ପୁରୁଣା ମହକ …

ସପ୍ତାହ ଆଗରୁ ବୁଢି ମା ପୁରୀରେ ହବିଷ୍ୟାଳି କରିବା ପାଇଁ ସବୁ ପ୍ରକାର ପ୍ରସ୍ତୁତ କରିଥାଏ । ପୁରୁଣା ବାକ୍ସରେ ନିଜର ଜିନିଷ ସାଇତି କରି ରଖୀବା ସହ ମାସ ଯାକ ତା ପୂଜା କରିବା ପାଇଁ ଯାହା ଆବଶ୍ୟକ ତାହାର ଏକ ଲିଷ୍ଟ କରି ସାନବାପାଙ୍କୁ ଏକ ଲମ୍ବା ତାଲିକା ଧରେଇ ଦେଇଥାଏ । ହେଲେ ସାନ ବାପା ଏହି ତାଲିକାରୁ କିଛି ଆଣିଥାଏ ଓ କିଛି ଆଣି ନଥାଏ । ବୁଢିମା,ବାପା ଅନ୍ୟ ଦାଦା ମାନଙ୍କୁ କହି ସେ ସବୁ ଜିନିଷ ମଗାଇଥାଏ । କାର୍ତିକ ମାସର ଦିନକୁ ପୂର୍ବରୁ ୨ଟା ବେଳେ ବସରେ ପୁରୀ ସିଧା ବାହାରିପଡ଼େ । କେବଳ ବୁଢି ମା କାହିକିଁ ତାହା ସହ ବୟସର ଅପରାହ୍ନରେ ପହଞ୍ଚିଥିବା ଗାଁର ଏକ ବୁଢିମା ଯାଆନ୍ତି । ଟୁନା କିନ୍ତୁ ବୁଝି ପାରେନା କାହିକିଁ ବୁଢି ମା ପୁରୀ ଯାଉଛି ଓ କଣ ଧର୍ମ କରିବ । କାର୍ତ୍ତିକ ମାସ । ଧର୍ମର ମାସ । ସବୁଠି କାର୍ତ୍ତିକ ମାସର ବାସ୍ନା ମହମହ ବାସେ । ମାସକ ଯାକ ହବିଷ୍ୟାଳିମାନେ ନିଷ୍ଠାର ଶହ ପୂଜାଅର୍ଜନା କରନ୍ତି, ଚୋଉରା ମୂଳେ ପୂଜା ବି କରନ୍ତି । ରାଧାମୋହନ ବେଶରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ମାସର ଶେଷ ଦିନ ଡଙ୍ଗା ଭଷା ହୁଏ । କାର୍ତ୍ତିକ ମାସ ଧର୍ମର ମାସ ହୋଇଥିବାରୁ ନିଷ୍ଠାର ଶହ ଏହି ବ୍ରତ କରି ବିଶ୍ୱାସ ଅନୁୂସାରେ ମଣିଷ ପୂଣ୍ୟ ଅର୍ଜନ କରିଥାଏ ।

ଟୁନା ତ ମେଟ୍ରୋ ସିଟିରେ ରହୁଛି । ଆଧୁନିକତା ଛାପ ତା ଦେହ ସାରା । ଧର୍ମ, ବର୍ଷ,ମାସ , ପାପ,ପୂଣ୍ୟର କଣ ସେ ବୁଝେନା । ବୁଝେ ଅଏସ ଜୀବନ ଓ ଖୁସିରେ ରହେ । ହେଲେ ହଠାତ କିଏ ଜଣେ ଅଫିସ ଷ୍ଟାଫ କହିଲେ ଆରେ କାଲିଠାରାୁ କାର୍ତ୍ତିକ ମାସ ଆରମ୍ଭ ହେଉଛି । ଆଉ ଘରେ ଆମିଷ ଖୁଆଇ ଦେବେନି । ଛାଡ଼ ଏବେ ବାହାରେ ଖାଇବା ଓ ଆଉ ସହକର୍ମୀ ମହିଳା କର୍ମଚାରୀ କହିଲେ ଛାଡ଼ ମ କି କାର୍ତ୍ତିକ , ମାସ ସାରା କଣ ଆମିଷ ଛାଡ଼ିହେବ , ପଞ୍ଚୁକ ପାଂଚଦିନ ଆମିଷ ଛାଡ଼ିବା । ଏକଥା ଚୁପଚାପ ଶୁଣୁଥାଏ ଟୁନା । ଆଉ ତାହାର ମନେ ପଡ଼ିଯାଇଛି ପୁରୁଣା ଦିନ । କେମିତି କାର୍ତ୍ତିକ ମାସ ଆସିଲେ ଚାରିଆଡେ ମହମହ ଧାର୍ମକ ବାସ୍ନା ଆସେ । ଗାଁ ମନ୍ଦିର ଠାରୁ ଆରମ୍ଭ କରି ପୁରା ପରିବେଶ । ଟିକେ ଟିକେ ଶୀତ ସହ ଭଜନ , କିର୍ତ୍ତନ ଓ ଭୋଜନରେ ମନ ଆନନ୍ଦ ହୋଇଯାଏ । ତାଠାରୁ ବେଶୀ ଖୁସି ମାସ ଶେଷ ଦିନ ଡ଼ଙ୍ଗା ଭସାର ମଜା । ଭୋରରୁ ଉଠି ପାଖ ନଦୀ ଓ ନିଜ ପୋଖରୀରେ କଦଳୀ ବାଉଙ୍ଗାରେ ତିଆରୀ ହୋଇଥିବା ଡ଼ଙ୍ଗା ପାଣିରେ ଭଷାଇ ଆ-କା-ମା ବୋଇ ମାସକ ଧର୍ମ ତୋର , ଦିନକ ଧର୍ମ ମୋର କହିବାର ଶାନ୍ତି । ଯିଏ ପାଇଛି ସେ ଜାଣିଛି ।

ହେଲେ ଏବେ ସମୟ ବଦଳିଛି । ସମୟ ସହ ମଣିଷ ସମାଜ ବି ବଦଳିଛି । କାର୍ତ୍ତିକ ମାସ ଜମାରୁ ପାଳିନଥିବା ମହାନ୍ତି ବାବୁ କହୁଛନ୍ତି ଏଥର ଛାଡ଼ଖାଇରେ କେନ୍ଦୁଝର କି ମୟୁରଭଞ୍ଜର ଦେଶୀ ଖାସି ମାଂସ ଝୋଳ କରିବା । ଏମିତି କେତେ କଣ । ଆରେ କିଏ କିଏ ତ ଏସବୁ ମାୟା ବୋଲି କହୁଛନ୍ତି । ଟୁନା କିନ୍ତୁ କହେ ମାୟା ଭିତରେ ବି କର୍ମ ରହିଛି , ସେ କର୍ମକୁ ସମସ୍ତେ ବୁଝିପାରନ୍ତି ନାହିଁ । ଆମିଷ ଖାଇବା ନ ଖାଇବା , ପୂଜା ପାଠ କରିବା ନକରିବା ଅଲଗା କଥା । ହେଲେ ସକାଳ ପାଇଁ ଯେମିତି ରାତିର ଆବଶ୍ୟକ । ସେମିତି ଜୀବନ ପାଇଁ ଧର୍ମ ଓ ଆଧ୍ୟାତ୍ମକ ସଂସ୍କାର ଆବଶ୍ୟକ । ତେଣୁ ତ ଆମ ସଂସ୍କୃତି ଓ ପରମ୍ପରାରେ ୧୨ ମାସରେ ତେର ପର୍ବ ପାଳନ କରାଯାଏ ।

ଆମେ ବିଜ୍ଞାନ ଯୁଗର ପିଲା । ୧୨ ମାସ ନା ବି କହିପାରୁନୁ l କେବେ ବୁଝିନାହାନ୍ତି ବୟସର ଅପରାହ୍ନରେ ବୁଢି ମାଉସୀ କାହିକଁ କାର୍ତ୍ତିକ ବ୍ରତ କରେ । କାହିକିଁ ଭଗବାନଙ୍କ ଶରଣରେ ଯାଏ । କାରଣ ସେ ଲୋଭ , ମୋହ,ମାୟାରୁ ବାହାରି ଜବୀନ କଣ ବୁଝିଛି । ତେଣୁ ତ ସେ ଏବେ ଏସବୁ କରୁଛି । ଏବେ ତ ପ୍ରତ୍ୟେକ ବ୍ୟକ୍ତି ନିଜକୁ ବୁଝୁୁନାହାନ୍ତି, ସେ ଜୀବନକୁ କଣ ବୁଝିବେ । ଯେଉଁଥି ପାଇଁ ପୁରୁଣା ମହକ ଯେତେ ମହମହ ହୋଇ ବାସିଲେ ବି ତାଙ୍କୁ ସେ ବାସ୍ନା ବାସୁନାହିଁ । ହେଲେ ବେଳେ ବେଳେ ଏକୁଟିଆ ସମୟରେ କିନ୍ତୁ ସେ ଏ ମହକ ପାଇବା ପାଇଁ ବହୁତ ଚେଷ୍ଟା କରେ । ତାହାହିଁ ସତ୍ୟ ।

ପାର୍ବଣ ସମୟରେ ବଢିନାହିଁ କରୋନା ବୋଲି କହିଲେ, ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର…

( ) ଆମେ କହିଥିଲୁ ଯଦି ପାର୍ବଣ ବେଳେ ସଂକ୍ରମଣ ବଢ଼ିବ, ତାହା 7ରୁ 10 ଦିନ ଭିତରେ ଜଣାପଡ଼ିବ । କିନ୍ତୁ ପାର୍ବଣରେ କରୋନା ବଢିନି । ଏବେ ଏବେ ପାର୍ବଣ ସରିଛି । କିନ୍ତୁ ଭିଡ଼ ସମୟ ଏବେ ବି ଯାଇନି । ଆମକୁ ଆଉ କିଛି ଦିନ ଅପେକ୍ଷା କରିବାକୁ ହେବ । ଆମର ସବୁ କିଛି ଚାଲୁ । କିନ୍ତୁ କୋଭିଡ ସଂକ୍ରମଣ କମାଇବାକୁ ଆମେ ଚେଷ୍ଟା କରିବା । ଖୋର୍ଦ୍ଧାକୁ ନେଇ ଆମେ ଚିନ୍ତିତ ଥିଲୁ, ତେବେ ଏବେ ଏଠି ଦୁଇ ଶହରୁ ଅଢେଇ ଶହ ଭିତରେ ରହୁଛି । ତେଣୁ କରୋନା ସମ୍ପୂର୍ଣ୍ଣ ଯାଇନି ।
ତେବେ ତୃତୀୟ ଲହର ଆସିବନି ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ସେମାନେ କହିଛନ୍ତି, ଏବେ ଆମେ ଏଣ୍ଡାମିକ ଷ୍ଟେଜରେ ଅଛନ୍ତି । ଯଦି ଲୋକମାନେ କୋଭିଡ ଅନୁରୂପ ନିୟମ ମାନିଲେ ଆମେ ତୃତୀୟ ଲହର ଆଶଙ୍କାକୁ ସମ୍ପୂର୍ଣ୍ଣ ଏଡାଇ ପାରିବା ।

ଦେଶରେ ନୂଆ ଭାରିଆଣ୍ଟ ଚିହ୍ନଟ…ମହରାଷ୍ଟ୍ରରେ ଏକ ନୂଆ ମ୍ୟୁଟାଣ୍ଟ ଚିହ୍ନଟ ହୋଇଛି । ତେବେ ଏହାର କଣ୍ଟାକ୍ଟ ଟ୍ରେସିଂରୁ ଜଣାପଡିଛି ଯେ ଏହା ଆଉ ପୁନଶ୍ଚ ସଂକ୍ରମଣ କରାଇନି । ତେଣୁ ଏହାକୁ ନେଇ ଚିନ୍ତିତ ହେବାର ନାହିଁ । ILS ମଧ୍ୟ ଏନେଇ ରାଜ୍ୟ ସରକାରଙ୍କୁ କିଛି ସତର୍କ କରାଇନି । ତେଣୁ ଏହି ଭାରିଆଣ୍ଟକୁ ନେଇ ଆତଙ୍କିତ ହେବାର କାରଣ ନାହିଁ । ତଥାପି ଆମକୁ ଆଉ 7-8 ଦିନ ଜଗିବାକୁ ହେବ । ଟୀକାକରଣ କୋଭିଡ ଲଢେଇରେ ଏକ ବଡ଼ ଅସ୍ତ୍ର । ତେଣୁ ସବୁ ଲୋକଙ୍କୁ ଟୀକାକରଣ ଲାଗି ପ୍ରଚେଷ୍ଟା କରାଯାଉଛି ।

ବାଇଟ- ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦେଶକ

ଦ୍ରୁତ ଗତିରେ ଚାଲିଛି ଟୀକାକରଣ ପ୍ରକ୍ରିୟା…

( ) ଦେଶରେ ଟୀକାକରଣ 100 କୋଟି ଡୋଜ ପାର କରିଛି । ଟୀକାକରଣରେ ଏହା ଏକ ମାଇଲଖୁଣ୍ଟ । ଓଡ଼ିଶାରେ ମଧ୍ୟ ଟୀକାକରଣ ଦ୍ରୁତ ଗତିରେ ଚାଲିଛି । ବର୍ତ୍ତମାନ ସୁଦ୍ଧା 3 କୋଟି 48 ଲକ୍ଷ ଡୋଜ ଟୀକା ଦିଆ ସରିଲାଣି । ତା ଭିତରୁ 2.46 କୋଟି ହିତାଧିକାରୀ ପ୍ରଥମ ଡୋଜ ଓ 1 କୋଟି 2 ଲକ୍ଷ ହିତାଧିକାରୀ ଉଭୟ ଡୋଜ ଟୀକା ନେଇ ସାରିଲେଣି ।
ଅର୍ଥାତ 76% ହିତାଧିକାରୀ ଗୋଟିଏ ଡୋଜ ଟୀକା ପାଇ ସାରିଛନ୍ତି । 33% ଉଭୟ ଡୋଜ ଟୀକା ନେଇ ସାରିଛନ୍ତି । ଆଜି 1850 ଟୀକାକରଣ କେନ୍ଦ୍ରରେ ଟୀକା ଦିଆଯାଉଛି । ଆମ ପାଖରେ 22 ଲକ୍ଷ ଟୀକା ମହଜୁଦ ଅଛି । ପାର୍ବଣ ଯୋଗୁ ଟୀକାକରଣ ସାମାନ୍ୟ ଧିମେଇଥିଲା । ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ସବୁ ହିତାଧିକାରୀଙ୍କୁ ଅତିକମରେ ଗୋଟିଏ ଡୋଜ ଟୀକା ଦେବାକୁ ଲକ୍ଷ୍ୟ ରଖାଯାଇଛି ।

ଶିଶୁଙ୍କ ଟୀକାକରଣ ଲାଗି…
ଶିଶୁଙ୍କ ଟୀକାକରଣ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ ଏବେ ବିଚାରବିମର୍ଶ ଚାଲିଛି । ପିଲାଙ୍କ ଟୀକାକରଣ ଲାଗି ଆସନ୍ତାକାଲି ଜାତୀୟ ସ୍ତରରେ ସବୁ ରାଜ୍ୟର ଅଧିକାରୀଙ୍କୁ ଭରଚୁଆଲ ପ୍ରଶିକ୍ଷଣ ଦିଆଯିବ । ଏହାପରେ ରାଜ୍ୟ ସରକାର ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରିବେ । ଶିଶୁଙ୍କୁ କୋଭକ୍ସିନ ଟୀକା ଦେବା ଲାଗି କେବଳ ସବଜେକ୍ଟ ଏକ୍ସପର୍ଟ କମିଟି ଅନୁମୋଦନ କରିଛି । DCGI ଅନୁମୋଦନ କରିବ । ଏହାପରେ ସରକାର ଅନୁଧ୍ୟାନ କରି ଟୀକାକରଣ ନିର୍ଦେଶ ଆସିବା ପରେ ଆମେ ଟୀକାକରଣ ଆରମ୍ଭ କରିବୁ । ତେବେ 2ରୁ 18 ବର୍ଷର ସବୁ ପିଲାଙ୍କୁ ଦିଆଯିବ କି କିଛି ନିର୍ଦିଷ୍ଟ ବର୍ଗଙ୍କୁ ଦିଆଯିବ, ତାହା ସ୍ପଷ୍ଟ ହୋଇନି ।
ଆମ ରାଜ୍ୟରେ 2ରୁ 18 ବର୍ଷ ବୟସ ବର୍ଗର 1 କୋଟି 40 ଲକ୍ଷ ହିତାଧିକାରୀ ଅଛନ୍ତି । ଶିଶୁଙ୍କ ଟୀକାକରଣ ଆରମ୍ଭ ହେଲେ ଅଧିକ ଟୀକାକରଣ କେନ୍ଦ୍ର ବଢ଼ାଯିବ । ଶିଶୁଙ୍କ ଟୀକାକରଣ ଲାଗି ପୂର୍ବରୁ ରାଜ୍ୟରେ ଆବଶ୍ୟକ ଭିତ୍ତିଭୂମି ଅଛି । କେନ୍ଦ୍ରର ନିର୍ଦେଶ ଆସିବା ମାତ୍ରେ ଶିଶୁଙ୍କ ଟୀକାକରଣ କରାଯିବ । ଶିଶୁଙ୍କୁ କାଡ଼ିଲାର ଜାଇକଭ-ଡି 3ଟା ଡୋଜ ଦିଆଯିବ । ତେବେ କୋଭକ୍ସିନର ଦୁଇଟି ଡୋଜ ଦିଆଯିବ ।
ବାଇଟ- ଡକ୍ଟର ବିଜୟ ପାଣିଗ୍ରାହୀ, ପରିବାର କଲ୍ୟାଣ ନିର୍ଦେଶକ

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି ଓ ସିବିଆଇ ତଦନ୍ତ ଦାବିରେ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ…

{}କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି ଓ ସିବିଆଇ ତଦନ୍ତ ଦାବିରେ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ।

() କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ମହାଲିଙ୍ଗ ସନସାଇନ୍ ପ୍ଲବିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ରାଜ୍ୟ ସରକାର ସଂପୂର୍ଣ୍ଣ ଉଦାସୀନ । ଉକ୍ତ ଘଟଣାରେ ସ୍କୁଲର ସଭାପତି ଗୋବିନ୍ଦ ସାହୁ ପୋଲିସ୍ ହେପାଜତରୁ ଫେରାର ହେବା ଓ ପୁଣି ଗିରଫ ହେବା, ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ର ସଂପୃକ୍ତି ଏହି ଘଟଣାକୁ ସନ୍ଦେହ ଘେରକୁ ଟାଣିନେଇଛି । ଏ ସଂପର୍କରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଟାବାଞ୍ଜି ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଜଭବନ ଠାରେ ମହାମହିମ ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହା ଏକ ସ୍ପର୍ଶକାତର ଘଟଣା ହୋଇଥିବାରୁ ଏବଂ ପ୍ରଶାସନର ଚାପ ଏଡାଇବା ନିମନ୍ତେ ମାନ୍ୟବର ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ସିବିଆଇ ତଦନ୍ତ କରାଯିବାକୁ କଂଗ୍ରେସ ଦଳ ଦାବି କରିଛି । ମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରିବା ଓ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିଲେ ପୀଡ଼ିତା ପରିବାର ନ୍ୟାୟ ପାଇପାରିବେ ବୋଲି ମାନ୍ୟବ ର ରାଜ୍ୟପାଳଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ପ୍ରତିନିଧି ଦଳ ସ୍ମାରକପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ । ସମସ୍ତ ଘଟଣା ଶୁଣିବା ପରେ ରାଜ୍ୟପାଳ ଏ ସଂପର୍କରେ ବିହୀତ ପଦକ୍ଷେପ ନେବେ ବୋଲି ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି କଂଗ୍ରେସ ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ପଂଚାନନ କାନୁନଗୋ, ବିଶ୍ୱଜିତ ଦାଶ, ମନୋରଞ୍ଜନ ଦାଶ, ସତ୍ୟ ପ୍ରକାଶ ନାୟକ, ୟାସିର ନୱାଜ, ଦୀପକ କୁମାର ମହାପାତ୍ର ଓ ପ୍ରତିମା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

ବିଜେଡିରେ ମିଶିଲେ କୈଳାସ କୁଲସିକା…

{} ଲକ୍ଷ୍ମୀପୁର ପୂର୍ବତନ କଂଗ୍ରେସ ବିଧାୟକ କୈଳାସ ଖୁଲସିକା ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଭୁବନେଶ୍ବର ଠାରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ବିଜେଡି ରେ ସାମିଲ ହେବା ପରେ କୁଲେସିକା କହିଛନ୍ତି ଯେ – ବିଜେଡ଼ି ତାଂକୁ ରାଜନୀତି ଶିଖାଇଛି । ଆଗରୁ ସେ ବିଜେଡ଼ିରେ ଥିଲେ । କଂଗ୍ରେସକୁ ଆସିଲା ପରେ ବି ବିଜେଡ଼ି ପ୍ରତି ଦୁର୍ବଳତା ଥିଲା ।

ବିଜେପିକୁ ଲାଗିଲା ବଡ ଝଟକା…

() ରାଜ୍ୟ ବିଜେପିକୁ ଲାଗିଛି ବଡ ଝଟକା l ପୁଣି ବବିଙ୍କ ରାଜନୈତିକ ଗୋଟି ଚାଳନାରେ ଫେଲ ମାରିଛି ବିଜେପି ରଣନୀତି l ବିଜେପିରୁ ଇସ୍ତଫା ଦେଲେ ବିଶ୍ବରଂଜନ ମଲ୍ଲିକ ,ବରୀ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଭ୍ୟା ରଂଜିତା ସାମଲ। ଖୁବଶୀଘ୍ର ବିଜେଡି ରେ ସାମିଲ ହେବେ ବିଶ୍ବ l

ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କୁ ଘେରିଲା ବିଜେପି…

{} ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନୀ…

ମମିତା ମେହେର ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କଲା ବିଜେପି । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କର ବରଖାସ୍ତ ସହ ଗିରଫଦାରି ପାଇଁ ଦାବି କଲା ବିଜେପି । ଏ ଘଟଣାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସିଧାସଳଖ ସମ୍ପୃକ୍ତି ନେଇ ବିଜେପିର ଅଭିଯୋଗ ।

ସମ୍ପୂର୍ଣ୍ଣ ଘଟଣାକ୍ରମ ବିସ୍ମୟ ସୃଷ୍ଟି କରିଛି । ପୀଡିତାର ପରିବାର ଲୋକ ଗଣମାଧ୍ୟମ ଆଗରେ ଯାହା ପ୍ରକାଶ କରିଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ । ଶିକ୍ଷାନୁଷ୍ଠାନରେ ବିଭତ୍ସ କାର୍ଯ୍ୟ ହେଉଥିଲା । ଏହି ଘଟଣା ଓଡିଶାବାସୀଙ୍କୁ ଲଜ୍ଜିତ କରିଛି । ପୀଡିତାର ବାପା କହିଛନ୍ତି ଯେ, ଶିକ୍ଷାନୁଷ୍ଠାନରେ ଯୌନ ବ୍ୟଭିଚାର ଚାଲିଥିଲା । ଶିକ୍ଷାନୁଷ୍ଠାନର ସଂଚାଳକ ସାମିଲ ଥିଲେ । ମନ୍ତ୍ରୀ ମାନେ ବରାବର ସେଠାକୁ ଯାଉଥିଲେ । ପିଡ଼ୀତାର ବାପାଙ୍କ ଏଫଆଇଆର ରଖୁନଥିଲେ ପୋଲିସ । ପୀଡିତାଙ୍କ ବାପା ବୟାନ ଦେଇଛନ୍ତି । ମନ୍ତ୍ରୀ ଶାରୀରିକ ସମ୍ପର୍କ ରଖିବା ପାଇଁ ସେ ଜାଗକୁ ଆସୁଥିଲେ । ମମିତା ମେହେରଙ୍କ ମୋବାଇଲ, ପେନଡ୍ରାଇଭ, ଲାପଟପ ପୋଲିସ ସିଜ୍ କରିଛି । ପୀଡିତା ମୋବାଇଲରେ ଅନେକ ସିକ୍ରେଟ ରଖିଥିଲା । ଏ ସବୁ ଅସମାହିତ ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିବା ଦରକାର । ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ କହୁଛନ୍ତି ସେ କଲେଜ ମୋ ଜୀବନ । ହେଲିକପ୍ଟର ଧରି 2 ଜଣ ମନ୍ତ୍ରୀ କାହିଁକି କଲେଜରେ ପହଞ୍ଚିଥିଲେ । ମନ୍ତ୍ରୀ ପ୍ରତାପ ଜେନା ରେଭେନ୍ସା କଲେଜ ସହ ମହାଲିଙ୍ଗ କଲେଜକୁ ତୁଳନା କରୁଥିଲେ । ଗୋବିନ୍ଦ ସାହୁଙ୍କୁ ଭୁଇୟଶୀ ପ୍ରଶଂସା କରୁଥିଲେ ମନ୍ତ୍ରୀ । ଏ ସବୁ ପ୍ରଶ୍ନର ଉତ୍ତରକୁ ଓଡିଶାବାସୀ ଅପେକ୍ଷା କରିଛନ୍ତି । ପୀଡିତାଙ୍କ ପେନଡ୍ରାଇଭ, ମୋବାଇଲ ଆଦି ଉଦ୍ଧାର ହୋଇ ସାମ୍ନାକୁ ଆସିବା ଦରକାର ।
ପୂର୍ବରୁ ବିଭିନ୍ନ ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି ।
– ମାହାଙ୍ଗା ଡବଲ ମର୍ଡର କେସରେ ମୁଖ୍ୟମନ୍ତ୍ରୀ କିଛି କହିନାହାନ୍ତି । ଅହେତୁକ ନିରବତା ଅବଲମ୍ବନ କରୁଛନ୍ତି । ମନ୍ତ୍ରୀ ପ୍ରତାପ ଜେନା 13 ନମ୍ବର ମୁଦାଲା ଥିଲେ ।
– ପରୀ ହତ୍ୟା ଘଟଣାରେ ତା ବାପା ମା ମନ୍ତ୍ରୀ ଅରୁଣ ସାହୁ ଓ ବବୁଲି ନାୟକଙ୍କ ନା କହିଥିଲେ । କିନ୍ତୁ ତାଙ୍କୁ ତଦନ୍ତର କୌଣସି ପ୍ରକ୍ରିୟାରେ ସାମିଲ କରାଗଲା ନାହିଁ ।
– ସ୍ମିତାରାଣୀ ମୃତ୍ୟୁ ଘଟଣା । କେମିତି ମୃତ୍ୟୁ ହେଲା ତାହା ରହସ୍ୟ ହୋଇ ରହିଲା ।
– ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ଘଟଣା । ମନ୍ତ୍ରୀ ବିକ୍ରମ ଆରୁଖ ଓ ପିଏଙ୍କ ନାଁ ଆସିଲା ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ ।
– କୁନ୍ଦୁଲିରେ ଆଦିବାସୀ ନାବାଳିକା ଗଣଦୁଷ୍କର୍ମ ଘଟଣାରେ କିଛି ହେଲା ନାହିଁ ।
– ଟିକିରିରେ ଶିକ୍ଷୟତ୍ରୀଙ୍କ ହତ୍ୟା ଘଟଣା
ସବୁ ଘଟଣାରେ ବଡ଼ ବଡ଼ିଆଙ୍କୁ ସୁରକ୍ଷା ଦିଆଯାଉଛି । ଏ ଘଟଣାରେ ତଥ୍ୟକୁ ନଷ୍ଟ କରାଯାଉଛି । ମନ୍ତ୍ରୀ ମାନଙ୍କୁ ସୁରକ୍ଷା ଦିଆଯାଉଛି । ପଶ୍ଚିମ ଓଡିଶା ବିକାଶ ପରିଷଦର ଅର୍ଥ କଲେଜରେ ଲାଗିଛି । ପାଖାପାଖି 32 ଲକ୍ଷ ଟଙ୍କା ଦିଆଯାଇଛି । ଵ୍ୟକ୍ତିଗତ ଭାବେ ଠିକାଦାର ମାନେ ଚଳିବା ପାଇଁ ବ୍ୟବସ୍ଥା କରାଯାଉଛି ।

ସମୀର ମହାନ୍ତି ସଭାପତି, ରାଜ୍ୟ ବିଜେପି

ଦରଦାମ ବୃଦ୍ଧି ନେଇ କେନ୍ଦ୍ରକୁ ଟାର୍ଗେଟ କଲା ବିଜେଡି ଓ ପ୍ରଶ୍ନ କଲା କୁଆଡେ ଗଲା ଅଛେ ଦିନ…

{} ଦରଦାମ ବୃଦ୍ଧି ନେଇ କେନ୍ଦ୍ରକୁ ଟାର୍ଗେଟ କଲା ବିଜେଡି । କୁଆଡେ ଗଲା ଅଛେ ଦିନ ବୋଲି ପ୍ରଶ୍ନ କଲା ଦଳ । 2014ରେ ଯେଉଁ ଅଚ୍ଛେଦିନ ର ନାରା ଦେଇଥିଲେ ସେହି ସମୟର ଦର ଦାମ ଏବେ ଲାଗୁ କରନ୍ତୁ । କୋଭିଡ ଯୋଗୁ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଛି । ଦର ଦାମ ବୃଦ୍ଧି କରି ସାଧାରଣ ଲୋକଙ୍କ ପେଟକୁ ଲାତ ମାରିଛି କେନ୍ଦ୍ର ସରକାର । ତୁରନ୍ତ ଦର ଦାମ କୁ ନିୟନ୍ତ୍ରଣ କରାଯାଉ । ନ ହେଲେ ଗାଁ ଗାଁ କୁ ଆମେ ଏହି ପ୍ରସଙ୍ଗ ନେଇ ଯିବୁ । ଲୋକେ ଅତିଷ୍ଠ ହୋଇ ପଡିଲେଣି । କେନ୍ଦ୍ର ସରକାରଙ୍କ ଭୁଲ ଅର୍ଥନୈତିକ ପରିଚାଳନା ଯୋଗୁ ଏପରି ଘଟୁଛି ବୋଲି କହିଲେ ଦଳର ବରିଷ୍ଠ ଉପ ସଭାପତି ଦେବୀ ମିଶ୍ର ।

ସେପଟେ ଦର ଦାମ ପ୍ରସଙ୍ଗରେ ବି କେନ୍ଦ୍ର କୁ ଟାର୍ଗେଟ କଲା କଂଗ୍ରେସ । ସୁରେଶ ରାଉତରାୟଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ସାଧାରଣ ଲୋକଙ୍କୁ ଶୋଷଣ କରୁଛନ୍ତି କେନ୍ଦ୍ର ସରକାର । ଆଗାମୀ ଦିନରେ ଏହାକୁ ନେଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଲା କଂଗ୍ରେସ ।

ମମିତା ମେହେରଙ୍କୁ ଅପହରଣ ଓ ପରେ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଲା କଂଗ୍ରେସ : ଘଟଣାରେ ଗୃହ ରାଜ୍ୟ ମନ୍ତ୍ରୀଙ୍କ ଇସ୍ତଫା ଓ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମଧ୍ୟ ଦାବି କଲା କଂଗ୍ରେସ…

() ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ଅପହରଣ ଓ ପରେ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଲା କଂଗ୍ରେସ।

ମମିତା ମେହେର ଅପହରଣ, ନିଖୋଜ ଓ ହତ୍ୟା ଘଟଣାରେ ଗୃହ ରାଜ୍ୟ ମନ୍ତ୍ରୀଙ୍କ ଇସ୍ତଫା ଓ ତାଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବି କଲା କଂଗ୍ରେସ।

{} ଶେଷରେ ମମିତା ମେହେର ଅପହରଣ ଓ ନିଖୋଜ ଘଟଣାରେ ଯାହା ଆଶଙ୍କା କରାଯାଉଥିଲା ତାହା ସତ୍ୟରେ ପରିଣତ ହେଲା । ମମିତା ମେହେର ନିଖୋଜ ହେବା ଦିନଠାରୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଯାହା ଆଶଙ୍କା କରାଯାଉଥିଲା ତାହା ଆଜି ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ ପରିସରରୁ ମାଟି ତଳୁ ଏକ ମୃତ ଦେହ ଉଦ୍ଧାର ପରେ ସତରେ ପରିଣତ ହେବାକୁ ଯାଉଛି । ଆଜି ପ୍ରଦେଶ କଂଗ୍ରେସ କର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସନ୍ତୋଷ ସିଂ ସାଲୁଜା ଏଭଳି ସଙ୍ଗୀନ ଓ ହୃଦୟବିଦାରକ ଘଟଣାରେ ଗୃହରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସିଧାସଳଖ ସଂପୃକ୍ତିର ଅଭିଯୋଗ ଆଣିବା ସହିତ ତାଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିସ୍କାର କରି ତଦନ୍ତ ପରିସର ଭୁକ୍ତ କରିବାପାଇଁ ଦାବି କରିଥିଲେ । ପାରିପାଶ୍ୱର୍ିକ ପରିସ୍ଥିତିରୁ ଯାହା ଜଣାପଡ଼ୁଛି ମମିତା ମେହେରଙ୍କୁ ଅପହରଣ ପରେ ହତ୍ୟା କରି ଷ୍ଟାଡିୟମ ପରିସରରେ ପୋତି ଦିଆଯାଇଛି । ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ କାର୍ଯ୍ୟ ସିଧାସଳଖ ଗୃହରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରାଯାଉଥିବା ବେଳେ ଷ୍ଟାଡିୟମ ପରିସରରୁ ୭ଫୁଟ ଗଭୀରତାରେ ଅଧାପୋଡ଼ା ଶବ ମିଳିବା ଏବଂ ଶବପାଖରୁ ବ୍ୟବହାର ସାମଗ୍ରୀ ଆଦି ମିଳିବା ମନ୍ତ୍ରୀଙ୍କ ସଂପୃକ୍ତିକୁ ପ୍ରମାଣିିିତ କରୁଛି ।

ଗତ ୮ ଅକ୍ଟୋବର ଶୁକ୍ରବାର ଦିନ ମମିତା ମେହେର ସକାଳ ୫ଘଂଟା ୪୫ ମି. ରେ ଜୟବଜରଙ୍ଗ ବାଲି ବସରେ ତାଙ୍କ କାର୍ଯ୍ୟସ୍ଥଳୀ ମହାଲିଙ୍ଗ୍ ଯାଉଥିଲେ । କିନ୍ତୁ ମହାଲିଙ୍ଗ ପୂର୍ବରୁ ଚାନ୍ଦତାରା ଛକରେ, ସେ ଶିକ୍ଷକ ଭାବେ କାର୍ଯ୍ୟକରୁଥିବା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସନସାଇନ ସ୍କୁଲର ମୁଖ୍ୟ ତଥା ମାଲିକ ଗୋବିନ୍ଦ ସାହୁ ତାଙ୍କୁ ବସ୍‌ରୁ ଓହ୍ଲାଇ ନିଜସହିତ ତାଙ୍କ ବ୍ୟକ୍ତିଗତ ଗାଡ଼ିରେ ନେଇଯାଇଥିଲେ ଏବଂ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଯାଗାରେ ତାଙ୍କୁ ସାଙ୍ଗରେ ନେଇ ସୌଖିନ ଜିନିଷ କିଣାକିଣି କରିବାର ସିସି ଟିଭି ଭିଡିଓ ଫୁଟେଜ ଅଛି । ତା ପରଠାରୁ ଶିକ୍ଷୟତ୍ରୀ ମମିତା ମେହେରଙ୍କର ଖୋଜ ଖବର ମିଳୁନାହିଁ । ତାଙ୍କ ଘର ପରିବାର ଲୋକଙ୍କ ତରଫରୁ ତା ୧୩ ଅକ୍ଟୋବରରେ ସିଂଧେକେଲା ଥାନାରେ ସ୍କୁଲର ମୁଖ୍ୟ ଗୋବିନ୍ଦ ସାହୁଙ୍କ ନାମରେ ଅପହରଣ ଜନିତ ମାମଲା ନଂ ୦୦୯୭/୨୧ ରୁଜୁ କରିଥିଲେ । ସିଂଧେକେଲା ପୋଲିସ୍ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତେ ଶିକ୍ଷୟତ୍ରୀ ମମିତା ମେହେରଙ୍କର ଘରକୁ ଯାଇ ତାଙ୍କର ଲାପଟପ, ପେନ ଡ୍ରାଇଭ ଆଦି ନିଜ ସହିିତ ନେଇଯାଇଛନ୍ତି ଯାହା ଫଳରେ ମନ୍ତ୍ରୀଙ୍କର ମମିତା ମେହରଙ୍କ ସହିତ ଥିବା ବ୍ୟକ୍ତିଗତ ଅନୈତିକ ସମ୍ପକର ଅନେକ ପ୍ରମାଣ ମିଳିପାରୁ ନାହିଁ । ଏଠାରେ ସ୍ଥାନୀୟ ପୋଲିସ୍ ମନ୍ତ୍ରୀଙ୍କର ହାତବାରିସ ହୋଇ କାର୍ଯ୍ୟ କରୁଛନ୍ତି ଯାହା ଫଳରେ ପୋଲିସ୍ ଗୋବିନ୍ଦ ସାହୁଙ୍କୁ ୪ଦିନ ଧରି ଥାନାରେ ଅଟକ ରଖିବା ପରେ ୧୭ ଅକ୍ଟୋବର ଦିନ ଛାଡ଼ି ଦେଇଥିଲା । ପୋଲିସ୍ ଗୋବିନ୍ଦ ସାହୁଙ୍କୁ ଥାନାକୁ ଧରିଆଣିବାର ୨୪ ଘଂଟା ଭିତରେ ମାନ୍ୟବର ଅଦାଲତଙ୍କ ପାଖରେ ଉପସ୍ଥିତ କରାଇବା ପରିବର୍ତେ, ଛାଡ଼ି ଦେବା ପଛରେ ଗୃହରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କର ସିଧାସଳଖ ସଂପୃକ୍ତି ରହିଛି ଏବଂ ଚାପରେ ପଡ଼ି ପୋଲିସ ଅଭିଯୁକ୍ତକୁ ଥାନାରୁ ଛାଡ଼ିଦେଇଛି ବୋଲି ଶ୍ରୀ ସାଲୁଜା ଅଭିଯୋଗ କରିଛନ୍ତି । ଅପହୃତା ଶିକ୍ଷୟତ୍ରୀ ମମିତା ମେହେରଙ୍କର କାକା କୌଷିକ ମେହେର ତାଙ୍କ ସ୍କୁଲର ମୁଖ୍ୟ ଗୋବିନ୍ଦ ସାହୁଙ୍କ ଭିତରେ ହୋଇଥିବା କଥାବାର୍ତାରୁ ସ୍ପଷ୍ଟ ଜଣାପଡୁଛି ଯେ ଏଭଳି ସଙ୍ଗୀନ ଘଟଣାରେ ଗୃହରାଜ୍ୟ ମନ୍ତ୍ରୀଙ୍କର ସିଧାସଳଖ ସଂପୃକ୍ତି ରହିଛି । ସ୍କୁଲ ମୁଖ୍ୟ ଗୋବିନ୍ଦ ସାହୁ ମମିତା ମେହେରଙ୍କର ଷ୍ଟେଟବ୍ୟାଙ୍କରେ ଥିବା ଆକାଉଂଟ ନମ୍ବର -୩୫୩୩୫୪୩୩୯୮ କୁ ୮ ହଜାର ଟଙ୍କା ନିଖୋଜ ହୋଇଥିବା ଦିନ ପଠାଇଥିବା କଥା ସାମନାକୁ ଆସୁଛି । ମମିତା ମେହେରଙ୍କ ବାପା ତାଙ୍କ ଝିଅ ନିଖୋଜ ହେବା ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ସନସାଇନ୍ ସ୍କୁଲରେ ଦେହବ୍ୟବସାୟ ଭଳି ଅନେକ ଅନୈତିକ କାର୍ଯ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ସଂପୃକ୍ତିରେ କରାଯାଉଥିଲା । ଏହାର କିଛି ଖବର ଝିଅ ପାଖରେ ଥିଲା ତେଣୁ ତାକୁ ସୁଚିନ୍ତିତ ଉପାୟରେ ଅପହରଣ ଓ ପରେ ହତ୍ୟା କରାଯାଇଛି ଏବଂ ଏଥିରେ ସନସାଇନ ପବ୍ଲିକ ସ୍କୁଲର ମୁଖ୍ୟ ତଥା ମନ୍ତ୍ରୀଙ୍କ ନିକଟତମ ଲୋକ ଗୋବିନ୍ଦ ସାହୁ ସିଧାସଳଖ ଦାୟୀ । ସନସାଇନ ସ୍କୁଲରେ ଅନେକ ଗୁପ୍ତ କଠୋରୀ ରହିଛି ଯାହାକି ମନ୍ତ୍ରୀଙ୍କ ନଷ୍ଟ ଚରିତ୍ରର ମୁକ ସାଖୀ ଅଟନ୍ତି । ଅନେକ ସମୟରେ ସନସାଇନ ସ୍କୁଲର ଛାତ୍ରୀମାନେ ୮-୧୦ ଦିନ ଧରି ସ୍କୁଲ ପରିସରରୁ ନିଖୋଜ ହୁଅନ୍ତି ଏବଂ ଛତିଶଗଡ଼, ରାୟପୁରରୁ ପୁଣି ସ୍କୁଲକୁ ଫେରନ୍ତି- ଏକଥା ଖୋଦ ଗୋବିନ୍ଦ ସାହୁ ନିଜେ ପ୍ରକାଶ କରିଛନ୍ତି । ପ୍ରସଙ୍ଗରେ ବିଜେଡ଼ି ମୁଖପାତ୍ର ଲେନିନ୍ ମହାନ୍ତି କିଛି ନବୁଝି ଏବଂ ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା ନକରି ଘଟଣାକୁ ଅତ୍ୟନ୍ତ ହାଲୁକା ଭାବେ ନେବା ଏବଂ ଶସ୍ତା ମନ୍ତବ୍ୟ ପ୍ରଦାନ କରିବା ଅତ୍ୟନ୍ତ ନିନ୍ଦନୀୟ । ଏଭଳି ସ୍ପର୍ଷକାତର ପ୍ରସଙ୍ଗକୁ ନିରପେକ୍ଷ ଓ ଚାପମୁକ୍ତ ତଦନ୍ତ କରାଗଲେ ଅନେକ ଘଟଣା ଲୋକଲୋଚନକୁ ଆସିବ ଏବଂ ମମିତା ମେହେର ଓ ତାଙ୍କ ପରିବାରକୁ ନ୍ୟାୟ ମିଳିବ । ଶ୍ରୀ ସାଲୁଜା, ନିରପେକ୍ଷ ତଦନ୍ତ ନିମନ୍ତେ ଗୃହରାଜ୍ୟ ମନ୍ତ୍ରୀଙ୍କର ତୁରନ୍ତ ଇସ୍ତଫା ଦାବି କରିବା ସହିତ ଏଭଳି ସ୍ପର୍ଷକାତର ଘଟଣାର ସିବିଆଇ କିମ୍ବା ବିଚାରବିଭାଗୀୟ ତଦନ୍ତ କରି ଦୋଷୀଙ୍କୁ କଠୋର ଦଣ୍ଡ ବିଧାନ କରିବାପାଇଁ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡ଼ା, ମୁଖପାତ୍ର ପ୍ରଶାନ୍ତ ଶତପଥି ଓ ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

କୋଭିଡରେ ମୃତ୍ଯୁବରଣ କରିଥିବା ପରିବାରର ସଦସ୍ୟ ବା ନିକଟତମ ସମ୍ପର୍କୀୟଙ୍କୁ ମିଳିବ ୫୦ ହଜାର ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ..

{} କୋଭିଡ୍ ମହାମାରୀରେ ମୃତ୍ଯୁବରଣ କରିଥିବା ନାଗରିକମାନଙ୍କ ପରିବାର ସଦସ୍ୟ ବା ନିକଟତମ ସମ୍ପର୍କୀୟଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ରାଜ୍ଯ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆଜି ଏଥିପାଇଁ ମୁଖ୍ଯ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମନ୍ଵୟ ବୈଠକରେ ସମସ୍ତ ଜିଲ୍ଲାର ତହସିଲ ଏବଂ ବ୍ଲକ୍‌ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

କୋଭିଡରେ ମୃତ୍ଯୁବରଣ କରିଥିବା ଲୋକଙ୍କ ନିକଟତମ ସମ୍ପର୍କୀୟଙ୍କୁ ୫୦ ହଜାର ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ। ଧନୀ, ଗରୀବ ନିର୍ବିଶେଷରେ ସବୁ ବର୍ଗର ଲୋକ ଏହି ସହାୟତା ପାଇ ପାରିବେ। ଅନ୍ୟ କୌଣସି ଯୋଜନାରେ ସହାୟତା ପାଇଥିବା ବ୍ଯକ୍ତି ବା ପରିବାର ମଧ୍ଯ ଏହି ସହାୟତା ପାଇଁ ଯୋଗ୍ଯ ବିବେଚିତ ହେବେ।

ଦରଖାସ୍ତ ଗ୍ରହଣ କରିବା ଠାରୁ ଆରମ୍ଭ କରି ଅନୁକମ୍ପା ରାଶି ପ୍ରଦାନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ ଲୋକଙ୍କ ନିମନ୍ତେ ସରଳ ଏବଂ ସହଜଲବ୍ଧ କରିବା ପାଇଁ ମୁଖ୍ଯ ଶାସନ ସଚିବ ସମସ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ ଏବଂ ଏହି ପ୍ରକ୍ରିୟା ସହ ଜଡିତ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନୁଦାନ ପାଇଁ ମୃତ ବ୍ଯକ୍ତିଙ୍କ ପରିବାର ନିର୍ଦ୍ଧାରିତ ଫର୍ମ୍‌ରେ ଜିଲ୍ଲାପାଳମାନଙ୍କୁ ଅନ୍‌ଲାଇନ୍ ବା ଅଫ୍‌ଲାଇନ୍‌ରେ ଦରଖାସ୍ତ ଦେଇପାରିବେ।କୋଭିଡ ପଜିଟିଭ ହୋଇ ୩୦ ଦିନ ମଧ୍ଯରେ ଘରୋଇ ପୃଥକବାସ/ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ଲାଗୁ ହେବ। ଦରଖାସ୍ତ ଗ୍ରହଣ, ମଞ୍ଜୁରୀ ଏବଂ ସହାୟତା ପ୍ରଦାନ ଜିଲ୍ଲାସ୍ତରରେ ହେବ। ନିୟୋଜିତ ଅଧିକାରୀମାନଙ୍କୁ ଏଥି ପାଇଁ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯିବ।

Follow us

20,832FansLike
0FollowersFollow
14,700SubscribersSubscribe

Latest news