ସଂକଳ୍ପ ପ୍ରସ୍ତାବ କୁ ନେଇ ପ୍ରତିକ୍ରିୟା ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର…

( )ବିଧାନ ପରିଷଦ ସଂକଳ୍ପ ପ୍ରସ୍ତାବ କେନ୍ଦ୍ର ପାଇନଥିବା ପ୍ରସଙ୍ଗ। ପ୍ରତିକ୍ରିୟା ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। କହିଲେ ଏନେଇ ଦୁଇଟି ଚିଠି ଆମେ କେନ୍ଦ୍ରକୁ ପଠେଇଥିଲୁ। ଚିଠି କେନ୍ଦ୍ର ପାଇଥିବା ବିଧାନସଭା ଅବଗତ ହୋଇଛି। ଗୋଟିଏ ଚିଠିରେ 2018ରେ ପଠାଯାଇଥିବା ସଂକଳ୍ପ ର ତଥ୍ୟ ଦିଆଯାଇଥିଲା। ଅନ୍ୟଚିଠି ରେ କେନ୍ଦ୍ର କାହିଁକି ଚିଠି ପାଇନି ତାର ତଦନ୍ତ ଲାଗି ଆଇନ ମନ୍ତ୍ରଣାଳୟ କୁ ଲେଖାଯାଇଥିଲା।

ବାଇଟ: ସୂର୍ଯ୍ୟ ନାରାୟଣ ପାତ୍ର,ବାଚସ୍ପତି

ତୃତୀୟ ପର୍ଯ୍ୟାୟରେ ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ କମିଶନଙ୍କୁ ଭେଟିଲା କଂଗ୍ରେସ…

( )ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ହେଲେ ଗଣତନ୍ତ୍ର ସୁଦୃଢ଼ ହେବ । ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଉଭୟ ବିଜେଡ଼ି ଓ ବିଜେପି ରାଜ୍ୟରେ ଯେଉଁ ହିଂସାତ୍ମକ ବାତାବରଣ ସୃଷ୍ଟି କରୁଛନ୍ତି ତାହା ରାଜ୍ୟ ଓ ରାଜ୍ୟ ବାସୀଙ୍କ ପାଇଁ କ୍ଷତିକାରକ ବୋଲି ନିର୍ବାଚନ କମିଶନଙ୍କ ପାଖରେ ଅବଗତ କରାଇଛି କଂଗ୍ରେସ । ତତ୍‌ସହିତ କେତେକ ଅଭିଯୋଗର ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଉଥିବା ପରିପ୍ରେକ୍ଷୀରେ କମିଶନଙ୍କୁ ଧନ୍ୟବାଦ ମଧ୍ୟ ଅର୍ପଣ କରିଛି ଏବଂ ପରବର୍ତୀ ପର୍ଯ୍ୟାୟରେ ଆହୁରି ଶକ୍ତ ଭାବେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି କଂଗ୍ରେସର ପ୍ରତିନିଧି ଦଳ ।
ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଉକ୍ତ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଓଲମ୍ବା ନିବାସୀ ଦୟାନିଧି ସେଠୀଙ୍କ ବାସଭବନ ସାମନାରେ ଛିଆହୋଇଥିବା ତାଙ୍କର କାରକୁ ୧୬ ତାରିଖ ରାତିରେ ଓଲମ୍ବା ପଂଚାୟତର ସରପଂଚ ପ୍ରାର୍ଥୀ ସୁଧାକର ସ୍ୱାଇଁ ଓ ତାଙ୍କର କେତେକ ସମର୍ଥକ ପୋଡ଼ି ଦେଇଥିଲେ । ସକାଳେ ଧମକ ଦେଲେ ରାତିରେ କାର ପୋଡ଼ିଲେ । ୧୭ ତାରିଖରେ ଶ୍ରୀ ସେଠୀ ବଡ଼ଗଡ଼ ଥାନରେ ଅଭିଯୋଗ କରିଛନ୍ତି କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଏହି ଅଭିଯୁକ୍ତମାନେ ଶାସକ ବିଜୁ ଜନତା ଦଳର କର୍ମୀ ତେଣୁ ପୋଲିସ ଜାଣିସୁଣି ଘଟଣାକୁ ଠିକ୍‌ଭାବେ ତଦନ୍ତ କରୁନାହିଁ । ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ଅର୍ଥ ପରୋକ୍ଷରେ ତାକୁ ଆଉ ଏକ ଅପରାଧ ଘଟାଇବାକୁ ଉତ୍ସାହିତ କରିବା ସଂଗେ ସମାନ । ପୋଲିସର ଏତାଦୃଶ ଆଚରଣ ଜାରି ରହିଲେ ବିଜୁ ଜନତର ଦଳର ସମର୍ଥକ ମାନେ ଭାବିବେ ଯେ ପୋଲିସ ଓ ପ୍ରଶାସନ ତାଙ୍କ ପକେଟରେ ଅଛି, ତାହାହେଲେ ଶାନ୍ତିପୂର୍ଣ୍ଣ ନିରପେକ୍ଷ ନିର୍ବାଚନ ହେବା କିଭଳି ସମ୍ଭବ? ପୁନଶ୍ଚ ଆସନ୍ତାକାଲି ଅର୍ଥାତ ୨୦ ଫେବୃଆରୀରେ ଗଞ୍ଜାମ ଜିଲ୍ଲାରେ ଧରାକୋଟ ବ୍ଲକରେ ନିର୍ବାଚନ ଅଛି । ଶାସକ ବିଜୁ ଜନତା ଦଳର ନେତା ଓ କର୍ମୀମାନେ ସମଗ୍ର ଧରାକୋଟ ବ୍ଲକର ଭୋଟରମାନଙ୍କୁ ନିଜ ସପକ୍ଷରେ ନେବାପାଇଁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି । ଏପରିକି ଓଲମ୍ବା ଗ୍ରାମପଂଚାୟତ, ଧରାକୋଟ ଗ୍ରାମ ପଂଚାୟତ, ଜାହାଡ଼ା ଗ୍ରାମ ପଂଚାୟତ, ଝାଡ଼ବନ୍ଧ ଗ୍ରାମ ପଂଚାୟତ, ମୁଣ୍ଡାମରାଇ ଗ୍ରାମପଂଚାୟତ ରେ ବୁଥ ଜବରଦଖଲ କରିବା ଆଶଙ୍କାକୁ ମଧ୍ୟ କଦାପି ଅସ୍ୱୀକାର କରାଯାଇ ନପାରେ । ଏଣୁ ତୁରନ୍ତ କମିଶନ ଏ ସବୁ ଅଂଚଳରେ ବ୍ୟାପକ ପୋଲିସ ବନ୍ଦୋବସ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଳା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେବା ପାଇଁ ଦାବି କରିବା ସହ ମୁକ୍ତ ଓ ଅବାଧ ନିର୍ବାଚନ କରାଇବାକୁ ଦାବି କରିଛି । ଏହି ପ୍ରତିନିଧି ମଣ୍ଡଳୀରେ ପ୍ରଦେଶ କଂଗ୍ରେସ ନିର୍ବାଚନ ଗଣମାଧ୍ୟମ ମୁଖ୍ୟ ଶ୍ରୀ ମନୋଜ ମହାପାତ୍ର, ମୁଖପାତ୍ର ଅମିୟ ପାଣ୍ଡବ, ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ ଓ ସଂପାଦକ ସୁବ୍ରତ ମହାପାତ୍ର କମିଶନଙ୍କୁ ଭେଟି ସ୍ମାରକ ପତ୍ର ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ବିରୋଧ ରେ ରାଜନୈତିକ ଷଡ଼ଯନ୍ତ୍ର କରୁଛି ବିରୋଧୀ ଦଳ…

() ଭାରତୀୟ ସଂସ୍କୃତି ଓ ଓଡ଼ିଆ ସଂସ୍କୃତି ପରମ୍ପରାରେ ଅଛି ଯେ ଜଣେ ଲୋକଙ୍କ ଭଲ ସ୍ୱାସ୍ଥ୍ୟ ପାଇଁ ଆମେ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁ। ହେଲେ ଜଣେ ଲୋକ ଯେଉଁଠି ସୁସ୍ଥ ଅଛନ୍ତି, କ୍ୟାବିନେଟ ମିଟିଂକୁ ଭରଚୁଆଲରେ ଆସୁଛନ୍ତି, ତାଙ୍କ ସ୍ୱାସ୍ଥ୍ୟକୁ ନେଇ କଳ୍ପନା ବାହାରେ ଗୁଜବ କରୁଥିବା ଲୋକଙ୍କୁ ଇତିହାସ କେବେ କ୍ଷମା ଦେବନି। ଓଡ଼ିଶା ଜନସାଧାରଣ ବି କେବେ କ୍ଷମା ଦେବେନି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଜନସାଧାରଣଙ୍କ ହୃଦୟରେ ଅଛନ୍ତି। ସାଢ଼େ ଚାରି କୋଟି ଲୋକ ତାଙ୍କୁ ଏତେ ଭଲ ପାଉଛନ୍ତି ଯେ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ କରିଛନ୍ତି। ମୁଖ୍ୟମନ୍ତ୍ରୀ ବି ଲୋକଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା କରିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କରିଛନ୍ତି। ଲୋକଙ୍କ ସ୍ୱାସ୍ଥ୍ୟ ଭଲ ପାଇଁ ଏହି ଯୋଜନା। ବିରୋଧୀ ତ କିଛି କରି ନାହାନ୍ତି ଲୋକଙ୍କ ପାଇଁ। ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଲୋକଙ୍କ କଥା ଚିନ୍ତା କରୁଛନ୍ତି। ବହୁଜନ ସୁଖାୟ ବହୁଜନ ହିତାୟ କଥା ମୁଖ୍ୟମନ୍ତ୍ରୀ ଚିନ୍ତା କରୁଥିବାବେଳେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଯେଉଁମାନେ ବିଭ୍ରାନ୍ତି କରୁଛନ୍ତି, ତାଙ୍କୁ ଓଡ଼ିଶାବାସୀ କେବେ କ୍ଷମା ଦେବେନି। ଏହା ନିନ୍ଦନୀୟ ଓ ଆମ ସଂସ୍କୃତି ପରିପନ୍ଥୀ। ଏହା ରାଜନୈତିକ ଷଡ଼ଯନ୍ତ୍ର।
ଅଶୋକ ଚନ୍ଦ୍ର ପଣ୍ଡା
ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ

ନବୀନଙ୍କ ସୁପର ସଟ……

() ଯେବେ ବି ନିର୍ବାଚନ ପରାଜୟ ଭୟ ଆସେ, ବିରୋଧୀଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତି। ହେଲେ ସେମାନେ ସଫଳ ହୁଅନ୍ତି ନାହିଁ। ସେଥିପାଇଁ ସେମାନେ ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ଅପପ୍ରଚାର କରନ୍ତି। ଗତ ମାସ ବି କଲେ, ହେଲେ ସାଧାରଣତନ୍ତ୍ର ଦିବସରେ ନବୀନଙ୍କ ସୁଲତାନ ଚାଲି ବିରୋଧୀଙ୍କ ମୁହଁ ବନ୍ଦ କରି ଦେଲା।

ମୁଦ୍ଦା ନଥିବା ବିରୋଧୀ କିନ୍ତୁ ସେହି ଫର୍ମୁଲା ପଞ୍ଚାୟତ ନିର୍ବାଚନରେ ଲାଗୁ କଲେ। ସମସ୍ତଙ୍କୁ ଫୋନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେହାନ୍ତ କଥା କହି ଚାଲିଲେ। ହେଲେ ଏହା ବୁମେରାଙ୍ଗ ହେଲା କାରଣ ରାଜ୍ୟବାସୀ ନବୀନଙ୍କୁ ଭଲ ପାଆନ୍ତି। ସେମାନେ ଚିନ୍ତାରେ ପଡ଼ିଲେ। ରାଜ୍ୟବାସୀଙ୍କ ଟେନ୍ସନ ଦେଖି ଘରୁ ବାହାରିଲେ ନବୀନ। ମହାଶିବରାତ୍ରି ପାଇଁ ଏକାମ୍ର ନଗରୀ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ। ବିରୋଧୀଙ୍କ ନିର୍ବାଚନୀ ଏଜେଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଦେହ ଅସୁସ୍ଥତା କଥାକୁ କଡ଼ା ଜବାବ ଦେଲେ ନବୀନ। ତା ପରେ ନା ସୋସିଆଲ ମିଡିଆ ନା ଗୁଜବ, କେଉଁଠାରେ ବି ବିରୋଧୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତାକୁ ନେଇ ପାଟି ଫିଟାଉ ନାହାନ୍ତି। କାରଣ ସେମାନଙ୍କ ପାଖରେ ବି ଆଉ ପଂଚାୟତ ନିର୍ବାଚନ ଲଢ଼ିବାର ଅନ୍ୟ କୌଣସି ପ୍ରସଙ୍ଗ ନାହିଁ। ତେବେ ଗୋଟିଏ କଥା ସତ, ଗଣତନ୍ତ୍ରରେ ଗଠନମୂଳକ ସମାଲୋଚନାର ସ୍ଥାନ ଅଛି। ହେଲେ ଦେଶର ମୁଖ୍ୟ ପ୍ରଧାନମନ୍ତ୍ରୀ କି ରାଜ୍ୟର ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିବା ଦେଶଦ୍ରୋହଠାରୁ ଅଧିକ ଗମ୍ଭୀର ନ ହୋଇ ପାରେ। କାରଣ ସେହି ସର୍ବୋଚ୍ଚ ନେତାଙ୍କୁ ଭାତରବାସୀ ନିର୍ବାଚିତ କରିଛନ୍ତି। ଆଉ ଏ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯିଏ ବିରୋଧୀ ଦଳ ନେତା ଅସୁସ୍ଥ ହେଲା ବଡ଼ ବଡ଼ ଡାକ୍ତରଙ୍କ ସହ ସେମାନଙ୍କ ଆରୋଗ୍ୟ ପାଇଁ ଆଲୋଚନା କରନ୍ତି। ଗଣତନ୍ତ୍ରର ପୂଜକ ଯେ ନବୀନ, ଏ କଥାକୁ କେହି କେବେ ଏଡ଼ାଇ ପାରିବେ ନାହିଁ।

ରାଜ୍ୟରୁ ହଟିଲା ନାଇଟ କର୍ଫ୍ୟୁ…

( )ରାଜ୍ୟରୁ ହଟିଲା ନାଇଟ କର୍ଫ୍ୟୁ। କୋଭିଡ ପାଇଁ ରାତି 10 ରୁ ସକାଳ 5 ଟା ପର୍ଯ୍ୟନ୍ତ ଲାଗିଥିବା କଟକଣା ହଟିଛି। ଏଣିକି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସହ ଗାଡି ଚାଳଚଳ ପୂର୍ବନିର୍ଧାରିତ ସମୟ ଅନୁସାରେ କାର୍ଯ୍ୟ କରିବେ।ରାଜ୍ୟରୁ ହଟିଲା ନାଇଟ କର୍ଫ୍ୟୁ। କୋଭିଡ ପାଇଁ ରାତି 10 ରୁ ସକାଳ 5 ଟା ପର୍ଯ୍ୟନ୍ତ ଲାଗିଥିବା କଟକଣା ହଟିଛି। ଏଣିକି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସହ ଗାଡି ଚାଳଚଳ ପୂର୍ବନିର୍ଧାରିତ ସମୟ ଅନୁସାରେ କାର୍ଯ୍ୟ କରିବେ। ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଂଜ୍ଞପ୍ତି ପ୍ରକାଶ ପାଇଛି। କୋଭିଡ ସଂକ୍ରମଣ କମିଥିବା ରୁ ସରକାର ଏଭଳି ନିସ୍ପତି ନେଇଛନ୍ତି। ଗତ ଜାନୁଆରୀ ମାସ ରେ କୋଭିଡ ସଂକ୍ରମଣା କୁ ଆଖି ଆଗରେ ରଖି ରାତି 9 ଟା ରୁ ସକାଳ 5 ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ କଟକଣା ଲାଗୁ କରିଥିଲେ। ସଂକ୍ରମଣ ରେ କିଛି ପରିମାଣ ହ୍ରାସ ଘଟିବାରୁ ନାଇଟ କର୍ଫ୍ୟୁ କୋହଳ କରି ରାତି9 ପରିବର୍ତ୍ତ ରାତି 10ରୁକାର୍ଫ୍ୟୁ କଟକଣା ଲାଗୁ କରିଥିଲେ।ଏବେ ସମ୍ପୂର୍ଣ୍ଣ କଟକଣା ହଟିଛି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ରେ ଲାଗୁ କରିବା ପାଇଁ ଏସ ଆର ସି ବିଂଜ୍ଞପ୍ତି ରେ ସ୍ପସ୍ଟ କରିଛନ୍ତି।

ପାରୁଛନ୍ତି ପ୍ରଣବ, ପ୍ରତିଶୋଧ ପରାୟଣ ବିରୋଧି….

() ଚଳିତ ପଞ୍ଚାୟତ ନିର୍ବାଚନ ହେଉଛି ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ପାଇଁ ଅଗ୍ନିପରୀକ୍ଷା । କାରଣ ଦଳର ସଂଗଠନ ଦାୟିତ୍ୱ ପାଇବା ପରେ ଗାଁ ଭୋଟ ତାଙ୍କ ପାଇଁ ପ୍ରଥମ । ବିଗତ ତିନୋଟି ଉପନିର୍ବାଚନରେ ତାଙ୍କ ଗୋଟି ଚାଳନା ସଫଳ ହୋଇଥିବାରୁ ବିଜେଡିର ବିଜୟ ହୋଇଛି । ଏବେ ଗାଁର ପାଳି । ଯାହା ସବୁଠାରୁ ସମ୍ବେଦନଶୀଳ ନିର୍ବାଚନ । 2017 ପଞ୍ଚାୟତ ନିର୍ବାଚନରେ ବିଜେଡି 20ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇଥିବାବେଳେ ବିଜେପି ଖାତାକୁ ୨ଟି ଆସନ ଯାଇଥିଲା । ହେଲେ ଏଥର ଚିତ୍ର ଭିନ୍ନ ।

 

ବିଜେପି ବିଜୟର ସବୁଠାରୁ ବଡ଼ ଗଡ଼ ଥିଲା ମୟୂରଭଞ୍ଜ । ପଞ୍ଚାୟତ ଜିତିବା ପରେ 2019 ନିର୍ବାଚନରେ ମୟୂରଭଞ୍ଜରେ ବିଜେପିର ବିଜୟ ବାନା ବୁଲିଥିଲା । ହେଲେ ଏବେ ବିଜେଡି ପକ୍ଷରୁ ମୟୂରଭଞ୍ଜ ଦାୟିତ୍ବ ନେଇଛନ୍ତି ବବି । ସେଠାରେ ରହି ସାରା ରାଜ୍ୟର ସଂଗଠନକୁ କଣ୍ଟ୍ରାଲ ବି କରୁଛନ୍ତି । ଯେଉଁଥି ପାଇଁ 30ଟି ଯାକ ଜିଲ୍ଲା ଦଖଲର ଦମ୍ଭୋକ୍ତି ଦେଖାଇଛି ବିଜେଡି । ହେଲେ ବିଜେପିକୁ ଏହା ହଜମ ହେଉ ନାହିଁ । ଗେରୁଆ ଦଳ ରକ୍ତମୁଖା ହୋଇଛି । ଗାଁ ଗାଁରେ ରକ୍ତ ସଂଘର୍ଷ କରୁଥିବା ଅଭିଯୋଗରେ ଛନ୍ଦି ହେଲାଣି ବିଜେପି ।

 

ଅନ୍ୟପଟେ ବ୍ୟକ୍ତିଗତ ସ୍ତରରେ ବିରୋଧି ଭଲ ଭାବେ ଜାଣିଛି ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ମାତ୍ ଦେବା କାଠିକର ପାଠ । ସେମାନଙ୍କ ନେତା ବି ମାନୁଛନ୍ତି ଯେ ବବି ଯେପରି ମ୍ୟାନେଜ କରୁଛନ୍ତି, ସେପରି ବିଜେପି ଓ କଂଗ୍ରେସ କରିବା ଅସମ୍ଭବ । ଏହି କାରଣରୁ ବିଜେପି ପ୍ରତିହିଂସା ପରାୟଣ ହୋଇ ପଡ଼ିଛି । ଅନ୍ୟପଟେ ପୁରୁଣା ପ୍ରସଙ୍ଗ ଧରି କଂଗ୍ରେସ ଅପପ୍ରଚାରରେ ମାତିଛି l ପଂଚାୟତ ନିର୍ବାଚନରେ ବବି କିଛି ଏପରି ଗୋଟି ଚଳାଇଲେ ଯେ ଯାଜପୁର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହର କରିଦେଲେ । ସେହିପରି ଡେଲାଙ୍ଗ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ବିଜେଡିରେ ମିଶିଲେ ।

 

ବବିଙ୍କ ଅଙ୍କ କୋଷା ଯୋଗୁ ଯେପରି ବିରୋଧୀ ଶିବିର ଖାଲି ହେଉଛି, ସେହି ରୋଷର ଶିକାର ହେଉଛନ୍ତି ରାଜ୍ୟବାସୀ । ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେପି ହିଂସାକାଣ୍ଡ କରୁଛି । ଯାହାକୁ ପରୋକ୍ଷ ଓ ପ୍ରତ୍ୟକ୍ଷରେ ସମର୍ଥନ ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ହେଭିକ୍ରେଜ ନେତା । ତେବେ ଧର୍ମେନ୍ଦ୍ରଙ୍କୁ ଚୁପଚାପ୍ ଶୁଣୁନି ବିଜେଡି । ଦଳ ପକ୍ଷରୁ ବବି ଦେଉଛନ୍ତି ଜବାବ ଆଉ ମନେ ପକାଇ ଦେଉଛନ୍ତି ଗେରୁଆ ଦଳ କରୁଥିବା ଦେଶ ସାରା ଗୁଣ୍ଡାଗିରି । ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ସେନାପତି ବବିଙ୍କ ସଂଗଠନ ଦକ୍ଷତା ଉପରେ ଆହୁରି ମୋହର ମାରୁଛି । ସବୁଠାରୁ ବଡ ମନ୍ତ୍ର ହେଉଛି ପ୍ରଣବ ଯୁବ, ଛାତ୍ର, ମହିଳା, ବରିଷ୍ଠ ସଭିଙ୍କୁ ସାଥିରେ ଧରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରେ ସବୁ କାମକୁ ସୁପରିଚାଳନା କରୁଛନ୍ତି l ଟିମ୍ ସ୍ପ୍ରିରିଟ ବବିଙ୍କୁ ସବୁ ସଫଳତା ଦେଉଛି l

ସ୍ବପ୍ନକୁ କଣ ମାପିହୁଏ….

() ସବୁଦିନ ପରି ସେଦିନ ବି ସାଇରାମ ଦୋକାନରେ ସଂନ୍ଧ୍ୟାରେ ପହଞ୍ଚି  ଚିକୁ କହିଲା ପ୍ରଭୃ ଚା କପେ ଦିଅନ୍ତୁ  । ତାହାରି ଭିତରେ ଚିକୁ ମନରେ ଉଙ୍କି ମାରୁଥାଏ ଅନେକ କଥା  ।  ଠିକ ସେହି ସମୟରେ ଚା କପଟିଏ ବଢାଇେଦଲା ଦୋକାନି  । ଚା ପି ରିଲାକ୍ସ ହେବା ପରେ  ସାଇରାମକୁ ଚିକୁ ମନରେ ଥିବା କଥା ଗୁଡ଼ିକ କହିଚାଲିଲା  । କଣ ଥିଲା ତାହାର ସ୍ବପ୍ନ  ।  ଚିକୁର ସ୍ବପ୍ନ ଏତେ ଲମ୍ବା ଥିଲା ଯେ ସାଇରାମ ବି କହୁଥାଏ ଭାଇ କଣ ଏତେ କଥା ଥିଲା ତମ ମନରେ  । କାହିଁଜଣା ପଡ଼ୁନାହିଁ ତମକୁ ଦେଖିଲେ  । ସତରେ ଭାଇ ତମେ ଭାରୀ ଭାଗ୍ୟବାନ , ସ୍ବପ୍ନ ପୂରଣ ହୋଇନି , କି ସେ ସ୍ବପ୍ନ ଗୁଡ଼ିକର ଏେତେ ଲମ୍ବା ଅଛି ଯେ ଦୁନିଆରେ ତାକୁ କେହି  ମାପି ପାରିବେନି  । ତେବେ କଣ ଏମିତି ସ୍ବପ୍ନ ଦେଖିଛି ଚିକୁ  । ତାହାକୁ ନେଇ ଦୋକାନରେ ଚା ପିଉଥିବା ଜଣେ ୬୦ ବର୍ଷର ବୃଦ୍ଧ କହିଲେ ଆରେ ବାପା ସୁବ ସ୍ବପ୍ନ କଣ ପୂରଣ ହୁଏ  , ହେଲେ ବାସ୍ତବ ହେଲା ସ୍ବପ୍ନକୁ ନେଇ ଯଦି କର୍ମ କରାଯାଏ ତେବେ ସ୍ବପ୍ନ ପୂରଣ ହେଉ କି ନହେଉ ମନରେ କିଛି ଅବଶୋଷ ରହେ ନାହିଁ  ।  ଏମିତି ବେଳେ ଚା  ଦୋକାନୀ କହିଲା ମଉସା ସେ ଚିକୁ ଭାଇର ଏ ରାତିର ସ୍ବପ୍ନ ନୁହେଁ ମ   , ଯାହା କେବଳ ଆଖି ବୁଝିଲେ ଆସେ । ଭାଇ ପା ଏଠି ବସି ବି ସ୍ବପ୍ନ ଦେଖୁଛନ୍ତି  । ହଁ ଏକଥା ସତ  ମୋତେ ଲାଗୁଛି ଭାଇଙକର ସବୁ ସ୍ବପ୍ନ ଯେମିତି ପୂରଣ କରିଦେଉଛନ୍ତି ଭଗବାନ  । ନହେଲେ କିଏ କଣ ଏେତ ସ୍ବପ୍ନ ଦେଖିପାରିବ  । ସ୍ବପ୍ନକୁ ନେଇ ପା କେତେ ଗପ , କେତେ ସିନେମା , କେତେ କବିତା ଓ କେତେ ନାଟକ  ।  ଶୋଇଲେ ଜଣେ ସ୍ବପ୍ନ ଦେଖଲେ , କିନ୍ତୁ ଶୋଇ ସ୍ବପ୍ନ ଦେଖି ତାହାକୁ ପୂରଣ କରିବାକୁ ଆଜି ଅନେକ ଯୁବଗୋଷ୍ଠୀ ଦିନରାତି ଏକ କରିଦେଇଛନ୍ତି  । କର୍ମ ଠିକ ରହିଲେ , ଭାଗ୍ୟ ସାତ ଦେଲେ  ସ୍ବପ୍ନ ବୋଲି ଶଦ୍ଧ କିଛି ରହିବ  ନାହିଁ  । ଚା ଦୋକାନୀ ଓ ମଉସାଙ୍କ  କଥା ଶୁଣିଶୁଣି ନିଜର ନିରବତା ଭାଙ୍ଗିଲା ଚିକୁ  । କହିଲା  ସାଇରାମ, ମଉସା ଯାହା କହିଲେ ସତ ସବୁ ସ୍ବପ୍ନ ପୂରଣ ହୁଏନି  । କିନ୍ତୁ ସ୍ବପ୍ନକୁ ନେଇ ଖୁସିରେ ଜୀବନ କାଟାଇବ ହେଉଛି ସମୟର ଆହ୍ବାନ  । ମନେକର ଏଇ ଯେମିତି ମୁଁ ଜଣେ ରାଜନେତା ହେବି ବୋଳି ଛାତ୍ର ଜୀବନରୁ ପ୍ରଚେଷ୍ଟା ଜାରୀ କରି ସଂଘର୍ଷ କଲି , ଛାତ୍ର ନେତା ହେଲି  । ହେଲେ ସମୟ ଆହ୍ବାନ ଏମିତି ଆସିଲା ଆଜି ଜଣେ ସାମ୍ବାଦିକ  ବୃତ୍ତିକୁ ଆପଣାଇଛି  । ଯାହାକୁ କେବେ ସ୍ବପ୍ନ ଦେଖିନଥିଲି  । ହେଲେ ଏବେ ପଂଚାୟତ ନିର୍ବାଚନ କିଏ କେତେ ପ୍ରାର୍ଥୀ ହେଉଛନ୍ତି  । କାଳେ ଏଥର ବହୁ ଶିକ୍ଷିତ ଯୁବକ ଯୁବତୀ ରାଜନୀତିକୁ ଓହ୍ଲାଇଛନ୍ତି  । କାହିଁ ଆମେ ତ କଲେଜରୁ ଛାତ୍ର ନେତା, ରାଜନୀତି କରିବାକୁ କେତେ କଣ ଇଚ୍ଛା ଥିଲା  । ସାଙ୍ଗମାନେ ତ କହୁଥିଲେ ମୁଁ କାଳେ ବିଧାୟକ ହେବି  ଓ ସେମାନେ କିଏ କଣ ଦାୟିତ୍ବ ନେବେ  । ଏମିତି କେତେ କଣ  । କିଏ କିଏ ତ ଟିକେ ଅଧିକ କହି କହୁଥାଏ , ଭାଇ ତମେ ଭାଗ୍ୟରେ ମନ୍ତ୍ରୀ ଯୋଗ ଅଛି ପରା  । ବାସ ଏମିତି ବେଳେ ଚିକୁର ମୋବାଇଲ ରିଙ୍ଗ ହେଲା  । ହଠାତ ଚିକୁ ଚା ଦୋକାନୁରୁ ବାହାରି ଆସି କହିଲା ଭାଇ ଚେଞ୍ଜ ପଇସା ନାହିଁ   । କାଲି ଦେବି  । ଗାଡ଼ି ଷ୍ଟାଟ କରିବା ବେଳେ ମଉସା ପଚାରିଲେ କିରେ ବାବୁ କଣ ସ୍ବପ୍ନ ପୂରଣ ହୋଇଗଲା କି ଆଜି ,,,,,, ଏତିକି ଶୁଣି ଚିକୁ କହିଲା ମଉସା ଏଯାଏ ଆପଣ ସ୍ବପ୍ନକୁ ମାପିପାରିଲେନି  ।ସ୍ବପ୍ନକୁ କଣ ମାପିହୁଏ….

 

ବିଜେପିର ପ୍ରେସମିଟକୁ କଡା ଜବାବ ଦେଇଛି ବିଜେଡି…

( )ବିଜେପିର ପ୍ରେସମିଟକୁ କରି ଜବାବ ଦେଇଛି ବିଜେଡି । ବିଜେପିର ନିର୍ବାଚନୀ ହିଂସା ଅଭିଯୋଗକୁ କଡ଼ା ଜବାବ ଦେଲା ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ପ୍ରେସମିଟ୍ କରି ବିଜେପିର ଅଭିଯୋଗକୁ କଡା ସମାଲୋଚନା କରିଛନ୍ତି । ବିଜେଡି ଏକ ଶାନ୍ତିପ୍ରିୟ ଦଳ । ନିର୍ବାଚନରେ ହିଂସାର ନାହିଁ ସ୍ଥାନ । ହିଂସା ପଛରେ ବିଜେପିର ହାତ ରହିଛି । ନିର୍ବାଚନରେ ହାରିବା ଭୟରେ ବିଜେପି ଏପରି ଗୁଣ୍ଡାଗିରି କରୁଛି ବୋଲି କହିଛନ୍ତି ସସ୍ମିତ ପାତ୍ର । ନିର୍ବାଚନ ଆସିଲେ ବିଜେପି ରକ୍ତମୁଖା ହୋଇପଡ଼େ । ଓଡ଼ିଶା, ଓଡ଼ିଶାବାସୀ, ବିଜେଡି ଓ ମୁଖ୍ୟମନ୍ତ୍ରୀ ଶାନ୍ତିପ୍ରିୟ । ବିଜେପି ହିଂସାକୁ ପ୍ରଶୟ ଦେଉଛି । ବିଜେପିର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଗୁଣ୍ଡାଗିରି କରି ବେଲରେ ଅଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଙ୍କ ସାମ୍ବାଦିକ ସମ୍ମିଳନୀ…

( ) ନିର୍ବାଚନ କମିଶନ ଙ୍କ କଟକଣା ସରକାର ମାନୁ ନାହାଁନ୍ତି । ଗତକାଲି କଣାସ, କୃଷ୍ଣପ୍ରସାଦ ବାଲେଶ୍ୱର ସବୁଠି ନିର୍ବାଚନ ହିଂଶା ହୋଇଛି । 2 ଜଣ ସମ୍ବାଦିକ ଙ୍କୁ ମାଡ ହୋଇଛି । ଘଟଣା କୁ ନେଇ ଆମେ ମର୍ମାହତ । ସ୍ଥିତି ଏମିତି ହୋଇଛି ନିର୍ବାଚନ କମିଶନର ଗଲେ ଗାଁ କୁ ଗଲେ ବି ମାଡ ଖାଇବେ । ଗାନ୍ଧୀ ଗୋପବନ୍ଧୁ ଥିଲେ ନିର୍ବାଚନ ଲଢ଼ିବା ଦୂର କଥା ନୋମିନେସନ କରିପାରି ନ ଥାନ୍ତେ । ନିର୍ବାଚିତ ପ୍ରତିନିଧି ଙ୍କୁ କାମ କରିବାକୁ ସୁଯୋଗ ଦେଉ ଶାସକ ଦଳ । ନିର୍ବାଚନ ରେ ମଦ ଓ ମାଂଶ ବଣ୍ଟା ହେଉଛି । ଟଙ୍କା ବଣ୍ଟା ହେଉଛି । ପୋଲିସ ଡିଜି କଣ କରୁଛନ୍ତି ? ଏଥିପାଇଁ ବିଜେପି ବିଜେଡି ଦାୟୀ । ମତ ଦାନ ବେଳେ କୃଷ୍ଣ ପ୍ରସାଦ ବ୍ରହ୍ମଗିରି ରେ ଭୋଟ ଅପହରଣ ଵୋମା ମାଡ ଘଟଣା ରୁ ସ୍ପଷ୍ଟ ମୁଖ୍ୟମନ୍ତ୍ରୀ ଗଣତନ୍ତ୍ର କୁ ହତ୍ୟା କରିଛନ୍ତି ।ଆଜି ନବୀନ ବାବୁ ଙ୍କ ଘର ପଛ ପଟେ ବିରାଟ ହୋଟେଲ ନିର୍ମାଣ ପାଇଁ ଯୋଜନା ହେଉଛି । ଲିଙ୍ଗରାଜ ଜମି ହଡପ ପାଇଁ ଯୋଜନା ଚାଲିଛି । ମାମଲା ସୁପ୍ରିମକୋର୍ଟ ରେ ଥିବା ବେଳେ କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି । ପୁନର୍ବିଚର ପାଇଁ ଆମେ ରିଭ୍ୟୁ ପିଟିସନ କରିବୁ ।

ଆସନ୍ତାକାଲି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆୟୋଗ ପ୍ରସ୍ତୁତ…

( )ଆସନ୍ତାକାଲି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆୟୋଗ ପ୍ରସ୍ତୁତ। 30 ଜିଲ୍ଲା ର 68 ବ୍ଲକରେ 186 ଜିଲ୍ଲା ପରିଷଦ ଆସନ ପାଇଁ ନିର୍ବାଚନ ହେବ। 20466 ବୁଥ ରେ ନିର୍ବାଚନ ହେବ। ଏଥିରୁ 3065ଟି ସମ୍ବେଦନ ବୁଥ ରହିଛି। ଦ୍ଵିତୀୟ ପର୍ଯ୍ୟାୟ ପାଇଁ ମୋଟ 37245 ପୋଲିସ ନିୟୋଜିତ ରହିବେ।225 ପ୍ଲାଟୁନ ପୋଲିସ ଫୋର୍ସ
1514 ପଂଚାୟତରେ ହେବ ନିର୍ବାଚନ।

Follow us

20,832FansLike
0FollowersFollow
14,700SubscribersSubscribe

Latest news