୬ମାସର ଶିଶୁର ଛାତିରୁ ବାହାରିଲା ୫୦୦ ଗ୍ରାମ ଓଜନର ଏକ ବଡ ଟ୍ୟୁମର…

{}୬ମାସର ଶିଶୁର ଛାତିରୁ ୫୦୦ ଗ୍ରାମ ଓଜନର ଏକ ବଡ ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ସର୍ଜନମାନେ ।
ସାଢ଼େ ୮ କେଜି ଓଜନର ଏହି ଶିଶୁ ପୁତ୍ରଟିର ଗତ ୭- ୮ ମାସ ହେବ ଓଜନ କମିବା ସହିତ ସେ ଖୁବ୍ ରୋଗିଣା ଦେଖାଯାଉଥିଲା ଏବଂ ତା’ର ଶରୀରର ଅମ୍ଳଜାନର ସ୍ତର ମଧ୍ୟ କମିବାରେ ଲାଗିଥିଲା ଯାହାକି ଶିଶୁର ପରିବାରର ଚିନ୍ତା ବଢ଼ାଇ ଦେଇଥିଲା ।ଶିଶୁଟି ଯେତେବେଳେ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ପହଂଚିଥିଲା ତା’ର ଅମ୍ଳଜାନ ସ୍ତର ୯୦ ପ୍ରତିଶତରୁ କମ୍ ଥିଲା ଏବଂ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲା ବୋଲି ସମ୍ ହସ୍ପିଟାଲ୍ର ଶିଶୁ ଶଲ୍ୟ ବିଭାଗର ସର୍ଜନ ତଥା ଅପରେସନ୍ କରିଥିବା ମେଡିକାଲ୍ ଟି ମ୍ର ସଦସ୍ୟ ପ୍ରଫେସର ଅନ୍ତର୍ଯ୍ୟାମୀ ପ୍ରଧାନ କହିଛନ୍ତି । ସମ୍ପୂର୍ଣ୍ଣ ପରୀକ୍ଷା ନିରୀକ୍ଷା ପରେ ଜଣାପଡ଼ିଥିଲା ଯେ ଶିଶୁଟି ର ହୃଦଯନ୍ତ୍ର ସହ ଜଡିତ ହୋଇ ଛାତିରେ ୧୧ ସେମି ଆକୃତିର ଏକ ବଡ଼ ଟ୍ୟୁମର ବୃଦ୍ଧି ପାଇଛି ଯାହାକି ସମ୍ପୂର୍ଣ୍ଣ ରୂପେ ବାମ ପଟ ଫୁସ୍ଫୁସ୍ ଉପରେ ଚାପ ପକାଉଥିଲା ।

ହସ୍ପିଟାଲ୍ ପକ୍ଷରୁ ତୁରନ୍ତ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା । ରେଡିଓଲୋଜିଷ୍ଟ ପ୍ରଫେସର ସତ୍ୟ ଏସ୍ ମହାପାତ୍ର ଏବଂ ପ୍ରଫେସର ଆଦ୍ୟ କେ ପଣ୍ଡାଙ୍କ ତତ୍ୱାବଧାନରେ ଶିଶୁଟିର ସମସ୍ତ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ସିଟିଭିଏସ୍ ସର୍ଜନ୍ ପ୍ରଫେସର ଦେବାଶିଷ ସାହୁଙ୍କ ନେତୃତ୍ୱରେ ଏହି ଅପରେସନ୍ କରାଯାଇଥିବା ବେଳେ ପ୍ରଫେସର ଅନ୍ତର୍ଯ୍ୟାମୀ
ପ୍ରଧାନ ଡାକ୍ତରୀ ଟିମ୍ର ପ୍ରମୁଖ ସଦସ୍ୟ ଥିଲେ । ଛାତିକୁ କ୍ଲାମ୍ସେଲ୍ ଥୋରାକୋଟୋମି ପ୍ରକ୍ରିୟାରେ ଉନ୍ମୁ କ୍ତ କରାଯାଇ ଏହି ବଡ଼ ଟ୍ୟୁମର୍କୁ ବାହାର କରାଯାଇଥିଲା । ହୃଦଯନ୍ତ ଏବଂ ଫୁସ୍ଫୁସ୍ ସହ ଯୋଡି ହୋଇ ରହିଥିବା ଏହି ଟ୍ୟୁମରକୁ ସମ୍ପୂର୍ଣ୍ଣ ରୂପେ ବାହାର କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ କୌଣସି ରକ୍ତସ୍ରାବ ହୋଇ ନଥିଲା ବୋଲି ପ୍ରଫେସର ପ୍ରଧାନ କହିଛନ୍ତି ।ଅପରେସନ୍ ପରେ ଦୁଇ ଦିନ ନିମନ୍ତେ ଶିଶୁରୋଗ ଇଂଟେନ୍ସିଭ୍ କେୟାର ୟୁନିଟ (ପିଆଇସିୟୁ)ରେ ମେକାନି କାଲ୍ ଭେଂଟିଲେସନ୍ରେ ପ୍ରଫେସର ଦେବସ୍ମିତା ରଥ ଏବଂ ଡାକ୍ତର ବାସୁଦେବ ବିଶ୍ୱାଳଙ୍କ ତତ୍ୱାବଧାନରେ ଶିଶୁଟିକୁ ରଖାଯାଇଥିଲା । ନିଶ୍ଚେତକ ପ୍ରରକ୍ରିୟା ରେ ସର୍ଜରୀ କରାଯାଇଥିବା ବେଳେ ଏହି ଟିମ୍ରେ ସାମିଲ୍ ଥିଲେ ପ୍ରଫେସର ସୋ÷ମ୍ୟା ସାମଲ୍, ପ୍ରଫେସର ସୁଲୋଚନା ଦାଶ, ଡାକ୍ତର ନୁ ପୁର ମୋଡା, ଡାକ୍ତର ମଧୁସ୍ମି ତା ପାତ୍ର, ଡାକ୍ତର ସୁ ଦୀପ୍ ମହାପାତ୍ର ଏବଂ ଡାକ୍ତର ରମ୍ୟା । ଫାର୍ମାସିଷ୍ଟ ସସ୍ମି ତା ସାହୁ, ପ୍ରଣତି ପରିଡା, ରାଧେ ଏବଂ ନର୍ସ ଓ ଓଟି ଆସିଷ୍ଟାଂଟ ବିଶ୍ୱ ରଞ୍ଜନ ପରିଡା, ପୁଷ୍ପଲତା ସାହୁ, ବିଜୟ, ସ୍ମୃତିରେଖା, ରୋଜାଲିନ୍, ତପନ୍ ଏବଂ ବିବେକ ମହାରଣା ଟିମ୍ରେ ସାମିଲ୍ ହୋଇ ଅପରେସନ୍ରେ ସାହାଯ୍ୟ କରିବା ସହ ଶିଶୁଟିର ଚିକିତ୍ସାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

ମୋ ସରକାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ….

{}୨୭ ବିଭାଗରେ ୨୨୫ଟି ସେବା ମୋ ସରକାରରେ ସାମିଲ ହୋଇଛି,୨ କୋଟି ଲୋକଙ୍କ ଡାଟା ବେସ୍‌ ରହିଛି

ମୋ ସରକାର ଜରିଆରେ ଓଡିଶାରେ ଏକ
ସର୍ବଜନ ହିତକାରୀ ସମାଜ(Inclusive Society) ଗଠନକୁ
ଆମେ ସୁନିଶ୍ଚିତ କରିବୁ – ମୁଖ୍ୟମନ୍ତ୍ରୀ

ମୋ ସରକାରକୁ ପରବର୍ତ୍ତୀ ସ୍ତରକୁ ନେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ।

ହିତାଧିକାରୀ ମାନଙ୍କ ସହିତ ସିଧାସଳଖ କଥା ହେଲେ ମୁଖ୍ୟମନ୍ତ୍ରୀ,

ସବ୍ ରେଜିଷ୍ଟାର ଓ ତହସିଲ ଅଫିସରେ ସେବାରେ ଅଧିକ ଉନ୍ନତି ଆଣିବା ଉପରେ ମୁଖ୍ୟମନ୍ତ୍ରୀ ଙ୍କ ଗୁରୁତ୍ୱ।

{}ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ମୋ ସରକାରର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ବିଭାଗୀୟ ଅଧିକାରୀମାନଙ୍କୁ ଏ କ୍ଷେତ୍ରରେ ଆହୁରି କ୍ରିୟାଶୀଳ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ସମସ୍ତେ ବିଭିନ୍ନ କ୍ଷେତ୍ରରେ ସରକାରୀ ସେବା ପାଉଛନ୍ତି ବା ବିଭିନ୍ନ କଲ୍ୟାଣକାରୀ ଯୋଜନାର ହିତାଧିକାରୀ ଅଟନ୍ତି । ଏ ସମସ୍ତଙ୍କର ଫିଡବ୍ୟାକ ରେକର୍ଡ କରାଯାଇ ଏହା ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି । ବର୍ତ୍ତମାନ ଏହାକୁ ପରବର୍ତ୍ତୀ ସ୍ତରକୁ ନେବାର ସମୟ ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ତେଣୁ ସବୁ ସ୍ତରରେ, ସବୁ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଲୋକଙ୍କ ଠାରୁ ଅଧିକରୁ ଅଧକ ଫିଡବ୍ୟାକ୍‌ ନେବାପାଇଁ ସେ ପରାମର୍ଶ ଦେଇଥିଲେ।

ସେ କହିଥିଲେ ଯେ ସବୁ ସରକାରଙ୍କ ଲକ୍ଷ୍ୟ ହେଉଛି ଲୋକଙ୍କୁ ସେବା ଯୋଗାଇଦେବା । ତେଣୁ ଲୋକଙ୍କ ଠାରୁ ନିୟମିତ ଭାବରେ ଫିଡବ୍ୟାକ୍‌ ଗ୍ରହଣ କରି ଏବଂ ତାହାକୁ ଭିତ୍ତିକରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେଲେ କିମ୍ବା ନୀତି ବା ପ୍ରକ୍ରିୟାରେ ଆବଶ୍ୟକ ସଂଶୋଧନ କରିବା ଦ୍ବାରା ଲୋକଙ୍କ ପାଖରେ ସରକାରଙ୍କ ପ୍ରାସଙ୍ଗିକତା ରହିବ ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ପ୍ରଶାସନ ୫-ଟି ନୀତି ଦ୍ବାରା ପରିଚାଳିତ ଏବଂ ଏହାଦ୍ବାରା ସବୁ କ୍ଷେତ୍ରରେ ରୂପାନ୍ତର ଆଣିବା ଆମର ଲକ୍ଷ୍ୟ । ବିଭିନ୍ନ କ୍ଷେତ୍ରରେ ଓଡିଶା ଏବେ ଯେଉଁ ଉଲ୍ଲେଖନୀୟ ପଦକ୍ଷେପ ନେଇ ସାରା ବିଶ୍ବର ନଜରକୁ ଆସିପାରିଛି । ମହିଳା ସଶକ୍ତିକରଣ ଠାରୁ ଆରମ୍ଭ କରି କୃଷକ ମାନଙ୍କୁ ସହାୟତା, ସହରାଞ୍ଚଳ ପରିଚାଳନା ବ୍ୟବସ୍ଥା, କ୍ରୀଡା, ଦକ୍ଷତା ବିକାଶ, ସ୍ବାସ୍ଥ୍ୟ ସେବା ଓ ସ୍କୁଲ ରୂପାନ୍ତର ଆଦି କାର୍ଯ୍ୟକ୍ରମ ଗୁଡିକରେ ରାଜ୍ୟ ଅନେକ ପ୍ରଶଂସା ପାଇଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋ ସରକାର ହେଉଛି ଏଭଳି ଏକ ସୁଦୂରପ୍ରସାରୀ ଚିନ୍ତାଧାରା, ଯାହାକି ଆମର ପ୍ରଶାସନିକ ବ୍ୟବସ୍ଥାର ପରୀକ୍ଷା ନିଏ । ଲୋକଙ୍କ ସେବା ଦିଗରେ ଆମର ଉଦ୍ୟମକୁ ପ୍ରମାଣିତ କରେ ଏବଂ ସରକାରଙ୍କୁ ଲୋକଙ୍କ ନିକଟତର କରାଏ । ମୋ ସରକାର କାର୍ଯ୍ୟକ୍ରମରେ ଟେକ୍‌ନୋଲୋଜି ସହାୟତାରେ ଆମେ ଲୋକଙ୍କ ଠାରୁ ସିଧାସଳଖ ଫିଡବ୍ୟାକ ନେଇପାରୁଛୁ । ଏହା ବ୍ୟବସ୍ଥାର ପରିବର୍ତ୍ତନର ସୂଚକ ।
ମୋ ସରକାର ଏକ ଭାଗିଦାରୀଭିତ୍ତିକ ଗଣତନ୍ତ୍ରର ସ୍ତମ୍ଭକୁ ସୁଦୃଢ କରେ ଏବଂ ଏହାଦ୍ବାରା ଓଡିଶାରେ ଆମେ ଏକ ସର୍ବଜନହିତକାରୀ ସମାଜ ଗଠନକୁ ଆମେ ସୁନିଶ୍ଚିତ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହା ଆମକୁ ଲୋକଙ୍କୁ ନ୍ୟାୟ ଦେବାରେ ସାହାଯ୍ୟ କରିବା ସହିତ ଜନସାଧାରଣଙ୍କ ବିଶ୍ବାସକୁ ଭିତ୍ତିକରି ସବୁସ୍ତରରେ ବିଭିନ୍ନ ପ୍ରଶାସନିକ ସଂସ୍ଥା ଗୁଡିକୁ ଅଧିକ ଦକ୍ଷ, ଉତ୍ତରଦାୟୀ ଓ ସର୍ବଜନ ହିତକାରୀ କରିବାରେ ସହାୟକ ହେବ ।ଏହି ବୈଠକରେ ମୁଖ୍ୟମନ୍ତ୍ରୀ କେତେକ ହିତାଧିକାରୀଙ୍କ ସହିତ ଟେଲିଫୋନ୍‌ରେ ସିଧାସଳଖ କଥାହୋଇ ସେମାନଙ୍କ ଠାରୁ ଫିଡବ୍ୟାକ ନେଇଥିଲେ । ଜାତିଗତ ପ୍ରମାଣପତ୍ର ନେବା ପାଇଁ ତହସିଲକୁ ଯାଇଥିବା ବ୍ୟକ୍ତି, ମ୍ୟୁନିସିପାଲ୍‌ଟିକୁ ସେବା ପାଇଁ ଯାଇଥିବା ବ୍ୟକ୍ତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ବେସରକାରୀ ହସ୍‌ପିଟାଲକୁ ଚିକିତ୍ସା ପାଉଥିବା ବ୍ୟକ୍ତି, ଥାନାକୁ ବିଭିନ୍ନ ଅଭିଯୋଗ ନେଇ ଯାଇଥିବା ବ୍ୟକ୍ତି ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ ଏବଂ ସେମାନେ କିପରି ସେବା ପାଇଲେ, ସେମାନଙ୍କ ସହିତ ଉତ୍ତମ ବ୍ୟବହାର କରାଯାଇଥିଲା କି ନାହିଁ, କିମ୍ବା ସେମାନଙ୍କ ଠାରୁ କୌଣସି ପ୍ରକାର ଅର୍ଥ ମଗାଯାଇଥିଲା କି ନାହିଁ, ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ ।

ତହସିଲ ଓ ସବ୍ ରେଜିଷ୍ଟାର ଅଫିସରେ ଦିଆ ଯାଉଥିବା ସେବାରେ ଉନ୍ନତି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ।

ଯେଉଁ ବିଭାଗ ଗୁଡିକ ର feedback ଗ୍ରହଣ ସନ୍ତୋଷ ଜନକ ନୁହେଁ ସେ ବିଭାଗ ଗୁଡିକର କାର୍ଯ୍ୟ ସମୀକ୍ଷା କରି ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ମୋ ସରକାର କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି କହିଲେ ଯେ ବ୍ୟବସ୍ଥା କିପରି କାମ କରୁଛି, ତାକୁ ଜାଣିବା ହେଉଛି ମୋ ସରକାରର ଲକ୍ଷ୍ୟ । ଲୋକଙ୍କୁ ସମ୍ମାନର ସହିତ ସେବା ଯୋଗାଇଦେବା ହେଉଛି ସରକାରଙ୍କ ଦାୟିତ୍ବ । ସେମାନେ ଯେପରି କୌଣସି କାର୍ଯ୍ୟାଳୟରେ ଖରାପ ବ୍ୟବହାର ନ ପାଆନ୍ତି ଏବଂ ବୃତ୍ତିଗତ ସେବା ପାଆନ୍ତି, ତାକୁ ସୁନିଶ୍ଚିତ କରିବା ହେଉଛି ମୋ ସରକାରର ଲକ୍ଷ୍ୟ ବୋଲି ସେ କହିଥିଲେ ।

ଇଲୋକ୍ଟ୍ରୋନିକ୍‌ସ ଓ ଆଇ.ଟି ସଚିବ ଶ୍ରୀ ମନୋଜ କୁମାର ମିଶ୍ର ମୋ ସରକାର ଉପରେ ଏକ ଉପସ୍ଥାପନା ରଖି କହିଲେ ଯେ ବର୍ତ୍ତମାନ ୨୭ଟି ବିଭାଗର ୨୨୫ଟି ସେବା ମୋ ସରକାରରେ ଅନ୍ତର୍ଭୁକ୍ତ ହୋଇଛି । ଆଉ ମାସକ ମଧ୍ୟରେ ୨୫୦ଟି ସେବା ଅନ୍ତର୍ଭୁକ୍ତ ହେବ। ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ୨ କୋଟି ଲୋକଙ୍କ ଡାଟାବେସ୍‌ ରଖାଯାଇଛି।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

ପାର୍ବଣର ମହକ ..

() ନୀଳ ଆକାଶରେ ଧଳା ବାଦଲ, ନଈ ପଠାରେ କାଶତଣ୍ଡି ଫୁଲର ସମ୍ଭାର । ତା ସାଙ୍ଗକୁ ଶରତ ପବନ । ପ୍ରକୃତି ସୌନ୍ଦଯ୍ୟ ଭିତରେ ନେଉଛି ନୂଆରୂପ । ଏସବୁ ଭିତରେ ଧରାପୃଷ୍ଠକୁ ଓହ୍ଲାଇ ଆସୁଛନ୍ତି ମା । ମାଙ୍କ ଆଗମନ ପାଇଁ ସବୁଠି ସୂଜନଶୀଳତାର ବାତାବରଣ । କବି ଲେଖନିରୁ ବି କେତେ କଣ ଭାବନା ଆପେ ଆପେ ଲେଖି ହୋଇ ଯାଉଛି । ସବୁଠି ଖୁସିର ମାହୋଲ । ଆଉ ଚାରିଆଡେ ବାସିଲାଣି ପାର୍ବଣ ପାର୍ବଣ ।

ମହାମାରୀ ଯୋଗୁଁ ଏଥର କଟକଣା ଭିତରେ ମା ପୂଜାପାଇବେ । ସବୁଠି ଉତ୍ସାହାର ମାହୋଲ ଥିଲେ ହିଁ କରୋନା କଟକଣା ସବୁଠି ପାଚେରୀ ହୋଇ ଛିଡ଼ା ହୋଇଛି । ହେଲେ ପାର୍ବଣର ମହକରେ କିନ୍ତୁ କିଛି ଟା ପରିବତ୍ତନ ଆସିନାହିଁ । ଶରତର ସୌନ୍ଦଯ୍ୟରେ ସଜେଇ ହେଉଛି ପ୍ରକୃତି ଓ ପରିବେଶ । ମନରେ ବି କାହିଁ କେତେ କଣ ଭାବନା । କୋଭିଡ଼ ପାଇଁ ସିନା ପୂଜା ବୁଲାବୁଲି, ସାଂସ୍କୃତିକ କାଯ୍ୟକ୍ରମ, ବଜାର ଘାଟରେ କଟକଣା ଲାଗୁ କରିଛନ୍ତି ସରକାର । ହେଲେ ଜଗତଜନନୀ ମା ଦୁର୍ଗାଙ୍କ ଓ ଭକ୍ତଙ୍କ ଭିତିରେ ଥିବା ମନର ମିଳନକୁ କଣ କିଏ କଟକଣା ଲଗାଇ ପାରିବ । ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବା ଦିନରୁ ସମସ୍ତ ମନରେ ଭକ୍ତଭାବ ସୃଷ୍ଟି ହୋଇଛି । ସମସ୍ତେ ମାଙ୍କୁ ଗୁହାରୀ କରୁଛନ୍ତି ମା ଏ ବିପଦରୁ ସାମଜକୁ ରକ୍ଷା କର । ଦୁରେଇ ଯାଉ ଭୃତାଣୁ , ଦୂର ହେଉ ମନରେ ଥିବା ଭୁତାଣୁ ଭୟ । ପୁଣି ସ୍ବଭାବିକ ଭାବେ ଚାଲୁ ସବୁକିଛି । ହଁ ଏକଥା ସତ ସବୁବେଳେ ଖରାପ ସମୟ ରହିବନି , ଦିନେ ନାଁ ଦିନେ ଖରାପ ସମୟ ଚାଲିଯିବ ନିଶ୍ଚିତ । ହେଲେ ଦେଢବର୍ଷ ଧରି ଯେଭଳି ଭାବରେ ଅଦୃଶ୍ୟ ଭୂତାଣୁ ସହ ଲଢି ମଣିଷ ସମାଜ ସବୁକିଛି ଭୂଲି ଏକ ମାନସିକ ଚିନ୍ତାରେ ରହୁଛି । ତାହା ଏଥର ପାର୍ବଣକୁ ଫିକା କରିଦେଉଛି । ପାର୍ବଣର ମହକରେ ମନରେ ଉତ୍ସାହ କମିନାହିଁ କି ସେତେଟା ଭୟ ବି ନାହିଁ । କାରଣ ମା କଣ କେବେ କାହାର ଅମଙ୍ଗଳ କରିପାରେ । ହୁଏତ ଧର୍ଯ୍ୟ ପରୀକ୍ଷା କରିବା ଓ କିଛି ନୂଆ ଦିଶା ଦେଉଛି ଏ ପାର୍ବଣ । ପ୍ରକୃତି ଯେମିତି ସବୁ୍‌କିଛି କଷ୍ଟ ସହି ମଧ୍ୟ ନିଜକୁ ପରିବର୍ତ୍ତନ କରୁନାହିଁ । ତେଣୁ ଯେତେ କଠିନ ସମୟ ଆସିଲେ ବି ଆମ ମନରେ ବି ସେମିତି କିଛି ପରିବର୍ତ୍ତନ ଆସୁନାହିଁ । କେବଳ ରହୁଛି ଅଜଣା ଭୟ । ଆରେ ଏତେ କଟକଣା ଭିତରେ ମୁନା କହୁଛି ପୂଜା ଛୁଟିରେ ଗାଁକୁ ଯିବ । ଆଶା ରଖିଛି ଅଫିସରୁ ବୋନସ ଟଙ୍କା ନେଇ ଗାଁ ସାଙ୍ଗଙ୍କ ସହ ମଜାମସ୍ତି କରିବ । ନୂଆ ଡ୍ରେସ କିଣି ପିନ୍ଧିବ । ଏମିତି କେତେ କଣ । ସବୁଠୁ ଅଧିକ ଇଚ୍ଛା ମଣ୍ଡପରେ ମାଙ୍କୁ ଦର୍ଶନ କରି ନିଜର ମନକଥା କହିବ । କାରଣ ଶାନ୍ତି , ପ୍ରେମ ,ଭରଷା, ବିଶ୍ବାସ ପାଇଁ ମାଙ୍କ ଆଗମନରେ ଦୁଇ ଗୁଣିତ ହୁଏ । ସବୁକିଛି ଯଦି ଠିକ ହୋଇଯାଏ ନିଶ୍ଚିତ ପାର୍ବଣ ମହକ ପୁରା ଧରାପୃଷ୍ଠକୁ ମହକେଇବ ।

ଏମିତି କିଛି ମୁନା ଚିନ୍ତା କରୁଥିବା ସମୟରେ ବସ ଆସି କହିଲେ ଆରେ ତୋର ଛୁଟି ଦରକାର କି ପୂଜାରେ ???

ବସିଥିଲା ଡ୍ରେନେଜ ବୈଠକ :ଉପସ୍ଥିତ ଥିଲେ ସବୁ କର୍ପୋରେସନର ଅଧିକାରୀ…

( ) ଡ୍ରେନେଜ ବୈଠକ ବସିଥିଲା । ସବୁ କର୍ପୋରେସନର ଅଧିକାରୀ ଉପସ୍ଥିତ ଥିଲେ । କଟକ, ଭୁବନେଶ୍ୱରର ଡ୍ରେନେଜ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ଯେଉଁଠି ଅସୁବିଧା ଅଛି, ଆଲୋଚନା ପରିସରକୁ ଅଣାଯାଇଛି । କିପରି ମୁକୁଳା ଡ୍ରେନ କଭର ହେବ, ଡ୍ରେନର ଦୁଇ କଡ଼ରେ 10 ଫୁଟ ଉଚ୍ଚତାର ନେଟ ଲାଗିବ ଏବଂ ଜଳ ନିଷ୍କାସନ କରିବା ଲାଗି ଜବର ଦଖଲ କିଭଳି ଉଚ୍ଛେଦ ହେବ, ତାର କ୍ୟାଚମେଣ୍ଟ ଏରିଆ ବଢ଼ାଯିବ, ତା ଉପରେ ଆଲୋଚନା ହୋଇଛି । ଆଉ କେତେ ଡ୍ରେନର ଆବଶ୍ୟକତା ଅଛି, ତାର ଆକଳନ ଲାଗି କେଉଁ ଏକ୍ସପର୍ଟ ଟିମକୁ ଦାୟିତ୍ୱ ଦିଆଯିବ । କଟକ, ଭୁବନେଶ୍ୱରରେ NH କଡ଼ରେ ହେଉଥିବା ୱାଟର ଲଗିଙ୍ଗ ସମସ୍ୟାର ସମାଧାନ ଓ ଯେଉଁଠି ଡ୍ରେନ ନାହିଁ ଡ୍ରେନ ତିଆରି ପାଇଁ NHAIକୁ ଚିଠି ଲେଖାଯିବ । ଡ୍ରେନେଜ ସମସ୍ୟାର ସମାଧାନ ଲାଗି ଆଗାମୀ ଦିନରେ ଏକ କଂକ୍ରିଟ ବ୍ୟବସ୍ଥା କରାଯିବ । ଆସନ୍ତା ବର୍ଷ ବେଳକୁ କଟକ ଓ ଭୁବନେଶ୍ୱରରେ ଡ୍ରେନେଜ ସମସ୍ୟା ନଥିବ ବୋଲି କହିଛନ୍ତି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲ ।
ବାଇଟ- ମହମ୍ମଦ ମୋକିମ, କଂଗ୍ରେସ ବିଧାୟକ
ବାଇଟ- ପ୍ରଫୁଲ୍ଲ ସାମଲ, ଅଧ୍ୟକ୍ଷ, ଷ୍ଟାଣ୍ଡିଂ କମିଟି

ଶପଥ ନେବା ମୋ ପାଇଁ ଏକ ଇମୋସନାଲ ମୁମେଣ୍ଟ ବୋଲି କହିଲେ : ରୁଦ୍ର ମହାରଥୀ

{}ରୁଦ୍ର ମହାରଥୀ…
()ଆଜିଠାରୁ ଅଫିସିଆଲି କାମ ଆରମ୍ଭ ହେବ। ଆରଚଣ ବିଧି ଉଠିଛି।କାଲିଠାରୁ କାମ ଆରମ୍ଭ। ଶପଥ ନେବା ମୋ ପାଇଁ ଏକ ଇମୋସନାଲ ମୁମେଣ୍ଟ। ବହୁଥର ବାପାଙ୍କ ସହ ଆସିଛି ଶପଥ ନେବା ପାଇଁ।ଯାହା ନୀତି ନିୟମ ଅଛି ତାକୁ ମାନି କାମ କରିବି। ଭାୟା ମିଡ଼ିଆ ରାଜନୀତି ଠୁ ଦୁରରେ ରହି ଲୋକଙ୍କ ପାଇଁ କାମକରିବି।ଅଞ୍ଚଳର ବିକାଶ ପାଇଁ କାମ କରିବି।ଡେଲାଙ୍ଗ ପିପିଲି କୁ ନମ୍ବର ୱନ କରିବା ପାଇଁ ଚେଷ୍ଟା କରିବି।ପ୍ରଥମ ଲକ୍ଷ ରହିବ ବାପାଙ୍କ ଦେହାନ୍ତ ପରେ ବାକିଥିବା କାମ।ଶେଷ କରିବି।ସବୁ ପଞ୍ଚାୟତ କୁନିଜେ ଯିବି।ଯାହା ସମସ୍ୟା ଥିବ ଆଲୋଚନା କରି ସମାଧାନ କରିବି।ମୁଁ ମୋ ଅଞ୍ଚଳରେ କାମ କରିବା ପାଇଁ ଆସିଛି।
ଜୟନ୍ତ ଷଡ଼ଙ୍ଗୀ
ପଞ୍ଚାୟତ ନିର୍ବାଚନ ଠିକ ସମୟରେ ହେବ।ଆମ ପାର୍ଟି ପୁରା ପ୍ରସ୍ତୁତ ଅଛି।ଏ ତ ଗୋଟିଏ ଯାଗାରେ ହେବନି ଯେ ସବୁ ନେତା ପଡିଯିବେ। ସବୁଠି ହେବ। ଆମ କର୍ମୀ ମାନେ ପୁରା ପ୍ରସ୍ତୁତ ଅଛନ୍ତି।ମୋର ବିଶ୍ୱାସ ବିଜେପି ଭଲ କରିବେ।ବର୍ତ୍ତମାନ ସରପଞ୍ଚ ମାନେ ବଦନାମ ହୋଇ ସାରିଛନ୍ତି।ନିର୍ବାଚନ ସରିଲେ ଦେଖିବେ ଭଲ କରିବ ବିଜେପି।ପିପିଲି ଉପନିର୍ବାଚନ ଫଳାଫଳ କୌଣସି ପ୍ରଭାବ ପଡ଼ିବ ନାହିଁ କାରଣ ତାହା ବିଜେଡି ର ଥିଲା ଏବେ ରହିଲା।

ବିଧାନସଭାରେ ଶକ୍ତି ବିଭାଗର ଷ୍ଟାଣ୍ଡିଂ ହାଉସ କମିଟି ବୈଠକ…

( ) ବିଧାନସଭାରେ ଶକ୍ତି ବିଭାଗର ଷ୍ଟାଣ୍ଡିଂ ହାଉସ କମିଟି ବୈଠକ । ବୈଠକରେ ଟାଟା ପାୱାର ସାଉଥକୋର ସିଇଓ ଓ ଶକ୍ତି ବିଭାଗ ଅଧିକାରୀଙ୍କୁ ଡକା ଯାଇଥିଲା । 3-4ଟି ଦିଗ ଉପରେ ଆଲୋଚନା ହେଲା । ଯେଉଁ ଅଞ୍ଚଳରେ ଠିକ ଭାବେ ପାୱାର ସପ୍ଲାଏ ହୋଇପାରିନି, ସେଠି କେମିତି ପାୱାର ସପ୍ଲାଏ ହେବ । କିଛି ମିଡ଼ିଲମ୍ୟାନଙ୍କ ଯୋଗୁ ଯେଉଁ ବିଜୁଳି ବିଲ ଆଦାୟ ହେଉଥିଲା, ସେଥିରେ ଟଙ୍କା ହେରଫେର ହେଉଛି । ଏଣିକି SHG ଦ୍ୱାରା ବିଲ ଆଦାୟ କରିବ କମ୍ପାନି । ଘରକୁ ଯାଇ ବିଲ ଆଦାୟ କରିବ SHG । ଯେଉଁ ଘରକୁ ଲାଇନ ଦିଆଯାଇନି, ତୁରନ୍ତ ଦିଆଯିବ । ପ୍ରିପେଡ ସ୍ମାର୍ଟ ମିଟର ଲାଗିବ । ସିମ କାର୍ଡ ଜରିଆରେ ଜଣେ ଯେତିକି ପେମେଣ୍ଟ କରିବ, ସେତିକି ବିଜୁଳି ବ୍ୟବହାର କରିବ । ପାୱାର କଟ ପୂର୍ବରୁ ଗାଁ ଗଣ୍ଡାରେ ପ୍ରଚାର ହେବା ଦରକାର । ଯେଉଁମାନେ ଆଉଟସୋର୍ସରେ କାମ କରୁଛନ୍ତି, ଟେକ୍ନିକାଲ ହେଉ ବା ନ ଟେକ୍ନିକାଲ, ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ମଜୁରି ଦରରେ ଅର୍ଥ ପାଇବେ । ଆଜି କୁହାଯାଇଛି, ପ୍ରତି ମାସ ଶେଷରେ ଗ୍ରାହକଙ୍କୁ ବିଲ ଦେବା ପାଇଁ । ଠିକଣା ସମୟରେ ବିଲ ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବାଚସ୍ପତି
ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି l

ବିଜୟ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା….

() ରାଜ୍ୟରେ ଗତ ମାସ ରେ 85 ଲକ୍ଷ ଟିକା କରଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 3 କୋଟି 16 ଲକ୍ଷ ଟିକା କରଣ ସରିଛି। ତେବେ ଏ ଯାଏଁ ସମୁଦାୟ ଲୋକରୁ 73 ଭାଗ ଲୋକ ପ୍ରଥମ ଡୋଜ ନେଇ ସାରିଛନ୍ତି । ସେହିପରି 29 ଭାଗ ଲୋକ ଡବଲ ଡୋଜ ନେଇଛନ୍ତି ।
ଡିସେମ୍ବର ସୁଧା ପ୍ରଥମ ଡୋଜ ଟିକା କରଣ ସାରିବାକୁ ଲକ୍ଷ ରଖାଯାଇଛି। ଯେଉଁ ମାନେ ଟିକା ନେବା ପାଇଁ ଟିକା କରଣ କେନ୍ଦ୍ରକୁ ଯାଇ ପାରୁନାହାନ୍ତି ତାଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗ ଏକ ସ୍ଵତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛି । ଏଥିପାଇଁ ପ୍ରତେକ ଜିଲାପାଳଙ୍କୁ ଚିଠି ଦିଆଯାଇଛି । ଏହାସହ ଆଜି ସନ୍ଧ୍ୟା ସୁଧା ଏକ ହେଲପ ଲାଇନ ନମ୍ବର ଜାରି କରାଯିବ। ସେମାନେ ଏହି ନମ୍ବରରେ କଣ୍ଟାକ୍ଟ କଲା ପରେ ତାଙ୍କ ଘରକୁ ମୋବାଇଲ ଭ୍ୟାନରେ ଯାଇ ତାଙ୍କୁ ଟିକା ଦେବ। ଏଥିରେ ଭିନ୍ନକ୍ଷମ ଓ ଯେଉଁମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା କରି ପାରୁ ନଥିବେ ତାଙ୍କୁ ଅନ୍ତର୍ଭୁକ୍ତ କରାଯିବ।

ସାଧାରଣତଃ ଶିଶୁମାନେ ଶୀତ ଦିନରେ ଅଧିକ ଥଣ୍ଡାର ଶିକାର ହୋଇଥାନ୍ତି। ତେଣୁ ଘରେ ରହିଲେ ମଧ୍ୟ କେମିତି ଉଷୁମ ରହିବେ ତା ଉପରେ ଗୁରୁତ୍ୱ ଦେବା ଉଚିତ । ଏହାସହ ଘରର ଅନ୍ୟ ସଦସ୍ୟ ମାନେ ଟିକା ନେବା ସହ କୋଭିଡ ଗାଉଡ଼ ଲାଇନ ପାଳନ କଲେ ଶିଶୁମାନେ ନିରାପଦ ରହିବେ।ପରିବାର କଲ୍ୟାଣ ନିର୍ଦ୍ଦେଶକ
ବିଜୟ ପାଣିଗ୍ରାହୀ କହିଛନ୍ତି l

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ :୪ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର…

()ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି

ଆଉ ୪ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର

ଏପର୍ଯ୍ୟନ୍ତ ୧୨୨ ପାଇଲେ ବାଧ୍ୟତାମୂଳକ ଅବସର

{}ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି।ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ରାଜ୍ୟର ୪ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏଥିରେ ଦୁଇ ଜଣ ଓଡିଶା ପ୍ରଶାସନିକ ଅଧିକାରୀ ରହିଥିବା ବେଳେ, ଜଣେ ଜିଲ୍ଲା ସବ୍‌ ରେଜିଷ୍ଟ୍ରାର ଓ ଜଣେ ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀସଂପଦ ଅଧିକାରୀ ରହିଛନ୍ତି । ଏ ସମସ୍ତଙ୍କ ନାମରେ ଦୁର୍ନୀତି ଅଭିଯୋଗ ରହିଛି ।

ଏହି ୪ ଜଣଙ୍କ ମଧ୍ୟରୁ ଅନୁଗୁଳର ଡେପୁଟି କଲେକ୍ଟର ଶ୍ରୀ ଜାନକୀନାଥ ମିଶ୍ରଙ୍କ ବିରୋଧରେ ଦୁଇଟି ଦୁର୍ନୀତି ମାମଲା ରହିଥିବା ବେଳେ, ୯ଟି ବିଭାଗୀୟ ପ୍ରୋସିଡିଙ୍ଗ୍‌ସ କରାଯାଇଛି। ଦୁର୍ନୀତିଗ୍ରସ୍ତ ହେବା ସହିତ କାର୍ଯ୍ୟ କ୍ଷେତ୍ରରେ ତାଙ୍କର ଅପାରଗତା ପ୍ରମାଣିତ ହୋଇଛି। ଏଥିପାଇଁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ସେହିପରି ଗଜପତି ଜିଲ୍ଲାର ନୂଆଗଡ ତହସିଲଦାର ଶ୍ରୀ ଆକୁଳ ମଲ୍ଲିକଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଥିବା ବେଳେ ତାଙ୍କ ବିରୋଧରେ ଦୁଇଟି ବିଭାଗୀୟ ପ୍ରୋସିଡିଙ୍ଗ୍‌ସ କରାଯାଇଛି। କାର୍ଯ୍ୟ କ୍ଷେତ୍ରରେ ଅପାରଗ ଥିବା ସହିତ ସେ ସରକାରୀ ପାଣ୍ଠି ଆତ୍ମସାତ କରିଥିଲେ। ଏହି କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ଢେଙ୍କାନାଳର ଜିଲ୍ଲା ସବ୍‌ ରେଜିଷ୍ଟ୍ରାର ଶ୍ରୀ ଲଲାଟେନ୍ଦୁ ଶତପଥୀଙ୍କ ବିରୋଧରେ ଦୁଇଟି ଦୁର୍ନୀତି ମାମଲ ରହିଛି । ତା ସହିତ ଦୁଇଟି ବିଭାଗୀୟ ପ୍ରୋସିଡିଙ୍ଗ୍‌ସ ମଧ୍ୟ ରହିଛି । ତାଙ୍କର ସାଧୁତା ସନ୍ଦେହଜନକ ରହିଥିଲା ଏବଂ କାର୍ଯ୍ୟ କ୍ଷେତ୍ରରେ ତାଙ୍କର ଅପାରଗତା ପ୍ରତିପାଦିତ ହୋଇଥିବାରୁ, ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ପରିଶେଷରେ ନୂଆପଡାର ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀସଂପଦ ଅଧିକାରୀ ଡଃ ତ୍ରିଲୋଚନ ଧଳଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଛି । ତାଙ୍କ ନିକଟରେ ବହୁ ପରିମାଣରେ ହିସାବ ବହିର୍ଭୁତ ଟଙ୍କା ମିଳିଥିଲା ଏବଂ ସେଥିପାଇଁ ତାଙ୍କ ବିରୋଧରେ ଦୁର୍ନୀତି ମାମଲା କରାଯାଇଥିଲା । ଅସାଧୁତା ଓ ଅପାରଗତା କାରଣ ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।ଉପରୋକ୍ତ ୪ ଜଣ ଅଧିକାରୀଙ୍କ ସମେତ ଏପର୍ଯ୍ୟନ୍ତ ୧୨୨ ଜଣଙ୍କୁ ଦୁର୍ନୀତି ଓ ଅପାରଗତା ଅଭିଯୋଗରେ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି।

ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ତାଗିଦ…

{}ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ତାଗିଦ। ଅକ୍ଟୋବର 8 ନିଯୁକ୍ତି ହୋଇଥିବା ସ୍କୁଲରେ କାର୍ଯ୍ୟ ରେ ଯୋଗ ନଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ନିର୍ଦେଶ ଦେଇଛି ଗଣଶିକ୍ଷା ବିଭାଗ l ଅଗଷ୍ଟ 3 ରେ ସରକାର 1097 ଶିକ୍ଷକ ଙ୍କୁ ପ୍ରଧାନ ଶିକ୍ଷକ କୁ ପଦୋନ୍ନତି ଦେଇଥିଲେ ସରକାର । ସପ୍ତାହକ ଭିତରେ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଥିଲେ ସୁଦ୍ଧା 2 ମାସ ହେବ ଅଧିକାଂଶ ପ୍ରଧାନ ଶିକ୍ଷକ ନିଜ ପୋଷ୍ଟିଂ ସ୍କୁଲ୍ ରେ ଯୋଗ ଦେଇନାହାନ୍ତି।
ସେପଟେ କିନ୍ତୁ ମନ୍ତ୍ରୀ କହିଛନ୍ତି କିଛି ଶିଖକ କାରେଯ୍ୟରେ ଯୋଗ ଦେଇନଥିବାରୁ ତାଙ୍କୁ ତାଗିଦ୍ କରାଯାଇଛି l କିନ୍ତୁ ଏହା ଏକସାଧାରଣ ପ୍ରୋସେସ୍ ବୋଲି ମନ୍ତ୍ରୀ କହିଛନ୍ତି l ଯେ କୌଣସି ବ୍ୟକ୍ତି ନିଜର ଇଛା ଓ ଆବଶ୍ୟକତା ଅନୁସାରେ ଛୁଟି ନେଇପାରିବେ … କିଛି ଶିଖକ ଏ ପର୍ଯ୍ୟନ୍ତ ଜଏନ୍ କରିନାହାଁନ୍ତି l ସେମାନଙ୍କ ପାଇଁ ଏହି ପଦଖେପ ଗ୍ରହଣ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହୁଛନ୍ତି l

ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ଓ ସତର୍କତା ମୂଳକ ପଦକ୍ଷେପ ନେବା ପାଇଁ ଜିଲ୍ଲାର ସମସ୍ତ ଜିଲ୍ଲାପାଳ ମାନଙ୍କୁ କ୍ଷମତା ଦିଆଯାଇଛି…

{}ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଅଧିକୃତ କରାଯାଇଛି । ଯେଉଁଠି ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । ସେଠାରେ ସତର୍କତା ମୂଳକ ପଦକ୍ଷେପ ନେବେ । ଯେଉଁଠି ଯାହା ପର୍ବ ହେଉଛି, ଯେଉଁଠି ଗହଳି ହେବାର ସମ୍ଭାବନା ଅଛି । ତାକୁ କେମିତି ନିୟନ୍ତ୍ରଣ କରାଯିବ । ସେଥିପାଇଁ ଅଧିକାରୀ ମାନଙ୍କୁ କ୍ଷମତା ଦିଆଯାଇଛି ।
ଦେଶରେ ସଂକ୍ରମଣ ବର୍ତ୍ତମାନ ସ୍ଥିର ଅବସ୍ଥାରେ ଅଛି । ଓଡିଶାରେ ମଧ୍ୟ ସ୍ଥିର ଅଛି । ତଥାପି ଆସନ୍ତା 3 ମାସ ଆମ ପାଇଁ ନିର୍ଣ୍ଣାୟକ ହେବ । ଯେଉଁ ସେରୋ ସର୍ଭେ ହୋଇଥିଲା ସେଥିରେ 70 ପ୍ରତିଶତ ଲୋକଙ୍କ ଇମ୍ୟୁନିଟି ଥିବା ଜଣାପଡ଼ିଛି । ତେଣୁ ଯଦି ଟୀକାକରଣ ଓ ଇମ୍ୟୁନିଟି ବଢିବ ତାହେଲେ ସଂକ୍ରମଣ ସମ୍ଭାବନା କମିଯିବ । ତେଣୁ 3 ମାସ ଭିତରେ ଯେଉଁ ପାର୍ବଣ ଅଛି ସେଥିରେ ସତର୍କ ରହିବାକୁ ପଡ଼ିବ । ପ୍ରଥମେ ଜୀବନ, ତାପରେ ମେଳା, ମହୋତ୍ସବ, ଯାତ୍ରା ।ପର୍ଯ୍ୟଟକ ମାନଙ୍କ ପାଇଁ ଆଇସିଏମଆର ଦେଇଥିବା ଚେତାବନୀ ପ୍ରସଙ୍ଗ…ବାରମ୍ବାର ଲୋକଙ୍କୁ ନିବେଦନ କରାଯାଉଛି, ଯେ ଆବଶ୍ୟକ ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ । ଯାହା ଉତ୍ସବ ପାଳନ କରିବା କଥା ଘରେ କରନ୍ତୁ, ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ । ଯେଉଁମାନେ ବାହାରୁ ଆସୁଛନ୍ତି କୋଭିଡ କଟକଣା ପାଳନ କରିବାକୁ ପଡ଼ିବ । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହା କହିଛନ୍ତି lଭୁବନେଶ୍ୱରରେ ପଜିଟିଭ ହାର ଅଧିକ ରହୁଥିବାରୁ BMC ଗାଇଡ଼ଲାଇନ ଜାରି କରିଛି । ନୀତି ଆୟୋଗ, ICMR ପ୍ରଭୃତି ଭିଡ଼ କମାଇବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟ ସଚେତନତା ପଦକ୍ଷେପ ବାଦ କୋଭିଡ ସଂକ୍ରମଣ କମାଇବା ଲାଗି ଏହା ହିଁ ଏକମାତ୍ର ଦକ୍ଷ ପଦକ୍ଷେପ । ଏ ଦିଗରେ BMCର ଗାଇଡ଼ଲାଇନ ଏକ ଆଗୁଆ ବ୍ୟବସ୍ଥା । ଲୋକମାନେ ନିଜେ ଭିଡ଼ କମ କରନ୍ତୁ । ପ୍ରଶାସନ ବି ସଜାଗ ରହିଛି । ସମସ୍ତେ ମିଶିକି ନଭେମ୍ବର ପର୍ଯ୍ୟନ୍ତ ସତର୍କ ରହିଲେ, କୋଭିଡକୁ ହରାଇ ପାରିବା । ଜିଲ୍ଲାୱାରୀ ସ୍ଥିତି ଦେଖି ପଦକ୍ଷେପ ନେବାକୁ ଜିଲ୍ଲାଗୁଡ଼ିକୁ କୁହାଯାଇଛି । ଶୀତଦିନେ ଅଧିକ କାଶ, ସରଦି ରହେ । ତାହା କରୋନା କୁ ବଢ଼ାଇପାରେ । ତେଣୁ ଭିଡ଼ କମାଇ ଆମେ ଏହାକୁ ନିୟନ୍ତ୍ରଣ କରିପାରିବା । ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି l

Follow us

20,832FansLike
0FollowersFollow
14,700SubscribersSubscribe

Latest news