ୟୁରୋପିଓ ଦେଶରେ ବଢୁଛି ସଂକ୍ରମଣ…

() ୟୁରୋପିଓ ଦେଶରେ ବଢୁଛି ସଂକ୍ରମଣ। ସଂକ୍ରମଣ ବଢିବା ନେଇ ପ୍ରତିକ୍ରିୟା ରଖିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ୟୁରୋପ ଏବଂ ଚାଇନାରେ ଯେଉଁ ଲହର ହେଉଛି ତାହା ଡେଲଟା ଭାରିଏଣ୍ଟ। କିନ୍ତୁ ଆମେ ଆତଙ୍କିତ ହେବାର ନାହିଁ କାହିଁକି ନା ଦ୍ବିତୀୟ ଲହରରେ ଡେଲଟା ଭାରିଏଣ୍ଟକୁ ଆମେ ସାମ୍ନା କରି ସାରିଛେ। ଏହା ବାଦ ଆମର ଇମିନ୍ୟୁଟି ମଧ୍ୟ ଅଧିକ ରହିଛି। ତେଣୁ ଆତଙ୍କିତ ହେବାର ନାହିଁ। ଯଦିଓ ଇମିନ୍ୟୁଟି 75 ପ୍ରତିଶତ ଥିଲା ତିନି ମାସ ତଳେ ହେଲେ ଏବେ ବି ଭ୍ୟାକିନେସନ୍ ଚାଲିଛି ତେଣୁ ଇମିନ୍ୟୁଟି ବଢୁଛି। ତେବେ ଭାରତ ପାଇଁ ତୃତୀୟ ଲହର ଆଶଙ୍କା ଏବେ ବି କମିନି। ଆମକୁ ଏବେ ବି ସତର୍କତା ଅବଲମ୍ବନ କରିବାକୁ ହେବ।
ବାଇଟ୍- ନିରଞ୍ଜନ ମିଶ୍ର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଶୃଙ୍ଖଳା ଉପରେ ଗୁରୁତ୍ୱ ଦେଉଛନ୍ତି ସୋନିଆ…

{}କଂଗ୍ରେସ ଦଳର ସାମ୍ପ୍ରତିକ ପରିସ୍ଥିତି ରେ ଶୃଙ୍ଖଳା ର ଅଧିକ ଆବଶ୍ୟକ ରହିଛି। ସୋନିଆ ଜି ଶୃଙ୍ଖଳା ଉପରେ ଗୁରୁତ୍ୱ ଦେଉଛନ୍ତି। ବିଧାୟକ ଙ୍କୁ ଠାରୁ ଆରମ୍ଭ କରି ସାଧାରଣ କର୍ମୀ ଯେ କେହି ବି ବିଶୃଙ୍ଖଳିତ ହେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। କଂଗ୍ରେସ ଦଳ ଖରାପ ପରିସ୍ଥିତି ଦେଇ ଗତି କରୁଛି। କଂଗ୍ରେସ ନାଁ ରେ ଅପବାଦ ଅଛି ବିଶୃଙ୍ଖଳିତ ଆଚରଣ ପାଇଁ। ଏ ଅପବାଦ କୁ ହଟେଇବା ଆମ ଦାୟିତ୍ୱ। ପ୍ରଭାରୀ ମଧ୍ୟ ଏନେଇ ସମସ୍ତଙ୍କୁ ଚେତାବନୀ ଦେଇଛନ୍ତି।

ବାଇଟ: କିଶୋର ଚନ୍ଦ୍ର ପଟେଲ, ଅଧ୍ୟକ୍ଷ, କଂଗ୍ରେସ ଶୃଙ୍ଖଳା କମିଟି

ଗରିବଙ୍କ ପାଇଁ ଦୀପାବଳିରେ ଖୁସି ଖବର….

{}ଦୀର୍ଘ ଦିନର ବ୍ୟବଧାନ ପରେ କେନ୍ଦ୍ର ସରକାର excise ହ୍ରାସ କରିଛନ୍ତି। ବିଜେଡି ଆନ୍ଦୋଳନ ତୀବ୍ର ହେବାରୁ କେନ୍ଦ୍ର ଏହି ନିଷ୍ପତ୍ତି ନେଇଛନ୍ତି। ଦର ହ୍ରାସ 33 ପ୍ରଡସିଷ୍ଟ ଓଡ଼ିଶା ସତକର ବହନ କରୁଛନ୍ତି। 3.30 ପେଟ୍ରଲ ଓ 1.65 ଡିଜେଲ ରାଜ୍ୟ ଭାଗ ରହିଛି। ଓଡ଼ିଶା ସରକାରଙ୍କ ପଦକ୍ଷେପ ସ୍ୱାଗତ। ଏହି ହିସାବ ବାଦ VAT ହ୍ରାସ ହୋଇଛି। ଗରିବଙ୍କ ପାଇଁ ଦୀପାବଳିରେ ଖୁସି ଖବର। 6.30 ପେଟ୍ରୋଲ 4.65 ଡିଜେଲ ଓଡ଼ିଶା ସରକାର କମାଇଛନ୍ତି। 2000 କୋଟି କ୍ଷତି ହେବ ରାଜ୍ୟର। ସାରା ଦେଶରେ ସବୁଠାରୁ କମ ରେଟ ଓଡିଶାରେ। ଦୁର୍ଭାଗ୍ୟଜନକ ଯେଉଁ ସେସ ଆଦାୟ କେନ୍ଦ୍ର କରୁଛି, ତାହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଭାଗ ହେବା କଥା ବା ଉଛେଦ ହେବା କଥା। ଏହା ସଂଘୀୟ ବ୍ୟବସ୍ଥା ବିରୋଧୀ। LPG ଦର ଉପରୁ excise ଓ ଅନ୍ୟ ଟ୍ୟାକ୍ସ ହ୍ରାସ କରନ୍ତୁ।
ଆସନ୍ତାକାଲିଠାରୁ ଯୁବ ଓ ଛାତ୍ର ଆନ୍ଦୋଳନ 10 ଦିନ ପାଇଁ ସ୍ଥଗିତ ରହିଲା। ଆଶା କରୁଛୁ ଏହି 10 ଦିନ ଭିତରେ LPG ରେଟ କମାଇବେ କେନ୍ଦ୍ର ସରକାର। ଯଦି କର୍ଣ୍ଣପାତ ନ କଲେ LPG ଉପରେ, ଆନ୍ଦୋଳନ ଆହୁରି ତୀବ୍ରତର ହେବ। ପଞ୍ଚାୟତ ଯାଏ ଚାଲି କେନ୍ଦ୍ର ସରକାରଙ୍କୁ ଦୃଢ଼ ଜବାବ ଦିଆଯିବ।
ବ୍ୟୋମକେଶ ରାୟ
ଯୁବ ବିଜେଡି ସଭାପତି

ଆଉଟସୋରସିଂ ସଂସ୍ଥା ତଥା ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା ବ୍ୟକ୍ତି ମାନଙ୍କର ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି….

( )ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

{}ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଆଉଟସୋରସିଂ ସଂସ୍ଥା ଜରିଆରେ ତଥା ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା ବ୍ୟକ୍ତି ମାନଙ୍କର ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହାଦ୍ବାରା ଓଡିଶା ସରକାରଙ୍କ ବିଭିନ୍ନ ବିଭାଗରେ ନିୟୋଜିତ ପ୍ରାୟ ୩୩ ହଜାର ବ୍ୟକ୍ତି ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ ଅଧିକ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।ଆଉଟସୋରସିଂ ଓ ଚୁକ୍ତିଭିତ୍ତିରେ ନିୟୋଜିତ ଏହି ବ୍ୟକ୍ତି ମାନଙ୍କର ଇ.ପି.ଏଫ ଓ ଇ.ଏସ୍‌.ଆଇ ପରି ବୈଧାନିକ ଦେୟ ସଂପୃକ୍ତ ସଂସ୍ଥା ପୈଠ କରିବେ। ସେମାନେ କାମ କରୁଥିବା ବିଭାଗର କର୍ତ୍ତୃପକ୍ଷ ଏହା ସୁନିଶ୍ଚିତ କରିବେ । ଉପରୋକ୍ତ ବୈଧାନିକ ଦେୟ ପୈଠ କରିବାରେ ହେଳା କରୁଥିବା ସଂସ୍ଥା ଗୁଡିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ଏତଦ୍‌ବ୍ୟତୀତ ସେମାନଙ୍କୁ ବର୍ଷକୁ ସର୍ବାଧିକ ୧୨ ଦିନ ଛୁଟି ମଞ୍ଜୁର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଗର୍ଭବତୀ ମହିଳା ମାନଙ୍କ କ୍ଷେତ୍ରରେ ମାତୃତ୍ବ ଛୁଟି ପ୍ରଦାନ ବିଷୟ ବିଚାର କରି ଯଥାଶୀଘ୍ର ନିଷ୍ପତ୍ତି ନେବା ପାଇଁ ମୁଖ୍ୟମନ୍ତ୍ରୀ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ।

ସହଜରେ ଚାଷୀଙ୍କୁ ମିଳିବ ସାର…

( )ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରବର୍ତ୍ତିତ ୫–‘ଟି’ ଅନ୍ତର୍ଗତ କାର୍ଯ୍ୟକ୍ରମରେ ମାର୍କଫେଡ୍‌ର ସାରଯୋଗାଣ ଓ ଆର୍ଥିକ ବ୍ୟବସ୍ଥାର କମ୍ପ୍ୟୁଟରୀକରଣ କରାଯାଇଛି । ମାର୍କଫେଡ ଦ୍ଵାରା ରାଜ୍ୟର ଚାଷୀମାନଙ୍କୁ ସାରଯୋଗାଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ପାରଦର୍ଶୀ କରାଯିବା ସହିତ ଠିକ୍ ସମୟରେ ଚାଷୀମାନଙ୍କୁ ଆବଶ୍ୟକ ସାରଯୋଗାଇ ଦିଆଯାଇପାରିବ । ଏହା ଦ୍ଵାରା ଚାଷୀ ଉପକୃତ ହେବା ସହିତ କୃଷି ଉତ୍ପାଦନ ବୃଦ୍ଧି ପାଇବ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି ।

ଆଜି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓଡ଼ିଶା ରାଜ୍ୟ ସମବାୟ ବାଣିଜ୍ୟ ମହାସଂଘ ଲି (ମାର୍କଫେଡ୍‌– ଓଡ଼ିଶା)ର ମୁଖ୍ୟ କାର୍ଯ୍ୟାଳୟରେ ସାର ଆବଣ୍ଟନ ଓ ଆର୍ଥିକ ପରିଚାଳନାର କମ୍ପ୍ୟୁଟରୀକରଣ ବ୍ୟବସ୍ଥା ‘ସମନ୍ବିତ’ର ଶୁଭ ଉଦ୍‌ଘାଟନ କରି କହିଲେ ଯେ କୋଭିଡ୍ ମହାମାରୀର କଟକଣା ସତ୍ତ୍ଵେ ସମବାୟ ବିଭାଗ ଦ୍ଵାରା ରାଜ୍ୟର ଚାଷୀମାନଙ୍କୁ ଠିକ୍ ସମୟରେ ଋଣ ସମେତ ଆବଶ୍ୟକ କୃଷି ସାମଗ୍ରୀ ଯୋଗାଇ ଦିଆଯାଇ ପାରିଥିବାରୁ ଫସଲ ଉତ୍ପାଦନ ବୃଦ୍ଧି ପାଇଛି । ନୂତନ ବ୍ୟବସ୍ଥା ପ୍ରଚଳନ ଦ୍ଵାରା ସାରଯୋଗାଣର ନିରୀକ୍ଷଣ ଓ ନିୟନ୍ତ୍ରଣ ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇପାରିବ । ସାର ଉତ୍ପାଦନକାରୀ କଂପାନୀ ଓ ଆମଦାନୀକାରୀଙ୍କଠାରୁ ଆରମ୍ଭ କରି ପାଇକାରୀ ଏବଂ ଖୁଚୁରା ସାର ବ୍ୟବସାୟୀଙ୍କୁ ସାରଯୋଗାଣ ଓ ପରିବହନ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯାଇପାରିବ । ଏଥିରେ ସାରଯୋଗାଣ ପ୍ରକ୍ରିୟାକୁ ତ୍ୱରାନ୍ଵିତ ଓ ସ୍ଵଚ୍ଛ କରାଯିବା ସହିତ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ‘ସମନ୍ବିତ’ ବ୍ୟବସ୍ଥା ଦ୍ୱାରା କ୍ଷେତ୍ର ସ୍ତରରୁ ପରିଚାଳିତ ବ୍ୟବସାୟିକ କାର୍ଯ୍ୟକଳାପ ମୁଖ୍ୟ କାର୍ଯ୍ୟାଳୟ ସହିତ ସହଜରେ ସଂଯୋଗ ହୋଇପାରିବ । ସାରଯୋଗାଣ କ୍ଷେତ୍ରରେ ନିରୀକ୍ଷଣ ଓ ବିଶ୍ଳେଷଣ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯାଇ ଆବଶ୍ୟକ ଅନୁଯାୟୀ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ‘ସମନ୍ବିତ’ କାର୍ଯ୍ୟକ୍ରମର ବ୍ୟବହାର ପୁସ୍ତିକାର ଶୁଭ ଉନ୍ମୋଚନ କରିଥିଲେ ।

ସୂଚନାଯୋଗ୍ୟ ଯେ, ମାର୍କଫେଡ ରାଜ୍ୟର ଏକ ଶୀର୍ଷ ସମବାୟ ସଂସ୍ଥା ଯାହା ରାଜ୍ୟରେ ଥିବା ୨୭୦୦ରୁ ଅଧ୍ବକ ପ୍ରାଥମିକ କୃଷି ସମବାୟ ସମିତି ଓ ୧୭୦୦ରୁ ଅଧିକ ବେସରକାରୀ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କ ଜରିଆରେ ଚାଷୀମାନଙ୍କୁ ରାସାୟନିକ ସାର ଯୋଗାଇଥାଏ । ଏଥ୍ ସହିତ ମାର୍କଫେଡ୍ ରାଜ୍ୟର ଚାଷୀମାନଙ୍କଠାରୁ କେନ୍ଦ୍ର ସରକାରଙ୍କ ଦ୍ଵାରା ସ୍ଥିରିକୃତ ମୂଲ୍ୟରେ ଡାଲିଜାତୀୟ ଶସ୍ୟ ଓ ତୈଳବୀଜ ସଂଗ୍ରହ ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏହି କାର୍ଯ୍ୟକ୍ରମରେ ନିବନ୍ଧକ, ସମବାୟ ସମିତି ସମୂହ ଶ୍ରୀ ସୁଶାନ୍ତ କୁମାର ବାରିକ, ମାର୍କଫେଡ୍‌ର ପ୍ରଶାସକ ଶ୍ରୀ ଭରତ ଚନ୍ଦ୍ର ବେହେରା, ମାର୍କଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ ପ୍ରମୁଖ ଯୋଗଦେଇ ମାର୍କଫେଡ୍‌ର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ମାର୍କଫେଡ୍‌ର ସମସ୍ତ କ୍ଷେତ୍ର ଅଧିକାରୀ ଭିଡ଼ିଓ କନ୍‌ଫରେନିଂ ଜରିଆରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ପୁରୀ ଜିଲ୍ଲା ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା ୩୩କୋଟି…

{} ପୁରୀ ଜିଲ୍ଲା ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା ଘୋଷଣା

ଜିଲ୍ଲାର ୧,୬୫,୧୩୧ ଚାଷୀ ପାଇବେ 33କୋଟି ଟଙ୍କା ର ସହାୟତା ।

( ) ରବି ଋତୁ ପାଇଁ ପୁରୀ ଜିଲ୍ଲାର ଚାଷୀ ମାନେ କାଳିଆ ସହାୟତା ଭାବରେ ୨୦୦୦ ଟଙ୍କା ଲେଖାଏ ସହାୟତା ପାଇବେ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ବିଷୟ ଘୋଷଣା କରିଛନ୍ତି। ଜିଲ୍ଲାର ୧,୬୫,୧୩୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ 33.03କୋଟି ଟଙ୍କା ପାଇବେ । ଏହି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ ।ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ସାରା ରାଜ୍ୟର ୩୭,୧୨,୯୪୧ ଜଣ ଚାଷୀଙ୍କୁ ୭୪୨.୫୮ କୋଟି ଟଙ୍କାର କାଳିଆ ସହାୟତା ବଣ୍ଟନ କରିଥିଲେ । ପିପିଲି ଉପନିର୍ବାଚନ ପାଇଁ ପୁରୀ ଜିଲ୍ଲାର ଚାଷୀ ମାନଙ୍କୁ ଏହି ସହାୟତା ପ୍ରଦାନ କରାଯାଇପାରି ନ ଥିଲା । ରାଜ୍ୟର କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ପରିବାରମାନଙ୍କୁ କୃଷି କାର୍ଯ୍ୟରେ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ସାରା ଦେଶରେ ଚାଷମାନଙ୍କ କଲ୍ୟାଣ ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ।ଏଥିରେ ଚାଷୀମାନେ ବିଭିନ୍ନ କୃଷିସାମଗ୍ରୀ ଯଥା – ବିହନ, ସାର ତଥା କୀଟନାଶକ ଓ କୃଷି ଯନ୍ତ୍ରପାତି କିଣିବା ପାଇଁ ଆନୁସଂଗିକ ଆର୍ଥିକ ସୁବିଧା ପାଇପାରୁଛନ୍ତି। ସେହିପରି ଭୂମିହୀନ କୃଷି ପରିବାରମାନେ ମଧ୍ୟ ରୋଜଗାର ବୃଦ୍ଧି ପାଇଁ ବିଭିନ୍ନ ଆନୁସଂଗିକ କୃଷି କାର୍ଯ୍ୟ କରିପାରୁଛନ୍ତି ।
ଚାଷମାନଙ୍କ ଋଣ ଭାର କମ୍ କରିବାରେ ମଧ୍ୟ ଏହା ବିଶେଷ ସହାୟକ ସାବ୍ୟସ୍ତ ହୋଇ ପାରିଛି ।

ଘର ଘର କୁ ଯାଇ ଟୀକାକାରଣ କରିବା ପ୍ରକ୍ରିୟା କୁ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ଙ୍କ ପ୍ରତିକ୍ରିୟା…

{} ଘର ଘର କୁ ଯାଇ ଟୀକାକାରଣ କରିବା ପ୍ରକ୍ରିୟା କୁ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ଙ୍କ ପ୍ରତିକ୍ରିୟା
ଯେହେତୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି l ଆଗକୁ ଯେତିକି % ଥିଲା ଏବେ ଆଗକୁ ଯାଇଛି l ଯେଉଁମାନେ ଟୀକା ନେଇନାହାଁନ୍ତି ସେମାନେ ଟୀକା ନିଅନ୍ତୁ ଓ ନିଜକୁ ସୁରକ୍ଷା ଦିଅନ୍ତୁ l ସରକାର ଙ୍କ ଶେଷ ମୁହୂର୍ତ୍ତ ର ଏହି ସୁବିଧା କୁ ଯେଉଁ ମାନେ ଟୀକା ନେଇ ନାହାଁନ୍ତି ସେମାନେ ଉପଲବ୍ଧି କରନ୍ତୁ l 300 ତଳକୁ ସଂକ୍ରମଣକୁ ରହିବାକୁ ନେଇ -: ଆଡ଼ମିସନ କମ ଅଛି , ଆଇସିୟୁ ରେ ମଧ୍ୟ କମ ଅଛି l ଆମ ପାଖରେ ସବୁ ପ୍ରକାର ବ୍ୟବସ୍ଥା ଅଛି ତା ମାନେ ନୁହେଁ ଯେ ଆମେ ବିପଦ ମୁକ୍ତ ହୋଇଗଲେ ! ଅଲଗା ଦେଶ ରେ ସଂକ୍ରମଣ ବଢୁଛି l ହେଲେ ଆମେ ନିଜେ ସଚେତନ ରହିବା l ବିପଦ ସୃଷ୍ଟି ହେଲା ପରି ପରିସ୍ଥିତି ଆମେ ସୃଷ୍ଟି କରିବାନି lଦୀପାବଳି -: ସତର୍କତା ସମେସ୍ତେ ଅବଲମ୍ବନ କରନ୍ତୁ l ସବୁଜ ବାଣ ଫୁଟାଇ ଦୀପାବଳି ପାଳନ କରିପାରିବେ l ସରକାର ଙ୍କ ନିୟମ ପାଳନ କରନ୍ତୁ l ଦୃଘଟଣା ଘଟିପାରେ ତେଣୁ ଶିଶୁ ମାନଙ୍କୁ ସୁରକ୍ଷା ଉପରେ ଦୃଷ୍ଟି ଦେବା ଦରକାର l ଆଉ ବାୟୁ ପ୍ରଦୂଷଣ ଯେପରି ନ ହେବ ସେ ନେଇ ଯତ୍ନବାନ ହେବା l

ବାଇଟ – ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦେଶକ

ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କଲା କଂଗ୍ରେସ…

() କଂଗ୍ରେସ ମିଡିଆ ସେଲ୍ ଆବାହକ ସତ୍ୟ ପ୍ରକାଶ ନାୟକଙ୍କ ସାମ୍ବାଦିକ ସମ୍ମିଳନୀ। ମମିତା ମେହେର ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ପ୍ରଶ୍ନ ସହ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କଲା କଂଗ୍ରେସ। ବିଜେଡ଼ି କହିଲା ପ୍ରମାଣ ଦେଲେ କାର୍ଯ୍ୟାନୁଷ୍ଠାନ। ଅଦାଲତକୁ ଯାଆନ୍ତୁ ବୋଲି କହିଲେ। ଯଦି ଅଦାଲତ ତଦନ୍ତ କରିବ ତେବେ ପୋଲିସ କଣ କରିବ। ପ୍ରମାଣ କିଏ ଖୋଜିବ। ମନ୍ତ୍ରୀ ଗଣମାଧ୍ୟମରେ ହାଲକା ବିବୃତି ଦେଇ ଖସି ପାରିବେ ନାହିଁ। ସଂପୃକ୍ତି ଅଛି କି ନାହିଁ ମନ୍ତ୍ରୀ ହଁ ନାଁ ରେ ଉତ୍ତର ଦିଅନ୍ତୁ। ପୋଲିସ ଦିବ୍ୟଶଙ୍କର ମିଶ୍ରଙ୍କୁ କାହିଁକି ଜେରା କରୁନି କି ତଦନ୍ତ ପରିସରକୁ ନେଉ ନାହାନ୍ତି। ମନ୍ତ୍ରୀ ହତ୍ୟା କରିଛନ୍ତି ବୋଲି ଆମେ ଅଭିଯୋଗ କରୁନୁ ଆମେ ଅଭିଯୋଗ କରୁଛୁ ତାଙ୍କର ସଂପୃକ୍ତି ଅଛି। ହେଲେ ସେ କହୁଛନ୍ତି ମୁ ହତ୍ୟା କରିନି ଅର୍ଥାତ ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି। ଏବଂ ରାୟପୁରରେ ବୈଠକ ସମ୍ବନ୍ଧରେ କାହିଁକି ସିଡିଆର୍ ଯାଞ୍ଚ ହେଉନି କି ପୋଲିସ ସ୍ପଷ୍ଟ କରୁନି ଯେ ମନ୍ତ୍ରୀ ସେଠାକୁ ଯାଇ ନାହାନ୍ତି।
ଦୁର୍ବଳ ଓ ଅପରାଧୀ ପ୍ରବୃତି ଲୋକମାନେ ଆକ୍ରମଣ କରନ୍ତି। ଆଉ ସେମିତି ଆପଣ ମାମଲାର ଡର ଦେଖାଉଛନ୍ତି ଗଣମାଧ୍ୟମକୁ। ଯଦି ଦିବ୍ୟଶଙ୍କରଙ୍କ ରକ୍ତରେ ଫର୍ଜିର ନୁହଁ ଫୌଜିର ରକ୍ତ ଅଛି ତେହେଲେ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। 10 ଦିନ ମଧ୍ୟରେ ଇସ୍ତଫା ନଦେଲେ ଓଡ଼ିଶା ବନ୍ଦ କରିବ କଂଗ୍ରେସ। 12 ତାରିଖ ଦିନ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ।
ବାଇଟ୍- ସତ୍ୟ ପ୍ରକାଶ ନାୟକ,କଂଗ୍ରେସ ମିଡିଆ ସେଲ୍ ଆବାହକ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ସମ୍ବଲପୁର..

( )ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ସମ୍ବଲପୁର।

ଉପକାର ପାଇବେ ୭ ଲକ୍ଷ ୭୩ ହଜାର।

ସମ୍ବଲପୁରରେ ୧୫୫୩ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ।

ମା ସମଲେଇଙ୍କ ପୀଠର ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ।

ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ଜରୁରୀ ଚିକିତ୍ସା ପାଇଁ ୧୪୭ କୋଟି ଟଙ୍କାର ପାଣ୍ଠି ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କୁଚିଣ୍ଡାରେ ସମ୍ବଲପୁର ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୭ ଲକ୍ଷ ୭୩ ହଜାର ଲୋକ ଏହି ସୁବିଧା ପାଇବେ ।କୁଚିଣ୍ଡା ର ସରସ୍ବତୀ ଭୋଇ ଜିଲ୍ଲାର ପ୍ରଥମ ହିତାଧିକାରୀ ଭାବରେ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ କାର୍ଡ଼ ଗ୍ରହଣ କରିଥିଲେ । ସମ୍ବଲପୁର ସହିତ ରାଜ୍ୟର ୮ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା ।ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଓଡିଶାର ବିକାଶରେ ସମ୍ବଲପୁରର ଅବଦାନ ବିଷୟରେ ଆଲୋକପାତ କରି କହିଥିଲେ ଯେ ରାଜ୍ୟର ସଂସ୍କୃତି, ରାଜନୀତି, ଶିକ୍ଷା, ଇତିହାସ, ଅର୍ଥନୀତି ସବୁକ୍ଷେତ୍ରରେ ସମ୍ବଲପୁରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସମ୍ବଲପୁରୀ ଶାଢୀ, ସମ୍ବଲପୁରୀ ଗୀତ ଓଡିଶାର ମହାନ ସଂସ୍କୃତିର ପରିଚୟ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା ସମଲେଇଙ୍କ ଆଶୀର୍ବାଦ ପାଇଁ ଲକ୍ଷ ଲକ୍ଷ ଭକ୍ତ ମା’ଙ୍କ ପୀଠକୁ ଆସୁଛନ୍ତି। ତେଣୁ ଏ ପୀଠର ବିକାଶ ପାଇଁ ସରକାରଙ୍କ ଉଦ୍ୟମରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ। ଆମ ପାଇ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।ଏହି ଅବସରରେ ସଡକ ଦୁର୍ଘଟଣାରେ ବହୁ ଲୋକଙ୍କର ମୃତ୍ୟୁ ହେଉଥିବା ସଂପର୍କରେ ଚିନ୍ତାପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ କ୍ଷେତ୍ରରେ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇ ପାରିଲେ, ଅନେକ ମୂଲ୍ୟବନ ଜୀବନ ବଞ୍ଚାଇ ହେବ । ଆହତ ଲୋକଙ୍କୁ ତୁରନ୍ତ ଚିକିତ୍ସା ପାଇଁ ରାଜ୍ୟ ସରକାର ୧୪୭ କୋଟି ଟଙ୍କାର ଏକ ପାଣ୍ଠି ଗଠନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଦୁର୍ଘଟଣା କ୍ଷେତ୍ରରେ ପ୍ରଥମ ୪୮ ଘଣ୍ଟା ମଧ୍ୟରେ ଚିକିତ୍ସା ଯୋଗାଇ ଦେବା ଅତି ଜରୁରୀ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ପାଣ୍ଠି ଜରିଆରେ ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ମଧ୍ୟରେ ସମସ୍ତ ଚିକିତ୍ସା ଖର୍ଚ୍ଚ ଏହି ପାଣ୍ଠିରୁ ବହନ କରାଯିବ।

ମୁଖ୍ୟମନ୍ତ୍ରୀ ଆଜି ସମ୍ବଲପୁରରେ ୧୫୫୩ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଆରମ୍ଭ କରିଥିଲେ ଏବଂ ଏଥିରୁ ୩୫୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିଲା। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଭଲ ପିଇବା ପାଣି ଉପରେ ଗୁରୁତ୍ବ ଦେଉଛନ୍ତି । ଆଜି ସମ୍ବଲପୁରରେ ପିଇବା ପାଣି ପାଇଁ ୧୦୦୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଗାଁ ଓ ସହର ସବୁ ପରିବାର ପାଖରେ ପିଇବା ପାଣି ପହଞ୍ଚିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କୁଚିଣ୍ଡା ଓ ରେଢାଖୋଲ ଏନ୍‌.ଏ.ସି.ର ସବୁ ଘରକୁ ପାଇପ ପାଣି ଯୋଗାଇ ଦିଆଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୨ରେ ସମ୍ବଲପୁର ଜିଲ୍ଲାର ପ୍ରତି ଘରକୁ ପାଇପ ପାଣି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ, ସରକାରୀ ଦଳର ଉପମୁଖ୍ୟ ସଚେତକ ଶ୍ରୀ ରୋହିତ ପୂଜାରୀ ପ୍ରମୁଖ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ରାଜ୍ୟର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତାର ଉଚ୍ଚପ୍ରଶଂସା କରିଥିଲେ । BSKY Smart Card ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଯୋଗାଇ ଦେବା ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ସେମାନେ ବର୍ଣ୍ଣନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସଂପନ୍ନ ନେତୃତ୍ବ ଯୋଗୁ ଓଡିଶାରେ ଆଜି ଗରିବ ଲୋକ ନିଜକୁ ସୁରକ୍ଷିତ ମନେ କରୁଛି। ଗରିବ ଲୋକଙ୍କୁ ବିଭିନ୍ନ ଯୋଜନାରେ ଦିଆଯାଉଥିବା ସାମାଜିକ ଓ ଅର୍ଥିକ ସୁରକ୍ଷା ସେମାନଙ୍କୁ ସଶକ୍ତ କରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।

କୋଭିଡ ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ମିଳିବ ଜିଲ୍ଲା ସ୍ତରୀୟ ସହାୟତା ରାଶି…

{}କୋଭିଡ ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ମୃତ୍ୟୁ ସାର୍ଟିଫିକେଟ ରହିଛି। ଯେଉଁମନଙ୍କ ପାଖରେ ସାର୍ଟିଫିକେଟ ଅଛି ସେମାନେ ଜିଲ୍ଲା ସ୍ତରରେ ସହାୟତା ରାଶି ପାଇଁ ଆବେଦନ କରିପାରିବେ। ଯେଉଁ ମାନଙ୍କର ସାର୍ଟିଫିକେଟ ରେ କୌଣସି ଅସୁବିଧା ରହିଛି ବୋଲି ଭାବୁଛନ୍ତି ସେମାନେ ମୃତ୍ୟ ର କାରଣ ସହ ଏକମତ ନୁହେଁ ସେମାନେ ଗ୍ରୀଭାନ୍ସ କମିଟି ରହିଛି ସେମନଙ୍କୁ ଅପିଲ କରିପାରିବେ। ଯଦି ଜଣେ ଅପିଲ କରୁଛି ସରକାରଙ୍କ ନିର୍ଦେଶ ଅନୁସାରେ ତାଙ୍କୁ 30 ଦିନ ମଧ୍ୟରେ ଆର୍ଥିକ ସହାୟତା ଦିଆଯିବ। ସୁପ୍ରିମକୋର୍ଟ, ଏସ ଆର ସି ଙ୍କ ଗାଇଡ଼ ଲାଇନ ଅନୁସାରେ ଜିଲ୍ଲା ସ୍ଥାରରେ ଏଭଳି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି। ଏହା ଅଗାକୁ ଠିକ ଭାବରେ କରାଯିବ। ଏନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି

Follow us

20,832FansLike
0FollowersFollow
14,700SubscribersSubscribe

Latest news