କୋଭିଡ ମୃତ୍ୟୁକ ପରିବାରକୁ ମିଳିବ ୫୦ହଜାର ସରକାରୀ ସହାୟତା…

{}କୋଭିଡ ମୃତ୍ୟୁକ ପରିବାରକୁ ସହାୟତା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବେ ରାଜ୍ୟ ସରକାର । ସଂକ୍ରମିତ ହେବାର ମାସେ ମଧ୍ୟରେ ମୃତ୍ୟୁ ବରଣ କରିଥିବା କୋଭିଡ ରୋଗୀଙ୍କ ପରିବାରକୁ 50 ହଜାର ଟଙ୍କା ଲେଖାଏଁ ଦେବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଏକ ସ୍ଵତନ୍ତ୍ର ଏସଓପି ଜାରି କରିବେ । ଯେହେତୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ରହିଛି 30 ଦିନ ଭିତରେ ଆତ୍ମହତ୍ୟା କରିଥିବା କିମ୍ବା ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଏଥିରେ ସାମିଲ କରିବା ପାଇଁ । ସେ ଦୃଷ୍ଟିରୁ ରାଜ୍ୟର କୋଭିଡ ମୃତ୍ୟୁ ସଂଖ୍ୟାରେ ଏ ସବୁ କୁ ଆଡ଼ କରାଯିବ । ଫଳରେ ରାଜ୍ୟର ମୋଟ କୋଭିଡ ଡେଥ ବଢ଼ିବ । ନିୟମ ଅନୁସାରେ କୋଭିଡ ମୃତ୍ୟୁର ପୁନଃ ଅଡ଼ିଟ କରିବା ପାଇଁ ଜିଲ୍ଲା ସ୍ତରରେ କମିଟି ଗଠନ ପାଇଁ ନିର୍ଦେଶ ରହିଛି । ତାହାକୁ ଆମେ ଅନୁପାଳନ କରିବୁ । ଏହି କ୍ରାଇଟେରେଆ ଭିତରେ ଯେଉଁ ମାନେ ରହିଛନ୍ତି ସେମାନେ ଆବେଦନ କରି ପାରିବେ । ସିବିକେ ମହାନ୍ତି, ଡ଼ିଏମଇଟି

ଟିକା ନେବାରେ ପୁରୁଷ ଆଗରେ…

{}ରାଜ୍ୟରେ ଟୀକାକରଣ 2 କୋଟି ୨7 ଲକ୍ଷ ରୁ ଉର୍ଧ ଡୋଜ ଟୀକାକରଣ କରାଯାଇଛି। ଯେତିକି ହିତାଧୁକାରୀ ଅଛନ୍ତି ସେମାନଙ୍କ ମଧ୍ୟରୁ 70 ପ୍ରତିଶତ ପ୍ରଥମ ଡୋଜ ନେଇସାରିଛନ୍ତି। ଯେତିକି ଦ୍ୱିତୀୟ ଡୋଜ ନେବାର ଅଛି ସେଥୁରୁ 72 ପ୍ରତିଶତ ଦ୍ବିତୀୟ ଡୋଜ ନେଇସାରିଲେଣି। ଏହା ସହ । ଲକ୍ଷ 73 ହଜାର ଗର୍ଭବତୀଙ୍କୁ ଟୀକାକରଣ କରାଯାଇଛି। ବର୍ତ୍ତମାନ ରାଜ୍ୟରେ 19 ଲକ୍ଷ 88 ହଜାର ଟୀକା ମହଜୁଦ ରହିଛି। ବାତ୍ୟାକୁ ନେଇ ଆଜି ରାଜ୍ୟରେ 11 ଟି ଜିଲ୍ଲା ରେ ଟୀକାକରଣ ସୁଗିତ ରଖାଯାଇଛି। ଆଜି 500 ଟି କେନ୍ଦ୍ରରେ ଟୀକାକରଣ କରାଯାଉଛି। ଗତକାଲି ଠାରୁ ଯେଭଳି ଭାବରେ ଟିକାକାରଣ କରାଯାଉଥିଲା ସେହିଭାବରେ ଚଳିବ। ଟୀକାକରଣ ମଧ୍ୟରେ 51.4 ପ୍ରତିଶତ ହେଉଛନ୍ତି ପୁରୁଷ ଓ 48.5 ପ୍ରତିଶତ ହେଉଛନ୍ତି ମହିଳା ଟୀକା ନେଇଛନ୍ତି। ସମସ୍ତ ଜିଲ୍ଲା କୁ ନିର୍ଦେଶ ଦିଆଯାଇଛି। ଯେଉଁ ମାନେ ଦ୍ବିତୀୟ ତୋଜ ନେବା ପାଇଁ ଆସୁନାହାନ୍ତି ସେମାନଙ୍କୁ ସ୍ବାସ୍ଥ୍ୟକର୍ମୀ ମାନେ ବୁଝାଇ ଟୀକା ନେବା ପାଇଁ ପରାମର୍ଶ ଦେବେ । ଅନେକ ସମୟରେ ଦେଖାଯାଉଛି ରାଜ୍ୟରେ ଟୀକା ନେଇ ଅନେକ ହିତାଧିକାରୀ ଓ ମାନେ ଭୁକିଯାଉଛନ୍ତି। କିଭଳି ଭାବରେ ଲୋକମାନେ ଦୁଇଟି ଯାକ ଟୀକା ନେବେ ସେନେଇ ପ୍ରତ୍ୟେକ ଅଂଚଳରେ ଥିବା ଆଶା କର୍ମୀ ଓ ସ୍ବାସ୍ଥ୍ୟ କର୍ମୀ ମାନେ ଦ୍ବିତୀୟ ଡୋଜ ନେବାକୁ ରହିବା ହିତାଧିକାରୀଙ୍କ ମାନେପକାଇବେ । ଟୀକା ନେବାକୁ ପରାମର୍ସ ଦେବେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ।

ବାଇଟ- ବିଜୟ ପାଣିଗ୍ରାହୀ, ନିର୍ଦେଶକ ପରିବାର କଲ୍ୟାଣ ନିର୍ଦେଶକ।

ମିଛ ଭରଷା..

{}ପ୍ରତିଯୋଗିତା ମୂଳକ ଦୁନିଆରେ ମିଛ ଭରଷା । ସବୁଆଡ଼େ ଛଳନା , ପ୍ରତାରଣା । ଆଗକୁ ଯିବା ଲକ୍ଷ ଓ ପାଇବା ଆଶାରେ ଛିଡ଼ା ହେଉଛି ପ୍ରତିଶ୍ରୃତିର ପାହାଡ଼ । ସହର ତ ସହର ଗାଁରେ ଏହି ନିଶା ଲୋକଙ୍କ ମନରେ ଖେଳିଗଲାଣୀ । କମ ପରିଶ୍ରମ ବହୁତ କିଛି ପାଇବାର ଆଶାରେ ଯୁବପିଢି କିମିଆ କରିଛି । ଦେଖାଶିଖା ନୀତିରେ ସମେସ୍ତ ମାତିଛନ୍ତି । କଣ ହେବ ଓ କଣ ହେବାକୁ ଯାଉଛି ସେ ଚିନ୍ତା କାହାର ନାହିଁ । ହେଲେ କର୍ତ୍ତବ୍ୟ ଯାହା ହେଉ ପଛକେ ଲକ୍ଷ କିନ୍ତୁ କିପରି ପୂରଣ ହେବ ସେ ନିଶା ଘାରିଛି ସଭିଁଙ୍କୁ । ଯାହା ସମ୍ଭବ ହୋଇପାରୁଛି ମିଛ ଭରଷା ପାଇଁ ।ହେଲେ ସେଦିନ ମାମି କିନ୍ତୁ ବୁଝିନଥିଲା ଏହି ମିଛ ଭରଷାକୁ । ଗାଁ ଛାଡ଼ି ସେ ଚାଲିଆସିଥିଲା ସହରକୁ । ନୂଆ ଆଶା, ନୂଆ ଆକାଂକ୍ଷା ଓ ନୂଆ ଜୋସରେ କେତେକଣ ସ୍ପପ୍ନ ଦେଖୀଥଲା ସେ । ଶାନ୍ତ,ସରଳ ଓ ଗାଁରେ ପରିବେଶରେ ଚଳିଆସିଥୀବା ମାମିକୁ ପ୍ରଥମେ ପ୍ରଥମେ ସହରର ଚଳନିରେ ଖାପଖୁଆଇ ଚଳିବାକୁ କଷ୍ଟ ହେଉଥିଲା । ହେଲେ ମାମି ସହରରେ କିଛି ବର୍ଷ ରହିବା ପରେ ସେ ବି ସହରିଆ ହୋଇଗଲା । ତାର ଆଚରଣ , ଉଚ୍ଚାରଣ, ସ୍ବଭାବ ସବୁକିଛି ବଦଳିଗଲା କେଇଟା ଦିନରେ । ସହର ମାୟାଜାଲରେ ଶହଶହ ଚରିତ୍ର ସହ ମାମି ବି ମିଶିଗଲା । ସେ ବି ମିଛ ଭରଷାରେ ବଂଚିବାକୁ ଭଲ ପାଇଲା । ସେ ଯାହା ନୁହେଁ, ତା ପ୍ରତିପାଦନ କଲା । ଏହି ମିଛ ଭରଷା ପାଇଁ ତାହାର ଅନେକ ସ୍ବପ୍ନପୂରଣ ହେଲା ଓ ସବୁ କିଛି ନିଦ୍ବନ୍ଦରେ କରିପାରିଲା ସେ । ମିଛରେ ବଂଚିବାବୁ ଭଲ ପାଇଲା ସେ , ହେଲେ ବେଳେବେଳେ ଏକୁଟିଆ ଥିବା ବେଳେ ଚିନ୍ତା କଲା ସେ କଣ କରୁଛି ଓ କୁଆଡେ ଯାଉଛି ସେ । ଗାଁର ମାମି ବଦଳିଛି , ଏକଥା କିଏ କହୁ କି ନକହୁ ମାମି ଯେତେବେଳ ନିଜ ଗାଁକୁ ଗଲା ସେ କଥା ସେ ନିଜେ ଅନୁଭବ କଲା । କାରଣ ତା ମଧ୍ୟରେ ନଥିଲା ପୂର୍ବ ମାମିର ସ୍ବଭାବ । ଭୂଲିଯାଇଥିଲା ଲାଜ , ଭୂଲିଯାଇଥିବା ସମ୍ପର୍କ ଓ ଆପଣାଇଥିଲା ସେ ମିଛ ମାୟା ନୀତି । ଏସବୁ ଭିତରେ ମାମି ଆଉ ଗାଁରେ ରହିବାକୁ ଭଲ ଲାଗିନଥିଲା । ତାହା ଗାଁ ଆଧୁନିକତାରେ ବଦଳିଥଲା ସତ , ହେଲେ ମିଛ ଭରଷା ନଥିଲା ତା ଗାଁ ଲୋକଙ୍କ ପାଖରେ । ଛଳନା କରି ତା ଠାରୁ କେହି ଆଗେଇବାକୁ ଚାହୁନଥିଲେ ତା ଗାଁର , କି କର୍ମ ପରିଶ୍ରମ କରି କେହି ଅଧିକ ସଫଳତା ପାଇବାର ପ୍ରତିଯୋଗିତା ନଥିଲା ତା ଗାଁ ସାଙ୍ଗସାଥିଙ୍କ ଭିତରେ । ଏସବୁ କେତେବେଳେ ନାଁ କେତେବେଳେ ମାମି ମନକୁ ଛୁଇଁଥିଲା ଅଳ୍ପ ସମୟ ପାଇଁ । ଯାହା କି ତାକୁ ସହରର ମୋହମାୟା ଜାଲ ଭିତରୁ ବାହାରକୁ ବାହାରିବା ପାଇଁ ଚିନ୍ତା କରିବାକୁ ବାଧ୍ୟ କଲା । ମାତ୍ର ସପ୍ତାହ ଗାଁରେ ରହି ମାମି ଯେଉଁ ଅନୁଭୂତି ଓ ସତ୍ୟତାକୁ ଜାଣିଲା ତାହା ତାର ଜୀବନଶୈଳୀ ବଦଳାଇବାରେ ବେଶ ସହାୟକ ହେଲା । ହେଲେ ସେତେବେଳେ ସମୟ କିନ୍ତୁ ଗଡ଼ିଯାଇଥିଲା । ସେ ସହର ସଭ୍ୟତାର ମିଛ ଭରଷାରେ ଏେତେ ମାତ୍ରାରେ ପ୍ରଭାବିତ ହୋଇଥିଲା ଯେ ସେଥିରୁ ଆଉ ମୁକୁଳିପାରିବନି ବୋଲି ଭାବିଲା । ଏମିତି କେତେ କଣ ଚିନ୍ତା କରି ଗାଁ ବସରେ ବସି ସହରକୁ ଆସିଲା ମାମି । ନିଜକୁ ବଦଳାଇବା ପାଇଁ ଚେଷ୍ଟା କଲା । ଆଉ ତା ଜୀବନରେ ଆସିଲା କିଛି ପରିବର୍ତ୍ତନ । ହେଲେ ମିଛ ଭରଷାକୁ ନିଜର ଜୀବନର ବ୍ରତ କରି ନୂଆ ଢଙ୍ଗରେ ସେ ମାତିଗଲା । ସମାଜକୁ ମିଛ ଭରଷାର ନୂଆ ଦିଗ ଦେଖାଇଲା । ପଣ କଲା ମିଛ କହିବ ଅନ୍ୟକୁ ଠକିବା ପାଇଁ ନୁହେଁ, ବଂର ଅନ୍ୟର ଉପକାର ପାଇଁ । ମିଛ ଭରଷା ଦେବ କାହାର ଜବୀନ ନେବା ପାଇଁ ନୁହେଁ, ବଂର ନୂଆ ଜୀବନ ଦେବା ପାଇଁ । ଧୀରେ ଧୀରେ ମାମିର ଏହି ନିଶା ତାକୁ ସହରରେ ଭିନ୍ନ ପରିଚୟ ଦେଲା । ମଣିଷ ଚେଷ୍ଟା କଲେ ସ୍ବତନ୍ତ୍ର ହୋଇପାରେ , ସମାଜର ବର୍ତ୍ତମାନ ରୀତିନୀତିରେ ତାହା ସେ ପ୍ରମାଣିତ କରିଦେଲା । ଆଜି ଅନେକ ଗାଁ ଝିଅଙ୍କ ପାଇଁ ମାମି ଉଦାହରଣ ସାଜିଛି । କାହା ରୀତିନୀତି ନୁହେଁ, ସେ ଯେଉଁ ନୀତିରେ ବଂଚିବାକୁ ଚାହୁଛି ସେଥିରେ ବଂଚିବ । ମିଛ ଭରଷାରେ ବଂଚିବ , ହେଲ ତାହା ସତ ସତ ପରି ଲାଗିବ ।

ପ୍ରଭାବଶୂନ୍ୟ ହେବ ତୃତୀୟ ଲହର….

{}ଓଡ଼ିଶାରେ ତୃତୀୟ ଲହରର ପ୍ରଭାବ ସେମିତି ପଡି ନ ପାରେ । ବର୍ତ୍ତମାନ ଯେଉଁ ରାଜ୍ୟରେ ସଂକ୍ରମଣ ବଢ଼ିଛି ତାହା ସେମିତି ଅଧିକ ନୁହେଁ । ସେହି ଟ୍ରେଣ୍ଡ କୁ ଦେଖିଲେ ଲାଗୁଛି ଆମେ ଭଲ ସ୍ଥିତିରେ ରହିବା ।ବର୍ତ୍ତମାନ ଟ୍ରେଣ୍ଡ ଅନୁଯାୟୀ ଆମେ ଭଲ ସ୍ଥିତିରେ ରହିଛେ । ସେରୋସର୍ଭେ ରିପୋର୍ଟ ବହୁତ ଭଲ ଆସିଛି । ରିପୋର୍ଟ ଅନୁଯାୟୀ ସମସ୍ତ ବର୍ଗର ଲୋକମାନଙ୍କର ଆଣ୍ଟିବଡ଼ି ଭଲ ରହିଛି । ହେଲ୍ଥ କେୟାର ମାନଙ୍କର 93 ପ୍ରତିଶତ,ଜେନେରାଲ ଲୋକଙ୍କର 73 ପ୍ରତିଶତ, ଏହା ବାଦ ୟଙ୍ଗର ଗ୍ରୁପ, ଓଲଡ଼ର ଏଜ ଏବଂ ଶିଶୁ ମାନଙ୍କର ଯାହା ଆଣ୍ଟିବଡ଼ି ରହିଛି ତାହା ଆମ ପାଇଁ ବହୁତ ଭଲ ରହିଛି । ଟୀକା ନେଇଥିବା ଲୋକଙ୍କର ବି ଏଥିରେ ଭଲ ଆଣ୍ଟିବଡ଼ି ରହୁଥିବା ଜଣାପଡିଛି । ଏହା ଦ୍ୱାରା ଆମେ ଜାଣି ପରିଲୁ ଯେ ଆମର ସମସ୍ତଙ୍କ ଦେହରେ ଆଣ୍ଟିବଡ଼ି ହେଲାଣି,ଭ୍ୟାକ୍ସିନେସନ ଡ୍ରାଇଭ କାମ କରୁଛି ଓ କୋଭିସିଲିଡ଼ ଏବଂ କୋଭାସ୍କିନ ଭିତରେ କିଛି ଫରକ ନଥିବା ଏହି ରିପୋର୍ଟରୁ ଜଣା ପଡ଼ିଛି । ଏହା ବାଦ ଗ୍ରାମାଞ୍ଚଳରେ ବି ଭଲ ଅଣ୍ଟିବଡୀ ଡେଭଲପ ହୋଇଛି । ଯାହା ଏବେ ସଂକ୍ରମଣର ସ୍ଥିତି ରହିଛି ତାହା କଣ୍ଟ୍ରୋଲେବୁଲରେ ରହିଛି । ମାତ୍ର ଏହା ପରେ ଆମେ ଖାମ ଖିଆଲ ହେବାନି । ଆଗକୁ ପାର୍ବଣ ଋତୁ ଆସୁଛି । ସାମାଜିକ ଦୂରତା ଓ କଟକଣା ମାନିବାକୁ ହେବ । ତୃତୀୟ ଲହର ଯେତେ ଯାହା କୁହାଯାଉଥିଲା ସେମିତି ବର୍ତ୍ତମାନ ସୁଦ୍ଧା ନାହିଁ । ଆଶା କରିବା ଆମେ ଭଲ ସ୍ଥିତିରେ ରହିବା ।ରାଜ୍ୟରେ ଅଣ ସଂକ୍ରମଣ ରୋଗ ବଢ଼ିଛି କି ?ସେମିତି କିଛି ଆମର ଅଣ ସଂକ୍ରମଣ ରୋଗ ବଢି ନାହିଁ । ଆମେ ଇନିଟିଗ୍ରେଟେଡ଼ ସର୍ଭିଲାନ୍ସ କଲୁ । ଆମର ସର୍ଭିଲାନ୍ସ ଚାଲିଥିଲା । ଯାହା ଦ୍ୱାରା କିଛି ଡ଼ିଟେକସନ ହେଲେ । କେସ ତ ରହିଛି । କେସ ପର୍ସଣ୍ଟଯେ ଅଧିକ ହୋଇପାରେ । ସେମିତି କହି ପାରିବାନି ଯେ ରାଜ୍ୟରେ ଅଣ ସଂକ୍ରମଣକ ରୋଗ ବଢି ଗଲା ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି l

ବାତ୍ୟାର କେନ୍ଦ୍ରବିନ୍ଦୁ ଏବେ ମାଲକାନଗିରି…

{}ବାତ୍ୟାର କେନ୍ଦ୍ରବିନ୍ଦୁ ଏବେ ମାଲକାନଗିରି ଜିଲ୍ଲାରେ ରହିଛି । 2 ରୁ 3 ଘଣ୍ଟା ଭିତରେ ଏହା ସମ୍ପୂର୍ଣ୍ଣ ଭାବେ ଓଡିଶା ଅତିକ୍ରମ କରିଯିବ । ସେମିତି ପବନରବେଗ କେଉଁଠି ବି ଅଧିକ ହୋଇ ନାହିଁ । ଗଜପତି ଓ କୋରାପୁଟରେ କେବଳ ଦୁଇଟି ତିନୋଟି ସ୍ଥାନରେ ମାଟି ଅତଡ଼ା ଖାସିଥିଲା । ସମସ୍ତ ସ୍ଥାନରେ ୟୁନିଫଲ ରେନଫଲ ହୋଇଛି । 21 ଟି ବ୍ଲକରେ 50 ପ୍ରତିଶତ ରୁ ଅଧିକ ବର୍ଷା ହୋଇଛି । କୋରାପୁଟର ପଟାଙ୍ଗୀରେ 148 ମିଲି ମିଟର ବର୍ଷା ହୋଇଛି । ମାଲକାନଗିରି ର ଗୋଟିଏ ବ୍ଲକରେ 107 ମିଲି ମିଟର ବର୍ଷା ହୋଇଛି । ଗଜପତିର ଗୋଶାଣୀରେ 83 ମିମି,ମୋହନା ରେ 33 ମିମି,ରାୟଗଡ ବ୍ଳକରେ 60 ମିମି ଓ ନୂଆଗଡ଼ ରେ 33 ମିମି ।ବିଦ୍ୟୁତ ଭିତ୍ତିଭୂମି କେଉଁଠି କ୍ଷୟକ୍ଷତି ହୋଇନାହିଁ । ଖୁଣ୍ଟ କେଉଁଠି ଉପୁଡି ନାହିଁ ।ବର୍ଷା ପ୍ରଭାବରେ କୋରାପୁଟର ଶୁଙ୍କି ଘାଟିରେ ଭୁସ୍କଳନ ଯୋଗୁ ରାସ୍ତା ଅବରୋଧ ହୋଇଛି । ବର୍ଷା କମିଲେ ତାହା ମରାମତି କରାଯିବ ।ପାହାଡିଆ ସ୍ଥାନରେ କିଛି ଜାଗାରେ ପାଣି ଚାଲୁଥିଲା ତାହା ଏବେ ବନ୍ଦ ହୋଇଗଲାଣି ।ମୋଟାମୋଟି ଭାବେ ପାଣି ପାଗ ବିଭାଗ ବାତ୍ୟା ଦ୍ୱାରା ଯେତିକି ବର୍ଷା ହେବ ବୋଲି ଆକଳନ କରିଥିଲା ସେମିତି ବର୍ଷା କି ପବନ ହୋଇ ନାହିଁ । କୌଣସି ବଡ଼ କ୍ଷୟକ୍ଷତି ବି ହୋଇନାହିଁ ।ଏସଡ଼ିଆରଏଫ ନିୟମ ଆଧାରରେ ସମସ୍ତ ଜିଲ୍ଲାପାଳ ମାନଙ୍କୁ କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି । ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆଯିବ ସେମାନେ 5 ଦିନରେ କ୍ଷୟକ୍ଷତି ରିପୋର୍ଟ ଦେବେ ।।ସର୍ବମୋଟ 46 ହଜାର 75 ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । 1189 ଟି ସେଲଟର ସେମାନଙ୍କୁ ରଖାଯାଇଥିଲା । 1533 ଆସନ୍ନ ପ୍ରସବାଙ୍କୁ ସ୍ଥାନାନ୍ତର କରାଯାଇଥିଲା ।ମାଲକାନଗିରି ଜିଲ୍ଲାରେ ବର୍ଷା ଟିକିଏ ଜାରି ରହିଛି ଆଶା କରୁଛୁ ସେମିତି କିଛି ସମସ୍ୟା ହେବ ନାହିଁ । କେବଳ ମାଲକାନଗିରି ରେ 50 ରୁ 60 ଗଛ ଭାଙ୍ଗିଛି । ପ୍ରଦୀପ ଜେନା, ସ୍ୱତନ୍ତ୍ର ରିଲିଫ କମିଶନର।

୨୭ ସେପ୍ଟେମ୍ବର ‘ଭାରତ ବନ୍ଦ’ ର ସଫଳତା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ବରରେ ମଶାଲ ଶୋଭାଯାତ୍ରା…

{}ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆହୁତ ୨୭ ସେପ୍ଟେମ୍ବର ଭାରତ ବନ୍ଦକୁ ସଫଳ କରିବା ପାଇଁ ରାଜ୍ୟ ବ୍ୟାପୀ ବ୍ୟାପକ ପ୍ରସ୍ତୁତି ପରିପ୍ରେକ୍ଷୀରେ ଆଜି ରାଜଧାନୀ ଭୁବନେଶ୍ବରରେ ଏକ ମଶାଲ ଶୋଭାଯାତ୍ରା ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ର କୃଷକ ସଂଗଠନ,ଟ୍ରେଡ଼ ୟୁନିୟନ ଏବଂ ବହୁ ଗଣ ସଂଗଠନ ସାମିଲ ହୋଇଥିଲେ । ୨୬ ସେପ୍ଟେମ୍ବରରେ ରାଜ୍ୟ ବ୍ୟାପୀ ମଶାଲ ଶୋଭାଯାତ୍ରା ଆୟୋଜନ ପରିପ୍ରେକ୍ଷୀରେ ସଂଯୁକ୍ତ କିଶାନ ମୋର୍ଚ୍ଚା , ଓଡିଶା ପକ୍ଷରୁ ଏହି ବନ୍ଦ କୁ ସଫଳ କରିବା ପାଇଁ ରାଜ୍ୟ ବାସୀଙ୍କୁ ନିବେଦନ କରାଯାଇଛି ।ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆହୁତ ୨୭ ସେପ୍ଟେମ୍ବର ଭାରତ ବନ୍ଦ ସକାଳ ୬ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜାରି ରହିବ । ବନ୍ଦ ସମ୍ପୂର୍ଣ ଶାନ୍ତିପୂର୍ଣ ଏବଂ ସାଧାରଣ ଜନତାଙ୍କ ସମର୍ଥନରେ ସଂଗଠିତ କରାଯିବ । ସମସ୍ତ ପ୍ରକାର ଜରୁରୀକାଳୀନ ସେବାଗୁଡିକୁ ବନ୍ଦ କାର୍ଯ୍ୟକ୍ରମରୁ ବାଦ ଦିଆଯିବ । ବନ୍ଦ ଦିନ କେନ୍ଦ୍ର ସରକାରଙ୍କ ସମସ୍ତ ଦପ୍ତର , ବଜାର, ସପିଙ୍ଗ ମଲ, କଳ-କାରଖାନା, ଶିକ୍ଷାନୁଷ୍ଠାନ,ବିଭିନ୍ନ କିସମର ପରିବହନ ବ୍ୟବସ୍ଥା, ଘରୋଇ ପରିବହନ କ୍ଷେତ୍ର, ଜାତୀୟ ରାଜପଥ ଓ ରେଳ ଚଳାଚଳ ଇତ୍ୟାଦି ବନ୍ଦ କରିବା ପାଇଁ ପିକେଟିଂ କରାଯିବ । ଏହି ବନ୍ଦ ମୁଖ୍ୟତଃ କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ନୀତି ତଥା ସାଧାରଣ ଜନତାଙ୍କ ବିରୋଧୀ ନୀତି ବିରୋଧରେ ଡ଼ାକରା ଦିଆଯାଇଛି । ମୋଦୀ ସରକାର ସରକାରୀ ମଣ୍ଡୀ ବ୍ୟବସ୍ଥାକୁ ବନ୍ଦ କରିଛନ୍ତି, ସୁତରାଂ ଭାରତର କୃଷକ ମାନେ ସରକାରୀ ବ୍ୟବସ୍ଥାକୁ ସେହିଦିନ ବନ୍ଦ କରିବା ପାଇଁ ପ୍ରତିବାଦ ସ୍ୱରୂପ ‘ଭାରତ ବନ୍ଦ’ ଡାକରା ଦେଇଛନ୍ତି ।ମୋଦୀ ସରକାରଙ୍କ କୃଷକ ବିରୋଧୀ ତିନି କୃଷି ଆଇନ ପ୍ରତ୍ୟାହାର କରିବା, ଶ୍ରମିକ ବିରୋଧୀ 4ଟି ଶ୍ରମିକ କୋଡ ରଦ୍ଦ କରିବା, ସମସ୍ତ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନଗତ ମାନ୍ୟତା ପ୍ରଦାନ ସମେତ ମହିଳା, ଛାତ୍ର, ଯୁବକ, କୃଷି ଶ୍ରମିକ, ଆଦିବାସୀ, ଦଳିତ ଇତ୍ୟାଦି ସବୁ ବର୍ଗର ଦାବିଗୁଡିକୁ ଏହି ବନ୍ଦ ଆନ୍ଦୋଳନରେ ଅନ୍ତର୍ଭୁକ୍ତ କରାଯାଇଛି । ଦେଶବାସୀ ତଥା ସାଧାରଣ ଜନତାଙ୍କ ସ୍ଵାର୍ଥ ରକ୍ଷା ପାଇଁ ୨୧ଦଫା ଦାବି ନେଇ ଓଡିଶାରେ ଏହି ବନ୍ଦ କୁ ସଫଳ କରିବାକୁ ଆହ୍ଵାନ ଦିଆଯାଇଛି । ମୋଦୀ ସରକାରଙ୍କ ଜନବିରୋଧୀ ନୀତିକୁ ବିରୋଧ କରୁଥିବା ସମସ୍ତ ରାଜନୈତିକ ଦଳ, ବିଭିନ୍ନ ଗଣ ସଂଗଠନ, ସାମାଜିକ ସଂଗଠନ ଓ ଜନ ଆନ୍ଦୋଳନଗୁଡିକ ଏହି ବନ୍ଦକୁ ସମର୍ଥନ କରୁଛନ୍ତି ।

ଆସୁଛି ବାତ୍ୟା ଗୁଲାବ….

{}ଗୋପାଳପୁରର ନିକଟତର ହେଉଛି ବାତ୍ୟା ଗୁଲାବ । ପାଣିପାଗ ବିଭାଗ ର 2.30 ଅପଡେଟ ଯାହା ରହିଛି ଏବେ ଗୋପାଳପୁର ଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗକୁ 110କିଲୋମିଟର ଦୂରରେ ରହିଛି । ସେହିପରି କଳିଙ୍ଗପଟନମର ପୂର୍ବ ଓ ଉତ୍ତର ପୂର୍ବ ଦିଗକୁ 130 କିଲୋମିଟର ଦୂରରେ ରହିଛି । ପ୍ରାୟ 6 ଘଂଟା ହେଲା 19 କିଲୋମିଟର ବେଗରେ ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା ।ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ତାଜା ବୁଲେଟିନ ମୁତାବକ, ସନ୍ଧ୍ୟା ସମୟରେ ଆରମ୍ଭ ହେବ ‘ବାତ୍ୟା ଗୁଲାବ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଲ୍ୟାଣ୍ଡଫଲ ପ୍ରଭାବରେ ପବନର ବେଗ ୭୫ରୁ ୮୫ କିଲୋମିଟର ରହିବ । ସମୟ ସମୟରେ ୯୫ କିଲୋମିଟର ବେଗରେ ଝଟକା ଅନୁଭୁତ ହେବ । ଏହାର ପ୍ରଭାବ ଗଜପତି ଓ ଗଂଜାମ ଉପରେ ଅଧିକ ରହିବ ।ଗୋପାଳପୁର ବନ୍ଦର ପାଇଁ ବିପଦ ସଂକେତ 7 , ପୁରୀ ପାଇଁ ବିପଦ ସଂକେତ 6 ଓ ଅନ୍ୟ ବନ୍ଦର ଗୁଡିକ ପାଇଁ ବିପଦ ସଂକେଟ 3 ଜାରି କାରାଯାଇଛି।28 ତାରିଖରେ ଆଉ ଏକ ଘୁର୍ଣ୍ଣିବଲୟ ସୃଷ୍ଟି ହେଉଛି। ଯାହାକି ଲଘୁଚାପ ର ରୂପ ନେଵ ଏହାରି ପ୍ରଭାବରେ 28 ରୁ 30 ତାରିଖ ପର୍ଯ୍ୟନ୍ତ ମଧ୍ୟ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଝିଅ ସବୁବେଳେ ସ୍ୱତନ୍ତ୍ର ……

() ବୁଧବାର । ମଧ୍ୟରାତ୍ରୀ । ଘଡ଼ଘଡ଼ି ବର୍ଷା  ସହ  କିଟକିଟ ଅନ୍ଧାର । ଦାସବାବୁ ସ୍ତ୍ରୀ ପ୍ରସବ ଜନିତ ଯନ୍ତ୍ରଣା ଆରମ୍ଭ ହୋଇଗଲା । ଆଉ କାଳ ବିଳମ୍ବ ନକରି ଦାସବାବୁ ପାଖରେ ଥିବା ଏକ ଘରୋଇ ହସ୍ପିଟାଲରେ ସ୍ତ୍ରୀଙ୍କୁ  ଚିକିତ୍ସା ପାଇଁ ଭର୍ତ୍ତି କଲେ । ମନେମନେ ଭଗବାନକୁ ଡ଼ାକୁଥାନ୍ତି ସ୍ତ୍ରୀ ପ୍ରସବ ଯନ୍ତ୍ରଣା କମ ହେବା ସହ ଘରକୁ  ଭଲରେ ଭଲରେ ନୂଆ ଅତିଥି ଆସୁ । ଭୋରଭୋର ସମୟରେ  ଜଣେ ନର୍ସ ଆସି କହିଲେ ଆପଣଙ୍କୁ ଅଭିନନ୍ଦନ । ଆପଣଙ୍କର ଝିଅ ଟିଏ ହୋଇଛି । ଏକଥା ଶୁଣି ଟିକେ ଶାନ୍ତିରେ ନିଶ୍ୱାସ ନେଲେ ଦାସବାବୁ । ହେଲେ ମନରେ ସେତେଟା ଆନନ୍ଦ ନଥିଲା ତାଙ୍କର । କାରଣ  ଦାସବାବୁ ସ୍ତ୍ରୀ ଗର୍ଭବତୀ ହେବା ଠାରୁ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ସାଙ୍ଗସାଥୀ ଓ ପଡ଼ୋଶୀ କହୁଥାନ୍ତି ଆପଣଙ୍କର ପୁଅଟିଏ ହେବ । ଆପଣ ଯେମିତି ବାପାଙ୍କ ଏକମାତ୍ର ପୁଅ ସେପରି ଆପଣଙ୍କ ମଧ୍ଯ ପ୍ରଥମେ ପୁଅ ହେବ । ଆମ ସମାଜରେ କାହିଁ କେଉଁ କାଳରୁ ପୁଅ ଓ ଝିଅର ନେଇ ଏପରି କିଛିଟା ଭାବନା ଲୋକଙ୍କ ମନରେ ଅଛି ।  ଠିକ ଏମିତି ବେଳେ ହସ୍ପିଟାଲ ବାରଣ୍ଡାରେ ବସିଥିବା ଜଣେ  ବୁଢିମାଉସୀ  ଦାସବାବୁଙ୍କୁ ଦେଖି କରି କଣ ଭାବିଲେ କେଜାଣି ସଙ୍ଗେସଙ୍ଗେ କହିଲେ ବାବୁ ଝିଅ ହେଲା ବୋଲି ମନଦୁଃଖ କରୁଛୁ କି , ଆରେ ଆଜି ଗୁରୁବାର ତୋ ଘରକୁ ଲକ୍ଷ୍ମୀ ଆସିଛନ୍ତି । ଯାହା ମିଠା ନେଇକି ଆସ ହସ୍ପିଟାଲ ସାରା ବାଣ୍ଟ । ତମ ଭାଗ୍ୟ ବହୁତ ଭଲ ପ୍ରଥମ ଝିଅ ହୋଇଛି । ଏମିତି ବୁଢି ମାଉସୀଙ୍କ ଠାରୁ କଥା ଶୁଣି  ବିନଦାସ ଦାସବାବୁ ହସିଦେଇ କହିଲେ ମାଉସୀ ମନକଣ ପାଇଁ ଦୁଃଖ କରିବି । ଏମିତି ରାତିସାରା ଶୋଇନାହିଁ ତ ଟିକେ ନିଦ ଲାଗୁଥିଲା । ରୁହନ୍ତୁ ଯାଉଛି ମିଠା ଆଣେ । ଅତି ଆନନ୍ଦରେ ମିଠା ଆଣି ହସ୍ପିଟାଲରେ ବାଣ୍ଟିଲେ ଦାସବାବୁ । ସତ କହିଲେ ଝିଅ ଓ ପୁଅକୁ ନେଇ ଦାସବାବୁଙ୍କ  ମନରେ ଯେମିତି କିଛି ଭାବନା ନାହିଁ କେବଳ ପରିବାର ଲୋକଙ୍କ କଥା ଭାବି ତାଙ୍କ ମନରେ ଏମିତି ଭାବନା ସୃଷ୍ଟି ହୋଇଥିଲା ।

ଆରେ ଗୁରୁଜନମାନେ କହିଛନ୍ତି ଯଦି ପ୍ରଥମେ ଝିଅ ହୁଏ , ତେବେ ପିତାମାତାଙ୍କ ଆୟୂୁସ ବଢିଯାଏ । ଜନ୍ମ ନେବା କ୍ଷଣି ଝିଅଟି ପିତାମାତାଙ୍କୁ  ଏପରି ଆର୍ଶୀବାଦ ଦେଇଥାଏ ।

ଏହାରି ଭିତରେ ଦାସବାବୁଙ୍କ ଝିଅ ବଡ଼ ହୋଇଯାଇଛି । ଦେଖିବାକୁ ଯେମିତି ସୁନ୍ଦର, ଗୁଣରେ ମଧ୍ୟ ସେତିକି ସୁନ୍ଦର । ପିଲାଟି ଦିନରୁ ଆଜି ଯାଏ ସେ କେବେ ବାପା-ମାଆଙ୍କ ପାଇଁ ବୋଝ ହୋଇନାହିଁ, ବଂର ବାପା-ମାଆ ତା  ପାଇଁ ଗର୍ବିତ । ପ୍ରଥମ ରୁ, ଡ଼ିଗ୍ରୀ ହାସଲ ଯାଏ ଭଲ ପାଠପଢି ବାପାମାଅଙ୍କ ନାଁ ସୁନାମ କରିଛି ସେ ।  ଖଣ୍ଡମଣ୍ଡଳରେ  ଦାସବାବୁ ତାଙ୍କ ଝିଅ ସୋନାଲି ପାଇଁ ପରିଚିତ । କାରଣ ସୋନାଲି  ଏବେ ସେ ଅଚଂଳର ଜଣେ ପ୍ରତିଷ୍ଠିତ ଡ଼ାକ୍ତର । ବାପାମାଆଙ୍କ ଏକମାତ୍ର କନ୍ୟା ସନ୍ତାନ ହେଉଛି  ସୋନାଲି । ଭାରି ଅଲିଅଳି । ଏହାରି ଭିତରେ ଦାସବାବୁ ଜଣେ ଅଧ୍ୟାପକ ଦେଖି ସୋନାଲିଙ୍କୁ ବିବାହ କରିଦେଲେ । ମନେମନେ ଭାବିଲେ ଝିଅ ତ ବାହାହୋଇଗଲା , ପରଧନ ହୋଇଗଲା । ଏବେ ସେ  ଓ ତାଙ୍କ ସ୍ତ୍ରୀ ଏକୁଟିଆ ହୋଇଗଲେ ।  ହେଲେ ସୋନାଲି କିନ୍ତୁ ଥିଲା ସୁନା ଝିଅ । ସେ ଅଭାବ କେବେ ବାପାମାଆଙ୍କ ମନରେ ଦେଇନଥିଲା । ଶେଷରେ ୬୫ ବର୍ଷରେ ଦାସବାବୁଙ୍କ କୀଡ଼ିନ ଖରାପ ହୋଇଯାଇଛି । ଚିକିତ୍ସା ପାଇଁ ବଡ଼ ହସ୍ପିଟାଲରେ ଭତ୍ତିକଲେ । ହେଲେ ବାପାଙ୍କ ଜୀବନ ବଂଚାଇବାକୁ ଯାଇ ସୋନାଲି ନିଜ  ଗୋଟିଏ କିଡ଼ୀନ ଦାନ କଲେ । ଏକଥା ଦାସବାବୁ ମଧ୍ୟ ଜାଣିନଥିଲେ ।  ଶେଷରେ  ଦାସବାବୁ ନୂଆ ଜୀବନ ବି ପାଇଲେ ଝିଅ ପାଇଁ ।

ଆଜି ଅନେକ ଦାସବାବୁ ନିଜ ଝିଅ ପାଇଁ ନୂଆ ଜୀବନ ପାଇବା ସହ ଝିଅଙ୍କୁ ନେଇ ଗର୍ବ ମନେକରୁଛନ୍ତି । କାରଣ ପୁଅ ଠାରୁ କୌଣସି  ଗୁଣରେ ଝିଅଟିଏ କମ ନୁହେଁ । ସମାଜରେ ଅନେକ ପୁଅ ବିବାହ ହେବା ପରେ ବାପାମାଆଙ୍କୁ ବୃଦ୍ଧାଶ୍ରମରେ ଛାଡ଼ିବାକୁ ମଧ୍ୟ ପଛାଉନାହାନ୍ତି । ହେଲେ ଝିଅମାନଙ୍କ କ୍ଷେତ୍ରରେ କିନ୍ତୁ ଏହାକମ ଦେଖାଯାଉଛି । ସବୁ ସହି  ଝିଅଟିଏ ଅନ୍ୟକୁ ଆନନ୍ଦରେ ବଂଚିବାକୁ ଦିଏ । ସେ ବାପା ହୋଇପାରେ କି ସ୍ୱାମୀ,ଭାଇ ।

ତେଣୁ  ଯୁଗେଯୁଗେ ଝିଅର ସ୍ଥାନ ପରିବାରରେ ସ୍ୱତନ୍ତ୍ର । ଆଜି  ଝିଅ ଦିବସରେ ପ୍ରତ୍ୟେକ ବାପାମାଆ ନିଜ ଝିଅଙ୍କୁ  ସ୍ୱାଧୀନତା ଦେବା ସହ ସେମାନଙ୍କ ମନକଥା ବୁଝିବା ଦରକାର । ଝିଅ  ଜନମ ପର ଘରକୁ ହୋଇଥିଲେ ମଧ୍ୟ ସେ ସବୁବେଳେ ନିଜ ଘର ଚିନ୍ତାରେ ବୁଡ଼ିରହେ ।

 

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା : ଜୀବନ ରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ସର୍ବାଧିକ ଗୁରୁତ୍ବ…

{}ଜୀବନ ରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ସର୍ବାଧିକ ଗୁରୁତ୍ବ ।

ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କାର୍ଯ୍ୟ ଓ କୋଭିଡ଼ ନିୟମ ପାଳନରେ ପ୍ରଶାସନ କୁ ସହଯୋଗ କରିବା ପାଇଁ ଜନସାଧାରଣ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ନିବେଦନ ।

୪୨ଟି ଓଡ୍ରାଫ ଓ ୨୪ ଟି NDRF ଓ ୧୦୩ଟି ଅଗ୍ନିଶମ ଦଳ ନିୟୋଜିତ।

ଆସନ୍ତାକାଲି ପ୍ରଭିବିତ ୧୧ଟି ଜିଲ୍ଲାର ସ୍କୁଲ ବନ୍ଦ ରହିବ।
{}ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ଦିଲ୍ଲୀରୁ ବାତ୍ୟା ଗୁଲ୍‌ଆବ ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିଥିଲେ ଏବଂ ଏହା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକାତା ଠାରୁ ଅଧିକ ଆଗକୁ ଯାଇ କାମ କରିବା ପାଇଁ ପରାମର୍ଶ ଦେଇଥିଲେ । ଆଜି ଅପରାହ୍ନ ସୁଦ୍ଧା ଗୁଲ୍‌ଆବ ପ୍ରଭାବିତ ଜିଲ୍ଲା ମାନଙ୍କର ତଳିଆ ତଥା ବନ୍ୟାପ୍ରବଣ ସ୍ଥାନ ମାନଙ୍କରୁ ଏବଂ କଚ୍ଚା ଘର ମାନଙ୍କରୁ ଲୋକମାନଙ୍କୁ ସ୍ଥାନାନ୍ତର କରିଯିବ ସହିତ ଭୂସ୍ଖଳନ ସଂଭାବନା ଥିବା ଅଞ୍ଚଳ ମାନଙ୍କରେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।ବାତ୍ୟା ୟାସ୍‌ ପରବର୍ତ୍ତୀ ସମୟରେ ଯେପରି ପ୍ରଭାବିତ ଅଞ୍ଚଳ ମାନଙ୍କରେ କୋଭିଡ ସଂଖ୍ୟା ବୃଦ୍ଧି ଘଟିଥିଲା, ତାକୁ ଦୃଷ୍ଟିରେ ରଖି ବାତ୍ୟା ଆଶ୍ରୟସ୍ଥଳ ମାନଙ୍କରେ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରାଯିବା ତଥା ମାସ୍କ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାସହିତ ଆସ୍କା, ଗୁଡାରୀ, ଗୁଣପୁର, କଡିନଗର ଏବଂ ପୁରୁଷୋତ୍ତମପୁର ତଥା ଅନ୍ୟ ବନ୍ୟା ପ୍ରବଣ ଗାଁ ମାନଙ୍କରେ ଥିବା ବନ୍ଧବାଡ ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ପରାମର୍ଶ ଦେଇଥିଲେ ।ବାତ୍ୟା ଆଶ୍ରୟସ୍ଥଳ ଗୁଡିକରେ ଭଲ ପିଇବା ପାଣି ସମେତ ସବୁପ୍ରକାର ମୌଳିକ ବ୍ୟବସ୍ଥା ଗ୍ରହଣ କରାଯିବା ସଂଗେ ସଂଗେ ଗର୍ଭବତୀ ମହିଳା, ବୟସ୍କ ଓ ଶିଶୁ ମାନଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ବାତ୍ୟା ପରେ ପରେ ରାସ୍ତା ସଫା କରିବା, ବିଦ୍ୟୁତ ଓ ଜଳଯୋଗାଣ ବ୍ୟବସ୍ଥାର ପୁନରୁଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଆଗୁଆ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।ମାଇକ ଯୋଗେ ଲୋକଙ୍କୁ ସଚେତନ କରିବା ସହ ସ୍ଥାନାନ୍ତର ଆଶ୍ରୟସ୍ଥଳ ପରିଚାଳନା ତଥା ପୁନରୁଦ୍ଧାର କାର୍ଯ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନ,ମି ଶନ ଶକ୍ତି ଗୋଷ୍ଠୀ, NGO. ଓ ସ୍ବଚ୍ଛାସେବୀମାନଙ୍କୁ ସାମିଲ କରିବା ପାଇଁ ପରାମର୍ଶ ଦେଇଥିଲେ ।ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା କାଲି ପ୍ରଭାବିତ ସମସ୍ତ ୧୧ ଗୋଟି ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ମାନେ ସ୍ଥାନୀୟ ପରିସ୍ଥିତିକୁ ବିଚାରକୁ ନେଇ ସ୍କୁଲ ଖୋଲିବା ସଂପର୍କରେ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଯଥା ନିରାପଦ ସ୍ଥାନକୁ ସ୍ଥାନାନ୍ତର ଏବଂ କୋଭିଡ ନିୟମ ପାଳନ ଆଦି ବିଷୟରେ ପୂର୍ଣ୍ଣ ସହଯୋଗ କରବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ ।ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା ପରିସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ପ୍ରଭାବିତ ଜିଲ୍ଲା ମାନଙ୍କରେ ୪୨ଟି ଓଡ୍ରାଫ, ୨୪ NDRF, ୧୦୩ ଅଗ୍ନିଶମ ଦଳ ମୁତୟନ କରାଯାଇଛି ବୋଲି ସୂଚନା ଦେଇଥିଲେ । ବାତ୍ୟା ଆଶ୍ରୟସ୍ଥଳ ମାନଙ୍କରେ ମାସ୍କ ଓ ସାନିଟାଇଜର ବ୍ୟବସ୍ଥା ସହିତ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ସୂଚନା ଦେଇଥିଲେ । ଏହି ବାତ୍ୟା ଦ୍ବାରା ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟ ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବାର ସମ୍ଭାବନା ଥିବାବେଳେ ଏହି ଜିଲ୍ଲାଗୁଡିକ ସହିତ କନ୍ଧମାଳ, ମାଲକାନଗିରି, ନବରଂଗପୁର ଓ କଳାହାଣ୍ଡିର କିଛି ଅଞ୍ଚଳରେ ପ୍ରବଳକୁ ପ୍ରବଳତର ବର୍ଷା ଏବଂ ଖୋର୍ଦ୍ଧା, ପୁରୀ ଓ ନୟାଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ସୂଚନା ଦେଇଥିଲେ । ଏହା ସହିତ କେତେକ ସ୍ଥାନରେ ଭୂସ୍ଖଳନ ହେବାର ସଂଭାବନା ରହିଛି ବୋଲି ସେ ସତର୍କ କରାଇ ଦେଇଥିଲେ । ଆଜି ଅପରାହ୍ନ ୪ଟି ସୁଦ୍ଧା ସ୍ଥାନାନ୍ତର କାର୍ଯ୍ୟ ଶେଷ କରାଯିବ ବୋଲି ସେ ମୁଖ୍ୟମନ୍ତ୍ରୀ ଅବଗତ କରାଇଥିଲେ ।ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟର ଜିଲ୍ଲାପାଳ ମାନେ ଜିଲ୍ଲାର ପରିସ୍ଥିତି ଏବଂ ବାତ୍ୟାର ମୁକାବିଲା ପାଇଁ ନିଆଯାଇଥିବା ଆଗୁଆ ପଦକ୍ଷେପ ଓ ସେମାନଙ୍କର ଆବଶ୍ୟକତା ସଂପର୍କରେ ବୈଠକରେ ଜଣାଇଥିଲେ ।ମୁଖ୍ୟମନ୍ତ୍ରୀଙ୍କ ସହ ଦିଲ୍ଲୀ ଗସ୍ତରେ ଥିବା ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜଳସଂପଦ ବିଭାଗର ପ୍ରମୁଖ ସଚିବ, ଶକ୍ତି ବିଭାଗର ପ୍ରମୁଖ ସଚିବ, ମତ୍ସ୍ୟ ଓ ପଶୁସଂପଦ ବିଭାଗର ସଚିବ ଓ ପ୍ରଭାବିତ ୧୧ଟି ଜିଲ୍ଲାର ଜିଲ୍ଲାପାଳ ମାନେ ବୈଠରେ ଭାଗ ନେଇଥିଲେ ।

୧୦ କିମି ବେଗରେ ସ୍ଥଳଭାଗ ଆଡ଼କୁ ମାଡି ଆସୁଛି ବାତ୍ୟା-‘ଗୁଲାବ’…

{}ଆଜି ମଧ୍ୟରାତ୍ରିରେ ଗୋପାଳପୁର-କଳିଙ୍ଗପଟନମ ମଝିରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା | ଗଞ୍ଜାମର ଗୋପାଳପୁରଠାରୁ ୨୭୦ କିମି ଓ ଆନ୍ଧ୍ରର କଳିଙ୍ଗପଟନମ ଠାରୁ ୩୩୦ କିମି ଦୂରରେ ଅଛି ବାତ୍ୟା | ୬ ଘଣ୍ଟା ଧରି ୧୦ କିମି ବେଗରେ ଗତି କରୁଛି ବାତ୍ୟା-‘ଗୁଲାବ’ | ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୭୫ରୁ ୯୫ କିମି ରହିବା ଆଶଙ୍କା – SRC ଙ୍କ କାର୍ଯ୍ୟାଳୟ ତରଫରୁ ସୂଚନ।

Follow us

20,832FansLike
0FollowersFollow
14,700SubscribersSubscribe

Latest news