୨୧୬ ପୋଲିସ ଫାଣ୍ଡି ଦାୟିତ୍ୱ ରେ ରହିବେ ସଵ୍ ଇନ୍ସପେକ୍ଟର…

{}୨୧୬ ପୋଲିସ ଫାଣ୍ଡି ଦାୟିତ୍ୱ ରେ ରହିବେ ସଵ୍ ଇନ୍ସପେକ୍ଟର।

()ଓଡ଼ିଶା ପୋଲିସର ୨୧୬ଟି ଫାଣ୍ଡି ଦାୟିତ୍ୱ ରେ ଏଣିକି ସବ୍‌ଇନ୍‌ସପେକ୍ଟର ମାନେ ରହିବେ । ଏ ସମ୍ପର୍କୀୟ ପ୍ରସ୍ତାବ କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ସହକାରୀସଵ୍ ଇନ୍ସପେକ୍ଟର ମାନେ ଫାଣ୍ଡି ଦାୟିତ୍ୱ ରେ ରହୁଥିଲେ ।ପ୍ରଦାନ କରିଛନ୍ତି।କମିଶନରେଟ୍‌ ପୋଲିସ ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲା ପୋଲିସ ଓ ରେଲୱେ ପୋଲିସ ଦ୍ବାରା ପରିଚାଳିତ ପୋଲିସ ଫାଣ୍ଡି ମାନଙ୍କରେ ସଵ୍ ଇନସପେକ୍ଟର ମାନଙ୍କୁ ନିଯୁକ୍ତି ଦିଆଯିବ।ସବ୍ଇନ୍ସପେକ୍ଟର ମାନଙ୍କ ତାଲିମ ଓ ଅପରାଧ ଅନୁସନ୍ଧାନ ରେ ସେମାନଙ୍କ ଦକ୍ଷତା ଫାଣ୍ଡି ସ୍ତରରେ ଅପରାଧ ନିୟନ୍ତ୍ରଣ ରେ ବିଶେଷ ସହାୟକ ହେବ ବୋଲି ଆଶା କରାଯାଏ ।

କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ ଓ ତାଙ୍କ ଗୁଣ୍ଡା ବାହିନୀ ଦ୍ବାରା ଉତ୍ତର ପ୍ରଦେଶରେ କୃଷକ ମାନଙ୍କୁ ଗୁଳି ଓ ଗାଡି ଚଢେଇ ବିଭତ୍ସ ହତ୍ୟା ପ୍ରତିବାଦରେ ଭୁବନେଶ୍ୱର ଗଣ ପ୍ରତିବାଦ…

 {}କର୍ପୋରେଟ୍ ସ୍ୱାର୍ଥରେ ଗଣତାନ୍ତ୍ରିକ କୃଷକ ଆନ୍ଦୋଳନକୁ କୃଷକମାନଙ୍କ ରକ୍ତରେ ରକ୍ତ ରଞ୍ଜିତ କରିଚାଲିଛି ଶାସକ ବିଜେପି ଦଳ । ଖୋଦ୍ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁତ୍ର ଓ ତାଙ୍କର ଗୁଣ୍ଡା ବାହିନୀ ଦ୍ୱାରା ଗତକାଲି ଉତ୍ତର ପ୍ରଦେଶ ଅନ୍ତର୍ଗତ ଲକ୍ଷ୍ମୀପୁର(ଖେରା)ରେ ଯେପରି କୃଷକ ମାନଙ୍କୁ ଗୁଳି କରି ଓ ଗାଡି ମଡେଇ ହତ୍ଯା କରାଯାଇଛି, ତାହା ବିଜେପି ସରକାରଙ୍କ ଅତୀତର ସମସ୍ତ କଳଙ୍କମୟ ଇତିହାସକୁ ପଛରେ ପକାଇ ଦେଇଛି । ।କିନ୍ତୁ କୃଷକ ମାନଙ୍କ ରକ୍ତରେ ହୋଲି ଖେଳି ସବ୍ କା ସାଥ୍- ସବ୍ କା ବିକାଶର ମିଥ୍ୟା ଡିଣ୍ଡିମ ପିଟି ଚାଲିଥିବା ନରେନ୍ଦ୍ର ମୋଦିଙ୍କ ବିଜେପି ସରକାରଙ୍କୁ ଇତିହାସ ଓ ଦେଶବାସୀ କେବେ କ୍ଷମା କରିବେ ନାହିଁ ବୋଲି ଆଜି ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଡାକରାରେ ଦେଶବ୍ୟାପୀ ପ୍ରତିବାଦ ଅବସରରେ ରାଜଧାନୀ ଭୁବନେଶ୍ବରରେ ଆୟୋଜିତ ପ୍ରତିବାଦରେ ଚେତାବନୀ ଦିଆଯାଇଛି ।ଲକ୍ଷ୍ମୀପୁର ଖେରା ରେ କୃଷକ ମାନଙ୍କ ଗଣହତ୍ୟା ତଥା ନରସଂହାର ଘଟଣାର ଅପରାଧୀ ମାନଙ୍କ ବିରୋଧରେ ନରହତ୍ୟା ମକଦ୍ଦମା ଦାୟର କରି ସେମାନଙ୍କୁ ତୁରନ୍ତ ଗିରଫ୍ କରିବା, ସୁପ୍ରିମକୋର୍ଟର ତଦାରଖରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍(ଏସ୍.ଆଇ.ଟି) ଗଠନ କରି ସମ୍ପୂର୍ଣ୍ଣ ମାମଲାର ତଦନ୍ତ କରିବା ପାଇଁ ଆଜିର ପ୍ରତିବାଦରେ ଦାବି କରାଯାଇଛି । ସେହିପରି ସାମ୍ବିଧାନିକ ପଦପଦବୀରେ ରହି ଶାନ୍ତିପୂର୍ଣ ଭାବେ ପ୍ରତିବାଦ କରୁଥିବା ଦେଶର କୃଷକ ମାନଙ୍କ ଉପରେ ଆକ୍ରମଣ ଓ ହିଂସା କରିବାକୁ ଖୋଲାଖୋଲି ଆହ୍ବାନ ଦେଇଥିବା ବିଜେପି ନେତା ତଥା ହରିଆଣାର ମୂଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର ଓ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ତୁରନ୍ତ ସେମାନଙ୍କ ପଦବୀରୁ ବହିଷ୍କାର କରିବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।ସଂଯୁକ୍ତ କିଷାନ୍ ମୋର୍ଚ୍ଚା, ଓଡିଶା ବ୍ୟାନର ରେ ଆୟୋଜନ କରାଯାଇଥିବା ଏହି ପ୍ରତିବାଦରେ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ସହିତ ସହବନ୍ଧିତ ବିଭିନ୍ନ କୃଷକ ସଂଗଠନ ଓ ଗଣ ସଂଗଠନ ମାନଙ୍କ ସହିତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଓ ମାନବବାଦୀ ତଥା ଗଣତାନ୍ତ୍ରିକ ଆନ୍ଦୋଳନର କର୍ମୀ ଓ ନେତାମାନେ ସାମିଲ ହୋଇଥିଲେ ।ଓଡିଶା କୃଷକ ସଭା, ଅଖିଳ ଭାରତ କିଷାନ୍ ମହାସଭା, ଅଲ୍ଇଣ୍ଡିଆ କୃଷକ କ୍ଷେତ୍ ମଜଦୂର୍ ସଂଗଠନ, ଅଗ୍ରଗାମୀ କିଷାନ୍ ସଭା, ଅଖିଳ ଭାରତ କ୍ଷେତ୍ ମଜଦୂର୍ କିଷାନ୍ ସଭା, ଅଖିଳ ଭାରତ କୃଷକ ସଭା, ଇନସାଫ୍ ସହିତ ସିପିଆଇ, ସିପିଏମ୍, ଏସ୍.ୟୁ.ସି.ଆଇ(ସି), ସିପିଆଇ(ଏମ୍.ଏଲ୍)-ଲିବରେସନ୍, ଫରୱାର୍ଡ ବ୍ଲକ, ସିପିଆଇ(ଏମ୍.ଏଲ୍)- ରେଡ୍ ଷ୍ଟାର , ସିପିଆଇ (ଏମ୍.ଏଲ୍) ସହିତ ସଂପୃକ୍ତ ଗଣ ସଂଗଠନ ମାନଙ୍କ ସହିତ ସମାଜବାଦୀ ପାର୍ଟି, ଆମ୍ ଆଦମୀ ପାର୍ଟି, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ବସ୍ତି ସୁରକ୍ଷା ମଞ୍ଚର ସାଥି ମାନେ ଆଜିର ପ୍ରତିବାଦରେ ସାମିଲ ହୋଇଥିଲେ।ସେମାନଙ୍କ ମଧ୍ୟରେ ସୁରେଶ ପାଣିଗ୍ରାହୀ, ଅଶୋକ ପ୍ରଧାନ, ଜ୍ୟୋତି ରଞ୍ଜନ ମହାପାତ୍ର, ନରେନ୍ଦ୍ର ମହାନ୍ତି, ଶଂକର ସାହୁ, ନିରଞ୍ଜନ ମହାନ୍ତି, ଶ୍ରୀକାନ୍ତ ମହାନ୍ତି, ରାଧାକାନ୍ତ ସେଠୀ, ଯୁଧିଷ୍ଠିର ମହାପାତ୍ର, ପ୍ରଭାତ ପାଣିଗ୍ରାହୀ, ଅରୁଣ ଜେନା, ରଙ୍ଗାଚରଣ ପ୍ରଧାନ, ସୁଦର୍ଶନ ପ୍ରଧାନ, ରାଜେନ୍ଦ୍ର ବର୍ମା, ବିଶ୍ୱପ୍ରିୟ କାନୁନଗୋ, ମହମ୍ମଦ ସୁକୁର୍, ଲେନିନ୍ କୁମାର, ଦେବରଞନ, ପ୍ରମିଳା ବେହେରା, ପ୍ରମୋଦିନୀ ସାହୁ, କିଷାନ୍ ପଟ୍ଟନାୟକ, ଗଣେଶ ତ୍ରିପାଠୀ, ସତୀଶ୍ ମିଶ୍ର, ସଂଘମିତ୍ରା ଜେନା, ନାରାୟଣ ରେଡ୍ଡୀ, ମଧୁସୂଦନ, ଅଭିରାମ ବେହେରା, ସୁବାସ ନାୟକ, ପ୍ରଦୀପ୍ତ ନାୟକ, ଭାନୁମତୀ ରେଡ୍ଡୀ, ଅଶୋକ ସାହୁ, ଅଶୋକ ମିଶ୍ର, ରଶ୍ମିରଞ୍ଜନ ଜେନା, ସୁବାସ ସାହୁ, ସାଲ ମାର୍ଣ୍ଡି, ଚାମ୍ବୁର ସୋରେନ୍, ଅନୁରାଧା ସୁବୁଦ୍ଧି, ମଧୁସୂଦନ ବିଶ୍ୱାଳ, ସୁନୀତା ପାଣିଗ୍ରାହୀ, ଅନାମିକା ମିଶ୍ର, କ୍ଷୀରମଣୀ ମହାନ୍ତ, ଜାନକୀବଲ୍ଲଭ ରାଓ, ମୀନା ଭୋଇ, ରଞ୍ଜନ ମିଶ୍ର, ବିଚିତ୍ର ବଳ, ବିବେକକୃଷ୍ଣ ପ୍ରମୁଖ ଅନ୍ୟ ବହୁ ସାଥି ମାନଙ୍କ ସହ ଏହି ପ୍ରତିବାଦରେ ନେତୃତ୍ୱ ନେଇଥିଲେ ।ପ୍ରତିବାଦ ପରେ ବିକ୍ଷୋଭକାରୀ ମାନେ ଏକ ଶୋଭାଯାତ୍ରାରେ ସଚିବାଳୟ ଅଭିମୂଖେ ଶୋଭାଯାତ୍ରାରେ ଯାଇଥିଲେ ଓ ପୋଲିସ୍ ସେମାନଙ୍କୁ ଅଟକାଇ ଥିଲା । ସେଠାରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପଠନ ପରେ କେନ୍ଦ୍ର ବିଜେପି ସରକାରଙ୍କ କୃଷକ ମାରଣ ନୀତି ଓ ହତ୍ଯା ରାଜନୀତି ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ସଂଗଠିତ କରିବାର ଶପଥ ନେଇ ପ୍ରତିବାଦ କାର୍ଯ୍ୟକ୍ରମକୁ ଶେଷ କରାଯାଇଥିଲା ।

ବୁଝି ହୁଏନା….

ବେଳେବେଳେ ଏମିତି ଇଚ୍ଛାହୁଏ ପ୍ରକୃତି, ପରିବେଶ ସହ ମିଶିଯିବାକୁ । ଋତୁପରେ ଋତୁ ଆସେ ମନରେ ଖେଳିଯାଏ ଆନନ୍ଦ । ଇଚ୍ଛାହୁଏ ସେଥିରେ ହଜିଯିବାକୁ ଓ ମଜିଯିବାକୁ । ପ୍ରକୃତି ଓ ମନର ମିିଳନରେ ପୁରା ପୃଥିବୀ ଯେ କେତେ ରଙ୍ଗୀନ ତାହାର ଅନୁଭୂତି ଯିଏ ପାଇଛି ସେ ଜାଣିଛି । ପ୍ରକୃତି ସମୟ ଅନୁସାରେ ଆପେଆପେ ସଜେଇ ହୁଏ, ରୂପ ବଦଳାଏ । ହେଲେ ନିଜେ କେବେ କିନ୍ତୁ ପରିବର୍ତ୍ତନନ ହୁଏ ନାହିଁ ।

ସେଦିନ ଶେଖର କହୁୂକହୁ କହିଲା । ଜାଣିଲ ଭାଇ ସାମ୍ନାଘର ଝିଅ ମାମା । ଠିକ ଅଦିନିଆ ବର୍ଷା ପରି, ଆକାଶରେ କଳାମେଘ ବାଦଲ ଘଟିଯିବ, ମଝିରେ ମଝିରେ ବିଜୁଳି ମାରିବ, ସୁଲସୁଲିଆ ପବନ ବୋହିବ । କିନ୍ତୁ ଛିଞ୍ଚା ବର୍ଷା ପରି ପଳାଇଯାଏ । ଆଉ ସେହି ବର୍ଷା ପୁରା ପରିବେଶକୁ ନୂଆ ମହକ ଦିଏ । ଯେମିତି ଅଦିନିଆ ବର୍ଷା ବରଷିବା ପାଇଁ ଚାହେଁ କିନ୍ତୁ ବରଷେ ନାହିଁ, ମାମା ର ମନ ମଧ୍ୟ ସେମିତି । ସେ ଶାନ୍ତ, ସରଳ , ନମ୍ର ପୁଣି ସୁନ୍ଦରୀ । କହିବାକୁ ଗଲେ ଯେତିକି ଗାଁଉଲି ସେତିକି ଆଧୁନିକ ସେ । ବୟସ ଅଧିକ ନହେଲେ ବି ସେ ଦୁନିଆକୁ ବହୁତ ଜାଣିଛି , ଭଲ ସେ ବୁଝିଛି । ତା ଖୁସି ତା ଭିତରେ ସୀମିତ । ସବୁବେଳେ ସେ କିଛି ନୂଆ ନୂଆ ସନ୍ଦେଶ ଦିଏ ତାର କଥାବାର୍ତ୍ତାରେ , ଗୁଣ ଆଉ ଜୀବନଶୈଳୀରେ । କେତେବେଳେ ସେ ପ୍ରକୃତି ପ୍ରେମୀ ତ କେତେବେଳେ ଫୁଲେଇ ରାଣୀ । ଦୁଃଖ ଓ ସୁଖ ସେ ନିଜେ ବଂଚିବା ସହ ଅନ୍ୟ ପାଇଁ ବ୍ୟତିବ୍ୟଥ ହୋଇପଡେ । ଅସୁମାରୀ ସ୍ୱପ୍ନ ଭିତରେ ସେ ବଂଚେ , କିଛି ପୂରଣ କରେ କିଛି କରିପାରେନା । ମାମାକୁ ଜାଣିବା ଯେମିତି ସହଜ ତାକୁ ବୁଝିବା ସେତିକି କଷ୍ଟ । ଠିକ ଜହ୍ନ ଓ ନୀଳକଇଁ ପରି । ଜହ୍ନରେ କଳଙ୍କ ଲାଗିଥିଲେ ମଧ୍ୟ ସେହି ଜହ୍ନ ଆଲୁଅରେ ନୀଳକଇଁ ଫୁଟିବାକୁ ଖୁସି ହୁଏ । ଜହ୍ନ ପାଇଁ ସେ ସବୁ କଳଙ୍କ ମୁଣ୍ଡେଇବାକୁ ରାଜି ହୁଏ । ହେଲେ ମାମା ଗୁଣ ସେଥିରେ କିଛି ଟା ମିଶୁଛି । ହେଲେ ସେ କିନ୍ତୁ ସନ୍ଦେଶ ଦିଏ କିଛି ଭିନ୍ନ । କାରଣ ସେ ଯେମିତି ସରଳ , ଶାନ୍ତ ତା ଚିନ୍ତାଧାରା , ତା ରୁଚି ତା ପରିବେଶ ବି ସେମିତି ଶାନ୍ତ ।

ଦୁନିଆରେ ଏମିତି କିଛି ଘଟେ ତାହା ବୁଝିବା କଷ୍ଟ କର । କି କିଏ ବୁଝାଇଲେ ବି ବୁଝି ହୁଏନା । କାରଣ, ଉତ୍ତର କାହା ପାଖରେ ନାହିଁ । ଆଉ ଠିକ ସେମିତି ମାମା, ତାକୁ ବୁଝି ହୁଏନା , ଶେଖର ଏତିକି କହିଲା ବେଳେ ଅଦିନିଆ ବର୍ଷା ଆକଶରେ ଘୋଡ଼ିଆସିଲା । ..

ସତର୍କ ରୁହନ୍ତୁ ଆସୁଛି ତୃତୀୟ ଲହର….

{}ଶୀତ ଋତୁରେ ଅନେକ ଲୋକ ଘରେ ରହିବାକୁ ଚାହାଁନ୍ତି । ଥଣ୍ଡା ଯୋଗୁଁ ବେସି ବାହାରେ ବୁଲନ୍ତି ନାହିଁ । ତେଣୁ ଭିଡ ହୋଇ ସଂକ୍ରମଣ ବଢିବାର ସାମାନ୍ୟ ଭୟ ରହିଛି । କିନ୍ତୁ ଯେତେ କମ ସଂକ୍ରମଣ ହେଲେ ମଧ୍ୟ ତାକୁ ପ୍ରତିକାର କରିବା କୁ ପଡିବ । ସ୍ଆଉ ଆମର ଗୋଟିଏ ଭୁଲ ବଡ଼ ବିପଦକୁ ଆମନ୍ତ୍ରଣ କରିପାରେ ।କୌଣସି ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବାପାଇଁ ଭାରତ ସରକାର କୌଣସି ପ୍ରତିବନ୍ଧକ ରଖି ନାହାନ୍ତି । ଅନ୍ୟ ରାଜ୍ୟରୁ ଲୋକ ଆସିବେ । ସେମାନେ ଯାହା ପାଖକୁ ଆସୁଛନ୍ତି ସେମାନେ ସତର୍କତା ପଦକ୍ଷେପ ନେବା ଦରକାର ।ପୂର୍ବରୁ ତୃତୀୟ ଲହରକୁ ନେଇ ଭିନ୍ନ ଭିନ୍ନ ମତ ଆସିଥିଲା । ଏପର୍ଯ୍ୟନ୍ତ ତୃତୀୟ ଲହର ଆସିନାହିଁ । ସମୟ କହିବ କେବେ ଆସିବ । ସବୁ ବେଳେ ସବୁ ଆକଳନ ଠିକ ହେବ ବୋଲି କହିହେବ ନାହିଁ। ବାଇଟ- ସିବିକେ ମହାନ୍ତି, ଡିଏଇମିଟି

ଗଜପତିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ….

{}ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା

ଗଜପତିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ…

ଗଜପତି ମୋ ପାଇଁ ସ୍ବତନ୍ତ୍ର ଗୁରୁତ୍ବ ବହନ କରେ – ମୁଖ୍ୟମନ୍ତ୍ରୀ..

ଜିଲ୍ଲାର ୯୦ ପ୍ରତିଶତ ଲୋକ ଏହି ସୁବିଧା ପାଇବେ।
{}ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଗଜପତି ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୧.୩୫ ଲକ୍ଷ, ପ୍ରାୟ ୯୦ ପ୍ରତିଶତ ଲୋକ ଏହି ସୁବିଧା ପାଇବେ ।ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗଜପତି ଜିଲ୍ଲା ସହ ବିଜୁ ବାବୁଙ୍କର ସଂପର୍କ ବିଷୟରେ ସମସ୍ତେ ଜାଣନ୍ତି। ତେଣୁ ଗଜପତି ଜିଲ୍ଲା ତାଙ୍କ ପାଇଁ ସ୍ବତନ୍ତ୍ର ଗୁରୁତ୍ବ ବହନ କରେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିପାଇ ଗଜପତିରେ ସ୍ମାର୍ଟ ହେଲ୍‌ଥ କାର୍ଡ ଆରମ୍ଭ କରି ସେ ବହୁତ ଖୁସି ବୋଲି କହିଥିଲେ।ଗଜପତି ଜିଲ୍ଲାର ସ୍ବାତନ୍ତ୍ର୍ୟ ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗଜପତି ହେଉଛି କଳା ଓ ସସ୍ଖୃତିର ଭୂମି । ଛୋଟିଆ ଜିଲ୍ଲା ହେଲେ ମଧ୍ୟ ଆଧୁନିକ ଓଡ଼ିଶା ପାଇଁ ଗଜପତି ର ଅବଦାନ ବହୁତ ବେଶୀ । ଏହି ଅବସରରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ଅବଦାନକୁ ଏ ଜାତି କେବେ ଭୁଲି ପାରିବ ନାହିଁ । ସେ ଥିଲେ ବିକାଶ ଓ ସ୍ବାଭିମାନ ର ପ୍ରତୀକ । ସେହିପରି କବି ଗୋପାଳ କୃଷ୍ଣ ପଟ୍ଟନାୟକ ତଥା ବିଶିଷ୍ଟ historian ଡ ସତ୍ୟନାରାୟଣ ରାଜଗୁରୁଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଗଜପତି ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ରାସ୍ତାଘାଟ, ଶିକ୍ଷା, ସ୍ବାସ୍ଥ୍ୟ ଭିତ୍ତିଭୂମି ସହିତ ମେଗା ପାଇପ ପାଣି ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ଏହାସହିତ ମହେନ୍ଦଗିରି ତୀର୍ଥର ବିକାଶ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ ଯେ ସ୍ମାର୍ଟ ହେଲ୍‌ଥ କାର୍ଡ ରାଜ୍ୟ ସରକାରଙ୍କ ଏକ ଫ୍ଲାଗ ସିପ୍‌ କାର୍ଯ୍ୟକ୍ରମ। ଅଗଷ୍ଟ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ମାଲକାନଗିରିରେ ଏହାର ଶୁଭାରମ୍ଭ କରିଥିଲେ। ଏହାପରେ ସୁନ୍ଦରଗଡ, ବଲାଙ୍ଗୀରରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବା ପରେ ଆଜି ଗଜପତିରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ, ଅନୁସୂଚିତ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ଶିଳ୍ପ ଓ ଶକ୍ତି ମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର, ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଓ ବିଧାୟକଗଣ ଯୋଗ ଦେଇଥିଲେ ।

ପିପିଲି ବାସୀଙ୍କୁ କଣ କହିଲେ ନବୀନ…

{}ପିପିଲି ବାସୀଙ୍କୁ କଣ କହିଲେ ନବୀନ…
ବିଧାନସଭା ଉପ ନିର୍ବାଚନରେ Biju Janata Dal Odisha ର ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିପୁଳ ଜନସମର୍ଥନ ଦେଇଥିବାରୁ ପିପିଲିବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଏଥିସହ ଦଳର ସମସ୍ତ କର୍ମୀ ଓ ନେତୃବୃନ୍ଦଙ୍କୁ ମୋର ଶୁଭେଚ୍ଛା। ବିଜୁ ଜନତା ଦଳ ଆପଣମାନଙ୍କର ଦଳ। ଆପଣମାନଙ୍କ ସେବାରେ ଆମେ ସର୍ବଦା ସମର୍ପିତ l

ପିପିଲି ବାଜି ଜିତିଲା ବିଜେଡ଼ି….

() ଶଙ୍ଖମୟ ହୋଇଛି ବିଜେଡି l ବହୁ ବ୍ୟବଧାନରେ ପିପିଲିରେ ବାଜି ମାରିନେଇଛି ବିଜୁ ଜନତା ଦଳ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ପ୍ରତି ରାଉଣ୍ଡରେ ବିଜେଡିର ଦବଦବା ଜାରି ରହିଥିବା ବେଳେ କୌଣସି ବି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଅନ୍ୟ ଦଳର ପ୍ରାର୍ଥୀଙ୍କ ଠାରୁ ପଛୁଆ ନଥିଲେ । ଚଳିତ ନିର୍ବାଚନରେ ଗତ ସାଧାରଣ ନିର୍ବାଚନ ଅର୍ଥାତ ୨୦୧୯ ନିର୍ବାଚନ ଠାରୁ ମଧ୍ୟ ଅଧିକ ଭୋଟ ପାଇଛନ୍ତି ବିଜେଡି ପ୍ରାର୍ଥୀ । ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱର୍ଗୀୟ ପ୍ରଦୀପ ମହାରଥୀ ପାଇଥିଲେ ୮୮୫୧୮ ଖଣ୍ଡ ଭୋଟ ।୨୪ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ୯୨୮୧୦ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୭୨୩୨୧ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ୪୧୫୫ ଖଣ୍ଡ ଭୋଟ ପାଇଛନ୍ତି।

ଫେରିଛି ସେ…..

କ୍ଲାସରେ ବାପାଙ୍କ ସହ ହଠାତ ଆସି ପହଂଚିଗଲା ମିନୁ । ପ୍ରଥମେ ଦେଖାରେ ମିନୁ ପ୍ରତି ଅହେତୁକ ଦୁର୍ବଳାତା ପଳାଇଆସିଥିଲା ସେହି କ୍ଲାସରେ ଥିବା ରାଜର । ଟିଉସନ ସରିଲା, ହେଲେ ରାଜର ମନ ପାଠ ଅପେକ୍ଷା ମିନୁ ପାଖରେ ରହିଗଲା । କିଏ ସେ ମିନୁ । କଲେଜରେ ପାଦ ଦେଉଦେଉ ଚପଳ ବୟସରେ ରାଜ ଏତେ ମାତ୍ରାରେ ତା ପ୍ରତି ଆକର୍ଷିତ ହୋଇଗଲା ଯେ ତାହା କେବଳ ଅନୁଭବ କରିହୁଏ । ମିନୁ ସ୍ୱଭାବରେ ଭାରିଶାନ୍ତ, ସରଳ ଓ ନମ୍ର । ମୋଟାମୋଟି କହିବାକୁ ଗଲେ ଘରୋଇ ଝିଅଟିଏ । ପ୍ରେମ, ଭଲ ପାଇବା ଯେମିତି ତା ପାଖରେ ମୂଲ୍ୟହୀନ । ସେ ପରିବାର କଟକଣା ପାଇଁ ହେଉ ଅବା ନିଜ ମନ ଭିତରେ ଥିବା ଭୟ ପାଇଁ । ତାକୁ ଟିଉସନ, କଲେଜରେ କିଏ ଚାହିଁଲା ଓ କିଏ ନଚାହିଁଲା ତାହାର ଫରକ ପଡ଼େ ନାହିଁ । ହେଲେ ରାଜ ତ ମିନୁ ଠାରୁ ଶତ ପ୍ରତିଶତ ଭିନ୍ନ । ତା ମନରେ କିନ୍ତୁ ସମୟ ଅନୁସାରେ ବଢିଚାଲିଲା ଦୁର୍ବଳତା । ତା ମନ ସବୁବେଳେ ଖଜିଲା କେମିତି ମିନକୁ ଦେଖିବ ଓ କଥା ହେବ । ସବୁ ପ୍ରେମିକ ପରି ସେ ମିନୁ ଯିବା ଓ ଆସିବା ବାଟକୁ ଚାହିଁ ରହିଲା । ଏମିତିି କିଛି ଦିନ ଚାଲିଲା । ଏହି ଦେଖାଚାହାଁ ସମୟ ଭିତରେ ମିନୁ ଓ ତାର ସାଙ୍ଗ ଲିଜା ଜାଣିପାରିଲେ ଯେ ରାଜ ମିନୁ ପଛରେ ପଡ଼ିଛି । ବାସ କିଛି ଦିନ ପରେ ହାଠାତ କଲେଜରେ ଲିଜା ରାଜକୁ ଡ଼ାକି କହିଲା “ଭାଇ ଟିକେ ଶୁଣିବେ” । ରାଜ ନ ବୁଝିପାରିଲା ପରି ନରଭର୍ସ ହୋଇ ଧୀର ସ୍ୱରରେ କହିଳା ମତେ ଡ଼ାକିଲେ କି ? ଲିଜା କହିଲା ହଁ ଭାଇ । କଲେଜ ଆଇକାର୍ଡ଼ ଟିକେ ତ୍ରୃଟି ରହିଯାଇଛି । ଯାହ କିରଶୀ ଚାହିଁଲେ ହୋଇଯିବ । ହେଲେ ଦୁଇ ଦିନ ହେଲା ସେ ଆମର ଏହି ଛୋଟିଆ କଥାଟା ରଖୁନି । ରାଜ ଖୁସି ହେଇ କହିଲା ହେଉ ଦିଅ ଆଇକାର୍ଡ଼ । ମୁଁ କରିଦେବି । ରାଜ ବି କରିଦେଲା କାମ ଓ ଆଇକାର୍ଡ ଫେରିବାକୁ ଯାଇ ହସଭରା ‘ ଥାଙ୍କ କ୍ଯୁ ‘ ଶବ୍ଦ ପାଇଥିଲା ଦୁହିଁଙ୍କ ପାଖରୁ l ତାପରେ ହାଠତ ରାଜ ତା ଫୋନ ଲିଜା କୁ ଦେଇ ମିନୁ ସହ କଥା ହେଲା । ଏତେଦିନ ପରେ ମିନୁ ରାଜ ପ୍ରତି ଭଲ ପାଇବା ନଥିଲେ ମଧ୍ୟ ସାମାନ୍ୟ ଆକର୍ଷତ ହୋଇଥିଲା । ଟିକେ କଥା ବି ହେଲା, ହେଲେ ସାଙ୍ଗ ହିସାବରେ । ଏମିତି କିଛି ଦିନ ଚାଲିଲା । ରାଜ ବୁଝିଲା ମିନୁ ସାଙ୍ଗ ହିସାବରେ କଥା ହେଉଛି । କାରଣ ତାର ରାଜ ପ୍ରତି ଆକର୍ଷଣ ଥିଲେ ମଧ୍ୟ ସେ ଘରରର କଟକଣା ଓ ପରିବାରର ଚାପ ଭିତରେ ନିଜର ମନର କଥାକୁ ମନେମନେ ମାରିଦେଲା । ହେଲେ ରାଜ ତ ମିନୁ ସହ କଥା ହୋଇ ଭାରି ଖୁସି । ଯେମିତି ଦୁନିଆର ସବୁକିଛି ସେ ପାଇଗଲା । ଯୁଆଡ଼େ ଚାହିଲା ତାକୁ ରଙ୍ଗୀନ ଦିଶିଲା । ସବୁବେଳେ ମିନୁ କଥା ଭାବିଲା । ଏମିତି କିଛି ଦିନ ପରେ ରାଜକୁ ମିନୁ ଡ଼ାକି କହିଲା ଦେଖ ରାଜ । ଆମ ଭିତରେ ଯାହା ଚାଲିଛି ତାହା ସିକରେଟ ରହୁ । କିଏ ଜାଣିଲେ ବାପା ମତେ କଲେଜ ଛାଡ଼ିବେନି , ତମେ ଜାଣ ମୋ ବାପା କେମିତିକା ଲୋକ ମୋର ପାଠପଢା ବନ୍ଦ କରିଦେବେ । ରାଜ ବ୍ୟସ୍ତ ହେଲା ଏବଂ ଯେମିତି କେହି ଜାଣିବେନି ଓ ମିନୁ ଉପରେ କୌଣସି ଆଞ୍ଚ ଆସିବନି ସେ ନେଇ ସତର୍କ ରହିବାକୁ ନିଷ୍ପତି ନେଲା l କାରଣ ରାଜ ମିନୁ କୁ ଜୀବନ ସାଥୀ କରିବାର ନିଷ୍ପତି ନେଇସାରିଥିଲା l କଥା ବାର୍ତ୍ତା, ଦେଖା ଚାହାଁ ସବୁ ଲୁଚାଛପାରେ ଚାଲିଲା କିଛିି ଦିନ । ପ୍ରେମ କେବେ ଲୁଚି ରହେନା । ମିନୁର ବାପାଙ୍କ କାନକୁ ଗଲା ରାଜ ଓ ମିନୁ କଥା । ସେଠୁ ବଦଳିଗଳା ସବୁକିଛି । ମିନୁର ପାଠପଢା ବନ୍ଦ ହୋଇଗଲା । ମିିନୁ ଓ ରାଜ ମଧ୍ୟରେ ଦୂରତା ବଢିଗଲା। ରାଜ ବି ପରିସ୍ଥିତିକୁ ପାଥେୟ କରି ନିଜ ପ୍ରେମିକାର ସ୍ମୃତିକୁ ନେଇ ବଞ୍ଚିବାକୁ ଚେଷ୍ଟା କଲା l ସମୟ ଗଡି ଚାଲିଲା.. କିଛି ବର୍ଷ ପରେ ମିନୁ ବାହାହୋଇଗଲା । ମିନୁ ତା ବାଟରେ ରାଜ ବି ତା ବାଟରେ ।

୮ ବର୍ଷ ପରେ ଘରକୁ ଫେରିଛି ମିନୁ । ସେ ଏବେ ନିଜ ବାପଘରେ । ଏ ଖବର ରାଜ ପାଖରେ ପହଞ୍ଚିଛି । ଆଉ ରାଜର ମନେ ପଡ଼ିଛି ସେ ପୁରୁଣା କଥା । ପୂର୍ବରୁ ଯେମିତି ମିନୁକୁ ଦେଖିବାକୁ ରାଜ ମନରେ ଦୁର୍ବଳତା ଥିଲା ଠିକ ସେହିଭଳି ଆଜି ବି ଦେଖିବାକୁ ଚାହୁଁଛି । ଏକଥା ମିନୁ ଜାଣିଛି କି ନାହିଁ ତାହା ରାଜକୁ ଜଣାନାହିଁ । କାରଣ ରାଜ ଗାଁରେ ନୁହେଁ, ରହିଛି ୩ଶହ କିଲୋମିଟର ଦୂର ରାଜଧାନୀରେ । କିନ୍ତୁ ରାଜ ର ପ୍ରେମ କହାଣୀକୁ ଆଜିକା ଦିନରେ 14 ବର୍ଷ ବିତିଯାଇଛି । କିନ୍ତୁ କାହିଁକି ରାଜ ଆଜିବି ସେ ପୁରୁଣା ସ୍ମୃତିକୁ ହୃଦୟରେ ସାଇତି ରଖିଛି ସେ ନିଜେ ବି ଜାଣେନା l ମିନୁ ର କିଛି କଥା ମନେ ଅଛି କି ନାଇଁ ତା ବି ଜଣା ନାହିଁ l ସେଦିନ ସିନା ବାପାଙ୍କ ଇଚ୍ଛା ଓ ପରିବାର ଚାପରେ ମିନୁ ବୋଧହୁଏ ହଁ ମାରିଦେଇଥିଲା ସବୁ କଥାରେ । ବିବାହ ବି କରିଦେଲା । କିନ୍ତୁ ରାଜ କୁ ଲାଗେ ମିନୁ ଏବେ ବି କୋଉଠି ନା କୋଉଠି ରାଜ ପ୍ରତି ଭଲ ପାଇବା ରହିଛି l କିନ୍ତୁ ମିନୁ ମନରେ କଣ ଅଛି ରାଜ ଜାଣେନା l କିନ୍ତୁ ରାଜ ଆଜି ମିନୁ ଆସିଥିବା ଖବର ପାଇ ଭାରି ଖୁସି l ହେଲେ ମିନୁ କାହିଁକି ଘରକୁ ଆସିଛି ସେ କେମିତି ଅଛି ଆଉ ତା ବୈବାହିକ ଜୀବନ କେମିତି ଚାଲିଛି ଜାଣିବାକୁ ଆଗ୍ରହ ପ୍ରକାଶ କରିଛି ରାଜ l କାରଣ ପ୍ରେମ ସବୁବେଳେ ନିସ୍ଵାର୍ଥପର l ସବୁ ପରେ ବି ଭଲପାଇଥିବା ମଣିଷଟାକୁ ସବୁବେଳେ ଭଲରେ ଦେଖିବାକୁ ଇଚ୍ଛା ହୁଏ l ତେଣୁ ରାଜ ବି ଜାଣିବାକୁ ଚାହିଁଛି ତାର ପୁରୁଣା ପ୍ରେମିକା ବିଷୟ ରେ l

ଆତ୍ମାରେ ନାହାନ୍ତି ମହାତ୍ମା…..

() ରାମଚନ୍ଦ୍ରବାବୁ । ଘର ଯାଜପୁର ସହରର ପାଣିକୋଇଲି ଅଚଂଳରେ । ପେଷାରେ ସେ ଜଣେ ଶିକ୍ଷକ । ପୁରା ଖଣ୍ଡମଣ୍ଡଳରେ ସେ ଜଣେ ଗାନ୍ଧୀବାଦି ଭାବେ ପରିଚିତ । ଗାନ୍ଧୀଙ୍କ ନୀତି , ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନ ବିତାଉଛନ୍ତି । ମୋଟାମୋଟି ଭାବେ କହିଲେ ଜଣେ ଭଲ ଲୋକ । ସମାଜକୁ ପରିବର୍ତ୍ତନ ନୁହେଁ, ନିଜ ଠାରୁ ପରିବର୍ତ୍ତନ ସେ ଆରମ୍ଭ କରନ୍ତି ତାଙ୍କ ଜୀବନରେ । ସବୁବେଳେ କିଛି ନୂଆ କରନ୍ତି ସେ , ଯାହା ଅନ୍ୟପାଇଁ ଉଦାହରଣ ପାଲଟିଯାଏ । ଶିକ୍ଷକ ଜୀବନରେ ତାଙ୍କର ଅନେକ ଛାତ୍ର ଏବେ ତାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜର ପ୍ରତିଷ୍ଠିତ ବ୍ୟକ୍ତି ହୋଇ ଛିଡ଼ା ହୋଇଛନ୍ତି ।

ଆଜି ଗାନ୍ଧୀ ଜୟନ୍ତି , ପୁରା ଦେଶରେ ଆନନ୍ଦ ଓ ଭକ୍ତିର ସହ ପାଳନ କରାଯାଇଉଛି ବାପୁଙ୍କ ଜୟନ୍ତି । ଆଜିର ଦିନ ରାମଚନ୍ଦ୍ରବାବୁ ପାଇଁ ନୂଆ କିଛି ନାହିଁ । ପ୍ରତ୍ୟେକ ଦିନ ପରି ସେ ଗାଁର ଗରିବ ପିଲାଙ୍କ ପାଠାପଢାଇ ସାରିବା ପରେ ଗାଁ ଲୋକମାନେ ଯେଉଁସବୁ ସ୍ଥାନ ବେଶୀ ବ୍ୟବହାର କରନ୍ତି ତାହାକୁ ପରିସ୍କାର ଓ ପରିଛନ୍ନ ରଖିବା ଦାୟିତ୍ବ ଯେମିତି ତାଙ୍କର ପ୍ରଥମ କର୍ତ୍ତବ୍ୟ ।

ରାମଚନ୍ଦ୍ରବାବୁଙ୍କ ଦୁଇପୁଅ । ଦୁଇପୁଅ ସାମାଜରେ ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି । ଭଲ ଚାକିରୀ କରିଛନ୍ତି । ଦୁହିଁଙ୍କ ଭିତରୁ ବଡ଼ପୁଅ ଘରପାଇଁ ସବୁକିଛି କରେ । ପଇସା ପତ୍ର ଠାରୁ ଆରମ୍ଭ କରି ସବୁ ଦାୟିତ୍ବ ନିଅନ୍ତି । ହେଲେ ରାମଚନ୍ଦ୍ରବାବୁଙ୍କ ନୀତି ଆଦର୍ଶକୁ କିନ୍ତୁ ଗ୍ରହଣ କରନ୍ତିନି ସେ । ତାଙ୍କର ଚିନ୍ତାଧାରା ହେଉଛି ଦୁନିଆ ଯେଉଁରାସ୍ତାରେ ଯାଉଛି, ସେହି ରାସ୍ତାରେ ସେ ଯିବାକୁ ପସନ୍ଦ କରନ୍ତି । ହେଲେ ରାମଚନ୍ଦ୍ରବାବୁଙ୍କ ସାନପୁଅ କିନ୍ତୁ ଟିକେ ଅଲଗା । ପୁରା ରାମଚନ୍ଦ୍ରବାବୁଙ୍କ ପରି । କହିବାକୁ ଗଲେ ବାପାଙ୍କ ଗୁଣ ସବୁ ତାଙ୍କ ପାଖରେ ଅଛି । ଯେହେତୁ ରାମଚନ୍ଦ୍ରବାବୁ ଯାହା ଚାହାନ୍ତି ସାନପୁଅ ସେହି ନୀତିରେ ଯାଏ , ତେଣୁ ସେ ତାଙ୍କର ପ୍ରିୟ । ବଡ଼ପୁଅ ସବୁ ଦେଉଥିଲେ ମଧ୍ୟ ବଡ଼ପୁଅ ରାମଚନ୍ଦ୍ରବାବୁ ତାଙ୍କୁ ସେତେଟା ଭଲ ପାଆନ୍ତିନି । କାରଣ ଆତ୍ମା ତାଙ୍କର ଯାହା ଚାହେଁ ସାନପୁଅ ତା କରେ ।

ଠିକ ସେହିପରି ଭାବେ ଆଜି ଗାନ୍ଧୀ ଜୟନ୍ତି ପାଳନ କରାଯାଉଛି । ମାତ୍ର ହାତ ଗଣତି ଲୋକଙ୍କୁ ଛାଡ଼ିଦେଲ ଗାନ୍ଧୀଙ୍କ ନୀତି ଓ ଆଦର୍ଶକୁ ଯେମିତି ଆଜି କେବଳ ପଢାବହି ଓ ଭାଷଣ ବାଜିରେ ବଂଚି ରହିଛି । ଯାହା କେବଳ ଗାନ୍ଧୀ ଜୟନ୍ତିରେ ମନେପଡ଼େ । ଗାନ୍ଧୀଙ୍କ ମୂଳମନ୍ତ୍ର ଅହିଂସା ହୋଇଥିବା ବେଳେ ଆଜି କିନ୍ତୁ ଯୁବପିଢି ଠାରୁ ଆରମ୍ଭ କରି ବରିଷ୍ଠ ଯାଏ କାହା ପାଖରେ କିନ୍ତୁ ସେ ଗୁଣନାହିଁ । ରୋଡ଼ ଜାମରେ ଯଦି ଭୁଲରେ କାହା ପଛରେ ଟିକେ ଗାଡ଼ି ବାଜିଯାଏ , ସଙ୍ଗେସଙ୍ଗେ ଝଗଡ଼ା ଆରମ୍ଭ ହୋଇଯାଏ । ବେଳେବେଳେ ଝଗଡ଼ା ଏତେମାତ୍ରାରେ ବଢିଯାଏ ଯେ ରକ୍ତପାତ ମଧ୍ୟ ଘଟେ । ନିଶାକୁ ବିରୋଧ କରୁଥିଲେ ଗାନ୍ଧୀ, ଆଜି ପୁରା ଦୁନିଆ ନିଶାରେ ବୁଡ଼ିବାକୁ ଭଲପାଉଛି । ଜାତି ପ୍ରଥାକୁ ଗାନ୍ଧୀ ପୁରା ବିରୋଧ କରୁଥିଲେ , ହେଲେ ଆଜି ଏହା ଚରମସୀମାରେ ପହଞ୍ଚିଛି । କେବଳ ପ୍ରେମ ବିବାହରେ ଏଥିରେ ଟିକେ ବ୍ୟତିକ୍ରମ ଦେଖାଦେଉଛି । ବିଦେଶ ନୁହେଁ, ସ୍ବଦେଶ ଜିନିଷ ପିନ୍ଧିବାକୁ ଗାନ୍ଧୀ ସବୁବେଳେ କହୁଥିଲେ । ହେଲେ ଆଜି ବିଦେଶ ପୋଷାକ ନପିନ୍ଦିଲେ ଆମେ ଯେମିତି ବଂଚିପାରିବା ନାହିଁା ଗାନ୍ଧୀଙ୍କ ନୀତି ଓ ଆଦର୍ଶ କଥା କହିଲେ ବା ଲେଖିଲେ ସରିବନି । ମୁକ୍ତି, ଶାନ୍ତି, ଅହିଂସାର ପ୍ରତୀକ ଗାନ୍ଧୀ । ଗାନ୍ଧୀଙ୍କ ୩ ମାଙ୍କଡ ବାର୍ତ୍ତା ଆଜି ମୂଲ୍ୟହୀନ ହୋଇପଡିଛି l ଖରାପ କଥା କହିବିନି, ଖରାପ କଥା ଦେଖିବିନି, ଖରାପ କଥା ଶୁଣିବିନି । ହେଲେ ଆଜିର ସମାଜ କିନ୍ତୁ ଏହି ୩ଟି କଥାର ପୁରା ଓଲଟା । ଆଉ ଏସବୁ ପରେ ମଧ୍ୟ ଆମେ ଗାନ୍ଧୀବାଦି । ଗାନ୍ଧୀ ଜୟନ୍ତିରେ କେତେ କଣ ଆୟୋଜନ , କେତେ ସଭା, କେତେ ଭାଷଣ । ସବୁ ହେଉଛି , ହେବା ବି ଦରକାର । ହେଲେ ସେଥିରେ ଯେମିତି ଆତ୍ମା ନାହିଁ । ସେଥିପାଇଁ ତ କେଉଁଠି ଗୋଟେ ଅଦୃଶ୍ୟ ଭାବେ ଶଦ୍ଧ କିଏ କହୁଛି ଆତ୍ମାରେ ନାହାନ୍ତି ମହାତ୍ମା l ………

ବଢି ପାରେ ସଂକ୍ରମଣ….

{}ପାର୍ବଣ ଭିଡ଼ ଉପରେ ସ୍ୱତନ୍ତ୍ର ନଜର ରଖିବ ସ୍ୱାସ୍ଥ୍ୟ ବିଭାଗ । ଭିଡ଼ ଜମିଲେ ବଢି ପାରେ ସଂକ୍ରମଣ । ପୂର୍ବ ଗାଇଡ଼ ଲାଇନକୁ କଡାକଡି ପାଳନ କରିବା ପାଇଁ ଗୃହ ବିଭାଗ ଗୁରୁତ୍ୱ ଦେଇଛି । ବିଶେଷ କରି ସପିଂ ସମୟରେ ଭିଡ଼କୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ର ନଜର ରହିବ । ଯେଉଁଠି ଅଞ୍ଚଳରେ ସଂକ୍ରମଣ ବଢ଼ିବ ସେଠାରେ ପୁଣି କଣ୍ଟେନମେଣ୍ଟ ଓ ମାଇକ୍ରୋକଣ୍ଟେନମେଣ୍ଟ କରାଯିବ । ଏବେ ଦୈନିକ ଟେଷ୍ଟିଂ 60 ରୁ 70 ହଜାର କରାଯାଉଛି । ତାହା ଜାରି ରହିବ । କଟକ ଓ ଭୁବନେଶ୍ୱର ସଂକ୍ରମଣ କମିଥିଲେ ମଧ୍ୟ ଭୟ ରହୁଛି । ତେଣୁ ଏଠାକାର ଲୋକମାନେ ସତର୍କ ଓ ସଚେତନ ରହିବା ଆବଶ୍ୟକ । ଆଇସିଏମଆର ଓ ନିତି ଆୟୋଗ ଏ ନେଇ ପୂର୍ବରୁ ସତର୍କ କରେଇଛନ୍ତି ତେଣୁ ଆମେ ତାହାକୁ ଗୁରୁତ୍ୱ ଦେଉଛୁ ।

ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦେଶକ

Follow us

20,832FansLike
0FollowersFollow
14,700SubscribersSubscribe

Latest news