥିଲେ ଏହା ଅନ୍ତନଳୀକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥାନ୍ତା ବୋଲି ଡାକ୍ତର ପଟ୍ଟନାୟକ କହିବା ସହ ଏସ୍‌ଏମ୍‌ଏ ଥ୍ରୋମ୍ବୋସିସ୍ ଏକ ଜଟିଳ ସମସ୍ୟା ଏବଂ ଏ କ୍ଷେତ୍ରରେ ଠିକ୍ ଭାବେ ଚିକିତ୍ସା କରା ନଗଲେ ୮୦ ରୁ ୯୦ ପ୍ରତିଶତ ଲୋକଙ୍କ ମୃତ୍ୟୁ ହୋଇଥାଏ ବୋଲି କହିଛନ୍ତି । ସେପ୍‌ସିସ୍ ସମସ୍ୟା କମିବା ପରେ ରୋଗୀଙ୍କୁ ଆଇସିୟୁରୁ ୱାର୍ଡକୁ ଅଣାଯାଇଥିଲା ଏବଂ ପରବର୍ତୀ ସମୟରେ ତାଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିଲା ବୋଲ ଡାକ୍ତର ପଟ୍ଟନାୟକ କହିଛନ୍ତି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news