ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ସମ୍ବଲପୁର..

( )ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ସମ୍ବଲପୁର।

ଉପକାର ପାଇବେ ୭ ଲକ୍ଷ ୭୩ ହଜାର।

ସମ୍ବଲପୁରରେ ୧୫୫୩ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ।

ମା ସମଲେଇଙ୍କ ପୀଠର ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ।

ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ଜରୁରୀ ଚିକିତ୍ସା ପାଇଁ ୧୪୭ କୋଟି ଟଙ୍କାର ପାଣ୍ଠି ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କୁଚିଣ୍ଡାରେ ସମ୍ବଲପୁର ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୭ ଲକ୍ଷ ୭୩ ହଜାର ଲୋକ ଏହି ସୁବିଧା ପାଇବେ ।କୁଚିଣ୍ଡା ର ସରସ୍ବତୀ ଭୋଇ ଜିଲ୍ଲାର ପ୍ରଥମ ହିତାଧିକାରୀ ଭାବରେ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ କାର୍ଡ଼ ଗ୍ରହଣ କରିଥିଲେ । ସମ୍ବଲପୁର ସହିତ ରାଜ୍ୟର ୮ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା ।ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଓଡିଶାର ବିକାଶରେ ସମ୍ବଲପୁରର ଅବଦାନ ବିଷୟରେ ଆଲୋକପାତ କରି କହିଥିଲେ ଯେ ରାଜ୍ୟର ସଂସ୍କୃତି, ରାଜନୀତି, ଶିକ୍ଷା, ଇତିହାସ, ଅର୍ଥନୀତି ସବୁକ୍ଷେତ୍ରରେ ସମ୍ବଲପୁରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସମ୍ବଲପୁରୀ ଶାଢୀ, ସମ୍ବଲପୁରୀ ଗୀତ ଓଡିଶାର ମହାନ ସଂସ୍କୃତିର ପରିଚୟ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା ସମଲେଇଙ୍କ ଆଶୀର୍ବାଦ ପାଇଁ ଲକ୍ଷ ଲକ୍ଷ ଭକ୍ତ ମା’ଙ୍କ ପୀଠକୁ ଆସୁଛନ୍ତି। ତେଣୁ ଏ ପୀଠର ବିକାଶ ପାଇଁ ସରକାରଙ୍କ ଉଦ୍ୟମରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ। ଆମ ପାଇ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।ଏହି ଅବସରରେ ସଡକ ଦୁର୍ଘଟଣାରେ ବହୁ ଲୋକଙ୍କର ମୃତ୍ୟୁ ହେଉଥିବା ସଂପର୍କରେ ଚିନ୍ତାପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ କ୍ଷେତ୍ରରେ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇ ପାରିଲେ, ଅନେକ ମୂଲ୍ୟବନ ଜୀବନ ବଞ୍ଚାଇ ହେବ । ଆହତ ଲୋକଙ୍କୁ ତୁରନ୍ତ ଚିକିତ୍ସା ପାଇଁ ରାଜ୍ୟ ସରକାର ୧୪୭ କୋଟି ଟଙ୍କାର ଏକ ପାଣ୍ଠି ଗଠନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଦୁର୍ଘଟଣା କ୍ଷେତ୍ରରେ ପ୍ରଥମ ୪୮ ଘଣ୍ଟା ମଧ୍ୟରେ ଚିକିତ୍ସା ଯୋଗାଇ ଦେବା ଅତି ଜରୁରୀ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ପାଣ୍ଠି ଜରିଆରେ ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ମଧ୍ୟରେ ସମସ୍ତ ଚିକିତ୍ସା ଖର୍ଚ୍ଚ ଏହି ପାଣ୍ଠିରୁ ବହନ କରାଯିବ।

ମୁଖ୍ୟମନ୍ତ୍ରୀ ଆଜି ସମ୍ବଲପୁରରେ ୧୫୫୩ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଆରମ୍ଭ କରିଥିଲେ ଏବଂ ଏଥିରୁ ୩୫୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିଲା। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଭଲ ପିଇବା ପାଣି ଉପରେ ଗୁରୁତ୍ବ ଦେଉଛନ୍ତି । ଆଜି ସମ୍ବଲପୁରରେ ପିଇବା ପାଣି ପାଇଁ ୧୦୦୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଗାଁ ଓ ସହର ସବୁ ପରିବାର ପାଖରେ ପିଇବା ପାଣି ପହଞ୍ଚିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କୁଚିଣ୍ଡା ଓ ରେଢାଖୋଲ ଏନ୍‌.ଏ.ସି.ର ସବୁ ଘରକୁ ପାଇପ ପାଣି ଯୋଗାଇ ଦିଆଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୨ରେ ସମ୍ବଲପୁର ଜିଲ୍ଲାର ପ୍ରତି ଘରକୁ ପାଇପ ପାଣି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ, ସରକାରୀ ଦଳର ଉପମୁଖ୍ୟ ସଚେତକ ଶ୍ରୀ ରୋହିତ ପୂଜାରୀ ପ୍ରମୁଖ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ରାଜ୍ୟର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତାର ଉଚ୍ଚପ୍ରଶଂସା କରିଥିଲେ । BSKY Smart Card ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଯୋଗାଇ ଦେବା ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ସେମାନେ ବର୍ଣ୍ଣନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସଂପନ୍ନ ନେତୃତ୍ବ ଯୋଗୁ ଓଡିଶାରେ ଆଜି ଗରିବ ଲୋକ ନିଜକୁ ସୁରକ୍ଷିତ ମନେ କରୁଛି। ଗରିବ ଲୋକଙ୍କୁ ବିଭିନ୍ନ ଯୋଜନାରେ ଦିଆଯାଉଥିବା ସାମାଜିକ ଓ ଅର୍ଥିକ ସୁରକ୍ଷା ସେମାନଙ୍କୁ ସଶକ୍ତ କରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।

କୋଭିଡ ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ମିଳିବ ଜିଲ୍ଲା ସ୍ତରୀୟ ସହାୟତା ରାଶି…

{}କୋଭିଡ ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ମୃତ୍ୟୁ ସାର୍ଟିଫିକେଟ ରହିଛି। ଯେଉଁମନଙ୍କ ପାଖରେ ସାର୍ଟିଫିକେଟ ଅଛି ସେମାନେ ଜିଲ୍ଲା ସ୍ତରରେ ସହାୟତା ରାଶି ପାଇଁ ଆବେଦନ କରିପାରିବେ। ଯେଉଁ ମାନଙ୍କର ସାର୍ଟିଫିକେଟ ରେ କୌଣସି ଅସୁବିଧା ରହିଛି ବୋଲି ଭାବୁଛନ୍ତି ସେମାନେ ମୃତ୍ୟ ର କାରଣ ସହ ଏକମତ ନୁହେଁ ସେମାନେ ଗ୍ରୀଭାନ୍ସ କମିଟି ରହିଛି ସେମନଙ୍କୁ ଅପିଲ କରିପାରିବେ। ଯଦି ଜଣେ ଅପିଲ କରୁଛି ସରକାରଙ୍କ ନିର୍ଦେଶ ଅନୁସାରେ ତାଙ୍କୁ 30 ଦିନ ମଧ୍ୟରେ ଆର୍ଥିକ ସହାୟତା ଦିଆଯିବ। ସୁପ୍ରିମକୋର୍ଟ, ଏସ ଆର ସି ଙ୍କ ଗାଇଡ଼ ଲାଇନ ଅନୁସାରେ ଜିଲ୍ଲା ସ୍ଥାରରେ ଏଭଳି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି। ଏହା ଅଗାକୁ ଠିକ ଭାବରେ କରାଯିବ। ଏନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି

ଗ୍ରୀନ କ୍ରାକର କୁ ଅନୁମତି ଦେଲେ ସରକାର…

( )ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ସରକାର ଗ୍ରୀନ କ୍ରାକର କୁ ଅନୁମତି ଦେଇଛନ୍ତି । ନିର୍ଦ୍ଦିଷ୍ଟ ସମୟ ପାଇଁ ଏହି ଅନୁମତି ଦିଆଯାଇଛି । ଗ୍ରୀନ କ୍ରାକରରେ ପ୍ରଦୂଷଣ ମାତ୍ର ବହୁତ କମ । ସରକାରଙ୍କ ନିୟମ ମାନି ଆମେ କମ ସମୟ ବାଣ ଫୁଟାଇବା । ଆମର ମୂଳ ଲକ୍ଷ୍ୟ ହେବା ଦରକାର ପ୍ରଦୂଷଣ କମ ହେଉ । ଯଦି କେହି ଅମାନିଆ ହୋଇ ଅନ୍ୟ ବାଣ ଫୁଟାଇବେ ତେବେ ଏହା ଦ୍ୱାରା ପ୍ରଦୂଷଣର ମାତ୍ରା ବଢ଼ିବ । ଯାହା ଦ୍ୱାରା କି କେବଳ କୋଭିଡ ରୋଗୀଙ୍କ ପାଇଁ ସମସ୍ୟା ନୁହେଁ ବରଂ ଅନ୍ୟ ରୋଗ ମଧ୍ୟ ଦେଖାଯିବ । ଆଜମା ହେଉ କିମ୍ବା ବିଭିନ୍ନ ଆଲର୍ଜି,ଆଖିର ଆଲର୍ଜି, ଥୋର୍ଟ ଆଲର୍ଜି ଏଗୁଡିକ ସବୁ ଦେଖାଯିବ । ଏହାଛଡା ଘରେ ହେଉ ପଛେ ଅଧିକ ଲୋକ ଏକାଠି ହେବନି । କାରଣ କୋଭିଡ ଏବେ ବି ସମ୍ପୂର୍ଣ୍ଣ ଯାଇନି ।

ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦେଶକ

ନଭେମ୍ବର-୧୨କୁ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ…

{} ମମିତା ମେହେର ହତ୍ୟା ଘଟଣାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାରଙ୍କର ଏବଂ ଖୋଦ ମୁଖ୍ୟମନ୍ତ୍ରୀଙ୍କର ଭୂମିକାକୁ ତୀବ୍ର ନିନ୍ଦା କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜେ ଅପରାଧୂ ମାନଙ୍କୁ ଘଂଟ ଘୋଡ଼ାଉଛନ୍ତି । ଅପରାଧରେ ସଂଶ୍ଳିଷ୍ଟ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଏ ପର୍ଯ୍ୟନ୍ତ ବରଖାସ୍ତ କରୁନାହାନ୍ତି । ତାଙ୍କ ବିରୋଧରେ ଆପତତଃ ପ୍ରମାଣ ଥାଇ ମଧ୍ୟ ମୋକଦ୍ଦମା ରୁଜୁ କରୁନାହାନ୍ତି। ରାଜ୍ୟରେ ଗୋଟିଏ ପରେ ଗୋଟିଏ ନାରୀ ନିର୍ଯ୍ୟାତନା ଘଟିଚାଲିଛି । ସମଗ୍ର ରାଜ୍ୟ ଆଜି ଅପରାଧୁମାନଙ୍କ ଚରାଭୂଇଁ ପାଲଟିଛି । ଆଇନ କାନୁନକୁ ଭୃକ୍ଷେପ ନାହିଁ । ହତ୍ୟା, ଗଣଦୁର୍ଷମ ମାନବ ଚାଲାଣ ଏବଂ ନିଶା ସାମଗ୍ରୀର କାରବାର ଏ ରାଜ୍ୟରେ ଦ୍ରୁତି ` ଗତିରେ ବୃଦ୍ଧିପାଇ ଚାଲିଛି। ସତରାଂ ୧୦ ଦିନ ମଧ୍ୟରେ ଯଦି ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀ ମଣ୍ଡଳରୁ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଦା ନକରନ୍ତି, ତାଙ୍କ ବିରୋଧରେ ଫୌଜଦାରୀ ମକୋଦ୍ଦମା ଦାୟର ନକରନ୍ତି ଏବଂ ତାଙ୍କୁ ଗିରଫ ନକରନ୍ତି ଏହାର ପ୍ରତିବାଦରେ ଆସନ୍ତା ନଭେମ୍ବର ମାସ ୧୨ ତାରିଖ ଶୁକ୍ରବାର ଦିନ ଓଡ଼ିଶା ବନ୍ଦ କରିବାକୁ କଂଗ୍ରେସ ଦଳ ନିଷ୍ପତି ନେଇଛି ବୋଲି ଆଜି ପ୍ରେସବାର୍ତ୍ତା ଜରିଆରେ ପିସିସି ଉପସଭାପତି ଶ୍ରୀ ଗଣେଶ୍ୱର ବେହେରା ପ୍ରକାଶ କରିଛନ୍ତି।

ନାରୀର ସମ୍ମାନ ଓ ନାରୀ ସୁରକ୍ଷା ପାଇଁ ଓଡ଼ିଶା ବନ୍ଦ ନିଷ୍ପତିକୁ ଓଡ଼ିଶାବାସୀଙ୍କୁ କଂଗ୍ରେସ ତରଫରୁ ନିବେଦନ ପୂର୍ବପ୍ରାଣରେ ସହଯୋଗ କରିବା ପାଇଁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ନିବେଦନ କରିଛନ୍ତି।

ଆସନ୍ତାକାଲି ଠାରୁ ଘର ଘର ଦସ୍ତକ ଟିକା କରଣ କାର୍ଯ୍ୟକ୍ରମ ଆରମ୍ଭ…

{} ଆସନ୍ତାକାଲି ଠାରୁ ଘର ଘର ଦସ୍ତକ ଟିକା କରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ସମ୍ମୁଖ ଯୋଦ୍ଧା ତଥା ସ୍ୱାସ୍ଥ୍ୟ କର୍ମୀ,ଆଶା କର୍ମୀ ନର୍ସ , , sag group ଙ୍କ ସହଯୋଗରେ କେଉଁମାନେ ପ୍ରଥମ ଓ ଦ୍ୱିତୀୟ ଡୋଜ ଟିକା ନେଇ ନାହାନ୍ତି ତାଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରାଯିବ। ଏବଂ ଏହି ମାସ ଶେଷ ସୁଦ୍ଧା ଦ୍ୱିତୀୟ ଡୋଜ ଡିଉ ହୋଇ ସାରିଥିବା ଲୋକଙ୍କ ଶତ ପ୍ରତିଶତ ଟିକା କରଣ ଦିଆ ଯାଇପାରିବ। ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ  ଟିକା ନେଇ ନଥିବା ଲୋକଙ୍କୁ
ନଭେମ୍ବର ମାସରେ ପଥମ ଡୋଜ ଟିକା ନେବାକୁ ପ୍ରବର୍ତା ଯିବ। ଯାହା ହେଉଛି ଘର ଘର ଦସ୍ତକ ଟିକା କରଣ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ। ଡିସେମ୍ବର ଶେଷ ସୁଧା 18 ବର୍ଷରୁ ଅଧିକ ସମସ୍ତେ ଯେମିତି ପ୍ରଥମ ଡୋଜ ଟିକା ନେଇ ସାରିବେ ତା ଉପରେ ଧ୍ୟାନ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଟିକା କରଣ କେନ୍ଦ୍ରକୁ ମଧ୍ୟ ବୃଦ୍ଧି କରାଯାଇଛି । ଏଥିପାଇଁ ବିଭିନ୍ନ ଗ୍ରାମାଞ୍ଚଳରେ ନୂତନ ଟିକା କରଣ କେନ୍ଦ୍ର ଖୋଲାଯାଉଛି। ଏବେ ଶୁଦ୍ଧା 2 କୋଟି 57 ଲକ୍ଷ ଲୋକ ପ୍ରଥମ ଡୋଜ ନେଇ ସାରିଲେଣି। ଯାହାକି ସମସ୍ତ ହିତାଧିକାରୀଙ୍କର ତାର 79 % । ସେହିପରି ଦ୍ୱିତୀୟ ଡୋଜ 1 କୋଟି 15 ଲକ୍ଷ ନେଇଛନ୍ତି । ଯାହା କି 35 % ରହିଛି।
ବାଇଟ- ବିଜୟ ପାଣିଗ୍ରାହୀ, ପରିବାର କଲ୍ୟାଣ ନିର୍ଦ୍ଦେଶକ

ପଡୋଶୀ ରାଜ୍ୟରେ ବଢୁଛି ସଂକ୍ରମଣ…

{} ଦ୍ୱିତୀୟ ଲହର ହିଁ ପଡୋଶୀ ରାଜ୍ୟରୁ ଆସିଥିଲା। ତେଣୁ ପୁଣି ପଡୋଶୀ ରାଜ୍ୟରେ ସଂକ୍ରମଣା ଆରମ୍ଭ କରିଛି। ଯାହା କୁ ନେଇ ସ୍ୱାସ୍ଥ୍ୟ ବିଭାଗ ସଚେତନ ଅଛି। ଏବଂ ପରିସ୍ଥିତି ଉପରେ କଡା ନଜର ରଖାଯାଇଛି।ରାଜ୍ୟରେ ଏବେ ଟେଷ୍ଟ ସଭିଲାନ୍ସ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। ଆଗାମୀ ଦିନ ରେ ଯେ କୌଣସି ସ୍ଥିତି ପାଇଁ ମଧ୍ୟ ପ୍ରସ୍ତିତ ରହିଛି।କରୋନା ସଂକ୍ରମଣ କୁ ଦେଖିଲେ ବର୍ତ୍ତମାନ ଓଡିଶାର ସ୍ଥିତି ଭଲ ରହିଛି। ଧୀରେ ଧୀରେ ସଂକ୍ରମଣ କମିବାରେ ଲାଗିଛି। କିଛି ମାତ୍ରାରେ କିଛି ଜିଲ୍ଲା ରେ ଏବେ ସୁଧା ସଂକ୍ରମଣ ଲାଗିରହିଛି। ସେଠାରେ ସର୍ଭିଲାନ୍ସ କଡାକଡି କରାଯାଉଛି। ଅନେକ ସମୟରେ ଦେଖାଦେଇଛି ଯେ ଯଦି ପଡୋଶୀ ରାଜ୍ୟମାନଙ୍କରେ ସଂକ୍ରମଣ ବଢେ ତେବେ ଆମ ରାଜ୍ୟକୁ ମଧ୍ୟ ସଂକ୍ରମଣ ବଢିବାର ସମ୍ଭାବନା ରହିଛି। ତେଣୁ ସର୍ଭିଲାନ୍ସ ଜାରି ରଖିବା ଆବଶ୍ୟକ। ଯଦି କୌଣସି କେସ ଆସେ ତେବେ ନଜର ରଖାଯିବ। ବିଶେଷ ଭାବରେ ସିମାବର୍ତ୍ତି ଅଂଞ୍ଚଳ ରେ ଆକ୍ଟିଭ ରହିବା ପାଇଁ ପଡିବ। ଲୋକମାନେ ସେଭଳି ଭାବରେ ନିୟମ ମାନନ୍ତୁ, ବ୍ୟବହାର ରଖନ୍ତୁ। ଏହା ସହ ସେଠାରେ ସର୍ଭିଲାନ୍ସ ମଧ୍ୟ କଡାକଡି କରାଯିବ।

ସୂଚନା ଅନୁଯାୟୀ, ଆମ ରାଜ୍ୟରେ ଆଜି 316 ପଜିଟିଭ ଚିନ୍ହଟ ହୋଇଛନ୍ତି। ତେବେ ଦେଖିବାକୁ ଗଲେ ପଶ୍ଚିମବଙ୍ଗ, ଆସାମ ଭଳି ରାଜ୍ୟରେ ସଂକ୍ରମଣ ବଢିବା ଆରମ୍ଭ କଲାଣି।
ଦୀପାବଳି ପାଇଁ ସ୍ୱତନ୍ତ୍ର ଭାବରେ ଗାଇଡଲାଇନ ଦିଆଯିବ। ନେସନାଲ ଗ୍ରୀନ ଟ୍ରିବ୍ୟୁନାଲ ର ନିର୍ଦେଶ ଓ ହାଇକୋର୍ଟ ନ୍କ ନିର୍ଦେଶ ଅଛି ସେହି ଅନୁସାରେ ଏସ ଆର ସି ଏକ ବୈଠକ ନେଇଥିଲେ। ସେହି ଅନୁସାରେ ଖୁବ ଶୀଘ୍ର ଏକ ଗାଇଡଲାଇନ ଆସିବ।

ବାଇଟ- ବିଜୟ ମହାପତ୍ର, ସ୍ୱସ୍ଥ୍ୟ ନିର୍ଦେଶକ।

ପଦ୍ମଶ୍ରୀ ନନ୍ଦ ସାରଙ୍କ ଜୀବନିକୁ ନେଇ ଚଳଚ୍ଚିତ୍ର, ଉନ୍ମୋଚନ ହେଲା ପୋଷ୍ଟର୍ ।।

0

ଶିକ୍ଷା, ଏପରି ଏକ ଶବ୍ଦ ଯାହାକୁ ନେଇ ଏ ସମାଜ ଗର୍ବିତ। କିଏ ଶିକ୍ଷା ଅର୍ଜନ କରି ସମାଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ତ ଆଉ କିଏ ଶିକ୍ଷା ଦାନ କରି ସମାଜରେ ଏକ ଅନନ୍ୟ ଉଦାହରଣ ପାଲଟିଛି । ଏହପରି ଏକ ବ୍ଯକ୍ତିତ୍ବ ହେଉଛନ୍ତି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ କନ୍ତିରା ଗ୍ରାମର ନନ୍ଦ କିଶୋର ପୃଷ୍ଟି । ଯାହାଙ୍କୁ ସମଗ୍ର ଅଞ୍ଚଳରେ ନନ୍ଦ ସାର୍ ରୂପେ ଜାଣନ୍ତି। ସେ ହେଉଛନ୍ତି ଜଣେ ନିଆରା ବ୍ଯକ୍ତିତ୍ବ। ଦୀର୍ଘ ଆଠ ଦଶନ୍ଧିରୁ ଉର୍ଦ୍ଧ୍ବ ଦିନ ହେବ ଶିକ୍ଷା କ୍ଷେତ୍ରରେ ରହିଛି ତାଙ୍କର ଅତୁଳନୀୟ ଅବଦାନ। ଗାଁ ପିଲାଙ୍କୁ ଶିକ୍ଷିତ କରିବା ଲକ୍ଷରେ ଆଜକୁ ୮୨ବର୍ଷ ପୂର୍ବେ ନିଜ ଗାଁରେ ସ୍ଥାପନ କରିଥିଲେ ଏକ ଛୋଟିଆ ଚାଟଶାଳୀ । ସେହି ଚାଟଶାଳୀରେ ବିନା କୌଣସି ପାରିଶ୍ରମିକରେ ନିରବଚ୍ଛିନ୍ନ ଭାବରେ ମାଗଣାରେ ପଢାଉଛନ୍ତି ପିଲାଙ୍କୁ। ସବଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ୧୦୪ବର୍ଷ ବୟସରେ ମଧ୍ୟ ସେ ଛାଡି ନାହାନ୍ତି ନିଜ ନିଶାକୁ।ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ,  ଏପରି ଏକ ନିଆରା ବ୍ଯକ୍ତିତ୍ବଙ୍କୁ ନିକଟରେ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବା ପାଇଁ ଘୋଷଣା କରାଯାଇଥିଲା । ତେବେ ଏହି ସମ୍ମାନ,ନନ୍ଦସାର୍ ଆସନ୍ତା ନଭେମ୍ବର ମାସ ୯ତାରିଖରେ ଗ୍ରହଣ କରିବାକୁ ଦିଲ୍ଲୀ ଯାଉଥିବା ବେଳେ, ତାଙ୍କ ଜୀବନିକୁ ନେଇ ଆରମ୍ଭ ହୋଇଛି ଏକ ପ୍ରାମାଣିକ ଚଳଚ୍ଚିତ୍ର । ଅଭିସ୍ମିତା ପ୍ରଡକ୍ସନ୍ ବ୍ଯାନର୍ ରେ ନିର୍ମିତ ଏହି ଚଳଚ୍ଚିତ୍ରକୁ ପ୍ରାମାଣିକ ଚଳଚ୍ଚିତ୍ର ଜଗତର କ୍ଷାତନାମା ଯୁବ ନିର୍ଦ୍ଦେଶକ ପ୍ରଣବ କୁମାର ଆଏଚ ନିର୍ଦ୍ଦେଶନା ଦେଇଥିବା ବେଳେ, ରୋଟାରୀଆନ ଅଭୟ ପତି ଏହାକୁ ପ୍ରଜୋଜନା କରୁଛନ୍ତି। ଏହି ପ୍ରାମାଣିକ ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି ଅସ୍ମିତା ପତି ଓ ସହ -ପ୍ରଯୋଜକ ଭାବେ ଚଳଚ୍ଚିତ୍ର ଜଗତର କ୍ଷାତନାମା ତାରକା ନୈନା ଦାଶ ହାତ ବଢାଇଛନ୍ତି । ଏହି ଚଳଚ୍ଚିତ୍ରର ଏକ ପୋଷ୍ଟର୍ ଆଜି ଯାଜପୁର ରୋଡ୍ ଜେମ୍ସ୍ ସ୍କୁଲ୍ ପରିସରରେ ଥିବା ରୋଟାରୀ ଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚଳଚ୍ଚିତ୍ରର ପ୍ରଯୋଜକ, ନିର୍ଦ୍ଦେଶକ, କାହାଣୀ ଲେଖିକା ଓ ସହ-ପ୍ରଜୋଜକ ତଥା ଚଳଚ୍ଚିତ୍ର ସହିତ ଜଡିତ ବହୁ ବ୍ଯକ୍ତି ଯୋଗ ଦେଇଥିଲେ। ପଦ୍ମଶ୍ରୀ ନନ୍ଦ ସାରଙ୍କ ଜୀବନି ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ ଆନ୍ତର୍ଜାତୀୟ ସ୍ତରରେ କ୍ଷାତି ମିଳିବା ନେଇ ସମସ୍ତ ଯାଜପୁର ବାସୀଙ୍କ ସହ ପ୍ରଜୋଜକ ,ନିର୍ଦ୍ଦେଶକ ଓ ସଂମ୍ପୃକ୍ତ ବ୍ଯକ୍ତି ମାନେ  ଆଶାବାଦୀ  ଅଛନ୍ତି । ଏହି ପ୍ରାମାଣିକ ଚଳଚ୍ଚିତ୍ରର ରିଲିଜ୍ କୁ ନେଇ  ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମନରେ ବହୁ ଉତ୍ସାହ ଦେଖିବାକୁ ମିଳିଛି ।

  1. ଯାଜପୁରରୁ ଅଙ୍କିତ୍ କୁମାର ସାହୁ ବିଗ୍ ନିଉଜ୍ ଓଡିଶା

ଦରଦାମ ବୃଦ୍ଧି କୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛି ବିଜେଡି…

{} ଦରଦାମ ବୃଦ୍ଧି ପ୍ରସଙ୍ଗକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ।
ଦଳର ମୁଖପାତ୍ର ପ୍ରତାପ ଦେବ, ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଉପ ସଭା ନେତ୍ରୀ ପ୍ରମିଳା ମଲିକ ଉପସ୍ଥିତ । ଦୀର୍ଘ ଦିନ ପରେ ପୁଣି ଥରେ ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାର୍ଗେଟ କରିଛି ବିଜେଡି । ଏଲପିଜି ଦର ବୃଦ୍ଧି ନେଇ ଅତନୁ ସବ୍ୟସାଚୀ କହିଛନ୍ତି ଏହା ସାଧାରଣ ଲୋକଙ୍କ ପାଇଁ ବେଡି ଉପରେ ସାଜିଛି । କେବଳ ଗ୍ୟାସ ଓ ତୈଳ ଦର ନୁହେଁ ଅତ୍ୟାବଶ୍ୟକ ସାମଗ୍ରୀ ବଢ଼ିଛି । ଏଥିପାଇଁ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ପ୍ରଭାବିତ ହୋଇଥିବା କହିଛନ୍ତି ଅତନୁ । ସ୍ଥିତିରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର କିଛି ପଦକ୍ଷେପ ନେଉ ନଥିବା କହିଲେ ଅତନୁ । କୋରନା କମିଥିଲେ ବି ଦରଦାମରେ ରୋକ ଲାଗୁନି । ବିଜେପି ସରକାର ଆର୍ଥିକ ପରିଚାଳନାରେ ବିଫଳ ହୋଇଛି । ବିଜେପି ଯେଉଁ ବିକାଶ ଆଣିବ ବୋଲି କହିଥିଲା ଏହା କଣ ସେହି ବିକାଶ ବୋଲି ପ୍ରଶ୍ନ କଲେ ଅତନୁ । ସଧାରଣ ଲୋକଙ୍କ ସମସ୍ୟା କୁ ଦୃଷ୍ଟିରେ ରଖି ରାଜରାସ୍ତାକୁ ଓହ୍ଲାଇବ ବିଜେଡି ।ଦୁଇ ବର୍ଷ ଭିତରେ 30 ପ୍ରତିଶତ ତୈଳ ଦର ବୃଦ୍ଧି ପାଇଛି । ଯାହା ଦ୍ୱାରା ଟ୍ରାନ୍ସପୋର୍ଟ ଉପରେ ପ୍ରଭାବ ପଡୁଛି । ଉଜ୍ଜଲା ପ୍ରସଙ୍ଗ ଉଠାଇ କହିଛନ୍ତି ସେ ଗ୍ୟାସ ଗୁଡିକ ରିପିଲିଂ ହେଇ ପାରୁନି । 31 ତାରିଖରେ ବିଜୁ ଜନତା ଦଳର ଛାମୁଆ ସଂଗଠନ ରାଜଭବନ ସମୁଖରେ ଦରଦାମ ବୃଦ୍ଧି ନେଇ ପ୍ରତିବାଦ କରିବା ସହ ରାଜ୍ୟପାଳ ଙ୍କୁ ସ୍ମାରକ ପତ୍ର ଦେବେ। ନଭେମ୍ବର 1 ତାରିଖରେ ମହିଳା ସଂଗଠନ 147 ଟି ନିର୍ବାଚନ ମଣ୍ଡଳୀରେ ଗ୍ୟାସ ଦର ବୃଦ୍ଧି ନେଇ ପ୍ରତିବାଦ କରିବେ । ନଭେମ୍ବର 5 ରୁ 7 ଯୁବ ଛାତ୍ର ମାନେ ରାଜ୍ୟର ସମସ୍ତ ତେଲ ଟାଙ୍କି ଆଗରେ ବିକ୍ଷୋଭ କରିବେ ।
ପ୍ରମିଳା ମଲିକ, ବିଜେଡ଼ି ଉପ ସଭାନେତ୍ରୀ

୨୭୫ କୋଟି ବ୍ୟୟରେ ବହୁତଳ ପ୍ରାସାଦ ୧୬ ବିଧାୟକଙ୍କ ବାସସ୍ଥାନ ଉଚ୍ଛେଦ ଖୁବ୍‌ଶୀଘ୍ର…

{ } ବିଧାୟକମାନେ ବହୁତଳ ବିଶିଷ୍ଟ ଅତ୍ୟାଧୂନିକ ପ୍ରାସାଦରେ ରହିବେ । ଏହି ଆବାସିକ ବିଧାୟକଙ୍କ ବାସଗୃହ ସହ କମ୍ୟୁନିଟି ହଲ୍‌, ଟେନିସ୍ କୋର୍ଟ, ଜିମ୍ ଓ ମାର୍କେଟ କମ୍ପେ୍ଲକ୍ସ ଆଦି ରହିବ । ୨୭୫ କୋଟି ଟଙ୍କା ବ୍ୟୟ ହେବ । ସେଥିପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୧୬ ବିଧାୟକଙ୍କର ପୁରୁଣା ବାସଗୃହକୁ ଉଚ୍ଛେଦ କରାଯିବ । ଏହି ସୂଚନା ଦେଇଛନ୍ତି ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର ।ଶୁକ୍ରବାର ଡଃ ପାତ୍ରଙ୍କ ନିଜ ପ୍ରକୋଷ୍ଠରେ ଅନୁଷ୍ଠିତ ବିଧାୟକଙ୍କ ପାଇଁ ପ୍ରସ୍ତାବିତ ବହୁତଳ ବିଶିଷ୍ଟ ଆବାସିକ ଗୃହ ନିର୍ମାଣ ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏଥିରେ ଅଧ୍ୟକ୍ଷତାରେ କରି ସେ କହିଥିଲେ, ୨୭୫ କୋଟି ଟଙ୍କା ବ୍ୟୟରେ ଓଡ଼ିଶା ବ୍ରିଜ ଏବଂ କଷ୍ଟ୍ରକସନ କରର୍ପୋରେସନ ଦ୍ୱାରା ନିର୍ମିତ ହେଉଥିବା ଉକ୍ତ ବହୁତ୍ତଳ ବିଶିଷ୍ଟ ଆବାସିକ ଗୃହ ନିର୍ମାଣରେ ସମସ୍ତ ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଏଥିପାଇଁ ୧୬ ଜଣ ସଦସ୍ୟଙ୍କ ବାସଗୃହ ଉଚ୍ଛେଦ ହେବ । ହେଲେ ସେମାନେ ଗୃହ ଛାଡିନଥିବାରୁ ସମସ୍ୟା ସଷ୍ଟି ହୋଇଛି । ତେଣୁ ସେମାନଙ୍କୁ ତୁରନ୍ତ ଉଚ୍ଛେଦ ପାଇଁ ବାଚସ୍ପତି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି ।

ଉକ୍ତ ବୈଠକରେ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ଶାସନ ସଚିବ ଏସ୍ କୁମାର, ବିଧାନସଭା ସଚିବ ଦାଶରଥୀ ଶତପଥୀ, ଅର୍ଥ ବିଭାଗ ଅତିରିକ୍ତ ଶାସନ ସଚିବ ନୃସିଂହ ଚନ୍ଦ୍ର ସ୍ୱାଇଁ, ନିର୍ଦ୍ଦେଶକ ଇଷ୍ଟେସ୍ ଏସ୍ କେ ମହାନ୍ତି, ଓଡ଼ିଶା ବ୍ରିଜ ଏବଂ କନ୍ସଟ୍ରକସନ କର୍ପୋରେସନର ମୁଖ୍ୟ ଯନ୍ତ୍ରୀ ଦୁଃଖ ବନ୍ଧୁ ବେହେରା, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଦୁର୍ଗା ପ୍ରଶାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ବାଣ ଫୁଟିଲେ, ବଢ଼ିବ କରୋନା ଏମିତି ଚିନ୍ତା ବଢାଇଲା ଭଳି ସୂଚନା ଦେଇଛି: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ…

0

( ) ବାଣ ଫୁଟିଲେ, କରୋନା ବଢ଼ିବ । ଦୀପାବଳି ପୂର୍ବରୁ ଏମିତି ଚିନ୍ତା ବଢାଇଲା ଭଳି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଡିଏମଇଟି ନିର୍ଦେଶକ କହିଛନ୍ତି, କରୋନା ରହିବା ଚିନ୍ତାଜନକ, ବଢ଼ିବା ଚିନ୍ତାଜନକ । ସେଥିରେ ସନ୍ଦେହ ନାହିଁ । କେନ୍ଦ୍ର ସରକାର ଯେତେବେଳେ ନିର୍ଦେଶନାମା ଜାରି କରିଛନ୍ତି, ଆମେ ସତର୍କ ରହିବା ଉଚିତ । ଆଗକୁ ଦୀପାବଳି ଅଛି, ଏହା ପାର୍ବଣର ସମୟ । ଏଣୁ କରୋନା ସଂକ୍ରମଣର ଆଶଙ୍କା ଅଛି । ଆମ ସଂସ୍କୃତିରେ ଦୀପାବଳିରେ ବାଣ ଫୁଟାଇବାର ପରମ୍ପରା ରହିଛି । ବାଣ ଫୁଟାଇଲେ ବାୟୁ ପ୍ରଦୂଷଣ ହୁଏ । ବାୟୁ ପ୍ରଦୂଷଣ ହେଲେ ଗୁଡ଼ାଏ ଟାକ୍ସିକ ପଦାର୍ଥ ବାୟୁମଣ୍ଡଳକୁ ଯାଏ, ଯାହାକି କ୍ଷତିକାରକ । ବର୍ତ୍ତମାନ ସୁଦ୍ଧାର ଷ୍ଟଡି କହୁଛି, ବାଣ ଫୁଟାଇଲେ ନାଇଟ୍ରିକ ଡାଇଅକ୍ସାଇଡ ବାହାରିଥାଏ, ଯାହାକି କରୋନା ଭୂତାଣୁ ଅଭିବୃଦ୍ଧିରେ ସାହାଯ୍ୟ କରେ, ସଂକ୍ରମଣ ବି ବଢାଇଥାଏ । ଏସବୁ ଦୃଷ୍ଟିରୁ ଯାହା ବି ସାମାନ୍ୟ ପ୍ରଭାବର ଆଶଙ୍କା ରହିଛି, ସେଥିପାଇଁ ପଦକ୍ଷେପ ନିଆଯିବା ଉଚିତ ।
ବାଇଟ- ଡାକ୍ତର ସିବିକେ ମହାନ୍ତି, ଡିଏମଇଟି ନିର୍ଦେଶକ

Follow us

20,832FansLike
0FollowersFollow
14,700SubscribersSubscribe

Latest news