ଶିକ୍ଷା ଓ ଅନୁସନ୍ଧାନ ରେ ସୋଆର ୧୩ ଜଣ ବିଶିଷ୍ଟ ଗବେଷକ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇବାର ଗୋରବ ଅର୍ଜନ କରିଛନ୍ତି…

( )ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୧୩ ଜଣ ବିଶିଷ୍ଟ ଗବେଷକ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ
ବୈଜ୍ଞାନି କଙ୍କ ତାଲିକାରେ ସ୍ଥାନ ପାଇବାର ଗୋରବ ଅର୍ଜନ କରିଛନ୍ତି । ଆମେରିକାର ପ୍ରତିଷ୍ଠିତ ଷ୍ଟାନ୍ଫୋର୍ଡ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଏହି ବୈ ଜ୍ଞାନିକମାନଙ୍କ ତାଲି କାରେ ସୋଆର ଏହି ୧୩ ଗବେଷକ ଅଛନ୍ତି ।
୨୦୨୦ରେ ଷ୍ଟାନ୍ଫୋର୍ଡ ଦ୍ୱାରା ପ୍ରସ୍ତୁତ ଏହି ସମ୍ମାନଜନକ ତାଲିକାରେ ସୋଆର ୧୧ ଜଣ ଗବେଷକ ସ୍ଥାନ
ପାଇଥିବାବେଳେ ସେମାନଙ୍କ ମଧ୍ୟରୁ ୯ ଜଣ ଗବେଷକ ପୁଣି ଚଳିତବର୍ଷ ଏହି ତାଲିକାରେ ନି ଜ ସ୍ଥାନ ବଜାୟ
ରଖିପାରିଛନ୍ତି ।ସେମାନଙ୍କ ସହିତ ୨୦୨୧ ତାଲିକାରେ ସୋଆର ଅନ୍ୟ ୪ ଜଣ ଗବେଷକ ଡଃ ମନୋହର ମିଶ୍ର, ଡଃ ରାଜଶ୍ରୀ ଦାସ,ଡଃ ଅକ୍ଷୟ କୁମାର ପାତ୍ର ଏବଂ ଡଃ ସୁଲଗ୍ନା ପଟ୍ଟନାୟକ ପ୍ରଥମ ଥର ପାଇଁ ସ୍ଥାନୀତ ହେବାର ସୋଭାଗ୍ୟ ଅର୍ଜନ କରି ଛନ୍ତି ।ଡଃ ମିଶ୍ର ଏବଂ ଡଃ ଦାଶ ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନ ିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ରେ ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ବେଳେ ଡଃ ପାତ୍ର ସେହି ଅନୁଷ୍ଠାନରେ ଆସିଷ୍ଟାଂଟ ପ୍ରଫେସର ଭାବେ କାର୍ଯ୍ୟ କରନ୍ତି । ସେହିପରି ଡଃ ପଟ୍ଟନାୟକ ଆଇଟିଇଆର୍ ର ପୂର୍ବତନ ରିସର୍ଚ୍ଚ ସ୍କଲାର୍ ।ପୁନର୍ବାର ଏହି ତାଲି କାରେ ସ୍ଥାନ ପାଇଥିବା ସୋଆର ଗବେଷକମାନେ ହେଲେ ବିଶି ଷ୍ଟ ନ୍ୟୁରୋସର୍ଜ ନ୍ ତଥା ବର୍ତମାନ
ସୋଆ କୁଳପତି ଭାବେ କାର୍ଯ୍ୟରତ ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର, ପ୍ରଫେସର (ଡଃ) ପ୍ରଦୀପ୍ତ କିଶୋର
ଦାଶ, ପ୍ରଫେସର କୁଳମଣି ପରିଡା, ପ୍ରଫେସର ଲାଲା ବି ହାରୀ ଶୁକ୍ଳା, ପ୍ରଫେସର ଆର.ଏନ୍.ପି. ଚୋ÷ଧୁରୀ, ପ୍ରଫେସର
ଗୋ÷ତମ ରଥ, ପ୍ରଫେସର ନି ହାରବାଳା ଦେବୀ, ଡଃ ମନୋଜ କୁ ମାର ନାୟକ ଏବଂ ଡଃ ସତ୍ୟ ରଞ୍ଜନ ମିଶ୍ର । ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡଃ) ମନୋଜରଞ୍ଜନ ନାୟକ ଗୁରୁବାର ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟରେ ଏହି
ଗବେଷକମାନଙ୍କୁ ସମ୍ବଦ୍ଧି ର୍ତ କରିବା ସହ ସେମାନଙ୍କ ସଫଳତା ନି ମନ୍ତେ ଅଭି ନନ୍ଦନ ଜଣାଇଛନ୍ତି । ବିଶ୍ୱବିଦ୍ୟାଳୟ
ଆପଣମାନଙ୍କ ପାଇଁ ଗବି ର୍ତ ବୋଲି ପ୍ରଫେସର ନାୟକ କହିଛନ୍ତି । ଏହି ଅବସରରେ ସୋଆ କୁଳପତି ପ୍ରଫେସର ମହାପାତ୍ର ଗବେଷକମାନେ ମିଳିତ ଭାବେ ଗବେଷଣା କରିବା ସହ ସମାଜର ଆବଶ୍ୟକତାକୁ ଦୃ ଷ୍ଟିରେ ରଖି ଗବେଷଣା କରିବା ଉଚିତ୍ ବୋଲି କହି ଥିଲେ । କେବଳ ସମ୍ମାନ ଓ ପ୍ରତିଷ୍ଠା ପାଇବା ନିମନ୍ତେ ଗବେଷଣା କଲେ ତାହା ସାଧାରଣ ଲୋକଙ୍କ ହି ତରେ ଆସିବ ନାହିଁ ତେଣୁ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗବେଷଣା କରିବା ଆବଶ୍ୟକ ବୋଲି ସେ କହିଥିଲେ ।ଉଚ୍ଚ ଶିକ୍ଷା କ୍ଷେତ୍ରରେ ମାଇଲଖୁଂଟ ହୋଇଥିବା ସୋଆ ଚଳିତବର୍ଷ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁସ୍ନାଲ ର୍ୟାଙ୍କିଙ୍ଗ୍ ଫ୍ରେମ୍ୱର୍କ
(ଏନ୍ଆଇଆର୍ଏଫ୍) ପ୍ରସୂତ ବିଶ୍ୱବିଦ୍ୟାଳୟ ତାଲିକାରେ ଦେଶରେ ୨୦ତମ ସ୍ଥାନ ହାସଲ କରିଛି । ଶିକ୍ଷାର ଗୁଣାବତା ଏବଂ
ଅଭିନବ ଗବେଷଣା ସୋଆର ମୂଳମନ୍ତ୍ର । ଗବେଷଣା ଉପରେ ଅଧିକ ମନୋନିବେଶ କରୁଥିବା ସୋଆର ଗବେଷଣା କାର୍ଯ୍ୟ ଜାତୀୟ ସ୍ତରରେ ଗୁରୁତ୍ୱଲାଭ କରିଥିବା କ୍ଷେତ୍ରକୁ ଅଗ୍ରାଧିକାର ଦେଇଥାଏ । ସୋଆ ଅଧିନରେ ୧୬ଟି ଗବେଷଣା କେନ୍ଦ୍ର ଏବଂ ୫୮ଟି ଗବେଷଣା ଲାବ୍ ରହିଛି । ବିଶ୍ୱବିଦ୍ୟାଳୟରେ ଗବେଷକମାନଙ୍କୁ ଗବେଷଣା କରିବା ନିମନ୍ତେ ଉନ୍ନତମାନର ସୁବିଧାସୁଯୋଗ ପ୍ରଦାନ କରାଯାଇଥାଏ ।ପ୍ରଫେସର ମହାପାତ୍ର ଆନ୍ତର୍ଜାତିକ କ୍ଷେତ୍ରରେ ଜଣେ ଖ୍ୟାତନାମା ସ୍ନାୟୁଶଲ୍ୟ ବିଶେଷଜ୍ଞ ହୋଇଥିବାବେଳେ ଏବେ ସୋଆର କୁଳପତି ଅଛନ୍ତି । ପ୍ରଫେସର ଦାଶ ଶକ୍ତି କ୍ଷେତ୍ରରେ ଜଣେ ବିଶିଷ୍ଟ ଗବେଷକ ହୋଇଥିବା ବେଳେ ପ୍ରଫେସର ପରିଡା ଓ ପ୍ରଫେସର ଶୁକ୍ଳା ଯଥାକ୍ରମେ ଫିଜିକାଲ୍ କେମିଷ୍ଟି ୍ର ଏବଂ ମାଇନିଂ ଆଣ୍ଡ ମେଟାଲର୍ଜି ଗବେଷଣା କ୍ଷେତ୍ରରେ ବେଶ୍ ପ୍ରତିଷ୍ଠିତ । ପ୍ରଫେସର ଚୋ÷ଧୁରୀ ଆପ୍ଲାଏଡ୍ ଫିଜିକ୍ସ କ୍ଷେତ୍ରରେ ଗବେଷକ ହୋଇଥିବା ବେଳେ ଡଃ ଦେବୀ ବର୍ତମାନ ମାଇନିଂ ଆଣ୍ଡ ମେଟାଲର୍ଜି କ୍ଷେତ୍ରରେ ଗବେଷଣାରତ ।ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ବେଙ୍ଗାଲୁରୁର ପୂର୍ବତନ ଛାତ୍ର ପ୍ରଫେସର ଦାଶ ହେଉଛନ୍ତି ସୋଆର ପ୍ରଥମ କୁଳପତି ।
ବର୍ତମାନ ସେ ସୋଆର ଏମିରିଟସ ପ୍ରଫେସର ଏବଂ ମଲ୍ଟ ି ଡିସିପ୍ଲ ିନାରୀ ରିସର୍ଚ୍ଚ ସେଲ୍ର ମୁଖ୍ୟ ଭାବେ କାର୍ଯ୍ୟରତ । ତାଙ୍କର ରିନିଉଏବଲ୍ ଏନର୍ଜ ି, ସିଗ୍ନାଲ୍ ପ୍ରୋସେସିଂ, ପାୱାର ସିଷ୍ଟମ୍ସ , ଡାଟା ମାଇନିଂ, ଆଟି ର୍ଫିସିଆଲ୍ ଆଣ୍ଡ କମ୍ପ୍ୟୁଟେସ୍ନାଲ୍ ଇଂଟେଲିଜେନ୍ସ, ଡିଷ୍ଟି ୍ରବୁଟେଡ୍ ଜେନେରେସନ୍ ଏବଂ ମାଇକ୍ରୋ ଆଣ୍ଡ ସ୍ମଲ୍ ଗ୍ର ିଡ କ୍ଷେତ୍ରରେ ପାରଦଶି ର୍ତା ରହିଛି ।ପ୍ରଫେସର ପରିଡା ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ଏବଂ ସୋଆର ସେଂଟର ଫର୍ ନାନୋ ସାଇନ୍ସ ଆଣ୍ଡ ନାନୋ
ଟେକ୍ନୋଲୋଜିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ସେ ସିଏସ୍ଆଇଆର୍- ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମାଟେରିଆଲ୍ସ ଟେକ୍ନୋଲଜି ( ସିଏସ୍ଆଇଆର୍- ଆଇଏମ୍ଏମ୍ଟି), ଭୁବନେଶ୍ୱରରେ ଦକ୍ଷତାର ସହ କାର୍ଯ୍ୟ କରିବା ସହ ମୁଖ୍ୟ ବୈଜ୍ଞାନିକ ଭାବେ ସେଠାରୁ ଅବସର ଗ୍ରହଣ କରିଛନ୍ତି ।ପ୍ରଫେସର ଶୁକ୍ଳା ରିସର୍ଚ୍ଚ ପ୍ରଫେସର ଏବଂ ସୋଆର ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଂ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ । ପୂର୍ବରୁ ସେ ସିଏସ୍ଆଇଟି – ଆଇଏମ୍ଏମ୍ଟି ର ବାୟୋ-ରିସୋର୍ସେସ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରି ିଛନ୍ତି । ସୋଆର ପ୍ରଫେସର ଭାବେ କାର୍ଯ୍ୟରତ ପ୍ରଫେସର ଚୋ÷ଧୁରୀଙ୍କର ମଲ୍ଟ ିଫେରୋଇକ୍ସ, ପଲିମର୍ – ନାନୋକମ୍ପୋଜାଇଟ୍ସ ଏବଂ ଆଡଭାନ୍ସଡ ମ୍ୟାଟେରିଆଲ୍ସ ୱ ିଥ୍ ଡେଭଲପ୍ମେଂଟ ଅଫ୍ ନ୍ୟୁ ମଲ୍ଟ ିଫଙ୍କସ୍ନାଲ୍ ମ୍ୟାଟେରିଆଲ୍ସ ଫର୍ ଡିଭାଇସେସ୍ କ୍ଷେତ୍ରରେ ପାରଦଶି ର୍ତା ରହିଛି । ଆଇଟିଇଆର୍ର ଆସୋସିଏଟ୍ ପ୍ରଫେସର ଡଃ ଦେବୀଙ୍କର ସଲ୍ଭେଂଟ ଏକ୍ସଟ୍ରାକ୍ସନ୍ ଅଫ୍ ନନ୍ ଫେରସ୍, ରେୟାର୍ ଅର୍ଥ ମେଟାଲ୍ସ, ପ୍ରୋସେସ୍ ଡେଭଲପ୍ମେଂଟ ଏବଂ ଲିଚିଙ୍ଗ କ୍ଷେତ୍ରରେ ୩୦ ବର୍ଷ ଗବେଷଣାର ଅଭିଜ୍ଞତା ରହିଛି । ଡକ୍ଟର ରଥ ସୋଆର ସ୍କୁଲ ଅଫ ଫାର୍ମାସ୍ୟୁଟିକାଲ ସାଇନସେସ୍ ରେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି।

ଆଲୋକ ଆଡକୁ…..

() ସମୟ ସବୁବେଳେ ଗତିଶୀଳ । ବେଶୀ ଦିନ କେଉଁଠି ଅନ୍ଧାର ରହେନି । ସବୁ କିଛି ସମାଜରେ ପରିବତ୍ତର୍ନ ଶୀଳ । ଯେତେ ଚେଷ୍ଟା କଲେ ବି ଅନ୍ଧାର ଯେଉଁଠି ଥାଏ ଦିନେ ନା ଦିନେ ଆଲୋକ ସେଠାରେ ପହଞ୍ଚେ । ଆଉ ସେ ଆଲୋକ ଦିଏ ଏକ ନୂଆ ଖୁସି । ହେଲେ ଏହି ଖୁସି ପାଇଁ ଧର୍ଯ୍ୟ ଆବଶ୍ୟକ । ଯେତେ ଚେଷ୍ଟା , ପ୍ରଚେଷ୍ଟା ଓ ପରିଶ୍ରମ କଲେ ମଧ୍ୟ ସମୟ ନହେଲେ ସେହି ଆଲୋକ ଆସେ ନାହିଁ । ଧରାପୃଷ୍ଠରେ ଭଗବାନଙ୍କ ଠାରୁ ଆରମ୍ଭ କରି ମଣିଷ ଯାଏ ସଭିଁଏ ଅନ୍ଧାର ପରେ ପରେ ଆଲୋକ ଆଡ଼କୁ ଯାଆନ୍ତି ।

ଦେଢବର୍ଷ ହେବ ଅଦୃଶ୍ୟ ମହାମାରୀ ପୁରା ମାନବ ସମାଜକୁ ଅନ୍ଧାରକୁ ନେଇ ଯାଇଥୀଲା । ପୁରା ଦୁନିଆ ଦୀପାବଳୀରେ ଆଲୋକମୟ ହେଲେ ମଧ୍ୟ ଏ ମହାମାରୀର ଅନ୍ଧାର ପ୍ରଭାବ ଏତେ ପ୍ରଭାବଶାଳୀ ଥିଲା ଯେ ତାହା ଆଲୋକର ବାଟ ଛାଡ଼ୁନଥିଲା । ହେଲେ ଏବେ ସେ ସମୟ ଗଡ଼ିଯାଇଛି , ଧୀରେଧୀରେ ଆଲୋକ ଆଡ଼କୁ ଯାଉଛି ପୁରା ବିଶ୍ବ । ଆଉ ତାହାରି ଭିତରେ ସଭିଁଙ୍କ ମନରେ ଆଲୋକର ଖୁସି ଦେଖିବାକୁ ମିଳିଲାଣୀ ।

ହଠାତ ସଂନ୍ଧ୍ୟାରେ ରକି ମନୋଜକୁ କହିଲା ଭାଇ ଏଥର ଦୀପାବଳୀରେ ବାଣ ଫୁଟୁ କି ନଫୁଟୁ । ହେଲେ କେଜାଣି କାହିକିଁ ସବୁଠି ଆଲୋକର ଆନନ୍ଦଟାକୁ ଉପଭୋଗ କରିବାର ମହକ ଏବେଠାରୁ ଅନୁଭବ ହେଲାଣୀ । କଟକଣା ପାଇଁ ସିନା ଦୀପାବଳୀରେ ବାଣ ଫୁଟାଇ ହେବନି , ହେଲେ ଦେଢବର୍ଷ ପରେ ଦୁନିଆରେ ଯେମିତି ସବୁକିଛି ଧୀରେଧିରେ ସ୍ବଭାବିକ ହେଉଛି , ତାହା ଦୀପାବଳୀର ଆଲୋକର ଆନନ୍ଦ ଆଡ଼କୁ ସଭିଁଙ୍କୁ ନେଉଛି । ରାମଚନ୍ଦ୍ର ରାବଣଙ୍କ ମାୟାଜାଲରୁ ସୀତାକୁ ଧର୍ଯ୍ୟର ସହ ଲଢି ପରାସ୍ତ କରିବା ସହ ୧୪ ବର୍ଷ ପରେ ଅଯୋଧ୍ୟାକୁ ଫେରି ଦୀପାବଳୀରେ ଯେମିତି ଅଯଧ୍ୟା ଆଲୋକମୟ ହୋଇଥିଲା । ଏବେ ପୁରା ଦୁନିଆ କରୋନା ଭୂତାଣୁ କବଳରୁ ଧୀରେଧୀରେ ବାହାରି ନୂଆ ଆଲୋକରେ ସଜେଇ ହେଉଛି । କଟକଣା କୋହଳ ହୋଇଛି, ସ୍କୁଲ, କଲେଜ,,ସ୍ବଭାବିକ ହୋଇଛି । ଦେଢବର୍ଷ ପରେ ଅନ୍ଧାରର ଚାଦର ଭିତରେ ଥିବା ଶିକ୍ଷା ବ୍ୟବସ୍ଥା ଯେଭଳି ସ୍ବଭାବିକ ହୋଇ ଛାତ୍ରଛାତ୍ରୀ , ଅଭିଭାବକ, ଓ ସମାଜପାଇଁ ଯେମିତି ଏକ ନୂଆ ଆଲୋକ ଆଡ଼କୁ ଗତି କରଉଛି ତାହା ପୁରା ସମାଜକୁ ପୁଣି ନୂଆ ଆଲୋକରେ ଆଲୋକିତ କରିବ ତାହା ନିଶ୍ଚିତ । ସେହିଭଳି ଭୂତାଣୁ ଭୟରେ ମାନସିକ ଭାବେ ଭାରାକ୍ରାନ୍ତ ହୋଇଥିବା ପ୍ରତ୍ୟେକ ମଣିଷ ମନ ଯେମିତି ଅନ୍ଧାରରେ ବୁଡ଼ି ଯାଇଥିଲା , ଆଉ ଏ ଅନ୍ଧାର ଏବେ ଧୀରେଧୀରେ ଦୂର ହୋଇଛି ନୂଆ ଆଶାର ଆଲୋକ ପାଇଁ । ଘରର ଚାରିକାନ୍ଥ ଭିତରେ ନୁହେଁ, ଏବେ କଟକଣା ଭିତରେ ବୁଲାବୁଲି କରିବା ସହନିଜ ଇଚ୍ଛା ଅନୁସାରେ ସବୁକିଛି କରିପାରିବାର ସାହସ ଜୁଟାଇ ପାରିଛି । ଚାକରି ହରାଇଥିବା ଅନେକ ଏବେ ଆତ୍ମ ନିର୍ଭରଶୀଳ ହେଇଛନ୍ତି ଅନେକକୁ ଚାକିରୀ ଦେଉଛନ୍ତି । ସଭିଁଙ୍କ ମନରେ କିଛି କରିବାର ବି ସାହସ ଆସିଛି, ଯେଉଁ ସାହସ ଅନ୍ଧାରକୁ ଦୂର କରିବା ପାଇଁ ଆଲୋକ ଦିଏ ।

ଆଲୋକର ପର୍ବ ଦୀପାବଳୀ l ପୂର୍ବରୁ ଆଲୋକମୟ ହୋଇଛି ମନ ଓ ଦୁନିଆ । ଦୀପ ଯେମିତି ନିଜେ ଜଳି ତାର ସ୍ବଳ୍ପ ଆଲୋକରେ ଅନ୍ଧାରକୁ ଦୂର କରି ଆଲୋକିତ କରେ , ଠିକ ସେହିପରି ସୁସ୍ଥ ସମାଜ ଗଠନ ପାଇଁ ସମସ୍ତେ ମନରେ ଯେଉଁ ଅନ୍ଧାର ଅଛି ତାକୁ ମନର ଦୀପର ଆଲୋକରେ ଆଲୋକିତ କରିବାର ଏବେ ସମୟ ଆସିଛି । କାରଣ ସମୟ ଆମକୁ ଏବେ ଆଲୋକ ଆଡ଼କୁ ନେଉଛି …..

ସଭ୍ୟତାର ଦୁର୍ଲଭ ପ୍ରାଣୀ ଜାତିକୁ ବଞ୍ଚାଇ ରଖିବା ଆମର : ମନ୍ତ୍ରୀ ଅରୁଣ ସାହୁ…

( )ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଆସିଲା ମୋବାଇଲ ଆପ୍। ଏମ. ଏସ ସ୍ଵାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ସହଯୋଗରେ ଓଡ଼ିଶା ସରକାର ଏହି ଆପ୍‌ ବିକଶିତ କରିଛନ୍ତି। ମୋବାଇଲ ଆପ୍ଲିକେସନ ଫିସର ଫ୍ରେଣ୍ଡ ମୋବାଇଲ ଆପ୍ଲିକେସନ- ଫିସର ଫ୍ରେଣ୍ଡ୍ ମୋବାଇଲ୍ ଆପ୍ଲିକେସନ୍ (FFMA) ରଖାଯାଇଛି।ଏହା ମାଛଧରା ନିଷିଦ୍ଧାଞ୍ଚଳ ନେଇ ସତର୍କ ସୂଚନା ମଧ୍ୟ ପ୍ରଦାନ କରିବ। ଓଡ଼ିଶା ଉପକୂଳରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ କରିବାକୁ ଏହି ଆପ୍ ବ୍ୟବହାର ହେବ। ଏହି ଅଫଲାଇନ ମୋବାଇଲ ଆପ୍ଲିକେସନକୁ ମତ୍ସ୍ୟଜୀବୀ ବିନାମୂଲ୍ୟରେ ଡାଉନଲୋଡ କରି ମାଛଧରା ନିଷିଦ୍ଧାଞ୍ଚଳର ପରିସୀମା ସଂପର୍କରେ ଜାଣିପାରିବେ। ବିଶେଷ କରି ଏହି ମୋବାଇଲ ଆପ୍ଲିକେସନ ନିମନ୍ତେ ଇଣ୍ଟରନେଟର ଆବଶ୍ୟକତା ପଡିବନାହିଁ ବୋଲି ଜଣାପଡିଛି। ତେବେ ସମୁଦ୍ର ମଧ୍ୟରେ ଅଫଲାଇନରେ ଏହା କାମ କରିବ ବୋଲି ଜଣାପଡିଛି। ଏହାଦ୍ଵାରା କଇଁଛଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟା ନିମନ୍ତେ ଉଦ୍ଦିଷ୍ଟ ମାଛଧରା ନିଷିଦ୍ଧାଞ୍ଚଳ ସମ୍ପର୍କରେ ମତ୍ସ୍ୟଜୀବୀଙ୍କୁ ସୂଚନା ମିଳିପାରିବ। ଏହା ବ୍ୟତୀତ ଏହି ମୋବାଇଲ ଆପ୍ଲିକେସନ ଦ୍ବାରା ପାଣିପାଗ ସମ୍ପର୍କିତ ଆଗୁଆ ସୂଚନା, ମାଛଧରା ସ୍ଥଳ ନିରୂପଣ, ସାମୁଦ୍ରିକ ଅବସ୍ଥିତି, ଆନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା ସତର୍କତା ଏବଂ ଜାତୀୟ ସାମୁଦ୍ରିକ ସୂଚନା କେନ୍ଦ୍ର-INCOIS ଦ୍ବାରା ପ୍ରସାରିତ ଅନ୍ୟ ବିପର୍ଯ୍ୟୟ ସୂଚନା ମଧ୍ୟ ଉପଲବ୍ଧ l

ବିଜେଡିରେ ମିଶିଲେ ଯାଜପୁର ବରୀର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ବରଞ୍ଜନ ମଲ୍ଲି…

( ) ବିଜେଡିରେ ମିଶିଲେ ଯାଜପୁର ବରୀର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ବରଞ୍ଜନ ମଲ୍ଲିକ । ଯୁବ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଶ୍ୱରଞ୍ଜନ ନିଜର ବହୁ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ, ଦଳର ବରିଷ୍ଠ ନେତା, ବରୀ ବିଧାୟିକା, ଧର୍ମଶାଳା ବିଧାୟକଙ୍କ ଉପସ୍ଥିତରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ବିଶ୍ୱରଞ୍ଜନ କହିଛନ୍ତି, ଭାରତୀୟ ଜନତା ପାର୍ଟିରେ ନୂଆ ପୁରୁଣାର ଭେଦଭାବ ରହିଛି । ତେଣୁ ସେ ବିଜେପି ଛାଡ଼ି ବିଜେଡିରେ ମିଶିଛନ୍ତି । ସୂଚନା ଥାଉକି, ଗତ ୨୦ ତାରିଖରେ ବିଶ୍ୱରଞ୍ଜନଙ୍କ ସମେତ ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମା, ବରୀ ବ୍ଲକ ଉପାଧ୍ୟକ୍ଷ ରମେଶ ଭଞ୍ଜ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସହ ବରୀ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜିତା ସାମଲ ମଧ୍ୟ ଇସ୍ତଫା ଦେଇଥିଲେ । ବିଶ୍ଵରଞ୍ଜନଙ୍କ ସହ ବରୀ ବ୍ଲକର ଚେୟାରମ୍ୟାନ, ଭାଇସ ଚେୟାରମ୍ୟାନ, ଜିଲା ପରିଷଦ ସଦସ୍ୟ, ୩୫ରୁ ଊର୍ଦ୍ଧ୍ବ ସରପଞ୍ଚ- ସମିତି ସଭ୍ୟ ଏବଂ ଶତାଧୀକ କର୍ମୀଙ୍କ ସହ ବିଶ୍ବରଞ୍ଜନ ବିଜେଡିରେ ମିଶିଛନ୍ତି । ବରୀ ନିର୍ବାଚନୀ ମଣ୍ଡଳୀର ସବୁ ପଂଚାୟତ ବିଜେଡି ଦଖଲ କରିବ ବୋଲି କହିଛି l

୬ ତାରିଖ ରେ ଶଙ୍ଖ ଫୁଙ୍କିବେ ପ୍ରଦୀପ ମାଝୀ…

( ) ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଦଳରୁ ଇସ୍ତଫା ଦେବା ପରେ ନିକଟରେ ସେ ବିଜେଡିରେ ଯୋଗ ଦେଉଥିବା ସୂଚନା ଦେଇଥିଲେ । ମିଳିଥିବା ସୂଚନା ମୁତାବକ ଆସନ୍ତା ନଭେମ୍ବର ୬ ତାରିଖରେ ବିଜେଡିରେ ଆନୁଷ୍ଠାନିକଭାବେ ଯୋଗଦେବେ । ଏହି ମିଶ୍ରଣ ପର୍ବ ନିଜ ନିର୍ବାଚନ ମଣ୍ଡଳୀ ନବରଙ୍ଗପୁରରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଯୋଗଦେବାର ଖବର ମଧ୍ୟ ଶୁଣିବାକୁ ମିଳୁଛି। ପ୍ରଦୀପଙ୍କ ସହିତ ତାଙ୍କର ନିକଟତମ ସହଯୋଗି ଏବଂ ବିଜେଡିର ସ୍ଥାନୀୟ ବିଧାୟକ , ଏମ୍‌ପି ଓ ଦଳୀୟ ନେତାଙ୍କ ଉପସ୍ଥିତିରେ ପ୍ରଦୀପ ନିଜର ସମର୍ଥକଙ୍କ ସହିତ ବିଜେଡିରେ ଯୋଗଦେବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝି ଅକ୍ଟୋବର ୨୨ରେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ନିଜର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଥିଲେ । ଦଳରେ ଆଉ ଲୋକଙ୍କ ସେବା କରିବାକୁ ସୁଯୋଗ ମିଳୁନଥିବାରୁ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଇସ୍ତଫା ପତ୍ରରେ ଲେଖିଥିଲେ । ଦଳରେ ଥିଲା ବେଳେ ତାଙ୍କୁ ଜନ ସାଧାରଣଙ୍କଠାରୁ ଅନେକ ଭଲ ପାଇବା ମିଳିଛି। ତେବେ କିଛି କିଛି ଲୋକଙ୍କ ଯୋଗୁଁ ଦଳ ଏବେ ନିଜର ବିଶ୍ୱସନୀୟତା ହରାଉଛି। ଏହାକୁ ଫେରିପାଇବାକୁ ହେଲେ କଂଗ୍ରେସକୁ ବହୁତ ସମୟ ଲାଗିବ ବୋଲି ପ୍ରଦୀପ ତାଙ୍କ ଚିଠିରେ ଲେଖିଥିଲେ । ନବରଙ୍ଗପୁରରୁ ସେ ୨୦୦୯ରୁ ୨୦୧୪ ଯାଏଁ ସାଂସଦ ଥିଲେ । ରାଜ୍ୟ କଂଗ୍ରେସର ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ବି ଥିଲେ ପ୍ରଦୀପ ମାଝି।

ଖୋର୍ଦ୍ଧା ଓ କଟକ ଜିଲ୍ଲା ରେ ଅଧିକ ରହୁଛି ସଂକ୍ରମଣ…

କିଛିଦିନ ହେଲାଣି ଖୋର୍ଦ୍ଧା ଓ କଟକ ଜିଲ୍ଲା ରେ ସଂକ୍ରମଣ ଅଧିକ ରହୁଛି l କିନ୍ତୁ ବ୍ୟସ୍ତ ହେବା ସମୟ କିଛି ନୁହେଁ l ଆମର ହସ୍ପିଟାଲ ରେ ଆଡ଼ମିସନ ବଢୁ ନାହିଁ ଓ ମୃତ୍ୟୁ ସଂଖ୍ୟା ବଢୁ ନାହିଁ l କିନ୍ତୁ ଏହାର ତର୍ଜମା ଚାଲିଛି ଯେ କାହିଁକି ସଂକ୍ରମଣ ବଢୁଛି ବୋଲି l କେତେକ ପୂଜାପର୍ବ ଆମେ ଅତିକ୍ରମ କଲେଣି ତେଣୁ ଆଗକୁ ଆସୁଥିବା ଦୀପାବଳି ମଧ୍ୟ ଅମାନିଆ ନ ହୋଇ, ନିୟମ ପାଳନ କଲେ ସ୍ଥିତି ଭଲ ହୋଇପାରେ l
ବାଇଟ – ନିରଞ୍ଜନ ମିଶ୍ର, ଜନସ୍ୱାସ୍ଥ୍ୟ ନିର୍ଦେଶକ

ପ୍ରେସ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆର ବୈଠକ ସାମ୍ବାଦିକଙ୍କୁ ପେନ୍‌ସନ୍ – ସାମାଜିକ ସୁରକ୍ଷା ଦେବାକୁ ଦାବି କଲା ଓୟୁଜେ…

{} ଗତ ୨୬ ତାରିଖ ଦିନ ସୂଚନାଭବନରେ ଆୟୋଜିତ ୧୪ତମ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ର ବୈଠକରେ କାଉନସିଲ ସଭ୍ୟ ତଥା ଓୟୁଜେର ରାଜ୍ୟସଭାପତି ପ୍ରଶନ୍ନ ମହାନ୍ତି ଦେଶର ବିଭିନ୍ନ ଗଣମାଧ୍ୟମ ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଅଧିକ ସମାଜିକ ସେବା ଓ ସୁରକ୍ଷା ଦେବାପାଇଁ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି ଥିଲେ । ଗଣମାଧ୍ୟମର ପ୍ରତିନିଧି ମାନେ ଦୀର୍ଘ ବର୍ଷଧରି ସମ୍ବାଦପତ୍ର ପାଇଁ କାମ କରିଆସୁଥିଲା ବେଳେ ଅବସର ଗ୍ରହଣ କଲାପରେ ସେମାନଙ୍କୁ ପେନ୍‌ସନ ମିଳୁନାହିଁ। ସେମାନଙ୍କ ସାମାଜିକ ସୁରକ୍ଷା ବ୍ୟବସ୍ଥା ନଥିବାରୁ ସେମାନେ ଅତ୍ୟନ୍ତ ଦୁଃଖଦ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଏଭଳି ଅବସରପ୍ରାପ୍ତ ସାମ୍ବାଦିକ ଓ ଚୁକ୍ତିଭିତିକ ସମ୍ବାଦିକ ମାନଙ୍କୁ ଅର୍ଥକ ଓ ସମାଜିକ ସୁରକ୍ଷା ପାଇଁ ଏବେଠାରୁ ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ମହାନ୍ତି ଦାଦି କରିଥିଲେ । ଅନୁଷ୍ଠିତ ଆଲୋଚନା ଚକ୍ରରେ ଶ୍ରୀ ମହାନ୍ତି କହିଥିଲେ କି ସାମ୍ବାଦିକ ମାନଙ୍କୁ ଅବସର ଦିଆଯିବା ପରେ କୌଣସି ଅବସରକାଳୀନ ସୁବିଧା ସୁଯୋଗ ଅଦ୍ୟାବଧୂ ସମ୍ବାଦପତ୍ର କିମ୍ବା ଟେଲିଭିଜନ ଚ୍ୟାନାଲ ପକ୍ଷରୁ ମିଳୁନାହିଁ। ଫଳରେ ଅନେକ ସମୟରେ ସେମାନେ ବାଧ୍ୟ ହୋଇ ଜରାଶ୍ରମରେ ଅତ୍ୟନ୍ତ ଦୟନିୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି। ସାମ୍ବାଦିକମାନେ ନକ୍ସଲ ଉପହୃତ ଅଂଚଳରେ ରହି ରିପୋଟିଂ କରୁଥିବା ବେଳେ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ରସରକାର ରାଜ୍ୟ ସରକାର ମାନଙ୍କୁ ନିର୍ଦ୍ଦେଶ ଦେବା ଆବଶ୍ୟକ ବୋଲି ଶ୍ରୀ ମହାନ୍ତି ନିଜର ବଳିଷ୍ଠ ଯୁକ୍ତି ମଧ୍ୟମରେ ତଥ୍ୟ ଉପସ୍ଲାପନ କରିଥିଲେ। ଏହାସହିତ ରାଜ୍ୟସରକାର ଗୁଡିକ ତୁରନ୍ତ କିଭଳି ସମ୍ବାଦିକ ମାନଙ୍କୁ ଅଧୂସ୍ୱୀକୃତି (ଆର୍କରି ଡେସନ) ଦେବେ ସେଥିପାଇଁ ଆକ୍ରିଡେସନ କମିଟି ଗଠନ କରିବା ଏବଂ ସାମ୍ବାଦିକ ମାନଙ୍କୁ ସରକାର ପ୍ରଶାସନ କୁ ସୁହାଇବା ଭଳି ସମ୍ବାଦ ପରିବେଷଣ କରିବାକୁ ବାଧ୍ୟ ନକରିବାକୁ ଦାବି କରିଥିଲେ । ବୈଠକରେ ପ୍ରେସ୍ କାଉନସିଲ ଅଫ ଇଣ୍ଡିଆର ସଭ୍ୟ ତଥା ଏନ ୟୁ ଜେ (ଆଇ)ର ପୂର୍ବତନ ସଭାପତି ପ୍ରଜ୍ଞାନନ୍ଦ ଚୌଧୁରୀ ସମ୍ବାଦିକ ମାନଙ୍କ ପାଇଁ ଚୁକ୍ତିଭିତିକ ନିଯୁକ୍ତି ବ୍ୟବସ୍ଥା ଏକ କେନିଆନ୍” (କଳା ଆଇନ) ବୋଲି ଦର୍ଶାଇଥିଲେ। ଏଭଳି ବ୍ୟବସ୍ଥାକୁ ଉଚ୍ଛେଦ କରିବାପାଇଁ କେନ୍ଦ୍ର ସରକାର ଗଣମଧ୍ୟମର ମାଲିକ ମାନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଶ୍ରୀ ଚୌଧୁରୀ ଦାବି ଉପସ୍ପିନ କରିଥିଲେ। ଏନୟୁଜେ (ଅଇ) ଏବଂ ଓୟୁଜେର କର୍ମକର୍ତା ମାନଙ୍କ ଏଭଳି ବଳିଷ୍ଠ ଯୁକ୍ତି ଅତ୍ୟନ୍ତ ପ୍ରଭବ ଶାଳୀ ଥିଲା । ଏହି ବୈଠଳରେ ଜଷ୍ଟିସ୍ ସି ଜେ ପ୍ରସାଦ ଅଧ୍ୟକ୍ଷତା କରିଥିବା ବେଳେ ନବାଗତ ସଦସ୍ୟମାନଙ୍କୁ ବୈଠକରେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା ।

ପୋୖରାଞ୍ଚଳ ସହ ୩୩ଟି ଆଇ.ଟି.ଆଇ ର ଚୁକ୍ତିନାମା..

{} ରାଜ୍ୟର ୧୧୪ ଟି ପୌରାଚଂଳରେ ପ୍ରତିଷ୍ଠା କରାଯାଇଥିବା ସମ୍ପଦ କେନ୍ଦ୍ର ଏବଂ ଜୈବିକ ଖତ କେନ୍ଦ୍ର ମାନଙ୍କରେ ବ୍ୟବହୃତ ହେଉଥିବା ସରଞ୍ଜାମ ଗୁଡିକର ରକ୍ଷଣା ବେକ୍ଷଣ ଓ ମରାମତି ସହିତ ନିରନ୍ତର ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ସମସ୍ତ ପୌରସଂସ୍ଥା ଗୁଡିକ ଏବଂ ୩୩ ଗୋଟି ଆଇ.ଟି.ଆଇ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।
୫-ଟି ମନ୍ତ୍ର ଆଧାରରେ ବିଗତ କିଛି ବର୍ଷ ମଧ୍ୟରେ ସହରାଚଂଳ ମାନଙ୍କରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସମ୍ପଦ କେନ୍ଦ୍ର ପ୍ରତିଷ୍ଠା , ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର ପ୍ରତିଷ୍ଠା ଏବଂ ମିଶନ ଶକ୍ତିର ମହିଳା ସ୍ୱୟଂସହାୟକ ଗୋଷ୍ଠାମାନଙ୍କ ଦ୍ୱାରା ଏହି ସବୁ କେନ୍ଦ୍ର ଗୁଡିକର ପରିଚାଳନା କରାଇ ଓଡିଶା ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଛି ।
ଏହି ସବୁ କେନ୍ଦ୍ରଗୁଡିକର ସୁପରିଚାଳନା ପାଇଁ ବ୍ୟାଟେରି ଚାଳିତ ଗାଡି ଓ ଅନ୍ୟାନ୍ୟ ଯନ୍ତ୍ରପାତିର ଆବଶ୍ୟକତା ରହିଛି । ସେହି ସବୁ ଗାଡି ଓ ଯନ୍ତ୍ରପାତି ଗୁଡିକର ନିୟମିତ ରକ୍ଷଣା ବେକ୍ଷଣ ଜରୁରୀ ଯାହା ସେହି କମ୍ପାନୀମାନେ ଠିକ୍ ସମୟରେ ଏବଂ ସ୍ଥାନୀୟ ଭାବେ ଯୋଗାଇବା ସମ୍ଭବ ହେଉ ନାହିଁ । ଏହି ସବୁ ଗାଡି ଏବଂ ଯନ୍ତ୍ରପାତି ଗୁଡିକର ରକ୍ଷଣା ବେକ୍ଷଣକୁ ସହଜ କରିବା ପାଇଁ ଆମର ନଗର ଉନ୍ନୟନ ବିଭାଗ ଏବଂ ଦକ୍ଷତା ବିକାଶ ଓ ବୈଷୟୀକ ଶିକ୍ଷା ବିଭାଗର ନିର୍ଦ୍ଦେଶାଳୟ ସ୍ଥରରେ ବୁଝାମଣା ସ୍ୱାକ୍ଷରିତ ହୋଇଛି । ସେହିପରି ରାଜ୍ୟରେ ଥିବା ସମସ୍ତ ପୌରାଚଂଳ ଓ ଆ.ଟି.ଆଇ ମାନଙ୍କ ମଧ୍ୟରେ ମଧ୍ୟ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।
ଆମର ନିଜସ୍ୱ ଉପଲବ୍ଧ ସମ୍ବଳରେ ଏହି ବ୍ୟବସ୍ଥା କରାଯିବା ସହିତ ଆଇ.ଟି.ଆଇ ଗୁଡିକର ସ୍ଥାୟୀ ଆର୍ଥିକ ଆୟ ହୋଇପାରିବ ।
ଏହି କାର୍ଯ୍ୟକ୍ରମ ଅବସରରେ ରାଜ୍ୟର ୧୧୪ ପୌରାଚଂଳ ସହିତ ୩୩ ଟି ଆଇ.ଟି.ଆଇ ସହବନ୍ଧିତ ହୋଇଛନ୍ତି ।
ଜିଲ୍ଲା ସ୍ତରରେ ଜିଲ୍ଲାପାଳ ମାନଙ୍କ ଉପସ୍ଥିତିରେ ମ୍ୟୁନିସପାଲିଟି ଓ ଏନ୍‌.ଏ.ସି ଗୁଡିକର ନିର୍ବାହୀ ଅଧିକାରୀ , ମହାନଗର ନିଗମଗୁଡିକର କମିଶନର କିମ୍ବା ତାଙ୍କ ପ୍ରତିନିଧି ମାନେ ଆଇ.ଟି.ଆଇ ଅଧ୍ୟକ୍ଷ ମାନଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ।
ଏହା ଫଳରେ ରାଜ୍ୟର ସହରାଚଂଳମାନଙ୍କରେ ବର୍ଜ୍ୟ ବସ୍ତୁ ପରିଚାଳନା କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଆସିପାରିବ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ “ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା” କୁ ସାକାର କରାଯାଇ ପାରିବ ।

ଗୃହ ବିଭାଗର ଷ୍ଟାଣ୍ଡିଂ କମିଟି ବୈଠକ…

{} ଗୃହ ବିଭାଗର ଷ୍ଟାଣ୍ଡିଂ କମିଟି ବୈଠକ। ଜେଲ ସଂସ୍କାର ପାଇଁ ବୋର୍ଡ଼ ଗଠନ ପାଇଁ କମିଟିର ସୁପାରିଶ କରିଛି। ତେଲେଙ୍ଗାନା ଢାଞ୍ଚାରେ କରିବାକୁ ସୁପାରିଶ। ଜେଲରେ କଏଦୀମାନଙ୍କୁ ବିଭିନ୍ନ କାର୍ଯ୍ୟରେ ଲଗାଯାଉ। ସେହିପରି ସୀମା ବର୍ତ୍ତୀ ଅଂଚଳରେ ନୂତନ ଥାନା ଓ ଫାଣ୍ଡି ପ୍ରତିଷ୍ଠା କରିବା ପାଇଁ ସୁପାରିଶ କରିଛି କମିଟି। ସର୍ଭେ କରିବା ପରେ ଥାନା ଓ ଫାଣ୍ଡି କରାଯିବ ବୋଲି କମିଟିକୁ ଜଣାଇଛି ପ୍ରଶାସନ।

କିଶୋର ମହାନ୍ତି, ଅଧ୍ୟକ୍ଷ, ଗୃହ ଷ୍ଟାଣ୍ଡି କମିଟି

ପଂଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସର୍ବଦଳୀୟ ବୈଠକ…

{} ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀ ଙ୍କ ସୂଚନା 2022 ରେ ହେବ ପଂଚାୟତ ନିର୍ବାଚନ। ସେଥିପାଇଁ ରାଜ୍ୟନିର୍ବାଚନ କମିଶନଙ୍କ ତତ୍ତ୍ଵାବଧନା ରେ ପ୍ରସ୍ତୁତି ଜାରିରହିଛି। କେନ୍ଦ୍ର ନିର୍ଵାଚନ କମିଶନ ଜାନୁଆରୀ 1, 2021 ସୁଦ୍ଧା ଭୋଟର ଲିଷ୍ଟ ପ୍ରଦାନ କରିସାରିଛନ୍ତି। ଏହି ଭୋଟର ତାଲିକା ସଂଶୋଧନ ହେବା ପୂର୍ବରୁ ଆସନ୍ତା 6 ତାରିଖରେ ସର୍ବଦଳୀୟ ବୈଠକ ଡକାଯାଇଛି। ସର୍ବଦଳୀୟ ବୈଠକରେ ଭୋଟର ତାଲିକା ସଂଶୋଧନ ନେଇ ଆଲୋଚନା ହେବ। ଧାର୍ଯ୍ୟ ତାରିଖ ଅନୁସାରେ ଜିଲାମାନେ ସେମାନଙ୍କର ସଂରକ୍ଷଣ ତାଲିକା ପ୍ରଦାନ କରିବେ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନ।
ପଂଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସର୍ବଦଳୀୟ ବୈଠକ ଡାକିବା ପ୍ରସଙ୍ଗ। ପଂଚାୟତ ନିର୍ବାଚନକୁ ସୁରୁଖୁରୁରେ କରିବା ପାଇଁ ସମସ୍ତ ରାଜନୈତିକ ଦଳ ନିଜର ମତାମତ ରଖିବେ। ସ୍ୱଚ୍ଛ ଅବାଧ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପାଇଁ ଆଲୋଚନା ହେବ। ପଂଚାୟତ ନିର୍ବାଚନବେଳେ ଗାଁ ଗାଁରେ ଟେନସନ ଥାଏ। ତେଣୁ ବ୍ଲକରେ ଭୋଟ ଗଣତି ହେଲେ ଭଲ ହେବ ବୋଲି କହିଲା ବିଜେଡି। ବିଜେଡିର କନଫିଡେନ୍ସନ ବୀନଙ୍କ ନେତୃତ୍ୱ। ବିଜେଡି ସବୁ ବର୍ଗର ଲୋକଙ୍କ ପ୍ରିୟ ଦଳ। ଲୋକବଳ ହେଉଛି ବିଜେଡିର ବଳ। ଲୋକେ ବିଜେଡିର ଉନ୍ନୟନମୂଳକ ପ୍ରକଳ୍ପକୁ ଦେଖି ଲୋକେ ବିଜେଡି ସହ ଯୋଡି ହୋଇ ରହିଛନ୍ତି। ସେଥିପାଇଁ ସବୁବେଳେ ବିଜେଡିର ବିଜୟ ଧାରା ବଜାୟ ରହିଛି। ଆଗକୁ ମଧ୍ୟ ବିଜେଡିର ବିଜୟ ଧାରା ବଜାୟ ରହିବ ବୋଲି କହିଲେ ବିଜେଡିର ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର।

Follow us

20,832FansLike
0FollowersFollow
14,700SubscribersSubscribe

Latest news