{}ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ
ଆସନ୍ତା କାଲି ପିପିଲି ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ସେଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ସକାଳ 8 ଟା ରୁ ଗଣତି ହେବ । ଦୁଇଟି କାଉଣ୍ଟର କରାଯିବ । 8.30 ଇଭିଏମ କାଉଣ୍ଟ ହେବ । 62 ସରକାରୀ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । କାଉଣ୍ଟ ରେଜଲ୍ଟ କ୍ୟାମେରା ମଧାମରେ ସ୍ର୍କିଂନ ମଧାମରେ ଲୋକଙ୍କୁ ଦେଖା ଯିବ । ରାଉଣ୍ଡ ୱାଇଜି ରେଜଲ୍ଟ ପ୍ରକାଶ କରାଯିବ । ତ୍ରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଆସନ୍ତା କାଲି ପିପିଲି ଉପନିର୍ବାଚନ ଫଳାଫଳ….
ସେବା ଓ ସଂଗ୍ରାମ ହିଁ ବାପୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି : ପ୍ରଣବ
() ସ୍ୱଚ୍ଛତା ହେଉଛି ଜୀବନ ଶୈଳୀ ଓ ଜୀବନର ମୂଳମନ୍ତ୍ର । ମାନବ ସେବା ହିଁ ମାଧବ ସେବା । ସମାଜର ପରିବର୍ତ୍ତନ ଆଣିବାକୁ ହେଲେ ନିଜ ଠାରୁ ପରିବର୍ତ୍ତନ ଆରମ୍ଭ କର । ଯାହା କରିବାକୁ ଚାହୁଛ ତାକୁ କର୍ତ୍ତବ୍ୟରେ ପ୍ରତିଫଳିତ କର । ସବୁବେଳେ ଲୋକଙ୍କ ସମସ୍ୟା ସହ ରହି ଲୋକଙ୍କ ସୁଖଦୁଃଖର ସାଥି ହୁଅ ।
ସତ୍ୟ, ଅହିଂସା, ତ୍ୟାଗ, ପ୍ରେମର ପୂଜାରୀ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜନ୍ମତିଥିରେ ଯାଜପୁର ସହରର ଗାନ୍ଧୀଛକଠାରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୃତ୍ତି ପୁଷ୍ପମାଲ୍ୟ ଦେଇ ଯୁବପିଢିଙ୍କୁ ଏପରି ଆହ୍ୱାନ ଦେଇଛନ୍ତି ବିଜେଡ଼ି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ।
ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେୟଶକ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ଯାଏ ଏକମାସ ଧରି ସାମାଜିକ ସେବା କାର୍ଯ୍ୟକ୍ରମ କରିବ ବିଜେଡ଼ି । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ବିିଜେଡ଼ି ଦଳର ପ୍ରତ୍ୟେକ ଛାମୁଆ ସଂଗଠନର କର୍ମକତ୍ତାମାନେ ଏହି ଆହ୍ୱାନକୁ ବ୍ରତ ଭାବେ ନେଇ କାମ କରିବା ପାଇଁ ପ୍ରଣବ ଯୁବ, ଛାତ୍ର, ମହିଳା କର୍ମୀ ଓ ନେତାମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ।
ସାମାଜିକ ସେବା କାର୍ଯ୍ୟକ୍ରମ ଜରିଆରେ ପଂଚାୟତ ଠାରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ଆଜିଠାରୁ ଏକମାସ ପର୍ଯ୍ୟନ୍ତ ବ୍ୟାପକ ଭାବେ ରକ୍ତଦାନ ଶିବିର, ସଫେଇ କାର୍ଯ୍ୟକ୍ରମ,ବୃକ୍ଷରୋପଣ ସହ ଲୋକଙ୍କ ସମସ୍ୟା ସହ ଜଡ଼ିତ ରହିବାକୁ ପ୍ରଣବ ଆରମ୍ଭ ଆହ୍ୱାନ କରିଛନ୍ତି ।
ପ୍ରତିବର୍ଷ ପରି ଗାନ୍ଧୀ ଜୟନ୍ତିରୁ ପଦଯାତ୍ରା ନକରି କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଜେଡ଼ି ସାମାଜିକ ସେବା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମରେ ଶହଶହ ଯୁବ,ଛାତ୍ର, ମହିଳା କର୍ମୀମାନେ ସାମିଲ ହୋଇଛନ୍ତି । ଯାଜପୁର ସହରର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ କରି ସ୍ୱେଚ୍ଛତାର ବାତ୍ତା ଦେଇଥି ଲେ ପୂର୍ବତନ ପୌରାଧକ୍ଷ’ ଭବ ପ୍ରସାଦ ଦାସ (ଲଲ) । ଏହାସହ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବା ସହ ରକ୍ତଦାନ ଶିବିର କରାଯାଇଛି । କେବଳ ଗାନ୍ଧୀ ଜୟନ୍ତିରେ ଗାନ୍ଧୀଙ୍କୁ ମନେପକାଇ ଯାଜପୁର ବିଜେଡ଼ି ପକ୍ଷରୁ ଏପରି କାର୍ଯ୍ୟକ୍ରମ ହାତକୁ ନିଆଯାଇନାହିଁ । ବଂର ସବୁବେଳେ ସେବାକୁ ଜୀବନର ମୂଳମନ୍ତ୍ର କରିଥିବା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଆହ୍ୱାନ କ୍ରମେ ପ୍ରତି ଶନିବାର , ରବିବାର ଯାଜପୁର ନିର୍ବାଚନୀ ମଣ୍ଡଳୀରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର, ଗୋଟିଏ ଲକ୍ଷ , କୋଟିଏ ଗଛ ଅଭିଯାନ, ସଫେଇ କାର୍ଯ୍ୟକ୍ରମ କରାଯାଉଛି । ତାହାକୁ ଏବେ ଯାଜପୁରର ଯୁବପିଢି ଜୀବନର ମୂଳମନ୍ତ୍ର ଭାବେ ଗ୍ରହଣ କରିସାରିଛନ୍ତି । ଯାଜପୁରରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଏବେ ପୁରା ଓଡ଼ିଶା ପାଇଁ ଉଦାହରଣ ସାଜିଛି ।
ଆଜିର ଗାନ୍ଧି ଜୟନ୍ତି କାର୍ଯକ୍ରମରେ ଯାଜପୁର ଯୁବ ବିଜେଡ଼ି ସଭାପତି ମନୋଜ ସାହୁ, ସନ୍ତୋଷ ମଲ୍ଲିକ, ସ୍ୱଦେଶ ପଟ୍ଟନାୟକ, ଚାନ୍ଦଭାଇ , , ଦୀପକ ଦାସ, ଦିଳ୍ଳୀପ ମହାପାତ୍ରଙ୍କ ସମେତ ଯୁବ-ଛାତ୍ର-ମହିଳା ସଂଗଠନର ଶତାଧିକ ନେତା ଓ କର୍ମୀ ସାମିଲ ହୋଇଥିଲେ ।
ଝାଡ଼ଖଣ୍ଡ ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ…
{}ଝାଡ଼ଖଣ୍ଡ ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଝାଡ଼ଖଣ୍ଡ ପ୍ରାଥମିକ ଶିକ୍ଷକଙ୍କ ପାଇଁ ତାଲିମ ପାଠ୍ୟକ୍ରମରେ ଓଡ଼ିଆ ରଖିବା ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ଚିଠିରେ ଅନୁରୋଧ। ସମ୍ପୂର୍ଣ୍ଣ ଭାବେ ଓଡିଶା ଶିକ୍ଷାକୁ ବନ୍ଦ କରଯାଇନାହିଁ। ଝାଡ଼ଖଣ୍ଡରେ କେବଳ ପ୍ରାଥମିକ ଶିକ୍ଷକଙ୍କ ପାଇଁ ଥିବା ତାଲିମ ପାଠ୍ୟକ୍ରମରେ ଓଡ଼ିଆ ବନ୍ଦ କରଯାଇଛି। ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସୂଚନା।
ଏକାଠି ରହିଲେ ବଢି ପାରେ ସଂକ୍ରମଣ…
ପାର୍ବଣବେଳେ ଭିଡ଼ ହେଲେ ସଂକ୍ରମଣର ଆଶଙ୍କା ରହିଛି । ଖୋର୍ଦ୍ଧା ଜିଲାରେ ସଂକ୍ରମଣ କମୁଥିଲେ ମଧ୍ୟ ଅଧିକ ଭୟ ରହୁଛି। ତେଣୁ ଆମେ ଅଧିକା ଭିଡ଼ କରିବା ନାହିଁ, ଅଧିକ ସମୟ ବାହାରେ ଏକାଠି ରହିଲେ ସଂକ୍ରମଣ ବଢି ପାରେ । ଏହାକୁ ଦୃଷ୍ଟି ରଖି ପାର୍ବଣରେ ଘରୁ ବାହାରିବା ଉଚିତ। ଯଦି ଆମେ ଆମ ତରଫରୁ ସଜାଗ ରହିବା ତାହାଲେ କରୋନାକୁ ପ୍ରତିହତ କରି ପାରିବା। ସବୁ ବିଶେଷଜ୍ଞ ଏହାସହ ଆଇସିଏମ୍ଆର ଡ଼ାଇରେକ୍ଟର ମଧ୍ୟ ଦେଶବାସି ସଜାଗ ରହିବାକୁ ଅନୁରୋଧ କରିଛନ୍ତି । ତେଣୁ ଏହି ସମୟରେ ଆମକୁ ଅଧିକ ଦାୟିତ୍ୱବାନ ହେବା ଆବଶ୍ୟକତା ରହିଛି।।କୋଭିଡ ସଂକ୍ରମଣରେ ଇଣ୍ଟରନାଲ ଇନ ଫେକସନ ହୁଏ । ହାର୍ଟ ଲଙ୍ଗସ ବ୍ରେନ ସହ ଲଙ୍ଗସ ଉପରେ ଅଧିକା ପ୍ରଭାବ ପଡିଥାଏ । ଯିଏ ଟିକା ନେଉଛି ତାର କରୋନା ଇଫେକ୍ଟ ବହୁତ କମ। ଆଉ ଯିଏ ଟିକା ନେଉ ନାହାନ୍ତି ତାର ଅଧିକ କ୍ଷତି ହେଉଛି। ଟିକା ନେଲା ପରେ ଗୁରୁତର ହେବାର ବହୁତ କମ ଆଶଙ୍କା ରହୁଛି।
ବାଇଟ- ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ମହାତ୍ମା ଗାନ୍ଧୀ ଜୟନ୍ତୀରୁ ସାମାଜିକ ସେବା କାର୍ଯ୍ୟକ୍ରମ ର ଆୟୋଜନ…
{}ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସଂପ୍ରତି କୋଭିଡ୍ ସଂକ୍ରମଣ କୁ ଦୃଷ୍ଟିରେ ରଖି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ସାମାଜିକ ସେବା କାର୍ଯ୍ୟକ୍ରମ ର ଆୟୋଜନ କରିବ ବିଜୁ ଯୁବ- ଛାତ୍ର ଜନତା ଦଳ ।ଆଜି ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟ ରେ ଅନୁଷ୍ଠିତ ଓ୍ବେବିନାର ରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ର ମାନ୍ୟବର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ କହିଥିଲେ କି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳର ପ୍ରତ୍ୟେକ ଯୁବକ ଏବଂ ଛାତ୍ରମାନେ ସେବାବ୍ରତୀ ହୋଇ ଏହି ସାମାଜିକ କାର୍ଯକ୍ରମ ମାଧ୍ୟମରେ ସମାଜର ପ୍ରତ୍ୟେକ ବ୍ୟକ୍ତି ବିଶେଷ ଙ୍କୁ ସାହାଯ୍ୟ କରିବାକୁ ଆହ୍ୱାନ କରୁଛି।ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ଚାନ୍ଦବାଲି ଡଃ ବ୍ୟୋମକେଶ ରାୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଓ୍ବେବିନାର ରେ ସମ୍ମାନିତ ଅତିଥି ଭାବେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ-ଛାତ୍ର ବ୍ୟାପାର) ତଥା ମାନ୍ୟବର ବିଧାୟକ ଧର୍ମଶାଳା ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ, ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ବାଙ୍କୀ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ଯୋଗ ଦେଇ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିବା ବିଷୟରେ ସବିଶେଷ ଖସଡ଼ା ପ୍ରଦାନ କରିଥିଲେ।। ଏଠାରେ ସୁଚନା ଥାଉ କି କୋଭିଡ୍ ର ସଂକ୍ରମଣ କୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ଆୟୋଜନ କରାଯାଉଥିବା ଜନ ସଂପର୍କ ପଦଯାତ୍ରା ପରିବର୍ତ୍ତେ ସେବା କାର୍ଯ୍ୟକ୍ରମ ମାଧ୍ୟମରେ ଦୀର୍ଘ ଏକ ମାସ ଧରି ଓଡ଼ିଶାର ସମସ୍ତ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତରରେ ବିଭିନ୍ନସାମାଜିକ ସେବା ଯଥା ରକ୍ତଦାନ କାର୍ଯ୍ୟକ୍ରମ, ଶ୍ରମଦାନ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ବିଜୁ ଯୁବ ଜନତା ଦଳ ପକ୍ଷରୁ ବିଭିନ୍ନ ଚିକିତ୍ସାଳୟ ର ପରିସର , ନିକଟସ୍ଥ ରାସ୍ତାଘାଟ ତଥା ସାଧାରଣ ସୁବିଧା କେନ୍ଦ୍ର ପ୍ରଭୁତି ସ୍ଥାନ କୁ ପରିଷ୍କାର ପରିଚ୍ଛନ୍ନ ରଖିବାର କାର୍ଯ୍ୟକ୍ରମ ଥିବା ବେଳେ ବିଜୁ ଛାତ୍ର ଜନତା ପକ୍ଷରୁ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟ ର ପରିସର, ଏବଂ ଏହାର ପାରିପାର୍ଶ୍ବିକ ସ୍ଥାନ ତଥା ରାସ୍ତା ଘାଟ କୁ ପରିଷ୍କାର ପରିଚ୍ଛନ୍ନ ରଖିବାର କାର୍ଯ୍ୟକ୍ରମ ରହିଛି। ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଏହି ସାମାଜିକ ସେବା କାର୍ଯ୍ୟକ୍ରମ ଅନନ୍ୟ ଉଦାହରଣ ସୃଷ୍ଟି କରିବ ।ଏହି ଓ୍ବେବିନାର ରେ ବିଜୁ ଯୁବ ଛାତ୍ର ଜନତା ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତାଙ୍କ ସହ ଜୋନ୍ ସଭାପତି ଜିଲ୍ଲା ସଭାପତି, ବ୍ଲକ ସଭାପତି,ଆଇ.ଟି ସଂଯୋଜକ ଏବଂ ଡିଜିଟାଲ ସେକ୍ରେଟାରୀ ପ୍ରମୁଖ ଯୋଗ ଦେଇଥିଲେ ବୋଲି ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଆଶିଷ ରଞ୍ଜନ ମିଶ୍ର ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି।
ଘାଣ୍ଟ ପାଇଁ ଖୁସିଟିଏ…
ରୋଷେଇ ସାରିଲା ବେଳକୁ ହଠାତ ମୋବାଇଲ ରିଙ୍ଗ ହେଲା । ଗୁନଗୁନ ଫୋନ ଦେଖିଲା ବେଳକୁ ‘ସେ’ ଫୋନ କରିଛନ୍ତି । ଆରେ ଆମ ଘାଣ୍ଟ ଆଜି କଲଣି ? ଅଫିସରେ ମହାପାତ୍ର ବାବୁ ଘାଣ୍ଟ ତରକାରୀ ଆଣିଛନ୍ତି କ୍ୟାଟିନରେ ଆମ ମାନଙ୍କୁ ଦେଲେ ଭାରି ବଢିଆ ଲାଗିଲା । ସତରେ ତା ଆଗରେ ତମର ମଟନ ଝୋଳ ତୁଚ୍ଛ । ଏମିତି କେତେକଣ ଖୁସିରେ କହି ଚାଲିଲେ ମହାପାତ୍ର ବାବୁ । ହେଲେ ସ୍ମାମୀଙ୍କ ଠାରୁ ଘାଣ୍ଟ କଥା ଶୁଣି କିଛି ସମୟ ଚୁପ ରହିବା ପରେ ଗୁନଗୁନ କହିଲା କାହି ଆଜି କଣ କି । ବାସ ଏତିକି ଶୁଣି ସ୍ୱାମୀ ଫୋନ କାଟିଦେଲ…ମହାପାତ୍ର ବାବୁ । ଘର ଯାଜପୁର ଜିଲ୍ଲାର ମଙ୍ଗଳପୁର ବ୍ଲକର ନୂଆଗାଁରେ । ପିଲାଦିନ କଟିଛି ପୁରା ଗାଁରେ । ଓଡ଼ିଆ, ସଂସ୍କୃତି, ପରମ୍ପରା, ଐତିହ ଭଲ ଭାବରେ ଜାଣନ୍ତି । କହିବାକୁ ଗଲେ ଜଣେ ଖାଣ୍ଟି ଓଡ଼ିଆ । ଓଡ଼ିଆଙ୍କ ଏପରି ଗୋଟେ ପର୍ବ ନାହିଁ ଯାହା ମହାପାତ୍ରବାବୁଙ୍କ ଘରେ ପାଳନ କରାଯାଏନି । ସନ୍ତାନ ମାନଙ୍କ ପାଇଁ ସବୁଠାରୁ ବଡ଼ ଓଷା ହେଉଛି ଦୁତିଆ ଓଷା । ଯାହା ‘ମା’ ନିଜର ପୁଅ ଓ ଝିଅର ମଙ୍ଗଳପାଇଁ କରିଥାଏ । ପୁରା କାଷ୍ଟା ଓପବାସ । ପୁରାଣର ବିଶ୍ୱାସ ଅନୁସାରେ ଚିଲ ଓ ଶାଗୁଆ ଗୋଟିଏ ଦିନ ଓପବାସ କଲେ । ଏହି କଷ୍ଠା ଉପବାସରେ କିନ୍ତୁ ଶାଗୁଣା ଉପବାସର ଅଧାରେ ଭୋକ ସମ୍ଭାଳି ନପାରି ମାଂସ ଖାଇଦେଲା । ହେଲେ ଚିଲ ଖାଇନଥିଲା । ଯେହେତୁ ଉପବାସ ନିୟମ ଶାଗୁଣା ଭାଙ୍ଗିଥିଲା ଶାଗୁଣାର ସବୁ ପିଲା ମରିଯାଇଥିଲେ । ହେଲେ ଉପବାସ ପର ଦିନ ଚିଲ ନିଜ ପିଲାମାନଙ୍କ ସହ ମିଶି ବିଭିନ୍ନ ଖାଦ୍ୟ ଆନନ୍ଦରେ ଖାଇଥିଲା । ହୁଏତ ପୁରାଣର ଏହି କଥାକୁ ନେଇ ଯଦି କେହିଁ ମଣିଷ କୌଣସି ବିପଦରୁ ବଂଚି ଆସୁଥିଲା । ସେତେବେଳେ ଲୋକେ କହନ୍ତି ତୋ ମାଆ ବୋଧେ ଦୁତିଆ ଓଷା ପାଳିଥିଳା । ତେଣୁ ତୁ ବଂଚିଗଲୁ ।ଦୁତିଆରେ ଉପବାସ ଭଙ୍ଗ ପରେ ସବୁ ପନିପରିବା ପଡ଼ି ଘାଣ୍ଟ ତରକାରୀ ହୁଏ । ପନିପରିବାର ମିଶ୍ରଣ ସହ ଆଖୁ , ନଡ଼ିଆ, ଖଡ଼ାଶାଗ ପରି ଅନେକ ପରିବାର ସନ୍ତୁଳନରେ ଘାଣ୍ଟ ତିଆରୀ ହୁଏ । ମିଶ୍ରଣ ପରିବାରରେ ବର୍ଷକୁ ଥରେ ଦୁତିଆ ଓଷା ପର ଦିନ ଘାଣ୍ଟ ଖାଇବାର ସ୍ୱାଦ ଟିକେ ନିଆରା । ସବୁଠାରୁ ବଡ଼ କଥା ହେଉଛି ଘାଣ୍ଟ ଖାଇବା ଅପେକ୍ଷା ବେଶୀ ପଡ଼ୋଶୀ ଓ ସମ୍ପକୀୟଙ୍କ ମଧ୍ୟରେ ବଣ୍ଟା ଯାଏ ।ଏତେ ସବୁ କଥା ରାଜଧାନୀର ଚକଚକ ସହରରେ ରହୁଥିବା ଗୋରୀ ଗୁନକୁନ କାହିଁ ବୁଝିବ । ସେ ତ ଆଧୁନିକ ସହରରେ ବଢିଛି, ଏମିତିକ ଗାଁରୁ ଆସି ସହରରେ ରହୁଥିଲା ମାଧବୀ ଲତା ବି ସେଦିନ ଘାଣ୍ଟ କରି ସବୁ ଜାଣି ବି ପଡ଼ୋଶୀଙ୍କୁ ନଜାଣିବା ପରି ପଚାରୁଥିଲା ।ଶେଷରେ ଏମିତି କୁହାଯାଏ ଘାଣ୍ଟ ତରକାରୀ ଭାରି ସୁଆଦିଆ ଓ ଚମତ୍କାର ବ୍ୟଞ୍ଜନ । ସହଜ ,ସରଳ , ସ୍ବାଦିଷ୍ଟ ଓ ଶାକାହାରୀ ଖାଦ୍ୟ । ଏହାକୁ ଖାଇଲେ ମନ ଆନନ୍ଦ ହେବା ସହ ଦେହ ବି ସୁସ୍ଥ ରହେ । ରାତିରେ ନିଜର ସ୍ୱାମୀଙ୍କ ଠାରୁ ଘାଣ୍ଟ ତରକାରୀର ଓ ଏହା ସହ ଯୋଡ଼ିହୋଇଥିବା ବିଶ୍ୱାସ ଓ ଭଲପାଇବା ଜାଣିବା ପରେ ଆଧୁନିକ ଗୁନମଗୁନର ମନ ବଦଳିଯାଇଥିଲା। ରାତିରେ ମଟର ତରକାରୀ ପାଇଁ ଭିଜେଇ ଥିବା ମଟର, ଫ୍ରିଜରେ ଥିବା ଭୋଗ ନଡ଼ିଆ , ଓ ପନିପରିବା କରି ପ୍ରେସରରେ ଘାଣ୍ଟ ସହ ରୁଟି ଖାଇ ପୁରା ପରିବାର ଖୁସିରେ ଶୋଇଲେ ।ଆଜି ସହର ହେଉ କି ଗାଁ । ବର୍ତ୍ତମାନ ସମୟରେ ବିଭିନ୍ନ ସମସ୍ୟାରେ ଘାଣ୍ଟି ହେଉଛନ୍ତି । ଜୀବନ ଯାତ୍ରାରେ ଘାଣ୍ଟି ହୋଇ ଅନେକ ଦୁଃଖୀ ହୋଇଯାଉଛନ୍ତି । ହେଲେ ଘଣ୍ଟା ଘଣ୍ଟି ଜୀବନରେ ଯେ ବହୁତ ଆନନ୍ଦ ଲୁଚି ରହିଛି, ତାହା ଗୁନଗୁନ ପରି ଅନେକ ବହୁ ବିଳମ୍ବରେ ବୁଝୁଛନ୍ତି ।
ପାର୍ବଣ ସମୟରେ ବଢ଼ିପାରେ କୋଭିଡ଼ ସଂକ୍ରମଣ…
{}ପାର୍ବଣ ସମୟରେ ଭିଡକୁ ଦୃଷ୍ଟିରେ ରଖି କୋଭିଡ଼ ସଂକ୍ରମଣ ବଢ଼ିପାରେ। ଆମର ନୈତିକ କାମ ଆମେ ତାକୁ କେମିତି ପ୍ରତିରୋଧ କରିବା ସେ ନେଇ ସଚେତନ ହେବା ଆବଶ୍ୟକ । ତେଣୁ ସମସ୍ତେ କୋଭିଡ ମାର୍ଗ ଦର୍ଶିକା ପାଳନ କରିବା ।ମୁଖ୍ୟତଃ ସାମାଜିକ ଦୂରତା, ଭିଡକୁ ଯାଆନ୍ତୁ ନାହିଁ । ରାଜନୈତିକ ଉତ୍ସବ , ଓ ପାର୍ବଣ କୁ ଯାଇ ଅଯଥା ଭିଡ଼ କରନ୍ତୁ ନାହିଁ । ପାର୍ବଣ ପାଇଁ ଟେଷ୍ଟ ଷ୍ଟ୍ରେସିଂ ଓ ଟ୍ରିଟମେଣ୍ଟକୁ ବଢ଼ାଯାଉଛି । ଯାହାର କିଛି ବି ଲକ୍ଷଣ ପ୍ରକାଶ ପାଉଛି ସେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କର୍ମୀଙ୍କୁ ଜଣାନ୍ତୁ । ସେମାନଙ୍କ ପାଇଁ ଟେଷ୍ଟର ସୁବିଧା କରାଯିବ। ଏହାସହ ଟିକା ସମସ୍ତେ ନେବା ଆବଶ୍ୟକ । ଏମିତି କି ପ୍ରଥମ ଡୋଜ ଟିକା ନେଲା ପରେ ଦ୍ୱିତୀୟ ଡୋଜ ଟିକା ନେବା ନିଶ୍ଚୟ ନେବା ଆବଶ୍ୟକ ରହିଛି । ବୁଷ୍ଟର ଡୋଜ ନେବା ପର କଥା । ଯେଉଁଠି ସଂକ୍ରମଣ ବଢୁଛି ସେଠାରେ କଣ୍ଟେନମେଣ୍ଟ ଜୋନ ମଧ୍ୟ କରାଯାଉଛି ।
କହିଛନ୍ତି ଡିଏମଇଟି ସିବିକେ ମହାନ୍ତି l ସେହିପରି1800 କେନ୍ଦ୍ର ରେ ଚାଲିଛି ଟୀକାକରଣ। 3 କୋଟି ଟୀକାକରଣ ସରିଲାଣି। ବର୍ତ୍ତମାନ ଦୈନିକ 4 ଲକ୍ଷ ଭାବରେ ଦିଆଯାଉଛି ଟୀକା। ଦ୍ୱିତୀୟ ଡୋଜ ନେବା ପାଇଁ ଆହୁରି 25 ଲକ୍ଷ ଲୋକ ଅଛନ୍ତି। ସେମନଙ୍କୁ ଟୀକା କେନ୍ଦ୍ରରେ ଦ୍ୱିତୀୟ ଡୋଜ କିଭଳି ଟୀକା ନେବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଉଛି। ଯେତିକି ରାଜ୍ୟରେ ମୋଟ ହିତାଧିକାରୀଙ୍କ ମଧ୍ୟରୁ 71 ପ୍ରତିଶତ ପ୍ରଥମ ଡୋଜ ଟୀକାକରଣ ହୋଇଛି। ଦ୍ୱିତୀୟ ଡୋଜ ରେ 72 ପ୍ରତିଶତ ଟୀକା ନେଇଛନ୍ତି। 1 ଲକ୍ଷ 89 ହାଜର ଗର୍ଭବତୀ ମହିଳାଙ୍କୁ। ଟୀକାକରଣ କରାଯାଇଛି। ଡିସେମ୍ବର ସୁଧା ଟୀକାକରଣ ସାରିବାକୁ ଚେଷ୍ଟା କରାଯାଉଛି।
ଓଡ଼ିଶା ମଡେଲକୁ ଆପଣାଇଲେ ୯ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳ…
() ପ୍ରାକୃତିକ ବିପର୍ଯ୍ୟୟ ମୁକାବଲାରେ ଓଡ଼ିଶା ରୋଲ୍ ମଡେଲ । ଓଡ଼ିଶା ମଡେଲକୁ ଆପଣାଇଲେ ୯ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳ । ଏନେଇ ଆଜିଠୁ ୩ ଦିନ ଧରି ଗୋପବନ୍ଧୁ ଏକାଡେମୀ କର୍ମଶାଳାରେ ଆୟୋଜନ ହେଉଛି । ବିପର୍ଯ୍ୟୟ ମୁକାବିଲା ଶିକ୍ଷା ଦେବା ପାଇଁ ଓଡ଼ିଶାକୁ ଚୟନ କରିଛି ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ । ଛତିଶଗଡ଼, ପଶ୍ଚିମବଙ୍ଗ, ଗୁଜରାଟ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଆଦି ୯ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୨୨ରୁ ଅଧିକ ପ୍ରଶାସନିକ ଅଧିକାରୀ ଓଡ଼ିଶାଠାରୁ ଏନେଇ ଶିକ୍ଷା ନେବେ । ଫାଇଲିନ, ହୁଡ୍ହୁଡ୍, ତିତ୍ଲି, ଫନି, ବୁଲ୍ବୁଲ୍, ଅମ୍ପାନ, ୟସ୍, ଆଉ ଏବେ ଗୁଲାବ । ଗତ ୯ବର୍ଷ ଭିତରେ ଓଡ଼ିଶା ୮ଟି ବାତ୍ୟାର ସାମ୍ନା କରିଛି । ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ସହିତ ମିଶନ ଜିରୋ କାଜୁଆଲଟିରେ ବି ସଫଳ ହୋଇଛି ଓଡ଼ିଶା । ଏଥିପାଇଁ ରାଜ୍ୟକୁ ଜାତିସଂଘ ପ୍ରଶଂସା କରିଛି । କୋଣାର୍କର ରାମଚଣ୍ଡିରେ ବିପର୍ଯ୍ୟୟ ମୁକାବିଲାର ବାସ୍ତବ ଶିକ୍ଷା ଦିଆଯିବ । ଓସଡମା ପକ୍ଷରୁ ପାଣିରୁ ଉଦ୍ଧାର, ଯାନ୍ତ୍ରିକ ଡଙ୍ଗା ଦ୍ବାରା ଲୋକଙ୍କୁ ସ୍ଥାନାନ୍ତର, ରାସ୍ତା ସଫା ପାଇଁ ଗଛ କଟା ନେଇ ଦିଆଯିବ ଶାରୀରିକ ଶିକ୍ଷା ।
ସେ ଏମିତି ରାଗୁଥାଉ….
{}ଭାଇ ଆଜି ଭୋଜି ଚାଲିଛି । ବହୁଦିନ ପରେ ଚିକୁ ଛାତରେ ଭୋଜି ହେଉଛି । ମୁଁ, ଭଜନା, କୁନିିପୁଅ, ମିଥୁନ, କାଳିଆ, ଟୁକୁଭାଇ, ବାବୁନି ଆମେ ସମସ୍ତେ ଅଛୁ । ବର୍ଷା ହେଉଛି, ତଥାପି ଭୋଜି ଚାଲିଛି , ତାସ ଖେଳ ବି ଚାଲିଚି ।ଆଜିକାଲି ସମୟ ତ ହେଉନି, ଆଉ କଣ ସେ ଦିନ ଅଛି । ସପ୍ତାହର ପ୍ରତି ରବିବାର ଭୋଜି । ବେଶ କିଛିଦିନ ପରେ ଆଜି ସମସ୍ତେ ଏକାଠି ହୋଇଛନ୍ତି। ବହୁତ ଖୁସି ଲାଗୁଚି ସମସ୍ତଙ୍କୁ। ସମସ୍ତେ ବିଭିନ୍ନ କଥା ସେୟାର କରୁଛନ୍ତି। ହସ ବାଣ୍ଟୁଛନ୍ତି, ସ୍ମୃତି ସାଉଁଟୁଛନ୍ତି। ତାହାରି ଭିତରୁ କିଏ ଜଣେ କହୁଛି ତୁ ଶଳା… ବଡ଼ ଲୋକ , ଖାଲି କହିବୁ । ତୋ ଭୋଜି, ସେମାନଙ୍କ ସହ ଏମିତି କେତେକଣ । ଏହାରି ଭିତରେ ଟୁନାର ମନେ ପଡ଼ିଯାଇଛି ସ୍କୁଲ ସମୟରୁ ତାର ଅତି ଘନିଷ୍ଠ ବନ୍ଧୁମାନଙ୍କ ସବୁ ପୁରୁଣା କଥା । ସତରେ ରାଗରେ ବାବୁନି ଫୋନରୁ ସିନା କାଳିଆ ଛଡ଼େଇ ନେଇ କେଇପଦ କହିଦେଲା, ରାଗିକି । ହେଲେ ସେଟା ତାହାର ରାଗ ନଥିଲା ବରଂ ଥିଲା ଅଭିମାନ ଓ ଭଲପାଇବା । ଆରେ ଆମେ ପରା ସାଙ୍ଗ , ଆମ ଗ୍ରୁପ ପା ‘ମାକ୍ସ’ । କେମିତି କିଏ କହା ଉପରେ ରାଗି ପାରିବ ।ରାଗ ଭିତରେ ଏତେ ଭଲ ପାଇବା ଥାଏ ତାହା ଯିଏ ଅନୁଭବ କରିଛି ସେ ଜାଣିଛି । ମୋ ମତରେ ତ ରାଗ ସବୁବେଳେ ଏମିତି ହେବା ଦରକାର । ଯଦି କଥାଛଳରେ କିଏ କହେ ତୋ ଉପରେ ମୁଁ ରାଗିଛି । ମୁଁ ସେ କଥାରେ ମନଦୁଃଖ ନକରି ବରଂ ହସିଦେବି । ଏକଥା ମୋ ସାଙ୍ଗମାନେ ମତେ ଶିଖାଇଛନ୍ତି ।ଆପଣମାନେ ଯାଜପୁର ଟାଉନକୁ ଗୋଟିଏ ସହର କହିପାରନ୍ତି । ମୁଁ କିନ୍ତୁ ଏହାକୁ ଗୋଟେ ଉନ୍ନତ ଗାଁ ବୋଲି କହେ । ଗାଁ ମାଟିର ଭଲ ପାଇବା ଓ ସବୁ ପରିବେଶ ଯାଜପୁର ଟାଉନରେ ରହିଛି । ସେଥିପାଇଁ ତ ସବୁବେଳେ ଆଉ ସବୁ ସମୟରେ ଯାଜପୁରିଆ ଭାବେ ମୁଁ କହେ ଯାଜପୁର ମାଟି ଖୁସିର ମାଟି।ଛାଡ଼ ସେ ସବୁ କଥା , ଅସଲ କଥା ହେଉଛି ମାକ୍ସ ଗ୍ରୁପ ବିଷୟରେ ଆଲୋଚନା କରିବା , ଆରେ ସେ ଗ୍ରୁପ ବିଷୟରେ କହିଲେ ରାତି ପାହିଯିବ ହେଲେ ସଂକ୍ଷେପରେ କହିବାକୁ ଗଲେ କିଛି ସାଙ୍ଗକୁ ନେଇ ଏହି ଗ୍ରୁପଟି । ଗୋଟିଏ ଛୋଟ କାଠଗଣ୍ଡି ଉପରେ ବସି କିଛି ସାଙ୍ଗ ପିଲାଦିନେ ଖେଳ ସାରିବା ପରେ ବସି ଗପସପ ହେବାର ସମୟରୁ ସୃଷ୍ଟି ହୋଇଛି ଏହି ମାକ୍ସ ଗ୍ରୁପ । ୭ରୁ ୧୦ଜଣ ସାଙ୍ଗ ସବୁବେଳେ ଓ ସବୁ ସମୟରେ ସୁଖଦୁଃଖ ହୁଅନ୍ତି, ଭୋଜିଭାତ କରନ୍ତି, ବୁଲାବୁଲି କରନ୍ତି ଆହୁରି କେତେକଣ । ଅନେକ ସମୟରେ ପରସ୍ପର ଭିତରେ ଝଗଡ଼ା ବି ଲାଗନ୍ତି । ସବୁ ଘଟଣା ଘଟେ ମାକ୍ସ ଗ୍ରୁପରେ । ପଇସା ଥାଉ କି ନଥାଉ ଯାହା ଇଚ୍ଛା ହୁଏ ତାହା କରିବାକୁ ପସନ୍ଦ କରନ୍ତି ଏହି ଗ୍ରୁପର ସାଙ୍ଗମାନେ । ଯାଜପୁର ପୌରାଞ୍ଚଳରେ ଅନେକ ଛକର ଲୋକ ଏହି ଗ୍ରୁପକୁ ନେଇ ଈର୍ଷା ବି କରନ୍ତି । କେବଳ ଯେ ଭୋଜିଭାତ, ଗପସପ ନୁହେଁ, ସାଙ୍ଗ ଓ ପଡ଼ୋଶୀଙ୍କ ସୁଖଦୁଃଖରେ ମଧ୍ୟ ଏହି ଗ୍ରୁପର ସଦସ୍ୟମାନେ ସାହାଯ୍ୟ ଓ ସହଯୋଗ କରନ୍ତି ।ସମୟ ବଦଳିଲା, ବୟସ ବଢିଲା । ପ୍ରାୟ ଅଧିକାଂଶ ସାଙ୍ଗଙ୍କ ସାଂସାରିକ ଜୀବନ ବି ଆରମ୍ଭ ହୋଇଗଲା । କିଛି ସାଙ୍ଗ ଯାଜପୁରରେ ନିଜର ଭବିଷ୍ୟତ ଗଢିଲେ ତ ଆଉ କିଛି ସାଙ୍ଗ ଭିନ୍ନଭିନ୍ନ ସହରରେ । ଦେଖାକରିବା ଓ ସଭିଏଁ ଏକାଠି ହୋଇ ଭୋଜି କରିବା ତ କାହିଁ କେତେଦିନ ହେଲା ବନ୍ଦ ହୋଇଯାଇଛି । ଜୀବନ ଜଞ୍ଜାଳ ଭିତରେ ସମୟ ବାହାର କରି ଫୋନରେ ଗପସପ ହେବା ପାଇଁ ବି କାହାକୁ ସମୟ ମିଳୁନାହିଁ । ହେଲେ ପରସ୍ପର ପ୍ରତି ଥିଲା ଭଲ ପାଇବା କିନ୍ତୁ ଆଜି ବି ସେମିତି ଅତୁଟ ରହିଛି। ଗୋଟେ କଥା ଏଥିରୁ ସ୍ପଷ୍ଟ ଯେ ପୁରୁଣା ଦିନ ସିନା ଫେରିବନି । କିନ୍ତୁ ପୁରୁରା କଥା, ପୁରୁଣା ସ୍କୃତିକୁ ତାଜା କରିବା ପାଇଁ ତ ସାଙ୍ଗର ରାଗ ଦରକାର ନା। ତେଣୁ ସେ ରାଗିବା ଦରକାର ଆଉ ଏମିତି ରାଗୁଥାଉ..
ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ସାମ୍ବାଦିକ ସମ୍ମିଳନୀ…
{}ଆସନ୍ତା 30 ତାରିଖରେ ହେବାକୁ ଯାଉଥିବା ଉପନିର୍ବାଚନ ପାଇଁ ପ୍ରସ୍ତୁତ ଶେଷ ହୋଇଛି । କୋଭିଡ ଗାଇଡ଼ ଲାଇନ ଅନୁଯାୟୀ 72 ଘଣ୍ଟା ପୂର୍ବରୁ ସାଇଲେଣ୍ଟ ପିରିୟଡ଼ ଲାଗୁ ହେବା କଥା । ସେହି ଅନୁଯାୟୀ ଗତକାଲି ସନ୍ଧ୍ୟା 6 ରୁ ସାଇଲେଣ୍ଟ ପିରିୟଡ଼ ଲାଗୁ ହୋଇଛି । ପୁଲିଂ ପାର୍ଟି ପେଣ୍ଠକଟା ରେ ରହିଛନ୍ତି । ସେଠୁ ବୁଥ କୁ ବାହାରିବେ ।
– ସର୍ବମୋଟ 2 ଲକ୍ଷ 29 ହଜାର 998 ଭୋଟର ରହିଛନ୍ତି
– ମୋଟ ବୁଥ ସଂଖ୍ୟା 348
– 201 ସମ୍ବେଦନଶୀଳ ବୁଥ ସଂଖ୍ୟା,ମାଇକ୍ରୋ ଅଵଜବର କିମ୍ୱା ସେଣ୍ଟ୍ରାଲ ଫୋର୍ସ ମୁତୟନ କରାଯାଇଛି । ସେଠାରେ ୱବେ କାଷ୍ଟ କିମ୍ୱା ସିସିଟିଭି ଲଗାଯିବ ।
– 2200 ପୁଲିଂ ପାର୍ସୀନାଲିଟି ସଂଖ୍ୟା
– 2000 ହଜାର ପୋଲିସ, 32 ଟି ମୋବାଇଲ ପାର୍ଟି ନିୟୋଜିତ ହେବେ
– 423 ଗାଡି ନିଆଯାଇଛି ପୁଲିଂ ପାର୍ସୀନାଲିଟି ଯିବା ଆସିବା ପାଇଁ
– 348 ଭିଭିପାଟ ବ୍ୟବହାର ହେବ
– 924 ପୋଷ୍ଟାଲ ବାଲଟ ଭୋଟ ଆମେ ପାଇଛୁ
କୋଭିଡ ଗାଇଡ଼ ଲାଇନ ଭିତରେ ହେବ ନିର୍ବାଚନ । ପ୍ରତି ବୁଥରେ 1000 ଜଣ ମତ ଦାତା ଭୋଟ ଦେଇ ପାରିବେ । ତେବେ ଏହି ସମୟରେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜେସନ ବ୍ୟବସ୍ଥା କରାଯିବ । ସମସ୍ତେ ଡବଲ ଡୋଜ ଭ୍ୟାକ୍ସିନ ନେବା ପାଇଁ ବ୍ୟବସ୍ଥା ଇରାଯାଇଥିଲା । ସମସ୍ତେ ଆସିବା ବେଳେ ସାର୍ଟିଫିକେଟ ନେଇ କି ଆଇବେ ବୋଲି କୁହାଯାଇଛି । ଭୋଟର ଆଇକର୍ଡ଼ ପରେ 11 ଟି ଅନ୍ୟ ଆଇଡି ଦେଖାଇ ଲୋକମାନେ ଭୋଟ ଦେଇ ପାରିବେ । ପ୍ରତ୍ୟେକ ଭୋଟର ଙ୍କୁ ହ୍ୟାଣ୍ଡ ଗ୍ଲୋବ ଦିଆଯିବ । ଏହା ବାଦ ମାକ୍ସ ଓ ସାନିଟାଇଜେସନ ବ୍ୟବସ୍ଥା କରାଯିବ । ସମସ୍ତଙ୍କର ଥର୍ମାଲ ସ୍କାନିଂ କରାଯିବ । ଯେଉଁମାନଙ୍କର ଅଧିକ ତାପମାତ୍ରା ଅଧିକ ଥିବ ସେମାନଙ୍କୁ ଚିରକୁଟ ଦିଆଯାଇ ପଠାଯିବ । ଶେଷ ଘଣ୍ଟାରେ ସେମାନେ ଆସି ଭୋଟ ଦେବେ । ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।ନିର୍ବାଚନ ପ୍ରଚାର ସମୟରେ ଆସିଥିବା ଆଚରଣ ବିଧିର ଉଲଂଘନ ର 3 ଟି ଅଭିଯୋଗକୁ ତଦନ୍ତ କରାଯାଇଛି । କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଛି । ଏଥିପାଇଁ 5 ହଜାର ଟଙ୍କା ଫାଇନ ବି କଟାଯାଇଛି ।
ସୁଶୀଲ କୁମାର ଲୋହାନି, ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ














