( )କଂଗ୍ରେସ ସଭ୍ୟସଂଗ୍ରହ ଅଭିଯାନ ଓ ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସଂପନ୍ନ କରିବାପାଇଁ ଏଆଇସିସି ଗୁରୁତ୍ୱ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା ନିମନ୍ତେ ଓଡ଼ିଶାରେ ସଭ୍ୟସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବାପାଇଁ ରାଜ୍ୟସଭା ସାଂସଦ ଶ୍ରୀ ନିରଜ ଡାଙ୍ଗି ପ୍ରଦେଶ ନିର୍ବାଚନ ଅଧିକାରୀ ଭାବରେ ନିଯୁକ୍ତି ପାଇଛନ୍ତି । ଶ୍ରୀ ଡାଙ୍ଗି ଆସନ୍ତା ତା ୦୨.୦୩.୨୦୨୨ ରିଖ ବୁଧବାର ଦିନ ଭୁବନେଶ୍ୱରରେ ପଂହଚୁଛନ୍ତି । ୩ ତାରିଖ ଗୁରୁବାର ଦିବା ୧୧ ଘଂଟା ସମୟରେ ଭୁବନେଶ୍ୱରସ୍ଥ ନୀଳାଦ୍ରି ବିହାର, ନ୍ୟୁ କେୟାର ହସପିଟାଲ ପାଖ “ଲୁମ୍ବିନୀ କନ୍ଭେନସନ୍” ଠାରେ ପ୍ରଦେଶ କଂଗ୍ରେସ କର୍ମକର୍ତା / ଏଆଇସିସି ସଭ୍ୟ / ପିସିସି ସଭ୍ୟ / ସାଂସଦ / ବିଧାୟକ / ସାଂସଦ ଓ ବିଧାୟକ ପ୍ରାର୍ଥୀ / ଜିଲ୍ଲା କଂଗ୍ରେସ କମିଟି ସଭାପତି / ବ୍ଲକ ଓ ନଗର କଂଗ୍ରେସ କମିଟି ସଭାପତି / ରାଜ୍ୟ ସାମ୍ମୁଖ୍ୟ, ବିଭାଗ ଓ ପ୍ରକୋଷ୍ଠ ମୁଖ୍ୟ / ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ / ଏଆଇସିସି ପଦାଧିକାରୀ / ପ୍ରାକ୍ତନ ମନ୍ତ୍ରୀ, ବିଧାୟକ ଓ ସାଂସଦ/ ପ୍ରାକ୍ତନ ପିସିସି ସଭାପତି ଓ ବିରୋଧି ଦଳ ନେତା ମାନଙ୍କର ବୈଠକରେ ଶ୍ରୀ ଡାଙ୍ଗି ଯୋଗଦେବେ । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କିମଟି ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର, ସଂପାଦକ ଶ୍ରୀ ଜି. ରୁଦ୍ର ରାଜୁ ଏବଂ ଅତିରିକ୍ତ ପ୍ରଦେଶ ନିର୍ବାଚନ ଅଧିକାରୀ ଶ୍ରୀ ସନ୍ଦିପ ସିଂ ଓ ଶ୍ରୀ ଅମିତାଭ ଚକ୍ରବର୍ତୀ ଉପସ୍ଥିତ ରହିବେ । ଏହି ବୈଠକରେ ସଭ୍ୟ ସଂଗ୍ରହ ଅଭିଯାନ ଏବଂ ସାଂଗଠନିକ ନିର୍ବାଚନ ସଂପର୍କରେ ପୂର୍ଣ୍ଣାଙ୍ଗ ଆଲୋଚନା କରାଯିବ ବୋଲି ପିସିସି ପକ୍ଷରୁ ଏକ ପ୍ରେସ ବିବୃତିରେ କୁହାଯାଇଛି ।
ସେହିପରି ଭାବରେ ତା ୪.୩.୨୦୨୨ ରିଖ ଶୁକ୍ରବାର ଦିବା ୧୧ ଘଂଟା ଠାରୁ ଅପରାହ୍ନ ୪ ଘଂଟା ପର୍ଯ୍ୟନ୍ତ ଭୁବନେଶ୍ୱର କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ଶ୍ରୀ ଡାଙ୍ଗି ବରିଷ୍ଠ ନେତୃବୃନ୍ଦ ଓ କଂଗ୍ରେସ କର୍ମୀମାନଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଆବଶ୍ୟକ ମନେକଲେ ଉପରୋକ୍ତ ସମୟସୀମା ମଧ୍ୟରେ ଶ୍ରୀ ଡାଙ୍ଗିଙ୍କୁ ଭେଟି ଆଲୋଚନା କରିପାରିବେ ବୋଲି ପିସିସି ପକ୍ଷରୁ କୁହାଯାଇଛି । ଉଭୟ ବୈଠକରେ ଯୋଗଦେବାକୁ ଉପରୋକ୍ତ ବର୍ଗର ନେତୃବୃନ୍ଦଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି । ଯେଉଁମାନେ ଅବଗତ ହୋଇପାରି ନଥିବେ, ସେମାନେ ଏହାକୁ ପତ୍ର ମନେକରି ନିର୍ଦ୍ଧାରିତ ସମୟରେ ବୈଠକରେ ଯୋଗଦେବାକୁ ପିସିସି ପକ୍ଷରୁ ଅନୁରୋଧ କରାଯାଇଛି ।







ନବୀନଙ୍କ ସେବା ବାର୍ତ୍ତା ନେଇ ଗାଁଠାରୁ ସହର ବୁଲି ସଂଗଠନ ସମ୍ଭାଳିଲେ ପ୍ରଣବ । ପୁରା ବିଜେଡ଼ି ଟିମକୁ ଏକାଠି କରି ପ୍ରଣବ ଚଳାଇଲେ ବିଜୟ ର ଗୋଟି l ବରିଷ୍ଠ , କନିଷ୍ଠ ସମସ୍ତ ଙ୍କୁ ସାଙ୍ଗରେ ନେଇ ପୁରା ଓଡିଶରେ ବିଜେଡି ସଙ୍ଗଠନକୁ ଚଳଚଞ୍ଚଳ କରିବା ସହ ବିରୋଧିଙ୍କ ସବୁ ରଣନୀତିକୁ ଫୁସ୍ କରିଦେଇଥିଲେ l ଫଳରେ ବିରୋଧି ବିଜେପି ଓ କଂଗ୍ରେସ ରୁ କର୍ମୀ ଓ ନେତମାନେ ବିଜେଡିରେ ମିଶିଥିଲେ l ପରିସ୍ଥିତି ଏମିତି ହେଲା ଯେ ବିରୋଧି ଦଳର ମଙ୍ଗୁଆଳ ଓ ନିର୍ବାଚିତ ପ୍ରତିନିଧି ବି ବିଜେଡି ରେ ସାମିଲ୍ ହେଲେ l ଆଉ ତା ପରେ ଆରମ୍ଭ ହେଲା ବିଜେଡିରେ ମିଶ୍ରଣ ସୁନାମୀ l
ଜିତିବାର ମନ୍ତ୍ର ହେଉଛି ଯେ ପ୍ରଣବ ସମସ୍ତଙ୍କୁ ଏକାଠି ନେଇ କାମ କରିବାର କଳା ଭଲ ଭାବେ ଜାଣନ୍ତି । ସବୁ ବେଳେ ସଭିଙ୍କ ଭାଇ ହୋଇ ଛିଡ଼ାହୋଇ ଥିବା ପ୍ରଣବକ ପରିଶ୍ରମକୁ ତୃଣମୂଳ ସ୍ତରର କର୍ମୀ ମାନେ ସହଯୋଗ କଲେ ଫଳରେ ବିଜେଡିକୁ ଇତିହାସର ଏହି ବଡ଼ ସଫଳତା ଆଜି ମିଳିଛି l ନବୀନ ପରି ଓଡିଶାବାସୀଙ୍କୁ ଓ ଦଳୀୟ କର୍ମୀଙ୍କୁ ନିଜର ପରିବାର ସଦସ୍ୟ ଭାବି ପଦ , କ୍ଷମତା ଠାରୁ ଦୂରେଇ ରହି ସବୁବେଳେ ଲୋକଂ ସୁଖ ଦୁଃଖର ସାଥୀ ହୋଇଛନ୍ତି ବିଜେଡି ର କର୍ମୀ ଓ ନେତା ମାନେ l
ଆଉ ସେହି ସେବା ଏବେ ବିଜୟ ତିଳକ ହୋଇ ଆସିଛି ନିର୍ବାଚନ ଫଳାଫଳରେ l ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ବିଜେଡି ସଂଗଠନ ସଂପାଦକ ପ୍ରଣବଙ୍କ ପ୍ରତି ଲୋକଂ ଭଲ ପାଇବା ଜଳ ଜଳ କରି ପ୍ରଥମ ପର୍ଯ୍ୟାୟ ଭୋଟ ଗଣତିରେ ପ୍ରତିଫଳିତ ହୋଇଛି l








