2003 ମସିହାରେ ମହାନଗର ନିଗମ ଭାବେ ଘୋଷଣା ହେଲା ଭୁବନେଶ୍ୱର…

( )2003 ମସିହାରେ ଭୁବନେଶ୍ୱର ମହାନଗର ନିଗମ ଭାବେ ଘୋଷଣା ହେଲା । ସେବେଠାରୁ ଆଜି ଯାଏଁ ବିଜେଡିର ଦବଦବା ରହି ଆସିଛି । ବିଜେଡି 3 ଥର ମେୟର ପଦ ଅକ୍ତିଆର କରିଛି । ତାହାର ପରଫମାନ୍ସ ବିଜେଡି ଦେଖେଇ ଆସିଛି । ଭୁବନେଶ୍ୱର ଦେଶର ବେଷ୍ଟ ସିଟି ହୋଇପାରିଛି । ତାହା ଛଡ଼ା ଅନେକ ସମସ୍ୟା ମଧ୍ୟ ରହିଛି । ଉତ୍ତରଦାୟୀ ଭାବେ ଆମେ ଲୋକଙ୍କ ସମସ୍ତ କାର୍ଯ୍ୟ ଓ ସମସ୍ୟାରେ ଆମେ ସଂଶ୍ଲିଷ୍ଟ ହୋଇଛୁ । ସବୁ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ଯେଉଁ ଲୋକମାନେ ଲୋକଙ୍କ ପାଖରେ ଥାନ୍ତି, ସେମାନଙ୍କୁ ସେମାନେ ନିର୍ବାଚିତ କରନ୍ତି । ଯେଉଁ ମାନେ ଲୋକଙ୍କ ଦୁଃଖ ସୁଖର ସାଥୀ, ଦୈନିକ ୱାର୍ଡକୁ ଯାଉଥିବେ । ସେମାନଙ୍କୁ ଲୋକ ନିର୍ବାଚିତ କରନ୍ତି । ବିଜୁ ଜନତା ଦଳର ଯେଉଁ ମାନେ ଅଛନ୍ତି ସେମାନେ ପ୍ରଥମ ଦିନରୁ କାର୍ଯ୍ୟ କରୁଛନ୍ତି । ଆଜି ତାରିଖ ଘୋଷଣା ହେଲା, ଆମେ ଆତଙ୍କିତ ଓ ଭୟବିତ ନୁହଁ । କାହିଁକିନା ଆମେ ଲୋକଙ୍କ ସହିତ ରହିଛୁ । ଯେଉଁ ଲୋକ ସାଧାରଣ ଲୋକ ସହିତ ମିଶି ପାରିବ । ସେ ଅଞ୍ଚଳର ଉନ୍ନତି କରିପାରିବ । ସେମାନଙ୍କର ଭଲ ଭାବମୃତ୍ତି ଥିବ ତାଙ୍କୁ ଚୟନ କରାଯିବାର ମାପକାଠି । ସମାଜ ସେବା କରିବା ଲାଗି ଆଗ୍ରହୀ ଥିବା ଲୋକଙ୍କୁ ଚୟନ କରାଯିବ । ବିଜେଡି ଭୁବନେଶ୍ୱର ମହାନଗର ନିଗମରେ କ୍ଲିନ ସୁଇପ କରିବ । ଓଡ଼ିଶାରେ ପ୍ରାୟ ଦଖଲ କରିବ ବିଜେଡି । ଯିଏ ଜନସାଧାରଣଙ୍କ ଲାଗି କାର୍ଯ୍ୟ କରିପାରିବ ଓ 67 କର୍ପୋରେଟରଙ୍କୁ ନେଇ କାର୍ଯ୍ୟ କରିପାରିବ ତାଙ୍କୁ ଦଳ ମେୟର ପ୍ରାର୍ଥୀ କରିବ । ନବୀନ ବାବୁ ଯାହାଙ୍କୁ ଚୟନ କରିବେ ତାଙ୍କୁ ନେଇ ଆଗକୁ ବଢିବୁ ।

ବାଇଟ- ଅନନ୍ତ ନାରାୟଣ ଜେନା, ବିଧାୟକ, ବିଜେଡି

ପଞ୍ଚାୟତ ଫଳାଫଳ କୁ ନେଇ କଣ କହିଲେ ସବୁ ପ୍ରମୁଖ ଦଳ…ପଢ଼ନ୍ତୁ…?

{ }ପଞ୍ଚାୟତ ଫଳା ଫଳ ନେଇ ମନ୍ତ୍ରୀ ପ୍ରତାପ ଜେନା ଙ୍କ ପ୍ରତିକ୍ରିୟା।
ବିଜେଡି ଏକ ପାଖିଆ ପଂଚାୟତ ନିର୍ବାଚନରେ ଜୀତିବ l ୯୦ ପ୍ରତିଶତ ଆସନରେ ବିଜେଡି ଜିତିବ l ନବୀନ ପଟ୍ଟନାୟକ ଲୋକପ୍ରିୟତା ଓ ବିଜେଡି ପ୍ରତି ଲୋକଂକ ଭଲ ପାଇବା ପଞ୍ଚାୟ ତ୍ ପ୍ରଚାର ବେଳେ ପ୍ରତିଫଳିତ ହୋଇଥିଲା l

( )ପଂଚାୟତ ନିର୍ବାଚନ ଫଳାଫଳ କୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ଙ୍କ ପ୍ରତିକ୍ରିୟା
ବିଜେଡି ପଂଚାୟତରେ ୧ ନମ୍ବର ଦଳ ହେବ l କଂଗ୍ରେସ୍ ୨ ଓ ବିଜେପି ତୃତୀୟ ସ୍ଥାନରେ ରହିବ l ନବୀନ ପଟ୍ଟନାୟକ ଙ୍କ ଲୋକପ୍ରିୟତା ବିଜେଡି କୁ ସଫଳତା ଦେବ l

{ }ପଞ୍ଚାୟତ ନିର୍ବାଚନ ନେଇ bjp ନେତା ପ୍ରୁଥିରାଜ୍ ହରିଚନ୍ଦନ ଙ୍କ ପ୍ରତିକ୍ରିୟା।
ବିଜେପି ୨୦୧୭ ଅପେକ୍ଷା ଏଥର ଭଲ କରିବ ଫଳାଫଳ l ୪୦୦ ଜିଲ୍ଲା ପରିଷଦ ଆସନରେ ଜିତିବ ଦଳ l

ଏମିତି ଜୀବନ ବଂଚିହେବ…..

୨୦୨୨ ମସିହାରେ ଆମେ ଅଛନ୍ତି । ହେଲେ ଏବେ ବି ଅନ୍ଧବିଶ୍ବାସ, ପୁରାଣ ପଂଥା ଓ ଜାତିପ୍ରଥା ଏସବୁକୁ ବାନ୍ଧି ଧରିଛନ୍ତି ଆମେ । ଆଜି ବି ଅନେକ କ୍ଷେତ୍ରରେ ସମାଜରେ ସମାନତାର ବାର୍ତ୍ତା ବହୁଳ ଭାବରେ ପ୍ରଚାର କରାଯାଉଥିଲେ ମଧ୍ୟ ତାହା ଯେ ଏବେ ବି ଶହେ ବର୍ଷ ତଳ ଠାରୁ ଅଧିକ ଭେଦଭାବ ଅଛି ତାହା ସମାଜର ଘଟୁଥିବା କେତେକ ଘଟଣା ସାମ୍ନାକୁ ଆଣିଛି । ସବୁଥିରେ ଆମେ କହନ୍ତି ଝିଅ ପୁଅ ସମାନ , ଜାତିପ୍ରଥା କିଛି , ସବୁ ଧର୍ମ ଏକ , ଧନୀ ଓ ଗରିବ କିଛି ପାର୍ଥକ୍ୟ ନାହିଁ । ହେଲେ ତାହା କେବଳ କହିବା ପାଇଁ ଏସବୁ ନୀତି ନିୟମ ଆଜି ବି ଗାଁ ଗହଳି ଠାରୁ ଆରମ୍ଭ କରି ସହରରେ ମଧ୍ୟ କିଛି କମ ନାହିଁ ।

ସେଦିନ ହଠାତ ନେହା ନିଲମକୁ କହିଲା ଆରେ ନେହା ନିଜେ ବଦଳିଲେ ସମାଜ ବଦଳିଯିବ । ସଙ୍ଗେସେଙ୍ଗ ନିଲମ କହିଲା ନାଁ । ନିଜେ ବଦଳିଲ କଣ ସମାଜ ବଦଳିପାରିବ । କାରଣ ଆମର ପା କଥାରେ ଅଛି ତିନି ତୁଣ୍ଡରେ ଛେଳି କୁକୁର ହୋଇଯାଏ । ତେଣୁ ମୁଁ ଯେତେ ଚେଷ୍ଟା କଲେ କଣ ହେବ ସମାଜ ତା ବାଟରେ ଯାଉଛି । ଆଧୁନିକ ଯୁଗରେ ଆମେ ପହଞ୍ଚିଥିଲେ ମଧ୍ୟ ପୁରୁଣା ନୀତିରେ ଏତେ ମାତ୍ରରେ ପରିଚିତ ହୋଇଛନ୍ତି ଯେ ତାହା ଆମ ଶରୀରରେ କ୍ୟାନସର ପରି ବ୍ୟାପିଯାଇଛି । ତେଣୁ ଯେତେ ଚେଷ୍ଟା କଲେ କଣ ଏ ସମାଜ ମୋ ନୀତିକୁ ଆପଣାଇବ । ମୁଁ ତ ଚାହେଁ, ନରହୁ ଜାତି ପ୍ରଥା, ନରହୁ ଝିଅ ଓ ପୁଅ ଭିତରେ ଭେଦଭାବ , ସମସ୍ତଙ୍କୁ ମିଳୁ ସମାନ ଅଧିକାର । ଧନୀ ଗରିବ ନୀତି ବି ନରହୁ । ତେବେ ଯାଇ ସିନା ଏ ପୃଥିବୀ ଓ ପରିବେଶ ସୁ୍ଦର ଲାଗିବ । ପ୍ରକୃତି ପାଖରେ ଯେମିତି ଏସବୁର ବିଚାର କିଛି ନାହିଁ । ଠିକ ସେମିତି ଆମ ସମାଜରେ ମଧ୍ୟ ଏପରି ବିଚାର ନରହିବା ଦରକାର । ତେବେ ଯାଇ ସିନା ଗୋଟେ ସୁସ୍ଥ ସମାଜ ଗଠନ ହୋଇପାରିବ । ନେହେଲ ଏ ଭାଷଣ ବାଜି ଓ ବାହାସ୍ଫୋଟ ଉପଦେଶର ଅର୍ଥ କଣ । କେବଳ ଲୋକ ଦେଖାଣିଆ ଭାବେ ମେଣ୍ଡା ପରି ଗୋଟେ ଭାବିଲେ କଣ ହେବ । ଯିଏ ଯାହା କଲା ସେ ନୀତିକୁ ସହଜରେ ଗ୍ରହଣ କରିବା କଣ ସମାଜ ପରିବତ୍ତର୍ନ ନା ଏହା କେବଳ ଏବେ ମିଥ୍ୟା ପ୍ରଚାର । ଏମିତି କେତେ କଣ କହିଚାଲିଲା ନେହା । ସବୁ ଶୁଣିବା ପରେ ନିଲମ କହିଲା କଣ ଏମିତି ଜୀବନ ଆଜିର ଦିନରେ ବଂଚିହେବ । ଏସବୁ ସତ କଥା । ହେଲେ ତାହାର ସ୍ଥାନ କଣ ଏ ଯୁଗରେ ଅଛି ନା ତାକୁ କିଏ ଗ୍ରହଣ କରିବ । କେବଳ ନିଜ ଇଚ୍ଛାରେ ନିଜେ ବଂଚିବା ଦରକାର । କାରଣ କଥାରେ ଅଛି ବିନ୍ଦୁ ବିନ୍ଦୁରେ ଗଠିତ ହୁଏ ସିନ୍ଦୁ । ଛୋଟ ପ୍ରୟାସ ଦିନେ ମଣିଷକୁ ବିଶ୍ବର ଶ୍ରେଷ୍ଠ ନୋବେଲ ଆଣିଦିଏ । ତେଣୁ ଦୁନିଆ କୁଆଡ଼େ ଯାଉଛି ତାହା ନଭାବି ନିଜେ ଯାହା ଠିକ ଭାବୁଛ ତାହା କରିବା ଦରକାର । ଏ ଦୁନିଆ ତମକୁ ପାଗଳ କହିପାରେ , ହେଲେ ତମେ ଯେ ସମସ୍ତଙ୍କୁ ଦିନେ ପାଗଳ କରିପାର ନିଜ ଚିନ୍ତାଧାରରେ ସେ ସମୟ ବି ବେଶୀ ଦିନ ନୁହେଁ, । ଠିକ ଏତିକି ବେଳେ ନେହା ଘରୁ ଫୋନ ଆସିଲା, କିଏ ଗୋଟେ ତାକୁ କହୁଥାଏ ଏମିତି ଜୀବନ କଣ ବଂଚିହେବ ।

ପଞ୍ଚାୟତ ନିର୍ବାଚନ ରେ କିଏ ମାରିବ ବାଜି..କଣ କହିଲେ ସବୁ ଦଳ…?

( )ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ 3 ପ୍ରମୁଖ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସର ପ୍ରତିକ୍ରିୟା…

{ }କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିବ । ବିଜେଡ଼ି ଏକ ନମ୍ବର ଏବଂ ବିଜେପି ତୃତୀୟ ସ୍ଥାନରେ ରହିବ । ରାଜ୍ୟରେ କଂଗ୍ରେସ 235ରୁ 240 ଜିଲ୍ଲା ପରିଷଦ ଜୋନରେ ଜିତିବ । ବାଇଟ – ସୁରେଶ କୁମାର ରାଉତରାୟ, କଂଗ୍ରେସ ବିଧାୟକ।

( )ବିଜେପି ଏଥର 500ରୁ ଅଧିକ ଜିଲ୍ଲା ପରିଷଦ ଆସନରେ ବିଜୟ ହେବାକୁ ଯାଉଛି । ବିଜେଡ଼ିର ବିକଳ୍ପ ହିସାବରେ ଅଜସ୍ର ଭୋଟ ଲୋକ ବିଜେପିକୁ ଦେଇଛନ୍ତି । କାରଣ ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ବିରୋଧରେ ତୃଣମୂଳ ସ୍ତରରେ ବ୍ୟାପକ ଜନ ଅସନ୍ତୋଷ ରହିଛି । ବିଜେପି 2 ବର୍ଷ ଆଗରୁ ପଞ୍ଚାୟତ ନିର୍ବାଚନରେ ସଫଳତା ପାଇଁ ବୁଥ୍ ସ୍ତରରେ କମିଟି, ମଣ୍ଡଳ ସ୍ତରୀୟ କମିଟି, ପ୍ରାର୍ଥୀ ଚୟନ ଆଦି ପ୍ରକ୍ରିୟା ଆରମ୍ଭ କରିସାରିଥିଲା । ଆଉ କଂଗ୍ରେସ ସବୁ ଜାଗାରେ ସୁପ୍ତ ହୋଇସାରିଲାଣି । ତେଣୁ କଂଗ୍ରେସ ପକ୍ଷରେ ଲୋକ ନାହାନ୍ତି । ପ୍ରଦୀପ ପୁରୋହିତ
ସଭାପତି, ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା।

{ }ପଞ୍ଚାୟତ ନିର୍ବାଚନ ଲାଗି ଲୋକଙ୍କ ଭିତରେ ଆଗ୍ରହ, ଆବେଗ ରହିଛି ଏବଂ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ସକାରାତ୍ମକ ଆବେଗ ହେଉଛି । ଆମର ଜୟ ଯାତ୍ରା ଚାଲିଛି ଆଗକୁ ବଢିବ । ଚଳିତ ନିର୍ବାଚନ ଲୋକଙ୍କ ଆଭିମୁଖ୍ୟ ଅତି ସ୍ପଷ୍ଟ । ଲୋକଙ୍କ ଆଭିମୁଖ୍ୟ ହେଉଛି ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ, ସ୍ୱଚ୍ଛ ଶାସନ ଏବଂ ସର୍ବୋପରି ଅପ୍ରତିଦ୍ବନ୍ଦି ନେତା । ଗତ ନିର୍ବାଚନ ରେ ଯେତିକି ସିଟ ପାଇଥିଲୁ ତା ଠାରୁ ଅଧିକ ସିଟ ପାଇବୁ ।

ବାଇଟ – ଅମର ଶତପଥୀ, ବିଜେଡି ବିଧାୟକ

ସ୍ଵଭାବିକ……

ଅଢେଇ ବର୍ଷ ଧରୀ  ଅଦୃଶ୍ୟ ଶକ୍ତି ସହ ଲଢି ଶେଷରେ ବିଜୟ ଆଡକୁ ମୁହାଁଇଲାଣି ପୁରା ବିଶ୍ଵ l ସ୍ୱଭାବିକ ହେଉଛି ଜୀବନ ଯାତ୍ରା l ତାହାରି ଭିତରେ କେତେ ଗବେଷଣା ଆଉ କେତେ ଭବିଷ୍ୟତବାଣୀ l ତଥାପି ଦୂର ହୋଇଛି ଭୟ , ହଟିଛି କଟକଣା l ଯେମିତି ପୁଣି ଥରେ ମିଳିଛି ନୂଆ ଜୀବନ l ବଣ୍ଟି ବଜାରକୁ ବାହାରି ଥାଏ l ଦେଖିଲା  ପଡୋଶୀ ଘରର ଝିଅ ଚିକି  ପୁରା ପିନପିନ ହୋଇ କୁଆଡେ ବାହିରିଛି l ନୂଆ ଡ୍ରେସ୍ ସହ ଓଠରେ  ବୋଳି ହୋଇପଡିଛି ଅଢେଇ ବର୍ଷରେ  ଷ୍ଟ୍ରକ ହୋଇ  ଥିବା ଲିପଷ୍ଟିକ୍ l  ଠିକ୍ ଏତିକି ବେଳେ ବଣ୍ଟିର ବାପା କହିଲେ ଆରେ ବଜାରକୁ ଯାଉଛୁ ମାସ୍କ ପିନ୍ଧିକି ଯାଆ, ବଣ୍ଟି କହିଲା ବାପା ଏବେ ପା କରୋନା ଆଉ ନାହିଁ l ଧୀରେ ଧୀରେ ସବୁ ସ୍ବଭାବିକ ହେଲାଣି l

ଏତିକି କଥା କହି ବଣ୍ଟି ବଜାରକୁ ଚାଲିଲା l ହ ସତ କଥା , କରୋନା ମହାମାରୀ  ଅଢେଇ ବର୍ଷ ହେବ ପୁରା ବିଶ୍ୱକୁ କବଳିତ କରିଥିଲା l କିଏ କେତେ ପ୍ରିୟଜନକୁ ହରାଇଛନ୍ତି l ଅକାଳରେ ଅନେକଙ୍କ ଜୀବନ ବି ଯାଇଛି l ଅନେକ ପରିବାର ଛାର କାର ହୋଇଛି, ଅନେକ ବାପାମାଆ ହରାଇଛନ୍ତି l କେବଳ ଜୀବନ ନୁହେଁ , ଜୀବିକା ଉପରେ ମଧ୍ୟ ବହୁତ ପ୍ରଭାବ ପକାଇଛି ମହାମାରୀ କରୋନା l ବିଶ୍ୱର ଆର୍ଥିକ ପରିସ୍ଥିତି ବି ଦୋହଲାଇ ଦେଇଛି l ପ୍ରତି ପରିବାର ବି ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇଛି ମହାମାରୀ l ସବୁ କ୍ଷେତ୍ରରେ ଲାଗିଛି ଝଟକା l ଭୟ, ପାଖେପାଖେ ମୃତ୍ୟୁ , ଶୂନଶାନ ଓ  ଘରର ଚାରି କାନ୍ଥ ଭିତରେ ଜୀବନ କଟିଛି l ମଣିଷ , ଜୀବଜନ୍ତୁଙ୍କୁ ଛାଡ଼ନ୍ତୁ ଖୋଦ୍ ଭଗବାନ ଙ୍କ ଦୁଆର ବି ବନ୍ଦ ହୋଇଯାଇଥିଲା ମହାମାରୀ ପ୍ରଭାବରେ l ଲକଡାଉନ୍, ସଟ ଡାଉନ୍, ନେଗେଟିଭି, ପଜେଟିଭି ଶବ୍ଦ ଛଡ଼ା କାନକୁ ଯେମିତି କିଛି ଶୁଭୁ ନଥିଲା l ଗାଆଁ , ସହରରେ ସବୁଠି ଛୁଆଁ , ଅଛୁଆଁ ଭେଦଭାବ ଶୀର୍ଷରେ ଥିଲା l ମଣିଷ ମଣିଷକୁ ଡରୁଥିଲା l ବାପା ଶବକୁ ପୁଅ କାନ୍ଦ ଦେଇପାରୁନଥିଲା , ମା ଜନ୍ମ କଲା ସନ୍ତାନକୁ କ୍ଷୀର ପିଆଇ ପାରୁନଥିଲା l ଏମିତି କେତେ କଣ ନୂଆ ଘଟଣା ଘଟି ଚାଲିଥିଲା l ସବୁ ଯେମିତି ଇତିହାସରେ ଲେଖିବା ପାଇଁ ତିଆରି ହୋଇଥିଲା l ତାହାରି ଭିତରେ ହିଁ ସଂଘର୍ଷ କରି ଆଜି ବିଜୟ ହୋଇଛି ବିଶ୍ୱ l ଫେରିଛି ଖୁସି l ସ୍ବଭାବିକ ହୋଇଛି ଜୀବନ ଯାତ୍ରା l କରୋନା ଥିଲେ ବି ଭୟ ନାହିଁ l କଟକଣା ହଟିଛି l ଏମିତି ସ୍ଵଭାବିକ ସ୍ଥିତି ଦେଖି ବଣ୍ଟିର ମନେ ପଡ଼ିଛି ତା ଜେଜେ ବାପାଙ୍କର କଥା l କରୋନା ସମୟରେ ତା ଜେଜେ କହୁଥିଲେ ଏ ସମୟ ଦିନେ ଚାଲିଯିବ l ସବୁ ଠିକ୍ ହୋଇଯିବ l ଏକଥା ଭାବିଭାବି ବଣ୍ଟି ଆଖିରୁ ଲୁହ ଝରିଯାଇଛି l କାରଣ ସେହି କରୋନା ମହାମାରୀରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ତା ଜେଜେଙ୍କର ଜୀବନ ଯାଇଛି l ଆଜି ଜେଜେ କଥା ସିନା ସତ ହୋଇଛି, ହେଲେ  ଜେଜେ କିନ୍ତୁ ସେସବୁ ଦେଖିବା ପାଇଁ ନାହିଁ l

ହଁ ସତରେ ଜୀବନ ଟା ଏମିତି ଅଙ୍କାବଙ୍କା ରାସ୍ତା l ଚକ୍ ଚକ୍ ରାସ୍ତାରେ ଗଲା ବେଲେ କେତେବେଳେ ରାସ୍ତା ପ୍ରିଡ ମାଗିବ ତ କେତେବେଳେ ଆପେ ଆପେ ଗାଡି ରହିଯିବ ରାସ୍ତାରେ l ତାହାରି ଭିତରେ ବି ଘାଟି ପଡ଼ିବ, ଆଉ ଖାଲ ବି l ବେଳେବେଳେ ସେହି ରାସ୍ତା କାହାର  ଜୀବନ ନେବ ତ କାହାକୁ ବଞ୍ଚିବାର ପାଇଁ ନୂଆ ରାସ୍ତା ଦେଖାଇବ l କାରଣ କରୋନା ମହାମାରୀ ଯେତିକି ଦୁଃଖ ଦେଇଛି ଜୀବନକୁ ସେତିକି ଶିକ୍ଷା ବି ଦେଇଛି l ନେହେଲେ କଣ ବଣ୍ଟି ଆଉ ପଡିଶା ଘର ଝିଅ ଚିକି ଏମିତି ସ୍ବଭାବିକ ଭାବେ ବଜାରକୁ ନିଜ୍ ନିଜ ଇଚ୍ଛାରେ ଯାଇପାରିଥାନ୍ତେ ……..

ଆଘାତପ୍ରାପ୍ତ ଯୁବ ମହିଳା ଫୁଟବଲ ଖେଳାଳୀ ମନୀଷା ପାଇଲେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆଶ୍ବାସନା ଓ ପ୍ରେରଣା…

{ }କଳିଙ୍ଗ ଷ୍ଟାଡିଅମରେ ମୁଖ୍ୟମନ୍ତ୍ରୀ।

ଆଘାତପ୍ରାପ୍ତ ଯୁବ ମହିଳା ଫୁଟବଲ ଖେଳାଳୀ ମନୀଷା ପାଇଲେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆଶ୍ବାସନା ଓ ପ୍ରେରଣା।

ଭୁଲିଗଲେ ଦୁଃଖ, ଖୁସିରେ ଆତ୍ମହରା ହେଲେ ମନୀଷା, ଦୃଢ ମନୋବଳ ସହ ଆଗକୁ ବଢିବାକୁ ପ୍ରସ୍ତୁତ।

( )ମନୀଷା ନାୟକ । ସ୍ପୋର୍ଟସ ଓଡିଶା ଟିମ୍‌ର ୧୮ ବର୍ଷ ବୟସ୍କା ଫୁଟବଲ ଖେଳାଳୀ। ଅନେକ ସ୍ବପ୍ନ ନେଇ ଓଡିଶା ମହିଳା ଲିଗ୍‌ ମ୍ୟାଚରେ ଖେଳିବାର ଆଶା ରଖି ଆସିଥିଲେ । କିନ୍ତୁ ରାଇଜିଂ ଷ୍ଟୁଡେଣ୍ଟସ ଟିମ୍‌ ସହିତ ଥିବା ମ୍ୟାଚ ପୂର୍ବରୁ ତାଙ୍କ ଆଣ୍ଠୁରେ ଆଘାତ ଲାଗିଲା । ଖେଳିବାର ସୁଯୋଗ ହରାଇଲେ। ମନ ଦୁଃଖରେ ଏକ ଚୌକିରେ ବସି ତାଙ୍କ ଟିମ୍‌ର ମ୍ୟାଚକୁ ଦେଖୁଥାନ୍ତି ।

ସେ ଜାଣି ନ ଥିଲେ ଯେ ତାଙ୍କର ଏହି ସାମୟିକ ଆଘାତ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା ହେବାର ଏକ ଅପୂର୍ବ ସୁଯୋଗ ଆଣିଦେବ । ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧା, ଆଶ୍ବାସନା ସହିତ ତାଙ୍କ ଠାରୁ ପ୍ରେରଣାଦାୟୀ ଶଦ୍ଦ ଶୁଣିବାକୁ ମିଳିବ । ବାସ୍ତବରେ ମନୀଷାଙ୍କ ଏହି ସାମୟିକ ଦୁଃଖ ତାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ଏକ ଭାବବିହ୍ବଳ ମୁହୂର୍ତ୍ତର ସୁଯୋଗ ଆଣି ଦେଇଥିଲା । ମନୀଷାଙ୍କ ସବୁ ଦୁଃଖ ମିଳେଇ ଯାଇଥିଲା ଏବଂ ଖୁସିରେ ସେ ଆଗାମୀ ମ୍ୟାଚ ଖେଳିବା ପାଇଁ ଦୃଢ ମନୋବଳ ରଖି ଆଗକୁ ବଢିବା ପାଇଁ ପ୍ରସ୍ତୁତ ହୋଇଥିଲେ।

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମରେ ବିଭିନ୍ନ କ୍ରୀଡା ପ୍ରକଳ୍ପ ନିର୍ମାଣର ଅଗ୍ରଗତି ସମୀକ୍ଷା ପାଇଁ ଆସିଥିବା ବେଳେ, ସେଠାରେ ଚାଲିଥିବା ମହିଳା ଫୁଟବଲ ଲିଗ୍‌ ମ୍ୟାଚ ଦେଖିବା ପାଇଁ କିଛି ସମୟ ରହିଥିଲେ ଏବଂ ଖେଳାଳୀ ମାନଙ୍କ ସହିତ ମଧ୍ୟ କଥାବାର୍ତ୍ତା ହୋଇଥିଲେ। ଯେତେବେଳେ ମୁଖ୍ୟମନ୍ତ୍ରୀ ଦୁଃଖରେ ଭାଙ୍ଗି ପଡିଥିବା ମନୀଷାକୁ ଦେଖିଲେ, ସେ ତାଙ୍କ ପାଖକୁ ଯାଇ ତାଙ୍କୁ ଆଶ୍ବାସନା ଦେଇଥିଲେ ଏବଂ ମନ ଦୁଃଖ ନ କରି ତାଙ୍କର ଚିକିତ୍ସା ଓ ପ୍ରସ୍ତୁତି ଜାରି ରଖି ଆଗାମୀ ମ୍ୟାଚ ଖେଳିବା ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ନେହ ଓ ଶ୍ରଦ୍ଧାରେ ମନୀଷା ଆତ୍ମହରା ହୋଇପଡିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣାରେ ସେ ଆଗକୁ ଦୃଢ ଉଦ୍ୟମ ଜାରି ରଖିବେ ବୋଲି କହିଥିଲେ ।

ସୁନ୍ଦରଗଡ ସ୍ପୋର୍ଟସ ହଷ୍ଟେଲର ଛାତ୍ରୀ ବର୍ତ୍ତମାନ ୧୮ ବର୍ଷରୁ କମ୍‌ ଖେଲୋ ଇଣ୍ଡିଆ ଫୁଟବଲ କ୍ୟାମ୍ପରେ ରହି ଖେଳ ଅଭ୍ୟାସ ଜାରି ରଖିଛନ୍ତି ।

ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ବିଜେଡିର ତୀବ୍ର ନିନ୍ଦା…

{ } ବିଜେପିକୁ ହାରିବା ଭୟ ଘାରିଛି।

ନିଜେ ହିଂସା ଘଟାଇ ପାଲଟା ଅଭିଯୋଗ କରୁଛନ୍ତି।

ଶାନ୍ତିପ୍ରିୟ ଓଡ଼ିଶାବାସୀ ବିଜେପିକୁ ପ୍ରତ୍ୟାଖ୍ୟାନ କରିବେ।

୧. ଯାଜପୁରର ବିଞ୍ଝାରପୁର ଅଞ୍ଚଳରେ ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ଆମେ ତୀବ୍ର ନିନ୍ଦା କରୁଛୁ । ଗଣମାଧ୍ୟମରୁ ଆମେ ଜାଣିବାକୁ ପାଇଲୁ ଯେ ଏହି ଆକ୍ରମଣକାରୀ ମାନଙ୍କ ବିରୋଧରେ ପୁଲିସ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି। ଆମେ ଆଶା କରୁଛୁ, ଅଭିଯୁକ୍ତମାନଙ୍କୁ ଆଇନ ଅନୁଯାୟୀ କଠୋରରୁ କଠୋର ଦଣ୍ଡ ମିଳିବ ।

୨. ତିନିଟି ପର୍ଯ୍ୟାୟ ନିର୍ବାଚନ ପରେ ବିଜେପି ଜାଣି ସାରିଲାଣି ଯେ ସେମାନେ ଅତ୍ୟନ୍ତ ଶୋଚନୀୟ ଭାବେ ପରାସ୍ତ ହେବାକୁ ଯାଉଛନ୍ତି। ତେଣୁ ବିଜେପିକୁ ଏବେ ହାରିବା ଭୟ ଘାରିଛି । ଆଉ ଏହି ଲଜ୍ଜାରୁ ମୁକୁଳିବା ପାଇଁ ସେମାନେ ବିଭିନ୍ନ ବାହାନା କରୁଛନ୍ତି । ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିଜେ ହିଂସା ଘଟାଇ ପାଲଟା ଅଭିଯୋଗ କରୁଛନ୍ତି ।

୩. କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ସରକାରୀ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ହାତ ଭାଙ୍ଗି ଦେଇଥିଲେ। ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଲଏ ଓରାମ ନିଜ ଦଳର ଜଣେ ଯୁବ ନେତ୍ରୀଙ୍କୁ ଲଜ୍ଜାଜନକ ଭାବେ ଅଶାଳୀନ ବ୍ୟବହାର କରିଥିଲେ । ଏକଥା ବି ସମସ୍ତେ ଜାଣନ୍ତି ଯେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ହତ୍ୟା ଅଭିଯୋଗରେ ଜେଲ୍ ଯାଇଥିଲେ ଏବଂ ଏବେ ସେ ଜାମିନ୍‌ରେ ଅଛନ୍ତି ।

୪. ଚଳିତ ନିର୍ବାଚନରେ ଓଡ଼ିଶା ବିଜେପି ହତାଶ ହୋଇ ପିପିଲିଠୁ ନେଇ ଗଜପତି ଓ ଜଗତସିଂହପୁର ପର୍ଯ୍ୟନ୍ତ, ସାରା ରାଜ୍ୟରେ ବ୍ୟାପକ ହିଂସା ଘଟାଇ ଚାଲିଛି। ରକ୍ତମୁଖା ବିଜେପି କର୍ମୀ ସାଧାରଣ ଜନତାଙ୍କଠୁ ନେଇ ପୁଲିସ, ସରକାରୀ କର୍ମଚାରୀ କାହାକୁ ଛାଡ଼ି ନାହାନ୍ତି। ଗତକାଲି କୁଜଙ୍ଗରେ ବରିଷ୍ଠ ନେତା ଦାମୋଦର ରାଉତଙ୍କ ଗାଡ଼ି ଉପରକୁ ବି ଆକ୍ରମଣ କରିଛନ୍ତି। ଆମେ ଆଶା କରୁଛୁ ସେମାନେ ଏଭଳି ହିଂସାରୁ କ୍ଷାନ୍ତ ହେବେ ଏବଂ ଆଇନର ଶାସନକୁ ସମ୍ମାନ ଦେବେ ।

୫. ଓଡ଼ିଶା ବିଜେପି ଅତ୍ୟନ୍ତ ବିପଦଜନକ ଭାବେ କେମିତି ବିହାର ଓ ୟୁପି ମଡ଼େଲର ନିର୍ବାଚନୀ ହିଂସାକୁ ଆମଦାନୀ କରିବାକୁ ଚେଷ୍ଟା କରୁଛି ତାହା ସମସ୍ତେ ଦେଖୁଛନ୍ତି । ମାତ୍ର ସେମାନେ ଭୁଲିଯିବା ଉଚିତ ନୁହେଁ ଯେ ଶାନ୍ତିପ୍ରିୟ ଓଡ଼ିଶାବାସୀ ଏକ ଶାନ୍ତିପୂର୍ଣ୍ଣ ବାତାବରଣରେ ରହିବାକୁ ଭଲ ପାଆନ୍ତି । ବିଗତ ନିର୍ନାଚନ ମାନଙ୍କରେ ଏଭଳି ହିଂସା ଘଟାଇଥିବାରୁ ବିଜେପିକୁ ଓଡ଼ିଶାାବାସୀ ପ୍ରତ୍ୟାଖ୍ୟାନ କରିଥିଲେ। ଏବେ ଚଳିତ ନିର୍ବାଚନରେ ବି ବିଜେପି ଯେମିତି ରକ୍ତମୁଖା ହୋଇଛି, ଏହାକୁ ଓଡ଼ିଶାବାସୀ କେବେ ବି ବରଦାସ୍ତ କରିବେନି, ଏହାର ଉଚିତ ଜବାବ ଦେବେ। ପୁଣି ଥରେ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିବେ ।

ୟଙ୍ଗ ଲୁକରେ ନବୀନ……

() ନବୀନ ପଟ୍ଟନାୟକ l ଓଡ଼ିଶାବାସୀଙ୍କ ପ୍ରିୟ ନେତା l ଯାହା କଲେ ବି ସେ ଚର୍ଚ୍ଚାରେ ରହନ୍ତି ଓ ଓଡ଼ିଆଙ୍କ ଭଲ ପାଇବା ପାଆନ୍ତି l କାରଣ ସେ ଗରିବଙ୍କ ନେତା ଓ ନୂଆ ଓଡ଼ିଶା ଗଠନର ବିନ୍ଧାଣୀ l ଆଜି କଳିଙ୍ଗ ଷ୍ଟାଡିୟମରେ ନବୀନ ୟଙ୍ଗ ଲୁକ୍ ରେ ରାଜ୍ୟବାସୀଙ୍କ ଆଗକୁ ଆସିଛନ୍ତି । ଟ୍ରାକ ପ୍ୟାଣ୍ଟ ଓ ଟି-ସାର୍ଟ ପରିଧାନ କରି ପ୍ରବେଶ କରିଥିଲେ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ଓମେନ୍ ଫୁଟବଲ ଲିଗ ଦେଖିଛନ୍ତି । ଷ୍ଟାଡିୟମରେ ବସି ଫୁଟବଲ ଖେଳକୁ ଅନୁଭବ କରିଛନ୍ତି । ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓଡ଼ିଶା ଜର୍ସି ପରିଧାନ କରି ପ୍ରବେଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ 5-ଟି ସଚିବ ଭି.କେ ପାଣ୍ଡିଆନ୍ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲେ । ନବୀନ ଧଳା ଆଉ ପାଣ୍ଡିୟାନଙ୍କ କଳା l ନବୀନଙ୍କ ଏଭଳି ଗସ୍ତ ଖେଳାଳିଙ୍କୁ ଉତ୍ସାହିତ କରିଛି । ତେବେ ଷ୍ଟାଡିୟମରେ ଚାଲିଥିବା ନିର୍ମାଣଧୀନ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟକୁ କ୍ରୀଡ଼ା ହବ୍ କରିବା ନିମନ୍ତେ ଓଡିଶା ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ଖେଳାଳୀଙ୍କୁ ଉତ୍ସାହିତ କରି ପ୍ରତିଟି ମ୍ୟାଚରେ ଖୋଦ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହି ଖେଳାଳୀଙ୍କ ମନବୋଳକୁ ସୁଦୃଢ କରିନ୍ତ୍ଵି l ନବୀନ ଙ୍କ ଏପରି ଆଭିମୁଖ୍ୟ ପାଇଁ ସେ ସାରା ଦେଶରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି l

କଳିଙ୍ଗ ଷ୍ଟାଡିଅମ୍‌ କମ୍ପଲେକ୍‌ସରେ ନିର୍ମାଣ ହେବ ଦେଶର ପ୍ରଥମ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ…

( )୫-ଟି କାର୍ଯ୍ୟକ୍ରମ ଅଧୀନରେ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ।

କଳିଙ୍ଗ ଷ୍ଟାଡିଅମ୍‌ କମ୍ପଲେକ୍‌ସରେ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ ତଥା ୩୦୦ କୋଟି ଟଙ୍କାର କ୍ରୀଡା ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ।

ଦେଶର ପ୍ରଥମ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ
ଖର୍ଚ୍ଚ ହେବ ୧୨୦ କୋଟି ଟଙ୍କା, ଚଳିତ ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ।

ଭାରତର ପୁରୁଷ ଓ ମହିଳା ହକୀ ଟିମ୍‌ର ଖେଳାଳୀ ମାନଙ୍କୁ ଭେଟିଲେ ଓ ପ୍ରୋ-ଲିଗ୍‌ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଲେ।

{ }ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ କମ୍ପଲେକ୍‌ସ ଗସ୍ତ କରି ସେଠାରେ ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ବିଶେଷତଃ ନିର୍ମଣାଧୀନ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ଏହି ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ ହେଉଛି ଦେଶର ସର୍ବ ପ୍ରଥମ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ । ମୁଖ୍ୟମନ୍ତ୍ରୀ ଏହାର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ‌ଆଥଲେଟ ମାନଙ୍କ ପାଇଁ ଏହି ଇନ୍‌ଡୋର ସୁବିଧା ଦେଶରେ ଆଥଲେଟିକ୍‌ ଖେଳର ବିକାଶକୁ ଜୋରଦାର କରିବ ଏବଂ ଏହି ଷ୍ଟାଡିଅମ ଆଗାମୀ ଦିନରେ ଆଥଲେଟିକ ଚମ୍ପିଆନ ସୃଷ୍ଟି କରିବାରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବ ।

ଏହି ଷ୍ଟାଡିଅମଟି ୧୨୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରାଯାଉଛି ଏବଂ ଚଳିତ ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଜଣାଯାଇଛି । ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଆଥଲେଟିକ କ୍ରୀଡା ଅନୁଷ୍ଠିତ ହେବ ଏବଂ ଖେଳାଳୀମାନେ ସାରା ବର୍ଷ ତମାମ ଖେଳ ଅଭ୍ୟାସ ଜାରି ରଖିପାରିବେ । ଶହେ ଜଣ ଖେଳାଳୀଙ୍କୁ କୋଚିଂ ଦେବା ପାଇଁ ଏଥିରେ ଆବାସିକ ସୁବିଧା ମଧ୍ୟ ରହିଛି।

ଏହାପରେ ମୁଖ୍ୟମନ୍ତ୍ରୀ ନିର୍ମଣାଧୀନ ଟେନିସ ସେଣ୍ଟର ପ୍ରକଳ୍ପ ମଧ୍ୟ ପ୍ରଦର୍ଶନ କରିଥିଲେ। ଏହି ଟେନିସ୍‌ ସେଣ୍ଟର ଆଇଟିଏଫ ଟୁର୍ଣ୍ଣାମେଣ୍ଟ ଓ ଡେଭିସ କପ ଭଳି ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡା ଅନୁଷ୍ଠିତ ହେବାର ସୁବିଧା ଉପଲବ୍ଧ ହେବ ।ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡା ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ଅଧୀନରେ ଏହିସବୁ କ୍ରୀଡା ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହାଦ୍ବାରା ରାଜ୍ୟର କ୍ରୀଡା କ୍ଷେତ୍ରରେ ରୂପାନ୍ତର ଆସିପାରିବ ବୋଲି ଆଶା କରାଯାଉଛି । ବର୍ତ୍ତମାନ କଳିଙ୍ଗ ଷ୍ଟାଡିଅମ୍‌ କମ୍ପେଲେକ୍‌ସରେ ଇନ୍‌ଡୋର ଆଥଲେଟିକ ଷ୍ଟାଡିଅମ ଓ ଟେନିସ ସେଣ୍ଟର ସହିତ ଇନ୍‌ଡୋର ଆକ୍ବାଟିକ୍‌ସ ଷ୍ଟାଡିଅମ, Hockey HPC Building, ଓ ଷ୍ଟାଫ ମାନଙ୍କ ପାଇଁ ଆବାସିକ ବ୍ୟବସ୍ଥା ଆଦି ୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ନିର୍ମାଣ ଚାଲିଛି ।

ଏହାପରେ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିଅମର ମୁଖ୍ୟ ଫୁଟବଲ୍‌ ପଡିଆରେ ଅନୁଷ୍ଠିତ ହେଉଥିବା ଓଡିଶା ମହିଳା ଫୁଟବଲ ଲିଗ୍‌ର ମ୍ୟାଚ ଦେଖିଥିଲେ ଏବଂ ଖେଳାଳୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ।ପରେ ମୁଖ୍ୟମନ୍ତ୍ରୀ ଭାରତୀୟ ଜାତୀୟ ହକୀ ଦଳର ଉଭୟ ପୁରୁଷ ଓ ମହିଳା ଖେଳାଳୀ ମାନଙ୍କୁ ଭେଟି ସେମାନଙ୍କର ରହଣୀ ଓ ଖେଳ ଅଭ୍ୟାସ ସଂପର୍କରେ ପଚାରି ବୁଝିଥିଲେ। ହକୀ କ୍ରୀଡାକୁ ମୁଖ୍ୟମନ୍ତ୍ରୀ ଯେଉଁ ସହଯୋଗ ଯୋଗାଇ ଦେଇଛନ୍ତି, ସେଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଗାମୀ ପ୍ରୋ-ଲିଗ୍‌ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଥିଲେ ଏବଂ ଆଗାମୀ ଏସିଆନ ଓ କମନୱେଲ୍‌ଥ ଗେମ୍‌ସରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଆଣିବା ପାଇଁ ଲକ୍ଷ୍ୟ ରଖିବାକୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଓ କ୍ରୀଡା ସଚିବ ଶ୍ରୀ ଭିନିଲ କ୍ରୀଷ୍ଣା ଉପସ୍ଥିତ ଥିଲେ ।

ସାମ୍ବାଦିକଙ୍କ ଉପରେ ଆକ୍ରମଣ ନେଇ ପ୍ରେସ କାଉନସିଲ ସଦସ୍ୟ ପ୍ରସନ୍ନ ମହାନ୍ତିଙ୍କ କ୍ଷୋଭ….

{ }ରାଜ୍ୟରେ ଜାରି ରହିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ଘଟଣା ବଢ଼ି ଚାଲିଥିବାରୁ ପ୍ରେସ କାଉନସିଲ ସଦସ୍ୟ ,ଓ ୟୁ ଜେ ସଭାପତି ପ୍ରସନ୍ନ ମହାନ୍ତି ଘୋର ଉଦବେଗ ପ୍ରକାଶ କରିଛନ୍ତି। ପୋଲିସ ପ୍ରଶାସନ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ସୁରକ୍ଷା ଯୋଗାଇ ନପାରିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ସେ କହିଛନ୍ତି। ଏକ ବିବବୃତିରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ନିର୍ବାଚନ ସମୟରେ ସାମ୍ବାଦିକ ମାନେ ଏକ ବିଶେଷ ଭୂମିକା ତୁଲାଇ ଥାନ୍ତି।ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇଦେବା ନିର୍ବାଚନ କମିଶନ ଓ ପୋଲିସ ପ୍ରଶାସନର ଦାୟିତ୍ଵ।ମାତ୍ର ରାଜ୍ୟରେ ଚଳିତ ପଞ୍ଚାୟତ ନିର୍ବାଚନର ତିନୋଟି ଯାକ ପର୍ଯ୍ୟାୟର ଭୋଟ ଗ୍ରହଣ ବେଳେ ଯାହା ଦେଖାଗଲା ଏହି ଦିଗଟି ପ୍ରତି ସମ୍ପୂର୍ଣ୍ଣ ଅବହେଳା ପ୍ରଦର୍ଶନ କରାଯାଇଛି ।ପୋଲିଂ କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ମିଳୁଥିବା ଆଇନ ଗତ ସୁରକ୍ଷା ସାମ୍ବାଦିକଙ୍କୁ ମଧ୍ୟ ମିଳିବା ଦରକାର ବୋଲି ମତବ୍ୟକ୍ତ କରି ଏ ସମ୍ପର୍କରେ ସେ ନିର୍ବାଚନ ଆୟୁକ୍ତ ,ପୋଲିସ ଡିଜି ଙ୍କୁ ଅବଗତ କରାଇଛନ୍ତି ବୋଲି କହିଛନ୍ତି ।ଆଜିର ଆକ୍ରମଣ ସବୁ ସୀମା ଅତିକ୍ରମ କରାଯାଇଛି ବୋଲି ଉଲ୍ଲେଖ କରି ଶ୍ରୀ ମହାନ୍ତି କହିଛନ୍ତି ଯେ ଏସଂପର୍କରେ ଭାରତୀୟ ପ୍ରେସ କାଉନସିଲ ଓ ଆନ୍ତର୍ଜାତୀୟ ସାମ୍ବାଦିକ ସଂଗଠନ (ଆଇ ଏଫ୍ ଜେ ) ର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି । ଆକ୍ରମଣରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବାସହ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଓ ଅବଶିଷ୍ଟ ପର୍ଯ୍ୟାୟର ଭୋଟ ଗ୍ରହଣ ବେଳେ ସାମ୍ବାଦିକଙ୍କ ନିରାପତ୍ତା ସୁନିଶ୍ଚିତ କରାଯାଉ ବୋଲି ସେ ବିବୃତିରେ ଦାବି କରିଛନ୍ତି।

Follow us

20,832FansLike
0FollowersFollow
14,700SubscribersSubscribe

Latest news