୨୭ ତାରିଖ ଭାରତ ବନ୍ଦକୁ କଂଗ୍ରେସ ସମର୍ଥନ କରିବ….

{}କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ତିନିଗୋଟି କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚା ପକ୍ଷରୁ ଆସନ୍ତା ୨୭ ତାରିଖ ଦିନ ଭାରତ ବନ୍ଦ ହେବାକୁ ଯାଉଛି । ଭାରତୀୟ ଜାତୀୟ କଂଗ୍ରେସ ଏହି ବନ୍ଦକୁ ସମର୍ଥନ କରିବାପାଇଁ ନିଷ୍ପତି ନେଇଛି । କଂଗ୍ରେସ ଦଳ ସର୍ବଦା କୃଷକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିଆସିଛି । ଏଣୁ ୨୭ ତାରିଖ ଦିନ ଭାରତ ବନ୍ଦକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପୂର୍ଣ୍ଣ ସମର୍ଥନ ଦିଆଯିବ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବିବୃତିରେ କହିଛନ୍ତି । ଏହି ମର୍ମରେ ଜିଲ୍ଲାସ୍ତରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବନ୍ଦ କାର୍ଯ୍ୟକ୍ରମକୁ ପୂର୍ଣ୍ଣମାତ୍ରାରେ ସଫଳ କରିବାପାଇଁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଜିଲ୍ଲା ସଭାପତି ମାନଙ୍କ ପତ୍ର ଲେଖିଛନ୍ତି । ରାଜ୍ୟର ସମସ୍ତ କଂଗ୍ରେସ ନେତୃବୃନ୍ଦ, ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ସାମୁଖ୍ୟ ଓ ପ୍ରକୋଷ୍ଠାର କର୍ମକର୍ତା, ସାଂସଦ ଓ ବିଧାୟକ ପ୍ରାର୍ଥର୍ୀ, କୃଷକ, ଶ୍ରମିକ ଓ ଜନସାଧାରଣ ଏହି ବନ୍ଦକୁ ସଫଳ କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଜଣାଇଛନ୍ତି ।

୨୭ ସେପ୍ଟେମ୍ବର ‘ଭାରତ ବନ୍ଦ’ ର ସଫଳତା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବ୍ୟାପକ ପ୍ରସ୍ତୁତି…

{}ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆହୁତ ୨୭ ସେପ୍ଟେମ୍ବର ଭାରତ ବନ୍ଦକୁ ସଫଳ କରିବା ପାଇଁ ରାଜ୍ୟ ବ୍ୟାପୀ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ର କୃଷକ ସଂଗଠନ,ଟ୍ରେଡ଼ ୟୁନିୟନ ଏବଂ ବହୁ ଗଣ ସଂଗଠନ ସାମିଲ ହୋଇ ପ୍ରାଚୀର ଲିଖନ, ପ୍ରଚାରପତ୍ର ବଣ୍ଟନ , ପଥପ୍ରାନ୍ତ ସଭା, ଗାଁ ଓ ବସ୍ତିରେ ସାଧାରଣ ବୈଠକ, ଛୋଟ ଛୋଟ ପଟୁଆର ଆଦି ପ୍ରଚାର ଅଭିଯାନ ଜାରି ରଖିଛନ୍ତି । ବନ୍ଦ କୁ ସଫଳ କରିବା ପାଇଁ ୨୬ ସେପ୍ଟେମ୍ବରରେ ରାଜ୍ୟ ବ୍ୟାପୀ ମଶାଲ ଶୋଭାଯାତ୍ରା ଆୟୋଜନ କରିବା ପାଇଁ ପ୍ରସ୍ତୁତି ଜାରି ରହିଛି । ଏହି ପରିପ୍ରେକ୍ଷୀରେ ସଂଯୁକ୍ତ କିଶାନ ମୋର୍ଚ୍ଚା , ଓଡିଶା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ବନ୍ଦ କୁ ସଫଳ କରିବା ପାଇଁ ରାଜ୍ୟ ବାସୀଙ୍କୁ ନିବେଦନ କରାଯାଇଛି ।ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆହୁତ ୨୭ ସେପ୍ଟେମ୍ବର ଭାରତ ବନ୍ଦ ସକାଳ ୬ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜାରି ରହିବ । ବନ୍ଦ ସମ୍ପୂର୍ଣ ଶାନ୍ତିପୂର୍ଣ ଏବଂ ସାଧାରଣ ଜନତାଙ୍କ ସମର୍ଥନରେ ସଂଗଠିତ କରାଯିବ । ସମସ୍ତ ପ୍ରକାର ଜରୁରୀକାଳୀନ ସେବାଗୁଡିକୁ ବନ୍ଦ କାର୍ଯ୍ୟକ୍ରମରୁ ବାଦ ଦିଆଯିବ । ବନ୍ଦ ଦିନ କେନ୍ଦ୍ର ସରକାରଙ୍କ ସମସ୍ତ ଦପ୍ତର , ବଜାର, ସପିଙ୍ଗ ମଲ, କଳ-କାରଖାନା, ଶିକ୍ଷାନୁଷ୍ଠାନ,ବିଭିନ୍ନ କିସମର ପରିବହନ ବ୍ୟବସ୍ଥା, ଘରୋଇ ପରିବହନ କ୍ଷେତ୍ର, ଜାତୀୟ ରାଜପଥ ଓ ରେଳ ଚଳାଚଳ ଇତ୍ୟାଦି ବନ୍ଦ କରିବା ପାଇଁ ପିକେଟିଂ କରାଯିବ । ଏହି ବନ୍ଦ ମୁଖ୍ୟତଃ କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ନୀତି ତଥା ସାଧାରଣ ଜନତାଙ୍କ ବିରୋଧୀ ନୀତି ବିରୋଧରେ ଡ଼ାକରା ଦିଆଯାଇଛି । ମୋଦୀ ସରକାର ସରକାରୀ ମଣ୍ଡୀ ବ୍ୟବସ୍ଥାକୁ ବନ୍ଦ କରିଛନ୍ତି, ସୁତରାଂ ଭାରତର କୃଷକ ମାନେ ସରକାରୀ ବ୍ୟବସ୍ଥାକୁ ସେହିଦିନ ବନ୍ଦ କରିବା ପାଇଁ ପ୍ରତିବାଦ ସ୍ୱରୂପ ‘ଭାରତ ବନ୍ଦ’ ଡାକରା ଦେଇଛନ୍ତି ।ମୋଦୀ ସରକାରଙ୍କ କୃଷକ ବିରୋଧୀ ତିନି କୃଷି ଆଇନ ପ୍ରତ୍ୟାହାର କରିବା, ଶ୍ରମିକ ବିରୋଧୀ 4ଟି ଶ୍ରମିକ କୋଡ ରଦ୍ଦ କରିବା, ସମସ୍ତ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନଗତ ମାନ୍ୟତା ପ୍ରଦାନ ସମେତ ମହିଳା, ଛାତ୍ର, ଯୁବକ, କୃଷି ଶ୍ରମିକ, ଆଦିବାସୀ, ଦଳିତ ଇତ୍ୟାଦି ସବୁ ବର୍ଗର ଦାବିଗୁଡିକୁ ଏହି ବନ୍ଦ ଆନ୍ଦୋଳନରେ ଅନ୍ତର୍ଭୁକ୍ତ କରାଯାଇଛି । ଦେଶବାସୀ ତଥା ସାଧାରଣ ଜନତାଙ୍କ ସ୍ଵାର୍ଥ ରକ୍ଷା ପାଇଁ ୨୧ଦଫା ଦାବି ନେଇ ଓଡିଶାରେ ଏହି ବନ୍ଦ କୁ ସଫଳ କରିବାକୁ ଆହ୍ଵାନ ଦିଆଯାଇଛି । ମୋଦୀ ସରକାରଙ୍କ ଜନବିରୋଧୀ ନୀତିକୁ ବିରୋଧ କରୁଥିବା ସମସ୍ତ ରାଜନୈତିକ ଦଳ, ବିଭିନ୍ନ ଗଣ ସଂଗଠନ, ସାମାଜିକ ସଂଗଠନ ଓ ଜନ ଆନ୍ଦୋଳନଗୁଡିକ ଏହି ବନ୍ଦକୁ ସମର୍ଥନ କରୁଛନ୍ତି ।ଭୁବନେଶ୍ଵରସ୍ଥିତ ଲୋହିଆ ଏକାଡେମୀ ସଭାଗୃହରେ ଆଜି ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶା କୃଷକ ସଭାର ସୁରେଶ ପାଣିଗ୍ରାହୀ, ଅଲ ଇଣ୍ଡିଆ କୃଷକ କ୍ଷେତ ମଜଦୂର ସଙ୍ଗଠନର ନିରଞ୍ଜନ ମହାନ୍ତି, ଅଖିଳ ଭାରତ କୃଷକ ସଭାର କ୍ଷୀରୋଦ ସିଂହଦେଓ, କ୍ରାନ୍ତିକାରୀ କୃଷକ ସଭା ପକ୍ଷରୁ ପ୍ରମିଳା ବେହେରା, ଅଗ୍ରଗାମୀ କୃଷକ ସଭା ପକ୍ଷରୁ ଜ୍ୟୋତିରଞ୍ଜନ ମହାପାତ୍ର, ଇନସାଫ ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ଅଖିଳ ଭାରତ କିଷାନ ମହାସଭା ପକ୍ଷରୁ ବଂଶିଧର ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଶ୍ରମିକ ନେତା ମହେନ୍ଦ୍ର ପରିଡ଼ା, ଏନ.ଏ.ପି.ଏମ ପକ୍ଷରୁ ପ୍ରଫୁଲ୍ଲ ସାମନ୍ତରା, ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ଵୟ ସମିତିର ଲିଙ୍ଗରାଜ, ଏ.ଆଇ.କେ.ଏମ.ଏସ ର ଭାଲଚନ୍ଦ୍ର ଷଢଙ୍ଗୀ, ନବନିର୍ମାଣ କୃଷକ ସଂଗଠନର ଶେଷଦେବ ନନ୍ଦ, ଏ.ଆଇ.କେ.ଏମ.କେ.ଏସ ର ଶ୍ରୀକାନ୍ତ ମହାନ୍ତି, ଲୋହିଆ ଏକାଡେମୀ ର ଦେବପ୍ରସାଦ ରାୟ ମହାପାତ୍ର, ଅଲ ଇଣ୍ଡିଆ କ୍ରାନ୍ତିକାରୀ କୃଷକ ସଭାର ଶଙ୍କର ସାହୁ ପ୍ରମୁଖ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଡାକରାରେ ୨୭ ସେପ୍ଟେମ୍ବର ଭାରତବନ୍ଦ କୁ ସଫଳ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି ।।

ଏମିତି କାହିକିଁ ହୁଏ…..

() କିଏ କହେ ମଣିଷ ସ୍ବାର୍ଥପର । କିଏ କହିଲା ଆମ ଭିତରେ ନାହିଁ ମଣିଷ ପଣିଆ । ଏସବୁ ତ କେବଳ ଶୁଣିବା ଓ କହିବା ପାଇଁ । ଆଜି ବି ମଣିଷ ଭିତରେ ଲୁଚି ରହିଛି ମଣିଷପଣ । ଯାହା ଗତ କାଲି ରାଜ୍ୟର ଜଣେ ଯୁବ ସାମ୍ବାଦିକଙ୍କ ମୃତ୍ୟୃ ପରେ ସାମାଜିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ବଡ଼ବଡ଼ ଗଣମାଧ୍ୟମ ଓ ସାଧାରଣ ଲୋକଙ୍କ ମନଭାବରୁ ପ୍ରମାଣ ମିଳିଛି । ହେଲେ ଏସବୁ ଶୁଣିବା ପାଇଁ କି ଦେଖିବା ପାଇଁ ଉକ୍ତ ସାମ୍ବାଦିକ କିନ୍ତୁ ଆାଜି ଦୁନିଆରେ ନାହିଁ । ଅଫେରାରାଇଜକୁ ଗଲା ପରେ ଏମିତି ଘଟଣା ଘଟିବ ତାଙ୍କୁ ନେଇ ସେ ବି କେବେ ଚିନ୍ତା କରିନଥିବେ । ମାଲକାନାଗିରି ଠାରୁ ଆରମ୍ଭ କରି କୋରାପୁଟ , ଯାଜପୁର , ବ୍ରହ୍ମପୁର, ବାଲେଶ୍ବରରୁ ପୁରୀ । ସାମ୍ବାଦିକ ଜଣଙ୍କ ଭୂପ୍ରଶଂସା କରାଯାଉଛି । ଏଥିପାଇଁ ସେ ହକଦାର ବି । କାରଣର ସମାଜର ସେବା ପାଇଁ ଜନ୍ମନେଇଥିବା କେନ୍ଦୁଝର ଏହି ସୁନାପୁଅ ଆଜି ପୁରା ଓଡ଼ିଶାର ସୁନାପୁ୍ଅ ସାଜିଛି । ନିଜର ସାମ୍ବାଦିକ କ୍ୟାରିୟର ଆରମ୍ଭରୁ ଯୁବ ସାମ୍ବାଦିକ ଜଣଙ୍କ ଅନେକ ଦୁସାହସିକ କାମ କରିଛନ୍ତି । ହେଲେ ସେ କଥା କିଛି ହାତ ଗଣତି ଲୋକଙ୍କୁ ଛାଡ଼ିଦେଲେ ବୋଧେ ଆଉ କିଏ  ଜାଣନ୍ତିନି । ତାଙ୍କ ମୃ୍ତ୍ୟୁ ପରେ ହଠାତ ସାମାଜିକ ଗଣମାଧ୍ୟମରେ ପ୍ରତିଯୋଗିତ ଆରମ୍ଭ ହୋଇଛି । ତାହା ପୁଣି ପ୍ରଶଂସା , ସମାଲୋଚନା ଓ ବିତର୍କରେ । ପ୍ରତ୍ୟେକ୍ଷ ହେଉ ଅବା ପରୋକ୍ଷରେ ସଭିଁଏ କିଛି ନା କିଛି କହୁଛନ୍ତି । ବର୍ତ୍ତମାନ ଆମ ସାମାଜର ଏହା  ନୀତିରେ ପରିଣତ ହୋଇଛି ।

କେବଳ ଏହି ଯୁବ ସାମ୍ବାଦିକ ନୁହନ୍ତି, ସମାଜର ଅନେକ ପ୍ରତିଷ୍ଠିତ , ପ୍ରତିଭାବାନ ବ୍ୟକ୍ତି ମୃତ୍ୟୁ ହେବା ପରେ ଏହି ସମାଜ ତାଙ୍କୁ ଚିହ୍ନେ ଓ ଜାଣେ । ଆଉ ତାକୁ ପ୍ରଶଂସା କରେ । କାରଣ ସେମାନେ କ୍ଷମତାଶାଳୀ, ଧନୀଶାଳୀ କି ପ୍ରଭାବଶାଳୀ ନୁହନ୍ତି । ଯେଉଁଥି ପାଇଁ ମଲା ପରେ ଏପରି ସୁନାପୁଅଙ୍କୁ ଲୋକେ ଚିହ୍ନନ୍ତି । ଯେମିତି ବଂଚିଥିବା ଅବସ୍ଥାରେ ବାପା-ମାଆଙ୍କ ବୁଦ୍ଧାଶ୍ରମରେ ପୁଅ ଝିଅ ଛାଡ଼ିଦେଇ ଆସନ୍ତି ,ଆଉସେହିବାପାଙ୍କ ଅସ୍ତି ବିଶଜର୍ନ କରିବା ପାଇଁ ଗଙ୍ଗା ଓ ଆଉ ଅନ୍ୟ ଜାଗାକୁ ଯାଆନ୍ତି । ଆରେ କିଏ ସେ ଏସବୁ ଚାହେଁ, ଯିଏ ବ୍ରତ କରିଛି ସେବାପାଇଁ , ଯାହାର ଜନ୍ମ ସହିଦ ହେବା ପାଇଁ େସ କିନ୍ତୁ ଏସବୁ ଚାହେନି । କାରଣ ସେ  ନିଜ ଉପରେ ଭରଷା ଓ ବିଶ୍ବାସ କରି ବଂଚେ ଓ ମରେ ସମୟର ଡ଼ାକରାରେ। ସେ କାହାର ପ୍ରତିଭା ଓ ପ୍ରଶଂସା ବି ଜୀବିତ ଅବସ୍ଥାରେ ଚାହିନି , କି ମଲାପରେ ସେ ତୁଚ୍ଛ କଥାକୁ ଚାହେନି । ସେ ତ ଏ ସଂସାରକୁ ଯାହା କରିବା ପାଇଁ ଆସିଥିଲା , ତା କରିକି ଯାଇଛି । ଯାହା କାହାର ପ୍ରଶଂସା କି କାହାର ନିନ୍ଦାରେ କେବେ ଲୁଚିବ  ନାହିଁ , କି ଚକ୍ ଚକ୍ କରିବ ନାହିଁ ।
ହଁ ଏକଥା ତ ଅଧିକାଂଶ ଲୋକଙ୍କୁ    ଏ ସମାଜ ଜୀବିତ ଅସ୍ଥାରେ ଜାଣିପାରେ ନାହିଁ । ଯେତେବେଳେ ସହଯୋଗ ଦରକାର ସେତେବେଳେ ତାହାକୁ ସହଯୋଗ କେହି କରନ୍ତିନି । ହେଲେ ଯେତେବେଳେ କିଛି ଆବଶ୍ୟକ ନାହିଁ, ସେତେବେଳେ କିନ୍ତୁ ଅନେକ ଆଗଭର ହୁଅନ୍ତି ସବୁ କିଛି କରିଦେବା ପାଇଁ ।

େତଣୁ ସ୍ରୋତରେ ନୁହେଁ, ବାସ୍ତବ ସହ ଚାଲ, ନିଜେ ବଂଚିବା ଓ ଅନ୍ୟକୁ ବଂଚିବାକୁ ଦେବା । ଆଧୁନିକତାର ମାୟାଜାଲ, ଛଳନା ଭିତରେ ଭଲପାଇବା, ପ୍ରଶଂସା ଓ ନିନ୍ଦାର ବୁଢିଆଣୀ ଜାଲରେ ନିଜକୁ ନଛନ୍ଦି ନିଜର ଵୁଦ୍ଧି ଓ ବିବେକ ଖଟାଇ ନିଜର ବିଚାରଧାରା ବଦଳାଇବା । ନହେଲେ ଜୀବନ ସାରା ମନକୁ ଗୋଟେ ପ୍ରଶ୍ନ ଆସୁଥିବ ଏମିତି କାହିକିଁ ହୁଏ ।

ସାଇକ୍ଲୋନିକ ଷ୍ଟ୍ରମ ର ରୂପ ନେବ ଘୁର୍ଣ୍ଣିବଳୟ…

{}ଗୋପାଳପୁର ଓ ବିଶାଖାପାଟଣମ ଭିତରେ ପାସ କରିବ । ଯାହା ଜଣା ପଡୁଛି ଏହା କଳିଙ୍ଗପାଟନମରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । 4 ରୁ 5 ଟି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇପାରେ । ଆଜି ସନ୍ଧ୍ୟା ପରଠୁ ଉପକୂଳ ଓଡିଶାର କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହେବ । ଘୁର୍ଣ୍ଣିବଳୟ ସାଇକ୍ଲୋନିକ ଷ୍ଟ୍ରମ ର ରୂପ ନେବ । 60 ରୁ 70 କିମି ବେଗରେ ପବନ ବହିବ ।ଗତକାଲି ଠୁ ଆମର ପ୍ରସ୍ତୁତି ଆରମ୍ଭ ହୋଇଛି । 7 ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରାଯାଇଛି । ଗଜପତି ଓ ରାୟଗଡ଼ା ଭଳି ଜିଲ୍ଲାରେ ଭୁସ୍କଳନ ହେବାର ସମ୍ଭାବନା ରହିଛି । ସେଥିପାଇଁ ଜିଲ୍ଲା ପ୍ରଶାସନକୁ ଏହା ଉପରେ ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି ।ଗଞ୍ଜାମ,ଗଜପତି,ରାୟଗଡା,ନବରଙ୍ଗପୁର,କୋରାପୁଟ, ମାଲକାନଗିରି, କନ୍ଧମାଳ ଏହା ବାଦ ନୟାଗଡରେ ପ୍ରଭାବିତ ହେବାର ଆଶଙ୍କା ରହିଛି ।ଓଡ୍ରାଫ, ଏନଡ଼ିଆରଫ ଓ ଫାୟାର ସର୍ଭିସ ସହିତ ଆଲୋଚନା କରାଯାଇ ପ୍ରସ୍ତୁତ କରି ରଖାଯାଇଛି ।42 ଟି ଓଡ୍ରାଫ(10 ରୁ 12),24 ଟି ଏନଡ଼ିଆରଫ,102 ରୁ ଉର୍ଦ୍ଧ୍ବ ଫାୟାର ସର୍ଭିସ ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ କରାଯାଇଛି ।ଜଳସମ୍ପଦ ବିଭାଗ ତାଙ୍କର ରିଜର୍ଭର ସ୍ଥିତି ଦେଖୁଛନ୍ତି । ଦକ୍ଷିଣ ବର୍ତି ଜିଲ୍ଲା ଗୁଡ଼ିକର ଜଳଭଣ୍ଡାର ଗୁଡିକ ଉପରେ ତୀକ୍ଷଣ ରଖାଯାଇଛି । ଯେଉଁଠି ପାଣି ଅଧିକ ରହିଛି ଖଲାସ କରିବାକୁ କୁହାଯାଇଛି ।ଯେଉଁ ସବୁ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି ଆଜି ସନ୍ଧ୍ୟା ସୁଦ୍ଧା ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଜିଲାପାଳ ମାନଙ୍କୁ ନିର୍ଦେଶ ଦିଆଯାଇଛି । ଆସନ୍ନ ପ୍ରସବା ମହିଳାମାନଙ୍କୁ ମେଡ଼ିକାଲ ଆଣିବାକୁ କୁହାଯାଇଛି ।ପ୍ରଦୀପ ଜେନା, ସ୍ୱତନ୍ତ୍ର ରିଲିଫ କମିଶନର।

ପରିବର୍ତ୍ତନ ହୋଇପାରେ ପୂଜା ଗାଇଡ଼ ଲାଇନ…

{}ଗାଇଡ଼ ଲାଇନରେ ସ୍ଥାନ ଓ ସଂକ୍ରମଣର ସ୍ଥିତି ଦେଖି କଟକଣା ବଢ଼ାଇବାକୁ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ଗଣେଶ ପୂଜା ପୂର୍ବରୁ ପାର୍ବଣ ନେଇ ସ୍ୱତନ୍ତ୍ର ଏସଓପି ଜାରି କରିଥିଲେ ରାଜ୍ୟ ସରକାର । କେନ୍ଦ୍ର ନୂଆ ଗାଇଡ଼ ଲାଇନ ପରେ ଆଗକୁ ବିଶେଷଜ୍ଞ ମତ ଓ ସ୍ଥିତି ଦେଖି ନିଆଯିବ ନିଷ୍ପତ୍ତି । ଗତକାଲି ପାର୍ବଣ ସମୟରେ କଟକଣା ନେଇ କେନ୍ଦ୍ର ସରକାରନୂଆ ଗାଇଡ଼ ଲାଇନ ଜାରି କରିଛନ୍ତି । ସଂକ୍ରମଣ ହାର 5 ପ୍ରତିଶତ ଉପରେ ଥିବା ସ୍ଥାନ ଗୁଡ଼ିକରେ ସମାଗମ ଉପରେ କଟକଣା କରିବା ପାଇଁ ନିର୍ଦେଶ ଦେଇଥିଲେ ରାଜ୍ୟ ସରକାର।
ବିଜୟ ମହାପାତ୍ର,ସ୍ୱାସ୍ଥ୍ୟ ନିର୍ଦେଶକ।

ଜମୁଛି ପିପିଲି ପ୍ରଚାର : ମଇଦାନକୁ ଓହ୍ଲାଇବେ ନବୀନ…

() ଆଗକୁ ପଂଚୟତ ଓ ପୌର ନିର୍ବାଚନ l ପିପିଲି ରେ ବିଜୟ ବାନା ଉଡ଼ାଇ ତିନି ପ୍ରମୁଖ ରାଜନୈତିକ ଦଳ ନିଜର ସବୁ ଶକ୍ତି ପ୍ରଦର୍ଶନ କରିବେ l ଏଥିପାଇଁ ସବୁ ଦଳର ନେତାମାନେ ଏବେ ପିପିଲି ମୁହା l
ଉପନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ସେତେ ତତ୍ପର ହେଉଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ। ବ ଭୋଟଦାନ ତାରିଖ ଯେତିକି ପାଖେଇ ଆସୁଛି ପ୍ରଚାର ମୈଦାନ ସେତିକି ସରଗରମ ହେଉଛି। ପ୍ରଚାରରେ ଭିନ୍ନ ଭିନ୍ନ ପନ୍ଥା ଆପନାଉଛନ୍ତି ପ୍ରମୁଖ ରାଜନୈତିକ ଦଳ। ବିଜେଡି ପକ୍ଷରୁ ମହିଳା କାର୍ଯ୍ୟକର୍ତା ଓ ବରିଷ୍ଠ ନେତାମାନେ ଘରେ ଘରେ ବୁଲି ଲୋକଙ୍କୁ ଭୋଟ ଦେବାକୁ କହୁଥିବାବେଳେ ଛୋଟ ଛୋଟ ମହିଳା ସମାବେଶ ବି ଆୟୋଜିତ ହେଉଛି। ସେହିପରି ବିଜେପିର ଷ୍ଟାର ପ୍ରଚାରକ ଓ ହେଭିୱେଟ ମାନେ ମହିଳା ସମାବେଶ କରି ଦଳ ସପକ୍ଷରେ ପ୍ରଚାର କରିବା ସହ ଘରେ ଘରେ ପ୍ରଚାର କରୁଛନ୍ତି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ବିଜେଡି ଶାସନରେ ଥିବାରୁ ବିଜେଡି କୁ ହିଁ ଭୋଟ ଦେଲେ ପିପିଲି ବାସୀ ଲାଭ ପାଇବେ ବୋଲି ବିଜେଡି ଲୋକଙ୍କୁ ବୁଝାଉଛି। ସେପଟେ ଶାସକ ଦଳ ବିଜେଡି ସମୟରେ ପିପିଲି ବାସୀଙ୍କ ଅସୁବିଧା କୁ ମୁଖ୍ୟ ଅସ୍ତ୍ର କରିଛି ବିଜେପି। କଂଗ୍ରେସ ମଧ୍ୟ ବିଭିନ୍ନ ଅଞ୍ଚଳରେ ଦଳୀୟ ନେତା ମାନେ ବୁଲି କଂଗ୍ରେସର ପୁରୁଣା କର୍ମୀ ଓ ନେତାଙ୍କୁ ଏକାଠି କରି ଲୋକଙ୍କ ପାଖକୁ ଯାଉଛନ୍ତି। ଏପରିକି ଦରଦାମ ବୃଦ୍ଧି କିଭଳି ଲୋକଙ୍କ ଚୁଲି ଉପରେ ମାଡ଼ ମାରିଚି ସେ ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଛନ୍ତି। ଏପରିକି ଏଥିପାଇଁ ଉଭୟ ବିଜେପି ଓ ବିଜେଡି କିଭଳି ଦାୟୀ ତାହା ଲୋକଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି।
୨୫ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇବେ l ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ପ୍ରଚାର୍ ପାଇଁ ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡିଛି l

ଜଳଦ କୁମାର ତ୍ରିପାଠୀ ହେଲେ ରାଜ୍ଯ ମୁଖ୍ଯ ସୁଚନା କମିଶନର….

{}ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ଗଠିତ କମିଟିର ସୁପାରିଶ କ୍ରମେ ଶ୍ରୀ ଜଳଦ କୁମାର ତ୍ରିପାଠୀଙ୍କୁ ରାଜ୍ଯ ମୁଖ୍ଯ ସୁଚନା କମିଶନର ଭାବେ ନିଯୁକ୍ତିକୁ ମାନ୍ୟବର ରାଜ୍ୟପାଳ ଅନୁମୋଦନ କରିଛନ୍ତି। ଏଥି ନିମନ୍ତେ ରାଜ୍ଯ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ତାମିଲନାଡୁ କ୍ୟାଡରର ୧୯୮୫ ବ୍ୟାଚ୍ ଆଇପିଏସ ଅଧିକାରୀ ଶ୍ରୀ ତ୍ରିପାଠୀ ୨୦୦୭ ମସିହାରେ ପ୍ରଥମ ଆଇପିଏସ ଭାବେ ଉଲ୍ଲେଖନୀୟ ସେବା ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ।

ଦ୍ଵିତୀୟ ଡୋଜ ନେବାକୁ ଭୁଲି ଯାଉଛନ୍ତି ଲୋକେ…

{}ଗତକାଲି 4ଲକ୍ଷ5ହଜାର ଡୋଜ ଦିଆହୋଇଛି। ଦ୍ଵିତୀୟ ଡୋଜଜୁ ମିଶାଇଲେ 2 କୋଟି 87 ଲକ୍ଷ ଡୋଜ ଦିଆସରିଛି। ସେଥିରୁ 2 କୋଟି 10ଲକ୍ଷ ପ୍ରଥମ ଡୋଜ ଓ 77 ଲକ୍ଷ ଦ୍ଵିତୀୟ ଡୋଜ ଦିଆହୋଇଛି। 67 ପ୍ରତିଶତ ଲୋକ ପ୍ରଥମ ଡୋଜ ପାଇଛନ୍ତି। ଯେତିକି ଟୀକାକରଣ ବାକି ଅଛି, ସେଥିରୁ 72 ପ୍ରତିଶତ ଦ୍ଵିତୀୟ ଡୋଜ ପାଇସାରିଲେଣି। ଯିଏ ପାଇଁ ନାହାନ୍ତି, ସେମାନଙ୍କ ଜିଲ୍ଲାସ୍ତରୀୟ ତାଲିକା କରାଯାଇଛି। ସମ୍ମୁଖଯୋଦ୍ଧାମାନେ ସେମାନଙ୍କୁ ଟୀକାକରଣ କେନ୍ଦ୍ରକୁ ଆଣିବ। ଆଜି 1800 ଟୀକାକରଣ ସେସନ ଚାଲିଛି। ଆଜି 4 ଲକ୍ଷରୁ ଅଧିକ ଟୀକାକରଣ ଲକ୍ଷ୍ୟ ରଖାଯାଇଛି। ଟୀକା ବି ପର୍ଯ୍ୟାପ୍ତ ମହଜୁଦ ଅଛି। କେବଳ ଆଦିବାସୀ ଅଂଚଳ ନୁହେଁ, ଅନେକ ଅଞ୍ଚଳକୁ ନେଇ ଗୋଟିଏ କଥା ଦେଖାଦେଇଛି। ଯେହେତୁ ପ୍ରଥମରୁ ଦ୍ଵିତୀୟ ଡୋଜ 3 ମାସ ସମୟ ରହୁଛି, ସେମାନେ ଅନ୍ୟ କାମରେ ବ୍ୟସ୍ତ ରହି ଟୀକା ନେବାକୁ ଭୁଲି ଯାଉଛନ୍ତି। ସେମାନଙ୍କୁ ଟୀକା ନେବା ପାଇଁ SMS ପଠାଯାଉଛି। ବାକି ଥିବା 28 ପ୍ରତିଶତଙ୍କ ପାଖକୁ ତାଲିକା ଅନୁସାରେ ସମ୍ମୁଖଯୋଦ୍ଧା ଯାଇ ଟୀକାକରଣ କେନ୍ଦ୍ରକୁ ଆଣିବେ।
ବହୁ ପୂର୍ବରୁ ପଞ୍ଚାବ୍ୟାଧି ଚିକିତ୍ସାରେ ଫାର୍ମାସିଷ୍ଟମାନଙ୍କୁ ଟ୍ରେନିଂ ଦିଆଯାଇଥିଲା। ଯେଉଁଠି ଡାକ୍ତର ନଥିଲା, ସେଠାରେ ଔଷଧ ସୁପାରିଶ କରିବା ପାଇଁ ଫାର୍ମାସିଷ୍ଟମାନଙ୍କୁ କୁହାଯାଇଥିଲା। ସେତେବେଳେ ଗୋଟିଏ ରୋଗ ପାଇଁ ଦୁଇଟି ଔଷଧ ଥିଲା, ଏବେ ତିନୋଟି ଔଷଧ ଆସିଛି। ଡ୍ରଗ କଣ୍ଟ୍ରୋଲରଙ୍କ ପରାମର୍ଶ ନେଇ ଏହି ସଂଖ୍ୟା ବଢ଼ାଗଲା।
WHO କହିସାରିଛି ଯେ କରନା ଖସୁଛି। ଯାହା ଭଲ ଖବର। ହେଲେ ସଚେତନ ରହିବାକୁ ଏବେ ବି ଆହ୍ୱାନ ରହିଛି। ଲହରୀ କେଉଁଠି କଣ ଆସିଲା, ତାହାର କିଛି ଅର୍ଥ ନାହିଁ। ଆମ ରାଜ୍ୟର ସ୍ଥିତି ଦେଖି ତୃତୀୟ ଲହରୀ କଥା ସମୀକ୍ଷା କରିବା।

୨୭ ସେପ୍ଟେମ୍ବର ଭାରତ…

{}କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧି ନୀତି ବିରୋଧରେ୭ଟି ଦଳର ରାଜ୍ୟସ୍ତରୀୟ ମିଳିତ ଗଣଧାରଣା

୨୭ ସେପ୍ଟେମ୍ବର ଭାରତ ବନ୍ଦଙ୍କୁ ସମର୍ଥନ ଘୋଷଣା।

()କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧି ଆର୍ଥିକ ନୀତି ଏବଂ ବିଦ୍ୱେଷ ଓ ବିଭାଜନର ରାଜନୀତି ସାଂଗକୁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନବିରୋଧି ନୀତି ବିରୋଧରେ ୧୭ଦଫା ଦାବିରେ ଆଜି ମାଷ୍ଟର କ୍ୟାଂଟିନ ଛକରେ ୭ଟି ଦଳର ରାଜ୍ୟସ୍ତରୀ ମିଳିତ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଏଠାରେ ଆୟୋଜିତ ପ୍ରତିବାଦ ସଭାକୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସିପିଆଇଏମର ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ, ସିପିଆଇର ରାଜ୍ୟ ସଂପାଦକ ଆଶିଷ କାନୁନଗୋ, ସମାଜବାଦୀପାର୍ଟି ସାଧାରଣ ସଂପାଦକ ସୁଦର୍ଶନ ପ୍ରଧାନ, ସିପିଆଇ ଏମଏଲ (ରେଡଫ୍ଲାଗ)ର ନେତ୍ରୀ ପ୍ରମିଳା ବେହେରା ଏବଂ ଏନ୍‌ସିପି ରାଜ୍ୟ ସାଧାରଣ ସଂପାଦକ ବିକ୍ରମ ସ୍ୱାଇଁ ପ୍ରମୁଖଙ୍କୁ ନେଇ ଗଠିତ ସଭାପତି ମଣ୍ଡଳି ପରିଚାଳନା କରିଥିଲେ । କଂଗ୍ରେସ ନେତା ଯଜେ୍ଞଶ୍ୱର ପ୍ରତିବାଦ ଧାରଣା ଉଦ୍ଦେଶ୍ୟ ସଂପର୍କରେ ସମ୍ୟକ ସୂଚନା ଦେବାପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୋଦି ସରକାରର ବିନାଶକାରୀ ନୀତିର କଠୋର ସମାଲୋଚନା କରି ଗତ ୭୦ ବର୍ଷରେ ଏ ଦେଶରେ ନିର୍ମିତ ହୋଇଥିବା ସରକାରୀ ସଂପତି ଓ ସଂସ୍ଥାନ ଗୁଡିକୁ ଘରୋଇ ବ୍ୟବସାୟୀଙ୍କ ହାତରେ ଶାଗମାଛ ମୂଲ୍ୟରେ ବିକିଦେବା ବିରୋଧରେ ସମସ୍ତ ଗଣତନ୍ତ୍ର ଓ ଦେଶପ୍ରେମୀ ରାଜନୈତିକ ଦଳ ଏକାଠି ହେବାକୁ ଆହ୍ୱାନ ଦେଇଥିଲେ । ରାଜ୍ୟ ସରକାର ମଧ୍ୟ ମୋଦି ସରକାରର ସଖି କଣ୍ଢେଇ ସାଜି କେନ୍ଦ୍ରର ସମସ୍ତ ଜନବିରୋଧି ନୀତିଗୁଡ଼ିକୁ ନିସର୍ତ ସମର୍ଥନ ଜ୍ଞାପନ କରୁଥିବା ବେଳେ ରାଜ୍ୟରେ ବିଭିନ୍ନ ଜନସ୍ୱାର୍ଥ ନୀତି ପ୍ରଚଳନ କରୁଥିବାର ଏହା ବିରୋଧରେ ଗଣ ଆନ୍ଦୋଳନ ଗଢ଼ି ତୋଳିବା ଜରୁରୀ ବୋଲି କହିଥିଲେ । କଳାକୃଷି ଆଇନ ବିରୋଧରେ ଦେଶତମାମ ଚାଲିଥିବା କୃଷକ ଆନ୍ଦୋଳନ ପ୍ରତି ମୋଦି ସରକାରଙ୍କ ଆଭିମୁଖ୍ୟକୁ ନିନ୍ଦା କରିବା ସହ ଆସନ୍ତା ୨୭ ତାରିଖରେ ଭାରତ ବନ୍ଦକୁ ରାଜ୍ୟବାସୀ ସମର୍ଥନ କରିବାକୁ ନିବେଦନ କରିଥିଲେ । ଏଆଇସିସି ସଂପାଦକ ରୁଦ୍ର ରାଜୁ ମଧ୍ୟ ଦେଶର ସମ୍ବିଧାନ ପ୍ରତି ବିପଦ ସୃଷ୍ଟି କରୁଥିବା ସାଂପ୍ରଦାୟୀକ ଦଳଗୁଡ଼ିକର ଗୁପ୍ତ ଏଜେଣ୍ଡା ପ୍ରତି ସର୍ତକ କରିବା ସହ ମିଳିତ ଏବଂ ଐକ୍ୟବଦ୍ଧ ଆନ୍ଦୋଳନର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ସିପିଏମ ନେତା ଜନାର୍ଦ୍ଦନ ପତି, ସୁରେଶ ପାଣିଗ୍ରାହୀ, ସିପିଆଇ ନେତା ରାମକୃଷ୍ଣ ପଣ୍ଡା, ଅଭୟ ସାହୁ, ସିପିଆଇ ଏମଏଲ (ରେର୍ଡଷ୍ଟାର) ନେତ୍ରୀ ହେନା ବାରିକ ଏବଂ ରାଜ୍ୟ କଂଗ୍ରେସ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ପ୍ରମୁଖ ଉଦ୍‌ବୋଧନ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନମାରଣ ନୀତିକୁ ସମାଲୋଚନା କରିଥିଲେ । ଏହି ଧାରଣାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ଅମିୟ ପାଣ୍ଡବ, ସୁଦର୍ଶନ ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ, ଜ୍ଞାନଦେବ ବେଉରା, ପଦ୍ମାକର ଗୁୁରୁ, ଶମ୍ଭୁ ନାଥ ପାଣିଗ୍ରାହୀ, ଚିନ୍ମୟ ସୁନ୍ଦର ଦାସ, ସୁବ୍ରତ ମହାପାତ୍ର, ରତ୍ନମଣୀ ଉଲ୍ଲାକା, ସ୍ୱାଧୀନ ବାଳା ଦାସ, କୁସୁମ ପ୍ରଧାନ, ଶ୍ରିୟାସ୍ମିତା ପଣ୍ଡା, ଦେବରାଜ ମିଶ୍ର, ଏସ୍‌କେ ଆଫତାବ ଅଲ୍ଳୀ, ମିହିର ଆଚାର୍ଯ୍ୟ, ସୁବ୍ରତ ସେନାପତି, ବ୍ରହ୍ମାନନ୍ଦ ସାହୁ, ଇନ୍ଦ୍ରଜିତ ପରିଡ଼ା, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ମନୋଜ ସାହୁ, ମଂଟୁ ମଲ୍ଲିକ, ଶୁଭ୍ରଜ୍ୟୋତି ଲେଙ୍କା, ସମରେନ୍ଦ୍ର ମହାନ୍ତି, ମାନସ ସେଠୀ, ଲୁଲୁ ଏହମ୍ମଦ, ଇଂ ଶିବନ, ସେକ ନିଆଜୁଲ ଇସଲାମ, ଏମଡି ସାହାଦୁଲ୍ଳା, କୁଳମଣି ସାହୁ, ବାମପନ୍ଥୀ ନେତା ସନ୍ତୋଷ ଦାସ, ଡ. ଅମିୟ ମହାନ୍ତି ଏବଂ ପ୍ରଶାନ୍ତ ମିଶ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ । ଆସନ୍ତା ୨୭ ତାରିଖରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆହୁତ ଭାରତ ବନ୍ଦକୁ ସମର୍ଥନ କରି ଏକ ପ୍ରସ୍ତାବ ମଧ୍ୟ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା ଏବଂ ଏହି ବନ୍ଦକୁ ସଫଳ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରାଇଥିଲେ ।

ରାଜ୍ୟରେ ବଢିଲା ଟିକାକେନ୍ଦ୍ର…

{}ରାଜ୍ୟରେ ଏବେ ୧୭୭୪ ଟିକାକେନ୍ଦ୍ର ଚାଲିଛି। ପୁର୍ବୃରୁ ରାଜ୍ୟରେ ୧୬ଶହ କେନ୍ଦ୍ର ରେ ଟିକାକରଣ ଚାଲିଥିଲା।ଦୈନିକ ଚାରି ଲକ୍ଷ ଟିକାକରଣ ଲକ୍ଷ ରଖାଯାଇଛି।।ଆବଶ୍ୟକ ପଡ଼ିଲେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର କରାଯିବ। ଏବେ ଗ୍ରାମାଞ୍ଚଳରେ ଅଧିକ ଟିକାକରଣ ଉପରେ ସରକାର ଫୋକସ କରୁଛନ୍ତି। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଟିକାକରଣ ହୋଇଛି। ୬୦ ପ୍ରତିଶତ ରୁ ଅଧିକ ଗ୍ରମାଞ୍ଚଳରେ ଟିକାକରଣ ହୋଇଛି।ବର୍ତ୍ତମାନ ସୁଦ୍ଧା ୨କୋଟି ୮୩ଲକ୍ଷ୨୯ ହଜାର ୩୯୬ଡୋଜ ଟିକାକରଣ ହୋଇଛି। ପ୍ରଥମ ଡୋଜ ନେଇଛନ୍ତି ଦୁଇ କୋଟି ଅଣାଅଶି ଲକ୍ଷ ପାଞ୍ଚ ହଜାର ପାଞ୍ଚ ଶହ ଚ ଉଦ(୨୦୭୯୫୫୧୪),ଦ୍ବିତୀୟ ଡୋଜ ପଞ୍ଚସ୍ତରି ଲକ୍ଷ ତେତିଶ ହଜାର ଆଠ ଶହ ବୟାଅଶି(୭୫୩୩୮୮୨)।ଏଯାଏ ଏକ ଲକ୍ଷ।ଷାଠିଏ ହଜାର ସାତଶହ ପଞ୍ଚସ୍ତରି (୧୬୦୭୭୫)ଗର୍ଭବତୀ ମହିଳା ଟିକା ନେଇ ସାରିଛନ୍ତି। ଟୋଟାଲ ଏବେ କୋଡିଏ ଲକ୍ଷ ଏକାବନ ହଜାର ଛ ଅ ଶହ ଟିକା ଗଚ୍ଛିତ ଅଛି। ସେଥିରୂ 18 ଲକ୍ଷ67 ହଜାର 470 କୋଭିସିଲଡ।ଏକ ଲକ୍ଷ ଚ ଉରାଅଶୀ ହଜାର ଶହେ ତିରିଶ କୋଭାସ୍କିନ ଟିକା ଗଚ୍ଛିତ ଅଛି।
ଡାକ୍ତର ବିଜୟ ପାଣିଗ୍ରାହୀ,
ପରିବାର କଲ୍ୟାଣ ନିର୍ଦ୍ଦେଶକ

Follow us

20,832FansLike
0FollowersFollow
14,700SubscribersSubscribe

Latest news